অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାତୀୟ ମାନୀବିକ ଅଧିକାର କମିଶନ୍ (ହିସାବର ବାର୍ଷିକ ବିବରଣୀ ) ନିୟମାବଳୀ, ୧୯୯୬

ଜାତୀୟ ମାନୀବିକ ଅଧିକାର କମିଶନ୍ (ହିସାବର ବାର୍ଷିକ ବିବରଣୀ ) ନିୟମାବଳୀ, ୧୯୯୬

ମାନବିକ ଅଧିକାର ସୁରକ୍ଷା ଆଇନ୍, ୧୯୯୩(୧୦/୧୯୯୪)ର ଦଫା ୪୦ରେ ଉପଦଫା (୨) ଏ ଧାରା (ଘ) ଏବଂ ଉପଦଫା (୧) ଦ୍ଵାରା ପ୍ରଦ କ୍ଷମତାର ପରିଚାଳନାରେ , କେନ୍ଦ୍ର ସରକାର ଏତତ ଦ୍ଵାରା ନିମ୍ନ ନିୟମାବଳୀ ପ୍ରଣୟନ କରୁଛନ୍ତି , ଯାହା ଦ୍ଵାରା ସେହି ଫର୍ମ ଯୋଗାଇ ଦିଆଯିବ , ଯେଉଁଥିରେ କମିଶନଙ୍କ ଦ୍ଵାରା ବାର୍ଷିକ ହିସାବ ତଥା ସଂକ୍ରାନ୍ତୀଯ ବିଷୟ ପ୍ରସ୍ତୁତ କରାଯିବ ।

ସଂକ୍ଷିପ୍ତ ଆଖ୍ୟା ଏବଂ ପ୍ରାରମ୍ଭ

  1. ଏହି ନ୍ୟାୟମାବଳୀ, ଜାତୀୟ ମାନବିକ ଅଧିକାର କମିଶନ୍ (ବାର୍ଷିକ ହିସାବ ବିବରଣୀ) ନିଯମାବଳୀ,୧୯୯୬ ବୋଲି କୁହାଯିବ ।
  2. ସେଗୁଡିକ , କାର୍ଯ୍ୟାଳୟ ଗେଜେଟରେ ପ୍ରକାଶନ ତାରିଖରୁ ବଳବ ର ହେବ ।

ସଂଜ୍ଞା

ଏହି ନିୟମାବଳୀରେ, ଯଦି ପ୍ରସଙ୍ଗ କିମ୍ବା ସୂଚନା ଅନ୍ୟଥା ଆବଶ୍ୟକ ନକରେ :-

  • ‘ଆଇନ୍‘ ଅର୍ଥ ମାନବିକ ଅଧିକାର ସୁରକ୍ଷା ଆଇନ୍୧୯୯୩(୧୦/୧୯୯୪) ।
  • ‘ସମୀକରଣ ଅଧିକାର’ ଅର୍ଥ ଭାରତ କପ୍ରୋଟର ଏବଂ ଅଡିଟର ଜେନେରାଲ, କିମ୍ବା କମିଶନ୍ ହିସାବ ସମୀକରଣ ସହିତ ସମ୍ପୃକ୍ତ ଏବଂ ତାଙ୍କ ଦ୍ଵାରା ନିଯୁକ୍ତ କୌଣସି ବ୍ୟକ୍ତି ।
  • ‘କମିଶନ୍’ ଅର୍ଥ ଜାତୀୟ ମାନବିକ ଅଧିକାର କମିଶନ୍ , ଯାହାକି ଏହି ଆଇନ୍ ର ଦଫା ୩ ଅନୁଯାୟୀ ଗଠିତ ।
  • ‘ଫର୍ମ ଅର୍ଥ ‘ ଏହି ନିୟମାବଳୀ ସହ ସଂଯୁକ୍ତ ଫର୍ମ ।

ଭାରତୀୟ ଅସାଧାରଣ ଗେଜେଟ , ପାରା ୨ ଦଫା ୩୦୧,ତା ୭/୧୦/୧୯୯୬ରେ ଜି.ଏସ.ଆର. ୪୫୪୧୦ , ତା.୭/୧୦/୧୯୯୬ ରେ ପ୍ରକାଶିତ ।

  • ‘ସେକ୍ରେଟାରୀ ଜେନେରାଲ ‘ ଅର୍ଥ ଏହି ଆଇନର ଦଫା ୧୧ଅନୁଯାୟୀ କେନ୍ଦ୍ର ସରକାରଙ୍କ ଦ୍ଵାରା ନିଯୁକ୍ତ ଉଚ୍ଚକର୍ମଚାରୀ।

କମିଶନ୍ ଙ୍କ ହିସାବ

  1. ଜାତୀୟ ମାନୀବିକ ଅଧିକାର କମିଶନ୍ (ହିସାବର ବାର୍ଷିକ ବିବରଣୀ ) ନିୟମାବଳୀ, ୧୯୯୬୧୯୯୪-୯୫ ସହିତ ଆରମ୍ଭ ହୋଇ, ପ୍ରତ୍ୟେକ ଆର୍ଥିକବର୍ଷ ନିମନ୍ତେ କମିଶନ୍ ଙ୍କୁ ବାର୍ଷିକ ହିସାବ ବିବରଣୀ, ସେକ୍ରେଟାରୀ ଜେନେରାଲ କିମ୍ବା କମିଶନ୍ ର ଏପରି ଅନ୍ୟ ଅଧିକାରୀଙ୍କ ଦ୍ଵାରା ପ୍ରସ୍ତୁତ କରାଯିବ ଯେପରି ଏ ସଂବନ୍ଧରେ ସେକ୍ରେଟାରୀ ଜେନେରାଲ ଙ୍କ ଦ୍ଵାରା କ୍ଷମତାୟୀତ କରାଯାଇପାରେ ।
  2. କମିଶନଙ୍କ ଦ୍ଵାରା ସଠିକ ଭାବେ ଅନୁମୋଦିତ ବାର୍ଷିକ ହିସାବ ବିବରଣୀ , ଏପରି ତାରିଖ ମଧ୍ୟରେ ସେକ୍ରେଟାରୀ – ଜେନେରାଲ୍ ଙ୍କ ଦ୍ଵାରା କେନ୍ଦ୍ର ସରକାରଙ୍କୁ ଦାଖଲ କରାଯିବ, ଯେପରି କେନ୍ଦ୍ର ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇପାରେ ।
  3. କମିଶନଙ୍କ ହିସାବର ରକ୍ଷାଣବେକ୍ଷଣ ଅର୍ଥନୈତିକ ବିବରଣୀର ସଂକଳନ ଏବଂ ରିଟର୍ଣ୍ଣକୁ ସେକ୍ରେଟାରୀ – ଜେନେରାଲ ତତ୍ତ୍ଵାବଧାନ କରିବେ ଏବଂ ଏହା ନିଶ୍ଚିତ କରିବେ ଯେ ସମସ୍ତ ହିସାବ ପୁସ୍ତିକା, ସଂପୃକ୍ତ ଭାଉଚର ଏବଂ କମିଶନଙ୍କ ଅନ୍ୟାନ୍ୟ ଦଲିଲ୍ ଏବଂ କାଗଜ, ଯାହାକି ହିସାବର ସମୀକରଣ ନିମନ୍ତେ, ସମୀକରଣ ଅଧିକାରୀଙ୍କ ଦ୍ଵାରା ଆବଶ୍ୟକ, ସେଗୁଡିକ ଉକ୍ତ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରାଯାଉ ।
  4. କମିଶନର ହିସାବ ସହିତ ପ୍ରାରମ୍ଭିକ ହିସାବକୁ,"ଫର୍ମ " – କରେ ରକ୍ଷାଣବେକ୍ଷଣ କରାଯିବ।
  5. ହିସାବର ବାର୍ଷିକ ବିବରଣୀ, ସେକ୍ରେଟାରୀ ଜେନେରାଲଙ୍କ ଦ୍ଵାରା ସାକ୍ଷରିତ ଏବଂ ପ୍ରମାଣିତ ହେବ ।
  6. ସେହିବର୍ଷ ପରେ ଜୁନ୍ ୩୦ ତାରିଖରେ କିମ୍ବା ପୂର୍ବରୁ, ହିସାବର ବାର୍ଷିକ ବିବରଣୀ, ସମୀକରଣ ଅଧିକାରୀଙ୍କୁ ଦାଖଲ କରାଯିବ, ଯେଉଁଥିପ୍ରତି ଏପରି ହିସାବ ସଂପୃକ୍ତ ଏବଂ ସମୀକରଣ – ଅଧିକାରୀ, କମିଶନଙ୍କ ହିସାବ ସମୀକରଣ କରିବେ ଏବଂ ତା ଉପରେ ବିବରଣୀ ପ୍ରଦାନ କରିବେ ।
  7. ସମୀକରଣ ବିବରଣୀ ଗ୍ରହଣ କରିବାର ତିରିଶ ଦିନ ମଧ୍ୟରେ କମିଶନ୍, ସେଥିରେ ସୂଚୀତ କୌଣସି ତ୍ରୁଟି କିମ୍ବା ଅନିୟମିତତାକୁ ନିରାକରଣ କରିବେ ଏବଂ ତାଙ୍କ ଦ୍ଵାରା ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ସଂବନ୍ଧରେ କେନ୍ଦ୍ର ସରକାର ଏବଂ ସମୀକରଣ ଅଧିକାରଙ୍କୁ ସୂଚୀତ କରିବ ।

"ଜାତୀୟ ମାନବ ଅଧିକାର କମିଶନ୍ ପାଣ୍ଠି, ହିସାବ ଇତ୍ୟାଦି ସାରଣୀ"

"ଜାତୀୟ ମାନବ ଅଧିକାର କମିଶନ୍ ଫର୍ମ"

"ଜାତୀୟ ମାନବ ଅଧିକାର କମିଶନ୍ ଫର୍ମ ୧"

"ଜାତୀୟ ମାନବ ଅଧିକାର କମିଶନ୍ ଫର୍ମ୨"

"ଜାତୀୟ ମାନବ ଅଧିକାର କମିଶନ୍ ଫର୍ମ୩"

"ଜାତୀୟ ମାନବ ଅଧିକାର କମିଶନ୍ ଫର୍ମ ୪"

"ଜାତୀୟ ମାନବାଧିକାର ଆୟୋଗ" ପାଇଁ ଲଗ ଅନ କରନ୍ତୁ .

ଆଧାର – ଦ ଲ ହାଉସ

Last Modified : 7/28/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate