অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସମିତିର ପରିଚାଳନା (ଭାଗ – ୨)

ଦଫା ୨୮ର ସଂଶୋଧନ

ସଂଶୋଧନ – ୧୯୯୪

ଦଫା ୨୮ର ସଂଶୋଧନ ମୂଳ ଆଇନର ଦଫା ୨୮ର -

  1. ଉପ- ଧାରା (୧) ପରେ ନିମ୍ନଲିଖିତ ଉପଧାରା ସନ୍ନିବିଷ୍ଟ ହେବ ଯଥା  - (୧-କ) କମିଟିର ଜଣେ ସଭାପତି ରହିବେ ଏବଂ ପ୍ରତ୍ୟେକ ପ୍ରାଥମିକ ସମିତି କ୍ଷେତ୍ରରେ ମଧ୍ୟ ଜଣେ ଉପ- ସଭାପତି ରହିବେ, ଯାହାଙ୍କର ନିର୍ଦ୍ଧାରିତ ମତେ ସେପରି କୌଣସି କ୍ଷମତା, କର୍ତ୍ତବ୍ୟ ଏବଂ ଦାୟିତ୍ଵମାନ ରହିବ  ।
  2. ପୂର୍ବରୁ ଥିବା ଉପ- ଦଫା (୧-କ), ଉପ- ଦଫା (୧- କକ) ରୂପେ ପୁନଃସଂଖ୍ୟାକୃତ  ହେବ
  3. ଉପ- ଦଫା (୧-ଖ)ର ଖଣ୍ଡ (i) ଥିବା ଶବ୍ଦ “ସଭାପତି” ପରେ ଶବ୍ଦାବଳୀ ଏବଂ ଜମା ଏବଂ ଉପ- ସଭାପତି, ଯଦି ଥାଆନ୍ତି ସନ୍ନିବିଷ୍ଟ ହେବ   ।
  4. ଉପ- ଦଫା (୨)
    • ଖଣ୍ଡ (କ) ର ଉପ- ଖଣ୍ଡ (ii) ନିମନ୍ତେ ନିମ୍ନଲିଖିତ ଉପ- ଖଣ୍ଡ ପ୍ରତିସ୍ଥାପିତ ହେବ, ଯଥା -
      • (ii)ଚାରୋଟି ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ସମେତ ଏକ ପ୍ରାଥମିକ ସମିତି କ୍ଷେତ୍ରରେ ସଭାପତି ଏବଂ ଉପ- ସଭାପତିଙ୍କ ସମେତ ପନ୍ଦର ଜଣ ସଭ୍ୟ  ।
    • ଖଣ୍ଡ (ଖ), (ଗ),(ଘ) ଏବଂ (ଙ) ନିମନ୍ତେ ନିମ୍ନଲିଖିତ ଖଣ୍ଡମାନ ପ୍ରତିସ୍ଥାପିତ ହେବ । ଯଥା   -
      • ଏକ ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି କ୍ଷେତ୍ରରେ କମିଟିର ମୋଟ ସଂଖ୍ୟକ ନିର୍ବାଚିତ ସଭ୍ୟଙ୍କ ଦୁଇତୃତୀୟାଂଶ ସଭ୍ୟମାନଙ୍କ ମଧ୍ୟରେ ମହିଳା ସଭ୍ୟ ଅନ୍ତର୍ଭୁକ୍ତ ହେବେ ଯାହାକି ସେପରି ନିର୍ବାଚିତ ସଭ୍ୟମାନଙ୍କର ମୋଟ ସଂଖ୍ୟାର ଏକ – ତୃତୀୟାଂଶରୁ କମ ହେବ ନାହିଁ ।
    • ସ୍ପଷ୍ଟୀକରଣ ଏକ ସମିତି,  ଏକ ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତିକି ନୁହେଁ ତାହା ନିର୍ଦ୍ଧାରଣ କରିବା ନିମନ୍ତେ  ସିଦ୍ଧାନ୍ତ ବା ନୀତି ନିର୍ଦ୍ଧାରଣ ମତେ କରାଯିବ   ।

    • ଏକ କୃଷକ ସେବା ସମବାୟ ସମିତି ସମେତ ଏକ ପ୍ରାଥମିକ କୃଷି ଜମା ସମବାୟ ସମିତି ଏବଂ ଏକ ସେବା ସମବାୟ ସମିତି କ୍ଷେତ୍ରରେ  -
      • କମିଟିର ମୋଟ ସଂଖ୍ୟକ ନିର୍ବାଚିତ ସଭ୍ୟଙ୍କ ଏକ – ତୃତୀୟାଂଶ ସଭ୍ୟ ମଧ୍ୟରେ ଅନୁସୂଚିତ ଜାତି ଜଣେ ଅନୁସୂଚିତ ଉପ- ଜାତିରୁ ଜଣେ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗରୁ ଜଣେ ସଭ୍ୟ ଅନ୍ତର୍ଭୁକ୍ତ ହେବେ ।
      • କମିଟିର ତିନି ଜଣ ନିର୍ବାଚିତ ସଭ୍ୟ କ୍ଷୁଦ୍ର ଚାଷୀ ଅଥବା ଭୂମିହୀନ କୃଷକମାନଙ୍କର ମଧ୍ୟରେ ରହିବେ ।

      ସ୍ପଷ୍ଟୀକାରଣ - ପଦସଂହିତା “କ୍ଷୁଦ୍ରଚାଷୀ“ କହିଲେ ୫ ଏକରରୁ ଅଧିକ ଜମିର ମାଲିକ ହୋଇନଥିବା ଜଣେ ବ୍ୟକ୍ତିଙ୍କୁ ବୁଝାଇବେ ।

    • ଖଣ୍ଡ (ଖ) ଏବଂ (ଗ) ରେ ଉଲ୍ଲେଖିତ ଏକ ସମିତି ବ୍ୟତୀତ ଏକ ପ୍ରାଥମିକ ସମିତି କ୍ଷେତ୍ରରେ କମିଟିର ମୋଟ ସଂଖ୍ୟକ ନିର୍ଭାଚିତ ସଭ୍ୟଙ୍କର ଏକ ତୃତୀୟାଂଶ ମହିଳା ସଭ୍ୟ ରହିବେ, ସେ ଯାହା ହେଉନା କାହିଁକି, ଉକ୍ତ ଏକ- ତୃତୀୟାଂଶ ମଧ୍ୟରେ ଅନୁସୂଚିତ  ଜାତିରୁ ଜଣେ ଅନୁସୂଚିତ ଉପ- ଜାତିରୁ ଜଣେ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗରୁ ଜଣେ ଅନ୍ତର୍ଭୁକ୍ତ ହେବେ ।
    • କମିଟିର ମୋଟ ସଂଖ୍ୟକ ନିର୍ବାଚିତ ସଭ୍ୟଙ୍କର ଦୁଇ- ତୃତୀୟାଂଶ ଅଥବା ଆବଶ୍ୟକସ୍ଥଳେ ଏକ- ତୃତୀୟାଂଶ ଗଣନା କରିବା ସମୟରେ ତଥା ଖଣ୍ଡ (ଖ), (ଗ) ଏବଂ (ଘ) ର ଉଦ୍ଦେଶ୍ୟ ନିମନ୍ତେ ଉକ୍ତ ମୋଟ ସଂଖ୍ୟକ ନିର୍ବାଚିତ ସଭ୍ୟମାନଙ୍କ ମଧ୍ୟରେ ସଭାପତି ଏବଂ ଉପ- ସଭାପତିଙ୍କୁ ଅନ୍ତର୍ଭୁକ୍ତ କରାଯିବ ।
    • ଏହି ଉପ- ଧାରାରେ ଅନ୍ତର୍ବିଷ୍ଟ ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ   -
      • ଏକ ପ୍ରାଥମିକ ସମିତିର ଯେକୌଣସି ନିର୍ବାଚନରେ କମିଟି ପାଇଁ ମହିଳାଙ୍କ ନିମନ୍ତେ ସଂରକ୍ଷିତ ସ୍ଥାନ ଯଦି ପୂରଣ ନ ହୁଏ, ତେବେ କମିଟିର ବୈଠକ ପରେ ଅନୁଷ୍ଠିତ ହୋଇଥିବା ତାହାର ପ୍ରଥମ ବୈଠକରେ କମିଟି, ସେଭଳି ସ୍ଥାନ ପୂରଣ କରିବାକୁ ସମିତିର ସଭ୍ୟମାନଙ୍କ ମଧ୍ୟରୁ ଆବଶ୍ୟକ ସଂଖ୍ୟକ ମହିଳା ସଭ୍ୟ ସହବରଣ କରିବେ ଏବଂ ସେପରି ସହବରଣ କରିବା ଉଦ୍ଦେଶ୍ୟରେ ମହିଳାଙ୍କ ନିମନ୍ତେ ସଂରକ୍ଷିତ ପୂରଣ ହୋଇନଥିବା ସ୍ଥାନ କମିଟିର ଗଠନ ଅଥବା କାର୍ଯ୍ୟକଳାପରୁ ଅସିଦ୍ଧ କରିବ ନାହିଁ, ଯଦି ଅନ୍ୟଥା ଏହା କୋରମରେ ଥାଏ ।
      • ସେପରି ପ୍ରତ୍ୟେକ ସହବୃତ ସଭ୍ୟ ଙ୍କ କାର୍ଯ୍ୟକାଳ କମିଟିର ଅନ୍ୟାନ୍ୟ ସଭ୍ୟମାନଙ୍କ କାର୍ଯ୍ୟକାଳ ସହିତ ସମାନ ଅଟେ ।
      • କମିଟିର ମହିଳାଙ୍କ ନିମନ୍ତେ ସଂରକ୍ଷିତ ଥିବା ଯେକୌଣସି ସ୍ଥାନ ଯଦି ଏକ ସମିତିର ସଭ୍ୟପଦରେ ଯଥେଷ୍ଟ ସଂଖ୍ୟକ ମହିଳା ସଭ୍ୟଙ୍କ ଅପ୍ରାପ୍ତବ୍ୟ କାରଣରୁ ସହବରଣ ଉଦ୍ଦେଶ୍ୟରେ ଖାଲି ରହେ ତେବେ ତାହାର ଫଳ ସ୍ୱରୂପ ଯେ କୌଣସି ରିକ୍ତ ସ୍ଥାନ କମିଟିର ଗଠନ ଅଥବା କାର୍ଯ୍ୟକଳାପକୁ ଅସିଦ୍ଧ କରିବ ନାହିଁ , ଯଦିଓ ତାହାର କୋରମ ଥାଏ  ।
      • ଓଡିଶା ସମବାୟ ସମିତି (ସଂଶୋଧନ) ଆଇନ ୧୯୯୪ ଦ୍ଵାରା ସଂଶୋଧନ ଏହି ଉପଧାରାରେ ଥିବା କୌଣସି  ବିଷୟବସ୍ତୁ , ସେପରି ସଂଶୋଧନ ପୂର୍ବରୁ ଗଠିତ ହୋଇଥିବା ଏକ କମିଟିର କାର୍ଯ୍ୟ ଏବଂ କ୍ଷମତାକୁ ପ୍ରଭାବ ପକାଇବାରେ ମନେ କରାଯିବ ନାହିଁ, ଯେପର୍ଯ୍ୟନ୍ତ ଏହାର କାର୍ଯ୍ୟକାଳ ରହିଥିବ ।
      • ଉପ- ଧାରା (୩)ର –
        • ପ୍ରଥମ ଭାଗରେ ଥିବା ଶବ୍ଦ “ସଭାପତି“ ନିମନ୍ତେ ଶବ୍ଦାବଳୀ ଏବଂ ଜମା“ ସଭାପତି ଅଥବା ଉପ- ସଭାପତି, ଯଦି ଥାଆନ୍ତା“ ସନ୍ନିବିଷ୍ଟ ହେବ  ।
        • ଖଣ୍ଡ (ଣ) ର ଖଣ୍ଡ (ii) ର ଦୃଶ୍ୟମାନ ହେଉଥିବା ଶବ୍ଦ “କମିଟି“ ନିମନ୍ତେ ଶବ୍ଦାବଳୀ“ ସାଧାରଣ ସଂଘ ଅଥବା, ଆବଶ୍ୟକସ୍ଥଳେ, କ୍ଷୁଦ୍ରତର ସାଧାରଣ ସଂଘ“ ପ୍ରତିସ୍ଥାପିତ ହେବ  ଏବଂ ଖଣ୍ଡ ର ପରନ୍ତୁକ ର ଶେଷରେ ଦୃଶ୍ୟମାନ ହେଉଥିବା ଶବ୍ଦ ଏବଂ ପୂର୍ଣ୍ଣଛେଦ୍ଦ “ଅବସାନ“ ନିମନ୍ତେ ଶବ୍ଦ ଏବଂ ସେମିକଳନ “ଅବସାନ ଅଥବା ପ୍ରତି ସ୍ଥାପିତ ହେବ, ଏବଂ
        • ଖଣ୍ଡ (ଣ) ପରେ ନିମ୍ନଲିଖିତ ଖଣ୍ଡ ତା. ୧.୧.୧୯୯୫ ରିଖରୁ ସନ୍ନିବିଷ୍ଟ ହେବ ।  ଯଥା -
        • ଦୁଇରୁ ଅଧିକ ସନ୍ତସନ୍ତିଆ ଥାଆନ୍ତି ।

ପରନ୍ତୁ ଏହି ଖଣ୍ଡ ର କୌଣସି ବିଷୟବସ୍ତୁ ଏକ ବ୍ୟକ୍ତିଙ୍କୁ ପ୍ରଯୁଜ୍ୟ ହେବ ନାହିଁ ଯାହାଙ୍କର ତା୧.୧.୧୯୯୫ ରିଖ ସୁଦ୍ଧା ଅଥବା ଆବଶ୍ୟକସ୍ଥଳେ କଥିତ ତାରିଖରେ ଏକ ବର୍ଷ ସମୟ ମଧ୍ୟରେ ଦୁଇରୁ ଅଧିକ  ସନ୍ତାନ ଅଛନ୍ତି, ଯଦିଓ ସେପରି ବ୍ୟକ୍ତି କଥିତ ଏକ ବର୍ଷ ସମୟ ପରେ ଜଣେ ଅତିରିକ୍ତ ପିଲା ଜାତ କରିଥାନ୍ତି  । (ସଂଖ୍ୟା ୧୪୮୯୨/ଲେଜିସ , ତା ୦୯.୧୧.୧୯୯୪ )

ସଂଶୋଧନ -୨୦୦୫

ଧାରା ୨୮ର ସଂଶୋଧନ ଓଡିଶା ସମବାୟ ସମିତି ଆଇନରେ , ଧାରା ୨୮ରେ ଉପ- ଧାରା (୨)ର ପ୍ରକରଣ (ଛ)ର ଉପ- ପ୍ରକରଣ (i) ରେ ଶଦ୍ଦାବଳୀ “୪୨ ମାସ“ ପାଇଁ “୪୮ ମାସ ଶଦ୍ଦାବଳୀ ପ୍ରତିସ୍ଥାପିତ ହେବ ।(ସଂଖ୍ୟା ୧୦୮୮୦ /ଲେଜିସ , ତା ୦୨.୦୭.୨୦୦୫ )

ସଂଶୋଧନ -୨୦୦୪

ଧାରା -୨୮ ର ସଂଶୋଧନ ମୂଳ ଆଇନ ଧାରା ୨୮ର ଉପ- ଧାରା (୨)ରେ  -

  1. ପ୍ରକରଣ (ଗ), (ଙ-୧ ) ନିମନ୍ତେ ନିମ୍ନଲିଖିତ  ପ୍ରକରଣଗୁଡିକ ପ୍ରତିସ୍ଥାପିତ ହେବ, ଯଥା -
    • ବହୃଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ବ୍ୟତୀତ ଏକ ପ୍ରାଥମିକ ସୀମିତ କ୍ଷେତ୍ରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଉପ- ଜାତି ପ୍ରତ୍ୟେକଙ୍କୁ ୨ ଜଣ ସଭ୍ୟ,  ଅନ୍ୟାନ୍ୟ ପଛୁଆ ବର୍ଗରୁ ୩ ଜଣ ସଭ୍ୟ ସମାଜଗତ ଏବଂ ଶିକ୍ଷାଗତ ଭାବେ ପଛୁଆ ବର୍ଗ ଅନ୍ତର୍ଭୁକ୍ତ ଏବଂ ୨ ଜଣ ମହିଳା ସଭ୍ୟ ରୂପେ ରହିବେ ତେଣୁ ସେହି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ ଶିକ୍ଷାଗତ ଏବଂ   ସମାଜଗତ ପଛୁଆବର୍ଗ ଅନ୍ତର୍ଗତ ସଭ୍ୟ ପ୍ରତ୍ୟେକଙ୍କ ମଧ୍ୟରେ ଜଣେ ମହିଳା ସଭ୍ୟ ହେବେ   ।
    • ଏକ କେନ୍ଦ୍ରୀୟ ସମିତି କ୍ଷେତ୍ରରେ ଅନୁସୂଚୀତ ଜାତି ଏବଂ ଅନୁସୂଚୀତ ଉପଜାତି ପ୍ରତ୍ୟେକରୁ ୨ ଜଣ ସଭ୍ୟ, ଅନ୍ୟାନ୍ୟ ପଛୁଆ ବର୍ଗରୁ ୩ ଜଣ ସଭ୍ୟ ସମାଜଗତ ଏବଂ ଶିକ୍ଷାଗତ ଭାବେ ପଛୁଆବର୍ଗ ଅନ୍ତର୍ଭୁକ୍ତ ଏବଂ ମହିଳା ସଭ୍ୟରୁ ୨ ଜଣ ରହିବେ, ତେଣୁ ସେହି ଅନୁସୂଚୀତ ଜାତି, ଅନୁସୂଚୀତ ଉପଜାତ ଏବଂ ଅନ୍ୟାନ୍ୟ ପଛୁଆବର୍ଗ ଶିକ୍ଷାଗତ ଏବଂ ସମାଜଗତ ଅନ୍ତର୍ଭୁକ୍ତ ସଭ୍ୟ ପ୍ରତ୍ୟେକଙ୍କ ମଧ୍ୟରେ ଜଣେ ମହିଳା ସଭ୍ୟ ହେବେ ।
    • ଏକ ଶୀର୍ଷ (ଆପେକ୍ସ ) ସମିତି କ୍ଷେତ୍ରରେ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଉପଜାତି ପ୍ରତ୍ୟେକରୁ ୩ ଜଣ ସଭ୍ୟ, ଅନ୍ୟାନ୍ୟ ପଛୁଆ ବର୍ଗରୁ ୪ ଜଣ ସଭ୍ୟ ସମାଜଗତ ଏବଂ ଶିକ୍ଷାଗତ ପଛୁଆ ବର୍ଗ ଅନ୍ତର୍ଭୁକ୍ତ ଏବଂ ୩ ଜଣ ମହିଳା ସଭ୍ୟ ରହିବେ, ତେଣୁ ସେହି ଅନୁସୂଚିତ ଜାତି ଏବଂ ଅନୁସୂଚିତ ଉପଜାତି ପ୍ରତ୍ୟେକରୁ ଜଣେ  ସ୍ତ୍ରୀ ଲୋକ ହେବେ ଏବଂ ଅନ୍ୟାନ୍ୟ ପଛୁଆବର୍ଗ ମଧ୍ୟରେ ଶିକ୍ଷାଗତ ଏବଂ ସମାଜଗତ ପଛୁଆବର୍ଗ ଅନ୍ତର୍ଭୁକ୍ତ ସଭ୍ୟମାନଙ୍କ ମଧ୍ୟରେ ୨ ଜଣ ମହିଳା ସଭ୍ୟ ହେବେ   ।

    ଉଲ୍ଲେଖଥାଉ କି, ପୂର୍ବୋକ୍ତ ପ୍ରକରଣରେ ପ୍ରଦାନ ବ୍ୟତୀତ, ପ୍ରାଥମିକ, କେନ୍ଦ୍ରୀୟ ଏବଂ ଶୀର୍ଷ ସମବାଯ ସମିତିର ପରିଚାଳନା କମିଟିରେ ଅବଶିଷ୍ଠ ଆସନ ବିରୂଢରେ ନିର୍ବାଚନ ପ୍ରତିଦ୍ଵନ୍ଦିତା କରିବାକୁ ସେହି ସଂରକ୍ଷିତ ବର୍ଗ ଅନ୍ତର୍ଭୁକ୍ତ ସଭ୍ୟମାନଙ୍କ ପାଇଁ କୌଣସି ନିଷେଧ ରହିବ ନାହିଁ ।

  2. ପ୍ରକରଣ (ଛ) ଉପ- ପ୍ରକରଣ (Iv) ରେ ଥିବା ଶବ୍ଦାବଳୀ “୩୬ ମାସ “ପାଇଁ “୪୨ ମାସ “ ଶବ୍ଦାବଳୀ ପ୍ରତିସ୍ଥାପିତ ହେବ  ।

ସଂଶୋଧନ ଆଇନର ଧାରା ୨୮ର ସଂଶୋଧନ ସଂଶୋଧନ ଆଇନରେ ଧାରା ୨୮ର ପ୍ରକରଣ (କ)ର ଉପ –ପ୍ରକରଣ (III) ବିଲୁପ୍ତ ହେବ । (ସଂଖ୍ୟା ୧୩୪୨୫/ଲେଜିସ ,ତା ୨୩.୧୨.୨୦୦୪)

ସଂଶୋଧନ -୨୦୦୨

ଧାରା ୨୮ ର ସଂଶୋଧନ ଓଡିଶା ସମବାୟ  ସମିତି ଆଇନ ୧୯୬୨ (ପରବର୍ତ୍ତୀ ଭାଗରେ ଏହା ମୂଳ ଆଇନ ରୂପେ ଦର୍ଶାଯାଇଛି  । ଧାରା ୨୮ରେ –

  1. ଉପଧାରା (୧-୬) ର ଖଣ୍ଡ (ii) ରେ ଶବ୍ଦାବଳୀ “ସମିତି ସମ୍ବନ୍ଧରେ“ ଏବଂ କମା ପରେ ଏବଂ ଶବ୍ଦାବଳୀ“ଏବଂ ଗଠନ କରିବା“ ପରେ “ଶବ୍ଦାବଳୀ“ ଏବଂ ଯଦି ଆବଶ୍ୟକ ହୁଏ  ସମସ୍ତ କିମ୍ବା ଯେକୌଣସି ନୀତି ସମିତିର ସଭ୍ୟଗ୍ରହଣ ନିସ୍ପତି ଅନ୍ତର୍ବିଷ୍ଟ କରି ସନ୍ନିବିଷ୍ଟ ହେବ ।
  2. ଉପ-ଧାରା (i-c) ରେ ଶବ୍ଦାବଳୀ “ସମିତି ବିଷୟରେ“ ଏବଂ ଜମା ପରେ “ଗୋଟିଏ ସମୟ ଅବଧି“ ଶବ୍ଦାବଳୀ ପୂର୍ବରୁ ଯେଉଁଠାରେ କି ସେମାନେ ପରିଦୃଷ୍ଟ ହେବେ ଶବ୍ଦାବଳୀଗୁଡିକ ଏବଂ ଜମାଗୁଡିକ ସନ୍ନିବେଶିତ ହେବ, ଏବଂ ଯଦି ଆବଶ୍ୟକ ହୁଏ ସମସ୍ତ ନିଆଯିବ କିମ୍ବା ଯେକୌଣସି ନୀତି ସମିତିର ସଭ୍ୟ ଗ୍ରହଣ ସମ୍ପର୍କରେ ନିସ୍ପତି ଅନ୍ତର୍ଭୁକ୍ତ କରି ସନ୍ନିବିଷ୍ଟ ହେବ,  ଏବଂ
  3. ଉପଧାରା  (୨) ରେ ଖଣ୍ଡ (g), (a)ଉପଖଣ୍ଡ (ii) ପାଇଁ ନିମ୍ନଲିଖିତ ଉପଖଣ୍ଡ ପ୍ରତିସ୍ଥାପିତ ହେବ  ।
    • (ii)ପ୍ରତ୍ୟେକ ସମିତିର ପରିଚାଳନା କ୍ଷେତ୍ରରେ, ଯେଉଁମାନଙ୍କର କମିଟି ବିଘଟଣ ହୋଇଯାଇଛି କିମ୍ବା ସେହିପରି ଯେଉଁମାନଙ୍କର ପରିଚାଳନା ନିବନ୍ଧକ ଚଳାଇକହନ୍ତି ସେପରି ସ୍ଥଳ ବିଶେଷରେ ଯାହା, ପରିଚାଳନା ଭାର ନିବନ୍ଧକଙ୍କ ଦ୍ଵାରା ଚାଲୁ ରହିବ ଏବଂ ନିବନ୍ଧକ କିମ୍ବା ତାଙ୍କ ଦ୍ଵାରା ସମିତି ସଭ୍ୟମାନଙ୍କ ମଧ୍ୟରୁ ଗୋଟିଏ ମନୋନୀତ କମିଟି କିମ୍ବା ଏହା ଦ୍ଵାରା ସହବନ୍ଧିତ ଗୋଟିଏ ସଦସ୍ୟ ସମିତି କିମ୍ବା ସେହି ସଦସ୍ୟ ସମିତିର ଗୋଟିଏ ସହବନ୍ଧିତ ସମିତି, ଯେତେ ଦୂର ସମ୍ଭବ ଅନୁସୂଚିତ ଜାତି,  ଅନୁସୂଚିତ ଜନଜାତି ଅନ୍ୟାନ୍ୟ ପଛୁଆ ବର୍ଗ ଓ ମହିଳାମାନଙ୍କ ପ୍ରତିନିଧି ସମିତିର କାର୍ଯ୍ୟ ପରିଚାଳନା କରିବେ ଏବଂ ସମସ୍ତ ନିସ୍ପତି କିମ୍ବା ଯେ କୌଣସି ନୀତି ସମିତି ସଭ୍ୟ ଗ୍ରହଣ ସଂକ୍ରାନ୍ତରେ ହେଉ, ଯେ ପର୍ଯ୍ୟନ୍ତ ଓଡିଶା ସମବାୟ ସମିତି (ସଂଶୋଧନ) ଆଇନ ୨୦୦୧ ବ୍ୟବସ୍ଥାନୁଯାୟୀ କମିଟି ଗଠନ କରାନଯାଇଛି,  ସେ ପର୍ଯ୍ୟନ୍ତ ଗ୍ରହଣ କରିବେ ।
    • ଉପଖଣ୍ଡ (IV) ରେ ଶବ୍ଦାବଳୀ “୬ ମାସ“ ପାଇଁ “୧୮ ମାସ” ଶବ୍ଦାବଳୀ ପ୍ରତିସ୍ଥାପିତ ହେବ । (ସଂଖ୍ୟା ୯୦୭୮/ ଲେଜିସ,  ତା .୦୬.୨୦୦୨) ।

ସଂଶୋଧନ – ୨୦୦୧

ଧାରା ୨୮ର ସଂଶୋଧନ – ମୂଳ ଆଇନର ଦଫା ୨୮ର ଉପ-ଦଫା (୨)ରେ –

  1. ପ୍ରକରଣ (ଖ) ରେ ନିମ୍ନଲିଖିତ ପରନ୍ତୁକ ସ୍ପଷ୍ଟୀକାରଣ ପୂର୍ବରୁ ସନ୍ନିବିଷ୍ଟ ହେବ , ଯଥା “ଉଲ୍ଲେଖଥାଉକି , ଅନୁସୂଚିତ ଜନଜାତିଙ୍କ ପାଇଁ ସଭାପତି ଏବଂ ଉପ- ସଭାପତିଙ୍କ ଅଫିସର ସଂରକ୍ଷିତ ହୋଇ ରହିବ   ।
  2. ପ୍ରକରଣ (ଖ) ଏବଂ (ଘ) ପାଇଁ ନିମ୍ନଲିଖିତ ପ୍ରକରଣ ପ୍ରତିସ୍ଥାପିତ ହେବ, ଯଥା –
    • (ଗ)ବୃହଦାକାର ଆଦିବାସୀ ବହୁମୁଖ୍ୟ ସମବାୟ ସମିତି ବ୍ୟତୀତ ପ୍ରାଥମିକ ସମିତି କ୍ଷେତ୍ରରେ, ଅନୁସୂଚିତ ଜାତିରୁ ୩ ଜଣ ସଦସ୍ୟ, ଅନ୍ୟାନ୍ୟ ପଛୁଆ ବର୍ଗରୁ ୪ ଜନ ଏବଂ ଅନ୍ୟାନ୍ୟ ବର୍ଗରୁ ୫ ଜନ ସଦସ୍ୟ ରହିବେ ।  ଯାହା ହେଉନନା କାହିଁକି, ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗରୁ ଜଣେ ଜଣେ ମହିଳା ଏବଂ ଅନ୍ୟାନ୍ୟ ବର୍ଗ ମଧ୍ୟରେ ୨ ଜନ ମହିଳା ସଦସ୍ୟ ରହିବେ ।
    • ପ୍ରକରଣ (ଙ) ବିଲୁପ୍ତ ହେବ।
    • ପ୍ରକରଣ (ଚ) ରେ -
  3. ଉପ- ପ୍ରକରଣ (I) ପାଇଁ ନିମ୍ନଲିଖିତ ଉପ- ପ୍ରକରଣ ପ୍ରତିସ୍ଥାପିତ ହେବ,  ଯଥା -
    • ପ୍ରାଥମିକ, କେନ୍ଦ୍ରୀୟ କିମ୍ବା ଶୀର୍ଷ ସମିତିର କୌଣସି ନିର୍ବାଚନରେ ଯଦି କମିଟି ଦ୍ଵାରା ସଂରକ୍ଷିତ ଅନୁସୂଚିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆବର୍ଗର ମହିଳାଙ୍କ ସ୍ଥାନ ପୂରଣ ନ ହେଲା ସେ କ୍ଷେତ୍ରରେ କମିଟି ଅବଶ୍ୟକ ସଂଖ୍ୟକ ଉପରୋକ୍ତ ସଦସ୍ୟ ସମିତିର ଅନ୍ୟ ସଭ୍ୟମାନଙ୍କ ମଧ୍ୟରୁ ସହବାରାଁ କରିବେ କିମ୍ବା ଯେଉଁ କ୍ଷେତ୍ରର ଆବଶ୍ୟକ ସଂଖ୍ୟକ ସେହି ବର୍ଗର ସଦସ୍ୟ ସହବରଣ ପାଇଁ ନ ମିଳନ୍ତି ସେ କ୍ଷେତ୍ରରେ କମିଟି ଆବଶ୍ୟକ ସଂଖ୍ୟକ ସଭ୍ୟମାନଙ୍କୁ ଯେକୌଣସି ବର୍ଗ ଅନ୍ତର୍ଭୁକ୍ତ ସମିତିର ସଭ୍ୟମାନଙ୍କ ମଧ୍ୟରୁ ସହବାରାଁ କରିବେ, ଏବଂ ସେହି ସଙ୍ଗଖିତ ଆସନକୁ ପୂରଣ କରିବା ଉଦ୍ଦେଶ୍ୟରେ ସହବରଣ କାର୍ଯ୍ୟ କମିଟିର ଗଠନ ଏବଂ କାର୍ଯ୍ୟକୁ ଅସିଦ୍ଧ କରିବା ନାହିଁ,ଅନ୍ୟାଥା ଯଦି ଏହା କୋରମରେ ଥାଏ  ।
  4. ଉପ-ପ୍ରକରଣ ବିଲୁପ୍ତ ହେବ, ଏବଂ
    • ପ୍ରକରଣ (ଛ) ପାଇଁ ନିମ୍ନଲିଖିତ ପ୍ରକରଣ ପ୍ରତିସ୍ଥାପିତ ହେବ ଯଥା -
      • ଏହି ଆଇନ, ନିୟମ ଏବଂ ଉପବିଧିରେ କୌଣସି ବ୍ୟବସ୍ଥା ନଥିବା ସତ୍ତ୍ୱେ ପ୍ରତ୍ୟେକ ପ୍ରାଥମିକ ସମିତି, କେନ୍ଦ୍ରୀୟ ସମିତିର ଏବଂ ଶୀର୍ଷ ସମିତିର କମିଟି (ଯେଉଁଥିରେ ପ୍ରାରମ୍ଭିକ କମିଟି ଅନ୍ତର୍ଭୁକ୍ତ) ଯେଉଁମାନେ କି ଓଡିଶା ସମବାୟ ସମିତି (ସଂଶୋଧନ ) ଆଇନ ୨୦୦୧ ପୂର୍ବରୁ ଅଛନ୍ତି, ସେମାନେ କଥିତ କାର୍ଯ୍ୟକାରୀ ତାରିଖଠାରୁ ବିଘଟନ ହେବେ ଏବଂ ପ୍ରତି କମିଟି ସଭାପତି, ଉପ- ସଭାପତି ସମେତ ସଦସ୍ୟମାନେ ସେହି ତାରିଖରୁ ସେମାନଙ୍କର ଅଫିସ ତ୍ୟାଗ କରିବାକୁ ବିବେଚିତ ହେବେ, ଏବଂ ସେଠାରେ ସେହି ତାରିଖରୁ ସେହି ସମିତିଗୁଡିକର ପରିଚାଳନା ନିବନ୍ଧକଙ୍କ ଦ୍ଵାରା ସମ୍ପାଦିତ ହେବ ।  କୌଣସି ବିବରଣୀ କିମ୍ବା ପଦକ୍ଷେପ ଯଦି କମିଟିର ସମ୍ବିଧାନ ନିମନ୍ତେ ଆବଶ୍ୟକ ହୁଏ ତେବେ ତାହା ବାତିଲ ହେବ ।
      • ଯେଉଁ ସମିତିର କମିଟି ବିଘଟନ ହୋଇଛି, ସେହି ସମିତିର ପରିଚାଳନା କାର୍ଯ୍ୟ ନିବନ୍ଧକଙ୍କ ଦ୍ଵାରା ସଂପାଦିତ ହେବା ସ୍ଥଳବିଶେଷରେ ଯେପରି, ସେପରି ଭାବେ ନିବନ୍ଧକଙ୍କ ଦ୍ଵାରା କାର୍ଯ୍ୟକାରୀ ହେବ ଏବଂ ନିବନ୍ଧକ କିମ୍ବା ତାଙ୍କ ଦ୍ଵାରା ସମିତି ସଭ୍ୟମାନଙ୍କ ମଧ୍ୟରୁ ଯେତେଦୂର ସମ୍ଭବ ପ୍ରତିନିଧିତ୍ଵ କରୁଥିବା ଅନୁସୂଚିତ ଜାତି , ଜନଜାତି , ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ମହିଳା ଥାଇ କମିଟି ମନୋନୀତ କରଯାଇ ଓଡିଶା ସମବାୟ ସମିତି (ସଂଶୋଧନ) ଆଇନ ୨୦୦୧ ଦ୍ଵାରା ସଂଶୋଧିତ ଆଇନ ବ୍ୟବସ୍ଥାନୁଯାୟୀ କମିଟି ଗଠନ ହେବା ପର୍ଯ୍ୟନ୍ତ ସମିତି କାର୍ଯ୍ୟକୁ ପରିଚାଳନା କରିବେ ।
      • ଉପ-ପ୍ରକରଣ ରେ ଉଲ୍ଲିଖିତ ପ୍ରତ୍ୟେକ ସମିତି ସେମାନଙ୍କୁ ଉପବିଧି ଆବଶ୍ୟକ ମତେ ସଂଶୋଧନ କରିବେ ଯେ ପରି କି ଓଡିଶା ସମବାୟ ସମିତି (ସଂଶୋଧନ) ଆଇନ ଦ୍ଵାରା ସଂଶୋଧିତ ଆଇନ ବ୍ୟବସ୍ଥା ଅନୁରୂପ ହେବ ଏବଂ ଏହି କଥିତ ଆଇନ ପ୍ରାରମ୍ଭରୁ ୬ ମାସ ମଧ୍ୟରେ କମିଟିର ପୁନର୍ଗଠନ କରିବେ , ଏବଂ
      • କୌଣସି ସମିତି ଏହାର ଉପବିଧିର ସଂଶୋଧନ ଏବଂ କମିଟିର ପୁନର୍ଗଠନରେ ଯାହା ଉପ-ପ୍ରକରଣ (iii) ରେ ଧାର୍ଯ୍ୟ ସମୟ ମଧ୍ୟରେ ଅସଫଳ ହେଲେ , ନିବନ୍ଧକ ଉକ୍ତ ସଂଶୋଧନ ଏବଂ କମିଟିର ପୁନର୍ଗଠନ ବିତି ଯାଇଥିବା ସମୟ ସୀମା ପରେ 6 ମାସ ମଧ୍ୟରେ କରିବେ   ।

      ପ୍ରତ୍ୟାହୃତି ଏବଂ ବ୍ୟାବୃତ୍ତି –(୧) ଏତଦ୍ଵାରା ଓଡିଶା ସମବାୟ ସମିତି (ସଂଶୋଧନ) ଅଧ୍ୟାଦେଶ ୨୦୦୧ ପ୍ରତ୍ୟାହୃତ ହେଲା  ।

    • ସେହି ପ୍ରତ୍ୟାହୃତ ସତ୍ତ୍ୱେ କଥିତ ସଂଶୋଧିତ ଅଧ୍ୟାଦେଶ ଅନୁସାରେ ମୂଳ ଅଇନାନୁଯାୟୀ କୌଣସି କାର୍ଯ୍ୟ ପଦକ୍ଷେପ ଗ୍ରହଣ କରାଗଲେ ଏହି ସଂଶୋଧିତ ଆଇନ ଅନୁସାରେ ତାହା ମୂଳ ଆଇନାନୁଯାୟୀ କରଯାଇଛି ବୋଲି ବିବେଚିତ କରାଯିବ ।

ସଂଶୋଧନ -୨୦୧୨, ଓଡିଶା ଆଇନ ୧/୨୦୧୩

ଧାରା ୨୮ର ସଂଶୋଧନ ମୂଳ ଆଇନରେ ଦଫା ୨୮ରେ –

  1. ଉପ-ସଫା (୧)ର ଧାରା (ଖ) ରେ, ଉପଧାରା (୨) ପରେ, ନିମ୍ନଲିଖିତ ଉପ- ଧାରାକୁ ସଂଯୋଗ କରାଯିବ, ଯଥା -
    • ଏହାର ସଦସ୍ୟମାନଙ୍କୁ, ସହ- ଶିକ୍ଷା ଏବଂ ପ୍ରଶିକ୍ଷଣ ଯୋଗାଇଦେବା ।
    • ଉପ- ଧାରା (୨) ରେ ବ୍ୟବସ୍ଥାପୀତ ବ୍ୟତୀତ, ନିବନ୍ଧକଙ୍କୁ, ଅର୍ଥନୈତିକ ବର୍ଷର ଶେଷରେ ଛଅମାସ ମଧ୍ୟରେ , ପ୍ରତ୍ୟେକ ବର୍ଷ, ସମିତିର ରିଟର୍ଣ୍ଣ ଦାଖଲ କରିବେ, କିମ୍ବା ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ଅର୍ଥନୈତିକ ବ୍ୟାଙ୍କକୁ ଦାଖଲ କରିବେ, ଯାହାକି ନିମ୍ନଲିଖିତ ଅନ୍ତର୍ଭୁକ୍ତ କରିବ ।
    • ପ୍ରତ୍ୟେକ ସମିତି, ଯଦି ଏହି ଆଇନର ବ୍ୟବସ୍ଥାବଳୀ ଅନୁଯାଯାଇ, ଶୀଘ୍ର ଅତିକ୍ରମିକ ତାରିଖରୁ, ଏକ ବର୍ଷ ସମୟର ସମାପ୍ତି ପୂର୍ବରୁ ।
    • ବ୍ୟାକିଙ୍ଗ ବ୍ୟବସାୟ ପରିଚାଳନା କରୁଥିବା ସମିତି କ୍ଷେତ୍ରରେ, ଏହାର ଅତିକ୍ରମଣ ତାରିଖରୁ, ଏକ ବର୍ଷ ସମୟର ସମାପ୍ତି ପୂର୍ବରୁ;
    • ବ୍ୟାଙ୍କିଙ୍ଗ ବ୍ୟବସାୟ ପରିଚାଳନା କରୁଥିବା କୌଣସି ସମିତି ବ୍ୟତୀତ , କୌଣସି ସମିତିର ଅତିକ୍ରମନ ତାରିଖରୁ ଛଅମାସ ସମୟର ସମାପ୍ତି ପୂର୍ବରୁ;
  2. ଉପ-ଦଫା (୨) ରେ  -
  3. ଏହି ଆଇନର ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ, କୌଣସି ସମିତିର, ସମିତି (କିମ୍ବା କମିଟି ) ଯେଉଁଥିରୁ, ଉପ- ଦଫା (୩-ଖ) ଅନୁଯାୟୀ ସଦସ୍ୟ ଏବଂ ଦଫା ୩୧ ଅନୁଯାୟୀ ମତ ପରିଚାଳନା କରିଥିବା ସଦସ୍ୟଙ୍କୁ ବାଦ ଦେଇ, ନିମ୍ନଲିଖିତଙ୍କୁ ଧାରଣ କରିବ ।
    • ସଭାପତି ଏବଂ ଉପସଭାପତିଙ୍କୁ ଅନ୍ତର୍ଭୁକ୍ତ କରି , କୌଣସି ସର୍ବୋଚ୍ଚ ସମିତି କ୍ଷେତ୍ରରେ ଏକୋଇଶ ଜଣ ସଦସ୍ୟ, ଏବଂ
    • କୌଣସି କେନ୍ଦ୍ରୀୟ ସମିତି କ୍ଷେତ୍ରରେ, ପନ୍ଦର ଜଣ ସଦସ୍ୟ, ଏକ ବୃହତ୍ତ ଆକାରର ଆଦିବାସୀବହୁମୁଖ୍ୟ ସମବାୟ ସମିତି ସହିତ,  ଏକ ପ୍ରାଥମିକ ସମିତି, ଏପରି ସମିତିର ସଭାପତି ଏବଂ ଉପ- ସଭାପତି ।
  4. ଏହାର କାର୍ଯ୍ୟକଳାପର ବାର୍ଷିକ ବିବରଣୀ
  5. ଏହାର ହିସାବର, ସମୀକରଣ ବିବରଣୀ
  6. ସାଧାରଣ ସଂସ୍ଥା ଦ୍ଵାରା ଯେପରି ଅନୁମୋଦିତ, ବଳକାର ହସ୍ତରନ୍ତରଣ ନିମନ୍ତେ, ଯୋଜନା
  7. ଏହାର ଉପ-ନିୟମ ପ୍ରତି ସଂଶୋଧନ ତାଲିକା, ଜାତି କିଛି ଥାଏ   ।
  8. ଏହାର ସାଧାରଣ ସଂସ୍ଥାର ବୈଠକ ଅନୁଷ୍ଠିତ ତାରିଖ ତଥା ନିର୍ବାଚନର ପରିଚାଳନା, ଯେତେବେଳେ ସମୟ ଆସେ, ସେ ସଂବନ୍ଧରେ ଘୋଷଣା ।
  9. ନିବନ୍ଧକ କିମ୍ବା ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଅର୍ଥନୈତିକ ବ୍ୟାଙ୍କ ଦ୍ଵାରା ଆବଶ୍ୟକ ଅନ୍ୟ କୌଣସି ତଥ୍ୟ,
    • ଉପ- ଦଫା (୧- କକ) ଏବଂ (୧- ଖ) ନିମନ୍ତେ, ନିମ୍ନଲିଖିତ ଉପ- ଦଫାକୁ ପରିବର୍ତ୍ତନ କରାଯିବ, ଯଥା –
    • (୧ – କକ) ପ୍ରତ୍ୟେକ ସମିତି, ଯଦି ଏହି ଆଇନର ବ୍ୟବସ୍ଥାବଳୀ ଅନୁଯାୟୀ, ଶୀଘ୍ୟ ଅତିକ୍ରମିକ ନହୁଏ, ତାହା ନିର୍ବାଚନ ତାରିଖରୁ, ପାଞ୍ଚ ବର୍ଷ ନିମନ୍ତେ ରହିବ ଏବଂ କାର୍ଯ୍ୟାଳୟ କାର୍ଯ୍ୟ ବହନ କରୁଥିବା କର୍ମଚାରୀ ଏବଂ ସେଥି ନିମନ୍ତେ ମତପୋଷଣ କରିଥିବା ବ୍ୟକ୍ତିମାନଙ୍କ ସହିତ, ନିର୍ବାଚିତ ସଦସ୍ୟମାନଙ୍କର କାର୍ଯ୍ୟକାଳର ଅବଧି ସମିତିର ଅବଧି ସହିତ ସମାପ୍ତ ହେବ ।
    • (୧ – ଖ) ଏକ ସମିତି ଗଠନ କରିବା ପ୍ରତି କୌଣସି ନିର୍ବାଚନ, ସମାନ୍ତ କରାଯିବ -
  10. ଧାରା (କ) ନିମନ୍ତେ , ନିମ୍ନଲିଖିତ ଧାରାକୁ ପରିବର୍ତ୍ତନ କରାଯିବ, ଯଥା  -
  11. ଧାରା (ଙ) ପ୍ରତି,  ଦ୍ଵିତୀୟ ପ୍ରତିବନ୍ଧ ନିମନ୍ତେ, ନିମ୍ନଲିଖିତ ପ୍ରତିବନ୍ଧକୁ ପରିବର୍ତ୍ତନ କରାଯିବ, ଯଥା  -
  12. ଆହୁରି ଉଲ୍ଲେଖଥାଉ ଯେ, କୌଣସି ସମିତି,  ତଫସିଲଭୁକ୍ତ  ଜାତି କିମ୍ବା ତଫସିଲଭୁକ୍ତ ଉପଜାତି ନିମନ୍ତେ ଗୋଟିଏ ଆସନର ସଂରକ୍ଷଣ ନିମନ୍ତେ, ଏବଂ ସମିତି ପ୍ରତି, ମହିଳାମାନଙ୍କ ନିମନ୍ତେ, ଦୁଇଟି ଆସନ ବ୍ୟବସ୍ଥାୟୀତ କରିବ, ଯାହାକି ସଦସ୍ୟ ଭାବେ ସେହି ବ୍ୟକ୍ତିମାନଙ୍କର ଧାରଣ କରିଥାଏ, ଏବଂ ଏପରି ଶ୍ରେଣୀ କିମ୍ବା ବ୍ୟକ୍ତିମାନଙ୍କର ଶ୍ରେଣୀରୁ, ସଦସ୍ୟମାନଙ୍କୁ ଧାରଣ କରିଥାଏ  ।

    • ଉପ-ଦଫା (6) ରେ ଧାରା (ଖ)ନିମନ୍ତେ ନିମ୍ନଲିଖିତ ଧାରାକୁ ପରିବର୍ତ୍ତନ କରାଯିବ, ଯଥା -
      • ଏହା, ହେବା ତାରିଖରୁ ପନ୍ଦର ଦିନ ମଧ୍ୟରେ ସମିତିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦ୍ଵାରା, ଏପରି ସୂଚନା ଗ୍ରହଣ କରିବା ପରେ, ଖାଲି ସ୍ଥାନକୁ ପୂରଣ କରିବା ନିମନ୍ତେ ରାଜ୍ୟ ସମବାୟ ନିର୍ବାଚନ କମିଶନଙ୍କୁ ସୂଚିତ କରାଯିବ ।

ଉଲ୍ଲେଖଥାଉ ଯେ, ଯେଉଁସ୍ଥଳରେ ସଦସ୍ୟଙ୍କ କାର୍ଯ୍ୟାଳୟରେ କୌଣସି ସାମୟିକ ଖାଲି ସ୍ଥାନ ସୃଷ୍ଟି ହୁଏ, ଏବଂ ଉକ୍ତ ସଦସ୍ୟଙ୍କ କାର୍ଯ୍ୟକାଳ ଅବଧି, ଏହାର ମୂଳ ସମୟଠାରୁ ଅଧାରୁ କମ ରହିଥାଏ,  ସେପରିସ୍ଥଳେ ସମିତି, ସେହି ଶ୍ରେଣୀୟ ସଦସ୍ୟମାନଙ୍କ ମଧ୍ୟରୁ ମନୋନୟନ ଦ୍ଵାରା ଏପରି ଖାଲି ସ୍ଥାନକୁ ପୂରଣ କରିବେ,  ଯାହା ସଂବନ୍ଧରେ ଏପରି ସାମୟୀକ ଖାଲି ସ୍ଥାନ ଉଦ୍ରେକ ହୋଇଛି ।(ନଂ,1140/ଲେଜିସ-33/2012 / ଏଲ ତା. ୩୦.୦୧.୨୦୧୩ )

ଧାରା ୨୮- କ

  1. ପ୍ରତ୍ୟେକ ସମିତିର କମିଟିର ସଭାପତି, ସମିତିର ଏହି ଉଦ୍ଦେଶ୍ୟ ନିମନ୍ତେ ଯୋଗ୍ୟ ସମିତିର ସାଧାରଣ ସଂଘ ସଭ୍ୟମାନଙ୍କ ଦ୍ଵାରା ଏବଂ ମଧ୍ୟରୁ ନିର୍ଦ୍ଧାରିତ ପଦ୍ଧତିରେ ପ୍ରତ୍ୟେକ୍ଷ ଭାବେ ନିର୍ବାଚିତ ହେବେ ।
  2. ଏପରି ନିର୍ବାଚନ ପାଇଁ ନିବନ୍ଧକ ସାଧାରଣ କିମ୍ବା ସ୍ଵତନ୍ତ୍ର ନିର୍ଦ୍ଦେଶ ଦ୍ଵାରା ଏକ କିମ୍ବା ଏକାଧିକ ନିର୍ବାଚନ ଅଫିସର ନିଯୁକ୍ତି କରିବେ ଏବଂ ବିଭିନ୍ନ ଶ୍ରେଣୀର ସମିତି କିମ୍ବା ବିଭିନ୍ନ ଅଞ୍ଚଳ ପାଇଁ ବିଭିନ୍ନ ନିର୍ବାଚନ ଅଫିସର ନିଯୁକ୍ତ ହୋଇପାରିବେ ।
  3. ସମିତିର ମୁଖ୍ୟ ପ୍ରଶାସକ (ଚିଫ ଏକଜିକ୍ୟୁଟିଭ)
    • କମିଟିର ଅନ୍ୟାନ୍ୟ ସଭ୍ୟ ନିର୍ଦ୍ଧାରିତ ପଦ୍ଧତିରେ ନିର୍ବାଚିତ ହେବେ, ସେ ଯାହାହେଉନା କାହିଁକି ଯେଉଁ କ୍ଷେତ୍ରରେ ସମିତିର ସଭ୍ୟପଦ ଏହାର ଉପ- ବିଧି ଅନୁଯାୟୀ ପୃଥକ ପୃଥକ ନିର୍ବାଚନମଣ୍ଡଳୀ ଅନୁସାରେ ସଂଘଠିତ ହେବା ଆବଶ୍ୟକ ସେ କ୍ଷେତ୍ରରେ ସେପରି କୌଣସି ନିର୍ବାଚନମଣ୍ଡଳୀର ସଭ୍ୟମାନେ ସେହି ନିର୍ବାଚନମଣ୍ଡଳୀରୁ କମିଟିର ସଭ୍ୟ ନିର୍ବାଚିତ କରିବେ ।
    • ·ବହିଃଗାର୍ମୀ ବା ପଦମୁକ୍ତି କମିଟିର, ଅଥବା
    • ·ଯେଉଁ କ୍ଷେତ୍ରରେ ଧାରା ୩୨ ଅନୁଯାୟୀ କମିଟି ଅପସାରିତ ହୋଇଛି ସେ କ୍ଷେତ୍ରରେ ଉପରୋକ୍ତ ଧାରାନୁଯାୟୀ ନିଯୁକ୍ତ କମିଟି, ଆଡମିନିଷ୍ଟ୍ରେଟରଗଣ ଅଥବା ସମିତିର

    ଅଫିସ କାର୍ଯ୍ୟକାଳ ପୂରିଯିବା ତାରିଖ, ଉକ୍ତ ତାରିଖର ୩ ମାସ ପୂର୍ବରୁ ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ଜଣାଇବେ।

    ଉଲ୍ଲେଖଥାଉ କି, ପ୍ରକରଣ (ii) ରେ ଥିବା ସେପରି କୌଣସି ସୂଚନା ନିବନ୍ଧକଙ୍କ ପୂର୍ବୋକ୍ତ  ଅନୁମୋଦନ ବ୍ୟତୀତ ପଠାଯିବ ନାହିଁ ।

  4. (୩ –କ) ନିବନ୍ଧକ ରାଜ୍ୟରେ ଥିବା ସମବାୟ ସମିତି ସମୂହର ପଦପ୍ରଯୁକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ହେବେ ।
    • ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା କରାଯାଇଥିବା ନିର୍ବାଚନ ପରିଚାଳନା ଉପରେ ସାଧାରଣ ତତ୍ଵାବଧାନ ଏବଂ ନିୟନ୍ତ୍ରଣ ରହିବ ଏବଂ ସେ ହୁଏତ ଏହି ଆଇନ ଏବଂ ନିୟମାବଳିର ସାପେକ୍ଷରେ ଯେକୌଣସି ଦୁର୍ନୀତି ନିଷିଦ୍ଧ କାର୍ଯ୍ୟ ବିଶୃଙ୍ଖଳା ପରିଚାଳନା ଏବଂ ଅସଦାଚରଣ ନିର୍ବାଚନକୁ ସୁସ୍ଥା ଭାବେ ପରିଚାଳନା କରିବାକୁ ଯେକୌଣସି ନିର୍ଦ୍ଦେଶ ଦେଇପାରନ୍ତି   ।

    ସ୍ପଷ୍ଟୀକରଣ -

    • ଏହି ପ୍ରକରଣର ଉଦ୍ଦେଶ୍ୟ ନିମନ୍ତେ ପଦସଂହିତା ଦୁର୍ନୀତି ନିଷିଦ୍ଧ କାର୍ଯ୍ୟ ,ବିଶୃଙ୍ଖଳା ପରିଚାଳନା ଏବଂ ଅସଦାଚରଣ ଅନୁସୂଚି ରେ ଯାହା ଅର୍ଥ କରାଯାଇଛି ଯଥାକ୍ରମେ ସେହି ଅର୍ଥ କରଥର୍ନ୍ତରେ କରାଯିବ ।
    • ନିର୍ବାଚନ ଅଧିକାରୀ ହୁଏତ  , ନିର୍ଦ୍ଧାରିତ, ପଦ୍ଧତିରେ ନିର୍ବାଚନ ପରିଚାଳନା କରିବାକୁ ସେ ଯାହା ଆବଶ୍ୟକ ମନେ କରିବେ ସେତିକି ସଂଖ୍ୟକ ପ୍ରଜାଇଡିଂ,ପୋଲିଂ ଏବଂ ଅନ୍ୟାନ୍ୟ ଅଫିସର ନିଯୁକ୍ତି କରିପାରନ୍ତି ଏବଂ ନିଯୁକ୍ତ ସେପରି ଅଫିସର ଏହି ଆଇନ ଏବଂ ନିଯମାବଳିର ବ୍ୟବସ୍ଥାସମୂହ ସାପେକ୍ଷରେ ସେମାନଙ୍କୁ ନ୍ୟସ୍ତ କରାଯାଇଥିବା କର୍ତ୍ତବ୍ୟ ନିର୍ବାହ କରିବେ ଏବଂ ଏପରି ନିର୍ଦ୍ଦେଶ ଦେବେ ଯାହା ନିର୍ବାଚନ ଅଧିକାରୀ ହୁଏତ ପୂର୍ବୋକ୍ତ ବ୍ୟବସ୍ଥାସମୂହ ଅନୁସାରୀ ଇଶୁ କରିଥିଲେ  ।
  5. ନିର୍ବାଚନ ଅଧିକାରୀ ଉପ-ଧାରା (୩) ଅନୁଯାୟୀ କୌଣସି ସୂଚନା ପାଇବା ତାରିଖରୁ ୭ ଦିନ ମଧ୍ୟରେ ଅଥବା ସେହି ଉପ- ଧାରାରେ ଉଲ୍ଲିଖିତ କାର୍ଯ୍ୟକାରୀ ଅବସାନ ତାରିଖ ସମ୍ପର୍କୀୟ ତାଙ୍କ ନିଜର ସୂଚନା ଉପରେ ତତକ୍ଷଣାତ  -
    • ନିର୍ବାଚନର ତାରିଖ ଧାର୍ଯ୍ୟ କରିବେ ଏବଂ ନିର୍ଧାରିତ ପଦ୍ଧତିରେ ଏହାକୁ ପ୍ରକାଶ କରିବେ  ।  ସେ ଯାହା ହେଉନା କାହିଁକି କୌଣସି କ୍ଷେତ୍ରରେ ସେପରି ପ୍ରକାଶନ ତାରିଖ ଏବଂ ଧାର୍ଯ୍ୟ କରାଯାଇଥିବା ନିର୍ବାଚନ ତାରିଖ ମଧ୍ୟସ୍ଥ ମଧ୍ୟବର୍ତ୍ତୀ ସମୟ ଦୁଇ ମାସରୁ କମ ହେବ ନାହିଁ, ଏବଂ
    • ନୋଟିସ ଫାରମ ପ୍ରସ୍ତୁତି କରିବାକୁ ଏବଂ ତାହାକୁ ତାଙ୍କ ନିକଟରେ ନିର୍ଦ୍ଦେଶନାମାରେ ଉଲ୍ଲେଖିତ ତାରିଖ ପୂର୍ବରୁ ପ୍ରଦାନ କରିବାକୁ ସମିତିର ମୁଖ୍ୟ ପ୍ରଶାସକକୁ ନିର୍ଦ୍ଦେଶ ଦେବେ ।
  6. ଫାରମ ପାଇବାପରେ ନିର୍ବାଚନ ଅଧିକାରୀ ପ୍ରକାଶନ କରିବେ ଏବଂ ନିର୍ଧାରିତ ପଦ୍ଧତିରେ ନାମମାତ୍ର ସଭ୍ୟଙ୍କ ବ୍ୟତୀତ ସମିତିର ସମସ୍ତ ସଭ୍ୟମାନଙ୍କ ନିକଟରୁ ନୋଟିସ ପଠାଇବେ ।
  7. ବିଲୁପ୍ତ
  8. କମିଟିର ସଭ୍ୟ ଅଥବା ସଭାପତିଙ୍କ ନିମନ୍ତେ କରାଯାଇଥିବା ନିର୍ବାଚନର ଆବଶ୍ୟକୀୟ ଖର୍ଚ୍ଚ, ଅଥବା ତତସହିତ ଅନ୍ୟାନ୍ୟ – ଆନୁସଙ୍ଗିକ ଖର୍ଚ୍ଚ, ନିର୍ବାଚନ ଅଫିସରଙ୍କ ନିର୍ଦ୍ଦେଶାନୁଯାୟୀ ସମିତି ଦ୍ଵାରା ବହନ କରାଯିବ।

ସଂଶୋଧନ -୧୯୯୭

ଦଫା -୨୮- କ ର ସଂଶୋଧନ - ମୂଳ ଆଇନର ଦଫା ୨୮- କ ଉପଦଫା (୧)ର ପ୍ରକରଣ (ii)ରେ ଥିବା “ନିର୍ଦ୍ଧାରିତ ପଦ୍ଧତି “ଶବ୍ଦାବଳି ପରେ“ ଏହି ଉଦ୍ଦେଶ୍ୟରେ ଯୋଗ୍ୟତାପ୍ରାପ୍ତ ସମିତିର ସଭ୍ୟମାନଙ୍କର ସାଧାରଣ ସଂଘ ଦ୍ଵାରା ଏବଂ ମଧ୍ୟରୁ “ଶବ୍ଦାବଳି ଏବଂ କମା ସନ୍ନିବିଷ୍ଟ ହେବ । (ସଂଖ୍ୟା ୯୯୪୦/ ଲେଜିସ,  ତା ୧୯.୦୫.୧୯୯୭)

ସଂଶୋଧନ – ୧୯୯୬

ଧାରା ୨୮- କର ସଂଶୋଧନ - ମୂଳ ଆଇନର ଧାରା ୨୮- କର ଉପଧାରା (୧)ର ପ୍ରକରଣ ପାଇଁ ନିମ୍ନଲିଖିତ ପ୍ରକରଣ ପ୍ରତିସ୍ଥାପିତ ହେବ  ।  ଯଥା   -

  • ପ୍ରତ୍ୟେକ ସମିତିର ସଭାପତି (ପ୍ରେସିଡେଣ୍ଟ) ନିର୍ଦ୍ଧାରିତ ପଦ୍ଧତିରେ କମିଟିର ସଭ୍ୟମାନଙ୍କ ଦ୍ଵାରା ଏବଂ ମଧ୍ୟରୁ ପରୋକ୍ଷ ଭାବରେ ନିର୍ବାଚିତ ହେବେ,  ଏବଂ
  • ପ୍ରକରଣରେ ଥିବା ଶବ୍ଦାବଳି “ ପ୍ରତ୍ୟେକ ପ୍ରାଥମିକ ସମିତି କମିଟିର ଉପ- ସଭାପତି (ଭାଇସ – ପ୍ରେସିଡେଣ୍ଟ) “ନିମନ୍ତେ ଶବ୍ଦାବଳି “ କମିଟିର ଉପ- ସଭାପତି (ଭାଇସ – ପ୍ରେସିଡେଣ୍ଟ) “ ପ୍ରତିସ୍ଥାପିତ ହେବ   ।  ସଂଖ୍ୟା ୯୩୯୮/ଲେଜିସ ତା ୨୨.୦୪.୧୯୯୬)

ସଂଶୋଧନ -୧୯୯୪

ଦଫା ୨୮- କର ସଂଶୋଧନ – ମୂଳ ଆଇନର ଦଫା ୨୮- କର ଉପ- ଦଫା (୧)ର ଖଣ୍ଡ (ii) ପରେ ନିମ୍ନଲିଖିତ ଖଣ୍ଡ ସନ୍ନିବିଷ୍ଟ ହେବ ।  ଯଥା  -
ପ୍ରତ୍ୟେକ ପ୍ରାଥମିକ ସମିତିର କମିଟିର ଉପ-ସଭାପତି ନିର୍ବାଚିତ ପଦ୍ଧତିରେ ନିର୍ବାଚିତ ସଭ୍ୟଙ୍କ ଦ୍ଵାରା ଏବଂ ନିର୍ବାଚିତ ସଭ୍ୟମାନଙ୍କ ମଧ୍ୟରେ ନିର୍ବାଚିତ ହେବେ   ।

ପରନ୍ତୁ ଏହି ଧାରା ଅନୁଯାୟୀ ସେପରି ଏକ ସମିତିର କମିଟିର ସଭାପତି ଯେଉଁଠାରେ ମହିଳା ହୋଇନଥିବେ ସେଠାରେ ଉପ- ସଭାପତିଙ୍କ ପଦ ମହିଳାଙ୍କ ନିମନ୍ତେ ସଂରକ୍ଷିତ କରାଯିବ । (ସଂଖ୍ୟା ୧୪୮୯୨/ଲେଜିସ,  ତା ୦୯.୧୧.୧୯୯୪)

ଓଡିଶା ଆଇନ ୨/୧୯୬୩ ର ସାଧାରଣ ସଂଶୋଧନ

ମୂଳ ଆଇନରେ ଥିବା ପଦସଂହିତା “ ରାଜ୍ୟ ଭୂ- ଉନ୍ନୟନ ବ୍ୟାଙ୍କ ନିମନ୍ତେ ପଦସଂହତି “ ରାଜ୍ୟ ସମବାୟ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ,  ସମବାୟ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ଏବଂ ଓଡିଶା ରାଜ୍ୟ ସମବାୟ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ଯଥାକ୍ରମେ ପ୍ରତିସ୍ଥାପିତ ହେବ  ।

ବ୍ୟାବୃତ୍ତି

  • ଏହି ଆଇନର ଧାରା ୫ର ପ୍ରାରମ୍ଭ ତାରିଖରୁ ରାଜ୍ୟରେ ବଳବାର୍ତ୍ତାର ଥିବା ଯେକୌଣସି ଉଲ୍ଲେଖ ମୂଳ ଆଇନର ଅର୍ଥାନୁଯାୟୀ ରାଜ୍ୟ ସମବାୟ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ଅଥବା , ଆବଶ୍ୟକସ୍ଥଳେ ସମବାୟ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କକୁ ଉଲ୍ଲେଖ ରୂପେ ଅର୍ଥ କରିବ ।
  • ପୂର୍ବୋକ୍ତ ତାରିଖରୁ ଏବଂ ସେପରି କୌଣସି ସମୟ ପର୍ଯ୍ୟନ୍ତ କଥିତ ତାରିଖରେ ରାଜ୍ୟରେ କାର୍ଯ୍ୟ କରୁଥିବା ରାଜ୍ୟ- ଭୂ ଉନ୍ନୟନ ବ୍ୟାଙ୍କର ନାମ ରାଜ୍ୟ ସମବାୟ କୃଷି ଆରବିଏମ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ଅଥବା ଆବଶ୍ୟକସ୍ଥଳେ ସମବାୟ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରେ ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ସେମାନଙ୍କ ଦ୍ଵାରା କରାଯାଉଥିବା ସମସ୍ତ କାର୍ଯ୍ୟ ଅଥବା ସେମାନଙ୍କ ଦ୍ଵାରା ଅଥବା ସେମାନଙ୍କ ସପକ୍ଷରେ ସମ୍ପାଦିତ ବନ୍ଧକ ଅଥବା ଅନ୍ୟାନ୍ୟ ଦଲିଲ ଦସ୍ତାବିଜ ଏବଂ ସେମାନଙ୍କ ଦ୍ଵାରା ଅଥବା ସେମାନଙ୍କ ବିରୂଢରେ ଦାଖଲ କରାଯାଇଥିବା ସମସ୍ତ ମୋକଦ୍ଦମା ଏବଂ ଅନ୍ୟାନ୍ୟ କାର୍ଯ୍ୟଧାରା ରାଜ୍ୟ ସମବାୟ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ଅଥବା ଆବଶ୍ୟକସ୍ଥଳେ ସମବାୟ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ଦ୍ଵାରା କରାଯାଇଛି, ସମ୍ପାଦିତ ଅଥବା ଦାଖଲ ହୋଇଛି ଅଥବା ସେଗୁଡିକ ବିରୁଦ୍ଧରେ ସମ୍ପାଦିତ କରାଯାଇଛି ଅଥବା ଦାଖଲ ହୋଇଛି ବୋଲି ମାନେ କରାଯିବ। (ସଂଖ୍ୟା ୧୪୮୯୨/ଲେଜିସ ତା.୦୯.୧୧.୧୯୯୪)

ସଂଶୋଧନ-୨୦୧୨, ଓଡିଶା ଆଇନ ୧/୨୦୧୩

ଧାରା ୨୮- କ ର ସଂଶୋଧନ ମୂଳ ଆଇନରେ , ଦଫା ୨୮- କ- ରେ

  • ଉପ-ଦଫା (୨) ନିମନ୍ତେ , ନିମ୍ନଲିଖିତ ଉପ-ଦଫାକୁ ପରିବର୍ତ୍ତନ କରାଯିବ, ଯଥା -
  • ସମିତିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ତାଙ୍କୁ ଯେକୌଣସି ପଦବୀରେ କୁହାଯାଉ, ଏପରି କୌଣସି ସମିତିର ଅବଧି ସମାପ୍ତିର ତାରିଖର, ଛଅମାସ ପୂର୍ବରୁ ରାଜ୍ୟ ସମବାୟ ନିର୍ବାଚନ କମିଶନର ସୂଚିତ କରିବେ ।
  • ଉପ-ଦଫା (୩), (୩-କ)(୪) ଏବଂ (୫)କୁ ବାଦ ଦିଆଯିବ , ଏବଂ
  • ଉପ- ଦଫା (୮) ରେ ଶବ୍ଦାବଳୀ “ ନିର୍ବାଚନ ଅଧିକାରୀ “ ନିମନ୍ତେ ଶବ୍ଦାବଳୀ “ ରାଜ୍ୟ ସମବାୟ ନିର୍ବାଚନ କମିଶନ “ କୁ ପରିବର୍ତ୍ତନ କରାଯିବ ।(ନଂ୧୧୪୦/ଲେଜିସ-୩୩ /୨୦୧୨/ ଏଲ ତା୩୦.୦୧.୨୦୧୩ )

ଆଧାର - ଦ ଲ ହାଉସ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate