ଏହି ଆଇନ୍ ନିମ୍ନ ପ୍ରତି ପ୍ରୟୋଗ ହେବ ନାହିଁ -
ହିନ୍ଦୁ ଉତ୍ତରାଧିକାରୀତ୍ଵ (ସଂଶୋଧନ) ଆଇନ୍, ୨୦୦୫ ରେ ପ୍ରଚଳନ ଠାରୁ , ମିତାକ୍ଷରା ଆଇନ୍ ଦ୍ଵାରା ପରିଚାଳିତ କୌଣସି ଯୁଗ୍ମ ହିନ୍ଦୁ ପରିବାରରେ , କୌଣସି ଯୁଗ୍ମ ସଦସ୍ୟମାନଙ୍କର କନ୍ୟା ;
ଯେତେବେଳେ କୌଣସି ପୁରୁଷ ହିନ୍ଦୁ , ଏହି ଆଇନ୍ ର ପ୍ରଚାଳନ ପରେ, ମୃତ୍ୟୁବରଣ କରେ ଏବଂ ଯାହାର ଏକ ମିତାକ୍ଷର ସହଭାଗିତା ସମ୍ପତ୍ତିରେ, ମୃତ୍ୟୁ ସମୟରେ କୌଣସି ସ୍ଵାର୍ଥ ଥାଏ, ତାହା ଜୀବିତ ସହଭାଗୀ ସଦସ୍ୟମାନଙ୍କ ଉପରେ, ତାଙ୍କ ସମ୍ପତ୍ତିକୁ ନ୍ୟସ୍ତ କରାଯିବ ଏବଂ ଏହି ଆଇନ୍ ଅନୁଯାୟୀ ନୁହେଁ ;
ଉଲ୍ଲେଖଥାଉ ଯେ, ଯଦି ମୃତକ, ସୂଚୀର ପ୍ରଥମ ଶ୍ରେଣୀରେ କୌଣସି ଜୀବିତ ମହିଳା ସମ୍ପର୍କୀୟଙ୍କୁ କିମ୍ବା ଉକ୍ତ ଶ୍ରେଣୀରେ ଧାର୍ଯ୍ୟ କୌଣସି ପୁରୁଷ ସମ୍ପର୍କୀୟଙ୍କୁ ଛାଡି ଯାଇ ଥାଆନ୍ତି, ଯେକି ଏପରି ମହିଳା ସମ୍ପର୍କୀୟଙ୍କ ଜରିଆରେ ଦାବୀ କରନ୍ତି, ସେପରି ସ୍ଥଳେ ମିତାକ୍ଷଡ଼ା ସହଭାଗିତା ସମ୍ପତ୍ତିରେ ମୃତକର ସ୍ଵାର୍ଥ, ଏହି ଆଇନ୍ ଅନୁଯାୟୀ, ଦଲିଲିୟ ଉତ୍ତରାଧିକାରୀତ୍ଵ ଦ୍ଵାରା ନ୍ୟସ୍ତ କରାଯିବ, ଏବଂ ଜୀବିତାବସ୍ଥା ଦ୍ଵାରା ନୁହେଁ ।
ସ୍ପଷ୍ଟୀକରଣ – ୧
ଏହି ଦଫା ଉଦ୍ଦେଶ୍ୟରେ , କୌଣସି ହିନ୍ଦୁ ମିତାକ୍ଷର ସହଭାଗୀର ସ୍ଵାର୍ଥକୁ , ସମ୍ପତ୍ତିରେ ସେହି ଅଂଶ ବୋଲି ଧରାଯିବ, ଯାହାକି ତାଙ୍କ ଆବଣ୍ଟିତ କରାଯାଇ ଥାଆନ୍ତା, ଯଦି ତାଙ୍କ ମୃତ୍ୟୁର ଠିକ୍ ପୂର୍ବରୁ ସମ୍ପତ୍ତିର ଏକ ବିଭାଜନ ଘଟିଥାଆନ୍ତା ଏବଂ ତାହା ଏହି ବିଷୟର ନିର୍ବିଶେଷରେ ଯେ, ସେ ବିଭାଜନ ଦାବୀ କରିବା ନିମନ୍ତେ ହକ୍ ଦାର କି ନୁହେଁ ।
ସ୍ପଷ୍ଟୀକରଣ – ୨
ଦଫାର ପ୍ରତିବନ୍ଧରେ ଧାରିତ କୌଣସି ବ୍ୟବସ୍ଥା, କୌଣସି ବ୍ୟକ୍ତିଙ୍କୁ ଏଥି ନିମନ୍ତେ ସକ୍ଷମ କରେ ବୋଲି ବ୍ୟାଖ୍ୟା କରାଯିବ ନାହିଁ , ଯେକି ମୃତକ କିମ୍ବା ତାଙ୍କର କୌଣସି ଉତ୍ତରାଧିକାରୀଙ୍କ ମୃତ୍ୟୁ ପୂର୍ବରୁ, ସହଭାଗିତାରୁ ନିଜକୁ ପୃଥକ କରିଛନ୍ତି, ସେଥିରେ ଉଲ୍ଲେଖିତ କୌଣସି ସ୍ଵାର୍ଥରେ ଏକ ଅଂଶ ଦାବୀ କରିବେ ନାହିଁ ।
ଏବଂ କୌଣସି ହିନ୍ଦୁ ମିତାକ୍ଷରା ସହଭାଗୀତା ପ୍ରତି କୌଣସି ଉଲ୍ଲେଖକୁ, କୌଣସି ସହଭାଗୀର କୌଣସି କନ୍ୟାର ଉଲ୍ଲେଖକୁ ଅନ୍ତର୍ଭୁକ୍ତ କରେ ବୋଲି ଧରାଯିବ;
ଉଲ୍ଲେଖଥାଉଯେ, ଏହି ଉପ – ଦଫାରେ ଧାରୀତ କୌଣସି ବିଷୟ , ସମ୍ପତ୍ତିର ଦଲିଲୀୟ ହସ୍ତାନ୍ତରଣ କିମ୍ବା କୌଣସି ବିଭାଜନ ସହିତ କୌଣସି ବିକ୍ରି କିମ୍ବା ହସ୍ତାନ୍ତରଣକୁ ପ୍ରଭାବିତ କରିବ ନାହିଁ କିମ୍ବା ଅବୈଧ କରିବ ନାହିଁ , ଯାହାକି ୨୦୦୪ ମସିହା ଡିସେମ୍ବର ୨୦ ତାରିଖ ପୂର୍ବରୁ ଘଟିଥାଏ ।
ସ୍ପଷ୍ଟୀକରଣ : -
ଏହି ଉପ – ଦଫା ଉଦ୍ଦେଶ୍ୟରେ, ଜଣେ ହିନ୍ଦୁ ମିତାକ୍ଷରା ସହଭାଗୀର ସ୍ଵାର୍ଥ , ସମ୍ପତ୍ତିରେ ସେହି ଅଂଶ ବୋଲି ଧରାଯିବ, ଯାହାକି ତାଙ୍କୁ ଆବନ୍ତିତ ହୋଇ ଥାଆନ୍ତା , ଯଦି ସମ୍ପତ୍ତିର ବିଭାଜନ , ତାଙ୍କ ମୃତ୍ୟୁର ଠିକ୍ ପୂର୍ବରୁ ହୋଇଥାଆନ୍ତା ଏବଂ ଏହି ବିଷୟ ସତ୍ତ୍ୱେ ଯେ ସେ ବିଭାଜନ ଦାବୀ କରିବା ନିମନ୍ତେ ହକ୍ ଦାର୍ ହୋଇଥାଉ କିମ୍ବା ନାହିଁ ।
ଉଲ୍ଲେଖଥାଉ ଯେ, ହିନ୍ଦୁ ଉତ୍ତରାଧିକାରୀତ୍ଵ ଆଇନ୍, ୨୦୦୫ର ପ୍ରାରମ୍ଭ ପୂର୍ବରୁ ଚୁକ୍ତି କରାଯାଇଥିବା କୌଣସି ଋଣ କ୍ଷେତ୍ରରେ, ଏହି ଉପ – ଦଫାରେ ଧାରୀତ କୌଣସି ବ୍ୟବସ୍ଥା ପ୍ରଭାବିତ କରିବ ନାହିଁ : -
ସ୍ପଷ୍ଟୀକରଣ :-
ଧାରା (କ) ଉଦ୍ଦେଶ୍ୟ ନିମନ୍ତେ, ଉକ୍ତି, ‘ପୁତ୍ର’, ‘ନାତି ’ କିମ୍ବା ‘ଅଣ – ନାତି ’ ; ପୁତ୍ର , ନାତି କିମ୍ବା ଅଣ – ନାତିଙ୍କୁ ଉଲ୍ଲେଖ କରେ ବୋଲି ଧରାଯିବ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , ଯେକି ହିନ୍ଦୁ ଉତ୍ତରାଧିକାରୀତ୍ଵ (ସଂଶୋଧନ) ଆଇନ୍ , ୨୦୦୫ ର ପ୍ରଚଳନ କିମ୍ବା ପ୍ରାରମ୍ଭ ପୂର୍ବରୁ ଜନ୍ମ ହୋଇଥିଲା କିମ୍ବା ଗୃହୀତ ହୋଇଥିଲା ।
ସ୍ପଷ୍ଟୀକରଣ :-
ଏହି ଦଫା ଉଦ୍ଦେଶ୍ୟରେ, ‘ବିଭାଜନ’ ଅର୍ଥ, ନିବନ୍ଧନ ଆଇନ୍, ୧୯୦୮ (୧୬/୧୯୦୮) ଅନୁଯାୟୀ ସଠିକ୍ ଭାବେ ନିବନ୍ଧିତ ବିଭାଜନ ଦଲିଲ୍ ର ସଂପାଦନ ଦ୍ଵାରା କରାଯାଇଥିବା କୌଣସି ବିଭାଜନ କିମ୍ବା କୌଣସି ନ୍ୟାୟାଳୟର ଏକ ଡିକ୍ରୀ ଦ୍ଵାରା କରାଯାଇଥିବା କୌଣସି ବିଭାଜନ ।
ସ୍ପଷ୍ଟୀକରଣ : -
ଏହି ଉପ – ଦଫାର ଉଦ୍ଦେଶ୍ୟ ନିମନ୍ତେ, କୌଣସି ତାରୱାର୍ଡ, ତାଭାଜି , ଇଲମ୍ ର ସମ୍ପତ୍ତିରେ , କୌଣସି ହିନ୍ଦୁର ସ୍ଵାର୍ଥ, ଉକ୍ତ ତାରୱାର୍ଡ, ତାଭାଜି କିମ୍ବା ଇଲମ୍, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟର ସମ୍ପତ୍ତିରେ ଅଂଶ ବୋଲି ଧରାଯିବ, ଯାହାକି ତାଙ୍କ ଭାଗରେ ପତି ଥାଆନ୍ତା, ତାଙ୍କ ମୃତ୍ୟୁର ଠିକ୍ ପୂର୍ବରୁ ଯଦି ଉକ୍ତ ସମ୍ପତ୍ତି ବିଭାଜିତ ହୋଇଥାଆନ୍ତା ଏବଂ ତାହା ତାରୱାର୍ଡ , ତାଭାଜି କିମ୍ବା ଇଲମ୍ ର ସମସ୍ତ ସଦସ୍ୟଙ୍କ ମଧ୍ୟରେ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , ଯଦି ଓ ସେ କିମ୍ବା (ଉକ୍ତ ମହିଳା), ମାରୁମାକାତାୟମ୍ କିମ୍ବା ନମ୍ବ୍ରୁଦି ଆଇନ୍ ଅନୁଯାୟୀ, ଏପରି ବିଭାଜନ ଦାବି କରିବା ନିମନ୍ତେ ହକ୍ ଦାର୍ ହୋଇଥାଆନ୍ତୁ କିମ୍ବା ନାହିଁ, ଯାହାକି ତାଙ୍କ ପ୍ରତି ପ୍ରୟୋଗନୀୟ ଅଟେ ଏବଂ ଏପରି ଅଂଶ ତାଙ୍କୁ ସଂପୂର୍ଣ୍ଣଭାବେ ଆବଣ୍ଟିତ ହୋଇଛି ବୋଲି ଧରାଯିବ ।
ସ୍ପଷ୍ଟୀକରଣ
ଏହି ଉପ – ଦଫା ଉଦ୍ଦେଶ୍ୟ ନିମନ୍ତେ, କୌଣସି କୁଟୁମ୍ବ କିମ୍ବା କାଭାରୁର ସମ୍ପତ୍ତିରେ କୌଣସି ହିନ୍ଦୁର ସ୍ଵାର୍ଥ ; ଉକ୍ତ କୁଟୁମ୍ବ କିମ୍ବା କାଭାରୁର ସମ୍ପତ୍ତିରେ ଅଂଶ ବୋଲି ଧରାଯିବ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , ଯାହାକି ତାଙ୍କ ଭାଗରେ ପଡିଥାଆନ୍ତା, ଯଦି ଅଂଶାନୁଯାୟୀ ଉକ୍ତ ସମ୍ପତ୍ତି ବିଭାଜିତ ହୋଇ ଥାଆନ୍ତା ଏବଂ ତାହା ତାଙ୍କର ଠିକ୍ ମୃତ୍ୟୁ ପୂର୍ବରୁ ଏବଂ କୁଟୁମ୍ବ କିମ୍ବା କାଭାରୁର ସମସ୍ତ ସଦସ୍ୟଙ୍କ ମଧ୍ୟରେ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଯଦିଓ ସେ, ଆଲିୟାସାନ୍ତନା ‘ଆଇନ୍’ ଅନୁଯାୟୀ ଏପରି ବିଭାଜନ ଦାବୀ କରିବା ନିମନ୍ତେ ହକ୍ ଦାର୍ ହୋଇଥାଆନ୍ତୁ କିମ୍ବା ନାହିଁ, ଏବଂ ଏପରି ଅଂଶ, ତାଙ୍କୁ ସଂପୂର୍ଣ୍ଣଭାବେ ଆବଣ୍ଟିତ ହୋଇଛି ବୋଲି ଧରାଯିବ ।
ସ୍ପଷ୍ଟୀକରଣ
ଏହି ଉପ – ଦଫାର ଉଦ୍ଦେଶ୍ୟ ନିମନ୍ତେ, କୌଣସି ସ୍ତନମ୍ ଦାରର ପରିବାର, ପରିବାରର ପ୍ରତ୍ୟକ ଶାଖାକୁ ଅନ୍ତର୍ଭୁକ୍ତ କରିବ, ତାହା ବିଭାଜିତ କିମ୍ବା ଅବିଭାଜିତ ହୋଇଥାଉ, କିମ୍ବା ନାହିଁ, ଯାହାର ପୁରୁଷ ସଦସ୍ୟମାନେ, ସ୍ତନମ୍ ଦାରଙ୍କ ସ୍ଥିତିକୁ ଉତ୍ତରାଧିକାରଭାବେ ଯିବା ନିମନ୍ତେ କୌଣସି ପ୍ରଥା କିମ୍ବା ବ୍ୟବହାର ଦ୍ଵାରା ହକ୍ ଦାର୍ ହୋଇଥାଆନ୍ତେ, ଯଦି ଏହି ଆଇନ୍ ମଞ୍ଜୁର କରାଯାଇନଥାଆନ୍ତା ।
କୌଣସି ଦଲିଲ୍ ଦ୍ଵାରା ସମ୍ପତ୍ତି ହସ୍ତାନ୍ତରଣ ନକରି ମୃତ ହୋଇଥିବା କୌଣସି ହିନ୍ଦୁ ପୁରୁଷର ସମ୍ପତ୍ତି, ଏହି ଅଧ୍ୟାୟର ବ୍ୟବସ୍ଥାବଳୀ ଅନୁଯାୟୀ ନ୍ୟସ୍ତ ହେବ : -
ଟିପ୍ପଣୀ
ଆମ୍ଭ ଦୃଷ୍ଟିରେ, ସଠିକ୍ ଆଇନ୍ ଗତ ସ୍ଥିତି ତେହା ଅଟେ ଯେ, ଜଣେ ସହଭାଗୀଙ୍କ ଦ୍ଵାରା ଅନେକ ସହଭାଗୀଙ୍କର ହୋଇଥିବା ସମ୍ପତ୍ତିର ଦଖଲକୁ ଏପରି ଧରାଯିବ ଯେ, ସେ ଅନ୍ୟ ସହଭାଗୀଙ୍କ ତରଫରୁ ଉକ୍ତ ସମ୍ପତ୍ତିକୁ ଦଖଲ କରିଛନ୍ତି ଯଦି ଅନ୍ୟ ସଭାଗୀଙ୍କର ସତ୍ଵକୁ ପ୍ରତ୍ୟାଖ୍ୟାନ ଦ୍ଵାରା ସ୍ପଷ୍ଟ ବହିଷ୍କରଣ ହୋଇନଥାଏ ଏବଂ ଜଣେ ସହଭାଗୀଙ୍କର ନାମ ରାଜସ୍ୱ ନଥିରେ ନାମାନ୍ତରଣ; ବହିଷ୍କରଣକୁ ଅର୍ଥାୟୀତ କରିବ ନାହିଁ, ଯଦି ସ୍ପଷ୍ଟ ଘୋଷଣା ନଥାଏ ଯେ , ଅନ୍ୟାନ୍ୟ ସହଭାଗୀଙ୍କର ସତ୍ଵକୁ ପ୍ରତ୍ୟାଖ୍ୟାନ କରାଯାଇଛି – (ଦର୍ଶନ ସିଂହ ଏବଂ ଅନ୍ୟମାନେ ବନାମ ଗୁଜାର ସିଂହ (ମୃତ), ଆଇନଗତ ପ୍ରତିନିଧି ଏବଂ ଅନ୍ୟମାନଙ୍କ ଦ୍ଵାରା – ଏ.ଆଇ.ଆର୍. ୨୦୦୨ ସୁପ୍ରିମ୍ କୋର୍ଟ – ୬୦୫) ।
ପିତାଙ୍କ ନାମ ଉନ୍ମୋଚନ କରିବା, ସମ୍ଭବତ ଅହିକ ଉପାଦେୟ ଏବଂ ବିଶେଷ ଗୁରୁତ୍ଵପୂର୍ଣ୍ଣ ହୋଇପାରେ , ଯେଉଁସ୍ଥଳରେ ମୃତ ଭ୍ରାତାର ସମ୍ପତ୍ତି, ଜଣେ ଭଗିନୀ ଦ୍ଵାରା ଦାବୀ କରାଯାଏ । ଉକ୍ତ ‘ଭଗିନୀ’ ‘ଇଉଟେରାଇନ୍’ ଭାଗିନୀକୁ ଅର୍ଥାୟୀତ କରେ ନାହିଁ । ଯେପରି ହିନ୍ଦୁ ଉତ୍ତରାଧିକାରୀତ୍ଵ ଆଇନ୍ ରେ , ଉତ୍ତରାଧିକାରର ସୂଦ=ଛି ପ୍ରତି ଟିପ୍ପଣୀ ଅଧିନରେ ବ୍ୟବସ୍ଥାୟୀତ କରାଯାଇଛି - (କେ.ରାଜ୍. ଏବଂ ଅନ୍ୟ ଜଣେ ବନାମ୍ ମୁଥାମ୍ମା – ଏ.ଆଇ.ଆର୍. – ୨୦୦୧ ସୁପ୍ରିମ୍ କୋର୍ଟ - ୧୭୨୦) ।
ଇଛାପତ୍ରର ପ୍ରସ୍ତୁତିକରଣ କିମ୍ବା ନିବନ୍ଧନ ସମୟରେ ଉପସ୍ଥିତ ଥିବା ଅଧିବକ୍ତାଙ୍କର କେବଳମାତ୍ର ଅଣ – ପରୀକ୍ଷା , ତାହା ପ୍ରତ୍ୟାଖ୍ୟାନ କରିବା ନିମନ୍ତେ କେବଳମାତ୍ର କାରଣ ହୋଇନପାରେ (ରାମାବାଇ ପଦମକର ପାଟିଲ୍ (ମୃତ) ଆଇନ୍ ଗତ ପ୍ରତିନିଧିଙ୍କ ଜରିଆରେ ଏବଂ ଅନ୍ୟମାନେ ବନାମ ରୁକ୍ ମିଣୀ ବାଇ ବିଷ୍ନୁ ଭେନ୍ ଖାଣ୍ଡେ ଏବଂ ଅନ୍ୟମାନେ – (୨୦୦୩) ୮ ଏସ୍.ସି.ସି. – ୫୩୭ ; ୨୦୦୩ (୬) ସୁପ୍ରିମ୍ – ୧୯୦) ।
ସୂଚୀରେ ଧାର୍ଯ୍ୟ କରାଯାଇଥିବା ଉତ୍ତରାଧିକାରୀଙ୍କ ମଧ୍ୟରେ, ଶ୍ରେଣୀ – ୧ରେ ଥିବା ବ୍ୟକ୍ତିମାନେ ସେହି ଏକା ସମୟରେ ଗ୍ରହଣ କରିବେ ଏବଂ ଅନ୍ୟାନ୍ୟ ଉତ୍ତରାଧିକାରୀଙ୍କର ବହିର୍ଭୂତକରଣରେ; ଶ୍ରେଣୀ – ୨ରେ ଉଲ୍ଲେଖିତ ପ୍ରଥମ ଅନ୍ତର୍ଭୁକ୍ତକାରଣରେ ଥିବା ବ୍ୟକ୍ତିମାନଙ୍କୁ ଦ୍ଵିତୀୟ ଅନ୍ତର୍ଭୁକ୍ତିକରଣରେ ଥିବା ବ୍ୟକ୍ତିମାନଙ୍କ ଅପେକ୍ଷା ପସନ୍ଦ କରାଯିବ; ଦ୍ଵିତୀୟ ଅନ୍ତର୍ଭୁକ୍ତିକରଣରେ ଥିବା ବ୍ୟକ୍ତିମାନଙ୍କୁ, ତୃତୀୟ ଅନ୍ତର୍ଭୁକ୍ତିକରଣରେ ଥିବା ବ୍ୟକ୍ତିମାନଙ୍କ ଅପେକ୍ଷା ପସନ୍ଦ କରାଯିବ ଏବଂ ଏହିପରିଭାବେ, ଉତ୍ତରାଧିକାରୀତ୍ଵ ଅନୁଯାୟୀ ।
ଦଲିଲ୍ ସଂପାଦନ ନକରି, ମୃତ କୌଣସି ବ୍ୟକ୍ତିର ସମ୍ପତ୍ତିକୁ, ସୂଚୀର ପ୍ରଥମ ଶ୍ରେଣୀ ଉତ୍ତରାଧିକାରୀଙ୍କ ମଧ୍ୟରେ , ନିମ୍ନଲିଖିତ ନିୟମାବଳୀ ସହିତ ସମନ୍ଵୟ ରକ୍ଷାକରି, ବିଭାଜନ କରାଯିବ ।
କୌଣସି ଦଲିଲ୍ ନକରି ମୃତ କୌଣସି ବ୍ୟକ୍ତିର ସମ୍ପତ୍ତି , ସୂଚୀର ଦ୍ଵିତୀୟ ଶ୍ରେଣୀରେ ଏକ ଅନ୍ତର୍ଭୁକ୍ତିକରଣରେ ଧାର୍ଯ୍ୟ ଉତ୍ତରାଧିକାରୀଙ୍କ ମଧ୍ୟରେ ବିଭାଜନ କରାଯିବ, ଯାହାଫଳରେ ସେମାନେ ସମାନ ଭାବେ ଅଂଶ ଗ୍ରହଣ କରିବେ ।
‘ଆଗ୍ ନେଟ୍ ’ କିମ୍ବା ‘କଗ୍ ନେଟ୍ ’ଙ୍କ ମଧ୍ୟରେ , ଉତ୍ତରାଧିକାରୀତ୍ଵର କ୍ରମାନ୍ଵୟତା, ନିମନ୍ତେ ଉଲ୍ଲେଖିତ ପସନ୍ଦ ନିୟମାବଳୀ ସହ ସମନ୍ଵୟ ରକ୍ଷାକରି , ସ୍ଥିର କରାଯିବ : -
ଟିପ୍ପଣୀ
ଯେଉଁ ସ୍ଥଳରେ ଛାଡପତ୍ର, ପରିତ୍ୟାଗର କାରଣ ଉପରେ ପର୍ଯ୍ୟବେସିତ ହୋଇଥାଏ ; ତାହା ଭରଣପୋଷଣକୁ ପ୍ରତ୍ୟାଖ୍ୟାନ କରିବା ନିମନ୍ତେ, ଏକ କାରଣ ହୋଇନପାରେ – (୨୦୦୦(୩) ଏସ୍.ସି.ସି. - ୧୮୦) ।
ସ୍ପଷ୍ଟୀକରଣ : -
ଏହି ଉପ - ଦଫାରେ, ‘ସମ୍ପତ୍ତି’ ଉଭୟ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିକୁ ଅନ୍ତର୍ଭୁକ୍ତକରେ, ଯାହାକି କୌଣସି ହିନ୍ଦୁ ମହିଳାଦ୍ଵାରା, ଉତ୍ତରାଧିକାରୀତ୍ଵରେ କିମ୍ବା ଉପାଦେୟରେ କିମ୍ବା କୌଣସି ବିଭାଜନରେ କିମ୍ବା ଭରଣପୋଷଣରେ ପରିବର୍ତ୍ତେ କିମ୍ବା ଭରଣପୋଷଣର ବକେୟାଭାବ କିମ୍ବା କୌଣସି ବ୍ୟକ୍ତିଠାରୁ ଦାନ ଭାବେ ଗ୍ରହଣ କରାଯାଇଥାଏ, ତାହା ଜଣେ ସଂପର୍କୀୟ ଭାବେ ହୋଇଥାଉ କିମ୍ବା ନାହିଁ ଏବଂ ତାହା ତାଙ୍କର ବିବାହ ସମୟରେ କିମ୍ବା ପରେ ହୋଇଥାଉ କିମ୍ବା ତାଙ୍କର ନିଜ ନିପୁଣତା ଯୋଗୁ କିମ୍ବା କ୍ରୟ ଦ୍ଵାରା କିମ୍ବା ସମୟର ଅତିବାହିତ ଦ୍ଵାରା କିମ୍ବା ଅନ୍ୟ କୌଣସି ଉପାୟରେ ହୋଇଥାଉ କିମ୍ବା ଏହି ଆଇନ୍ ର ଠିକ୍ ପ୍ରଚଳନ ପୂର୍ବରୁ ‘ସ୍ଵାଧୀନ’ ଭାବେ ଧାରଣ କରାଯାଇଥିବା ଏପରି କୌଣସି ସମ୍ପତ୍ତି।
ଟିପ୍ପଣୀ
ଦଫା ୧୪ର ପରିସର – (୧୯୮୯(୨) ଏସ୍.ସି.ସି. – ୨୯୨; ୧୯୮୫(୨) ଏସ୍.ସି.ସି. – ୩୭୦ ; ଏ.ଆଇ.ଆର୍. ୧୯୮୭ ସୁପ୍ରିମ୍ କୋର୍ଟ – ୧୪୯୩ ; ୧୯୯୦ (୧) ଏସ୍.ସି.ସି. – ୧; ଏ.ଆଇ.ଆର୍. ୧୯୮୭ ସୁପ୍ରିମ୍ କୋର୍ଟ – ୨୩୯୪ ; ୧୯୮୧ (୨) ଏସ୍.ସି.ସି. – ୧୨୧ ।
ଏହି ଆଇନ୍ ର ଦଫା ୧୪ରେ ‘ଦଖଲ’ ଅର୍ଥ , ଦଖଲ କରିବା ଅଧିକାର ଏବଂ ପ୍ରକୃତ ଦୈହିକ ଦଖଲ ନୁହେଁ - ଏ.ଆଇ.ଆର୍. ୧୯୯୬ ସୁପ୍ରିମ୍ କୋର୍ଟ – ୮୬୯ , ସାଲିସ୍ ଦ୍ଵାରା , ତାଙ୍କର (ମହିଳାର) ଭରଣପୋଷଣ ପରିବର୍ତ୍ତେ କୌଣସି ହିନ୍ଦୁ ମହିଳାଙ୍କୁ ଦିଆଯାଇଥିବା ସମ୍ପତ୍ତି ପ୍ରତି , ଦଫା ୧୪(୧) କୁ ଆକର୍ଷଣ କରାଯାଏ (ଏ.ଆଇ.ଆର୍. – ୧୯୯୬ ସୁପ୍ରିମ୍ କୋର୍ଟ – ୮୫୫ ; ଏ.ଆଇ.ଆର୍. ୧୯୯୬ ସୁପ୍ରିମ୍ କୋର୍ଟ - ୧୬୯୭ ) ।
ଦଖଲର ନୀତି ଏବଂ ଆଇନ୍ ର ଦଫା ୧୪ର ଉକ୍ତି ‘ଦଖଲ’ କୁ ଏହାର ବିସ୍ତାରୀତ ଅର୍ଥରେ ବ୍ୟାଖ୍ୟା କରାଯିବ, ଯାହାକି ଆଇନ୍ ରେ ସମସ୍ତ ପ୍ରକାର ଦଖଲକୁ ଅନ୍ତର୍ଭୁକ୍ତ କରିବ - (ଏ.ଆଇ.ଆର୍. ୧୯୬୭ ସୁପ୍ରିମ୍ କୋର୍ଟ – ୧୭୮୬; ଏ.ଆଇ.ଆର୍. ୧୯୯୬ ସୁପ୍ରିମ୍ କୋର୍ଟ – ୮୬୯; ଏ.ଆଇ.ଆର୍. ୧୯୯୪ ଗୌହାଟୀ – ୧୮ ; ଏ.ଆଇ.ଆର୍. ୧୯୭୬ ବମ୍ବେ – ୨୭୨; ଏ.ଆଇ.ଆର୍. ୧୫୫୯ ସୁପ୍ରିମ୍ କୋର୍ଟ – ୫୭୭; ଏ.ଆଇ.ଆର୍. ୧୯୬୨ ଆନ୍ଧ୍ରପ୍ରଦେଶ – ୩୬୮; ଏ.ଆଇ.ଆର୍. ୧୯୫୮ବମ୍ବେ - ୨୪୪) ।
ଯେଉଁ ସ୍ଥଳରେ ଅବିବାହିତା ଥିବା କନ୍ୟା, ତା’ର ପିତାଙ୍କ ମୃତ୍ୟୁ ତାରିଖରେ ଏକ ଅଂଶ ନିମନ୍ତେ ହକ୍ ଦାର୍ ହୋଇଥାଏ; ସେପରିସ୍ଥଳେ, ଏପରି ଅଧିକାରକୁ ପରେ ତା’ର ବିବାହ ଦ୍ଵାରା ନେଇ ନିଆଯାଇ ପାରିବ ନାହିଁ - (ଏ.ଆଇ.ଆର୍. ୧୯୯୯ କର୍ଣ୍ଣାଟକ - ୪୬) ।
ଯେଉଁସ୍ଥଳରେ କୌଣସି ହିନ୍ଦୁ ବିଧବା, ହିନ୍ଦୁ ଉତ୍ତରାଧିକାରୀତ୍ଵ ଆଇନ୍ , ୧୯୫୬ ବଳବତ୍ତର ହେବା ପୂର୍ବରୁ, ସମ୍ପତ୍ତିକୁ ହସ୍ତାନ୍ତରଣ କରିଥାଏ; ଏହା ଅବୈଧ ହୋଇଥାଏ ଏବଂ ତମାଦି ସମୟ ମଧ୍ୟରେ ଏପରି ହସ୍ତାନ୍ତରଣକୁ ଆହ୍ଵାନ କରିବା ନିମନ୍ତେ , ସମ୍ପତ୍ତି ପ୍ରାପ୍ତ ବ୍ୟକ୍ତିମାନଙ୍କୁ ଆବଶ୍ୟକ କରାଯିବ ନାହିଁ - (ନଲନ୍ ବନାମ ଭେଲାୟନ୍ କୁଦୁମ୍ବନ - ଏ.ଆଇ.ଆର୍. – ୨୦୦୧ ମାଡ୍ରାସ – ୬; ଏ.ଆଇ.ଆର୍. ୧୯୫୮ ମାଡ୍ରାସ – ୨୫୫ ; ଏ.ଆଇ.ଆର୍. ୧୯୫୮ ମାଡ୍ରାସ – ୪୫୯ ; ଏ.ଆଇ.ଆର୍. ୧୯୬୩ ମାଡ୍ରାସ - ୩୭ ; (୧୯୬୯) ୮୨ ‘ଲ’ ଉଇକ୍ ଲି – ୬୬୭ ଦ୍ରଷ୍ଟବ୍ୟ ) ।
ଏପରି ଯୁକ୍ତି ଏବଂ ସାକ୍ଷର ଅଭାବରେ ଯେ, ଏପରି ସମ୍ପତ୍ତିକୁ ଭରଣପୋଷଣ ବାବଦରେ ଦିଆଯାଇଛି ଏବଂ ଏହି ରାଏ ଯେ, ଏପରି ସମ୍ପତ୍ତିକୁ, ଭରଣପୋଷଣର ପରିବର୍ତ୍ତେ ଦିଆଯାଇଛି, ଯେଉଁ ଅଧିକାରକୁ ନ୍ୟାୟାଳୟ, ସଂପୂର୍ଣ୍ଣ ମାଲିକାନାରେ ପରିବର୍ଦ୍ଧନ କରିପାରନ୍ତି, ତାହା ଲିପିବଦ୍ଧ କରାଯାଇପାରିବ ନାହିଁ । ସେଥିପାଇଁ ସେ ସଂବନ୍ଧରେ ରାଏ ଲିପିବଦ୍ଧ କରିବା ତ୍ରୁଟି ଉଚ୍ଚନ୍ୟାୟାଳୟ କରିଛନ୍ତି ବୋଲି ଦର୍ଶାଯାଇଥିଲା – (ଗୁଲାବ ରାଓ ବଳବନ୍ତ ରାଓ ସିନ୍ଧେ ଏବଂ ଅନ୍ୟମାନେ – ୨୦୦୩ (୧)ଏସ୍.ସି.ସି. – ୨୧୨) ।
ଇଚ୍ଛାପତ୍ର ସଂପାଦକ ସମୟରେ, ଦଲିଲ୍ ସଂପାଦକକାରୀଙ୍କର ପ୍ରଥମ କନ୍ୟା ; ଜଣେ ସାବାଳକ ଥିଲା ଏବଂ ସେ ବିବାହ କରିଥିଲା । ଯଦି ପ୍ରକୃତରେ, ଦଲିଲ୍ ସଂପାଦନକାରୀ, ଉପକୃତଙ୍କୁ ଅଂଶ ଦେବା ନିମନ୍ତେ ଉଦ୍ଦେଶିତ ଥାଆନ୍ତେ, ତାହେଲେ ସେ ସମସ୍ତ ସମ୍ପତ୍ତି ରାମାମ୍ମାଙ୍କ ନିମନ୍ତେ ଉପଭୋଗ କରିବା ନିମନ୍ତେ, ସାରା ଜୀବନ ସ୍ଵାର୍ଥ ସୃଷ୍ଟିକରି ନଥାଆନ୍ତେ । ଏହି ବିଷୟ ଯେ , ଇଚ୍ଛାପତ୍ର , ନିର୍ଦ୍ଧିଷ୍ଟ ଭାବେ ଉଲ୍ଲେଖ କରିଥିଲା ଯେ, ରାମାମ୍ମା ତାଙ୍କର ଜୀବଦଶା ମଧ୍ୟରେ ସମସ୍ତ ସମ୍ପତ୍ତି ଉପଭୋଗ କରିବା ନିମନ୍ତେ ହକ୍ ଦାର୍ ଅଟନ୍ତି; ଏହା ଦର୍ଶାଇବା ନିମନ୍ତେ ଯଥେଷ୍ଟ ବୋଲି ଧରାଯାଇଥିଲା ଯେ, ପ୍ରଶ୍ନଗତ ସମ୍ପତ୍ତିକୁ, ତାଙ୍କର ଜୀବଦଶା ମଧ୍ୟରେ , ଭରଣପୋଷଣ ପରିବର୍ତ୍ତେ, ରାମାମ୍ମାଙ୍କୁ ଦିଆଯାଇଥିଲା ଏବଂ ଯେ, କେବଳ ତାଙ୍କର ମୃତ୍ୟୁ ପରେ , ଅଧିଲାର , ଯଦି କିଛିଥାଏ, ଇଚ୍ଛାପତ୍ର ଅନୁଯାୟୀ, ତାଙ୍କର କନ୍ୟାମାନଙ୍କ ଉପରେ ନ୍ୟସ୍ତ କରାଯିବ – (ଶ୍ରୀମତୀ ପାଲଚାରୀ ହେନୁମାୟାମ୍ମା ବନାମ ତାତିକାମାଲ୍ଲା କୋଟ୍ ଲିଙ୍ଗମ୍ (କନ୍ୟା), ଆଇନଗତ ପ୍ରତିନିଧି ଏବଂ ଅନ୍ୟମାନଙ୍କ ଦ୍ଵାରା – ଏ.ଆଇ.ଆର୍ ୨୦୦୧ ସୁପ୍ରିମ୍ କୋର୍ଟ - ୩୦୬୨)।
ଇଚ୍ଛାପତ୍ର ଅନୁଯାୟୀ, ଜଣେ ସଂପୂର୍ଣ୍ଣ ମାଲିକଭାବେ ସମ୍ପତ୍ତି ସହ କାରବାର କରିବା ନିମନ୍ତେ, ଜଣେ ବାଇଦୁର୍ଗୀଙ୍କର ଅଧିକାର ଏବଂ ତାହା ହସ୍ତାନ୍ତରଣ କରିବା ମଧ୍ୟ ପ୍ରଭାବିତ ହୋଇ ନଥିଲା କିମ୍ବା କଟକଣିତ ହୋଇନଥିଲା । ଏହା ସ୍ପଷ୍ଟଭାବେ ଉଲ୍ଲେଖ କରାଯାଇଥିଲା ଯେ, ସମସ୍ତ ଅର୍ଥ ଖର୍ଚ୍ଚ କରିବା ନିମନ୍ତେ ତାଙ୍କର ଅଧିକାର ରହିବ ଏବଂ ତାହା କେହି ପ୍ରଶ୍ନାୟୀତ କରିବେ ନାହିଁ ଏବଂ ସେ ଇଚ୍ଛାପତ୍ର ଦ୍ଵାରା, ସମସ୍ତ ସମ୍ପତ୍ତିକୁ ବିକ୍ରିକରି ପାରିବେ କିମ୍ବା ନ୍ୟସ୍ତ କରିପାରିବେ । ଏହାର ଫଳ ଏହା ହୋଇଥିଲା ଯେ,ବାଇଦୁର୍ଗୀଙ୍କର ମୃତ୍ୟୁପରେ, ଯଦି କୌଣସି ସମ୍ପତ୍ତି ଅଣହସ୍ତାନ୍ତରଣୀୟ କିମ୍ବା ନ୍ୟସ୍ତ କରାଯାଇନଥାଏ, ସେପରିସ୍ଥଳେ, ତାଙ୍କର ଗୃହୀତ ପୁତ୍ରର, ତା ଉପରେ ଅଧିକାର ରହିବ। ସେଥିପାଇଁ, ବିଚାରକାରୀ ନ୍ୟାୟାଳୟ ଦ୍ଵାରା ମଞ୍ଜୁର କରାଯାଇଥିବା ଏବଂ ଉଚ୍ଚ ନ୍ୟାୟାଳୟଙ୍କ ଦ୍ଵାରା ଦୃଢୀକରଣ କରାଯାଇଥିବା ରାଏ ଏବଂ ଡିକ୍ରୀକୁ ନାକଚ୍ କରାଯାଇଥିଲା –(ବ୍ରହ୍ମଚାରୀ ସନାତନ ଧର୍ମ ମହାମଣ୍ଡଳର ବନାମ କହ୍ନେୟାଲାଲ୍ ବାଗଲା ଏବଂ ଅନ୍ୟମାନେ–ଏ.ଆଇ.ଆର୍.୨୦୦୧ ସୁପ୍ରିମ୍ କୋର୍ଟ – ୩୭୯୯)।
ଯେତେବେଳେ କୌଣସି ବିଧବା, କୌଣସି ସହଭାଗୀ କିମ୍ବା ତାଙ୍କର ମୃତ ସ୍ଵାମୀଙ୍କର କୌଣସି ପୁରୁଷ ସନ୍ତାନର ହସ୍ତରେ, ଦଫା ୧୪ର ଉପ – ଦଫା (୧) ଅନୁଯାୟୀ ତା’ର ଅଧିକାର ଦାବୀକରେ , ଏବଂ ତାହା ଯୁଗ୍ମ ପରିବାର ସମ୍ପତ୍ତିରେ ତା’ର ସ୍ଵାମୀଙ୍କ ଅଂଶ ପରିମାଣରେ ପୂର୍ବ ସ୍ଥିତ ଭରଣପୋଷଣ ଅଧିକାର କାରଣ ଯୋଗୁଁ ହିଁ । ସେ ଏପରି କୌଣସି ଅଧିକାର ଅନ୍ୟ ସହ – ଭାଗୀଙ୍କ ଅଂଶରୁ ଦାବୀ କରି ପାରିବେ ନାହିଁ । ଯେଉଁଥିରେ ତାଙ୍କ ସ୍ଵାମୀଙ୍କର ଅଂଶର କୌଣସି ଚିହ୍ନ ନଥାଏ । ଏଣୁ , ଯୁଗ୍ମ ହିନ୍ଦୁ ପରିବାର ସମ୍ପତ୍ତିରେ , ସ୍ଵାମୀର ଅଧିକାର , ଉଲ୍ଲେଖ ସହିତ କେବଳମାତ୍ର ଏହା ଅର୍ଥାୟୀତ କରେ ଯେ , ତାଙ୍କ ସ୍ଵାମୀଙ୍କର ଅଂଶର ପରିମାଣ ପ୍ରତି ସେହି ସୀମିତ କୁହାଯାଉଥିବା ସୀମିତ ଅଧିକାର” – (ମନିନ୍ ଜପ୍ପା ଏବଂ ଅନ୍ୟମାନେ ବନାମ୍ ଆର୍.ମାନୁଆଲ୍ ଏବଂ ଅନ୍ୟ ଜଣେ - ଏ.ଆଇ.ଆର୍. ୨୦୦୧ ସୁପ୍ରିମ୍ କୋର୍ଟ – ୧୭୫୪ ) ।
ଦଫା – ୧୪ (୧) : ତାଙ୍କର ମୃତ ସ୍ଵାମୀଙ୍କର ସମ୍ପତ୍ତିରୁ ଭରଣପୋଷଣ କରିବା ପୂର୍ବ ଅଧିକାର ବଳରେ, ଯେହେତୁ ପ୍ରତିବାଦୀ , ମୋକଦ୍ଦମା ଜମିର ଦଖଲରେ ଅଛନ୍ତି ; ବିଦ୍ୟମାନ୍ ମୋକଦ୍ଦମାଟି , ଦଫା ୧୪(୧) ଦ୍ଵାରା ଆବୃତ ବୋଲି ଦର୍ଶାଯାଇଥିଲା । ସେଥିପାଇଁ , ଏହି ଆଇନ୍ ର ପ୍ରଚଳନ ପରେ, ପ୍ରତିବାଦୀ , ମୋକଦ୍ଦମା ସଂକ୍ରାନ୍ତୀୟ ଜମି ଉପରେ ସଂପୂର୍ଣ୍ଣ ମାଲିକ ହୋଇଥିଲା , ଏବଂ ଯେ , ଜଣେ ସଂପୂର୍ଣ୍ଣ ମାଲିକଭାବେ , ବିକ୍ରୀନିମନ୍ତେ ଚୁକ୍ତି ସଂପାଦନ କରିବାରେ ତାଙ୍କର କ୍ଷମତା ଅଛି – (ଭି. ମୁମୁସାମି (ମୃତ), ଆଇନଗତ ପ୍ରତିନିଧିଙ୍କ ଦ୍ଵାରା ବନାମ ଅଙ୍ଗମାଲ୍ ଏବଂ ଅନ୍ୟମାନେ - ଏ.ଆଇ.ଆର୍. ୨୦୦୨ ସୁପ୍ରିମ୍ କୋର୍ଟ – ୧୨୭୯ ) ।
କୌଣସି ଭାବେ ପ୍ରକୃତ ଅଧିଗ୍ରହଣ ବିନା , କୌଣସି ହିନ୍ଦୁ ମହିଳାର କେବଳମାତ୍ର ଭରଣପୋଷଣ ଅଧିକାର , ଦଫା 14କୁ ଆକର୍ଷଣ କରିବା ନିମନ୍ତେ ଯଥେଷ୍ଟ ନୁହେଁ । ଏପରି ଅଧିଗ୍ରହଣ ନିଶ୍ଚିତଭାବେ ଉତ୍ତରାଧିକାରୀତ୍ଵ ଦ୍ଵାରା କିମ୍ବା କୌଣସି ବିଭାଜନରେ କିମ୍ବା ଭରଣପୋଷଣ ବଦଳରେ କିମ୍ବା ଭରଣପୋଷଣ ବକେୟା ଭାବେ ହୋଇଥିବ କିମ୍ବା ଦାନ ଦ୍ଵାରା କିମ୍ବା ତାଙ୍କର ନିଜ ନିପୁଣତା ଦ୍ଵାରା କିମ୍ବା କ୍ରୟ ଦ୍ଵାରା କିମ୍ବା ସମୟ ଅତିବାହିତ ଦ୍ଵାରା ହୋଇଥିବ । (ରାମ ଆଇନ୍ ଗତ ପ୍ରତିନିଧି ଏବଂ ଅନ୍ୟମାନେ ବନାମ ଜନ୍ ନାଥ୍ ଏବଂ ଅନ୍ୟମାନେ – (୨୦୦୪)୯ ଏସ୍.ସି.ସି. – ୩୦୨) ।
ଟିପ୍ପଣୀ
ଦଫା ୧୫ (୧)(ଖ) ଅନୁଯାୟୀ କୌଣସି ହିନ୍ଦୁ ମହିଳାର କେଉଁମାନେ ଉତ୍ତରାଧିକାରୀ ଅଟନ୍ତି , ସେହି ସମୟରେ କେଉଁମାନେ ଉତ୍ତରାଧିକାରୀ ଥିଲେ ତାହା ସ୍ଥିର କରିବା ନିମନ୍ତେ , ସ୍ଵାମୀର ମୃତ୍ୟୁ ତାରିଖକୁ ଯିବା ଆବଶ୍ୟକ ନୁହେଁ । ସ୍ଵାମୀଙ୍କର ମୃତ୍ୟୁ ସମୟରେ , ଉତ୍ତରାଧିକାରୀଙ୍କୁ ନିଶ୍ଚିତ କରିବା ନୁହେଁ ; ମାତ୍ର ସ୍ତ୍ରୀର ମୃତ୍ୟୁ ସମୟରେ , କାରଣ ତା’ର (ଉକ୍ତ ମହିଳା)ର ମୃତ୍ୟୁ ସମୟରେ ହିଁ , ଉତ୍ତରାଧିକାରୀତ୍ଵ ଉନ୍ମୁକ୍ତ ହୋଇଥାଏ – (ସିଆଲକ୍ଷ୍ମୀ ଅମିଲ୍ ବନାମ ମୁଥୁ ଭେଙ୍କେଟା ରମନ୍ ଆୟଙ୍ଗାର – ଏ.ଆଇ.ଆର୍. ୧୯୯୮ ସୁପ୍ରିମ୍ କୋର୍ଟ – ୧୬୯୨; ୧୯୯୮ (୫) ଏସ୍.ସି.ସି. – ୩୬୮) । କୌଣସି ମହିଳା ହିନ୍ଦୁର ସମ୍ପତ୍ତି , ଦଫା ୧୫(୧)ରେ ପଡିପାରେ – ଭଗତ୍ ରାମ୍ ବନାମ ତେଜା ସିଂହ – ୧୯୯୯ (୪) ଏସ୍.ସି.ସି.- ୮୬) ।
ଯେଉଁ ସ୍ଥଳରେ କୌଣସି ହିନ୍ଦୁ ମହିଳା, ତାଙ୍କର ମାଆଙ୍କଠାରୁ ସମ୍ପତ୍ତି , ଉତ୍ତରାଧିକାରୀ ସୂତ୍ରେ ଗ୍ରହଣ କରିଥାଏ , ଏବଂ ମୃତ୍ୟୁବରଣ କରେ; ସେପରି ସ୍ଥଳେ ଏପରି ସମ୍ପତ୍ତି ତା’ର ଭଗିନୀ ଉପରେ ନ୍ୟସ୍ତ ହୁଏ । ଏହି ଆଇନ୍ ର ଦଫା ୧୫(୨) ଅନୁଯାୟୀ, ତାଙ୍କର ପୂର୍ବ ମୃତ ସ୍ଵାମୀଙ୍କର ଉତ୍ତରାଧିକାରୀଙ୍କ ଉପରେ ନୁହେଁ – (ଭଗତ୍ ରାମ୍ ,ଆଇନଗତ ପ୍ରତିନିଧିମାନେ ବନାମ ଆୟା ସିଂହ - ଏ.ଆଇ.ଆର୍. ୧୯୯୯ ସୁପ୍ରିମ୍ କୋର୍ଟ - ୯୪୪) ।
କୌଣସି ମହିଳା ହିନ୍ଦୁ କିମ୍ବା ହିନ୍ଦୁ ମହିଳାର ନିଃସନ୍ତାନଭାବେ ମୃତକ୍ଷେତ୍ରରେ , ତାଙ୍କ ପିତାଙ୍କ ଠାରୁ ଗୃହୀତ ସମ୍ପତ୍ତି , ତାଙ୍କ ପିତାଙ୍କର ଠାରୁ ଗୃହୀତ ସମ୍ପତ୍ତି , ତାଙ୍କ ପିତାଙ୍କର ଉତ୍ତରାଧିକାରୀଙ୍କ ଉପରେ ନ୍ୟସ୍ତହେବ ଏବଂ ତାଙ୍କ ସ୍ଵାମୀଙ୍କ ଉପରେ ନୁହେଁ କିମ୍ବା ତାଙ୍କର ଶ୍ଵଶୁର ପରିବାର ଉପରେ ନୁହେଁ (ଅନାଦି ଲାଲ୍ ଝରିଆ ବନାମ୍ ରାମଲାଲ୍ ଝରିଆ – ଏ.ଆଇ.ଆର୍. ୨୦୧୦ ମଧ୍ୟପ୍ରଦେଶ – ୨୧) ।
ଦଫା ୧୫(୨): ଏହି ଆଇନ୍ ର ବର୍ତ୍ତମାନ ଦଫା ୧୫କୁ , ଦଫା ୧୬ ସହିତ ଗଠନ କରାଯିବ , ଯାହାକି ସମ୍ପତ୍ତିର ଉତ୍ତରାଧିକାରୀତ୍ଵର ଏକ ନୂତନ କ୍ରମାନ୍ଵୟ ବାହାର କରିଛି , ଏବଂ ବିତରଣର ପଦ୍ଧତିକୁ ନିୟନ୍ତ୍ରଣ କରେ । ତାଙ୍କର ପିତା କିମ୍ବା ମାତାଙ୍କ ଠାରୁ କୌଣସି ହିନ୍ଦୁ ମହିଳା ଦ୍ଵାରା ଉତ୍ତରାଧିକାରୀ ସୂତ୍ରେ ଗୃହୀତ ସମ୍ପତ୍ତି କ୍ଷେତ୍ରରେ , ଉତ୍ତରାଧିକାରୀତ୍ଵର କାର୍ଯ୍ୟକାରୀତାର କ୍ରମାନ୍ଵୟ, କୌଣସି ପୂର୍ବ ମୃତ ପୁତ୍ର କିମ୍ବା କନ୍ୟାର କୌଣସି ପୁତ୍ର , କୌଣସି କନ୍ୟା କିମ୍ବା ସନ୍ତାନକୁ ଛାଡିବା ବିନା , ତାଙ୍କର ମୃତ୍ୟୁ କ୍ଷେତ୍ରରେ , ଆବଦ୍ଧ ଥାଏ , - (ଦଣ୍ଡପାଣି ଛେତାର ବନାମ ବାଳସୁବ୍ରମଣିୟନ୍ ଛେତାର (ମୃତ) ଆଇନଗତ ପ୍ରତିନିଧି ଏବଂ ଅନ୍ୟମାନଙ୍କ ଦ୍ଵାରା - (୨୦୦୩) ୬ ଏସ୍.ସି.ସି. – ୬୩୩ (୬୩୮) ।
ଦଫା ୧୫ରେ ଉଲ୍ଲେଖିତ ଉତ୍ତରାଧିକାରୀଙ୍କ ମଧ୍ୟରେ , ଉତ୍ତରାଧିକାରୀତ୍ଵର କ୍ରମାନ୍ଵୟ ଏବଂ ଉକ୍ତ ଉତ୍ତରାଧିକାରୀଙ୍କ ମଧ୍ୟରେ ମୃତ ବ୍ୟକ୍ତିର ସମ୍ପତ୍ତିର ବିତରଣ , ନିମ୍ନଲିଖିତ ନିୟମାବଳୀ ଅନୁଯାୟୀ କରାଯିବ ; ଯଥା : -
ସେହି ବ୍ୟକ୍ତିମାନଙ୍କ ସଂବନ୍ଧରେ ଦଫା ୮,୧୦,୧୫ ଏବଂ ୨୩ର ବ୍ୟବସ୍ଥାବଳୀର ପ୍ରଭାବ ରହିବ , ଯେଉଁମାନେ କି ମାରୁମାକାତାୟାମ୍ ଆଇନ୍ କିମ୍ବା ଆଲିୟା ସାନ୍ତନା ଆଇନ୍ ଦ୍ଵାରା ପରିଚାଳିତ ହୋଇଥାଆନ୍ତେ ଯଦି ଏହି ଆଇନ୍ ମଞ୍ଜୁର କରାଯାଇ ନଥାଆନ୍ତା , ଯେପରିକି –
“(ଗ)- ତୃତୀୟରେ , ଯଦି ଏହି ଦୁଇଟି ଶ୍ରେଣୀରୁ କୌଣସିଟିରେ , କୌଣସି ଉତ୍ତରାଧିକାରୀ ନଥାଆନ୍ତି; ତାହେଲେ ତାଙ୍କର ସଂପର୍କୀୟଙ୍କ ଉପରେ , ସେ ‘ ଆଗ୍ ନେଟ୍ ’ କିମ୍ବା ‘କଗ୍ ନେଟ୍’ ଯୋୟଥାଆନ୍ତୁ ;
ଆଧାର – ଲଅ ହାଉସ
Last Modified : 9/1/2023