অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସମିତି ସମୂହର ପରିଚାଳନା

ନିୟମ ୨୬. ସାଧାରଣ ଅଧିବେଶନର ନୋଟିସ୍

  1. କମିଟି ଦ୍ଵାରା କିମ୍ବା କମିଟିର ନିର୍ଦ୍ଦେଶାନୁଯାୟୀ ସମ୍ପାଦକଙ୍କ (ସେକ୍ରେଟାରୀ) ଦ୍ଵାରା ସାଧାରଣ ଅଧିବେଶନ ଡକାଯିବ
  2. ଉପବିଧିର ଅନ୍ୟଥା ବ୍ତବସ୍ଥା ନଥିଲେ, ସାଧାରଣ ଅଧିବେଶନରେ ସ୍ଥାନ, ତାରିଖ ଓ ଅଧିବେଶନର ସମୟ ଦର୍ଶାଇବା ସଙ୍ଗେ ସଙ୍ଗେ କାରବାରର ବିବୃତି ସହିତ ଅଧିବେଶନର ୭ଦିନ ପୂର୍ବରୁ ଏକ ନୋଟିସ୍ ପ୍ରତ୍ୟକ ସଦସ୍ୟଙ୍କ ନିକଟକୁ ପଠାଯିବ  ।
  3. ନୋଟିସ୍ ଅପ୍ରାପ୍ତି କାରଣରୁ ଯଦିକୌଣସି ସଭ୍ୟ ଅଧିବେଶନରେ ଅନୁପସ୍ଥିତ ରହନ୍ତି, ତେବେ ଅଧିବେଶନର କାର୍ଯ୍ୟଧାରା ଅସିଦ୍ଧ କରାଯିବ ନାହିଁ, ଅନ୍ୟଥା ଏହା ଯଦି ବୈଧଥାଏ ।
  4. ସଦସ୍ୟଙ୍କୁ ଗ୍ରହଣ କରିବା ଏବଂ ସାଧାରଣ ଅଧିବେଶନ ନିବୃତ୍ତି କାଳର ଅବବ୍ୟହିତ ପୂର୍ବରୁ ଅଂଶ ହସ୍ତାନ୍ତରିତ ନିଷେଧ  ।

ନିର୍ବାଚନ ପାଇଁ ବାର୍ଷିକ ସାଧାରଣ ଅଧିବେଶନ ଡକାଯିବା ତାରିଖରେ ୩୦ ଦିନ ପୂର୍ବରୁ ସମିତି, କୌଣସି ସଦସ୍ୟଙ୍କୁ ଗ୍ରହଣ କରିବେ ନାହିଁ କିମ୍ବା ଅଂଶ ହସ୍ତାନ୍ତରିତ କରିବେ  ନାହିଁ  ।

ସଂଶୋଧନ – ୧୯୯୭

ନିୟମ ୨୬ର ସଂଶୋଧନ

କଥିତ ନିୟମାବଳୀର ଶୀର୍ଷକ ସମେତ ନିୟମ ୨୬ ପାଇଁ ନିମ୍ନଲିଖିତ ନିୟମ ଏବଂ ଶୀର୍ଷକ ପ୍ରତିସ୍ଥାପିତ ହେବ  । ଯଥା –

“୨୬. ସାଧାରଣ ସଂଘ ଏବଂ ତାହାର ବୈଠକ –

ଏକ ସମିତିର ସମ୍ପର୍କରେ ସାଧାରଣ ସଂଘ ଏକ ପ୍ରାଥମିକ ସମିତି ନାମମାତ୍ର ସଭ୍ୟଙ୍କୁ ସଭ୍ୟସମିତିଗୁଡିକର ସଭାପତି ଅଥବା ଉପ – ସଭାପତି ଅଥବା ଆବଶ୍ୟକସ୍ଥଳେ ପ୍ରତିନିଧି ଆଇନ୍ ର ଧାରା ୧୬ର ଉପ – ଧାରା (୧-କ) ର ବ୍ୟବସ୍ଥାନୁଯାୟୀ ବ୍ୟକ୍ତିଗତସଭ୍ୟବୃନ୍ଦ, ବିବେଚିତ ସଭ୍ୟ, କେନ୍ଦ୍ରୀୟ ଅଥବା ଶୀର୍ଷ ସମିତିଗୁଡିକ କ୍ଷେତ୍ରରେ ସରକାରୀ ମନୋନୀତ ବ୍ୟକ୍ତି ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କର ମୁଖ୍ୟ ଅଥବା ଅନ୍ୟାନ୍ୟ ନିଗମକାୟ, ଯଦି ଥାଏ, ବ୍ୟତୀତ ସମସ୍ତସଭ୍ୟଙ୍କୁ ନେଇ ଗଠିତ  ।”

ଯେଉଁ ସମିତିର ପ୍ରବର୍ତ୍ତନ ଅଞ୍ଚଳ ଅଥବା ସଭ୍ୟପଦ ଏକ ରାଜସ୍ୱ ଉପ – ଖଣ୍ଡରୁ ଅଧିକ ଅଥବା ଏକ ହଜାର ସଭ୍ୟରୁ ଅଧିକ, ସେହିପରି ପ୍ରତ୍ୟକ ସମିତିର ଏକ ପ୍ରତିନିଧି କ୍ଷୁଦ୍ର ସାଧାରଣ ସଂଘ ରହିବ  ।

  1. ପ୍ରତିନିଧି କ୍ଷୁଦ୍ର ସାଧାରଣ ସଂଘ ଯଥାକ୍ରମେ ସରକାରୀ ମନୋନୀତ ବ୍ୟକ୍ତି, ଯଦି ଥାଆନ୍ତି ଏବଂ ସମିତିର ବ୍ୟକ୍ତିଗତ ଏବଂ ଅଣବ୍ୟକ୍ତିଗତ ସଭ୍ୟମାନଙ୍କର ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଗଠିତ ହେବ :
  2. ଉଲ୍ଲେଖଥାଉକି, ପ୍ରତିନିଧି କ୍ଷୁଦ୍ର ସାଧାରଣ ସଂଘ ମୋଟ ସଂଖ୍ୟକ ସଭ୍ୟ କୌଣସି କ୍ଷେତ୍ରରେ ୫୦ରୁ କମ୍ ଏବଂ ଏକ ଶହରୁ ଅଧିକ ହେବ ନାହିଁ  ।

  3. ବ୍ୟକ୍ତିଗତ ଏବଂ ଅଣ – ବ୍ୟକ୍ତିଗତ ସଭ୍ୟମାନଙ୍କ ନିର୍ବାଚିତ ହେବାକୁ ଥିବା ପ୍ରତିନିଧିଙ୍କ ସଂଖ୍ୟା ସମିତିର ସମସ୍ତ ଶ୍ରେଣୀର ସଭ୍ୟମାନଙ୍କର ନ୍ୟାୟସଙ୍ଗତ ପ୍ରତିନିଧିତ୍ଵ କୁ ସୁନିଶ୍ଚିତ କରିବାକୁ କମିଟି ଦ୍ଵାରା ସମୟକୁ ସମୟ ହୁଏତ ନିଷ୍ପତ୍ତି କରାଯାଇଥିବା ଯଥାକ୍ରମେ ସେଗୁଡିକର ମୋଟ ସଭ୍ୟମାନଙ୍କ ସେପରି ଅନୁପାତକୁ ବହନ କରିବ  ।
  4. ପ୍ରତ୍ୟକ କ୍ଷେତ୍ରରେ ଯେଉଁଠାରେ ଏକ ସମିତି ଧାରା ୨୭ର ବ୍ୟବସ୍ଥାନୁଯାୟୀ ଏକ ପ୍ରତିନିଧି କ୍ଷୁଦ୍ର ସାଧାରଣ ସଂଘ ଗଠନ କରିବାକୁ ଆବଶ୍ୟକ କରେ, ସେଠାରେ ସମିତିର ମୁଖ୍ୟନିର୍ବାହୀ ନିର୍ବାଚନ କରାଇବେ ଏବଂ ଓଡିଶା ସମବାୟ ସମିତି (ସଂଶୋଧନ) ନିୟମାବଳୀ, ୧୯୯୭ ବଳବତ୍ତର ହେବ ତାରିଖରୁ ୪ମାସ ମଧ୍ୟରେ ଉପରୋକ୍ତ ସଂଘ ଗଠନ କରିବେ  ।
  5. ନିର୍ବାଚନ ଗୁପ୍ତା ମତଦାନ ଦ୍ଵାରା ଅନୁଷ୍ଠିତ ହେବ ଏବଂ ଭୋଟ ଅଧିକାର ପ୍ରୟୋଗ କରିବାକୁ ସଭ୍ୟମାନଙ୍କର ସୁବିଧା ସମ୍ପର୍କରେ କମିଟି ଦ୍ଵାରା ନିଷ୍ପତ୍ତି କରାଯାଇଥିବା ସେପରି କୌଣସି ସ୍ଥାନରେ ଏକ ସମୟରେ ମତଦାନ କରାଯିବ  ।
  6. କମିଟିର ସଭ୍ୟମାନଙ୍କ ନିର୍ବାଚନ ସମ୍ପର୍କରେ ଓଡିଶା ସମବାୟ ସମିତି (କମିଟିର ନିର୍ବାଚନ) ନିୟମାବଳୀ, ୧୯୯୨ରେ ନିର୍ଦ୍ଧାରିତ ପ୍ରକ୍ରିୟା ଆବଶ୍ୟକ ପରିବର୍ତ୍ତନ ସହିତ, କ୍ଷୁଦ୍ର ସାଧାରଣ ସଂଘ ର ପ୍ରତିନିଧିମାନଙ୍କ ନିର୍ବାଚନ ପ୍ରତି ପ୍ରଯୁଜ୍ୟ ହେବ  ।
  7. କ୍ଷୁଦ୍ର ସାଧାରଣ ସଂଘ ର ପ୍ରତିନିଧିମାନଙ୍କ କାର୍ଯ୍ୟକାଳ କମିଟି ଦ୍ଵାରା ଧାର୍ଯ୍ୟମତେ ନିର୍ଦ୍ଧାରିତ ହେବ  ।
  8. କ୍ଷୁଦ୍ର ସାଧାରଣ ସଂଘର ପ୍ରତିନିଧି ପଦଧାରଣରୁ ବିରାଟ ହେବେ ଯଦି ସେ ସମିତିର ସଭ୍ୟପଦରୁ ଇସ୍ତଫା ଦିଅନ୍ତି ଅଥବା ପଦତ୍ୟାଗ କରନ୍ତି ଅଥବା ମୃତ୍ୟୁବରଣ କରନ୍ତି ଅଥବା ପ୍ରତିନିଧିରୂପେ କାର୍ଯ୍ୟକରିବାକୁ ଲିଖିତ ଭାବରେ ଅସ୍ଵୀକାର କରନ୍ତି ଏବଂ ସେପରି ପଦଧାରଣକୁ ବିରାଟ ହେବାପରେ ତାଙ୍କ ସ୍ଥାନରେ ଅନ୍ୟଜଣେ ପ୍ରତିନିଧି ନିର୍ବାଚିତ ହେବେ  ।
  9. ଏକ ସମିତିର ସାଧାରଣ ସଂଘକୁ ନିର୍ଦ୍ଦେଶ ଆଇନ୍, ନିୟମାବଳୀ ଏବଂ ଉପ – ବିଧିରେ ଯେଉଁଠାରେ ଉଦ୍ଭବ ହେବ ସେଠାରେ କ୍ଷୁଦ୍ର ସାଧାରଣ ସଂଘର ଜଣେ ପ୍ରତିନିଧିକୁ ପ୍ରତ୍ୟକ କ୍ଷେତ୍ରରେ  ଏକ ନିର୍ଦ୍ଦେଶ ରୂପେ ଅର୍ଥ କରିବ ଯେଉଁଠାରେ ସେପରି ଏକ କ୍ଷୁଦ୍ର ସାଧାରଣ ସଂଘ ଏକ ସମିତି ଗଠିତ ହୋଇଥିବ  ।

ଏକ ସମିତିର ସାଧାରଣ ସଂଘ ବୈଠକ ସଭାପତିଙ୍କ ଦ୍ଵାରା ଅଥବା ତାଙ୍କ ଅନୁପସ୍ଥିତିରେ ଉପ – ସଭାପତି ଅଥବା ମୁଖ୍ୟ ନିର୍ବାହୀଙ୍କ ଦ୍ଵାରା ସାଧାରଣ ସଂଘ ବୈଠକ ଆହୂତ କରାନଗଲେ କମିଟି ହୁଏତ ନୋଟିସ ଇଶୁ ଦ୍ଵାରା ସେପରି ସାଧାରଣ ବୈଠକ, ବୈଠକମାନେ ଆହୂତ କରିବାକୁ କମିଟିର ଅନ୍ୟାନ୍ୟ ସଭ୍ୟମାନଙ୍କୁ କ୍ଷମତାପନ୍ନ କରିପାରନ୍ତି  ।

ସାଧାରଣ ସଂଘ ବୈଠକରେ ନୋଟିସରେ, ବୈଠକରେ ସଂପାଦନ କରାଯିବାକୁ ଥିବା କାରବାରର ଏକ ବିବରଣୀ ସମେତ ବୈଠକରେ ସ୍ଥାନ, ତାରିଖ ଏବଂ ସମୟ ଉଲ୍ଲେଖ କରାଯିବ  । ଉପ – ବିଧିରେ ବ୍ୟବସ୍ଥିତ ପଦ୍ଧତିରେ ବୈଠକ ହେବା ତାରିଖରୁ ଅନ୍ତତଃ ପକ୍ଷେ ସାତ ଦିନ ପୂର୍ବରୁ ସମିତିର ପ୍ରତ୍ୟକ ସଭ୍ୟମାନଙ୍କ ନିକଟକୁ ପଠାଯିବ  ।

କୌଣସି ସଭ୍ୟଙ୍କ ଦ୍ଵାରା ଓଟିସ ଅପ୍ରାପ୍ତକାରଣରୁ ତାଙ୍କର ଗୋଟିଏ ବୈଠକରେ ଅନୁପସ୍ଥିତ, ବୈଠକର କାର୍ଯ୍ୟଧାରାକୁ ଅସିଦ୍ଧ କରିବ  ନାହିଁ  । (ଏସ୍.ଆର.ଓ. ସଂଖ୍ୟା ୧୭/୯୭, ତା. ୨୩.୦୪.୧୯୯୭)

ନିୟମ ୨୭. ସାଧାରଣ ଅଧିବେଶନର ସଭାପତି

  1. ସମିତିର ସଭାପତି କିମ୍ବା ସଭାପତିଙ୍କ ଅନୁପସ୍ଥିତିରେ ଉପସଭାପତି, (ଯଦି ଉପ – ବିଧିର ବ୍ୟବସ୍ଥା ଅନୁଯାୟୀ ନିର୍ଦ୍ଧିଷ୍ଟ କରାଯାଇଥାଏ) ସାଧାରଣ ସଂଘ ଅହଡିବେଶନ (ବୈଠକ) ରେ ସଭାପତିଙ୍କ ଆସନ ଅଳଙ୍କୃତ କରିବେ  । ଯଦି ସଭାପତି ଓ ଉପସଭାପତି ଉଭୟ ଅନୁପସ୍ଥିତି ଥାଆନ୍ତି ତେବେ ଅଧିବେଶନରେ ଉପସ୍ଥିତି ଥିବା ସଦସ୍ୟସମୂହ ସେମାନଙ୍କ ମଧ୍ୟରୁ ଜଣଙ୍କୁ ସଭାପତି ନିର୍ବାଚିତ କରିବେ  । (ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୩୪, ତା. ୧୧.୧.୨୦୧୦ ଦ୍ଵାରା ବିଲୋପ)
  2. ସଭାପତି ଅଧିବେଶନରେ ଶୃଙ୍ଖଳା ରକ୍ଷା କରିବା ସଙ୍ଗେ ସଙ୍ଗେ କାର୍ଯ୍ୟଧାରାର ପରିଚାଳନା କରିବେ  । ଆଇନ, ନିୟମ, ଉପବିଧି ଏବଂ ନିବନ୍ଧକଙ୍କ ଆଦେଶ ସଦୃଶ ଅନ୍ୟାନ୍ୟ ସମସ୍ତ ଆଦେଶ ସଭାପତିଙ୍କ ଦ୍ଵାରା ବିଚାର କରାଯିବ ଏବଂ ତାଙ୍କର ବିଚାର ଶେଷ ନିଷ୍ପତ୍ତି ରୂପେ ଧରି ନିଆଯିବ  । ଅଧିବେଶନ ସମୟରେ କୌଣସି ସଦସ୍ୟ ଉଶୃଙ୍ଖଳ ଆଚରଣ ପ୍ରଦର୍ଶନ କଲେ ତତ୍ କ୍ଷଣାତ ସଭାପତି ସେଭଳି ସଦସ୍ୟ କିମ୍ବା ସଦସ୍ୟସମୂହଙ୍କୁ ଅଧିବେଶନରୁ ଫେରିଯିବାକୁ ନିର୍ଦ୍ଦେଶ ପାଇବା ମାତ୍ରେ ତତ୍ କ୍ଷଣାତ ଅଧିବେଶନରୁ ଫେରିଯିବେ ଏବଂ ସଭାପତି ଅନ୍ୟଥା ନିର୍ଦ୍ଦେଶ ନ ଦେବା ପର୍ଯ୍ୟନ୍ତ ସେଭଳି ସଦସ୍ୟ ଅଧିବେଶନରେ ପର୍ଯ୍ୟାଲୋଚନାରେ ଭାଗ ନେଇପାରିବେ ନାହିଁ ଏବଂ ସଭାପତିଙ୍କ ଅନୁମତି ନ ପାରିବା ପର୍ଯ୍ୟନ୍ତ ସେଭଳି ସଦସ୍ୟ ନିଜର ମତଦାନ (ଭୋଟ)ଅଧିକାରରୁ ବଞ୍ଚିତ ହେବେ  । ସେଭଳି ବିଶୃଙ୍ଖଳା କରିଥିବା ସମୟ ଓ ତାରିଖ ପର୍ଯ୍ୟନ୍ତ ଅଧିବେଶନକୁ ମୁଲତବୀ ରଖିପାରନ୍ତି  । (ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୫୦୦, ତା. ୨୩.୪.୧୯୯୭  ଦ୍ଵାରା ପ୍ରତିସ୍ଥାପିତ)
  3. ସଭାପତି ସ୍ଵଇଚ୍ଛାରେ, ସାଧାରଣ ସଂଘର ସଦସ୍ୟ ନଥିବା ଯେ କୌଣସି ବ୍ୟକ୍ତିଙ୍କୁ ଅଧିବେଶନରେ ଉପସ୍ଥିତ ହେବାକୁ କିମ୍ବା ପର୍ଯ୍ୟାଲୋଚନାରେ ଭାଗ ନେବାକୁ ଅନୁମତି ପ୍ରଦାନ କରିପାରନ୍ତି, କିନ୍ତୁ ସେଭଳି ବ୍ୟକ୍ତି ମତଦାନ (ଭୋଟ) କରିବାକୁ ହକଦାର ନୁହଁନ୍ତି  ।

ସଂଶୋଧନ – ୧୯୯୭

ନିୟମ ୨୭ର ସଂଶୋଧନ

କଥିତ ନିୟମାବଳୀର ନିୟମ ୨୭ ଉପ-ନିୟମ (୨) ରେ ଥିବା ଶବ୍ଦାବଳୀ “ଏବଂ ନିବନ୍ଧଙ୍କ ଆଦେଶ” ବିଲୁପ୍ତ ହେବ (ଏସ୍. ଆର.ଓ. ସଂଖ୍ୟା ୧୭/୯୭,  ତା.୨୩.୦୪.୧୯୯୭)

ନିୟମ ୨୮. ସାଧାରଣ ଅଧିବେଶନ ଚାଳନ ସଂଖ୍ୟା

  1. ଉପବିଧିରେ ସାଧାରଣ ଅଧିବେଶନର କୋରମ ସ୍ଥିର କରାଯାଇ ଥାଏ, କୋରମ ବିହୀନ କୌଣସି ଅଧିବେଶନରେ କାରବାର ସମ୍ପାଦନ କରାଯିବ ନାହିଁ  ।
  2. ଅଧିବେଶନ ନିମନ୍ତେ ସ୍ଥିର କରାଯାଇଥିବା ସମୟର ଅଧଘଣ୍ଟା ମଧ୍ୟରେ ଯଦି କୋରମର ଉପଲବ୍ଧ କରା ନଯାଏ ତେବେ ଅଧିବେଶନ ପରବର୍ତ୍ତୀ ସପ୍ତାହର ସମାନ ଦିନ, ସମୟ ଏବଂ ସ୍ଥାନରେ କରାଯିବାକୁ ମୁଲତବୀ ରଖାଯିବ  । ପରନ୍ତୁ –
    • ଏହି ଉପ ନିୟମ ଅନୁଯାୟୀ ମୁଲତବୀ ରଖାଯାଇଥିବା ଅଧିବେଶନରେ କୋରମର ଆବଶ୍ୟକତା କରାଯିବ ନାହିଁ; ଏବଂ
    • ୩୦ ଧାରାର ଉପ – ଧାରା (୧) ଅନୁଯାୟୀ ଅଧିଗ୍ରହଣ ଅଧିବେଶନରେ କୋରମର ଆବଶ୍ୟକତା କରାଯିବ ନାହିଁ ; ଏବଂ (ଏସ୍.ଆର.ଓ ସଂଖ୍ୟା ୧୧୨୭, ତା.୧୮.୮.୧୯୭୮ ଦ୍ଵାରା ପ୍ରତିସ୍ଥାପିତ)
    • ଅଧିବେଶନରେ ଯେ କୌଣସି ସମୟରେ ଯଦି ଯଥେଷ୍ଟ ପରିମାଣର ସଦସ୍ୟ ଉପସ୍ଥିତ ନ ହୋଇ କୋରମ ଗଢି ନ ପାରନ୍ତି ତେବେ ସଭାପତି ଅଧିବେଶନକୁ ସେ ସ୍ଥିର କରିଥିବା ସୁବିଧାଜନକ ସ୍ଥାନ, ତାରିଖ ଓ ସମୟ ପର୍ଯ୍ୟନ୍ତ ମୁଲତବୀ କରିପାରନ୍ତି ଏବଂ ଉକ୍ତ ଅଧିବେଶନରେ କାରବାରର କାର୍ଯ୍ୟଧାରା, ମୁଲତବୀ କରାଯାଇଥିବା (ଯଦି ଓ କୋରମର ଅଭାବ ଥାଏ) ଅଧିବେଶନରେ ନିଷ୍ପତ୍ତି କରାଯିବ  ।
    • ମୁଲତବୀ ଅଧିବେଶନରେ ଆଲୋଚ୍ୟ ବିଷୟ କାର୍ଯ୍ୟକାରୀ କରାଯିବାର ମୂଳ ଅଧିବେଶନ କାର୍ଯ୍ୟାବଳୀ ସହିତ ସମାନ  । ମୁଲତବୀ ରଖାଯାଇଥିବା ଅଧିବେଶନ ନିମନ୍ତେ ନୋଟିସର ଆବଶ୍ୟକତା ହୁଏ ନାହିଁ  ।

ନିୟମ ୨୯. ସାଧାରଣ ସଂଘ ଅଧିବେଶନର କାର୍ଯ୍ୟ ବିବରଣୀ

  1. ପ୍ରତ୍ୟକ ସମିତି, ସାଧାରଣ ଅଧିବେଶନର କାର୍ଯ୍ୟଧାରାର ବିବରଣୀ ଏଥି ନିମନ୍ତେ ନିର୍ଦ୍ଧିଷ୍ଟ ବହିରେ ଲିପିବଦ୍ଧ କରିବେ  । (ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୫୦୦, ତା.୨୩.୪.୧୯୯୭ ଦ୍ଵାରା ପ୍ରତିସ୍ଥାପିତ)
  2. ଅଧିବେଶନର ଅବସାନ ଠିକ୍ ପରେ ଯଦି କାର୍ଯ୍ୟବିବରଣୀର ସଂବିହିତ କରା ନ ଯାଏ ଏବଂ ସଭାପତିଙ୍କ ଦ୍ଵାରା ଯଥାବିଧି ହସ୍ତାକ୍ଷରିତ (ଦସ୍ତଖତ) କରା ନ ଯାଏ  ତେବେ ପରିବର୍ତ୍ତନ କରାଯାଇଥିବା ଓ ନିର୍ଭୁଲ କାର୍ଯ୍ୟବିବରଣୀ ଅଧିବେଶନ ସମାପ୍ତ ବା ଅବସାନ ଘଟିବାର ୭୨ ଘଣ୍ଟା ମଧ୍ୟରେ ସଂବିହିତ ଲିପିବଦ୍ଧ କରାଯିବ ଏବଂ ସଭାପତିଙ୍କ ଦ୍ଵାରା ହସ୍ତାକ୍ଷରିତ କରାଯିବ  । ହସ୍ତାକ୍ଷରିତ ହୋଇଥିବା କାର୍ଯ୍ୟବିବରଣୀ, ଅଧିବେଶନର କାର୍ଯ୍ୟଧାରାରେ ପ୍ରତ୍ୟକ୍ଷ ପ୍ରମାଣ ରୂପେ ବିବେଚିତ ହେବ  ।
  3. ବିପରୀତ ପ୍ରକାରେ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ, କାର୍ଯ୍ୟବିବରଣୀ ରେକର୍ଡ କରାଯାଇଥିବା ସମିତିର ପ୍ରତ୍ୟକ ସାଧାରଣ ଅଧିବେଶନ ଯଥାବିଧି ଡକାଯିବାର ଏବଂ ହୋଇଥିବାର ମନେକରାଯିବ  ।

ସଂଶୋଧନ – ୧୯୯୭

ନିୟମ ୨୯ର ସଂଶୋଧନ

କଥିତ ନିୟମାବଳୀର ନିୟମ ୨୯ ନିମନ୍ତେ ନିମ୍ନଲିଖିତ ନିୟମ ପ୍ରତିସ୍ଥାପିତ ହେବ  । ଯଥା –

  1. ପ୍ରତ୍ୟକ ସମିତି ତାହାର ସାଧାରଣ ସଂଘର ପ୍ରତ୍ୟକ ବୈଠକର କାର୍ଯ୍ୟଧାରର କାର୍ଯ୍ୟବିବରଣୀ ଏବଂ ଏଥି ନିମନ୍ତେ ରଖାଯାଇଥିବା ଏକ ବହିରେ ତାହା ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ଦ୍ଵାରା ଲିପିବଦ୍ଧ କରାଯିବ ଏବଂ ସଭାପତିଙ୍କ ହସ୍ତାକ୍ଷର ଏବଂ ମୋହର ଯଥାବିଧି ରୂପେ ପ୍ରମାଣିତ ହେବ ଯାହାକି ସମିତିର କାର୍ଯ୍ୟ ବିବରଣୀ ପୁସ୍ତକ ରୂପେ ବିବେଚିତ ହେବ  ।
  2. ବେଇଠକରେ ହାଜର ହୋଇଥିବା ପ୍ରତ୍ୟକ ସଭ୍ୟ ବୈଠକ ଆରମ୍ଭରେ ଅଥବା ବୈଠକ ଚାଲୁଥିବା ମଧ୍ୟରେ ତାଙ୍କର ହାଜିରା ସ୍ୱରୂପ କାର୍ଯ୍ୟ – ବିବରଣୀ ପୁସ୍ତକରେ ଦସ୍ତଖତ କରିବେ  ।
  3. ବୈଠକ ସମାପ୍ତ ହେବାର ଠିକ୍ ପରେ ବୈଠକର କାର୍ଯ୍ୟବିବରଣୀ ଲିପିବଦ୍ଧ କରାଯିବ  । ବୈଠକର ସଭାପତି କାର୍ଯ୍ୟବିବାରଣୀରେ ତାହାର (କାର୍ଯ୍ୟ ବିବରଣୀର) ଲିପିବଦ୍ଧର ଶୋଧନର ଚିହ୍ନସ୍ୱରୂପ ଦସ୍ତଖତ କରିବେ  । ଲିପିବଦ୍ଧ ଏବଂ ଦସ୍ତଖତ ହୋଇଥିବା କାର୍ଯ୍ୟବିବରଣୀ ପକ୍ଷାନ୍ତର ପ୍ରମାଣିତ ନ ହେବା ପର୍ଯ୍ୟନ୍ତ  -
    • ବୈଠକର କାର୍ଯ୍ୟଧାରା, ଏବଂ
    • ତଥ୍ୟ ଏହି ଯେ ବୈଠକ ଯଥାବିଧି ରୂପେ ଡକାଯାଇଥିଲା ଏବଂ ଆହୂତ ହୋଇଥିଲା  ।
  4. ଆହୂତ ହୋଇଥିବା ପ୍ରତ୍ୟକ ବୈଠକ କାର୍ଯ୍ୟବିବରଣୀର ନକଲମାନ ନିବନ୍ଧନ, ମହା – ସମୀକ୍ଷକ (ଅଡିଟର ଜେନେରାଲ) ଏବଂ ସମିତିର ଅର୍ଥଯୋଗାଣ ବ୍ୟାଙ୍କ ନିକଟକୁ ପଠାଯିବ  । (ଏସ୍.ଆର.ଓ.ସଂଖ୍ୟା ୧୭/୯୭/, ତା. ୨୩.୦୪.୧୯୯୭)

ସଂଶୋଧନ – ୧୯୯୭

ନିୟମ ୨୯ର ସଂଯୋଗ –

କଥିତ ନିୟମାବଳୀର ନିୟମ ୨୯ପରେ ନିମ୍ନଲିଖିତ ନିୟମ ସନ୍ନିବିଷ୍ଟ ହେବ  । ଯଥା –

“ ୨୯-କ. ବିଶେଷ ବା ସ୍ଵତନ୍ତ୍ର ସାଧାରଣ ବୈଠକ –

ଧାରା ୩୦ ଉପ – ଧାରା (୧) ଅନୁଯାୟୀ ଡାକାଯିବାକୁ ଥିବା ଏକ ସ୍ଵତନ୍ତ୍ର ବା ବିଶେଷ ସାଧାରଣ ବୈଠକ ନିମନ୍ତେ ଏକ ବରାଦ ଅଧିଗ୍ରହଣ ହେବ ସେଥିରେ ବୈଠକର ଉଦ୍ଦେଶ୍ୟ ଉଲ୍ଲେଖ କରାଯିବ ଏବଂ ସେଥିରେ ସମିତିର ମୋଟ ସଂଖ୍ୟକ ସଭ୍ୟମାନଙ୍କ ମଧ୍ୟରୁ ଅନ୍ତତଃପକ୍ଷେ ଏକଚତୁର୍ଥାଂଶ  ସଭ୍ୟ ଦସ୍ତଖତ କରିବେ ଏବଂ ତାହା ସମିତିର ନିବନ୍ଧତଦପ୍ତରକୁ ପଠାଯିବ  । ସେପରି ବୈଠକରେ, ଇଶୁ କରାଯାଇଥିବା ନୋଟିସରେ ଉଲ୍ଲେଖିତ କାରବାର ଭିନ୍ନ ଅନ୍ୟକୌଣସି ଭିନ୍ନ ଅନ୍ୟକୌଣସି ବିଷୟ ଆଲୋଚିତ ହେବ ନାହିଁ  ।

୨୯- ଖ. ସାଧାରଣ ସଂଘ ପ୍ରତି କର୍ତ୍ତବ୍ୟ ଏବଂ ଦାୟିତ୍ଵ -

ସାଧାରଣ ସଂଘ ବୈଠକର ସମ୍ମୁଖରେ, ନିମ୍ନଲିଖିତ ବିଷୟବସ୍ତୁମାନ ଉପସ୍ଥାପିତ କରିବା ମୁଖ୍ୟ ନିର୍ବାହୀ (ଟିଫ୍-ଏକଜିକ୍ୟୁଟିଭ)ଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ଵ ଅଟେ  । ଯଥା –

  1. ଯେଉଁ ବିଷୟବସ୍ତୁ ସମ୍ପର୍କରେ ଧାରା ୨୯ର ଉପଧାରା (୨) ଅନୁଯାୟୀ ଏକ ସମୀକ୍ଷା କରିବାକୁ ସାଧାରଣ ସଂଘ କାର୍ଯ୍ୟକ୍ଷମା ସେପରି ପ୍ରତ୍ୟକ ବିଷୟବସ୍ତୁ ଏବଂ ବୈଠକର କାର୍ଯ୍ୟସୂଚୀରେ ଥିବା ସେପରି ଅନ୍ୟାନ୍ୟ ବିଷୟବସ୍ତୁ ଉପରେ ବିସ୍ତୃତ ସ୍ମାରକପତ୍ର ଏବଂ ତାହାର ନକଲମାନ, ସାଧାରଣ ସଂଘ ବୈଠକ ତାରିଖ ପୂର୍ବରୁ କମିଟିର ସଭାପତି ଏବଂ ପ୍ରତ୍ୟକ ସଭ୍ୟଙ୍କୁ ପୃଷ୍ଠାଙ୍କନ କରାଯିବ ;
  2. ସାଧାରଣ ସଂଘ ବୈଠକ ତାରିଖର ଦୁଇ ମାସ ପୂର୍ବରୁ ସଭ୍ୟମାନଙ୍କଠାରୁ ଧାରା ୨୯ ଉପ – ଧାରା (୨) ର ପ୍ରକାରଣ (କ), (ଞ୍ଜ), (ଠ) ଏବଂ (ଣ) ରେ ଉଲ୍ଲେଖିତ ବିଷୟବସ୍ତୁ ସମ୍ପର୍କୀୟ ସମସ୍ତ ପ୍ରସ୍ତାବମାନ ପ୍ରାପ୍ତ କରିବା ସହିତ ସେପରି ପ୍ରତ୍ୟକ ପ୍ରସ୍ତାବ ଉପରେ କମିଟିର ବିଚାର ବିବେଚନା :
  3. ଉଲ୍ଲେଖିଥାଉକି, ସମିତିର ଅନ୍ତତଃପକ୍ଷେ ୨୦ ଜଣ ସଭ୍ୟ ଅଥବା ସମିତିର ମୋଟ ସଂଖ୍ୟକ ସଭ୍ୟମାନଙ୍କ ମଧ୍ୟରୁ ଏକ – ତୃତୀୟାଂଶ ସଭ୍ୟଙ୍କର ଦସ୍ତଖତ କରାଯାଇ ମୁଖ୍ୟ ନିର୍ବାହୀ, (ଚିଫ୍ – ଏକଜିକ୍ୟୁଟିଭ୍) ଙ୍କୁ ଲିଖିତ ଭାବେ ଦିଆନଯିବା ପର୍ଯ୍ୟନ୍ତ ସେପରି କୌଣସି ପ୍ରସ୍ତାବ ଗ୍ରହଣ କରାଯିବ ନାହିଁ  ।
  4. ୩ ମାସ ଅଥବା ୩ ମାସରୁ ଅଧିକ ସମୟ ପାଇଁ ଖାଲି ପଡିଥିବା କମିଟିର ସଭ୍ୟପଦ ଏବଂ ସଭାପତି ପଦର ପ୍ରତ୍ୟକ ରିକ୍ତ ସ୍ଥାନ ସମ୍ପର୍କରେ ଏକ ପୁଙ୍ଖାନୁପୁଙ୍ଖ ରିପୋର୍ଟ ଏବଂ
  5. ସାଧାରଣ ସଂଘର ଶେଷ ବୈଠକରୁ ପ୍ରାପ୍ତବ୍ଯ ମହା ସମୀକ୍ଷକ (ଅଡିଟର - ଜେନେରାଲ)ଙ୍କ ବାର୍ଷିକ ରିପୋର୍ଟ ଏବଂ ସରକାରଙ୍କ ନିର୍ଦ୍ଦେଶନାମା ସମେତ ପ୍ରତ୍ୟକ ଅଡିଟ୍, ତଦାରଖ, ତଦନ୍ତ, ବାର୍ଷିକ – ରିପୋର୍ଟ ତା ସହିତ, ତଦୁପରି କମିଟି ଦ୍ଵାରା ଗ୍ରହଣ କରାଯାଇଥିବା କାର୍ଯ୍ୟଧାରାର ବିବରଣୀ

ଧାରା ୨୯ ଉପ – ଧାରା (୨) ର ଖଣ୍ଡ ବା ପ୍ରକରଣ ଅନୁଯାୟୀ ସାଧାରଣ ସଂଘ ଦ୍ଵାରା ସେପରି କୌଣସି ନିଅଣ୍ଟର କୌଣସି ସମୀକ୍ଷା ମଧ୍ୟରେ ଯଦି ସମିତିର କମିଟିର ଜଣେ ସଭ୍ୟ ଅଥବା ସଭାପତିଙ୍କ ଅସଫଳ କାରଣରୁ କୌଣସି କର୍ମ ସଂପାଦନରେ ନିଅଣ୍ଟ ପରିଲକ୍ଷିତ ହୁଏ ଯାହା କି କଥିତ ଖଣ୍ଡ ବା ପ୍ରକରଣ ଅନୁଯାୟୀ ସମିତିର କୌଣସି ସଭ୍ୟଙ୍କ ଉପରେ ବଣ୍ଟନୀୟ ନୁହେଁ ତେବେ ସାଧାରଣ ସଂଘ, କମିଟି ଅଥବା ମୁଖ୍ୟ ନିର୍ବାହୀ (ଚିଫ୍ – ଏକଜିକ୍ୟୁଟିଭ୍) ଙ୍କୁ ସେପରି ନିଅଣ୍ଟ ଅଥବା ତାହାର ଅଂଶବିଶେଷ କାନୁନୀ କାର୍ଯ୍ୟାନୁଷ୍ଠାନ ଦାଏର କରି ସେପରି ସଭ୍ୟଙ୍କ ନିକଟରୁ ଆଦାୟ କରିବା ନିମନ୍ତେ ନିର୍ଦ୍ଦେଶନାମା ଦେବେ ଅଥବା ଆଇନର ସମୁଚିତ ବା ଯଥାଯୋଗ୍ୟ ବ୍ୟବସ୍ଥାସମୂହ ଅନୁଯାୟୀ କମିଟି ଅଥବା ତାହାର ସଭ୍ୟ ଅଥବା ସଭାପତିଙ୍କ ବିରୁଦ୍ଧରେ ସେପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବନ୍ଧକଙ୍କୁ ଉପଦେଶ ଦେବେ  ।

ମୁଖ୍ୟନିର୍ବାହୀ (ଚିଫ୍ – ଏକଜିକ୍ୟୁଟିଭ୍) ତତ୍ କ୍ଷଣାତ ଉକ୍ତ ନିର୍ଦ୍ଦେଶନାମା ପାଳନ କରିବେ ଏବଂ କୌଣସି କ୍ଷେତ୍ରରେ ତାହା ସାଧାରଣ ସଂଘ ବୈଠକ ବସିବା ତାରିଖରୁ ଏକ ମାସ ସମୟ, ଯେଉଁ ସମୟରେ ନିର୍ଦ୍ଦେଶନାମା ଦିଆଯାଇଛି ରୁ କମ୍ ହେବ ନାହିଁ ।

ଯଦି କୌଣସି କାର୍ଯ୍ୟର ସଂପାଦନ ନିଅଣ୍ଟ ସମିତିର କୌଣସି ସଭ୍ୟ ଅଥବା ସଭ୍ୟମାନଙ୍କ ଉପରେ ବଣ୍ଟନୀୟ ହେବାର ପରିଲକ୍ଷିତ ହୁଏ ଏବଂ ଧାରା ୨୯ ଉପ-ଧାରା (୨) ର ଖଣ୍ଡ ବା ପ୍ରକରଣ (i) ଅନୁଯାୟୀ ସାଧାରଣ ସଂଘ ଦ୍ଵାରା ସେପରି ନିଅଣ୍ଟ ସମୀକ୍ଷା ସମୟ ମଧ୍ୟ ତଦନୁଯାୟୀ ବଣ୍ଟୁଆରା ହୁଏ, ତେବେ ସେପରି ବଣ୍ଟୁଆରା ନିଅଣ୍ଟ ସଂପୃକ୍ତ ସଭ୍ୟଙ୍କ ଦ୍ଵାରା ସମିତିକୁ ଦେୟଯୋଗ୍ୟ ପ୍ରାପ୍ୟ ବୋଲି ମନେ କରାଯିବ ତଥା ସେପରି ବଣ୍ଟୁଆରା ତାରିଖରୁ ଏକ ମାସ ସମୟ ମଧ୍ୟରେ ମୁଖ୍ୟ ନିର୍ବାହୀ (ଚିଫ୍ – ଏକଜିକ୍ୟୁଟିଭ୍)ଙ୍କ ଦ୍ଵାରା କାନୁନୀ କାର୍ଯ୍ୟାନୁଷ୍ଠାନ ଦାଏର କରାଯାଇ ଆଦାୟ କରାଯିବ  । (ଏସ୍.ଆର.ଓ. ସଂଖ୍ୟା ୧୭/୯୭, ତା.୨୩.୦୪.୧୯୯୭)

ଆଧାର – ଦ ଲ ହାଉସ

Last Modified : 2/6/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate