অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସମିତିର ପରିଚାଳନା (ଭାଗ – ୩)

ସଂଶୋଧନ -୨୦୧୨, ଓଡିଶା ଆଇନ ୧/୨୦୧୩

ନୂତନ ଧାରା ୨୮- “କକ” ର ସଂଯୋଗ ମୂଳ ଆଇନରେ, ଦଫା ୨୮- “କ” ପରେ, ନିମ୍ନଲିଖିତ ଦଫାରୁ ସଂଯୋଗ କରାଯିବ, ଯଥା -

  1. କୌଣସି ସମବାୟ ସମିତି ପ୍ରତି ସମସ୍ତ ନିର୍ବାଚନ ଏବଂ ନିର୍ବାଚନ ତାଲିକାର ପ୍ରସ୍ତୁତିକାରଣ ଉପରେ ତଦାରଖ, ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ, ରାଜ୍ୟ ସମବାୟ ନିର୍ବାଚନ କମିଶନଙ୍କ ଉପରେ ନ୍ୟସ୍ତ ରହିବ, ଯାହାକି ଜେନ ରାଜ୍ୟ ସମବାୟ ନିର୍ବାଚନ କମିଶନରଙ୍କୁ ଧାରଣ କରିଥିବ, ଯେ କି ରାଜ୍ୟପାଳଙ୍କ ଦ୍ଵାରା  ନିଯୁକ୍ତ ହୋଇଥିବେ ଏବଂ ତାଙ୍କର ଏପରି ନିଯୁକ୍ତ ତାରିଖରୁ ପାଞ୍ଚବର୍ଷ ସମୟ ନିମନ୍ତେ କାର୍ଯ୍ୟାଳୟ ଧାରଣ କରିବେ କିମ୍ବା ପଞ୍ଚଷଠୀ ବର୍ଷରେ ପଦାର୍ପଣ କରିବା ପର୍ଯ୍ୟନ୍ତ, ତନ୍ମଧ୍ୟରୁ ଯେଉଁଠି ଶୀଘ୍ର ହୋଇଥିବ ।
  2. କୌଣସି ବ୍ୟକ୍ତି , ରାଜ୍ୟ ସମବାୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେବା ନିମନ୍ତେ ଯୋଗ୍ୟ ବିବେଚିତ ହେବେ ନାହିଁ, ଯଦି ସେ ସରକାରଙ୍କ ପ୍ରତି ସଠିକ ପାହ୍ୟାର ତଳ ସ୍ତରର ଜଣେ ଅଧିକାରୀ ହୋଇ ନଥାଆନ୍ତି, ଯାହାଙ୍କର  ସମବାୟ କ୍ଷେତ୍ରରେ ଅଭିଜ୍ଞତା ନଥାଏ ।
  3. ରାଜ୍ୟ ସମବାୟ ନିର୍ବାଚନ କେଏନ ବେବ ନିଯୁକ୍ତ କୌଣସି ବ୍ୟକ୍ତି, ତାଙ୍କର କାର୍ଯ୍ୟାଳୟରେ ପ୍ରବେଶ କରିବା ପୂର୍ବରୁ , ରାଜ୍ୟପାଲଙ୍କ ସମ୍ମୁଖରେ ଏ ଶପଥ ପାଠ କରିବେ  କିମ୍ବା ସେପରି ଫର୍ମରେ ଦୃଢୀକାରଣ କରିବେ, ଯେପରି ଧାର୍ଯ୍ୟ କରାଯାଇପାରେ ।
  4. ରାଜ୍ୟ ସମବାୟ ନିର୍ବାଚନ କମିଶନରଙ୍କୁ ଦେୟ ବେତନ ଏବଂ ଭତ୍ତା ତଥା ଚାକିରି ସର୍ତ୍ତାବଳୀ ଏପରି ହେବ ଯେପରି ଧାର୍ଯ୍ୟ କରାଯାଇପାରେ ।
  5. ଦୁର୍ନୀତି କିମ୍ବା ଅସାଦ ବ୍ୟବହାର କାରଣ ଉପରେ, ରାଜ୍ୟପାଳଙ୍କ ଦ୍ଵାରା ରାଜ୍ୟ ସମବାୟ ନିର୍ବାଚନ କମିଶନରଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଅପସାରିତ କରାଯାଇପାରେ, ଯେତେବେଳେ ଲୋକପାଇ ରାଜ୍ୟପାଲଙ୍କ ଦ୍ଵାରା, ତାଙ୍କୁ କରାଯାଇଥିବା କୌଣସି ଉଲ୍ଲେଖ ଉପରେ, ସେସମ୍ବନ୍ଧରେ ଧାର୍ଯ୍ୟ ପଦ୍ଧତି ସହିତ ସମନ୍ଵିତ ରକ୍ଷା କରି ଅନୁଷ୍ଠିତ କରିଥିବା କୌଣସି ତଦନ୍ତ ଉପରେ, ବିବରଣୀ ପ୍ରଦାନ କରନ୍ତି ଯେ, ରାଜ୍ୟ ସମବାୟ ନିର୍ବାଚନ କମିଶନରଙ୍କୁ ଏପରି କୌଣସି କାରଣ ଉପରେ ଅପସାରଣ କରାଯିବ ଉଚିତ
  6. ଉପ- ଦଫା (୧) ଅନୁଯାୟୀ , ରାଜ୍ୟ- ସମବାୟ ନିର୍ବାଚନ କମିଶନ ଉପରେ ନ୍ୟସ୍ତ କାର୍ଯ୍ୟ ସଂପାଦାନ କରିବା ନିମନ୍ତେ ଆବଶ୍ୟକ ଏପରି ଆଇକରି ଏବଂ କର୍ମଚାରୀଙ୍କୁ, ରାଜ୍ୟ ସରକାର ଉପଲବ୍ଧ କରିବେ ।
  7. ଉପ-ଦଫା (୧)ଅନୁଯାୟୀ, ଏହା ଉପରେ ନ୍ୟସ୍ତକାର୍ଯ୍ୟର ସଂପାଦାନ ଉଦ୍ଦେଶ୍ୟରେ ରାଜ୍ୟ ସମବାୟ କମିଶନଙ୍କୁ ଉପଲବ୍ଧ କରାଯାଇଥିବା, ରାଜ୍ୟ ସରକାରଙ୍କର କୌଣସି ଅଧିକାରୀ ଏବଂ କର୍ମଚାରୀ, ଯେତେବେଳେ ନିର୍ବାଚନ ଅଧିକାରୀ, ସଭାପତିତ୍ଵ ଅଧିକାରୀ, ଭୋଟ ଗ୍ରହଣକାରୀ ଅଧିକାରୀ କିମ୍ବା ଅନ୍ୟ କୌଣସି ଅଧିକାରୀ ଭାବେ କିମ୍ବା ଅନ୍ୟାଥା ରାଜ୍ୟ ସମବାୟ ନିର୍ବାଚନ କମିଶନଙ୍କ ଦ୍ଵାରା ନିଯୁକ୍ତ ହୁଅନ୍ତି ଯେଉଁମାନେ କି, ଏହି ଆଇନ ଅନୁଯାୟୀ, କୌଣସି ନିର୍ବାଚନ କମିଶନଙ୍କ ଦ୍ଵାରା ନିଯୁକ୍ତ ହୁଅନ୍ତି ଯେଉଁମାନେ କି, ଏହି ଆଇନ ଅନୁଯାୟୀ କୌଣସି ନିର୍ବାଚନ ପରିଚାଳନା ନିମନ୍ତେ, ସେହି ସମବାୟରେ ଏପରି ଭାବେ ପଦାବାୟିତ ହୁଅନ୍ତି, ସେମାନଙ୍କୁ ଏପରି ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ତାରିଖରୁ , ରାଜ୍ୟ ସମବାୟ ନିର୍ବାଚନ କମିଶନ ପ୍ରତି, ପ୍ରେରିତ ବୋଲି ଧରାଯିବ, ଏବଂ ସେହି ଅନୁଯାୟୀ ଏପରି ଅଧିକାରୀ ଏବଂ କର୍ମଚାରୀମାନେ ଉକ୍ତ ସମୟ ମଧ୍ୟରେ ରାଜ୍ୟ ସମବାୟ ନିର୍ବାଚନ କମିଶନର ନିୟନ୍ତ୍ରଣ, ତଦାରଖ ଏବଂ ଶୃଙ୍ଖଳାର ନିୟନ୍ତ୍ରଣାଧିନ ହେବେ   ।
  8. ଦଫା ୨୮ର ଉପ-ଦଫା (୧- ଖ) ଅନୁଯାୟୀ, ନିର୍ବାଚନ ଉଦ୍ଦେଶ୍ୟରେ, ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ସେ ଯେ କୌଣସି ପଦବୀରେ ଜଣାଯାଇଥାଆନ୍ତି, ଏପରି ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଦ୍ଵାରା, ସେପରି ରାଜ୍ୟ ସମବାୟ ନିର୍ବାଚନ କମିଶନ ଦ୍ଵାରା ସୁପାରିସ କରାଯାଇପାରେ, ଏହି ଆଇନ ଏବଂ ତତ ସଂକ୍ରାନ୍ତୀୟ ନିୟମାବଳୀ କିମ୍ବା ଆଦେଶର ବ୍ୟବସ୍ଥାବଳୀ ସହିତ ସମନ୍ଵୟ ରକ୍ଷାକରି ଏପରି ସମିତି (କମିଟି) କିମ୍ବା ସମିତି ପ୍ରତି, ସଦସ୍ୟମାନଙ୍କୁ ନିର୍ବାଚନ କରିବା  ନିମନ୍ତେ,ସମିତିକୁ ଆହ୍ଵାନ କରିବେ ।
  9. ସମସ୍ତ ସମିତି ପ୍ରତି, ସଦସ୍ୟ ଏବଂ ସଭାପତିଙ୍କ କାର୍ଯ୍ୟାଳୟ ପ୍ରତି ନିର୍ବାଚନ ପରିଚାଳନା କରିବା ଏବଂ ନିର୍ବାଚନ ତାଲିକା ପ୍ରସ୍ତୁତ କରିବା, ରାଜ୍ୟ ସମବାୟ ନିର୍ବାଚନ କମିଶନଙ୍କ ସହିତ ପରାମର୍ଶ କରାଯାଇଥିବା ନିୟମାବଳି ସହିତ ସମ୍ବନିତ ରକ୍ଷାକରି, କରାଯିବ ।
  10. ଏହି ଆଇନର ବ୍ୟବସ୍ଥାବଳି ଏବଂ ନିୟମାବଳିର ନିୟନ୍ତ୍ରଣାଧିନରେ, କୌଣସି ଦୁର୍ନୀତି ଅଭ୍ୟାସ, ପ୍ରତିବନ୍ଧକ କାର୍ଯ୍ୟ, ବିଶୃଙ୍ଖଳା କାର୍ଯ୍ୟକଳାପ ଏବଂ ଅସଦାଚାରଣରୁ ମୁକ୍ତ ରାଖୀ ସୂଚାରୁ ଭାବେ ନିର୍ବାଚନ ପରିଚାଳନାକୁ ନିଶ୍ଚିତ କରିବା ନିମନ୍ତେ,ରାଜ୍ୟ ସମବାୟ,  ନିର୍ବାଚନ କମିଶନ ନିର୍ଦ୍ଦେଶାବଳି ନିର୍ଗମ କରିପାରନ୍ତି ଏବଂ ତାହା ଉପ- ଦଫା (1)ର ବ୍ୟବସ୍ଥାବଳି ପ୍ରତି କୌଣସି ଆଞ୍ଚ ନ ଘଟାଇ  ।

ସ୍ପଷ୍ଟୀକରଣ ଏହି ଉପ-ଦଫା ଉଦ୍ଦେଶ୍ୟରେ ନିମନ୍ତେ ଉକ୍ତି “ ଦୁର୍ନୀତି ଅଭ୍ୟାସ “ ପ୍ରତିବନ୍ଧକ କାର୍ଯ୍ୟ “ ବିଶୃଙ୍ଖଳିତ କାର୍ଯ୍ୟକଳାପ ଏବଂ “ ଅସଦାଚରଣ ର ସେହି ଅର୍ଥ ରହିବ , ଯେପରି ସେଗୁଡିକ ସୂଚୀ ୩ରେ , ଯଥାକ୍ରମେ ନ୍ୟସ୍ତ କରାଯାଇଛି ।(ନଂ ୧୧୪୦ /ଲେଜିସ -୩୩/୨୦୧୨ /ଏଲ.ତା ୩୦.୦୧.୨୦୧୩ )

ଧାରା ୨୮- ଖ- ନିର୍ବାଚନ କାର୍ଯ୍ୟଧାରା ବନ୍ଦ କରାଯିବ ନାହିଁ -

ଏହି ଆଇନ ଏବଂ ନିୟମାବଳିର ଅନ୍ତର୍ବିଷ୍ଟ ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ , ଏକ ସମିତିର ନିର୍ବାଚନ କାର୍ଯ୍ୟ ଥରେ ଆରମ୍ଭ ହେଲେ ତାହା ବନ୍ଦ କରାଯିବ ନାହିଁ ଏବଂ ସେପରି ନିର୍ବାଚନର ଫଳାଫଳ ଘୋଷଣା ନ ହେବା ପର୍ଯ୍ୟନ୍ତ ସଭାପତି , ଅଥବା କମିଟିର ସଭ୍ୟମାନଙ୍କ ନିର୍ବାଚନ ସମ୍ପର୍କୀୟ ବିଷୟବସ୍ତୁ ଉପରେ ଏହି ଆଇନାନୁଯାୟୀ କୌଣସି କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ପ୍ରଶ୍ନ ଉଠାଯାଇପାରିବ ନାହିଁ   ।

ଧାରା -୨୮ଖ ସଂଶୋଧନ –

ମୂଳ ଆଇନର ଧାରା ୨୮- ଖ ରେ ନିମ୍ନଲିଖିତ ପରନ୍ତୁକ (ପ୍ରୋଭିଜୋ)ସଂଯୁକ୍ତ ହେବ,  ଯଥା –

“ଉଲ୍ଲେଖଥାଉକି, ଯେକୌଣସି ସମବାୟ ସମିତିର ନିର୍ବାଚନ  ପ୍ରକ୍ରିୟା ଲିଖିତାକାରରେ ତାଲିକାଭୁକ୍ତ ହୋଇଥିବା କାରଣଗୁଡିକ ସହ ଯେକୌଣସି ପରିସ୍ଥିତିରେ ସ୍ଥଗିତ ରଖିବାକୁ ସରକାରଙ୍କର କ୍ଷମତା ଅଛି । “(ସଂଖ୍ୟା ୧୩୪୨୫ /ଲେଜିସ,  ତା ୨୩.୧୨.୨୦୦୪)

ସଂଶୋଧନ -୨୦୧୨, ଓଡିଶା ଆଇନ ୧/୨୦୧୩

ଧାରା ୨୮- ଖ ର ସଂଶୋଧନ ମୂଳ ଆଇନରେ , ଦଫା ୨୮- “ଖ” ପ୍ରତି ପ୍ରତିବନ୍ଧକ ବାଦ ଦିଆଯିବ ।(ନଂ ୧୧୪୦/ଲେଜିସ-୩୩/୨୦୧୨/ଏଲ, ୩୦.୦୧.୨୦୧୩)

ଧାରା ୨୯- ସାଧାରଣ ସଂଘର ବୈଠକ

  • ଏକ ସମିତିର ସଭ୍ୟମାନଙ୍କର ସାଧାରଣ ସଂଘ ବୈଠକ ପ୍ରତ୍ୟେକ ସମବାୟ ବର୍ଷର ଏପ୍ରିଲ ମାସର ପ୍ରଥମ ଦିନ ଏବଂ ଜୁନ ମାସର ୧୩ ତାରିଖ ମଧ୍ୟରେ ଅନ୍ତତଃପକ୍ଷେ ଗୋଟିଏ ଥର ବସିବ ।
  • ଏହି ଆଇନ, ନିୟମାବଳି ଏବଂ ଉପ- ବିଧି ବ୍ୟବସ୍ଥାସମୂହ ସାପେକ୍ଷରେ ବା ବ୍ୟବସ୍ଥାସମୂହକୁ ଭିତ୍ତିକରି ନିମ୍ନଲିଖିତ ବିଷୟବସ୍ତୁ ସାଧାରଣ ସଂଘ ଦ୍ଵାରା କରାଯିବ, ଯଥା -
    1. ସମିତିର କାର୍ଯ୍ୟକଳାପ ଏବଂ ବାର୍ଷିକ ଓ ଅତିରିକ୍ତ ବଜେଟ ପ୍ରୋଗ୍ରାମର ଅନୁମୋଦନ
    2. ବର୍ଷ ନିମନ୍ତେ ପ୍ରୋଗ୍ରାମର ରିଭ୍ୟୁ ଏବଂ ଏହାର କାର୍ଯ୍ୟକରିଥା।
    3. ପଦଧିକାରୀଙ୍କ ନିର୍ବାଚନ ସମ୍ପର୍କୀୟ ବିଷୟବସ୍ତୁ
    4. ପଦଧିକାରୀଗଣ ଏବଂ ସେମାନଙ୍କର ନିକଟ ସମ୍ପର୍କୀୟ ଅଥବା ପରିବାରର ସଦସ୍ୟଙ୍କୁ ଅଗ୍ରୀମ ଆକାରରେ ଦିଆଯାଇଥିବା ଋଣରୁ ରିଭ୍ୟୁ ଏବଂ ସେପରି ଋଣର ଆଦାୟ ନିମନ୍ତେ ନିର୍ଦ୍ଦେଶ ।
    5. ଅଡିଟ,ଇନସଫେକସନ, ଇନକ୍ଵାରୀ ରିପୋର୍ଟ ଅଡିଟର ଜେନେରାଲଙ୍କ ବାର୍ଷିକ ରିପୋର୍ଟ ସମେତ ବାର୍ଷିକ ରିପୋର୍ଟ ଏବଂ ସରକାରଙ୍କ ନିର୍ଦ୍ଦେଶ ଯଦିଥାଏ ଏବଂ ତା ଉପରେ କମିଟି ଦ୍ଵାରା ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ  ବିଚାର ।
    6. କମିଟି, ସବ – କମିଟି ଏବଂ ମୁଖ୍ୟ ପ୍ରଶାସକଙ୍କ ରିପୋର୍ଟଗୁଡିକର ରିଭ୍ୟୁ
    7. ରିଜର୍ଭ ଏବଂ ଅନ୍ୟାନ୍ୟ ପଣ୍ଡସର ସୃଷ୍ଟି କରିବା ଏବଂ ତାହାର ବିନିଯୋଗର ରିଭ୍ୟୁ
    8. ନୀଟ ଲାଭାଂଶରେ ବିନିଯୋଗ ଏବଂ ତାହାର ରିଭ୍ୟୁ
    9. କର୍ମ ସଂପାଦାନରେ ହେଉଥିବା ନିଅଣ୍ଟିଆ ପରିମାଣର ରିଭ୍ୟୁ ଏବଂ ସଭ୍ୟମାନଙ୍କୁ ସେମାନଙ୍କର କାରବାର ଅନୁପାତରେ ଦାୟିତ୍ଵ ବଣ୍ଟନ   ।
  • ଅନ୍ୟ ସମିତିମାନଙ୍କରେ ସମିତିର ସଭ୍ୟପଦ, ଅନ୍ୟ ସମିତିଗୁଡିକ ସହିତ ପାର୍ଟନରସିପ ଏବଂ ସେପରି ପାର୍ଟନରସିପ ସମ୍ପର୍କୀୟ ରିପୋର୍ଟ ଏବଂ ହିସାବର ରିଭ୍ୟୁ
  • ସହାୟକ ସଂଗଠନଗୁଡିକର ଉନ୍ନତି ଏବଂ ସହାୟକ ସଂଗଠନ ଯଦି ଥାଏ ସେଗୁଡିକର ବାର୍ଷିକ ରିପୋର୍ଟ ଏବଂ ହିସାବର ରିଭ୍ୟୁ
  • ଉପ- ବିଧି ସଂଶୋଧନ
  • ସମିତିର ସଭ୍ୟ, ପଦାଧିକାରୀ, ଅଫିସର ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କର ଆଚରଣ ସଙ୍କେତାବଳୀର ଗଠନ
  • ସମିତିର ସମାପ୍ତି
  • ସମ୍ପତ୍ତି ଅର୍ଜ୍ଜନ ଏବଂ ତାହାର ସମ୍ପତ୍ତିକୁ ନିର୍ଧାରିତ ପଦ୍ଧତିରେ ବିନିଯୋଗ  ।
  • ପଦାଧିକାରୀମାନଙ୍କୁ ସେମାନଙ୍କ ଦକ୍ଷତା ବଳରେ ନିର୍ବାହ କରିଥିବା କର୍ତ୍ତବ୍ୟ ଏବଂ ହାଜର ହୋଇଥିବା ବୈଠକ ସମ୍ପର୍କୀୟ ପରିଶ୍ରମିକ ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ଧାର୍ଯ୍ୟ ।
  • ସାଧାରଣ ସଂଘର ପରବର୍ତ୍ତୀ ବୈଠକରେ ତାରିଖ ଧାର୍ଯ୍ୟ
  • ଏହି ଆଇନ, ଅନୁଯାୟୀ ନିୟମାବଳୀ ଏବଂ ଉପ- ବିଧିର ବ୍ୟବସ୍ଥାନୁଯାୟୀ ଉପସ୍ଥାପିତ ଅନ୍ୟାନ୍ୟ ବିଷୟବସ୍ତୁ   ।

ଧାରା ୨୯ର ସଂଶୋଧନ ମୂଳ ଆଇନରେ ଧାରା ୨୯ର ଉପ- ଧାରା (୧) ପାଇଁ ନିମ୍ନଲିଖିତ ଉପ- ଧାରା ପ୍ରତିସ୍ଥାପିତ ହେବ , ଯଥା -

“(୧) ସମିତି ସଭ୍ୟମାନଙ୍କର ସାଧାରଣ ସଭା ବୈଠକ ପ୍ରତ୍ୟେକ ସମବାୟ ବର୍ଷରେ ଅନ୍ତତଃ ଥରେ ଅନୁଷ୍ଠିତ ହେବ । “(ସଂଖ୍ୟା ୧୩୪୨୫ / ଲେଜିସ, ତା ୨୩.୧୨.୨୦୦୪)

ସଂଶୋଧନ- ୨୦୦୨

ଧାରା ୨୯ ସଂଶୋଧନ - ମୂଳ ଆଇନର ଧାରା ୨୯ର ଉପଧାରା (୨) ଖଣ୍ଡ (q) ପରେ ନିମ୍ନଲିଖିତ ଖଣ୍ଡ ସନ୍ନିବିଷ୍ଟ ହେବ  -

(q-1)ଧାରା 32ର ଉପଧାରା (୭)ଅନୁସାରେ ସମିତିର କମିଟି ବାତିଲ ହୋଇଥିବା ବେଳେ ସଭ୍ୟ ଗ୍ରହଣ, ଏବଂ (ସଂଖ୍ୟା ୯୦୭୮/ଲେଜିସ, ତା ୨୯.୦୬.୨୦୦୨)

ସଂଶୋଧନ -୨୦୧୨, ଓଡିଶା ଆଇନ ୧/୨୦୧୩

ଧାରା ୨୯ର ସଂଶୋଧନ ମୂଳ ଆଇନରେ, ଦଫା ୨୯ରେ , ଉପ- ଦଫା (୧) ନିମନ୍ତେ , ନିମ୍ନଲିଖିତ ଉପ-ଦଫାକୁ ପରିବର୍ତ୍ତନ କରାଯିବ , ଯଥା  -

  • କୌଣସି ସମିତିର ସଦସ୍ୟମାନଙ୍କର ସାଧାରଣ ସଂସ୍ଥାର ବୈଠକ, ବର୍ଷରେ ଖୁବ କମରେ ଥରେ ଅନୁଷ୍ଠିତ ହେବ ଏବଂ ଏପରି ସମୟ ମଧ୍ୟରେ , ଯେପରି ଉପ- ନିୟମରେ, ଧାର୍ଯ୍ୟ କରାଯାଇପାରେ ମାତ୍ର କାରବାର ପରିଚାଳନା କରିବା ନିମନ୍ତେ ,ଆର୍ଥିକ ବର୍ଷର ସମାପ୍ତିର ଛଅ ମାସ ପରେ ନୁହେଁ । (ନଂ 1140/ଲେଜିସ -33/2012 ଏଲ , ତା୩୦.୦୧.୨୦୧୩ )

ଧାରା ୩୦- ସାଧାରଣ ସଂଘର ସ୍ଵତନ୍ତ୍ର ସାଧାରଣ ବୈଠକ

  1. କମିଟି ହୁଏତ,  ଯେକୌଣସି ସମୟରେ ସମିତିର ସଭ୍ୟମାନଙ୍କ ର ସାଧାରଣ ସଂଘର ଏକ ସ୍ଵତନ୍ତ୍ର ବା ବିଶେଷ ବୈଠକ ଡକାଇ ପାରନ୍ତି ଏବଂ ଏହି ଆଇନାନୁଯାୟୀ ରିକ୍ୟୁଜିସନ କରିବାକୁ କ୍ଷମତାପନ୍ନ ନିବନ୍ଧନ, ଅଡିଟର ଜେନେରାଲ ଅଥବା ଅନ୍ୟାନ୍ୟ କର୍ତ୍ତୃପକ୍ଷ ଅଥବା ତାହାର ଅର୍ଥଯୋଗାଣକାରୀ ବ୍ୟାଙ୍କ ଅଥବା ନିର୍ଦ୍ଧାରିତ ହୋଇଥିବା ସମିତିର ସେପରି ସଂଖ୍ୟକ ସଭ୍ୟ ଅଥବା ମୋଟ ସଭ୍ୟ ସଂଖ୍ୟାର ସେପରି ଅନୁପାତ ଲିଖିତ ରିକ୍ୟୁଜିସନ ପାଇବା ପରେ ସେହି ରେକ୍ୟୁଜିସନରେ ଉଲ୍ଲିଖିତ ସମୟ ମଧ୍ୟରେ ସେପରି ବୈଠକ ଡକାଇ ପାରିବେ ।
  2. ସେପରି ରିକ୍ୟୁଜିସନ ଅନୁଯାୟୀ ଯଦି ସେପରି ଏକ ସ୍ଵତନ୍ତ୍ର ବା ବିଶେଷ ବୈଠକ ଡକା ନହୁଏ, ତେବେ ରିକ୍ୟୁଜିସନ କରିଥିବା କର୍ତ୍ତୃପକ୍ଷ ଅଥବା ଏଥିନିମିନ୍ତେ ସେପରି କର୍ତ୍ତୃପକ୍ଷଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତିଙ୍କର ସେପରି ବୈଠକ ଡାକିବାକୁ କ୍ଷମତା ରହିବ ଏବଂ ଡକାଯାଇଥିବା ସେପରି ବୈଠକ ବା ଆହୁତ ହୋଇଥିବା ସେପରି ବୈଠକ କମିଟି ଦ୍ଵାରା ଆହୁତ ହେବାର ମନେ କରାଯିବ ବା ଗଣ୍ୟ ହେବ।

ଧାରା ୩୦-କ- ହୁକୁମ- ଦାଖଲ ବା ଅଧିଗ୍ରହଣ ଉପରେ ସ୍ଵତନ୍ତ୍ର ବା ବିଶେଷ ବୈଠକ ଆହ୍ଵାନ କରିବାକୁ ଅସଫଳ କ୍ଷେତ୍ରରେ କମିଟିର ବିଘଟଣ

  1. ଯଦି କମିଟି ଧାରା ୩୦ ଅନୁଯାୟୀ ହୁକୁମ- ଦାଖଲ କୁ ଭିତ୍ତିକରି ସାଧାରଣ ସଂଘର ଏକ ସ୍ଵତନ୍ତ୍ର ବା ବିଶେଷ ବୈଠକ ଆହ୍ଵାନ କରିନପାରେ ତେବେ ସେପରି ବୈଠକ ଯେଉଁ ତାରିଖକୁ ଥିବା ସେହି ତାରିଖରୁ ପରବର୍ତ୍ତୀ ତାରିଖକୁ ତାହା ବିଘଟିତ ହେବ ଏବଂ ସେପରି ବିଘଟଣକୁ ଭିତ୍ତିକରି  -
    • ପଦାଧିକାରୀମାନେ ପଦତ୍ୟାଗ କରିବେ ଏବଂ ସମିତିର ପରିଚାଳନା ଭାର ବିଘଟନ ତାରିଖରୁ ନିବନ୍ଧକଙ୍କ ଉପରେ ନ୍ୟସ୍ତ ରହିବ, ଏବଂ
    • ସମିତିର ପରିଚାଳନା ଏବଂ ଏହାର କମିଟି ଗଠନ ସମ୍ପର୍କରେ ଧାରା ୨୮ – ର ଉପଧାରା (i)ର ପ୍ରକରଣ, (ii)ର ବ୍ୟବସ୍ଥାସମୂହ ତତପରେ ପ୍ରଯୁଜ୍ୟ ହେବ ।
  2. ଉପଧାରା (୧) ଅନୁଯାୟୀ ବିଘଟିତ ହୋଇଥିବା କମିଟିର ପଦାଧିକାରୀମାନେ ସେପରି ବିଘଟନ ତାରିଖରୁ ୨ ବର୍ଷ ସମୟ ଅତିବାହିତ ନ ହେବା ପର୍ଯ୍ୟନ୍ତ ଅନ୍ୟକୌଣସି ସମିତିର ପଦାଧିକାରୀ ରୂପେ ଯୋଗ୍ୟ ବିବେଚିତ ହେବେ ନାହିଁ  ।

ଧାରା ୩୧ – ଏକ ସମିତିର କମିଟିରେ ସରକାରଙ୍କ ମନୋନୀତ ବ୍ୟକ୍ତି

  • ଯେଉଁଠାରେ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର –
    1. ଏକ ସମିତିର ଅଂସ ମୂଳଧାନ କିଣିଥିବେ କିମ୍ବା ନଗଦ ଅର୍ଥ ଅଥବା ଅନ୍ୟ ଯେକୌଣସି ପ୍ରକାରେ ସାହାଯ୍ୟ ମଞ୍ଜୁର କରିଥିବେ; କିମ୍ବା
    2. ୬ଷ୍ଠ ଅଧ୍ୟାୟରେ ଥିବା ବ୍ୟବସ୍ଥାନୁଯାୟୀ ଏକ ସମିତିର ଅଂଶ ମୂଳଧାନର ସୃଷ୍ଟି କିମ୍ବା ବୃଦ୍ଧି ପାଇଁ ପରୋକ୍ଷଭାବେ ସାହାଯ୍ୟ କରିଥିବେ; କିମ୍ବା
    3. ଏକ ସମିତିର ମୂଳଧାନ ପରିଶୋଧ ପାଇଁ ଓ ସେହି ସମିତି ଦ୍ଵାରା ଦିଆଯାଇଥିବା ଋଣ – ପତ୍ର ଉପରେ ସୁଧ ପରିଶୋଧ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିବେ, କିମ୍ବା
    4. ଏକ ସଂପତ୍ତିକୁ ଦିଆଯାଇଥିବା ଋଣ ଓ ଅଗ୍ରୀମ ଅର୍ଥ ଉପରେ ସୁଧର ପରିଶୋଧ ଏବଂ ମୂଲ୍ୟଧନର ପରିଶୋଧ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିବେ ।

ସେପରିସ୍ଥଳେ ଆବଶ୍ୟକତା ଅନୁଯାୟୀ ରାଜ୍ୟ ସରକାର କିମ୍ବା ଏପରି ସରକାରଙ୍କ ଦ୍ଵାରା ନିର୍ଦ୍ଧିଷ୍ଟ ହୋଇଥିବା ଯେକୌଣସି କର୍ତ୍ତୃପକ୍ଷ ସେପରି ସମିତିର କମିଟିର ସମୁଦାୟ ସଭ୍ୟ ସଂଖ୍ୟାର ଏକ ତୃତୀୟାଂଶ ସଭ୍ୟଙ୍କୁ ମନୋନୀତ କରିପାରିବେ   ।

  • ଉପଧାରା (୧) ଅନୁଯାୟୀ ଏକ ସମିତିର କମିଟିକୁ ମନୋନୀତ ସଭ୍ୟ, ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର କିମ୍ବା ନିର୍ଦ୍ଧିଷ୍ଟ ହୋଇଥିବା କର୍ତ୍ତୃପକ୍ଷଙ୍କ ଇଚ୍ଛାନୁଯାୟୀ ସମୟ ପାଇଁ ସଭ୍ୟ ରୂପେ ରହିପାରିବେ   ।
  • ଉପଧାରା (୧) ଅନୁଯାୟୀ ଏକ ସମିତିର କମିଟି ନିମନ୍ତେ ହୋଇଥିବା ଏକ ବ୍ୟକ୍ତି ସମିତିର କମିଟି ନିମନ୍ତେ ହେଉଥିବା ଅନ୍ୟକୌଣସି ନିର୍ବାଚନରେ ଭୋଟ ଦେବାକୁ ଅଥବା ପ୍ରତିଦ୍ଵନ୍ଦିତା କରିବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ   ।

ସଂଶୋଧନ -୨୦୦୪

ଧାରା ୩୧ର ସଂଶୋଧନ ମୂଳ ଆଇନରେ ଧାରା ୩୧ର ଉପ- ଧାରା (୧) ର ପରନ୍ତୁକ ପାଇଁ ନିମ୍ନଲିଖିତ ପରନ୍ତୁକ ସ୍ପଷ୍ଟୀକରଣ ସହ ପ୍ରତିସ୍ଥାପିତ ହେବ    ।

“ଉଲ୍ଲେଖଥାଉକି, ମନୋନୀତ ସଭ୍ୟମାନଙ୍କର ସଂଖ୍ୟା କୌଣସି କ୍ଷେତ୍ରରେ ୪କୁ ବୃଦ୍ଧି ହେବ ନାହିଁ, ଯେଉଁମାନଙ୍କ ମଧ୍ୟରେ ଜଣେ ପ୍ରତିନିଧି ଯେକୌଣସି ସମିତିର ଆର୍ଥିକ ବ୍ୟାଙ୍କର (ଯଦି ଥିବ) ଏବଂ ୨ ଜଣ ପେଶାଦାର ବ୍ୟକ୍ତି ହୋଇଥିବେ ।

ସ୍ପଷ୍ଟୀକରଣ “ପେଶାଦାର“ ଶବ୍ଦ ଆଇନ ଏବଂ ଅର୍ଥନୀତି , ସମବାୟ , କୃଷି ବ୍ୟାଙ୍କିଙ୍ଗ ହିସାବ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହେବ । (ସଂଖ୍ୟା ୧୩୪୨୫/ଲେଜିସ, ତା ୨୩.୧୨.୨୦୦୪)

ସଂଶୋଧନ -୨୦୧୨, ଓଡିଶା ଆଇନ – ୧/୨୦୧୩

ଧାରା ୩୧ର ସଂଶୋଧନ

ମୂଳ ଆଇନରେ ଦଫା ୩୧ନିମନ୍ତେ, ନିମ୍ନଲିଖିତ ଦଫାକୁ ପରିବର୍ତ୍ତନ କରାଯିବ, ଯଥା  -

  1. ଯେଉଁ ସ୍ଥଳରେ, ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର –
    • କୌଣସି ସମିତିର ଅଂଶ- ମୂଳ ଧନ ପ୍ରତି,  ଅନୁଦାନ ପ୍ରଦାନ କରିଥାଆନ୍ତି, କିମ୍ବା ନଗଦ  ଅର୍ଥରେ କିମ୍ବା ଆକାର ପ୍ରକାରରେ କିମ୍ବା ଅନ୍ୟକୌଣସି ଭାବେ ସାହାଯ୍ୟ ପ୍ରଦାନ କରିଥାଆନ୍ତି, କିମ୍ବା
    • କୌଣସି ସମିତିର ଅଂଶ- ମୂଳ ଅଂଶର ଗଠନ କିମ୍ବା ବୃଦ୍ଧି ନିମନ୍ତେ, ପରୋକ୍ଷ ଭାବେ ସାହାଯ୍ୟ କରିଥାଆନ୍ତି, କିମ୍ବା
    • କୌଣସି ସମିତି ଦ୍ଵାରା ନିର୍ଗମ କରାଯାଇଥିବା  “ଡିବେଞ୍ଚର“ ଉପରେ , ମୂଳଧନ ଏବଂ ସୁଧ ଫେରସ୍ତ କରିବା ନିମନ୍ତେ ଅଂଶୀଡାର କରିଥାଆନ୍ତି, କିମ୍ବା
    • କୌଣସି ସମିତି ପ୍ରତି, ଋଣ ଏବଂ ଅଗ୍ରୀମ ଉପରେ ମୂଳଧନ ଏବଂ ସୁଧର ଫେରସ୍ତକୁ ଅଙ୍ଗୀକାର କରିପାରନ୍ତି   ।

    ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର, ଯେଉଁ ସ୍ଥଳରେ ଏପରି ପ୍ରୟୋଗନୀୟ , କିମ୍ବା ଏ ସଂବନ୍ଧରେ ଏପରି ସରକାରଙ୍କ ଦ୍ଵାରା ଧାର୍ଯ୍ୟ ଅନ୍ୟ କୌଣସି ଅଧିକାରୀ,  ନାମର ଏକ ତାଲିକା ବ୍ୟବସ୍ଥାୟୀତ କରିବେ, ଯାହାକି ଚାରି ଜଣରୁ ଅଧିକ ବ୍ୟକ୍ତିଙ୍କୁ ଧାରଣ କରିନଥିବ, ଏବଂ ଯେଉଁମାନଙ୍କର ‘ବ୍ୟାଙ୍କିଙ୍ଗ“ ପରିଚାଳନା ଅର୍ଥ କିମ୍ବା ସମିତି ଦ୍ଵାରା ଗୃହିତ କାର୍ଯ୍ୟକଳାପ ଏବଂ ଉଦ୍ଦେଶ୍ୟ ସମ୍ବନ୍ଧୀୟ ଅନ୍ୟ ପରିସରରେ ଅଭିଜ୍ଞତା ଥିବ,  ଏବଂ ତାହା ସମିତି ଦ୍ଵାରା ଦୁଇ ଜଣ ସଦସ୍ୟଙ୍କ ମତାନୁଯାୟୀ ଗ୍ରହଣ କରିବା, ଯେଉଁମାନେ କି ଉକ୍ତ ସମିତିର ସଦସ୍ୟ ହେବେ ।

  2. ଉପ-ଦଫା(୧) ରେ ଧାର୍ଯ୍ୟ ସମିତି ବ୍ୟତୀତ, କୌଣସି ସମିତି କ୍ଷେତ୍ରରେ, ସମିତି ଦୁଇ ଜଣରୁ (ଅଧିକ ନୁହେଁ) ବ୍ୟକ୍ତିଙ୍କୁ ଚୟନ କରିବ, ଯାହାଙ୍କର ବ୍ୟାଙ୍କିଙ୍ଗ, ପରିଚାଳନା ଅର୍ଥ କ୍ଷେତ୍ରରେ ଅଭିଜ୍ଞତା ଥିବା କିମ୍ବା ସମିତି ଦ୍ଵାରା ଗୃହୀତ ଉଦ୍ଦେଶ୍ୟ ଏବଂ କାର୍ଯ୍ୟକଳାପ ସଂବନ୍ଧରେ ଅନ୍ୟକ୍ଷେତ୍ରରେ ବିଶେଷ ଦକ୍ଷତା ଥିବ, ଯେଉଁମାନେ କି ଉକ୍ତ ସମିତି ର ସଦସ୍ୟ ହେବେ।

ଉଲ୍ଲେଖଥାଉ ଯେ, ଉପ-ଦଫା (୧) ଏବଂ (୨) ରେ ଉଲ୍ଲିଖିତ, ଚୟିତ ସଦସ୍ୟମାନଙ୍କର ଏପରି ସଦସ୍ୟ ଭାବେ ସମିତିର କୌଣସି ନିର୍ବାଚନରେ, ଭୋଟ ପ୍ରଦାନ କରିବା ଅଧିକାର ରହିବ ନାହିଁ, କିମ୍ବା ସମିତିର କାର୍ଯ୍ୟାଳୟ – ଧାରଣକାରୀ ଭାବେ ନିର୍ବାପିତ ହେବା ନିମନ୍ତେ, ଯୋଗ୍ୟ ହେବେ ନାହିଁ ।(ନଂ . ୧୧୪୦/ ଲେଜିସ -୩୩/୨୦୧୨ /ଏଲ ୩୦.୦୧.୨୦୧୩)

ଧାରା ୩୨- କମିଟିକୁ ରଦ୍ଦ କରିବା ଏବଂ ସମିତିର ଅଫିସରମାନଙ୍କୁ ଅନୁପଯୁକ୍ତ ଘୋଷଣା କରିବାର କ୍ଷମତା

  • ନିବନ୍ଧକ ମତରେ ଯଦି କୌଣସି ସମବାୟ ସମିତିର କମିଟି ଏହି ଆଇନ ନିୟମାବଳୀ ଓ ଉପ- ବିଧି ଦ୍ଵାରା ନ୍ୟସ୍ତ କରାଯାଇଥିବା କର୍ତ୍ତବ୍ୟରେ ଧାରାବାହିକବହେବେ ତ୍ରୁଟି ବା ଅବହେଳା ପ୍ରଦର୍ଶନ କରନ୍ତି କିମ୍ବା ସମିତି ବା ସମିତିର ସଭ୍ୟମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟ  କରନ୍ତି କିମ୍ବା ଅନ୍ୟ କୌଣସି ପ୍ରକାରେ ଯଥାର୍ଥଭାବେ କର୍ତ୍ତବ୍ୟ ସମ୍ପାଦନ କରନ୍ତି ନାହିଁ, ତେବେ ନିବନ୍ଧନ କମିଟିକୁ ତାହାର ଅଭିପ୍ରାୟ (ଯଦି ଥାଏ) ବ୍ୟକ୍ତ କରିବା ନିମନ୍ତେ ସୁଯୋଗ ଦେବାପରେ କମିଟି ଉପରେ ନୋଟିସ ଜାରି କରିବେ  । ଉପରୋକ୍ତ ନୋଟିସ ଜାରି ହେବା ତାରିଖଠାରୁ ୨୧ ଦିନ ମଧ୍ୟରେ ଏ ସମ୍ପର୍କରେ ଶୁଣାଣୀ ପାଇଁ ଉପଯୁକ୍ତ ସୁବିଧା ସୁଯୋଗ ଦେଇ ଏବଂ ସମିତିର ଅର୍ଥଯୋଗାଣକରି ବ୍ୟାଙ୍କ ସହିତ ପରାମର୍ଶ କରିସାରିବା ପରେ ଏବଂ ସେଥିନିମନ୍ତେ ଲିଖିତାକାରରେ ସେସବୁର କାରଣ ଲିପିବଦ୍ଧ କରିବା ସଙ୍ଗେ ସଙ୍ଗେ କମିଟି  ବହିସ୍କାର କରିପାରିବେ, ଏବଂ
    1. ତିନି ଜଣରୁ କମ ଏବଂ ୫ ଜଣରୁ ଅଧିକ ସଭ୍ୟ ସଂଖ୍ୟାଥିବା ଏକ ନୂତନ କମିଟି
    2. ସମିତିର ସଭ୍ୟ ପଦରେ ନଥିବା ଏକ କିମ୍ବା ଏକାଧିକ ପରିଚାଳକ
    3. ସେଭଳି ସମିତିର ସମ୍ମତ ସହ ଅନ୍ୟାନ୍ୟ ସମିତି

    ନିଯୁକ୍ତ କରିପାରିବେ ଯେ କି ସମିତିର କାର୍ଯ୍ୟ, ଅର୍ଡରରେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ପରିଚାଳନା କରିପାରିବେ, କିନ୍ତୁ  ସେଭଳି ସମୟ ଦୁଇବର୍ଷରୁ ଅଧିକ ହେବନାହିଁ  ।  ନିବନ୍ଧକ ବିବେଚନାନୁଯାୟୀ ଉପରକଥିତ ସମୟକୁ ବର୍ଦ୍ଧିତ କରିପାରନ୍ତି, କିନ୍ତୁ ମୋଟ ଉପରେ ସେଭଳି ସମୟ ଚାରିବର୍ଷରୁ ଅଧିକ ହେବ ନାହିଁ ।

    ଉଲ୍ଲେଖ ଥାଉକି, ରେକର୍ଡ କରାଯାଇଥିବା ଯେକୌଣସି ଯଥେଷ୍ଟ କାରଣ ନିମନ୍ତେ ନିବନ୍ଧକ ଉପରକଥିତ ସମୟକୁ ୨୧ ଦିନ ପର୍ଯ୍ୟନ୍ତ ବର୍ଦ୍ଧିତ କରିପାରନ୍ତି, କିନ୍ତୁ ନୋଟିସ ଇସୁ କରାଯିବା ତାରିଖଠାରୁ ଉପରୋକ୍ତ ସମୟ ମୋଟ ଉପରେ ୩୦ ଦିନରୁ ଅଧିକା ହେବନାହିଁ  ।

  • ଏହିପରି ଭାବେ ନିଯୁକ୍ତ କମିଟି ଅଥବା ପ୍ରଶାସକ ଅଥବା ପ୍ରଶାସକଗଣ ଅଥବା ସମିତି , ନିବନ୍ଧକଙ୍କ ନିୟନ୍ତ୍ରଣ ଅଥବା ତାଙ୍କ ଦ୍ଵାରା ସମୟକୁ ସମୟ ଦିଆଯାଉଥିବା ନିର୍ଦ୍ଦେଶକୁ ଭିତ୍ତିକରି କମିଟି ଅଥବା ସମିତିର ଯେକୌଣସି ପଦଧିକାରୀଙ୍କର ସମସ୍ତ ଅଥବା ଯେକୌଣସି କର୍ତ୍ତବ୍ୟ ନିର୍ବାହ କରିବାକୁ କ୍ଷମତା ରହିବ ଏବଂ ସମିତିର ସ୍ଵାର୍ଥ ପାଇଁ ସମସ୍ତ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ଏବଂ ଏହି ଆଇନ ଓ ନିୟମାବଳୀ ଏବଂ ଉପ- ବିଧିର ସମସ୍ତ ଉଦ୍ଦେଶ୍ୟରେ ସେପରି ସମିତିର କମିଟି ରୂପେ ବିବେଚିତ ହେବେ ।
  • କମିଟି, ପ୍ରଶାସକ କିମ୍ବା ସମିତିର କାର୍ଯ୍ୟକାଳ ପୁରିଯିବାପୂର୍ବରୁ ସମିତିର ଉପ- ବିଧି ଅନୁଯାୟୀ ଏକ ନୂତନ କମିଟି ଗଠନ ପାଇଁ ବ୍ୟବସ୍ଥା କରିବେ ।
  • ସମିତି ଅର୍ଥ ଯୋଗାଣକାରୀ ବ୍ୟାଙ୍କ ଯଦି ତାହାର ମତାମତ ଲିଖିତ ଆକାରରେ ଉପଧାରା (୧) ଅନୁଯାୟୀ ତାହାକୁ କରାଯାଇଥିବା ଏକ ନିର୍ଦ୍ଦେଶରେ ୪୦ ଦିନ ମଧ୍ୟରେ ନ ଦିଏ ତେବେ କମିଟି ଯଦି ଅପସାରିତ ହୁଏ ତେବେ ଏହାର କୌଣସି ଆପତ୍ତି ନଥିବାର ମନେ କରାଯିବ  ।
  • ଉଲ୍ଲେଖଥାଉକି , ନିବନ୍ଧକ ଦ୍ଵାରା କରାଯାଉଥିବା ତାରିଖଠାରୁ ୩୦ ଦିନ ମଧ୍ୟରେ ଯଦି ଉପର ଲିଖିତ ବ୍ୟାଙ୍କରୁ କୌଣସି ମତାମତ ଗ୍ରହଣ କରାନଯାଏ ତେବେ ଉପ- ଧାରା (୧) ଅନୁଯାୟୀ ନିବନ୍ଧକ ଦ୍ଵାରା ପ୍ରସ୍ତାବିତ କାର୍ଯ୍ୟଧାରା ସହ ସେଭଳି ବ୍ୟାଙ୍କ ସମ୍ମତି ପ୍ରଦାନ କରିବାର ମନେ କରାଯିବ   ।
  • ଉପ-ଦଫା (୧) ଅନୁଯାୟୀ ନିବନ୍ଧକ ଆଦେଶନାମା ଜାରି କରିବା ସମୟରେ ଯଦି ଉପଲବ୍ଧ କରନ୍ତି ଯେ, ସମିତିର କୌଣସି ପୂର୍ବରୁ କିମ୍ବା ବର୍ତ୍ତମାନର ଅଫିସରର ସମିତିର ପରିଚାଳନା ତ୍ରୁଟିର ଏକ ଅଂଶୀଦାର କିମ୍ବା ଦାୟୀ କିମ୍ବା ତାଙ୍କ ଉପରେ ଆଇନତଃ ନ୍ୟସ୍ତ ହୋଇଥିବା କର୍ତ୍ତବ୍ୟ କରିବାରେ ସେ ଅବହେଳା କରିଛନ୍ତି, ତେବେ ନିବନ୍ଧକ ସେପରି ଅଫିସରଙ୍କୁ ଲିଖିତ ଭାବରେ ଜଣାଇ ତାଙ୍କର ଆପତ୍ତି ଦର୍ଶାଇବାକୁ ସୁଯୋଗ ଦେବା ପରେ ତାଙ୍କୁ ସମିତିର କମିଟିର ସଭ୍ୟ ପଦରୁ ଖୁବ ବେଶିରେ ତିନିବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିପାରିବେ ।  ଏହି ନିର୍ଦ୍ଦେଶାନାମାରେ ଏକ ନିର୍ଦ୍ଧିଷ୍ଟ ଭାବେ ସୂଚିତ ହେବ ଓ ଏହି ଉପ-ଦଫା ଅନୁସାରେ ଜାରି ହୋଇଥିବା ପ୍ରତ୍ୟେକ ନିର୍ଦ୍ଦେଶାନାମାରେ ଏହାର କାରଣ ଦର୍ଶାଯାଇଥିବ, ଏହା ସମିତି ଓ ସମ୍ପୃକ୍ତ ଅଫିସରଙ୍କୁ ମଧ୍ୟ ଜଣାଇ ଦିଆଯିବ  ।
  • ଯେଉଁଠାରେ ନିବନ୍ଧକ ଉପ-ଧାରା (୧) ର ବାକ୍ୟାଂଶ (ଖ ଓ ଗ ) ଅନୁଯାଯାଇ ନିଯୁକ୍ତି ଦେଇଥିବେ ସେପରିସ୍ଥଳେ ସେ ସମିତି କିମ୍ବା ପ୍ରଶାସକଙ୍କର ଦରମା ସେହି ଉପ- ଧାରାନୁଯାୟୀ ଏକ ନିର୍ଦ୍ଦେଶନାମା ଦ୍ଵାରା ସ୍ଥିର କରିବେ ଏବଂ ଏପରି ଭାବେ ସ୍ଥିରୀକୃତ ହୋଇଥିବା ଦରମା ଏପରି ସମିତି କିମ୍ବା ପ୍ରଶାସକଙ୍କ ଦ୍ଵାରା ପରିଚାଳିତ ସମିତିର ଫଣ୍ଡରୁ ଦିଆଯିବ   ।
  • ଉଲ୍ଲେଖଥାଉକି,  ସସପେଣ୍ଡ ହୋଇଥିବା କମିଟି ଯଦି ପୁନର୍ବାର ଏହାର ପଦରେ ଅଧିଷ୍ଠିତ ହୁଏ , ତେବେ ସସପେଣ୍ଡ ହୋଇଥିବା ସମୟ ଏହାର କାର୍ଯ୍ୟକାଳ ପାଇଁ ଗଣନା କରାଯିବ  ।

  • ଏହି ଧାରାରେ ଥିବା ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, ଯଦି ନିବନ୍ଧକଙ୍କ ମତରେ ଏକ ସମିତିର କମିଟିର କୌଣସି ସଭ୍ୟ ସେଭଳି କମିଟିର କ୍ଷମତା ଅଥବା ଦାୟିତ୍ଵ ସହିତ ପ୍ରତିନିଧିତ୍ଵ କରିଥାନ୍ତି ଅଥବା ଭାର ବହନ କରିଥାନ୍ତି, ଦୃଢଭାବରେ ଖିଲାପ କରନ୍ତି ଅଥବା କ୍ଷମତା ପ୍ରୟୋଗ କରିବାକୁ ଅଥବା ଦାୟିତ୍ଵ ବହନ କରିବାକୁ ଅବହେଳା କରନ୍ତି ଅଥବା ସମିତି ଅଥବା ତାହାର ସଭ୍ୟମାନଙ୍କର ସ୍ଵାର୍ଥ ବିରୁଦ୍ଧରେ କୌଣସି କାର୍ଯ୍ୟ କରନ୍ତି , ତେବେ ନିବନ୍ଧକ ସେମାନଙ୍କୁ ସେମାନଙ୍କର ଆପତ୍ତି ବ୍ୟକ୍ତ କରିବାକୁ ସୁଯୋଗ ଦେବାପରେ ଅର୍ଡର ଦ୍ଵାରା ସେଭଳି ସଭ୍ୟଙ୍କୁ ଅଫିସରରୁ ବହିସ୍କାର କରିପାରନ୍ତି ଏବଂ ସେଭଳି ସଭ୍ୟଙ୍କୁ କାହିଁକି ବହିଷ୍କାର କରାଗଲା ତାହାର କାରଣ ଲିପିବଦ୍ଧ କରିପାରନ୍ତି   ।

ସଂଶୋଧନ -୧୯୯୬

ଧାରା ୩୨ର ସଂଶୋଧନ ମୂଳ ଆଇନର ଉପ-ଧାରା (୬) ପରେ ନିମ୍ନଲିଖିତ ଉପଧାରା ସନ୍ନିବିଷ୍ଟ ହେବ , ଯଥା  -

“ (୭) ଏହି ଧାରାରେ ଅନ୍ତର୍ବିଷ୍ଟ ଯେକୌଣସି ବିଷୟବସ୍ତୁ ସତ୍ତ୍ୱେ , ଯଦି ନିବନ୍ଧକ ମତବ୍ୟକ୍ତ କରନ୍ତି ଯେ , ସମିତି ଅଥବା ତାହାର ସଭ୍ୟମାନଙ୍କ ହିତ ପ୍ରତି ପ୍ରତିକୁଳାତ୍ମକ ପଦ୍ଧତିରେ ଯେକୌଣସି ସମିତିର କମିଟି କାର୍ଯ୍ୟ କରୁଅଛି ଅଥବା ଏପରି ସାଂଘାତିକ ଅନିୟମିତତା ଅଥବା ଅବୈଧତା ସଂଘଟିତ କରୁଛି, ଯାହାକି କମିଟିର ପୁନଃପ୍ରବର୍ତ୍ତନ ସମିତିର ହିତପ୍ରତି କ୍ଷତିକର ଅଟେ , ତେବେ ନିବନ୍ଧକ ହୁଏତ , ଉପଧାରା (୧) ଅନୁଯାୟୀ ନୋଟିସ ଇସୁ କରିବା ପୂର୍ବରୁ ଯେକୌଣସି ସମୟରେ ଅଥବା ପରେ କମିଟିକୁ ରଦ୍ଦ ବା ନିଲମ୍ଭନ କରିବେ ଏବଂ କମିଟିର ନିଲମ୍ବନ ସମୟ ମଧ୍ୟରେ ସମିତିର ବ୍ୟାପାରର ପରିଚାଳନା ନିମନ୍ତେ ନିବନ୍ଧକ ଉପଯୁକ୍ତ ମନେକରି ସେପରି କୌଣସି ବ୍ୟବସ୍ଥା କରିପାରନ୍ତି   ।

ଉଲ୍ଲେଖଥାଉକି, ନିଲମ୍ବିତ ହୋଇଥିବା ସମିତି ଯଦି ପୁନଃସ୍ଥାପିତ ହୁଏ , ତେବେ ନିଲମ୍ବନରେ ସମୟ ତାହାର କାର୍ଯ୍ୟକାଳ ଆଡେ ଗଣନା କରାଯିବ   ।

ପ୍ରତ୍ୟାହାର ଏବଂ ବ୍ୟାବୃତ୍ତି  -

  1. ଓଡିଶା ସମବାୟ ସମିତି (ସଂଶୋଧନ) ଅଧ୍ୟାଦେଶ ,  ୧୯୯୬ (ଓଡିଶା ଅଧ୍ୟାଦେଶ ସଂଖ୍ୟା ୧/୧୯୯୬) ଏତଦ୍ଵାରା ପ୍ରତ୍ୟାହୃତ କରାଗଲା ବା ହେଲା  ।
  2. ସେପରି ପ୍ରତ୍ୟାହାର ସତ୍ତ୍ୱେ, କଥିତ ଅଧ୍ୟାଦେଶ ଦ୍ଵାରା ସଂଶୋଧିଇଟ ମତେ ମୂଳ ଆଇନନାନୁଯଯାଇ କରଯାଇଥିବା ଯେକୌଣସି କାର୍ଯ୍ୟ ଅଥବା ଗ୍ରହଣ କରାଯାଇଥିବା ଯେକୌଣସି କାର୍ଯ୍ୟାନୁଷ୍ଠାନ, ଏହି ଆଇନ ଦ୍ଵାରା ସଂଶୋଧିତ ମତେ ମୂଳ ଆଇନାନୁଯଯାଇ କରାଯାଇଛି ଅଥବା ଗ୍ରହଣ କରାଯାଇଛି ବୋଲି ଧରିନିଆଯିବ ।(ସଂଖ୍ୟା   ୯୩୯୮/ ଲେଜିସ,  ତା ୨୨.୦୪.୧୯୯୬)

ସଂଶୋଧନ – ୨୦୦୨

ଧାରା ୩୨ ସଂଶୋଧନ – ମୂଳ ଆଇନର ୩୨ ଧାରାରେ ଉପଧାରା (୧)ରେ ଶବ୍ଦାବଳୀ ‘ ସମିତି ବିଷୟରେ’ ପରେ ଏବଂ ଶବ୍ଦାବଳୀ “ଗୋଟିଏ ସମୟ ଅବଧି ପାଇଁ ପୂର୍ବରୁ ଜମାଗୁଡିକ ଏବଂ ଶବ୍ଦାବଳୀ “ଯଦି ଆବଶ୍ୟକ ହୁଏ ସବୁଗୁଡିକ ନିଆଯିବ କିମ୍ବା କୌଣସି ନିଷ୍ପତ୍ତି ସମିତିର ସଭ୍ୟଗ୍ରହଣ ସଂକ୍ରାନ୍ତରେ ସନ୍ନିବେଶିତ ହେବ । ( ସଂଖ୍ୟା ୯୦୭୮ / ଲେଜିସ, ତା. ୨୯.୦୬.୨୦୦୨)

ସଂଶୋଧନ -୨୦୧୨, ଓଡିଶା ଆଇନ ୧/୨୦୧୩

ଧାରା ୩୨ର ସଂଶୋଧନ ମୂଳ ଆଇନରେ ଦଫା ୩୨ରେ –

  1. ଉପ- ଧାରା (୧) ନିମନ୍ତେ, ନିମ୍ନଲିଖିତ ଦଫାକୁ ପରିବର୍ତ୍ତନ କରାଯିବ, ଯଥା -
    • ଯଦି ନିବନ୍ଧକଙ୍କ ମତରେ, କୌଣସି ସମିତିର (କମିଟି) କିମ୍ବା ସମିତି
    • କ୍ରମାନୁଗତିକ ଖିଲାପରେ ଥାଏ କିମ୍ବା
  2. ଏହି ଆଇନ, ନିୟମାବଳୀ କିମ୍ବା ଉପ-ନିୟମ ଦ୍ଵାରା, ଏହା ଉପରେ ନ୍ୟସ୍ତ କର୍ତ୍ତବ୍ୟର ସମ୍ପାଦନରେ ଅବହେଳା କରେ, କିମ୍ବା
  3. କୌଣସି କାର୍ଯ୍ୟ ସଂଘଠନ କରିଥାଏ, ଯାହାକି ସମିତି କିମ୍ବା ଏହାର ସ୍ଵାର୍ଥ ପ୍ରତି , କ୍ଷତିକାରକ ହୋଇଥାଏ, କିମ୍ବା
  4. ଏହାର ଗଠନ କିମ୍ବା କାର୍ଯ୍ୟକୁ ସ୍ଥାଣୁତା ଆସିଥାଏ   ।

ସେପରି ସ୍ଥଳେ,  ନିବନ୍ଧକ ସେ ସମ୍ବନ୍ଧରେ ସୂଚନା ନିର୍ଗମ ତାରିଖରୁ ଏକୋଇଶ ଦିନ ସମୟ ମଧ୍ୟରେ , ସମିତି କୁ ଏକ ଯଥାଯଥ ଶୁଣାଣି ର ସୁଯୋଗ ପ୍ରଦାନ କରି ଏବଂ କୌଣସି ରାଜ୍ୟ ସମବାୟ ବ୍ୟାଙ୍କ କିମ୍ବା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କ୍ଷେତ୍ରରେ ଭାରତର ରିଜର୍ଭ ବ୍ୟାଙ୍କ ସହିତ ପରାମର୍ଶ କରି ଏବଂ ଅନ୍ୟକୌଣସି ସମିତି, ଏପରି ସମିତିର ଅର୍ଥ ଲଗାଣ ବ୍ୟାଙ୍କ କ୍ଷେତ୍ରରେ ତାର କାରଣ ଉଲ୍ଲେଖକରି, ଲିଖିତ ଆଦେଶ ଦ୍ଵାରା,  ବ୍ୟାଙ୍କିଙ୍ଗ କାର୍ଯ୍ୟ ପରିଚାଳନା କରୁଥିବା ସମିତି କ୍ଷେତ୍ରରେ ଏକ ବର୍ଷରୁ ଅଧିକ ନୁହେଁ, ସମୟ ଅତିକ୍ରମଣ କରିବେ, ଏବଂ ଅନ୍ୟ ସମିତି କ୍ଷେତ୍ରରେ ଏପରି ଆଦେଶ ତାରିଖରୁ ଛଅ ମାସରୁ ଅଧିକ ସମୟ ନିମନ୍ତେ ନୁହେଁ ଏବଂ ଏପରି ସର୍ତ୍ତାବଳୀ ଉପରେ ଜଣେ “ପ୍ରଶାସକ“ ଭାବେ ନିଯୁକ୍ତ କରିବେ, ଯେପରି ସମିତିର ବ୍ୟବସ୍ଥାକୁ ପରିଚାଳନା କରିବା ନିମନ୍ତେ ଧାର୍ଯ୍ୟ କରାଯାଇଆପାରେ, ଯେକି ସମିତି ସଂବନ୍ଧରେ ସଦସ୍ୟମାନଙ୍କୁ ଗ୍ରହଣ କରିବା ସହିତ ସମସ୍ତ କିମ୍ବା କୌଣସି ନୀତିଗତ ସିଦ୍ଧାନ୍ତ ଗ୍ରହଣ କରିପାରିବେ ।

ଉଲ୍ଲେଖଥାଉ ଯେ , ଏପରି କୌଣସି ସମିତି (କମିଟି) କିମ୍ବା ସମିତିକୁ ଉପ-ଦଫା (୭) ଅନୁଯାୟୀ ନିଲାମ୍ବନ କରାଯିବ ନାହିଁ କିମ୍ବା ଅତିକ୍ରମଣ କରାଯିବ ନାହିଁ,  ଯେଉଁସ୍ଥଳରେ କୌଣସି ସରକାରୀ ଅଂଶଧାରଣ କିମ୍ବା ଋଣ ଅର୍ଥନୈତିକ ସହାୟତା କିମ୍ବା ସରକାରଙ୍କ ତରଫରୁ କୌଣସି ଅଙ୍ଗିକାର ନଥାଏ, ଆହୁରି ଉଲ୍ଲେଖଥାଉ ଯେ, ବ୍ୟାଙ୍କିଙ୍ଗ ବ୍ୟବସାୟ ପରିଚାଳିତ କରୁଥିବା କୌଣସି ସମିତି କ୍ଷେତ୍ରରେ, ବ୍ୟାଙ୍କିଙ୍ଗ ନିୟମିତକାରଣ ଆଇନ ୧୯୪୯ ର ବ୍ୟବସ୍ଥାବଳୀ ମଧ୍ୟ ପ୍ରୟୋଗ ହେବ ।

ସ୍ପଷ୍ଟୀକରଣ ସନ୍ଦେହର ଅପସାରନ ନିମନ୍ତେ, ଏହା ଏତତଦ୍ଵାରା ଘୋଷଣା କରାଯାଉଛି । ଯେ, ଯଦି ସମିତିର ଅବଧି କିମ୍ବା ସମୟର ସମାପ୍ତି ପୂର୍ବରୁ କୌଣସି କାରଣ ନିମନ୍ତେ, ରାଜ୍ୟ ସମବାୟ ନିର୍ବାଚନ କମିଶନ, ନିର୍ବାଚନ ପରିଚାଳନା କରିବାରେ ଅକୃତକାର୍ଯ୍ୟ ହୁଅନ୍ତି, ସେପରି ସ୍ଥଳେ ଏହାର ଅବଧି ସମାପ୍ତ ହେବ ସଙ୍ଗେ ସଙ୍ଗେ, ସମିତି ଅତିକ୍ରମିତ ହୋଇଛି ବୋଲି ଧରାଯିବ, ଏବଂ ଏହାର ପରିଚାଳନା ନିବନ୍ଧକଙ୍କ ଉପରେ ନ୍ୟସ୍ତ ହେବ  ।

  1. ଉପ-ଦଫା (୨) ରେ ଶବ୍ଦାବଳୀ “ସମିତି କିମ୍ବା ପ୍ରଶାସକ କିମ୍ବା ଏପରି ଭାବରେ ନିଯୁକ୍ତ ସମିତି କିମ୍ବା ପ୍ରଶାସକମାନେ “ ଙ୍କ ନିମନ୍ତେ ଶବ୍ଦାବଳୀ“ ଏପରି ଭାବେ ନିଯୁକ୍ତ ପ୍ରଶାସକ “ କୁ ପରିବର୍ତ୍ତନ କରାଯିବ ।
  2. ଉପ-ଦଫା(୩) ନିମନ୍ତେ , ନିମ୍ନଲିଖିତ ଉପ-ଦଫାକୁ ପରିବର୍ତ୍ତନ କରାଯିବ ।
  3. ପ୍ରଶାସକ , କୌଣସି ସମିତିର ଅତିକ୍ରମଣ ତାରିଖରୁ ପନ୍ଦର ଦିନ ମଧ୍ୟରେ, ଏହି ଆଇନର ବ୍ୟବସ୍ଥାବଳୀ ଏବଂ ନିୟମାବଳୀ ସହ ସମନ୍ଵିତ ରକ୍ଷାକରି, ଏକ ନୂତନ ସମିତି ଗଠନ ନିମନ୍ତେ
  4. ଉପଦଫା(୬) କୁ ବାଦ ଦିଆଯିବ, ଏବଂ
  5. ଉପ-ଦଫା (୭)ରେ “ସମିତିକୁ ନିଲାମ୍ବନ କରିବେ “ଶବ୍ଦାବଳୀ ପରେ, ଶବ୍ଦାବଳୀ “ବ୍ୟାଙ୍କିଙ୍ଗ “ ବ୍ୟବସାୟ ପରିଚାଳନା କରୁଥିବା ସମିତି କ୍ଷେତ୍ରରେ, ଏକବର୍ଷରୁ ଅଧିକ ନୁହେଁ, ସମୟ ନିମନ୍ତେ, ଏବଂ ଅନ୍ୟ ସମିତି କ୍ଷେତ୍ରରେ ଛଅମାସରୁ ଅଧିକ ସମୟ ନିମନ୍ତେ ନୁହେଁ କୁ ସଂଯୋଗ କରାଯିବ।(ନଂ. ୧୧୪୦/ଲେଜିସ – ୩୩୨୦୧୨ ଏଲ, ତା. ୩୦.୦୧.୨୦୧୩)

ଧାରା ୩୩- ରେକର୍ଡ ଇତ୍ୟାଦି ହସ୍ତଗତ କରିବ

  1. ଯଦି ସମିତିର ଏକ ସାଧାରଣ ବୈଠକରେ କମିଟିର ପୁନର୍ଗଠନ କରାଯାଏ କିମ୍ବା ୩୨ ଧାରାନୁସାରେ ନିବନ୍ଧକଙ୍କ ଦ୍ଵାରା ସେହି କମିଟିକୁ ବାଦ ଦିଆଯାଏ, କିମ୍ବା ୭୨ ଦଫାନୁସାରେ ସମିତିର ସମାପନ ପାଇଁ ନିର୍ଦ୍ଦେଶିତ ଦିଆଯାଏ ଏବଂ ସେହି ସମିତିର ବିଦାୟୀ ସଭ୍ୟମାନେ ୩୨ ଦଫାନୁଯାୟୀ ନିଯୁକ୍ତ ହୋଇଥିବା ନୂତନ କମିଟି କିମ୍ବା ପ୍ରଶାସକ କିମ୍ବା ସମିତିକୁ ସମସ୍ତ ରେକର୍ଡପତ୍ର ହସ୍ତାନ୍ତର କରିବାକୁ ନ୍ୟସ୍ତ କରନ୍ତି ତେବେ ଏପରି କମିଟି, ପ୍ରଶାସକ, ସମିତି କିମ୍ବା ନିକାସକାରୀ, ନିବନ୍ଧକ କିମ୍ବା ନିବନ୍ଧକଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତିଙ୍କ ଜରିଆରେ କ୍ଷେତ୍ରାଧିକାରୀ ଅନୁବିଭାଗୀୟ ଅଫିସର ଙ୍କୁ ଏପରି ରେକର୍ଡ ଓ ସଂପତ୍ତି ହସ୍ତଗତ କରିବାକୁ ଆବେଦନ କରିପାରିବେ ।
  2. ନିବନ୍ଧକଙ୍କ ଯଦି ହୃଦୟଙ୍ଗମ ହୁଏ ଯେ , କୌଣସି ସମିତିର ରେକର୍ଡ ପତ୍ରକୁ ଗୋପନରେ ବିଗାଡି ଦେବାର କିମ୍ବା ଲୁଚାଇ ରଖିଦେବାର ଆଶଙ୍କା ରହିଛି କିମ୍ବା କୌଣସି ସମିତିର କୌଣସି ସଂପତ୍ତିକୁ ସ୍ଥାନାନ୍ତରିତ କିମ୍ବା ଆତ୍ମସାତ କରିଆଯିବାର ସମ୍ଭାବନା ରହିଛି, ତେବେ ସେହି ରେକର୍ଡପତ୍ର କିମ୍ବା ସଂପତ୍ତି ଥିବା ସ୍ଥାନରେ କିମ୍ବା କରାଯାଇଥିବା ସ୍ଥାନରେ ପ୍ରବେଶ କରି ତାହା ଖୋଲି ବାହାର କରିବାକୁ ଓ ଅକ୍ତିଆର କରିନେବାକୁ ଯେକୌଣସି ଲୋକଙ୍କୁ କ୍ଷମତା ପ୍ରଦାନ କରିପାରିବେ ।  ଯଦି ଏହି କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କ ଏପରି ପ୍ରବେଶ, ସେ ସବୁ ଖୋଜିବା ଓ ଅକ୍ତିଆର କରିବା କାର୍ଯ୍ୟକୁ ବାଧା ଦିଆଯାଏ, ତେବେ ନିବନ୍ଧକ ସେହି କ୍ଷେତ୍ରାଧିକାର ଅଧୀନରେ ଥିବା ଅନୁବିଭାଗୀୟ ଅଧିକାରୀଙ୍କୁ ଏପରି ରେକର୍ଡ ଓ ସଂପତ୍ତି ହସ୍ତଗତ କରିବା ପାଇଁ ଆବେଦନ କରିପାରିବେ  ।
  3. ଉପ-ଦଫା (୧) କିମ୍ବା (୨) ଅନୁଯାୟୀ ଏପରି ଆବେଦନ ପାଇ ଅନୁବିଭାଗୀୟ ଅଧିକାରୀ ଯେକୌଣସି ପୋଲିସ ଅଫିସରଙ୍କୁ ସେହି ରେକର୍ଡ ପତ୍ର ଓ ସଂପତ୍ତି ଥିବା କିମ୍ବା ଥିବ ବୋଲି ବିଶ୍ଵାସ କରାଯାଉଥିବା ସ୍ଥାନରେ ପ୍ରବେଶ କରି ତାହା ଖୋଜି ବାହାର କରି ଅକ୍ତିଆର କରିବା ପାଇଁ ଗିରଫ ପରୱାନା ଦ୍ଵାରା କ୍ଷମତା ଦେଇପାରିବେ। ଏପରି ରେକର୍ଡପତ୍ର ଓ ସଂପତ୍ତି ଅକ୍ତିଆର କରାଯାଇ ଆବେଦନକାରୀଙ୍କୁ ହସ୍ତାନ୍ତର କରାଯିବ   ।

ଧାରା ୩୩- କ – ସମିତିର କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଏବଂ ସେମାନଙ୍କ ଚାକିରି ସର୍ତ୍ତାବଳୀ ନିର୍ଦ୍ଧାରଣ କରିବାକୁ କ୍ଷମତା

  1. ଏହି ଆଇନ, ନିୟମାବଳୀ ଏବଂ ଉପ- ବିଧିର ବ୍ୟବସ୍ଥାସମୂହକୁ ଭିତ୍ତିକରି ପ୍ରତ୍ୟେକ ସମିତିର କମିଟି ପୃଥକ ବର୍ଗ ବା ଶ୍ରେଣୀ ଅନୁଯାଯାଇ କର୍ମଚାରୀମାନଙ୍କର ସଂଖ୍ୟା ଏବଂ ପଦବୀ ଧାର୍ଯ୍ୟ କରିବେ ଏବଂ ଯୋଗ୍ୟତା ନିଯୁକ୍ତି ପ୍ରକ୍ରିୟା ପାରିଶ୍ରମିକ ଦେୟ,ଚାକିରି ସର୍ତ୍ତାବଳୀ ଏବଂ ସେପରି ପ୍ରତ୍ୟେକ ବର୍ଗ ବା ଶ୍ରେଣୀ ନିମନ୍ତେ ଅନ୍ୟାନ୍ୟ ସମ୍ପର୍କିତ ବିଷୟବସ୍ତୁ ନିର୍ଦ୍ଧାରଣ କରିବେ ।
  2. ସମିତି ଅଧୀନରେ ଥିବା ସମସ୍ତ ପଦପଦବୀର ନିଯୁକ୍ତି, ନିର୍ଦ୍ଧାରିତ ପଦ୍ଧତିରେ ସମିତି ଦ୍ଵାରା କରାଯିବ   ।

ଧାରା ୩୩- ଖ ଅନ୍ତର୍ଭୁକ୍ତ ସମିତି ସମୂହ ସମ୍ପର୍କରେ ଶୀର୍ଷ ଏବଂ କେନ୍ଦ୍ର ସମିତିଗୁଡିକ କାର୍ଯ୍ୟ  -

  1. ଏହି ଶୀର୍ଷ ଅଥବା ଏକ କେନ୍ଦ୍ର ସମିତି, ଏଥିରେ ଅନ୍ତର୍ଭୁକ୍ତ ସମିତି ଅଥବା ସମିତି ସମୂହ ସମ୍ପର୍କରେ ଅନାବିଷୟବସ୍ତୁ ସହିତ ଏପରି କର୍ତ୍ତବ୍ୟ ନିର୍ବାହ କରିବେ ଯାହା ନିର୍ଦ୍ଧାରିତ ହୋଇଥିବ ।
  2. ଉଲ୍ଲେଖଥାଉକି, ସେଭଳି ସମିତିସମୂହରେ ନିଯୁକ୍ତି ପାଇଥିବା କୌଣସି ନିର୍ଦ୍ଧିଷ୍ଟ ଶ୍ରେଣୀୟ କର୍ମଚାରୀଙ୍କୁ  ଭିତ୍ତିକରି ସମିତି ଅଥବା ସମିତିସମୂହ ଉପଧାରା (୧) ଅନୁଯାୟୀ ରେଗୁଲେସନରେ ନିର୍ଦ୍ଧାରିତ ମାତ୍ରାନୁଯାୟୀ ଅନୁଶାସନ ସମ୍ବନ୍ଧୀୟ କ୍ଷମତା ପ୍ରୟୋଗ କରିପାରନ୍ତି  ।

  3. ଉପଧାରା (୧) ରେ ନିର୍ଦ୍ଧାରିତ ନିଯୁକ୍ତି, ବଦଳି ଏବଂ ଅନୁଶାସନ ସମ୍ବନ୍ଧୀୟ ବିଷୟବସ୍ତୁର ନିୟନ୍ତ୍ରଣ କରିବା ନିମନ୍ତେ ନିବନ୍ଧକ ଆବଶ୍ୟକତାନୁଯାୟୀ ସେଭଳି ବ୍ୟବସ୍ଥା ପ୍ରଣୟନ କରିପାରନ୍ତି  ।
  4. ଉପଧାରା (୧) ର ବ୍ୟବସ୍ଥା ବ୍ୟତୀତ, ନିଯୁକ୍ତ କମିଟି ଗଠିତ ହେଲା ତାରିଖଠାରୁ କିମ୍ବା ଉପଧାରା (୧) ଅନୁଯାୟୀ ନିଯୁକ୍ତ ଦେବାକୁ କ୍ଷମତାପ୍ରାପ୍ତ ଶୀର୍ଷ ସମିତି ଅଥବା କେନ୍ଦ୍ରୀୟ ସମିତି ସମେତ କେନ୍ଦ୍ରୀୟ ବ୍ୟାଙ୍କ ବ୍ୟତୀତ ସମ୍ପୃକ୍ତ ଶ୍ରେଣୀୟ ସମିତିସମୂହ ପୂର୍ବୋକ୍ତ ଉପଧାରାରେ ନିର୍ଦ୍ଧିଷ୍ଟ କର୍ମଚାରୀମାନଙ୍କ ଭିତ୍ତିକରି ନିଯୁକ୍ତି , ବଦଳି ଏବଂ ଅନୁଶାସନ ସମ୍ବନ୍ଧୀୟ କ୍ଷମତା ପ୍ରୟୋଗ କରିପାରିବେ ନାହିଁ   ।
  5. ଖର୍ଚ୍ଚ ବାବଦରେ କେତେକ ଅର୍ଥ ଚାନ୍ଦା ସ୍ୱରୂପ ଦାନ କରିବାକୁ ସମ୍ପୃକ୍ତ ଶ୍ରେଣୀର ସମିତିକୁ , ନିବନ୍ଧକ ଆଦେଶ କରିବାକୁ କ୍ଷମତାପ୍ରାପ୍ତ ଅଟନ୍ତି   ।  ଗଠିତ ହୋଇଥିବା ନିଯୁକ୍ତି କମିଟି ଅଥବା ଉପଧାରା (୧) ଅନୁଯାୟୀ କ୍ଷମତାପ୍ରାପ୍ତ ଶୀର୍ଷ ସମିତ ବା କେନ୍ଦ୍ରୀୟ ସମିତି ସମେତ କେନ୍ଦ୍ରୀୟ ବ୍ୟାଙ୍କ ଏଥିନିମନ୍ତେ ଚାନ୍ଦା ସ୍ୱରୂପ ଅର୍ଥ ଦାନ କରିପାରନ୍ତି   ।  ଯଦି କୌଣସି ସମିତି ଆବଶ୍ୟକୀୟ ଅର୍ଥ ସେଭଳି କର୍ତ୍ତୃପକ୍ଷଙ୍କୁ ଦେବାକୁ ଅକୃତକାର୍ଯ୍ୟ ହୁଅନ୍ତି, ଏବଂ ନିବନ୍ଧକଙ୍କ ଦ୍ଵାରା ନିର୍ଦ୍ଧିଷ୍ଟ କରାଯାଇଥିବା ସମୟ ମଧ୍ୟରେ ଅର୍ଥ ଜମା ନକରନ୍ତି ତେବେ ନିବନ୍ଧନ ସେହବଳି ନିର୍ଦ୍ଧିଷ୍ଟ କର୍ତ୍ତୃପକ୍ଷଙ୍କ ଠାରୁ  ସମ୍ବାଦ ପ୍ରାପ୍ତିପରେ ଏବଂ ଆବଶ୍ୟକତାନୁଯାୟୀ ବିବେଚନା କରି ତଦାରଖ କରିସାରିବା ପରେ ସଂପୃକ୍ତ ସମିତିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସେଭଳି ପରିମାଣର ପ୍ରତିଶୋଧ କରିବାକୁ ଅର୍ଡର କରିପାରନ୍ତି ଏବଂ ପ୍ରତ୍ୟେକ ସମିତି ନିବନ୍ଧନଙ୍କ ସେଭଳି ଅର୍ଡର ଗ୍ରହଣ କରିବାକୁ ବାଧ୍ୟ ଅଟନ୍ତି   । ଉପରୋକ୍ତ ଅର୍ଡର ଆଇନର ୭୦ ଧାରାନୁଯାୟୀ ସିଦ୍ଧାନ୍ତ କରାଯିବାର ମନେ କରାଯିବ  ।

ଆଧାର – ଦ ଲ ହାଉସ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate