ମଧ୍ୟମସ୍ଥତା ଦ୍ଵାରା ମାମଲାର ସମାଧାନ ମାନ୍ୟବର ଓଡିଶା ଉଚ୍ଚନ୍ୟାୟାଳୟଙ୍କ ଉଦ୍ୟମରେ ରାଜ୍ୟରେ ମଧ୍ୟସ୍ଥତାଵ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇଛି । ଏହି ପ୍ରକଳ୍ପଟି ଦେୱାନୀ କାର୍ଯ୍ୟବିଧି ସଂହିତାର ଧାରା ୮୯କୁ କାର୍ଯ୍ୟକାରୀ କରିବା ନିମନ୍ତେ ଅବଧାରଣା କରାଯାଇଛି । ଯାହାକି ବିବାଦର ବିକଳ୍ପ ସମାଧାନ ନିମନ୍ତେ ଏକ ପ୍ରକ୍ରିୟା । ଏହି ବ୍ୟବସ୍ଥାଟି ତାଲିମ ପ୍ରାପ୍ତ ଅଧିବାକ୍ତାଙ୍କ ସହାୟାତାରେ କାର୍ଯ୍ୟ କରିଥାଏ । ଏହି ପ୍ରକ୍ରିୟା ଦ୍ଵାରା ଅଦାଲତଗୁଡିକ ଉପରୁ ଚାପ ହ୍ରାସ ଦେବା ସଙ୍ଗେ ସଙ୍ଗେ ବିବାଦଲିପ୍ତ ପକ୍ଷମାନେ ମଧ୍ୟ ବହୁତ ସୁଫଳ ପାଇଥାନ୍ତି । ମଧ୍ୟସ୍ଥତା କ’ଣ ବିବାଦର ବିକଳ୍ପ ସମାଧାନ ନିମନ୍ତେ ସଂସଦ ଦ୍ଵାରା ଦେୱାନୀ କାର୍ଯ୍ୟବିଧି ସଂହିତାର ଧାରା ୮୯ ରେ ଯେଉଁ ପାଞ୍ଚଗୋଟି ଆଇନଗତ ପଦ୍ଦତିର ନୂତନ ଭାବେ ସଂଯୋଗ କରାଯାଇଛି, ସେହି ମଧ୍ୟରୁ ମଧ୍ୟସ୍ଥତା ହେଉଛି ଗୋଟିଏ ପଦ୍ଧତି । ମଧ୍ୟସ୍ଥତା ଦ୍ଵାରା ବିବାଦରେ ଥିବା ପକ୍ଷଗୁଡିକ ଅଦଳତାରେ ମାମଲାର ବିଚାର ନକରି ଏକ ନିରପେକ୍ଷ ତୃତୀୟ ପକ୍ଷଙ୍କ ସହାୟତାରେ ସେମାନଙ୍କର ବିବାଦର ଏକ ଗ୍ରହଣଯୋଗ୍ୟ ଏବଂ ସୃଜନାତ୍ମକ ଢଙ୍ଗରେ ସମାଧାନ କରିପାରନ୍ତି । ବିବାଦର ସମାଧାନ ନିମନ୍ତେ ମଧ୍ୟସ୍ଥାତା ଏକ ଅପୂର୍ବ ସୁଯୋଗ ଆଣିଥାଏ । ଯେଉଁତିରେ ବିବାଦ ଲିପ୍ତ ପକ୍ଷ ଏବଂ ସେମାନଙ୍କଦେଇଥାନ୍ତି ର ଅଧିବକ୍ତାମାନେ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଭାଗୀଦାର ହେବା ସଙ୍ଗେ ସଙ୍ଗେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥାନ୍ତି । ଏକ ନିରପେକ୍ଷ ତୃତୀୟ ପକ୍ଷ “ ମଧ୍ୟସ୍ଥ” ଭାବେ କାର୍ଯ୍ୟ କରିଥାନ୍ତି । ମଧ୍ୟସ୍ଥା ମାଧ୍ୟମରେ ବିବାଦର ପରିସମାପ୍ତ ନିମନ୍ତେ ଏହି “ମଧ୍ୟସ୍ଥ” ମାନେ ନିଜର ସମାଧାନ ମୂଳକ ଆଲୋଚନା ଏବଂ କଥାବାର୍ତ୍ତା ଦ୍ଵାରା ବିବାଦଲିପ୍ତ ପକ୍ଷମାନଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟକୁ ଦୂର କରି ସମସ୍ୟାର ସମାଧାନ ନିମନ୍ତେ ରାସ୍ତା ବାହାର କରିଥାନ୍ତି । ମଧ୍ୟସ୍ଥମାନେ ସବୁ ସମୟରେ ନିଷ୍ପତ୍ତି ନେବାର କ୍ଷମତା ପକ୍ଷମାନଙ୍କ ଉପରେ ଛାଡି ଦେଇଥାନ୍ତି । ମଧ୍ୟସ୍ଥାମାନେ ଏକ ବିବାଦରେ କେଉଁ ପକ୍ଷ ଠିକ, ଭୁଲ ବା ଦାୟୀ ତାହା ନିର୍ଣ୍ଣୟ କରିନଥାନ୍ତି, ପରନ୍ତୁ ଜେନ ମଧ୍ୟସ୍ଥ ଉଭୟ ପକ୍ଷଙ୍କ ସହ ଏକତ୍ର ଆଲୋଚାନା କରି ବିବାଦର କାରଣ ଏବଂ ଆଲୋଚନା ପାଇଁ ଉତ୍ପନ୍ନ ହେଉଥିବା ବାଧାକୁ ଅପସାରଣ କରି ଏକ ବୁଝାମାଣାରେ ପହଞ୍ଚିବା ପାଇଁ ସହାୟତା କରିଥାନ୍ତି । ମନେ ରଖନ୍ତୁ : ଏହା ସ୍ଵତଃ ପ୍ରବୃତ ଗୋପନୀୟ ସ୍ଵଚ୍ଛ ଅର୍ଥ ଓ ସମୟର ସଞ୍ଚୟ ଅନୌପଚାରିକ ନମନୀୟ କେଉଁମାନେ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରିଥାନ୍ତି ଅନୁନ୍ୟ ୧୫ ବର୍ଷ ଅନୁଭୂତି ଥିବା ଅଧିବକ୍ତାମାନଙ୍କୁ ଚୟନ କରାଯାଇ ସେମାନଙ୍କୁ ପ୍ରକୃଷ୍ଟ ତାଲିମ ଦିଆଯାଇ ମଧ୍ୟସ୍ଥ ଭାବରେ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଇଥାଏ । ବିବାଦର ମଧ୍ୟସ୍ଥତା ସମାଧାନ ଦ୍ଵାରା ମିଳୁଥିବା ସୁଫଳ ପକ୍ଷମାନଙ୍କୁ ଅଦାଲତରେ ମିଳୁଥିବା ନିଷ୍ପତ୍ତିଠାରେ ସନ୍ତୋପଜନକ ଫଳ ଏହି ସମାଧାନ ପଦ୍ଧତି ମାଧ୍ୟମରେ ମିଳିଥାଏ । ଅଦାଲତରେ ରାୟ ପାଇବା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ଏବଂ ସମୟ ଖର୍ଚ୍ଚରୁ ମୁକ୍ତି ମିଳିଥାଏ । ଏଥିରେ ପକ୍ଷମାନେ ସ୍ଵୟଂ ବିବାଦାର ଫଳାଫଳ ନିର୍ଣ୍ଣୟ କରିଥାନ୍ତି । ସେମାନେ ବିବାଦର ପରିଣାମକୁ ନିୟନ୍ତ୍ରଣ କରିଥାନ୍ତି । ପକ୍ଷମାନେ ନିଷ୍ପତ୍ତିନେବା ପ୍ରକ୍ରିୟାରେ ଭାଗ ନେଉଥିବାରୁ ସନ୍ତୋଷ ଲାଭ କରିବା ସଙ୍ଗେ ସଙ୍ଗେ ବିଡାଦାର ସମାଧାନ କରିବା ନିମନ୍ତେବ ପ୍ରୋତ୍ସାହନ ପାଇଥାନ୍ତି । ପକ୍ଷମାନଙ୍କ ମଧ୍ୟରେ ଶତ୍ରୁତା କମିଥାଏ ଯାହା ଫଳରେ କି ସେମାନେ ସେମାନଙ୍କର ବ୍ୟବସାୟିକ ବା ବ୍ୟକ୍ତିଗତ ସମ୍ପର୍କକୁ ବଜାୟ ରଖିପାରନ୍ତି । ସମାଧାନ ହୋଇଗଲେ ମାମଲା ଦାୟର ସମୟରେ ଦିଆଯାଇଥିବା କୋର୍ଟ ପିକୁ ଫେରସ୍ତ ଦିଆଯାଇଥାଏ । ମାନସିକ ଉତ୍ତେଜନାକୁ ହ୍ରାସ କରିବା ସହ ଶାନ୍ତି ମଧ୍ୟ ମିଳିଥାଏ । କାର୍ଯ୍ୟଧାରା ନମନୀୟ ହୋଇଥିବା ହେତୁ ସମାଧାନ ନିମନ୍ତେ ପଥ ଉନ୍ମୁକ୍ତ ଥାଏ । ପକ୍ଷଙ୍କର ଆବଶ୍ୟକ ଅନୁଯାୟୀ କାର୍ଯ୍ୟଧାରା ନିର୍ଣ୍ଣୟ ହୋଇଥାଏ । ପକ୍ଷମାନଙ୍କର ମଧ୍ୟରେ ବିବାଦର ପରିସାମାପ୍ତି ନିମନ୍ତେ ଆଗ୍ରହ ସୃଷ୍ଟି କରେ । ବିବାଦର କେଉଁ କ୍ଷେତ୍ରରେ ସହମତି ଏବଂ କେଉଁଠାରେ ସହମତି ନାହିଁ ଚିହ୍ନଟ ହୋଇଥାଏ । ସୃଜନାତ୍ମକ ଢଙ୍ଗରେ ପକ୍ଷଙ୍କର ସ୍ଵାର୍ଥକୁ ସୁରକ୍ଷା ପ୍ରଦାନ କରି ବିବାଦର ସମାଧାନ ହୋଇଥାଏ । ଗୋପନୀୟତାକୁ ବଜାୟ ରଖିଥାଏ । ନିନ୍ଦା ଓ ଅପବାଦର ଭୟ ନ ରାଖୀ ପକ୍ଷମାନେ ନିଜ ନିଜର ବ୍ୟକ୍ତି ଏବଂ ମତକୁ ସିଧାସଳଖ ରଖିବାକୁ ସୁଯୋଗ ମିଳିଥାଏ । ମଧ୍ୟସ୍ଥତା ଅସଫଳ ହୋଇଥିବା କ୍ଷେତ୍ରରେ ମଧ୍ୟସ୍ଥତା ସମୟରେ ପକ୍ଷମାନେ ପ୍ରଦାନ କରିଥିବା ବକ୍ତବ୍ୟକ୍ତ ମାମଲାର ଶୁଣାଣୀ ସମୟରେ ବ୍ୟବହାର କରି ନ ପାରିବାର ବ୍ୟବସ୍ଥା ରହିଛି, ଏହା ଫଳରେ ମଧ୍ୟସ୍ଥତା ବ୍ୟବସ୍ଥାଟି ବିଚାର ପ୍ରକ୍ରିୟାଠାରୁ ସ୍ଵାଧୀନ ଥାଏ ଏବଂ ବିଚାରକୁ କୌଣସି ପ୍ରକାରରେ ପ୍ରଭାବିତ କରିଥାଏ । ମଧ୍ୟସ୍ଥତା ଦ୍ଵାରା ମାମଲାଟିର ସମାଧାନ ହୋଇଗଲେ ଦାୟକ ହୋଇଥିବା କୋର୍ଟ ଫି ଫେରସ୍ତ ଦିଆଯିବାର ବ୍ୟବସ୍ଥା ରହିଛି । ଅଧିବକ୍ତାମାନଙ୍କ ପାଇଁ ସୁଫଳ ଅଧିବକ୍ତାମାନେ ସେମାନଙ୍କର ମହକିଲର ପ୍ରକୃତ ସ୍ଵାର୍ଥରକ୍ଷା କରିବା ପାଇଁ ସମର୍ଥ ହୋଇଥାନ୍ତି । ଯାହାକି ମହକିଲଙ୍କୁ ଅତିମାତ୍ରାରେ ସନ୍ତୋଷ ପ୍ରଦାନ କରିଥାଏ । ଲାଭାନ୍ଵିତ ମହକିଲ ଆବଶ୍ୟକ ହେଲେ ସେହିପରି ଅଧିବକ୍ତାଙ୍କର ସେବା ଲାଭ କରିବ ପାଇଁ ପସନ୍ଦ କରିଥାନ୍ତି । ମଧ୍ୟସ୍ଥତାରେ କ’ଣ ହୋଇଥାଏ : ମଧ୍ୟସ୍ଥ ଉଭୟ ପକ୍ଷକୁ ମିଳିତ ଭାବରେ ଆଲୋଚନା କରିଥାନ୍ତି , ଏହି ମିଳିତ ଆଲୋଚନା ମାଧ୍ୟମରେ ଅଂସ ଗ୍ରହଣ କରୁଥିବା ପକ୍ଷମାନଙ୍କର ପରିଚୟ ହୋଇଥାଏ । ମଧ୍ୟସ୍ଥ ଏହି ବିଷୟରେ ଏକ ଧାରଣ ଦେଇଛନ୍ତି । ବିବାଦାର ସମାଧାନ ନିମନ୍ତେ ଯେଉଁ ସବୁ ବିଷୟରେ ଅବଗତ ହେବା ଆବଶ୍ୟକ ସେହି ବିଷୟରେ ଆଲୋଚନା କରିଥାନ୍ତି । ପକ୍ଷମାନେ ସେମାନଙ୍କର ମତ ରଖିବା ସଙ୍ଗେ ସଙ୍ଗେ ସମାଧାନ ନିମନ୍ତେ ଆବଶ୍ୟକୀୟ ସର୍ତ୍ତାବଳୀକୁ ଉପସ୍ଥାପନା କରିବା ସୁଯୋଗ ପାଇଥାନ୍ତି । ଆବଶ୍ୟକ ସ୍ଥଳେ ମଧ୍ୟସ୍ଥ ପକ୍ଷଙ୍କ ସହ ଏକାନ୍ତ ଆଲୋଚନା କରିଥାନ୍ତି । ଏହିପରି ଏକାନ୍ତ ଆଲୋଚନାର ଉଏଦ୍ଦେଶ୍ୟ ହେଲା : ପକ୍ଷଙ୍କୁ ସେମାନଙ୍କର ମାମଲାର ଦୁର୍ବଳ ଏବଂ ସବଳ ଦିଗ ବିଷୟରେ ସଚେତନ କରାଇବା । ପକ୍ଷଙ୍କୁ ବିବାଦରେ ଥିବା ସେମାନଙ୍କ ସ୍ଵାର୍ଥର ପ୍ରାଥମିକତା ବିଷୟରେ ଅବଗତ କରାଇବା । ମାମଲାର ଗୋପନୀୟତା ବଜାୟ ରଖିବା ଏବଂ ସମାଧାନର ବିଷୟ ବିକଳ୍ପ ପନ୍ଥା ବିଷୟରେ ଆଲୋଚନା କରିବା । ବିବାଦର ସମାଧାନ ନିମନ୍ତେ ଉଭୟ ପକ୍ଷକୁ ମିଳିତ ବା ନିବୃତରେ ଆଲୋଚନା ପାଇଁ ଯଥେଷ୍ଠ ଦେବା ଯଦି ଉଭୟପକ୍ଷ ବିବାଦର ସମାଧାନ ନିମନ୍ତେ ସହମତି ପ୍ରଦାନ କରନ୍ତି, ସେହି କ୍ଷେତ୍ରରେ ସେମାନଙ୍କର ସମାଧାନର ସର୍ତ୍ତାବଳୀଗୁଡିକ ଉଲ୍ଲେଖ କରାଯାଇ କାଗଜ ପାତ୍ର ପ୍ରସ୍ତୁତ କରାଯାଏ । ପକ୍ଷମାନଙ୍କର ଦସ୍ତଖତ ସହ ଅଦାଲତରେ ଫେସ କରାଯାଇଥାଏ । ଏହାକୁ ଭିତ୍ତି କରି ଅଦାଲତ ଛଡାନ୍ତ ରାୟ ପ୍ରଦାନ କରିଥାନ୍ତି । ବିବାଦର ସମାଧାନ ଣ ହେଲେ ମାମଲାଟି ମୂଳ ଅଦଳତାକୁ ବିଚାର ନିମନ୍ତେ ଫେରସ୍ତ କରିଦିଆଯାଇଥାଏ । ମଧ୍ୟସ୍ଥ ପକ୍ରିୟା ସମୟ ଚାଲିଥାଏ ଅଧିକାଂଶ ମାମଲା ଗୋଟିଏ କିମ୍ବା ଦୁଇଟି ବୈଠକରେ ସମାପ୍ତ ହୋଇଥାଏ । କେହି କେହି ମଧ୍ୟସ୍ଥ କିଛି ଜଟିଳ ମାମଲାରେ ଅଧିକ ବୈଠକର ଆବଶ୍ୟକ କରିପାରନ୍ତି । ମଧ୍ୟସ୍ଥାମାନେ ସାଧାରଣତଃ ମୁଲତବୀକୁ ପ୍ରୋତ୍ସାହନ ଦେଇ ନଥାନ୍ତି । ସପ୍ତାହ ସପ୍ତାହ ଅନ୍ତରରେ ବୈଠକ ଗୁଡିକ ଡାକାଇଥାନ୍ତି । ପକ୍ଷମାନେ ବା ସେମାନଙ୍କର ଅଧିବକ୍ତା ମାନେ ଅସହଯୋଗ କରିଲେ ମଧ୍ୟସ୍ଥ ମାମଲାକୁ ତୁରନ୍ତ ଅଦଳତାକୁ ଫେରସ୍ତ ନେଇଥାନ୍ତି । ମଧ୍ୟସ୍ଥା ପ୍ରକ୍ରିୟାଟି ୬୦ ଦିନ ମଧ୍ୟରେ ସମାପ୍ତ କରିବାର ବ୍ୟବସ୍ଥା ରହିଛି । ମଧ୍ୟସ୍ଥତା ଦ୍ଵାରା ମାମଲାର ସମାଧାନ ନିମନ୍ତେ ପ୍ରସ୍ତୁତି ପକ୍ଷ ଏବଂ ସେମାନଙ୍କର ପରମର୍ଶଦାତା, ମାମଲାର ମୂଲ୍ୟାୟନ କରି ସେଗୁଡିକର ଆର୍ଥିକ ଦିଗର ଆକଳନ କରିବା ଆବଶ୍ୟକ । ମାମଲାର ସମାଧାନ ଦ୍ଵାରା ବ୍ୟକ୍ତିଗତ, ପାରିବାରିକ ଏବଂ ସାମାଜିକ ସୁଫଳକୁ ମଧ୍ୟ ବିଚାର କରିବା ଆବଶ୍ୟକ । ସମାଧାନର ପ୍ରତ୍ୟେକ ସମ୍ଭାବ୍ୟ ଡ଼ିଆଇଜି ପ୍ରତି ଦ୍ରୁଷ୍ଟି ଦିଆଯିବା ଆବଶ୍ୟକ । ପକ୍ଷ ଏବଂ ପରାମର୍ଶଦାତା ସମସ୍ତ ଆବଶ୍ୟକୀୟ ଦସ୍ତାବିଜକୁ ଫେସ କରି ଅର୍ଥପୂର୍ଣ୍ଣ ଆଲୋଚନା ଦ୍ଵାରା ମାମଲାର ତ୍ଵରିତ ସମାଧାନ ନିମନ୍ତେ ଯତ୍ନବାନ ହେବା ଆବଶ୍ୟକ । ମଧ୍ୟସ୍ଥତାରେ କେଉଁମାନେ ଯୋଗ ଦେବା ଆବଶ୍ୟକ ପକ୍ଷ ଏବଂ କ୍ଷମତାପ୍ରାପ୍ତ ପ୍ରତିନିଧି ଏବଂ ସେମାନଙ୍କର ଆଇନ ପରାମର୍ଶ ଦାତା ଏହି ପ୍ରକ୍ରିୟାରେ ଭାଗ ନେଇ ପାରିବେ । ମଧ୍ୟସ୍ଥତା ହେଉଛି ବିବାଦ ସମାଧାନ ଥଟା ବିଚାର ଶୁଣାଣୀର ଏକ ବିକଳ୍ପ ବ୍ୟବସ୍ଥା । ମାମଲାକୁ ମଧ୍ୟସ୍ଥତା ଦ୍ଵାରା ସମାଧାନ ପ୍ରକ୍ରିୟାକୁ ଚୟନ କରିଲେ ମଧ୍ୟ ମୂଳ ମାମଲାଟି ବନ୍ଦ କରିଦିଆଯାଏ ନାହିଁ । ମଧ୍ୟସ୍ଥତା ବିଫଳ ହେଲେ ମୂଳ ଅଦଳତାକୁ ମାମଲାଟିକୁ କାଳବିଳମ୍ବ ନକରି ଫେରାଇ ଦିଆଯାଇଥାଏ । ଆଧାର: ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ