অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଶେଷ ବିବାହ ଆଇନ, ୧୯୫୪ (ବିବାହର ଅସିଦ୍ଧତ ଏବଂ ଛାଡପତ୍ର )

ବିଶେଷ ବିବାହ ଆଇନ, ୧୯୫୪ (ବିବାହର ଅସିଦ୍ଧତ ଏବଂ ଛାଡପତ୍ର )

ଅବୈଧ  ବିବାହ

  1. ଏହି  ଆଇନ୍  ଅନୁଯାୟୀ  ସଂପାଦିତ  କୌଣସି  ବିବାହ  ଅବୈଧ  ହେବ [ଏବଂ  କୌଣସି  ପକ୍ଷ  ଦ୍ଵାରା  ଉପସ୍ଥାପନ   କରାଯାଇଥିବା  ଆବେଦନ   ପତ୍ର  ଉପରେ  ଏବଂ  ଅନ୍ୟ  ପକ୍ଷ  ବିରୁଦ୍ଧରେ , ଏକ  ନାକଚୀକରଣ  ଡିକ୍ରୀ  ଦ୍ଵାରା   ଏପରି  ଘୋଷିତ  ହେବ], ଯଦି : -
  2. ଦଫା  ୪ର  ଧାରା (କ), (ଖ, (ଗ) ଏବଂ  (ଘ)ରେ  ଧାର୍ଯ୍ୟ   କୌଣସି  ସର୍ତ୍ତ   ପୂରଣ  କରାଯାଇନଥାଏ; କିମ୍ବା
  3. ଯଦି  ପ୍ରତିବାଦୀ, ବିବାହ  ସମୟରେ  ଏବଂ  ମୋକଦ୍ଦମା   ନୁଷ୍ଠିତ  ସମୟରେ ,  ନପୁଂସକ  ଥାଏ   ।
  4. ଏହି  ଦଫାରେ  ଧାରୀତ  କୌଣସି  ବ୍ୟବସ୍ଥା , ଦଫା ୧୮ ର  ଅର୍ଥ  ମଧ୍ୟରେ , ଏହି  ଆଇନ୍ ଅନୁଯାୟୀ  ସଂପାଦିତ   ବୋଲି  ଧରାଯାଉଥିବା  କୌଣସି  ବିବାହ  ପ୍ରତି  ପ୍ରୟୋଗ  ହେବ  ନାହିଁ, ମାତ୍ର  ଅଧ୍ୟାୟ – ୩ ଅନୁଯାୟୀ , ଏପରି  କୌଣସି   ବିବାହର   ନିବନ୍ଧନର  କୌଣସି  ପ୍ରଭାବ   ନାହିଁ  ବୋଲି  ଘୋଷଣା  କରାଯାଇପାରେ, ଯଦି  ଏପରି  ନିବନ୍ଧନ, ଦଫା ୧୫ର  ଧାରା (କ)ରୁ  (ଙ) ରେ  ଧାର୍ଯ୍ୟ  କୌଣସି  ସର୍ତ୍ତାବଳୀର  ଉଲ୍ଲଘଂନରେ  ଥାଏ;

ଉଲ୍ଲେଖ ଥାଉ ଯେ, କୌଣସି  କ୍ଷେତ୍ରରେ  ଏପରି  କୌଣସି  ଘୋଷଣା  କରାଯିବ  ନାହିଁ , ଯେଉଁସ୍ଥଳରେ  ଦଫା  ୧୭ ଅନୁଯାୟୀ  କୌଣସି  ଅପିଲ୍  ଦାଏର   କରାଯାଇଥାଏ  ଏବଂ  ଜିଲ୍ଲା  ନ୍ୟାୟାଳୟଙ୍କର   ସିଦ୍ଧାନ୍ତ  ଚୁଡାନ୍ତ  ହୋଇଥାଏ  ।

‘ଉଏଡେବଲ୍’  ବିବାହ

ଏହି  ଆଇନ୍  ଅନୁଯାୟୀ  ସଂପାଦିତ  କୌଣସି  ବିବାହ ‘ ଉଏଡେବଲ୍ ’ ହେବ  ଏବଂ  ଏକ  ନାକଚୀକରଣ  ଡିକ୍ରୀଦ୍ଵାରା   ନାକଚ୍  କରାଯାଇପାରେ , ଯଦି : -

  1. ବିବାହର  ଉପଭୋଗ  ପ୍ରତି , ପ୍ରତିବାଦୀର  ଜାଣିଶୁଣି  ପ୍ରତ୍ୟାଖ୍ୟାନ   ଯୋଗୁ , ବିବାହ  ଉପଭୋଗ   କରାଯାଇ ନଥାଏ କିମ୍ବା
  2. ପ୍ରତିବାଦୀ, ବିବାହ  ସମୟରେ, ଆବେଦନକାରୀଙ୍କ  ବ୍ୟତୀତ, ଅନ୍ୟ  କୌଣସି   ବ୍ୟକ୍ତିଦ୍ୱାରା  ଗର୍ଭବତୀ  ଥାଏ; କିମ୍ବା
  3. ବିବାହ  ପ୍ରତି  କୌଣସି  ପକ୍ଷର  ସମ୍ମତି  ଜୋରଜବରଦସ୍ତ  କିମ୍ବା  ଚଞ୍ଚଳତା  ଦ୍ଵାରା  ଗ୍ରହଣ  କରାଯାଇଥାଏ, ଯେପରି  ଭାରତୀୟ   ଚୁକ୍ତି  ଆଇନ୍ , ୧୮୭୨ (୯/୧୮୭୨) ରେ  ସଂଜ୍ଞାୟୀତ  ହୋଇଛି;
  4. ଉଲ୍ଲେଖଥାଉ ଯେ , ଧାରା (୨) ରେ  ଧାର୍ଯ୍ୟ  ଘଟଣାରେ  ନ୍ୟାୟାଳୟ  ଏକ  ଡିକ୍ରୀ  ମଞ୍ଜୁର   କରିବେ  ନାହିଁ , ଯଦି  ସେ  ସନ୍ତୁଷ୍ଟ  ନ ହୁଅନ୍ତି :

    • ଯେ, ଆବେଦନକାରୀ , ବିବାହ  ସମୟରେ , ଅଭିଯୋଗ  କରାଯାଇଥିବା  ବିଷୟରେ  ଅଜ୍ଞ  ଥିଲେ ;
    • ଯେ, ବିବାହ  ତାରିଖରୁ  ଏକ  ବର୍ଷ  ମଧ୍ୟରେ , କାର୍ଯ୍ୟାନୁଷ୍ଠାନ  ଅନୁଷ୍ଠିତ  ହୋଇଛି , ଏବଂ
    • ଯେ , ଏକ  ଡିକ୍ରୀ  ନିମନ୍ତେ  କାରଣର   ସ୍ଥିତି  ଆବେଦନକାରୀଙ୍କ  ଦ୍ଵାରା  ଆବିଷ୍କାର  ହେବାଠାରୁ , ଆବେଦନକାରୀଙ୍କ  ସମ୍ମତି ସହିତ  ପାରସ୍ପରିକ  ଯୌନ  ସଂପର୍କ   ଘଟିନାହିଁ  ;

ଆହୁରି  ଉଲ୍ଲେଖଥାଉ ଯେ , ଧାରା (୩) ରେ  ଧାର୍ଯ୍ୟ  କ୍ଷେତ୍ରରେ , ନ୍ୟାୟାଳୟ   ଏକ  ଡିକ୍ରୀ   ମଞ୍ଜୁର  କରିବେ  ନାହିଁ , ଯଦି : -

  • ଜୋରଜବରଦସ୍ତ  ରହିତ   ହେବାପରେ  ଏକ  ବର୍ଷ  ମଧ୍ୟରେ  କାର୍ଯ୍ୟାନୁଷ୍ଠାନ  ଅନୁଷ୍ଠିତ   ହୋଇ  ନାହିଁ , କିମ୍ବା  ଯେଉଁସ୍ଥଳରେ ଯେପରି   ପ୍ରୟୋଗନୀୟ , ଚଞ୍ଚଳତା   ଆବିଷ୍କୃତ  ହୋଇଛି ; କିମ୍ବା
  • ଜୋରଜବରଦସ୍ତ  ରହିତ  ହେବା  ପରେ , ଆବେଦନକାରୀ , ତାର  ନିଜ  ସମ୍ମତିରେ   ବିବାହର  ଅନ୍ୟ  ପକ୍ଷ   ସହିତ   ସ୍ଵାମୀ  ଏବଂ  ସ୍ତ୍ରୀ  ଭାବେ  ବାସ   କରନ୍ତି  କିମ୍ବା  ଯେଉଁସ୍ଥଳରେ  ଯେପରି  ପ୍ରୟୋଗନୀୟ , ଯେତେବେଳେ   ଚଞ୍ଚକତା  ଆବିଷ୍କୃତ   ହୋଇଛି   ।

ଅସିଦ୍ଧ  ଏବଂ  ‘ଉଏଡେବଲ୍’ ବିବାହର  ସନ୍ତାନଙ୍କର  ବୈଧତା

  1. ଏହି  ବିଷୟ  ସତ୍ତ୍ୱେ ଯେ, କୌଣସି  ବିବାହ  ଦଫା  ୨୪ ଅନୁଯାୟୀ  ଅସିଦ୍ଧ  ଅଟେ ଏବଂ  ଏପରି   ବିବାହର  ସନ୍ତାନ, ଯେକି  ବୈଧ  ହୋଇଥାଆନ୍ତା,  ଯଦି  ବିବାହ  ବୈଧ  ହୋଇ ଥାଆନ୍ତା, ସେ  ବୈଧ  ହେବ, ଯଦିଓ  ଏପରି  ସନ୍ତାନ  ବିବାହ (ସଂଶୋଧନ) ଆଇନ୍, ୧୯୭୬ (୬୮/୧୯୭୬) ର  ପ୍ରାରମ୍ଭ  ପୂର୍ବରୁ   କିମ୍ବା  ପରେ  ଜନ୍ମ ଲାଭ  କରିଥାଉ ଏବଂ  ଏହି  ଆଇନ୍  ଅନୁଯାୟୀ  ଉକ୍ତ  ଆଇନ୍ ସଂବନ୍ଧରେ  ଏକ  ଅସିଦ୍ଧ  ଡିକ୍ରୀ  ମଞ୍ଜୁର   କରାଯାଇଥାଉ  କିମ୍ବା  ନାହିଁ  ଏବଂ  ଏହି   ଆଇନ୍ ଅନୁଯାୟୀ  ଏକ  ଆବେଦନପତ୍ର  ଉପରେ   ବ୍ୟତୀତ  ଏପରି   ବିବାହକୁ   ଅନ୍ୟଥା  ଅସିଦ୍ଧ   ବୋଲି  ଦର୍ଶାଯାଇ  ଥାଉ  କିମ୍ବା  ନାହିଁ  ।
  2. ଯେଉଁସ୍ଥଳରେ, ଦଫା  ୨୫ ଅନୁଯାୟୀ କୌଣସି ‘ ଉଏଡେବଲ୍ ’ ବିବାହ  ସଂବନ୍ଧରେ  ଏକ  ଅସିଦ୍ଧ  ଡିକ୍ରୀ  ମଞ୍ଜୁର   କରାଯାଇଥାଏ; ଏପରି  ଡିକ୍ରୀ  ପୂର୍ବରୁ  କୌଣସି  ସନ୍ତାନ  ଜନ୍ମ  ହୋଇଥାଏ  କିମ୍ବା  ଗର୍ଭାବସ୍ଥାରେ  ଥାଏ , ଯେକି  ବିବାହ  ପ୍ରତି  ପକ୍ଷମାନଙ୍କର  ବୈଧ  ସନ୍ତାନ  ହୋଇ  ଥାଆନ୍ତା  ଯଦି   ଡିକ୍ରୀ  ତାରିଖରେ  ଏହାକୁ   ନାକଚ୍  କରିବା  ପରିବର୍ତ୍ତେ  ଉଚ୍ଛେଦ  କରାଯାଇଥାଆନ୍ତା, ଏହାକୁ  ନାକଚୀକରଣ   ଡିକ୍ରୀ  ସତ୍ତ୍ୱେ , ସେମାନଙ୍କର  ବୈଧ  ସନ୍ତାନ  ଭାବେ  ଧରାଯିବ  ।
  3. ଉପ – ଦଫା (୧) କିମ୍ବା  ଉପ – ଦଫା (୨) ରେ  ଧାରୀତ  କୌଣସି  ବ୍ୟବସ୍ଥା, ଦଫା  ୨୫ ଅନୁଯାୟୀ  କୌଣସି  ଅବୈଧ  କିମ୍ବା  ନାକଚ୍ କରାଯାଇଥାଏ  କିମ୍ବା  କୌଣସି  ବିବାହ  ଯାହାକି  ଅସିଦ୍ଧ  ଅଟେ, ଉକ୍ତ  ବିବାହର କୌଣସି  ସନ୍ତାନ  ଉପରେ  ନ୍ୟସ୍ତ  କରେ  ବୋଲି  ବ୍ୟାଖ୍ୟା  କରାଯିବ  ନାହିଁ, ଏବଂ  ତାହା  କୌଣସି  କ୍ଷେତ୍ରରେ  ପିତାମାତାଙ୍କ  ବ୍ୟତୀତ, କୌଣସି  ବ୍ୟକ୍ତିର  ସମ୍ପତ୍ତି  ପ୍ରତି  କୌଣସି   ଅଧିକାର  ନ୍ୟସ୍ତ  କରିବ  ନାହିଁ  ଯେଉଁସ୍ଥଳରେ, ଏହି  ଆଇନ୍ ର  ମଞ୍ଜୁରୀ  ବ୍ୟତୀତ, ଏପରି  ସନ୍ତାନ, ତାଙ୍କ  ପିତାମାତାଙ୍କର  ବୈଧ  ସନ୍ତାନ  ନ ହେବା  କାରଣ  ଦ୍ଵାରା  ଏପରି  କୌଣସି  ଅହିକାର  ଦାଖଲ  କରିବାରୁ  ଅକ୍ଷମ  ହୋଇଥାଆନ୍ତି   ।

ଛାଡପତ୍ର ( ନିୟମ ୨୭)

ଏହି  ଆଇନ୍ ଏବଂ  ତା’ ଅଧିନରେ  ପ୍ରଣୀତ  ନିୟମାବଳୀର  ବ୍ୟବସ୍ଥାବଳୀର  ନିୟନ୍ତ୍ରଣାଧିନରେ , ସ୍ଵାମୀ  କିମ୍ବା  ସ୍ତ୍ରୀ  ଦ୍ଵାରା  ଜିଲ୍ଲା  ନ୍ୟାୟାଳୟରେ  ଛାଡପତ୍ର  ନିମନ୍ତେ  ଏକ  ଆବେଦନ  ପତ୍ର  ଏହି  କାରଣ  ଉପରେ ଉପସ୍ଥାପନ  କରାଯାଇପାରେ ଯେ,  ପ୍ରତିବାଦୀ : -

  • ବିବାହ  ସଂପାଦନରେ, ତାଙ୍କର  କିମ୍ବା  ଉକ୍ତ (ମହିଳା)ର  ଦମ୍ପତି  ବ୍ୟତୀତ , ଅନ୍ୟ  କୌଣସି  ବ୍ୟକ୍ତି  ସହିତ  ସ୍ଵେଚ୍ଛାକୃତ ଯୌନ  ସଂପର୍କ   ଥିଲା ; କିମ୍ବା ;
  • ଏପରି  ଆବେଦନପତ୍ରର  ଉପସ୍ଥାପନାର  ଠିକ୍ ପୂର୍ବରୁ  ଦୁଇବର୍ଷରୁ  (କମ୍ ନୁହେଁ) ସମୟ  ନିମନ୍ତେ  କ୍ରମାନୁଗତିକ  ଭାବେ, ଆବେଦନକାରୀଙ୍କୁ  ପରିତ୍ୟାଗ  କରନ୍ତି , କିମ୍ବା
  • କୌଣସି  ଅପରାଧ  ନିମନ୍ତେ, ସାତ  ବର୍ଷ  କିମ୍ବା  ତଦୁର୍ଦ୍ଧ  ସମୟ  ନିମନ୍ତେ  କାରାଦଣ୍ଡ  ବରଣକରୁଛନ୍ତି, ଯେପରି  ଭାରତୀୟ  ଦଣ୍ଡବିଧି  ସଂହିତା (୪୫/୧୮୬୦) ରେ  ସଂଜ୍ଞାୟୀତ   ।
  • ବିବାହ  ସଂପାଦନ  ପରଠାରୁ, ଆବେଦନକାରୀଙ୍କୁ  ନିଷ୍ଠୁରତା  ସହ  ବ୍ୟବହାର  କରୁଛନ୍ତି; କିମ୍ବା
  • ଅଣ  ଉପଶମଭାବେ  ଅସୁସ୍ଥ  ମସ୍ତିସ୍କ  ଅଟନ୍ତି  କିମ୍ବା  କ୍ରମାନୁଗତିକଭାବେ  ମାନସିକ   ବିକୃତିରେ  ଭୋଗୁଛନ୍ତି  ଏବଂ  ତାହା  ଏପରି  ପ୍ରକାର  ଏବଂ  ଏପରି  ପରିମାଣରେ  ଯେ, ଆବେଦନକାରୀ, ଯଥାଯଥଭାବେ  ପ୍ରତିବାଦୀଙ୍କ  ସହ  ବାସ  କରିବା  ଆଶା  କରାଯାଏ  ନାହିଁ  ।

ସ୍ପଷ୍ଟୀକରଣ

ଏହି  ଧାରାରେ : -  (କ) ଉକ୍ତି ‘ ମାନସିକ ବିକୃତି ’ ଅର୍ଥ , ମାନସିକ  ଅସୁସ୍ଥତା, ମସ୍ତିସ୍କର  ପ୍ରତିହତ  କିମ୍ବା  ଅସଂପୂର୍ଣ୍ଣ  ବିକାଶ,‘ ସାଇନୋପାଥିକ ’ ବିଶୃଙ୍ଖଳା  କିମ୍ବା  ମସ୍ତିସ୍କର   ଅନ୍ୟ  କୌଣସି  ବିକୃତି  କିମ୍ବା  ଅକ୍ଷମତା  ଏବଂ  ଏହା  ‘ସିଗୋଫ୍ରେନିଆ ’କୁ  ଅନ୍ତର୍ଭୁକ୍ତ  କରେ   ।

  • ଉକ୍ତ ‘ ସାଇନୋପାଥିକ ’ ବିଶୃଙ୍ଖଳା  ଅର୍ଥ , ମସ୍ତିସ୍କର  ଏକ  ଲଗାତାର  ବିକୃତି  କିମ୍ବା   ଅକ୍ଷମତା (ତାହା  ମେଧାର  ଅଧସ୍ତନତାକୁ  ଅନ୍ତର୍ଭୁକ୍ତ  କରୁ  କିମ୍ବା  ନାହିଁ ), ଯାହାକି   ପ୍ରତିବାଦୀଙ୍କ  ପକ୍ଷରେ  ଅଣଦାୟିତ୍ଵ   ସଂପନ୍ନ   ଉଦ୍ଧତ  କାର୍ଯ୍ୟକଳାପ   ଘଟାଏ, ଏବଂ  ଯଦିଓ  ଏହା  ଡାକ୍ତରୀ  କିକିତ୍ସା  ଆବଶ୍ୟକ  କରେ କିମ୍ବା  ନାହିଁ; କିମ୍ବା
  • ଏକ  ସଙ୍କ୍ରାମଣୀୟ  ଆକାରର  ସ୍ନାୟବିକ  ରୋଗରେ  ଆକ୍ରାନ୍ତ; କିମ୍ବା
  • କୁଷ୍ଠରୋଗରେ  ଆକ୍ରାନ୍ତ ଏପରି  ରୋଗ, ଆବେଦନକାରୀଙ୍କଠାରୁ  ସଂକ୍ରମିତ   ହୋଇନଥାଏ ;
  • ସେହି  ବ୍ୟକ୍ତିମାନଙ୍କ  ଦ୍ଵାରା  ସାତବର୍ଷ  କିମ୍ବା  ତଦୁର୍ଦ୍ଧ  ସମୟ  ନିମନ୍ତେ  ଜୀବିତ  ଅଛନ୍ତି  ବୋଲି  ଶୁଣାଯାଇନାହାଁନ୍ତି  ଯେଉଁମାନେ ପ୍ରତିବାଦୀଙ୍କ  ସଂବନ୍ଧରେ   ଶୁଣି  ଥାଆନ୍ତେ, ଯଦି  ପ୍ରତିବାଦୀ  ଜୀବିତ  ଥାଆନ୍ତେ

ସ୍ପଷ୍ଟୀକରଣ

ଏହି  ଉପ – ଦଫାରେ , ଉକ୍ତି ‘ ପରିତ୍ୟାଗ ’ ଅର୍ଥ ଏପରି  ପକ୍ଷର   ଇଚ୍ଛା  ବିରୁଦ୍ଧରେ  କିମ୍ବା  ସମ୍ମତି  ବିନା  ଏବଂ   କୌଣସି  ଯଥାଯଥ   କାରଣ  ବିନା, ବିବାହ  ପ୍ରତି, ଅନ୍ୟ  ପକ୍ଷ  ଦ୍ଵାରା  ଆବେଦନକାରୀଙ୍କର  ପରିତ୍ୟାଗ, ଏବଂ  ଏହା  ବିବାହ  ପ୍ରତି  ଅନ୍ୟ  ପକ୍ଷ  ଦ୍ଵାରା   ଆବେଦନକାରୀଙ୍କର   ଜାଣିଶୁଣି  ଅବହେଳାକୁ  ଅନ୍ତର୍ଭୁକ୍ତ  କରେ  ଏବଂ  ଏହାର  ବୈକାରଣୀକ  ପରିବର୍ତ୍ତନ  ଏବଂ  ଉକ୍ତିକୁ , ସେହି  ଅନୁଯାୟୀ  ବ୍ୟାଖ୍ୟା  କରାଯିବ   ।

  • ଏହି  କାରଣ  ଉପରେ କୌଣସି  ସ୍ତ୍ରୀ  ଦ୍ଵାରା  ମଧ୍ୟ  ଛାଡପତ୍ର ନିମନ୍ତେ , ଜିଲ୍ଲା  ନ୍ୟାୟାଳୟରେ  ଏକ  ଆବେଦନପତ୍ର  ଉପସ୍ଥାପନ  କରାଯାଇପାରେ :
    1. ଯେ  ତାଙ୍କର  ସ୍ଵାମୀ, ବିବାହ  ସଂପାଦନ  ପରଠାରୁ , ଧର୍ଷଣ , ସମଲିଙ୍ଗୀ  ଯୌନକାରବାରରେ  କିମ୍ବା  ପଶୁତ୍ଵରେ  ଦୋଷୀ ଅଟନ୍ତି।
    2. ଯେ, ହିନ୍ଦୁ  ପୋଷ୍ୟ  ପୁତ୍ରଗ୍ରହଣ  ଏବଂ  ଭରଣପୋଷଣ  ଆଇନ୍ , ୧୯୫୬(୭୮/୧୯୫୬)ର  ଦଫା ୧୮ ଅନୁଯାୟୀ  ଏକ  ମୋକଦ୍ଦମା  କିମ୍ବା  ଫୌଜଦାରୀ  କାର୍ଯ୍ୟବିଧି  ସଂହିତା , ୧୯୭୩ (୨/୧୯୭୪)ର ଦଫା  ୧୨୫ ଅନୁଯାୟୀ  କୌଣସି  କାର୍ଯ୍ୟାନୁଷ୍ଠାନରେ  (କିମ୍ବା  ଫୌଜଦାରୀ କାର୍ଯ୍ୟବିଧି  ସଂହିତା , ୧୮୯୮ (୫/୧୮୯୮) ର  ସମସାମୟୀକ  ଦଫା  ୪୮୮ ଅନୁଯାୟୀ ) ସ୍ଵାମୀଙ୍କ  ବିରୁଦ୍ଧରେ , ସ୍ତ୍ରୀଙ୍କୁ  ଭରଣପୋଷଣ  ପ୍ରଦାନ   କରିବା  ନିମନ୍ତେ  ଏକ  ଡିକ୍ରୀ  କିମ୍ବା  ଆଦେଶ  ପ୍ରଦାନ  କରାଯାଇଛି , ଏହି  ବିଷୟ  ସତ୍ତ୍ୱେ  ଯେ , ସେ , (ଉକ୍ତ  ସ୍ତ୍ରୀ) ପୃଥକ୍ ଭାବେ  ବାସ  କରୁଛି ଏବଂ  ଯେ , ଏପରି  ଡିକ୍ରୀ  କିମ୍ବା  ଆଦେଶ  ମଞ୍ଜୁରୀଠାରୁ  ଏକବର୍ଷ  କିମ୍ବା  ତଦୁର୍ଦ୍ଧ  ସମୟ  ନିମନ୍ତେ , ପକ୍ଷମାନଙ୍କ  ମଧ୍ୟରେ  ସହବାସ  ପୁନଃ  ସ୍ଥାପନ  କରାଯାଇନାହିଁ  ।
    3. ଏହି  ଆଇନ୍ ଏବଂ  ତତ୍ ସଂକ୍ରାନ୍ତୀୟ  ନିୟମାବଳୀର  ବ୍ୟବସ୍ଥାବଳୀର   ନିୟନ୍ତ୍ରଣାଧିନରେ , କୌଣସି  ବିବାହର  କୌଣସି  ପକ୍ଷ , ତାହା  ବିଶେଷ  ବିବାହ (ସଂଶୋଧନ) ଆଇନ୍ , ୧୯୭୦ (୨୯/୧୯୭୦) ର  ପ୍ରାରମ୍ଭ  ପୂର୍ବରୁ  କିମ୍ବା  ପରେ  ସଂପାଦିତ  ହୋଇଥାଉ, ଏହି  କାରଣ  ଉପରେ  ଜିଲ୍ଲା  ନ୍ୟାୟାଳୟ  ଛାଡପତ୍ର  ନିମନ୍ତେ ଏକ  ଆବେଦନପତ୍ର  ଉପସ୍ଥାପନ  କରିପାରନ୍ତି ;
    4. ଯେ  ବୈଚାରୀକ  ପୃଥକୀକରଣର  ଏକ  କାର୍ଯ୍ୟାନୁଷ୍ଠାନରେ  ଏକ  ଡିକ୍ରୀ  ମଞ୍ଜୁର   ହେବା  ପରେ, ଯେଉଁଥିରେ  ସେମାନେ  ପକ୍ଷ  ଥିଲେ, ବିବାହର  ପକ୍ଷମାନଙ୍କ  ମଧ୍ୟରେ ଏକ  ବର୍ଷ  କିମ୍ବା  ତଦୁର୍ଦ୍ଧ  ସମୟ  ନିମନ୍ତେ  ସହବାସର  ପୁନରାବୃତ୍ତି  ଘଟିନଥିଲା; କିମ୍ବା
    5. କୌଣସି  କାର୍ଯ୍ୟାନୁଷ୍ଠାନରେ  ଦାମ୍ପତ୍ୟ  ଅଧିକାରର  ପୁନଃ  ସ୍ଥାପନା  ନିମନ୍ତେ  ଏକ  ଡିକ୍ରୀ  ମଞ୍ଜୁର  ପରେ , ଯେଉଁଥିରେ  ସେମାନେ  ପକ୍ଷଥିଲେ, ବିବାହର  ପକ୍ଷମାନଙ୍କ  ମଧ୍ୟରେ  ଏକବର୍ଷ  କିମ୍ବା  ତଦୁର୍ଦ୍ଧ  ସମୟ  ନିମନ୍ତେ , ଦାମ୍ପତ୍ୟ  ଅଧିକାରର  ପୁନଃ  ସ୍ଥାପନା  ଘଟିନାହିଁ   ।

ଛାଡପତ୍ର  କାର୍ଯ୍ୟାନୁଷ୍ଠାନରେ  ବିକଳ୍ପ  ନିଦାନ ( ନିୟମ ୨୭ (କ))

ଏହି  ଆଇନ୍  ଅନୁଯାୟୀ  କୌଣସି  କାର୍ଯ୍ୟାନୁଷ୍ଠାନରେ  ଦଫା  ୨୭ର  ଉପ – ଦଫା (୧) ର ଧାରା  (ଜ) ରେ ଉଲ୍ଲେଖିତ  କାରଣ   ଉପରେ  ପର୍ଯ୍ୟବେସିତ  କୌଣସି   ଆବେଦନପତ୍ର   ବ୍ୟତୀତ, ଏକ  ଛାଡପତ୍ର   ଡିକ୍ରୀ  ଦ୍ଵାରା  ବିବାହକୁ   ଉଚ୍ଛେଦ   କରିବା  ନିମନ୍ତେ  ଏକ  ଆବେଦନପତ୍ର  ଉପରେ, ନ୍ୟାୟାଳୟ ,ଅଜାଡି ଏହା, ମୋକଦ୍ଦମାର  ପରିସ୍ଥିତିକୁ  ବିଚାର  କରି, ସେପରି  କରିବାକୁ  ଉଚିତ୍  ମନେ  କରନ୍ତି, ତା ପରିବର୍ତ୍ତେ, ବୈଚାରୀକ ପୃଥକୀକରଣ  ନିମନ୍ତେ  ଏକ  ଡିକ୍ରୀ  ମଞ୍ଜୁର  କରିବେ  ।

ପାରସ୍ପରିକ  ସମ୍ମତି  ଦ୍ଵାରା  ଛାଡପତ୍ର

  1. ଏହି  ଆଇନ୍  ଏବଂ  ତତ୍ ସଂକ୍ରାନ୍ତୀୟ   ନିୟମାବଳୀର  ବ୍ୟବସ୍ଥାବଳୀର  ନିୟନ୍ତ୍ରଣାଧିନରେ, ଏହି  କାରଣ  ଉପରେ, ଜିଲ୍ଲା  ନ୍ୟାୟାଳୟରେ  ଉଭୟ  ପକ୍ଷଙ୍କ  ଦ୍ଵାରା  ଏକତ୍ରୀତ  ଭାବେ  ଏକ  ଆବେଦନପତ୍ର  ଉପସ୍ଥାପନ  କରାଯାଇପାରେ  ଯେ , ସେମାନେ  ଏକବର୍ଷ  କିମ୍ବା  ତଦୁର୍ଦ୍ଧ  ସମୟ  ନିମନ୍ତେ  ପରସ୍ପରଠାରୁ  ପୃଥକ୍ ଭାବେ  ବାସ  କରୁଛନ୍ତି; ଯେ ସେମାନେ  ଏକତ୍ରୀତଭାବେ  ବାସ   କରିବା  ନିମନ୍ତେ  ସକ୍ଷମ  ହୋଇ  ନାହାଁନ୍ତି  ଏବଂ  ଯେ, ସେମାନେ  ପାରସ୍ପରିକଭାବେ  ସମ୍ମତ  ହୋଇଛନ୍ତି ଯେ, ଏହି  ବିବାହକୁ  ଉଚ୍ଛେଦ  କରାଯିବା  ଉଚିତ୍।
  2. [ଉପ – ଦଫା (୧)ରେ  ଉଲ୍ଲେଖିତ  ଆବେଦନପତ୍ରର ଉପସ୍ଥାପନାର  ଛଅ ମାସ  ପରେ, ଉଭୟ  ପକ୍ଷଙ୍କ  ଦ୍ଵାରା  ଅନୁରୋଧ  ଉପରେ  ଏବଂ  ଅଠର  ମାସ  ପରେ  ନୁହେଁ ], ଉକ୍ତ  ତାରିଖ  ପରେ, ଯଦି  ଉକ୍ତ  ଆବେଦନପତ୍ରକୁ  ଏହି  ସମୟ  ମଧ୍ୟରେ  ପ୍ରତ୍ୟାହାର  କରାନଯାଏ, ତାହେଲେ  ଜିଲ୍ଲା  ନ୍ୟାୟାଳୟ, ପକ୍ଷମାନଙ୍କୁ   ଶୁଣିବା  ପରେ ଏବଂ ଏପରି  ତଦନ୍ତ  କରିବା  ପରେ, ଯେପରି  ସେ  ଉପଯୁକ୍ତ  ମନେ  କରନ୍ତି, ସନ୍ତୁଷ୍ଟ  ହୁଅନ୍ତି ଯେ, ଏହି  ଆଇନ୍ ଅନୁଯାୟୀ, ବିବାହ  ସଂପାଦିତ  ହୋଇଛି  ଏବଂ  ଯେ, ଆବେଦନପତ୍ରରେ  ପ୍ରଦାନ  କରାଯାଇଥିବା  ବିବରଣୀ  ସତ୍ୟ  ଅଟେ, ତାହେଲେ  ଡିକ୍ରୀ   ତାରିଖରୁ  ବିବାହ  ଉଚ୍ଛେଦ   ହେଲା  ବୋଲି  ଏକ  ଡିକ୍ରୀ  ମଞ୍ଜୁର  କରି  ଘୋଷଣା  କରିବେ  ।

ବିବାହ  ପରେ, ପ୍ରଥମ  ତିନିବର୍ଷ  ମଧ୍ୟରେ  ଛାଡପତ୍ର  ନିମନ୍ତେ, ଆବେଦନ  ପତ୍ର  ଉପରେ  କଟକଣା

  1. ଜିଲ୍ଲା  ନ୍ୟାୟାଳୟରେ  ଛାଡପତ୍ର  ନିମନ୍ତେ  କୌଣସି  ଆବେଦନପତ୍ର   ଉପସ୍ଥାପନ  କରାଯିବ  ନାହିଁ, [ଯଦି  ଆବେଦନପତ୍ରର  ଉପସ୍ଥାପନ  ତାରିଖରେ, ଏକବର୍ଷ  ଅତିବାହିତ ହୋଇନଥାଏ] ଏବଂ  ତାହା  ବିବାହ  ପ୍ରମାଣ  ପୁସ୍ତିକାରେ  ବିବାହର  ପ୍ରମାଣପତ୍ର  ଅନ୍ତର୍ଭୁକ୍ତ  ତାରିଖରୁ;
  2. ଉଲ୍ଲେଖଥାଉ ଯେ, ଜିଲ୍ଲାନ୍ୟାୟାଳୟ, ଏହାକୁ ପ୍ରଦାନ  କରାଯାଇଥିବା  ଆବେଦନପତ୍ର  ଉପରେ ଏହି  କାରଣ  ଉପରେ [ଏକ  ବର୍ଷ  ଅତିବାହିତ  ହେବା  ପୂର୍ବରୁ] ଏକ  ଆବେଦନପତ୍ରର   ଉପସ୍ଥାପନାକୁ  ଅନୁମୋଦନ   କରିବେ ଯେ , ଆବେଦନକାରୀଙ୍କ  ଦ୍ଵାରା  ଏହି  ମୋକଦ୍ଦମା  ବ୍ୟତିକ୍ରମିତ  କ୍ଲିଷ୍ଠତା  ଅଟେ  କିମ୍ବା  ପ୍ରତିବାଦୀଙ୍କ  ପକ୍ଷରେ  ବ୍ୟତିକ୍ରମିତ  ବଞ୍ଚିତକରଣ  ଅଟେ; ମାତ୍ର  ଯଦି  ଏହା  ଜିଲ୍ଲା  ନ୍ୟାୟାଳୟଙ୍କୁ   ଆବେଦନପତ୍ରର   ଶୁଣାଣୀ  ସମୟରେ, ଏହା  ପ୍ରତୀତ  ହୁଏ ଯେ, ମୋକଦ୍ଦମାର  ପ୍ରକୃତିକୁ  ଲୁଚାଇ  କିମ୍ବା  କୁପ୍ରତିନିଧିତ୍ଵ ଦ୍ଵାରା, ଏପରି  ଆବେଦନପତ୍ର   ଉପସ୍ଥାପନ  କରିବା  ନିମନ୍ତେ , ଆବେଦନକାରୀ  ଅନୁମତି  ଗ୍ରହଣ  କରିଛନ୍ତି, ସେପରିସ୍ଥଳେ   ଜିଲ୍ଲା  ନ୍ୟାୟାଳୟ; ଯଦି  ଏହା  କୌଣସି  ଡିକ୍ରୀ  ଘୋଷଣା   କରନ୍ତି,  ତାହା  ଏହି  ସର୍ତ୍ତରେ  କରିବେ ଯେ ଏପରି  ଡିକ୍ରୀ [ଏକ  ବର୍ଷ  ସମାପ୍ତ] ନ ହେବା  ପର୍ଯ୍ୟନ୍ତ ପ୍ରଭାବିତ  ହେବ  ନାହିଁ  ଏବଂ  ତାହା  ବିବାହ  ତାରିଖରୁ  କିମ୍ବା କୌଣସି  ଆବେଦନପତ୍ର  ପ୍ରତି  କୌଣସି  କ୍ଷତି  ନଘଟାଇ, ଏପରି  ଆବେଦନ  ପତ୍ରକୁ  ଖାରଜ  କରିବେ, ଯାହାକି [ଉକ୍ତ  ଏକ ବର୍ଷ  ସମାପ୍ତି  ପରେ] ଅଣାଯାଇପାରେ  ଏବଂ  ତାହା  ସେହି  ବିଷୟ  ଉପରେ, ଯେପରିକି  ଖାରଜ  ହୋଇଥିବା  ଆବେଦନପତ୍ରର  ସମର୍ଥନରେ  ପ୍ରମାଣିତ  କରାଯାଇଥାଏ ।

  3. ବିବାହ ତାରିଖରୁ  [ଏକବର୍ଷ  ଅତିବାହିତ] ହେବା  ପୂର୍ବରୁ , ଛାଡ ପତ୍ର  ନିମନ୍ତେ  ଆବେଦନପତ୍ର  ଉପସ୍ଥାପନ   କରିବା   ନିମନ୍ତେ  ଅନୁମତି  ନିମନ୍ତେ, ଏହି ଦଫା  ଅନୁଯାୟୀ  କୌଣସି   ଆବେଦନପତ୍ର  ଫଇସଲା  କରିବାରେ, ଜିଲ୍ଲା  ନ୍ୟାୟାଳୟ, ବିବାହର  କୌଣସି  ସନ୍ତାନର  ସ୍ଵାର୍ଥକୁ  ବିବେଚନା  କରିବେ  ଏବଂ  ଏହି  ପ୍ରଶ୍ନକୁ  ମଧ୍ୟ  ବିଚାର   କରିବେଯେ, [ଉକ୍ତ  ଏକବର୍ଷ] ସମାପ୍ତ  ହେବା  ପୂର୍ବରୁ  ପକ୍ଷମାନଙ୍କ  ମଧ୍ୟରେ   ମିଳାମିଶାର  ଯଥାଯଥ  ସମ୍ଭାବନା  ଅଛି କି ନାହିଁ  ।

ଛାଡପତ୍ର  ପାଇଥିବା  ବ୍ୟକ୍ତିମାନଙ୍କର  ପୁନଃ  ବିବାହ

ଯେଉଁ  ସ୍ଥଳରେ  କୌଣସି  ବିବାହ, ଏକ  ଛାଡପତ୍ର  ଡିକ୍ରୀ  ଦ୍ଵାରା  ଉଚ୍ଛେଦ  କରାଯାଇଥାଏ, ଏବଂ  ଉକ୍ତ  ଡିକ୍ରୀ  ବିରୁଦ୍ଧରେ  କୌଣସି  ଅପିଲ୍   ଅଧିକାର  ନଥାଏ  କିମ୍ବା  ଯଦି  ଏପରି  ଅପିଲ୍  ଅଧିକାର  ଥାଏ, କୌଣସି  ଅପିଲ୍  ଉପସ୍ଥାପନ   କରାନଯାଇ, ଉକ୍ତ  ସମୟ  ଅତିବାହିତ  ହୋଇଥାଏ କିମ୍ବା  କୌଣସି  ଅପିଲ୍  ଉପସ୍ଥାପନ  କରାଯାଇ, ଖାରଜ  ହୋଇଥାଏ, ସେପରିସ୍ଥଳେ  ଯେକୌଣସି  ପକ୍ଷ  ପୁନଃ   ବିବାହ  କରିପାରିବେ  ।

ଆଧାର – ଲ ହାଉସ

Last Modified : 7/8/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate