অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ତହସିଲ ଆକାଉଣ୍ଟ ନିୟମାବଳୀ (ସାଧାରଣ ନିୟମ)

ସାଧାରଣ ନିୟମ ଗୁଡିକର ସୂଚନା

  1. ଏହି ମାନୁଏଲର ନିୟମଗୁଡିକ ଯଥାର୍ଥଭାବେ ପାଳନ କରିବାକୁ ହେବ ଏବଂ ଏଥିରେ କୌଣସି ବ୍ୟତିକ୍ରମକୁ ପ୍ରଶୟ ଦିଆଯିବ ନାହିଁ । କାର୍ଯ୍ୟ ଦୃଷ୍ଟିରୁ କୌଣସି ବ୍ୟତିକ୍ରମ ବିଚାରଯୋଗ୍ୟ ହେଲେ ଦରକାରଙ୍କ ମଞ୍ଜୁର ପରେ ରେଭିନ୍ୟୁ ବୋର୍ଡ ଦ୍ଵାରା ସଂପୃକ୍ତ ନିୟମ ଗୁଡିକ ସଂଶୋଧନ କରାଯିବ ।
  2. ଧାର୍ଯ୍ୟ ହୋଇଥିବା ରେଜିଷ୍ଟରମାନ କେଉଁ ଫର୍ମରେ ନିର୍ବାହ କରାଯିବ , ତହିଁର ନମୁନା ପରିଶିଷ୍ଟରେ ଦିଆଯାଇଅଛି । ଏଗୁଡିକ ଷ୍ଟାଣ୍ଡାର୍ଡ ଫର୍ମ ଅଟେ ଅଟେ ଓ ସରକାରୀ ପ୍ରେସର ସୁପରିଟେଣ୍ଡେଣ୍ଟଙ୍କ ଠାରୁ ଅଣାଯାଇଥାଏ । ଆବଶ୍ୟକୀୟ ପରିମାଣ ଫର୍ମ ଯଥା ସମୟରେ ସଂଗ୍ରହ ସକାଶେ ନିଜ ଅଫିସର ଏ ସମସ୍ତ ରେଜିଷ୍ଟରର ଗୋଟିଏ ତାଲିକା ଲଟକାଇବେ ।
  3. ଉକ୍ତ ନିୟମାନୁଯାୟୀ ଯେଉଁମାନେ ମାନୁଏଲର ଉଲ୍ଲେଖିତ ଥିବା ରେଜିଷ୍ଟରଗୁଡିକ ବ୍ୟବହାର କରିବେ ସେମାନେ ନିଜ ଅଫିସର ଏ ସମସ୍ତ ରେଜିଷ୍ଟରର ଗୋଟିଏ ତାଲିକା ଲଟକାଇବେ ।
  4. ରେଜିଷ୍ଟରନାମ ଓ କେଉଁ କ୍ଷମତା ବଳରେ ରେଜିଷ୍ଟରତି ବ୍ୟବହାର କରାଯାଉଅଛି ଏବଂ କେତେଦିନ ଯାଏ ତାହା ସାଇତି ରଖାଯାଇ ପାରିବ , ପ୍ରତି ରେଜିଷ୍ଟର ମଲାଟ ଉପରେ ଦର୍ଶାଇବାକୁ ପଡିବ । ପ୍ରତି ରେଜିଷ୍ଟରର ପୃଷ୍ଠା ନମ୍ବର ଦିଆଯିବ ଏବଂ ରେଜିଷ୍ଟରତି ବ୍ୟବହାର ପୂର୍ବରୁ ତତ ସମ୍ବନ୍ଧୀୟ ରେଜିଷ୍ଟରର ପ୍ରଥମ ପୃଷ୍ଠାରେ ସାର୍ଟିଫିକେଟ ଦେବାକୁ ହେବ ।
  5. ରେଜିଷ୍ଟରଗୁଡିକ ଠିକ ଭାବେ ସାଇତି ରଖିବା ରେଜିଷ୍ଟର ବ୍ୟବହାର କରିବା ବ୍ୟକ୍ତିଙ୍କର ପ୍ରଧାନ କର୍ତ୍ତବ୍ୟ । ନିମ୍ନୋକ୍ତ କାରଣ ଯୋଗୁଁ ରେଜିଷ୍ଟରଗୁଡିକର ଅବସ୍ଥା ଅନେକ ସ୍ଥଳେ ଅତ୍ୟନ୍ତ ଅସନ୍ତୋଷଜନକ ଅଟେ ।
    • ଭୁଲବଶତଃ ତାରିଖ ଲେଖା ।
    • ଅସାବଧାନ ନକଲ
    • ନିୟମିତଭାବେ ସଜା ନ ଯାଇ ରେଜିଷ୍ଟର ବନ୍ଧାଇ
    • ରେଜିଷ୍ଟର ବନ୍ଧାଇବାରେ ବିଳମ୍ବ
    • ଆସବସାନଭାବେ ଫର୍ମଗୁଡିକ ସାଇତି ରଖିବା ।
    • ବିବରଣୀର ଅଭାବ
    • ଶୀର୍ଷକର ଉଦ୍ଦେଶ୍ୟ ଓ ଅର୍ଥ ଭଲଭାବେ ବୁଝିବା ।
    • ରବର ଦ୍ଵାରା ଲିଭାଇବ
    • ସଂଶୋଧନ କରି ସ୍ଵାକ୍ଷର କରି ନଥିବ ।
  6. ଯେବେ କୌଣସି ସମୟରେ ରେଜିଷ୍ଟରରେ ପ୍ରଥମ ଲେଖା ବ୍ୟତୀତ ଅନ୍ୟ ଦିନ ସଂଶୋଧନ କରାଯାଏ ତେବେ ସଂଶୋଧନ କରିବା ବ୍ୟକ୍ତି ଉକ୍ତ ଲେଖାର ନିମ୍ନରେ ଦସ୍ତଖତ କରି ତାରିଖ , ମାସ ଓ ବର୍ଷ ଉଲ୍ଲେଖ କରିବେ ।
  7. ନିୟମଅନୁଯାୟୀ ଆବଶ୍ୟକ ନ ହେଲେ ପ୍ରତିବର୍ଷ ନୂତନ ରେଜିଷ୍ଟର ଖୋଲିବା ଅନାବଶ୍ୟକ । ପ୍ରତିବର୍ଷ ସକାଶେ ନୂତନ ଲେଖା ଆରମ୍ଭ କରାଯିବ ଏବଂ ରେଜିଷ୍ଟରଟି ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ବ୍ୟବହାର କରାଯିବ । ଅଲେଖା ରେଜିଷ୍ଟର କଦାପି ରଖାଯିବ ନାହିଁ । ପ୍ରତ୍ୟେକ ରେଜିଷ୍ଟର ଖାରୁଅ କନାରେ ବନ୍ଧାଯାଇ ଉତ୍ତମ ରୂପେ ରଖାଯିବ ଉଚିତ ।
  8. ମାନୁଏଲରେ ଉଲ୍ଲେଖିତ ନିୟମରେ ରେଭିନ୍ୟୁ ଇନସପେକ୍ଟ ରାଜସ୍ୱ ଅସୁଲ କାର୍ଯ୍ୟ ଓ ଗ୍ରାମସ୍ତରରେ ଅନ୍ୟାନ୍ୟ ରାଜସ୍ୱ କାର୍ଯ୍ୟରେ ନିଯୁକ୍ତିଥିବା ସରକାରଙ୍କର ଦରମାପ୍ରାପ୍ତ ସରକାରୀ କର୍ମଚାରୀ କିମ୍ବା ରାଜସ୍ୱ ଅସୁଲରେ ନ୍ୟସ୍ତଥିବା ସରକାରୀ ଗୌନ୍ତିଆ ସରବରାକାର ଗଞ୍ଜାମର ଗ୍ରାମ କର୍ମଚାରୀ ପ୍ରଭୁତି ଉକ୍ତ ନିୟମାନୁଯାୟୀ ରେଭିନ୍ୟୁ ଇନସପେକ୍ଟରେ ଅନ୍ତର୍ଭୁକ୍ତ କରାଯିବ । ଏଥିରେ ଉଲ୍ଲେଖ ଥିବା ରେଭିନ୍ୟୁ ସୁପରିଭାଇଜର ଅର୍ଥ (R.S ) ଅର୍ଥ ( Revenue Supervisor ) ବା Non –gazatted Tahasildar ଯେକି ରେଭିନ୍ୟୁ ସୁପରିଭାଇଜରଙ୍କ କାର୍ଯ୍ୟ ତତ୍ତ୍ଵାବଧାନ କରନ୍ତି । ଗଞ୍ଜାମ ରେଭିନ୍ୟୁ ଇନସପେକ୍ଟର ବା ଅନ୍ୟ ଜିଲ୍ଲାର ରେଭିନ୍ୟୁ ଇନସପେକ୍ଟର ଯଦି ସେମାନଙ୍କ ଅଧିନରେ ରାଜସ୍ୱ ଅସୁଲ ସକାଶେ ଅନ୍ୟ କର୍ମଚାରୀ ଥାଆନ୍ତି ସେମାନେ ରେଭିନ୍ୟୁ ସୁପରଭାଇଜର ରୂପେ ଧରାଯିବେ । ତହସିଲଡାର ଅର୍ଥନୈତିକ ଗେଜେଟଡ ଅଫିସର ଯେ କି ରାଜସ୍ୱ ଶାସିତ ଆଞ୍ଚଲରେ ଦୈନଦିନ ଦାୟିତ୍ଵରେ ଥାଆନ୍ତି ଯେଉଁଠାରେ ସବଡିଭିଜନାଲ ଅଫିସର ଉକ୍ତ ଦାୟିତ୍ଵରେ ଅଛନ୍ତି, ସେଠାରେ ମଧ୍ୟ ତାହାକୁ ତହସିଲଡାର ଭାବେ ଉକ୍ତ ନିୟମାନୁଯାୟୀ ଧରାଯିବ ।

ରେଭିନ୍ୟୁ ଇନସପେକଟରଙ୍କ ରେଜିଷ୍ଟର

  1. ନିମ୍ନଲିଖିତ ରେଜିଷ୍ଟରଗୁଡିକ ରେଭିନ୍ୟୁ ଇନସପେକ୍ଟରଙ୍କ ଦ୍ଵାରା ବ୍ୟବହାର କରାଯିବ ।
    • ରେଜିଷ୍ଟର ନମ୍ବର (୧)- ଜମାବନ୍ଦି ରେଜିଷ୍ଟର
    • ରେଜିଷ୍ଟର ନମ୍ବର (୨) –II – ଟେନଣ୍ଟାସ ଜେଲର ବା ପ୍ରତି ପ୍ରଜାଙ୍କ ଜେଲର ସମ୍ପର୍କିତ ଜେଜଷ୍ଟର ।
    • ରେଜିଷ୍ଟର ନମ୍ବର (୩)(କ)III –A ଜମା ପରିବର୍ତ୍ତନ ରେଜିଷ୍ଟର
    • ରେଜିଷ୍ଟର ନମ୍ବର (୩)(ଖ)III B –ଜମା ପରିବର୍ତ୍ତନ ନ କରୁଥିବା ହୁକୁମ ଜମା ରେଜିଷ୍ଟର।
    • ରେଜିଷ୍ଟର ନମ୍ବର (୪) IV – ଜମି ଅବୈଧ ଦଖଲ ବା ଜବାର ଦଖଲ ରେଜିଷ୍ଟର
    • ରେଜିଷ୍ଟର ନମ୍ବର (୫ – କ) V-B ବାଧ୍ୟତାମୂଳକ ମୌଳିକ ଜଳକର ରେଜିଷ୍ଟର ।
    • ରେଜିଷ୍ଟର ନମ୍ବର (୬) VI – ଜମି ଅସ୍ଥାୟୀ ପଟ୍ଟା ଦିଆଯିବ ରେଜିଷ୍ଟର ।
    • ରେଜିଷ୍ଟର ନମ୍ବର (୭) VII – ସ୍ଥାୟୀ ସୈରାତ ରେଜିଷ୍ଟର ।
    • ରେଜିଷ୍ଟର ନମ୍ବର (୮) VIII – ସୈରାତ ଜମା ଅସୁଲ ଓ ବକେୟା ରେଜିଷ୍ଟର ।
    • ରେଜିଷ୍ଟର ନମ୍ବର (୧୦ )X – ବାର୍ଷିକ ଖଜଣା ନିଷ୍ପତ୍ତି ରେଜିଷ୍ଟର
    • ରେଜିଷ୍ଟର ନମ୍ବର (୧୧) XI - ରସିଦ ବହିର ଷ୍ଟକ ରେଜିଷ୍ଟର
    • ରେଜିଷ୍ଟର ନମ୍ବର (୧୨) XII ସହିଦ ବହି
    • ରେଜିଷ୍ଟର ନମ୍ବର (୧୩) XIII – ସଦର ସିହା
    • ରେଜିଷ୍ଟର ନମ୍ବର (୧୪) XVI –କ୍ୟାସୁ ବୁକ
    • ରେଜିଷ୍ଟର ନମ୍ବର (୧୫)XVI – ମାସିକ ଜମା ଅସୁଲ ବକେୟା ଭୂରାଜସ୍ୱ ଓ ବିବିଧ ରାଜସ୍ୱ ରେଜିଷ୍ଟର ।
  2. ପ୍ରତ୍ୟେକ ରେଜିଷ୍ଟର ନମୁନା ଏହି ପୁସ୍ତକ ପରିଶିଷ୍ଟ (କ)ରେ Appendix –Aରେ ଦର୍ଶାଯାଇଅଛି ।
  3. ରେଭିନ୍ୟୁ ଇନସପେକ୍ଟର ସର୍କଲରେ ଥିବା ସମସ୍ତ ମଉଜା ଥାନା ସର୍ଭେ ନମ୍ବର ରକବା ଉଲ୍ଲେଖ କରି ସର୍କଲ ଅଫିସରରେ ଗୋଟିଏ ତାଲିକା ଇଟକାଇବେ । କୌଣସି ମୌଜା ନୂତନଭାବେ ଗଠନ କରାଯାଇ ପାରେ କିମ୍ବା ଅନ୍ୟ ସର୍କଲକୁ ହସ୍ତାନ୍ତର ହୋଇପାରେ ବା ଅନ୍ୟ ସର୍କଲକୁ ଆସି ଯୋଗ ହୋଇପାରେ । ଏପରି ପରିବର୍ତ୍ତନ ହେଲେ କେଉଁ କ୍ଷମତା ବଳରେ ପରିବର୍ତ୍ତନ କରାଯାଇ ଅଛି ଉକ୍ତ ତାଲିକାରେ ଉଲ୍ଲେଖ କରାଯାଏ ।

ଆଧାର - ଦ ଲ ହାଉସ

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate