অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଶେଷ ବିବାହ ଆଇନ, ୧୯୫୪ (ବିବିଧା)

ବିଶେଷ ବିବାହ ଆଇନ, ୧୯୫୪ (ବିବିଧା)

ସଂରକ୍ଷଣ

ଏହାର  ବ୍ୟବସ୍ଥାବଳୀ  ଅନୁଯାୟୀ  ସଂପାଦିତ  ହୋଇନଥିବା  କୌଣସି  ବିବାହର  ବୈଧତାକୁ   ଏହି  ଆଇନ୍ ରେ  ଧାରୀତ  କୌଣସି  ବ୍ୟବସ୍ଥା  ପ୍ରଭାବିତ  କରିବ ନାହିଁ  କିମ୍ବା  ଏହି  ଆଇନ୍ , ବିବାହରେ  ଅନ୍ତର୍ଭୁକ୍ତ  ହେବାର  ପଦ୍ଧତିରେ   ବୈଧତାକୁ  ପ୍ରତ୍ୟକ୍ଷଭାବେ  ପ୍ରଭାବିତ  କରେ  ବୋଲି  ଧରାଯିବ  ନାହିଁ  ।

ପୁନର୍ବାର   ବିବାହ  କରୁଥିବା, ବିବାହିତ  ବ୍ୟକ୍ତିମାନଙ୍କ   ଉପରେ   ଜୋରିମାନା

ଅଧ୍ୟାୟ – ୩ରେ  ଅନ୍ୟଥା  ବ୍ୟବସ୍ଥାୟୀତ  ବ୍ୟତୀତ , ଯେକି  କିମ୍ବା  ଯେଉଁମାନେ  ସେହି  ସମୟରେ  ବିବାହ  କରିଥାଆନ୍ତି, ସେ  ଏହି  ଆଇନ୍  ଅନୁଯାୟୀ  ତାଙ୍କ   ନିମନ୍ତେ   ଏକ  ବିବାହ  ସଂପାଦନ   କରିବା  ନିମନ୍ତେ   ଚେଷ୍ଟା  କରନ୍ତି, ସେ, ଭାରତୀୟ  ଦଣ୍ଡବିଧି  ସଂହିତା  ୧୮୬୦ (୪୫/୧୮୬୦)ର  ଦଫା  ୪୯୪  କିମ୍ବା  ଦଫା  ୪୯୫  ଅନୁଯାୟୀ  ଏକ  ଅପରାଧ  ସଂଗଠନ  କରିଛନ୍ତି  ବୋଲି  ଧରାଯିବ, ଯେଉଁ  ସ୍ଥଳରେ   ଯେପରି  ପ୍ରୟୋଗନୀୟ   ଏବଂ  ଏପରିଭାବେ  ସଂପାଦିତ  ବିବାହ  ଅବୈଧ  ହେବ  ।

ଦ୍ଵୈତ  ବିବାହ  ନିମନ୍ତେ  ଦଣ୍ଡ

ପ୍ରତ୍ୟକ୍  ବ୍ୟକ୍ତି  ଯାହାଙ୍କର   ବିବାହ  ଏହି  ଆଇନ୍ ଅନୁଯାୟୀ  ସଂପାଦିତ  ହୋଇଥାଏ  ଏବଂ  ଯେକି  ତା’ର  କିମ୍ବା  ତାଙ୍କ  ସ୍ତ୍ରୀର  କିମ୍ବା  ସ୍ଵାମୀର  ଜୀବଦଶା  ମଧ୍ୟରେ   ପୁନର୍ବାର  ବିବାହ  କରିବା  ଅପରାଧ  ନିମନ୍ତେ , ଭାରତୀୟ  ଦଣ୍ଡବିଧି  ସଂହିତା ୧୮୬୦ (୪୫/୧୮୬୦)ର  ଦଫା  ୪୯୪ ଏବଂ ଦଫା  ୪୯୫ରେ  ଧାରୀତ  ଦଣ୍ଡ  ପ୍ରତି  ନିୟନ୍ତ୍ରଣାଧିନ  କରାଯିବ  ଏବଂ  ଏପରିଭାବେ  ଚୁକ୍ତି  କରାଯାଇଥିବା  ବିବାହ, ଅବୈଧ  ହେବ  ।

ମିଥ୍ୟା  ଘୋଷଣା  କିମ୍ବା  ପ୍ରମାଣପତ୍ର  ସ୍ଵାକ୍ଷର  କରିବା  ନିମନ୍ତେ  ଦଣ୍ଡ  କିମ୍ବା  ଜୋରିମାନା

ଏହି  ଆଇନ୍  ଅନୁଯାୟୀ  କିମ୍ବା  ଦ୍ଵାରା  ଆବଶ୍ୟକ  କୌଣସି  ଘୋଷଣା  କିମ୍ବା  ପ୍ରମାଣପତ୍ର  ପ୍ରସ୍ତୁତ   କରୁଥିବା , ସ୍ଵାକ୍ଷର  କରୁଥିବା  କିମ୍ବା  ସତ୍ୟ  ପ୍ରମାଣ  କରୁଥିବା  ପ୍ରତ୍ୟକ୍  ବ୍ୟକ୍ତି , ଯାହାକି  ଏକ  ବିବରଣୀ  ଧାରଣ  କରିଥାଏ , ଯାହାକି  ମିଥ୍ୟା  ଅଟେ, ଏବଂ  ଯାହା  ମିଥ୍ୟା  ବୋଲି  ସେ ଜାଣେ  କିମ୍ବା  ବିଶ୍ଵାସ  କରେ କିମ୍ବା  ତାହା  ସତ୍ୟ  ବୋଲି  ବିଶ୍ଵାସ  କରେ  ନାହିଁ, ସେ ଭାରତୀୟ   ଦଣ୍ଡବିଧି  ସଂହିତା, ୧୮୬୦ (୪୫/୧୮୬୦)ର  ଦଫା  ୧୯୯ରେ  ବର୍ଣ୍ଣିତ  ଅପରାଧରେ  ଦୋଷୀ  ହେବ  ।

ବିବାହ – ଅଧିକାରୀଙ୍କର  ତ୍ରୁଟୀପୂର୍ଣ୍ଣ  କାର୍ଯ୍ୟ  ନିମନ୍ତେ  ଦଣ୍ଡ

କୌଣସି  ବିବାହ  ଅଧିକାରୀ , ଯେକି  ଜାଣିଶୁଣି  ଏବଂ  ଇଚ୍ଛାକୃତ  ଭାବେ, ଏହି  ଆଇନ୍  ଅନୁଯାୟୀ  କୌଣସି  ବିବାହ  ସଂପାଦନ  କରେ: -

  1. ଦଫା  ୫ ଅନୁଯାୟୀ  ଯେପରି  ଆବଶ୍ୟକ , ଏପରି  ବିବାହ  ସଂବନ୍ଧରେ  ଏକ  ସୂଚନା  ପ୍ରଦାନ  ନକରି , କିମ୍ବା
  2. ଏପରି  ବିବାହର  ତିରିଶ  ଦିନ  ମଧ୍ୟରେ  କୌଣସି  ସୂଚନା  ପ୍ରଦାନ  ନକରି ; କିମ୍ବା
  3. ଏହି  ଆଇନ୍ ରେ   ଧାରୀତ  ଅନ୍ୟ  କୌଣସି  ବ୍ୟବସ୍ଥାର  ଉଲ୍ଲଘଂନରେ ;
  4. ତାହେଲେ  ତାଙ୍କୁ  ସରଳକାରଦଣ୍ଡରେ ସେହି  ସମୟ  ପର୍ଯ୍ୟନ୍ତ  କାରାବରଣ   ଦଣ୍ଡ  ପ୍ରଦାନ  କରାଯିବ, ଯାହାକି  ଏକବର୍ଷ  ପର୍ଯ୍ୟନ୍ତ  ପରିବର୍ଦ୍ଧନ   କରାଯାଇପାରେ କିମ୍ବା  ଜୋରିମାନା  ସହିତ, ଯାହାକି  ପାଞ୍ଚଶହ   ଟଙ୍କାକୁ  ବୃଦ୍ଧି  କରାଯାଇପାରେ  କିମ୍ବା  ଉଭୟରେ  ଦଣ୍ଡୀତ  କରାଯିବ   ।

ପରିଦର୍ଶନ  ନିମନ୍ତେ, ବିବାହ  ପ୍ରମାଣପତ୍ର  ପୁସ୍ତିକା  ଉନ୍ମୁକ୍ତ  ରହିବ

  1. ଏହି  ଆଇନ୍  ଅନୁଯାୟୀ  ରଖାଯାଇଥିବା  ବିବାହ  ପ୍ରମାଣପତ୍ର   ପୁସ୍ତିକା  ସମସ୍ତ   ଯଥାଯଥ  ସମୟରେ , ପରିଦର୍ଶନ  ନିମନ୍ତେ  ଉନ୍ମୁକ୍ତ  ରହିବ  ଏବଂ  ସେଥିରେ  ଧାରୀତ  ବିବରଣୀର  ସାକ୍ଷ୍ୟ  ଭାବେ  ଗ୍ରହଣୀୟ   ହେବ  ।
  2. ବିବାହ  ପ୍ରମାଣପତ୍ର  ପୁସ୍ତିକାରୁ  ସାରାଂଶକୁ , ଆବେଦନ ପତ୍ର  ଉପରେ , ଧାର୍ଯ୍ୟ  ଶୁକ୍ଳର  ପ୍ରଦାନ  ଉପରେ , ଆବେଦନକାରୀଙ୍କୁ , ବିବାହ – ଅଧିକାରୀଙ୍କ  ଦ୍ଵାରା  ପ୍ରଦାନ  କରାଯିବ  ।

ବିବାହ  ନଥିରେ  ଅନ୍ତର୍ଭୁକ୍ତିକରଣର  ନକଲ  ଗୁଡିକର  ପ୍ରେରଣ

କୌଣସି  ରାଜ୍ୟରେ  ଥିବା  ପ୍ରତ୍ୟକ  ବିବାହ  ଅଧିକାରୀ , ଏପରି  ମଧ୍ୟାନ୍ତରରେ  ଏବଂ  ଏପରି  ଫର୍ମରେ , ଉକ୍ତ  ରାଜ୍ୟର  ଜନ୍ମ , ମୃତ୍ୟୁ  ଏବଂ  ବିବାହ  ବିଷୟ  ନିବନ୍ଧନ  ମୁଖ୍ୟଙ୍କୁ  ସୂଚୀତ  କରିବେ , ଯେପରି  ଧାର୍ଯ୍ୟ  କରାଯାଇପାରେ , ଏପରି  ଶେଷ  ମଧ୍ୟାନ୍ତର  ଠାରୁ  ବିବାହ – ପ୍ରମାଣ  ପାତ୍ର  ପୁସ୍ତିକାରେ  ତାଙ୍କ  ଦ୍ଵାରା  କରାଯାଇଥିବା  ସମସ୍ତ  ଅନ୍ତର୍ଭୁକ୍ତିକରଣର  ଏକ  ସତ୍ୟ  ନକଲ  ଏବଂ  ସେହି  ସମସ୍ତ  ଅଞ୍ଚଳ  ବାହାରେ  ବିବାହ – ଅଧିକାରୀମାନଙ୍କ  କ୍ଷେତ୍ରରେ , ଯେଉଁଥିପ୍ରତି ଏହି  ଆଇନ୍  ପରିବର୍ଦ୍ଧିତ, ଏପରି  ସଠିକ୍  ନକଲ, ଏପରି  ଅଧିକାରୀଙ୍କୁ  ପ୍ରେରଣ  କରାଯିବ , ଯେପରି  କେନ୍ଦ୍ର  ସରକାର  ଏ  ସଂବନ୍ଧରେ  ଧାର୍ଯ୍ୟ  କରିବେ   ।

ତ୍ରୁଟିଗୁଡିକର  ସଂଶୋଧନ

  1. ଯଦି  କୌଣସି  ବିବାହ  ଅଧିକାରୀ , ବିବାହ  ପ୍ରମାଣପତ୍ର  ପୁସ୍ତିକାରେ  କୌଣସି  ଅନ୍ତର୍ଭୁକ୍ତିକରଣର   ଫର୍ମରେ  କିମ୍ବା  ବିଷୟ  ବସ୍ତୁରେ  କୌଣସି  ତ୍ରୁଟି  ଦେଖନ୍ତି ; ସେ, ଏପରି  ତ୍ରୁଟି  ଆବିଷ୍କାର  କରିବାର  ପରବର୍ତ୍ତୀ  ଏକମାସ  ମଧ୍ୟରେ, ବିବାହିତ  ବ୍ୟକ୍ତିମାନଙ୍କ  ଉପସ୍ଥିତିରେ  କିମ୍ବା  ସେମାନଙ୍କର  ମୃତ୍ୟୁ  କିମ୍ବା  ଅନୁପସ୍ଥିତି  କ୍ଷେତ୍ରରେ, ଦୁଇଜଣ  ବିଶ୍ଵସନୀୟ  ସାକ୍ଷୀଙ୍କ   ଉପସ୍ଥିତିରେ , ମୂଳ  ଅନ୍ତର୍ଭୁକ୍ତିକରଣରେ   କୌଣସି  ପରିବର୍ତ୍ତନ  ନକରି, ମାର୍ଜିନ୍ ରେ, ଏପରି  ତ୍ରୁଟିକୁ  ସଂଶୋଧନ  କରିବେ  ଏବଂ  ଉକ୍ତ  ‘ମାର୍ଜିନ୍ ରେ  ଅନ୍ତର୍ଭୁକ୍ତିକରଣ ’ ସ୍ଵାକ୍ଷର  କରି  ସେଥିରେ  ସଂଶୋଧନର   ତାରିଖ  ପ୍ରଦାନ କରିବେ ଏବଂ  ବିବାହ  ଅଧିକାରୀ  ତା’ର  ପ୍ରମାଣ  ପତ୍ରରେ  ମଧ୍ୟ  ସେହିପରି  ମାର୍ଜିନାଲ୍  ଅନ୍ତର୍ଭୁକ୍ତିକରଣ  କରିବେ   ।
  2. ଏହି  ଦଫା  ଅନୁଯାୟୀ  କରାଯାଇଥିବା  ପ୍ରତ୍ୟକ୍  ସଂଶୋଧନ , ସେହି  ସାକ୍ଷୀମାନଙ୍କ  ଦ୍ଵାରା  ସତ୍ୟ  ପ୍ରମାଣ  କରାଯିବ , ଯାହାଙ୍କ  ଉପସ୍ଥିତିରେ  ଏହା  କରାଯାଇଥିଲା   ।
  3. ଯେଉଁ  ସ୍ଥଳରେ  ମୁଖ୍ୟ  ନିବନ୍ଧନ  ଅଧିକାରୀ  କିମ୍ବା  ଅନ୍ୟ  ଅଧିକାରୀଙ୍କୁ  ଦଫା  ୪୮  ଅନୁଯାୟୀ , ଏପରି  ପ୍ରେରଣ  କରାଯାଇଥିବା  କୌଣସି   ଅନ୍ତର୍ଭୁକ୍ତିକରଣକୁ , ବିବାହ  ଅଧିକାରୀ , ମୂଳ  ତ୍ରୁଟିପୂର୍ଣ୍ଣ  ଅନ୍ତର୍ଭୁକ୍ତିକରଣର  ଏକ  ପୃଥକ୍  ପ୍ରମାଣପତ୍ର   ଏବଂ  ସେଥିରେ  କରାଯାଇଥିବା  ‘ ମାର୍ଜିନାଲ୍’ ସଂଶୋଧନକୁ  ପ୍ରେରଣ  କରିବେ  ।

ନିୟମାବଳୀ  ପ୍ରଣୟନ  କରିବା  କ୍ଷମତା

କେନ୍ଦ୍ର  ସରକାର କେନ୍ଦ୍ର  ସରକାରୀ  ଉଚ୍ଚ  କର୍ମଚାରୀଙ୍କ  କ୍ଷେତ୍ରରେ  ଏବଂ  ରାଜ୍ୟ  ସରକାର, ଆନ୍ୟାନ୍ୟ  କ୍ଷେତ୍ରରେ, କାର୍ଯ୍ୟାଳୟ  ଗେଜେଟ୍ ରେ  ବିଜ୍ଞପ୍ତି  ଦ୍ଵାରା   ଏହି  ଆଇନ୍ ର  ଉଦ୍ଦେଶ୍ୟକୁ   ପରିପାଳନ   କରିବା  ନିମନ୍ତେ   ନିୟମାବଳୀ   ପ୍ରଣୟନ   କରିପାରନ୍ତି  ।

  1. ନିର୍ଦ୍ଧିଷ୍ଟ  ଭାବେ  ଏବଂ  ପୂର୍ବୋକ୍ତ  କ୍ଷମତାର  ସାଧାରଣତ୍ଵରେ   କୌଣସି  ଆଞ୍ଚ ନ ଆଣି, ଏପରି  ନିୟମାବଳୀ  ନିମ୍ନଲିଖିତ  ସମସ୍ତ  କିମ୍ବା  ଯେକୌଣସି   ବିଷୟ   ନିମନ୍ତେ  ବ୍ୟବସ୍ଥାୟୀତ  କରିପାରେ : -
    • ବିବାହ   ଅଧିକାରୀଙ୍କର  କର୍ତ୍ତବ୍ୟ  ଏବଂ  କ୍ଷମତା  ଏବଂ  ସେହି  ସମସ୍ତ  ଅଞ୍ଚଳ  ଯେଉଁଠାରେ  ସେମାନେ  ପରିଚାଳନା   କରିପାରେବେ ;
    • ଏହି  ଆଇନ୍  ତଥା  ପଦ୍ଧତି  ଅନୁଯାୟୀ   କିପରିଭାବେ  ବିବାହ  ଅଧିକାରୀ  ତଦନ୍ତ  କରିପାରିବେ ;
    • ଏହି  ଆଇନ୍  ଅନୁଯାୟୀ  କିମ୍ବା  ସେହି   ଫର୍ମ ଏବଂ  ଆକାର , ଯେଉଁଥିରେ  କୌଣସି   ପୁସ୍ତକର   ରକ୍ଷଣାବେକ୍ଷଣ   କରାଯିବା  ଉଚିତ୍ ;
    • ଏହି  ଆଇନ୍  ଅନୁଯାୟୀ , କୌଣସି  ବିବାହ   ଅଧିକାରୀଙ୍କ   ଉପରେ   ନ୍ୟସ୍ତ  କୌଣସି  କର୍ତ୍ତବ୍ୟର  ସଂପାଦନ  ନିମନ୍ତେ  କରାଯିବା  ଉଚିତ୍ ;
    • ଦଫା   ୧୬ ଅନୁଯାୟୀ  କିପରିଭାବେ  ସର୍ବସାଧାରଣ  ସୂଚନା  ପ୍ରଦାନ  କରାଯିବ ;
    • ସେହି  ଫର୍ମ  ଯେଉଁଥିରେ   ଏବଂ  ସେହି  ମଧ୍ୟାନ୍ତର  ଯାହା  ମଧ୍ୟରେ  ବିବାହ  ପ୍ରମାଣ  ପାତ୍ର  ପୁସ୍ତିକାରେ  ଅନ୍ତର୍ଭୁକ୍ତିକରଣର  ନକଲକୁ , ଦଫା ୪୮ ଅନୁଯାୟୀ  ପ୍ରେରଣ   କରାଯିବ ;
    • ଅନ୍ୟ  କୌଣସି   ବିଷୟ, ଯାହା  ଧାର୍ଯ୍ୟ  କରାଯିବ  ନିମନ୍ତେ  ଆବଶ୍ୟକ   ।
  2. ଏହି  ଆଇନ୍  ଅନୁଯାୟୀ, କେନ୍ଦ୍ର  ସରକାରଙ୍କ  ଦ୍ଵାରା  ପ୍ରଣୀତ   ପ୍ରତ୍ୟକ  ନିୟମକୁ ,  ଏହା  ପ୍ରଣୀତ  ହେବା  ପରେ  ଯେତେ  ଶୀଘ୍ର  ସମ୍ଭବ, ଏହା  ଅଧିବେସନରେ   ଥିବା  ସମୟରେ  ସମୁଦାୟ  ତିରିଶଦିନ  ନିମନ୍ତେ  ପାର୍ଲାମେଣ୍ଟରେ  ପ୍ରତ୍ୟକ୍  ଗୃହରେ   ଉପସ୍ଥାପନ  କରାଯିବ; ଯାହାକି  ଗୋଟିଏ  କିମ୍ବା  ଅଧିକ  ଅଧିବେସନକୁ  ଧାରଣ  କରୁଥିବ ; ଏବଂ  ଯଦି  ସେହି  ଅଧିବେସନକୁ  ଠିକ୍ ପରେ ପରେ  ଅନୁସରଣ  କରୁଥିବା  ଅଧିବେସନର  ସମାପ୍ତି  ପୂର୍ବରୁ , ଉଭୟ  ଗୃହ  ଉକ୍ତ  ନିୟମରେ  କୌଣସି  ସଂଶୋଧନ  କରିବା  ନିମନ୍ତେ  ସମ୍ମତ  ହୁଅନ୍ତି , କିମ୍ବା  ଉଭୟ  ଗୃହ  ସମ୍ମତ  ହୁଅନ୍ତି ଯେ , ଉକ୍ତ  ନିୟମ  କରାଯିବା ଉଚିତ୍  ନୁହେଁ , ସେପରିସ୍ଥଳେ ଏପରି  ନିୟମ, ଏପରି  ସଂଶୋଧିତ  ଆକାରରେ  ପ୍ରଭାବିତ  ହେବ  କିମ୍ବା  କୌଣସି  ପ୍ରଭାବ  ରହିବ  ନାହିଁ ;  ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ ; ଯାହେଉନା  କାହିଁକି  ଯେ , ଏପରି  କୌଣସି  ସଂଶୋଧନ   କିମ୍ବା  ନାକଚୀକରଣ, ଉକ୍ତ  ନିୟମ  ଅନୁଯାୟୀ  ପୂର୍ବରୁ  କରାଯାଇଥିବା  କୌଣସି  କାର୍ଯ୍ୟର  ବୈଧତା  ପ୍ରତି  କୌଣସି  କ୍ଷତି  ନ ଘଟାଇ  ।
  3. ଏହି  ଆଇନ୍  ଅନୁଯାୟୀ , ରାଜ୍ୟ  ସରକାରଙ୍କ   ଦ୍ଵାରା  ପ୍ରଣୟନ  କରାଯାଇଥିବା  ପ୍ରତ୍ୟକ  ନିୟମକୁ  ଯେତେ  ଶୀଘ୍ର  ସମ୍ଭବ , ରାଜ୍ୟ  ପରିଷଦ  କିମ୍ବା  ବିଧାନସଭାରେ   ଉପସ୍ଥାପନ   କରାଯିବ  ।]
  4. ବିଶେଷ   ଆଇନ୍, ୧୮୭୨ (୩/୧୮୭୨) ଏବଂ  ବିଶେଷ  ବିବାହ  ଆଇନ୍ ,ଅ  ୧୮୭୨ (୫/୧୮୭୨) ପ୍ରତି  ସମ ସାମୟୀକ  କୌଣସି  ଆଇନ୍, ଯାହାକି  ଏହି  ଆଇନ୍ ର  ଠିକ୍  ପ୍ରଚଳନ  ପୂର୍ବରୁ  କୌଣସି  ଅଂଶ – ‘ ଖ ’ ରାଜ୍ୟରେ  ବଳବତ୍ତର  ଥିଲା, ସେଗୁଡିକୁ   ଏତତ୍ ଦ୍ଵାରା   ରଦ୍ଦ କରାଯାଉଛି  ।
  5. ଏପରି  ରଦ୍ଦିକରଣ  ସତ୍ଵେ  : -
    • ବିଶେଷ  ବିବାହ  ଆଇନ୍ , ୧୮୭୨ (୩/୧୮୭୨) ଅନୁଯାୟୀ  ସଠିକ୍ ଭାବେ  ସଂପାଦିତ  ସମସ୍ତ  ବିବାହ , କିମ୍ବା  ଏପରି  କୌଣସି  ସମ ସାମୟୀକ  ଆଇନ୍  ଦ୍ଵାରା  ସଂପାଦିତ  ବିବାହକୁ , ଏହି  ଆଇନ୍ ସଂପାଦିତ  ବୋଲି  ଧରାଯିବ।
    • ବୈବାହିକ  ସଂବନ୍ଧୀୟ  କାରଣ  ଏବଂ  ବିଷୟଗୁଡିକ  ସଂବନ୍ଧରେ  ସମସ୍ତ  ମୋକଦ୍ଦମା, ଏବଂ  କାର୍ଯ୍ୟାନୁଷ୍ଠାନ , ଯାହାକି , ଯେତେବେଳେ  ଏହି  ଆଇନ୍  କାର୍ଯ୍ୟକାରୀ  ହୁଏ , ଯାହାକି  କୌଣସି  ନ୍ୟାୟାଳୟରେ  ସ୍ଥଗିତ  ଥାଏ ତାହା  ଏପରି  ନ୍ୟାୟାଳୟ  ଦ୍ଵାରା  ବିଚାର  କରାଯାଇ  ସିଦ୍ଧାନ୍ତ  କରାଯିବ, ଯେତେଦୂର   ପର୍ଯ୍ୟନ୍ତ  ଯେପରିକି  ଏହି  ଆଇନ୍ ଅନୁଯାୟୀ  ମୂଳତଃ  ଅନୁଷ୍ଠିତ   ହୋଇଥିଲା  ।
    • ଉପ – ଦଫା (୨)ର  ବ୍ୟବସ୍ଥାବଳୀ  ସାଧାରଣ  ଧାରା  ଆଇନ୍ , ୧୮୯୭ (୧୦/୧୮୯୭)ର  ଦଫା – ୬ରେ  ଧାରୀତ  ବ୍ୟବସ୍ଥାବଳୀ  ପ୍ରତି  କୌଣସି  କ୍ଷତି  ଘଟାଇବ  ନାହିଁ , ଯାହାକି  ସମସାମୟୀକ  ଆଇନ୍ ର   ଅପିଲ୍  ପ୍ରତି  ମଧ୍ୟ  ପ୍ରୟୋଗ   ହେବ, ଯେପରିକି  ଏପରି  ସମସାମୟୀକ  ଆଇନ୍  ଏକ  ଆଇନ୍  ଥିଲା   ।

ଫର୍ମ

"ବିଶେଷ ବିବାହ ଆଇନ, ୧୯୫୪ ଫର୍ମ"

ଆଧାର – ଲ ହାଉସ

Last Modified : 7/8/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate