অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହିନ୍ଦୁ ଉତ୍ତରାଧିକାରୀତ୍ଵ (ସଂଶୋଧନ) ଆଇନ୍ ୨୦୦୫

ହିନ୍ଦୁ ଉତ୍ତରାଧିକାରୀତ୍ଵ (ସଂଶୋଧନ) ଆଇନ୍ ୨୦୦୫

ଆଇନ୍ ସଂଖ୍ୟା ୩୯/୨୦୦୫

ହିନ୍ଦୁ  ଉତ୍ତରାଧିକାରୀତ୍ଵ  ଆଇନ୍, ୧୯୫୬କୁ  ଅଧିକ  ସଂଶୋଧନ କରିବା  ନିମନ୍ତେ, ଏକ  ଆଇନ୍ ଭାରତୀୟ  ଗଣତନ୍ତ୍ରର ଛପନତମ ବାର୍ଷିକୀରେ ପାର୍ଲାମେଣ୍ଟ ଦ୍ଵାରା ନିମ୍ନଭାବେ ଆଇନ୍ ରେ ପରିଣତହେଲା : -

  1. ସଂକ୍ଷିପ୍ତ, ଆଖ୍ୟା  ଏବଂ  ପ୍ରାରମ୍ଭ
    • ଏହି  ଆଇନ୍ କୁ, ହିନ୍ଦୁ  ଉତ୍ତରାଧିକାରୀତ୍ଵ (ସଂଶୋଧନ) ଆଇନ୍, ୨୦୦୫ ବୋଲି  କୁହାଯିବ;
    • ଏହା  ଏପରି  ତାରିଖ ରୁ  ବଳବତ୍ତର  ହେବ, ଯେପରି  କେନ୍ଦ୍ର  ସରକାର, କାର୍ଯ୍ୟାଳୟ ଗେଜେଟ୍ ରେ, ବିଜ୍ଞପ୍ତି  ଦ୍ଵାରା ସ୍ଥିର  କରିବେ।
  2. ଦଫା୪ର  ସଂଶୋଧନ - ହିନ୍ଦୁ  ଉତ୍ତରାଧିକାରୀତ୍ଵ  ଆଇନ୍, ୧୯୫୬ (୩୦/୧୯୫୬) (ଏତତ୍ ପରେ  ମୁଖ୍ୟ  ଆଇନ୍ ଭାବେ  ଉଲ୍ଲେଖିତ ) ରେ, ଦଫା ୪ରେ, ଇଉପିଏ – ଦଫା (୨) କୁ   ବାଦ୍ ଦିଆଯିବ ।
  3. ଦଫା ୬ ନିମନ୍ତେ, ନୂତନ ଦଫାର  ପରିବର୍ତ୍ତନ – ମୂଳ ଆଇନ୍ ର ଦଫା  ୬ନିମନ୍ତେ, ନିମ୍ନ  ଦଫାକୁ ପ୍ରତିବଦଳ  କରାଯିବ; ଯଥା : -

“ସହଭାଗୀତା ସମ୍ପତ୍ତିରେ, ସ୍ଵାର୍ଥର  ନ୍ୟସ୍ତିକରଣ ”

  1. ହିନ୍ଦୁ  ଉତ୍ତରାଧିକାରୀତ୍ଵ  (ସଂଶୋଧନ) ଆଇନ୍ , ୨୦୦୫ର ପ୍ରଚଳନ  ତାରିଖରୁ  ମିତାକ୍ଷରା  ଆଇନ୍  ଦ୍ଵାରା  ପରିଚାଳିତ  କୌଣସି  ଯୁଗ୍ମ  ହିନ୍ଦୁ  ପରିବାରରେ , କୌଣସି  ସହଭାଗୀର କନ୍ୟା : -
    • ଜନ୍ମଦ୍ଵାରା, ତାଙ୍କ  ନିଜ  ଅଧିକାରରେ  ସେପରି  ଭାବେ  ଜଣେ  ସହଭାଗୀ  ହୁଏ, ଯେପରି  ପୁତ୍ର  ଅଟେ;
    • ସହଭାଗୀ  ସମ୍ପତ୍ତିରେ  ଅଧିକାର  ରହିବ , ଯାହାକି  ତାଙ୍କର  ଥାଆନ୍ତା, ଯଦି  ସେ  ଜଣେ  ପୁତ୍ର  ହୋଇଥାଆନ୍ତା;
    • ଜଣେ  ପୁତ୍ର  ପରି, ଉକ୍ତ  ସହଭାଗୀ  ସମ୍ପତ୍ତି  ସଂବନ୍ଧରେ, ସେହି  ପ୍ରକାର  ଦାୟୀତ୍ଵର  ନିୟନ୍ତ୍ରଣାଧିନ  ହେବ ।

    ଏବଂ କୌଣସି  ହିନ୍ଦୁ  ମିତାକ୍ଷରା  ସହଭାଗୀ  ପ୍ରତି  କୌଣସି  ଉଲ୍ଲେଖକୁ, କୌଣସି  ସହଭାଗୀର   କୌଣସି  କନ୍ୟା  ପ୍ରତି  ଏକ  ଉଲ୍ଲେଖକୁ  ଅନ୍ତର୍ଭୁକ୍ତ  କରେ  ବୋଲି  ଧରାଯିବ ।

    ଉଲ୍ଲେଖଥାଉ ଯେ, ଏହି  ଉପ – ଦଫାରେ  ଧାରୀତ କୌଣସି  ବ୍ୟବସ୍ଥା, କୌଣସି  ଡିକ୍ରୀ  କିମ୍ବା  ହସ୍ତାନ୍ତରଣକୁ  ଅବୈଧ କରିବାର   ପ୍ରଭାବ  ରହିବ  ନାହିଁ, ଏବଂ  ତା  ସହିତ   କୌଣସି  ବିଭାଜନ  କିମ୍ବା  ସମ୍ପତ୍ତିର  ଦଲିଲୀୟ  ହସ୍ତାନ୍ତରଣ, ଯାହାକି  ୨୦୦୪ ମସିହା  ଡିସେମ୍ବର  ୨୦ ତାରିଖ  ପୂର୍ବରୁ  ଘଟିଛି ।

  2. କୌଣସି  ସମ୍ପତ୍ତି, ଯେଉଁଥି ପ୍ରତି  କୌଣସି  ହିନ୍ଦୁ  ମହିଳା, ଉପ – ଦଫା (୧) ବଳରେ  ହକ୍ ଦାର୍  ହୁଏ, ତାହା  ସହଭାଗୀତାର  ଆନୁସଂଗୀକତା  ସହିତ, ତାଙ୍କ  ଦ୍ଵାରା, ଧାରୀତ  ହେବ, ଏବଂ  ଏହି  ଆଇନ୍ କିମ୍ବା  ସେତେବେଳେ  ଥିବା  ଅନ୍ୟ  କୌଣସି  ଆଇନ୍ ରେ  ଧାରୀତ   କୌଣସି  ବ୍ୟବସ୍ଥା  ସତ୍ଵେ, ସମ୍ପତ୍ତିଭାବେ  ବିବେଚିତ  ହେବ, ଯାହାକି  ଦଲିଲୀୟ  ହସ୍ତାନ୍ତରଣ   ଦ୍ଵାରା  ତାଙ୍କ   ଦ୍ଵାରା  ବିକ୍ରୀ  ନିମନ୍ତେ  ସକ୍ଷମ  ହେବ  ।
  3. ଯେଉଁ  ସ୍ଥଳରେ, ହିନ୍ଦୁ  ଉତ୍ତରାଧିକାରୀତ୍ଵ (ସଂଶୋଧନ) ଆଇନ୍, ୨୦୦୫ର  ଆରମ୍ଭ  ପରେ, ଜଣେ  ହିନ୍ଦୁ  ମୃତ୍ୟୁବରଣ   କରେ, ସେପରିସ୍ଥଳେ  ମିତାକ୍ଷରା  ଆଇନ୍ ଦ୍ଵାରା  ପରିଚାଳିତ  କୌଣସି  ଯୁଗ୍ମ  ହିନ୍ଦୁ  ପରିବାରରେ  ଥିବା  ସ୍ଵାର୍ଥ, ଏହି  ଆଇନ୍ ଅନୁଯାୟୀ, ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ  ଦଲିଲୀୟ  ଉତ୍ତରାଧିକାରୀତ୍ଵ  ଦ୍ଵାରା  ନ୍ୟସ୍ତ  ହେବ  ଏବଂ  ଜୀବିତାବସ୍ଥା  ଦ୍ଵାରା  ନୁହେଁ  ଏବଂ  ସହଭାଗୀ   ସମ୍ପତ୍ତି  ବିଭାଜିତ  ହୋଇଛି  ବୋଲି  ଧରାଯିବ, ଯେପରିକି  ଏକ  ବିଭାଜନ  ଘଟିଛି ; ଏବଂ  : -
    • କନ୍ୟାକୁ  ସେହି  ଅଂଶ   ଆବଣ୍ଟିତ  କରାଯିବ , ଯେପରି  କୌଣସି  ପୁଟରକୁ  ଅନୁମୋଦିତ  କରାଯାଏ  ।
    • ପୂର୍ବ  ମୃତ  ପୁତ୍ର  କିମ୍ବା  ପୂର୍ବ  ମୃତକନ୍ୟାର  ଅଂଶ , ଯାହାକୁ  ସେମାନେ  ପାଇଥାଆନ୍ତେ  ଯଦି  ସେମାନେ  ବିଭାଜନ  ସମୟରେ   ଜୀବିତ  ଥାଆନ୍ତେ ; ତାହା  ଏପରି  ପୂର୍ବ – ମୃତପୁତ୍ର  କିମ୍ବା  ଏପରି  ପୂର୍ବ – ମୃତ  କନ୍ୟାର  ଜୀବିତ  ସନ୍ତାନକୁ  ଆବଣ୍ଟନ  କରାଯିବ; ଏବଂ
    • କୌଣସି  ପୂର୍ବ – ମୃତପୁତ୍ରର  ପୂର୍ବ – ମୃତ  ସନ୍ତାନର  କିମ୍ବା  କୌଣସି  ପୂର୍ବମୃତ  କନ୍ୟାର  ଅଂଶ, ଏପରି  ସନ୍ତାନ  ପାଇଥାଆନ୍ତା , ଯଦି  ସେ  କିମ୍ବା  ଉକ୍ତ  କନ୍ୟା  ବିଭାଜନ  ସମୟରେ  ଜୀବିତ  ଥାଆନ୍ତା, ତାହା  ଏକ  ପୂର୍ବମୃତ  ପୁତ୍ର  କିମ୍ବା  ପୂର୍ବ – ମୃତ  କନ୍ୟାର, ଏପରି  ପୂର୍ବମୃତ  ସନ୍ତାନର  ସନ୍ତାନକୁ  ଆବଣ୍ଟନ  କରାଯିବ, ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ ।

    ସ୍ପଷ୍ଟୀକରଣ

    ଏହି  ଉପ – ଦଫା  ଉଦ୍ଦେଶ୍ୟରେ , କୌଣସି  ହିନ୍ଦୁ  ମିତାକ୍ଷରା  ସହଭାଗୀର  ସ୍ଵାର୍ଥ, ସେହି  ସମ୍ପତ୍ତିର  ଅଂଶ  ବୋଲି  ଧରାଯିବ ,ଅଜାହାକି  ତାଙ୍କୁ  ଆବଣ୍ଟିତ  ହୋଇଥାଆନ୍ତା, ଯଦି ତାଙ୍କର  ମୃତ୍ୟୁର  ଠିକ୍  ପୂର୍ବରୁ  ସମ୍ପତ୍ତିର  ଏକ  ବିଭାଜନ  ଘଟିଥାଆନ୍ତା, ଏହି  ବିଷୟ  ସତ୍ଵେ ଯେ ସେ  ବିଭାଜନ  ଦାବୀ  କରିବା  ନିମନ୍ତେ  ହକ୍ ଦାର୍  ଥିଲା କି  ନାହିଁ।

  4. ହିନ୍ଦୁ  ଉତ୍ତରାଧିକାରୀତ୍ଵ  (ସଂଶୋଧନ) ଆଇନ୍ , ୨୦୦୫ ର  ପ୍ରାରମ୍ଭ  ପରେ, ତାଙ୍କର  ପିତା, ଅଜା  କିମ୍ବା  ଅଣ – ଅଜାଙ୍କ ଠାରୁ  ପ୍ରାପ୍ୟ  କୌଣସି  ଋଣର  ଉଦ୍ଧାର  ନିମନ୍ତେ କୌଣସି  ପୁତ୍ର, ନାତି  କିମ୍ବା  ଅଣନାତି  ବିରୁଦ୍ଧରେ  ଅଗ୍ରସର  ହେବା  ଅଧିକାରକୁ  କୌଣସି  ନ୍ୟାୟାଳୟ  ସ୍ଵୀକାର  କରିବା  ନାହିଁ  ଏବଂ  ତାହା  କେବଳ  ହିନ୍ଦୁ  ଆଇନ୍  ଅନୁଯାୟୀ  ଦୟାର୍ଦ  ଦାୟୀତ୍ଵ  କାରଣ  ଉପରେ  ଯେ , ଏପରି  ପୁତ୍ର , ନାତି  କିମ୍ବା  ଅଣନାତି  ଏପରି   ଋଣ  ପରିଶୋଧ  କରିବେ ;
  5. ଉଲ୍ଲେଖଥାଉ ଯେ , କୌଣସି  ଋଣ  କ୍ଷେତ୍ରରେ , ଯାହାକି  ହିନ୍ଦୁ  ଉତ୍ତରାଧିକାରୀତ୍ଵ  (ସଂଶୋଧନ) ଆଇନ୍ , ୨୦୦୫ ର  ପ୍ରାରମ୍ଭ  ପୂର୍ବରୁ  ଚୁକ୍ତି  କରାଯାଇଥାଏ ; ଏହି  ଉପ – ଦଫାରେ  ଧାରୀତ  କୌଣସି  ବ୍ୟବସ୍ଥା , ପ୍ରଭାବିତ  କରିବ  ନାହିଁ  : -

    • ପୁତ୍ର, ନାତି  କିମ୍ବା  ଅଣ – ନାତି  ବିରୁଦ୍ଧରେ  ଅଗ୍ରସର   ହେବା  ନିମନ୍ତେ , ଋଣଦାତାର  ଅଧିକାର, ଯେଉଁ  ସ୍ଥଳରେ  ଯେପରି  ପ୍ରୟୋଗନୀୟ ; କିମ୍ବା
    • ଏପରି  କୌଣସି  ଋଣ  ସଂବନ୍ଧରେ  କିମ୍ବା  ପରିଶୋଧ  କରିବାରେ କରାଯାଉଥିବା  କୌଣସି  ହସ୍ତାନ୍ତରଣ  ଏବଂ  ଏପରି  କୌଣସି  ଅଧିକାର  କିମ୍ବା  ହସ୍ତାନ୍ତରଣ , ସେହିପରି  ଭାବେ  ଏବଂ  ସେହି  ପରିମାଣରେ  ଦୟାର୍ଦ  ଦାୟୀତ୍ଵ  ଅନୁଯାୟୀ  ବଳବତ୍ତରଣୀୟ  ହେବ , ଯେପରି  ଏହା  ବଳବତ୍ତରଣୀୟ  ହୋଇଥାଆନ୍ତା  ଯେପରିକି  ହିନ୍ଦୁ  ଉତ୍ତରାଧିକାରୀତ୍ଵ (ସଂଶୋଧନ) ଆଇନ୍ , ୨୦୦୫, ଆଇନ୍ ରେ  ପରିଣତ  ହୋଇନାହିଁ  ।

    ସ୍ପଷ୍ଟୀକରଣ

    ଦଫା (କ) ଉଦ୍ଦେଶ୍ୟରେ, ଉକ୍ତି ‘ପୁତ୍ର’, ‘ନାତୀ’ କିମ୍ବା ‘ଅଣନୀତି’; ପୁତ୍ର, ନାତି କିମ୍ବା ଅଣନାତିକୁ ଉଲ୍ଲେଖ କରେ ବୋଲି ଧରାଯିବ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଯେକି ହିନ୍ଦୁ ଉତ୍ତରାଧିକାରୀତ୍ଵ (ସଂଶୋଧନ) ଆଇନ, ୨୦୦୫ର ପ୍ରାରମ୍ଭ ପୂର୍ବରୁ ଜନ୍ମ ଗ୍ରହଣ କରିଥିଲା କିମ୍ବା ଗୃହିତ ହୋଇଥିଲା;

  6. ଏହି ଦଫା ଧାରୀତ କୌଣସି ବ୍ୟବସ୍ଥା ବିଭାଜନ ପ୍ରତି ପ୍ରୟୋଗ ହେବ ନାହିଁ, ଯାହାକି ୨୦୦୪ ମସିହା ଡିସେମ୍ବର ୨୦ ତାରିଖ ପୂର୍ବରୁ କରାଯାଇଛି ।

ସ୍ପଷ୍ଟୀକରଣ

ଏହି  ଦଫା  ଉଦ୍ଦେଶ୍ୟରେ , ବିଭାଜନ  ଅର୍ଥ , ନିବନ୍ଧନ  ଆଇନ୍ , ୧୯୦୮ (୧୬/୧୯୦୮) ଅନୁଯାୟୀ  ସଠିକ୍  ଭାବେ  ନିବନ୍ଧିତ   କୌଣସି  ଦଲିଲ୍ ର  ସଂପାଦନ  ଦ୍ଵାରା   କରାଯାଇଥିବା  କୌଣସି  ବିଭାଜନ  କିମ୍ବା  ନ୍ୟାୟାଳୟର  ଏକ ଡିକ୍ରୀ  ଦ୍ଵାରା  କରାଯାଇଥିବା  କୌଣସି  ବିଭାଜନ  ।

ଦଫା ୨୩ର  ଉହ୍ୟକରଣ – ମୂଳ  ଆଇନ୍ ର  ଦଫା  ୨୩କୁ  ବାଦ୍  ଦିଆଯିବ   ।

ଦଫା ୨୪ ର  ଉହ୍ୟକରଣ – ମୂଳ  ଆଇନ୍ ର  ଦଫା ୨୪କୁ  ବାଦ୍ ଦିଆଯିବ  ।

ଦଫା ୩୦ର ସଂଶୋଧନ – ମୂଳ  ଆଇନ୍ ର  ଦଫା  ୩୦ରେ, ଶବ୍ଦାବଳୀ  ‘ତାଙ୍କ  ଦ୍ଵାରା  ବିକ୍ରୀ  କରାଯାଇଛି ନିମନ୍ତେ, ଶବ୍ଦାବଳୀ  ‘ ତାଙ୍କ  ଦ୍ଵାରା  କିମ୍ବା  ଉକ୍ତ  (ମହିଳା) ଦ୍ଵାରା  ବିକ୍ରୀ  କରାଯାଇଛି କୁ  ପ୍ରତିବଦଳ  କରାଯିବ  ।

ସୂଚୀର ସଂଶୋଧନ – ମୂଳ  ଆଇନ୍ ର  ସୂଚୀରେ , ଉପ – ଶୀର୍ଷ  ‘ଶ୍ରେଣୀ - ୧’ ଅଧିନରେ  ଶବ୍ଦାବଳୀ , “କୌଣସି ପୂର୍ବ  ମୃତ  ପୁତ୍ରର , କୌଣସି  ପୂର୍ବ  ମୃତ  ପୁତ୍ରର  ବିଧବା  ପରେ  ଶବ୍ଦାବଳୀ , କୌଣସି  ପୂର୍ବମୃତ  କନ୍ୟାର  କୌଣସି  ପୂର୍ବମୃତ  କନ୍ୟାର  ପୁତ୍ର ; କୌଣସି  ପୂର୍ବମୃତ  କନ୍ୟାର  କୌଣସି  ପୂର୍ବମୃତ   କନ୍ୟାର   କନ୍ୟା ; କୌଣସି  ପୂର୍ବମୃତ   କନ୍ୟାର  କୌଣସି  ପୂର୍ବମୃତ  ପୁତ୍ରର  କନ୍ୟା ; କୌଣସି  ପୂର୍ବମୃତ  ପୁତ୍ରର   କୌଣସି  ପୂର୍ବମୃତ  କନ୍ୟାର  କନ୍ୟାକୁ  ସଂଯୋଗ  କରାଯିବ   ।

ଆଧାର ଦ ଲ ହାଉସ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate