ଉପକ୍ରମ ଭାରତୀୟ ସମ୍ବିଧାନ ଅନୁଯାୟୀ ମହିଳାଙ୍କ ସୁରକ୍ଷା ପାଇଁ ବିଭିନ୍ନ ଆଇନ ଓ ଦଣ୍ଡବିଧାନ ରହିଛି । କେଉଁ କେଉଁ ଅପରାଧ କେଉଁ କେଉଁ ଧାର ଅନୁସାରେ କି କି ଦଣ୍ଡବିଧାନ ରହିଛି । ତାହା ନିମ୍ନ ଟେବୁଲରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି । ବିଭିନ୍ନ ଆଇନ ଓ ଦଣ୍ଡବିଧାନ ସମ୍ବନ୍ଧରେ ସୂଚନା ଧାରା ଅପରାଧ ଧର୍ତ୍ତବ୍ୟ ଅଧାର୍ତ୍ତବ୍ୟ ଜାମିନ ବିହୀନ / ବିହୀନ / ଜାମିନ ଯୋଗ୍ୟ ଦଣ୍ଡବିଧାନ ୩୦୪ (ଖ) ଯୌତୁକ ଜନିତ ହତ୍ୟା ଧାର୍ତ୍ତବ୍ୟ ଜାମିନ୍ ବିହୀନ ୭ବର୍ଷରୁ ଆଜୀବନ ଦଣ୍ଡ ୩୫୪ ମହିଳାଙ୍କୁ ମର୍ଯ୍ୟାଦାକୁ ହାନି ପହଞ୍ଚାଇବା ଧାର୍ତ୍ତବ୍ୟ ଜାମିନ୍ ବିହୀନ ୨ ବର୍ଷ ଜେଲ୍ ଓ ଜୋରିମନା ୩୬୬ କୌଣସି ମହିଳାଙ୍କୁ ଫୁସୁଲାଇ କିମ୍ବା ବଳପୂର୍ବକ ଅପହରଣ କରି ବିବାହ କିମ୍ବା ଅନ୍ୟ ବ୍ୟକ୍ତି ସହ ଅବୈଧ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଧାର୍ତ୍ତବ୍ୟ ଜାମିନ୍ ବିହୀନ ୧୦ବର୍ଷ ଜେଲ୍ ଓ ଜୋରିମନା ୩୬୬(କ) କୌଣସି ନାବାଳିକାକୁ (୧୮ ବର୍ଷରୁ କମ୍) ଗୋଟିଏ ଜାଗାରୁ ନେଇ ଅନ୍ୟ ଜଣଙ୍କ ସହ ଅବୈଧ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିବା କିମ୍ବା ପ୍ରଲୋଭିତ କରିବା ଧାର୍ତ୍ତବ୍ୟ ଜାମିନ୍ ବିହୀନ ୧୦ବର୍ଷ ଜେଲ୍ ଓ ଜୋରିମନା ୩୬୭(ଖ) ବିଦେଶକୁ ୨୧ ବର୍ଷରୁ କମ୍ ବୟସ୍କ ଝିଅ ଚାଲାଣ କରି ତାକୁ ଅନ୍ୟ ସହ ଅବୈଧ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିବା କିମ୍ବା ପ୍ରଲୋଭିତ କରିବା ଧାର୍ତ୍ତବ୍ୟ ଜାମିନ୍ ବିହୀନ ୧୦ବର୍ଷ ଜେଲ୍ ଓ ଜୋରିମନା ୩୭୨ ନାବାଳିକା ଝିଅକୁ ବେଶ୍ୟାବୃତ୍ତିରେ ନିୟୋଜିତ କରିବା ପାଇଁ ବିକ୍ରି କରିବା ଧାର୍ତ୍ତବ୍ୟ ଜାମିନ୍ ବିହୀନ ୧୦ବର୍ଷ ଜେଲ୍ ଓ ଜୋରିମନା ୩୭୩ ବେଶ୍ୟାବୃତ୍ତିରେ ନିୟୋଜିତ କରିବା ପାଇଁ ନାବାଳିକା ଝିଅକୁ କିଣିବା ଇତ୍ୟାଦି ଧାର୍ତ୍ତବ୍ୟ ଜାମିନ୍ ବିହୀନ ୧୦ବର୍ଷ ଜେଲ୍ ଓ ଜୋରିମନା ୩୭୬ ୧୨ ବର୍ଷରୁ କମ୍ ବୟସରେ ପତ୍ନୀ ସହିତ ଯୌନ ସମ୍ପର୍କ ରଖିବା ଧାର୍ତ୍ତବ୍ୟ ଜାମିନ୍ ବିହୀନ ୨ ବର୍ଷ ଜେଲ୍ ଓ ଜୋରିମନା ୩୭୬ (କ) କୋର୍ଟ ଫଇସଲା ବଳରେ ଅଲଗା ହୋଇଥିବା ବିବାହିତ ମହିଳାଙ୍କ ତାଙ୍କର ବିନା ସମ୍ପତ୍ତିରେ ତାଙ୍କ ସ୍ଵାମୀଙ୍କ ଦ୍ଵାରା ସମ୍ବୋଗ ଧାର୍ତ୍ତବ୍ୟ ଜାମିନ୍ ବିହୀନ ୨ ବର୍ଷ ଜେଲ୍ ଓ ଜୋରିମନା ୩୭୬(ଖ) କୌଣସି ସରକାରୀ କର୍ମଚାରୀ ନିଜ ଜିମାରେ ରହୁଥିବା ମହିଳାଙ୍କ ସହ ଯୌନ ସମ୍ପର୍କ ରଖିବା ଧାର୍ତ୍ତବ୍ୟ ଜାମିନ୍ ବିହୀନ ୫ ବର୍ଷ ଜେଲ୍ ଓ ଜୋରିମନା ୩୭୬(ଗ) ଜେଲ୍ ଅଧିକ୍ଷକ ସ୍ଵଚ୍ଛ ରହଣୀଗୃହ / ସ୍ଵଧାର ସ୍ଥଳୀର ମୁଖ୍ୟ କୌଣସି ଅନ୍ତେବାସୀଙ୍କ ସହ ଯୌନ ସମ୍ପର୍କ ରଖିବା ଧାର୍ତ୍ତବ୍ୟ ଜାମିନ୍ ବିହୀନ ୫ ବର୍ଷ ଜେଲ୍ ଓ ଜୋରିମନା ୩୭୬(ଘ) ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କୌଣସି ମହିଳାଙ୍କ ସହ ସେହି ଡାକ୍ତରଖାନାର ପରିଚାଳନା କର୍ମଚାରୀଙ୍କ ଦ୍ଵାରା ଯୌନ ସମ୍ପର୍କ ରଖିବା ଧାର୍ତ୍ତବ୍ୟ ଜାମିନ୍ ବିହୀନ ୫ ବର୍ଷ ଜେଲ୍ ଓ ଜୋରିମନା ୪୧୭ ପ୍ରତାରଣା କରିବା ଅଧର୍ତ୍ତବ୍ୟ ଜାମିନ୍ ବିହୀନ ୧ ବର୍ଷ ଜେଲ୍ ଓ ଜୋରିମନା ୪୯୩ କୌଣସି ମହିଳାଙ୍କୁ ଚଞ୍ଚକତା କରି, ଠକି କିମ୍ବା ବିବାହର ଛଳନା କରି ତାଙ୍କ ସହ ସହବାସ କରିବା ଅଧର୍ତ୍ତବ୍ୟ ଜାମିନ୍ ବିହୀନ ୧୦ ବର୍ଷ ଜେଲ୍ ଓ ଜୋରିମନା ୪୯୪ ଯଦି କୌଣସି ପୁରୁଷ କିମ୍ବା ସ୍ତ୍ରୀ, ତାଙ୍କ ସ୍ତ୍ରୀ କିମ୍ବା ସ୍ଵାମୀଙ୍କ ଜୀବନ କାଳ ମଧ୍ୟରେ ଆଉ ଥରେ ବିବାହ କରେ । ଅଧର୍ତ୍ତବ୍ୟ ଜାମିନ୍ ବିହୀନ ୭ ବର୍ଷ ଜେଲ୍ ଓ ଜୋରିମନା ୪୯୫ ଆଗରୁ ବିବାହ କରିଥିବା ତଥ୍ୟକୁ ଲୁଚାଇ ଦ୍ଵିତୀୟ ବିବାହ କରିବା ଅଧର୍ତ୍ତବ୍ୟ ଜାମିନ୍ ବିହୀନ ୭ ବର୍ଷ ଜେଲ୍ ଓ ଜୋରିମନା ୪୯୬ ଛଳନା କରି ଅସାଧୁ ଓ ବେଆଇନ ଭାବରେ ବିବାହ କରିବା (ନକଲି ବିବାହ ) ଅଧର୍ତ୍ତବ୍ୟ ଜାମିନ୍ ବିହୀନ ୫ ବର୍ଷ ଜେଲ୍ ଓ ଜୋରିମନା ୪୯୭ ବ୍ୟଭିଚାର ଅଧର୍ତ୍ତବ୍ୟ ଜାମିନ୍ ବିହୀନ ୫ ବର୍ଷ ଜେଲ୍ ଓ ଜୋରିମନା ୪୯୮ କୌଣସି ବିବାହିତା ମହିଳାଙ୍କ ଅପରାଧିକ ଉଦ୍ଦେଶ୍ୟ ରଖି ଫୁସୁଲେଇ ନେଇ ପଳାଇବା ବ ଅଟକ ରଖିବା ଅଧର୍ତ୍ତବ୍ୟ ଜାମିନ୍ ବିହୀନ ୨ ବର୍ଷ ଜେଲ୍ ଓ ଜୋରିମନା ୪୯୮(କ) କୌଣସି ମହିଳାଙ୍କ ଉପରେ ତାଙ୍କର ସ୍ଵାମୀ କିମ୍ବା ସମ୍ପର୍କୀୟ ଯେକୌଣସି ପ୍ରକାର କ୍ରୁର ବ୍ୟବହାର କରିବା । ଧର୍ତ୍ତବ୍ୟ ଜାମିନ୍ ବିହୀନ ୩ ବର୍ଷ ଜେଲ୍ ଓ ଜୋରିମନା ୫୦୯ ଅଶ୍ଳୀଳ ଇଙ୍ଗିତ ଅଧର୍ତ୍ତବ୍ୟ ଜାମିନ୍ ବିହୀନ ୧ ବର୍ଷ ଜେଲ୍ ବା ଜୋରିମନା କିମ୍ବା ଉଭୟ ଆଧାର – ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼, ଓଡ଼ିଶା