অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ସେସ୍ ନିୟମାବଳୀ ୧୯୬୩

ଓଡିଶା ସେସ୍ ନିୟମାବଳୀ ୧୯୬୩

ସଂକ୍ଷିପ୍ତ ଆଖ୍ୟା ଏବଂ ପ୍ରାରମ୍ଭ

  • ଏହି ନିୟମାବଳୀକୁ, ଓଡିଶା ସେସ ନିୟମାବଳୀ ୧୯୬୩  ବୋଲି କୁହାଯିବ ।
  • ସେଗୁଡିକ ତତକ୍ଷଣାତ ବଳବତ୍ତର ହେବ।

ସଂଜ୍ଞା

ଏହି ନିୟମାବଳିରେ ଯଦି ବିଷୟବସ୍ତୁ କିମ୍ବା ପ୍ରସଙ୍ଗରେ କୌଣସି ବିପରୀତାର୍ଥ ନଥାଏ ।

  • “ଆଇନ” ଅର୍ଥ, ଓଡିଶା ସେସ ଆଇନ ୧୧/୧୯୬୨ ।
  • “ସୂଚୀ“ ଅର୍ଥ ଏହି ନିୟମାବଳି ସହିତ ସଂଯୁକ୍ତ କୌଣସି ସୂଚୀ ।
  • ଏହି ନିୟମାବଳିରେ ବ୍ୟବହୃତ ସମସ୍ତ ଶବ୍ଦାବଳୀ ଏବଂ ଉକ୍ତି  ମାତ୍ର  ସେଥିରେ ସଂଜ୍ଞାୟିତ ହୋଇନାହିଁ, ସେଗୁଡିକର ସେହି ଅର୍ଥ, ରହିବ, ଯେପରି ଏହି ଆଇନରେ ଯଥାକ୍ରମେ ସେଗୁଡିକ ପ୍ରତି ନ୍ୟସ୍ତ କରାଯାଇଛି ।

ସେସ ପ୍ରଦାନ କରିବା ତାରିଖ ଏବଂ ପଦ୍ଧତି

  • ଏହି ଆଇନ ଅନୁଯାୟୀ ସ୍ଥିରୀକୃତ ଏବଂ ଦେୟ, ସେସ, ସେହି ଏକା ତାରିଖରେ ଏବଂ ସେହି ଏକା ଅନୁପାତରେ ପ୍ରଦାନ କରାଯିବ, ଯେପରି ସେହି ଅଞ୍ଚଳର ଭୂ- ରାଜସ୍ୱ କିମ୍ବା ଖଜଣା ପ୍ରଦାନ ନିମନ୍ତେ ଧାର୍ଯ୍ୟ କରାଯାଇଥାଏ ।
  • ରାଜସ୍ୱ - ମୁକ୍ତ ଏବଂ ଖଜଣା – ମୁକ୍ତ ଜମି ସମ୍ବନ୍ଧରେ, ସେସ ତାରିଖରେ ଏବଂ ସେହି ଅନୁପାତରେ ପ୍ରଦାନ କରାଯିବ, ଯେପରି ଏତତ ପରେ ବଳବତ୍ତର କରାଯାଇଛି।
  • ସମସ୍ତ କ୍ଷେତ୍ରରେ, ଯାହା ସରକାରଙ୍କୁ ଦେୟ ଅଟେ,  ତାହା ଉକ୍ତ ଅଞ୍ଚଳରେ ରାଜସ୍ୱ ଆଦାୟକାରୀ ପ୍ରତିନିଧିଙ୍କୁ ପ୍ରଦାନ କରାଯିବ, ମାତ୍ର ରାଜସ୍ୱ - ମୁକ୍ତ କିମ୍ବା ଖଜଣା ମୁକ୍ତ ଜମିକ୍ଷେତ୍ରରେ, ଯେତେବେଳେ ସରକାରଙ୍କୁ ଦେୟ ଦାବୀ ଟ.୧୦୦.୦୦ ରୁ ଊର୍ଦ୍ଧ୍ଵ ହୋଇଥାଏ, ସେପରିସ୍ଥଳେ ତାହା ରାଜ୍ୟର ସନ୍ନିବଦ୍ଧ ପାଣ୍ଠିରେ ଏକ ଚାଲାନ ଦ୍ଵାରା ଉକ୍ତ ତାଲୁକର ଦାୟିତ୍ଵରେ ଥିବା ତହସିଲଦାରଙ୍କ କାର୍ଯ୍ୟାଳୟ ସହ ସଂଯୁକ୍ତ ଉପ- ତହବିଲ କିମ୍ବା ତହସିଲ କାର୍ଯ୍ୟାଳୟରେ ଜମା କରାଯିବ,ଏବଂ ଯେଉଁ ସ୍ଥଳରେ ଏପରି କୌଣସି ଉପ- ତହବିଲ କିମ୍ବା ନ ଥାଏ ,ସେପରିସ୍ଥଳେ ଉକ୍ତ ତାଲୁକର ଦାୟିତ୍ଵରେ ଥିବା ତହସିଲଦାରଙ୍କୁ ତାହା ପ୍ରଦାନ କରାଯିବ କିମ୍ବା ତହସିଲ ଅଫିସରରେ ଜମା କରାଯିବା ଏବଂ  ଯେଉଁ ସ୍ଥଳରେ  କାର୍ଯ୍ୟାଳୟ ସହିତ ସଂଯୁକ୍ତ “ଉପ- ତହବିଲ ‘ରେ , ଉକ୍ତ ଅର୍ଥ ଜମା କରାଯିବ  କିମ୍ବା ଜିଲ୍ଲା-ଟ୍ରେଜେରୀରେ ଯେଉଁ ସ୍ଥଳରେ ଏପରି “ଉପ- ତହବିଲ“ ବିଦ୍ୟମାନ ନଥାଏ ।

ଉଲ୍ଲେଖଥାଉ ଯେ,  ଏପରି ସନ୍ଦେହ କ୍ଷେତ୍ରରେ ଯେ କେଉଁ ରାଜସ୍ୱ ଅଦାୟକାରୀ ପ୍ରତିନିଧି କିମ୍ବା ତହସିଲ କାର୍ଯ୍ୟାଳୟ କିମ୍ବା ଉପ- ତହବିଲ ରେ ଏପରି ଅର୍ଥ ପ୍ରଦାନ କରାଯିବ କିମ୍ବା ଜମା କରାଯିବ, ସେପରିସ୍ଥଳେ ଜିଲ୍ଲା କଲେକ୍ଟର, ଯେଉଁଠି ଏପରି ସମ୍ପତ୍ତି କିମ୍ବା ଜମି ସ୍ଥିତ ଅଟେ, ସେ ଉକ୍ତ ବିଷୟ ସ୍ଥିର କରିବେ ଏବଂ ଏପରି କରିବା ସମୟରେ ସେ ପକ୍ଷମାନଙ୍କର ସୁବିଧା ତଥା ହିସାବର ରକ୍ଷଣା ବେକ୍ଷଣାକୁ ଦ୍ରୁଷ୍ଟିରେ ରଖିବେ, ମାତ୍ର ଯେଉଁ ସ୍ଥଳଳରେ ଏପରି ସଂପତ୍ତି, ଗୋଟିକରୁ ଅଧିକ ଜିଲ୍ଲାକୁ ଆବୃତ କରେ, ସେପରି ସ୍ଥଳେ ପ୍ରାପ୍ୟ ସେସ, ଏହି ଆଇନ ବଳବତ୍ତର ହେବ ପୂର୍ବ – ପଦ୍ଧତି ଅନୁଯାୟୀ ପ୍ରଦାନ କରାଯିବ   ।

ମୂଲ୍ୟାୟନର ସଂଶୋଧନ

ଯେତେବେଳେ ସରକାର, ଏହି ଆଇନର ଦଫା ୯-“କ” ଅନୁଯାୟୀ, ଜିଲ୍ଲା – କଲେକ୍ଟରଙ୍କୁ ସେସ ଆକଳନ କରିବା ନିମନ୍ତେ ଆଦେଶ ଦ୍ଵାରା ନିର୍ଦ୍ଦେଶ ଦିଅନ୍ତି, ସେପରି ସ୍ଥଳେ ସୂଚୀ “କ” ରେ ଥିବା ଫର୍ମରେ ଏକ ଘୋଷଣା ନିର୍ଗମ କରି, ଏକମାସ ମଧ୍ୟରେ କିମ୍ବା ବର୍ଦ୍ଧିତ ସମୟ ମଧ୍ୟରେ ଏକ ରିଟର୍ଣ୍ଣ, ସୂଚୀ “ଗ”  ଥିବା ଫର୍ମରେ, ସେମାନଙ୍କର ସଂପତ୍ତି କିମ୍ବା “ହୋଲଡିଙ୍ଗ“ ମଧ୍ୟରେ ଧାରିତ ସମସ୍ତ ଜମି, ଉକ୍ତ ସୂଚୀରେ ଧାର୍ଯ୍ୟ କାର୍ଯ୍ୟାଳୟ କିମ୍ବା ଅଧିକାରୀଙ୍କୁ ପ୍ରଦାନ କରିବେ  । ଜିଲ୍ଲା କଲେକ୍ଟର ଏପରି ଘୋଷଣାର ଏକ ନକଲ ନିଜ କାର୍ଯ୍ୟାଳୟର କୌଣସି ଆଖିଦୃଶିଆ ସ୍ଥାନରେ ଏବଂ ସବଡିଭିଜନାଲ ଅଫିସରଙ୍କ କାର୍ଯ୍ୟାଳୟ ଏବଂ ତହସିଲଦାରଙ୍କ କାର୍ଯ୍ୟାଳୟରେ ସ୍ଥାପନ କରି ପ୍ରକାଶନ କରିବେ, ଯାହାଙ୍କର ଉକ୍ତ ଅଞ୍ଚଳ ଉପରେ କର୍ତ୍ତୃତ୍ଵ ଅଛି  :

ଉଲ୍ଲେଖଥାଉ ଯେ, ଯେଉଁ ସ୍ଥଳରେ କୌଣସି ଖତିୟାନ ନଥି ପ୍ରସ୍ତୁତ ହୋଇ କୌଣସି ଆଇନ ଅନୁଯାୟୀ ରକ୍ଷଣାବେକ୍ଷଣା କରାଯାଉଥାଏ  ,  ସେପରିସ୍ଥଳେ ରାଜସ୍ୱ କିମ୍ବା ଖଜଣା ପ୍ରଦାନକାରୀ ଜମି ଧାରଣକାରୀ ରୟତ ଏବଂ ମଧ୍ୟସ୍ଥଙ୍କ କ୍ଷେତ୍ରରେ, କଲେକ୍ଟରନାକ ଦ୍ଵାରା ଏପରି ରିଟର୍ଣ୍ଣର ଦାଖଲକୁ ପରିହାର କରାଯାଇପାରେ ଏବଂ ଉପ- ନିୟମ (୫) ଅନୁଯାୟୀ ପ୍ରସ୍ତୁତ ହେବାକୁ ଥିବା ଆକଳନ ତାଲିକାକୁ, ଏପରି ରକ୍ଷଣାବେକ୍ଷଣା କରାଯାଉଥିବା ଖତିୟାନରେ ଉଲ୍ଲେଖିତ ଅନ୍ତର୍ଭୁକ୍ତକାରଣ ଭିତ୍ତିରେ ପ୍ରସ୍ତୁତ କରାଯିବ    ।

  • ଜିଲ୍ଲା କଲେକ୍ଟର ମଧ୍ୟ, ପ୍ରତ୍ୟେକ ମଧ୍ୟସ୍ଥ ଏବଂ ରୟତଙ୍କୁ, ସୂଚୀ – “ଖ” ରେ ଥିବା ଫର୍ମରେ ବ୍ୟକ୍ତିଗତ ସୂଚନାକାରୀ କରାଇବେ, ଯେଉଁମାନଙ୍କର ସେସ – ଦାବୀ ବାର୍ଷିକ ଏକଶହ ଟଙ୍କାରୁ ଊର୍ଦ୍ଧ୍ଵ ଅଟେ, ସେମାନେ ସୂଚନା ତାରିଖରୁ ଏକମାସ ମଧ୍ୟରେ ସୂଚୀ- “ଖ” ରେ ଥିବା ଫର୍ମରେ ରିଟର୍ଣ୍ଣ ଦାଖଲ କରିବେ   ।
  • ଘୋଷଣା କିମ୍ବା ସୂଚନା ନିର୍ଗମର ଏକ ମାସ ମଧ୍ୟରେ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ମଧ୍ୟସ୍ଥ କିମ୍ବା ରୟତ, ସଠିକ ବିବରଣୀ ପ୍ରଦାନ କରି, ଧାର୍ଯ୍ୟ ଫର୍ମରେ ରିଟର୍ଣ୍ଣ ଦାଖଲ କରିବେ, ଯାହା ଫଳରେ କଲେକ୍ଟର କିମ୍ବା କଲେକ୍ଟରଙ୍କ କ୍ଷମତା ପରିଚାଳନା କରୁଥିବା ଅଧିକାରୀ ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଆକଳନ ତାଲିକା ପ୍ରସ୍ତୁତ କରିବା ନିମନ୍ତେ ସକ୍ଷମ ହେବେ   ।
  • ଉପ- ନିୟମ (1) କିମ୍ବା ଉପ- ନିୟମ (2) ଅନୁଯାୟୀ ନିର୍ଗମ କରାଯାଉଥିବା ଘୋଷଣା କିମ୍ବା ସୂଚନା ଅନୁଯାୟୀ, ଯଦି କୌଣସି ରିଟର୍ଣ୍ଣ କୌଣସି ମଧ୍ୟସ୍ଥ କିମ୍ବା ରୟତ ଦ୍ଵାରା, ଉକ୍ତ ଘୋଷଣା କିମ୍ବା ସୂଚନାରେ ଧାର୍ଯ୍ୟ ଉଚ୍ଚ କର୍ମଚାରୀଙ୍କୁ ପ୍ରଦାନ କରାଯାଏ   ନାହିଁ,  ସେପରିସ୍ଥଳେ ଉକ୍ତ ଅଧିକାରୀ ସେପରି ପଦ୍ଧତିରେ ଅଗ୍ରସର ହେବେ,  ଯେପରି ଏପରି ବ୍ୟକ୍ତି ଦ୍ଵାରା ଧାରିତ ଜମିର ବାର୍ଷିକ ମୂଲ୍ୟ ସ୍ଥିର କରିବା ନିମନ୍ତେ ସୁବିଧା ଜନକ ବୋଲି ପ୍ରତୀତ ହୁଏ   ।
  • ସୂଚୀ “ ଘ” ରେ ଥିବା ଫର୍ମରେ, ଆକଳନ ତାଲିକା ପ୍ରସ୍ତୁତ କରାଯିବ  । କୌଣସି ସମ୍ପତ୍ତିର ବାର୍ଷିକ ମୂଲ୍ୟ ଏବଂ ତାର ଉପରେ ଦେୟ ସେସ ସ୍ଥିର ହେବାପରେ, କଲେକ୍ଟର କିମ୍ବା କଲେକ୍ଟରଙ୍କ କ୍ଷମତା ପରିଚାଳନା କରୁଥିବା ଅଧିକାରୀ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଏପରି ତଦନ୍ତ ଦ୍ଵାରା ଅଂଶ ସ୍ଥିର କରିବେ, ଯାହା ଉକ୍ତ ସମ୍ପତ୍ତିରେ ପ୍ରତ୍ୟେକ ଅଂଶୀଡାର ଧାରଣ କରିଥାଆନ୍ତି  ଏବଂ ଯେଉଁ ସ୍ଥଳରେ ଦକ୍ଷ ରାଜସ୍ୱ ଅଧିକାରୀଙ୍କ ଦ୍ଵାରା ସେସ ଆବଣ୍ଟନ ଏବଂ ନଥିଭୁକ୍ତ କରାଯାଇଥାଏ ଏବଂ ଏପରି ଦକ୍ଷ ରାଜସ୍ୱ  ଅଧିକାରୀଙ୍କ ଦ୍ଵାରା ପ୍ରସ୍ତୁତ ଏପରି ନଥି ଅନୁଯାୟୀ, ସେମାନଙ୍କର ଅଂଶର ଅନୁପାତ ଅନୁଯାୟୀ,ସମ – ଅଂଶୀଦାରଙ୍କ ମଧ୍ୟରେ ସେସ ଆବଣ୍ଟନ କରିବେ । ଫର୍ମ “ଇ” ରେ ଏପରି ଖସଡା ଆକଳନ ତାଲିକା ଏପରି ସୂଚନା  ସହିତ,  ତିରିଶ ଦିନ ନିମନ୍ତେ ପ୍ରକାଶନ କରାଯିବ ଏବଂ ଏହାର ଏକ ନକଲକୁ ସବଡିଭିଜନାଲ ଅଫିସର ଏବଂ ତହସିଲଦାରଙ୍କ କାର୍ଯ୍ୟାଳୟ  କୌଣସି ଆଖିଦୃଶିଆ ସ୍ଥାନରେ ସ୍ଥାପନ କରାଯିବ , ଯାହାଙ୍କ କର୍ତ୍ତୃତ୍ଵାଧଇଁ ଅଞ୍ଚଳ ମଧ୍ୟରେ ଏପରି ସମ୍ପତ୍ତି କିମ୍ବା ଜମି ସ୍ଥିତ ଅଟେ   ।   ଫର୍ମ “ଏଫ” ରେ ସୂଚନା ପ୍ରକାଶନର ତିରିଶଦିନ ମଧ୍ୟରେ , ଆପତ୍ତି ଦାଖଲ କରାଯିବ ।
  • ଯେତେବେଳେ ସମସ୍ତ ଆପତ୍ତି ଶୁଣାଯାଇ ଫଇସଲା ହୁଏ,  ସେତେବେଳେ କଲେକ୍ଟର କ୍ଷମତା ପରିଚାଳନା କରୁଥିବା ଅଧିକାରୀ, ଖସଡା ଅକାଳନ ତାଲିକାରେ ଏପରି ପରିବତ୍ତାନ କରିବେ, ଯେପରି ଉପ- ନିୟମ (୫) ଅନୁଯାୟୀ ଆପତ୍ତି ଉପରେ ପ୍ରଦାନ କରାଯାଇଥିବା କୌଣସି ଆଦେଶକୁ ପ୍ରଭାବିତ କରିବା ନିମନ୍ତେ ଆବଶ୍ୟକ ହୋଇପାରେ   ଏବଂ ସୂଚୀ “ଘ” ରେ ଧାର୍ଯ୍ୟ ଫର୍ମରେ ଚୁଡାନ୍ତ ଆକଳନ ତାଲିକା ପ୍ରସ୍ତୁତ କରିବେ  । ଚୁଡାନ୍ତ ଆକଳନ ତାଲିକା, କଲେକ୍ଟରଙ୍କ କାର୍ଯ୍ୟାଳୟ କିମ୍ବା କଲେକ୍ଟରଙ୍କ କ୍ଷମତା ପରିଚାଳନା କରୁଥିବା ଅଧିକାରୀଙ୍କ କାର୍ଯ୍ୟାଳୟ କିମ୍ବା ସବଡିଭିଜଣନାଲ ଅଫିସରଙ୍କ କାର୍ଯ୍ୟାଳୟ ଏବଂ ତହସିଲଦାରଙ୍କ କାର୍ଯ୍ୟାଳୟର କୌଣସି ଆଖିଦୃଶିଆ ସ୍ଥାନରେ ସ୍ଥାପନ କରି ପ୍ରକାଶନ କରାଯିବ, ଯାହାଙ୍କର କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ, ସମ୍ପତ୍ତି କିମ୍ବା ଜମି ସ୍ଥିତି ଅଟେ, ଚୁଡାନ୍ତ ପ୍ରକାଶନର ଠିକ ପରେ ପରେ, ଏପରି ତାଲିକାର ଏକ ନକଲକୁ ପକ୍ଷମାନଙ୍କର ପରିଦର୍ଶନ ନିମନ୍ତେ, କାର୍ଯ୍ୟ ଦିବସ ଏବଂ କାର୍ଯ୍ୟ ସମୟରେ କଲେକ୍ଟରଙ୍କ କାର୍ଯ୍ୟାଳୟ କିମ୍ବା ତାଙ୍କ କ୍ଷମତା ପରିଚାଳନା କରୁଥିବା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସପ୍ତାହ ପର୍ଯ୍ୟନ୍ତ ରଖାଯିବ । ଏପରି ଚୁଡାନ୍ତ ଭାବେ ପ୍ରକାଶିତ ତାଲିକାର ପ୍ରତ୍ୟେକ ଅନ୍ତର୍ଭୁକ୍ତିକାରଣ ସଂଶୋଧନର ନିୟନ୍ତ୍ରଣାଧିନରେ, ଯଦି କିଛି ଥାଏ ଯାହାକି ଅପିଲ କିମ୍ବା ରିଭିଜନରେ ଆଦେଶିତ ହୋଇପାରୁ , ତାହା ଏପରି ଅନ୍ତର୍ଭୁକ୍ତକାରଣର ଚୁଡାନ୍ତ ଏବଂ ସିଦ୍ଧାନ୍ତନୀୟ ପ୍ରମାଣ ହେବ ।
  • ଉପ- ନିୟମ (୬) ରେ ଧାର୍ଯ୍ୟ, ସପ୍ତାହ ସମୟ ଅତିବାହିତ ପରେ, କଲେକ୍ଟର କ୍ଷମତା ପରିଚାଳନା କରୁଥିବା ଅଧିକାରୀ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଆକଳନ ତାଲିକାର ଚୁଡାନ୍ତ ପ୍ରକାଶନକୁ ପ୍ରମାଣିତକରି କାର୍ଯ୍ୟାନୁଷ୍ଠାନକୁ ନଥିଭୁକ୍ତ କରିବେ । ଏପରି ଚୁଡାନ୍ତ ଆକଳନ ତାଲିକାର ପ୍ରତ୍ୟେକ ପ୍ରୁଷ୍ଠା ଏପରି ପ୍ରକାଶନର ଏକ ପ୍ରମାଣପତ୍ର, କଲେକ୍ଟର କିମ୍ବା କ୍ଷମତା ପରିଚାଳନା କରୁଥିବା ଅଧିକାରୀ ସ୍ଵାକ୍ଷର ଏବଂ ମୋହର ବହନ କରିବ । ଉପରୋକଟ ଅନୁଯାୟୀ ପ୍ରମାଣିତ ଚୁଡାନ୍ତ ଆକଳନ ତାଲିକାର ଏକ ନକଲକୁ, କଲେକ୍ଟରଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରାଯିବ । ଏପରି ଦୁଇଟି ନକଲକୁ ତହସିଲଦାରଙ୍କୁ ପ୍ରେରଣ କରାଯିବ, କିମ୍ବା ଯେଉଁସ୍ଥଳରେ ତହସିଲଦାର ନଥାନ୍ତି , ସେପରିସ୍ଥଳେ ସବଡିଭିଜନାଲ ଅଫିସରଙ୍କୁ, ଯାହାକି ତାଙ୍କ କାର୍ଯ୍ୟାଳୟରେ ଏବଂ ସେସ ଆଦାଯ ନିମନ୍ତେ, ରାଜସ୍ୱ ଅଦାୟକାରୀ ପ୍ରତିନିଧିଙ୍କ କାର୍ଯ୍ୟାଳୟରେ ବ୍ୟବହୃତ ହେବ।
  • ଯେତେବେଳେ ସରକାର ଏହି ଆଇନର ଦଫା ୯- “କ” ଅନୁଯାୟୀ ସେସର ସଂଶୋଧନ ନିମନ୍ତେ, ଆଦେଶ ଦ୍ଵାରା, ନିର୍ଦ୍ଦେଶ ପ୍ରଦାନ କରନ୍ତି, ଯାହାକି ବାର୍ଷିକ ମୂଲ୍ୟକୁ ଅନ୍ତର୍ଭୁକ୍ତ କରେ, ସେପରିସ୍ଥଳେ ପରବର୍ତ୍ତୀ ଉପ- ନିୟମାବଳିରେ ଧାରିତ ବ୍ୟବସ୍ଥାବଳି, ପରସ୍ପର ପ୍ରତି ପ୍ରୟୋଗ ହେବ ।

ଉଲ୍ଲେଖଥାଉ ଯେ ଯେଉଁ ସ୍ଥଳରେ ସେସ ସଂଶୋଧନ , ଜମିର ବାର୍ଷିକ ମୂଲ୍ୟର ସଂଶୋଧନକୁ ଅନ୍ତର୍ଭୁକ୍ତ କରେ ନାହିଁ, ସେପରିସ୍ଥଳେ କଲେକ୍ଟର କିମ୍ବା କଲେକ୍ଟରଙ୍କ କ୍ଷମତା ପରିଚାଳନାକାରୀ ଅଧିକାରୀ , ସୂଚୀ “ ଘ” ର ସଂଶୋଧିତ ଆକଳନ ତାଲିକା ପ୍ରସ୍ତୁତ କରିବେ  , ସଂଶୋଧିତ ଆକଳନ ତାଲିକାର ପ୍ରତ୍ୟେକ ପୃଷ୍ଠା, କଲେକ୍ଟର କିମ୍ବା କଲେକ୍ଟରଙ୍କ କ୍ଷମତା ପରିଚାଳନାକାରୀ ଅଧିକାରୀଙ୍କ ସ୍ଵାକ୍ଷର ଏବଂ ମୋହର ଅନୁଯାୟୀ ସେଥିରେ ଥିବା ଅନ୍ତର୍ଭୁକ୍ତକାରଣର ସଠିକତା ସମ୍ବନ୍ଧରେ ଏକ ପ୍ରମାଣପତ୍ର ବହନ କରିବ   । ଏପରିଭାବେ ପ୍ରମାଣିତ ସଂଶୋଧିତ ଆକଳନ ତାଲିକାର ଏକ ନକଲ , ଜିଲ୍ଲା କଲେକ୍ଟରଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରାଯିବ ଏବଂ ଅନ୍ୟ ଏକ ନକଲ ତହସିଲଦାରଙ୍କୁ ପ୍ରେରଣ କରାଯିବ , କିମ୍ବା ଯେଉଁ ସ୍ଥଳରେ ତହସିଲଦାର ନଥାଆନ୍ତି, ସେପରିସ୍ଥଳେ ସବଡିଭିଜନାଳ ଅଫିସରଙ୍କ ବ୍ୟବହାର ନିମନ୍ତେ ତଥା ରାଜସ୍ୱ ଆଦାୟକାରୀ ପ୍ରତିନିଧିଙ୍କୁ ସୂଚିତ କରିବା ନିମନ୍ତେ ପ୍ରେରଣ କରାଯିବ ।

ଗ୍ରାମ ପଞ୍ଚାୟତ, ସମିତି ଏବଂ ପରିଷଦଗୁଡିକ ସେସ ବିତରଣ ପଦ୍ଧତି

ସେହି ଅନୁପାତ, ଯେଉଁଥିରେ ସେସଭାବେ ଆଦାୟ କରାଯାଉଥିବା ଅର୍ଥରାଶି, ପ୍ରାଥମିକ ଶିକ୍ଷା, ଗ୍ରାମପଞ୍ଚାୟତ ଏବଂ ପଞ୍ଚାୟତ ସମିତିକୁ ଅନୁଦାନ ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ ଆବଣ୍ଟନ କରାଯିବ; ତାହା ଯଥାକ୍ରମେ ପଚାଶ ପ୍ରତିସତ ଚାଳିଶ ପ୍ରତିଶତ ଏବଂ ଦଶ ପ୍ରତିଶତ ହେବ  ।

  • “କ” ଖଣିଜକାର୍ଯ୍ୟ ନିମନ୍ତେ ଜମିଉପରେ ସେସ ଆକଳନ ନିମନ୍ତେ :-
  • ସମ୍ପୃକ୍ତ ଆଞ୍ଚଲର ବରିଷ୍ଠ ଖଣି ଅଧିକାରୀ କିମ୍ବା ଅଧିକାରୀଙ୍କ ଦ୍ଵାରା : ରୟାଲିଟି କିମ୍ବା  “ମୃତ – ଖଜଣା“ ସହିତ, ଏକା ସମୟରେ, ସେସର ଆକଳନ କରାଯିବ   ।

ସେସ ପ୍ରଦାନ ତାରିଖ ଏବଂ ପଦ୍ଧତି

  • ଏହି ଆଇନ ଅନୁଯାୟୀ ଆକଲିତ ଏବଂ ଦେୟ ସେସ ରୟାଲିଟି ଏବଂ “ଡେଡରେଣ୍ଟ“ ର ପ୍ରଦାନ ନିମନ୍ତେ ଧାର୍ଯ୍ୟ ତାରିଖରେ ପ୍ରଦାନ କରାଯିବ,ଏବଂ ତାହା ଖଣି କାର୍ଯ୍ୟ ପରିଚାଳନା ନିମନ୍ତେ ଧାରିତ ଅଞ୍ଚଳ ନିମନ୍ତେ ପ୍ରଦାନ କରାଯିବ   ।
  • ଖଣିକାର୍ଯ୍ୟ କରିବା ନିମନ୍ତେ ଧାରିତ ଜମି ଉପରେ ସେସର ଆଦାୟ ସମ୍ପୃକ୍ତ ଅଞ୍ଚଳର ବରିଷ୍ଠ ଖଣି ଅଧିକାରୀ କିମ୍ବା ଖଣି ଅଧିକାରୀଙ୍କ ଦ୍ଵାରା କ ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ  ।
  • ଖଣିକାର୍ଯ୍ୟ ନିମନ୍ତେ ଅଞ୍ଚଳ କିମ୍ବା ସ୍ଥାନ ଧାରଣ କରିଥିବା ବ୍ୟକ୍ତି, ପ୍ରତ୍ୟେକ ମାସ୧୫ ତାରିଖରେ କିମ୍ବା ତା ପୂର୍ବରୁ, ରାଜ୍ୟ ସରକାରଙ୍କୁ, ରୟାଲିଟି କିମ୍ବା “ଡେଡରେଣ୍ଟ” ର ପଚିଶ ପ୍ରତିଶତ ସେସ ପ୍ରଦାନ କରିବେ, ତନ୍ମଧ୍ୟରୁ ଯେଉଁଠି ଅଧିକ ହୋଇଥିବ ଏବଂ ତାହା ପ୍ରଦାନର ସମର୍ଥନରେ , ଟ୍ରେଜେରୀ ଚାଲାନର ଏକ ନକଲ ସୂଚୀ – “ଇ” ୧ରେ ଧାର୍ଯ୍ୟ ମାସିକ ରିଟର୍ଣ୍ଣ ସହିତ ସଂଯୁକ୍ତ କରି, ସଂଯୁକ୍ତ ବରିଷ୍ଠ ଖଣି ଅଧିକାରୀ ଖଣି ଅଧିକାରୀଙ୍କୁ ମାସର ୧୫ ତାରିଖ ସମାପ୍ତି ପରେ ଦାଖଲ କରିବେ ।
  • ସେସର ପ୍ରଦାନ ସମ୍ବନ୍ଧରେ, ମାସିକ ରିଟର୍ଣ୍ଣ ସହିତ ଟ୍ରେଜେରୀ ଚାଲାନ ପାଇବା ପରେ , ଉକ୍ତ ଅଞ୍ଚଳର ବରିଷ୍ଠ ଖଣି ଅଧିକାରୀ, ଉକ୍ତ ରିଟର୍ଣ୍ଣ, ଖଣିକାର୍ଯ୍ୟ ନିମନ୍ତେ ତଥା ଅପସାରିତ ଏବଂ ପଟ୍ଟାଭୁକ୍ତ ଅଞ୍ଚଳରୁ ଅପସାରିତ ଖଣିଜଦ୍ରବ୍ୟର ଅପସାରନ ପ୍ରଭୁତି ପ୍ରତ୍ୟେକ ଚାରିମାସରେ ଠାରେ , ବିଶେଷତଃ ମାର୍ଚ୍ଚ ୩୧ ତାରିଖ ଜୁନ ୩୦ ତାରିଖ ସେପ୍ଟେମ୍ବର , ୩୦ ତାରିଖ ଏବଂ ଡିସେମ୍ବର ୩୧ ତାରିଖରେ ଯାଞ୍ଚ କରିବେ, ପ୍ରତ୍ୟେକ ଚାରିମାସର  ସମାପ୍ତି ପରେ, ଯେତେ ଶୀଘ୍ର ସମ୍ଭବ, ସମ୍ପୃକ୍ତ ଅଞ୍ଚଳର ବରିଷ୍ଠ ଖଣିଅଧିକାରୀ କିମ୍ବା ଖଣିଅଧିକାରୀ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ପାର୍ଥକ୍ୟ ରାସୀ, ଯଦି କିଛି ଥାଏ, ତାହା ପ୍ରଦାନ କରିବା ନିମନ୍ତେ, ଦାବି – ସୂଚନା ପ୍ରେରଣ କରିବେ, ଯାହାକି ଏପରି ଦାବି ଗ୍ରହଣର ପନ୍ଦରଦିନ ମଧ୍ୟରେ ପ୍ରଦାନ କରାଯିବା ଉଚିତ । ଏତତ ପୂର୍ବରୁ ଧାର୍ଯ୍ୟ ଅନୁଯାୟୀ ପ୍ରାପ୍ୟ ତାରିଖ ପରେ, ବକେୟା ଥିବା ମାସିକ ସେସକୁ , ଓଡିଶା ସେସ ଆଇନ ୧୯୬୨ ରେ ଧାର୍ଯ୍ୟ ସୁଧ ସହିତ ଆଦାଯ କରାଯିବ ଏବଂ ଏପରି ସୁଧକୁ ଚାରିମାସିଆ ରିଟର୍ଣ୍ଣରେ ଅନ୍ତର୍ଭୁକ୍ତ କରାଯିବ   ।

ତ୍ରୁଟିର ସଂଶୋଧନ

ଖଣି ନିର୍ଦ୍ଦେଶକ , ଆବେଦନପତ୍ର ଉପରେ କିମ୍ବା ନିଜ ମନକୁମନ, ସେ ସମ୍ବନ୍ଧରେ ଦେ ସେସର କୌଣସି ଆକଳନରେ, କୌଣସି କିରାଣୀ ଜନିତ କିମ୍ବା ଗାଣିତିକ ତ୍ରୁଟିକୁ ସଂଶୋଧନ କରିପାରନ୍ତି; ଉଲ୍ଲେଖଥାଉ ଯେ, ଏପରି କୌଣସି ସଂଶୋଧନ କରାଯିବ ନାହିଁ, ଯଦି ସଂପୃକ୍ତ ପକ୍ଷମାନଙ୍କୁ ଯଥାଯଥା ସୂଚନା ପ୍ରଦାନ କରାନଯାଏ  ।

ରେଜିଷ୍ଟରର ରକ୍ଷଣାବେକ୍ଷଣା

ସମ୍ପୃକ୍ତ ଅଞ୍ଚଳର ବରିଷ୍ଠ ଖଣି ଅଧିକାରୀ କିମ୍ବା ଖଣି ଅଧିକାରୀ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ତାଙ୍କ କାର୍ଯ୍ୟାଳୟ ରେ ଏକ ରେଜିଷ୍ଟର ରକ୍ଷଣାବେକ୍ଷଣା କରିବେ, ଯେଉଁତିରେ ସେ ଖଣିକାର୍ଯ୍ୟ ପରିଚାଳନା କରିବା ନିମନ୍ତେ, ଉକ୍ତ ଅଞ୍ଚଳ ଧାରଣ କରିଥିବା ପ୍ରତ୍ୟେକ ବ୍ୟକ୍ତି ଦ୍ଵାରା ଦେୟ ବଳକା ସେସ, ଦାବି ଏବଂ ଆଦାୟ ଦର୍ଶାଇବେ ।

ଟିପ୍ପଣୀ

ନିୟମ ୬ କ - ରୟାଲିଟି ଉପରେ ସେସ କରିବା ନିମନ୍ତେ ପଦ୍ଧତି ଉଲ୍ଲେଖ କରୁଥିବା ନିୟମାବଳି- ଏହି ବ୍ୟବସ୍ଥାକୁ ଅଣ- ସମ୍ବିଧାନିକ ଦର୍ଶାଯାଇଛି  - ଆହୁରି ମଧ୍ୟ ନାକଚ କରାଯାଇଛି – (୩୨(୧୯୯୦) ଓଜେଡି-୨୮୪ (ଦେୱାନୀ) ।

ପର୍ଯ୍ୟବେକ୍ଷଣ ଇତ୍ୟାଦି କରିବା ନିମନ୍ତେ ଜମିରେ ପ୍ରବେଶ କରିବା  କ୍ଷମତା

  • ଯେତେବେଳେ କଲେକ୍ଟର କିମ୍ବା ଏହି ଆଇନ ଅନୁଯାୟୀ କଲେକ୍ଟରଙ୍କ କ୍ଷମତା ପରିଚାଳନା କରୁଥିବା କୌଣସି ଉଚ୍ଚକର୍ମଚାରୀ କିମ୍ବା ଅଧିକାରୀ, ମାପଚୁପ କରିବା ନିମନ୍ତେ ଜମିର ପର୍ଯ୍ୟବେକ୍ଷଣ କରିବା ନିମନ୍ତେ କିମ୍ବା ଏହି ଆଇନ ଅନୁଯାୟୀ  ତାଙ୍କର କୌଣସି କର୍ତ୍ତବ୍ୟ ପରିପାଳନ କରିବା ନିମନ୍ତେ ଅନ୍ୟ କୌଣସି କାର୍ଯ୍ୟ କରିବା ଆବଶ୍ୟକ ମାନେ କରନ୍ତି, ସେପରିସ୍ଥଳେ ସେ ଜମିରେ ଏପରି ପ୍ରବେଶ କରିବାର ଖୁବ କମରେ ତିନିଦିନ ପୂର୍ବରୁ , ଉକ୍ତ ଜମିର ମାଲିକ କିମ୍ବା ଦାଖଲକାରୀଙ୍କୁ, ତାଙ୍କର ଏପରି ଉଦ୍ଦେଶ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିବେ   ।
  • ସୂର୍ଯ୍ୟାସ୍ତ ପରେ ସୂର୍ଯ୍ୟାଦୟ ପୂର୍ବରୁ, ଜମିରେ ଏପରି କୌଣସି ପ୍ରବେଶ କରାଯିବ ନାହିଁ   ।
  • ସୀମାରେଖା କିମ୍ବା ଅନ୍ୟ କୌଣସି ରେଖାକୁ ପ୍ରତିବନ୍ଧକ କରୁଥିବା କୌଣସି ବୃକ୍ଷ,  ଜଙ୍ଗଲ,  ବାଡ,  ଦଣ୍ଡାମାନ ଶସ୍ୟ ଅନ୍ୟ ବସ୍ତୁକୁ କାଟିବା କିମ୍ବା ଅପସାରଣ କରିବା କ୍ଷମତା କଲେକ୍ଟରଙ୍କର ରହିବ,  ଯାହାର ପରିଷ୍କାର, ପର୍ଯ୍ୟବେକ୍ଷଣ ନିମନ୍ତେ ଆବଶ୍ୟକ ହୋଇପାରେ ।

ଅପିଲ

  • କଲେକ୍ଟର କିମ୍ବା ରାଜସ୍ୱ ଡିଭିଜନାଲ କମିଶନଙ୍କୁ ସମସ୍ତ ଅପିଲ, ଅପିଲ କରାଯାଉଥିବା ଆଦେଶର ଏକ ପ୍ରମାଣିତ ନକାଳ ବହନ କରିବ ।
  • ଉତ୍ସୁକ ପକ୍ଷମାନଙ୍କୁ, ଶୁଣାଣୀର କୌଣସି ଯଥାଯଥ ସୁଯୋଗ ପ୍ରଦାନ ନକରି କୌଣସି ଅପିଲ ଫଇସଲା କରାଯିବ ନାହିଁ ।
  • ଅପିଲ କିମ୍ବା ରିଭିଜଣର ଶୁଣାଣୀ ନିମନ୍ତେ କ୍ଷମତାୟିତ ଅଧିକାରୀ, ଏପରି ଆଦେଶ ପ୍ରଦାନ କରିବେ ଯେପରି ସେ ଉପଯୁକ୍ତ ବିବେଚନା କରନ୍ତି ଏବଂ ତାହା ଉକ୍ତ ଅଧିକାରୀ କିମ୍ବା ଉଚ୍ଚକର୍ମଚାରୀଙ୍କୁ ସୂଚିତ କରିବେ, ଯାହାଙ୍କ ଆଦେଶ ବିରୁଦ୍ଧରେ ଅପିଲ କିମ୍ବା ରିଭିଜଣ ଦାଏର କରାଯାଇଥିଲା, ଯେକି ମୂଲ୍ୟାୟନ କିମ୍ବା ପୁନଃ ମୂଲ୍ୟାୟନରେ ଆବଶ୍ୟକ ସଂଶୋଧନ ନିମନ୍ତେ, ତାହା ଜିଲ୍ଲା – କଲେକ୍ଟର, ତହସିଲଡାର କିମ୍ବା ସବ- ଡିଭିଜନାଲ ଅଫିସରଙ୍କୁ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ସୂଚିତ କରିବେ ।

ରିଟର୍ଣ୍ଣ ଦାଖଲ କରିବାର ଅକୃତକାର୍ଯ୍ୟରେ ଦଣ୍ଡ

ନିୟମ 4 ଅନୁଯାୟୀ ଧାର୍ଯ୍ୟ ସମୟ ମଧ୍ୟରେ ରିଟର୍ଣ୍ଣ ଦାଖଲ କରିବା ଅକୃତ କାର୍ଯ୍ୟତା ନିମନ୍ତେ କିମ୍ବା ଦାଖଲ କରାଯାଇଥିବା ରିଟର୍ଣ୍ଣରେ ଜାଣିସୂନୀ ତ୍ରୁଟିପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା,  ଏକ ଅପରାଧ ହେବ, ଯାହାକି ଜୋରିମାନା ସହ ଦଣ୍ଡନୀୟ ଅଟେ ଏବଂ ଯାହାକୁ ଦୁଇସହ ପଚାଶ ଟଙ୍କାକୁ ପରିବର୍ତ୍ତନ କରଯାଇପରେ ।

ଉଲ୍ଲେଖ ଥାଉ ଯେ, ସୂଚୀ “ଏଫ” ରେ ଥିବା ଫର୍ମରେ କୌଣସି ସୂଚନା ପ୍ରଦାନ ନ କରି ଏବଂ ପକ୍ଷକୁ ଶୁଣାଣୀର କୌଣସି ସୁଯୋଗ ପ୍ରଦାନ ନକରି, ଏପରି କୌଣସି ମୋକଦ୍ଦମା ଦାଏର କରାଯିବା ନାହିଁ  ।

ଆଦେଶିକ ଶୁକ୍ଳ ଏବଂ ସୂଚନା କିମ୍ବା ଆଦେଶ ଜାରିର ପଦ୍ଧତି

  • ଏହି ନିୟମାବଳୀରେ ଅନ୍ୟଥା ବ୍ୟବସ୍ଥାୟୀତ  ବ୍ୟତୀତ, ଏହି ଆଇନ ଅନୁଯାୟୀ ଜାରି କରାଯାବାକୁ ଥିବା ଆବଶ୍ୟକ କୌଣସି ସୂଚନା କିମ୍ବା ଆଦେଶକୁ ସେହି ବ୍ୟକ୍ତିଙ୍କୁ ତାର ଏକ ନକଲ ପ୍ରଦାନ ଦ୍ଵାରା ଜାରି କରାଯିବ, ଯାହାଙ୍କ ଉପରେ ଏହା ଜାରି କରାଯିବ କଥା, କିମ୍ବା ସମୁଦାଯ ଜମି କିମ୍ବା ତାର ଅଂସ ଦାୟିତ୍ଵରେ ଥିବା ତାଙ୍କ ପ୍ରତିନିଧିଙ୍କୁ , ଯେଉଁଥିପ୍ରତି ଏପରି ସୂଚନା କିମ୍ବା ଆଦେଶ ସମ୍ପୃକ୍ତ  ।
  • ଯେଉଁ ସ୍ଥଳରେ ଏପରି ବ୍ୟକ୍ତି କିମ୍ବା ତାଙ୍କ ପ୍ରତିନିଧି, ଯାହାଙ୍କ ଉପରେ ଏପରି ସୂଚନା କିମ୍ବା ଆଦେଶ ଜାରି କରାଯିବା କଥା, ସେ ମିଳନ୍ତି ନାହିଁ, ସେପରିସ୍ଥଳେ ଏପରି ବ୍ୟକ୍ତିଙ୍କ ପରିବାର ବସ କରୁଥିବା କୌଣସି ବୟସ୍କ  ବ୍ୟକ୍ତିଙ୍କ ଉପରେ ଏହା ଜାରି କରାଯାଇପାରିବ  ।
  • ଯେଉଁ ସ୍ଥଳରେ, ଏପରି ଜାରିକରି ଅଧିକାରୀ ସେହି ବ୍ୟକ୍ତିଙ୍କୁ କିମ୍ବା ତାଙ୍କର ପ୍ରତିନିଧି କିମ୍ବା ତାଙ୍କ ତରଫରୁ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ବ୍ୟକ୍ତିଗତଭାବେ ଏପରି ସୂଚନା କିମ୍ବା ଆଦେଶ ପ୍ରଦାନ କରନ୍ତି, ସେପରିସ୍ଥଳେ ଏପରି ଜାରିର ପ୍ରାପ୍ତିସ୍ଵୀକାର ନିମନ୍ତେ ସେ ଉକ୍ତ ବ୍ୟକ୍ତିଙ୍କର ସ୍ଵାକ୍ଷର, ମୂଳ ସୂଚନା କିମ୍ବା ଆଦେଶରେ ଗ୍ରହଣ କରିବେ ।
  • ଯେଉଁ ସ୍ଥଳରେ ସେହି ବ୍ୟକ୍ତି ଯାହାଙ୍କ ଉପରେ କିମ୍ବା ଆଦେଶ ଜାରି କରାଯିବା କଥା କିମ୍ବା ତାଙ୍କର ପ୍ରତିନିଧି କିମ୍ବା ଉପରୋକଟ ଅନୁଯାୟୀ ଏପରି ଅନ୍ୟ ବ୍ୟକ୍ତି, ପ୍ରାପ୍ତି ସ୍ଵୀକାରରେ ସ୍ଵକ୍ଷାର କରିବାକୁ, ପ୍ରତ୍ୟାଖ୍ୟାନ କରଣଟି କିମ୍ବା ଯେଉଁଠାରେ କିମ୍ବା ଯେଉଁସ୍ଥଳରେ ଜାରିକାରୀ ଅଧିକାରୀ, ସମସ୍ତ ଯଥା ଯଥ କୌଶଳ ବ୍ୟବହାର କରିବା ପରେ, ସେହି ବ୍ୟକ୍ତି ଯାହାଙ୍କ ଉପରେ ଏପରି ସୂଚନା କିମ୍ବା ଆଦେଶ ଜାରି କରାଯିବା କଥା, ତାଙ୍କୁ ପାଆନ୍ତି ନାହିଁ ଏବଂ ତାଙ୍କ ତରଫରୁ ଏପରି ଆଦେଶ କିମ୍ବା ସୂଚନା ଗ୍ରହଣ କରିବା ନିମନ୍ତେ କୌଣସି କ୍ଷମତାୟୀତ ପ୍ରତିନିଧି  ନଥାଆନ୍ତି, କିମ୍ବା ଅନ୍ୟ କୌଣସି ବ୍ୟକ୍ତି ନଥାଆନ୍ତି, ଯାହାଙ୍କ ଉପରେ ଏପରି ସୂଚନା ଜାରି କରାଯିବ, ସେପରିସ୍ଥଳେ ଏପରି ସୂଚନା କିମ୍ବା ଆଦେଶର ଏକ ନକଲକୁ ଗୃହର ବାହ୍ୟ ଦରଜା କିମ୍ବା ଗୃହର କୌଣସି ଆଖିଦୃଶିଆ ସ୍ଥାନରେ ସ୍ଥାପନ କରାଯାଇ ଜାରି କରାଯିବ , ଯେଉଁଠାରେ ଉକ୍ତ ବ୍ୟକ୍ତି ସାଧାରଣ ଭାବେ ବାସ କରେ କିମ୍ବା ବ୍ୟବସାୟ ପରିଚାଳନା କରେ କିମ୍ବା ଲାଭ ନିମନ୍ତେ ବ୍ୟକ୍ତିଗତଭାବେ କାର୍ଯ୍ୟକରେ ।  ଏହି ଉପ- ନିୟମ ଅନୁଯାୟୀ ଜାରି , ଦୁଇ ଜଣ ସ୍ଥାନୀୟ ସାକ୍ଷୀଙ୍କ ଦ୍ଵାରା ସ୍ଵାକ୍ଷରିତ ହେବ ।
  • ଜାରିକାରୀ ଅଧିକାରୀ, ସମସ୍ତ କ୍ଷେତ୍ରରେ, ଯେଉଁଠି ଉପ- ନିୟମାବଳୀ (୩)(୪) ଅନୁଯାୟୀ , କୌଣସି ସୂଚନା କିମ୍ବା ଆଦେଶ ଜାରି କରାଯାଏ,  ସେ ମୂଳ ସୂଚନା କିମ୍ବା ଆଦେଶରେ ଏପରି ଜାରିକୁ ଦୃଢୀକାରଣ କରି କେଉଁ ତାରିଖରେ ଏବଂ କିପରିଭାବେ ଏପରି ସୂଚନା କିମ୍ବା ଆଦେଶ ଜାରି କରାଗଲା ଏବଂ ଏପରି ଜାରିକୁ କିମ୍ବା ଜାରିର ପ୍ରତ୍ୟେକ୍ଷଦର୍ଶୀ ସାକ୍ଷୀ ଥିବା ଦୁଇଜଣ ବ୍ୟକ୍ତିଙ୍କର ନାମ ଜେବ୍ମ ଠିକଣା, ଶେଠୀରେ ଉଲ୍ଲେଖ କରି ଫେରସ୍ତ କରିବେ ।
  • ଉପ- ନିୟମାବଳୀ (୧)(୨)(୩),  (୪) କିମ୍ବା (୫) ରେ ଧାରିତ କୌଣସି ବିଷୟ ସତ୍ତ୍ୱେ , କଲେକ୍ଟର ଯଦି ଉଚିତ ମନେ କରନ୍ତି ଏବଂ ଯଦି ଉକ୍ତ ବ୍ୟକ୍ତି ଯାହାଙ୍କ ଉପରେ ସୂଚନା କିମ୍ବା ଆଦେଶ ଜାରି କରାଯିବା କଥା,  ସେ ଓଡିଶା ରାଜ୍ୟ ବାହାରେ ବାସ କରୁଥାଆନ୍ତି,  ସେପରିସ୍ଥଳେ ସେ ଆଦେଶ ଦେଇପାରନ୍ତି ଯେ, ଏପରି ସୂଚନା କିମ୍ବା ଆଦେଶ ଜାରି କରାଯିବ -
  • ଧାରା (୧) ପ୍ରତି ଉଲ୍ଲେଖିତ ଘଟନାଗୁଡିକ ସମ୍ବନ୍ଧରେ, ଏକ ପ୍ରାପ୍ତି ସ୍ଵୀକାର ଯାହାକି ସଂପୁକ୍ତ ବ୍ୟକ୍ତି ଦ୍ଵାରା ସ୍ଵାକ୍ଷରିତ ହେବା କଥା କିମ୍ବା ଡାକ କର୍ମଚାରୀ ଦ୍ଵାରା ଏକ ଲେଖା ଯେ, ସଂଯୁକ୍ତ ବ୍ୟକ୍ତି ତାହା ଗ୍ରହଣ କରିବାକୁ ପ୍ରତ୍ୟାଖ୍ୟାନ କଲାଯାଏ,  ତାହା ଏପରି ସୂଚନା କିମ୍ବା ଆଦେଶ ଜାରିର ଯଥେଷ୍ଟ ପ୍ରମାଣ ହେବ  ।
  • ଧାରା (୨)  ରେ ଉଲ୍ଲେଖିତ ଘଟଣା ଗୁଡିକ ସମ୍ବନ୍ଧରେ, ଜାରି ଅଧିକାରୀଙ୍କ ଦ୍ଵାରା ଏପରି ଜାରି ତାରିଖ ଉଲ୍ଲେଖ, ଯାହାକି  ଦୁଇ ଜଣ ବ୍ୟକ୍ତିଙ୍କ ଦ୍ଵାରା ଲିଖିତଭାବେ ପ୍ରମାଣିତ ହୋଇଥାଏ, ତାହା ସମ୍ପୃକ୍ତ ବ୍ୟକ୍ତି ଉପରେ ସୂଚନା କିମ୍ବା ଆଦେଶ ଜାରିର ଯଥେଷ୍ଟ ପ୍ରମାଣ ହେବ  ।
    • ତାର ଏକ ସ୍ଵାକ୍ଷରିତ ଏବଂ ମୋହରୀତ ନକଲକୁ ପ୍ରାପ୍ତି ସ୍ଵୀକାର ପତ୍ର ସହ ରେଜିଷ୍ଟ୍ରି ଡାକରେ ଉକ୍ତ ବ୍ୟକ୍ତିକୁ ପ୍ରେରଣ କରିବେ, ଯାହାଙ୍କ ଉପରେ, ଏପରି ସୂଚନା କିମ୍ବା ଆଦେଶ ଜାରି କରାଯିବ,  କିମ୍ବା
    • ଯଦି ଏପରି ସୂଚନା କିମ୍ବା ଆଦେଶ କୌଣସି ଜମି ସଂକ୍ରାନ୍ତିୟ ହୋଇଥାଏ,  ତାହେଲେ ଜମି ମଧ୍ୟରେ କୌଣସି ଏକ ଆଖିଦୃଶିଆ ସ୍ଥାନରେ ଏପରି ସୂଚନା କିମ୍ବା ଆଦେଶକୁ ସଂଯୁକ୍ତ କରି, ଯେଉଁଥି ପ୍ରତି ଏପରି ସୂଚନା କିମ୍ବା ଆଦେଶ ସମ୍ପର୍କିତ ଅଟେ  ।
  • ଯେଉଁ ସ୍ଥଳରେ ଏହି ଆଇନ ଅନୁଯାୟୀ କୌଣସି ବ୍ୟକ୍ତି ଉପରେ ଏପରି ସୂଚନା କିମ୍ବା ଆଦେଶ ଜାରି କରାଯିବା କଥା,  ସେ ଜଣେ ନାବାଳକ କିମ୍ବା ଅସୁସ୍ଥ ମସ୍ତିସ୍କ ବ୍ୟକ୍ତି କିମ୍ବା ବାଚାଳ ହୋଇଥାଏ, ସେପରିସ୍ଥଳେ ଏପରି ନାବାଳକ କିମ୍ବା ଅସୁସ୍ଥ ମସ୍ତିସ୍କ ବ୍ୟକ୍ତି କିମ୍ବା ବାଚାଳର ଅଭିଭାବକ, ସମିତି କିମ୍ବା ଅନ୍ୟ ଆଇନଗତ ତତ୍ଵାବଧାରକଙ୍କ ଉପରେ ଉପରୋକ୍ତ ପଦ୍ଧତି ଜାରି କରାଯିବ ।

ଏହି ନିୟମାବଳୀ ଅନୁଯାୟୀ ପ୍ରତ୍ୟେକ ସୂଚନାର ଜାରି ନିମନ୍ତେ ଟ୧.୧୦ ପଇସାର ଆଦେଶିକ ଶୁକ୍ଳ ଧାର୍ଯ୍ୟ କରାଯିବ, ଯଦି ସେହି ଏକା ଗ୍ରାମରେ ଜଣେ କିମ୍ବା ଅଧିକ ବାସ କରୁଥିବା ବ୍ୟକ୍ତିଙ୍କ ପ୍ରତି ଏହା (ଅର୍ଥାତ ସୂଚନା) ନିର୍ଦ୍ଦେଶିତ ହୋଇଥାଏ । ଯେଉଁ ସ୍ଥଳରେ ବିଭିନ୍ନ ଗ୍ରାମରେ ବାସ କରୁଥିବା ଅନେକ ବ୍ୟକ୍ତିଙ୍କ ପ୍ରତି ଏପରି ସୂଚନା ନିର୍ଦ୍ଦେଶିତ ହୋଇଥାଏ,  ସେପରିସ୍ଥଳେ ଏପରି ପ୍ରତ୍ୟେକ ଅତିରିକ୍ତ ଗ୍ରାମରେ ଜାରି ନିମନ୍ତେ, ଅତିରିକ୍ତ ଗ୍ରାମରେ ଜାରି ନିମନ୍ତେ, ଅତିରିକ୍ତ ଟ ୧.୧୦ ପଇସା ଆଦେଶିକ ଶୁକ୍ଳ ଧାର୍ଯ୍ୟ କରାଯିବ । ଏପରି ଧାର୍ଯ୍ୟ ଆଦେଶିକ ଶୁକ୍ଳ , ନ୍ୟାୟଳୟ – ଶୁକ୍ଳ , ଟିକସ ଆକାରର ପ୍ରଦାନ କରାଯିବ, ଯାହାକି ସୂଚନାରେ ସଂଯୁକ୍ତ କରାଯିବ କିମ୍ବା ସୂଚନା ଜାରି ନିଆମ୍ତ୍ନେ ଆବେଦନ ପତ୍ର ଉପରେ ସଂଯୁକ୍ତ କରାଯିବ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ।

ଶୁଳ୍କର ଧାର୍ଯ୍ୟକରଣ

ଏହି ଆଇନ ଅନୁଯାୟୀ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ସମୟରେ ଧାର୍ଯ୍ୟ କରାଯିବାକୁ ଥିବା ଶୁଳ୍କ , ସୂଚୀ- ୧ ରେ ଧାର୍ଯ୍ୟ କରାଯିବ ।

ତ୍ରୁଟିର ସଂଶୋଧନ

କଲେକ୍ଟର, ଆବେଦନପତ୍ର ଉପରେ କିମ୍ବା ନିଜ ମନକୁ ମନ,  କୌଣସି ମୂଲ୍ୟାୟନ ତାଲିକା କିମ୍ବା ସେ ସମ୍ବନ୍ଧୀୟ ଦେୟ ସେସର ଆକଳନରେ କୌଣସି କିରାଣୀଜନିତ କିମ୍ବା ଗାଣିତିକ ତ୍ରୁଟି ସଂଶୋଧନ କରିପାରନ୍ତି, ଉଲ୍ଲେଖଥାଉ ଯେ ଏପରି କୌଣସି ସଂଶୋଧନ କରାଯିବ  ନାହିଁ, ଯଦି ସମ୍ପୃକ୍ତ ପକ୍ଷଙ୍କୁ ଯଥାଯଥ ସୂଚନା ପ୍ରଦାନ କରାନଯାଏ ।

"ସୂଚୀ ପତ୍ର"

ଆଧାର – ଦ ଲ ହାଉସ

Last Modified : 1/18/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate