অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ତହସିଲ ଆକାଉଣ୍ଟ ନିୟମାବଳୀ (ସ୍ଥାୟୀ ସାଇରାତ ରେଜିଷ୍ଟର ଓ ଜମା ଅସୁଲ ବକେୟା ସଇରାତ ରେଜିଷ୍ଟର)

ତହସିଲ ଆକାଉଣ୍ଟ ନିୟମାବଳୀ (ସ୍ଥାୟୀ ସାଇରାତ ରେଜିଷ୍ଟର ଓ ଜମା ଅସୁଲ ବକେୟା ସଇରାତ ରେଜିଷ୍ଟର)

ସ୍ଥାୟୀ ସାଇରାତ ରେଜିଷ୍ଟର

ରେଜିଷ୍ଟର ନମ୍ବର- ୭

  1. ଏହା ଗୋଟିଏ ସ୍ଥାୟୀ ସଇରାତ ରେଜିଷ୍ଟର ଏବଂ ଏହା ଅତି ସତର୍କତା ସହ ପ୍ରସ୍ତୁତ ଓ ବ୍ୟବହାର କରାଯିବ   ।  ନିମ୍ନରେ ଦର୍ଶାଯିବାମତେ ଏହା  ୬ ଭାଗରେ ଲେଖାଯିବ  ।
    • ମତ୍ସ୍ୟଦିଆ
    • ପଥରଖଣି
    • ହାଟ ଓ ମେଳା
    • ଡଙ୍ଗା ଘାଟ
    • ସରକାରୀ ବଗାୟତ ଓ ସରକାରୀ ଜମି ଉପରେ ଥିବା ବୃକ୍ଷ ବିଶେଷ   ।
  2. ସରକାରଙ୍କ କୌଣସି ବିଭାଗ କୁ ସ୍ଥାୟୀ ବା ଅସ୍ଥାୟୀ ଭାବେ ସଇରାତ ହସ୍ତାନ୍ତର ହେଲେ ହସ୍ତାନ୍ତର ସକାଶେ ନିର୍ଦ୍ଦେଶ ହେଇଥିବା କ୍ଷମତାପ୍ରାପ୍ତ କର୍ମଚାରୀଙ୍କ ଆଦେଶନାମାର ନମ୍ବର ଓ ତାରିଖ ଏବଂ ହସ୍ତାନ୍ତର ସ୍ଵତ୍ଵବିଶେଷ ରେଜିଷ୍ଟରର ମନ୍ତବ୍ୟ ସ୍ତମ୍ଭରେ ରେଭିନ୍ୟୁ ସୁପରଭାଇଜର କିମ୍ବା ତହସିଲଦାରଙ୍କ ଦ୍ଵାରା ଆନୁମୋଦନ କରାଇ ଉଲ୍ଲେଖ କରାଯିବ  ।  କୌଣସି ନୂତନ ସଇରାତ ଥିବା ଯେବେ ଜଣାଟାଏ ରେଭିନ୍ୟୁ ଇନିସପେକ୍ଟର ତହସିଲଦାରଙ୍କ ଦୃଷ୍ଟିକୁ  ଆଣିବେ  ।  ତାହା ରେଜିଷ୍ଟରଟିର ଯୁକ୍ତିଯୁକ୍ତ ସ୍ତମ୍ଭରେ ଉପରୋକଟ ଅଫିସରଙ୍କ ସମର୍ଥନରେ ଦରଜ କରାଯିବ  ।  ଏହି ରେଜିଷ୍ଟର ତହସିଲଦାରଙ୍କ ଦ୍ଵାରା ପରିଚାଳିତ ହେଉ ବା ନ ହେବ ତହସିଲର ସମସ୍ତ ସଇରାତ ଦର୍ଶାଯିବ  ।  ସେହିପରି କୌଣସି ସଇରାତ ଲୋପ ପାଇଲେ ଏବଂ କ୍ଷମତାପ୍ରାପ୍ତ କର୍ମଚାରୀଙ୍କ ଦ୍ଵାରା ସେପରି ପ୍ରକାଶିତ ହେଲେ ଉକ୍ତ ବିଷୟ ରେଜିଷ୍ଟରରେ ମନ୍ତବ୍ୟ ସ୍ତମ୍ଭରେ ଉଲ୍ଲେଖ କରାଯିବ ଓ ସେହି ଲେଖା ତହସିଲଦାର ବା ରେଭିନ୍ୟୁ ସୁପରଭାଇଜରଙ୍କ ଦ୍ଵାରା ସମର୍ଥନ କରାଯିବ   ।   ଥିବା ସଇରାତ ଲୋପ ପାଇଲେ କିମ୍ବା ନୂତନ ସଇରାତ ଥିବା ଜଣାଗଲେ ତହସିଲଦାରଙ୍କ ଜରିଆରେ କ୍ଷମତାପ୍ରାପ୍ତ କର୍ମଚାରୀଙ୍କ ଆଦେଶନାମା ପାଇ ରେଜିଷ୍ଟରରେ ଉଲ୍ଲେଖ କରାଯିବ  ।  ଏହି ରେଜିଷ୍ଟରରେ ରେଭିନ୍ୟୁ ଇନିସପେକ୍ଟର, ରେଭିନ୍ୟୁ  ସୁପରଭାଇଜର ଓ ତହସିଲଦାର ସମସ୍ତ ସଇରାତ ଦରଜ କରାଗଲା ବୋଲି ସାର୍ଟିଫିକେଟ ଦେବେ   ।  ଏପ୍ରିଲ ମାସରେ ରେଭିନ୍ୟୁ ଇନିସପେକ୍ଟର ମଧ୍ୟ ଏହି ସମ୍ବନ୍ଧେ ଗୋଟିଏ ବାର୍ଷିକ ସାର୍ଟିଫିକେଟ ଦେବେ   ।
  3. କ୍ରମାଗତ ତିନିବର୍ଷ ସକାଶେ ଗୋଟିଏ ସଇରାତ ଯେବେ କୌଣସି ଆୟ ହୁଏ ନାହିଁ ଏବଂ ରେଭିନ୍ୟୁ ଇନିସପେକ୍ଟର ଦେଖିବେ ସଇରାତରୁ ଭବିଷ୍ୟତରେ ଆୟର ଆଶା ନାହିଁ ସେ ସଇରାତଟିକୁ ଲୋପ କରିବା ପାଇଁ ବିଶେଷ କାରଣ ଦର୍ଶାଇ ତହସିଲଦାରଙ୍କ ନିକଟକୁ ଗୋଟିଏ ରିପୋର୍ଟ ପଠାଇବେ   ।  ଯେଉଁ ବର୍ଷ ଆୟ କିଛି ହୋଇନଥିଲା ସେହିବର୍ଷଠାରୁ ସଇରାତଟିର ଶେଷ ତିନିବର୍ଷର ହାରାହାରି ଆୟ ୧୦୦ ଟଙ୍କା ହୋଇ ନଥାଏ  ।  ତହସିଲଦାର ପରିଦର୍ଶନରେ ଉକ୍ତ ସଇରାତର ଲୋପ ସକାଶେ ଆଦେଶ ଦେଇପାରିବେ  ।  ଉପରୋକ୍ତମତେ ହାରାହାରି ଆୟ ଯଦି  ୧୦୦ ଟଙ୍କାରୁ ବେଶୀ ଥାଏ ତେବେ ସେ ନିଜେ ଉକ୍ତ ସଇରାତ ପରିଦର୍ଶନ କରିବେ ଏବଂ ରେଭିନ୍ୟୁ  ଇନିସପେକ୍ଟରଙ୍କ ଠାରୁ ରିପୋର୍ଟ ପାଇବା ତିନିମାସ ଭିତରେ ଆଦେଶ ସକାଶେ ତାହାଙ୍କ ରିପୋର୍ଟ କଲେକ୍ଟରରେ ଯଦି ହାରାହାରି ୨ ହଜାର ଟଙ୍କା କିମ୍ବା ତହିଁରେ କମ ରେ ହେଉଥିବାର ଜାଣିବାକୁ ପାଆନ୍ତି , ତା ହେଲେ ତଦନ୍ତ କରି କିମ୍ବା ବିନା ତଦନ୍ତରେ ସେପରି ସଇରାତକୁ ଲୋପ କରିବା ପାଇଁ ଆଦେଶ ଦେଇ ପାରନ୍ତି  ।  ଯେଉଁ କ୍ଷେତ୍ରରେ ହାରାହାରି ଆୟ ଦୁଇ ହଜାର ଟଙ୍କାରୁ ଅଧିକ ହେଉଥିବ, ସେ କ୍ଷେତ୍ରରେ କଲେକ୍ଟର ରାଜସ୍ୱ କମିଶନଙ୍କ ଆଦେଶ ପାଇଁ ସୁପାରିସ କରିବେ   ।  ରାଜସ୍ୱ କମିଶନର କଲେକ୍ଟରଙ୍କ ଠାରୁ ରିପୋର୍ଟ ପାଇବାର ତିନିମାସ ମଧ୍ୟରେ ଅର୍ଡର ପାଶ କରିବେ   ।
  4. ରେଭିନ୍ୟୁ ଇନିସପେକ୍ଟରଙ୍କ ପ୍ରାଥମିକ କର୍ତ୍ତବ୍ୟ ହେଉଛି ବର୍ତ୍ତମାନ ଥିବା ଅକୌଣସି ସଇରାତର ଆସ୍ତିତ୍ଵ ଲୋପପାଇଛି କିମ୍ବା ଅନୁତନ ସଇରାତ ଅଛି ଗସ୍ତ ସମୟରେ ସେ ତଦନ୍ତ କରି ଜାଣିବେ ଓ ତହସିଲଦାରଙ୍କୁ ତତକ୍ଷଣାତ ରିପୋର୍ଟ କରିବେ   । ସଇରାତର ରେଜିଷ୍ଟରଟି ଯଥାର୍ଥ ଭାବେ ପୂରଣ କରାଯାଇଛି ଓ ସେଥିରେ ଦର୍ଶାଯିବା ଲେଖା ଠିକ ଅଛି କି ନାହିଁ ରେଭିନ୍ୟୁ ସୁପରଭାଇଜର ଓ ତହସିଲଦାର ଗସ୍ତ ସମୟ ଏ ତଦନ୍ତ କରି ଦେଖିବେ   । ସେତେବେଳେ ପରିଦର୍ଶନକାରୀ ଅଫିସର ରେଜିଷ୍ଟରର ଯୁକ୍ତିଯୁକ୍ତ ପୃଷ୍ଠାରେ ସେ ସମ୍ବନ୍ଧେ ଗୋଟିଏ ଟିପ୍ପଣୀ ଦେବେ   ।

ଜମା ଅସୁଲ ବକେୟା ସଇରାତ ରେଜିଷ୍ଟର

ରେଜିଷ୍ଟର ନମ୍ବର -୮

  1. ଏହି ସଇରାତ ବାବଦ ଜମା ଅସୁଲ ବକେୟା ଦେଖାଇବା ଗୋଟିଏ ବାର୍ଷିକ ରେଜିଷ୍ଟର   । ପୂର୍ବ ବର୍ଷରେ ରାଜିଷ୍ଟର ଉପରେ ଭିତ୍ତିକାରୀ ଏହା ଲେଖାଯାଏ   ।  ସୁତରାଂ ସମସ୍ତ ବକେୟା ରହି ଯାଇଥିବା ସଇରାତ ଟଙ୍କା ନୂତନ ରେଜିଷ୍ଟରକୁ ନାଲି କାଳିରେ ଉଠାଯିବ ଏହି ସମସ୍ତ ବକେୟା ସଇରାତ ଟଙ୍କା ନିର୍ଭୁଲ ଓ ବିଶେଷଭାବେ ଏହି ରେଜିଷ୍ଟର ଉଠାଯାଇଛି ବୋଲି ରେଭିନ୍ୟୁ ଇନିସପେକ୍ଟର ଗୋଟିଏ ସାର୍ଟିଫିକେଟ ଦେବେ   ।  ଏହା ପରେ ଚଳିତ ବର୍ଷର ସଇରାତ ଗୁଡିକ ଲେଖାଯିବ  । ସେହି ସମୟକୁ ତହସିଲଦାରଙ୍କ ଦ୍ଵାରା ନିୟନ୍ତ୍ରିତ ହୋଇଥିବା ସମସ୍ତ ସଇରାତ କ୍ରମାନ୍ଵୟରେ ରେଜିଷ୍ଟରରେ ଉଲ୍ଲେଖ କରାଯିବ ଏବଂ ପୂର୍ବ ତିନିବର୍ଷର ଆୟ ଯୁକ୍ତିଯୁକ୍ତ ସ୍ତମ୍ଭରେ ଦର୍ଶାଯିବ   ।  ସର୍ବନିମ୍ନ ହାର ଦର୍ଶାଯିବ   । ସ୍ତମ୍ଭରେ କ୍ଷମତାପ୍ରାପ୍ତ କର୍ମଚାରୀଙ୍କ ଦ୍ଵାରା ନିଧାର୍ଯ୍ୟ ହେବା ଟଙ୍କା ଉଲ୍ଲେଖ କରାଯିବ   ।  ସଇରାତ ନିଲାମ କାର୍ଯ୍ୟକାରୀ କରିବା କର୍ମଚାରୀଙ୍କ ଠିକ ଉପରିସ୍ଥ କର୍ମଚାରୀଙ୍କ ଦ୍ଵାରା ସଇରାତର ସର୍ବନିମ୍ନ ହାର ଅଗ୍ରୀମ ନିଧାର୍ଯ୍ୟ କରାଯାଏ   । ଯେତେବେଳେ ପୂର୍ବ ତିନିବର୍ଷର ଆୟ ଜଣା ଯାଇନାହିଁ କିମ୍ବା ନ ଥାଏ ତହସିଲଦାର ସ୍ଥାନୀୟ ପରିସ୍ଥିତିକୁ ବିଚାର କାରୀ ଯୁକ୍ତି ସଙ୍ଗତ ଟଙ୍କାରେ ପ୍ରସ୍ତାବ ଦେବେ   ।
  2. ଯେଉଁଠାରେ ନିଲାମ ଡାକ ସର୍ବନିମ୍ନ ହାରଠାରୁ କମ ହୁଏ , ନିଲାମ ପରିଚାଳନା କର୍ମଚାରୀ ନିଲାମ ଗ୍ରହଣ କରିବା ପୂର୍ବରୁ ଉକ୍ତ ବିଷୟ ଉପରିସ୍ଥ କର୍ମଚାରୀଙ୍କ ପାଖକୁ ମଞ୍ଜୁର ସକାଶେ ଲେଖିବେ  । ଏପରି ସ୍ଥଳେ ଯେଉଁଠି ପ୍ରଚଳିତ ସ୍ଥାନୀୟ ପରିସ୍ଥିତି ଅନୁଯାୟୀ ନିଲାମ ଡାକ ଟଙ୍କାର ଉପରିସ୍ଥ କର୍ମଚାରୀ ସନ୍ତୋଷ ହୁଅନ୍ତି ସେ ତାର କାରଣ ସ୍ଵ-ହସ୍ତରେ ଦର୍ଶାଇ ଆଦେଶପତ୍ର ରେ ମଞ୍ଜୁର କରିବେ ନତୁବା ପୁନଃ ବିକ୍ରି ସକାଶେ ଆଦେଶ ଦେବେ   ।  ନିଲାମ ମଞ୍ଜୁର ନ ହୋଇ ଥିବା ଘଟଣାରେ ନିଲାମ ସଂକ୍ରାନ୍ତ କାଗଜପତ୍ର ସାଧାରଣ ବିକ୍ରୟ ନିୟମାନୁଯାୟୀ ଉପରିସ୍ଥ କର୍ମଚାରୀଙ୍କ ମଞ୍ଜୁର ସକାଶେ ପଠାଯିବ  ।
  3. ସାଧାରଣତଃ ସଇରାତ ବିକ୍ରି ସ୍ଥାନୀୟ ଅଞ୍ଚଳରେ ପ୍ରକାଶ୍ୟ ନିଲାମ ଦ୍ଵାରା କରାଯିବ   ।  ଏବଂ ଉକ୍ତ ବିଷୟ ସମ୍ପୃକ୍ତ କେଶ ରେକର୍ଡରେ ଉଲ୍ଲେଖ କରାହେବ   ।  ପ୍ରକାଶ୍ୟ ନିଲାମ ବ୍ୟତୀତ ଅନ୍ୟ ପ୍ରକାର ବିକ୍ରି ବା ସ୍ଥାନୀୟ ଅଞ୍ଚଳ ବାହାରେ ବିକ୍ରି ସକାଶେ ଉପରିସ୍ଥ କର୍ମଚାରୀଙ୍କ କୌଣସି ନିର୍ଦ୍ଦେଶ ଥିଲେ  , ଆଦେଶନାମାର ନମ୍ବର ଓ ତାରିଖ ସହ ଉକ୍ତ ବିଷୟ ରେକର୍ଡରେ ଉଲ୍ଲେଖ କରିବେ   ।  କ୍ଷମତାପନ୍ନ କର୍ମଚାରୀଙ୍କ ମଞ୍ଜୁରପ୍ରାପ୍ତ ସଇରାତ ବିକ୍ରି ଟଙ୍କା ଏଇ ରେଜିଷ୍ଟରରେ ଦଶମ ସ୍ତମ୍ଭରେ ଉଲ୍ଲେଖ କରାଯିବା ଅସୁଲ ଟଙ୍କା ସଦର ସିହା କୁ ଦେଖି ପୂରଣ କରାଯିବ   ।

  4. ଯେଉଁଠି ସଇରାତ ଠିକା ଟଙ୍କା ୧୦୦ (ଶହେ ଟଙ୍କା) ରୁ ଅଧିକ ହେବ ନାହିଁ   । ଠିକାଦାର ସଇରାତଟିକୁ କୌଣସି ଲାଭ ନ ପାଇବା ପୂର୍ବରୁ ଉକ୍ତ ଟଙ୍କା ଆଦାୟ କରାଯିବ   ।  ଅନ୍ୟ ସମସ୍ତ ଘଟଣାରେ  ଆଗ୍ରିମ ଆଦାୟ ପାଇଁ ଉପଯୁକ୍ତ କିସ୍ତି ନିଧାର୍ଯ୍ୟ କରାଯିବ   । ଯେଉଁଠି କୌଣସି ସଇରାତ ଏକ ବର୍ଷରୁ କମ ପାଇଁ ଠିକା ପାଇଥାଏ  । ଠିକା ସମୟ ପୁରିବାର ଯଥେଷ୍ଟ ପୂର୍ବରୁ ଯେପରି ସମସ୍ତ ଟଙ୍କା ଆଦାଯ କରାଯିବ   । ସେଥିପ୍ରତି ସତର୍କଭାବେ ଦୃଷ୍ଟି ଦେବାକୁ ହେବ   ।  କିସ୍ତି ଟଙ୍କା ଦାଖଲ କରିବାରେ ଠିକାଦାର କୌଣସି ତ୍ରୁଟି କାଲେ ଠିକା ଅଞ୍ଚଳରୁ ବହିଷ୍କୃତ ହେବାକୁ ବାଧ୍ୟ ହେବେ   । ସଇରାତଗୁଡିକ ଠିକା ଦେବା ସମ୍ବନ୍ଧେ ରେଭିନ୍ୟୁ ଇନିସପେକ୍ଟରଙ୍କ ଦାୟିତ୍ଵ ଅଛି , ଏବଂ କିସ୍ତ ଦେୟ ଦିନ କିମ୍ବା ପୂର୍ବରୁ ଯେପରି କିସ୍ତି ଟଙ୍କା ଅସୁଲ ହେବ ସେଥିପ୍ରତି ଯେ ଲକ୍ଷ ରଖିବେ   । ଯେଉଁଠି କିସ୍ତି ଟଙ୍କା ନିର୍ଦ୍ଧିଷ୍ଟ ଦିନର ଶେଷ ସୁଧା ଡିଆଁଯାଏ ତହସିଲଦରଙ୍କୁ ଉକ୍ତ ବିଷୟରେ ରିପୋର୍ଟ କରାଯିବ ଏବଂ ରେଭିନ୍ୟୁ ଇନିସପେକ୍ଟରଙ୍କୁ ଠିକାଦାରଙ୍କ ଠିକାଦାର ମଧ୍ୟ ଲିଖିତ ଆକାରରେ ଜଣାଇ ଦିଆଯିବ ଯେ    । ଯେହେତୁ ସେ ନିର୍ଦ୍ଧିଷ୍ଟ ସମୟରେ କିସ୍ତି ଦେୟଟଙ୍କା ଦେବାରେ ଅବହେଳା କରିଛନ୍ତି ତହସିଲଦାରଙ୍କ ଠାରୁ ଆଦେଶ ନ ଆଣିଲେ ସଇରାତରେ ଆଉ କାର୍ଯ୍ୟ କରିପାରିବେ ନାହିଁ  ।  ଏହି ନୋଟିସ ସତ୍ତ୍ୱେ ସଇରାତରେ ଠିକାଦାର କାର୍ଯ୍ୟ କାଲେ ତହସିଲଦାରଙ୍କୁ ଉକ୍ତ ବିଷୟ ରିପୋର୍ଟ କରିବେ ଏକ ତହସିଲଦାରଙ୍କ ଆଦେଶ ପାଇବା ପର୍ଯ୍ୟନ୍ତ ସାପ୍ତାହିକ ସ୍ମାରକପତ୍ର ପଠାଉଥିବେ ଯଦିଚ ଅନାଦେୟ କିସ୍ତି ଟଙ୍କା  ୫୦୦,୦୦ ରୁ ଅଧିକ ହୁଏ ,ରେଭିନ୍ୟୁ ଇନିସପେକ୍ଟର ନିଜେ ତହସିଲଦରଙ୍କୁ ସାକ୍ଷାତ କରିବେ ଓ ତାହାର ରିପୋର୍ଟ ଦାଖଲ କରିବେ ଓ ଯଥାଶୀଘ୍ର ଆଦେଶ ସକାଶେ ଅନୁରୋଧ କରିବେ   ।  ରେଭିନ୍ୟୁ ଇନିସପେକ୍ଟରଙ୍କ ରିପୋର୍ଟଗୁଡିକ ଯେପରି ଶୀଘ୍ର ନଜରକୁ ଦିଆଯାଏ ଓ ଶୀଘ୍ର ଆଦେଶ ଜାରି କରାଯାଏ  ତହସିଲଦର ସେଥିପ୍ରତି ଦୃଷ୍ଟି ଦେବେ   ।
  5. ନିମ୍ନଲିଖିତ ପ୍ରାଧିକାରୀମାନେ ପ୍ରତ୍ୟେକଙ୍କ ବିଷୟରେ ଦର୍ଶାଯିବା ଟଙ୍କା ପର୍ଯ୍ୟନ୍ତ ନିଲାମ ପରିଚାଳନା ଓ ମଞ୍ଜୁର କରିପାରିବେ   ।
  6. ସର୍ବନିମ୍ନ ହାର

    ନିଲାମ ପରିଚାଳନା କରିବା ପ୍ରାଧିକାରୀ

    ନିଲାମ ମଞ୍ଜୁର କରିବା ପ୍ରାଧିକାରୀ

    ମନ୍ତବ୍ୟ

    ଟ ୧୦-୦୦ (ଦଶ ଟଙ୍କା)

    ରେଭିନ୍ୟୁ ଇନିସପେକ୍ଟର

    ରେଭିନ୍ୟୁ ସୁପରଭାଇଜର

    ବିକ୍ରିଧନ ସର୍ବନିମ୍ନ ହାର ଠାରୁ ଯେପରି କମ ନ ହୁଏ  ।

    ଟ ୧୦୦-୦୦

    ରେଭିନ୍ୟୁ ସୁପରଭାଇଜର

    ତହସିଲଦର

    ---------

    ଟ ୧୦୦୦-୦୦

    ଟ ୨୦୦୦ -୦୦

    ତହସିଲଦାର

    ତହସିଲଦାର

    ସବଡିଭିଜନାଲ ଅଫିସର କଲେକ୍ଟର କିମ୍ବା ତାହାଙ୍କ ଦ୍ଵାରା କ୍ଷମତା ପ୍ରାପ୍ତ ADM

    ----------

    ଟ ୨୦୦୦ -୦୦

    କଲେକ୍ଟର କିମ୍ବା ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଅନ୍ୟ କୌଣସି କର୍ମଚାରୀ ଯେ କି ସବଡିଭିନାଲ ଅଫିସରଙ୍କ ଠାରୁ ନିମ୍ନ ହୋଇନଥିବେ

    ରେଭିନ୍ୟୁ ଡିଭିଜନାଲ କମିଶନର

    ---------

  7. ବର୍ଷ ଆରମ୍ଭର ତିନିମାସ ପୂର୍ବରୁ ସର୍ବନିମ୍ନ ହାର ୧୦ ଟଙ୍କାରୁ ଊର୍ଦ୍ଧ୍ଵଥିବ ସଇରାତଗୁଡିକର ଗୋଟିଏ ତାଲିକା ରେଭିନ୍ୟୁ ଇନିସପେକ୍ଟର ତହସିଲଦାରଙ୍କ ନିକଟକୁ ପଠାଇବେ  । ସୁତରାଂ ତହସିଲଦାର ଯଥା ସମୟରେ ଠିକା ଦେବା ପାଇଁ ବ୍ୟବସ୍ଥା କରିବେ   ।  ଏହାର ଅର୍ଥ ନୁହେଁ ଯେ ରେଭିନ୍ୟୁ ଇନିସପେକ୍ଟର ରିପୋର୍ଟ ପଠାଇଦେବା ପରେ ସେ ଦାୟିତ୍ଵରୁ ମୁକ୍ତି ପାଇଲେ   ।  ତାହାଙ୍କ କର୍ତ୍ତବ୍ୟ ହେଉଛି ଉପଯୁକ୍ତ ଋତୁର ଯଥେଷ୍ଟ ପୂର୍ବରୁ ନିର୍ଦ୍ଧିଷ୍ଟ ଶ୍ରେଣୀର ସଇରାତଗୁଡିକ ଠିକା ଦେବାକୁ ତହସିଲଦାରଙ୍କୁ ସ୍ମରଣ କରାଇବେ ଏବଂ ଦେଖିବେ ତାହାଙ୍କ ଇଲାକାରେ ଥିବା ସମସ୍ତ ସଇରାତ ଯଥା ସମୟରେ ଠିକା ଦିଆଯାଏ   ।
  8. ସେହିପରି ତହସିଲଦାର କଲେକ୍ଟରଙ୍କ ନିକଟକୁ ରିପୋର୍ଟ କରିବେ ଏବଂ ଦେଖିବେ ଯେପରି ବାର୍ଷିକ ଆୟ ଦୁଇ ହଜାର ଟଙ୍କାରୁ ଅଧିକ ସମ୍ଭାବନା ସଇରାତ ଯଥା ସମୟରେ ଠିକା ଦିଆଯାଏ   ।  ରେଭିନ୍ୟୁ ଇନିସପେକ୍ଟର ରିପୋର୍ଟ ପାଇବା ପରେ ସୁନିଶ୍ଚିତ ହେବାକୁ ତହସିଲଦାର ପ୍ରତ୍ୟେକ ସଇରାତ ନିଲାମ ସକାଶେ ରେଭିନ୍ୟୁ ମିସିଲେସନ କେଶ ଆରମ୍ଭ କରିବେ   । ଯେବେ ବିକ୍ରି ପଦାର୍ଥ ପଚିସଢି ଯିବାର ସମ୍ଭାବନା ଥିବ ଉପରୋକ୍ତ ୫୫ କଲମ ବର୍ଣ୍ଣିତ କ୍ଷମତା ବାହାରେ ହେଲେହେଁ ତହସିଲଦାର ନିଲାମ ପରିଚାଳନା କରିବେ ଏବଂ ବିକ୍ରି ଧାନ ସଂପୂର୍ଣ୍ଣଭାବେ ଅଦାୟ ହେଲା ପରେ କେବଳ ତାହା ବିକ୍ରି କରିବେ ଓ ସେ ସଂକ୍ରାନ୍ତ କଲେକ୍ଟରଙ୍କୁ ଗୋଟିଏ ରିପୋର୍ଟ ପଠାଇଦେବେ   ।

  9. ନିଲାମ ଇସ୍ତାହାର ସ୍ଥାନୀୟ ଅଞ୍ଚଳରେ ବିଜ୍ଞାପନ ଦ୍ଵାରା ପ୍ରକାଶ କରାଯିବ ଏବଂ ଯେତେଦୂର ସମ୍ଭବ ସ୍ଥାନୀୟ ଅଞ୍ଚଳରେ ନିଲାମ ପରିଚାଳନା କରିବାକାଉ ହେବ  ।  ନିଲାମ ଇସ୍ତାହାର ଗ୍ରାମ ପଞ୍ଚାୟତ ଅଫିସ,ପଞ୍ଚାୟତ ସମିତି ଅଫିସ,ଆଇ ଆଇ ଅଫିସ, ତହସିଲ ଅଫିସ ଓ ଏସ ଡି ଓ ଅଫିସ ଓ ପୋଲିସ ଥାନାର ନୋଟିସ ବୋର୍ଡରେ ପ୍ରକାଶ କରିଯିବ  । ବିଜ୍ଞାପନ ବିଭାଗରେ ପ୍ରକାଶ କରାଯିବ କି ନାହିଁ ତାହା ସଇରାତର ମୂଲ୍ୟ ଉପରେ ନିର୍ଭର କରିବ  ।  ବାର୍ଷିକ ୨୦ ହଜାର ଟଙ୍କାରୁ ଅଧିକ ଆୟଥିବା ସଇରାତ ବିକ୍ରି ବନ୍ଦୋବସ୍ତ ଓ ଠିକା ସଇରାତରେ କାର୍ଯ୍ୟ ପରିଚାଳନା ଋତୁ ଓ ନିଲାମ ପରିଚାଳନା ଦିନର ଯଥେଷ୍ଟ ପୂର୍ବରୁ ସ୍ଥାନୀୟ ଓଡିଆ ଦୈନିକ ଖବର କାଗଜରେ ସର୍ବସାଧାରଣଙ୍କ ଗୋଚରାର୍ଥେ ପ୍ରକାଶ କରାଯିବ   । ନିଲାମ ଇସ୍ତାହାର ପ୍ରକାଶବେଳେ ସେଥିରେ ଉଲ୍ଲେଖ ଥିବ ଯେ ପ୍ରାଧିକାରୀମାନେ ସର୍ବୋଚ୍ଚ ଡାକ ଗ୍ରହଣକାରିବାକାଉ ବାଧ୍ୟ ନୁହନ୍ତି ଏବଂ ଯାହାଙ୍କ ଡାକ ନିଲାମ ପରିଚାଳନା କାରୀ କର୍ମଚାରୀଙ୍କ ଦ୍ଵାରା ଅସ୍ଥାୟୀଭାବେ ଗ୍ରହଣ କରାଯାଏ, ମଞ୍ଜୁରୀ କ୍ଷମତାପ୍ରାପ୍ତ କର୍ମଚାରୀଙ୍କ ଦ୍ଵାରା ତାହା ମଞ୍ଜୁର ନ ହେବା ଯାଏ ଏବଂ ମଞ୍ଜୁର କ୍ଷମତାପ୍ରାପ୍ତ କର୍ମଚାରୀଙ୍କ ଦ୍ଵାରା ତାହା ବ୍ୟକ୍ତିଙ୍କ ପାଖକୁ ଲିଖିତ ଆଦେଶ ପଠାଯିବାଯାଏ ନିଲାମ ଡାକ ବ୍ୟକ୍ତିଙ୍କର କୌଣସି ଅଧିକାର ରହିବ ନାହିଁ   ।  ମଞ୍ଜୁରୀ କ୍ଷମତାପ୍ରାପ୍ତ ଅଧିକାରୀ ଯଦି ବିଚାରନ୍ତି ନିଲାମକୁ ନାମଞ୍ଜୁର କାରୀ ପୁନରୁପି ବିକ୍ରି ସକାଶେ ଆଦେଶ ଦେଇପାରିବେ   ।

ଆଧାର – ଦ ଲ ହାଉସ

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate