অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଶେଷ ବିବାହ ଆଇନ,୧୯୫୪(ଏହି ଆଇନ୍ ଅନୁଯାୟୀ, ବିବାହର ପରିଣତି)

ଅବିଭକ୍ତ  ପରିବାରର  ସଦସ୍ୟଙ୍କ  ଉପରେ  ବିବାହର  ପ୍ରଭାବ

କୌଣସି  ଅବିଭକ୍ତ  ପରିବାରର  କୌଣସି  ସଦସ୍ୟଙ୍କର  ଏହି  ଆଇନ୍  ଅନୁଯାୟୀ  ବିବାହର  ସଂପାଦନ, ଯେ କି ହିନ୍ଦୁ , ବୌଦ୍ଧ, ଶିଖ୍  କିମ୍ବା  ଜୈନ ଧର୍ମ  ଗ୍ରହଣ  କରିଥାଏ, ସେ  ଏପରି   ପରିବାରରୁ  ତାର  ବିଚ୍ଛିନ୍ନତାକୁ  ପ୍ରଭାବିତ  କରିଛି  ବୋଲି  ଧରାଯିବ  ।

ଆଇନ୍ ଦ୍ଵାରା  ଅଧିକାର  ଏବଂ  ଅକ୍ଷମତା, ପ୍ରଭାବିତ  ହୁଏ ନାହିଁ

ଦଫା ୧୯ର  ବ୍ୟବସ୍ଥାବଳୀର  ନିୟନ୍ତ୍ରଣାଧିନରେ, କୌଣସି  ବ୍ୟକ୍ତି  ଯାହାଙ୍କର   ବିବାହ  ଏହି  ଆଇନ୍ ଅନୁଯାୟୀ  ସଂପାଦିତ  ହୋଇଛି , ତାର  ସେହିପରି  ଅଧିକାର  ରହିବ  ଏବଂ  କୌଣସି  ସମ୍ପତ୍ତି  ପ୍ରତି  ଉତ୍ତରାଧିକାରୀତ୍ଵର  ଅଧିକାର   ସଂବନ୍ଧରେ  ସେହି  ପ୍ରକାର  ଅକ୍ଷମତାର  ନିୟନ୍ତ୍ରଣାଧିନ  ହେବ, ଯେପରିକି  କୌଣସି  ବ୍ୟକ୍ତି, ଯାହାଙ୍କ  ପ୍ରତି  ଜାତି  ଅକ୍ଷମତାର  ଅପସାରଣ   ଆଇନ୍, ୧୮୫୦ (୨୧/୧୮୫୦) ପ୍ରୟୋଗ  ହୁଏ  ।

ନିୟମ ୨୧ ଏହି  ଆଇନ୍  ଅନୁଯାୟୀ  ବିବାହିତ   ପକ୍ଷମାନଙ୍କର  ସମ୍ପତ୍ତି  ପ୍ରତି  ଉତ୍ତରାଧିକାରୀତ୍ଵ

କେତେକ  ନିର୍ଦ୍ଧିଷ୍ଟ  ସଂପ୍ରଦାୟର  ସଦସ୍ୟମାନଙ୍କ  ପ୍ରତି  ଏହାର  ପ୍ରୟୋଗ   ସଂବନ୍ଧରେ, ଭାରତୀୟ  ଉତ୍ତରାଧିକାରୀତ୍ଵ  ଆଇନ୍ ରେ  ଧାରୀତ   କୌଣସି  କଟକଣା   ସତ୍ତ୍ୱେ, କୌଣସି  ବ୍ୟକ୍ତିର  ସମ୍ପତ୍ତି  ପ୍ରତି  ଉତ୍ତରାଧିକାରୀତ୍ଵ, ଯାହାଙ୍କର  ବିବାହ  ଏହି  ଆଇନ୍  ଅନୁଯାୟୀ  ସଂପାଦିତ  ହୋଇଛି  ଏବଂ  ଏପରି  ବିବାହର  ସନ୍ତାନମାନଙ୍କର   ସମ୍ପତ୍ତି  ପ୍ରତି , ଅଧିକାର  ଉକ୍ତ  ଆଇନ୍ ର  ବ୍ୟବସ୍ଥାବଳୀ   ଦ୍ଵାରା  ନିୟନ୍ତ୍ରିତ   ହେବ  ଏବଂ  ଏହି  ଦଫା  ଉଦ୍ଦେଶ୍ୟରେ , ଉକ୍ତ  ଆଇନ୍ ର  ପ୍ରଭାବ  ରହିବ, ଯେପରିକି  ଅଂଶ ୫ର  ଅଧ୍ୟାୟ – ୩ (ପାର୍ସି  ‘ଇଣ୍ଟେଷ୍ଟେଟ୍’ ନିମନ୍ତେ  ବିଶେଷ  ନିୟମାବଳୀ ), ସେଥିରୁ  ବାଦ୍  ଦିଆଯାଇଛି  ।

(ନିୟମ ୨୧ – କ )କେତେକ  ନିର୍ଦ୍ଧିଷ୍ଟ  କ୍ଷେତ୍ରରେ  ବିଶେଷ  ବ୍ୟବସ୍ଥା

ଯେଉଁ  ସ୍ଥଳରେ  କୌଣସି  ବ୍ୟକ୍ତିର  ବିବାହ  ଏହି  ଆଇନ୍  ଅନୁଯାୟୀ  ସଂପାଦିତ  ହୁଏ, ଯେ କି  ହିନ୍ଦୁ, ବୌଦ୍ଧ, ଶିଖ୍ କିମ୍ବା  ଜୈନ  ଧର୍ମ  ଗ୍ରହଣ  କରି  ଥାଆନ୍ତି ଏବଂ  ସେ  କୌଣସି  ବ୍ୟକ୍ତି  ସହ  ବିବାହ  କରନ୍ତି ଯେ, କି ହିନ୍ଦୁ, ବୌଦ୍ଧ, ଶିଖ୍  କିମ୍ବା  ଜୈନଧର୍ମ  ଧାରଣ   କରି  ଥାଆନ୍ତି, ସେପରିସ୍ଥଳେ  ଦଫା  ୧୯ ଏବଂ  ଦଫା ୨୧ ପ୍ରୟୋଗ   ହେବ  ନାହିଁ  ଏବଂ  ସେହି  ପରିମାଣରେ  ଦଫା ୨୦ ଯେପରି  ତାହା  କୌଣସି  ଅକ୍ଷମତା  ସୃଷ୍ଟି  କରେ, ତାହା  ମଧ୍ୟ  ପ୍ରୟୋଗ  ହେବ  ନାହିଁ    ।

ଆଧାର – ଲ ହାଉସ

Last Modified : 7/8/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate