ଜମି ମାଲିକଙ୍କ ଦ୍ଵାରା ଦାଖଲରେ ପ୍ରବେଶ କରିବା
ଦଫା ୨୨ର ଉପ-ଦଫା (୨) ଅନୁଯାୟୀ ନକ୍ସା ଏବଂ ଖତିୟାନ ନଥିର ପ୍ରକାଶନ ତାରିଖରେ କିମ୍ବା ପରେ , କୌଣସି ଜମି ମାଲିକ , ତାଙ୍କୁ ଆବଣ୍ଟିତ ଜମିର ଦଖଲରେ ପ୍ରବେଶ କରିବା ନିମନ୍ତେ ହକଦାର ହେବେ ।
ଗୃହ ନିର୍ମାଣ , ବୃକ୍ଷ, କୂପ ଇତ୍ୟାଦି ନିମନ୍ତେ କ୍ଷତିପୂରଣ
୨୪(୧) ଚୁଡାନ୍ତ ଏକତ୍ରୀକରଣ ଯୋଜନାରେ , ତାଙ୍କୁ ଆବଣ୍ଟିତ ଜମି ଉପରେ ସ୍ଥିତ ଅନ୍ୟାନ୍ୟ ଉନ୍ନୟନ, ଗୃହ , ନିର୍ମାଣ , ବୃକ୍ଷ , କୂପର ମୂଲ୍ୟାୟନ ଅନୁଯାୟୀ ପ୍ରତ୍ୟେକ ଜମି ମାଲିକ, ଦଖଲରେ ପ୍ରବେଶ କରିବା ତାରିଖରୁ , କ୍ଷତିପୂରଣ ପ୍ରଦାନ କରିବେ କିମ୍ବା ଗ୍ରହଣ କରିବେ , ତାହା ଏପରି ସଂପତ୍ତିର ମୂଲ୍ୟାୟନ ଠାରୁ ବିକ୍ରି ବେଶୀ କିମ୍ବା କମ ହୋଇଥାଉ, ଯାହାକି ମୂଳରୁ ତାଙ୍କ ଦ୍ଵାରା ଧାରିତ ଜମି ଉପରେ ସ୍ଥିତ ଥାଏ ।
- ଦଖଲରେ ପ୍ରବେଶ କରିବା ତାରିଖରୁ , ପ୍ରତ୍ୟେକ ଜମି ମାଲିକ, ଗୃହ ନିର୍ମାଣ , ବୃକ୍ଷ , କୂପ ଏବଂ ଜମି ଉପରେ ସ୍ଥିତ ଅନ୍ୟାନ୍ୟ ଉନ୍ନୟନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରିବେ କିମ୍ବା ଗ୍ରହଣ କରିବେ,ଯାହାକି ତାକୁ ଚୁଡାନ୍ତ ଏକତ୍ରୀକରଣ ଯୋଜନାରେ ଆବଣ୍ଟନ କରାଯାଇଛି , ଯାହାକି ଏପରି ସଂପତ୍ତିର ମୂଲ୍ୟାୟନ ଠାରୁ ଅଧିକ କିମ୍ବା କମ ହୋଇଥାଏ, ଏବଂ ଜମି ଉପରେ ସ୍ଥିତ ଥାଏ ଏବଂ ତାଙ୍କ ଦ୍ଵାରା ମୂଳରୁ ଧାରିତ ହୋଇଥାଏ ।
ସ୍ପଷ୍ଟୀକରଣ
ଉପ-ଦଫା (୧) ଉଦ୍ଦେଶ୍ୟ “ କ୍ଷତିପୂରଣ” ତାଙ୍କୁ ଚୁଡାନ୍ତ ଏକତ୍ରୀକରଣ ଯୋଜନା ଅଧୀନରେ ଆବଣ୍ଟିତ ଜମି ଉପରେ ସ୍ଥିତ ଗୃହ, ନିର୍ମାଣ, ବୃକ୍ଷ , କୂପ ଏବଂ ଅନ୍ୟାନ୍ୟ ଉନ୍ନୟନ କରଣର ମୂଲ୍ୟାୟନ ଏବଂ ତାଙ୍କ ଦ୍ଵାରା ମୂଳରୁ ଧାରିତ ସଂପତ୍ତିର ମୂଲ୍ୟାୟନ ମଧ୍ୟରେ ପାର୍ଥକ୍ୟ ଅଟେ ।
ସ୍ଥିର କରାଯାଇଥିବା କ୍ଷତିପୂରଣ ରାଶିକୁ , ଧାର୍ଯ୍ୟ ପଦ୍ଧତିରେ , ସମ୍ପୃକ୍ତ ଜମିମାଲିକଙ୍କୁ ସୂଚିତ କରାଯିବ ।
ଦଖଲ ପ୍ରଦାନ
- ଜମି ମାଲିକଙ୍କ ଦ୍ଵାରା ଚୁଡାନ୍ତ ଏକତ୍ରୀକରଣ ଯୋଜନାର ବଳବତ୍ତରକରଣ ହେବା ତାରିଖରୁ ଷାଠିଏ ଦିନ ମଧ୍ୟରେ ଏକ ଆବେଦନ ପତ୍ର ଉପରେ , ଯେକି ଉକ୍ତ ଯୋଜନା ଅନୁଯାୟୀ ତାଙ୍କୁ ଆବଣ୍ଟିତ ଜମିର ଦଖଲରେ ପ୍ବେସ କରିବାରେ ଅକ୍ଷମ ଅଟନ୍ତି ; ସେପରିସ୍ଥଳେ ସହକାରୀ ଏକତ୍ରୀକରଣ ଅଧିକାରୀ , ଆବେଦନ ପତ୍ର ତାରିଖରୁ ଛଅମାସ ମଧ୍ୟରେ , ଏପରି ଆବଣ୍ଟିତ ଜମିର ପ୍ରକୃତ ଦୈହିକ ଦଖଲରେ ଉକ୍ତ ଜମିମାଲିକଙ୍କୁ ସ୍ଥିତ କରାଇବେ ଏବଂ ଏପରି କରିବାରେ, ସ୍ଵାର୍ଥର ସଂପତ୍ତିର ଦଖଲ ପ୍ରଦାନ କରିବେ ।
ଉଲ୍ଲେଖଥାଉ ଯେ , ଉପରୋକ୍ତ ଅନୁଯାୟୀ ଦଖଲର ପ୍ରଦାନ, ସେହି ବ୍ୟକ୍ତିର ଅଧିକାରକୁ ପ୍ରଭାବିତ କରିବ ନାହିଁ, ଯାହାଙ୍କ ଠାରୁ ଦଖଲ ସ୍ଥାନାନ୍ତର କରାଗଲା , ଯେକି ଏପରି ଜମିରୁ କିମ୍ବା ଜମିରେ ଦଣ୍ଡାୟମାନ ଶସ୍ୟ ସେହି ତାରିଖରେ ଅର୍ଥାତ ପ୍ରଦାନ ତାରିଖରେ ଅମଳ କରିପାରିବେ ଯଦି ସହକାରୀ ଏକତ୍ରୀକରଣ ଅଧିକାରୀ, ଲିପିବଦ୍ଧ କାରଣ ସ୍ଥିର କରନ୍ତି ଜେ , ଶସ୍ୟର ଦଖଲକୁ ମଧ୍ୟ ପ୍ରଦାନ କରାଯିବ ।
- ଦଫା 23 ସହ ସମନ୍ଵୟ ରକ୍ଷାକରି , ତାଙ୍କୁ ଆବଣ୍ଟନ କରାଯାଇଥିବା ଜମିର ଦଖଲରେ ପ୍ରବେଶ ନିମନ୍ତେ ହକଡାର ହେବା ନିମନ୍ତେ ଉକ୍ତ ତାରିଖରୁ ଛଅମାସ ସମାପ୍ତ ହେବା ପରେ , କିମ୍ବା ଉପ-ଦଫା (1) ଅନୁଯାୟୀ ପ୍ରଦାନ କଜାଇଥିବା ଆବେଦନପତ୍ର ତାରିଖରୁ ଛଅମାସ ସମାପ୍ତ ହେବା ପରେ , ସମ୍ପୃକ୍ତ ଜମିମାଲିକ , ଯଦି ସେ ଦଖଲରେ ପୂର୍ବରୁ ପ୍ରବେଶ କରିନଥାଆନ୍ତି , ତା ହେଲେ ସେ ପ୍ରକୃତରେ ଦୈହିକ ଦଖଲରେ ଉକ୍ତ ଜମିରେ ପ୍ରବେଶ କରିଛନ୍ତି ବୋଲି ଧରାଯିବ ।
- ଉପ ଦଫା (2) ରେ ଧାରିତ ବ୍ୟବସ୍ଥାବଳୀ ସତ୍ତ୍ୱେ , ଯେଉଁ ସ୍ଥଳରେ ଉପ-ଦଫା (1) ଅନୁଯାୟୀ , ଜମିମାଲିକଙ୍କ ଦ୍ଵାରା କୌଣସି ଆବେଦନପତ୍ର ପ୍ରଦାନ କରାଯାଇନଥାଏ , ଏବଂ ସହକାରୀ ଏକତ୍ରୀକାରଣ ଅଧିକାରୀଙ୍କର ଏହା ବିଶ୍ଵାସ କରିବାର କାରଣ ଥାଏ ଯେ, ତାଙ୍କୁ ଆବଣ୍ଟିତ ଜମିର ଦଖଲରେ ଜମିମାଲିକ ପ୍ରବେଶ କରୁନାହାନ୍ତି ; ତା ହେଲେ ସେ ନିଜ ମନକୁ ମନ ଏବଂ ଦଫା 41 ର ଉପ-ଦଫା (1) ଅନୁଯାୟୀ ଏକ ବିଜ୍ଞପ୍ତି ନିର୍ଗମ ପୂର୍ବରୁ , ଯେକୌଣସି ସମୟରେ ଉକ୍ତ ଜି ମାଲିକଙ୍କୁ ସେହି ଜମିର ପ୍ରକୃତ ଦୈହିକ ଦଖଲରେ ରଖିବେ , ଯାହାକି ଉପ-ଦଫା (1) ରେ ଧାର୍ଯ୍ୟ ସର୍ତ୍ତାବଳୀର ନିୟନ୍ତ୍ରଣାଧିନ ହେବ ।
- ଉପ-ଦଫା (3) ଅନୁଯାୟୀ , ସହକାରୀ ଏକତ୍ରୀକାରଣ ଅଧିକାରୀଙ୍କ ଉପରେ ନ୍ୟସ୍ତ କ୍ଷମତା , ସେହିପରିଭାବେ ଏବଂ ସେପରି ପରିସ୍ଥିତିରେ ,କର୍ତ୍ତୃତ୍ଵ ଥିବା ତହସିଲଦାରଙ୍କ ଦ୍ଵାରା, ଦଫା 41 ର ଉପଦଫା (1) ଅନୁଯାୟୀ , ବିଜ୍ଞପ୍ତି ନିର୍ଗମ ପରେ,ପରିଚାଳନା କରାଯିବ ।
ଦଫା 25- ଅଧିକାର, ସତ୍ଵ ଏବଂ ସ୍ଵାର୍ଥ ସଂବନ୍ଧରେ ବିଚାର କରିବା ଏବଂ ଜମି ଏକତ୍ରୀକରଣ କରିବା ଏବଂ ଜମିର ଦଖଲ ପ୍ରଦାନକୁ କରିବା ସଂବନ୍ଧରେ , ଏକତ୍ରୀକରଣ ଅଧିକାରୀଙ୍କର କୌଣସି ଅଧିକାର ନାହିଁ – (ମଙ୍ଗଳା ଠାକୁରାଣୀ ବନାମ ସୀତା ଦେବୀ- 89 (2000) ସି ଏଲ ଟି – 340 ; 2000(1) ସି ସି ସି- 173 ।
ଦଣ୍ଡାୟମାନ ଶସ୍ୟ ନିମନ୍ତେ କ୍ଷତିପୂରଣ
- ଯେଉଁ ସ୍ଥଳରେ , ଦଫା ୨୫ ଅନୁଯାୟୀ , ଜମି ସହିତ ଦଣ୍ଡାୟମାନ ଶସ୍ୟ , ଦଖଲ ପ୍ରଦାନ କରାଯାଏ , ସେପରିସ୍ଥଳେ ସହକାରୀ ଏକତ୍ରୀକାରଣ ଅଧିକାରୀ, ଏକତ୍ରୀକାରଣ ସମିତି ସହ ପରାମର୍ଶକରି , ଏପରି ଶସ୍ୟ ସମ୍ବନ୍ଧରେ , ଦଖଲରେ ସ୍ଥାପିତ ଜମି ମାଲିକଙ୍କୁ କେତେ କ୍ଷତିପୂରଣ ଦିଆଯିବ , ତାହା ସ୍ଥିର କରିବେ ।
ସ୍ପଷ୍ଟୀକରଣ
ଏହି ଉଦ୍ଦେଶ୍ୟ ନିମନ୍ତେ , କ୍ଷତିପୂରଣ ଅର୍ଥ, ଦଣ୍ଡାୟମାନ ଶସ୍ୟର ଆନୁମାନିକ ମୂଲ୍ୟ, ଯେତେବେଳେ ଏହାକୁ ବିକ୍ରୟ କରାଯାଏ, ଯେଉଁଥିରେ ଶସ୍ୟ ଅମଳ ହେବା ଏବଂ ତାହା ବିକ୍ରୟ କରିବା ନିମନ୍ତେ ଖର୍ଚ୍ଚକୁ ବାଦ ଦିଆଯିବ ।
- ଉପ-ଦଫା(୧) ଅନୁଯାୟୀ , କୌଣସି ଆଦେଶ ଦ୍ଵାରା ବ୍ୟଥିତ କୌଣସି ବ୍ୟକ୍ତି, ଏପରି ଆଦେଶ ତାରିଖରୁ ତିରିଶଦିନ ମଧ୍ୟରେ , ଏକତ୍ରୀକରଣ ଅଧିକାରୀଙ୍କ ନିକଟରେ ଏକ ଅପିଲ ଦଖଲ କରିବେ, ଯାହାଙ୍କ ର ତା ଉପରେ ସିଦ୍ଧାନ୍ତ ଚୁଡାନ୍ତ ହେବ ।
କ୍ଷତିପୂରଣର ଆଦାୟ କିମ୍ବା ଉଦ୍ଧାର :-
- ଯେଉଁ ସ୍ଥଳରେ କୌଣସି ଜମିମାଲିକ, ଯାହାଙ୍କ ଠାରୁ ଏହି ଆଇନ ଅନୁଯାୟୀ କ୍ଷତିପୂରଣ ଆଦାୟନୀୟ ଅଟେ, ସେ ଦଫା ୨୪ର ଉପ-ଦଫା (୨) ଅନୁଯାୟୀ ସୂଚନା ତାଋଖରୁ ଛଅମାସ ମଧ୍ୟଏ ତାହା ପ୍ରଦାନ ଅକରିବାରେ ଅକୃତକାର୍ଯ୍ୟ ହୁଅନ୍ତି , ସେପରିସ୍ଥଳେ ତାହା ପାଇବା ନିମନ୍ତେ , ହକଦାର ବ୍ୟକ୍ତି, ତାଙ୍କ ଦ୍ଵାରା ଉନ୍ମୋକ୍ତ ଅନ୍ୟ କୌଣସି ଆଦାୟ ପଦ୍ଧତି ଅଧିକନ୍ତୁ , ତାଙ୍କ ତରଫରୁ ଉକ୍ତ ଅର୍ଥରାଶି ଆଦାୟ କରିବା ନିମନ୍ତେ , ଉପରୋକ୍ତ ସମୟର ସମ୍ପତି ଠାରୁ ଛଅମାସ ମଧ୍ୟରେ , କଲେକ୍ଟରଙ୍କୁ ଆବେଦନ କରିବେ , ଯେପରିକି ଏହା ଏକ ସର୍ବସାଧାରଣ ଦାବି ଆତେ , ଯାହାକି ରାଜ୍ୟ ସରକାରଙ୍କ ଦେୟ ଅଟେ ।
- ଉପ-ଦଫା (1) ରେ ଉଲ୍ଲେଖିତ ପୂର୍ବ ସମୟର ସମାପ୍ତି ପରେ , ଅପ୍ରଦାନୀୟ ରହିଥିବା କ୍ଷତିପୂରଣ ରାସୀ ଉପରେ ବାର୍ଷିକ ଶତକଡା 6 ଭାଗ ସୁଧ ଦାବି କରାଯିବ ।
ସର୍ବସାଧାରଣ ଉଦ୍ଦେଶ୍ୟ ନିମନ୍ତେ ଜମିର ଅନୁଦାନ ଯୋଗୁଁ, ଖଜଣା ଏବଂ ସେସର ହ୍ରାସକାରଣ :-
ଯେଉଁ ସ୍ଥଳରେ ଦଫା 8 ର ବ୍ୟବସ୍ଥାବାଲି ଅନୁଯାୟୀ , ସର୍ବସାଧାରଣ ଉଦ୍ଦେଶ୍ୟ ନିମନ୍ତେ ଆନୁଦାନର ଫଳସ୍ୱରୂପ, ମୂଳ ଜମିର ମୂଲ୍ୟାୟନ ହ୍ରାସ ହୁଏ;ସେପରିସ୍ଥଳେ “ ହୋଲିଡିଙ୍ଗ” ନିମନ୍ତେ ଦେୟ ଖଜଣା ଏବଂ ସେସ , ସେତେବଳେ ବଳବତ୍ତର ଥିବା ଅନ୍ୟ କୌଣସି ଆଇନରେ ଧାରୀତ ବିଷୟ ସତ୍ତ୍ୱେ , ସେହି ଅନୁପାତରେ , ସହକାରୀ ଏକତ୍ରୀକାରଣ ଅଧିକାରୀଙ୍କ ଦ୍ଵାରା ହ୍ରାସ କରାଯିବ , ଯେପରିଭାବେ ଏପରି ଅନୁଦାନ କରାଯାଇଥିବା ଅଞ୍ଚଳର ମୂଲ୍ୟାୟନ “ ହୋଲଡିଙ୍ଗ” ର ମୂଳ ମୋଟ ମୂଲ୍ୟାୟନ ସହିତ ବହନ କରେ ।
ସର୍ବସାଧାରଣ ଉଦ୍ଦେଶ୍ୟ ନିମନ୍ତେ ଅନୁଦାନ କରାଯାଇଥିବା ଜମି ନିମନ୍ତେ ପ୍ରଦାନ କରାଯିବାକୁ ଥିବା ଅର୍ଥରାସୀ :-
- ସର୍ବସାଧାରଣ ଉଦ୍ଦେଶ୍ୟ ନିମନ୍ତେ ଅନୁଦାନ କରାଯାଇଥିବା ଜମିର ବଜାର ମୂଲ୍ୟର ପାଞ୍ଚପ୍ରତିଶତ ସହ ସମାନ କୌଣସି ଅର୍ଥରାସୀ , ଯେପରିଭାବେ ଧାର୍ଯ୍ୟ ପଦ୍ଧତି ଅନୁଯାୟୀ ସ୍ଥିର କରାଯାଇଥାଏ , ତାହା ସମ୍ପୃକ୍ତ ଜମିମାଲିକ କିମ୍ବା ମାଲିକମାନଙ୍କୁ ପ୍ରଦାନ କରାଯିବ ।
- ଗୃହ , ନିର୍ମାଣ , ବୃକ୍ଷ, କୂପ, ଏବଂ ଅନ୍ୟାନ୍ୟ ଉନ୍ନତିକରଣ ଯାହାକି ଜମି ଉପରେ ବିଦ୍ୟମାନ ଥାଏ , ତା ର ବଜାର ମୂଲ୍ୟ ସହିତ ସମାନ ଅର୍ଥରାସୀ, ଏହି ଆଇନ ଅନୁଯାୟୀ ଯେପରି ସ୍ଥିର କରାଯାଇଥାଏ , ଏବଂ ତାହା ସର୍ବସାଧାରଣ ଉଦ୍ଦେଶ୍ୟ ନିମନ୍ତେ ଅନୁଦାନ କରାଯାଇଥାଏ , ତା ମଧ୍ୟ ସମ୍ପୃକ୍ତ ଜମିମାଲିକଙ୍କୁ ପ୍ରଦାନ କରାଯିବ ।
ସର୍ବସାଧାରଣ ଉଦ୍ଦେଶ୍ୟ ନିମନ୍ତେ ଅନୁଦାନ କରାଯାଇଥିବା ଜମିର ନ୍ୟସ୍ତିକରଣ ତଥା ରାଜ୍ୟ ସରକାରଙ୍କୁ ଆବଣ୍ଟନ :-
- ଚୁଡାନ୍ତ ଏକତ୍ରୀକରଣ ଯୋଜନା ଅନୁଯାୟୀ, ସର୍ବଧାରଣ ଉଦ୍ଦେଶ୍ୟ ନିମନ୍ତେ ପୃଥକ ରଖାଯାଇଥିବା ଯାଇ ଚୁଡାନ୍ତ ଯୋଜନା ବଳବତ୍ତର ହେବା ତାରିଖଠାରୁ , ଉକ୍ତ ଉଦ୍ଦେଶ୍ୟ ନିମନ୍ତେ ବ୍ୟବହୃତ ହେବ ।
- ଚୁଡାନ୍ତ ଯୋଜନାରେ , ରାଜ୍ୟ ସରକାରଙ୍କୁ ଆବଣ୍ଟିତ ଜମି , ଉକ୍ତି ତାରିଖଠାରୁ ରାଜ୍ୟ ସରକାରଙ୍କ ଠାରେ ନ୍ୟସ୍ତ ଏବଂ ସର୍ବଦା ନ୍ୟସ୍ତ ବୋଲି ଧରାଯିବ ।
- ଯେଉଁ ସ୍ଥଳରେ ଦଫା 17 ର ଉପ- ଦଫା (2) ପ୍ରତି ପ୍ରତିବନ୍ଧ ଅନୁଯାୟୀ କୌଣସି ଘୋଷଣା ଅନୁଯାୟୀ, ରାଜ୍ୟ ସରକାରଙ୍କ ହୋଇଥିବା କୌଣସି ଜମି କିମ୍ବା ସର୍ବସାଧାରଣ ଉଦ୍ଦେଶ୍ୟ ନିମନ୍ତେ ବ୍ୟବହୃତ , ତାହା କୌଣସି ଜମିମାଲିକଙ୍କୁ ଆବଣ୍ଟିତ ହୁଏ, ସେପରିସ୍ଥଳେ ଗ୍ରାମ ସମ୍ପ୍ରଦାୟର ତଥା ସମସ୍ତ ବ୍ୟକ୍ତି ଏବଂ ରାଜ୍ୟ ସରକାରଙ୍କର ଏପରି ଜମିରେ ଅଧିକାର , ଏପରି ଜମି ପ୍ରତି ସଂଯୁକ୍ତ ହେବାରୁ ରହିତ ହେବ, ଏବଂ ଚୁଡାନ୍ତ ଏକତ୍ରୀକାରଣ ଯୋଜନାରେ , ସେ ଉଦ୍ଦେଶ୍ୟ ଧାର୍ଯ୍ୟ ଜମି ପ୍ରତି ସଂଯୁକ୍ତ ହେବ ।
ଦାଖଲରେ ଜମିମାଲିକ ପ୍ରବେଶ କରିବା ଉପରେ , ଉଦ୍ରେକ ପରିଣତି
ଏହି ଆଇନର ବ୍ୟବସ୍ଥାବଳି ସହିତ ସମନ୍ଵୟ ରକ୍ଷାକରି ତାଙ୍କୁ ଆବଣ୍ଟିତ ଚକର ଦାଖଲରେ ପ୍ରବେଶ କରିଛନ୍ତି ବୋଲି ସେହି ତାରିଖରୁ ଧାରାଜୀବ ଯେବେ ଜମି ମାଲିକ ଉକ୍ତ ଚକରେ ପ୍ରବେଶ କରନ୍ତି ଏବଂ ନିମ୍ନଲିଖିତ ପରିଣତି ଉଦ୍ରେକ ହେବ :-
- ତାଙ୍କର ମୂଳ” ହୋଲଡିଙ୍ଗ” ସଂବନ୍ଧରେ, ପ୍ରତ୍ୟେକ ଜମି ମାଲିକଙ୍କର ଅଧିକାର ସତ୍ଵ , ସ୍ଵାର୍ଥ ଏବଂ ଦାୟିତ୍ଵ ରହିତ ହେବ ।
ଉଲ୍ଲେଖଥାଉ ଯେ , ଯେଉଁ ସ୍ଥଳରେ ଜମିମାଲିକ ଚୁଡାନ୍ତ ଏକତ୍ରୀକାରଣ ଯୋଜନାରେ , ମୂଳ “ ହୋଲଡିଙ୍ଗ” କୁ ସଂପୂର୍ଣ୍ଣଭାବେ କିମ୍ବା ଆଂଶିକଭାବେ ଆବଣ୍ଟିତ ହୋଇଥାଆନ୍ତି , ସେପରିସ୍ଥଳେ , ଏପରି “ ହୋଲଡିଙ୍ଗ” ରେ ତାଙ୍କର ଅଧିକାର, ସତ୍ଵ, ସ୍ଵାର୍ଥ ଏବଂ ଦାୟିତ୍ଵ , ପ୍ରଭାବିତ ହେବ ନାହିଁ ।
- ତାଙ୍କୁ ଆବଣ୍ଟିତ କରାଯାଇଥିବା ଚକରେ ପ୍ରତ୍ୟେକ ଜମିମାଲିକଙ୍କର ସେହି ଏକା ଅଧିକାର , ସତ୍ଵ , ଏସଡ଼ବଲଇଉଆରଟିଏଚ ଏବଂ ଦାୟିତ୍ଵ ରହିବ , ଯେପରି ମୂଳ “ ହୋଲଡିଙ୍ଗ” ରେ ତାଙ୍କର ଦାୟିତ୍ଵ ଥିଲା ଏବଂ ଏପରି ମୂଳ “ ହୋଲିଡିଙ୍ଗ” ସଂବନ୍ଧରେ ଅନ୍ୟ ସମସ୍ତ ବ୍ୟକ୍ତିଙ୍କର ଅଧିକାର ଏବଂ ସ୍ଵାର୍ଥ, ଉକ୍ତ, ଚକ “ କୁ ହସ୍ତାନ୍ତରିତ ହୁଏ, କିମ୍ବା ତାର ଏପରି ଅଂଶ , ଯେପରି ଚୁଡାନ୍ତ ଏକତ୍ରୀକାରଣ ଯୋଜନାରେ ଧାର୍ଯ୍ୟ କରାଯାଇଥାଏ ।
ସ୍ପଷ୍ଟିକରଣ
ପ୍ରତ୍ୟେକ ଜମିମାଲିକ , ତାଙ୍କୁ ଆବଣ୍ଟିତ ଜମିରେ ବିଦ୍ୟମାନ ଜଳସେଚନର ସୁବିଧା ଉପଭୋଗ କରିବେ ।
ଟିପ୍ପଣୀ
ଜମିମାଲିକଙ୍କ ଅଧିକାର ସ୍ପଷ୍ଟ କରାଯାଇଛି – (47(1979) ସି ଏଲ ଟି – 494- ପି।ବେୱା ବନାମ ଏ ସାହୁ- ଦଫା ଏବଂ 31 ମଧ୍ୟରେ ପାର୍ଥକ୍ୟକୁ ସ୍ପଷ୍ଟ କରାଯାଇଛି । ରହିତ ହୋଇଥିବା ମୋକଦ୍ଦମା ଅଞ୍ଚଳକୁ ବିଚାର ନିମନ୍ତେ ପୁନଃ ଉଦ୍ରେକ କରାଯାଇପାରିବ ନାହିଁ - -(50 (1980) ସିଏଲଟି -337 – ଏସ.ଜେନା ବନାମ ଜେ.ଜେନା) - ଏହି ଦଫାର ବ୍ୟବସ୍ଥାବଳି ବ୍ୟବସ୍ଥାୟୀତ କରେ ଜେ , ମୂଳ “ ହୋଲଡିଙ୍ଗ” ସଂବନ୍ଧରେ ଅନ୍ୟ ସମସ୍ତ ବ୍ୟକ୍ତିମାନଙ୍କର ସ୍ଵାର୍ଥ , ଯାହାକି , ତାଙ୍କ ଆବଣ୍ଟିତ ଚକର ଦାଖଲରେ ସେ ପ୍ରବେଶ କରିବା ପୂର୍ବରୁ , ଜମିମାଲିକଙ୍କର ଥିଲା , ତାହା ଉକ୍ତ “ ଚକ” କିମ୍ବା ତାର କୌଣସି ଅଂଶକୁ ସ୍ଥାନାନ୍ତରରିତ ହେବ । ଏହି ବ୍ୟବସ୍ଥାବଳୀ, ପ୍ରତିବଦଳ ନୀତିର ପରିବର୍ତ୍ତନ ଅଟେ – (1987) ସି ଏଲ ଟି (ସପ୍ଲିମେଣ୍ଟାରି)1 ଏସ ଦେଇ ବନାମ ଫାଇମିନ ଖାତୁନ ) “ ଦାୟିତ୍ଵ “ ଆଇନଗତ ଦାୟିତ୍ଵକୁ ଅର୍ଥାୟିତ କରିବ – (ଆଇ.ଏଲ.ଆର) (1972) 2 ଆଲ୍ଲାହାବାଦ – 162) ।
ଏକତ୍ରୀକରଣ କାର୍ଯ୍ୟର ଖର୍ଚ୍ଚ :-
- ଏହି ଆଇନ ଅନୁଯାୟୀ ପରିଚାଳିତ କାର୍ଯ୍ୟର ଖର୍ଚ୍ଚ ବାବଦରେ ଉକ୍ତ ସ୍ଥାନର ଜମି ମାଲିକଙ୍କ ଠାରୁ , ରାଜ୍ୟ ସରକାର ଖର୍ଚ୍ଚ ଆଦାୟ କରିପାରିବେ,ଯେପରି ସେମାନେ ଧାର୍ଯ୍ୟ କରିବେ ।
ଉଲ୍ଲେଖ ଥାଉ ଯେ , ଉପରୋକ୍ତ ଅର୍ଥରାସୀ ଏପରି କୌଣସି ହାରରେ ଧାର୍ଯ୍ୟ କରାଯିବ ନାହିଁ , ଯାହାକି ଏକ ଏକର ନିମନ୍ତେ ଦଶ ଟଙ୍କାଠାରୁ ଉର୍ଦ୍ଧ୍ଵ ହେବ ନାହିଁ ଏବଂ ଏହାକୁ ପାଞ୍ଚୋଟି କିସ୍ତିରେ ଆଦାୟ କରାଯିବ ।
- ଏହି ଦଫା ଅନୁଯାୟୀ , ଖର୍ଚ୍ଚଭାବେ ଦେୟ ଅର୍ଥରାଶି ,ଏକ ସର୍ବସାଧାରଣ ଦାବୀ ଭାବେ ଆଦାୟ କରାଯିବ
ଆଧାର- ଦି ଲ ହାଉସ