অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ତହସିଲ ଆକାଉଣ୍ଟ ନିୟମାବଳୀ (ବିବିଧ ରାଜସ୍ୱ ବକେୟା ରେଜିଷ୍ଟର ଓ ବାର୍ଷିକ ଖଜଣା ନିଷ୍କୃତି ରେଜିଷ୍ଟର)

ତହସିଲ ଆକାଉଣ୍ଟ ନିୟମାବଳୀ (ବିବିଧ ରାଜସ୍ୱ ବକେୟା ରେଜିଷ୍ଟର ଓ ବାର୍ଷିକ ଖଜଣା ନିଷ୍କୃତି ରେଜିଷ୍ଟର)

ବିବିଧ ରାଜସ୍ୱ ସମ୍ବନ୍ଧୀୟ ବକେୟା ରେଜିଷ୍ଟର

ରେଜିଷ୍ଟର ନମ୍ବର – ୯

  1. ଟେନାଣ୍ଟସ ଲେଚର ଓ ଜମା ଅସୁଲ ବକେୟା ସଇରାତ ରେଜିଷ୍ଟର ରେ ଅନ୍ତର୍ଭୁକ୍ତ ହେବ   ।  ରାଜସ୍ୱ ବ୍ୟତୀତ ଅନ୍ୟ ରାଜସ୍ୱ ଏହି ରେଜିଷ୍ଟରରେ ଦରଜ କରାଯିବ   ।  ଏହି ରେଜିଷ୍ଟରରେ ଅନ୍ତର୍ଭୁକ୍ତ ହେବା କେତେକ ପ୍ରଧାନ ଆୟ ନିମ୍ନରେ ଦର୍ଶାଗଲା  :-
    • ଅସ୍ଥାୟୀ ପଟ୍ଟା ଜମିର ଆୟ
    • ପଦାର୍ଥ ଆକାରରେ ଖଜଣା ପରିବର୍ତ୍ତେ ନଗଦ ଟଙ୍କା ଆକାରରେ ଅସୁଲ ଖଜଣା ।
    • ଅବୈଧ ଦଖଲ ସମ୍ବନ୍ଧୀୟ ଜମା ଧାର୍ଯ୍ୟ  ।
    • ବେନିୟମ ଜଳସେହକାନ ଯୋଗୁଁ ନିରୂପିତ କର ଓ ଜୋରିମାନା
    • ଅନ୍ୟାନ୍ୟ ଫି, ଜୋରିମାନା ଇତ୍ୟାଦି  ।

    ବିଗତ ବର୍ଷ ଶେଷ ସୁଦ୍ଧା ଆଦାଯ ନ ହୋଇ ରାହିଜାଇଥିବା ଖଜଣା ଚଳିତ ବର୍ଷ ଶେଷ ରେଜିଷ୍ଟରକୁ ନାଲି କାଲୀରେ ଉଠାଯିବ ।  ସମୟ ବକେୟା ଖଜଣା ନିର୍ଭୁଲଭ୍ବେ ନୂତନ ରେଜିଷ୍ଟରକୁ ଅନାଗଲା ବୋଲି ଚଳିତ ଓ ପୂର୍ବ ବର୍ଷର ରେଜିଷ୍ଟର ଦ୍ୱୟରେ ସାର୍ଟିଫିକେଟ ଦିଆଯିବ  ।  କ୍ଷମତାପ୍ରାପ୍ତ କର୍ମଚାରୀଙ୍କ ଠାରୁ ଜମା ଧାର୍ଯ୍ୟ ଆଦେଶନାମା ପାଇବାପରେ ଚଳିତବର୍ଷ ରେଜିଷ୍ଟରରେ କଳାନୁକ୍ରମେ ଦରଜ କରାଯିବ   ।  ରେଜିଷ୍ଟର ନଂ (XII sadarsiha) ର ଏହି ରେଜିଷ୍ଟର ଯୁକ୍ତିଯୁକ୍ତ ସ୍ତମ୍ଭରେ ଅସୁଲ ପୂରଣ କରାଯିବ   ।

  2. କୌଣସି ବ୍ୟକ୍ତିବିଶେଷଙ୍କ ଇଟା ବା ଟାଇଲି ଇତ୍ୟାଦି ଟାୟାର କରିବା ପାଇଁ ସାମୟିକ ଅନୁମତିପତ୍ର ପ୍ରଦାନ ଜମିରୁ ରାଜସ୍ୱ, ଆଦାୟ ,ମୃତ ବା ପବନ ଦ୍ଵାରା ପତିତ ବୃକ୍ଷ ବିଶେଷର ବିକ୍ରିଲବ୍ଧ ମାହାସୁଲ, ବ୍ୟକ୍ତିବିଶେଷଙ୍କ ଦ୍ଵାରା ସରକାରୀ ସମ୍ପତ୍ତି ଉପଭୋଗ ଯୋଗୁଁ ଧାର୍ଯ୍ୟ ହେବା ଜୋରିମାନା ଓ ଫିସ ଉପରେ ଉପରୋକ୍ତ ୫୭  ନିୟମର ଉପନିୟମ (E) ରେ ଅନ୍ତର୍ଭୁକ୍ତ ହେବ । କୌଣସି ବ୍ୟକ୍ତି ସରକାରୀ ସମ୍ପତ୍ତି ବ୍ୟବହାର କାଲେ ଓ ସେପରି ବ୍ୟବହାର କରି ସେଥିରୁ ଉପକୃତ ହେଲେ ତହସିଲଦାରଙ୍କ ଆଦେଶ ପୂର୍ବରୁ ନେଇ ଉପଯୁକ୍ତ ଫିସ ଦାଖଲ କରିଛନ୍ତି କି ନାହିଁ ତଦନ୍ତ କରିବା ରେଭିନ୍ୟୁ ଇନିସପେକ୍ଟରଙ୍କ କର୍ତ୍ତବ୍ବୀ   । କୌଣସି ବ୍ୟକ୍ତି ସରକାରୀ ସମ୍ପତ୍ତି ଉପଭୋଗ କରି ତହସିଲଦାରଙ୍କ ଆଦେଶନାମା ଉପସ୍ଥାପନ କରିବାକୁ ଅକ୍ଷମ ହେଲେ ତାହାଙ୍କ ବିରୁଦ୍ଧରେ ତତକ୍ଷଣାତ ରିପୋର୍ଟ କରିବାକୁ ହେବ ।ଇଟା ପ୍ରଭୃତି ବା କ୍ଷୁଦ୍ର ଖଣିଜ ପଦାର୍ଥ ସ୍ଥାନାନ୍ତର ବା ସାମୟିକ ତିଆରି ପାଇଁ ଦେବାକୁ ରେଭିନ୍ୟୁ  ଇନିସପେକ୍ଟର ବା ରେଭିନ୍ୟୁ ସୁପରଭାଇଜରଙ୍କରୀ କ୍ଷମତା ନାହିଁ   ।  କୌଣସି ଲୋକ ଇଟା ଭାଟି ପ୍ରଭୃତି ସରକାରୀ ଜମିରେ ନିର୍ମାଣ କରିବାକୁ ଇଚ୍ଛା କଲେ କିମ୍ବା କ୍ଷୁଦ୍ର ଖଣିଜଜାତ ଦ୍ରବ୍ୟ ସରକାରୀ ଜମିକୁ ନେବାକୁ ଚାହିଁଲେ   ।
  3. ତହସିଲଦାରଙ୍କୁ ଦରଖାସ୍ତ କରିବାକୁ ହେବ   ।  ଯେଉଁ ଗ୍ରାମର ସର୍ଭେ ନମ୍ବର ଜମିରୁ ଇଟା,ଝିଙ୍କର ପ୍ରଭୁତି ନିର୍ମାଣ କରାଯିବ,ସେଥି ସକାଶେ କେତେ ଫିସ ଦେ କେତେ ଦିନରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ହେବ ତହସିଲଦାର ଅନୁମତି ପ୍ରଦାନ ବେଳେ ଜଣାଇବେ   । ରେଭିନ୍ୟୁ ଇନିସପେକ୍ଟରଙ୍କୁ ଫିସ ନ ଦେବା ପର୍ଯ୍ୟନ୍ତ ନିର୍ମାଣ ସକାଶେ ଅନୁମତିପତ୍ର ଦିଆଯିବ ନାହିଁ    । କ୍ଷୁଦ୍ର ଖଣିଜ ଜାତ ପଦାର୍ଥ ଯଥା – ବାଲି,ପଥର ଇତ୍ୟାଦି ନେବା ଯେଉଁ ଜମିରୁ ଚାହାନ୍ତି , ତାହା ସର୍ଭେ ନମ୍ବର ଖଣିଜ ପଦାର୍ଥର ପରିମାଣ , କେତେ ଦିନ ଯାଏ ତାହା ବଳବତ୍ତର ରହିବ ଏବଂ କେତେ ଫିସ ଦେ ବିଷାଦ ଭାବେ ଆଦେଶନାମାରେ ଉଲ୍ଲେଖ କରାଯିବ  ।  ସେ ରେଭିନ୍ୟୁ ଇନିସପେକ୍ଟରଙ୍କୁ ଫିସ ଦେଲାପରେ କେବଳ ସ୍ଥାନାନ୍ତର ସକାଶେ ଅନୁମତିପତ୍ର ପ୍ରଦାନ ହେବ   ।  କେଉଁଠି ସରକାରୀ ସମ୍ପତ୍ତି ବ୍ୟବହାର ପାଇଁ ତହସିଲଦାରଙ୍କ ଦ୍ଵାରା ଅନୁମତିପତ୍ର ପ୍ରଦାନ କରାଯାଇଛି ସେ ସମସ୍ତ ଆଦେଶନାମା  ନକଲ ରେଭିନ୍ୟୁ ଇନିସପେକ୍ଟରଙ୍କ ପାଖକୁ ଫିସ ଅସୁଲ ସକାଶେ ପଠାଯିବ  ।
  4. ପବନ ଦ୍ଵାରା ପତିତ ବୃକ୍ଷ ବା ମୃତ ବୃକ୍ଷ ସକାଶେ ରେଭିନ୍ୟୁ ସୁପରଭାଇଜର ନିଲାମି ବିକ୍ରି କରିବା ପୂର୍ବରୁ ସର୍ବନିମ୍ନ ମୂଲ୍ୟ ନିଧାର୍ଯ୍ୟ କରିବେ   ।  ୫୫ ନିୟମରେ ନିର୍ଦ୍ଦେଶିତ କ୍ଷମତାନୁଯାୟୀ ଭିନ୍ନ ଭିନ୍ନ ନିଲାମ ପରିଚାଳନା ଓ ମଞ୍ଜୁର କରାଯିବ  ।

ବାର୍ଷିକ ଖଜଣା ନିଷ୍କୃତି ରେଜିଷ୍ଟର

ରେଜିଷ୍ଟର ନମ୍ବର -୧୦

  1. ଏହା ରାଜସ୍ୱ ନିଷ୍କୃତି ବାର୍ଷିକ ରେଜିଷ୍ଟର  । ଏଥିରେ ପ୍ରତିକୂଳ ଋତୁ ଯୋଗୁଁ କ୍ଷତି ହୋଇଥିବା ଫସଲ ପାଇଁ ଦିଆଯାଇଥିବା ସାମୟିକ ନିଷ୍କୃତି ଅନ୍ତର୍ଭୁକ୍ତ କରାଯାଏ   ।
  2. ମୌଲିକ ଜଳକର ଓ ଜଳସେସ ନିଷ୍କୃତି ନିମ୍ନୋକ୍ତ କାରଣରୁ ପ୍ରଦାନ କରାଯାଇପାରେ  :-
  3. ଯଥା ସମୟରେ କୃଷି ସକାଶେ ଜଳ ଯୋଗାନଯାଇ ପାରିଲେ ଫସଲ ନଷ୍ଟ ହୁଏ   ।
  4. ଦୁର୍ବଳ ନାଳ ହେତୁ ଅତ୍ୟଧିକ ଜଳ ପ୍ରବେଦ ଦ୍ଵାରା ଫସଲ ଆଦି ଯଦି କ୍ଷତି ହୁଏ   ।
  5. ଧୋଇ, ଝଡ, ପବନ , ରୋଗ ବା କୌଣସି ଅସାଧାରଣ କାରଣରୁ ଯଦି ଫସଲ ନଷ୍ଟ ହୁଏ  । ଉପରୋକ୍ତ ତୃତୀୟ ଦଫାରେ ଦର୍ଶାଯାଇଥିବା କାରଣ ଯୋଗୁଁ ଯଦି ଫସଲ କ୍ଷତି ଘଟେ ରାଜ୍ୟ ସରକାରଙ୍କ ନିର୍ଦ୍ଧିଷ୍ଟ ଆଦେଶ ବ୍ୟତୀତ ନିଷ୍କୃତି ଦିଆଯିବ ନାହିଁ   ।
  6. ଯେତେବେଳେ ଫସଲ କ୍ଷତି ବା ବିପଦର ଆଶଙ୍କା କରାଯାଏ  ସେତେବେଳେ ରେଭିନ୍ୟୁ ଇନିସପେକ୍ଟର ଯେଉଁ ଜମିର ଫସଲ ନଷ୍ଟ ହେବାର ସମ୍ଭାବନା ଅଛି  । ତଦନ୍ତ କରି ଆନୁମାନିକ କେତେ ଫସଲ ନଷ୍ଟ ହେବ ତହିଁର ରିପୋର୍ଟ ତହସିଲଡାରଙ୍କ ନିକଟକୁ ପଠାଇବେ   ।  ପଙ୍ଗପାଳ ଆକ୍ରମଣ ଯଦି ଅତର୍କିତ କାରଣରୁ ଫସଲ କ୍ଷତି ବା ବିପଦ ମାଡି ଆସେ ରେଭିନ୍ୟୁ ଇନିସପେକ୍ଟର ତତକ୍ଷଣାତ ଉକ୍ତ ଜମି ତଦନ୍ତ କରିବେ ଏବଂ ତହସିଲଡାରଙ୍କ ନିକଟକୁ ଗୋଟିଏ ରିପୋର୍ଟ ପଠାଇବେ   ।  ତହସିଲଡାର ଉକ୍ତ ବିଷୟଟିକୁ ଯଥାର୍ଥଭାବେ ଉପଲବ୍ଧ କରିବା ସକାଶେ ରେଭିନ୍ୟୁ ଇନିସପେକ୍ଟରଙ୍କ ରିପୋର୍ଟ ସାରଗର୍ଭକ ହୋଇଥିବା ଉଚିତ  । କେଉଁଠାରେ ଫସଲ ହାନି କିମ୍ବା ବିଫଳ ହୋଇଅଛି ତହସିଲଦାର ଓ ରେଭିନ୍ୟୁ ସୁପରଭାଇଜର ଶତକଡା କେତେ ଅଂସ ସରଜମିନ ତଦନ୍ତ କରିବାକୁ ପଡିବ   ।  ତହସିଲଦାରଙ୍କ ସର୍ବନିମ୍ନ ଶତକଡା ସର୍ବନିମ୍ନ ଶତକଡା ପଚିଶ ଭାଗ ଓ ରେଭିନ୍ୟୁ ସୁପରଭାଇଜର ଶତକଡା ପଚାଶ ଭାଗ ତଦନ୍ତ କରିବା ଉଚିତ   ।  ତଦନ୍ତ ପରେ ତହସିଲଦାର ରେଭିନ୍ୟୁ ଇନିସପେକ୍ଟରଙ୍କ ରିପୋର୍ଟ ବାସ୍ତବିକ ନିର୍ଭୁଲ ବୋଲି ସନ୍ତୋଷ ହେଲେ ସେ ରେଭିନ୍ୟୁ ମିସକେସ ଆରମ୍ଭ କରିବେ  ଏବଂ ଉପଯୁକ୍ତ ସଂସ୍ଥାର କ୍ଷମତାପ୍ରାପ୍ତ କର୍ମଚାରୀଙ୍କ ପାଖକୁ ନିଷ୍ପତ୍ତି ସକାଶେ ଆଦେଶ ପଠାଇବେ  ।
  7. ବ୍ୟକ୍ତିଗତ ଦରଖାସ୍ତ ନିଷ୍କୃତି ସକାଶେ ତହସିଲ ଦାରଙ୍କ ନିକଟରେ ଉପସ୍ଥାପିତ କରିବାକୁ ହେବ  । ତଦନ୍ତ ସକାଶେ ତହସିଲଦାର ଉକ୍ତ ଦରଖାସ୍ତର ନକଲ ଗୋଟିଏ ରେଭିନ୍ୟୁ ଇନିସପେକ୍ଟର ତହସିଲଦାରଙ୍କ ଆଦେଶ ପାଇବାର ସାତଦିନ ମଧ୍ୟରେ ସେ ତାହାଙ୍କ ରିପୋର୍ଟ ଦାଖଲ କରିବେ   । ପ୍ରଜାର ଅବହେଳାରୁ କିମ୍ବା ଦକ୍ଷତା ଅତିକ୍ରମ କରି ଫସଲ ହାନି ହୋଇଛି ସେ ତାହାଙ୍କ ରିପୋର୍ଟରେ ବିଶଦଭାବେ ଦର୍ଶାଇବେ   ।  ଏ ସଂକ୍ରାନ୍ତ ରିପୋର୍ଟଗୁଡିକ ରେଭିନ୍ୟୁ ସୁପରଭାଇଜରଙ୍କ ଜରିଆରେ ପଠାଯିବ  । ତହସିଲଦାର ନିଷ୍କୃତି ସକାଶେ ସୁପାରିସ କରିବା ପୂର୍ବରୁ ସରଜମି ତଦନ୍ତ କରିବେ ଏବଂ ତତପରେ ତାଙ୍କର ସୁପାରିସ ପତ୍ର କ୍ଷମତାପ୍ରାପ୍ତ ପ୍ରାଧିକାରୀ ଅର୍ପଣ କରିବେ   ।
  8. ପରିଶିଷ୍ଟ ( C) “ ଗ” ର (E) “ ଙ” ଫର୍ମରେ ଦୁଇଟି ନକଲରେ ରେ ନିଷ୍କୃତି ଆଦେଶ ରେଭିନ୍ୟୁ ଇନିସପେକ୍ଟର ଙ୍କ ପାଖକୁ ପଠାଯିବ   ।  ରେଭିନ୍ୟୁ ଇନିସପେକ୍ଟର ଏଥିରେ ଗୋଟିଏ ନକଲ ତାଙ୍କର ସଂରକ୍ଷଣ ନତିରେ ରଖିବେ ଓ ଅନ୍ୟ ନକଲ ଖଣ୍ଡକ ପ୍ରାପ୍ତି ସ୍ଵୀକାର ସ୍ୱରୂପ ତହସିଲଦାରଙ୍କ ନିକଟକୁ ଫେରାଇଦେବେ   ।  ରେଜିଷ୍ଟର ନଂ (X) ଓ ରେଜିଷ୍ଟର ନଂ (II) ସମ୍ପୃକ୍ତ ସ୍ତମ୍ଭଗୁଡିକ ଉକ୍ତ  ଆଦେଶନୁଯାୟୀ ପୂରଣ କରାଗଲା ବୋଲି ରେଭିନ୍ୟୁ ଇନିସପେକ୍ଟର ତହସିଲଦାରଙ୍କ ନିକଟକୁ ଫେରାଯିବା ନକଲ ଖଣ୍ଡିକ ସାର୍ଟିଫିକେଟ ଦେବେ   ।
  9. ସରକାରଙ୍କ ସିଦ୍ଧାନ୍ତ ପରେ କେବଳ ସମୂହ ଘଟଣାରେ ସର୍ବସାଧାରଣ ଖଜଣା ନିଷ୍କୃତି ଦିଆଯିବ  ।   ସ୍ଥାନୀୟ କର୍ମଚାରୀମାନେ ନିଷ୍କୃତି ସକାଶେ ସୁପାରିସ କଲାବେଳେ ସରକାରର ମଞ୍ଜୁରୀ ପ୍ରତ୍ୟାଶାରେ ରାଜସ୍ୱ ଛାଡ କରିବେ  ନାହିଁ   । କୌଣସି ତହସିଲଦାର କୃଷି ସକାଶେ ବିଭିନ୍ନ ପ୍ରାଧିକାରୀଙ୍କ ଦେବାପାଇଁ କି କ୍ଷମତା ଅଛି ନିମ୍ନରେ ଦର୍ଶାଯାଇଛି :-
  10. କଲେକ୍ଟର

    ୧୦୦ ଟଙ୍କା ପର୍ଯ୍ୟନ୍ତ

    ରେଭିନ୍ୟୁ ଡିଭିଜନାଲ କମିଶନର

    ୫୦୦ ଟଙ୍କା  ପର୍ଯ୍ୟନ୍ତ

    ରେଭିନ୍ୟୁ ବୋର୍ଡ

    ୨୦୦୦ ଟଙ୍କା  ପର୍ଯ୍ୟନ୍ତ

    ରାଜ୍ୟ ସରକାର

    ୨୦୦୦ ଟଙ୍କା ଉର୍ଦ୍ଧ୍ଵ

ଆଧାର – ଦ ଲ ହାଉସ

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate