অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହିନ୍ଦୁ ଉତ୍ତରାଧିକାର ଆଇନ,୧୯୫୬(ବ୍ୟାଜ୍ୟାପ୍ତି)

ହିନ୍ଦୁ ଉତ୍ତରାଧିକାର ଆଇନ,୧୯୫୬(ବ୍ୟାଜ୍ୟାପ୍ତି)

ଉତ୍ତରାଧିକାରୀଙ୍କର   ଅକୃତକାର୍ଯ୍ୟତା  (ନିୟମ ୨୯)

ଯଦି  କୌଣସି  ସମ୍ପତ୍ତିର  ମାଲିକ, ମୃତ୍ୟୁ  ସମୟରେ  ଏହି  ଆଇନ୍ ର  ବ୍ୟବସ୍ଥାବଳୀ  ସହ ସମନ୍ଵୟ  ରକ୍ଷାକରି  ତାଙ୍କ  ସମ୍ପତ୍ତିର  ଉତ୍ତରାଧିକାରୀ  ହେବା  ନିମନ୍ତେ  କୌଣସି  ଯୋଗ୍ୟ   ଉତ୍ତରାଧିକାରୀଙ୍କୁ  ଛାଡିଯାଇ  ନଥାଆନ୍ତା  । ସେପରିସ୍ଥଳେ  ଏପରି ସମ୍ପତ୍ତି  ସରକାର ଏହି ସମ୍ପତ୍ତିକୁ , ସମସ୍ତ  ଦାୟିତ୍ଵର  ନିୟନ୍ତ୍ରଣାଧିନରେ , ଗ୍ରହଣ  କରିବେ, ଯେଉଁଥିପ୍ରତି  ଜଣେ  ଉତ୍ତରାଧିକାରୀ  ନିୟନ୍ତ୍ରିତ  ହୋଇଥାଆନ୍ତା ।

ସହଭାଗୀତା  ସମ୍ପତ୍ତିରେ  କନ୍ୟାମାନଙ୍କ  ପ୍ରତି  ସମ୍ମାନ   ଅଧିକାର (ନିୟମ ୨୯ (କ))

ଏହି  ଆଇନ୍ ର  ଦଫା – ୬ରେ  ଧାରୀତ  କୌଣସି  ବିଷୟ  ସତ୍ତ୍ୱେ : -

  1. ମିତାକ୍ଷରା  ଆଇନ୍  ଦ୍ଵାରା  ପରିଚାଳିତ  କୌଣସି  ଯୁଗ୍ମ  ହିନ୍ଦୁ  ପରିବାରରେ   ଜଣେ  ସହଭାଗୀର  କନ୍ୟା, ଜନ୍ମ  ଦ୍ଵାରା, ସେହିପରିଭାବେ  ନିଜର  ଅଧିକାର  ଅନୁଯାୟୀ  ଜଣେ  ସହଭାଗୀ  ହୁଅନ୍ତି , ଯେପରି  ପୁତ୍ର  ଅଟେ  ଏବଂ  ସହଭାଗୀ  ସମ୍ପତ୍ତିରେ  ସେହିପରି  ଅଧିକାର  ରୁହେ  ଯେପରି  ତା’ର  (ଉକ୍ତ କନ୍ୟର) ହୋଇଥାଆନ୍ତା , ଯଦି ସେ  ଏକ  ପୁତ୍ର  ହୋଇଥାଆନ୍ତା  ଏବଂ  ଏହା  ସହିତ  ଜୀବିତାବସ୍ଥା  ଦ୍ଵାରା  ଦାବୀ  ପ୍ରତି  ଅଧିକାର  ରହିବ  ଏବଂ  କୌଣସି  ପୁତ୍ର  ପରି  ସେ  ସଂବନ୍ଧରେ  ସେହିପରି  ଦାୟିତ୍ଵ  ଏବଂ ଅକ୍ଷମତାର  ନିୟନ୍ତ୍ରଣାଧିନ  ହେବେ  ।
  2. ଏପରି  ଏକ  ଯୁଗ୍ମ  ହିନ୍ଦୁ  ପରିବାରରେ  କୌଣସି  ବିଭାଜନରେ  ସମଭାଗୀ   ସମ୍ପତ୍ତିକୁ  ଏପରିଭାବେ  ବିଭକ୍ତ  କରାଯିବ, ଯେପରି  କୌଣସି  କନ୍ୟାକୁ  ସେହି  ଏକା  ଅଂଶ  ଆବଣ୍ଟନ  କରାଯିବ, ଯେପରି  କୌଣସି  ପୁତ୍ରକୁ  ଆବଣ୍ଟନୀୟ  ଅଟେ;
  3. ଉଲ୍ଲେଖଥାଉ ଯେ , ସେହି  ଅଂଶ  ଯାହାକୁ  କୌଣସି  ପୂର୍ବ – ମୃତ  ପୁତ୍ର  କିମ୍ବା  କୌଣସି  ପୂର୍ବ – ମୃତ  କନ୍ୟା, ଏପରି  ବିଭାଜନରେ  ପାଇଥାଆନ୍ତା, ଯଦି ସେ  କିମ୍ବା  (କନ୍ୟା) ଏପରି  ବିଭାଜନ  ସମୟରେ  ଜୀବିତ  ଥାଆନ୍ତା, ତାହା, ଏପରି  ପୂର୍ବ – ମୃତର  ପୁତ୍ର  କିମ୍ବା  ପୂର୍ବ – ମୃତ  କନ୍ଯାର  ଜୀବିତ  ସନ୍ତାନକୁ  ଆବଣ୍ଟନ  କରାଯିବ;

    ଆହୁରି  ଉଲ୍ଲେଖଥାଉ ଯେ, ଯେଉଁ  ଅଂଶ , କୌଣସି  ପୂର୍ବ – ମୃତ  ପୁତ୍ର  କିମ୍ବା  ପୂର୍ବ – ମୃତ  କନ୍ୟାର, ପୂର୍ବ – ମୃତ  ସନ୍ତାନକୁ  ଆବଣ୍ଟନୀୟ  ଅଂଶ, ଯଦି  ଏପରି  ବିଭାଜନ  ସମୟରେ   ଜୀବିତ  ଥାଆନ୍ତା, ତାହା  ଏପରି  ପୂର୍ବ – ମୃତ ପୁତ୍ର କିମ୍ବା  ପୂର୍ବ – ମୃତ  କନ୍ୟାର  ଏପରି  ପୂର୍ବ – ମୃତ ସନ୍ତାନକୁ  ଆବଣ୍ଟନ  କରାଯିବ  ।

  4. କୌଣସି  ସମ୍ପତ୍ତି, ଯେଉଁଥିପ୍ରତି  କୌଣସି  ହିନ୍ଦୁ – ମହିଳା, ଧାରା (୧) ର  ବ୍ୟବସ୍ଥାବଳୀ  ବଳରେ ହକ୍ ଦାର୍  ହୋଇଥାଆନ୍ତି, ତାହା  ସହଭାଗୀତା ମାଲିକାନାର   ସମସ୍ତ  ସତ୍ଵ  ସହିତ  ତାଙ୍କ  ଦ୍ଵାରା  ଧାରୀତ   ହେବ ଏବଂ ତାହା , ଏହି  ଆଇନ୍ ରେ  କିମ୍ବା  ସେତେବେଳେ  ବଳବତ୍ତର  ଥିବା  ଅନ୍ୟ  କୌଣସି  ଆଇନ୍ ରେ   ଧାରୀତ   କୌଣସି  ବ୍ୟବସ୍ଥା  ସତ୍ତ୍ୱେ , ସେପରି  ସମ୍ପତ୍ତି  ଭାବେ ବିବେଚିତ  ହେବ , ଯାହାକି  ଇଚ୍ଛାପତ୍ର  କିମ୍ବା  ଅନ୍ୟ  ଦଲିଲୀୟ  ହସ୍ତାନ୍ତରଣ  ଦ୍ଵାରା  ହସ୍ତାନ୍ତରଣ  କରାଯାଇପାରିବ   ।
  5. ଏହି  ଅଧ୍ୟାୟର  କୌଣସି  ବ୍ୟବସ୍ଥା , ହିନ୍ଦୁ  ଉତ୍ତରାଧିକାରୀତ୍ଵ (ତାମିଲନାଡୁ  ସଂଶୋଧନ) ଆଇନ୍ , ୧୯୮୯ର  ପ୍ରଚଳନ  ତାରିଖ  ପୂର୍ବରୁ  ବିବାହିତ  କୌଣସି  କନ୍ୟା  ପ୍ରତି  ପ୍ରୟୋଗ  ହେବ  ନାହିଁ   ।
  6. ଧାରା (୨)ରେ  ଥିବା  କୌଣସି  ବ୍ୟବସ୍ଥା , କୌଣସି  ବିଭାଜନ   ପୂର୍ବରୁ  କିମ୍ବା  ସମୟରେ  ବିବାହିତା  କୌଣସି  କନ୍ୟା ପ୍ରତି   ପ୍ରୟୋଗ  ହେବ  ନାହିଁ , ଯାହାକି  ହିନ୍ଦୁ  ଉତ୍ତରାଧିକାରୀତ୍ଵ  (ଆନ୍ଧ୍ରପ୍ରଦେଶ  ସଂଶୋଧନ) ଆଇନ୍ ୧୯୮୬ର  ପ୍ରାରମ୍ଭ  ପୂର୍ବରୁ  କରାଯାଇଥିଲା  ।

ମୃତ୍ୟୁପରେ, ଜୀବିତାବସ୍ଥାରେ   ଦ୍ଵାରା  ସ୍ଵାର୍ଥ  ନ୍ୟସ୍ତ  ହେବ ( ନିୟମ ୨୯ (ଖ))

ଯେତେବେଳେ  କୌଣସି  ହିନ୍ଦୁ – ମହିଳା, ହିନ୍ଦୁ  ଉତ୍ତରାଧିକାରୀତ୍ଵ  (ତାମିଲନାଡୁ  ସଂଶୋଧନ)ଆଇନ୍ , ୧୯୮୯ର  ପ୍ରଚଳନ ତାରିଖରେ  ମୃତ୍ୟୁ  ବରଣ  କରେ ଏବଂ  ମୃତ୍ୟୁ  ସମୟରେ  କୌଣସି  ମିତାକ୍ଷର  ସହଭାଗୀତା  ସମ୍ପତ୍ତିରେ , ଦଫା – ୨୯ – ‘କ’ ର  ବ୍ୟବସ୍ଥାବଳୀ  ବଳରେ  ଏକ  ସ୍ଵାର୍ଥ  ନିହିତ ଥାଏ , ସେପରିସ୍ଥଳେ  ଏପରି  ସମ୍ପତ୍ତିରେ , ତା’ର  ସ୍ଵାର୍ଥ , ସହଭାଗୀତାର  ଜୀବିତ  ସଦସ୍ୟମାନଙ୍କ  ଉପରେ  ନ୍ୟସ୍ତ ହେବ  ଏବଂ  ଏହି  ଆଇନ୍  ଅନୁଯାୟୀ ନୁହେଁ ;

ଉଲ୍ଲେଖଥାଉଯେ , ଯଦି  ମୃତକ , କୌଣସି  ସନ୍ତାନକୁ  କିମ୍ବା  କୌଣସି  ପୂର୍ବ – ମୃତ  ସନ୍ତାନର , ସନ୍ତାନକୁ  ଛାଡି  ଯାଇଥାଆନ୍ତା, ସେପରିସ୍ଥଳେ , ମିତାକ୍ଷର  ସହଭାଗୀତା  ସମ୍ପତ୍ତିରେ  ମୃତକର   ସ୍ଵାର୍ଥ , ଦଲିଲୀୟ  କିମ୍ବା  ‘ଇଣ୍ଟେଷ୍ଟେଟ୍ ’ ଉତ୍ତରାଧିକାରୀତ୍ଵ   ଦ୍ଵାରା   ନ୍ୟସ୍ତ କରାଯିବ  ଏବଂ  ତାହା  ଏହି ଆଇନ୍ ଅନୁଯାୟୀ ଏବଂ  ଜୀବିତାବସ୍ଥା  ଦ୍ଵାରା  ନୁହେଁ  ।

ସ୍ପଷ୍ଟୀକରଣ – ୧

ଏହି  ଦଫା ଉଦ୍ଦେଶ୍ୟରେ , ଜଣେ ହିନ୍ଦୁ – ମହିଳା  ମିତାକ୍ଷର  ସହଭାଗୀର  ସ୍ଵାର୍ଥକୁ , ସମ୍ପତ୍ତିରେ   ସେହି  ଅଂଶ  ଭାବେ  ଧରାଯିବ, ଯାହାକି   ତାକୁ  ଆବଣ୍ଟିତ  ହୋଇଥାଆନ୍ତା, ଯଦି  ତାଙ୍କର  ମୃତ୍ୟୁର  ଠିକ୍  ପୂର୍ବରୁ   ସମ୍ପତ୍ତିର  ବିଭାଜନ  ହୋଇଥାଆନ୍ତା, ଏବଂ  ତାହା  ଏହି  ବିଷୟ  ସତ୍ତ୍ୱେ  ଯେ, ସେ  ବିଭାଜନ  ଦାବୀ  କରିବା   ନିମନ୍ତେ  ହକ୍ ଦାର୍  ହୋଇଥାଉ  କିମ୍ବା  ନାହିଁ  ।

ସ୍ପଷ୍ଟୀକରଣ – ୨

ଏହି  ଦଫା ପ୍ରତିବନ୍ଧରେ  ପ୍ରତି , ଧାରୀତ  କୌଣସି  ବ୍ୟବସ୍ଥାକୁ , କୌଣସି  ବ୍ୟକ୍ତିକୁ  ସକ୍ଷମ  କରେ ବୋଲି ବ୍ୟାଖ୍ୟା  କରାଯିବ  ନାହିଁ , ଯେକି  ମୃତକର  ମୃତ୍ୟୁ  ପୂର୍ବରୁ  ନିଜକୁ  ଏପରି   ସହଭାଗୀତାରୁ  ପୃଥକ୍  ରଖିଥିଲେ  କିମ୍ବା  ତାଙ୍କର  କୌଣସି  ଉତ୍ତରାଧିକାରୀ , ସେଥିରେ  ଉଲ୍ଲେଖିତ  ସ୍ଵାର୍ଥରେ  କୌଣସି  ଅଂଶ  ଦାବୀ  କରିବେ  ନାହିଁ   ।

କେତେକ  ନିର୍ଦ୍ଧିଷ୍ଟ  କ୍ଷେତ୍ରରେ  ସମ୍ପତ୍ତି  ଅଧିଗ୍ରହଣ  କିମ୍ବା  ଗ୍ରହଣର, ପସନ୍ଦଯୋଗ୍ୟ   ଅଧିକାର ( ନିୟମ ୨୯ (ଗ))

  1. ଯେଉଁ  ସ୍ଥଳରେ  ହିନ୍ଦୁ  ଉତ୍ତରାଧିକାରୀତ୍ଵ (ତାମିଲନାଡୁ  ସଂଶୋଧନ) ଆଇନ୍ , ୧୯୮୯ର  ପ୍ରଚଳନ ତାରିଖ  ପରେ, କୌଣସି  ମୃତକର  ସ୍ଥାବର  ସମ୍ପତ୍ତିରେ  କିମ୍ବା  ତାଙ୍କ  ଦ୍ଵାରା  ପରିଚାଳିତ  କୌଣସି  ବ୍ୟବସାୟରେ  କୌଣସି  ସ୍ଵାର୍ଥ, ତାହା  ଏକାକୀ  ଭାବେ  କିମ୍ବା  ଅନ୍ୟ  ସହ  ସମ୍ମିଶ୍ରିତ  ଭାବେ  ହୋଇଥାଉ, ତାହା  ଦୁଇ  କିମ୍ବା  ଅଧିକ ଉତ୍ତରାଧିକାରୀଙ୍କ ଉପରେ, ଦଫା ୨୯ – ‘କ’ କିମ୍ବା  ୨୯ – ‘ଖ’  ଅନୁଯାୟୀ  ନ୍ୟସ୍ତ  ହେବ  ଏବଂ  ଯଦି  ଏପରି  ଉତ୍ତରାଧିକାରୀଙ୍କ  ମଧ୍ୟରୁ  ଜଣେ, ତାଙ୍କର  ଏପରି  ସମ୍ପତ୍ତି  କିମ୍ବା  ବ୍ୟବସାୟରେ  ଥିବା  ସ୍ଵାର୍ଥକୁ  ହସ୍ତାନ୍ତର  କରିବାକୁ  ଚାହାଁନ୍ତି , ସେପରିସ୍ଥଳେ  ଅନ୍ୟ  ଉତ୍ତରାଧିକାରୀଙ୍କର ଏପରି  ହସ୍ତାନ୍ତର  ହେବାକୁ  ଥିବା  ପ୍ରସ୍ତାବିତ୍  ସ୍ଵାର୍ଥ  ଅଧିଗ୍ରହଣ  କିମ୍ବା  ଗ୍ରହଣ  କରିବା  ନିମନ୍ତେ ପସନ୍ଦଯୋଗ୍ୟ   ଅଧିକାର  ରହିବ   ।
  2. ଏହି ଦଫା  ଅନୁଯାୟୀ , ସେହି  ବଏନା  ଯେଉଁଥି  ନିମନ୍ତେ  ମୃତକର  ସମ୍ପତ୍ତିରେ କୌଣସି  ସ୍ଵାର୍ଥ  ହସ୍ତାନ୍ତରଣୀୟ  ହୋଇପାରେ, ପକ୍ଷମାନଙ୍କ  ମଧ୍ୟରେ  କୌଣସି  ଚୁକ୍ତିର   ଅନୁପସ୍ଥିତିରେ , ଏକ  ଆବେଦନପତ୍ର  ପ୍ରଦାନରେ , ନ୍ୟାୟାଳୟ  ଦ୍ଵାରା  ସ୍ଥିର   କରାଯିବ  ଏବଂ  ଯଦି  ଏପରି  ସ୍ଵାର୍ଥ  ଗ୍ରହଣ  କରିବା  ନିମନ୍ତେ  ପ୍ରସ୍ତାବ  କରିଥିବା  କୌଣସି  ବ୍ୟକ୍ତି , ଏପରି  ଦାବୀ  କରାଯାଇଥିବା   ବଏନା  ନିମନ୍ତେ  ତାହା  ଅଧିଗ୍ରହଣ  କରିବା  ନିମନ୍ତେ  ଇଚ୍ଛୁକ  ନଥାଆନ୍ତି, ତାହେଲେ  ଉକ୍ତ  ବ୍ୟକ୍ତି, ଏପରି  ଆବେଦନ  ପତ୍ରର  ସମସ୍ତ  ଖର୍ଚ୍ଚ  କିମ୍ବା  ଆନୁସଂଗୀକ  ଖର୍ଚ୍ଚ  ବହନ  କରିବା  ନିମନ୍ତେ  ଦାୟୀ  ରହିବେ   ।
  3. ଯଦି  ଏହି  ଦଫା  ଅନୁଯାୟୀ, କୌଣସି  ସ୍ଵାର୍ଥକୁ  ଗ୍ରହଣ   କରିବା  ନିମନ୍ତେ , ଦୁଇ  କିମ୍ବା  ଅଧିକ  ଉତ୍ତରାଧିକାରୀ  ପ୍ରସ୍ତାବିତ୍  କରନ୍ତି, ସେପରିସ୍ଥଳେ  ଏପରି  ହସ୍ତାନ୍ତରଣ  ନିମନ୍ତେ  ସର୍ବାଧିକ  ବଏନା  ଅର୍ପଣ  କରିଥିବା  ଉତ୍ତରାଧିକାରୀଙ୍କୁ   ପସନ୍ଦ  ଜରାଯିବ   ।

ସ୍ପଷ୍ଟୀକରଣ

ଏହି  ଦଫାରେ, ‘ନ୍ୟାୟାଳୟ’ ଅର୍ଥ, ସେହି  ନ୍ୟାୟାଳୟ, ଯାହାର  କର୍ତ୍ତୁତ୍ଵାଧିନ  ଅଞ୍ଚଳ   ମଧ୍ୟରେ  ସ୍ଥାବର   ସମ୍ପତ୍ତି ସ୍ଥିତ  କିମ୍ବା  ବ୍ୟବସାୟ  ପରିଚାଳନା  କରାଯାଏ, ଏବଂ  ଏହା ଅନ୍ୟ  କୌଣସି  ନ୍ୟାୟାଳୟକୁ  ଅନ୍ତର୍ଭୁକ୍ତ  କରେ, ଯାହାକି  ରାଜ୍ୟସରକାର, କାର୍ଯ୍ୟାଳୟ  ଗେଜେଟ୍ ରେ   ଏ  ସଂବନ୍ଧରେ  ଧାର୍ଯ୍ୟ  କରିପାରନ୍ତି   ।

ଆଧାର – ଲଅ ହାଉସ

Last Modified : 1/18/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate