অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସମିତି ସମୂହର ପରିଚାଳନା(ଭାଗ – ୧)

ନିୟମ ୩୦. ସାଧାରଣ ଅଧିବେଶନରେ ମତଦାନ

  1. ଅଧିବେଶନରେ ଉପସ୍ଥିତ ଥିବା ପ୍ରତ୍ୟକ ସଦସ୍ୟ କେବଳ ଥରେ ମାତ୍ର ମତଦାନ କରିପାରିବେ  । ଏହି ନିୟମାବଳୀର ୧୪ ନିୟମରେ ନିର୍ଦ୍ଧାରିତ କରାଯାଇଥିବା ନିୟମ ବ୍ୟତୀତ, ସାଧାରଣ ସଂଘ ସମ୍ମୁଖରେ ଉପସ୍ଥାପିତ ପ୍ରତ୍ୟକ ପ୍ରଶ୍ନ, ଅଧିବେଶନର୍ରେ ଉପସ୍ଥିତ ଥିବା ସଂଖ୍ୟାଧିକ ସଦସ୍ୟଙ୍କ ଦ୍ଵାରା ମୀମାଂସା ବା ନିଷ୍ପତ୍ତି କରାଯିବା ସଙ୍ଗେ ସଙ୍ଗେ ମଧ୍ୟ ସେମାନେ ମତଦାନ (ଭୋଟ) କରିବେ  । ୧୦ ଜଣ ସଭ୍ୟଙ୍କ ଦାବୀ ନ କରିବା ପର୍ଯ୍ୟନ୍ତ ଗୃହୀତ କରାଯିବାର ସଭାପତି ଘୋଷଣା କରିବେ ଏବଂ ତା ଫଳରେ କାର୍ଯ୍ୟଧାରାର କାର୍ଯ୍ୟବିବରଣୀରେ ଲିପିବଦ୍ଧ କରାଯାଇଥିବା ସେଭଳି ପ୍ରସ୍ତାବର ବିଷୟବସ୍ତୁ ଉକ୍ତ ଆଇନ୍ ଉଦ୍ଦେଶ୍ୟରେ ଚୂଡାନ୍ତ ପ୍ରମାଣ ରୂପେ ଧରି ନିଆଯିବ  ।
  2. ଭୋଟ କରାଯିବାକୁ ଦାବୀ କରାଗଲେ ଉପବିଧିର ଯେ କୌଣସି ବ୍ୟବସ୍ଥାକୁ ଭିତ୍ତି କରି ଭୋଟ ଗ୍ରହଣ ଆରମ୍ଭ କରାଯିବ  ଏବଂ ସଭାପତି ନିର୍ଦ୍ଧାରିତ କରିଥିବା ଏବଂ ଭୋଟର ଫଳାଫଳ, ପ୍ରସ୍ତାବ ସମ୍ପର୍କରେ କରାଯାଇଥିବା ବିଚାରକୁ ମନେ କରାଯିବ  ।
  3. ଯଦି ଭୋଟ ନିଆଯାଏ ତେବେ ପ୍ରସ୍ତାବ ସପକ୍ଷରେ ଓ ବିପକ୍ଷରେ ସଦସ୍ୟମାନଙ୍କ ଦ୍ଵାରା ଦିଆଯାଇଥିବା ଭୋଟର ସଂଖ୍ୟା କାର୍ଯ୍ୟଧାରାର କାର୍ଯ୍ୟବିବରଣୀରେ ଲିପିବଦ୍ଧ ବା ରେକର୍ଡ କରାଯିବ  ।
  4. ପ୍ରସ୍ତାବ ସପକ୍ଷରେ କିମ୍ବା ବିପକ୍ଷରେ ସଦସ୍ୟ ସମୂହଙ୍କ ଦିଆଯାଇଥିବା ଭୋଟ ଯଦି ସମାନ ହୁଏ ତେବେ ନିଜର ନିର୍ଣ୍ଣାୟକ ଭୋଟ ବା ମତଦାନ କରିବେ  ।

ସଂଶୋଧନ – ୧୯୯୭

ନିୟମ ୩୦ର ସଂଶୋଧନ –

କଥିତ ନିୟମାବଳୀର ନିୟମ ୩୦ ନିମନ୍ତେ ନିମ୍ନଲିଖିତ ନିୟମାବଳୀ ପ୍ରତିସ୍ଥାପିତ ହେବ  । ଯଥା –

  1. “ ୩୦. ଉପ – ବିଧିର ସଂଶୋଧନ ବ୍ୟତୀତ ସାଧାରଣ ସଂଘ ର ଏକ ବୈଠକରେ ସମସ୍ତ ପ୍ରଶ୍ନମାନ ବୈଠକରେ ଉପସ୍ଥିତ ଥିବା ଏକ ମତଦାନ କରିଥିବା ସଭ୍ୟମାନଙ୍କର ଅଧିକାଂଶ ମତଦ୍ଵାରା ନିଷ୍ପତ୍ତି କରାଯିବ  ।
  2. ଧାରା ୨୦ ବ୍ୟବସ୍ଥା ସମୂହକୁ ଭିତ୍ତି କରି ମତଦାନ –
    • ବୈଠକରେ ଉପସ୍ଥିତ ସଭ୍ୟମାନଙ୍କ ଅନ୍ତତଃପକ୍ଷେ ଏକ – ଦଶମାଂଶ ସଭ୍ୟ ନିର୍ବାଚନ ପାଇଁ ଦାବୀ ନ କରିବା ପର୍ଯ୍ୟନ୍ତ ବୈଠକରେ ସଭାପତିତ୍ଵ କରୁଥିବା ବ୍ୟକ୍ତିଙ୍କ ନିର୍ଦ୍ଦେଶମତେ ସେପରି କୌଣସି ପଦ୍ଧତିରେ ହାତ ଦେଖାଇ ;
    • ନିର୍ବାଚନ କରାଯିବାକୁ ଦାବୀ କରାଗଲେ ଉପ – ବିଧିର ବ୍ୟବସ୍ଥା ସମୂହକୁ ଭିତ୍ତିକରି ଗୁପ୍ତା ଭୋଟଦାନ ଦ୍ଵାରା ଭୋଟ ଗ୍ରହଣ କରାଯିବ  ।
  3. ଉଭୟ ପଦ୍ଧତିରେ ଭୋଟ ସାରିବା ପରେ ବୈଠକର ସଭାପତି, ପ୍ରସ୍ତାବ ଗୃହୀତ ହୋଇଛି ଅଥବା ଆବଶ୍ୟକସ୍ଥଳେ ଗୃହୀତ ହୋଇନାହିଁ ତାହା ଘୋଷଣା କରିବେ ଏବଂ ତତ୍ ପରେ ଏହି ମର୍ମରେ ପ୍ରସ୍ତାବ ସପକ୍ଷରେ ଅଥବା ବିପକ୍ଷରେ ହୋଇଥିବା ଭୋଟ ସଂଖ୍ୟାକୁ ବୈଠକର କାର୍ଯ୍ୟ ବିବରଣୀରେ ଦରଜ କରିବେ, ଯାହାକି ସେପରି ଏକ ପ୍ରସ୍ତାବ ଗୃହୀତ ହୋଇଛି ଅଥବା ହୋଇନାହିଁ ଉକ୍ତ ତଥ୍ୟର ନିର୍ଣ୍ଣାୟକ ସାକ୍ଷ୍ୟ ହେବ  ।” (ଏସ୍.ଆର.ଓ. ସଂଖ୍ୟା ୧୭/୯୭, ତା. ୨୩.୦୪.୧୯୯୭)

ନିୟମ ୩୦ – କ. କମିଟିର ସଦସ୍ୟ ସମୂହଙ୍କ ନିର୍ବାଚନ –

  1. ସମିତିର କମିଟିର ସଦସ୍ୟ ସମୂହଙ୍କ ନିର୍ବାଚନ, ଏଥିରେ ନିର୍ଦ୍ଧାରିତ କରାଯାଇଥିବା ପଦ୍ଧତି ଅନୁଯାୟୀ କରାଯିବ  ।
  2. (୧-କ) ନିର୍ବାଚନ ପାଇଁ ସମିତିର ସାଧାରଣ ସଂଘ ଅଧିବେଶନର ତାରିଖ ସମ୍ପର୍କରେ ଘୋଷଣା ଏପରି ଅଧିବେଶନର ଦୁଇ ମାସ ପୂର୍ବରୁ ନିର୍ବାଚନ ଅଧିକାରୀ ସମ୍ପୃକ୍ତ ସମିତିର ଇଲାକାରେ ପ୍ରଚାରିତ ସମ୍ବାଦ ପତ୍ରରେ  କରାଇବେ କିମ୍ବା ସମିତିର ଏବଂ ଏହାର ଶାଖାମାନଙ୍କର ନୋଟିସ ବୋର୍ଡରେ ସେହି ତାରିଖ ସମ୍ପର୍କୀୟ ଏକ ନୋଟିସ ଦେବେ  ।
  3. ନିର୍ବାଚନ, ସମିତିର ସାଧାରଣ ସଂଘ ଅଧିବେଶନରେ କରାଯିବ ଏବଂ ଉପ – ବିଧିର ବ୍ୟବସ୍ଥା ସମୂହ ଆଇନ ଓ ନିୟମାବଳୀର ବିରୋଧୀ ନ ହୋଇ ପ୍ରଯୋଗ କରାଯିବ  ।
  4. ସାଧାରଣ ସଂଘ ଅଧିବେଶନର ନୋଟିସ ନିର୍ବାଚନ ଅଫିସରଙ୍କ ଦ୍ଵାରା ଜାରୀ କରାଯିବ  । ନୋଟିସରେ ନିମ୍ନଲିଖିତ ସଂବାଦ ଲିପିବଦ୍ଧ କରାଯିବ  । ଯଥା –
    • କେଉଁ ତାରିଖ, ସ୍ଥାନ ଏବଂ କେଉଁ ସମୟ ମଧ୍ୟରେ ମନୋନୟନପତ୍ର ଦାଖଲ କରାଯିବ,
    • କେଉଁ ତାରିଖ, ସ୍ଥାନ ଏବଂ କେଉଁ ସମୟ ମଧ୍ୟରେ ମନୋନୟନ ପତ୍ର ଯାଞ୍ଚ କରାଯିବ,
    • କେଉଁ ତାରିଖ, ସ୍ଥାନ ଏବଂ କେଉଁ ସମୟ ମଧ୍ୟରେ ଭୋଟଦାନ କାର୍ଯ୍ୟ (ଯଦି ଆବଶ୍ୟକତା ଥାଏ) ଆରମ୍ଭ କରାଯିବ,
    • କେଉଁ ସ୍ଥାନ ଏବଂ ସମୟ ମଧ୍ୟରେ ନିର୍ବାଚନ ନାମାବଳୀ ସଦସ୍ୟଙ୍କ ଦ୍ଵାରା ନିରୀକ୍ଷଣ କରାଯିବ,
    • ନିର୍ବାଚନ ଦ୍ଵାରା ଖାଲିଥିବା ସ୍ଥାନଗୁଡିକର ପୂରଣ ଏବମ ନିର୍ବାଚନ ମଣ୍ଡଳୀର କେଉଁ ସ୍ଥାନରୁ ସଦସ୍ୟ ନିର୍ବାଚନ ହେବେ  ।

ଆଇନ୍, ନିୟମାବଳୀ ଏବଂ ଉପବିଧିର ବ୍ୟବସ୍ଥାନୁଯାୟୀ କେଉଁ ସଦସ୍ୟ ନିର୍ବାଚନରେ ଭାଗ ନେଇପାରିବେ ଏବଂ ସେମାନଙ୍କର ଠିକଣା ନିର୍ବାଚନମଣ୍ଡଳୀ ଅନୁସାରେ ସମିତିର ସଂପାଦକ କିମ୍ବା ଏକଜିକ୍ୟୁଟିଭ୍ ଅଫିସରଙ୍କ ଦ୍ଵାରା ଚିଠା ପ୍ରସ୍ତୁତ କରାଯିବ  । ନିର୍ବାଚନ ପାଇଁ ନିର୍ଦ୍ଧାରିତ କରାଯାଇଥିବା ତାରିଖର ୩୦ ଦିନ ପୂର୍ବରୁ ଉପରୋକ୍ତ ଚିଠା ପ୍ରସ୍ତୁତ କରାଯିବ ଏବଂ ନିର୍ବାଚନ ପାଇଁ ନିର୍ଦ୍ଧାରିତ କରାଯାଇଥିବା ତାରିଖର ୩ ସପ୍ତାହ ପୂର୍ବରୁ ସମିତିର ମୁଖ୍ୟ କାର୍ଯ୍ୟାଳୟ ଏବଂ ଏହାର ଶାଖା କାର୍ଯ୍ୟାଳୟଙ୍କର ନୋଟିସ ବୋର୍ଡରେ ସେଭଳି ଚିଠାର ନକଲ୍ ଲାଟକାଇ ଦିଆଯିବ  ।

ଚିଠାରେ ପ୍ରକାଶିତ କୌଣସି ବିଷୟ ସମ୍ପର୍କରେ ଯଦି ଆପତ୍ତି କରାଯାଏ ତେବେ ପ୍ରକାଶନର ୭ଦିନ ମଧ୍ୟରେ ତାହା ନିର୍ବାଚନ ଅଫିସରଙ୍କ ଦ୍ଵାରା ମୀମାଂସା କରାଯିବ ଏବଂ ଚୂଡାନ୍ତ ଚିଠା ପ୍ରସ୍ତୁତ କରାଯାଇ ପୁନଶ୍ଚ ପ୍ରକାଶିତ ହେବ  ।

ପ୍ରାର୍ଥୀ ନିର୍ବାଚନରେ ଭାଗ ନେବାକୁ ଇଚ୍ଛୁକ ଥିବାର ଏକ ଘୋଷଣାନାମା ନିର୍ବାଚନ ଉଦ୍ଦେଶ୍ୟରେ ଦାଖଲ କରାଯାଇଥିବା ପ୍ରାର୍ଥୀପତ୍ରରେ ଅନ୍ତର୍ଭୁକ୍ତ କରାଯିବ ଏବଂ ତାହା (ଘୋଷଣାନାମା) ସମ୍ପୃକ୍ତ ପ୍ରାର୍ଥୀଙ୍କ ଦ୍ଵାରା ଦସ୍ତଖତ କରାଯିବ  ।

ନିର୍ବାଚନ ଅଫିସରଙ୍କ ସମ୍ମୁଖରେ ପ୍ରତ୍ୟକ ମନୋନୟନ ପତ୍ର ବା ପ୍ରାର୍ଥୀପତ୍ର ଉପସ୍ଥାପିତ କରାଯିବ  ।

ନିର୍ବାଚନ ଅଫିସର ମନୋନୟ ବା ପ୍ରାର୍ଥୀପତ୍ର ପାଇବା ପରେ, ସେ ସମସ୍ତ ଏକ ରେଜିଷ୍ଟର ସମୟ କ୍ରମାନୁଯାୟୀ ଲିପିବଦ୍ଧ କରିବେ। ନିର୍ଦ୍ଧାରିତ ତାରିଖ ଓ ସମୟ ପରେ କୌଣସି ମନୋନୟନ ପତ୍ର ଗ୍ରହଣ କରାଯିବ ନାହିଁ  । ରେଜିଷ୍ଟରରେ ନିମ୍ନଲିଖିତ ବିଷୟବସ୍ତୁ ଲିପିବଦ୍ଧ କରାଯିବ ଯଥା –

  1. ପ୍ରାର୍ଥୀଙ୍କ ନାମ,
  2. ପ୍ରସ୍ତବକାରୀଙ୍କ ନାମ,
  3. ସମର୍ଥକଙ୍କ ନାମ,
  4. ମନୋନୟନ ପତ୍ର ବା ପ୍ରାର୍ଥୀ ପତ୍ର ପାଇବାର ତାରିଖ ସମୟ, ଏବଂ
  5. ନିର୍ବାଚନ ଅଫିସରଙ୍କ ଦସ୍ତଖତ  ।

ମନୋନୟ ପତ୍ର ଦାଖଲ କରିବା ପାଇଁ ନିର୍ଦ୍ଧାରିତ କରାଯାଇଥିବା ସମୟ ବିଗତ ହେଲେ, ନିର୍ବାଚନ ଅଫିସର, ନିର୍ବାଚନ ମଣ୍ଡଳୀ ପାଇଁ ପାଇଥିବା ଶେଷୋକ୍ତ ମନୋନୟନ ପତ୍ର କିମ୍ବା ରେଜିଷ୍ଟରରେ ଶେଷରେ ଏକ ଅନୁପସ୍ଥ ରେଖା ରେଖାଙ୍କନ କରିବା ସଙ୍ଗେ ସଙ୍ଗେ ତଳେ ‘ମନୋନୟନ ପତ୍ର ଦାଖଲ ବନ୍ଦ’ କରାଯିବାର ଲେଖିବେ ଏବଂ ସେଥିରେ ସମୟ, ତାରିଖ ସହିତ ନିଜର ଦସ୍ତଖତ କରିବେ  । ମନୋନୟନ ପତ୍ର ଗ୍ରହଣ କରିବାର ସମୟ ଗତ ହେବା ପରେ କୌଣସି ମନୋନୟନ ପତ୍ର ଗ୍ରହଣ କରାଯିବ ନାହିଁ  ।

ମନୋନୟନପତ୍ରର ପରୀକ୍ଷା କରିବା ପାଇଁ ଏବଂ ମନୋନୟନପତ୍ରର ଦାଖଲ ପାଇଁ ନିର୍ଦ୍ଧାରିତ କରାଯାଇଥିବା ତାରିଖର ତିନି ଦିନ ମଧ୍ୟରେ ପ୍ରାର୍ଥୀଙ୍କ ମନୋନୟନପତ୍ରର ବୈଧତା ସମ୍ପର୍କରେ କୌଣସି ଆପତ୍ତି କରିବାକୁ ନିର୍ବାଚନ ଅଫିସର ନିର୍ବାଚନର ପ୍ରତିଯୋଗୀ ପ୍ରାର୍ଥୀମାନଙ୍କୁ ଯୁକ୍ତିଯୁକ୍ତ ସୁବିଧା ଦେବେ ଏବଂ ତାହାର ପ୍ରମାଣ ଦେବାକୁ ପ୍ରାର୍ଥୀମାନଙ୍କୁ ଜଣାଇବେ  ।

ମନୋନୟନପତ୍ର ବା ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ନିର୍ବାଚନ ଅଫିସର, ମନୋନୟନପତ୍ରର ସ୍ଵୀକୃତୀ କିମ୍ବା ନାମାଞ୍ଜୁର ଏବଂ ଓଡିଶା ସମବାୟ ସମିତି ଆଇନ୍, ନିୟମାବଳୀ ଏବଂ ସମିତିର ଉପବିଧି ଅନୁଯାୟୀ ପ୍ରାର୍ଥୀଙ୍କ ଦ୍ଵାରା ପ୍ରସ୍ତାବ କରାଯାଇଥିବା ପ୍ରତୀକ ଚିହ୍ନକୁ ଭିତ୍ତିକରି ତାଙ୍କର ବିଚାର ପୃଷ୍ଠାଙ୍କିତକରିବେ ଏବଂ ପ୍ରାର୍ଥୀପତ୍ର ଯଦି ନାମଞ୍ଜୁର କରାଯାଏ  ତେବେ ନିର୍ବାଚନ ଅଫିସର ନାମଞ୍ଜୁର କାରଣ ଲିପିବଦ୍ଧ କରିବେ  । ନିର୍ବାଚନ ଅଫିସର, ସମ୍ପୃକ୍ତ ପ୍ରାର୍ଥୀଙ୍କୁ ଦିଆଯାଇଥିବା ପ୍ରତୀକ ଚିହଣକୁ ଅନୁମୋଦନ କରିବେ କିମ୍ବା ଅନ୍ୟ କୌଣସି ପ୍ରତୀକ ଚିହ୍ନ ଦେବେ  ।

ମନୋନୟନ ପତ୍ର ଯାଞ୍ଚ ପରେ ଏବଂ ଭୋଟ ହେବାର ୨୪ଘଣ୍ଟା ପୂର୍ବରୁ ବୈଧ ମନୋନୟପତ୍ରର ଚିଠା ପ୍ରସ୍ତୁତ କରାଯାଇ ସମିତିର ନୋଟିସ ବୋର୍ଡ କିମ୍ବା ନିର୍ବାଚନ ଅଫିସରଙ୍କ ଦ୍ଵାରା ନିର୍ଦ୍ଧିଷ୍ଟ କରାଯାଇଥିବା ଅନ୍ୟାନ୍ୟ କୌଣସି ସ୍ଥାନରେ ଲଟକାଇ ଦିଆଯିବ  ।

ଯେ କୌଣସି ପ୍ରାର୍ଥୀ ତାଙ୍କର ମନୋନୟନପତ୍ର ବା ପ୍ରାର୍ଥୀପରତ୍ରଦାଖଲ କରିବା ପରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବାର ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ଯେ କୌଣସି ସମୟରେ ନିର୍ବାଚନ ଅଫିସରଙ୍କୁ, ତାଙ୍କର ସ୍ଵାକ୍ଷର ସହ ଏକ ଲିଖିତ ଚିଠି ଦେବା ପରେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରନ୍ତି  । ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବା ନିମନ୍ତେ ପ୍ରାର୍ଥୀଙ୍କ ଦ୍ଵାରା ଦିଆଯାଇଥିବା ଚିଠି, ଚୂଡାନ୍ତ ରୂପେ ଧରି ନିଆଯିବ  ।

ସମିତିର ନିୟମାବଳୀ ଓ ଉପବିଧିର ଅନ୍ୟ କୌଣସି ବ୍ୟବସ୍ଥା ସତ୍ତ୍ୱେ ଗୁପ୍ତା ମତଦାନ ଦ୍ଵାରା ଭୋଟ ଗ୍ରହଣ କାର୍ଯ୍ୟ ଆରମ୍ଭ କରାଯିବ।

ସମବେତ ଭୋଟରମାନଙ୍କୁ ଅଧିବେଶନର ବିଷୟ ବସ୍ତୁ ପୁଙ୍ଖାନୁପୁଙ୍ଖ ଭାବେ ବ୍ୟାଖ୍ୟା କରିବା ପରେ, ନିର୍ବାଚନ ଅଫିସର କିମ୍ବା ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଅନ୍ୟ ଯେ କୌଣସି ବ୍ୟକ୍ତିଙ୍କ ଦ୍ଵାରା ନିର୍ବାଚନ ବୈଠକର କାର୍ଯ୍ୟଧାରା ଆରମ୍ଭ କରାଯିବ  । ନିର୍ବାଚନ ଅଫିସର ବୈଠକର ଶାନ୍ତିଶୃଙ୍ଖଳା ରକ୍ଷା କରିବା ସଙ୍ଗେ ସଙ୍ଗେ ଯେପରି ଉତ୍ତମ ରୂପେ ପରିଚାଳନା କରାଯିବ  ତାହା ତଦାରଖ କରିବେ  । ସେ ମଧ୍ୟ ନିର୍ବାଚନ ଉଦ୍ଦେଶ୍ୟରେ ପୋଲିସର ସାହାଯ୍ୟ ସହଯୋଗ ନେଇପାରନ୍ତି  ।

ନିର୍ବାଚନ ପରିଚାଳନା ନିମନ୍ତେ ଆବଶ୍ୟକ ଭୋଟ ବାକ୍ସ, ଭୋଟ କାଗଜ ଚୂଡାନ୍ତ ଭୋଟତାଲିକାର ଏକକିତା ନକଲ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ସମିତିର ସଂପାଦକ କିମ୍ବା  ଏକଜିକ୍ୟୁଟିଭ୍ ଅଫିସରଙ୍କ ଦ୍ଵାରା ଯୋଗାଇ ଦିଆଯିବ  ।

ନିର୍ବାଚନ ଆରମ୍ଭ ହେବାର ଅବହ୍ୟହିତ ପୂର୍ବରୁ, ନିର୍ବାଚନ ଅଫିସର କିମ୍ବା ଅଧିବେଶନରେ ସଭାପତି ଆସନ ଗ୍ରହଣ କରିଥିବା ବ୍ୟକ୍ତି ଖାଲିଥିବା ଭୋଟ ବାକ୍ସକୁ ଉପସ୍ଥିତ ବ୍ୟକ୍ତିଙ୍କ ସମ୍ମୁଖରେ ଖୋଲି ଦେଖାଇବେ, ଅଣ୍ଡା କରିବେ ଏବଂ ସେଥିରେ ସିଲ୍ କରିବେ  ।

ପ୍ରାର୍ଥୀଙ୍କ ନାମ ସହିତ ପ୍ରାର୍ଥୀଙ୍କ ନିର୍ବାଚନ ସଙ୍କେତ, ସମ୍ପୃକ୍ତ ସମିତିର ସିଲ ନିର୍ବାଚନ ଅଫିସର ଅଥବା ଅଧିବେଶନରେ ସଭାପତିତ୍ଵ କରିଥିବା ବ୍ୟକ୍ତିଙ୍କ ଦସ୍ତଖତ ଏବଂ ନିର୍ବାଚନ ଅଫିସରଙ୍କ ଦ୍ଵାରା ଦିଆଯାଇଥିବା ଅନ୍ୟାନ୍ୟ ବିଶେଷ ଚିହ୍ନ ଭୋଟ କାଗଜରେ ଅନ୍ତର୍ଭୁକ୍ତ କରାଯିବ  ।

ଭୋଟ ନିମନ୍ତେ ଏକ ସମ୍ପୃକ୍ତ ଅଲଗା କୋଠରୀ କରାଯିବ, କେଉଁ କୋଠରୀରେ ସଦସ୍ୟ ସମୂହ ଗୋପନୀୟଭାବେ ସେମାନଙ୍କର ମତଦାନ କରିବେ ବା ଭୋଟ ଦେବେ  ।

ନିର୍ବାଚନ ଅଫିସର କିମ୍ବା ବୈଠକରେ ସଭାପତିତ୍ଵ କରୁଥିବା ବ୍ୟକ୍ତି ପ୍ରଦତ୍ତ ଭୋଟ ତାଲିକା ଅନୁଯାୟୀ ଭୋଟ ଦେବାକୁ ଆସିଥିବା ସଦସ୍ୟ ଜଣକ ଠିକ୍ ସେହି ବ୍ୟକ୍ତି ବୋଲି ଯଦି ସନ୍ତୁଷ୍ଟ ନ ହୁଅନ୍ତି, ତେବେ ତାଙ୍କୁ ଭୋଟ ଦେବା ପାଇଁ ଭୋଟ କାଗଜ ଦିଆଯିବ ନାହିଁ।

ଭୋଟ କାଗଜ ପାଇବା ପରେ ସଦସ୍ୟ ଭୋଟ ଦିଆଯାଉଥିବା କୋଠରୀକୁ ପ୍ରବେଶ କରିବେ  ଓ ତାଙ୍କର ଭୋଟଦାନ କରିବେ ଏବଂ ନିର୍ବାଚନ ଅଫିସରଙ୍କ ସମ୍ମୁଖରେ ଥିବା ଭୋଟ ବାକ୍ସ ମଧ୍ୟରେ ବ୍ୟାଲେଟ ପେପରକୁ ସାବଧାନା ତଥା ଗୁପ୍ତ ସହକାରରେ ଭୋଟ ବାକ୍ସ ମଧ୍ୟରେ ସନ୍ନିବିଷ୍ଟ କରିବେ  ।

ଶାରୀରିକ ଦୁର୍ବଳତା କିମ୍ବା ନିରକ୍ଷରତା କାରଣରୁ ଜାରି କୌଣସି ସଦସ୍ୟ ଭୋଗକାଗଜରେ ଚିହ୍ନ ଦେବାକୁ ଅକ୍ଷମ ହୁଅନ୍ତି ତେବେ ନିର୍ବାଚନ ଅଫିସର କିମ୍ବା ଅଧିବେଶନରେ ସଭାପତିତ୍ଵ କରୁଥିବା ବ୍ୟକ୍ତି ସଦସ୍ୟଙ୍କ ତରଫରୁ (ସଦସ୍ୟ କେଉଁ ପ୍ରାର୍ଥୀ କିମ୍ବା ପ୍ରାର୍ଥୀ ସମୂହଙ୍କୁ ଭୋଟ ଦେବାକୁ ଚାହାଁନ୍ତି ) ଭୋଟ ଦାନ କରିବା ଏବଂ ଭୋଟ ବାକ୍ସରେ ଭୋଟ କାଗଜକୁ ସନ୍ନିବିଷ୍ଟ କରିବେ  ।

ନିର୍ବାଚନ ଅଫିସର କିମ୍ବା ଅଧିବେଶନରେ ସଭାପତିତ୍ଵ କରିଥିବା ବ୍ୟକ୍ତି, ନୋଟିସରେ ନିର୍ଦ୍ଧାରିତ କରାଯାଇଥିବା ସମୟ ମଧ୍ୟରେ ଭୋଟ ଗ୍ରହଣ କେନ୍ଦ୍ର ବନ୍ଦ କରିବେ  ।

ଭୋଟ ଗ୍ରହଣ ନିମନ୍ତେ ନିର୍ଦ୍ଧାରିତ କରାଯାଇଥିବା ସମୟ ପରେ ଭୋଟ କାଗଜ ଦିଆଯିବ ନାହିଁ କିନ୍ତୁ କୌଣସି ଭୋଟର ଯଦି ନିର୍ଦ୍ଧାରିତ ସମୟ ପୂର୍ବରୁ ଭୋଟ କାଗଜ ପାଇଥାନ୍ତି ତେବେ ଭୋଟ ଦେବା ପାଇଁ ତାଙ୍କୁ ଯଥାର୍ଥ ସୁବିଧା ସୁଯୋଗ ଦିଆଯିବ  ।

ଯଦି କୌଣସି ନିର୍ବାଚନ ଅସାବଧାନତା କାରଣରୁ ଭୋଟ କାଗଜ ବ୍ୟବହାର କରିଥାଏ, ଯାହାକି ଭୋଟ କାଗଜ ରୂପେ ବ୍ୟବହାର କରାଯାଇ ନପାରେ, ତେବେ ସେଭଳି ବ୍ୟକ୍ତି ଭୋଟ କାଗଜକୁ ନିର୍ବାଚନ ଅଫିସର କିମ୍ବା ଅଧିବେଶନର ସଭାପତିତ୍ଵ କରିଥିବା ବ୍ୟକ୍ତିଙ୍କୁ ପ୍ରଦାନ କରିବେ  । ନିର୍ବାଚନ ଅଫିସର ଯଦି ବିଚାର କରନ୍ତି ଯେ ସେଭଳି ଭୋଟ କାଗଜ ବ୍ୟବହାର କରିହେବ ନାହିଁ ତେବେ ସେଭଳି ଭୋଟ କାଗଜ ତତ୍ କ୍ଷଣାତ ନିର୍ବାଚନ ଅଫିସର କିମ୍ବା ଅଧିବେଶନରେ ସଭାପତିତ୍ଵ କରିଥିବା ବ୍ୟକ୍ତିଙ୍କ ଦ୍ଵାରା ରଦ୍ଦ କରାଯିବ  ।

ଭୋଟଗ୍ରହଣ କରିବା ପରେ ତତ୍ କ୍ଷଣାତ ଭୋଟ ଗଣତି ଆରମ୍ଭ କରାଯିବ  । ନିର୍ବାଚନ ଅଫିସରଙ୍କ ଦ୍ଵାରା କିମ୍ବା ତାଙ୍କର ତତ୍ତ୍ଵାବଧାନରେ ଭୋଟ ଗଣତି କରାଯିବ  । ଭୋଟଗଣତି ସମୟରେ ପ୍ରତ୍ୟକ ପ୍ରାର୍ଥୀ ଉପସ୍ଥିତି ରହିବାକୁ ହକଦାର ଅଟନ୍ତି  ।

ଯେ କୌଣସି ଭୋଟ କାଗଜ ନିର୍ବାଚନ ଅଫିସରଙ୍କ ଦ୍ଵାରା ରଦ୍ଦ କରାଯିବ, ଯଦି –

  1. ସେଥିରେ ଏପରି କୌଣସି ଚିହ୍ନ, ଥିବ ଯାହାଦ୍ଵାରା କି ଭୋଟ ଦେଉଥିବା ସଦସ୍ୟ ଜଣାପଡୁଥିବ, କିମ୍ବା
  2. ସେଥିରେ ସମିତିର ସିଲ ନଥାଏ, କିମ୍ବା
  3. ନିର୍ବାଚନ ଅଫିସର କିମ୍ବା ଅଧିବେଶନରେ ସଭାପତିତ୍ଵ କରିଥିବା ବ୍ୟକ୍ତିଙ୍କ ଦସ୍ତଖତ ହୋଇ ନଥାଏ କିମ୍ବା ନିର୍ବାଚନ ଅଫିସରଙ୍କ ଦ୍ଵାରା ଦିଆଯାଇଥିବା ଅନ୍ୟାନ୍ୟ ବିଶେଷ ଚିହ୍ନ ନଥାଏ, କିମ୍ବା
  4. ଭୋଟ ଏପରିଭାବେ ଦିଆଯାଇଥିବ ଯଦ୍ୱାରା କେଉଁ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦିଆଯାଇଛି ସନ୍ଦେହ ସୃଷ୍ଟି ହେଉଥାଏ, କିମ୍ବା
  5. ମୋହର ମରାଯାଇ ନଥାଏ  ।
    • ନିର୍ବାଚନ ଅଫିସର ଭୋଟ ଗଣତି କରିବେ ଏବଂ ଫଳାଫଳ ଘୋଷଣା କରିବେ  । ନିର୍ବାଚନ ଅଫିସରଙ୍କ ଦ୍ଵାରା ସମିତିର କାର୍ଯ୍ୟ ବିବରଣୀ ବହିରେ କାର୍ଯ୍ୟଧାରା ରେକର୍ଡ ବା ଲିପିବଦ୍ଧ କରାଯିବା ସଙ୍ଗେ ସଙ୍ଗେ ସେଭଳି କାର୍ଯ୍ୟଧାରାର ନକଲ ନିବନ୍ଧକ, ଉପନିବନ୍ଧକ ଏବଂ ସହାୟକ ନିବନ୍ଧକ ସମୂହଙ୍କ ନିକଟକୁ ପଠାଇବେ  ।
    • ନିର୍ବାଚନ ଅଫିସର ଭିନ୍ନ ଯେ କୌଣସି ବ୍ୟକ୍ତି ଯେ କି ପ୍ରିଜାଇଡିଂ ଅଫିସର ରୂପେ କାର୍ଯ୍ୟ କରୁଥିବେ, ଯେ ଭୋଟ ଗ୍ରହଣ ପରେ ସିଲ୍ ହୋଇଥିବା ଭୋଟ ବାକ୍ସକୁ ନିର୍ବାଚନ ଅଫିସର ନିକଟରେ ଦାଖଲ କରିବେ  । ନିର୍ବାଚନ ଅଫିସର ଭୋଟ ଗଣତି କରିବ ସଙ୍ଗେ ସଙ୍ଗେ ଉପନିୟମ ୧୦ର ପ୍ରକରଣ ‘କ’ ପଦ୍ଧତି ଅନୁଯାୟୀ ଫଳାଫଳ ଘୋଷଣା କରିବେ  ।
    • ବହୁମତ ବା ଅଧିକାଂଶ ଭୋଟକୁ ଭିତ୍ତିକରି ଫଳାଫଳ ବିଚାର କରାଯିବ ଏବଂ ଦୁଇ କିମ୍ବା ଅଧିକ ପ୍ରାର୍ଥୀଙ୍କ ଭୋଟ ସମତା ଦ୍ରୁଷ୍ଟିରୁ ପ୍ରାର୍ଥୀଙ୍କର ଭାଗ୍ୟ ଦ୍ଵାରା ଫଳାଫଳ ଘୋଷଣା କରାଯିବ  । ପରନ୍ତୁ, ଶେଷ ସଭ୍ୟପଦ ନିମନ୍ତେ ସମାନ ଭୋଟ କେବଳ ଭାଗ୍ୟଦ୍ଵାରା ନିର୍ଣ୍ଣୟ କରାଯିବ  ।
    • ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ, ନିର୍ବାଚନ ଅଫିସର ତାଙ୍କଦ୍ଵାରା ଦିଆଯାଇଥିବା ଭୋଟ କାଗଜ ଦିଆଯାଇଥିବା, ଅସ୍ଵୀକାର କରାଯାଇଥିବା ଏବଂ ରଦ୍ଦ କରାଯାଇଥିବା ଭୋଟକାଗଜ ସହିତ ମିଳାଇବେ ଏବଂ ନିର୍ବାଚନ ଅଫିସରର ଯଦି ସେଥିରେ କୌଣସି ଅସାମଞ୍ଜସ୍ୟ ଉପଲବ୍ଧି କରନ୍ତି ତେବେ ସେ ସେହି ଦିନ ପୁନଶ୍ଚ ଭୋଟଦାନ ଭୋଟଦାନ କରିବାକୁ କିମ୍ବା ତାଙ୍କ ଦ୍ଵାରା ନିର୍ଦ୍ଧାରିତ କରାଯାଇଥିବା ଅନ୍ୟ ଦିନରେ ଭୋଟଦାନ କରିବାକୁ ଆଦେଶ ଦେବେ  ।
    • ନିର୍ବାଚନ ପରେ, ନିର୍ବାଚନ ଅଫିସର ଭୋଟ କାଗଜ ଏବଂ ନିର୍ବାଚନ ସମ୍ବନ୍ଧୀୟ ଅନ୍ୟାନ୍ୟ ରେକର୍ଡ ପତ୍ର ସମିତିର ସମ୍ପାଦକ ଓ ଏକ୍ ଜିକ୍ୟୁଟିଭ ଅଫିସରଙ୍କୁ ସମର୍ପଣ କରିବେ  । ସେଭଳି ଭୋଟ କାଗଜ ଏବଂ ଅନ୍ୟାନ୍ୟ ରେକର୍ଡ ପତ୍ରକୁ ସୁରକ୍ଷିତ ବାକ୍ସରେ ରଖାଯାଇ ତାଲା ପକାଯିବ ଏବଂ ସେଥିରେ ସମିତିର ସିଲ ନିର୍ବାଚନ ଅଫିସରଙ୍କ ସିଲ୍ ଏବଂ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କର ସିଲ ରହିବ  । ନିର୍ବାଚନ ସମ୍ପର୍କରେ ଯଦି କୌଣସି ବାଦବିବାଦ ନିବନ୍ଧକଙ୍କ ନିକଟରେ ଉଲ୍ଲେଖ କରା ନ ଯାଏ ତେବେ ନିର୍ବାଚନ ୩ ମାସ ଗତ ହେଲା ପରେ ବଳକା ଭୋଟ କାଗଜ କୁ ଅକାମି କରାଯିବ  ।

ନିୟମ ୩୦. – ଖ. ସଭାପତିଙ୍କ ନିର୍ବାଚନ –

  1. କମିଟିର ସଦସ୍ୟ ସମୂହଙ୍କ ନିର୍ବାଚନର ଠିକ୍ ପରେ ଏବଂ ସରକାରଙ୍କଟାରୁ ମନୋନୟନ (ଯଦି ଥାଏ) ପ୍ରାପ୍ତି ପରେ ନିର୍ବାଚନ ଅଫିସର ସମିତିର ସମ୍ପାଦକ କିମ୍ବା ଏକଜ୍ୟୁକୁଟିଭ ଅଫିସରଙ୍କ ସାହାଯ୍ୟ ଓ ସହଯୋଗରେ ସମିତିର ସଭାପତିଙ୍କ ନିର୍ବାଚନ ଉଦ୍ଦେଶ୍ୟରେ କମିଟିର ବୈଠକ  ଡାକିବାକୁ ବ୍ୟବସ୍ଥା କରିବେ  ।
  2. ନିର୍ବାଚନ ଅଫିସର ବୈଠକରେ ସଭାପତିତ୍ଵ କରିବେ ଏବଂ ସମିତିର ସଭାପତି ନିର୍ବାଚନ ନିମନ୍ତେ ମନୋନୟନ ପତ୍ର (ପ୍ରାର୍ଥୀ ପତ୍ର) ଦାଖଲ କରିବାକୁ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ ଦେବେ  ।
  3. ପ୍ରତ୍ୟକ ପ୍ରାର୍ଥୀଙ୍କ ନାମ କମିଟିର ଜଣେ ସଦସ୍ୟଙ୍କ ଦ୍ଵାରା ପ୍ରସ୍ତାବ କରାଯିବ  । ଏବଂ ବୈଠକରେ ଅନ୍ୟ ଜଣେ ସଦସ୍ୟଙ୍କ ଦ୍ଵାରା ତାହା ସମର୍ଥନ କରାଯିବ  । ପ୍ରସ୍ତାବିତ ଓ ସମର୍ଥିତ ପ୍ରତ୍ୟକ ପ୍ରାର୍ଥୀଙ୍କ ନାମ ନିର୍ବାଚନ ଅଫିସର ପଢି ଶୁଣାଇଦେବେ  । ଯେକୌଣସି ପ୍ରାର୍ଥୀ, ଭୋଟ ଆରମ୍ଭ ହେବ ପୂର୍ବରୁ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ  କିନ୍ତୁ ତତ୍ପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ନାହିଁ  ।
  4. ଯଦି କେବଳ ଗୋଟିଏ ପ୍ରାର୍ଥୀ ଯଥାବିଧି ମନୋନୀତ ହୁଅନ୍ତି ତେବେ ଭୋଟ ଗ୍ରହଣ କରାଯିବ ନାହିଁ ଏବଂ ସେଭଳି ପ୍ରାର୍ଥୀ ମନୋନୀତ ହେବାର ଘୋଷଣା କରାଯିବ  ।
  5. ଯଦି ଦୁଇ କିମ୍ବା ଅଧିକ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଥାଆନ୍ତି ତେବେ ଅଧିବେଶନରେ ଉପସ୍ଥିତ ଥିବା ସଦସ୍ୟଙ୍କ ଭୋଟ ନିଆଯିବ  ।
  6. ନିୟମ ୩୦- ‘କ’ ର ଉପନିୟମ (୯) ଓ (୧୦) ଅନ୍ତର୍ଗତ ବ୍ୟବସ୍ଥା ଆବଶ୍ୟକ ପରିବର୍ତ୍ତନ ସହିତ ଉକ୍ତ ନିର୍ବାଚନ ପ୍ରଯୁଜ୍ୟ ହେବ  ।
  7. ସମିତିର ଉପବିଧିର ଅନ୍ୟାନ୍ୟ ବ୍ୟବସ୍ଥା ବ୍ୟବସ୍ଥା ଆଇନ କିମ୍ବା ଏହି ନିୟମାବଳୀ ସହ ପରସ୍ପର ବିରୋଧୀ ନ ହୋଇ ଉକ୍ତ ନିର୍ବାଚନ ପ୍ରତି ପ୍ରଯୁଜ୍ୟ ହେବ  ।

ନିୟମ ୩୦ – ଗ. ବ୍ୟକ୍ତିଗତ ସଦସ୍ୟଙ୍କ ପ୍ରତିନିଧିତ୍ଵ -

କ୍ରୟ ବିକ୍ରୟ ବା (ମାର୍କେଟିଂ) ସମିତିର ଯେ କୌଣସି ବ୍ୟକ୍ତିଗତ ସଦସ୍ୟ ଉପରୋକ୍ତ ସମିତିର କମିଟିରେ ସଦସ୍ୟ ସଦୃଶ ପ୍ରତିନିଧିତ୍ଵ କରିବାକୁ ଯୋଗ୍ୟ ବିବେଚିତ ହେବେ କିମ୍ବା ବ୍ୟକ୍ତିଗତ ସଦୃଶ ତାଙ୍କର ପ୍ରତିନିଧିତ୍ଵ ବଜାୟ ରଖିବେ ଧାରା ୨୮(୨) ର (ଖ) ପ୍ରକରଣ ଅନୁଯାୟୀ ସେଭଳି ସମିତି ତା’ର ଉତ୍ପନ୍ନ ଦ୍ରବ୍ୟକୁ ସିଧାସଳଖ କିମ୍ବା ପ୍ରାଥମିକ ଜମା ସମିତି ଦ୍ଵାରା ନିମ୍ନଲିଖିତ ପଦ୍ଧତି ଅନୁଯାୟୀ କ୍ରୟ କରିପାରିବେ –

  1. ଯଦି କୌଣସି ବ୍ୟକ୍ତିଗତ ସଦସ୍ୟ ମାର୍କେଟିଂ  (କ୍ରୟ ବିକ୍ରୟ) କମିଟିର ନିର୍ବାଚନରେ ପ୍ରତିଯୋଗିତା କରିବାକୁ ଇଚ୍ଛା କରନ୍ତି ତେବେ ତାଙ୍କ ମାଲିକାନାରେ ଥିବା ସମୁଦାୟ ଜମିର ପରିମାଣ ଓ ଅବିଭକ୍ତ ପରିବାରରେ ଥିବା ଜମିର ପରିମାଣ ଓ ତତ୍ ସହିତ ନିବନ୍ଧକଙ୍କ ନିର୍ଦ୍ଧାରିତ କରାଯାଇଥିବା ଫାରମରେ ତାଙ୍କର ନିର୍ଦ୍ଧାରିତ ଶ୍ରେଣୀୟ ଜମି ଉଲ୍ଲେଖକରି କମିଟି ଭାଙ୍ଗିବାର ୨ ମାସ ପୂର୍ବରୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଯଥାବିଧି ଏକ ଶପଥପତ୍ର ଦାଖଲ କରିବାକୁ ବିଳମ୍ବ କରନ୍ତି ତେବେ ନ୍ୟାୟସଙ୍ଗତ ଦୃଷ୍ଟିରୁ ନିର୍ବାଚନ ଅଫିସର ତାଙ୍କୁ ପନ୍ଦର ଦିନ ପାଇଁ ରିହାତି ଦେଇପାରନ୍ତି  । ନିବନ୍ଧକଙ୍କ ଦ୍ଵାରା ନିର୍ଦ୍ଧାରିତ କରାଯାଇଥିବା ମୂଲ୍ୟ ଦେଇ ଯେ କୌଣସି ବ୍ୟକ୍ତିଗତ ସଦସ୍ୟ ଶପଥପତ୍ରର ନକଲ ନେଇ ପାରନ୍ତି  ।
  2. ସ୍ପଷ୍ଟୀକରଣ – “ଶ୍ରେଣୀ ଜମି” ଅର୍ଥାତ୍ ଭୂ- ସଂସ୍କାର ଆଇନ, ୧୯୬୦ରେ ଦର୍ଶାଯାଇଥିବା ଶ୍ରେଣୀୟ ଜମି  ।
  3. ଓଡିଶା ସମବାୟ ସ୍ମୟତି (ଦ୍ଵିତୀୟ ସଂଶୋଧନ) ଅର୍ଡିନାନ୍ସ ୧୯୭। ପ୍ରବର୍ତ୍ତନ ସମୟରେ ମାର୍କେଟିଂ (କ୍ରୟ - ବିକ୍ରୟ) ସମିତିର କମିଟିରେ ସଦସ୍ୟ ପଦ ବଜାୟ ରଖିଥିବା ପ୍ରତ୍ୟକ ବ୍ୟକ୍ତିଗତ ସଦସ୍ୟ ନିର୍ଦ୍ଧାରିତ ଫାରମରେ ଉପରୋକ୍ତ ଉପ – ପ୍ରକରଣ ‘କ’ ରେ ପୁଙ୍ଖାନୁପୁଙ୍ଖ ଭାବେ ବର୍ଣ୍ଣନା କରାଯାଇଥିବା ବିଷୟବସ୍ତୁ ଓ ଓଡିଶା ସମବାୟ ସମିତି ଦ୍ଵିତୀୟ ସଂଶୋଧନ ଆର୍ଡିନାନ୍ସ ୧୯୭୦ର ଧାରା ୨୮ ଉପଧାରା ୨-କ ଓ ୨-ଖ ଅନୁଯାୟୀ, ଏହି ଆର୍ଡିନାନ୍ସ ପ୍ରଚଳିତ ହେବାର ଏକ ମାସ ମଧ୍ୟରେ ମାର୍କେଟିଂ ସୋସାଇଟର ଏକଜିକ୍ୟୁଟିଭ ଅଫିସର କିମ୍ବା ସମ୍ପାଦକଙ୍କ ସମ୍ମୁଖରେ ଏକ ଶପଥପତ୍ର ଦାଖଲ କରିବେ  ।
  4. ପ୍ରକରଣ ‘କ’ ଅନୁଯାୟୀ ଶପଥପତ୍ର ଦାଖଲ କରିଥିବା ସେଭଳି ବ୍ୟକ୍ତିଗତ ସଦସ୍ୟା ଯଦି ଅଯୋଗ୍ୟ ବିବେଚିତ ନ ହୁଅନ୍ତି ତେବେ ସେଭଳି ବ୍ୟକ୍ତି, ବ୍ୟକ୍ତିଗତ ସଦସ୍ୟ ନିର୍ବାଚନ ମଣ୍ଡଳୀକୁ ପ୍ରତିଯୋଗିତା କରିବାକୁ ଯୋଗ୍ୟ ବିବେଚିତ ହେବେ  ।
  5. ସମିତିର ସମ୍ପାଦକ ଶପଥପତ୍ର ଦାଖଲ କରିଥିବା ସଦସ୍ୟମାନଙ୍କ ଦ୍ଵାରା କ୍ରୟ ବିକ୍ରୟ କରାଯାଇଥିବା ଉତ୍ପନ୍ନ ଦ୍ରବ୍ୟର ମୂଲ୍ୟ ଉଲ୍ଲେଖ କରି ଏକ ବିବରଣୀ ସହ ସେପରି ସଦସ୍ୟମାନଙ୍କର ଶପଥପତ୍ରର ପ୍ରାମାଣିକ ନକଲ ଭୋଟ ଗ୍ରହଣ ଅନୁଷ୍ଠିତ ହେବାର ପନ୍ଦର ଦିନ ପୁରରୁ ନିର୍ବାଚନ ଅଫିସରଙ୍କ ନିକଟକୁ ପଠାଇବେ ଯାହାକି ନିର୍ବାଚନ ଅଫିସରଙ୍କ ଦ୍ଵାରା ଯାଞ୍ଚ ପାଇଁ ବ୍ୟବହୃତ ହେବ  ।
  6. ମନୋନୀତ ହେବାକୁ ଯୋଗ୍ୟ ବିବେଚିତ ବ୍ୟକ୍ତିଗତ ସଦସ୍ୟ କିମ୍ବା ମାର୍କେଟିଂ ସମିତିର କମିଟିର ସଦସ୍ୟ ପଦ ବଜାୟ ରଖିଥିବା ବ୍ୟକ୍ତିଗତ ସଦସ୍ୟ, ତାଙ୍କର ଉତ୍ପନ୍ନ ଦ୍ରବ୍ୟ ପୂର୍ବବର୍ତ୍ତୀ ୨ଟି ସମବାୟ ବର୍ଷମାନଙ୍କ ନିମନ୍ତେ ନିମ୍ନଲିଖିତ ଦରରେ କ୍ରୟ ବିକ୍ରୟ ଅରିପାରନ୍ତି  । ଯଥା –
    • ଷ୍ଟାଣ୍ଡାର୍ଡ ଏକର ପର୍ଯ୍ୟନ୍ତ ଜମିର ମାଲିକ ଥିବା ସଦସ୍ୟ, ଦୁଇ କୁଇଣ୍ଟାଲ ଧାନର ମୂଲ୍ୟ ଯାହାହେବ ସେହି ମୂଲ୍ୟରେ ଉତ୍ପନ୍ନ ଦ୍ରବ୍ୟ  ।
    • ପାଞ୍ଚ ଷ୍ଟାଣ୍ଡାର୍ଡ ଏକକରୁ ସାଢେ ସାତ ଏକର ପର୍ଯ୍ୟନ୍ତ ଜମିର ମାଲିକ ପର୍ଯ୍ୟନ୍ତ ଜମିର ମାଲିକ ଥିବା ସଦସ୍ୟ ପାଞ୍ଚ ଷ୍ଟାଣ୍ଡାର୍ଡ ଏକର ପରେ ପ୍ରତ୍ୟକ ଅତିରିକ୍ତ ଷ୍ଟାଣ୍ଡାର୍ଡ ଏକର ପାଇଁ ଦୁଇ କୁଇଣ୍ଟାଲ ଧାନର ମୂଲ୍ୟ ଯାହା ହେବ ସେହି ମୂଲ୍ୟର ଉତ୍ପନ୍ନ ଦ୍ରବ୍ୟ  ।
    • ସାଢେ ସାତ ଷ୍ଟାଣ୍ଡାର୍ଡ ଏକର ଜମିରୁ ଉର୍ଦ୍ଧ୍ଵ ମାଲିକ ଥିବା ସଦସ୍ୟ, ସାଢେ ସାତ ଷ୍ଟାଣ୍ଡାର୍ଡ ଏକରରୁ ଉର୍ଦ୍ଧ୍ଵ ପ୍ରତ୍ୟକ ଅତିରିକ୍ତ ଷ୍ଟାଣ୍ଡାର୍ଡ ଏକର ଜମିପାଇଁ ତିନି କୁଇଣ୍ଟାଲ ଧାନର ମୂଲ୍ୟ ଯାହା ହେବ ସେହି ମୂଲ୍ୟର ଉତ୍ପନ୍ନ ଦ୍ରବ୍ୟ  ।
    • ପ୍ରତ୍ୟକ ସମବାୟ ବର୍ଷ ନିମନ୍ତେ ନିବନ୍ଧକ ଧାନର କୁଇଣ୍ଟାଲର ଦର ଘୋଷଣା କରିବେ  ।
    • ଯଦି କ୍ରୟ ବିକ୍ରୟ ବା (ମାର୍କେଟିଂ) ସମିତିର କମିଟି ନିମନ୍ତେ କୌଣସି ସଦସ୍ୟ ପ୍ରାର୍ଥୀ ରୂପେ ଯୋଗ୍ୟ ବିବେଚିତ ନ ହୁଅନ୍ତି ତେବେ ଉପବିଧିରେ ସଦସ୍ୟଙ୍କ ନିମନ୍ତେ ଦିଆଯାଇଥିବା ପ୍ରାର୍ଥୀପତ୍ରର ସଂଖ୍ୟା ସମିତିର ପରବର୍ତ୍ତୀ ବାର୍ଷିକ ସାଧାରଣ ସଂଘ ଅଧିବେଶନ ପର୍ଯ୍ୟନ୍ତ ଖାଲି ପଡିବ, ଯଦି ସମ୍ଭବ ହୁଏ ଶୂନ୍ୟ ସ୍ଥାନ ପୂରଣ କରାଯାଇ ପାରେ ମାତ୍ର ସେଭଳି ଶୂନ୍ୟ ସ୍ଥାନ କମିଟିର କାର୍ଯ୍ୟ ସଂପାଦନରେ ବ୍ୟାଘାତ ସୃଷ୍ଟି କରିବ ନାହିଁ  ।

ନିୟମ ୩୧. ପ୍ରାଥମିକ ବା ପ୍ରାରମ୍ଭିକ କମିଟି

ସମବାୟ ସମିତି ଆଇନ ପ୍ରଚଳିତ ହେବା ପରେ ଯଦି କୌଣସି ସମିତି ନିବନ୍ଧିତ କରାଯାଇଥାଏ, ତେବେ ଆବେଦନକାରୀ (ସମିତିର ନିବନ୍ଧନ ନିମନ୍ତେ ଆବେଦନ କରିଥିବା ବ୍ୟକ୍ତି ) ୩ ମାସ ନିମନ୍ତେ କିମ୍ବା ଏହାଠାରୁ ଅଧିକ ସମୟ ନିମନ୍ତେ (ଯେପରି ଭାବେ ରେଜିଷ୍ଟାର ସ୍ଥିର କରିବେ) ସମିତିର କାର୍ଯ୍ୟ ପରିଚାଳନା କରିବାକୁ ଏକ ପ୍ରାଥମିକ କମିଟି ନିର୍ବାଚିତ କରିପାରନ୍ତି  । (ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୫୦୦, ତା.୨୩.୪.୧୯୯୭ ଦ୍ଵାରା ପ୍ରତିସ୍ଥାପିତ)

ପରନ୍ତୁ, କମିଟି ଗଠିତ ହେବା ପରେ ପ୍ରାରମ୍ଭିକ କମିଟି ସମିତିର ଉପ – ବିଧି ନିୟମାନୁଯାୟୀ କାର୍ଯ୍ୟକ୍ରମ ବନ୍ଦ ରଖିବେ  ।

ସଂଶୋଧନ – ୧୯୯୭

ନିୟମ ୩୧ର ସଂଶୋଧନ

କଥିତ ନିୟମାବଳୀର ନିୟମ ୩୧ ନିମନ୍ତେ ନିମ୍ନଲିଖିତ ନିୟମାବଳୀ ପ୍ରତିସ୍ଥାପିତ ହେବ  । ଯଥା –

“୩୧. କମିଟି ପ୍ରତି ମୁଖ୍ୟ ନିର୍ବାହୀଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ଵମାନ –

  1. କମିଟିର ପ୍ରତ୍ୟକ ବୈଠକ ସମ୍ମୁଖରେ ନିମ୍ନଲିଖିତ ବିଷୟବସ୍ତୁମାନ ଉପସ୍ଥାପିତ କରିବା ମୁଖ୍ୟ ନିର୍ବାହୀ (ଟିଫ୍ – ଏକଜିକ୍ୟୁଟିଭ) ଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ଵ ଅଟେ  । ଯଥା –
    • ବୈଠକ ବସିବା ତାରିଖ ପର୍ଯ୍ୟନ୍ତ ସଭ୍ୟପଦ ଏବଂ ଋଣ ନିମନ୍ତେ ପ୍ରାପ୍ତ ଓ ଫଏସଲା ହୋଇ ନଥିବା ସମସ୍ତ ଆବେଦନମାନ,
    • ଯେଉଁ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କୌଣସି ଋଣ ଅଥବା ସମିତିର ଦାବୀ ଅଥବା କାନୁନୀ କାର୍ଯ୍ୟାନୁଷ୍ଠାନ ଦାଏର ଅଥବା ଆପୋଷ ନିଷ୍ପତ୍ତି ବା ରଫା ହୋଇଥିବ, ସେହି ବ୍ୟକ୍ତିଙ୍କ ଉପରେ ଏକ ବିବରଣୀ;
    • ସମିତି ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନରେ ପ୍ରାପ୍ତ ସମସ୍ତ ନୋଟିସ୍ ତା’ ସହିତ ଶେଷ ବୈଠକ ତାରିଖ ପର୍ଯ୍ୟନ୍ତ ତଦନୁଯାୟୀ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ଏକ ବିବରଣୀ ;
    • ଆଇନାନୁଯାୟୀ କୌଣସି କର୍ତ୍ତୃପକ୍ଷଙ୍କଠାରୁ ଶେଷ ବୈଠକ ତାରିଖ ପର୍ଯ୍ୟନ୍ତ ପ୍ରାପ୍ତ ସମସ୍ତ ଅଡିଟ, ତଦାରଖ, ତଦନ୍ତ, ରିପୋର୍ଟ ଅଧିଗ୍ରହଣ ଏବଂ ନିର୍ଦ୍ଦେଶାନାମା ତତ୍ ସହିତ ତାହା ପାଳନ କରିବାକୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଏକ ବିବରଣୀ ;
    • ଆଇନ, ନିୟମାବଳୀ ଏବଂ ଉପବିଧିର ବ୍ୟବସ୍ଥାନୁଯାୟୀ କମିଟିର ଯେଉଁସବୁ ବିଷୟ ବସ୍ତୁ ଉପରେ କ୍ଷମତା ପ୍ରୟୋଗ ଅଥବା କର୍ତ୍ତବ୍ୟ ପାଳନ କରିବାକୁ ଅଛି, ସେହିସବୁ ବିଷୟବସ୍ତୁ ସମ୍ପର୍କରେ କମିଟି ଦ୍ଵାରା ଆବଶ୍ୟକମତେ, ସେପରି ବିବରଣୀ, ରିପୋର୍ଟ, ରିଟର୍ଣ୍ଣ ଏବଂ ସୂଚନା  ।
  2. ଏକ ସମବାୟ ବର୍ଷ ପାଇଁ ଗୋଟିଏ ସମିତିର ବାର୍ଷିକ ବଜେଟ୍ ସମବାୟ ବର୍ଷ ଆରମ୍ଭ ପୂର୍ବରୁ କମିଟି ଦ୍ଵାରା ପ୍ରସ୍ତୁତ ଏବଂ ସାଧାରଣ ସଂଘ ଦ୍ଵାରା ଅନୁମୋଦିତ କରାଯିବ  ।
    • ଏକ ପ୍ରାଥମିକ କୃଷି – ଋଣ ସମବାୟ ସମିତି, ସେବା ସମବାୟ ସମିତି, କୃଶକ ସେବା ସମବାୟ ସମିତି ଏବଂ ଏକ ବୃହଦାକାର ଆଦିବାସୀ ବହୁମୁଖୀ  ସମବାଯ ସମିତି  ।
    • ଏକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ;
    • ଏକ ସମବାୟ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କର ସେପରି କୌଣସି ବଜେଟ୍, ଖଣ୍ଡ  ବା ପ୍ରକରଣ (କ)ରେ ଉଲ୍ଲେଖିତ ସମିତିମାନଙ୍କ ସମ୍ପର୍କରେ ସ୍ଵ ସ୍ଵ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ପ୍ରକରଣ (ଖ) ରେ ଉଲ୍ଲେଖିତ ବ୍ୟାଙ୍କ ସମ୍ପର୍କରେ ଓଡିଶା ରାଜ୍ୟ ବ୍ୟାଙ୍କ ଏବଂ ପ୍ରକରଣ (ଗ) ରେ ଉଲ୍ଲେଖିତ ବ୍ୟାଙ୍କ ସମ୍ପର୍କରେ ଓଡିଶା ସମବାୟ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କର ପୂର୍ବ ସହମତି ବ୍ୟତୀତ ଅନୁମୋଦିତ ହେବ  ।
  3. “ଉପ – ବିଧିରେ ଉଲ୍ଲେଖିତ ପ୍ରକାରେ ଏକ ସମିତି ତାହାର ବ୍ୟୟ ପାଇଁ କମିଟିର ଅନୁମତି ଆବଶ୍ୟକ କରିବ।” (ଏସ୍.ଆର.ଓ. ସଂଖ୍ୟା ୧୭/୯୭, ତା. ୨୩.୦୪.୧୯୯୭)

ନିୟମ ୩୨. ପ୍ରଥମ ସାଧାରଣ ସଂଘ ବୈଠକ

ସମିତି ନିବନ୍ଧନ ତାରିଖରୁ ୩ ମାସ ମଧ୍ୟରେ ସଂଗଠନ ପ୍ରଥମ ସାଧାରଣ ସଂଘ ଅଧିବେଶନ ଆହ୍ଵାନ କରିବେ ବା ଡାକିବେ  । ସମିତିର ନିବନ୍ଧନ ନିମନ୍ତେ ଆବେଦନର କରିଥିବା ପ୍ରତ୍ୟକ ବ୍ୟକ୍ତି ସେଭଳି ଅଧିବେଶନରେ ଯୋଗଦେବେ  । ଯଦି, ସଂଗଠନ ବୈଠକ ଡାକିବାକୁ ଅକୃତକାର୍ଯ୍ୟ ବା ଅକ୍ଷମ ହୁଅନ୍ତି, ତେବେ ସେଥି  ନିମନ୍ତେ ନିବନ୍ଧକଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଯେ କୌଣସି ବ୍ୟକ୍ତି ବୈଠକ ଡାକିପାରିବେ  । ପ୍ରଥମ ସାଧାରଣ ସଂଘ ଅଧିବେଶନରେ ନିମ୍ନଲିଖିତ କାରବାର ସମ୍ପର୍କୀୟ ବିଷୟବସ୍ତୁ କାର୍ଯ୍ୟକାରୀ କରାଯିବ  । ଯଥା –

  • ବୈଠକ ନିମନ୍ତେ ସଭାପତିଙ୍କ ନିର୍ବାଚନ ;
  • ନିବନ୍ଧକଙ୍କ ଦ୍ଵାରା ଅନୁମୋଦିତ ଉପବିଧିର ଅଙ୍ଗୀକାର ;
  • ନୂତନ ସଦସ୍ୟଙ୍କ ପ୍ରବେଶ ;
  • ହିସାବର ବିବରଣୀ ପାଇବା ପରେ ଏବଂ ବୈଠକ ବସିବା ପର୍ଯ୍ୟନ୍ତ ସଂଗଠକଙ୍କ ଦ୍ଵାରା ଲିପିବଦ୍ଧ କରାଯାଇଥିବା ପ୍ରତ୍ୟକ କାର୍ଯ୍ୟକ୍ରମର ରିପୋର୍ଟ ;
  • କମିଟିର ନିର୍ବାଚନ ଏବଂ ଯଦି ନିର୍ବାଚନ କରା ନ ଯାଏ, ତେବେ ପ୍ରାଥମିକ କମିଟିର ପୁନର୍ଗଠନ ;
  • ଋଣ କରାଯାଇଥିବା ଫଣ୍ଡସର ସୀମା ନିର୍ଦ୍ଧାରଣ ;
  • ଉପବିଧିର ନିର୍ଦ୍ଧିଷ୍ଟଭାବରେ ଉଲ୍ଲେଖିତ କରାଯାଇଥିବା ଅନ୍ୟାନ୍ୟ ବିଷୟବସ୍ତୁ ;

ସଂଶୋଧନ – ୧୯୯୭

ନିୟମ ୩୨ର ସଂଶୋଧନ –

କଥିତ ନିୟମାବଳୀର ନିୟମ ୩୨ ତତ୍ ସହିତ ଶୀର୍ଷକ ନିମନ୍ତେ ନିମ୍ନଲିଖିତ ନିୟମ ଏବଂ ଶୀର୍ଷକ ପ୍ରତିସ୍ଥାପିତ ହେବ  । ଯଥା –

“୩୨.ଅସ୍ଥାୟୀଭାବରେ ନିବନ୍ଧିତ ସମିତିର ପ୍ରଥମ ସାଧାରଣ ସଂଘ ବୈଠକ – ଏକ ସମିତି ଯେଉଁ ତାରିଖରୁ ଅସ୍ଥାୟୀଭାବେ ନିବନ୍ଧିତ ହୋଇଛି ଅଥବା ସେପରି ନିବନ୍ଧିତ ହେବାକୁ ଅଛି ସେ ତାରିଖରୁ ୩ ମାସ ମଧ୍ୟରେ ପ୍ରାଥମିକ କମିଟିର ସଭାପତି ସମସ୍ତ ସଭ୍ୟଙ୍କୁ ନେଇ ପ୍ରଥମ ସାଧାରଣ ସଂଘ ବୈଠକ ଡାକିବେ ଏବଂ ଅସ୍ଥାୟୀଭାବରେ ସମିତି ନିବନ୍ଧନ କରିବା ସମୟରେ ନିବନ୍ଧକଙ୍କ ଦ୍ଵାରା ଅନୁମୋଦିତ ମତେ ହିସାବ, ଗ୍ରହଣ କରାଯାଇଥିବା କାର୍ଯ୍ୟପନ୍ଥା, ଯଦିଥାଏ, ରିପୋର୍ଟ କରାଯାଇଥିବା ନେଣ – ଦେଣ କାରବାରର ଏକ ବିବରଣୀ ସେପରି ବୈଠକ ସମ୍ମୁଖରେ ଉପସ୍ଥାପିତ କରିବେ  ।” (ଏସ୍.ଆର.ଓ. ସଂଖ୍ୟା ୧୭/୯୭, ତା. ୨୩.୦୪.୧୯୯୭)

ନିୟମ ୩୩. କମିଟିର କ୍ଷମତା

ସମିତିର କମିଟି ନିମ୍ନଲିଖିତ କ୍ଷମତା ପ୍ରୟୋଗ କରିପାରନ୍ତି, ଯଥା –

  1. ନୂତନ ସଦସ୍ୟ ଗ୍ରହଣ ଏବଂ ଅଂଶ ନିମନ୍ତେ କରାଯାଇଥିବା ଆବେଦନର ବିଚାର ;
  2. ଉପ – ବିଧି ଅନୁଯାୟୀ ପୁଞ୍ଜି ଉଠାଇବା କିମ୍ବା ପୁଞ୍ଜି ଲଗାଇବା ;
  3. ସମିତିର କୌଣସି ଋଣ କିମ୍ବା ଦାବିକୁ କାର୍ଯ୍ୟକାରୀ କରାଇବା କିମ୍ବା ଆଇନାନୁମୋଦିତ କାର୍ଯ୍ୟଧାରା ଦାଏର କରିବା କିମ୍ବା ତହିଁରୁ ପ୍ରତିପକ୍ଷ ଜବାବ ଦେବା, ପ୍ରତିବାଦ କିମ୍ବା ତହିଁରୁ ଆପୋଷ ମୀମାଂସା କରିବା ;
  4. ସମିତିର କାର୍ଯ୍ୟ ପରିଚାଳନା ନିମନ୍ତେ ବୈତନିକ କି ଅବୈତନିକ ଅଫିସର କିମ୍ବା ଅନ୍ୟାନ୍ୟ କର୍ମଚାରୀବୃନ୍ଦ ନିଯୁକ୍ତ କରିପାରନ୍ତି ଏବଂ ତାଙ୍କର କର୍ତ୍ତବ୍ୟ ସେବାସର୍ତ୍ତ, ଅବକାଶ ପରିମୁକ୍ତ ଏବଂ ଅନୁଶାସନ ସମ୍ବନ୍ଧୀୟ ବିଷୟବସ୍ତୁ ନିର୍ଦ୍ଧିଷ୍ଟ କରିପାରନ୍ତି   । ଏ ସମ୍ପର୍କରେ ଉପବିଧି ଓ ଉପନିୟମ ଏବଂ ନିବନ୍ଧକଙ୍କ ଦ୍ଵାରା ପ୍ରଦତ୍ତ ନିର୍ଦ୍ଦେଶକୁ ପାଳନ କରାଯିବ ;
  5. ଏକ ଋଣପ୍ରଦାନକାରୀ ସମବାୟ ସମିତି କ୍ଷେତ୍ରରେ ଋଣ ନିମନ୍ତେ କରାଯାଇଥିବା ଆବେଦନ, ନିର୍ଦ୍ଧାରିତ ହାରରେ ସୁଧ ଏବଂ ବନ୍ଧକ ଆଦିର ନିଷ୍ପତ୍ତି ନେବା ;
  6. ସମୟ ସମୟରେ ଆବଶ୍ୟକତାନୁଯାୟୀ ଉପ – କମିଟି (ସବ୍ କମିଟି) ଗଠନ କରିବା, ଉପବିଧି ଅନୁଯାୟୀ ଉପ କମିଟି ଗଠନ କରିବାର ପଦ୍ଧତି ତାହାର କାର୍ଯ୍ୟ, ଅଫିସ ସଦସ୍ୟଙ୍କ କାର୍ଯ୍ୟକାଳ ଏବଂ ସେମାନଙ୍କର ଅପସାରଣ ନିୟନ୍ତ୍ରଣ କରିବା;
  7. ଉପ – ବିଧିର ନିର୍ଦ୍ଧିଷ୍ଟ କରାଯାଇଥିବା ଅନ୍ୟାନ୍ୟ କ୍ଷମତା  ।

ସଂଶୋଧନ – ୧୯୯୭

ନିୟମ ୩୩ ର ସଂଶୋଧନ –

କଥିତ ନିୟମାବଳୀର ନିୟମ ୩୩ ବିଲୁପ୍ତ ହେବ  । (ଏସ୍.ଆର.ଓ. ସଂଖ୍ୟା ୧୭/୯୭, ତା. ୨୩.୦୪.୧୯୯୭)

ଆଧାର – ଦ ଲ ହାଉସ

Last Modified : 1/31/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate