କଲେକ୍ଟର ଅଫିସର ତଉଜି ରେଜିଷ୍ଟର ଜିଲ୍ଲା କ୍ରମବର୍ଦ୍ଧନଶୀଳ ରାଜସ୍ୱ ଅସୁଲର ହିସାବ ରଖିବା ପାଇଁ କଲେକ୍ଟରଙ୍କ ଅଫିସରେ ଦୁଇଗୋଟି ରେଜିଷ୍ଟର ବ୍ୟବହାର କରାଯିବ । ତହାସୀଲଦାର ଙ୍କ ଦ୍ଵାରା ପଠାଯାଇଥିବା ରିଟର୍ଣ୍ଣ ଉପରେ ଭିତ୍ତିକରି ସେଗୁଡିକ ବ୍ୟବହାର କରାଯିବ । ତହସିଲଦାରଙ୍କ ଦ୍ଵାରା ପଠାଯାଇଥିବା ରିଟର୍ଣ୍ଣରେ ଉଲ୍ଲେଖ ଥିବା ଅଙ୍କ ଯେପରି ଯଥାର୍ଥ ଭାବେ ଏହି ରେଜିଷ୍ଟରରେ ପୂରଣ କରାଯିବ ସେଥିପ୍ରତି ସତର୍କତା ସହ ଦ୍ରୁଷ୍ଟି ଦେବାକୁ ହେବ ଏବଂ କୌଣସି ଭ୍ରମ ବା ପ୍ରଭେଦ ରିଟର୍ଣ୍ଣ ଦେଖାଗଲେ ତହସିଲଦାରଙ୍କୁ ପତ୍ର ଜରିଆରେ ତତକ୍ଷଣାତ ସଂଶୋଧନ କରାଯିବ । ରେଜିଷ୍ଟର ନମ୍ବର- ୧ ତଉଜି ଲେଜର ପରିଶିଷ୍ଠ “ଗ” ର” ଣ” ଫର୍ମର ପ୍ରଥମ ଭାଗରେ ଏହି ରେଜିଷ୍ଟରଟି ତହସିଲୱାରି ବ୍ୟବହାର କରାଯିବ । ପ୍ରତ୍ୟହ ତହସିଲ ସେହି ତହସିଲ ତଉଜି ନମ୍ବର ଦ୍ଵାରା ଚିହ୍ନିତ ହେବ । ତହସିଲର ନିର୍ଦ୍ଧିଷ୍ଟ ବର୍ଷର ବର୍ଷ ଶେଷରେ ନିର୍ଦ୍ଧାରିତ ଜମା ଆସନ୍ତା ବର୍ଷ ଜମାରୂପେ ନିଆଯିବ । ବର୍ଷର ଶେଷ ମାସ ରିଟର୍ଣ୍ଣରେ ତହସିଲଦର ସଂଶୋଧିତ ଜମା ରିପୋର୍ଟ କରିବେ ଏବଂ ସେହି ରିଟର୍ଣ୍ଣ ବଳରେ ଏହି ରେଜିଷ୍ଟରରେ ଦର୍ଶାଯାଇଥିବା ସଂଶୋଧନ କରାଯିବ ଓ ଉକ୍ତ ସଂଶୋଧନ ତଉଜି ନବିସଙ୍କ ଦ୍ଵାରା ସମର୍ଥିତ ହେବ । ରିଟର୍ଣ୍ଣ ୩ ଠାରୁ ୧୨ ସ୍ତମ୍ଭରେ ଦର୍ଶଯାଇଥିବା ଜମିରୁ ୧୩ ଠାରୁ ୨୨ ସ୍ତମ୍ଭରେ ଦର୍ଶଯାଇଥିବା ଅସୁଲ ଖଜଣା ବାଦ ଦେଇ ଏପ୍ରିଲ ମାସର ବକେୟା ଖଜଣା ବାହାର କରିବ । ପରବର୍ତ୍ତୀ ମାସମାନଙ୍କରେ ୧୩ ଠାରୁ ୨୨ ସ୍ତମ୍ଭରେ ଅସୁଲ ଖଜଣା ଦର୍ଶାଯିବ ଏବଂ ପୂର୍ବ ମାସର ବକେୟା ଖଜଣାରୁ ଅସୁଲ ଖଜଣା ବାଦ ଦେଇ ବକେୟା ଖଜଣା ବାହାର କରାଯିବ । ମାର୍ଚ୍ଚ ମାସରେ (O) ଫର୍ମରେ ରିଟର୍ଣ୍ଣ ପାଇଁ ତଉଜି ଲେଜରରେ ୩ ଠାରୁ ୧୨ ସ୍ତମ୍ଭରେ ଦର୍ଶାଯାଇଥିବା ଜମା ୨୨ ଠାରୁ ୩୨ ସ୍ତମ୍ଭରେ ଦର୍ଶଯାଇଥିବା ବକେୟା ୧୦୧,ଓ ୧୦୬ ଧାରାରେ ଉଲ୍ଲେଖ ଥିବା ପ୍ରଣାଳୀରେ ସଂଶୋଧନ କରାଯିବ । ରେଜିଷ୍ଟର ନମ୍ବର- ୨ ବିବିଧ ରାଜସ୍ୱ ଲେଜର ପରିଶିଷ୍ଟ “ଗ” ର (ଠ) ଫର୍ମରେ ଦ୍ଵିତୀୟ ଭାଗରେ ଏହି ରେଜିଷ୍ଟର ବ୍ୟବହାର କରାଯିବ । ୧୩୯ ଧାରାରେ ଉଲ୍ଲେଖ ଥିବା ଉପଦେଶାନୁଯାୟୀ ଏହି ରେଜିଷ୍ଟରଟି ପୂରଣ କରାଯିବ । ସାଲ ତମାମୀ ସର୍କଲ ସ୍ତରରେ ବ୍ୟକ୍ତିଗତ ପ୍ରଜାର ହିସାବ ଏବଂ ତହସିଲ ସ୍ତରରେ ପ୍ରତି ମଉଜାର ହିସାବ ରଖାଯାଇଥାଏ । ଏତତବ୍ୟତୀତ ନାନାବିଧି ଆୟର ହିସାବ ତହସିଲ ଓ ସର୍କଲ ସ୍ତରରେ ରଖାଯାଇଥାଏ । ଅନ୍ୟାନ୍ୟ ସରକାରୀ ରେଜିଷ୍ଟରଗୁଡିକ ଯଥାର୍ଥଭାବେ ପୂରଣ କରାଯିବା ପରେ ସୁନିଶ୍ଚିତ ହେବ ଆବଶ୍ୟକ . କୃଷି ବର୍ଷ ଶେଷ ହେବା ପରେ ପରେ ପରିଶିଷ୍ଟ “ ଗ” (H)ଫର୍ମରେ ରେଭିନ୍ୟୁ ଇନିସପେକ୍ଟର ବାକି ତାଲିକା ପ୍ରସ୍ତୁତ କରିବେ । ଏହି ତାଲିକାଟି ରେଜିଷ୍ଟର ନଂ II,VIII ଓ IX ରେ ନିର୍ଭର କରି ପ୍ରସ୍ତୁତ କରାଯିବ । ପ୍ରତ୍ଯେକ ରେଜିଷ୍ଟର ସକାଶେ ସ୍ଵତନ୍ତ୍ର ତାଲିକା ତିଆରି ହେବ । ବର୍ଷର ଶେଷ ମାସ ରିଟର୍ଣ୍ଣ ଦର୍ଶାଯିବ । ବକେୟା ଟଙ୍କା ସହ ଉକ୍ତ ତାଲିକାର ବକେୟା ରୂପେ ଦର୍ଶାଯାଉଥିବା ମୋଟ ଟଙ୍କା ମେଲ ହେବ । କୃଷି ଭୀତରେ ରେଭିନ୍ୟୁ ଇନିସପେକ୍ଟରଙ୍କର ଦ୍ଵାରା ପ୍ରତିଥର ଅସୁଲ ହୋଇଥିବା ଖଜଣା ରେଭିନ୍ୟୁନ ଇନିସପେକ୍ଟରଙ୍କର ଦ୍ଵାରା ପ୍ରତିଥର ଅସୁଲ ବାକି ତାଲିକା ପ୍ରସ୍ତୁତ କରିବା ପାଇଁ ରେଭିନ୍ୟୁ ଇନିସପେକ୍ଟରଙ୍କୁ ଦିଆଯାଇଥିବା ସମୟଠାରୁ ଏକ ମାସ ଭିତରେ ସମସ୍ତ ଯାଞ୍ଚ କରାଯାଇ ନଥିବା ସମସ୍ତ ଅସୁଲ ବାକି ତାଲିକା ପ୍ରସ୍ତୁତ କରିବା ପାଇଁ ରେଭିନ୍ୟୁ ଇନିସପେକ୍ଟରଙ୍କୁ ଦିଆଯାଇଥିବା ସମୟଠାରୁ ଏକ ମାସ ଭିତରେ ସମସ୍ତ ଯାଞ୍ଚ କରିବାକାଉ ହେବ । ସେ ରଡିସ ବହିକୁ ସିହା ଓ ଅନ୍ୟାନ୍ୟ ରେଜିଷ୍ଟର ସହ ମେଲ କରାଇ ଶତକଡା ଏକସତ ଭାଗ ଯାଞ୍ଚ କରିବେ । ଅନ୍ତଃ ଶତକଡା 5 ପାଉତି ପ୍ରଜାଙ୍କୁ ଦିଆଯାଇଥିବା ରସିଦ ସହ ରେଭିନ୍ୟୁ ସୁପରଭାଇଜର ଙ୍କୁ ଯାଞ୍ଚ କରିବା ବାହାରେ ଏକା ଅତିରିକ୍ତ ଯାଞ୍ଚ ଅଟେ । ସମସ୍ତ ରେଜିଷ୍ଟର ଉପରୋକ୍ତଭାବେ ପୂରଣ କରାଯିବା,ସେଥିର ଲେଖା ନିର୍ଭୁଲ ଥିବା ଅ, ମୋଟ ହିସାବ ଠିକଥିବା ଏବଂ ସମସ୍ତ ଔଲ କ୍ୟାସ ବହିରେ ଉଲ୍ଲେଖ ହୋଇଛି କି ନାହିଁ ପରୀକ୍ଷା କରିବା ରେଭିନ୍ୟୁ ସୁପରଭାଇଜରଙ୍କର ଦାୟିତ୍ଵ ଅଟେ । ସେ ନିଶ୍ଚିତ ଯେ ସମସ୍ତ ଅସୁଲ ଟଙ୍କା ଯଥା ସମୟରେ ତହସିଲ ଅଫିସ ଟ୍ରେଜେରୀରେ ଦାଖଲ ହୁଏ । ଖଜଣା ଦାଖଲ ଦିନ ପର୍ଯ୍ୟନ୍ତ ଯାହା ଅସୁଲ କରାଯାଇଆଥାଏ ରେଭିନ୍ୟୁ ଇନିସପେକ୍ଟର ସେ ଟଙ୍କା ସଂପୂର୍ଣ୍ଣ ରୂପେ ଦାଖଲ କରିବାକାଉ ହେବ । ଏହା ଯଥାର୍ଥଭାବେ କାର୍ଯ୍ୟକାରୀ କରିବା ରେଭିନ୍ୟୁ ସୁପରଭାଇଜରଙ୍କର କର୍ତ୍ତବ୍ୟ ଅଟେ । ଯଦି ସେ ଉପରୋକ୍ତ କାର୍ଯ୍ୟ ଆବାସିକ ସମୟ ଏ ସୁଚାର ରୂପେ ପରିଚାଳନା କରିବେ ବର୍ଷ ଶେଷରେ ସମାପ୍ତି କରିବାକୁ ସହଜ ହେବ । ଏହା ଯାଞ୍ଚ ପରେ ବାକି ତାଲିକା ବିଶୁଦ୍ଧଭାବେ ଲେଖାଯାଇଛି ବୋଲି ସୁନିଶ୍ଚିତ ହେବା ପାଇଁ ତାଲିକାରେ ଥିବା ସମସ୍ତ ଲେଖା ଯାଞ୍ଚ କରିବାକୁ ପଡିବ । ସେ ତାଲିକାର ସମସ୍ତ ଭାମାତ୍ମକ ଲେଖା ସଂଶୋଧନ କରିବେ ଏବଂ ସେଥିରେ ସମସ୍ତ ଆଭାବ ପୂରଣ କରିବେ । ଏ ସମସ୍ତ କାର୍ଯ୍ୟ ସମାପନ ପରେ ପ୍ରତ୍ୟେକ ମୌଜାର ଜମା ଅସୁଲ ବକେୟା ବାହାର କରି ବକାଇ ତାଲିକାର ମୋଟ ସହ ଲେଜର ମେଳ କରାଇବେ । ପାଉତି ଅନୁଯାୟୀ ସମ୍ପୃକ୍ତ ରେଜିଷ୍ଟର ଗୁଡିକ ବିଶୁଦ୍ଧଭାବେ ଲେଖାଯାଇଛି ଓ ବାକି ତାଲିକା ବିଶୁଦ୍ଧ ଭାବେ ତିଆରି କରାଯାଇଛି ବୋଲି ସେ ରେଜିଷ୍ଟର ନମ୍ବର II,VIII, IX ଓ ତାଲିକାରେ ସାର୍ଟିଫିକେଟ ଦେବେ । ବାକି ତାଲିକା ରେଭିନ୍ୟୁ ଇନିସପେକ୍ଟରଙ୍କ ଦ୍ଵାରା ତିଆରି ପରେ ଓ ରେଭିନ୍ୟୁ ସୁପରଭାଇଜରଙ୍କ ଦ୍ଵାରା ଉପରୋକ୍ତ ପ୍ରଣାଳୀରେ ଯାଞ୍ଚ ହେବ ପରେ ତହସିଲଡାର ପରୀକ୍ଷା କରି ସୁନିଶ୍ଚିତ ହେବେ ଯେ ଯେ ଦାବି ଯଥାର୍ଥଭାବେ ସଂଗୃହିତ କରାଯାଇଛି ଓ ବାକି ତାଲିକା ବିଶୁଦ୍ଧଭାବେ ପ୍ରସ୍ତୁତ କରାଯାଇଛି । ସେ ବିଶେଷଭାବେ ଦେଖିବେ ଯେ ରେଭିନ୍ୟୁ ଇନିସପେକ୍ଟର ଓ ତାହାଙ୍କ ଅଫିସର ବିଭିନ୍ନ ବିଭାଗ ଦ୍ଵାରା ହିସାବ ଯଥାର୍ଥଭାବେ ରଖାଯାଇଛି । ଏହି କାରଣରୁ ତାଙ୍କ ଅଫିସରେ ରେଜିଷ୍ଟରଗୁଡିକର ଲେଖାସହ ରେଭିନ୍ୟୁ ଇନିସପେକ୍ଟରଙ୍କର ସମ୍ପୃକ୍ତ ରେଜିଷ୍ଟର ମେଳ କରାଇବେ ଏବଂ ତହସିଲଦାର ସାର୍ଟିଫିକେଟ ଦେବେ ଯେ ରେଜିଷ୍ଟରଗୁଡିକ ସହ ମେଳ କରାଇ ସମସ୍ତ ତ୍ରୁଟି ମୀମାଂସା କରାଯାଇଛି । ବର୍ଷ ଶେଷ ମାସର ଜମା ଅସୁଲ ବକେୟା ରିଟର୍ଣ୍ଣ ସାଲ ତମାମି ପୂର୍ବ ଅନୁଯାୟୀ ପଠାଇବକଉ ପଡିଥାଏ । ସାଲ ତମାମି ପରେ ଯଦି ଜମା ଅସୁଲ ବକେୟା କିଛି ପ୍ରଭେଦ ହୁଏ ଗତ ରିଟର୍ଣ୍ଣଟି ପଠାଇବା ବେଳେ କେଉଁ କାରଣରୁ ପ୍ରଭେଦ ରାହିଯାଇଥାଏ ତାହାର ବିଶେଷ ବିବରଣୀ ସହ ବିଗତ ବର୍ଷର ଶେଷ ମାସ ସକାଶେ ସଂଶୋଧିତ ରିଟର୍ଣ୍ଣ କଲେସ୍ତରଙ୍କୁ ସ୍ଵତନ୍ତ୍ର ଭାବେ ପଠାଯିବ ଏବଂ କୃଷିବର୍ଷ ଶେଷଠାରୁ ଚାରିମାସ ମଧ୍ୟରେ ଉକ୍ତ କାର୍ଯ୍ୟ ସମ୍ପାପନ କରିବାକୁ ହେବ । ସାଲତମାମି ପରେ ଯଦି କିଛି ପ୍ରଭେଦ ଦେଖା ନଯାଏ ତେବେ ତହସିଲଦାର କଲେକ୍ଟରଙ୍କୁ ସାର୍ଟିଫିକେଟ ପଠାଇବେ ଯେ ସାଲ ତମାମି ତାହାଙ୍କ ଦ୍ଵାରା ବା ରେଭିନ୍ୟୁ ସୁପରଭାଇଜରଙ୍କ ଦ୍ଵାରା ଆବଶ୍ୟକମତେ ପରିଚାଳନା କରାଯାଇଛି ଓ ଆନ୍ତଃଦେଶୀୟ ହିସାବରେ ଥିବା ସମସ୍ତ ପ୍ରଭେଦ ମୀମାଂସା କରାଯାଇଛି । ସାଲ ତମାମି ଯଥାର୍ଥଭାବେ କରାଯାଇଛି ବୋଲି ସୁନିଶ୍ଚିତ ହେବା ଦାୟିତ୍ଵ ସବଡିଭିଜନାଲ ଅଫିସର ଓ କଲେକ୍ଟରଙ୍କର ଅଛି । ସୁତରାଂ ତହସିଲଦାରଙ୍କ ସାଲତମାମି ସଂପୂର୍ଣ୍ଣ ପରେ ସବଡିଭିଜନାଲ ଅଫିସର ତାହାଙ୍କ ସାଲତମାମି ପରିଚାଳନା କରିବେ । କଲେକ୍ଟର ଓ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ଵାରା ସାଲତମାମି ହୋଇଥିବା ତହସିଲ ବ୍ୟତୀତ ସବଡିଭିଜନାଲ ଅଫିସର ତାହାଙ୍କ ଇଲାକା ଭିତରେ ଅବଶିଷ୍ଟ ଥିବା ସାଲତମାନି ପ୍ରତ୍ୟେକ ବର୍ଷ ସଂପୂର୍ଣ୍ଣ କରିବେ । ସେହିପରି କଲେକ୍ଟର ମଧ୍ୟ କେତେକ ତହସିଲ ପ୍ରତିବର୍ଷ ସାଲତମାମି କରିବେ । ଯେକୌଣସି 5 ବର୍ଷ ଭିତରେ ତାହାଙ୍କ ସାଲତମାମି କର୍ମସୂଚୀ ସାରା ଜିଲ୍ଲାକୁ ଆଭରଣ କରିବେ । କଲେକ୍ଟରର ପ୍ରତିବର୍ଷ ଗୋଟିଏ ତହସିଲର ସାଲତମାମି ସେ ନିଜେ ପରିଚାଳନା କରିବେ । କଲେକ୍ଟର ଓ ଅରିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ଵାରା ଗୋଟିଏ ତହସିଲ ସେହି ବର୍ଷ ଭିତରେ ସାଲତମାମି କରାଯିବ ନାହିଁ । କଲେକ୍ଟର ଓ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ବ୍ୟତୀତ ସବଡିଭିଜନାଲ ଅଫିସର ତାହାଙ୍କ ଇଲାକାରେ ଥିବା ସମସ୍ତ ତହସିଲ ପ୍ରତ୍ୟେକ ବର୍ଷ ସଂପୂର୍ଣ୍ଣ କରିବେ । ଯେଉଁ ବର୍ଷ ସାଲ ତମାମି କରାଯିବ ସେହି କୃଷି ବର୍ଷ ଶେଷରେ ଏକ ମାସ ପୂର୍ବରୁ କଲେକ୍ଟର ଓ ସବଡିଭିଜନାଲ ଅଫିସର ତାହାଙ୍କ କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ କରିବେ । କଲେକ୍ଟର ଓ ସବଡିଭିଜନାଲ ଅଫିସରଙ୍କ ସାଲ ତମାମି ସକାଶେ ଆଉ ଅଧିକା ସମୟ ଦିଆଯିବ ନାହିଁ ଏବଂ ଉକ୍ତ ପରିଚ୍ଛେଦରେ ଦର୍ଶାଯାଇ ଥିବା ସମୟ ଭିତରେ ସେ ସାଲ ତମାମି ପରିଚାଳନା ସଂପୂର୍ଣ୍ଣ କରିବାକୁ ହେବ । ତହସିଲ ଅଫିସ ଓ ରେଭିନ୍ୟୁ ଇନିସପେକ୍ଟର ଅଫିସରେ ହିସାବ ରଖିବା ନିୟମଗୁଡିକ ଯଥାର୍ଥଭାବେ ପାଳନ କରିବା ଏବଂ ଯେକୌଣସି ବିଷୟରେ ବକେୟା କାର୍ଯ୍ୟ ନ ରଖିବା ପ୍ରତି ଦ୍ରୁଷ୍ଟିଦେବା ସକାଶେ ତହସିଲଦାରଙ୍କ ଦାୟିତ୍ଵ ଅଟେ । ତହସିଲଦାର ସାଲତମାମି ରିପୋର୍ଟ କଲେକ୍ଟରଙ୍କୁ ସମର୍ପଣ କରିବେ ଓ ତାହାର ଗୋଟିଏ ନକଲ ସମ୍ପୃକ୍ତ ସବଡିଭିଜନାଲ ଅଫିସରଙ୍କୁ ଦେବେ । ପ୍ରତି କଲେକ୍ଟର ଅଫିସ ତଉଜିବିଭାଗ ସୁନିଶ୍ଚିତ ହେବେ । କଲେକ୍ଟର ବିଶେଷଭାବେ ଦ୍ରୁଷ୍ଟି ଦେବେ ଯେ ସାଲତମାମି ପଠାଇବାରେ ଯେପରି ବିଳମ୍ବ ନ ହୁଏ , ତହସିଲଦାରମାନଙ୍କ ଠାରୁ ରିପୋର୍ଟଗୁଡିକ ପାଇ ଯଦି ଆବଶ୍ୟକ ପଡେ କଲେକ୍ଟରଙ୍କ ସମ୍ପୃକ୍ତ ରେକର୍ଡ ସଂଶୋଧନ କରାଯିବ ଏବଂ ଯଦି ଜମା ଅସୁଲ ବକେୟା ଷ୍ଟେଟମେଣ୍ଟରେ କିଛି ପରିବର୍ତ୍ତନ ନ ହୁଏ ତେବେ ଗୋଟିଏ ସଂଶୋଧିତ ରିଟର୍ଣ୍ଣ ରେଭିନ୍ୟୁ ଡିଭିଜନାଲ କମିଶନଙ୍କ ନିକଟକୁ ଓ ରେଭିନ୍ୟୁ ବୋର୍ଡକୁ ପଠାଯାଇ । କୃଷି ବର୍ଷ ସେ ହେବା ୫ ମାସ ମଧ୍ୟରେ ଉକ୍ତ କାର୍ଯ୍ୟ ସମାପ୍ତ କରିବାକାଉ ହେବ । କଲେକ୍ଟରଙ୍କ ଅଫିସର ତଉଜି ବିଭାଗ ଦେଖିବେ ଯେ ତହସିଲଦାରମାନଙ୍କ ଦ୍ଵାରା ରିପୋର୍ଟ ହୋଇଥିବା ଦାଖଲ ଖର୍ଚ୍ଚ ଯଥାର୍ଥଭାବେ ଟ୍ରେଜେରୀ ହିସାବରେ ଦରଜ ହୋଇଛି ଏବଂ ତାହା ଭୁଲ ଶ୍ରେଣୀଭୁକ୍ତ ହୋଇନାହିଁ । ଏଥିପାଇଁ ତହସିଲଦାରଙ୍କ ଦ୍ଵାରା ଦର୍ଶଯାଇଥିବା ଚାଲାଣ ନମ୍ବର ଟ୍ରେଜେରୀ ହିସାବ ସହ ତଉଜି ନିବିସ ମେଳ କରିବାକୁ ପଡିବ । ଟ୍ରେଜେରୀ ସହ ସଂପୂର୍ଣ୍ଣ ସ୍ଥିତ ମେଳ କରାଯାଇ ନ ଥିବା ଚାଳନା କରି କଲେକ୍ଟର ମାସିକ ରିଟର୍ଣ୍ଣ ସ୍ଥଗିତ ରଖିବେ ନାହିଁ । ଏବଂ କୌଣସି ପ୍ରଭେଦ ଯଦି ଦେଖାଯାଏ ତହସିଲଦାରଙ୍କୁ ପତ୍ର ଦ୍ଵାରା ଓ ଟ୍ରେଜେରୀ ଅଫିସରଙ୍କ ବ୍ୟକ୍ତିଗତ ସଂସ୍ପର୍ଶରେ ଆସି ସଂଶୋଧନ କରିବାକୁ ହେବ । ତଉଜି ହିସାବ ଶେଷ କରାଯିବା ପରେ ଯଦି କିଛି ପ୍ରଭେଦ ଦେଖାଯାଏ ଏକାଉଣ୍ଟାଣ୍ଟ ଜେନେରାଲ ଙ୍କୁ ସଂଶୋଧନ ସକାଶେ ଓ ଭୁଲ ଶ୍ରେଣୀଭୁକ୍ତ ଖଜଣା ଯଥା ଶ୍ରେଣୀଭୁକ କରିବା ସକାଶେ ଟ୍ରେଜେରୀ ଅଫିସରଙ୍କୁ ଲେଖିବାକୁ ହେବ । ପୂର୍ବମାସର ରିଟର୍ଣ୍ଣରେ ଦର୍ଶଯାଇଥିବା ସମସ୍ତ ଅସୁଲ ଖଜଣା ଟ୍ରେଜେରୀ ହିସାବ ସହ ଯାଞ୍ଚ କରାଯାଇଛି ଓ ସମସ୍ତ ପ୍ରଭେଦ ମୀମାଂସା କରାଯାଇଛି,ବୋଲି ରିଟର୍ଣ୍ଣ ପଠାଇବା ବେଳେ କଲେକ୍ଟର ଗୋଟିଏ ସାର୍ଟିଫିକେଟ ଦେବେ । କେଉଁଠାରେ ଯଦି କିଛି ପ୍ରଭେଦ ଅସୀମିତ ହୋଇ ରହିଯାଏ ଯେ ସମ୍ବନ୍ଧେ ସାର୍ଟିଫିକେଟ ସ୍ଵତନ୍ତ୍ରଭାବେ ଦର୍ଶାଯିବ । ସାଲ ତମାମି ସଂପୂର୍ଣ୍ଣ ପରେ ସାଲ ତମାମି ରିପୋର୍ଟ ବ୍ୟତୀତ ତହସିଲଦାର ଗୋଟିଏ ସ୍ଵତନ୍ତ୍ର ରିପୋର୍ଟ କଲେକ୍ଟରଙ୍କ ନିକଟକୁ ପଠାଇବେ । ସେ ରିପୋର୍ଟ ଗୋଟିଏ ବାର୍ଷିକ ଶାସନ ରିପୋର୍ଟ ଧାରଣର ହେବ ସେଥିରେ ରେଭିନ୍ୟୁ ଇନିସପେକ୍ଟରମାନଙ୍କ ଜମା ସୁଲ ବକେୟା ହିସାବ ସମାଲୋଚନା କରାଯିବ । ରେଭିନ୍ୟୁ ଇନିସପେକ୍ଟର ଓ ରେଭିନ୍ୟୁ ସୁପରଭାଇଜରଙ୍କ ଇଲାକାରେ ଥିବା ସରକାରୀ ସମ୍ପତ୍ତିର ରକ୍ଷଣାବେକ୍ଷଣା ଭାର ହିସାବ ରଖିବା ଓ ଖଜଣା ଅସୁଲ କରିବା ଶକ୍ତି ସମ୍ବନ୍ଧେ ସ୍ଵତନ୍ତ୍ର ସୁପାରିସ ସହ ରିପୋର୍ଟ ସେମାନଙ୍କର ଇଲାକାରେ ବିଶ୍ଳେଷଣ ଥାଇ ସାରଗର୍ଭକ ହୋଇଥିବା ଆବଶ୍ୟକ । ଯେଉଁ ରେଭିନ୍ୟୁ ଇନିସପେକ୍ଟର ଓ ରେଭିନ୍ୟୁ ସୁପରଭାଇଜରମାନଙ୍କ ପାଇଁ ସେମାନଙ୍କର ଭଲ କିମ୍ବା ମନ୍ଦକାର୍ଯ୍ୟ ସକାଶେ ସ୍ଵତନ୍ତ୍ର ଉଲ୍ଲେଖ ଆବଶ୍ୟକ ହୁଏ ତାହା ଉକ୍ତ ରିପୋର୍ଟରେ ଦର୍ଶାଯିବ । ତହସିଲଦାରଙ୍କ ରିପୋର୍ଟ ପାଇବା ମାସକ ଭିତରେ ଉକ୍ତ ରିପୋର୍ଟ ଉପରେ ନିର୍ଭର କରି କଲେକ୍ଟର ସାରା ଜିଲ୍ଲାର ଗୋଟିଏ ସମ୍ପୃକ୍ତ ରିପୋର୍ଟ ରେଭିନ୍ୟୁ ଡିଭିଜନାଲ କମିଶନରଙ୍କ ଜରିଆରେ ରେଭିନ୍ୟୁ ବୋର୍ଡକୁ ପଠାଇବେ । କଲେକ୍ଟର ତାହାଙ୍କ ସମ୍ପୃକ୍ତ ରିପୋର୍ଟ ପ୍ରସ୍ତୁତ କରିବାକୁ ପଠାଇ ନଥିବା ତହସିଲଦାରମାନଙ୍କ ରିପୋର୍ଟକୁ ଅପେକ୍ଷା କରିବେ ନାହିଁ । ସେମାନଙ୍କ ସମ୍ବନ୍ଧେ ତାହାଙ୍କ ରିପୋର୍ଟରେ ପୃଥକଭାବେ ଉଲ୍ଲେଖ କରିବେ । ରେଭିନ୍ୟୁ ଇନିସପେକ୍ଟରଙ୍କର ଜମା ଅସୁଲ ବକେୟା ଷ୍ଟେଟମେଣ୍ଟ ପରିଶିଷ୍ଟ “ଗ” ର ଫର୍ମ ଏହା ରେଭିନ୍ୟୁ ଇନିସପେକ୍ଟରଙ୍କ ମାସିକ ଜମା ଅସୁଲ ବକେୟା ଷ୍ଟେଟମେଣ୍ଟ । ଏହା ବିଭିନ୍ନ ଦିଗରେ ଅସୁଲ ହେବା ରାଜସ୍ୱର କ୍ରମବର୍ଦ୍ଧନ ହିସାବ ରଖିବା ପାଇଁ ଉଦ୍ଧିଷ୍ଟ ଏହା ରେଭିନ୍ୟୁ ଇନିସପେକ୍ଟରଙ୍କ ଦ୍ଵାରା ଦୁଇଭାଗରେ ବିଭକ୍ତ କରାଯାଏ । ପ୍ରଥମ ଭାଗରେ ଖଜଣା, ଜଳକର , ସେସ ଓ ନିସ୍ତାର ସେସ ଏବଂ ତୃତୀୟ ଭାଗରେ ସୈରାତ , ବିବିଧ ରାଜସ୍ୱ ଓ ସୁଧ ଦର୍ଶାଯାଏ । ଏହି ଷ୍ଟ୍ରେଟମେଣ୍ଟଟି ସରକାରୀ ପଞ୍ଜିକା ମାସ (୧ ତାରିଖ ଠାରୁ ୩୦ ବା ୩୧ ତାରିଖ) ଅନୁଯାୟୀ ପ୍ରସ୍ତୁତ କରାଯିବ ଏବଂ ଏହା ୫ ତାରିଖ ଭିତରେ ତହସିଲଦାରଙ୍କୁ ସମର୍ପଣ କରିବାକୁ ହେବ । ଦ୍ଵିତୀୟ ଭାଗ ଷ୍ଟ୍ରେଟମେଣ୍ଟର ୨୧ ଓ ୨୨ ସ୍ତମ୍ଭରେ ବକେୟା ରାଜସ୍ୱ ସେସ ବାବଦ ଅସୁଲ ହୋଇଥିବା ସୁଧ ସ୍ଵତନ୍ତ୍ର ଭାବେ ଦର୍ଶାଯିବ । ରିଟର୍ଣ୍ଣ ମୌଜାୱାରି ବିବରଣୀ ଦିଆଯିବ । ଦାବି ବାହା ରେ ଯଦି ଅଗ୍ରୀମ ଅସୁଲ ହୋଇଥାଏ ମନ୍ତବ୍ୟ ସ୍ତମ୍ଭରେ ଦର୍ଶାଯିବ । ମନ୍ତବ୍ୟ ସ୍ତମ୍ଭରେ ଦର୍ଶାଯିବା ଅଗ୍ରୀମ ଅସୁଲ ମୋଟ ଅସୁଲରୁ ବାଦ ଦିଆଯିବ ଓ ନୋଟ ଅସୁଲ ଆବଶ୍ୟକ ସ୍ତମ୍ଭରେ ପୂରଣ କରାଯିବ । ମାସର ମୋଟ ଅସୁଲ ବାହାର କରିବା ସକାଶେ ତହସିଲ ଅଫିସ କିମ୍ବା ଟ୍ରେଜେରୀରେ ରେଭିନ୍ୟୁ ଇନିସପେକ୍ଟରଙ୍କ ହିସାବ ତରଫରେ ଦାଖଲ ହୋଇଥିବା ଟଙ୍କା ଏବଂ ରେଭିନ୍ୟୁ ଇନିସପେକ୍ଟରଙ୍କ ଦ୍ଵାରା ରେଜିଷ୍ଟର ନଂ XIII ରେ ଉଲ୍ଲେଖ ହୋଇଥିବା ଅସୁଲ ଖଜଣା ମିଶାଯିବ । ବକେୟା ଜମା ଛାଡ ଓ ନିଷ୍କୃତି ପାଇଁ ଆଦେଶ ଥିଲେ ବକେୟା ପାର୍ଶ୍ଵରେ ଉକ୍ତ ବିଷୟ ଶୀର୍ଷକ ରୂପେ ଦର୍ଶଯାଇ ସେହି ଖଜଣା ଅସୁଲ ସହ ମିଶାଯିବ ଏବଂ ଅବଶିଷ୍ଟ କେତେ ବକେୟା ରହିଲା ତାହା ହିସାବ କରାଯିବ । ରେଭିନ୍ୟୁ ଇନିସପେକ୍ଟରଙ୍କର ରିଟର୍ଣ୍ଣ ତହସିଲ ଅଫିସରେ ପହଞ୍ଚିଲେ, ତଉଜିବିଭାଗରେ ତଉଜି ରେଜିଷ୍ଟର ସହ ମେଳ କରାଯିବ ଏବଂ ରିଟର୍ଣ୍ଣରେ ଦର୍ଶଯାଇଥିବା ଲେଖା ତଉଜି ରେଜିଷ୍ଟରରେ ଲେଖାଯାଇଛି ବୋଲି ତଉଜି କିରାଣୀ ଗୋଟିଏ ସାର୍ଟିଫିକେଟ ରିଟର୍ଣ୍ଣରେ ଦେବେ । ରେଭିନ୍ୟୁ ଇନିସପେକ୍ଟର ତହସିଲ ଅଫିସକୁ ସମର୍ପଣ କରିବା ପୂର୍ବରୁ ଅସୁଲ ଟଙ୍କା ତହସିଲ ଅଫିସରେ ଦାଖଲ କରା ନ ହୋଇ ଥାଇ, ପରେ ହେବ ବୋଲି ଥାଏ, ଏପରି ସ୍ଥଳେ ଆସନ୍ତା ମାସ ରିଟର୍ଣ୍ଣ ଯାଞ୍ଚ ବେଳେ ଏ ସମସ୍ତ ବିଷୟ ଦେଖିବାକୁ ହେବ । ସୁତରାଂ ସମ୍ପୃକ୍ତ ରିଟର୍ଣ୍ଣରେ ଏକ ଟିପ୍ପଣୀ ରଖିଥିବାକୁ ହେବ । ତହସିଲଦାରଙ୍କର ଜମା ଅସୁଲ ବକେୟା ଷ୍ଟେଟମେଣ୍ଟ ପରିଶିଷ୍ଟ ‘ର’ ର ଫର୍ମ (ଠ) ଏହି ରିଟର୍ଣ୍ଣରେ କେବଳ ଅସୁଲ ଖଜଣା ଦର୍ଶାଯିବ ଯାହା କି ଟ୍ରେଜେରୀରେ ଦାଖଲ ହୋଇଥିବ ଓ ରିଟର୍ଣ୍ଣଟି ଯେଉଁ ମାସର ସେହି ଶେଷ ମାସର ଟ୍ରେଜେରୀରେ ଅନ୍ତର୍ଭୁକ୍ତ ହୋଇଥିବ । ଏହାର ଅର୍ଥ କେବଳ ମାର୍ଚ୍ଚ ମାସ ବ୍ୟତୀତ ଅନ୍ୟ ଯେ କୌଣସି ନିର୍ଦ୍ଦିଷ୍ଟ ମାସରେ ୨୨ ତାରିଖ ପରେ ଯେଉଁ ରାଜସ୍ୱ ଟ୍ରେଜେରୀରେ ଦାଖଲ କରାଯାଇଥିବ ତାହା ପରବର୍ତ୍ତୀ ମାସ ରିଟର୍ଣ୍ଣରେ କେବଳ ଉଲ୍ଲେଖ କରାଯିବ । ସେହିପରି ତହସିଲଦାରଙ୍କ ନଭେମ୍ବର ମାସ ୨୨ ତାରିଖ ଭିତରେ ଦାଖଲ ହୋଇଥିବା ରାଜସ୍ଵକୁ ଅନ୍ତର୍ଭୁକ୍ତ କରାଯିବ । କିନ୍ତୁ ମାର୍ଚ୍ଚ ମାସ ରିଟର୍ଣ୍ଣଟି ଫ୍ରେବୃୟାରୀ ୨୩ ତାରିଖ ଠାରୁ ମାର୍ଚ୍ଚ ମାସ ୩୧ ତାରିଖ ଯାଏ ଦିଆଯିବ । ଯେଉଁ ତହସିଲମାନ ଜିଲ୍ଲା ଟ୍ରେଜେରୀରେ ରାଜସ୍ୱ ଦାଖଲ କରନ୍ତି ଏହି ରିଟର୍ଣ୍ଣ ସକାଶେ ସରକାରୀ ପଞ୍ଜୀକା ମାସ ଅବଲମ୍ବନ କରିବାକୁ ହେବ । କାରଣ ସରକାରୀ ପଞ୍ଜୀକା ମାସ ଅନୁଯାୟୀ ଜିଲ୍ଲା ଟ୍ରେଜେରୀର ହିସାବ ରଖାଯାଇଥାଏ । ଏହି ରିଟର୍ଣ୍ଣ ଏପ୍ରିଲ ମାସ ବ୍ୟତୀତ ପ୍ରତ୍ୟେକ ମାସର ୫ ତାରିଖରେ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ । ଏପ୍ରିଲ ମାସରେ ଏହା ୧୫ ତାରିଖରେ ପଠାଯିବ । ଏହି ରିଟର୍ଣ୍ଣ ପ୍ରସ୍ତୁତ କରିବା ପାଇଁ କୋଷାଧ୍ୟକ୍ଷ ଦାୟୀ ଅଟନ୍ତି । ବର୍ଷର ଶେଷ ମାସ ବ୍ୟତୀତ ଅନ୍ୟ ମାସ ସକାଶେ ନିର୍ଦ୍ଦିଷ୍ଟ ବର୍ଷର ଦାବୀକୁ ପରବର୍ତ୍ତୀ ବର୍ଷର ଦାବିକୁ ପରବର୍ତ୍ତୀ ବର୍ଷର ଦାବି ରୂପେ ଦର୍ଶାଯିବ । ବର୍ଷର ଶେଷ ମାସର ଦାବି ଯେବେ ସଂଶୋଧନ କରାଯାଏ ତଉଜି ବିଭାଗ କୋଷାଧ୍ୟାକ୍ଷଙ୍କୁ ତାହା ଜାଣାଇ ଏବଂ କୋଷାଧ୍ୟକ୍ଷ ସେହି ଦାବି ଉପରେ ଭିତ୍ତି କରି ପରବର୍ତ୍ତୀ ମାସ ମାନଙ୍କରେ ରିଟର୍ଣ୍ଣ ପଠାଇବେ । କଲେକ୍ଟରଙ୍କ ଜମା ଅସୁଲ ବକେୟା ଷ୍ଟେଟମେଣ୍ଟ ପରିଶିଷ୍ଟ ‘ଗ’ର ଫର୍ମ (ପ) ତହସିଲଦାରଙ୍କଠାରୁ ରିଟର୍ଣ୍ଣ ଗୁଡିକ ପାଇଁ ଇଲେକ୍ଟରଙ୍କ ଅଫିସରେ ତଉଜି ନବିଶ ଜିଲ୍ଲା ରିଟର୍ଣ୍ଣ ଏକତ୍ରିତ କରି ଲେଖିବେ ଏବଂ ତାହା ରେଭିନ୍ୟୁ ଡିଭିଜନାଲ ଅଫିସକୁ ପଠାଇ ସେଥିରେ ଗୋଟିଏ ନକଲ ରେଭିନ୍ୟୁ ବୋର୍ଡକୁ ପଠାଇବେ । ଯେପରିକି ତାହା ଯେଉଁ ମାସର ରିଟର୍ଣ୍ଣ ତାହାର ଆସନ୍ତା ମାସ ୧୫ ତାରିଖ ମଧ୍ୟରେ ସେ ଅଫିସରେ ପହଞ୍ଚିବ । ସାଧାରଣତଃ ରିଟର୍ଣ୍ଣଟି ପ୍ରେରଣ କଲାବେଳେ ଆବଶ୍ୟକ ମତେ ଯାଞ୍ଚ ବା ତୃଟି ମାର୍ଜ୍ଜନା ସମୟ ସାପେକ୍ଷ ତେଣୁ ସେହି ଦୃଷ୍ଟିରୁ ରିଟର୍ଣ୍ଣଟି ସ୍ଥଗିତ ରଖାଯାଇ ପାରିବ ନାହିଁ । କିନ୍ତୁ ୧୪୬ ନିୟମର ନିର୍ଦ୍ଦେଶନାଯାୟୀ ଉକ୍ତ ବିଷୟ ରିଟର୍ଣ୍ଣଟିର ନିମ୍ନାଂଶରେ ଉଲ୍ଲେଖ ଉଲ୍ଲେଖ କରିବାକୁ ହେବ । ଆଧାର – ଦ ଲ ହାଉସ