অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସମିତିର ସମାପନ ଓ ବିଘଟନ

ନିୟମ ୮୩ ସମିତି ସମାପନ ଏବଂ ନିକାଶକାରୀ ନିଯୁକ୍ତି

ସମବାୟ ସମିତି ଆଇନ ର ୭୨ ଧାରାସ୍ଥ ଉପଧାରା ୧ ଅନୁଯାୟୀ ଥିବା ଆଦେଶ ଅଥବା ୭୩ ଧାରାସ୍ଥ ଉପଧାରା ୧ ଅନୁଯାୟୀ ନିଯୁକ୍ତ କରାଯାଇଥିବା କରାଯାଇଥିବା ନିକାଶକାରୀ ଅଥବା ତାଙ୍କର ଅପସାରଣ ଓଡିଶା ଗେଜେଟ ରେ ପ୍ରକାଶିତ ହେବ  ଓ ସମିତି  ଏବଂ ସମିତିର ସଦସ୍ୟ ଥିବା ଅର୍ଥଯୋଗାଣ ବ୍ୟାଙ୍କକୁ ଏହା ରେଜିଷ୍ଟାର୍ଡ଼ ପୋଷ୍ଟରେ ପଠାଇ ଦିଆଯିବ ।

ନିୟମ ୮୪ ଏବଂ ୮୫

ନିୟମ ୮୪ ସମାପ୍ତିର କାର୍ଯ୍ୟଧାରା ନିମନ୍ତେ ଫଣ୍ଡସ

ସମାପ୍ତି କାର୍ଯ୍ୟରେ ଅଗ୍ରସର ହେବାକୁ ନିକାସକାରୀଙ୍କ ସମର୍ଥ ଦେବା ପାଇଁ ସମାପ୍ତ ହୋଇଥିବା ସମିତିର ଅର୍ଥଯୋଗାଣ ପ୍ରତିନିଧି ଏବଂ ତାହାର ନିକାଶକାରୀଙ୍କ ମତ ପାର୍ଥକ୍ୟ କ୍ଷେତ୍ରରେ ବିଷୟବସ୍ତୁ ନିବନ୍ଧକଙ୍କ ପାଖକୁ ପଠାଯିବ  ଏବଂ ସେ (ନିବନ୍ଧକ) ସେ ବିଷୟରେ ଶେଷ ନିଷ୍ପତ୍ତି ଦେବେ ।

ନିୟମ ୮୫ ନିକାସକାରୀଙ୍କ ପାରିଶ୍ରମିକ

(ବେତନ) ସମିତିର ସଂପତ୍ତିରୁ ନିକାସକାରୀଙ୍କ ପାରିଶ୍ରମିକ (ବେତନ) ଦିଆଯିବ ।

ନିୟମ ୮୬ ନିକାସକାରୀଙ୍କ କର୍ତ୍ତବ୍ୟ

  1. ନିଯୁକ୍ତି ଆଦେଶ ପାଇବା ପରେ ସମିତିର ବହୁ, ସମ୍ପତ୍ତି ଏବଂ ବିଭବର କାର୍ଯ୍ୟଧାରା ଗ୍ରହଣ ଅକରାଇବେ ।  ସମିତି ବିରୁଦ୍ଧରେ ଥିବା ସମସ୍ତ ଦାବୀ ଦର୍ଶାଇ ନିବନ୍ଧକ ନୋଟିସ ଜାରି କରିବେ । ସମିତିର ହିସାବ ବହିରେ ରେକର୍ଡ କରାଯାଇଥିବା ସମସ୍ତ ଦାୟିତ୍ଵ ଏହି ପ୍ରକରଣ ଅନୁଯାୟୀ ନିବନ୍ଧକଙ୍କ ସମ୍ମୁଖରେ ଉପସ୍ଥାପିତ କରାଯିବାର ମନେ କରାଯିବ ।
  2. କାର୍ଯ୍ୟଭାର ଗ୍ରହଣ କରିସାରିବା ପରେ ନିକାଶକାରୀ ନିମ୍ନଲିଖିତ ଚିଠା ପ୍ରସ୍ତୁତ କରିବେ, ଯଥା  -
    • ସଦସ୍ୟ ସମୂହ
    • ସମବାୟ ସମିତି,ଆଇନ ୫ ଧାରାନୁଯାୟୀ ଦାୟିତ୍ଵକୁ ଭିତ୍ତିକରି ଭୂତପୂର୍ବ ସଦସ୍ୟ ସଦସ୍ୟ ପଦବୀ ପ୍ରତ୍ୟାହାର କରିବା ତାରିଖ, ଏବଂ
    • ମୃତ ସଦସ୍ୟଙ୍କ ମୃତ୍ୟୁ ତାରିଖ ଏବଂ ଆଇନତଃ ଉତ୍ତରାଧିକାରୀ ରୂପେ ସେମାନଙ୍କର (ମୃତ ସଦସ୍ୟଙ୍କ)ସମ୍ପତ୍ତିର ପ୍ରତିନିଧିତ୍ଵ କରୁଥିବା ବ୍ୟକ୍ତିମାନଙ୍କର ନାମ।
  3. ସମପାନ ଆଦେଶ ତାରିଖରୁ ନିରହର କରୁଥିବା ସର୍ବଶେଷ ଜମା ଖର୍ଚ୍ଚ ପତ୍ରର ଲିପିବଦ୍ଧ କରିବା।
  4. ନିବନ୍ଧକ ସମୟ ସମୟରେ ଦେଇଥିବା ନିର୍ଦ୍ଦେଶାନୁଯାୟୀ ନିକାସକାରୀ ସେଭଳି ବହି ଓ ହିସାବ ସଂରକ୍ଷଣ ରଖିବେ ।  ନିବନ୍ଧକ  ମଧ୍ୟ ଯେକୌଣସି  ସମୟରେ ଉପରୋକଟ ବହି ଓ ହିବାର ସମୀକ୍ଷା  କରିପାରନ୍ତି ।  ନିବନ୍ଧକଙ୍କ ନିର୍ଦ୍ଦେଶାନୁଯାୟୀ ନିକାସକାରୀ ସେଭଳି ଅଡିଟର ଫିସ ଦେବେ ।
  5. ସମସ୍ତ ଦାୟିତ୍ଵରୁ ମୁକ୍ତ ହେବା ପରେ ଅଥବା ସମସ୍ତ ଦାୟିତ୍ଵ ନିର୍ବାହ କରି ସାରିବା ପରେ ନିକାସକାରୀ ନିବନ୍ଧକଙ୍କ ଅନୁମତି ସହିତ ଉପ-ବିଧିର ବ୍ୟବସ୍ଥାନୁଯାୟୀ ସମ୍ପତି ତାରିଖ ପୂର୍ବକ ସମିତି ଦ୍ଵାରା ଉପାର୍ଜିତ ଲାଭାଂଶ ବିତରଣ କରିପାରନ୍ତି   ।
  6. ସମାପନ ଆଦେଶ ତାରିଖରୁ ନିର୍ଭର କରୁଥିବା ସମିତିର ସମ୍ପତ୍ତି ଓ ଦାୟିତ୍ଵ ବ୍ୟବସ୍ଥା କରିସାରିବା ପରେ ନିକାସକାରୀ, ସମବାୟ ସମିତି ଆଇନର  ୭୫ର ଧାରାସ୍ଥ ଉପଧାରା  ୨ ପ୍ରକରଣ ଖ ଓ ଗ ଅନୁଯାୟୀ ସମିତି ସମ୍ପତ୍ତିରେ ଏହାର ସଦସ୍ୟ , ସମୂହ ମୃତ,  ସଦସ୍ୟଙ୍କ ଆଇନ ପ୍ରତିନିଧି ବା ବୈଧ ପ୍ରତିନିଧିଅଥବା କୌଣସି ଅଫିସର ଅଥବା ପୂର୍ବୋକ୍ତ ଅଫିସର କେତେ ପରିମାଣର ଅଂଶ ଦାନ କରିଛନ୍ତି,  ତାହା ନିର୍ଣ୍ଣୟ କରିବାକୁ ଅଗ୍ରସର ହେବେ । ଉପରୋକ୍ତ ଅଂଶଦାନ ସମ୍ପର୍କରେ ନିକାଶକାରୀ ଆବଶ୍ୟକତାନୁଯାୟୀ ଗୌଣ ଅର୍ଡର ବା ଅର୍ଡର ସମୂହ ଆଗତ କରିପାରନ୍ତି ଏବଂ ସେଭଳି ଗୌଣ ଅର୍ଡର ମୂଳ ଅର୍ଡରର ପଦ୍ଧତି ଅନୁଯାଯାଇ ପ୍ରବର୍ତ୍ତନ କରାଯିବ  ।
  7. କେଉଁ ସିଦ୍ଧାନ୍ତ ଏବଂ କେଉଁ ପଦ୍ଧତି ଅନୁଯାଇ ଅଂଶଦାନର ନିରୂପଣ କରାଯିବ,  ତାହା ନିବନ୍ଧକ ନିର୍ଦ୍ଦେଶ ଦ୍ଵାରା ଧାର୍ଯ୍ୟ କରିବେ  ଏବଂ ନିକାଶକାରୀ ସେହି ଅନୁସାରେ କାର୍ଯ୍ୟ କରିବେ ।

ସଂଶୋଧନ -୧୯୯୭

ନିୟମ ୮୬ ର ସଂଶୋଧନ

କଥିତ ନିୟମାବଳିର ନିୟମ  ୮୬ର-

  1. ଉପ- ନିୟମ (୧) ପାଇଁ ନିମ୍ନଲିଖିତ ଉପ- ନିୟମ ପ୍ରତିସ୍ଥାପିତ ହେବ। ଯଥା –
    • ନିକାଶକାରୀ ତାଙ୍କର ନିଯୁକ୍ତ ପରେ ସମିତି ହକଦାର ଥିବା ହିସାବ ବହି, ଦଲିଲ ଦସ୍ତାବିଜ ଏବଂ ସମସ୍ତ ପ୍ରକାର ସଂପତ୍ତି, ଆସ୍ତି ଏବଂ ଅଭିଯୋଜଗ ଦାବିର ଭାର ଗ୍ରହଣ କରିବେ ଏବଂ ସେପରି ସଂପତ୍ତି, ଆସ୍ତି, ଦାବି ଏବଂ ସମିତିର ଆସ୍ତିର କ୍ଷତି ଅଥବା ଅପଚୟ ଅଥବା ଅପକାର ରୋକିବାକୁ ସେ ଆବଶ୍ୟକ ଏବଂ ଉପଯୁକ୍ତ ବିବେଚନାମତେ ସେପରି କୌଣସି ପଦକ୍ଷେପ ନେବେ ଏବଂ ତାଙ୍କ ନିଯୁକ୍ତିର ନୋଟିସ ଦେବେ, ନିବନ୍ଧକଙ୍କ ନିର୍ଦ୍ଦେଶମତେ ସେପରି କୌଣସି ଉପାୟ ପ୍ରକାଶ କରିବେ । ସମିତିରେ ଯେଉଁ ପରକାର ଋଣୀ ହୋଇଥିବା ସମସ୍ତ  ବ୍ୟକ୍ତିଙ୍କୁ ତାହାର (ଋଣ) ଦେବାକୁ କହିବେ ଏବଂ ଋଣ ପରିଶୋଧ କରିବାକୁ କହିବେ ଅଠା ସମିତି କୌଣସି ସଂପତ୍ତିରେ ଦାଖଲ ଅଥବା ହେପାଜତରେ ଥିବା ବ୍ୟକ୍ତିଙ୍କୁ ତାହା ପ୍ରଦାନ କରିବାକୁ କହିବେ, ଅଥବା ସମିତି ବିରୂଢରେ କୌଣସି ଦାବି ଥିଲେ, ତାହାର ବିଷୟବସ୍ତୁ ସହିତ ତାଙ୍କୁ  (ନିକାଶକାରୀ) ଲିଖିତଭାବେ ତଦନୁଯାଇଉଲ୍ଲିଖିତ ସମୟ ମଧ୍ୟରେ ଜଣାଇବକଉ କହିବେ,  ଯାହାକି କୌଣସି କ୍ଷେତ୍ରରେ ସେପରି ପ୍ରକାଶନ ତାରିଖରୁ ୨ ମାସ ସମୟରୁ ଅଧିକ ହେବେ ନାହିଁ ।
  2. ଉପ- ନିୟମ (୪) ରେ ଥିବା ଶେଷ ବାକ୍ୟ” ନିବନ୍ଧକଙ୍କ ନିର୍ଦ୍ଦେଶ ମତେ ନିଆକାଶକରି ଅଡିଟ ନିମନ୍ତେ ସ୍ପେଆରି କୌଣସି ଫିସ   ଦେବେ “ କାଟ ଖାଇଜୀବ ।
  3. ଉପ- ନିୟମ(୫) ପାଇଁ ନିମ୍ନଲିଖିତ ଉପ- ନିୟମ ପ୍ରତିସ୍ଥାପିତ ହେବ । ଯଥା -
  4. ଉପ- ନିୟମ (୬) ରେ ଥିବା ଶବ୍ଦାବଳି  “ଅଧିକାରୀଗଣ ଅଥବା ପୂର୍ବ ଅଧିକାରୀଗଣ“ ନିମନ୍ତେ “ଶବ୍ଦାବଳି“  ବର୍ତ୍ତମାନ ଅଥବା ପୂର୍ବ ବ ଅତୀତ ଅଧିକାରୀଗଣ ଅଥବା”ପଦଧିକାରୀଗଣ“ ପ୍ରତିସ୍ଥାପିତ ହେବ । (ଏସ.ଆର.ଓ. ସଂଖ୍ୟା  ୧୭/୯୭,  ତା  ୨୩.୦୪.୧୯୯୭)
    • ନିକାସକାରି ବା ସମାପକ ହୁଏତ, ଦାୟିତ୍ଵ  ନିର୍ବାହ କରିବା ପରେ ଆଇନ, ନିୟମାବଳି ଏବଂ ଉପ- ବିଧିର ବ୍ୟବସ୍ଥାନୁଯାୟୀ ସମାପନ ତାରିଖ ପୂର୍ବରୁ ସମିତି ଦ୍ଵାରା ଅର୍ଜିତ ଲାଭ ବଣ୍ଟନ କରିପାରନ୍ତି ।

ନିୟମ ୮୭ ଏବଂ ୮୮

ନିୟମ ୮୭  ନିକାସକରିଙ୍କ ଦ୍ଵାରା ରିପୋର୍ଟ ଏବଂ ବିବୃତିର ଦାଖଲ

ନିକାଶକାରୀ ଆବଶ୍ୟକତା ଅନୁଯାଇ ନିକାଶକାରୀ, ସହିତ ସମାପ୍ତିର ଅଗ୍ରଗତି ଦର୍ଶାଇ ସେଭଳି ରିପୋର୍ଟ ଓ ବିବୃତ ନିବନ୍ଧକଙ୍କ ସମ୍ମୁଖରେ ଉପସ୍ଥାପିତ କରିବେ ।

ନିୟମ ୮୮  ସଦସ୍ୟ ଏବଂ ମହାଜନ ସମୂହଙ୍କ ବୈଠକ

ନିକାଶକାରୀ ଯେକୌଣସି ସମୟରେ ସଦସ୍ୟ କିମ୍ବା ମହାଜନସମୂହଙ୍କ ବୈଠକ ଅଥବା ମିଳିତ ବୈଠକ ଡକାଇ ପାରନ୍ତି ଏବଂ ନିକାଶକାରୀ ଉପଯୁକ୍ତ ବିବେଚନା କରିସାରିବା ପରେ ସେଭଳି ବୈଠକ ଯଥା ମୟ ଓ ଯଥାରୀତିରେ ଡକାଯିବ, ବସିବ ଏବଂ ପରିଚାଳନା କରାଯିବ ।

ନିୟମ ୮୯ ନିକାଶ କାରିଙ୍କ ବ୍ୟାଙ୍କ ହିସାବ

  • ନିକାଶକାରୀଙ୍କ ତତ୍ଵାବଧାନରେ ବା ଅଧୀନରେ ଥିବା ସମସ୍ତ ଫଣ୍ଡ ବ୍ୟାଙ୍କରେ ଜମା କରାଯିବ ଏବଂ ଉପରୋକ୍ତ ସମସ୍ତ ଫଣ୍ଡ ତାଙ୍କ ନାମରେ ରହିବ  ।  ଉପରୋକ୍ତ ହିସାବ ମଧ୍ୟରୁ ବ୍ୟାଙ୍କରେ ଜମା କରାଯାଇଥିବା ପରମାଣୁରୁ ନିକାଶକାରୀ ଚେକ ଆକାରରେ ସମସ୍ତ ପରିଶୋଧ କରିବେ ଅଥବା ଅପସାରନ ଆଦେଶ ତାଙ୍କ ଦ୍ଵାରା  ଦସ୍ତକ୍ଷତ କରାଯାଇ ଜମା କରାଯାଇଥିବା ପରିମାଣ ପରିଶୋଧ କରିବେ ଅଥବା ଅପସାରନ ଆଦେଶ ତାଙ୍କ ଦ୍ଵାରା ଦସ୍ତକ୍ଷତ କରାଯାଇ ଜମା କରାଯାଇଥିବା ପରିମାଣ କରିବେ ଅଥବା ଅପସାରଣ ଆଦେଶ ତାଙ୍କ ଦ୍ଵାରା ଦସ୍ତକ୍ଷତ କରାଯାଇ ଜମା ଅକରାଯାଇଥିବା ପରିମାଣ ପରିଶୋଧ କରାଯିବେ ଏବଂ ପରିଶୋଧ କରାଯାଇଥିବା ପରିମାଣ ହିସାବ କରାଯାଇ ଥାଏ ।  ନିକାଶକାରୀଙ୍କ ଅଫିସରେ ଥିବା ରେକର୍ଡ ଲିପିବଦ୍ଧ କରାଯିବ ।
  • ଏଥିନିମନ୍ତେ ନିକାଶକରି ଲିଖିତ ତଥା ସାଧାରଣ ଓ ବିଶେଷ ଆଦେଶ ଦ୍ଵାରା ଯେ କୌଣସି ବ୍ୟକ୍ତିଙ୍କୁ ଆଦାୟ କରିବା ପାଇଁ ଏବଂ ବୈଧ ରସିଦ ମଞ୍ଜୁର କରିବାକୁ କ୍ଷମତାପ୍ରାପ୍ତ କରିପାରନ୍ତି ସେଭଳି ଆଦାୟ ପରିମାଣ ଯଥା ଶୀଘ୍ର ନିକାଶକରି ବ୍ୟାଙ୍କ ହିସାବରେ ଗଚ୍ଛିତ କରାଯିବ ।

ନିୟମ ୯୦ ନିକାଶକାରୀଙ୍କ ସର୍ବଶେଷ ରିପୋର୍ଟ

  • ସମିତିର କାର୍ଯ୍ୟଧାରା ସମାପ୍ତି ହେବା ପରେ, ନିକାଶକାରୀ, ନିବନ୍ଧକଙ୍କ ସମ୍ମୁଖରେ ସର୍ବଶେଷ ରିପୋର୍ଟ ଉପସ୍ଥାପନ କରିବେ ।
  • ନିକାଶକାରୀଙ୍କ ଠାରୁ ସର୍ବଶେଷ ରିପୋର୍ଟ ପ୍ରାପ୍ତି ହେବା ପରେ ନିବନ୍ଧକ ସମିତିର ନିବନ୍ଧନ ଆଦେଶ ପ୍ରତ୍ୟାହାର ଦ୍ଵାରା ସମିତିର ସମାପନ ଆଦେଶ ଦ୍ଵାରା ସମାପ୍ତି କାର୍ଯ୍ୟଧାରାକୁ ସମାପନ କରିପାରନ୍ତି ।
  • ଉପନିୟମ (୨) ଅନୁଯାୟୀ ନିବନ୍ଧକ ଜାରି କରିଥିବା ଆଦେଶ ଓଡିଶା ଗେଜେଟରେ ପ୍ରକାଶ କରାଯିବା ସଙ୍ଗେ ସଙ୍ଗେ ଅର୍ଥଯୋଗାଣ ବ୍ୟାଙ୍କ ଏବଂ ସମିତିକୁ ଜଣାଇ ଦିଆଯିବ ।

ନିୟମ ୯୧ ସମାପ୍ତି କାର୍ଯ୍ୟଧାରାର ଅବସାନ

ନିବନ୍ଧକଙ୍କ ଦ୍ଵାରା ସମୟ ବୃଦ୍ଧିନ ଯିବା ପର୍ଯ୍ୟନ୍ତ ଏକ ସମିତିର ସମାପ୍ତି କାର୍ଯ୍ୟଧାରା ସମାପନ ଆଦେଶ ତାରିଖର  ୩ ବର୍ଷ ସମୟ ମଧ୍ୟରେ ସମାପ୍ତ କରାଯିବ ।

ବିଶ୍ଳେଷଣ ଏହି ନିୟମାବଳି କାର୍ଯ୍ୟକାରୀ ହେବା ସମୟରେ ସମାପ୍ତ ହେବାକୁଥିବା ଏକ ସମିତିର ସମାପନ ନିମନ୍ତେ କରାଯାଇଥିବା ଆଦେଶ ଏହି ନିୟମାବଳି ପ୍ରଚଳିତ ହେବା ତାରିଖଠାରୁ କରାଯିବାର ମନେ କରାଯିବ ।

ନିୟମ ୯୨ ଏବଂ ୯୩

ନିୟମ ୯୨ ସୀମାବନ୍ଧନ

ସମବାୟ ସମିତି ଆଇନର ୧୫ ଦଫା (୩) ଅନୁଯାଇ କରାଯାଇଥିବା ସର୍ବଶେଷ ରିପୋର୍ଟ ତାରିଖରୁ  ୩ ବର୍ଷ ବିଗତ ହେବାପରେ ନିକାଶକାରୀ, ନିବନ୍ଧକ, ଅର୍ଥଯୋଗାଣ ବ୍ୟାଙ୍କ ଅଥବା ଦଲିଲ ଦସ୍ତାବିଜର ଦାୟିତ୍ଵରେ ଥିବା ବ୍ୟକ୍ତିତ୍ଵ ଉପରେ କୌଣସି ଦାୟିତ୍ଵ ରହିବ ନାହିଁ ।

ନିୟମ ୯୩  ବଳକା ସଂପତ୍ତିର ବିନିଯୋଗ

  1. ନିବନ୍ଧକ ବଳକା ଫଣ୍ଡ ଜମା ରଖିପାରନ୍ତି, ଅଥବା ସ୍ଥାନୀୟ ଇଲାକା ମଧ୍ୟରେ ବିଦ୍ୟମାନ ଅର୍ଥଯୋଗାଣ ବ୍ୟାଙ୍କରେ ଜମା କରିପାରନ୍ତି ।
  2. ନିବନ୍ଧକଙ୍କ ଦ୍ଵାରା  ବିଚାର କରାଯାଇଥିବା ଆପତ୍ତି ମୀମାଂସା ନିମନ୍ତେ ନିବନ୍ଧକ ଟ୍ରଷ୍ଟି ଗଠନ କରିପାରନ୍ତି ଏବଂ ଭୂତପୂର୍ବ ସଦସ୍ୟ ସମୂହ  ନିଯୁକ୍ତ କରିପାରନ୍ତି ।  ନିବନ୍ଧକ ସମୟ ସମୟରେ ନିର୍ଦ୍ଧାରିତ କରିଥିବା ଫାରମରେ ଟ୍ରଷ୍ଟି କିମ୍ବା ଟ୍ରଷ୍ଟି ସମୂହ ଦଲିଲ ବା ଦସ୍ତାଜୀବ ସମ୍ପାଦନ କରିବେ  । ଏହି ଉପ- ନିୟମ ଅନୁଯାୟୀ ଗଠିତ ହୋଇଥିବା ଭାରତୀୟ ଟ୍ରଷ୍ଟ ଆଇନ ୧୮୮୨ ବ୍ୟବସ୍ଥା ଦ୍ଵାରା ପରିଚାଳିତ ହେବ ।

ନିୟମ ୯୪ ଅମୁକ୍ତ ଦାୟିତ୍ଵର ବିନିଯୋଗ

  1. ଯଦି କୌଣସି ଦାୟିତ୍ଵ ନିକାଶକାରୀଙ୍କ ଦ୍ଵାରା ନିର୍ବାହ କାରନଯାଏ (ଆପତ୍ତିକାରୀଙ୍କ ଅବସ୍ଥିତ ନ ଜାଣିବା କାରଣରୁ ହେଉ ଅଥବା ଅନ୍ୟ କୌଣସି କାରଣରୁ ହେଉ )ତେବେ ସେଭଳି ଅମୁକ୍ତ ଦାୟିତ୍ଵ ଦ୍ଵାରା ଆଚ୍ଛାଦିତ, ପରିମାଣ ଅର୍ଥଯୋଗାଣ ବ୍ୟାଙ୍କରେ ଜମା କରାଯାଇପାରେ ଏବଂ ମା ତାରିଖରୁ  ୩ ବର୍ଷ ସମୟ ମଧ୍ୟରେ ସମ୍ପୃକ୍ତ ବ୍ୟକ୍ତି ସମୂହଙ୍କ ଆପତ୍ତି ଫଳରେ ବୈଠକ ନିମନ୍ତେ ତାହା ପ୍ରାପ୍ୟ ହେବ।
  2. ଯଦି କୌଣସି ଆପତ୍ତିକାରୀ ଠିକ ସମୟ ମଧ୍ୟରେ ତାହାର ଦାବି ଗ୍ରହଣ କରିବାକୁ, ନ ଆସେ ତେବେ ସେଭଳି ଆପତ୍ତିକୁ ଦାବିକୁ ବିଲୋପ କରାଯିବ ସଙ୍ଗେ ସଙ୍ଗେ ଜମା କରାଯାଇଥିବା ପରିମାଣ ମହାଜନଙ୍କୁ ପରିଶୋଧ କରିବା ନିମନ୍ତେ ନିକାଶକାରୀ ତାହା ଉପରୋକ୍ତ ବ୍ୟାଙ୍କରୁ ଉଠାଇଲେ (ଯଦି ସମାପ୍ତି କାର୍ଯ୍ୟଧାରା ସମାପ୍ତ ହୋଇ ନଥାଏ) ଏବଂ ଯଦି ସମାପ୍ତି କାର୍ଯ୍ୟଧାରା ବନ୍ଦ ହୋଇଥାଏ  ତେବେ ତାହା ସମବାୟ ସମିତି ଆଇନର ୭୬ ଦଫା ଅନୁଯାୟୀ ବଳକା ପ୍ରାପ୍ୟ ରୂପେ ଗଣ୍ୟ ହେବ   ।

ଆଧାର – ଦ ଲ ହାଉସ

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate