অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପିତାମାତା ଏବଂ ବରିଷ୍ଠ ନାଗରୀକମାନଙ୍କର ଭରଣପୋଷଣ ଏବଂ ମଙ୍ଗଳ ଆଇନ୍, ୨୦୦୭

ସଂବିଧାନ  ଅନୁଯାୟୀ, ଅଙ୍ଗୀକାରୀବଦ୍ଧ  ଏବଂ  ସ୍ଵୀକୃତ, ପିତାମାତା  ଏବଂ  ବରିଷ୍ଠ  ନାଗରୀକଙ୍କର  ଭରଣପୋଷଣ  ଏବଂ  ମଙ୍ଗଳ  ନିମନ୍ତେ, ଅଧିକ  ପ୍ରଭାବଶାଳୀ  ବ୍ୟବସ୍ଥାବଳୀ  ଯୋଗାଇ  ଦେବା  ଏବଂ  ସେଥି ସହ  ସଂପୃକ୍ତ   କିମ୍ବା  ସେଥିରେ  ଆନୁସଂଗୀକ  ବିଷୟ  ନିମନ୍ତେ  ଏକ  ଆଇନ୍   ।

ଭାରତୀୟ  ଗଣତନ୍ତ୍ରର  ଅଠାବନତମ  ବାର୍ଷିକୀରେ , ପାର୍ଲାମେଣ୍ଟ  ଦ୍ଵାରା  ନିମ୍ନଭାବେ  ଆଇନ୍ ରେ  ପରିଣତ  କରାଗଲା  ।

ଉଦ୍ଦେଶ୍ୟ  ଏବଂ  କାରଣର ବିବରଣୀ

ବୟସ୍କମାନଙ୍କ  ନିମନ୍ତେ  ଯତ୍ନଯୋଗାଇବା  ଉପରେ  ଭାରତୀୟ  ସମାଜର  ପ୍ରଥାନୁଗତିକ  ନୀତି  ଏବଂ  ମୂଲ୍ୟ  ଜୋର  ଦେଇଥାଏ  । ଯାହେଉନା  କାହିଁକି , ଯୁଗ୍ମ  ପରିବାର  ପ୍ରଥାର  ଉଭାନ  ଯୋଗୁ, ଅନେକ  ସଂଖ୍ୟକ  ବୟସ୍କମାନେ  ସେମାନଙ୍କ  ପରିବାର  ଦ୍ଵାରା  ଦେଖାଶୁଣା  କରାଯାଉ   ନାହାଁନ୍ତି   । ପରିଣତି  ସ୍ୱରୂପ ଅନେକ  ବୟସ୍କ  ବ୍ୟକ୍ତି, ନିର୍ଦ୍ଧିଷ୍ଟଭାବେ  ବୈଧବ୍ୟ  ମହିଳାମାନେ  ସେମାନଙ୍କର  ସାୟଂକାଳ  ବୟସ୍କଗୁଡିକ, ଏକାକୀଭାବେ  ଅତିବାହିତ  କରିବା   ନିମନ୍ତେ  ବାଧ୍ୟ  ହେଉଛନ୍ତି  ଏବଂ  ସେମାନେ  ଭାବପ୍ରବଣ  ଅବହେଳା  ଏବଂ  ଶାରିରୀକ  ଏବଂ  ଅର୍ଥନୈତିକ   ସମର୍ଥନର  ଅଭାବରେ  ଅଛନ୍ତି  ଏହା  ସ୍ପଷ୍ଟଭାବେ  ଉନ୍ମୋଚନ  କରେ  ଯେ, ବୟସ  ବୃଦ୍ଧି  ପାଇବା  ଏକ  ବୃହତ୍  ସାମାଜିକ  ଆହ୍ଵାନ  ହୋଇଛି  ଏବଂ  ବୟସ୍କ  ବ୍ୟକ୍ତିମାନଙ୍କର   ଯତ୍ନ  ଏବଂ  ସୁରକ୍ଷା  ପ୍ରତି  ଅଧିକ  ଦୃଷ୍ଟିପାତ  କରିବାର   ଆବଶ୍ୟକତା  ରହିଛି  । ଯଦିଓ  ପିତାମାତାମାନେ, ଫୌଜଦାରୀ  କାର୍ଯ୍ୟବିଧି  ସଂହିତା, ୧୯୭୩ ଅନୁଯାୟୀ, ଭରଣପୋଷଣ  ଦାବୀ  କରିପାରିବେ, ଏହି  ପଦ୍ଧତି, ଉଭୟ  ସମୟ  ସାପେକ୍ଷ  ଏବଂ  ବ୍ୟୟ  ବହୁଳ  ଅଟେ  । ଏଣୁ ପିତାମାତାଙ୍କ  ନିମନ୍ତେ  ଭରଣପୋଷଣ  ଦାବୀ   କରିବା  ନିମନ୍ତେ  ସରଳ, ଖର୍ଚ୍ଚହୀନ  ଏବଂ  ଦ୍ରୁତ  ବ୍ୟବସ୍ଥାବଳୀର  ଆବଶ୍ୟକତା   ରହିଛି   ।

  1. ଏପରି  ବୟସ୍କ – ସଂପର୍କୀୟମାନଙ୍କୁ  ଭରଣପୋଷଣ  କରିବାରେ , ସନ୍ତାନ  କିମ୍ବା  ସେମାନଙ୍କର  ବୟସ୍କ  ସଂପର୍କୀୟଙ୍କର  ସମ୍ପତ୍ତିକୁ  ଉତ୍ତରାଧିକାରୀ  ସୂତ୍ରେ  ଗ୍ରହଣ  କରୁଥିବା  ବ୍ୟକ୍ତିମାନଙ୍କ  ଉପରେ  ଏକ  ଦାୟିତ୍ଵ  ନ୍ୟସ୍ତ   କରିବା  ନିମନ୍ତେ, ଏହି  ବିଲ୍  ପ୍ରସ୍ତାବ  କରେ  ଏବଂ  ଦୁଃସ୍ଥ  ବୟସ୍କ   ବ୍ୟକ୍ତିମାନଙ୍କୁ  ଭରଣପୋଷଣ   ଯୋଗାଇଦେବା  ଏବଂ  ବୃଦ୍ଧ  ବୟସ   ଗୃହର   ସ୍ଥାପନା  ନିମନ୍ତେ   ବ୍ୟବସ୍ଥାବଳୀ  ପ୍ରଣୟନ   କରିବା  ନିମନ୍ତେ  ପ୍ରସ୍ତାବ  କରେ   ।
  2. ବରିଷ୍ଠ  ନାଗରୀକମାନଙ୍କୁ   ଉତ୍ତମ  ଡାକ୍ତରୀ  ସୁବିଧା  ଯୋଗାଇ  ଦେବା  ନିମନ୍ତେ  ଏବଂ  ସେମାନଙ୍କର  ଜୀବନ  ଏବଂ  ସମ୍ପତ୍ତିର  ସୁରକ୍ଷା  ନିମନ୍ତେ  ବ୍ୟବସ୍ଥାବଳୀ   ଯୋଗାଇ  ଦେବା  ନିମନ୍ତେ  ଏହି  ବିଲ୍  ମଧ୍ୟ  ପ୍ରସ୍ତାବ  କରେ   ।

  3. ଏହି  ବିଲ୍, ସେଥିପାଇଁ   ନିମ୍ନ  ବ୍ୟବସ୍ଥା  ଯୋଗାଇ  ଦେବା  ନିମନ୍ତେ  ପ୍ରସ୍ତାବ  କରେ : -
    • ପିତା – ମାତା  ଏବଂ   ବରିଷ୍ଠ  ନାଗରୀକମାନଙ୍କୁ  ଆବଶ୍ୟକ  ଭିତ୍ତିକ  ଭରଣପୋଷଣ  ଯୋଗାଇ  ଦେବା  ନିମନ୍ତେ  ଉପଯୁକ୍ତ   ପଦ୍ଧତିର  ସ୍ଥାପନା ;
    • ବରିଷ୍ଠ  ନାଗରୀକମାନଙ୍କୁ   ଉତ୍ତମ  ଡାକ୍ତରୀ  ସୁବିଧା  ଯୋଗାଇ  ଦେବା ;
    • ବୟସ୍କ  ବ୍ୟକ୍ତିମାନଙ୍କର  ଜୀବନ  ଏବଂ  ସମ୍ପତ୍ତିର  ସୁରକ୍ଷା  ନିମନ୍ତେ  ଉପଯୁକ୍ତ  ବ୍ୟବସ୍ଥାର   ଆନୁଷ୍ଠାନିକରଣ  ନିମନ୍ତେ   ।
    • ପ୍ରତ୍ୟକ୍  ଜିଲ୍ଲାରେ   ବୃଦ୍ଧ  ବୟସ  ଗୃହର  ସ୍ଥାପନା  ।
  4. ଉପରୋକ୍ତ  ଲକ୍ଷଗୁଡ଼ିକ  ହାସଲ   କରିବା  ନିମନ୍ତେ  ଏହି  ବିଲ୍  ଉଦ୍ଦେଶିତ  ଅଟେ  ।

ସଂକ୍ଷିପ୍ତ  ଆଖ୍ୟା, ପରିସର, ପ୍ରୟୋଗ  ଏବଂ  ପ୍ରାରମ୍ଭ

  1. ଏହି  ଆଇନ୍ କୁ , ପିତା – ମାତା  ଏବଂ  ବରିଷ୍ଠ  ନାଗରିକମାନଙ୍କର  ଭରଣପୋଷଣ   ଏବଂ  ମଙ୍ଗଳ  ଆଇନ୍ , ୨୦୦୭  ବୋଲି  କୁହାଯିବ   ।
  2. ଏହା, ଜାମ୍ମୁ  ଏବଂ  କାଶ୍ମୀର  ରାଜ୍ୟ  ବ୍ୟତୀତ  ସାରା  ଭାରତ  ପ୍ରତି  ପରିବର୍ଦ୍ଧିତ  ଅଟେ  ଏବଂ  ଏହା  ମଧ୍ୟ  ଭାରତ  ବାହାରେ, ଭାରତର  ନାଗରିକମାନଙ୍କ  ପ୍ରତି  ପ୍ରୟୋଗ  ହୁଏ  ।
  3. ଏହା  ଏପରି  ତାରିଖରେ, ଏପରି  କୌଣସି  ରାଜ୍ୟରେ  ବଳବତ୍ତର  ହେବ , ଯେପରି  ରାଜ୍ୟ  ସରକାର, କାର୍ଯ୍ୟାଳୟ  ଗେଜେଟ୍ ରେ  ବିଜ୍ଞପ୍ତି  ଦ୍ଵାରା  ଧାର୍ଯ୍ୟ  କରିବେ  ।

ସଂଜ୍ଞା

ଏହି  ଆଇନ୍ ରେ, ଯଦି  ସୂଚୀ  ଅନ୍ୟଥା  ଆବଶ୍ୟକ  ନକରେ : -

  • ‘ସନ୍ତାନ’; ପୁତ୍ର, କନ୍ୟା  ନାତି  ଏବଂ  ଅଣନାତିଙ୍କୁ   ଅନ୍ତର୍ଭୁକ୍ତ  କରେ, ମାତ୍ର  କୌଣସି  ନାବାଳିକାଙ୍କୁ  ଅନ୍ତର୍ଭୁକ୍ତ  କରେ  ନାହିଁ;
  • ‘ଭରଣ - ପୋଷଣ’, ଖାଦ୍ୟ, ବସ୍ତ୍ର, ବାସସ୍ଥାନ  ଏବଂ  ଡାକ୍ତରୀ   ଯତ୍ନ ଏବଂ  ଚିକିତ୍ସାକୁ  ଅନ୍ତର୍ଭୁକ୍ତ   କରେ;
  • ‘ନାବାଳକ’ ଅର୍ଥ, କୌଣସି  ବ୍ୟକ୍ତି  ଯେକି  ସାବାଳକ  ଆଇନ୍, ୧୮୭୫ (୯/୧୮୭୫) ର  ବ୍ୟବସ୍ଥାବଳୀ   ଅନୁଯାୟୀ, ସାବାଳକତ୍ଵ  ବୟସରେ  ପଦାର୍ପଣ  କରିନାହିଁ   ବୋଲି  ଧରାଯାଏ;
  • ‘ପିତା – ମାତା’ ଅର୍ଥ  ପିତା  କିମ୍ବା  ମାତା, ସେ  ଜନ୍ମଗତ  ଭାବେ  ହୋଇଥାଆନ୍ତୁ  କିମ୍ବା  ଗ୍ରହଣ  ଦ୍ଵାରା  କିମ୍ବା  ସାବତ – ପିତା  କିମ୍ବା  ସାବତ – ମାଆ  ହୋଇଥାଆନ୍ତୁ  କିମ୍ବା  ନାହିଁ, ଯେଉଁ  ସ୍ଥଳରେ ଯେପରି  ପ୍ରୟୋଗନୀୟ ; ଏପରି  ପିତା  କିମ୍ବା  ମାଆ  ଜେନ  ବରିଷ୍ଠ  ନାଗରୀକ  ହୋଇଥାଆନ୍ତୁ  କିମ୍ବା  ନାହିଁ;
  • ‘ଧାର୍ଯ୍ୟ’ ଅର୍ଥ, ଏହି  ଆଇନ୍  ଅନୁଯାୟୀ  ରାଜ୍ୟ  ସରକାରଙ୍କ  ଦ୍ଵାରା  ପ୍ରଣୀତ  ନିୟମାବଳୀ  ଦ୍ଵାରା  ଧାର୍ଯ୍ୟ;
  • ‘ ସମ୍ପତ୍ତି ’ ଅର୍ଥ, ଯେକୌଣସି  ପ୍ରକୃତିର  ସମ୍ପତ୍ତି; ତାହା  ଅସ୍ଥାବର  କିମ୍ବା  ସ୍ଥାବର, ପୈତୃକ  କିମ୍ବା  ସ୍ଵ - ଅଧିଗୃହୀତ; ସ୍ପର୍ଶଜନିତ   କିମ୍ବା  ଅସ୍ପର୍ଶଜନିତ  ହୋଇଥାଉ  କିମ୍ବା  ନାହିଁ  ଏବଂ  ଏହା  ଏପରି  ସମ୍ପତ୍ତିରେ  ନିହିତ   ଅଧିକାର   କିମ୍ବା  ସ୍ଵାର୍ଥକୁ  ମଧ୍ୟ  ଅନ୍ତର୍ଭୁକ୍ତ  କରେ;
  • ‘ସଂପର୍କୀୟ’ ଅର୍ଥ, କୌଣସି  ସନ୍ତାନହୀନ  ବରିଷ୍ଠ  ନାଗରୀକଙ୍କର  କୌଣସି  ଆଇନଗତ  ଉତ୍ତରାଧିକାରୀ, ଯେକି  ଜଣେ  ନାବାଳକ  ନୁହେଁ  ଏବଂ  ଯେକି  ତାଙ୍କର ମୃତ୍ୟୁପରେ , ତାଙ୍କର  ସମ୍ପତ୍ତିକୁ  ଉତ୍ତରାଧିକାରୀ  ସୂତ୍ରେ  ଦଖଲ  କରିବେ  କିମ୍ବା ଗ୍ରହଣ  କରିବେ;
  • ‘ବରିଷ୍ଠ – ନାଗରୀକ’ ଅର୍ଥ, ଭାରତର  ନାଗରୀକ  ହୋଇଥିବା  କୌଣସି  ବ୍ୟକ୍ତି, ଯେକି  ଷାଠିଏ  କିମ୍ବା  ତଦୁର୍ଦ୍ଧ ବୟସରେ  ଉପନୀତ  ହୋଇଛି;
  • କୌଣସି  କେନ୍ଦ୍ରଶାସିତ  ଅଞ୍ଚଳ  ସଂବନ୍ଧରେ  ‘ରାଜ୍ୟ  ସରକାର ’ ଅର୍ଥ, ସଂବିଧାନର  ଅନୁଚ୍ଛେଦ  ୨୩୯ ଅନୁଯାୟୀ  ନିଯୁକ୍ତ  ସେଠାରେ  ପ୍ରଶାସକ;
  • ‘ଟ୍ରିବ୍ୟୁନାଲ୍’ ଅର୍ଥ, ଦଫା ୭ ଅନୁଯାୟୀ  ଗଠିତ  ଭରଣ – ପୋଷଣ  ଟ୍ରିବ୍ୟୁନାଲ୍  ।
  • ‘ମଙ୍ଗଳ ’ ଅର୍ଥ, ବରିଷ୍ଠ  ନାଗରିକମାନଙ୍କର   ଖାଦ୍ୟ, ସ୍ୱାସ୍ଥ୍ୟ ଯତ୍ନ, ଅବସର  ବିନୋଦନ  କେନ୍ଦ୍ର   ଏବଂ  ଅନ୍ୟାନ୍ୟ  ଆବଶ୍ୟକ  ସୁବିଧା  ନିମନ୍ତେ  ବ୍ୟବସ୍ଥା  ।

ଆଇନ୍ ର  ଅତିକ୍ରମଣୀୟ ପ୍ରଭାବ  ରହିବ

ଏହି  ଆଇନ୍ ବ୍ୟତୀତ  କୌଣସି  ଆଇନ୍ ରେ  ଧାରୀତ  କୌଣସି  ଅସମନ୍ଵୟତା  ସତ୍ଵେ  କିମ୍ବା  ଏହି  ଆଇନ୍  ବ୍ୟତୀତ  କୌଣସି  ଆଇନ୍  ପ୍ରଭାବ  ଥିବା  କୌଣସି  ଦଲିଲ୍  ସତ୍ଵେ ,  ଏହି  ଆଇନ୍ ର  ବ୍ୟବସ୍ଥାବଳୀର  ପ୍ରଭାବ   ରହିବ   ।

ଆଧାର – ଲ ହାଉସ

Last Modified : 7/8/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate