অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଧ୍ୟାୟ –୫( ବିଭାଜନର ନିରୋଧ )

ଅଧ୍ୟାୟ –୫( ବିଭାଜନର ନିରୋଧ )

ଅଧ୍ୟାୟର ପ୍ରୟୋଗ

ଏହି ଅଧ୍ୟାୟ କୌଣସି ଅଞ୍ଚଳ ପ୍ରତି ପ୍ରୟୋଗ ହେବ,  ଯାହା ସମ୍ବନ୍ଧରେ ଦଫା  41 ଅନୁଯାୟୀ ଏକ ବିଜ୍ଞପ୍ତି ନିର୍ଗମ କରାଯାଇଛି  ।

ବିଭାଜନର ନିରୋଧ :- କୌଣସି ସ୍ଥାନୀୟ ଅଞ୍ଚଳର କୌଣସି କୃଷି- ଜମିକୁ ହସ୍ତାନ୍ତରଣ କରାଯିବ ନାହିଁ, କିମ୍ବା ବିଭାଜନ କରାଯିବ ନାହିଁ , ଯାହାଫଳରେ ଏକ ବିଖଣ୍ଡତା ସୃଷ୍ଟି କରାଯିବ   ।

  • କୌଣସି ଲଗାତର ଚକର କୌଣସି ମାଲିକଙ୍କ ବ୍ୟତୀତ , ଏପରି କୌଣସି ଖଣ୍ଡକୁ ହସ୍ତାନ୍ତରଣ କରାଯିବ ନାହିଁ   ।

ଉଲ୍ଲେଖ ଥାଉ ଯେ , କୌଣସି ଏକ ଖଣ୍ଡକୁ ରାଜ୍ୟସରକାର,  କୌଣସି ସମବାୟ ସମିତି, କୌଣସି ସୂଚୀଭୁକ୍ତ ବ୍ୟାଙ୍କ, ଯାହାକି ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ,  1934(2/1934) ର ଅର୍ଥାନୁଯାୟୀ ସ୍ଥିତ ଅଟେ କିମ୍ବା ଏପରି ଅନ୍ୟ କୌଣସି ଅର୍ଥନୈତିକ ଅନୁଷ୍ଠାନକୁ କିମ୍ବା ଅନୁଷ୍ଠାନ ସପକ୍ଷରେ ହସ୍ତାନ୍ତରଣ କରାଯାଇପାରେ , ଯେପରି ସେ ସଂବନ୍ଧରେ , ରାଜ୍ୟ ସରକାରଙ୍କ ଦ୍ଵାରା ବିଜ୍ଞପ୍ତି କରାଯିବ  , ଏବଂ ତାହା ଏପରି ସରକାର ସମିତି , ବ୍ୟାଙ୍କ କିମ୍ବା ଅନୁଷ୍ଠାନ ଦ୍ଵାରା ପ୍ରଦାନ କରାଯାଇଥିବା ଋଣ ନିମନ୍ତେ ଅମାନତ ହେବ   ।

  • ଯେତେବେଳେ କୌଣସି ବ୍ୟକ୍ତି କୌଣସି ଏକ ଖଣ୍ଡକୁ ହସ୍ତନ୍ତରଣ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରେ  , ମାତ୍ର ଉପ-ଦଫା  (2) ଅନୁଯାୟୀ ଧାର୍ଯ୍ୟ କଟକଣା ଯୋଗୁଁ ସେପରି କାଇବାକୁ ଅକ୍ଷମ ହୁଏ,  ସେପରିସ୍ଥଳେ ସେ , ଏହି ଉଦ୍ଦେଶ୍ୟ ନିମନ୍ତେ ଉକ୍ତ ସ୍ଥାନର ତହସିଲଦାରଙ୍କୁ ଧାର୍ଯ୍ୟ ପଦ୍ଧତିରେ ଆବେଦନ କରିପାରେ  , ଯାହାପାରେ ତହସିଲଦାର ଯତେଦୂର ସମ୍ବହବ , ଆବେଦନ ଗ୍ରହଣ ଠାରୁ ପଇଁଚାଳିଶ  ଦିନ ମଧ୍ୟରେ , ନିଲାମ ଜରିଆରେ ତାହା ଏପରି ମୂଲ୍ୟରେ ବିକ୍ରି କରିବେ , ଯାହାକି ଏପରି ସ୍ଥିର କରାଯାଇଥିବା ବଜାର ଦରଠାରୁ କମ ହେବ ନାହିଁ   ।
  • ଉପ-ଦଫା  (3) ଅନୁଯାୟୀ , ତହସିଲଦାରଙ୍କ କୌଣସି ଆଦେଶ ଦ୍ଵାରା ବ୍ୟଥିତ କୌଣସି ବ୍ୟକ୍ତି, ଏପରି ଆଦେଶ ତାରିଖରୁ ଷାଠିଏ ଦିନ ମଧ୍ୟରେ , ସମ୍ପୃକ୍ତ ସବଡିଭିଜନାଲ ଅଫିସରଙ୍କ ସମ୍ମୁଖରେ ଧାର୍ଯ୍ୟ ପଦ୍ଧତିରେ ଏକ ଅପିଲ ଦାଏର କରିବେ  , ଯାହାଙ୍କର,  ତା ଉପରେ ସିଦ୍ଧାନ୍ତ ଚୂଡାନ୍ତ ହେବ   ।
  • ଯେତେବେଳେ ଏପରି ଖଣ୍ଡ ନିଲାମରେ ବିକ୍ରି ହୁଏ ନାହିଁ, ସେତେବେଳେ ଏହାକୁ ରାଜ୍ୟସରକାରଙ୍କୁ ହସ୍ତାନ୍ତରଣ କରାଯିବ ଏବଂ ରାଜ୍ୟସରକାର, ଉପ-ଦଫା  (3) ଅନୁଯାୟୀ ସ୍ଥିର କରାଯାଇଥିବା ବଜାର ଦର ପ୍ରଦାନ କରିବା ପାଏ , ତାହା କ୍ରୟ କରିବେ ଏପରି ଖଣ୍ଡ ସମସ୍ତ ଭାରରୁ ମୁକ୍ତ ହୋଇ,  ରାଜ୍ୟ ସରକାରଙ୍କ ଠାରେ ନ୍ୟସ୍ତ ହେବ   ।
  • ଏପରି ସର୍ବସାଧାରଣ ଉଦ୍ଦେଶ୍ୟ, ନିମନ୍ତେ କୌଣସି ଜମିର ହସ୍ତାନ୍ତରଣ ପ୍ରତି, ଉପ-ଦଫା (1) ଏବଂ (2) ର କୌଣସି ବ୍ୟବସ୍ଥା ପ୍ରୟୋଗ ହେବ ନାହିଁ , ଯେପରି ଏ ସଂବନ୍ଧରେ ରାଜ୍ୟସରକାରଙ୍କ ଦ୍ଵାରା କୌଣସି ବିଜ୍ଞପ୍ତିରେ ଧାର୍ଯ୍ୟ କରାଯାଇପାରେ   ।

ଟିପ୍ପଣୀ

ଦଫା 33ର ଏବଂ 34(3) – ତହସିଲଦାରଙ୍କ କର୍ତ୍ତବ୍ୟ- ଜମିର କୌଣସି ଅଂଶର ହସ୍ତାନ୍ତରଣ ପ୍ରତି କୌଣସି ଅନୁମତିର କିମ୍ବା ମୂଲ୍ୟହୀନ ଆଦେଶ , ଆଇନ ସମ୍ମତ କିମ୍ବା ବୈଧ ନୁହେଁ- ଏପରି ଆଦେଶ ଅନୁଯାୟୀ , ବିକ୍ରିର ବୈଧତା ସନ୍ଦେହଜନକ ବୋଲି ଦର୍ଶାଯାଇଥିଲା – କୌଣସି ଚକର ବିଭାଜନକୁ ପ୍ରଭାବିତ କରିବା କ୍ଷମତା ତହସିଲଦାରଙ୍କର ନାହିଁ, ଯାହା ଉପରେ , ପକ୍ଷମାନଙ୍କର ସ୍ଵାର୍ଥ , ଯୁଗ ଅଟେ    ।  ଆଇନର ଦଫା 34 (3) ଅନୁଯାୟୀ , ତହସିଲଦାରଙ୍କୁ ବଜାରଦର ସ୍ଥିର କରିବା ଏବଂ ନିଲାମରେ କିମ୍ବା ନିଲାମ ଜରିଆରେ ବିଭାଜନକୁ ବିକ୍ରି କରିବା ନିମନ୍ତେ , ତହସିଲଦାରଙ୍କୁ କ୍ଷମତା ଦିଆଯାଇଛି   । ଏଣୁ ଏପରି କୌଣସି ଆଦେଶ , ଦଫା  34(3)ର ଅର୍ଥ ମଧ୍ୟରେ ଅନୁମୋଦନୀୟ ନୁହେଁ- ତହସିଲଦାରଙ୍କ ଆଦେଶ , ଆଇନ ଅନୁଯାୟୀ ନୁହେଁ- (ପ୍ରଦୀପ କୁମାର ମଙ୍ଗରାଜ ବନାମ ପ୍ରଭାତ ଚନ୍ଦ୍ର ବୋଷ – କୃମିନାଲ ମିସ କେସ ସଂଖ୍ୟା  ୧୩୮(୧୯୮୯)  ।

“ତହସିଲଦାର” ଙ୍କ କ୍ଷମତା ସ୍ପଷ୍ଟ କରାଯାଇଛି-(୧୯୯୦ ଓ.ଏଲ.ଆର।(୧) -୧୯୩) ।

ସମୁଦାୟ “ ହୋଲଡିଙ୍ଗ” କୁ ହସ୍ତାନ୍ତରଣ କରିବା ନିମନ୍ତେ , କୌଣସି ଅନୁମତିର ଆବଶ୍ୟକତା ନାହିଁ –(ଏଆଇଆର  ୧୯୭୭  ଆଲ୍ଲାହାବାଦ- ୮୭(ଏଫବି)  ।

ଦଫା  ୩୪ର ବ୍ୟବସ୍ଥାବଳିର ଉଲ୍ଲଂଘନରେ ହସ୍ତାନ୍ତରଣ କିମ୍ବା ବିଭାଜନର ପରିଣତି

ଦଫା ୩୪ର ବ୍ୟବସ୍ଥାବଳିର ଉଲ୍ଲଂଘନରେ କୌଣସି ହସ୍ତାନ୍ତରଣ କିମ୍ବା ବିଭାଜନ , ଅସିଦ୍ଧ ହେବ   ।

କୌଣସି ହସ୍ତାନ୍ତରଣ କିମ୍ବା ବିଭାଜନବଳରେ କୌଣସି ଜମିର ଦଖଲରେ କିମ୍ବା ଅଧିକାରରେ ଥିବା କୌଣସି ବ୍ୟକ୍ତି ଯାହାକି ଏହି ଆଇନର ବ୍ୟବସ୍ଥାବଳି ଅନୁଯାୟୀ ଅସିଦ୍ଧ ଅଟେ , ତାକୁ ସଂପୂର୍ଣ୍ଣ ଭାବେ,  କଲେକ୍ଟରଙ୍କ ଦ୍ଵାରା ଉଚ୍ଛେଦ କରାଯିବ   ।

ଆଧାର- ଦି ଲ ହାଉସ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate