অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସମିତି ସମୂହର ପରିଚାଳନା(ଭାଗ – ୨)

ସମିତି ସମୂହର ପରିଚାଳନା(ଭାଗ – ୨)

ନିୟମ ୩୪. କମିଟିର କର୍ତ୍ତବ୍ୟ

କମିଟି, ଆଇନ୍, ନିୟମାବଳୀ ଏବଂ ଉପ – ବିଧିର ବ୍ୟବସ୍ଥାନୁଯାୟୀ ତାର ପ୍ରତ୍ୟକ କାର୍ଯ୍ୟଧାରା କାର୍ଯ୍ୟକାରୀ କରିବେ ଏବଂ ନିମ୍ନଲିଖିତ କର୍ତ୍ତବ୍ୟମାନ ପାଳନ କରିବେ, ଯଥା –

  1. ଅର୍ଥଗ୍ରହଣ ଓ ଏହାର ବିନିଯୋଗ ;
  2. ପ୍ରାପ୍ତ ଅର୍ଥର ହିସାବ ନିର୍ବାହ ଏବଂ ବ୍ୟୟ ଆସ୍ତି ଓ ଦେୟର ହିସାବ ନିର୍ବାହ ;
  3. ବାର୍ଷିକ ସାଧାରଣ ବୈଠକରେ ଉପସ୍ଥାପନ ନିମନ୍ତେ ନିମ୍ନଲିଖିତ ବିଷୟମାନ ପ୍ରସ୍ତୁତ କରିବା –
    • ସମିତିର କାର୍ଯ୍ୟ ବିବରଣୀର ବାର୍ଷିକ ରିପୋର୍ଟ ;
    • ନିବନ୍ଧକଙ୍କ ଦ୍ଵାରା ଧାର୍ଯ୍ୟ ବା ନିର୍ଦ୍ଧିଷ୍ଟ କରାଯାଇଥିବା ବାର୍ଷିକ ରିଟର୍ଣ୍ଣ (ବିବ୍ରୁତି ବା ବିବରଣୀ)
    • ନିଟ୍ ଲାଭର ବିନିଯୋଗ ନିମନ୍ତେ ନିବନ୍ଧକଙ୍କ ସୁପାରିଶ, (ଯାହାକି ନିବନ୍ଧକଙ୍କ ଦ୍ଵାରା ବଣ୍ଟନ ନିମନ୍ତେ ଘୋଷଣା କରାଯାଇଥାଏ) ;
  4. ଅଡିଟ ସମୟରେ ଆବଶ୍ୟକତାନୁଯାୟୀ ହିସାବର ବିବରଣୀ ପ୍ରସ୍ତୁତ ଏବଂ ହିସାବ ଅଡିଟରଙ୍କ ସମ୍ମୁଖରେ ଉପସ୍ଥାପନା ;
  5. ନିବନ୍ଧକଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା ପ୍ରତ୍ୟକ ରିଟର୍ଣ୍ଣ ଓ ବିବରଣୀର ପ୍ରସ୍ତୁତି ଏବଂ ନିବନ୍ଧକଙ୍କ ନିର୍ଦ୍ଧାରିତ ଫାରମ ଅନୁଯାୟୀ ସେ ଚତୁର ଦାଖଲ ବା ଉପସ୍ଥାପନା ;
  6. ସମୟାନୁବର୍ତ୍ତୀ ଓ ନିୟମିତରୂପେ ସମିତିର ହିସାବ ଯଥାଯଥ ବହିରେ ଲିପିବଦ୍ଧ କରିବା ;
  7. ସଦସ୍ୟ ସମୂହଙ୍କ ସଦ୍ୟ ରେଜିଷ୍ଟର ରଖିବା ;
  8. ଅନୁସନ୍ଧାନ କରୁଥିବା ବ୍ୟକ୍ତିଙ୍କୁ ହିସାବ ବହି ଅନୁସନ୍ଧାନ କରିବାକୁ ସୁବିଧା ଦେବା ;
  9. ରିକୁଜିସନକୁ ଭିତ୍ତିକରି ସାଧାରଣ ବୈଠକ ଆହ୍ଵାନ କରିବା  ;
  10. ଋଣ ଓ ଅଗ୍ରୀମ ପାଇଁ କରାଯାଇଥିବା ଆବେଦନ ଠିକ୍ ଉଦ୍ଦେଶ୍ୟରେ କରାଯାଇଛି କି ନାହିଁ ପରୀକ୍ଷଣ କରିବା ସଙ୍ଗେ ସଙ୍ଗେ ତା’ ଉପରେ ତୁରନ୍ତ କାର୍ଯ୍ୟଧାରା ବା ପଦକ୍ଷେପ ଗ୍ରହଣ କରାଯିବ ;
  11. ସାଧାରଣ ସଂଘ ଦ୍ଵାରା ନ୍ୟସ୍ତ କରାଯାଇଥିବା ଅନ୍ୟାନ୍ୟ କର୍ତ୍ତବ୍ୟ ଆଦିର ସମ୍ପନ୍ନ ସମାଧାନ କରିବା  ।

ସଂଶୋଧନ – ୧୯୯୭

ନିୟମ ୩୪ର ସଂଶୋଧନ –

କଥିତ ନିୟମାବଳୀର ନିୟମ ୩୪ ବିଲୁପ୍ତ ହେବ  ।  (ଏସ୍.ଆର.ଓ. ସଂଖ୍ୟା ୧୭/୯୭, ତା. ୨୩.୦୪.୧୯୯୭)

ନିୟମ ୩୫. କମିଟିର ବୈଠକ

  1. କମିଟିର ବୈଠକ ନିମ୍ନଲିଖିତ ବ୍ୟକ୍ତିସମୂହଙ୍କ ଦ୍ଵାରା ଡକାଯିବ, ଯଥା –
    • ସଭାପତିଙ୍କ ଦ୍ଵାରା,
    • ସଭାପତିଙ୍କ ପ୍ରାଧିକାର ଅନୁଯାୟୀ ସମ୍ପାଦକଙ୍କ ଦ୍ଵାରା,
    • ନିବନ୍ଧକଙ୍କଠାରୁ ଆଦେଶ ଅନୁଯାୟୀ ସମ୍ପାଦକ କିମ୍ବା ନିବନ୍ଧକଙ୍କ କ୍ଷମତାପ୍ରାପ୍ତ ଅନ୍ୟ କୌଣସି ବ୍ୟକ୍ତି,
    • ଅର୍ଥଯୋଗାଣ ବ୍ୟାଙ୍କର ଆଦେଶ ଅନୁଯାୟୀ ସମ୍ପାଦକ, ଅଥବା
    • ଶୀର୍ଷ ସମିତିର (ଆପେକ୍ସ ସୋସାଇଟ) ଆଦେଶ ଅନୁଯାୟୀ ସମ୍ପାଦନ  ।
  2. ନିବନ୍ଧକ କିମ୍ବା ନିବନ୍ଧକ ଦ୍ଵାରା କ୍ଷମତାପ୍ରାପ୍ତ ଅନ୍ୟ କୌଣସି ବ୍ୟକ୍ତି ଅର୍ଥଯୋଗାଣ ବ୍ୟାଙ୍କ କିମ୍ବା ଶୀର୍ଷ ସମିତିର ଆଦେଶ ପାଇବା ପରେ ଯଦି ସମ୍ପାଦକ ନିର୍ଦ୍ଧାରିତ ସମୟ ମଧ୍ୟରେ କମିଟିର ବୈଠକ ଆହ୍ଵାନ ନ କରନ୍ତି, ତେବେ ସେଭଳି ବୈଠକ ଆହ୍ଵାନ କରିବାକୁ, ନିବନ୍ଧକ କିମ୍ବା ନିବନ୍ଧକଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କର କ୍ଷମତା ରହିବ ଏବଂ ସେଭଳି ଅଧିବେଶନ ଉପବିଧିର ବ୍ୟବସ୍ଥା ଅନୁଯାୟୀ ଆହ୍ଵାନ କରାଯିବା ମନେ କରାଯିବ  ।

ସଂଶୋଧନ – ୧୯୯୭

ନିୟମ ୩୫ର ସଂଶୋଧନ –

କଥିତ ନିୟମାବଳୀର ନିୟମ ୩୫ ନିମନ୍ତେ ନିମ୍ନଲିଖିତ ନିୟମ ପ୍ରତିସ୍ଥାପିତ ହେବ  । ଯଥା –

  1. ଗୋଟିଏ ସମିତିର କମିଟିର ବୈଠକ ନିମ୍ନଲିଖିତାମାନଙ୍କ ଦ୍ଵାରା ଡକାଯିବ  । ଯଥା –
    • ସଭାପତି
    • ସଭାପତିଙ୍କ ପ୍ରାଧିକାର ଅନୁଯାୟୀ ମୁଖ୍ୟ ନିର୍ବାହୀ (ଚିଫ୍ - ଏକଜିକ୍ୟୁଟିଭ)
    • ନିମ୍ନଲିଖିତ ଙ୍କଠାରୁ ଅଧିଗ୍ରହଣ ପାଇ ମୁଖ୍ୟ ନିର୍ବାହୀ (ଚିଫ୍ – ଏକଜିକ୍ୟୁଟିଭ) ଯଥା –
      • ନିବନ୍ଧକ ଅଥବା ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କଠାରୁ  ।
      • ସମିତିର ଅର୍ଥଯୋଗାଣକାରୀ ବ୍ୟାଙ୍କଠାରୁ  ।
      • ଯେଉଁ ଶୀର୍ଷ ସମିତି ରେ ସମିତିର ସହବଦ୍ଧ ଏବଂ ଋଣୀ ସେହି ଶୀର୍ଷ ସମିତିଠାରୁ  ।
      • କମିଟିର ନିର୍ଗତ ସଭ୍ୟମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ସଭ୍ୟଙ୍କଠାରୁ  ।
  2. ଉପ – ନିୟମ (୧) ଅନୁଯାୟୀ  କରାଯାଇଥିବା ଅଧିଗ୍ରହଣ ରେ ଉଲ୍ଲେଖିତ ସମୟ ମଧ୍ୟରେ ସମିତିର ମୁଖ୍ୟ ନିର୍ବାହୀ (ଚିଫ୍ - ଏକଜିକ୍ୟୁଟିଭ) ଙ୍କ ଦ୍ଵାରା ଯଦି କମିଟିର ବୈଠକ ଡକା ନ ଯାଏ, ନିବନ୍ଧକ ଅଥବା ତାଙ୍କ ଦ୍ଵାରା କ୍ଷମତା ପ୍ରାପ୍ତ ବ୍ୟକ୍ତି ସେପରି ବୈଠକ ଡାକିବାକୁ କ୍ଷମତାପନ୍ନ ଅଟନ୍ତି ଏବଂ ସେପରି ବୈଠକ ଉପ- ବିଧି ଅନୁଯାୟୀ ଡକାଯାଇଥିବା ମନେ କରାଯିବ  ।  (ଏସ୍.ଆର.ଓ. ସଂଖ୍ୟା ୧୭/୯୭, ତା. ୨୩.୦୪.୧୯୯୭)

ନିୟମ ୩୬. ବୈଠକ ପାଇଁ ନୋଟିସ

  1. ସମିତିର କାର୍ଯ୍ୟଧାରା ନିର୍ବାହ ନିମନ୍ତେ, ସମୟକୁ ସମୟ ଆବଶ୍ୟକତାନୁଯାୟୀ କମିଟି, ଏକଜିକ୍ୟୁଟିଭ କମିଟି କିମ୍ବା ଉପ – କମିଟି ସମୂହ ସମ୍ମିଳିତ ହେବେ  । କମିଟିମାନଙ୍କର ଏପରି ମିଳିତ ବୈଠକ ପ୍ରତି ୪ ମାସରେ ଠାରେ ବସିବ  ।
  2. ସେଭଳି କମିଟିର ବୈଠକ ନିମନ୍ତେ ଉପରୋକ୍ତ କମିଟି ସମୂହର ସଦସ୍ୟ ସମୂହକୁ, ବୈଠକର ତିନି ଦିନ ପୂର୍ବରୁ କିମ୍ବା ଉପ – ବିଧିର ବ୍ୟବସ୍ଥାନୁଯାୟୀ ଲିଖିତ ନୋଟିସ ଦିଆଯିବ  । ପରନ୍ତୁ, ଜରୁରୀ କାରଣ ଯୋଗୁଁ, ସେଭଳି କମିଟିର ସଦସ୍ୟସମୂହ ଯେକୌଣସି ସମୟରେ ସମ୍ମିଳିତ ହୋଇପାରନ୍ତି  ।
  3. ଜରୁରୀ କାରଣକୁ ଭିତ୍ତିକରି ବୈଠକ ଆହ୍ଵାନ କରିବାକୁ ଯଥେଷ୍ଟ ସମୟ ଆବଶ୍ୟକ ବୋଲି ଉପବିଧିରେ ବ୍ୟବସ୍ଥା ଥାଇପାରେ, କିନ୍ତୁ ପେପର ସର୍କୁଲେସନ ଦ୍ଵାରା କାର୍ଯ୍ୟଧାରା ନିର୍ବାହ କରାଯାଇପାରେ  । ପେପର ସର୍କୁଲେସନ ଦ୍ଵାରା ନିଆଯାଇଥିବା ନିଷ୍ପତ୍ତି କମିଟିର ପରବର୍ତ୍ତୀ ବୈଠକରେ ଅନୁମୋଦନ ପାଇଁ ଉପସ୍ଥାପିତ କରାଯିବ  । ସେଭଳି ସର୍କୁଲେସନ ଦ୍ଵାରା ଭିନ୍ନମତ ପ୍ରତ୍ୟୟମାନ ହେଲେ କୌଣସି ନିଷ୍ପତ୍ତି ଗ୍ରହଣ କରାଯିବ ନାହିଁ, କିନ୍ତୁ ତାହା କମିଟିର ବୈଠକ ସମ୍ମୁଖରେ ନିଷ୍ପତ୍ତି ପାଇଁ ଉପସ୍ଥାପିତ କରାଯିବ  ।

  4. କମିଟିର ବୈଠକ ନିମନ୍ତେ କରାଯାଇଥିବା ଲିଖିତ ନୋଟିସରେ ସ୍ଥାନ ତାରିଖ ଏବଂ ସମୟ ସହିତ ସେଭଳି ବୈଠକରେ କେଉଁ କେଉଁ ବିଷୟବସ୍ତୁ ଆଲୋଚନା କରାଯିବ ତାହା ନିର୍ଦ୍ଧିଷ୍ଟ କରାଯିବ ଏବଂ ନୋଟିସରେ ଉଲ୍ଲେଖ ନଥିବା ବିଷୟବସ୍ତୁ ବୈଠକରେ ଉପସ୍ଥିତ ଥିବା ଦୁଇତୃତୀୟାଂଶ ସଦସ୍ୟଙ୍କ ସମ୍ମତି ଦ୍ଵାରା ମଧ୍ୟ ମଧ୍ୟ ବିଚାର କରାଯିବ  ।
  5. ଉପ – ବିଧି କମିଟି କିମ୍ବା ଉପ – କମିଟିର ବୈଠକ ନିମନ୍ତେ କୋରମ୍ ର ବ୍ୟବସ୍ଥା କରିପାରନ୍ତି, ଯାହାକି କମିଟିର ସଦସ୍ୟଙ୍କ ପୂର୍ଣ୍ଣ ସଂଖ୍ୟାର ଏକତୃତୀୟାଂଶରୁ କମ୍ ହେବ ନାହିଁ  ।
  6. କମିଟିର ସମ୍ମୁଖରେ (ବିଚାର ପାଇଁ)  ଉପସ୍ଥାପିତ କରାଯାଇଥିବା ପ୍ରତ୍ୟକ ବିଷୟବସ୍ତୁ ସଂଖ୍ୟା ଗରିଷ୍ଠ ଭୋଟ ଦାନ ଦ୍ଵାରା ବିଚାର କରାଯିବ ଏବଂ ଭୋଟ ସମାନ ହେଲେ ସଭାପତି କିମ୍ବା ଅଧ୍ୟସୀନ (ପ୍ରିଜାଇଡିଂ) ସଦସ୍ୟ ତାଙ୍କର ନିର୍ଣ୍ଣାୟକ ଭୋଟଦାନ କରିବେ  । (ଓଡିଶା ଗେଜେଟ୍ ଅସାଧାରଣ ସଂଖ୍ୟା ୫୦୦, ତା.୨୩.୪.୧୯୯୭  ଦ୍ଵାରା ପ୍ରତିସ୍ଥାପିତ)
  7. ପରନ୍ତୁ, ଯେତେବେଳେ ସମିତି ଯାହାର ଅଂଶ କିନା ଯାଇଥାଏ ଅଥବା ଦେୟ ଗ୍ୟାରେଣ୍ଟି ସମିତିର ସକ୍ରିୟ ପୁଞ୍ଜି ବା କାର୍ଯ୍ୟବାହକ ମୂଳଧନରୁ ଶତକଡା ୫୦ ଅଧିକା ହୋଇ ସରକାରଙ୍କ ନିୟନ୍ତ୍ରଣରେ ଥାଏ ଏବଂ ଯଦି କୌଣସିକ୍ଷେତ୍ରରେ କମିଟିର ମନୋନୀତ ସଦସ୍ୟ ଓ ତାହା ଅନ୍ୟାନ୍ୟ ସଦସ୍ୟଙ୍କ ମଧ୍ୟରେ ମତ ପାର୍ଥକ୍ୟ ହୁଏ, ତେବେ ଉପବିଧିର ବ୍ୟବସ୍ଥାନୁଯାୟୀ ତାହା କମିଟି ଦ୍ଵାରା ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପିତ କରାଯିବ ସରକାରଙ୍କ ନିଷ୍ପତ୍ତି ଚୂଡାନ୍ତ ନିଷ୍ପତ୍ତି ରୂପେ ଧରି ନିଆଯିବ  ଏବଂ ସେଭଳି ନିଷ୍ପତ୍ତି କମିଟି ଦ୍ଵାରା କରାଯିବାର ମନେ କରାଯିବ  ।

  8. କମିଟିର ସଭାପତି ବୈଠକର ପ୍ରତ୍ୟକ କାର୍ଯ୍ୟ ବିବରଣୀ ସମ୍ପୃକ୍ତ ବହିରେ ଲିପିବଦ୍ଧ ବା ରେକର୍ଡ କରିବେ ଏବଂ ନିମ୍ନଲିଖିତ ବିଷୟମାନ ସହିତ ନିଜର ଦସ୍ତଖତ କରିବେ –
    • ପ୍ରତ୍ୟକ ବୈଠକରେ ଉପସ୍ଥିତ ସଦସ୍ୟ ସମୂହକୁ ନାମ ଏବଂ ସେମାନଙ୍କର ଦସ୍ତଖତ, ଏବଂ
    • ବୈଠକର ପ୍ରତ୍ୟକ ପ୍ରସ୍ତାବ ଏବଂ କାର୍ଯ୍ୟଧାରା  ।

ସଂଶୋଧନ – ୧୯୯୭

ନିୟମ ୩୬ର ସଂଶୋଧନ –

କଥିତ ନିୟମାବଳୀର ନିୟମ ୩୬ର ଉପ- ନିୟମ (୫) ନିମନ୍ତେ ନିମ୍ନଲିଖିତ ଉପ – ନିୟମ ଉପସ୍ଥାପିତ ହେବା  । ଯଥା –

“୩୭. ମୁଖ୍ୟନିର୍ବାହୀ ସମିତିର ମୁଖ୍ୟ – ନିର୍ବାହୀ ସମିତି ତରଫରୁ ମୋକଦ୍ଦମା ଆଗତ କରିବେ ଅଥବା କରାଇବେ ଏବଂ ସମିତି ସପକ୍ଷରେ ସମସ୍ତ ବଣ୍ଡ ମୁଖ୍ୟ ନିର୍ବାହୀଙ୍କ ନାମରେ ରହିବ  ।”  (ଏସ୍.ଆର.ଓ. ସଂଖ୍ୟା ୧୭/୯୭, ତା. ୨୩.୦୪.୧୯୯୭)

ନିୟମ ୩୮. ବେତନଗ୍ରାହୀ କର୍ମଚାରୀଙ୍କ ଯୋଗ୍ୟତା

  1. ନିବନ୍ଧକ, ଭିନ୍ନ ଭିନ୍ନ ସମିତି ସମୂହର ବେତନ ଗ୍ରାହୀ କର୍ମଚାରୀବୃନ୍ଦଙ୍କର ଯୋଗ୍ୟତା ନିରୂପଣ କରିବେ  ।
  2. ନିବନ୍ଧକଙ୍କ ଦ୍ଵାରା ସ୍ଵତନ୍ତ୍ରଭାବେ ଅନୁମତି ପ୍ରାପ୍ତ ହୋଇ ନଥିଲେ, ସମିତିର ବେତନଗ୍ରାହୀ ସେକ୍ରେଟାରୀ ନିମ୍ନଲିଖିତ ବିଷୟମାନ ସହ ସମ୍ପୃକ୍ତ ଥିଲେ ସମିତିର କମିଟି ଏବଂ ଏହାର ଅର୍ଥଯୋଗାଣ ବ୍ୟାଙ୍କର ସଦସ୍ୟ ଶ୍ରେଣୀଭୂକ୍ତ ହେବାକୁ ଅଯୋଗ୍ୟ ବିବେଚିତ ହେବେ  -
    • ସମିତି ସହିତ କରାଯାଇଥିବା ଚୁକ୍ତି ସହ, ଅଥବା
    • ସମିତି ଦ୍ଵାରା କରାଯାଇଥିବା କ୍ରୟ ବିକ୍ରୟ କିମ୍ବା ନିଲାମ, ଅଥବା
    • ସମିତିର ଅର୍ଥ ସମ୍ବନ୍ଧୀୟ କୌଣସି ଚୁକ୍ତି କିମ୍ବା ନେଣଦେଣ ସହ (ଅର୍ଥ ବିନିଯୋଗ, ଉଧାର ଗ୍ରହଣ ବ୍ୟତୀତ) ;
  3. ନିବନ୍ଧକଙ୍କ ଦ୍ଵାରା ନିର୍ଦ୍ଧାରିତ କରାଯାଇଥିବା ସିକ୍ୟୁରିଟି ଜମା ନଦେଲେ, କୌଣସି ସମିତି, କୌଣସି ବ୍ୟକ୍ତି କିମ୍ବା ବ୍ୟକ୍ତି ସମୁହାଙ୍କୁ ବେତନଗ୍ରାହୀ ଅଫିସର କିମ୍ବା କର୍ମଚାରୀରୂପେ ନିଯୁକ୍ତି ଦେଇପାରିବେ ନାହିଁ   ।
  4. ନିବନ୍ଧକ ସାଧାରଣ ଓ ବିଶେଷ ଆଦେଶ ଦ୍ଵାରା ଯେ କୌଣସି ସମିତି କିମ୍ବା ଏକ ଶ୍ରେଣୀୟ ସମିତି ସମୂହକୁ ଏହି ନିୟମର ବ୍ୟବସ୍ଥା ସମୂହ ଲାଗୁ ନ ହେବା ପାଇଁ ନିର୍ଦ୍ଦେଶ ଦେଇ ପାରନ୍ତି କିମ୍ବା ବେତନଗ୍ରାହୀ ଅଫିସର କିମ୍ବା କର୍ମଚାରୀଙ୍କ ଦ୍ଵାରା ଦିଆଯାଇଥିବା ସିକ୍ୟୁରିଟି ସମ୍ପର୍କୀୟ ଏହି ନିୟମର ବ୍ୟବସ୍ଥାକୁ କୋହଳ କରିପାରନ୍ତି  ।

ନିୟମ ୩୮ – କ. ସମିତିର କୌଣସି ଅଫିସରଙ୍କର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ନିମ୍ନଲିଖିତ ବିଷୟମାନ ପାଇଁ ସ୍ଵାର୍ଥ ରହିବ ନାହିଁ –

  1. ସମିତି ସହିତ କୌଣସି ଚୁକ୍ତି କରାଯାଇଥିଲେ, ଅଥବା
  2. ସମିତି ଦ୍ଵାରା କରାଯାଇଥିବା କ୍ରୟ ବିକ୍ରୟ, କିମ୍ବା ନିଲାମ କରାଯାଇଥିଲେ, ଅଥବା
  3. ସମିତିର ଅର୍ଥ ସମ୍ବନ୍ଧୀୟ କୌଣସି ଚୁକ୍ତି କିମ୍ବା ନେଣ ଦେଣ, ଅର୍ଥ ବିନିଯୋଗ, (ଉଧାର ଗ୍ରହଣ ବ୍ୟତୀତ) କରାଯାଇଥିଲେ

ନିୟମ ୩୯. ସମିତି ଦ୍ଵାରା ବହି ଓ ହିସାବର ନିର୍ବାହ ଓ ସଂରକ୍ଷଣ ଏବଂ ବିବରଣୀର ପ୍ରକାଶନ ଓ ଉପସ୍ଥାପନା

  1. ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ଓ ନିର୍ଦ୍ଦେଶକୁ ଭିତ୍ତିକରି ପ୍ରତ୍ୟକ ସମିତି ନିବନ୍ଧକଙ୍କ ଦ୍ଵାରା ନିର୍ଦ୍ଧାରିତ କରାଯାଇଥିବା ସେଭଳି ବହି ରେଜିଷ୍ଟର ଏବଂ ହିସାବର ରକ୍ଷଣାବେକ୍ଷଣ ଦାୟିତ୍ଵ ବହନ କରିବା ସଙ୍ଗେ ସଙ୍ଗେ ସେ ସବୁର ସଂରକ୍ଷଣ କରିବେ  ।
  2. ଅର୍ଥଯୋଗାଣ ବ୍ୟାଙ୍କ ଓ ସମିତି (ଯେଉଁଥିରେ ସମ୍ପୃକ୍ତ ସମିତି ସଦସ୍ୟରୂପେ ଗଣ୍ୟ ) ଯଦି ଆବଶ୍ୟକ କରନ୍ତି, ତେବେ ପ୍ରତ୍ୟକ ସମିତି ସେପରି ଅର୍ଥଯୋଗାଣକାରୀ ବ୍ୟାଙ୍କ ଓ ସମିତି ସମ୍ମୁଖରେ ସେଭଳି ରିପୋର୍ଟ, ବିବରଣୀ ଏବଂ ସମ୍ବାଦ ଉପସ୍ଥାପିତ କରିବେ  ।
  3. ପ୍ରତ୍ୟକ ସମିତି, ପ୍ରତ୍ୟକ ସମବାୟ ବର୍ଷ ନିମନ୍ତେ ନିବନ୍ଧକଙ୍କ ଦ୍ଵାରା ପ୍ରମାଣିତ ଜମା ଖର୍ଚ୍ଚ ପତ୍ର ସହିତ ତାଙ୍କର ଅଡିଟ ସାର୍ଟିଫିକେଟ ରକାସ କରିବେ ଏବଂ ସେଭଳି ନିର୍ଦ୍ଧାରିତ ପ୍ରତ୍ୟକ ବିବରଣୀ ସମିତି ପାଇବା ପରେ, ତାହା ସମିତିର ନିବନ୍ଧିତ ଅଫିସର ପ୍ରକାଶ ସ୍ଥାନରେ କିମ୍ବା ସମିତିର ଯେକୌଣସି ଶାଖା ଅଫିସର ପ୍ରକାଶ୍ୟ ସ୍ଥାନରେ ପ୍ରକାଶ କରାଯିବ  ।
  4. ଯଦି କୌଣସି ସମିତି ଉପନିୟମ ୨ ଓ ୩ ଅନୁଯାୟୀ, ନିବନ୍ଧକଙ୍କ ଦ୍ଵାରା ସ୍ଥିର କରାଯାଇଥିବା ସମୟ ମଧ୍ୟରେ, ନିବନ୍ଧକ, ଅର୍ଥଯୋଗାଣ ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ସମିତି (ଯେଉଁଥିରେ ସମ୍ପୃକ୍ତ ସମିତି ସଦସ୍ୟ ଶ୍ରେଣୀଭୁକ୍ତ ହୋଇଥାଏ ) ସମ୍ମୁଖରେ ବିବରଣୀ, ରିପୋର୍ଟ ଉପସ୍ଥାପିତ କରିବାକୁ ଅସମର୍ଥ ବା ଅକୃତକାର୍ଯ୍ୟ ହୁଏ କିମ୍ବା ଅଡିଟ ସମୟ ବେଳକୁ ଯଦି ସମିତିର ହିସାବ ସମାପ୍ତ ହୋଇ ନ ଥାଏ, ତେବେ ନିବନ୍ଧକ କିମ୍ବା ଏଠି ନିମନ୍ତେ ତାଙ୍କ (ନିବନ୍ଧକଙ୍କ) ଦ୍ଵାରା କ୍ଷମତାପ୍ରାପ୍ତ ଯେ କୌଣସି ବ୍ୟକ୍ତିଙ୍କ ସାଧାରଣ ଓ ବିଶେଷ ଆଦେଶ ଦ୍ଵାରା ସେଭଳି ରିପୋର୍ଟ ପ୍ରସ୍ତୁତ ବିବରଣୀ ଏବଂ ହିସାବ ପାଇପାରନ୍ତି ଏବଂ ସମିତିର ଖର୍ଚ୍ଚରେ ହିସାବକୁ ଲିପିବଦ୍ଧ କରିପାରନ୍ତି  ଉପରୋକ୍ତ କାର୍ଯ୍ୟ ପାଇଁ ସମ୍ପୃକ୍ତ ସମିତି ରାଜ୍ୟ ସରକାରଙ୍କୁ ସେଭଳି ଖର୍ଚ୍ଚ ପରିଶୋଧ କରିବେ ଏବଂ ନିବନ୍ଧକଙ୍କ ନିର୍ଦ୍ଦେଶାନୁଯାୟୀ ସେଭଳି କାର୍ଯ୍ୟରେ ଖର୍ଚ୍ଚ ସମିତିଠାରୁ ଆଦାୟ କରାଯିବ  ।

ନିୟମ ୪୦. ହିସାବ, ବହି ଏବଂ ରେକର୍ଡରେ ରକ୍ଷଣାବେକ୍ଷଣ

ସେକ୍ରେଟାରୀ କିମ୍ବା କମିଟି ଦ୍ଵାରା କ୍ଷମତାପ୍ରାପ୍ତ ଅନ୍ୟ କୌଣସି ଅଫିସର ସମିତିର ବହି ତଥା ରେକର୍ଡ ସବୁର ରକ୍ଷଣାବେକ୍ଷଣ ଦାୟିତ୍ଵ ବହନ କରିବେ  ।

ସଂଶୋଧନ – ୧୯୯୭

ନିୟମ ୪୦ର ସଂଶୋଧନ –

କଥିତ ନିୟମାବଳୀର ନିୟମ ୪୦ରେ ଥିବା ଶବ୍ଦ “ସଂପାଦକ” ନିମନ୍ତେ ଶବ୍ଦାବଳୀ “ମୁଖ୍ୟ ନିର୍ବାହୀ” ପ୍ରତିସ୍ଥାପିତ ହେବ  । (ଏସ୍.ଆର.ଓ. ସଂଖ୍ୟା ୧୭/୯୭, ତା. ୨୩.୦୪.୧୯୯୭)

ନିୟମ ୪୧. କେଉଁ ଅଫିସର ହିସାବ ବହିର ରକ୍ଷଣାବେକ୍ଷଣ ଦାୟିତ୍ଵ ବହନ କରିବେ

ସମିତିର କେଉଁ ଅଫିସର ନିମ୍ନଲିଖିତ ବିଷୟମାନଙ୍କର ରକ୍ଷଣାବେକ୍ଷଣ ଦାୟିତ୍ଵ ବହନ କରିବେ, ତାହା କମିଟି ସ୍ଥିର କରିବେ  -

  • ହିସାବ ବହିର ରକ୍ଷଣାବେକ୍ଷଣ ଦାୟିତ୍ଵ ;
  • ନଗଦ ଟଙ୍କା ଓ ସଂଗ୍ରହାଗାରର ରକ୍ଷଣାବେକ୍ଷଣ ଦାୟିତ୍ଵ ;
  • ଅନ୍ୟାନ୍ୟ ବହି ଏହି ରେଜିଷ୍ଟରର ରକ୍ଷଣାବେକ୍ଷଣ ଦାୟିତ୍ଵ ; ଏବଂ
  • ରିଟର୍ଣ୍ଣ ଏବଂ ବିବରଣୀର ପ୍ରସ୍ତୁତି  ।

ପରନ୍ତୁ ନିବନ୍ଧକଙ୍କ ସାଧାରଣ ଓ ବିଶେଷ ଆଦେଶ ବ୍ୟତୀତ ହିସାବରେ ରକ୍ଷଣାବେକ୍ଷଣ ଦାୟିତ୍ଵରେ ଥିବା କୌଣସି ବ୍ୟକ୍ତି, ନଗଦ ଟଙ୍କାର ରକ୍ଷଣାବେକ୍ଷଣ ଦାୟିତ୍ଵରେ ରହିପାରିବେ ନାହିଁ  ।

ନିୟମ ୪୨. ଗଚ୍ଛିତ ଦ୍ରବ୍ୟର ଯାଞ୍ଚ ପରେ ବାର୍ଷିକ ବିବରଣୀ

ପ୍ରତ୍ୟକ ବଣ୍ଟନ ଓ ଉତ୍ପାଦକ ସମିତି ନିୟମ ୩୯ରେ ନିର୍ଦ୍ଧିଷ୍ଟ କରାଯାଇଥିବା ବିବରଣୀର ନକଲ ସହିତ ଷ୍ଟକ୍ ସମ୍ପର୍କୀୟ ଏକ ବିବରଣୀ ନିବନ୍ଧକଙ୍କ ଦ୍ଵାରା ନିର୍ଦ୍ଧାରିତ ଫାରମ ଓ ନିର୍ଦ୍ଧାରିତ ଫାର୍ମ ଓ ନିର୍ଦ୍ଧାରିତ ସମୟ ମହଦ୍ଯରେ ପ୍ରତ୍ୟକ ସମବାୟ ବର୍ଷ ଶେଷରେ ନିବନ୍ଧକଙ୍କ ସମ୍ମୁଖରେ ଦାଖଲ କରିବେ   ।

ନିୟମ ୪୩. ବିଶେଷ ସାଧାରଣ ବୈଠକ

ଧାରା ୩୦ର ଉପ – ଧାରା ୧ ଅନୁଯାୟୀ ବିଶେଷ ସାଧାରଣ ବୈଠକ ଆହ୍ଵାନ କରାଗଲେ ବୈଠକର ଉଦ୍ଦେଶ୍ୟ ବର୍ଣ୍ଣନା କରାଯିବା ସଙ୍ଗେ ସଙ୍ଗେ ସମିତିର ପୂର୍ଣ୍ଣ ସଂଖ୍ୟା ସଦସ୍ୟଙ୍କ ମଧ୍ୟରୁ ଏକ – ଚତୁର୍ଥାଂଶ (କମ୍ ନୁହେଁ) ସଦସ୍ୟ ସେଥିପାଇଁ ଦସ୍ତଖତ କରିବେ ଏବଂ ଏହା ସମିତିର ରେଜିଷ୍ଟ୍ରିକୃତ ଅଫିସରକୁ ପଠାଯିବ  । ବିଶେଷ ସାଧାରଣ ବୈଠକରେ ନୋଟିସରେ ନିର୍ଦ୍ଧାରିତ ବିଷୟବସ୍ତୁ ବ୍ୟତୀତ ଅନ୍ୟାନ୍ୟ ବିଷୟବସ୍ତୁ ଆଲୋଚନା କରାଯିବ ନାହିଁ  ।

ସଂଶୋଧନ – ୧୯୯୭

ନିୟମ ୪୩ର ସଂଶୋଧନ

କଥିତ ନିୟମାବଳୀର ନିୟମ ୪୩ ନିମନ୍ତେ ନିମ୍ନଲିଖିତ ନିୟମ ପ୍ରତିସ୍ଥାପିତ ହେବ   । ଯଥା –

  1. ଶୀର୍ଷ ଅଥବା ଏକ କେନ୍ଦ୍ରୀୟ ସମିତି ଓ ଅନ୍ୟମାନଙ୍କର ମଧ୍ୟରେ ନିମ୍ନଲିଖିତ କାର୍ଯ୍ୟମାନ ତାହାର ସହବଦ୍ଧ ସମିତିଗୁଡିକ ସମ୍ପର୍କରେ କରିବ  । ଯଥା –
    • ତାହାର ସଭ୍ୟସମିତି ଗୁଡିକର ଉଦ୍ଦେଶ୍ୟଗୁଡିକ ପ୍ରୋତ୍ସାହିତ କରିବ ଏବଂ ଏଥି ନିମନ୍ତେ ଉଦ୍ଦେଶ୍ୟଗୁଡିକ ହାସଲ କରିବାକୁ ମାର୍ଗଦର୍ଶନ, ବିନିମୟ ଏବଂ ନୀତିମାନ ପ୍ରସ୍ତୁତ କରିବ ;
    • ଗବେଷଣା ଏବଂ ମୂଲ୍ୟାଙ୍କନ ଆରମ୍ଭ କରିବେ ଏବଂ ସଭ୍ୟ ସମିତିଗୁଡିକର ସମ୍ଭାବ୍ୟ ଉନ୍ନୟନ ଯୋଜନାଗୁଡିକର ପ୍ରସ୍ତୁତିରେ ସହାୟତା କରିବେ ;
    • ସଭ୍ୟସମିତିଗୁଡିକ ମଧ୍ୟରେ ସୁସଙ୍ଗତ ସମପ୍ରାକ ସଂପ୍ରବର୍ତ୍ତନ କରିବେ ; ସଭ୍ୟ ସମିତିଗୁଡିକ ମଧ୍ୟ ଏବଂ ଏକ ସମିତି ଓ ତାହାର ସଭ୍ୟସମିତିଗୁଡିକ ମଧ୍ୟରେ ଥିବା ବିବାଦ ଓ ଅପରିଶୋଧିତ ବିଷୟବସ୍ତୁର ନିଷ୍ପତ୍ତି କରିବାକୁ ସଭ୍ୟସମିତିଗୁଡିକ ସାହାଜ୍ଯ କରିବ ;
    • ସଭ୍ୟସମିତିଗୁଡିକର ସ୍ଵାର୍ଥ ବା ହିତର ପ୍ରତିନିଧିତ୍ଵ କରିବ ;
    • ତାହାର ସଭ୍ୟସମିତିଗୁଡ଼ିକ ତରଫରୁ ବ୍ୟବସାୟ ସେବା ହାତକୁ ନେଇ ;
    • ସଭ୍ୟ ସମିତି ଗୁଡିକୁ ବାର୍ଷିକ ଅଡିଟ ଏବଂ ନିର୍ବାଚନରେ ସମୟୋପଯୋଗୀ ସଂଚାଳନ ସୁନିଶ୍ଚିତ କରି ;
    • ସାଧାରଣ ଏବଂ ବୋର୍ଡ ବୈଠକର ସଂଚାଳନରେ ସଭ୍ୟସମିତିଗୁଡିକୁ ସହାୟତା କରି ;
    • ସଭ୍ୟ ସମିତି ଗୁଡିକ ନିମନ୍ତେ ଆଚରଣ ବିଧି ଏବଂ ସମୃଦ୍ଧିକ୍ଷମ ଆଦର୍ଶ ବା ମାନକ ବିକାଶ କରି;
    • ସଭ୍ୟ ସମିତି ଗୁଡିକ ପାଇଁ ଆଇନ ସହାୟତା ଏବଂ ଉପଦେଶ ବ୍ୟବସ୍ଥା କରି; ଏବଂ
    • ସଭ୍ୟ ସମିତି ଗୁଡିକର ଅନୁରୋଧରେ ଅନ୍ୟ କୌଣସି ସେବାର ବ୍ୟବସ୍ଥା କରି ;
  2. ରାଜ୍ୟ ସମବାୟ ସଂଘ ଉପ – ନିୟମ (୧) ରେ ପ୍ରସଂଖ୍ୟାତ ବା ନାମଯୁକ୍ତ କାର୍ଯ୍ୟ ସହିତ ନିମ୍ନଲିଖିତ କାର୍ଯ୍ୟମନ କରିବ । ଯଥା –
    • ଧାରା ୫୬-କ ଅନୁଯାୟୀ ଗଠିତ ସମବାୟ ଶିକ୍ଷା ତହବିଲ (ଫଣ୍ଡ)ର ରକ୍ଷଣାବେକ୍ଷଣ ;
    • ରାଜ୍ୟରେ ଥିବା ସମସ୍ତ ପ୍ରକାରର ସମିତିଗୁଡିକଆରଆର ହିତ ଏବଂ କଲ୍ୟାଣ ପାଇଁ ପ୍ରତିନିଧିତ୍ଵ ;
    • ନୂତନ ପ୍ରକାର ସମବାୟ ଏଣ୍ଟରପ୍ରାଇଜେସରେ ପ୍ରୋତ୍ସାହନ ଏବଂ ଏଥି ନିମନ୍ତେ ଆଦର୍ଶ ଉପ-ବିଧି ଏବଂ ବିନିମୟ ପ୍ରସ୍ତୁତ କରିବା;
    • ସମବାୟ ଭାବଧାରାର ପ୍ରଯୋଜ୍ୟ ସପକ୍ଷରେ ପ୍ରୟୋଗାତ୍ମକ ପରିଯୋଜନା ହାତକୁ ନେବା ;
    • ସମିତିଗୁଡିକର ତରଫରୁ ଏବଂ ମଧ୍ୟରେ ଯୋଗସୂତ୍ର ରକ୍ଷାକରି, ଏବଂ
    • ସମବାୟ ସମିତି ଉପରେ ଏକ ଡାଟା ବ୍ୟାଙ୍କ ଏବଂ ନିକାସୀଗୃହ ଯୋଗାଇ  ।

ଆଧାର – ଦ ଲ ହାଉସ

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate