অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ତହସିଲ ଆକାଉଣ୍ଟ ନିୟମାବଳୀ (କୟାସ ବହି ଓ ମାସିକ ଜମା ଅସୁଲ ବକେୟା ରେଜିଷ୍ଟର)

ତହସିଲ ଆକାଉଣ୍ଟ ନିୟମାବଳୀ (କୟାସ ବହି ଓ ମାସିକ ଜମା ଅସୁଲ ବକେୟା ରେଜିଷ୍ଟର)

କୟାସ ବହି

ରେଜିଷ୍ଟର ନମ୍ବର – ୧୫

  1. ପ୍ରତ୍ୟେକ ରେଭିନ୍ୟୁ ଇନିସପେକ୍ଟର ସାଧାରଣ କ୍ୟାସବହି ବ୍ୟବହାର କରିବେ   ।  ଗ୍ରହଣ କରିଥିବା ଓ ସଦର ସିହାରେ ଲେଖାଯାଇଥିବା ଦୈନିକ ମୋଟ ଖଜଣା ଏହି ରେଜିଷ୍ଟରର  “ ୪” ସ୍ତମ୍ଭରେ ଓ ଟ୍ରେଜେରୀରେ ଦାଖଲ ହୋଇଥିବା ସମସ୍ତ ଖଜଣା ୮ ସ୍ତମ୍ଭରେ ପୃଆନ କରାଯିବ   । ସେହିପରି ଟ୍ରେଜେରୀ ବା ସବ ଟ୍ରେଜେରୀ କିମ୍ବା ତହସିଲ ଅଫିସର ଯେକୌଣସି ବାବଦରୁ ଗ୍ରହଣ କରାଯାଇଥିବା ସବ ଟ୍ରେଜେରୀ କିମ୍ବା ତହସିଲ ଅଫିସର ଯେ କୌଣସି ବାବଦରୁ ଗ୍ରହଣ କରାଯାଇଥିବା ସମସ୍ତ ଟଙ୍କା  “୩  ସ୍ତମ୍ଭରେ ପୂରଣ କରାଯିବ ଏବଂ ସେହିଥିରୁ ବଣ୍ଟନ କରାଯାଇଥିବା ସମସ୍ତ ଟଙ୍କା  “୭” ସ୍ତମ୍ଭରେ ଦର୍ଶାଯିବ   । ସମସ୍ତ ନଗଦ ଟଙ୍କା କାରବାର ଘଟିବା ସଙ୍ଗେ ସଙ୍ଗେ କ୍ୟାସ ବହିରେ ଦର୍ଶାଯିବ   ।  ସମସ୍ତ ନଗଦ ଟଙ୍କା  “୭” ସ୍ତମ୍ଭରେ ଦର୍ଶାଯିବ  । ସମସ୍ତ ନଗଦ ଟଙ୍କା କାରବାର ଘଟିବା ସଙ୍ଗେ ସଙ୍ଗେ କ୍ୟାସ ବହିରେ ଦର୍ଶାଯିବ   । ପ୍ରତିଦିନ ନିୟମାନୁଯାୟୀ ହିସାବ ସେସ କରାଯିବ   । କ୍ୟାସ ବହିରେ ଦରଜ ହୋଇଥିଲେ କୌଣସି ଲେଖା ରବର ଦ୍ଵାରା ଲିଭାଇବା କିମ୍ବା ଲେଖା ଉପରେ ପୁଣି ଥରେ ଲେଖିବା ନିଷେଧ । ଯଦି କୌଣସି ତୁଟି ଦେଖାଯାଏ ତାହା କଲମ ଦ୍ଵାରା କାଟି ସଂଶୋଧନ କରାଯିବ ଏବଂ ସଂଶୋଧିତ ବିଷୟ ତାଲିକା ନାଲିକାଳି ଅଶୁଦ୍ଧ ଲେଖା ଉପରେ ଲେଖାଯିବ । ସେହିପରି ଲେଖା ରେଭିନ୍ୟୁ ଇନିସପେକ୍ଟରଙ୍କ ତାରିଖ ସହ ଦସ୍ତଖତରେ ସଦାସର୍ବଦା ସମର୍ଥିତ ହେବ  ।
  2. ରେଭିନ୍ୟୁ ଇନିସପେକ୍ଟରନ୍କାଦ ଦ୍ଵାରା ସମସ୍ତ ଖଜଣା ତହସିଲ ଅଫିସରେ ଦାଖଲ  ହେବା ଏବଂ ଅନ୍ୟ କୌଣସି ଅଫିସରଙ୍କୁ ଦିଆଯିବ ନାହିଁ   । ଖଜଣା ଦାଖଲ  ବେଳେ ପୂର୍ବଦିନ ସେସ ପର୍ଯ୍ୟନ୍ତ  ଅସୁଲ ହୋଇଥିବା ସମସ୍ତ ଖଜଣା ସଂପୂର୍ଣ୍ଣଭାବେ ଦାଖଲ କରିବାକୁ ହେବ   । ପରିଶିଷ୍ଠ “ ଗ” “ ଚ” ଝ (I) ଫର୍ମରେ ଚାଲାଣ ଖଜଣା ଦାଖଲ ସପକ୍ଷରେ ରଖାଯିବ ଏବଂ ଟଙ୍କା ପ୍ରଦାନ ସପେକ୍ଷ ରସିଦ ରଖାଯିବ   ।  ସେହି ରସିଦ ଓ ଚାଲାଣ କ୍ରମାନ୍ଵୟରେ ସଂରକ୍ଷଣ ନଥିରେ ସାଇତି ରଖାଯିବ  ।  ଖଜଣା ଦାଖଲ ସପେକ୍ଷ ଓଡିଶା ଟ୍ରେଜେରୀ କୋର୍ଡର  “୫”  ନମ୍ବର ଫର୍ମରେ ରସିଦ ତହବିଲ ଅଫିସରୁ ପାଇବେ ଏବଂ ଚାଲାଣରୁ ଅଫିସ ନକଲ ଖଣ୍ଡିକରେ ତାହା ସଂଲଗ୍ନ ହେବ ଓ ରସିଦର ନମ୍ବର ତାରିଖ, କ୍ୟାସ ବହିର ମନ୍ତବ୍ୟ ସ୍ତମ୍ଭରେ ସମ୍ପୃକ୍ତ ଲେଖାର ବିପକ୍ଷରେ ଉଲ୍ଲେଖ କରାଯିବ   ।
  3. ଯେଉଁଥରେ ସବଟ୍ରେଜେରୀ ତହସିଲ ସଂଲଗ୍ନ ହୋଇଛି ଏବଂ ସବଟ୍ରେଜେରୀ ଅଫିସରଙ୍କ ଦ୍ଵାରା ବ୍ୟବହାର ହୋଇଥିବା ଭୂ-ରାଜସ୍ୱ ଅସୁଲ ରେଜିଷ୍ଟର ଗୌଣ ରେଜିଷ୍ଟର ରୂପେ ଧରାଯାଇଛି; ସେଠାରେ ରେଭିନ୍ୟୁ ଇନିସପେକ୍ଟର ପରିଶିଷ୍ଠ “ ଗ”ଚ” “ଝ”(i)  ଫର୍ମରେ ଷ୍ଟେଟମେଣ୍ଟ ସହ ଦୁଇ ନକଲ ବିଶିଷ୍ଟ ସାଧାରଣ ଚାଲାଣ ଫର୍ମରେ (ଓଡିଶା ଟ୍ରେଜେରୀ କୋର୍ଡ) “ ୬”  ନମ୍ବର ଫର୍ମରେ ଖଜଣା ତହସିଲ ଅଫିସକୁ  ସବଟ୍ରେଜେରୀ ଦାଖଲ ସକାଶେ ପଠାଇବେ । ଚାଲାଣର ଗୋଟିଏ ନକଲ ସବଟ୍ରେଜେରୀ ଅଫିସରଙ୍କ ଦ୍ଵାରା ଅନୁମୋଦନ ହୋଇ ରେଭିନ୍ୟୁ ଇନିସପେକ୍ଟର ଦିଆଯିବ   ।  ସେ ଏହାକୁ ରସିଦ ରୂପେ ପରିଶିଷ୍ଠ “ ଗ” ଚ” ଝ” ଫର୍ମରେ ରଖିବେ  । ଷ୍ଟେଟମେଣ୍ଟ  ଅନୁମୋଦନ ହୋଇ ତହସିଲ ଅଫିସରେ ବ୍ୟବହାର ହେଉଥିବା   । ଭିନ୍ନ ଭିନ୍ନ ରେଜିଷ୍ଟରରେ ପୂରଣ ସକାଶେ ଦିଆଯିବ   ।
  4. ଯେହେତୁ ରେଭିନ୍ୟୁ ଇନିସପେକ୍ଟର ସରକାର ଟଙ୍କା କାରବାର କରନ୍ତି, କଲେକ୍ଟରଙ୍କ ବିଶେଷ ମଞ୍ଜୁରୀ ବ୍ୟତୀତ ଅଫିସ କାର୍ଯ୍ୟ ବଳରେ ବେସରକାରୀ ଟଙ୍କା କାରବାର ପାଇଁ ପ୍ରଶୟ  ଦିଆଯିବ ନାହିଁ ଯେଉଁଥରେ ଏହି ମଞ୍ଜୁରୀ ବଳରେ  ସେ ସରକାରୀ ଓ ବେସରକାରୀ ଟଙ୍କା ଠାରୁ ସ୍ଵତନ୍ତ୍ରଭାବେ ଲୁହା ସିନ୍ଧୁକରେ ରଖାଯିବ  ଏବଂ ବେସରକରି ଟଙ୍କା କାରବାର ସମ୍ବନ୍ଧେ ଖାତାରେ ହିସାବ ରହିବ   । ସଂପୂର୍ଣ୍ଣଭାବେ ସରକାର ହିସାବକୁ ଅଲଗା ରଖାଯିବ   ।
  5. ଟଙ୍କା ନେବା ଆଣିବା ପାଇଁ ଯଥୋଚିତ ସତର୍କତା ଅବଲମ୍ବନ କରାଯାଇଛି ବୋଲି ସନ୍ତୋଷ ହେବ ରେଭିନ୍ୟୁ ଇନିସପେକ୍ଟରଙ୍କ ବ୍ୟକ୍ତିଗତ ଦାୟିତ୍ଵ ଅଟେ   ।  ତାହାଙ୍କ ଅଧିକାରରେ ଥିବା ଟଙ୍କାର ନିରାପଦ ସକାସେ ମଧ୍ୟ ସେ ବ୍ୟକ୍ତିଗତଭାବେ ଦାୟୀ ଅଟନ୍ତି   । ସେ ତାହାଙ୍କ ପାଖରେ ଅଧିକାଂଶ ଟଙ୍କା ଯେକୌଣସି ପରିସ୍ଥିତିରେ ରଖିପାରିବେ ନାହିଁ ଏବଂ ଯେକୌଣସି ଘଟନାରେ ତାହାଙ୍କ ଦ୍ଵାରା ଗଚ୍ଛିତ ହୋଇଥିବା ନିରୂପଣ ଟଙ୍କାଠାରୁ ଅଧିକ ଟଙ୍କା ରଖିବା ପାଇଁ ପ୍ରଶୟ ଦିଆଯିବ ନାହିଁ   ।

ମାସିକ ଜମା ଅସୁଲ ବକେୟା ରେଜିଷ୍ଟର

ରେଜିଷ୍ଟର ନମ୍ବର-୧୬

  1. ଏହି ରେଜିଷ୍ଟରରେ ଭୂରାଜସ୍ୱ ଜଳକର ସେସ,ନିସ୍ତାର ସେସ ସୌଗତ ଓ ବିବିଧ ରାଜସ୍ୱର ହିସାବ ପ୍ରତି ମଉଜା ସକାସେ ମାସ ମାସ ରଖାଯାଏ   । ଏହା ଦୁଇ ଭାଗରେ ବ୍ୟବହାର କରାଯାଏ   । ପ୍ରଥମ ଭାଗ ଭୂ-ରାଜସ୍ୱ , ଜଳକର ସେସ, ନିସ୍ତାର ସେସ ଓ ଦ୍ଵିତୀୟ ଭାଗରେ ସାଇରାତ ଓ ବିବିଧ ରାଜସ୍ୱ ଇତ୍ୟାଦି ହିସାବ ରଖାଯାଏ  । ଟେନାଣ୍ଟସ ଲେଜର ଶେଷରେ ପ୍ରଥମ ଭାଗରେ ଦର୍ଶାଯାଇଥିବା ମୋଟ ଜମାକୁ  । ଏହି ରେଜିଷ୍ଟରର ପ୍ରଥମ ଭାଗ ରେଜିଷ୍ଟରରେ ଜମା ରୂପେ ନିଆଯିବ  । କୃଷି ବର୍ଷର ପ୍ରଥମ ଭାଗ ରେଜିଷ୍ଟରରେ ଜମା ରୂପେ ନିଆଯାଏ   ।  ରେଜିଷ୍ଟର ନମ୍ବର “III” “A” (କ) ରେ ଦର୍ଶାଯାଇଥିବା ମୋଟ ପରିବର୍ତ୍ତନ ଉପରେ ନିର୍ଭର କରି ଉପରୋକ୍ତ ଅନୁଯାୟୀ ଯୋଗ ବିୟୋଗ ପରେ ଯେତେବେଳେ ନେଟ ଜମା ବାହାର କରାଯାଏ   ସେହି ନେଟ ଜମାକୁ ଶେଷ ମାସବ୍ୟତୀତ ପରବର୍ତ୍ତୀ ସମସ୍ତ ମାସ ଲେଖାରେ ପୁନରାବୃତ୍ତି କରାଯିବା । ସମସ୍ତ ପୂର୍ବ ବର୍ଷମାନଙ୍କ ମୋଟ ବକେୟା ଟଙ୍କା ଏହି ରେଜିଷ୍ଟରରେ  ବକେୟା ଜମାରେ ସମଷ୍ଟି କରି ଦର୍ଶାଯିବ । ପୂର୍ବମାସ ଶେଷ ପର୍ଯ୍ୟନ୍ତ ଆଦାୟ ହୋଇଥିବା ଖଜଣା ସେହି ମାସର ଅସୁଲ ଖଜଣା ସହ ଯୋଗ କରାହେବ ଏବଂ ସେଥି ସକାଶେ ଉଦ୍ଧିଷ୍ଟ ଥିବା ସ୍ତମ୍ଭରେ ଦର୍ଶାଯିବା  ।
  2. ଚଳିତ ମାସର ଶେଷ ସୁଦ୍ଧା ରେଭିନ୍ୟୁ ଇନିସପେକ୍ଟର ପାଇଥିବା ଆଦେଶନାମା ଜମା ଅନୁଯାୟୀ ରେଜିଷ୍ଟର ନମ୍ବର VII,IX  ଓ ସଦର ସିହା ରେଜିଷ୍ଟେସନ ନଂ XIII ଉପରେ ଭିତ୍ତିକରି ଚଳିତ ମାସ ଶେଷ ପର୍ଯ୍ୟନ୍ତ ଅସୁଲ ହୋଇଥିବା ପରିବର୍ତ୍ତନଶୀଳ ରାଜସ୍ୱ  ଓ ସୈରାତ ଆୟ ମୌଜା ଜମା ସପକ୍ଷରେ ଦ୍ଵିତୀୟ ଭାଗ ରେଜିଷ୍ଟରରେ ପୂରଣ କରାଯିବା ଦ୍ଵିତୀୟ ଭାଗ ରେଜିଷ୍ଟରର ୨୩ କଲମରେ ବିବିଧ  ରାଜସ୍ୱସମ୍ବନ୍ଧୀୟ ଖଜଣା ଅମିନ ଫି ଦାଖଲ ଖାରଜ ଫି ଦାଖଲ ବନ୍ଦୋବସ୍ତ ପାଉଣା ଇତ୍ୟାଦି ଯାହାକି ରେଜିଷ୍ଟର ନମ୍ବର II,VIII, ଓ IX  ରେ ଦର୍ଶାଯାଇଥିବା ମୌଜାର ଜମାରେ ଅନ୍ତର୍ଭୁକ୍ତ ନୁହେଁ ତାହା ଉଲ୍ଲେଖ କରାଯିବ   । ସମ୍ପୃକ୍ତ ଟ୍ରେଜେରୀ ବା ମାସ ଅନୁଯାୟୀ ଏହି ରେଜିଷ୍ଟରର ହିସାବ କରିବାକୁ ହେବ   ।
  3. ଯଦି କୌଣସି ଖଜଣା ଅସୁଲ କୋର୍ଟ ଆଦେଶ ଅନୁଯାଯାଇ ପ୍ରତିକୂଳ ଋତୁଯୋଗୁଁ ବା ଅନ୍ୟ ଯେକୌଣସି ସମର୍ଥନୀୟ କାରଣଙ୍କ ଦ୍ଵାରା ବର୍ଷ ଭିତରେ ବା ବର୍ଷ ବାହାରେ କୌଣସି ତାରିଖ ପର୍ଯ୍ୟନ୍ତ ସ୍ଥଗିତ ହୋଇ ଖଜଣା ଅସୁଲ ଯୋଗ୍ୟ ନୁହେଁ , ତେବେ ଷ୍ଟେଟମେଣ୍ଟର ନିମ୍ନରେ ସେ ସମ୍ବନ୍ଧରେ ଏକ ଟିପ୍ପଣୀ ରଖାଯିବ   ।  ଏହା ରେଭିନ୍ୟୁ ଇନିସପେକ୍ଟର ଦାୟୀ ଥିବା ସର୍କଲରେ ନୋଟ ଆଦାୟ ଯୋଗ୍ୟ ବଳକା ଜମାରେ ଦର୍ଶାଇବେ   ।
  4. ଏହି ରେଜିଷ୍ଟର ଉପରେ ଭିତ୍ତିକରି ରେଭିନ୍ୟୁ ଇନିସପେକ୍ଟର ସର୍କଲ ମାସିକ ଜମା ଅସୁଲ ବକେୟା ଷ୍ଟେଟମେଣ୍ଟ ପଠାଇବେ   ।
  5. ପ୍ରଥମଭାଗ ରେଜିଷ୍ଟରର  ୧୩ ଠାରୁ ୨୨ ଅସୁଲ ଖଜଣା ୩୩ ସ୍ତମ୍ଭର ଅଗ୍ରୀମ ଅସୁଲ ଖଜଣା ଓ ଦ୍ଵିତୀୟଭାଗ ରେଜିଷ୍ଟର ଠାରୁ ୧୪ ସ୍ତମ୍ଭ ଓ ୨୨ ଠାରୁ  ୨୩ ସ୍ତମ୍ଭର ଅନ୍ୟାନ୍ୟ ବିବିଧ ଖଜଣା ସେହି ମାସର ସଦର ସିହାର ମୋଟ ଅସୁଲ ସହ ମେଳ ହେବ ଏବଂ ଏହି ମେଳ ସମ୍ବନ୍ଧେ ରେଭିନ୍ୟୁ ଇନିସପେକ୍ଟରଙ୍କ ଦ୍ଵାରା ଗୋଟିଏ ସାର୍ଟିଫିକେଟ ତାହାଙ୍କ ସ୍ଵାକ୍ଷର ସହ ତାରିଖ ଥାଇ ଦିଆଯିବ  ।

ଆଧାର – ଦ ଲ ହାଉସ

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate