অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିଶୁ ବିବାହ ପ୍ରତିବନ୍ଧନ ଆଇନ୍, ୨୦୦୬

ଶିଶୁ ବିବାହ ପ୍ରତିବନ୍ଧନ ଆଇନ୍, ୨୦୦୬

  1. ସଂକ୍ଷିପ୍ତ  ଆଖ୍ୟା, ପରିସର   ଏବଂ  ପ୍ରାରମ୍ଭ
  2. ସଂଜ୍ଞା
  3. ଏକ  ଶିଶୁ  ହୋଇଥିବାରୁ, ଚୁକ୍ତିଭୂକ୍ତ  ପକ୍ଷର  ମତରେ, ଶିଶୁ  ବିବାହ ‘ ଉଇଡେବୁଲ୍’  ହେବ
  4. ଶିଶୁ  ବିବାହ  ପ୍ରତି, ମହିଳା – ଚୁକ୍ତିଭୁକ୍ତ  ପକ୍ଷ  ପ୍ରତି, ଭରଣପୋଷଣ  ଏବଂ  ବାସସ୍ଥାନ  ନିମନ୍ତେ  ବ୍ୟବସ୍ଥା
  5. ଶିଶୁ  ବିବାହର  ସନ୍ତାନମାନଙ୍କର  ତତ୍ତ୍ଵାବଧାନ  ଏବଂ  ଭରଣପୋଷଣ
  6. ଶିଶୁ – ବିବାହାରୁ  ଜାତ  ସନ୍ତାନମାନଙ୍କର  ବୈଧତା
  7. ଦଫା  ୪ କିମ୍ବା  ଦଫା ୫ ଅନୁଯାୟୀ  ନିର୍ଗମ  କରାଯାଇଥିବା  ଆଦେଶକୁ  ସଂଶୋଧନ   କରିବାରେ  ଜିଲ୍ଲା  ନ୍ୟାୟାଳୟଙ୍କର  କ୍ଷମତା
  8. କେଉଁ  ନ୍ୟାୟାଳୟକୁ   ଆବେଦନପତ୍ର  କରାଯିବ
  9. କୌଣସି  ଶିଶୁକୁ  ବିବାହ  କରିଥିବା ବୟସ୍କ  ପୁରୁଷ   ନିମନ୍ତେ, ଦଣ୍ଡ
  10. ଏକ  ଶିଶୁ – ବିବାହ ସଂପାଦନ   କରିବା  ନିମନ୍ତେ  ଦଣ୍ଡ
  11. ଶିଶୁ – ବିବାହକୁ  ପ୍ରୋତ୍ସାହିତ  କରିବା  କିମ୍ବା  ସଂପାଦନକୁ  ଅନୁମୋଦନ କରିବା  ନିମନ୍ତେ  ଦଣ୍ଡ
  12. କେତେକ  ପରିସ୍ଥିତିରେ, କୌଣସି  ନାବାଳକ  ସନ୍ତାନର  ବିବାହ  ଅବୈଧ   କିମ୍ବା  ଅସିଦ୍ଧ   ହେବ
  13. ଶିଶୁ  ବିବାହକୁ  ପ୍ରତିବନ୍ଧନ କରିବାରେ  ନିଷେଧାଜ୍ଞା  ନିର୍ଗମ  କରିବାରେ, ନ୍ୟାୟାଳୟଙ୍କର  କ୍ଷମତା
  14. ନିଷେଧାଜ୍ଞା   ଆଦେଶର  ଉଲ୍ଲଘଂନରେ   ଶିଶୁ  ବିବାହ  ଅସିଦ୍ଧ  ହେବ
  15. ଅପରାଧଗୁଡିକ  ଧର୍ତ୍ତବ୍ୟ  ଏବଂ ଜାମିନ୍ – ହୀନ  ହେବ
  16. ଶିଶୁ  ବିବାହ  ପ୍ରତିବନ୍ଧନକାରୀ   ଅଧିକାରୀମାନେ
  17. ଶିଶୁ  ବିବାହ  ଅଧିକାରୀ, ସର୍ବସାଧାରଣ  ସେବକ   ହେବେ
  18. ଉତ୍ତମ  ବିଶ୍ଵାସରେ  ଗ୍ରହଣ  କରାଯାଇଥିବା  କାର୍ଯ୍ୟାନୁଷ୍ଠାନର  ସୁରକ୍ଷା
  19. ନିୟମାବଳୀ  ପ୍ରଣୟନ  କରିବାରେ  ରାଜ୍ୟ ସରକାରଙ୍କ  କ୍ଷମତା
  20. ଆଇନ୍  ସଂଖ୍ୟା  ୨୫/୧୯୫୫ର  ସଂଶୋଧନ
  21. ରଦ୍ଦିକରଣ  ଏବଂ  ସଂରକ୍ଷଣ

ଶିଶୁ  ବିବାହର  ସଂପାଦନକୁ  ପ୍ରତିବନ୍ଧିତ  କରିବା  ଏବଂ  ସେଥି  ସହ  ସଂପର୍କିତ  ବିଷୟ  କିମ୍ବା  ଆନୁସଂଗୀକ  ବିଷୟ  ବ୍ୟବସ୍ଥାୟୀତ  କରିବା  ନିମନ୍ତେ , ଏକ  ଆଇନ୍ ;  ଭାରତୀୟ   ଗଣତନ୍ତ୍ରର  ସତାବନତମ  ବାର୍ଷିକୀରେ  ପାର୍ଲାମେଣ୍ଟ  ଦ୍ଵାରା  ନିମ୍ନଭାବେ  ଆଇନ୍ ରେ  ପରିଣତ  କରାଗଲା : -

ଉଦ୍ଦେଶ୍ୟ  ଏବଂ  କାରଣର  ବିବରଣୀ

ଶିଶୁ  ବିବାହର  ସଂପାଦନକୁ  ପ୍ରତିବନ୍ଧିତ   କରିବା  ଦୃଷ୍ଟି ସହିତ , ଶିଶୁ  ବିବାହ  ପ୍ରତିବନ୍ଧନ   ଆଇନ୍ ୧୯୨୯ ପ୍ରଣୟନ  କରାଯାଇଥିଲା  । ବିବାହ  ଉଦ୍ଦେଶ୍ୟ  ନିମନ୍ତେ  ପୁରୁଷ ଏବଂ  ମହିଳା  ବ୍ୟକ୍ତିମାନଙ୍କର  ବୟସ  ସୀମାକୁ  ବୃଦ୍ଧି  କରିବା  ନିମନ୍ତେ  ଏହି  ଆଇନକୁ  ପରେ  ୧୯୪୯  ଏବଂ ୧୯୭୮ ରେ  ସଂଶୋଧନ   କରାଯାଇଥିଲା  । ଏହି ଆଇନ୍ , ଯଦିଓ  ଶିଶୁ  ବିବାହର  ସଂପାଦନକୁ  ପ୍ରତିବନ୍ଧିତ   କରେ , ତଥାପି  ଏହା  ସେଗୁଡିକୁ  ଅସିଦ୍ଧ   କିମ୍ବା  ଅବୈଧ  ବୋଲି  ଘୋଷଣା   କଲେ  ନାହିଁ   । ଏହି  ଆଇନ୍  ଅନୁଯାୟୀ  ଶିଶୁ   ବିବାହର  ସଂପାଦନ, ଦଣ୍ଡନୀୟ  ଅଟେ   ।

  1. ଦେଶରେ  ଶିଶୁ  ବିବାହ  ସଂପାଦନର  କୁପ୍ରଥାକୁ  ପ୍ରଭାବିତ   ଭାବେ  ପ୍ରତିବନ୍ଧିତ   କରିବା   କିମ୍ବା  ଅପସାରଣ   କରିବା   ନିମନ୍ତେ  ଏହି  ଆଇନ୍ ର   ବ୍ୟବସ୍ଥାବଳୀକୁ  ଅତି  ପ୍ରଭାବିତ  ଏବଂ  ଦଣ୍ଡକୁ  କଠୋର   କରିବା  ନିମନ୍ତେ   ବର୍ଦ୍ଧିତ   ଦାବୀ  ହେଉଥିଲା   । ଏହା , ଶିଶୁମାନଙ୍କର   ସ୍ଵାସ୍ଥ  ବର୍ଦ୍ଧନ  କରିବ  ଏବଂ  ମହିଳାମାନଙ୍କର   ସ୍ଥିତିକୁ   ମଧ୍ୟ   ବର୍ଦ୍ଧନ  କରିବ  । ମହିଳାମାନଙ୍କ   ନିମନ୍ତେ  ଜାତୀୟ  କମିଶନ୍ ,ଏହାର  ୧୯୯୫ – ୯୬ ବାର୍ଷିକ   ବିବରଣୀରେ  ସୁପାରିସ୍  କରିଥିଲେ  ଯେ , ସରକାର   ତୁରନ୍ତ , ଶିଶୁ  ବିବାହ  ପ୍ରତିବନ୍ଧନକାରୀ  ଅଧିକାରୀଙ୍କୁ  ନିଯୁକ୍ତ   କରିବା   ଉଚିତ୍  । ଏହା  ଆହୁରି  ମଶଯ  ସୁପାରିସ୍  କରିଥିଲେ  ଯେ (୧) ଏହି  ଆଇନ୍  ଅନୁଯାୟୀ  ଯୋଗାଇଦିଆଯାଇହିବା   କିମ୍ବା  ବ୍ୟବଶାୟୀତ  କରାଯାଇଥିବା  ଦଣ୍ଡକୁ  ଅଧିକ   କଠିନ  କରାଯିବା   ଉଚିତ୍ ; (୨) ଏହି  ଆଇନ୍ ର  ଉଲ୍ଲଘଂନରେ   ସଂପାଦନ   କରାଯାଉଥିବା   ବିବାହକୁ , ଆଇଧ   କରାଯିବା  ଉଚିତ୍ ; ଏବଂ  (୩) ଏହି  ଆଇନ୍ ଅନୁଯାୟୀ   ଅପରାଧଗୁଡିକୁ , ଧର୍ତ୍ତବ୍ୟ   କରାଯିବା  ଉଚିତ୍  ।
  2. ଜାତୀୟ  ମାନବିକ  ଅଧିକାର   କମିଶନ, ବିଦ୍ୟମାନ   ଆଇନ୍ ର   ଏକ  ବିସ୍ତାରିତ  ପୁନଃ  ବିଚାର  କରିଥିଲେ, ଏବଂ  ସେଥିରେ  ଏକ  ବିସ୍ତାରିତ  ସଂଶୋଧନ  ନିମନ୍ତେ  ଏହାର  ୨୦୦୧ – ୨୦୦୨  ବାର୍ଷିକ  ବିବରଣୀରେ   ସୁପାରିସ୍  କରିଥିଲେ । ମହିଳାଙ୍କ  ନିମନ୍ତେ, ଜାତୀୟ  କମିଶନ୍  ଏବଂ  ଜାତୀୟ  ମାନବିକ  ଅଧିକାର   କମିଶନ୍ ର   ସୁପାରିସ୍  ଉପରେ, କେନ୍ଦ୍ରସରକାର; ରାଜ୍ୟ  ସରକାର  ଏବଂ  କେନ୍ଦ୍ର  ଶାସିତ  ଅଞ୍ଚଳର   ପ୍ରଶାସନ   ସହିତ  ପରାମର୍ଶ  କରିବା  ପରେ, ପ୍ରାୟ  ସମସ୍ତ   ସୁପାରିସ୍ କୁ  ଗ୍ରହଣ   କରିବା  ଏବଂ   ଶିଶୁ   ବିବାହ  ପ୍ରତିବନ୍ଧନ   ଆଇନ୍ ୧୯୨୯କୁ  ରଦ୍ଦିକରଣ  ଏବଂ  ପୁନଃ   ପ୍ରଣୟନ  କରିବା   ନିମନ୍ତେ  ସ୍ଥିର   କରିଛନ୍ତି   ।
  3. ଏହି  ବିଲ୍ ର   ମୁଖ୍ୟ  ନୀତିଗୁଡିକ, ନିମ୍ନ  ପ୍ରାକାରର  ଅଟେ : -
    • ବିବାହ  ପ୍ରତି  ଚୁକ୍ତି  ଭୁକ୍ତ   ପକ୍ଷର  ମତରେ , ଶିଶୁ – ବିବାହକୁ  ‘ ଉଇଡେବୁଲ୍ ’ ବୋଲି   ଘୋଷଣା  କରିବା  ନିମନ୍ତେ  ବ୍ୟବସ୍ଥା   କରିବା, ଯେ କି  ଜଣେ  ଶିଶୁ  ଅଟେ  ।
    • ତା’ର  ବିବାହ  ପର୍ଯ୍ୟନ୍ତ, ନାବାଳିକା / ବାଳିକାକୁ  ଭରଣପୋଷଣ  କରିବା  ନିମନ୍ତେ , ତା’ର  ସ୍ଵାମୀକୁ  ଆବଶ୍ୟକ  କରିବା  ନିମନ୍ତେ  କୌଣସି   ବ୍ୟବସ୍ଥା   କରିବା   କିମ୍ବା  ଯଦି   ସେହି  ସମୟରେ  ସେ ଜଣେ  ନାବାଳକ  ହୋଇଥାଏ, ତାହେଲେ  ତାଙ୍କ  ଅଭିଭାବକଙ୍କୁ  ନିର୍ଦ୍ଦେଶ   ଦେବା   ।
    • ଶିଶୁ  ବିବାହାରୁ  ଜାତ  ସନ୍ତାନମାନଙ୍କର   ତତ୍ତ୍ଵାବଧାନ   ଏବଂ  ଭରଣପୋଷଣ  ନିମନ୍ତେ   ବ୍ୟବସ୍ଥାକରିବା ;
    • ଏହା  ବ୍ୟବସ୍ଥାୟୀତ  କରିବେ ଯେ , ପ୍ରସ୍ତାବିତ୍  ଦଫା  ୩ ଅନୁଯାୟୀ  ଏକ  ଅସିଦ୍ଧ  ଡିକ୍ରୀ  ଦ୍ଵାରା  କୌଣସି  ଶିଶୁ – ବିବାହକୁ  ନାକଚ  କରାଯିବା  ସତ୍ଵେ ; ଏପରି   ବିବାହାରୁ  ଜାତ  ପ୍ରତ୍ୟକ  ଶିଶୁ  ଏବଂ  ତାହା  ପ୍ରସ୍ତାବିତ୍  ଆଇନ୍ ର  ପ୍ରାରମ୍ଭ  ପୂର୍ବରୁ  କିମ୍ବା  ପରେ  ହୋଇଥାଉ ; ତାହା  ସମସ୍ତ  ଉଦ୍ଦେଶ୍ୟ  ନିମନ୍ତେ  ବୈଧ  ହେବ   ।
    • ମହିଳା  ଆବେଦନକାରୀ  ଏବଂ  ତା’ର  ବାସସ୍ଥାନ  ଏବଂ  ସନ୍ତାନମାନଙ୍କର  ତତ୍ତ୍ଵାବଧାନ  କିମ୍ବା  ଭରଣପୋଷଣ  ତଥା  ତାଙ୍କ  ନିଜର  ଭରଣପୋଷଣ  ସଂବନ୍ଧୀୟ  କୌଣସି  ଆଦେଶରେ  ସଂଯୋଗ  କରିବା , ସଂଶୋଧନ  କରିବା  କିମ୍ବା  ରଦ୍ଦ   କରିବା  ନିମନ୍ତେ , ଜିଲ୍ଲାନ୍ୟାୟାଳୟଙ୍କୁ  କ୍ଷମତାୟୀତ   କରିବା  ଇତ୍ୟାଦି   ।
    • କେତେକ  ପରିସ୍ଥିତିରେ , ଶିଶୁ  ବିବାହକୁ  ଅସିଦ୍ଧ  ବୋଲି  ଘୋଷଣା  କରିବା  ନିମନ୍ତେ  ଏକ  ବ୍ୟବସ୍ଥା  କରିବା  ।
    • ପ୍ରସ୍ତାବିତ  ଆଇନ୍ ର   ବ୍ୟବସ୍ଥାବଳୀର  ଉଲ୍ଲଘଂନରେ , ବିବାହର  ସଂପାଦନକୁ   ପ୍ରତିବନ୍ଧିତ   କରିବା   ନିମନ୍ତେ   ନିଷେଧାଜ୍ଞା  ନିର୍ଗମ   କରିବା  ନିମନ୍ତେ , ନ୍ୟାୟାଳୟଗୁଡିକୁ  କ୍ଷମତାୟୀତ   କରିବା ;
    • ଅନୁସଂଧାନ  ଏବଂ  ଅନ୍ୟ  ଉଦ୍ଦେଶ୍ୟ  ନିମନ୍ତେ , ପ୍ରସ୍ତାବିତ  ଆଇନ୍  ଅନୁଯାୟୀ  ଅପରାଧଗୁଡିକୁ  ଧର୍ତ୍ତବ୍ୟ  କରିବା ;
    • ରାଜ୍ୟ  ସରକାରଙ୍କ  ଦ୍ଵାରା , ଶିଶୁ  ବିବାହ   ପ୍ରତିବନ୍ଧନକାରୀ   ଅଧିକାରୀଙ୍କ   ନିଯୁକ୍ତି  ନିମନ୍ତେ  ବ୍ୟବସ୍ଥା  କରିବା ;
    • ଆଇନ୍ ର  ପ୍ରଭାବିତ  ପ୍ରଶାସନ  ନିମନ୍ତେ , ନିୟମାବଳୀର   ପ୍ରଣୟନ  ନିମନ୍ତେ , ରାଜ୍ୟ  ସରକାରଙ୍କୁ  କ୍ଷମତାୟୀତ   କରିବା   ।
  4. ଉପରୋକ୍ତ  ଉଦ୍ଦେଶ୍ୟ  ଗୁଡିକୁ  ହାସଲ୍  କରିବା  ନିମନ୍ତେ  ଏହି  ବିଲ୍  ଉଦ୍ଦେଶିତ  ଅଟେ   ।

ସଂକ୍ଷିପ୍ତ  ଆଖ୍ୟା, ପରିସର   ଏବଂ  ପ୍ରାରମ୍ଭ

  1. ଏହି  ଆଇନ୍ କୁ , ଶିଶୁ  ବିବାହ  ନିଷେଧ  ଆଇନ୍, ୨୦୦୬  ବୋଲି  କୁହାଯିବ   ।
  2. ଏହା , ଜାମ୍ମୁ   ଏବଂ କାଶ୍ମୀର  ରାଜ୍ୟ  ବ୍ୟତୀତ, ସମଗ୍ର  ଭାରତପ୍ରତି  ପରିବର୍ଦ୍ଧିତ  ଅଟେ ଏବଂ  ଏହା  ମଧ୍ୟ, ଭାରତ  ମଧ୍ୟରେ  ଏବଂ  ଭାରତ  ବାହାରେ  ଥିବା  ସମସ୍ତ  ଭାରତୀୟ  ନାଗରୀକମାନଙ୍କ  ପ୍ରତି  ପ୍ରୟୋଗନୀୟ  ଅଟେ  ।
  3. ଉଲ୍ଲେଖଥାଉ ଯେ , ଏହି  ଆଇନ୍ ରେ   ଧାରୀତ  କୌଣସି   ବ୍ୟବସ୍ଥା, କେନ୍ଦ୍ର  ଶାସିତ  ଅଞ୍ଚଳ  ପଣ୍ଡିଚେରୀର  ‘ରିନୋନ୍ କାଣ୍ଟ’  ମାନଙ୍କ  ପ୍ରତି  ପ୍ରୟୋଗ  ହେବ  ନାହିଁ   ।

  4. ଏହା  ଏପରି  ତାରିଖରେ  ବଳବତ୍ତର  ହେବ, ଯେପରି  କେନ୍ଦ୍ରସରକାର, କାର୍ଯ୍ୟାଳୟ  ଗେଜେଟ୍ ରେ   ଧାର୍ଯ୍ୟ  କରିପାରନ୍ତି  ଏବଂ  ବିଭିନ୍ନ  ରାଜ୍ୟ  ନିମନ୍ତେ  ବିଭିନ୍ନ  ତାରିଖ  ଧାର୍ଯ୍ୟ  କରାଯାଇପାରେ  ଏବଂ ଏହି  ଆଇନ୍ ର  ପ୍ରାରମ୍ଭ  ପ୍ରତି   କୌଣସି  ବ୍ୟବସ୍ଥାର   କୌଣସି   ଉଲ୍ଲେଖକୁ , କୌଣସି  ରାଜ୍ୟପ୍ରତି  ଏକ  ଉଲେଖା ଭାବେ   ବ୍ୟାଖ୍ୟା  କରାଯିବ , ଯେତେବେଳେ  ଉକ୍ତ   ରାଜ୍ୟରେ  ଉକ୍ତ  ବ୍ୟବସ୍ଥା  ବଳବତ୍ତର  ହୁଏ   ।

ସଂଜ୍ଞା

ଏହି  ଆଇନ୍ ରେ, ଯଦି  ସୂଚୀ  ଅନ୍ୟଥା  ଆବଶ୍ୟକ   ନକରେ : -

  • ‘ଶିଶୁ ’ ଅର୍ଥ , କୌଣସି  ବ୍ୟକ୍ତି, ଯଦି  ଏକ  ପୁରୁଷ   ହୋଇଥାଏ , ସେ  ଏକୋଇଶ  ବର୍ଷ  ବୟସ  ସମାପ୍ତ  କରିନଥାଏ, ଏବଂ  ଯଦି  ଜଣେ   ମହିଳା  ହୋଇଥାଏ, ସେ  ଅଠରବର୍ଷ  ବୟସ  ସମାପ୍ତ   କରିନଥାଏ ;
  • ‘ଶିଶୁବିବାହ ’ ଅର୍ଥ, କୌଣସି  ବିବାହ , ଯେଉଁଥିପ୍ରତି   କୌଣସି   ଚୁକ୍ତି  ଭୁକ୍ତ  ପକ୍ଷ, ଜଣେ  ଶିଶୁ  ଅଟେ ,
  • କୌଣସି  ବିବାହ  ସଂବନ୍ଧରେ, ‘ଚୁକ୍ତିଭୂକ୍ତ ପକ୍ଷ’  ଅର୍ଥ, ଯେକୌଣସି  ପକ୍ଷ, ଯାହାର   ବିବାହ  ପ୍ରାୟ  ସଂପାଦିତ   ହେବାକୁ   ଯାଉଛି  ।
  • ଶିଶୁ  ବିବାହ  ନିଷେଧାକାରୀ ; ଦଫା  ୧୬ର  ଉପ – ଦଫା (୧) ଅନୁଯାୟୀ  ନିଯୁକ୍ତ  ଶିଶୁ   ବିବାହ  ନିଷେଧାକାରୀ  ଅଧିକାରୀଙ୍କୁ  ଅନ୍ତର୍ଭୁକ୍ତ  କରେ  ।
  • ‘ଜିଲ୍ଲା – ନ୍ୟାୟାଳୟ ’ ଅର୍ଥ , କୌଣସି  ଅଞ୍ଚଳରେ , ଯେଉଁଥି  ନିମନ୍ତେ , ପରିବାର   ନ୍ୟାୟାଳୟ  ଆଇନ୍ , ୧୯୮୪ (୬୬/୧୯୮୪)ର  ଦଫା  ୩ ଅନୁଯାୟୀ   ସ୍ଥାପିତ   ଏକ  ପରିବାର  ନ୍ୟାୟାଳୟ  ସ୍ଥିତ  ଅଟେ , ଏପରି  ପରିବାର  ନ୍ୟାୟାଳୟ  ଏବଂ  କୌଣସି  ଅଞ୍ଚଳରେ , ଯେଉଁଥି  ନିମନ୍ତେ  କୌଣସି   ପରିବାର   ନ୍ୟାୟାଳୟ  ନାହିଁ ; ମାତ୍ର  ଏକ  ନଗରୀ  ଦେୱାନୀ  ନ୍ୟାୟାଳୟ  ସ୍ଥିତ   ଅଟେ ; ଉକ୍ତ  ନ୍ୟାୟାଳୟ  ଏବଂ  ଅନ୍ୟ  କୌଣସି   ଅଞ୍ଚଳରେ  ମୂଳ  କର୍ତ୍ତୃତ୍ଵର   ମୁଖ୍ୟ  ଦେୱାନୀ  ନ୍ୟାୟାଳୟ  ଏବଂ  ଏହା   ଅନ୍ୟ  କୌଣସି  ଦେୱାନୀ  ନ୍ୟାୟାଳୟକୁ  ଅନ୍ତର୍ଭୁକ୍ତ  କରେ  ଯାହାକି  କାର୍ଯ୍ୟାଳୟ  ଗେଜେଟ୍ ରେ  ବିଜ୍ଞପ୍ତି  ଦ୍ଵାରା , ରାଜ୍ୟ   ସରକାରଙ୍କ   ଦ୍ଵାରା , ରାଜ୍ୟ  ସରକାରଙ୍କ   ଦ୍ଵାରା  ଧାର୍ଯ୍ୟ  କରାଯାଇପାରେ  ଏବଂ  ଯାହାର  ଏହି , ଆଇନ୍  ସହିତ   ସଂପୃକ୍ତ   ବିଷୟଗୁଡିକ  ସଂବନ୍ଧରେ  କର୍ତ୍ତୃତ୍ଵ   ଅଛି  ।
  • ‘ନାବାଳକ ’ ଅର୍ଥ , କୌଣସି  ବ୍ୟକ୍ତି  ଯେକି , ସାବାଳକ  ଆଇନ୍ , ୧୮୭୫ (୯/୧୮୭୫) ର  ବ୍ୟବସ୍ଥାବଳୀ  ଅନୁଯାୟୀ , ତାଙ୍କର   ସାବାଳକତ୍ଵ   ପ୍ରାପ୍ତ   ହୋଇନାହାଁନ୍ତି  ବୋଲି  ଧରାଯିବ   ।

ଏକ  ଶିଶୁ  ହୋଇଥିବାରୁ, ଚୁକ୍ତିଭୂକ୍ତ  ପକ୍ଷର  ମତରେ, ଶିଶୁ  ବିବାହ ‘ ଉଇଡେବୁଲ୍’  ହେବ

  1. ପ୍ରତ୍ୟକ  ଶିଶୁ – ବିବାହ  ତାହା, ଏହି  ଆଇନ୍ ର  ପ୍ରଚଳନ  ପୂର୍ବରୁ  କିମ୍ବା  ପରେ  ସଂପାଦିତ  ହୋଇଥାଉ, ତାହା  ଚୁକ୍ତି  ଭୁକ୍ତ  ପକ୍ଷର  ମତରେ ‘ ଉଇଡେବୁଲ୍’ ହେବ, ଯେକି  ବିବାହ  ସମୟରେ  ଜଣେ  ଶିଶୁ  ଥିଲା   ।
  2. ଯଦି  କୌଣସି  ଆବେଦନପର  ଦାଖଲ   କରିବା  ସମୟରେ  ଆବେଦନକାରୀ  ଜଣେ  ନାବାଳକ  ହୋଇଥାଏ , ଏପରି   ଆବେଦନପତ୍ର  ତାଙ୍କର  କିମ୍ବା  ଉକ୍ତ   ମହିଳାର  ଅଭିଭାବକ  କିମ୍ବା  ପରବର୍ତ୍ତୀ  ବନ୍ଧୁ  ସହିତ , ଶିଶୁବିବାହ  ନିଷେଧାକାରୀ  ଅଧିକାରୀଙ୍କ  ସହିତ  ଦାଏର  କରାଯାଇପାରେ  ।
  3. ଏହି  ଦଫା  ଅନୁଯାୟୀ, କୌଣସି  ଆବେଦନପତ୍ରକୁ  ଯେକୌଣସି  ସମୟରେ  ଦାଖଲ  କରାଯାଇପାରେ , ମାତ୍ର   ଏପରି   ଆବେଦନପତ୍ର  ଦାଖଲ   କରୁଥିବା  ଶିଶୁ , ସାବାଳକତ୍ଵ   ପ୍ରାପ୍ତ   କରିବାରେ  ଦୁଇବର୍ଷ   ସମାପ୍ତ  କରିଥାଏ  ।
  4. ଏହି  ଦଫା  ଅନୁଯାୟୀ , ଏକ  ଅସିଦ୍ଧ  ଡିକ୍ରୀ  ମଞ୍ଜୁର   କରିବା  ସମୟରେ , ବିବାହର  ଉଭୟ  ପକ୍ଷ  ଏବଂ  ସେମାନଙ୍କର   ପିତାମାତା  କିମ୍ବା  ସେମାନଙ୍କର   ଅଭିଭାବକଙ୍କୁ  ଜିଲ୍ଲା  ନ୍ୟାୟାଳୟ  ଏକ  ଆଦେଶ   ପ୍ରଦାନ   କରି , ନିର୍ଦ୍ଦେଶ  ଦେବେ  ଯେ , ଅନ୍ୟ  ପକ୍ଷ , ତାଙ୍କର  ପିତାମାତା  କିମ୍ବା  ଅଭିଭାବକଙ୍କୁ , ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ ; ଅନ୍ୟ  ପକ୍ଷଠାରୁ  ସେମାନଙ୍କ  ଦ୍ଵାରା  ବିବାହ   ଉପଲକ୍ଷେ  ଗୃହୀତ  ଅର୍ଥ , ମୂଲ୍ୟବାନବସ୍ତୁ , ଅଳଙ୍କାର  ଏବଂ  ଅନ୍ୟାନ୍ୟ  ଦାନ  କିମ୍ବା  ଏପରି  ମୂଲ୍ୟବାନ  ବସ୍ତୁ , ଅନ୍ୟାନ୍ୟ  ଦାନ  ଏବଂ  ଅର୍ଥର  ସମାନ  ମୂଲ୍ୟ  ଫେରସ୍ତ   କରିବା  ନିମନ୍ତେ ;

ଉଲ୍ଲେଖଥାଉ ଯେ , ଏହି  ଦଫା  ଅନୁଯାୟୀ  କୌଣସି  ଆଦେଶ  ପ୍ରଦାନ  କରାଯିବ  ନାହିଁ , ଯଦି  ସଂପୃକ୍ତ   ପକ୍ଷମାନେ , ଜିଲ୍ଲା  ନ୍ୟାୟାଳୟରେ   ଉପସ୍ଥିତ  ନହୋଇ  କାରଣ  ନ ଦର୍ଶାଇବେ  ଯେ, କାହିଁକି  ଏପରି  ଆଦେଶ  ମଞ୍ଜୁର  କରାଯିବ  ନାହିଁ  ।

ଶିଶୁ  ବିବାହ  ପ୍ରତି, ମହିଳା – ଚୁକ୍ତିଭୁକ୍ତ  ପକ୍ଷ  ପ୍ରତି, ଭରଣପୋଷଣ  ଏବଂ  ବାସସ୍ଥାନ  ନିମନ୍ତେ  ବ୍ୟବସ୍ଥା

  1. ଦଫା ୩ ଅନୁଯାୟୀ  ଏକ ଡିକ୍ରୀ  ମଞ୍ଜୁର  କରିବା  ସମୟରେ , ଜିଲ୍ଲା  ନ୍ୟାୟାଳୟ  ମଧ୍ୟ  ଏକ  ମଧ୍ୟବର୍ତ୍ତୀକାଳୀନ   କିମ୍ବା  ଚୂଡାନ୍ତ  ଆଦେଶ  ପ୍ରଦାନ   କରି , ଶିଶୁ   ବିବାହ  ପ୍ରତି , ଚୁକ୍ତି ଭୁକ୍ତ  ପୁରୁଷଙ୍କୁ  କିମ୍ବା  ଯଦି  ଏପରି  ବିବାହ  ପ୍ରତି  ଚୁକ୍ତିଭୁକ୍ତ  ପୁରୁଷ  ଜଣେ  ନାବାଳକ   ହୋଇଥାଏ , ସେପରିସ୍ଥଳେ  ତାଙ୍କର   ପିତାମାତା  କିମ୍ବା  ଅଭିଭାବକଙ୍କୁ , ତାଙ୍କର  ପୁନଃ  ବିବାହ  ପର୍ଯ୍ୟନ୍ତ , ବିବାହର  ମହିଳା – ଚୁକ୍ତିଭୁକ୍ତ  ପକ୍ଷଙ୍କୁ  ଭରଣପୋଷଣ  ପ୍ରଦାନ  କରିବା  ନିମନ୍ତେ  ନିର୍ଦ୍ଦେଶ   ଦେବେ  ।
  2. ଶିଶୁର  ଆବଶ୍ୟକତା , ତା’ର  ବିବାହ  ସମୟରେ  ଏପରି  ଶିଶୁ  ଦ୍ଵାରା  ଉପଭୋଗ   କରାଯାଉଥିବା  ଜୀବନଶୈଳୀ  ଏବଂ  ପ୍ରଦାନକାରୀ  ପକ୍ଷର  ଆୟଉତ୍ସକୁ  ବିବେଚନା  କରି  ଦେୟ  ଭରଣପୋଷଣର  ପରିମାଣ , ଜିଲ୍ଲା ନ୍ୟାୟାଳୟଙ୍କ  ଦ୍ଵାରା  ସ୍ଥିର  କରାଯିବ  ।
  3. ଭରଣପୋଷଣ  ଅର୍ଥରାଶିକୁ , ମାସିକିଆଭାବେ କିମ୍ବା ଏକକାଳୀନ ଭାବେ ପ୍ରଦାନକରିବା  ନିମନ୍ତେ  ନିର୍ଦ୍ଦେଶ  ଦିଆଯାଇପାରେ  ।
  4. ଯଦି  ଦଫା  ୩ ଅନୁଯାୟୀ  ଆବେଦନ   କରିଥିବା  ପକ୍ଷ , ଚୁକ୍ତି ଭୁକ୍ତ  ମହିଳା  ପକ୍ଷ  ହୋଇଥାଏ , ସେପରିସ୍ଥଳେ , ଜିଲ୍ଲା  ନ୍ୟାୟାଳୟ , ତାଙ୍କର (ଉକ୍ତ ମହିଳାର)ବାସସ୍ଥାନ  ନିମନ୍ତେ  ଏକ  ଉପଯୁକ୍ତ  ଆଦେଶ  ପ୍ରଦାନ  କରିପାରନ୍ତି  ।

ଶିଶୁ  ବିବାହର  ସନ୍ତାନମାନଙ୍କର  ତତ୍ତ୍ଵାବଧାନ  ଏବଂ  ଭରଣପୋଷଣ

  1. ଯେଉଁ  ସ୍ଥଳରେ  ଶିଶୁ  ବିବାହାରୁ   ସନ୍ତାନମାନେ  ଥାଆନ୍ତି, ସେପରିସ୍ଥଳେ  ଜିଲ୍ଲା  ନ୍ୟାୟାଳୟ , ଏପରି  ସନ୍ତାନମାନଙ୍କର  ତତ୍ତ୍ଵାବଧାନ  ନିମନ୍ତେ  ଏକ  ଉପଯୁକ୍ତ  ଆଦେଶ  ପ୍ରଦାନ  କରିବେ  ।
  2. ଏହି  ଦଫା  ଅନୁଯାୟୀ, କୌଣସି  ସନ୍ତାନର  କିମ୍ବା  ଶିଶୁର  ତତ୍ତ୍ଵାବଧାନ  ନିମନ୍ତେ  କୌଣସି  ଆଦେଶ  ପ୍ରଦାନ   କରିବା  ସମୟରେ  ଶିଶୁର  ମଙ୍ଗଳ  ଏବଂ ତା’ର  ସ୍ଵାର୍ଥକୁ  ଜିଲ୍ଲା   ନ୍ୟାୟାଳୟ  ଦ୍ଵାରା  ଆଗ୍ରାଧିକାର  ଭାବେ  ବିବେଚନା  କରାଯିବ   ।
  3. କୌଣସି  ଶିଶୁର  ତତ୍ତ୍ଵାବଧାନ  ନିମନ୍ତେ  କୌଣସି  ଆଦେଶ , ଏପରିଭାବେ  ଶିଶୁ   ପ୍ରତି  ଅନ୍ୟ  ପକ୍ଷର  ପ୍ରବେଶ  ନିମନ୍ତେ  ଉପଯୁକ୍ତ  ନିର୍ଦ୍ଦେଶକୁ  ମଧ୍ୟ   ଅନ୍ତର୍ଭୁକ୍ତ  କରିବ ,ଅଜାହାକି  ଶିଶୁର  ସ୍ଵାର୍ଥକୁ  ପୂରଣ  କରିପାରିବ , ଏବଂ  ଏପରି  ଅନ୍ୟାନ୍ୟ  ଆଦେଶ , ଯେପରି  ଜିଲ୍ଲା  ନ୍ୟାୟାଳୟ   ଶିଶୁର  ସ୍ଵାର୍ଥ  ଦୃଷ୍ଟିରୁ , ଉପଯୁକ୍ତ  ମାନେ  କରିବେ  ।
  4. ବିବାହର  କୌଣସି  ପକ୍ଷ  ଦ୍ଵାରା  କିମ୍ବା  ସେମାନଙ୍କ   ପିତାମାତା  କିମ୍ବା  ଅଭିଭାବକଙ୍କ  ଦ୍ଵାରା , ଶିଶୁର  ଭରଣପୋଷଣ  ଯୋଗାଇ  ଦେବା  ନିମନ୍ତେ  ଜିଲ୍ଲା  ନ୍ୟାୟାଳୟ  ଏକ   ଉପଯୁକ୍ତ  ଆଦେଶ  ପ୍ରଦାନ  କରିପାରନ୍ତି  ।

ଶିଶୁ – ବିବାହାରୁ  ଜାତ  ସନ୍ତାନମାନଙ୍କର  ବୈଧତା

ଦଫା ୩ ଅନୁଯାୟୀ , ଏକ  ନାକଚୀକରଣ  ଡିକ୍ରୀ  ଦ୍ଵାରା  କୌଣସି   ଶିଶୁ  ବିବାହର  ନାକଚୀକରଣ  ସତ୍ଵେ ; ଏପରି  ଡିକ୍ରୀ  ପ୍ରଦାନ  କରାଯିବା  ପୂର୍ବରୁ  ଏପରି  ବିବାହାରୁ  ଜାତ  ସନ୍ତାନ  କିମ୍ବା  ଗର୍ଭଧାରଣ  କରାଯାଇଥାଏ , ଏବଂ  ସେ  ଏହି  ଆଇନ୍ ର   ପ୍ରାରମ୍ଭ  ପୂର୍ବରୁ  କିମ୍ବା  ପରେ  ଜନ୍ମ ହୋଇଥାଆନ୍ତୁ ; ସମସ୍ତ  ଉଦ୍ଦେଶ୍ୟ   ନିମନ୍ତେ  ଏକ  ବୈଧ  ସନ୍ତାନ ଭାବେ  ଧରାଯିବେ  ।

ଦଫା  ୪ କିମ୍ବା  ଦଫା ୫ ଅନୁଯାୟୀ  ନିର୍ଗମ  କରାଯାଇଥିବା  ଆଦେଶକୁ  ସଂଶୋଧନ   କରିବାରେ  ଜିଲ୍ଲା  ନ୍ୟାୟାଳୟଙ୍କର  କ୍ଷମତା

ଜିଲ୍ଲା  ନ୍ୟାୟାଳୟ , ଦଫା  ୪ କିମ୍ବା  ଦଫା ୫ ଅନୁଯାୟୀ  ପ୍ରଦାନ   କରାଯାଇଥିବା  କୌଣସି  ଆଦେଶରେ  ସଂଯୋଗ  କରିପାରନ୍ତି , ସଂଶୋଧନ  କରିପାରନ୍ତି  କିମ୍ବା  ରଦ୍ଦ  କରିପାରନ୍ତି  ଏବଂ  ଯଦି  ଆବେଦନପତ୍ରର  ସ୍ଥଗିତାବସ୍ଥାରେ  ଏବଂ  ଏପରିକି   ଆବେଦନପତ୍ରର  ଚୂଡାନ୍ତ   ଫଇସଲା  ପରେ   ଯଦି  କୌଣସି  ସମୟରେ, ପରିସ୍ଥିତିରେ   କୌଣସି  ପରିବର୍ତ୍ତନ  ଘଟେ   ।

କେଉଁ  ନ୍ୟାୟାଳୟକୁ   ଆବେଦନପତ୍ର  କରାଯିବ

ଦଫା ୩ , ୪ ଏବଂ  ୫ ଅନୁଯାୟୀ , ନିଦାନ  ମଞ୍ଜୁର  କରିବା  ଉଦ୍ଦେଶ୍ୟରେ , କର୍ତ୍ତୃତ୍ଵ  ଥିବା  ଜିଲ୍ଲା – ନ୍ୟାୟାଳୟ , ଉକ୍ତ  ସ୍ଥାନ  ଉପରେ  କର୍ତ୍ତୃତ୍ଵଥିବା  ଜିଲ୍ଲା ନ୍ୟାୟାଳୟକୁ  ଅନ୍ତର୍ଭୁକ୍ତ  କରିବ , ଯେଉଁଠାରେ  ପ୍ରତିବାଦୀ  କିମ୍ବା  ଶିଶୁ  ବାସ କରେ  କିମ୍ବା  ଯେଉଁଠାରେ  ବିବାହ  ସଂପାଦିତ  ହୋଇଥିଲା  କିମ୍ବା  ଯେଉଁଠାରେ  ପକ୍ଷମାନେ  ଶେଷଥର  ନିମନ୍ତେ  ଏକତ୍ରୀତ  ଭାବେ  ବାସ  କରିଥିଲେ  କିମ୍ବା  ଆବେଦନ  ପତ୍ରର  ଉପସ୍ଥାପନ   ତାରିଖରେ , ଆବେଦନକାରୀ  ବାସ  କରୁଥାଏ  ।

କୌଣସି  ଶିଶୁକୁ  ବିବାହ  କରିଥିବା ବୟସ୍କ  ପୁରୁଷ   ନିମନ୍ତେ, ଦଣ୍ଡ

ଯଦି  କୌଣସି  ବ୍ୟକ୍ତି, ଅଠର  ବର୍ଷରୁ  ଉର୍ଦ୍ଧ୍ଵ  ବୟସର  ଜଣେ  ପୁରୁଷ  ହୋଇ, ଏକ  ଶିଶୁବିବାହରେ  ଚୁକ୍ତି ଭୁକ୍ତ  ହୁଏ , ତାଙ୍କୁ  ସଶ୍ରମ   କାରାଦଣ୍ଡରେ  ଦଣ୍ଡୀତ  କରାଯିବ  ଯାହାକି  ଦୁଇବର୍ଷ   ପର୍ଯ୍ୟନ୍ତ  ପରିବର୍ଦ୍ଧନ   କରାଯାଇପାରେ  କିମ୍ବା  ଜୋରିମାନା  ସହିତ, ଯାହାକି  ଏକ  ଲକ୍ଷ  ଟଙ୍କାକୁ   ପରିବର୍ଦ୍ଧନ   କରାଯାଇପାରେ, କିମ୍ବା  ଉଭୟରେ, ଦଣ୍ଡୀତ   କରାଯିବ   ।

ଏକ  ଶିଶୁ – ବିବାହ ସଂପାଦନ   କରିବା  ନିମନ୍ତେ  ଦଣ୍ଡ

ଯଦି  କୌଣସି  ବ୍ୟକ୍ତି , କୌଣସି  ଶିଶୁ  ବିବାହ  ସଂପାଦନ  କରେ, ପରିଚାଳନା  କରେ, ନିର୍ଦ୍ଦେଶିତ  କରେ  କିମ୍ବା  ପ୍ରୋତ୍ସାହିତ  କରେ, ତାଙ୍କୁ  ସଶ୍ରମ  କାରାଦଣ୍ଡରେ  ଦଣ୍ଡୀତ  କରାଯିବ, ଯାହାକି  ଦୁଇବର୍ଷ  ପର୍ଯ୍ୟନ୍ତ  ପରିବର୍ଦ୍ଧନ   କରାଯାଇପାରେ ଏବଂ  ସେ  ଜୋରିମାନା  ପ୍ରଦାନ  କରିବା  ନିମନ୍ତେ  ଦାୟୀ  ରହିବ, ଯାହାକି  ଏକ  ଲକ୍ଷ  ଟଙ୍କାକୁ  ପରିବର୍ଦ୍ଧନ  କରାଯାଇପାରେ, ଯଦି  ସେ  ଏହା  ପ୍ରମାଣିତ  ନକରେ  ଯେ, ତା’ର  ଏପରି  ବିଶ୍ଵାସ  କରିବାର  କାରଣ  ଥିଲା ଯେ, ଏପରି  ବିବାହ  ଏକ  ଶିଶୁ  ବିବାହ  ନଥିଲା ।

ଶିଶୁ – ବିବାହକୁ  ପ୍ରୋତ୍ସାହିତ  କରିବା  କିମ୍ବା  ସଂପାଦନକୁ  ଅନୁମୋଦନ କରିବା  ନିମନ୍ତେ  ଦଣ୍ଡ

  1. ଯେଉଁ  ସ୍ଥଳରେ  କୌଣସି  ଶିଶୁ  ଏକ  ଶିଶୁ ବିବାହ  ଚୁକ୍ତି  କରେ , ଉକ୍ତ  ଶିଶୁର  ଦାୟୀତ୍ଵରେ  ଥିବା   କୌଣସି  ବ୍ୟକ୍ତି , ସେ  ତା’ର  ପିତାମାତା  କିମ୍ବା  ଅଭିଭାବକ  କିମ୍ବା  ଅନ୍ୟ  କୌଣସି  ବ୍ୟକ୍ତି  ହୋଇଥାଆନ୍ତୁ  କିମ୍ବା  ଅନ୍ୟ  ଅକୌଣସି  କ୍ଷମତାରେ  ହୋଇଥାଆନ୍ତୁ , ତାହା   ବୈଧ  କିମ୍ବା  ଅବୈଧ   ହୋଇଥାଉ  ଏବଂ  ତା ସହିତ  କୌଣସି  ସଂସ୍ଥାର  ସଦସ୍ୟ  କିମ୍ବା  ବ୍ୟକ୍ତିମାନଙ୍କର   ସମ୍ମିଳନୀ  ହୋଇଥାଉ , ଯେକି  ବିବାହକୁ  ପ୍ରୋତ୍ସାହିତ   କରିବା   ନିମନ୍ତେ  କୌଣସି   କାର୍ଯ୍ୟ  କରେ କିମ୍ବା  ଏହାର  ସଂପାଦନକୁ  ଅନୁମୋଦନ  କରେ  କିମ୍ବା  ସଂପାଦନରୁ  ଏହାକୁ  ପ୍ରତିବନ୍ଧିତ  କରିବାରେ  ଅକୃତକାର୍ଯ୍ୟ   ହୁଏ ଏବଂ  ଏଥିରେ  (ଅର୍ଥାତ୍ କୌଣସି  ଶିଶୁ  ବିବାହରେ) ଉପସ୍ଥିତ   ରୁହେ  କିମ୍ବା  ଅଂସ  ଗ୍ରହଣ  କରେ , ତାଙ୍କୁ  ସଶ୍ରମ  କାରାଦଣ୍ଡରେ  ଦଣ୍ଡୀତ  କରାଯିବ , ଯାହାକୁ  ଦୁଇବର୍ଷ  ପର୍ଯ୍ୟନ୍ତ  ପରିବର୍ଦ୍ଧନ  କରାଯାଇପାରେ ଏବଂ  ସେ  ଜୋରିମାନା  ମଧ୍ୟ  ପ୍ରଦାନ   କରିବା  ନିମନ୍ତେ  ଦାୟୀ  ରହିବ , ଯାହାକି  ଏକ  ଲକ୍ଷ  ଟଙ୍କାକୁ  ପରିବର୍ଦ୍ଧନ   କରାଯାଇପାରେ ;
  2. ଉଲ୍ଲେଖଥାଉଯେ , କୌଣସି  ମହିଳାକୁ  କାରାଦଣ୍ଡରେ  ଦଣ୍ଡିତ  କରାଯିବ  ନାହିଁ   ।

  3. ଏହି  ଦଫା  ଉଦ୍ଦେଶ୍ୟରେ, ଏହା  ଅନୁମାନ  କରାଯିବ , ଯେପର୍ଯ୍ୟନ୍ତ  ବିପରୀତ  ପ୍ରମାଣ  କରାନଯାଇଛି , ଯେ , ଯେଉଁ  ସ୍ଥଳରେ  କୌଣସି  ନାବାଳକ  ସନ୍ତାନ  ଏକ  ବିବାହ  ଚୁକ୍ତି  କରିଛି , ସେପରିସ୍ଥଳେ  ଏପରି  ଶିଶୁର  ଦାୟୀତ୍ଵରେ  ଥିବା  ବ୍ୟକ୍ତି, ଏହାର  ସଂପାଦନକୁ (ଅର୍ଥାତ୍  ଏପରି  ବିବାହ) ସଂପାଦନକୁ  ପ୍ରତିବନ୍ଧିତ   କରିବାରେ  ଅକୃତକାର୍ଯ୍ୟ  ହୋଇଥାଏ  ।

କେତେକ  ପରିସ୍ଥିତିରେ, କୌଣସି  ନାବାଳକ  ସନ୍ତାନର  ବିବାହ  ଅବୈଧ   କିମ୍ବା  ଅସିଦ୍ଧ   ହେବ

ଯେଉଁ  ସ୍ଥଳରେ  ଜଣେ  ଶିଶୁ , ନାବାଳକ  ଥାଇ : -

  • ଆଇନ୍ ସମ୍ମତ  ଅଭିଭାବକଙ୍କ  ରଖିବାରୁ  ପ୍ରଲୋଭନ  ଦେଖାଇ  ନିଆଯାଏ; କିମ୍ବା
  • କୌଣସି  ସ୍ଥାନରୁ  ଯିବା  ନିମନ୍ତେ  ଚଞ୍ଚକତା  ପୂର୍ଣ୍ଣ ଉପାୟରେ  ପ୍ରଲୁବ୍ଧ  କରାଯାଏ  କିମ୍ବା  ବଳ  ଦ୍ଵାରା  ବାଧ୍ୟ  କରାଯାଏ; କିମ୍ବା
  • ବିବାହ  ଉଦ୍ଦେଶ୍ୟରେ  ବିକ୍ରୀ  କରାଯାଏ  ଏବଂ  କୌଣସି  ବିବାହ  ଆକାର  ଭିତର  ଦେଇ  ଯାଏ  କିମ୍ବା ଯଦି  ନାବାଳକ  ବିବାହ  କରେ, ଯାହାପରେ  ନାବାଳକକୁ  ବିକ୍ରୀ  କରାଯାଏ କିମ୍ବା  ଚାଲାଣ  କରାଯାଏ କିମ୍ବା  ଅନୈତିକ  ଉଦ୍ଦେଶ୍ୟରେ   ବ୍ୟବହାର  କରାଯାଏ  । ଏପରି  ବିବାହ  ଅସିଦ୍ଧ  ହେବ  ।

ଶିଶୁ  ବିବାହକୁ  ପ୍ରତିବନ୍ଧନ କରିବାରେ  ନିଷେଧାଜ୍ଞା  ନିର୍ଗମ  କରିବାରେ, ନ୍ୟାୟାଳୟଙ୍କର  କ୍ଷମତା

  1. ଏହି  ଆଇନ୍ ରେ  ଧାରୀତ  କୌଣସି  ବିପରିତାର୍ଥ  ସତ୍ଵେ, ଯଦି  ଶିଶୁ  ବିବାହ  ପ୍ରତିବନ୍ଧନ  ଅଧିକାରୀଙ୍କ   ଆବେଦନପତ୍ର  ଉପରେ, କିମ୍ବା  କୌଣସି  ଅଭିଯୋଗ   ଜରିଆରେ  କୌଣସି  ତଥ୍ୟ  ଗ୍ରହଣ  ଉପରେ  କିମ୍ବା  କୌଣସି  ବ୍ୟକ୍ତିଠାରୁ  ଅନ୍ୟଥା  ତଥ୍ୟ  ପାଇବା  ପରେ, କୌଣସି  ପ୍ରଥମ  ଶ୍ରେଣୀ  ବିଚାର   ବିଭାଗୀୟ  ମାଜିଷ୍ଟ୍ରେଟ୍  କିମ୍ବା  କୌଣସି  ମେଟ୍ରୋପଲିଟାନ୍  ମାଜିଷ୍ଟ୍ରେଟ୍  ସନ୍ତୁଷ୍ଟ  ହୁଅନ୍ତି  ଯେ,  ଏହି  ଆଇନ୍ ର  ଉଲ୍ଲଘଂନରେ  ଏକ ଶିଶୁ  ବିବାହ  ଯୋଗାଡ  କରାଯାଇଛି  କିମ୍ବା  ପ୍ରାୟ   ସଂପାଦନ   କରାଯିବା  ଉପରେ , ସେପରିସ୍ଥଳେ  ଏପରି  ମାଜିଷ୍ଟ୍ରେଟ୍  କୌଣସି  ବ୍ୟକ୍ତି  ବିରୁଦ୍ଧରେ  ଏକ  ନିଷେଧାଜ୍ଞା  ନିର୍ଗମ  କରିବା  ସହିତ  କୌଣସି  ସଂସ୍ଥାର  କୌଣସି  ସଦସ୍ୟଙ୍କ  ବିରୁଦ୍ଧରେ  ଏପରି  ବିବାହକୁ  ପ୍ରତିବନ୍ଧିତ  କରିବା  ନିମନ୍ତେ  ଏକ  ନିଷେଧାଜ୍ଞା  ନିର୍ଗମ  କରିବେ  ।
  2. ଉପ – ଦଫା  (୧) ଅନୁଯାୟୀ  କୌଣସି  ଅଭିଯୋଗ, ଏକ  ଶିଶୁ  ବିବାହର  ସଂପାଦନ  ହେବାର  ସମ୍ଭାବନା  ସଂବନ୍ଧରେ , ଯଥାଯଥ  ତଥ୍ୟ , କୌଣସି   ବେସରକାରୀ  ସଂସ୍ଥା  କିମ୍ବା  ଏପରି  ବିଶ୍ଵାସ  କରିବାର  କାରଣ  ଥାଏ  ।
  3. ପ୍ରଥମ  ଶ୍ରେଣୀ  ବିଚାର  ବିଭାଗୀୟ  ମାଜିଷ୍ଟ୍ରେଟ୍ ଙ୍କ  ନ୍ୟାୟାଳୟ  କିମ୍ବା  ମେଟ୍ରୋପଲିଟାନ୍  ମାଜିଷ୍ଟ୍ରେଟ୍  କୌଣସି  ବିଶ୍ଵସନୀୟ   ବିବରଣୀ  କିମ୍ବା  ତଥ୍ୟର  ଭିତ୍ତି  ଉପରେ , ମନକୁ ମନ  ମଧ୍ୟ  ବିଚାର  ନିମନ୍ତେ  ଗ୍ରହଣ  କରି  ପାରିବେ।
  4. ଅକ୍ଷୟ  ତୃତୀୟା  ପରି  କେତେକ  ନିର୍ଦ୍ଧିଷ୍ଟ  ଦିନରେ  ଗଣ  ଶିଶୁ  ବିବାହର   ସଂପାଦନକୁ  ପ୍ରତିବନ୍ଧିତ  କରିବା  ଉଦ୍ଦେଶ୍ୟରେ, ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କୁ , ଶିଶୁ  ବିବାହ  ପ୍ରତିବନ୍ଧନ  ଅଧିକାରୀ  ଭାବେ  ଧରାଯିବ , ଯାହାଙ୍କର  ଏପରି  ସମସ୍ତ  କ୍ଷମତା  ରହିବେ, ଯେପରି  ଏହି  ଆଇନ୍  ଅନୁଯାୟୀ, କୌଣସି  ଶିଶୁ  ବିବାହ  ନିଷେଧକାରୀ  ଅଧିକାରୀଙ୍କ  ଉପରେ  ନ୍ୟସ୍ତ  କରାଯାଏ  ।
  5. ଶିଶୁ  ବିବାହର  ସଂପାଦନକୁ  ପ୍ରତିବନ୍ଧିତ  କରିବା  କିମ୍ବା  ବନ୍ଦ  କରିବା  ନିମନ୍ତେ   ଜିଲ୍ଲା  ମାଜିଷ୍ଟ୍ରେଟ୍ ଙ୍କର   ଅତିରିକ୍ତ  କ୍ଷମତା  ରହିବ  ଏବଂ  ଏହି  ଉଦ୍ଦେଶ୍ୟରେ  ସେ  ଉପଯୁକ୍ତ  ପଦକ୍ଷେପ  ଗ୍ରହଣ   କରିବେ ଏବଂ  ଆବଶ୍ୟକ  ସର୍ବନିମ୍ନବଳ  ପ୍ରୟୋଗ  କରିବେ  ।
  6. ଉପ – ଦଫା (୧) ଅନୁଯାୟୀ  କୌଣସି  ନିଷେଧାଜ୍ଞା  କୌଣସି  ବ୍ୟକ୍ତି  କିମ୍ବା  କୌଣସି  ସଂସ୍ଥା  କିମ୍ବା  ବ୍ୟକ୍ତିମାନଙ୍କର  ସମ୍ମିଳନୀ  ପ୍ରତି  ନିର୍ଗମ  କରାଯିବ  ନାହିଁ, ଯଦି  ନ୍ୟାୟାଳୟ, ଏପରି  ବ୍ୟକ୍ତି, ସଂସ୍ଥା  କିମ୍ବା  ବ୍ୟକ୍ତିମାନଙ୍କର  ସମ୍ମିଳନୀକୁ, ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ, ପୂର୍ବରୁ  ସୂଚନା  ପ୍ରଦାନ  କରିନଥାଆନ୍ତି  ଏବଂ  ନିଷେଧାଜ୍ଞା  ନିର୍ଗମ  ବିରୁଦ୍ଧରେ  କାରଣ  ଦର୍ଶାଇବା   ନିମନ୍ତେ, ତାଙ୍କୁ  କିମ୍ବା  ସେମାନଙ୍କୁ  ଏକ  ସୁଯୋଗ  ପ୍ରଦାନ  ନକରନ୍ତି ;
  7. ଉଲ୍ଲେଖଥାଉ ଯେ , କୌଣସି  ଜରୁରୀ  କ୍ଷେତ୍ରରେ, ଏହି  ଦଫା  ଅନୁଯାୟୀ, କୌଣସି  ସୂଚନାଯେ , ନ୍ୟାୟାଳୟଙ୍କର  ଏକ  ମଧ୍ୟବର୍ତ୍ତୀକାଳୀନ  ନିଷେଧାଜ୍ଞାଜାରୀ  କରିବାର  କ୍ଷମତା  ରହିବ  ।

  8. ଉପ – ଦଫା (୧) ଅନୁଯାୟୀ  ନିର୍ଗମ  କରାଯାଇଥିବା  କୌଣସି  ନିଷେଧାଜ୍ଞାକୁ , ସେହି  ପକ୍ଷଙ୍କୁ  ସୂଚନା  ପ୍ରଦାନ  କରିବା ଏବଂ  ଶୁଣିବା  ପରେ , ଦୃଢୀକରଣ   କରାଯାଇପାରେ  କିମ୍ବା  ଉଠାଇ  ନିଆଯାଇପାରେ
  9. ନ୍ୟାୟାଳୟ , ତାଙ୍କ  ମନକୁ ମନ  କିମ୍ବା  ବ୍ୟଥିତ  କୌଣସି  ବ୍ୟକ୍ତିର  ଆବେଦନପତ୍ର  ଉପରେ , ଉପ – ଦଫା (୧) ଅନୁଯାୟୀ  ନିର୍ଗମ   କରାଯାଇଥିବା  କୌଣସି  ନିଷେଧାଜ୍ଞାକୁ  ରଦ୍ଦ   କରିପାରନ୍ତି   କିମ୍ବା  ପରିବର୍ଦ୍ଧନ   କରିପାରନ୍ତି   ।
  10. ଯେଉଁ  ସ୍ଥଳରେ  ଉପ – ଦଫା  (୧) ଅନୁଯାୟୀ  କୌଣସି  ଆବେଦନପତ୍ର  ଗୃହୀତ  ହୁଏ , ସେପରିସ୍ଥଳେ  ନ୍ୟାୟାଳୟ  ବ୍ୟକ୍ତିଗତଭାବେ  କିମ୍ବା  କୌଣସି  ଅଧିବକ୍ତାଙ୍କ  ଜରିଆରେ  ଏହାଙ୍କ   ସମ୍ମୁଖରେ  ଉପସ୍ଥିତ  ହେବା   ନିମନ୍ତେ , ଆବେଦନକାରୀଙ୍କୁ  ଏକ  ସହଳ  ସୁଯୋଗ  ପ୍ରଦାନ  କରିବେ  ଏବଂ ଯଦି  ନ୍ୟାୟାଳୟ  ଆବେଦନକାରୀଙ୍କୁ  ଶୁଣିବା  ପରେ  ସଂପୂର୍ଣ୍ଣଭାବେ  କିମ୍ବା  ଆଂଶିକଭାବେ  ଆବେଦନପତ୍ରକୁ  ପ୍ରତ୍ୟାଖ୍ୟାନ   କରନ୍ତି , ତାହେଲେ  ସେ  ଏପରି  କରିବାର   କାରଣକୁ  ଲିଖିତଭାବେ  ଲିପିବଦ୍ଧ  କରିବେ  ।
  11. ଯଦି  କୌଣସି  ବ୍ୟକ୍ତି  ଏହା  ଜାଣି  ଯେ , ଉପ – ଦଫା (୧) ଅନୁଯାୟୀ ଏକ  ନିଷେଧାଜ୍ଞା  ନିର୍ଗମ  କରାଯାଇଛି , ଏବଂ  ତାହା  ତାଙ୍କ  ବିରୁଦ୍ଧରେ  ନିର୍ଗମ  କରାଯାଇଛି , ଏପରି   ନିଷେଧାଜ୍ଞାକୁ  ଅବଜ୍ଞା   କରେ , ତାହେଲେ  ତାଙ୍କୁ  ଯେକୌଣସି  ବର୍ଣ୍ଣନୀୟ  କାରାଦଣ୍ଡରେ   ସେହି   ସମୟ  ପର୍ଯ୍ୟନ୍ତ  ଦଣ୍ଡୀତ  କରାଯିବ , ଯାହାକି  ଦୁଇବର୍ଷ   ପର୍ଯ୍ୟନ୍ତ  ପରିବର୍ଦ୍ଧନ   କରାଯାଇପାରେ   କିମ୍ବା  ଜୋରିମାନା  ସହିତ , ଯାହାକି  ଏକଲକ୍ଷ  ଟଙ୍କାକୁ  ପରିବର୍ଦ୍ଧନ  କରାଯାଇପାରେ  କିମ୍ବା  ଉଭୟରେ  ଦଣ୍ଡୀତ   କରାଯିବ   ।

ଉଲ୍ଲେଖଥାଉଯେ , କୌଣସି   ମହିଳାଙ୍କୁ  କାରାଦଣ୍ଡରେ  ଦଣ୍ଡୀତ   କରାଯିବ  ନାହିଁ   ।

ନିଷେଧାଜ୍ଞା   ଆଦେଶର  ଉଲ୍ଲଘଂନରେ   ଶିଶୁ  ବିବାହ  ଅସିଦ୍ଧ  ହେବ

ଦଫା  ୧୩ ଅନୁଯାୟୀ  ନିର୍ଗମ   କରାଯାଇଥିବା  କୌଣସି  ନିଷେଧାଜ୍ଞା  ଆଦେଶର   ଉଲ୍ଲଘଂନରେ  ସଂପାଦିତ  କୌଣସି   ଶିଶୁ  ବିବାହ ; ତାହା  ମଧ୍ୟବର୍ତ୍ତୀକାଳୀନ  କିମ୍ବା  ଚୂଡାନ୍ତ  ହୋଇଥାଉ , ସଂପୂର୍ଣ୍ଣଭାବେ  ଅବୈଧ  କିମ୍ବା  ଅସିଦ୍ଧ  ହେବ   ।

ଅପରାଧଗୁଡିକ  ଧର୍ତ୍ତବ୍ୟ  ଏବଂ ଜାମିନ୍ – ହୀନ  ହେବ

ଫୌଜଦାରୀ  କାର୍ଯ୍ୟବିଧି  ସଂହିତା, ୧୯୭୩ (୨/୧୯୭୪) ରେ  ଧାରୀତ  କୌଣସି  ବ୍ୟବସ୍ଥାସତ୍ଵେ , ଏହି  ଆଇନ୍  ଅନୁଯାୟୀ  ଦଣ୍ଡନୀୟ  କୌଣସି  ଅପରାଧ, ଧର୍ତ୍ତବ୍ୟ  ଏବଂ  ଜାମିନ୍  ହୀନ  ହେବ  ।

ଶିଶୁ  ବିବାହ  ପ୍ରତିବନ୍ଧନକାରୀ   ଅଧିକାରୀମାନେ

  1. ରାଜ୍ୟ  ସରକାର , କାର୍ଯ୍ୟାଳୟ  ଗେଜେଟ୍ ରେ   ବିଜ୍ଞପ୍ତିଦ୍ଵାରା , ସମଗ୍ର  ରାଜ୍ୟରେ  କିମ୍ବା  ତାର  ଏପରି  ଅଂଶରେ  ଯେପରି  ଉକ୍ତ  ବିଜ୍ଞପ୍ତିରେ  ଧାର୍ଯ୍ୟ  କରାଯାଇପାରେ , ଜଣେ  କିମ୍ବା  ଅଧିକ  ଅଧିକାରୀଙ୍କୁ  ନିଯୁକ୍ତ   କରିବେ , ଯେଉଁମାନେ  କି  ଶିଶୁବିବାହ  ପ୍ରତିବନ୍ଧନକାରୀ  ଅଧିକାରୀଭାବେ  ଜଣାଯିବେ , ଯାହାଙ୍କର  ଉକ୍ତ  ଅଞ୍ଚଳ  କିମ୍ବା  ଅଞ୍ଚଳ  ଗୁଡିକରେ   କର୍ତ୍ତୃତ୍ଵ  ଥିବ, ଯେପରି  ବିଜ୍ଞପ୍ତିରେ  ଧାର୍ଯ୍ୟ  କରାଯାଇଥିବ  ।
  2. ରାଜ୍ୟସରକାର  ମଧ୍ୟ, ସାମାଜିକ  ସେବାର  ଅଭିଜ୍ଞତା  ଥିବା  ସ୍ଥାନୀୟ  ଅଞ୍ଚଳର   ଜଣେ  ସମ୍ମାନୀୟ  ସଦସ୍ୟ  କିମ୍ବା  ଗ୍ରାମପଞ୍ଚାୟତ  କିମ୍ବା  ପୌରପାଳିକାର  କୌଣସି  ଅଧିକାରୀ  କିମ୍ବା  ସରକାରଙ୍କର  କୌଣସି  ଅଧିକାରୀ  କିମ୍ବା  କୌଣସି  ସର୍ବସାଧାରଣ  ସେକ୍ଟର  ଉଦ୍ୟୋଗର  କୌଣସି  ଅଧିକାରୀଙ୍କୁ  କିମ୍ବା  କୌଣସି  ବେସରକାରୀ  ସଂସ୍ଥାର  କାର୍ଯ୍ୟକାରୀ  ଅଧିକାରୀଙ୍କୁ  ଶିଶୁ  ବିବାହ  ପ୍ରତିବନ୍ଧନ  ଅଧିକାରୀଙ୍କୁ  ସାହାଯ୍ୟ  କରିବା  ନିମନ୍ତେ  ଅନୁରୋଧ  କରିପାରନ୍ତି  ଏବଂ  ଏପରି  ସଦସ୍ୟ , ଅଧିକାରୀ  କିମ୍ବା  କାର୍ଯ୍ୟାଳୟ  ଅଧିକାରୀ , ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ , ଏପରି  କରିବା  ନିମନ୍ତେ  ବାଧ୍ୟ  ହେବେ  ।
  3. ଶିଶୁ  ବିବାହ  ପ୍ରତିବନ୍ଧନକାରୀ  ଅଧିକାରୀଙ୍କର  ଏହା  କର୍ତ୍ତବ୍ୟ  ହେବ : -
    • ଏପରି  କାର୍ଯ୍ୟାନୁଷ୍ଠାନ  ଗ୍ରହଣ  ଦ୍ଵାରା  ଶିଶୁ  ବିବାହର  ସଂପାଦନକୁ   ପ୍ରତିବନ୍ଧିତ  କରିବେ , ଯେପରି  ସେ  ଉଚିତ୍  ମାନେ  କରିବେ;
    • ଏହି  ଆଇନ୍ ର  ବ୍ୟବସ୍ଥାବଳୀକୁ  ଉଲ୍ଲଘଂନ  କରୁଥିବା  ବ୍ୟକ୍ତିମାନଙ୍କ  ବିରୁଦ୍ଧରେ  ପ୍ରଭାବିତ  ଭାବେ  ମୋକଦ୍ଦମା  କରିବା  ନିମନ୍ତେ   ସାକ୍ଷ୍ୟ  ସଂଗ୍ରହ   କରିବେ   ।
    • ଶିଶୁ  ବିବାହର  ସଂପାଦନକୁ   ପ୍ରୋତ୍ସାହିତ  କରିବା , ସାହାଯ୍ୟ  କରିବା  କିମ୍ବା  ଅନୁମୋଦନ  କରିବାରେ  ଲିପ୍ତ  ନହେବା  ନିମନ୍ତେ  ସ୍ଥାନୀୟ  ବାସିନ୍ଦାମାନଙ୍କୁ  ଉପଦେଶ  ଦେବେ  କିମ୍ବା  ବ୍ୟକ୍ତିଗତ  ମୋକଦ୍ଦମାରେ  ଏପରି  କରିବେ;
    • ଶିଶୁ  ବିବାହାରୁ , ଉଦ୍ରେକ୍  ଅନିଷ୍ଠ   ସଂବନ୍ଧରେ  ସଚେତନତା  ସୃଷ୍ଟି  କରିବେ ;
    • ଶିଶୁ  ବିବାହ  ବିଷୟ  ଉପରେ , ସଂପ୍ରଦାୟକୁ  ସମ୍ବେଦନଶୀଳ  କରିବା ;
    • ଏପରି  ସାମୟୀକ  ରିଟର୍ଣ୍ଣ  ଏବଂ  ତଥ୍ୟ  ଦାଖଲ  କରିବେ , ଯେପରି  ରାଜ୍ୟ  ସରକାର  ନିର୍ଦ୍ଦେଶ  ଦେଇପାରନ୍ତି ; ଏବଂ
    • ଏପରି  ଅନ୍ୟାନ୍ୟ  କାର୍ଯ୍ୟ  ଏବଂ  କର୍ତ୍ତବ୍ୟ  ସଂପାଦନ  କରିବେ , ଯେପରି  ରାଜ୍ୟ  ସରକାରଙ୍କ  ଦ୍ଵାରା  ତାଙ୍କୁ  ନ୍ୟସ୍ତ  କରାଯାଇପାରେ   ।
  4. ରାଜ୍ୟ  ସରକାର, କାର୍ଯ୍ୟାଳୟ  ଗେଜେଟ୍ ରେ   ବିଜ୍ଞପ୍ତି  ଦ୍ଵାରା, ଏପରି  ସର୍ତ୍ତାବଳୀ  ଏବଂ  ସୀମାବଦ୍ଧତାର  ନିୟନ୍ତ୍ରଣାଧିନରେ, କୌଣସି  ପୋଲିସ୍  ଅଧିକାରୀଙ୍କର  ଏପରି  କ୍ଷମତା  ସହିତ, ଶିଶୁ  ବିବାହ  ପ୍ରତିବନ୍ଧନକାରୀଙ୍କୁ  ନ୍ୟସ୍ତ  କରିବେ, ଯେପରି  ଉକ୍ତ  ବିଜ୍ଞପ୍ତିରେ   ଧାର୍ଯ୍ୟ   କରାଯାଇପାରେ  ଏବଂ  ଶିଶୁ  ବିବାହ  ଅଧିକାରୀ  ଏପରି  କ୍ଷମତା, ଏପରି  ସର୍ତ୍ତାବଳୀ  ଏବଂ  ସୀମାବଦ୍ଧତାର  ନିୟନ୍ତ୍ରଣାଧିନରେ, ପରିଚାଳନା  କରିବେ  ଯେପରି  ବିଜ୍ଞପ୍ତିରେ  ଧାର୍ଯ୍ୟ  କରାଯାଇପାରେ ।
  5. ଶିଶୁ  ବିବାହ  ପ୍ରତିବନ୍ଧନକାରୀ  ଅଧିକାରୀଙ୍କର  ଦଫା  ୩ ଅନୁଯାୟୀ , ଶିଶୁ  ସହିତ  ଦଫା ୪,୫ ଏବଂ  ୧୩ ଅନୁଯାୟୀ  ଏକ  ଆଦେଶ  ନିମନ୍ତେ, ନ୍ୟାୟାଳୟଙ୍କୁ   ଅନୁରୋଧ   କ୍ଷମତା  ରହିବ ।

ଶିଶୁ  ବିବାହ  ଅଧିକାରୀ, ସର୍ବସାଧାରଣ  ସେବକ   ହେବେ

ଶିଶୁ  ବିବାହ  ପ୍ରତିବନ୍ଧନକାରୀ  ଅଧିକାରୀଙ୍କୁ , ଭାରତୀୟ  ଦଣ୍ଡବିଧି  ସଂହିତା (୪୫/୧୯୬୦) ର  ଦଫା  ୨୧ର  ଅର୍ଥ  ମଧ୍ୟରେ  ଜଣେ  ସର୍ବସାଧାରଣ  ଅଧିକାରୀଭାବେ  ଧରାଯିବ ।

ଉତ୍ତମ  ବିଶ୍ଵାସରେ  ଗ୍ରହଣ  କରାଯାଇଥିବା  କାର୍ଯ୍ୟାନୁଷ୍ଠାନର  ସୁରକ୍ଷା

ଏହି  ଆଇନ୍  କିମ୍ବା  ତତ୍  ସଂକ୍ରାନ୍ତୀୟ  ଆଦେଶ  କିମ୍ବା  ନିୟମ  ଅନୁଯାୟୀ, ଶିଶୁ  ବିବାହ  ପ୍ରତିବନ୍ଧନକାରୀ  ଅଧିକାରୀଙ୍କ   ଦ୍ଵାରା  ଉତ୍ତମ  ବିଶ୍ଵାସରେ  ଗ୍ରହଣ  କରାଯାଇଥିବା  କିମ୍ବା  କୌଣସି  କାର୍ଯ୍ୟ  ବିରୁଦ୍ଧରେ, କୌଣସି  ମୋକଦ୍ଦମା, କାର୍ଯ୍ୟାନୁଷ୍ଠାନ  କିମ୍ବା  ଅନ୍ୟ  ଆଇନ୍ ଗତ  କାର୍ଯ୍ୟାନୁଷ୍ଠାନ  ନିଆଯାଇପାରିବ  ନାହିଁ  ।

ନିୟମାବଳୀ  ପ୍ରଣୟନ  କରିବାରେ  ରାଜ୍ୟ ସରକାରଙ୍କ  କ୍ଷମତା

  1. ରାଜ୍ୟ  ସରକାର, କାର୍ଯ୍ୟାଳୟ   ଗେଜେଟ୍ ରେ  ବିଜ୍ଞପ୍ତି  ଦ୍ଵାରା, ଏହି  ଆଇନ୍ ର  ବ୍ୟବସ୍ଥାବଳୀକୁ  ପରିପାଳନ  କରିବା  ନିମନ୍ତେ , ନିୟମାବଳୀ  ପ୍ରଣୟନ   କରିପାରନ୍ତି।
  2. ଏହି  ଆଇନ୍  ଅନୁଯାୟୀ  ପ୍ରଣୀତ  ପ୍ରତ୍ୟକ୍  ନିୟମକୁ , ଯେତେ  ଶୀଘ୍ର  ସମ୍ଭବ , ଏହା  ପ୍ରଣୟନ  କରିବା  ପରେ, ରାଜ୍ୟ  ବିଧାନ  ସଭାରେ  ଉପସ୍ଥାପନ  କରାଯିବ   ।

ଆଇନ୍  ସଂଖ୍ୟା  ୨୫/୧୯୫୫ର  ସଂଶୋଧନ

ହିନ୍ଦୁ  ବିବାହ  ଆଇନ୍, ୧୯୫୫ରେ, ଦଫା ୧୮ରେ , ଧାରା (କ) ନିମନ୍ତେ , ନିମ୍ନଲିଖିତ  ଧାରାକୁ  ପରିବର୍ତ୍ତନ   କରାଯିବ  । “(କ) ଦଫା ୫ର  ଧାରା (୩) ରେ  ଧାର୍ଯ୍ୟ  ସର୍ତ୍ତର  ଉଲ୍ଲଘଂନ  କ୍ଷେତ୍ରରେ , ସଶ୍ରମ  କାରାଦଣ୍ଡ  ସହିତ , ଯାହାକି  ଦୁଇବର୍ଷ   ପର୍ଯ୍ୟନ୍ତ  ପରିବର୍ଦ୍ଧନ  କରାଯାଇପାରେ  କିମ୍ବା  ଜୋରୀମାନା  ସହିତ , ଯାହାକି  ଏକଲକ୍ଷ  ଟଙ୍କାକୁ  ପରିବର୍ଦ୍ଧନ  କରାଯାଇପାରେ, କିମ୍ବା  ଉଭୟରେ   ଦଣ୍ଡୀତ  କରାଯିବ   ।

ରଦ୍ଦିକରଣ  ଏବଂ  ସଂରକ୍ଷଣ

  1. ଶିଶୁ  ବିବାହ  ପ୍ରତିବନ୍ଧନ ଆଇନ୍ , ୧୯୨୯ (୧୯/୧୯୨୯) କୁ  ଏତତ୍ ଦ୍ଵାରା  ରଦ୍ଦ  କରାଯାଉଛି  ।
  2. ଏପରି  ରଦ୍ଦିକରଣ  ସତ୍ଵେ , ଏହି ଆଇନ୍ ର  ପ୍ରଚଳନ  ସମୟରେ , ଉକ୍ତ  ଆଇନ୍  ଅନୁଯାୟୀ  ଚାଲୁଥିବା  କିମ୍ବା  ସ୍ଥଗୀତ   ଥିବା  ଅନ୍ୟ  କାର୍ଯ୍ୟାନୁଷ୍ଠାନ  ଏବଂ  ସମସ୍ତ  ମୋକଦ୍ଦମା , ସେହିପରିଭାବେ  ଏପରି  ରଦ୍ଦିକୃତ  ଆଇନ୍ ର  ବ୍ୟବସ୍ଥାବଳୀ  ସହିତ  ସମନ୍ଵୟ   ରକ୍ଷାକରି  ଚାଲିବ  ଏବଂ  ଫଇସଲା  କରାଯିବ , ଯେପରିକି  ଏହି  ଆଇନ୍ ମଞ୍ଜୁର  କରାଯାଇନାହିଁ   ।

ଆଧାର – ଲ ହାଉସ

Last Modified : 8/5/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate