ପୋଲିସ ମାନୁଆଲର ରୁଲ୍
ପୋଲିସ ମାନୁଆଲର ପଞ୍ଚମ ରୁଲ୍
ସମସ୍ତ କର୍ତ୍ତବ୍ୟ ଏପରି କରାହେବ ଯେପରି ସର୍ବସାଧାରଣଙ୍କଠାରୁ ଶ୍ରଦ୍ଧା ସସମ୍ମାନ ଓ ସାହାଯ୍ୟ ମିଳିପାରିବ । ସମସ୍ତଙ୍କଠାରୁ ଶ୍ରଦ୍ଧା, ସମ୍ମାନ ଓ ସାହାସ ମିଳିପାରିଲେ ପୋଲିସର କର୍ତ୍ତବ୍ୟ ସହଜରେ ସଫଳ ହୁଏ । ଏହା ମନେରଖ ସବୁଶ୍ରେଣୀର ଲୋକମାନଙ୍କ କଥା ସହିନେବା ଉଚିତ୍ । ସବୁ ଶ୍ରେଣୀର ଲୋକମାନଙ୍କ ପ୍ରତି ଭଦ୍ର ବ୍ୟବହାର କରି ଏବଂ କାହାରି କଥାରେ ନ ଭୁଲି ନିଜର କର୍ତ୍ତବ୍ୟ କରିବା ନିତାନ୍ତ ଦରକାର । କାହାରୀକୁ କଡା କଥା କହିବା କିମ୍ବା କାହା – ପ୍ରତି କର୍କଶ ବା ନିଷ୍ଠୁର ବ୍ୟବହାର କରିବା ଉଚିତ୍ ନୁହେଁ । କଲେ ଦଣ୍ଡ ପାଇବ ।
ଟିପ୍ପଣୀ –
- ପ୍ରତ୍ୟକ ପୋଲିସ୍ କ୍ଲାର୍ମଚାରୀ କର୍ତ୍ତବ୍ୟରେ ଦୃଢତା ବ୍ୟବହାରରେ ନମ୍ରତା ପ୍ରକାର କରି ଜନସାଧାରଣଙ୍କ ଶହ ସୁସମ୍ପର୍କ ରଖି କର୍ତ୍ତବ୍ୟ କର୍ତ୍ତବ୍ୟ ସହଜରେ ସଫଳ ହୁଏ ।
- ପୋଲିସ୍ ମାନୁଏଲର ୫ମ ରୁଲରେ ବର୍ଣ୍ଣିତ ଥିବାରୁ ଏହାକୁ ପଞ୍ଚମ ରୁଲ କହନ୍ତି ।
ପୋଲିସ୍ ମାନୁଏଲର ଦଶମ ରୁଲ
- ପୋଲିସ କର୍ମଚାରୀମାନେ ସରକାର, ଦେଶ ଓ ଉପରିସ୍ଥ କର୍ମଚାରୀଙ୍କ ବିଶ୍ୱସ୍ଥ ହେବେ ।
- ପୋଲିସ କର୍ମଚାରୀମାନେ ଆଗ୍ରହ ସହକାରେ ଓ ବିନା ବିଳମ୍ବରେ ଆଜ୍ଞା ପାଳନ କରିବେ ।
- ପୋଲିସ କର୍ମଚାରୀମାନେ ସର୍ବଦା ସ୍ପଷ୍ଟବାଦୀ ଓ ସଚ୍ଚୋଟ ହେବା ଉଚିତ୍ ।
- ପୋଲିସ୍ କର୍ମଚାରୀମାନେ ସଦାବେଳେ ପ୍ରଫୁଲଚିତ୍ତ ଓ ମିତବ୍ୟୟୀ ହେବା ଉଚିତ୍ ।
- ପ୍ରତ୍ୟକ ପୋଲିସ କର୍ମଚାରୀମାନେ ତାଙ୍କର ଚିନ୍ତା, କଥାବାର୍ତ୍ତା ଓ ବ୍ୟବହାରରେ ମାର୍ଜିତ ହେବା ବାଞ୍ଛନୀୟ ଏବଂ କର୍ତ୍ତବ୍ୟ ସମ୍ପାଦନ ନିମିତ୍ତ ତାଙ୍କ ଶରୀରକୁ ଉପଯୋଗ କରି ରଖିବା ଉଚିତ୍ ।
- ପ୍ରତ୍ୟକ ପୋଲିସ କର୍ମଚାରୀ ସମସ୍ତଙ୍କୁ ସୁରକ୍ଷା ଓ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ସ୍ତ୍ରୀ, ଶିଶୁ, ଅକର୍ମଣ୍ୟ ଓ ବୃଦ୍ଧଙ୍କୁ ସୁରକ୍ଷାରେ ସାହାଯ୍ୟ କରିବେ ।
- ପ୍ରତ୍ୟକ ପୋଲିସ କର୍ମଚାରୀ ସାମାଜିକ ଓ ଭଦ୍ର ହେବେ ଏବଂ ଯେ କୌଣସି ଧର୍ମ, ଶ୍ରେଣୀ ଓ ପଦବୀର ଲୋକ ହୋଇଥାଆନ୍ତୁ ନା କାହିଁକି ସେ ପ୍ରତ୍ୟକକଙ୍କୁ ବନ୍ଧୁ ପରି ସାହାଯ୍ୟ କରିବେ ।
- ପୋଲିସ କର୍ମଚାରୀ ଜୀବଜନ୍ତୁଙ୍କ ପ୍ରତି ଦୟାଳୁ ହେବେ ।
- ପୋଲିସ କର୍ମଚାରୀ ତାଙ୍କ କର୍ତ୍ତବ୍ୟ ସମ୍ପାଦନ କଲାବେଳେ ସର୍ବସାଧାରଣ ଯେପରି ତିଳେମାତ୍ର ବିରକ୍ତି ପ୍ରକାଶ ନ କରନ୍ତି ସେଥିପ୍ରତି ଯତ୍ନବାନ ହେବେ ।
- ପୋଲିସ କର୍ମଚାରୀ ସର୍ବସାଧାରଣଙ୍କଠାରୁ ସମ୍ମାନ, ବନ୍ଧୁତ୍ଵ ଓ ସହଯୋଗ ପାଇବା ନିମନ୍ତେ ଯତ୍ନବାନ ହେବେ ।
ଟିପ୍ପଣୀ –
- ପ୍ରତ୍ୟକ ପୋଲିସ କର୍ମଚାରୀଙ୍କର ଆଚରଣ କିପରି ହେବା ଦରକାର ତାହା ଏଥିରେ ବର୍ଣ୍ଣନା ହୋଇଛି ।
- ଏଥିରେ ଦଶଗୋଟି ନିୟମ ବର୍ଣ୍ଣନା କରାଯାଇଥିବାରୁ ଏହାକୁ ଦଶମ ରୁଲ କହନ୍ତି ।
ପୋଲିସ ଆଚରଣ ବିଧି
- ପୋଲିସ ବାହିନୀ ଭାରତର ସମ୍ବିଧାନ ପ୍ରତି ବିଶ୍ୱସ୍ଥ ଓ ଅନୁରକ୍ତ ରହିବେ । ଏଥିରେ ଥିବା ନାଗରିକ ଅଧିକାରଗୁଡିକର ଆଦର ଓ ସୁରକ୍ଷା କରିବେ ।
- ପୋଲିସ ବାହିନୀ ଦେଶର ଆଇନ କାନୁନ୍ ବଳବତ୍ତର କରିବା ନିମନ୍ତେ ଗଠିତ ହୋଇଅଛି । ତେଣୁ ବିଧି ମୁତାବକ ତିଆରି ହୋଇଥିବା କୌଣସି ଆଇନ୍ ର ଭଲ ମନ୍ଦ କିମ୍ବା ଆବଶ୍ୟକତା ସମ୍ବନ୍ଧରେ ପ୍ରଶ୍ନ ନ ଉଠାଇ ଦୃଢଭାବରେ କାହା ପ୍ରତି ପାତରଅନ୍ତର ନକରି, କାହାକୁ ନ ଡରି କିମ୍ବା କାହାକୁ ଅନୁଗ୍ରହ ନ ଦେଖାଇ, କାହାପ୍ରତି ହିଂସା କିମ୍ବା ପ୍ରତିଶୋଧ ମନୋଭାବ ନ ରଖି ଆଇନ୍ କୁ ଜାରି କରିବା ସେମାନଙ୍କର କର୍ତ୍ତବ୍ୟ ।
- ପୋଲିସ ବାହିନୀ ନିଜର କ୍ଷମତା ଓ କାର୍ଯ୍ୟର ସୀମା କେତେ ଦୂର, ତାହା ସର୍ବଦା ଜାଣିରଖିବା ଉଚିତ୍ । ବିଚାରବିଭାଗୀୟ କାର୍ଯ୍ୟରେ ସେମାନେ ଅନଧିକାର ପ୍ରବେଶ କରିବେ ନାହିଁ କିମ୍ବା କରୁଛନ୍ତି ବୋଲି ଯେପରି ଅନ୍ୟମାନଙ୍କ ମନରେ ସେ ଧାରଣା ନ ଜନ୍ମେ ସେଥି ପ୍ରତି ଦୃଷ୍ଟିଦେବେ । କୌଣସି ମୋକଦ୍ଦମାର ଭଲମନ୍ଦ ବିଚାର କରିବା ସେମାନଙ୍କର କାର୍ଯ୍ୟ ନୁହେଁ ଆହୁରି ମଧ୍ୟ କୌଣସି ନିର୍ଦ୍ଧିଷ୍ଟ ଲୋକ ଉପରେ ଆକ୍ରୋଶ ମନୋଭାବ ରଖିବା କିମ୍ବା ଦୋଷୀକୁ ଦଣ୍ଡଦେବା ସେମାନଙ୍କ ପକ୍ଷରେ ଅନୁଚିତ ।
- ଆଇନ କାନୁନ ଜାରି କରିବା ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସମୟରେ ଲୋକମାନଙ୍କୁ ପ୍ରଥମରେ ବୁଝାଇବା, ପରାମର୍ଶ ଦେବା ଓ ଶେଷରେ ଫଳାଫଳ ପ୍ରତି ସାବଧାନ କରାଇଦେବା ପ୍ରଭୃତି ଉପାୟମାନଙ୍କର ସାହାଯ୍ୟ ନେବାକୁ ପଡିବ । ଏହାଦ୍ଵାରା କାର୍ଯ୍ୟ ସାଧିତ ହୋଇ ନପାରିଲେ ଏବଂ ବଳ ପ୍ରୟୋଗ ନ କଲେ ନ ଚଳେ ବୋଲି ଜଣାପଡିଲେ ପରିସ୍ଥିତିକୁ ଚାହିଁ ସବୁଠାରୁ କମ୍ ବଳ ପ୍ରୟୋଗ କରିବା ଉଚିତ୍ ।
- ଅପରାଧ ଓ ବିଶୃଙ୍ଖଳା ନିରୋଧ ପୋଲିସବାହିନୀର ମୁଖ୍ୟ କର୍ତ୍ତବ୍ୟ ଅପରାଧ ଓ ବିଶୃଙ୍ଖଳା ନ ଘଟିଲେ ହିଁ ପୋଲିସର ଦକ୍ଷତା ପ୍ରମାଣିତ ହୁଏ । ଅପରାଧ ଓ ବିଶୃଙ୍ଖଳା ଘଟି ସାରିବା ପରେ ତାହାର ଦମନ ନିମନ୍ତେ ଲାଗିପଡିବା କ୍ଷମତାର ପରିଚୟ ଦିଏ ନାହିଁ ।
- ପୋଲିସ୍ କର୍ମଚାରୀ ନିଜକୁ ଜନସାଧାରଣଙ୍କ ମଧ୍ୟରୁ ଜେନ ବୋଲି ଭାବିବା ଉଚିତ୍ । କେବଳ ଏତିକି ତଫାତ୍ ଯେ ସାଧାରଣ ନାଗରିକ ଯେଉଁ ସବୁ କର୍ତ୍ତବ୍ୟ ନିଜେ ପାଳନ କରିବା କଥା, ସ୍ମାଗର ସମାଜର ହିତଦୃଷ୍ଟିରୁ ପୋଲିସ ବହିନ ପୁରା ସମୟ ଦେଇ ସେହି କର୍ତ୍ତବ୍ୟଗୁଡିକର ଯଥାଯଥ ପାଳନ ନିମନ୍ତେ ପଦକ୍ଷେପ ନେବା ଉଚିତ୍।
- ପୋଲିସବାହିନୀ ଜାଣିରଖିବା ଉଚିତ୍ ଯେ, ସେମାନେ ସେମାନେ ଜନସାଧାରଣଙ୍କଠାରୁ ଯେଉଁ ପରିମାଣରେ ସହଯୋଗ ପାଇପାରିବେ, ତାହା ଉପରେ ସେମାନଙ୍କର କାର୍ଯ୍ୟଦକ୍ଷତା ନିର୍ଭର କରିବ । ଏହି ସହଯୋଗ ପାଇବାକୁ ହେଲେ, ସେମାନଙ୍କର ନିଜର କାର୍ଯ୍ୟକଳାପ, ଚାଲିଚଳନ ଏପରି ହେବା ଦରକାର ତାହା ଜନସାଧାରଣ ପସନ୍ଦ କରିବେ ଓ ସେମାନଙ୍କ ମନରେ ପୋଲିସ ପ୍ରତି ସମ୍ମାନ ଓ ବିଶ୍ଵାସ ଜାତ ହେବ । ଯେଉଁ ପରିମାଣରେ ପୋଲିସ ବାହିନୀ ଜନସାଧାରଣଙ୍କ ଶ୍ରଦ୍ଧା ଓ ସହଯୋଗ ହାସଲ କରିପାରିବେ, ସେହି ଅନୁପାତରେ ସେମାନଙ୍କର ନିଜ କର୍ତ୍ତବ୍ୟ ସମ୍ପାଦନାରେ ପ୍ରୟୋଗର ଆବହଶ୍ୟକତା କମିଯିବ ।
- ସମସ୍ତଙ୍କ ପ୍ରତି ପୋଲିସ୍ ସହାନୁଭୁତି ଓ ବିବେଚନା ଦେଖାଇବା ଉଚିତ୍ । ସମସ୍ତଙ୍କର ହିତ ପ୍ରତି ସର୍ବଦା ମନଯୋଗ ଦେଖାଇବା ପୋଲିସର କରତବ୍ୟ । କୌଣସି ଲୋକର ଧନ ସମ୍ପଦ କିମ୍ବା ସାମାଜିକ ଖ୍ୟାତିପ୍ରତି ଦୃଷ୍ଟି ନଦେଇ ପ୍ରତ୍ୟକ ଲୋକ ପ୍ରତି ବ୍ୟବହାର କରିବା ଓ ପ୍ରତ୍ୟକଙ୍କୁ ସମାନ ପ୍ରକାର ବନ୍ଧୁତା, ସାହାଯ୍ୟ ଓ ସହଯୋଗ ଦେଖାଇବାପୋଲିସର କର୍ତ୍ତବ୍ୟ ।
- ନିଜର ସ୍ଵାର୍ଥକୁ ପଛରେ ପକାଇ କର୍ତ୍ତବ୍ୟ କରିବା ଓ ବିପଦ ତଥା ଉତ୍ତେଜନା ମଧ୍ୟ ଦେଇ ଗତି କରୁଥିବାବେଳେ ଧୀରସ୍ଥିର ଓ ପ୍ରଫୁଲ୍ଲ ରହିବା, ଦରକାର ପଡିଲେ ଅନ୍ୟର ଜୀବନ ରକ୍ଷା ନିମନ୍ତେ ନିଜର ଜୀବନ ବଳିଦେବା ପୋଲିସର ମୁଖ୍ୟ କର୍ତ୍ତବ୍ୟ ହେବା ଉଚିତ୍ ।
- ପୋଲିସ କର୍ମଚାରୀମାନେ ସର୍ବଦା ବିନୟୀ ଓ ଶିଷ୍ଟାଚାରୀ ହେବା ଉଚିତ୍ । ସେମାନଙ୍କ ପ୍ରତି ସମସ୍ତଙ୍କର ଆସ୍ଥା ରହିବା ଉଚିତ୍ । ସେମାନେ ଅନାଶକ୍ତଭାବରେ କାର୍ଯ୍ୟ କରିବା ଦରକାର । ସେମାନଙ୍କ ନିଜର ଆତ୍ମାସମ୍ମାନ ଓ ସାହାସ ରହିବା ଦରକାର । ଲୋକମାନଙ୍କର ସେମାନଙ୍କ ପ୍ରତି ବିଶ୍ଵାସ ଉପୁଜିବା ଆବଶ୍ୟକ ।
- ଅତି ଉଚ୍ଚ ସାଧୁତାହିଁ ପୋଲିସ ବାହିନୀର ସମ୍ମାନର ମୂଳଦୁଆ । ଏହାକୁ ମନେରଖି ପୋଲିସ କର୍ମଚାରୀମାନେ ନିଜର ବ୍ୟକ୍ତିଗତ ଜୀବନ ସମ୍ପୂର୍ଣ୍ଣ ନିର୍ମଳ ରଖିବା ଉଚିତ୍ । ଜୀବନର ପ୍ରତ୍ୟକ କ୍ଷେତ୍ର ଓ ପରିସ୍ଥିତିରେ ଉଭୟ ସରକାରୀ କାର୍ଯ୍ୟ କରୁଥିବା ବେଳେ ଅଥବା ନିଜର ପରିବାର ତଥା ସମାଜ ମଧ୍ୟରେ ଚଳପ୍ରଚଳ ହେଉଥିବା ବେଳେ ସର୍ବଦା ନିଜକୁ ସଂଜତ ଓ ସତ୍ୟବାଦୀ ରଖିବା ସେମାନଙ୍କର ପରମ କର୍ତ୍ତବ୍ୟ, ତାହାହେଲେ ଯାଇ ସର୍ବସାଧାରଣ ସେମାନଙ୍କୁ ଆଦର୍ଶ ରୂପେ ସମ୍ମାନ ହେବ ।
- ପୋଲିସ କର୍ମଚାରୀମାନେ ଜାଣିରଖିବା ଉଚିତ୍ ଯେ ସେମାନେ ଉଚ୍ଚକୋଟୀର ଶୃଙ୍ଖଳା ରକ୍ଷା କରିପାରିଲେ, ଉପରିସ୍ଥ କର୍ମଚାରୀମାନଙ୍କର ଆଦେଶ ବିନା ଦ୍ଵିଧାରେ ପାଳନ କଲେ, ନିଜର ଚାକିରୀ ଓ ସମଗ୍ର ପୋଲିସ ବାହିନୀ ପ୍ରତି ଅନୁଗତ ରହିଲେ ଓ ନିଜକୁ ତାଲିମ ଦେଇ ଯେ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିପାରିଲେ ଶାସନ ତଥା ଦେଶ ପ୍ରତି ସେମାନଙ୍କର ଉପଯୋଗିତା ବୃଦ୍ଧି ପାଇବ ।
ଜଣେ ପୋଲିସ କର୍ମଚାରୀ ତାଙ୍କର କର୍ମମୟ ଜୀବନକୁ କିପରି ସୂଚାରୁ ରୂପେ ପରିଚାଳନା କରିବେ ସେହି ଉପଦେଶମାନ ଏଥିରେ ବର୍ଣ୍ଣିତ ଅଛି ।
ପୋଲିସର ଜନତା ପ୍ରତି ବ୍ୟବହାର
ପୋଲିସର ଜନସାଧାରଣାଙ୍କ ପ୍ରତି ବ୍ୟବହାର ଉତ୍ତମ ହେବା ଦରକାର ।
ଭାବର ପ୍ରକାଶ ପାଇଁ ବ୍ୟାକରଣର ଯେପରି ଆବଶ୍ୟକ, ମସ୍ତିଷ୍କ ସହ ବିବେକର ଯେପରି ସମ୍ପର୍କ, ସମାଜର ସୁରକ୍ଷା ପାଇଁ ପୋଲିସ ସେପରି ଅପରିହାର୍ଯ୍ୟ । ପୋଲିସ ବାହିନୀ ଶାସନ କଳର ମୁଖ୍ୟ ଅଙ୍ଗ । ଶାସନ କଳର ସୁପରିଚାଳନା ପାଇଁ ବିଭିନ୍ନ ବିଭାଗମାନ ସୃଷ୍ଟି ହୋଇଥିଲେ ମଧ୍ୟ କେବଳ ପୋଲିସ ବିଭାଗ ହିଁ ଆବାଳ ବୃଦ୍ଧ ବନିତା ଧନୀ-ଦରିଦ୍ର, ଅଶିକ୍ଷିତ ଓ ଉଚ୍ଚଶିକ୍ଷିତ ଇତ୍ୟାଦି ପ୍ରତ୍ୟକ ପ୍ରକାର ଜନତାଙ୍କର ସମ୍ପର୍କରେ ଆସିଥାଏ । ପୋଲିସ ସମାଜର ରକ୍ଷକ ଓ ଆଇନ କାନୁନର ପ୍ରତୀକ ରୂପେ ସମାଜରେ ସ୍ଥାନ ଲାଭ କୃ ଆସିଅଛି । ସୁସଂଗଠିତ ପୋଲିସ ବାହିନୀ ସମାଜ ପ୍ରତି କର୍ତ୍ତବ୍ୟ ତିନି ପ୍ରକାରର । ଯଥା – (କ) ଧନଜୀବନର ସୁରକ୍ଷା, (ଖ) ସମାଜର ସଂହତି ଏବଂ ଶୃଙ୍ଖଳାରକ୍ଷା ଓ (ଗ) ସାମାଜିକ ବିକାଶରେ ସାହାଯ୍ୟ । ପୋଲିସ ଉପରେ ନ୍ୟସ୍ତଥିବା ଏହି ଗୁରୁଦାୟିତ୍ଵ ତୁଲାଇବାରେ ଜନସାଧାରଣଙ୍କର ସାହାଯ୍ୟ ଓ ସହାନୁଭୁତି ଅପରିହାର୍ଯ୍ୟ ।
ବ୍ରିଟିଶ ସରକାରଙ୍କୁ ନିରଙ୍କୁଶଭାବେ ଶାସନ ଚଳାଇବାରେ ସାହାଯ୍ୟ କରିବା ତତ୍କାଳୀନ ପୋଲିସ ବାହିନୀର ଆଭିମୁଖ୍ୟ ଥିଲା । ମାତ୍ର ସ୍ଵାଧୀନତା ପରଠାରୁ ତାର ଅବସାନ ଘଟିଛି । ଦେଶରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ହୋଇଅଛି । ଏହି ଶାସନରେ ଜନସାଧାରଣ ହିଁ ସର୍ବଶକ୍ତିମାନ । ଦେଶବାସୀଙ୍କର ନାଗରିକ ଅଧିକାର ଅଧିକାର ବଜାୟ ରଖିବାର ଦାୟିତ୍ଵ ମୁଖ୍ୟତଃ ପୋଲିସ ବାହିନୀର । ଜଣେ ପୋଲିସ କର୍ମଚାରୀ ଯଦି ଜଣେ ଉତ୍ତମ ନାଗରିକ ହୋଇ ନପାରିବ ତେବେ ସେ କଦାପି ଉତ୍ତମ ପୋଲିସ ହୋଇପାରିବ ନାହିଁ ।
ଏହା ଜାଣି ସୁଦ୍ଧା ପୋଲିସ ଓ ଜନତା ମଧ୍ୟରେ ସମ୍ପର୍କରେ ଉନ୍ନତି ହେଉନାହିଁ କରଣା ପୋଲିସ କର୍ତ୍ତବ୍ୟ ସମ୍ପାଦନରେ କେତେଗୁଡିଏ ଆମାର୍ଜ୍ଜନୀୟ ତ୍ରୁଟି ରହିଯାଉଛି । ଯେଉଁ କାରଣରୁ ପୋଲିସ ଜନପ୍ରିୟତା ହରାଉଛି, ସେଗୁଡିକ ହେଲା –
- ବୈଷୟିକ କାର୍ଯ୍ୟରେ ଅପାରଗତା – ଦିନକୁ ଦିନ ପୋଲିସର କାର୍ଯ୍ୟ ଦକ୍ଷତା କମିଯାଇଥିବାର ଲକ୍ଷ୍ୟ କରାଯାଉଛି । ଶାନ୍ତିଶୃଙ୍ଖଳା ରକ୍ଷା, ଅପରାଧ ନିରାକରଣ ଓ ଆଇନକାନୁନ ବଳବତ୍ତର କରିବା କାର୍ଯ୍ୟରେ ପୋଲିସ ଆଶାନୁରୂପ ପଦକ୍ଷେପ ନେଉ ନାହାନ୍ତି । ଥାନାର ଅପରାଧଜନିତ କାଗଜପତ୍ର ବିଧିବଦ୍ଧଭାବରେ ରକ୍ଷଣାବେକ୍ଷଣ କରୁନାହାନ୍ତି । ଘଟନା ସ୍ଥଳରେ ବିଳମ୍ବରେ ପହଞ୍ଚିବା, ବିଳମ୍ବରେ ଘର ଖାନତଲାସ କରିବା, ସମସ୍ତ ଖବର ବିବରଣୀ ବହିରେ ଉଲ୍ଲେଖ ନ କରିବା ଓ ବୈଜ୍ଞାନିକ ପ୍ରଣାଳୀରେ ତଦନ୍ତ ନକରିବା ଇତ୍ୟାଦି ତ୍ରୁଟିଯୋଗୁ ଅପରାଧୀ ଛାଡ ପାଉଛନ୍ତି । ଫଳରେ ସମାଜରେ ଅପରାଧୀ ଓ ଅପରାଧ ସଂଖ୍ୟା । ବଢିବାରେ ଲାଗିଛି ଓ ପୋଲିସ ଜନସାଧାରଙ୍କର ଆସ୍ଥା ହରାଉଛି । ଲୋକମାନେ ବିପଦରେ ପଡି ମଧ୍ୟ ଥାନାକୁ ଯିବାକୁ ପଛାଉଛନ୍ତି ।
- ଭଦ୍ରତା ଓ ସହୃଦୟତାର ଅଭାବ – ଆଇନଗତ କିମ୍ବା ଆଇନ ବହିର୍ଭୂତ ବିଭିନ୍ନ ପ୍ରକାର ଦୁଃଖର ନିରାକରଣ ପାଇଁ ଅଭିଯୋଗକାରୀ ପୋଲିସ ପାଖକୁ ଢାଇ ଆସିଥାଏ । ଅଭିଯୋଗକାରୀକୁ ସବୁକଥା ଭଲଭାବରେ ବୁଝାଇ ପୋଲିସ ଯେତିକି କମ ଆଇନାନୁଯାୟୀ କରିବା କଥା ତାହା କରି ପାରନ୍ତେ । ମାତ୍ରା ତା ପରିବର୍ତ୍ତେ ଉତ୍ତମ ବ୍ୟବହାର, ସମବେଦନା – ଶୀଳତା ଓ ସାଧୁ ମନୋଭାବର ଅଭାବ, ଆତ୍ମାଭିମାନ ଓ ଗର୍ବ ଯୋଗୁଁ ଜନତା ପୋଲିସ ପ୍ରତି ବିମୁଖ ହୋଇଥାନ୍ତି ।
- ଦୃଷ୍ଟି କୋଣର ପରିବର୍ତ୍ତନରେ ଅଭାବ – ସ୍ଵାଧୀନତା ପରଠାରୁ ସାମାଜୟକ ଜୀବନରେ ଦୃତ ପରିବର୍ତ୍ତନ ଘଟୁଥିବା ସ୍ଥଳେ ପୋଲିସ ନିଜକୁ ଖାପଖୁଆଇ ଚଳିପାରୁ ନାହାନ୍ତି । ସେମାନଙ୍କ ମନରେ ଅହମିକା, କ୍ଷମତା ଲୋଭ ଓ ପୁରୁଣାକାଳିଆ ମନୋଭାବ ଏବେ ମଧ୍ୟ ତିଷ୍ଠି ରହିଛି ,। ଯାହାକି ଜନପ୍ରିୟତା ହାସଲ କରିବାରେ ଅନ୍ତରାୟ ସୃଷ୍ଟି କରୁଛି ।
- ଶୃଙ୍ଖଳା ଜ୍ଞାନର ଅଭାବ – ଅତି ଉଚ୍ଚ ଧରଣର ଶୃଙ୍ଖଳା ପ୍ରଦର୍ଶନ କରିବା ପୋଲିସର କର୍ତ୍ତବ୍ୟ । ପ୍ରତ୍ୟକ କର୍ମଚାରୀଙ୍କର ସମାନ ଆଦର୍ଶ, ସମାନ ଚିନ୍ତାଧାରା, ସମାନ ଆଚରଣ ବିଧି ଓ ସମାନ କାର୍ଯ୍ୟକଳାପ ପ୍ରକାଶ ପାଇବା ଉଚିତ୍ । ପରିସ୍ଥିତି ଯେତେ ଉତ୍ତେଜନାପୂର୍ଣ୍ଣ ହେଲେ ମଧ୍ୟ ଧୈର୍ଯ୍ୟ ସାହାସ ଓ ନିରପେକ୍ଷତାର ସହ ତାର ମୁକାବିଲା କରିବାକୁ ପଡିବ । ଏହାଦ୍ଵାରା ଅତି ଜଟିଳ କାର୍ଯ୍ୟ ମଧ୍ୟ ଅନାୟାସରେ ହାସଲ ହୋଇ ପାରିବ । ମାତ୍ର ଶୃଙ୍ଖଳା ଜ୍ଞାନର ଅଭାବ ଆଜିର ସମାଜରେ ପୋଲିସର ସମାଲୋଚନାର କାରଣ ।
- ଦୁର୍ନୀତି – ଆଜିର ସମାଜରେ ପ୍ରତ୍ୟକ ସ୍ତରରେ ଦୁର୍ନୀତି ପୁରି ରହିଛି । ପୋଲିସ ମଧ୍ୟ ଏ ପର୍ଯ୍ୟନ୍ତ ବାଦଯାଉନାହିଁ । ବରଂ ପୋଲିସ ବିରୁଦ୍ଧରେ ଏ ପ୍ରକାର ଅଭିଯୋଗ ବଢିବାରେ ଲାଗିଛି ।ପୋଲିସ ନିଜକୁ ପ୍ରଲୋଭନରୁ ମୁକ୍ତ କରି, ଲୋକଙ୍କ ମନରେ ବିଶ୍ଵାସ ଜନ୍ମାଇ ଜନପ୍ରିୟତା ହାସଲ କରିବା ଦରକାର ।
- ପୋଲିସର ଦର୍ଶନ – ବିବେକ ଯେପରି ମନୁଷ୍ୟର ସତ ମାର୍ଗରେ ଚାଲିବାକୁ ପରାମର୍ଶ ଦିଏ, ସେହିପରି ବିପଥଗାମୀ ଜନସାଧାରଣାଙ୍କୁ ସତ୍ ପଥରେ ଯିବାପାଇନ ପୋଲିସ ବାଟ ଦେଖାଇ ଥାଏ । ଏଣୁ ପ୍ରତ୍ୟକ ପୋଲିସ କର୍ମଚାରୀ ନୀତିବାଦୀ ହେବା ସଙ୍ଗେ ସଙ୍ଗେ ନିଜକୁ ଜଣେ ଜନସେବକ ବୋଲି ଭାବିବା ଉଚିତ୍ ।
ପ୍ରତ୍ୟକ ପୋଲିସ କର୍ମଚାରୀ ଆଙ୍କର କର୍ତ୍ତବ୍ୟ ସମ୍ପାଦନ ବେଳେ ବିଭିନ୍ନ ପ୍ରକାର ଲୋକଙ୍କ ସମ୍ପର୍କରେ ଆସିଥାନ୍ତି । ସେମାନଙ୍କୁ ସାଧାରଣତଃ ଚାରି ଭାଗରେ ବିଭକ୍ତ କରାଯାଇଥାଏ –
- ସାଧାରଣ ଜନତା – ଜେକି ସହଜରେ ପୋଲିସ ସହ ସମ୍ପର୍କ ରଖନ୍ତି ନାହିଁ ।
- ଅଭିଯୋଗକାରୀ ଜନତା – ବିବାଦଗ୍ରସ୍ତ ଜନତା ଜେକି ତାଙ୍କ ଦୁଃଖରେ ଦୂରୀକରଣ ଓ ଧନ ଜୀବନର ସୁରକ୍ଷା ପାଇଁ ପୋଲିସ ପାଖକୁ ଆସିଥାନ୍ତି ।
- ବିକ୍ଷୋଭକାରୀ ଜନତା – ଯେଉଁମାନେ ବିକ୍ଷୋଭ, ଧାରଣା, ଘେରାଓ, ତାଲାବନ୍ଦ ଇତ୍ୟାଦି ଜରିଆରେ ଅନ୍ୟର ମୌଳିକ ଅଧିକାର ଉପରେ ହସ୍ତକ୍ଷେପ କରିଥାନ୍ତି ।
- ଆଇନଭଙ୍ଗକାରୀ ଜନତା – ଏମାନେ ଦୁଇ ଭାଗରେ ବିଭକ୍ତ, ଯଥା – (କ) ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ, (ଖ) ଜାତି ବା ଗୋଷ୍ଠୀ ବିରୁଦ୍ଧରେ ।
ମୁଦେଇ ବା ଅଭିଯୋଗକାରୀଙ୍କ ପ୍ରତି ପୋଲିସର ବ୍ୟବହାର
ଯେ କୌଣସି ବ୍ୟକ୍ତି ବିପଦଗ୍ରସ୍ତ ହେଲେ ଦୁଃଖର ଦୂରୀକରଣ ପାଇଁ ପୋଲିସ ପାଖକୁ ଆସିଥାନ୍ତି । ତାଙ୍କୁ ମୁଦେଇ ବା ଅଭିଯୋଗକାରୀ କୁହାଯାଏ ।
ତେଣୁ ଏପରି ଲୋକଙ୍କ ପ୍ରତି ପ୍ରତ୍ୟକ ପୋଲିସ କର୍ମଚାରୀଙ୍କର ଅତି ଉନ୍ନତ ଧରଣର ସହାନୁଭୁତିଶୀଳ ହେବା ଦରକାର । ସେମାନଙ୍କ ପ୍ରତି ନିମ୍ନଲିଖିତ ବ୍ୟବହାର ଦେଖାଇବା ଦରକାର –
- ପ୍ରଥମେ ଥାନାରେ ପହଞ୍ଚିବା ମାତ୍ରେ ପରିଚୟତାର ଆଦାନ ପ୍ରଦାନ ପରେ ତାଙ୍କୁ ବସିବାକୁ ସୁବିଧା ଦେବା ଦରକାର ।
- ଯଦି କାର୍ଯ୍ୟବ୍ୟସ୍ତ ଯୋଗୁଁ ତାଙ୍କର ଅଭିଯୋଗ ଶୁଣିବାରେ ଡେରି ହୁଏ ତେବେ ଏଥିପାଇଁ ଦୁଃଖ ପ୍ରକାଶ କରିବା ଦରକାର
- ତାଙ୍କର ଦୁଃଖ ଶୁଣିବା ବେଳେ ତାଙ୍କୁ ମନ ଖୋଲି କହିବାର ସୁଯୋଗ ଦେବା ଦରକାର ।
- ଅଭିଯୋଗ ସୂନୀ ସାରିବା ପରେ ସାହାଯ୍ୟଶୀଳ ମନୋଭାବ ପ୍ରକାଶ କରି ନିଷ୍ଠାପରଭାବରେ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେବା ଉଚିତ୍ ।
- ତଦନ୍ତ କାର୍ଯ୍ୟରେ ଅଯଥା ବିଳମ୍ବ ନକରି, ଯଥାଶୀଘ୍ର ଘଟଣାସ୍ଥଳକୁ ଯାଇ ନିରପେକ୍ଷଭାବରେ ତଦନ୍ତ କରିବ ଦରକାର । ଯେପରି ତଦନ୍ତକାରୀଙ୍କ ପ୍ରତି ମୁଦେଇ କିମ୍ବା ଅନ୍ୟମାନଙ୍କର ସନ୍ଦେହ ଜାତ ନହୁଏ
- ଅଭିଯୋଗକାରୀ କିମ୍ବା ତାଙ୍କ ପରିଜନଙ୍କୁ ବାରମ୍ବାର ଥାନାକୁ ଡକାଇ ହଇରାଣ କରିବା ଆଇନତଃ ଅନୁଚିତ । ଦରକାର ପଡିଲେ ତାଙ୍କୁ ଯିବା ଆସିବା ଖର୍ଚ୍ଚ ଦେବାର ବ୍ୟବସ୍ଥା କରିବେ।
- ତଦନ୍ତ ସମୟରେ ଅଯଥା କୌଣସି ଅବହେଳା କରିବେ ନାହିଁ । ଜବତ ଜିନିଷଗୁଡିକର ଉପଯୁକ୍ତ ସୁରକ୍ଷା ଏବଂ ସ୍ଥଳ ବିଶେଷରେ ଜିମା ଦେଇ ପାରନ୍ତି ।
- ତଦନ୍ତ ସମୟରେ କର୍ତ୍ତବ୍ୟରେ ଦୃଢତା ଓ ବ୍ୟବହାରରେ ନର୍ମତା ପ୍ରକାଶ ପାଇବ ଉଚିତ୍ ।
ପୋଲିସ ହେପାଜତରେ ଥିବା ସମୟରେ ଆସାମୀମାନଙ୍କ ପ୍ରତି ବ୍ୟବହାର
ଧର୍ତ୍ତବ୍ୟ କିମ୍ବା କେତେକ ସ୍ଥଳରେ ଅଧର୍ତ୍ତବ୍ୟ ଅପରାଧରେ ସଂପୃକ୍ତ ଥିବା ପ୍ରତ୍ୟକ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିବାର କ୍ଷମତା ରହିଛି । କୋର୍ଟରୁ ଆସୁଥିବା ୱାରଣ୍ଟ ବଳରେ ହେଇ କିମ୍ବା ଅନ୍ୟାନ୍ୟ କୌଣସି କାରଣରୁ ହେଉ (କାର୍ଯ୍ୟବିଧି ଆଇନର ଦଫା ୪୧) ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ପଡିଥାଏ । କୌଣସି ବ୍ୟକ୍ତି ଗିରଫ ହେବା ପରେ ଜାମିନ ଯିବା ପର୍ଯ୍ୟନ୍ତ କିମ୍ବା କୋର୍ଟକୁ ଚାଲାଣ ହେବା ପର୍ଯ୍ୟନ୍ତ ସର୍ବାଧିକ ୨୪ ଘଣ୍ଟା ପୋଲିସ ହେପାଜତରେ ରହିବାକୁ ପଡିବ । ଜେଲ ହାଜତରେ ଥିବା ଆସାମୀମାନେ ବିଚାର ପାଇଁ ଆସିବା ବେଳେ କୋର୍ଟ ହାଜତରେ ମଧ୍ୟ ରହନ୍ତି । ସେହି ସମୟରେ ଆସାମୀମାନଙ୍କ ପ୍ରତି ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ନିମ୍ନଲିଖିତ ବ୍ୟବହାର ଦେଖାଇବା ଉଚିତ୍ –
- କୌଣସି ବ୍ୟକ୍ତିକୁ ଗିରଫ କରିବା ଅର୍ଥ ତାଙ୍କର ସ୍ଵାଧୀନତାକୁ ସୀମିତ କରିବା, ତେଣୁ ଅତ୍ୟଧିକ ପରିମାଣରେ କାର୍ଯ୍ୟାନୁଷ୍ଠାନ କରିବା ଉଚିତ୍ ନୁହେଁ ।
- ପ୍ରତ୍ୟକ ସିପାହୀ ମନେ ରଖିବା ଉଚିତ୍ ଯେ ଆସାମୀମାନଙ୍କର ଦାୟିତ୍ଵ ବହନ କରିବା ତାଙ୍କ ପକ୍ଷରେ ସବୁଠାରୁ ବଡ କର୍ତ୍ତବ୍ୟ ।
- କୌଣସି ଉଦ୍ଦେଶ୍ୟ ରଖି, ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ହଇରାଣ କରିବା, ଗାଳିଗୁଲଜ କରିବା କିମ୍ବା ମାରପିଟ କରିବା ଉଚିତ୍ ନୁହେଁ ।
- ତାଙ୍କ ଅପରାଧ ପାଇଁ ତାଙ୍କ ପରିବାରବର୍ଗଙ୍କୁ ହଇରାଣ କରିବା ଅପମାନିତ କରିବା କିମ୍ବା ତାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ପ୍ରକାଶ କରିବା ଉଚିତ୍ ନୁହେଁ ।
- ଗିରଫ ହୋଇଥିବା ବ୍ୟକ୍ତି ଯଦି ରୋଗାଗ୍ରସ୍ତ ହୁଅନ୍ତି, ଯଥା ଶୀଘ୍ର ତାଙ୍କର ଚିକିତ୍ସାର ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ସମୟ ମନୋଭାବ ପ୍ରକାଶ କରି ତାଙ୍କର ଯତ୍ନ ନେବା ଉଚିତ୍ ।
- ନିୟମ ମୁତାବକ ତାଙ୍କର ଖାଦ୍ୟପେୟର ବନ୍ଦୋବସ୍ତ କରିବା ଉଚିତ୍ ।
- ଗିରଫ ହୋଇଥିବା ସ୍ତ୍ରୀ ଓ ବାଳକ ଅପରାଧୀମାନଙ୍କ ପ୍ରତି ସତର୍କଯତା ଅବଲମ୍ବନ କରି ତାଙ୍କ ପ୍ରତି କୋମଳ ବ୍ୟବହାର ଦେଖାଇବା ଉଚିତ୍ ।
- ଜାମିନ ଯୋଗ୍ୟ ଅପରାଧରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ବିନା ବୁଇଲମ୍ବରେ ଜାମିନରେ ଛାଡିଦେବା ଦରକାର ।
- ନାରୀ ଅପରାଧୀମାନଙ୍କୁ ହାତକଡି ପିନ୍ଧାଇବା ଉଚିତ ନୁହେଁ । ସ୍ଥଳବିଶେଷରେ ବାଳ ଅପରାଧୀମାନଙ୍କୁ ମଧ୍ୟ ହାତକଡି ପିନ୍ଧାଇବ ନାହିଁ ।
ସାକ୍ଷୀମାନଙ୍କୁ ପ୍ରତି ପୋଲିସର ବ୍ୟବହାର
ସାକ୍ଷୀ କାହାକୁ କହନ୍ତି
ଯେ କୌଣସି ଫୌଜଦାରୀ ମୋକଦ୍ଦମାର ତଦନ୍ତ କିମ୍ବା ବିଚାର ସମୟରେ ଅଭିଯୋଗର ସତ୍ୟାସତ୍ୟ ନିରୂପଣ କରିବା ପାଇଁ ଯେଉଁ ବ୍ୟକ୍ତି ତଥ୍ୟ ବା ପ୍ରମାଣ ଯୋଗାଇ ଥାନ୍ତି ତାଙ୍କୁ ସାକ୍ଷୀ କହନ୍ତି ।
ସାକ୍ଷୀମାନଙ୍କ ପ୍ରତି ବ୍ୟବହାର ପ୍ରଦର୍ଶନ
ସମାଜର ବିଭିନ୍ନ ସ୍ତରରେ ଥିବା ବ୍ୟକ୍ତିଙ୍କୁ ସମୟେ ସାକ୍ଷୀ ଭାବରେ ପୋଲିସ ପାଖକୁ ଓ ବିଚାରାଳୟ ଯିବାକୁ ପଡିଥାଏ । ସାକ୍ଷୀମାନଙ୍କର ନିରପେକ୍ଷିତା ଓ ସହଯୋଗ ଭାଗରେ ମୋକଦ୍ଦମାର ସଫଳତା ନିର୍ଭର କରେ । ତେଣୁ ସେମାନଙ୍କ ପ୍ରତି ନିମ୍ନୋକ୍ତ ପ୍ରକାର ବ୍ୟବହାର ଦେଖାଇବା ଉଚିତ୍ –
- ସାକ୍ଷୀମାନଙ୍କ ପ୍ରତି ବ୍ୟବହାରରେ ଶିଷ୍ଟାଚାର ଓ ସୌଜନ୍ଯତା ପ୍ରକାଶ ପାଇବା ଉଚିତ୍ । ଯେପରି ସେମାନେ ଆଗ୍ରହ ସହକାରଏ ସାହାଯ୍ୟ କରିବା ପାଇଁ ଆଗଭର ହେବେ ।
- ସାକ୍ଷୀମାନଙ୍କର ଜମାନବନ୍ଦୀ ତାଙ୍କ ଘର ପାଖରେ ନେବା ଉଚିତ୍ । ସେମାନଙ୍କୁ ବାରମ୍ବାର ଥାନାକୁ କିମ୍ବା ଅନ୍ୟ ସ୍ଥାନକୁ ଡକାଇ ଅଯଥା ଖର୍ଚ୍ଚାନ୍ତ କରିବା ଓ ତାଙ୍କର ସମୟ ନଷ୍ଟ କରିବା ଉଚିତ୍ ନୁହେଁ । ନିହାତି ଦରକାର ପଡିଲେ, ସେମାନଙ୍କର ଗସ୍ତ ଖର୍ଚ୍ଚ ଓ ଖାଇବା ଖର୍ଚ୍ଚ ଦେବାକୁ ପଡିବ । ବେଶି ସମୟ ସେମାନଙ୍କୁ ଅଟକାଇ ରଖିବା ଅନୁଚିତ ।
- ପନ୍ଦର ବର୍ଷରୁ କମ୍ ବୟସର ବାଳିକା ବା ଯୁବତୀ କିମ୍ବା ବାଳକ ସାକ୍ଷୀଙ୍କୁ ଜମାନବନ୍ଦୀ ସଦାବେଳେ ସେମାନଙ୍କର ବାସସ୍ଥାନଠାରେ ନେବା ଉଚିତ୍ ।
- ସାକ୍ଷୀମାନେ କୋର୍ଟକୁ ସାକ୍ଷୀ ଦେବାକୁ ଗଲାବେଳେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ପୋଲିସର ସହାୟତା ମଧ୍ୟ ପାଆନ୍ତି ନାହିଁ । ଏଣୁ ସାକ୍ଷୀମାନେ କୋର୍ଟକୁ ଗଲାବେଳେ ତାଙ୍କର ଯାତାୟତ, ରହିବା, ଖାଇବା, ଭତ୍ତା ଇତ୍ୟାଦି ପାଇବାରେ ସାହାଯ୍ୟ କରିବା ଦରକାର ।
- ଅନେକ ସମୟରେ ସାକ୍ଷୀମାନଙ୍କ ପ୍ରତି ଆସାମୀମାନଙ୍କର ପ୍ରତିଶୋଧ ମନୋଭାବ ପ୍ରକାଶ ପାଇଥାଏ । ଏପରି ସ୍ଥଳେ ସାକ୍ଷୀମାନଙ୍କର ନିରାପତ୍ତାର ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ଆସାମୀ ବିରୁଦ୍ଧରେ ଆଇନୁମୋଦିତ କାର୍ଯ୍ୟାନୁଷ୍ଠାନ କରିବା ଉଚିତ୍ ।
- ଅନେକ ସମୟରେ ୱାରଣ୍ଟ ବଳରେ ସାକ୍ଷୀମାନଙ୍କୁ ଗିରଫ କରିବାକୁ ପଡିଥାଏ । ଯେପରି ସ୍ଥଳେ ସେମାନଙ୍କୁ ହାତକଡା ନ ପିନ୍ଧାଇ ସହାନୁଭୂତିଶୀଳ ମନୋଭାବ ପ୍ରକାଶ କରି ତାଙ୍କୁ କୋର୍ଟରେ ହାଜର କରାଇବା ଦରକାର ।
- ପ୍ରଲୋଭନ କିମ୍ବା ଭୟ ଦେଖାଇ ସାକ୍ଷୀ ସଂଗ୍ରହ କରିବା ଉଚିତ୍ ନୁହେଁ ।
ଦାଗୀଙ୍କ ପ୍ରତି ପୋଲିସର ବ୍ୟବହାର
ଦାଗୀ କାହାକୁ କହନ୍ତି ?
ଯେଉଁମାନେ ଧନ ସମ୍ପତ୍ତି ସଙ୍କ୍ରାନ୍ତୀୟ ଫୌଜଦାରୀ ମୋକଦ୍ଦମା କିମ୍ବା ପୋଲିସ ମାନୁଏଲର ୩୫୭ (କ) ଧାରାରେ ବର୍ଣ୍ଣିତ ଥିବା ଦଫାମାନଙ୍କର ଅପରାଧି ସାବ୍ୟସ୍ତ ହୋଇଥାନ୍ତି ସେମାନଙ୍କୁ ଦାଗୀ କହନ୍ତି ।
ଦାଗୀମାନେ ସମାଜର ଶତ୍ରୁ ହେଲେ ମଧ୍ୟ ଚଳିବାର ମୌଳିକ ଅଧିକାର ସେମାନଙ୍କର ଅଛି । ସେମାନଙ୍କର ଅଧିକାର ଯେପରି କ୍ଷୁର୍ଣ୍ଣ ନ ହୁଏ ଏବଂ ସେମାନଙ୍କୁ ସୁନାଗରିକ ରୂପେ ଗଢାଇବାର ଦାୟିତ୍ଵ ପୋଲିସର ବେଶି । ଏହାକୁ ଆଖି ଆଗରେ ଆମ୍ଭେମାନେ ସେମାନଙ୍କ ପ୍ରତି ଅତି ଉତ୍ତମ ବ୍ୟବହାର ଦେଖାଇବା ଉଚିତ୍ ।
- ଜନଗହଳି ସ୍ଥାନରେ କିମ୍ବା ବାଟେ ଘାତେ ତାଙ୍କୁ ଚିହ୍ନା ପକାଇବା ବାରମ୍ବାର ଗାଳିଗୁଲଜ କିମ୍ବା ଅପଦସ୍ତ କରିବା ଉଚିତ୍ ନୁହେଁ । ଏପରି କଲେ ସେ ତାର ପୂର୍ବ ଦୁଷ୍କର୍ମ ଭୁଲିଯିବା ପରିବର୍ତ୍ତେ ଅଧିକ କରିବାକୁ ଦୃଢତା ପ୍ରକାଶ କରିବ ।
- ଦାଗୀମାନଙ୍କର ଚାଲିଚଳନ ଓ କାର୍ଯ୍ୟକଳାପ ଇତ୍ୟାଦି ବିଷୟରେ ତଦନ୍ତ ଗୁପ୍ତରେ ହେବା ଉଚିତ୍ ।
- ଦାଗୀମାନଙ୍କୁ ତାଙ୍କର ପରିବାର କିମ୍ବା ବନ୍ଧୁବାନ୍ଧବଙ୍କ ସାମନାରେ ତାଙ୍କର ଗତିବିଧି, ଚାଲିଚଳନ, ଜୀବିକା ନିର୍ବାହ ପନ୍ଥା ଇତ୍ୟାଦି ବିଷୟରେ ପଚରାଉଚରା କରିବା ଉଚିତ ନୁହେଁ ।
- ବିନା କାରଣରେ ବାରମ୍ବାର ଦାଗୀଙ୍କର ଘର ଖାନତଲାସ କରିବା କିମ୍ବା ତାଙ୍କୁ ଥାନାକୁ ଡକାଇ ହଇରାଣ କରିବା ଉଚିତ୍ ନୁହେଁ ।
- ସାଧୁ ଉପାୟରେ ଜୀବିକା ନିର୍ବାହ କରୁଥିବା ଦାଗୀ ବିଷୟରେ ଖୋଲା ଖୋଲି ତଦନ୍ତ କରିବା ଅନୁଚିତ୍ ।
- ସେମାନଙ୍କୁ କୁପ୍ରବୃତ୍ତିରୁ ନିବୃତ୍ତ କରିବା ପାଇଁ କର୍ମସଂସ୍ଥାନ ବ୍ୟବସ୍ଥା କରାଇ ପାରିଲେ ମଙ୍ଗଳ ହେବ ।
ଦାଗୀଙ୍କୁ ତନଖି କରିବାର କାରଣ
ଯେହେତୁ ଜନସାଧାରଣଙ୍କର ଧନ ସମ୍ପତ୍ତି ଲୁଣ୍ଠନ କରିବା ଦାଗୀମାନଙ୍କର କାମ, ସେମାନଙ୍କୁ ଏଥିରୁ ନିବୃତ୍ତ କରିବା ଓ ଜନସାଧାରଣଙ୍କର ଧନ ସମ୍ପତ୍ତିର ନିରାପତ୍ତା ପାଇଁ ଦାଗୀମାନଙ୍କ ଗତିବିଧି ଉପରେ ତୀକ୍ଷଣ ଦୃଷ୍ଟି ରଖିବା ଦରକାର ହୁଏ ।
ନାରୀମାନଙ୍କ ପ୍ରତି ପୋଲିସର ବ୍ୟବହାର
ପୁରୁଷମାନଙ୍କ ପରି ସ୍ତ୍ରୀମନେ ମଧ୍ୟ ସମାଜର ଏକ ପ୍ରଧାନ ଅଙ୍ଗ । ଅବିବାହିତା ଯୁବତୀ ଓ ବାଳିକାମାନେ ମଧ୍ୟ ଏହାର ଅନ୍ତର୍ଭୁକ୍ତ । ଏମାନଙ୍କର ଆଚରଣ ପରିବାର ତଥା ମନୁଷ୍ୟ ସମାଜ ଉପରେ ବିଶେଷ ପ୍ରଭାବ ପକାଇଥାଏ । ଏମାନଙ୍କର ଇଜ୍ଜତରେ କୌଣସି ପ୍ରକାର ଆଞ୍ଚ ଆସିଲେ ସମାଜରେ ଉତ୍ତେଜନା ସୃଷ୍ଟିହୁଏ । ଗାଁ ଗଣ୍ଡାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପ୍ରତ୍ୟକ ସ୍ଥାନରେ ନାରୀ ଜାତିର ଆଚରଣ ପ୍ରତିଫଳିତ ହୋଇଥାଏ । ଜଣେ ପୋଲିସ କର୍ମଚାରୀଙ୍କର ସ୍ତ୍ରୀ ଜାତି ପ୍ରତି ଅସମ୍ମାନଜନକ କାର୍ଯ୍ୟ ସମୁଦାଯ ପୋଲିସ ବିଭାଗ ଉପରେ କାଲଙ୍କା ଆଣିଥାଏ । ଫଳରେ ଜନସାଧାରଣ ପୋଲିସକୁ ସବୁବେଳେ ସନ୍ଦେହ ଚକ୍ଷୁରେ ଦେଖନ୍ତି । ଏଣୁ ନାରୀ ଜାତି ପ୍ରତି ପ୍ରତ୍ୟକ ପୋଲିସ କର୍ମଚାରୀଙ୍କର ବ୍ୟବହାର ଅତି ଉଚ୍ଚକୋଟିର ହେବା ଦରକାର -
ସାଧାରଣତଃ ନାରୀ ଜାତିକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଥାଏ । ଯଥା –
- ଶିକ୍ଷିତା ଓ ସଭ୍ୟତାସମ୍ପନ୍ନ ଶ୍ରେଣୀ ।
- ମଧ୍ୟମ ଧରଣର ଶିକ୍ଷିତା ଓ ସଭ୍ୟତାସମ୍ପନ୍ନ ଶ୍ରେଣୀ ।
- ଶ୍ରମିକ ଶ୍ରେଣୀ ।
- ସ୍ପଳିତ ବା ପତିତା ଶ୍ରେଣୀ ।
- ଅପରାଧି ଶ୍ରେଣୀ ।
ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀର ସ୍ତ୍ରୀ ଲୋକ କାହାକୁ କୁହାଯାଏ ଓ ଏମାନଙ୍କ ପ୍ରତି ବ୍ୟବହାର ପ୍ରଦର୍ଶନ –
ଏଇ ଦୁଇ ଶ୍ରେଣୀର ନାରୀ ବା ଯୁବତୀମାନେ ଧନୀ, ସମ୍ଭ୍ରାନ୍ତ ଓ ଶିକ୍ଷିତ ପରିବାରରେ ଦେଖାଯାଇଥାନ୍ତି । ଏମାନଙ୍କର ଆମସମ୍ମାନ ଜ୍ଞାନ ବେଶି । ଏମାନେ ସଦାବେଳେ ସମାଜର ଅଶିକ୍ଷିତ ଓ ଅବାଞ୍ଛିତ ବ୍ୟକ୍ତିମାନଙ୍କଠାରୁ ଦୂରେଇ ରହନ୍ତି । ବିଶେଷ ଦରକାର ନପଡିଲେ ପୋଲିସର ସହାୟତା ଲୋଡନ୍ତି ନାହିଁ । ଏମାନଙ୍କର ଇଜ୍ଜତ ଓ ସମ୍ମାନ ଉପରେ କୌଣସି ପ୍ରକାର ଆଞ୍ଚ ଆସିଲେ ତାହା ବିଭିନ୍ନ ରୂପରେ ଗୁରୁତର ଆକାର ଧାରଣ କରେ । ଏ ଧରଣର ସ୍ତ୍ରୀ ବା ଯୁବତୀମାନଙ୍କୁ ସାଧାରଣତଃ ସ୍କୁଲ, କଲେଜ, ରେଳଷ୍ଟେସନ, ବସଷ୍ଟାଣ୍ଡ, ସିନେମା ଗୃହ, ଜନଗହଳି ରାସ୍ତା ବା ବଜାର, ମନ୍ଦିର, ମେଳା, ହୋଟେଲ ବା ଲଜିଙ୍ଗମାନଙ୍କରେ ଗୁଣ୍ଡା, ଚୋରା ଭ୍ରଷ୍ଟ ଚରିତ୍ର ଯୁବକ ନଷ୍ଟ ଚରିତ୍ରା ନାରୀ ବା ଯୁବତୀମାନଙ୍କର ଦୁବ୍ୟବହାର ଶିକାର ହେବାକୁ ପଡୁଥାଏ ।
ପୋଲିସ କର୍ମଚାରୀ ଏ ଧରଣର ନାରୀ ବା ଯୁବତୀମାନଙ୍କର ସମ୍ପର୍କରେ ଆସିଲା ବେଳେ ଅତି ଉଚ୍ଚକୋଟୀର ବ୍ୟବହାର ଓ ସାରକତା ଅବଲମ୍ବନ କରିବ ଉଚିତ୍ ।
- କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ଉପରୋକ୍ତ ସ୍ଥାନମାନଙ୍କର ନାରୀ ବା ଯୁବତୀମାନଙ୍କୁ ବିପଦରୁ ଉଦ୍ଧାର କରିବା ପାଇଁ ଓ ଅପରାଧର ନିରାକରଣ ପାଇଁ ସଦାବେଳେ ସଜାଗ ଓ ସଂଜତ ରହିବେ ।
- ବିପଦରେ ପଡିଥିବା ନାରୀ ବା ଯୁବତୀମାନଙ୍କୁ ଦୁର୍ବୃତ୍ତମାନଙ୍କ କବଳରୁ ଉଦ୍ଧାର କରି ନିରାପଦରେ ତାଙ୍କୁ ତାଙ୍କ ପରିବାରବର୍ଗଙ୍କ ପାଖରେ ପହଞ୍ଚାଇ ଦେବେ ।
- ଦୁର୍ବୃତ୍ତମାନଙ୍କ ବିରୁଦ୍ଧରେ ଆଇନାନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ଦରକାର ।
- ଏ ଧରଣର ସ୍ତ୍ରୀ ବା ଯୁବତୀମାନେ ଯଦି କୌଣସି ଅଭିଯୋଗ ନେଇ ଥାନାକୁ ଆସନ୍ତି ତେବେ ତାଙ୍କୁ ଉପଯୁକ୍ତ ସମ୍ବର୍ଦ୍ଧନା ଜଣାଇ ବସିବାକୁ ଦେବେ । କାଳବିଳମ୍ବ ନକରି ତାଙ୍କର ଅଭିଯୋଗ ସୂନୀ ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ କରିବେ ।
- ପୋଲିସ କର୍ମଚାରୀଙ୍କର ଏ ପ୍ରକାର ସେବାମୂଳକ କାର୍ଯ୍ୟ ଦ୍ଵାରା ତାଙ୍କର ନିଜର ଓ ପୋଲିସ ବିଭାଗର ସମ୍ମାନ ବୃଦ୍ଧି ପାଇବ ।
ଶ୍ରମିକ ଶ୍ରେଣୀୟା ନାରୀ - କାମଧନ୍ଦା କରି ନିଜର ଓ ନିଜ ପରିବାରର ଭରଣ ପୋଷଣ କରୁଥିବା ନାରୀ ବା ଯୁବତୀମାନଙ୍କୁ ଶ୍ରମିକ ଶ୍ରେଣୀୟା ନାରୀ କୁହାଯାଏ ।
ଏହି ଶ୍ରେଣୀର ନାରୀ ବା ଯୁବତୀମାନେ ଜୀବିକା ନିର୍ବାହ କରିବା ପାଇଁ ଅନ୍ୟର ଦ୍ଵାରସ୍ଥ ହେବାକୁ ହେବାକୁ ପଡିଥାଏ । ଏହି ପରିପ୍ରେକ୍ଷୀରେ ଏମାନଙ୍କୁ ସାହୁକାର, ମିଲ୍ ମାଲିକ, ଠିକାଦାର, କୁଲ ସର୍ଦ୍ଦାର ଓ ମିସ୍ତ୍ରୀମାନଙ୍କର ନକିଟ ସମ୍ପର୍କରେ ଆସିବାକୁ ପଡୁଥାଏ । ଏହି ସୁଯୋଗ ନେଇ ଦୁଶ୍ଚରିତ୍ର ପୁରୁଷମାନେ ଏମାନଙ୍କ ଚରିତ୍ରରେ ଆଞ୍ଚ ଆଣିବାକୁ ପଛାନ୍ତି ନାହିଁ । କେତେକ ଶ୍ରମିକା ନାରୀ ମଧ୍ୟ ପ୍ରଲୋଭନର ବଶବର୍ତ୍ତୀ ହୋଇ ନିଜର ଇଜତକୁ ପଛରେ ପକାଇ ଏହି ଦୁର୍ବୃତ୍ତମାନଙ୍କର ଶିକାର ହୁଅନ୍ତି । କେହି କେହି ମଧ୍ୟ ଏହାର ଦୃଢ ପ୍ରତିବାଦ କରି ଉତ୍ତେଜନା ସୃଷ୍ଟି କରିଥାଆନ୍ତି । ଏପରିଶଳେ କର୍ତ୍ତବ୍ୟଡ଼ଟ ପୋଲିସ କର୍ମଚାରୀମାନେ ନିମ୍ନ ପ୍ରକାର କାର୍ଯ୍ୟ କରିବା ଦରକାର –
- ଏ ପ୍ରକାର ନାରୀ ବା ଯୁବତୀମାନଙ୍କୁ ନେଇ ଯଦି କୌଣସି ପ୍ରକାର ଉତେଜନା ପ୍ରକାଶ ପାଏ ତେବେ କର୍ତ୍ତବ୍ୟରେ ଥିବା ପୋଲିସ କର୍ମଚାରୀ କାଳବିଳମ୍ବ ନକରି ସେଠାରେ ପହଞ୍ଚି ନାରୀ ବା ଯୁବତୀମାନଙ୍କୁ ଦୁର୍ବୃତ୍ତମାନଙ୍କ କବଳରୁ ଉଦ୍ଧାର କରିବେ ।
- ଦୁର୍ବୃତ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ଉଚିତ୍ ।
- କୁଚରିତ୍ର ଲୋକମାନଙ୍କ ଦ୍ଵାରା କବଳିତ ହୋଇଥିବା ନାରୀ ବା ଯୁବତୀମାନଙ୍କୁ ସେମାନଙ୍କ କବଳରୁ ଉଦ୍ଧାର ପାଇଁ ଯତ୍ନବାନ ହେବେ ଓ ସେମାନଙ୍କ ପରାମର୍ଶ ନେବେ ।
- ଏହି ଶ୍ରେଣୀୟା ଦୁଃଶ୍ଚରିତ୍ରା ନାରୀ ବା ଯୁବତୀମାନଙ୍କର କୁକର୍ମର ପ୍ରଭାବ ଯେପରି ନିକଟରେ ରହୁଥିବା ପୁରୁଷ, ନାରୀ ଓ ଯୁବତୀଙ୍କ ଉପରେ ନ ପଡେ ସେଥିପ୍ରତି ଯତ୍ନବାନ ହେବେ ।
ପତିତା ବା ସ୍ଖଳିତା ଶ୍ରେଣୀୟା ନାରୀ
ଏମାନେ ସାଧାରଣତଃ ବେଶ୍ୟାଭାବରେ ପରିଚିତ ।ଏମାନଙ୍କୁ ଚାରି ଭାଗରେ ବିଭକ୍ତ କରାଯାଇଥାଏ,ଯଥା –
- ବଂଶ ପରମ୍ପରାଗତ ।
- ସାମାଜିକ ପରମ୍ପରାଗତ ।
- ସମାଜ ଓ ସାମାଜିକ ବାତାବରଣର ଶିକାର ।
- ଅତ୍ୟଧିକ ଇନ୍ଦ୍ରିୟାଶକ୍ତ, ବିଳାସ ବ୍ୟସନ ପ୍ରିୟ ଓ ପାପାଶକ୍ତି ଗୋଷ୍ଠୀ ।
ଅତ୍ୟଧିକ ଇନ୍ଦ୍ରିୟାଶକ୍ତି ବିଳାସବ୍ୟସନ ପ୍ରିୟ, ଅଭାବ ଅନାଟନ, ପାରିବାରିକ ଅଶାନ୍ତି ଓ ତାଡନ, ପରିତ୍ୟକ୍ତା, ଅକାଳ ବୈଧବ୍ୟ ଇତ୍ୟାଦି କାରଣରୁ ଅଧିକାଂଶ ନାରୀ ଓ ଯୁବତୀମାନଙ୍କୁ ଏପରି ଅପକର୍ମର ବଶବର୍ତ୍ତୀ ହେବାକୁ ପଡିଥାଏ । ମଫସଲ ଓ ସହରର ବିଭିନ୍ନ ପରିବାରର ଏ ଧରଣର ନାରୀ ବା ଯୁବତୀମାନେ ଦଲାଲମାନଙ୍କ କବଳରେ ପଡି ବା ଅପହୃତା ହୋଇ ସହରରେ ଠୁଳ ହୋଇଥାଆନ୍ତି । ବେଶ୍ୟାଳୟରେ ଥରେ ପହଞ୍ଚିଲା ପରେ ଆଉ ଫେରିବା ସମ୍ଭବ ହୁଏ ନାହିଁ । ଏମାନେ ରହୁଥିବା ପଡା କୁଚରିତ୍ରର ପୁରୁଷ ଓ ଅପରାଧିମାନଙ୍କର ଆଦା ସ୍ଥଳୀରେ ପରିଣତ ହୁଏ । ସେ ଅଞ୍ଚଳରେ ସବୁ ପ୍ରକାର ଅସାମାଜିକ ଅପରାଧ ଯଥା – ଜୁଆଖେଳ, ପରସ୍ତ୍ରୀ ଅପହରଣ, ବାଳ ଅପରାଧ, ଗର୍ଭପାତ ଇତ୍ୟାଦି ଘଟି ସାମାଜିକ ବାତାବରଣକୁ କଳୁଷିତ କରିଥାଏ । ମଦ, ଗଞ୍ଜେଇ, ଅଫିମ, ଗୁଲି ଇତ୍ୟାଦି ମାଦକ ଦ୍ରବ୍ୟ ସେବନକାରୀ ଓ ଗୁଣ୍ଡାଶ୍ରେଣୀର ଲୋକମାନେ ଏଠାରେ ଆଦା ଜମାଇବା ଦ୍ଵାରା ଅଧିକାଂଶ ସମୟରେ ଶାନ୍ତି ଶୃଙ୍ଖଳା ଭଙ୍ଗ ହୋଇଥାଏ । ଚୋରା ଓ ତସ୍କରମାନେ ଏଠାରେ ଚୋରାମାଲ କାରବାର ମଧ୍ୟ କରନ୍ତି । ଏ ସବୁ ଅପକର୍ମର ପିଠସ୍ଥଳୀ ବେଶ୍ୟା ପଡାଗୁଡିକ ସହରବାସୀ ଓ ପୋଲିସ କର୍ମଚାରୀଙ୍କ ପକ୍ଷରେ ସମସ୍ୟା ସୃଷ୍ଟି ହୁଏ ।
ଅପରାଧୀ ଶ୍ରେଣୀୟ ନାରୀ
ନାରୀଜାତି ସମାଜରେ ଏକ ସମ୍ମାନନୀୟା ସ୍ଥାନ ଅଧିକାର କରିଥାନ୍ତି । ଅପରାଧୀ ବୋଲି ପ୍ରମାଣିତ ନହେଲାଯାଏ ଏମାନଙ୍କ ପ୍ରତି ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିବା ଦରକାର । ଏମାନେ ସାଧାରଣତଃ ଅପରାଧପ୍ରବୀଣା ନୁହନ୍ତି । ଯଦି କୌଣସି ଅପରାଧରେ କୌଣସି ନାରୀ ବା ଯୁବତୀ ଲିପ୍ତହୋଇ ପଡନ୍ତି ତେବେ ତାଙ୍କ ପ୍ରତି ନିମ୍ନ ପ୍ରକାର ବ୍ୟବହାର ଦେଖାଇବା ଉଚିତ୍ ।
- ଅପରାଧୀ ବିବେଚିତ ହୋଇଥିବା ସ୍ତ୍ରୀ ବା ଯୁବତୀମାନଙ୍କୁ ପୋଲିସ ପଚରାଉଚୁରା କରିବାକୁ ପଡିଥାଏ । ସେତେବେଳେ ତାଙ୍କ ପ୍ରତି ଅଶ୍ଳିଳ ଭାଷା ପ୍ରୟୋଗ କରିବା କିମ୍ବା ତାଙ୍କ ଉଜତ୍ ରେ ଆଞ୍ଚ ଆସିଲାଭଳି କୌଣସି କାର୍ଯ୍ୟ କରିବା ଉଚିତ୍ ନୁହେଁ ।
- ତାଙ୍କର ଦେହ ତଲାସ କଲାବେଳେ ଅନ୍ୟ ଜଣେ ସ୍ତ୍ରୀଲୋକର ସାହାଯ୍ୟ ନେବା ଉଚିତ୍ । ସେତେବେଳେ ତାଙ୍କର ଇଜତ୍ ଓ ମର୍ଯ୍ୟାଦା ଉପରେ ଯେପରି ଆଞ୍ଚ ନ ଆସେ ସେଥିପ୍ରତି ସାବଧାନ ରହିବାକୁ ପଡିବ ।
- ତାଙ୍କୁ କୋଟ ବା ଜେଲ ହାଜତକୁ ପଠାଇଲାବେଳେ ଶିକ୍ଷିତ, ବୟସ୍କ, ଚରିତ୍ରବାନ ଓ ବିଶ୍ଵାସୀ ସିପାହୀଙ୍କ ହେପାଜତରେ ପଠାଇବା ଦରକାର ।
- ନାରୀ ବା ଯୁବତୀ ଅପରାଧୀଙ୍କୁ ହାତକଡି ପିନ୍ଧାଇବ ନାହିଁ । ସେମାନଙ୍କୁ ପୁରୁଷ ଅପରାଧୀଙ୍କଠାରୁ ଅଲଗା ରଖିବା ।
- ପୋଲିସ ହେପାଜତରେ ଥିଲାବେଳେ ତାଙ୍କ ପ୍ରତି ସହାନୁଭୁତି ପୂର୍ଣ୍ଣ ବ୍ୟବହାର ଦେଖାଇବ ।
- ନିହାତି ଦରକାର ନପଡିଲେ ସ୍ତ୍ରୀ ଅପରାଧୀମାନଙ୍କୁ ଥାନାକୁ ଡକାଇବ ନାହିଁ ।
ବାଳକମାନଙ୍କ ପ୍ରତି ବ୍ୟବହାର
ବାଳକମାନଙ୍କୁ ସାଧାରଣତଃ 5 ଭାଗରେ ବିଭକ୍ତ କରାଯାଇଥାଏ । ଯଥା -
- ଅଜ୍ଞାନ ବାଳକ ।
- ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ବାଳକ ।
- ଶିକ୍ଷାର୍ଥୀ ବାଳକ ।
- ଶ୍ରମିକ ।
- ଅପରାଧୀ ବାଳକ ।
- ଅଜ୍ଞାନ ବାଳକ – ଏହି ଧରଣର ପିଲାମାନେ ସାଧାରଣତଃ ବହୁ ବିପଦର ସମ୍ମୁଖୀନ ହୋଇଥାନ୍ତି । ମେଳା, ବଜାର, ରେଳଷ୍ଟେସନ, ବସଷ୍ଟାଣ୍ଡ, ସିନେମାଗୃହ, ଡାକ୍ତରଖାନା ଇତ୍ୟାଦି ଜନଗହଳି ସ୍ଥାନମାନଙ୍କରେ ପିତାମାତାଙ୍କ ଅବହେଳାରୁ ହଜିଯାଇଥାନ୍ତି ।
- ପରିବାରର ବୟସ୍କଲୋକଙ୍କୁ ଅସାବଧନତା ଯୋଗୁଁ,ମ ବାଳକମାନେ ସର୍ବସାଧାରଣ ରାସ୍ତା ଉପରକୁ ପଳାଇଆସି ବହୁବିଧ ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି ।
- ବିଭିନ୍ନ ବେଶଧାରୀ ଖଳ ପ୍ରକୃତିର ଲୋକମାନେ ଛୋଟ ପିଲାଙ୍କୁ ଚୋରାଇ ନେଇ ବିକ୍ରି କରି ଦିଅନ୍ତି ।
- ବିକଳାଙ୍ଗ କରି ଭିକ୍ଷା ବୃତ୍ତି କାର୍ଯ୍ୟରେ ଲଗାନତି ।
- ଅଧିକ ଅର୍ଥ ଉପାର୍ଜନ ଆଶାରେ ସେମାନଙ୍କୁ ଚୋରୀ, ପକେଟମାରୁ ଇତ୍ୟାଦି କାର୍ଯ୍ୟରେ ଲଗାନ୍ତି।
- ବେଶ୍ୟାଳୟମାନଙ୍କରେ ଏପରି ପିଲାଙ୍କୁ ଦଲାଲି କାମରେ ଲଗାନ୍ତି ।
- ହୋଟେଲ ଚା ଜଳଖିଆ ଦୋକାନମାନଙ୍କରେ ଅଇଁଠା ସଫାକରିବା ଓ ବାସନ ମାଜିବା କାମରେ ।
ଏ ସବୁ ପ୍ରକାର ବିପଦରୁ ଛୋଟ ପିଲାମାନଙ୍କୁ ରକ୍ଷା କରିବା ଓ ତାଙ୍କୁ ଖୋଜି ବାହାର କରିବା ପୋଲିସର ପ୍ରଧାନ କର୍ତ୍ତବ୍ୟ ।
- କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ମେଳା ମହୋତ୍ସବ ଓ ଜନ ଗହଳି ସ୍ଥାନମାନଙ୍କରେ ଛୋଟ ପିଲାଙ୍କ ଗତିବିଧି ଉପରେ କଡା ନଜର ରଖିବା ଦରକାର ।
- ପିଲା ହଜିଯାଇଥିବାର ଖବର ପାଇଲେ ତାଙ୍କୁ ଖୋଜି ବାହାର କରିବାରେ ଯତ୍ନବାନ ହେବେ ।
- ଯଦି କ୍ଲୌଣସି ବାଳକକୁ ଭିକାରି ବେଶରେ ବା ସନ୍ଦେହଜନକ ଅବସ୍ଥାରେ ବୁଲୁଥିବାର ଦେଖନ୍ତି, ତେବେ ଏ ବିଷୟରେ ପଚରାଉଚରା କରି ତାଙ୍କୁ ଉଦ୍ଧାର କରି ତାଙ୍କ ଅଭିଭାବକମାନନକ ହାତରେ ଦେବେ ।
- ଅପରାଧୀମାନନକୁ ଖୋଜି ବାହାର କରି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବେ ।
- ହଜି ଯାଇଥିବା ପିଲାମାନଙ୍କୁ ପାଇଲାମାତ୍ରେ ତାଙ୍କ ଅଭିଭାବକବଙ୍କା ହାତରେ ଅର୍ପଣା କରିବେ ।
- ପିଲାମାନେ ପୋଲିସ ପାଖରେ ଥିବା ପର୍ଯ୍ୟନ୍ତ ତାଙ୍କୁ ଖେଳାଇ, ଭୁଲାଇ ଖାଇବାକୁ ଓ ପିଇବାକୁ ଦେବାର ବ୍ୟବସ୍ଥା କରିବେ ।
ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ବାଳକ – ଏହି ଶ୍ରେଣୀର ପିଲାମାନଙ୍କ ପ୍ରତି ପିତାମାତା ଓ ପରିବାର ବର୍ଗ ସତର୍କ ରହି ତାଙ୍କୁ ଠିକ୍ ବାଟରେ ପରିଚାଳିତ କରିବା ଦରକାର । ଏମାନେ ସାମାନ୍ୟ କଥାରେ ରାଗି, ଋଷି, ଘରୁ ପଳାଇଥାନ୍ତି । କୁଚରିତ୍ର ଯୁବକ ଓ ସମବୟସ୍କ ବିପଦଗାମୀ ପିଲାମାନଙ୍କ ସହ ମିଶି ବିଭିନ୍ନ ଧରଣର କୁ ପ୍ରବୃତ୍ତି ଓ ଅପରାଧ କରିଥାନ୍ତି । ଏପରି ପିଲାମାନଙ୍କ ଉପରେ କଡା ନଜର ରଖି ତାଙ୍କୁ ଭଲ ବାଟକୁ ଆଣିବା ପାଇଁ ପୋଲିସ କର୍ମଚାରୀ ଯତ୍ନବାନ ହେବେ ।
ଅପରାଧୀ ଶ୍ରେଣୀ – ଅଶିକ୍ଷିତ ବାଳକ ଦାରିଦ୍ର୍ୟର କଷାଘାତରେ ପଡି ପିତାମାତାଙ୍କୁ ଅର୍ଥ ଉପାର୍ଜନରେ ସାହାଯ୍ୟ କରିବାକୁ ଯାଇ ବିଭିନ୍ନ ପ୍ରକାରର ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ପଡିଥାଏ । କୁଚରିତ୍ରର ଲୋକମାନଙ୍କର ପ୍ରଭାବରୁ ଏପରି ପିଲାମାନଙ୍କୁ ମୁକ୍ତ କରି ତାଙ୍କୁ ଭଲ ବାଟକୁ ଆଣିବାରେ ସାହାଯ୍ୟ କରିବା ଦରକାର ।
ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଓ ଶିକ୍ଷିତ ଯୁବକମାନେ ସଭ୍ୟତା ଓ ସଂସ୍କୃତିର ଅଭାବ, ପ୍ରତିଶୋଧ ଶକ୍ତିର ବିନାଶ, ସାମାଜିକ ବାତାବରଣ ଇତ୍ୟାଦି କାରଣରୁ ଯୁବ ଅପରାଧ ଦେଖା ଦେଇଥାଏ । ସହର ଓ ଶିଳ୍ପାଞ୍ଚଳମାନଙ୍କରେ ଏହାର ପ୍ରଭାବ ବିଶେଷତଃ ଦେଖାଦିଏ ।
ଏହି ଯୁବ-ଅପରାଧୀମାନେ ନିଜର ଅଭାବ ଓ ଅଭିଳାଷ ମେଣ୍ଟାଇବାପାଇନ ବିଭିନ୍ନ ଅପରାଧ ଯଥା – ଚୋରୀ, ଡକାୟତି, ଯୌନ ଅପରାଧ, ନରହତ୍ୟା, ପକେଟମାରୁ, ଜୁଆଖେଳ, ନିଶାପାଳ, ଗୁଣ୍ଡାଗିରି, କଳାବଜାରୀ, ସ୍ତ୍ରୀ ଓ ଯୁବତୀମାନଙ୍କ ପ୍ରତି ଅଶ୍ଳୀଳ ଭାଷା ପ୍ରୟୋଗ କରିବା ଇତ୍ୟାଦି ଅପରାଧରେ ଲିପ୍ତ ହୋଇଥାନ୍ତି ।
ଆଜିର ସମାଜର ଅବହେଳିତ ଓ ଅନାବଶ୍ୟକ ବାଳକ ଆସନ୍ତାକାଲି ସମାଜରେ ଜଣେ ଆବଶ୍ୟକୀୟ ନାଗରିକ ହୋଇପାରନ୍ତି । ବିପଥଗାମୀ ବାଳ ଅପରାଧୀମାନଙ୍କୁ ସୁ ନାଗରିକରୂପେ ଗଢିବାରେ ଦେଶର ଅନ୍ୟାନ୍ୟ ଶକ୍ତି ଓ ସଂଗଠନ ଅପେକ୍ଷା ପୋଲିସ ସୁବିଧାଜନକ ପରିସ୍ଥିତିରେ ଥିବାରୁ ଅପରାଧପ୍ରବଣ ବାଳକମାନଙ୍କୁ ସହଜରେ ଜାଣିପାରେ । ପୋଲିସ କର୍ମଚାରୀମାନେ ତାଙ୍କର ସେହି ଜ୍ଞାନକୁ ଯୁବମଙ୍ଗଳ କାର୍ଯ୍ୟରେ ଲଗାଇ ପାରିଲେ ଆଜିର ବିଶୃଙ୍ଖଳା ଓ ଅପରାଧୀ ଯୁବଗୋଷ୍ଠୀ ଆଇନ ପ୍ରତି ଆନୁଗତ୍ୟ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଦ୍ରୁତ ବେଗରେ ବଢି ଯାଉଥିବା ଏହି ଯୁବ ଅପରାଧ ଓ ବିଶୃଙ୍ଖଳା ନିରୋଧ କରିପାରିବେ ।
- ପୋଲିସ କର୍ମଚାରୀମାନେ ଆଇନ୍ ର ରକ୍ଷକ ଓ ପ୍ରତୀକ ହିସାବରେ କାର୍ଯ୍ୟ କରିବା ସମୟରେ ବୟସ ନିର୍ବିଶେଷରେ ସମସ୍ତଙ୍କୁ ଆଦର କରିବା ଓ ଉପଯୁକ୍ତ ସମ୍ମାନ ଦେବା ଦରକାର ।
- ଯୁବ ଅପରାଧୀମାନଙ୍କ ପ୍ରତି ବିଚାର ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରିବା ଦରକାର । ସେମାନଙ୍କୁ ଅପମାନ ଦେବା ବା କଷ୍ଟ ଦେବା ଅନୁଚିତ । ଏପରି କରିବା ଦ୍ଵାରା ତାଙ୍କୁ ଅଧିକରୁ ଅଧିକତର ବିଦ୍ରୋହୀ ଅବାଧ୍ୟ ଓ ଅପରାଧମୁଖୀ ହେବାର ସୁଯୋଗ ଦେବା ।
- ସେମାନଙ୍କ ପ୍ରତି ସହାନୁଭୂତିଶୀଳ ମନୋଭାବ ପ୍ରକାଶ କରି ବୁଝାଇଲେ ସେମାନେ କୁସଙ୍ଗ ବା ଖରାପ ଆଚରଣରୁ ନିବୃତ୍ତ ହେବେ ।
- ଯୁବ ଅନୁଷ୍ଠାନମାନ ଗଢି ସେମାନଙ୍କୁ କ୍ରୀଡା, ସାଂସ୍କୃତିକ ଓ ସମାଜ ମଙ୍ଗଳ କାର୍ଯ୍ୟରେ ବିନିଯୋଗ କରିବାକୁ ସାହାଯ୍ୟ କରିବେ ।
- ଟ୍ରାଫିକ ଡିଉଟିରେ ଥିଲାବେଳେ ଏହି ଶ୍ରେଣୀର ଯୁବକମାନଙ୍କ ପ୍ରତି ଭଲ ବ୍ୟବହାର ଦେଖାଇ ସେମାନଙ୍କୁ ଟ୍ରାଫିକ ନିୟମ ପ୍ରତି ଆକୃଷ୍ଟ କରାଇବେ ।
- ନିଶାଦ୍ରବ୍ୟ ବିକ୍ରି କରୁଥିବା ବାଳକ ଓ ବେଶ୍ୟାଳୟରେ ଦଲାଲି କାର୍ଯ୍ୟରେ ନିଯୁକ୍ତିଥିବା ବାଳକମାନଙ୍କୁ ଉଦ୍ଧାର କରି ଦୁର୍ବୃତ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବେ ।
- ନିହାତି ଦରକାର ନ ପଡିଲେ ବାଳ ଅପରାଧୀମାନଙ୍କୁ ହାତକଡି ଦେବେ ନାହିଁ ଓ ସେମାନଙ୍କୁ ଅନ୍ୟ ଅପରାଧୀମାନଙ୍କଠାରୁ ଅଲଗା ରଖିବେ ।
- କୋର୍ଟ ବା ଜେଲରୁ ଫେରିବା ପରେ ତାଙ୍କ ସହ ସୁସମ୍ପର୍କ ରଖି ତାଙ୍କ ବାଟକୁ ଆଣିବାପାଇଁ ଯତ୍ନବାନ ହେବେ ।
- ବେକାର ଯୁବ ଅପରାଧୀମାନଙ୍କ ପାଇଁ କର୍ମସଂସ୍ଥାନର ବ୍ୟବସ୍ଥା କରିପାରିଲେ ମଙ୍ଗଳ ହେବ ।
ଅକ୍ଷମ ଓ ଅନାଥମାନଙ୍କ ପ୍ରତି ବ୍ୟବହାର
ମାନବ ସେବା ପୋଲିସ କର୍ତ୍ତବ୍ୟର ଏକ ଅଂଶ । ପୋଲିସ କର୍ମଚାରୀ ସତ୍ୟ, ଦୟା ଓ କ୍ଷମାଗୁଣର ଅଧିକାରୀ ହୋଇ ପାରିଲେ ପ୍ରକୃତ ଜନସେବକ ହୋଇପାରିବେ । ପୋଲିସ କର୍ମଚାରୀ କିପରିଭାବରେ ଜନସେବା କରିପାରିଲେ ତା’ର କୌଣସି ନିର୍ଦ୍ଧିଷ୍ଟ ରୂପରେଖା ବା ସୀମା ନାହିଁ । ପୀଡିତ ବା ରୁଗ୍ଣ ବ୍ୟକ୍ତିର ଚିକିତ୍ସା ବ୍ୟବସ୍ଥା କରିବା, ଭୋକିଲା ଲୋକଙ୍କପାଇଁ ଖାଦ୍ୟପେୟର ବନ୍ଦୋବସ୍ତ କରିଦେବା ଯେପରି କର୍ତ୍ତବ୍ୟ, ଅନ୍ଧ, ଅକ୍ଷମ, ଅନାଥ ଓ ଶିଶୁମାନଙ୍କୁ ସାହାଯ୍ୟ କରିବା ମଧ୍ୟ ସେହିପରି କର୍ତ୍ତବ୍ୟ । ଅନାଥ ବାଳକ ବାଳିକାମାନେ କୁସଙ୍ଗରେ ପଡି ସମାଜରେ ନାନାବିଧ ସମସ୍ୟା ସୃଷ୍ଟି କରିଥାନ୍ତି । ତେଣୁ ତାଙ୍କ ପ୍ରତି ସହାନୁଭୂତିଶୀଳ ହୋଇ କୌଣସି ଅନାଥଶ୍ରମ, ବାଳାଶ୍ରାମ ବା ଅନ୍ୟାନ୍ୟ ସେବା ଅନୁଷ୍ଠାନମାନଙ୍କରେ ଥଇଥାନର ବ୍ୟବସ୍ଥା କରିପାରିଲେ ସମାଜର ମଙ୍ଗଳ ହେବ । ଏହା ଦ୍ଵାରା ପୋଲିସ ସଂସ୍ଥାର ସୁନାମ ବଢିବ ।
ବିଟ ଡିଉଟିରେ ଥିଲାବେଳେ ଜନସାଧାରଣଙ୍କ ପ୍ରତି ବ୍ୟବହାର
ବିଟ ବା ବିଟ ପ୍ରଥା କାହାକୁ କୁହାଯାଏ ?
ଶାସନଗତ ସୁବିଧା ସୁପରିଚାଳନା ନିମନ୍ତେ ସହର ଓ ମଫସଲ ଅଞ୍ଚଳରେ ଥିବା ପ୍ରତ୍ୟକ ଥାନା ଇଲାକାକୁ କେତେଗୁଡିଏ ଛୋଟ ଛୋଟ ଅଞ୍ଚଳରେ ବିଭକ୍ତ କରାଯାଇଛି । ଏହାକୁ ବିଟ୍ କହନ୍ତି ।
ଆଜିର ଉନତ ସମାଜରେ ପୋଲିସ କର୍ମଚାରୀ ଯେ କେବଳ ଶାନ୍ତିଶୃଙ୍ଖଳା ରକ୍ଷା କରିବ ଓ ଅପରାଧ ନିରୋଧ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ତାହା ନୁହେଁ, ପୋଲିସକୁ ସମାଜ ସେବା କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ ହେବାକୁ ପଡିବ । କର୍ମ କ୍ଷେତ୍ରରେ ପୋଲିସ କର୍ମଚାରୀ ଏପରି ଆଦର୍ଶ ଓ ମହତ କାର୍ଯ୍ୟକରି ଚାଳିବେ, ଯାହାକି ଜନସାଧାରଣଙ୍କ ଦ୍ଵାରା ସମାଲୋଚିତ ହେବା ପରିବର୍ତ୍ତେ ସେମାନଙ୍କର ସ୍ନେହ ଓ ଶ୍ରଦ୍ଧାର ପାତ୍ର ହୋଇ ପାରିବେ । ତେଣୁ ବିଟ୍ ଡିଉଟିରେ ଥିବା ପ୍ରତ୍ୟକ ପୋଲିସ କର୍ମଚାରୀ ନିଜକୁ ସାଧାରଣ ସମ୍ପତ୍ତିର ରକ୍ଷକ, ସୁଦକ୍ଷ ତଦନ୍ତକାରୀ, ସୁଉପଦେଷ୍ଟା ଓ ସର୍ବୋପରି ଜନସାଧାରଣାଙ୍କର ସେବକ ହିସାବରେ ଦକ୍ଷତାର ସହ କାର୍ଯ୍ୟ କରିବା ଦରକାର । ଯଦ୍ୱାରା ଜନସାଧାରଣ ପୋଲିସକୁ ବିପଦର ବନ୍ଧୁ ଭାବି ତାଙ୍କର ଉପଦେଶ ଗ୍ରହଣ କରିବେ ।
ତେଣୁ ବିଟ୍ ଡିଉଟିରେ ମୁତଏନ ଥିବା ପୋଲିସ କର୍ମଚାରୀ ନିମ୍ନ ଲିଖିତ କେତେଗୋଟି ପୋଷାକ ପିନ୍ଧିବା ଦରକାର ।
- ଉତ୍ତମ ପୋଷାକ – ଜନସାଧାରଣ ଦ୍ଵାରା ଆଦୃତ ହେଲାଭଳି ପରିଷ୍କାର ଓ ପରିଚ୍ଛନ୍ନ ପୋଷାକ ପିନ୍ଧିବା ଦରକାର ।
- ଇଲାକା ପରିଚୟ – ନିଜ ବିଟ୍ ଇଲାକାର ଭୌଗଳିକ ସ୍ଥିତି, ପ୍ରଧାନ ସ୍ଥାନ, ସରକାରୀ ଅଫିସ, ବିଶିଷ୍ଟ ବ୍ୟକ୍ତି, ଅବସର ପ୍ରାପ୍ତ ପୋଲିସ କର୍ମଚାରୀ, ରାସ୍ତାଘାଟ, ଅସାମାଜିକ ବ୍ୟକ୍ତି, ଦାଗୀ, ଫେରାର ଆସାମୀ ଅପରାଧୀଙ୍କ ଆଡ୍ଡାସ୍ଥଳର ଇତ୍ୟାଦି ବିଷୟରେ ସବିଶେଷ ଜ୍ଞାନଥିବା ଦରକାର, ଯଦ୍ୱାରା କି ସେମାନେ ଦାଗୀ, ସନ୍ଦେହୀ ଓ ଅଚିହ୍ନା ଲୋକମାନନକର ଗତିବିଧି ନିୟନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ପଥିକମାନଙ୍କର ମଧ୍ୟ ସହାୟତା କରିପାରିବେ ।
- କର୍ତ୍ତବ୍ୟ ଜ୍ଞାନ – ବିଟ୍ କନଷ୍ଟେବଳ ମଫସଲ ଗସ୍ତବେଳେ କେଉଁ ସମୟରେ କେଉଁ ଅବସ୍ଥାର ସମ୍ମୁଖୀନ ହେବ ତାହା କହିବା ଦୁଷ୍କର । ଉପରିସ୍ଥ କର୍ମଚାରୀଙ୍କ ନିର୍ଦ୍ଦେଶକୁ ଅପେକ୍ଷା ନକରି ସମସ୍ୟାର ସମ୍ମୁଖୀନ ହେବାପାଇଁ ସଦା ସର୍ବଦା ପ୍ରସ୍ତୁତ ରହି ନିଜର କ୍ଷମତା ଓ ଦାୟିତ୍ଵ ସମ୍ବନ୍ଧରେ ଉତ୍ତମ ଜ୍ଞାନଥିବା ଦରକାର ।
- ଜନ ସମ୍ପଦ – ବିଟ୍ ଇଲାକା ମଧ୍ୟରେ ଗସ୍ତ କରୁଥିବା ବେଳେ ଜନସାଧାରଣଙ୍କ ପ୍ତତି ଉତ୍ତମ ବ୍ୟବହାର ପ୍ରଦର୍ଶନ କରି ତାଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ଦରକାର ।
- ଅପରାଧ ସୂଚନା – ବିଟ୍ ଇଲାକାରେ କୌଣସି ଅପରାଧ ହେବାମାତ୍ରେ ଅବିଳମ୍ବେ ନିୟମିତ ପଦକ୍ଷେପ ନେବା ସଙ୍ଗେ ସଙ୍ଗେ ପଡୋଶୀ ଅଞ୍ଚଳ ବାସୀଙ୍କୁ ହୁସିଆର କରାଇଦେବେ ।
- ଜନ ସମାବେଶ – ଯଦି କୌଣସି ସ୍ଥାନରେ ହଠାତ ଗାଡି ବା ଲୋକ ଜମା ହେବାର ଦେଖାଯାଏ, ତାହା ହେଲେ ତାର କାରଣ ସମୀକ୍ଷା କରି ଶାନ୍ତିପୂର୍ଣ୍ଣ ଉପାୟରେ ରାସ୍ତା ସଫା କରିବେ ।
- ଗଣ୍ଡଗୋଳ – ସର୍ବସାଧାରଣ ରାସ୍ତା ଉପରେ ଯଦି କୌଣସି ପ୍ରକାର ଗନ୍ଦୋଗୋଳ ଦେଖାଦିଏ ତେବେ ସଂପୃକ୍ତ ପକ୍ଷକୁ ବୁଝାଇସୁଝାଇ ଗୋଳମାଳ ବନ୍ଦି କରିବେ । ଯଦି ଅବସ୍ଥା ଆୟତ୍ତାଧୀନ ନହୁଏ ତେବେ ଥାନାକୁ ଖବର ପଠାଇବେ । ରାସ୍ତା ଅବରୋଧକୁ ଗୁରୁତ୍ଵ ନ ଦେଇ ଅବରୋଧ ହଟାଇବେ ।
- ଅସାମାଜିକ ବ୍ୟକ୍ତି – ବିଟ୍ ଡିଉଟିରେ ଥିଲାବେଳେ ଭିକାରି, ବାରବୁମ୍ଳା ସନ୍ଦେହୀ, ଅଜଣା ବ୍ୟକ୍ତି ଓ ଗୁଣ୍ଡା ଶ୍ରେଣୀର ଲୋକମାନଙ୍କ ଗତିବିଧି ଉପରେ କଡା ନଜର ରଖିବେ । ସନ୍ଦେହ ଉପୁଜିଲେ ଥାନାକୁ ପଠାଇବେ ।
- ସାଧାରଣ ସମ୍ପତ୍ତି ରକ୍ଷା – ସାଧାରଣ ସମ୍ପତ୍ତି ଯେପରି ନିରାପଦରେ ରହେ ସେଥିପ୍ରତି ଯତ୍ନବାନ ହେବେ ।
- ପ୍ରାକୃତିକ ବିପର୍ଯ୍ୟୟ – ଭୂମିକମ୍ପ, ଝଡତୋଫାନ, ବଢି, ମରୁଡି, ଘରପୋଡି ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପଦଗ୍ରସ୍ତ ଲୋକମାନଙ୍କୁ ସାହାଯ୍ୟ କରିବ ଓ ସେମାନଙ୍କର ଉଦ୍ଧାର କରାଯାଇଥିବା ସମ୍ପତ୍ତି ଜଗାରଖା କରିବା ଦରକାର
- ଅସହାୟଙ୍କୁ ସହାୟ – ମେଳା, ମହୋତ୍ସବ ଇତ୍ୟାଦି ଜନଗହଳି ସ୍ଥାନମାନଙ୍କରେ ନାରୀର ନିରାପତ୍ତା ଓ ଇଜତ୍ ରକ୍ଷା, ଗରିବ, ଅନ୍ଧ ଓ ଅକ୍ଷମକୁ ସାହାଯ୍ୟ କରିବା ଆକସ୍ମିକ ଜଳ ଡୁବିରୁ ଉଦ୍ଧାର କରିବା କାର୍ଯ୍ୟକରି ସର୍ବସାଧାରଣଙ୍କର ଶ୍ରଦ୍ଧାଭାଜନ ହେବେ ।
- ମାତାଲଙ୍କ ଉପଦ୍ରବ – ମାତାଲ ଓ ନିଶାଖୋର ବ୍ୟକ୍ତିଙ୍କ ଉପଦ୍ରବରୁ ବିପଦଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରି ମାତାଲମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବେ । ବାଟେ ଘାଟେ ପଡିଥିବା ମାତଳମାନଙ୍କୁ ଦେଖିଲେ ସେମାନଙ୍କର ଚିକିତ୍ସାର ବ୍ୟବସ୍ଥା କରିବେ ଓ ତାଙ୍କ ପରିବାରବର୍ଗ ହାତରେ ଦେବେ ।
- ନାନାଦି ସମ୍ପତ୍ତି – ଯଦି କୌଣସି ସ୍ଥାନରେ ନାନାଦି ମାଲ ବା ଚୋରିମାଲ ଇତ୍ୟାଦି ମିଳେ ତେବେ ସଙ୍ଗେ ସଙ୍ଗେ ଥାନାକୁ ଖବର ଦେବେ ।
- ହଜିବା ବ୍ୟକ୍ତି – ହଜିଯାଇଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ଓ ଯଦି ମିଳନ୍ତି, ସେମାନଙ୍କୁ ତାଙ୍କ ଅଭିଭାବକଙ୍କ ହାତରେ ଦେବାର ବ୍ୟବସ୍ଥା କରିବେ ।
- ସଂକ୍ରାମକ ରୋଗ – ସଂକ୍ରାମକ ରୋଗ ବ୍ୟାପିବାର ଖବର ପାଇଲେ ସଂପୃକ୍ତ ବିଭାଗକୁ ଜଣାଇବା ସଙ୍ଗେ ସଙ୍ଗେ ଥାନକାଉ ଖବର ଦେବେ ।
- ବୁଲା ଗାଈ ଗୋରୁ – ବୁଲା ଗାଈଗୋରୁଙ୍କ ଦ୍ଵାରା ରାସ୍ତା ଅବରୋଧ ହୋଇ ବହୁବିଧ ଅସୁବିଧା ଘଟିଥାଏ । ଏମାନଙ୍କୁ ରାସ୍ତାରୁ ହଟାଇ ରାସ୍ତା ସଫା ରଖିବାର ବ୍ୟବସ୍ଥା କରିବେ । ସେମାନଙ୍କ ପ୍ରତି ନିଷ୍ଠୁର ବ୍ୟବହାର ବନ୍ଦ କରିବେ ।
ପୋଲିସ କର୍ମଚାରୀଙ୍କ କର୍ତ୍ତବ୍ୟ
- ପୋଲିସ କର୍ମଚାରୀ ବେଶ୍ୟାପଡାରେ ନିଜର କର୍ତ୍ତବ୍ୟ କରିବାକୁ ଯାଇ ଏମାନଙ୍କ କବଳରେ ପଡିବା ଉଚିତ୍ ନୁହେଁ ।
- ଏମାନଙ୍କର ବିଶ୍ଵାସଭାଜନ ହୋଇ ଅପରାଧି ଓ ଅପରାଧ, ଚୋରାମାଲ ଗ୍ରହଣକାରୀମାନଙ୍କ ବିଷୟରେ ଖବର ସଂଗ୍ରହ କରିବା ଉଚିତ୍ ।
- ଏମାନଙ୍କର କୁକର୍ମର ପ୍ରଭାବ ଯେପରି ପଡୋଶୀଙ୍କ ଉପରେ ନ ପଡେ ସେଥିପ୍ରତି କଡା ନଜର ଦେବା ଦରକାର ।
- ଅପହୃତା ବା ଅସହାୟ ଅବସ୍ଥାରେ ଥିବା ନାରୀ ତଥା ଯୁବତୀମାନଙ୍କୁ ଦଲାଲମାନଙ୍କ କବଳରୁ ଉଦ୍ଧାର କରି ତାଙ୍କୁ ଅଭିଭାବକମାନଙ୍କ ହାତରେ ଅର୍ପଣ କରିବା ଉଚିତ୍ ।
- ଯଦି ଏହା ସମ୍ଭବ ନ ହୁଏ ତେବେ ଏମାନଙ୍କୁ କନ୍ୟାଶ୍ରମ ବା ଅନାଥଶ୍ରମ ଇତ୍ୟାଦି ସେବା ଅନୁଷ୍ଠାନଗୁଡିକରେ ଥଇଥାନ ବ୍ୟବସ୍ଥା କରାଇବ ।
- ବେଶ୍ୟାପଡାକୁ ଭାଙ୍ଗି ସୁସ୍ଥ ବାତାବରଣ ଫେରାଇ ଆଣିବାକୁ ଜନସାଧାରଣଙ୍କୁ ସହଯୋଗ କରିବେ ।
- ବିଭିନ୍ନ ଅପରାଧରେ ଲିପ୍ତ ଅପରାଧି, ଫେରାର ଆସାମୀ, ନିଶାଖୋର ବ୍ୟକ୍ତି, ଗୁଣ୍ଡା, ବଦମାସ ଲୋକଙ୍କ ପ୍ରତି ଉପଯୁକ୍ତ ଦଣ୍ଡ ବିଧାନର ବ୍ୟବସ୍ଥା କରିବେ ।
- ଦଲାଲ ଓ ବେଶ୍ୟାମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରିବାକୁ ତତ୍ପର ହେବେ ।
- ସମାଜରୁ ଏହି କାଲଙ୍କା ଲିଭାଇବାର ଜନସାଧାରଣଙ୍କୁ ସାହାଯ୍ୟ କରି ପୋଲିସ ବିଭାଗର ସୁନାମ ବଢାଇବେ ।
ଟ୍ରାଫିକ ଡିଉଟିରେ ଥିଲାବେଳେ ଜନସାଧାରଣଙ୍କ ପ୍ରତି କର୍ତ୍ତବ୍ୟ
ଟ୍ରାଫିକ ଡିଉଟି କାହିଁକି କରାଯାଏ ?
ଟ୍ରାଫିକ ବୃଦ୍ଧି ବୃଦ୍ଧି ସଙ୍ଗେ ସଙ୍ଗେ ଯନ୍ତ୍ରଚାଳିତ ଗାଡି ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତଦନୁସାରେ ଦୁର୍ଘଟଣା ମଧ୍ୟ ବଢିଚାଲିଛି । ତେଣୁ ଜନସାଧାରଙ୍କ ନିରାପତ୍ତା ଓ ଯାନବାହାନ ନିୟନ୍ତ୍ରଣ କରି ଦୁର୍ଘଟଣାକୁ ରୋକିବା ସକାଶେ ଟ୍ରାଫିକ ଡିଉଟି କରାଯାଏ ।
ଟ୍ରାଫିକ ନିୟନ୍ତ୍ରଣ କରିବା ଓ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ପ୍ରତି ଆକୃଷ୍ଟ କରିବା ସକାଶେ ପଦକ୍ଷେପ
ଯାନବାହାନର ନିୟନ୍ତ୍ରଣ ସକାଶେ ବିଭିନ୍ନ ଆଇନ୍ ଥିବା ସ୍ଥଳେ ପଦଯାତ୍ରୀମାନଙ୍କ ପାଇଁ କୌଣସି ଆଇନ୍ ନାହିଁ । ପଦଯାତ୍ରୀ ଓ ଯାନବାହାନ ଚାଳକଙ୍କର ଅସାବଧାନତା ଓ ଅବହେଳା ଯୋଗୁଁ ସର୍ବସାଧାରଣ ରାସ୍ତାରେ ଦୁର୍ଘଟଣା ଘଟି ବହୁଲୋକ ଅକାଳ ମୃତ୍ୟୁବରଣ କରିବା ସଙ୍ଗେ ସଙ୍ଗେ ଅଧିକ ସଂଖ୍ୟାରେ ପଙ୍ଗୁ ଓ ଅକ୍ଷମ ହୋଇପଡନ୍ତି । ପଦଚାରୀ ଯାନବାହାନ ବ୍ୟବହାରୀକାରୀଙ୍କ ନିରାପତ୍ତା ସକାଶେ ଟ୍ରାଫିକ ଡିଉଟି ଉଦ୍ଦିଷ୍ଟ ।
ଏହାର ସଫଳତା ପାଇଁ ଜନଗହଳି ଛକମାନଙ୍କର ଟ୍ରାଫିକ ପିଣ୍ଡି ତିଆରି କରିବା, ଯାନ୍ତ୍ରିକ ଆଲୋକ ବ୍ୟୁଅବସ୍ଥା, ଟ୍ରାଫିକ ପିଣ୍ଡି ଉପରେ ସିପାହୀଙ୍କଦ୍ଵାରା ଯାନବାହାନ ଚାଳକଙ୍କ ନିର୍ଦ୍ଦେଶ ଦେବା, ଛକଜାଗା ଓ ଟ୍ରାଫିକ ପିଣ୍ଡି ନିକଟସ୍ଥ ରାସ୍ତାକଡାରେ ସାଇନବୋର୍ଡ ଦେବା, ରାସ୍ତାଉପରେ ଧଳାଗାର ଦ୍ଵାରା ସଙ୍କେତ ଦେବା, ରାସ୍ତାକୁ ଦୁଇଭାଗ କରି ଚିହ୍ନିତ କରାଇବା, ପଦଚାରୀଙ୍କ ପାଇଁ ରାସ୍ତାକଡାରେ ପଥ ତିଆରି କରିବା । ବାଙ୍କରାଶା, ଛକଯାଗା ସ୍କୁଲ, ରେଳଷ୍ଟେସନ, ଲେବଲ କ୍ରସିଂ ତିଆରି କରିବା ଯାତାୟତ ନିୟମ ସମ୍ବଳିତ ସତର୍କତାମୂଳକ ଉପଦେଶାବଳୀ ଲେଖିବା ଇତ୍ୟାଦି ବ୍ୟବସ୍ଥାମାନ କରାଯାଇଛି ।
ଏତତ୍ ବ୍ୟତୀତ ସ୍କୁଲ, କଲେଜରେ ପିଲାମାନଙ୍କୁ ଟ୍ରାଫିକ ନିୟମ ଶିକ୍ଷାଦେବା, ଚଳଚିତ୍ର ଦ୍ଵାରା ଟ୍ରାଫିକ ଚଳଚିତ୍ର ଦେଖାଇବା, ଟ୍ରାଫିକ ସପ୍ତାହ ପାଳନ କରାଯାଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ଓ ଖବର କାଗଜ ମାଧ୍ୟମରେ ସର୍ବସାଧାରଣଙ୍କୁ ଟ୍ରାଫିକ ନିୟମ ପ୍ରତି ଆକୃଷ୍ଟ କରାଯାଇଥାଏ ।
ଟ୍ରାଫିକ ଡିଉଟିରେ ଥିବାବେଳେ ପୋଲିସ କର୍ମଚାରୀ ନିମ୍ନଲିଖିତ ବିଷୟ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର ।
- ଟ୍ରାଫିକ କନେଷ୍ଟେବଳ ଯାନବାହାନ ନିୟନ୍ତ୍ରଣ ସମ୍ବନ୍ଧୀୟ ପ୍ରଚଳିତ ଯାବତୀୟ ଆଇନ୍ ଓ ଆଦେଶନାମା ବିଷୟରେ ଭଲ ଜ୍ଞାନ ଥିବା ଦରକାର ।
ପଦଚାରୀ ଯାନ ବାହାନ ବ୍ୟବହାରୀକାରୀମାନେ ଯେପରି ଉପରୋକ୍ତ ଆଇନକୁ କଡାକଡି ଭାବରେ ମାନି ଚଳନ୍ତି ସେଥିପ୍ରତି ଦ୍ରୁଷ୍ଟି ଦେବେ ।
- ନିୟମ ଭଙ୍ଗକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବେ ।
- ଅନ୍ୟମନସ୍କ ନ ହୋଇ ଧିରସ୍ଥିର ଭାବରେ ନିଜର କର୍ତ୍ତବ୍ୟ କରିଯିବେ କାହା ପ୍ରତି ଦୁର୍ବ୍ୟବହାର, ଅଯଥା ଯୁକ୍ତିତର୍କ ବା କଥାବାର୍ତ୍ତା କରିବା ଅନୁଚିତ ।
- ପ୍ରତ୍ୟକ ଯାନବାହାନ ନିୟମିତ ଗତିରେ ଚାଲିବା, କେହି କାହାକୁ ଅତିକ୍ରମ ନ କରିବା, ରହିବା ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ରହି ଅଯଥା ରାସ୍ତା ଅବରୋଧ ନ କରିବା ଇତ୍ୟାଦି ପ୍ରତି ଦୃଷ୍ଟି ଦେବେ ।
- ଅନ୍ୟ ଜଣେ ବଦଳିଆ ସିପାହୀ ନ ଆସିବା ଯାଏ ଟ୍ରାଫିକ ପିଣ୍ଡି ଛାଡିବେ ନାହିଁ । କାରଣ ସେ ସ୍ଥାନମାନଙ୍କରେ ଦୁର୍ଘଟଣାର ସମ୍ଭାବନା ବେଶୀ ।
- ଅନ୍ଧ, ବଧିର, ବୃଦ୍ଧ, ବାଳକ, ବାଳିକା ଓ ସ୍ତ୍ରୀଲୋକମାନଙ୍କୁ ଠିକ୍ ରାସ୍ତାରେ ଯିବାକୁ ସହାୟତା କରିବେ ।
- ଟ୍ରାଫିକ ପଏଣ୍ଟ କିମ୍ବା ଛକ ଜାଗାମାନଙ୍କରେ ରାସ୍ତା ମଝିରେ ଦଳ ଦଳ ହୋଇ ଠିଆହୋଇ କଥାବାର୍ତ୍ତା କରି ଯାନବାହାନ ଯାତାୟତରେ ବାଧା ସୃଷ୍ଟି କରୁଥିବା ଯୁବକମାନଙ୍କ ପ୍ରତି ଭଲ ବ୍ୟବହାର ଦେଖାଇ ରାସ୍ତା ସାଫ କରିବାକୁ ବୁଝାଇବେ ।
ଆଧାର - ଏମ୍.ଏମ୍. ପବ୍ଲିକେଶନ