অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିବାହ ଆଇନ୍ (ସଂଶୋଧନ) ଆଇନ୍ , ୨୦୦୧

ଭାରତୀୟ  ଛାଡପତ୍ର  ଆଇନ୍, ୧୮୬୯ ପାର୍ସି  ବିବାହ   ଏବଂ  ଛାଡପତ୍ର  ଆଇନ୍, ୧୯୩୬, ବିଶେଷ  ବିବାହ  ଆଇନ୍, ୧୯୫୪ ଏବଂ  ହିନ୍ଦୁ  ବିବାହ  ଆଇନ୍, ୧୯୫୫କୁ ଅଧିକ  ସଂଶୋଧନ  କରିବା  ନିମନ୍ତେ, ଏକ  ଆଇନ୍   ।

ଉଦ୍ଦେଶ୍ୟ  ଏବଂ  କାରଣର  ବିବରଣୀ

ଭାରତର  ଆଇନ୍ କମିଶନ, ଏହାର  ୨୭ତମ, ଚଉବନତମ  ଏବଂ  ଏକଶତ  ଅଣତିରିଶତମ  ବିବରଣୀରେ  ଏବଂ  ଅଧସ୍ତନ  ପାରିଷଦିକ (ଏକାଦଶ  ଲୋକସଭା ଉପରେ  ସମିତି),  ସୁପାରିସ୍, କରିଥିଲେ ଯେ, ନ୍ୟାୟାଳୟରେ  ସ୍ଥଗୀତ  ମୋକଦ୍ଦମା   ଗୁଡିକରେ, ସାମାନ୍ୟତମ  କାରଣ  ଉପରେ  ମୁଲତବିକୁ  ବନ୍ଦ  କରାଯିବା  ଉଚିତ୍   । ମାଲିମାଥ୍  ସମିତି  ମଧ୍ୟ ସୁପାରିସ୍  କରିଥିଲା  ଯେ, ନ୍ୟାୟାଳୟରେ  ସ୍ଥଗୀତ  ଥିବା  ମୋକଦ୍ଦମାଗୁଡିକର  ତୁରନ୍ତ  ଫଇସଲା   କରିବା  ନିମନ୍ତେ , ନିଦାନୀୟ  ପଦକ୍ଷେପ  ଗ୍ରହଣ  କରାଯିବା  ଉଚିତ୍   ।

  1. ସେପ୍ଟେମ୍ବର ୨୪ , ୨୦୦୧ରେ, ରାଷ୍ଟ୍ରପତିଙ୍କ  ସମ୍ମତି  ଲାଭ  କଲା  ଏବଂ  ଭାରତର  ଅସାଧାରଣ  ଗେଜେଟ୍ , ଅଂଶ – ୨, ଦଫା – ୧ରେ   ପ୍ରକାଶିତ   ହେଲା।
  2. ଟିପ୍ପଣୀ

    ଭାରତୀୟ  ଛାଡପତ୍ର  ଆଇନ୍ , ୧୮୬୯ ଏବଂ  ପାର୍ସି  ବିବାହ  ଏବଂ  ଛାଡପତ୍ର  ଆଇନ୍ , ୧୯୩୬କୁ  ଯଥାକ୍ରମେ  ସଂଶୋଧନ   କରିବା  ନିମନ୍ତେ , ଅଧ୍ୟାୟ – ୨ ଏବଂ  ୩ ସଂପର୍କୀତ  ଅଟେ  ।

  3. ଭାରତୀୟ  ଛାଡପତ୍ର  ଆଇନ୍, ୧୮୬୯ ର  ଦଫା  ୩୬ ଏବଂ  ୪୧; ପାର୍ସି  ବିବାହ  ଏବଂ  ଛାଡପତ୍ର   ଆଇନ୍ , ୧୯୩୬ର  ଦଫା  ୩୯ ଏବଂ  ୪୯; ବିଶେଷ  ବିବାହ  ଆଇନ୍ , ୧୯୫୪ର  ଦଫା  ୩୬ ଏବଂ  ୩୮ ଏବଂ  ହିନ୍ଦୁ  ବିବାହ  ଆଇନ୍ , ୧୯୫୫ର  ଦଫା  ୨୪ ଏବଂ  ୨୬, ସ୍ଥଗୀତ  ଖର୍ଚ୍ଚ  କିମ୍ବା  ଭରଣପୋଷଣ  ନିମନ୍ତେ  ଆବେଦନପତ୍ର  ଫଇସଲା  କରିବା  ତଥା  ନାବାଳକ   ସନ୍ତାନମାନଙ୍କର   ଭରଣପୋଷଣ  ନିମନ୍ତେ  ସ୍ଥଗୀତ  ଆବେଦନପତ୍ରର  ଫଇସଲା  ନିମନ୍ତେ  କୌଣସି  ସମୟ  ସୀମା  ଧାରଣ  କରିନାହିଁ   । ହିନ୍ଦୁ  ବିବାହ  ଆଇନ୍ , ୧୯୫୫ର  ଦଫା  ୨୪ ଅନୁଯାୟୀ  ବିଭିନ୍ନ   ଉଚ୍ଚନ୍ୟାୟାଳୟରେ  ୬୭୦ରୁ  ଅଧିକ  ମୋକଦ୍ଦମା  ସ୍ଥଗୀତ   ଅଛି  ବୋଲି  ଜଣାଯାଏ   ।
  4. ବୈଚାରୀକ  ସଂସ୍କାର  ପଦ୍ଧତିର   ଏକ  ଅଂଶଭାବେ , ଏପରି  ବ୍ୟବସ୍ଥାବଳୀ  କରିବା  ଦୃଷ୍ଟିରୁ  ପାରାଗ୍ରାଫ୍ – ୨ରେ   ଉଲ୍ଲେଖିତ  ଆଇନ୍ ରେ   ଆବଶ୍ୟକ  ସଂଶୋଧନ   କରିବା  ନିମନ୍ତେ  ପ୍ରସ୍ତାବିତ  ଯେ , ଖର୍ଚ୍ଚ  ନିମନ୍ତେ  କିମ୍ବା  ନାବାଳକ   ସନ୍ତାନମାନଙ୍କର  ଭରଣପୋଷଣ  ଏବଂ  ଶିକ୍ଷା  ନିମନ୍ତେ  ଆବେଦନପତ୍ରକୁ , ପ୍ରତିବାଦୀ  ଉପରେ  ସୂଚନାଜାରୀ  ତାରିଖରୁ  ଷାଠିଏଦିନ  ସମୟ   ମଧ୍ୟରେ  ଫଇସଲା  କରାଯିବ   ।
  5. ଏହି  ବିଲ୍ , ଉପରୋକ୍ତ  ଉଦ୍ଦେଶ୍ୟ   ହାସଲ  କରିବା  ନିମନ୍ତେ  ଉଦ୍ଦେଶିତ   ।

ଏହାକୁ , ଭାରତୀୟ  ଗଣତନ୍ତ୍ରର  ବାଉନ୍ ତମ  ବାର୍ଷିକୀରେ  ପାର୍ଲାମେଣ୍ଟ  ଦ୍ଵାରା , ନିମ୍ନଭାବେ  ଆଇନ୍ ରେ  ପ୍ରଣୟନ  କରାଗଲା : -

ସଂକ୍ଷିପ୍ତ  ଆଖ୍ୟା

ଏହି  ଆଇନକୁ , ବିବାହ  ଆଇନ୍ (ସଂଶୋଧନ) ଆଇନ୍ , ୨୦୦୧ ବୋଲି   କୁହାଯିବ   ।

ବିଶେଷ  ବିବାହ  ଆଇନ୍, ୧୯୫୪ ପ୍ରତି  ସଂଶୋଧନ

ଦଫା ୩୬ର  ସଂଶୋଧନ

ବିଶେଷ  ବିବାହ  ଆଇନ୍, ୧୯୫୪ (୪୩/୧୯୫୪)ର ଦଫା  ୩୬ରେ  (ଏତତ୍ ପରେ , ଏହି  ଅଧ୍ୟାୟରେ , ବିଶେଷ  ବିବାହ  ଆଇନ୍  ବୋଲି  ଉଲ୍ଲେଖିତ ) ରେ, ନିମ୍ନ  ପ୍ରତିବନ୍ଧକୁ  ସଂଯୋଗ  କରାଯିବ , ଯଥା : -

“ଉଲ୍ଲେଖ ଥାଉ ଯେ, ଅଧ୍ୟାୟ – ୫ କିମ୍ବା  ଅଧ୍ୟାୟ – ୬ ଅନୁଯାୟୀ , କାର୍ଯ୍ୟାନୁଷ୍ଠାନ  ସମୟରେ , କାର୍ଯ୍ୟାନୁଷ୍ଠାନରେ  ଖର୍ଚ୍ଚ ଏବଂ  ଏପରି  ସାପ୍ତାହିକ  କିମ୍ବା  ମାସିକିଆ  ଖର୍ଚ୍ଚର  ପ୍ରଦାନକୁ , ଯେତେ  ଦୂର  ସମ୍ଭବ , ସ୍ଵାମୀଙ୍କ  ଉପରେ  ସୂଚନାଜାରୀ  ତାରିଖରୁ   ଷାଠିଏ  ଦିନ  ମଧ୍ୟରେ   ଫଇସଲା  କରାଯିବ   ।

ଦଫା  ୩୮ର  ସଂଶୋଧନ

ବିଶେଷ  ବିବାହ  ଆଇନ୍ ର  ଦଫା  ୩୮ରେ, ନିମ୍ନଲିଖିତ  ପ୍ରତିବନ୍ଧକୁ  ସଂଯୋଗ   କରାଯିବ ; ଯଥା : -

“ଉଲ୍ଲେଖଥାଉ ଯେ, ଅଧ୍ୟାୟ – ୫ କିମ୍ବା  ଅଧ୍ୟାୟ – ୬  ଅନୁଯାୟୀ  କୌଣସି  କାର୍ଯ୍ୟାନୁଷ୍ଠାନ  ସମୟ  ମଧ୍ୟରେ , ନାବାଳକ  ସନ୍ତାନମାନଙ୍କର   ଭରଣପୋଷଣ  ଏବଂ  ଶିକ୍ଷା  ସଂବନ୍ଧରେ   ଆବେଦନପତ୍ରକୁ , ଯେତେଦୂର  ସମ୍ଭବ , ପ୍ରତିବାଦୀ  ଉପରେ  ସୂଚନାଜାରୀ  ତାରିଖରୁ, ଷାଠିଏ  ଦିନ  ମଧ୍ୟରେ  ଫଇସଲା  କରାଯିବ   ।

ହିନ୍ଦୁ  ବିବାହ  ଆଇନ୍, ୧୯୫୫ ପ୍ରତି  ସଂଶୋଧନ

ଦଫା  ୨୪ର  ସଂଶୋଧନ

ହିନ୍ଦୁ  ବିବାହ  ଆଇନ୍, ୧୯୫୫ (୨୫/୧୯୫୫) ର  ଦଫା  ୨୪ରେ  (ଏତତ୍ ପରେ  ହିନ୍ଦୁ  ବିବାହ  ଆଇନ୍  ଭାବେ  ଏହି  ଅଧ୍ୟାୟରେ  ଉଲ୍ଲେଖିତ ), ନିମ୍ନଲିଖିତ  ପ୍ରତିବନ୍ଧକୁ  ସଂଯୋଗ  କରାଯିବ , ଯଥା : -

“ଉଲ୍ଲେଖଥାଉ ଯେ, କାର୍ଯ୍ୟାନୁଷ୍ଠାନ  ମଧ୍ୟରେ, କାର୍ଯ୍ୟାନୁଷ୍ଠାନର  ଖର୍ଚ୍ଚ  ଏବଂ  ଏପରି  ମାସିକିଆ  ଅର୍ଥରାଶିର  ପ୍ରଦାନ , ଯେତେ ଦୂର  ସମ୍ଭବ, ସ୍ତ୍ରୀ କିମ୍ବା  ସ୍ଵାମୀ, ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟଙ୍କ  ଉପରେ  ସୂଚନାଜାରୀ  ତାରିଖରୁ , ଷାଠିଏ ଦିନ  ମଧ୍ୟରେ  ଫଇସଲା  କରାଯିବ  ।”

ଦଫା  ୨୬ର  ସଂଶୋଧନ

ହିନ୍ଦୁ  ବିବାହ  ଆଇନ୍ ଦଫା  ୨୬ରେ, ନିମ୍ନଲିଖିତ  ପ୍ରତିବନ୍ଧକୁ  ସଂଯୋଗ  କରାଯିବ , ଯଥା : -

‘ଉଲ୍ଲେଖଥାଉ ଯେ, ନାବାଳକ  ସନ୍ତାନଙ୍କର  ଭରଣପୋଷଣ  ଏବଂ  ଶିକ୍ଷା  ସଂବନ୍ଧରେ  ଆବେଦନପତ୍ର , ଏପରି  ଡିକ୍ରୀ  ଗ୍ରହଣ  ନିମନ୍ତେ, କାର୍ଯ୍ୟାନୁଷ୍ଠାନର  ସ୍ଥଗିତାବସ୍ଥାରେ, ଯେତେ  ଦୂର  ସମ୍ଭବ, ପ୍ରତିବାଦୀଙ୍କ  ଉପରେ   ସୂଚନାଜାରୀ   ତାରିଖରୁ  ଷାଠିଏ  ଦିନ  ମଧ୍ୟରେ, ଫଇସଲା  କରାଯିବ ।

ଆଧାର – ଲ ହାଉସ

Last Modified : 6/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate