অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ସେସ୍ ଆଇନ ୧୯୬୨

(ଓଡିଶା ରାଜ୍ୟରେ, ସେସ୍ ସମ୍ବନ୍ଧୀୟ ଆଇନର ଦୃଢୀକରଣ ଏବଂ ସଂଶୋଧନ ନିମନ୍ତେ, ଏକ ଆଇନ) ଭାରତୀୟ ଗଣତନ୍ତ୍ରର ତେରତମ ବର୍ଷରେ, ଓଡିଶା ରାଜ୍ୟ ବିଧାନ ପରିଷଦ ଦ୍ଵାରା ନିମ୍ନଭାବେ ଆଇନରେ ପ୍ରଣୟନ କରାଗଲା ।

ପ୍ରାରମ୍ଭିକ

  1. ସଂକ୍ଷିପ୍ତ ଆଖ୍ୟା, ପରିସର ଏବଂ ପ୍ରାରମ୍ଭ
    • ଏହି ଆଇନକୁ ଓଡିଶା ସେସ୍ ଆଇନ ୧୯୬୨ ବୋଲି କୁହାଯିବ ।
    • ଏହା ସମଗ୍ର ଓଡିଶା ରାଜ୍ୟରେ ବିସ୍ତାରିତ ହେବ ।
    • ଏହି ଦଫା ତତକ୍ଷଣାତ ବଳବତ୍ତର ହେବ ।

    ଏହି ଆଇନର ଅବଶିଷ୍ଟ ବ୍ୟବସ୍ଥାବଳୀ ଏପରି ତାରିଖରେ ବଳବତ୍ତର ହେବ , ଯେପରି ସରକାର , ବିଜ୍ଞପ୍ତି ଦ୍ଵାରା ଧାର୍ଯ୍ୟ କରିବେ ।

    ଉଦ୍ଦେଶ୍ୟ ଏବଂ କାରଣ ବିବରଣୀ -

    ବର୍ତ୍ତମାନ ସେସ୍ ଆକଳନ ଏବଂ ଧାର୍ଯ୍ୟ କରଣ, ବିଭିନ୍ନ ଆଇନ ଅନୁଯାୟୀ ତଥା ବିଭିନ୍ନ ସ୍ଥାନୀୟ ବ୍ୟବହାର ଏବଂ ପ୍ରଥାନୁଯାୟୀ କରାଯାଉଛି, ଯାହାକି ଜିଲ୍ଲା- ଜିଲ୍ଲା ଠାରୁ ପୃଥକ ଅଟେ ।  ଏହା,  ସେଗୁଡିକର ପ୍ରଶାସନକୁ କ୍ଳେଶାୟିତ କରୁଛି ଏବଂ ସମାନତା ଅଭାବରେ, ସର୍ବସାଧାରଣଙ୍କ ଦ୍ଵାରା ଅଭିଯୋଗ ଉଦ୍ରେକ କରିଛି । ରାଜ୍ୟରେ ଆଇନ ବଳ ଧାରଣ କରିଥିବା ବିଭିନ୍ନ ଆଇନ, ପ୍ରଥା ଏବଂ ବ୍ୟବହାରକୁ ଦୃଢୀକରଣ କରି, ଏହି ବିଷୟ ଉପରେ ବିଦ୍ୟମାନ ଆଇନକୁ ସଂକ୍ଷିପ୍ତକରଣ ଏବଂ ସରଳିକରଣ କରିବା ଏହି ବିଲର ମୂଳ ଉଦ୍ଦେଶ୍ୟ ଅଟେ ଏବଂ ଏହାକୁ ଏପରି ଭାବେ ସଂଶୋଧନ କରାଯିବ, ଯେଉଁଠାରେ ସେଗୁଡିକ ତ୍ରୁଟିପୂର୍ଣ୍ଣ ଏବଂ ଅଭାବନୀୟ ଅଟେ ।

    ଏହି ବିଲ, ନିମ୍ନଲିଖିତ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ପ୍ରଚଳନ କରିବା ନିମନ୍ତେ ଉଦ୍ଦେଶିତ

    • ବିଦ୍ୟମାନ ଆଇନ ଅନୁଯାୟୀ, ସ୍ଥାନୀୟ ଅଧିକାରୀମାନଙ୍କ ହାର ସ୍ଥିର କରିବା ନିମନ୍ତେ କ୍ଷମତା ଅଛି , ଯାହା ଉପରେ ସେସ୍, କେତେକ ନିର୍ଦ୍ଧିଷ୍ଟ ଧାର୍ଯ୍ୟ ସୀମାର ନିୟନ୍ତ୍ରଣାଧିନରେ , ସେମାନଙ୍କ କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ,ଧାର୍ଯ୍ୟ କରାଯିବ । ସାରା ରାଜ୍ୟରେ , ଏକ ସମାଜ ହାର ପ୍ରଚଳନ କରିବା ନିମନ୍ତେ, ବର୍ତ୍ତମାନ ପ୍ରସ୍ତାବିତ   ।
    • ଦ୍ଵିତୀୟରେ, ସେସ୍ ଧାର୍ଯ୍ୟ କରିବା ନିମନ୍ତେ ବର୍ତ୍ତମାନ ହାର , ସ୍ଥାନରୁ ସ୍ଥାନ ପୃଥକ ଅଟେ । ବର୍ତ୍ତମାନ ଏହା ପ୍ରସ୍ତାବିତ ଯେ, ବାର୍ଷିକ ଖଜଣା ମୂଲ୍ୟର ଟଙ୍କା ଆକାରରେ ୨୫ ପଇସାର ଏକ ସମାନ ହାର ଗ୍ରହଣ କରାଯିବ ଏବଂ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଏବଂ ଗ୍ରାମ ପଞ୍ଚାୟତ ମଧ୍ୟରେ, ଆଦାୟ ଶୁକ୍ଳ ବାବଦରେ କୌଣସି ହ୍ରାସକରଣ ନକରି, ସମସ୍ତ ଆଦାୟ କୁ ଯଥାକ୍ରମେ ୫:୮:୧୨ ହିସାବରେ ଯଥାକ୍ରମେ ବିତରଣ କରାଯିବ । ଏହା,ଉପରୋକ୍ତ ସ୍ଥାନୀୟ ଅଧିକାରୀଙ୍କୁ ବର୍ଦ୍ଧିତ ରାଜସ୍ୱ ପ୍ରଦାନ କରିବ, ଯେଉଁଗୁଡିକ ଗଣତାନ୍ତ୍ରିକ ବିକେନ୍ଦ୍ରିକ ପ୍ରଶାସନର ତିନୋଟି ସ୍ତର ଅଟେ ଏବଂ ଅଧୁନା ରାଜ୍ୟରେ ପ୍ରଚଳନ କରାଯାଇଛି ଏବଂ ଯେଉଁମାନେ ଆଇନ ଅନୁଯାୟୀ ସେମାନଙ୍କ ଦାୟିତ୍ଵ ଉତ୍ତମଭାବେ ସଂପାଦନ କରିବେ ଏବଂ ଗହନ କରାଯାଇଥିବା ଉନ୍ନୟନ କାର୍ଯ୍ୟ ଉପରେ କରଧାର୍ଯ୍ୟ କରିବା ସହିତ, ରାଜ୍ୟର ଲୋକମାନଙ୍କୁ ଉତ୍ତମ ସୁବିଧା ଯୋଗାଇ ଦେବେ ।
  2. ରଦ୍ଧିକରଣ
    • କୌଣସି ଜିଲ୍ଲା କିମ୍ବା ଜିଲ୍ଲାର କୌଣସି ଅଂଶରେ, ଏହି ଆଇନ ବଳବତ୍ତର ହେବାରେ [ସୂଚୀର ପ୍ରଥମ ସ୍ତମରେ ଧାର୍ଯ୍ୟ ଆଇନଗୁଡିକ, ଯେତେଦୂର ପର୍ଯ୍ୟନ୍ତ ସେଗୁଡିକ ଓଡିଶା ରାଜ୍ୟରେ ବଳବତ୍ତର ଅଟେ, ଏପରି ଜିଲ୍ଲା କିମ୍ବା ଜିଲ୍ଲାର ଅଂଶ ସମ୍ବନ୍ଧରେ, ସେହି ପରିମାଣରେ ରଦ୍ଦିକୃତ ହେବ,  ଯେପରି ଉକ୍ତ ସୂଚୀର ତୃତୀୟ ସ୍ତମ୍ବର ଉଲ୍ଲେଖିତ ଅଟେ ।
    • ଉଲ୍ଲେଖ ଥାଉ ଯେ, ଏପରି ରଦ୍ଦିକରଣ ପୂର୍ବ ଆଇନଗୁଡିକର କାର୍ଯ୍ୟକାରିତାକୁ ପ୍ରଭାବିତ କରିବ ନାହିଁ କିମ୍ବା ଯାହାକିଛି ସଠିକ ଭାବେ କରାଯାଇଛି କିମ୍ବା କୌଣସି ଅଧିକାର, ସୁବିଧା, କର୍ତ୍ତବ୍ୟ କିମ୍ବା ଦାୟିତ୍ଵ, ଯାହାକି ଉକ୍ତ ଆଇନ ଅନୁଯାୟୀ ଉଦ୍ରେକ, ଗୃହିତ କିମ୍ବା ନ୍ୟସ୍ତ ଅଟେ ।
    • ଏହି ଆଇନର ପ୍ରାରମ୍ଭରେ ବଳବତ୍ତର ଥିବା ସମସ୍ତ ନିଯମାବଳୀ, ଆଦେଶ, ନିଯୁକ୍ତି ଏବଂ ମୂଲ୍ୟାୟନ, ଯାହାକି ଉକ୍ତ ଆଇନଗୁଡିକ ଅନୁଯାୟୀ କରାଯାଇଥିଲା, ଯେତେଦୂର ପର୍ଯ୍ୟନ୍ତ ସେଗୁଡିକ ଏହି ଆଇନର ବ୍ୟବସ୍ଥାବଳୀ ସହିତ ସମନ୍ଵୟ ରକ୍ଷାକରେ, ତାହା ଏହି ଆଇନ ଅନୁଯାୟୀ କରାଯାଇଛି ବୋଲି ଧରାଯିବ ।
    • ବକେୟା ସେସ୍, ଶୁଳ୍କ କିମ୍ବା ଦେ ଖର୍ଚ୍ଚ ସମ୍ବନ୍ଧରେ ଆଦାୟ କରାଯିବା ନିମନ୍ତେ ଥିବା ପ୍ରତ୍ୟେକ ଅର୍ଥରାସୀ, ଜାରି କରାଯାଇଥିବା ସୂଚନା କିମ୍ବା ଉପରୋକ୍ତ ଆଇନଗୁଡିକ ଅନୁଯାୟୀ ଧାର୍ଯ୍ୟ ଜୋରିମାନାକୁ ଏହି ଆଇନ ଅନୁଯାୟୀ, ଏପରି ହିସାବ ଉପରେ ପ୍ରାପ୍ୟ ବୋଲି ଧରାଯିବ ଏବଂ ପୁନଃ ଧାର୍ଯ୍ୟ କରାଯାଇଥିବା ସମସ୍ତ ସେସ୍ ଏବଂ ଏପରି ପ୍ରାପ୍ୟ ପ୍ରତ୍ୟେକ ଅର୍ଥରାସୀକୁ, ଏତତପରେ ବ୍ୟବସ୍ଥାୟିତ ଅନୁଯାୟୀ ଧାର୍ଯ୍ୟ କରିଆଜୀବ କିମ୍ବା ଆଦାୟ କରାଯିବ।
    • ପରିସର- ଓଡିଶା ସେସ୍ ଆଇନ, ଅନୁଯାୟୀ ସେସ୍ ୪,୪,୯୧ ଠାରୁ ଦେୟ ଅଟେ , ମାତ୍ର ଆଦାୟ କରାଯାଇନଥାଏ, ଅଦାୟ କରାଯାଇପାରେ ।
  3. ସଂଜ୍ଞା :-
  4. ଏହି ଆଇନରେ ଯଦି ସୂଚୀ କିମ୍ବା ବିଷୟବସ୍ତୁରେ କୌଣସି ବିପରୀତାର୍ଥ ନଥାଏ  -

    • “କଲେକ୍ଟର“ ଅର୍ଥ, କୌଣସି ଜିଲ୍ଲାର କଲେକ୍ଟର ଏବଂ ଏହା କୌଣସି ଡେପୁଟି କମିଶନରଙ୍କୁ ଅନ୍ତର୍ଭୁକ୍ତ କରେ ।
    • “ସମ୍ପତ୍ତି“ କୌଣସି ସମ୍ପତ୍ତି ର ଏକ ଅଂଶକୁ ମଧ୍ୟ ଅନ୍ତର୍ଭୁକ୍ତ କରେ ଏବଂ ଏହାର ଅର୍ଥ ହେଉଛି, କୌଣସି ମଧ୍ୟସ୍ତଙ୍କ ଦ୍ଵାରା ଧାରିତ କିମ୍ବା ତାଙ୍କ ଉପରେ ନ୍ୟସ୍ତ କୌଣସି ଜମି ଏବଂ ଏହା ସେତେବେଳେ ବଳବତ୍ତର ଥିବା ରାଜସ୍ୱ ଜମି ସମ୍ବନ୍ଧୀୟ ଆଇନ ଅନୁଯାୟୀ ପ୍ରସ୍ତୁତ ଏବଂ ରକ୍ଷଣାବେକ୍ଷଣା କରାଯାଉଥିବା ରାଜସ୍ୱ ଦେୟ ଜମି, କୌଣସି ରାଜସ୍ୱ ମୁକ୍ତ ଜମିର କୌଣସି ସାଧାରଣ ରେଜିଷ୍ଟର କିମ୍ବା ରାଜସ୍ୱ ତାଲିକାରେ କୌଣସି ଅନ୍ତର୍ଭୁକ୍ତ କରଣରୁ ଅନ୍ତର୍ଭୁକ୍ତ କରେ; କିମ୍ବା କୌଣସି ନିୟମ ଆଦେଶ  ପ୍ରଥା, ବ୍ୟବହାର, ଯାହାର ଆଇନଗତ ବଳ ଅଛି ଏବଂ ଏହା କୌଣସି ରେଜିଷ୍ଟରରେ କିମ୍ବା ରାଜସ୍ୱ ତାଲିକାରେ ଅନ୍ତର୍ଭୁକ୍ତ ହୋଇନଥିବା ରାଜସ୍ୱ - ମୁକ୍ତ ଜମିକୁ ଅନ୍ତର୍ଭୁକ୍ତ କରେ , ଏବଂ ଏହା ମଧ୍ୟ ବିଭିନ୍ନ ଶ୍ରେଣୀୟ ରୟତ କିମ୍ବା ଅଧସ୍ତନ ରୟତ, କୌଣସି ଜାଗିର ଇନାମ କିମ୍ବା ମୁଆଫି କିମ୍ବା ଅନ୍ୟ ସେହି ପ୍ରକାର ମଞ୍ଜୁରୀକୁ ଅନ୍ତର୍ଭୁକ୍ତ କରେ ।

ସ୍ପଷ୍ଟୀକରଣ

ସ୍ପଷ୍ଟୀକରଣ -୧

“ଭୂ- ଖଜଣା କିମ୍ବା ରାଜସ୍ୱ“ ଅର୍ଥ, ଏପରି ମଧ୍ୟସ୍ଥ ଦ୍ଵାରା ଧାରିତ କିମ୍ବା ନ୍ୟସ୍ତ କୌଣସି ଜମି ସମ୍ବନ୍ଧରେ ଦାବି କରାଯାଉଥିବା ସମସ୍ତ ଅର୍ଥ କିମ୍ବା ଆକାରରେ ପ୍ରଦତ୍ତ ବସ୍ତୁ, ଯେକୌଣସି ନାମରେ ତାହା ହୋଇଥାଉ କିମ୍ବା ସ୍ଥାନୀୟ ଭାବେ ଜଣାଥାଏ ।

ସ୍ପଷ୍ଟୀକରଣ- ୨

“ରାଜସ୍ୱ - ମୁକ୍ତ ଜମି“ସେପରି ଜମିକୁ ଅନ୍ତର୍ଭୁକ୍ତ କରେ, ଯାହାକି, କୌଣସି ବିଶେଷ ଦଲିଲ, ଚୁକ୍ତି ବ୍ୟତୀତ ଭୂ- ରାଜସ୍ୱ ବନ୍ଦୋବସ୍ତ ଏବଂ ଆକଳନ ପ୍ରତି ଦାୟୀ ହୋଇଥାଆନ୍ତି, କିମ୍ବା ଯାହା ସମ୍ବନ୍ଧରେ, ଭୂ- ରାଜସ୍ୱ ଆକଳନ କରିବା ଏବଂ ବନ୍ଦୋବସ୍ତ ନିମନ୍ତେ, ଆଇନ ପ୍ରଣୟନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ କ୍ଷମତା ରହିଛି ।

ସ୍ପଷ୍ଟୀକରଣ -୩

ମିଶ୍ରିତ ଅଞ୍ଚଳ ସମ୍ବନ୍ଧରେ ‘ସମ୍ପତ୍ତି “ ଯେପରି ଭାବେ ଏହି ଧାରାରେ ସଂଜ୍ଞାୟିତ, ତାହା ମଧ୍ୟ କୌଣସି ମହଲ କିମ୍ବା ଗ୍ରାମକୁ ଅନ୍ତର୍ଭୁକ୍ତ କରିବ ଏବଂ ଯାହାକି କୌଣସି ମଧ୍ୟସ୍ଥଙ୍କ ଦ୍ଵାରା ଧାରିତ କିମ୍ବା ତାଙ୍କ ଉପରେ ନ୍ୟସ୍ତ, ଏବଂ ଯାହାକି ଭୂ-ରାଜସ୍ୱ ପ୍ରତି ଏକ- ଏକକ ଭାବେ ଆକଳିତ ହେବା ନିମନ୍ତେ ଦାୟୀ ଅଟେ , ଯଦିଓ ଏପରି ଭୂ- ରାଜସ୍ୱ ଦେୟ ଅଟେ କିମ୍ବା ହ୍ରାସ କରାଯାଇଛି କିମ୍ବା ସାଲିସ କରାଯାଇଛି   କିମ୍ବା ସମୁଦାଯ କିମ୍ବା ଆଂଶିକଭାବେ ହ୍ରାସ କରାଯାଇଛି   ।

  • “ସରକାର “ ଅର୍ଥ ରାଜ୍ୟ ସରକାର
  • କୌଣସି ସମ୍ପତ୍ତିର ଉଲ୍ଲେଖରେ “ ମଧ୍ୟସ୍ଥ ଅର୍ଥ କୌଣସି ମାଲିକ, ଉପ- ମାଲିକ,  ଜମିଦାର , ଭୂ- ଧାରଣକାରୀ, ମାଲଗୁଜାର, ଟୀକାଡାର , ଗୌନ୍ତିଆ , ଅଧସ୍ତନ ଟେନ୍ୟୁରଧାଡ଼ି ଏବଂ ଏହା କୌଣସି ଇନାମଡାର, କୌଣସି ଜାଗିରଡାର, ଜମିଦର, ଇଲାକଦାର, ଖୋରପୋଷଦାର, ପରଗନାଦାର, ସାରବାରକାର ଏବଂ ମୁଆଫିଦାରଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିବା ଶୀତ, ଓଡିଶା ରାଜ୍ୟ ସହିତ ମିଶ୍ରିତ ଭାରତୀୟ ରାଜ୍ୟ  କୌଣସି ଶାସକ ଏବଂ ରୟତ ଏବଂ ରାଜ୍ୟ ମଧ୍ୟରେ କୌଣସି ସ୍ଵାର୍ଥ ବହନ କରିଥିବା କିମ୍ବା ଧାରଣ କରିଥିବା ବ୍ୟକ୍ତିଙ୍କୁ ଅନ୍ତର୍ଭୁକ୍ତ କରେ ।

ସ୍ପଷ୍ଟୀ କରଣ -୧

କୌଣସି ଦୁଇ କିମ୍ବା ଅଧିକ ମଧ୍ୟସ୍ଥ ଯେଉଁମାନେ କୌଣସି ସମ୍ପତ୍ତିରେ ଏକ ଯୁଗ୍ମ ସ୍ଵାର୍ଥ ଧାରଣ କରିଥାଆନ୍ତି ଯାହାକି ଅନ୍ୟ କୌଣସି ମଧ୍ୟସ୍ଥର ରାଜସ୍ୱ ତାଲିକା କିମ୍ବା ଖଜଣା ତାଲିକାରେ ଅନ୍ତର୍ଭୁକ୍ତ ଥାଏ, ତାଙ୍କୁ ଏହି ଆଇନ ଉଦ୍ଦେଶ୍ୟରେ ଜେନ ମଧ୍ୟସ୍ଥ ଭାବେ ଧରାଯିବ ।

ସ୍ପଷ୍ଟୀକରଣ – ୨

କୌଣସି ମଧ୍ୟସ୍ଥ ଉତ୍ତରାଧିକାରୀ ଏବଂ ସ୍ଵାର୍ଥଧିକାରୀ ଏବଂ ଯେଉଁ ସ୍ଥଳରେ କୌଣସି ମଧ୍ୟସ୍ଥ ଜଣେ ନାବାଳକ ହୋଇଥାଆନ୍ତି କିମ୍ବା ଅସୁସ୍ଥ ମସ୍ତିକ ହୋଇଥାଆନ୍ତି କିମ୍ବା ଜଣେ ବାଚାଳ ହୋଇଥାଆନ୍ତି, ସେପରିସ୍ଥଳେ ତାଙ୍କର ଅଭିଭାବକ, ସମିତି କିମ୍ବା ଅନ୍ୟ ଆଇନଗତ ଅଭିଭାବକଙ୍କୁ, ଏହି ଆଇଆନ ଉଦ୍ଦେଶ୍ୟରେ, ଜଣେ ମଧ୍ୟସ୍ଥ ଭାବେ ଧରାଯିବ । ଏହି ଆଇନ ଅନୁଯାୟୀ, ଜଣେ ମଧ୍ୟସ୍ଥ ଦ୍ଵାରା କରାଯାଇଥିବା ସମସ୍ତ କାର୍ଯ୍ୟ, ତାଙ୍କ ଉତ୍ତରାଧିକାରୀ ଏବଂ ସ୍ଵାର୍ଥାଧିକାରୀଙ୍କ ଦ୍ଵାରା କରାଯାଇଛି । ବୋଲି ଧରାଯିବ ଏବଂ ସେମାନଙ୍କ ପ୍ରତି ତାହା ବାଧ୍ୟତାମୂଳକ ହେବ।

  • କୌଣସି ଜମିର କୌଣସି ମଧ୍ୟସ୍ଥଙ୍କ ଦାଖଲ ଉଲ୍ଲେଖରେ ବ୍ୟବହୃତ “ଖାସ ଦାଖଲ“ ଯାହାକି କୃଷି କିମ୍ବା ଫଳ ଚାଷ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ, ତାର ଅର୍ଥ ହେଉଛି, ଏପରି ଜମି ଚାଷ କରିବା ଦ୍ଵାରା ନିଜେ ସେଥିରେ ଫଳଚାଷ ପରିଚାଳନା କରିବା ଦ୍ଵାରା, କିମ୍ବା ତାଙ୍କ ନିଜ ଭୃତ୍ୟ କିମ୍ବା ଭଡା ଶ୍ରମିକ କିମ୍ବା ଭଡା ବାବଦ ଦ୍ଵାରା ଏପରି ଚାଷ କାର୍ଯ୍ୟ ପରିଚାଳନା କରିବାରେ ଏପରି ମଧ୍ୟସ୍ଥର ଦଖଲ ।

ସ୍ପଷ୍ଟୀକରଣ

“ଫଳଚାଷ ଉଦ୍ଦେଶ୍ୟରେ ବ୍ୟବହୃତ ଜମି “ଅର୍ଥ ଫଳ, ପୁଷ୍ପ କିମ୍ବା ପନିପରିବା ଉତ୍ପାଦନ ଉଦ୍ଦେଶ୍ୟରେ ବ୍ୟବହୃତ ଜମି ।

  • “ଜମି” ଅର୍ଥ, ଯେକୌଣସି ବର୍ଣ୍ଣନୀୟ ଜମି ଏବଂ ଏହା ଜଳ ଦ୍ଵାରା ଆବୃତ କୌଣସି ଜମିକୁ ଅନ୍ତର୍ଭୁକ୍ତ କରେ, ମାତ୍ର ଅନ୍ତର୍ଭୁକ୍ତକରେ ନାହିଁ ।
  • ଖଣିଜ ପଦାର୍ଥଧାରଣ କରିଥିବା ଜମି, ଯେପରି ଓଡିଶା ଗ୍ରାମୀଣ ନିଯୁକ୍ତ ଶିକ୍ଷା ଏବଂ ଉତ୍ପାଦନ ଆଇନ ୧୯୯୨ ରେ ସଂଜ୍ଞାୟିତ ହୋଇଛି, ଏବଂ
  • ଗୃହ କିମ୍ବା ଅଟ୍ଟାଳିକା
  • “ଧାର୍ଯ୍ୟ“ ଅର୍ଥ ଏହି ଆଇନ ଅନୁଯାୟୀ, ସରକାରଙ୍କ ଦ୍ଵାରା ପ୍ରଣାଳୀ ନିୟମାବଳୀ ଦ୍ଵାରା ଧାର୍ଯ୍ୟ;
  • “ରୟତ“ ଅର୍ଥ କୌଣସି ବ୍ୟକ୍ତି, ଯେ କି କୃଷି ଉଦ୍ଦେଶ୍ୟରେ କୌଣସି ଦଖଲ ଅଧିକାର ସହିତ ଜମି ଧାରଣ କରିଥାଏ କିମ୍ବା ସେଥିରେ ସ୍ଥାୟୀ ଏବଂ ଉତ୍ତରାଧିକାରୀତ୍ଵ ଅଧିକାର ସହିତ ଏପରି ଜମି ଧାରଣ କରିଥାଏ, କିମ୍ବା “ଜମି ଟେନ୍ୟୁର“ ସମ୍ବନ୍ଧୀୟ କୌଣସି ଆଇନର ଅର୍ଥ ମଧ୍ୟରେ ଜଣେ ରୟତ ହୋଇଥାଏ  ।
  • “ବର୍ଷ“ ଅର୍ଥ, ସେସ୍ ବର୍ଷ, ଯେପରିଭାବେ ଦଫା ୫ ଅନୁଯାୟୀ ରାଜସ୍ୱ ବୋର୍ଡ ଦ୍ଵାରା ସ୍ଥିର କରାଯାଇଥାଏ ।

ଟିପ୍ପଣୀ

ଓଡିଶା ସିମେଣ୍ଟ ଲିମିଟେଡ ବନାମ ଓଡିଶା ରାଜ୍ୟ ସରକାର ୧୯୯୧ ସପ୍ଲିମେଣ୍ଟାରି (୧) ଏସସିମ -୪୩୦ ରେ, ଭାରତର ମାନନୀୟ ଉଚ୍ଚତମ ନ୍ୟାୟଳୟ ଘୋଷଣା କରିଛନ୍ତି ଯେ, ଏପରି ଜମିରୁ ଉଦ୍ରେକ “ରୟାଲିଟି“ ଭିତ୍ତିରେ ଖଣିଜ ଦ୍ରବ୍ୟ ଧାରଣ କରିଥିବା ଜମି ଉପରେ କୌଣସି କର ଧାର୍ଯ୍ୟ କରିବା ନିମନ୍ତେ ରାଜ୍ୟ ବିଧାନ ପରିଷଦର କୌଣସି ଦକ୍ଷତା ନାହିଁ ଏବଂ ଓଡିଶା ସେସ୍ ଆଇନ, ୧୯୬୨ (ଓଡିଶା ଆଇନ ୧୧/୧୯୬୨)କୁ ନାକଚ କରିଥିଲେ । ପରେ ଓଡିଶା ଅସାଧାରଣ ଗେଜେଟ ସଂଖ୍ୟା ୫୮୦ ତା ୨୩.୦୫.୧୯୯୪ ରେ ପ୍ରକାଶନ ଏବଂ ଆଉ ଏକ ଆଇନ ପ୍ରଣୟନ କରିଥିଲେ, ଯଥା- ଓଡିଶା ଗ୍ରାମୀଣ ନିଯୁକ୍ତି ଶିକ୍ଷା ଏବଂ ସୁରକ୍ଷା ଆଇନ ୧୯୯୨ (ଓଡିଶା ଆଇନ ସଂଖ୍ୟା ୩୬/୧୯୯୨) ଯାହାକି ଓଡିଶା ଅସାଧାରଣ ଗେଜେଟ ସଂଖ୍ୟା ୧୭୩୯, ତା ୨୯.୧୨.୧୯୯୨ ରେ ପ୍ରକାଶିତ । ମାତ୍ର, ଏହି “ଓଆରଇଇପି“ ଆଇନକୁ ମଧ୍ୟ,  ଏସସିସି -୬୮୬ ରେ ଅବୈଧ ବୋଲି ଘୋଷଣା କରାଯାଇଥିଲା; ଯେଉଁଥିରେ ଏହା ନିମ୍ନଭାବେ ଉଲ୍ଲେଖ କରାଯାଇଥିଲା ।

“୧୯---- ଖଣିଜ ଦ୍ରବ୍ୟ ଧାରଣକାରୀ ଜମି ଏବଂ କୋଇଲା ଧାରଣକାରୀ ଜମି ବ୍ୟତୀତ ଅନ୍ୟାନ୍ୟ ଜମି, ଏପରି ଆଇନ ପରିସର ବାହାରେ ପଡେ, ଯେହେତୁ ସେଗୁଡିକ ଓଡିଶା ସେସ୍ ଆଇନ ୧୯୬୨ ଅନୁଯାୟୀ ବିଚାର କରାଯାଏ, ଏହା କେବଳ“ କୋଇଲା ଭିତ୍ତିକ ଜମି ଏବଂ “ଖଣିଜ ଭିତ୍ତିଜମି“ ଯେପରି ଦଫା ୨ (କ)(୧)ଏବଂ ଦଫା (୨) ଘ ରେ ସଂଜ୍ଞାୟୀତ, ଯାହାକୁ କରର ଭାର ବହନ କରିବାକୁ ହେବ । ଉପରୋକ୍ତ ଆଲୋକରେ, ଆମ୍ଭ ମନରେ ତିଳେମାତ୍ର ସନ୍ଦେହ ନାହିଁ ଯେ, ଓଡିଶା ଗ୍ରାମୀଣ ନିଯୁକ୍ତି ଶିକ୍ଷା ଏବଂ ସୁରକ୍ଷା ଆଇନରେ ଧାର୍ଯ୍ୟକରଣର ସାରାଂଶ, ପ୍ରକୃତ ରେ “ଖଣିଜ ପଦାର୍ଥ ଭିତ୍ତିକ ଜମି ଏବଂ କୋଇଲା ଭିତ୍ତିକ ଉପରେ ଅଟେ ।

୨୦—ଓଡିଶା ଆଇନ ସଂଖ୍ୟା ୩୬/୧୯୯୨ (ଓଆରଇଇପି ଆଇନ) ଅନୁଯାଯାଇ, କର ଧାର୍ଯ୍ୟ, ପ୍ରକୃତରେ, ଖଣିଜ ଦ୍ରବ୍ୟ ଏବଂ ଖଣିଜ ଦ୍ରବ୍ୟ ଅଧିକାର ଉପରେ ଧାର୍ଯ୍ୟବସତି ଯାହାର କି- ଭୂପୃଷ୍ଠର ପ୍ରକୃତି ଉପରେ କିଛି କରିବାର ନାହିଁ  । ଏହି ଦ୍ରୁଷ୍ଟିକୋଣରୁ ଆଇନର ଦଫା ୩ ସହିତ ଦଫା ୨(କ)(୧)ଏବଂ ଦଫା ୨(ଘ) ଅନୁଯାୟୀ, ଖଣିଜ ଦ୍ରବ୍ୟ ଭିତ୍ତିକ ଜମି ଏବଂ କୋଇଲା ଭିତ୍ତିକ ଜମି ଉପରେ କରଧାର୍ଯ୍ୟ, ରାଜ୍ୟ ବିଧାନ ପରିଷଦ ଦକ୍ଷତା ବାହାର ଅଟେ ଏବଂ ଅବୈଧ ଅଟେ ।

ଯାହା ହେଉନା କି,ପଶ୍ଚିମବଙ୍ଗ ରାଜ୍ୟ ସରକାର ବନାମ କେସରାମ ଶିଳ୍ପ ଲିମିଟେଡ (୨୦୦୪) ୧୦ ଏସସିସି -୨୦୧ ରେ ଦର୍ଶାଇଥିଲେ ଯେ “ଆମ୍ଭେ ଏହା ମଧ୍ୟ ଦର୍ଶାଉଛୁ ଯେ, ମହାନଦୀ କୋଇଲା ଖଣି ୧୯୯୫ ସପ୍ଲିମେଣ୍ଟାରି (୨)ଏସସିସି -୬୮୬, ସଠିକ ଭାବେ ସିଦ୍ଧାନ୍ତ କରାଯାଇ ନାହିଁ, ଯେତେଦୂର ପର୍ଯ୍ୟନ୍ତ ଇଣ୍ଡିଆ କିମ୍ବା ଭାରତ ସିମେଣ୍ଟ ଲିମିଟେଡ (୧୯୯୧) ଏସସିସି -୧୨ ଏବଂ ଓଡିଶା ସିମେଣ୍ଟ ଲିମିଟେଡ -୧୯୯୧ ସପ୍ଲିମେଣ୍ଟାରି (୧) ଏସସିସି -୪୩୦।“

ସେହି ଅନୁଯାୟୀ, ଓଡିଶା ରାଜ୍ୟ ବିଧାନ ପରିଷଦ, ଓଡିଶା ଗ୍ରାମୀଣ ପାରିପାର୍ଶ୍ଵିକ ଏବଂ ସାମାଜିକ ଅର୍ଥନୈତିକ ଉନ୍ନୟନ ଆଇନ, ୨୦୦୪ (ଓଡିଶା ଆଇନ ୨/୨୦୦୫) ପ୍ରଣୟନ କରିଛନ୍ତି, ଯାହାକି ୨୮.୦୧.୨୦୦୫ ରେ ରାଜ୍ୟମାନଙ୍କ ସମ୍ମତି ଲାଭ କରିଛି । ଏହି ଆଇନ ମଧ୍ୟ, ନାଲକୋ ଏବଂ ଅନ୍ୟମାନେ ବନାମ ଓଡିଶା ରାଜ୍ୟ ସରକାର ଏବଂ ଅନ୍ୟମାନେ (ରିଟ ପିଟିସାନ ମୋକଦ୍ଦମା ସଂଖ୍ୟା ୭୯୯/୨୦୦୫ ) ରେ ମାନନୀୟ ଓଡିଶା ଉଚ୍ଚନ୍ୟାୟଳୟଙ୍କ ଦ୍ଵାରା ଅବୈଧ ଘୋଷିତ ହୋଇଛି ।

ଆଧାର – ଦ ଲ ହାଉସ

Last Modified : 9/1/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate