অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ତହସିଲ ଆକାଉଣ୍ଟ ନିୟମାବଳୀ (ସଦର ସିହା ଓ ମୌଜୱାରି ସିହା)

ତହସିଲ ଆକାଉଣ୍ଟ ନିୟମାବଳୀ (ସଦର ସିହା ଓ ମୌଜୱାରି ସିହା)

ସଦର ସିହା

ରେଜିଷ୍ଟର ନମ୍ବର- ୧୩

  1. ଏହି ରେଜିଷ୍ଟରଟି ରେଭିନ୍ୟୁ ଇନିସପେକ୍ଟରଙ୍କ ଖଜଣା ଅସୁଲ ରେଜିଷ୍ଟର ଅଟେ   ଏବଂ ତାହାଙ୍କ ଦ୍ଵାରା ଅସୁଲ ହେବା ସମସ୍ତ ଖଜଣା ରସିଦ ପ୍ରଦାନ ଅନୁକ୍ରମେ ଏହି ସେହିଦିନ ସଂଗ୍ରହ କରାଯାଇଥିବା ମୋଟ ଅର୍ଥ ପରିମାଣ ସହ ମେଲ ଖାଉଛି କି ନାହିଁ ସେ ଦେଖିବା ଉଚିତ   । ରେଜିଷ୍ଟର ନଂ ୮ ଓ ନଂ ୯ ର ଯୁକ୍ତିଯୁକ୍ତ ସ୍ତମ୍ଭମାନ ସେହି ରେଜିଷ୍ଟରରେ ଥିବା ଏଣ୍ଟ୍ରିମାନଙ୍କୁ ଭିତ୍ତିକରି ପୂରଣ କରାଯିବ  ।
  2. ଅସୁଲ କରାଯାଉଥିବା ସମସ୍ତ ଅର୍ଥ  ୧୨ କିମ୍ବା ୧୩ ସ୍ତମ୍ଭରେ ପୂରଣ କରାଯିବା ଉଚିତ ଏଣ୍ଟ୍ରିରେ ଅନ୍ତର୍ଭୁକ୍ତ ନଥିବା ବିଷୟ ସ୍ତମ୍ଭ ୧୪ ରେ ଲେଖାଯିବ   ।
  3. ଜମା ଅସୁଲ ଓ ବକେୟା ସମ୍ବନ୍ଧରେ ଉଲ୍ଲେଖ କରାଯିବ ଏପାଇଁ ସାଇରାତ ଓ ବିବିଧ ରାଜସ୍ୱ ଆଦାୟ ସମ୍ବନ୍ଧରେ ପ୍ରଜା ବା ପଟ୍ଟଦାତାମାନଙ୍କର ନାମ ମନ୍ତବ୍ୟ ସ୍ତମ୍ଭରେ ଉଲ୍ଲେଖ କରାଯିବା ଉଚିତ  ।
  4. ରସିଦ ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ପ୍ରତିଦିନ ଏହି ରେଜିଷ୍ଟର ଲେଖାଯିବ   ।  ରେଜିଷ୍ଟରର ଲେଖାକୁ ବ୍ୟବହାର ହେଉଥିବା ଅନ୍ୟାନ୍ୟ ରେଜିଷ୍ଟରଗୁଡିକ ମଧ୍ୟ ସେତିତିକି ବେଳେ ପୂରଣ କରିବାକୁ ହେବ   ।

ମୌଜୱାରି ସିହା

ରେଜିଷ୍ଟର ନଂ -୧୪

  1. ଏହା ଗୋଟିଏ ବାର୍ଷିକ ରେଜିଷ୍ଟର   ।  ରେଭିନ୍ୟୁ ଇନିସପେକ୍ଟରଙ୍କ ଇଲାକା ଭିତରେ ଯେତେଗୋଟି ମଉଜା ଅଛି ସେତେଗୋଟି ରେଜିଷ୍ଟର ବ୍ୟବହାର କରିବାକୁ ହେବ   । ପ୍ରତ୍ୟେକ ରେଜିଷ୍ଟର ଦୁଇ ଭାଗରେ ବ୍ୟବହାର ହେବ  । ରେଜିଷ୍ଟର ନଂ –XII  ବିବରଣୀ ସଂଗ୍ରହ କରି ରେଜିଷ୍ଟର ପ୍ରଥମ ଭାଗରେ ବିଭିନ୍ନ ସ୍ତମ୍ଭ ପୂରଣ କରାଯିବ   ।
  2. ଖଜଣା ଅସୁଲକାରୀଙ୍କୁ ରସିଦ ପ୍ରଦାନ ସଙ୍ଗେ ସଙ୍ଗେ ରେଭିନ୍ୟୁ ଇନିସପେକ୍ଟର ତାହା ଦ୍ଵାରା ସୁଲ ହୋଇଥିବା ସମସ୍ତ ଖଜଣା ସଦର ସିହାରେ ରେଜିଷ୍ଟରରେ ଦରଜ କରିବେ   ।  କିନ୍ତୁ ବକେୟା ଓ ହାଲ ସମ୍ବନ୍ଧୀୟ ଭୂ-ରାଜସ୍ୱ , ଜଳକର ସେସ ଓ ନିସ୍ତାର ସେହି ରେଜିଷ୍ଟରରେ ମୋଟରେ ଲେଖାଜୀବ  । ସେ ସମସ୍ତ ଖଜଣାର ବର୍ଷୱାରି ବିବରଣୀ ଏହି ପ୍ରଥମଭାଗ ରେଜିଷ୍ଟରରୁ ମିଳିବ   ।
  3. ମନିଅରଦର ଦ୍ଵାରା ଯଦିଚ ଖଜଣା ଦାଖଲ ହୁଏ   ରେଭିନ୍ୟୁ ଇନିସପେକ୍ଟର XII ରେଜିଷ୍ଟର ରସିଦ ଅର୍ପଣ କରିବା ଆବଶ୍ୟକ ନାହିଁ   ।

ମନିଅର୍ଡର ଫର୍ମରେ ଟଙ୍କା ଗ୍ରହଣ ସ୍ଵାକ୍ଷରକାରୀ ଯେଉଁଠାରେ ସେ ଦସ୍ତକ୍ଷତ କରନ୍ତି ଓ ଡାକ ବିଭାଗକୁ ଯାହା ପଠାଯାଏ  ତାହା ଯଥେଷ୍ଟ  ।  ଏହି ସମସ୍ତ ଅସୁଲ ଖଜଣା ଏହି ରେଜିଷ୍ଟରରେ ପ୍ରଥମ ଭାଗରେ ଉଲ୍ଲେଖ କରାଯାଏ ଏବଂ ଡାକ ଅଫିସଠାରୁ ପାଇଥିବା ମନିଅର୍ଡର ଫର୍ମ ସ୍ଵତନ୍ତ୍ର ସଂରକ୍ଷଣ ନ ଥିଲେ  ରେ ରଖାଯାଏ   ।  ଲିଖିତାଂଶଗୁଡିକ ପ୍ରତିବର୍ଷ ସକାଶେ କ୍ରମାନ୍ଵୟରେ ସାଇତି ରଖାଯିବ   ।  ଆପତ୍ତିଜନକ ଘଟନାରେ ଯେଉଁଠି ଖଜଣା ଗ୍ରହଣ କରାଯାଇପରେ ନାହିଁ ସେହି ମନିଅର୍ଡରକୁ ପ୍ରତ୍ୟାଖ୍ୟାନ କରିବାକୁ ହେବ   ।

  1. ପ୍ରଜାଙ୍କ ଦ୍ଵାରା  ଖଜଣା ଯେତେବେଳେ ତହସିଲ ଅଫିସରେ ଦାଖଲ କରାଯାଏ   । ତହସିଲ ସମ୍ପୃକ୍ତ ରେଭିନ୍ୟୁ ଇନିସପେକ୍ଟରଙ୍କର ପାଖକୁ (F) ଫର୍ମରେ ପରାମର୍ଶ ପତ୍ର ପଠାଇବେ   ।  ଯଦି ଖଜଣା ଗ୍ରହଣ କରିବାକୁ କିଛି ଆପତ୍ତି ନ ଥାଏ, ରେଭିନ୍ୟୁ ଇନିସପେକ୍ଟର ପରାମର୍ଶ ପତ୍ର ପାଇବାର ସାତ ଦିନ ମଧ୍ୟରେ ଖଜଣା ଗ୍ରହଣ ଯୋଗ୍ୟ   ।  କି ନୁହେଁ ସେଥିରେ ଉଲ୍ଲେଖ କରି ଫେରସ୍ତ କରିବାକାଉ ହେବ   । ରେଭିନ୍ୟୁ ଇନିସପେକ୍ଟରଙ୍କ ଠାରୁ ଉତ୍ତର ନ ପାଇବା ପର୍ଯ୍ୟନ୍ତ ସେ ଟଙ୍କା ଡିପୋଜିଟରେ  “ ଖ” ପରିଶିଷ୍ଟ ୧୫ ନମ୍ବର ଫର୍ମରେ ତହସିଲଡାରଙ୍କ ଦ୍ଵାରା ଗଚ୍ଛିତ ରଖାଯିବ   । ଯଦି ସେ ଟଙ୍କା ଗ୍ରହଣ କରାଯିବ ବୋଲି ରିପୋର୍ଟ ଆସେ ଟଙ୍କା ସେତେବେଳେ ଟ୍ରେଜେରୀରେ ଦାଖଲ କରାଯିବ ନଚେତ ତାହାକୁ ପ୍ରେରକଙ୍କ ନିକଟକୁ ତାହାଙ୍କ ଖର୍ଚ୍ଚରେ ଫେରସ୍ତ କରିଦେବାକୁ ହେବ  ।
  2. ଯେତେବେଳେ ଦେୟ ଟଙ୍କା ପ୍ରଜାଙ୍କ ଠାରୁ ସାର୍ଟିଫିକେଟ ଜରିଆରେ ଅସୁଲ କରାଯାଏ ଏବଂ ନାଜିଆର ବା ସାର୍ଟିଫିକେଟ ବିଭାଗ ଗୋଟିଏ ଚାଲଣର ନକଲ ସହ ରେଭିନ୍ୟୁ ଇନିସପେକ୍ଟରଙ୍କ ପାଖକୁ ପରିଶିଷ୍ଟ “ ଗ” ର “ ଛ” ଫର୍ମରେ ପଠାଇବେ   । ରେଭିନ୍ୟୁ ଇନିସପେକ୍ଟର ସେ ଚାଲାଣକୁ ରଖିବେ ଏବଂ ପରାମର୍ଶ ତାଲିକାଟି ଫେରସ୍ତ କରି ତାପରେ ଲେଖାଦେବେ ଯେ ଉକ୍ତ ତାଲିକାରେ ଦର୍ଶାଯାଇଥିବା ସମସ୍ତ ଅସୁଲ ଏହି ରେଜିଷ୍ଟରରେ ଦ୍ଵିତୀୟ ଭାଗରେ ଦରଜ କରାହୋଇଛି   ।
  3. ସାର୍ଟିଫିକେଟ କାର୍ଯ୍ୟାନୁଷ୍ଠାନ ପରେ ରେଭିନ୍ୟୁ ଇନିସପେକ୍ଟରଙ୍କୁ ଦେବା ସମସ୍ତ ଖଜଣା ସ୍ଵାଭାବିକ ଅସୁଲ ରୂପେ ଧରାଯିବ   । ସୁତରାଂ ଅସୁଲ ହେବା ପରେ ପ୍ରଥମ ଭାଗ ରେଜିଷ୍ଟରରେ ଆବଶ୍ୟକ ମତେ ଦରଜ କରାଯିବ   । ରେଭିନ୍ୟୁ ଇନିସପେକ୍ଟର ପରେ ପରେ ପରିଶିଷ୍ଠ “ ଗ” (C ) ର “ କ” (H) ଫର୍ମରେ ରିପୋର୍ଟ ତିଆରି କରିବେ ଏବଂ ତହସିଲଦାର ଅଫିସକୁ ଦୁଇଟି ନକଲ ପଠାଇବେ   । ତହସିଲ ଅଫିସ ତତପରେ ସାର୍ଟିଫିକେଟ ଅଫିସରଙ୍କ ପାଖକୁ ତାହା ପଠାଇବେ   ।  ସାର୍ଟିଫିକେଟ କୋର୍ଟ ଉକ୍ତ ଅସୁଲ ଟଙ୍କାକୁ ଗ୍ରହଣ କରିବେ ଓ ତାହାଙ୍କ ରେଜିଷ୍ଟରେ ଆବଶ୍ୟକମତେ ଦରଜ କରିବେ ଏବଂ  (୧) ସାର୍ଟିଫିକେଟ ଟଙ୍କା ସଂପୂର୍ଣ୍ଣଭାବେ ଅଦଦାୟ ହୋଇ କେସ ରଦ୍ଦ କରାଯାଇଛି କି ନାହିଁ  ,(୨) ଅସୁଲ ଟଙ୍କା ଉଲ୍ଲେଖ କରାଯାଇ ଅବଶିଷ୍ଟ ଟଙ୍କା ଆଦାୟ ପାଇଁ ରହିଛି ବୋଲି ଲେଖି ଦୁଇ ନକଲ ବିଶିଷ୍ଟ ରିପୋର୍ଟଟି ଫେରସ୍ତ କରିବେ   । ତହସିଲଦାର ଅଫିସ ରିପୋର୍ଟରେ ଗୋଟିଏ ନକଲ ରଖିବେ ଏବଂ ଅନ୍ୟ ନକଲଟି ରେଭିନ୍ୟୁ ଇନିସପେକ୍ଟର ମୂଳ ନକଲ ସହ ସାଇତି ରଖିବେ  ।
  4. ବକେୟା ଖଜଣା ଅସୁଲ ବେଳେ ସୁଧ ସର୍ବଦା ଅସୁଲ କରିବାକୁ ହେବ  । ଏ ସମ୍ବନ୍ଧରେ କୌଣସି ତ୍ରୁଟି ହେଲେ ରେଭିନ୍ୟୁ ଇନିସପେକ୍ଟରଙ୍କ ବ୍ୟକ୍ତିଗତ ଦାୟିତ୍ଵ ବୋଲି ଧରାଯିବ   । ଖଜଣା ଓ ସେସ ମଧ୍ୟ ସ୍ଵତନ୍ତ୍ରଭାବେ ଦର୍ଶାଯିବ   । ସୁଧ ସମ୍ବନ୍ଧ ସଂକ୍ରାନ୍ତ ଅସୁଲ ସହ ୧୨ ଓ ୧୩ ସ୍ତମ୍ଭରେ ପ୍ରାଞ୍ଜଳଭାବେ ଉଲ୍ଲେଖ କରାଯିବ ଏବଂ ସ୍ଵତନ୍ତ୍ରଭାବେ ଉପଯୁକ୍ତ ଏକାଉଣ୍ଟ ହେଡ (XX (C) “ interest on arrears of Revenue )” ରେ ଟ୍ରେଜେରୀରେ ଦାଖଲ କରାଯିବ  । ଯେତେବେଳେ ଆଦାଯ ଅଯୋଗ୍ୟ ହେତୁ ବକେୟା ଖଜଣା ଛାଡ କରାଯାଏ, ସ୍ଵତନ୍ତ୍ର ଆଦେଶନାମା ଆବଶ୍ୟକ ନକରି ସେହି ସଂକ୍ରାନ୍ତ ସୁଧ ମଧ୍ୟ ଛାଡ ରୂପେ ହିସାବରେ ଦେଖାଇବାକୁ ହେବ ।

ଆଧାର – ଦ ଲ ହାଉସ

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate