অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାନବିକ ଅଧିକାର ସୁରକ୍ଷା ଆଇନ୍,୧୯୯୩(କମିଶନ୍ ଙ୍କ କାର୍ଯ୍ୟ ଏବଂ ଦକ୍ଷତା)

କମିଶନ୍ ର କାର୍ଯ୍ୟାବଳୀ

କମିଶନ୍ , ନିମ୍ନଲିଖିତ ସମସ୍ତ କିମ୍ବା କୌଣସି କାର୍ଯ୍ୟ ସଂପାଦନା କରିବେ ଯଥା :-

  • ନିମ୍ନଲିଖିତ ଅଭିଯୋଗ ଉପରେ, ନିଜ ମନକୁମନ କିମ୍ବା କୌଣସି ବ୍ୟଥିତ ବ୍ୟକ୍ତି କିମ୍ବା ତାଙ୍କ ତରଫରୁ କୌଣସି ବ୍ୟକ୍ତି ଦ୍ଵାରା ଉପସ୍ଥାପନ କୌଣସି ଆବେଦନ ପତ୍ର ଉପରେ [ କିମ୍ବା କୌଣସି ନ୍ୟାୟାଳୟର କୌଣସି ନିର୍ଦ୍ଦେଶ କିମ୍ବା ଆଦେଶ ଉପରେ) ତଦନ୍ତ କରିବେ :-
  • ଆଇନ୍ ସଂଖ୍ୟା ୪୩/୨୦୦୬, ଦଫା ଦ୍ଵାରା,୨୩/୧୧/୨୦୦୬ ଠାରୁ ସଂଯୁକ୍ତ

    1. ମାନବିକ ଅଧିକାରର ଉଲଂଘନ କିମ୍ବା ତାର ପ୍ରୋତ୍ସାହନ ;କିମ୍ବା
    2. କୌଣସି ସର୍ବସାଧାରଣ ସେବକଙ୍କ ଦ୍ଵାରା ଏପରି ଉଲଂଘନର ପ୍ରତିବନ୍ଧକ ଅବହେଳା ;
      • ଏପରି ନ୍ୟାୟାଳୟର ଅନୁମୋଦିତ ସହିତ କୌଣସି ନ୍ୟାୟାଳୟରେ ସ୍ଥାପିତ ଥିବା ମାନବିକ ଅଧିକାର ଉଲଂଘନର କୌଣସି ଅଭିଯୋଗକୁ ଅନ୍ତର୍ଭୁକ୍ତ କରୁଥିବା କୌଣସି କାର୍ଯ୍ୟନୁଷ୍ଠାନରେ ହସ୍ତକ୍ଷେପ କରିବେ ।
      • ସେତେବେଳେ ବଳବ ର ଥିବା ଅନ୍ୟ କୌଣସି ଆଇନ୍ରେ ଧାରିତ କୌଣସି ବ୍ୟବସ୍ଥା ସତ୍ତ୍ୱେ , ରାଜ୍ୟ ସରକାରଙ୍କ ନିଯନ୍ତ୍ରାଣାଧୀନରେ ଥିବା କୌଣସି ଜେଲ କିମ୍ବା ଅନ୍ୟ ଅନୁଷ୍ଠାନକୁ ପରିଦର୍ଶନ କରିବେ, ଯେଉଁଠାରେ ବ୍ୟକ୍ତିମାନଙ୍କୁ ଚିକିତ୍ସା , ସଂସ୍କାର କିମ୍ବା ସୁରକ୍ଷା ନିମନ୍ତେ ଅଟକ ରଖାଯାଇଥାଏ , ଯେଉଁ ଠାରେ ସେଠାରେ ଅନ୍ତେବାସୀଙ୍କ ଜୀବନଧାରଣ ଅବସ୍ଥା ଅନୁଧ୍ୟାନ କରିବେ ଏବଂ ସଂବଦ୍ଧରେ ସରକାରଙ୍କୁ ସୁପାରିସ କରିବେ ।
      • ମାନବିକ ଅଧିକାର ସୁରକ୍ଷା ନିମନ୍ତେ ସଂବିଧାନ କିମ୍ବା ସେତେବେଳେ ବଳବତ୍ତର ଥିବା ଅନ୍ୟ କୌଣସି ଆଇନ୍ରେ ବ୍ୟବସ୍ଥାୟୀତ ନିରାପଦକୁ ପୁନଃ ବିଚାର କରିବେ , ଯାହାକି ମାନବିକଅଧିକାର ର ଉପସେବାର୍କୁ ପ୍ରତିହତ କରେ ଏବଂ ସେ ସଂବନ୍ଧରେ ଉପଯୁକ୍ତ ନିରାକରଣ ପଦକ୍ଷେପ ସୁପାରିସ କରିବେ ।
      • ସେହି ସମସ୍ତ ବିଷୟ ସହିତ ଆତଙ୍କବାଦ କାର୍ଯ୍ୟକଳାପକୁ ପୁନଃ ବିଚାର କରିବେ , ଯାହାକି ମାନବିକ ଅଧିକାର ର ଉପସେବାକୁ ପ୍ରତିହତ କରେ ଏବଂ ସେ ସଂବନ୍ଧରେ ଉପଯୁକ୍ତ ନିରାକରଣ ପଦକ୍ଷେପ ସୁପାରିସ କରିବେ ।
      • ମାନବିକ ଅଧିକାର ଉପରେ ଚୁକ୍ତି ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ଦଲିଲ ଅନୁଧ୍ୟାନ କରିବେ ଏବଂ ସେଗୁଡିକ ପ୍ରଜାବିତ କାର୍ଯ୍ୟକାରିତା ନିମନ୍ତେ ସୁପାରିସ କରିବେ ।

      ଧାରା (ଖ) ନିମନ୍ତେ ଆଇନ୍ ସଂଖ୍ୟା ୪୩/୨୦୦୬ ଦଫା ୯ ଦ୍ଵାରା,୨୩/୧୧/୨୦୦୬ ଠାରୁ ପରିବର୍ତ୍ତୀତ । ଏପରି ପରିବର୍ତ୍ତନ ପୂର୍ବରୁ ଧାରା (ଖ) ନିମ୍ନ ପ୍ରକାର ଥିଲା :- (ଗ) ରାଜ୍ୟ ସରକାରଙ୍କୁ ସୂଚନା ପ୍ରଦାନ କରି, ରାଜ୍ୟସରକାରଙ୍କ ନିୟନ୍ତ୍ରଣରେ ଥିବା କୌଣସି ଜେଲ କିମ୍ବା ନ୍ୟ ଆନୁଷ୍ଠାନ କୁ ପରିଦର୍ଶନ କରିବେ । ଯେଉଁଠାରେ ଲୋକମାନଙ୍କୁ ଚିକିତ୍ସା, ସଂସ୍କାର କିମ୍ବା ସୁରକ୍ଷା ନିମନ୍ତେ ରଖାଯାଇଥାଏ , ଏବଂ ଆନ୍ତେବାସୀଙ୍କ ଜୀବନ ଧାରଣ ଅବସ୍ଥା ଅନୁଧ୍ୟାନ କରିବେ ଏବଂ ସେ ସଂବନ୍ଧରେ ସୁପାରିସ କରିବେ ।

      • ମାନବିକ ଅଧିକାର କ୍ଷେତ୍ରରେ ଗବେଷଣା କରିବେ ।
      • ସାମାଜିକ ବିଭିନ୍ନ ବର୍ଗ କିମ୍ବା ଶ୍ରେଣୀ ମଧ୍ୟରେ ମାନବିକ ଅଧିକାର ସଂବନ୍ଧରେ ସଚେତନତା ବିସ୍ତାର କରିବେ ଏବଂ ଏହି ଅଧିକାର ଗୁଡିକର ସୁରକ୍ଷା ନିମନ୍ତେ ଉପଲ୍ଲବ୍ଧ ନିରାପ । ସମ୍ବନ୍ଧରେ, ପ୍ରକାଶିତ ଗଣମାଧ୍ୟମ, ସେମିନାରି ଏବଂ ଅନ୍ୟାନ୍ୟ ଉପଲ୍ଲବ୍ଧ ଉପାୟ ଜରିଆରେ ପ୍ରଚାର କରିବେ ।
      • ମାନବିକ ଅଧିକାର କ୍ଷେତ୍ରରେ କାର୍ଯ୍ୟକରୁଥିବା ବେସରକାରୀ ସଂସ୍ଥା ଏବଂ ଅନୁଷ୍ଠାନ ଗୁଡିକ ପ୍ରଚେଷ୍ଠାକୁ ପ୍ରୋତ୍ସାହିତ କରିବେ ।
      • ଏପରି ଅନ୍ୟାନ୍ୟ କାର୍ଯ୍ୟ, ଯାହାକି ମାନବିକ ଅଧିକାରକୁ ପ୍ରୋତ୍ସାହିତ କରିବା ନିମନ୍ତେ ଆବଶ୍ୟକ ବୋଲି ବିବେଚନା କରାଯାଏ ।

ମନ୍ତବ୍ୟ

ଏହି ଦଫାର ଧାରା (କ) ରୁ (ଞ)ରେ ଉଲ୍ଲେଖିତ କାର୍ଯ୍ୟାବଳୀ କୁ, କମିଶନ୍ ସଂପାଦିତ କରିବେ ।

ତଦନ୍ତ ସଂବନ୍ଧୀୟ କ୍ଷମତା

  1. ଏହି ଆଇନ୍ ଅନୁଯାୟୀ ଅଭିଯୋଗ ଗୁଡିକର ତଦନ୍ତ କରିବା ସମୟରେ କମିଶନ୍ ଙ୍କର ଦେୱାନୀ କାର୍ଯ୍ୟବିଧି ସଂହିତା , ୧୯୮୦ ଅନୁୟାଯୀ, କୌଣସି ମୋକଦ୍ଦମା ବିଚାର କରୁଥିବା କୌଣସି ଦେୱାନୀ ନ୍ୟାୟାଳୟର ସମସ୍ତ କ୍ଷମତା ରହିବା ଏବଂ ନିର୍ଦ୍ଦିଷ୍ଟ ଭାବେ, ନିମ୍ନଲିଖିତ ବିଷୟ ସଂବନ୍ଧରେ, ଯଥା :-
    • ସାକ୍ଷୀମନଙ୍କୁ ଆହ୍ଵାନ କରିବା ଏବଂ ସେମାନଙ୍କ ଉପସ୍ଥିତିକୁ ବଳବ ର କରିବା ;
    • କୌଣସି ଦଲିଲର ଆବିଷ୍କାର ଏବଂ ଉପସ୍ଥାପନା ;
    • ଆଫିଡାବିଟ ଉପରେ ସାକ୍ଷଗ୍ରହଣ କରିବା ;
    • କୌଣସି ନ୍ୟାୟଳୟ କିମ୍ବା କାର୍ଯ୍ୟଳୟରୁ କୌଣସି ସର୍ବସାଧାରଣ ନଥି କିମ୍ବା ନକଲ ମଗାଇବା ।
    • ସାକ୍ଷୀ କିମ୍ବା ଦଲିଲର ପରୀକ୍ଷା ନିମନ୍ତେ କମିଶନ୍ ନିର୍ଗନ କରିବା ।
    • ଅନ୍ୟ କୌଣସି ବିଷୟ, ଯାହାକି ଧାର୍ଯ୍ୟ କରାଯାଇପାରେ ।
  2. ସେ ସମୟରେ ବଳବ ର ଥିବା କୌଣସି ଆଇନ୍ ଅନୁଯାୟୀ, ଉକ୍ତ ବ୍ୟକ୍ତି ଦ୍ଵାରା ଦାବୀ କରାଯାଉଥିବା କୌଣସି ସୁବିଧାର ନିୟନ୍ତ୍ରଣାଧିନରେ କୌଣସି ବ୍ୟକ୍ତିକୁ, ଏପରି ବିଷୟ ଉପରେ ତଥ୍ୟ ପ୍ରଦାନ କରିବା ନିମନ୍ତେ ଆବଶ୍ୟକ କରିପାରନ୍ତି , ଯେପରି କମିଶନ୍ ଙ୍କମତରେ, ତଦନ୍ତର ବିଷୟବସ୍ତୁ ପ୍ରତି ଉପାଦେୟ ଅଟେ ଏବଂ ଏପରି ଆବଶ୍ୟକ କରାଯାଉଥିବା ବ୍ୟକ୍ତି, ଭାରତୀୟ ଦଣ୍ଡବିଧି ସଂହିତା (୪୫/୧୮୬୦)ର ଦଫା ୧୭୬ ଏବଂ ଦଫା ୧୭୭ର ଅର୍ଥ ମଧ୍ୟରେ ଏପରି ତଥ୍ୟ ପ୍ରଦାନ କରିବା ନିମନ୍ତେ ଆଇନ୍ତଃ ବାଧ୍ୟ ବୋଲି ଧରାଯିବା ।
  3. କମିଶନ୍ କିମ୍ବା କୌଣସି ଗେଜେଟଡ ଉଚ୍ଚକର୍ମଚାରୀଙ୍କ ନିମ୍ନ ସ୍ତରର ହୋଇନଥିବା ଅନ୍ୟ କୌଣସି ଉଚ୍ଚକର୍ମଚାରୀ ଯେ କି ଏ ସଂବନ୍ଧରେ କମିଶନ୍ ଙ୍କ ଦ୍ଵାରା ବିଶେଷ ଭାବେକ୍ଷମତାୟୀତ ହୋଇଥାଆନ୍ତି କୌଣସି ଅଟ୍ଟାଳିକା ବା ସ୍ଥାନରେ ପ୍ରବେଶ କରିପାରନ୍ତି । ଯେଉଁଠାରେ କମିଶନ୍ ଙ୍କର ଏପରି ବିଶ୍ଵାସ କରିବାର କାରଣଥାଏ ଯେ ଏପରି ବିଷୟସଂବନ୍ଧରେ କୌଣସି ଦଲିଲକୁ ଫୌଜଦାରି କାର୍ଯ୍ୟବିଧି ସଂହିତା,୧୯୭୩ (୨/୧୯୭୪) ର ଦଫା ୧୦୦ର ବ୍ୟବସ୍ଥାବଳୀର ନିୟନ୍ତ୍ରିଣାଧିନରେ ଜବତ କରିପାରନ୍ତି କିମ୍ବା ତାର ନକଲ ଗ୍ରହନ କରିପାରନ୍ତି, ଯେତେଦୂର ପର୍ଯ୍ୟନ୍ତ ଏହା ପ୍ରୟୋଗନୀୟ ଅଟେ ।
  4. କମିଶନ୍ ଙ୍କୁ ଏକ ଦେୱାନୀ ନ୍ୟାୟାଳୟ ଭାବେ ଧାର୍ଯ୍ୟ ଏବଂ ଯେତେବେଳେ ଭତାତୀୟ ଦଣ୍ଡବିଧି ସଂହିତାର ଦଫା ୧୭୫ ଦଫା ୧୭୮ ଦଫା ୧୭୯ ଦଫା ୧୮୦, କିମ୍ବା ଦଫା ୨୨୮ରେ ବର୍ଣ୍ଣିତ କୌଣସି ଅପରାଧ କମିଶନ୍ ଙ୍କ ମତରେ କିମ୍ବା ଉପସ୍ଥିତିରେ ବସ୍ତୁକୁ ଏବଂ ଅପରାଧ ବିବରଣୀକୁ ଲିପିବଦ୍ଧ କରିବା ପରେ ଯେପରି ଫୌଜଦାରି କାର୍ଯ୍ୟବିଧି ସଂହିତା ୧୯୭୩ରେ ବ୍ୟବସ୍ଥାପିତ , ଏବଂ ଉକ୍ତ ମୋକଦ୍ଦମାକୁ ବିଚାର କରିବା ନିମନ୍ତେ କତ୍ତୃତ୍ଵଥିବା ମାଜିଷ୍ଟେଟ ଙ୍କ କଟକକୁ ପ୍ରେରଣ କରିବେ ଏବଂ ଏପରି ମାଜିଷ୍ଟେଟ ଯାହାଙ୍କୁ ଏପରି ମୋକଦ୍ଦମା ପ୍ରେରିତ ହୋଇଥାଏ , ଅପରାଧୀ ବିରୁଦ୍ଧରେ ଅଭିଯୋଗକୁ ଶୁଣାଣି ନିମନ୍ତେ ଅଗ୍ରସର ହେବେ , ଯେପରିକି ଏପରି ମୋକଦ୍ଦମାକୁ , ଫୌଜଦାରି କାର୍ଯ୍ୟବିଧି ସଂହିତା , ୧୯୭୩ (୨/୧୯୭୪) ଦଫା ୩୪୬ ଅନୁଯାୟୀ ତାଙ୍କୁ ପ୍ରେରଣ କରାଯାଇଛି ।
  5. କମିଶନ୍ ଙ୍କ ସମ୍ମୁଖରେ ପ୍ରତ୍ୟେକ କାର୍ଯ୍ୟନୁଷ୍ଠାନକୁ, ଭାରତୀୟ ଦଣ୍ଡବିଧି ସଂହିତାର ଦଫା ୧୯୬ ଉଦ୍ଦେଶ୍ୟ ନିମନ୍ତେ ଦଫା ୧୯୩ ଏବଂ ୨୨୮ ର ଅର୍ଥ ମଧ୍ୟରେ ଏକ ବୈଚାରିକ କାର୍ଯ୍ୟନୁଷ୍ଠାନ ଭାବେ ଧରାଯିବ ଏବଂ କମିଶନ୍ ଦଫା ୧୯୫ ଏବଂ ଫୌଜଦାରି କାର୍ଯ୍ୟବିଧି ସଂହିତା ୧୯୭୩ (୨/୧୯୭୪)ର ଅଧ୍ୟାୟ ୨୬ ଉଦ୍ଦେଶ୍ୟରେ ଏକ ଦେୱାନୀ ନ୍ୟାୟାଳୟ ଭାବେ ଧରାଯିବ ।
  6. ଯେଉଁ ସ୍ଥଳରେ କମିଶନ୍ ଏପରି କହିବା ନିମନ୍ତେ ଆବଶ୍ୟକ ବୋଲି ବିବେଚନା କରନ୍ତି ସେପରିସ୍ଥଳେ ସେ ଆଦେଶ ଦ୍ଵାରା , ତାଙ୍କ ନିକଟରେ ଦାଖଲ କାରାଯାଇଥିବା କିମ୍ବା ଶୁଗୀତ ଥିବା କୌଣସି ଅଭିଯୋଗକୁ , ସେହି ରାଜ୍ୟରେ ରାଜ୍ୟ କମିଶନ୍ ଙ୍କୁ ହସ୍ତାନ୍ତର କରିପାରନ୍ତି , ଯେଉଁଠାରୁ ଏପରି ଅଭିଯୋଗ ଉଦ୍ରେକ ହୋଇଥାଏ ଏବଂ ତାହା ଏହି ଆଇନ୍ର ବ୍ୟବସ୍ଥାବଳୀ ସହ ସମନ୍ଵୟ ରକ୍ଷାକାରୀ, ଫଇସଲା କରିବା ନିମନ୍ତେ ;
  7. ଉଲ୍ଲେଖ ଥାଉ ଯେ ଏପରି କୌଣସି ଅଭିଯୋଗକୁ ହସ୍ତାନ୍ତର କରାଯିବ ନାହିଁ , ଯଦି ତାହା ସେପରି ହୋଇନଥାଏ , ଯାହା ସଂବନ୍ଧରେ ତାହା ଗ୍ରହଣ କରିବା ନିମନ୍ତେ ରାଜ୍ୟ କମିଶନ୍ ଙ୍କର କତ୍ତୁତ୍ଵ ନ ଥାଏ।

  8. ଉପ- ଦଫା (୬) ଅନୁଯାୟୀ ସ୍ଥାନାନ୍ତରିତ ପ୍ରତ୍ୟେକ ଅଭିଯୋଗ, ରାଜ୍ୟ କମିଶନ୍ ଦ୍ଵାରା ବିଚାର କରାଯାଇ ଫଇସଲା କରାଯିବ , ଯେପରିକି, ଏହା ଏକ ଅଭିଯୋଗ ଅଟେ, ଯାହାକୁ ମୂଳକୁ ଏହା ସମ୍ମୁଖରେ ଦାଏର କରାଯାଇଛି ।

ମନ୍ତବ୍ୟ

ଏହି ଆଇନ୍ ଅନୁୟାଯୀ ଅଭିଯୋଗକୁ ତଦନ୍ତ କରିବା ସମୟରେ କମିଶନ୍ ଏପରି କ୍ଷମତା ବଳବର୍ତ୍ତର କରିବେ , ଯେପରି ଉପଦଫା (୧)ରୁ (୫)ରେ ଧାର୍ଯ୍ୟ କରାଯାଇଛି ।

ଅନୁସନ୍ଧାନ

  1. ତଦନ୍ତ ସହ ସଂଯୁକ୍ତ କୌଣସି ଅନୁସନ୍ଧାନ ପରିଚଳନା କରିବା ଉଦ୍ଦେଶ୍ୟରେ , କମିଶନ୍ , କୌଣସି ଉଚ୍ଚକର୍ମଚାରୀଙ୍କ ସେବା କିମ୍ବା କେନ୍ଦ୍ର ସରକାରଙ୍କର କୌଣସି ଅନୁସନ୍ଧାନକାରୀ ସଂସ୍ଥା କିମ୍ବା କେନ୍ଦ୍ର ସରକାରଙ୍କର କୌଣସି ରାଜ୍ୟସରକାରଙ୍କ ସମ୍ମତି ସହିତ କୌଣସି ଅନୁସନ୍ଧାନକାରୀ ସଂସ୍ଥା ସେବା ବ୍ୟବହାର କାରୀ ପାରିବେ , ଯେଉଁସ୍ଥଳରେ ଯେପରି ପ୍ରୟୋଗନୀୟ ।
  2. ତଦନ୍ତ ସହ ସମ୍ପୃକ୍ତ କୌଣସି ବିଷୟ ଅନୁସନ୍ଧାନ କରିବା ଉଦ୍ଦେଶ୍ୟରେ, କୌଣସି ଉଚ୍ଚକର୍ମଚାରୀ କିମ୍ବା ସଂସ୍ଥା ଯାହାଙ୍କର ସେବା, ଉପଦଫା (୧) ଅନୁଯାୟୀ ବ୍ୟବହାର କରାଯାଏ , ତାହା କମିଶନ୍ ଙ୍କ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣାଧିନରେ :-
    • କୌଣସି ବ୍ୟକ୍ତିକୁ ଆହ୍ଵାନ କରିବେ ଏବଂ ତାଙ୍କର ଉପସ୍ଥିତିକୁ ବାଧ୍ୟତାମୂଳକ କରିବେ ଏବଂ ତାଙ୍କୁ ପରୀକ୍ଷା କରିବେ ;
    • ଆଇନ୍ ସଂଖ୍ୟା ୪୩/୨୦୦୬, ଦଫା ୧୦ ଦ୍ଵାରା ୨୩/୧୧/୨୦୦୬ ଠାରୁ ସଂଯୁକ୍ତ ।

    • କୌଣସି ଦଲିଲର ଆବିଷ୍କାର ଏବଂ ଉପସ୍ଥାପନ ନିମନ୍ତେ ଆବଶ୍ୟକ କରିବେ , ଏବଂ ;
    • କୌଣସି କାର୍ଯ୍ୟଳୟରୁ କୌଣସି ସର୍ବସାଧାରଣ ନଥି କିମ୍ବା ତାର ନକଲ ଲିଖିତଭାବେ ମଗାଇବା ।
  3. କୌଣସି ଉଚ୍ଚ କର୍ମଚାରୀ କିମ୍ବା ସଂସ୍ଥା ସମ୍ମୁଖରେ କୌଣସି ବ୍ୟକ୍ତି ଦ୍ଵାରା ପ୍ରଦାନ କରାଯାଇଥିବା କୌଣସି ବିବରଣୀ ସଂବନ୍ଧରେ ଦଫା ୧୫ର ବ୍ୟବସ୍ଥାବଳୀ ପ୍ରୟୋଗ ହେବ, ଯାହାଙ୍କର ସେବା ଉପଦଫା (୧) ଅନୁଯାୟୀ ବ୍ୟବହାର କରାଯାଏ ଯେପରି ତାହା କମିଶନ୍ ଙ୍କ ସମ୍ମୁଖରେ ସାକ୍ଷ୍ୟ ପ୍ରଦାନ କରିବା ସମୟରେ କୌଣସି ବ୍ୟକ୍ତି ଦ୍ଵାରା ପ୍ରଦାନ କରାଯାଇଥିବା କୌଣସି ବିବରଣୀ ସଂବନ୍ଧରେ ପ୍ରୟୋଗ ହୁଏ ।
  4. ସେହି ଉଚ୍ଚକର୍ମଚାରୀ କିମ୍ବା ସଂସ୍ଥା ଯାହାଙ୍କର ସେବା ଉପଦଫା (୧) ଅନୁଯାୟୀ ବ୍ୟବହାର କରାଯାଏ ସେତଦନ୍ତ ପ୍ରତି ସମ୍ପୃକ୍ତ କୌଣସି ବିଷୟକୁ ଅନୁସନ୍ଧାନ କରିବେ ଏବଂ ଏପରି ସମୟ ମଧ୍ୟରେ କମିଶନ୍ ଙ୍କୁ ଏକ ବିବରଣୀ ଦାଖଲ କରିବେ , ଯେପରି କମିଶନ୍ ଙ୍କ ଦ୍ଵାରା ଏ ସମ୍ବନ୍ଧରେ ଧାର୍ଯ୍ୟ କରାଯାଇପାରେ ।
  5. ଉଲ୍ଲେଖ କରାଯାଇଥିବା ବିଷୟ ଏବଂ ଉପଦଫା (୪)ଅନୁଯାୟୀ ଏହାକୁ ଦାଖଲ କରାଯାଇଥିବା ବିବରଣୀରେ ଉପନୀତ ସିଦ୍ଧାନ୍ତ ସମ୍ବନ୍ଧରେ ଏହାର ସଠିକତା ସମ୍ବନ୍ଧରେ କମିଶନ୍ ନିଜକୁ ସନ୍ତୁଷ୍ଟ କରିବେ , ଏବଂ ଏହି ଉଦ୍ଦେଶ୍ୟରେ କମିଶନ୍ ଏପରି ତଦନ୍ତ କରିପାରନ୍ତି (ଏଥି ସହିତ ସେହି ବ୍ୟକ୍ତି କିମ୍ବା ବ୍ୟକ୍ତିମାନଙ୍କର ପରୀକ୍ଷା ଯେକି ଏପରି ଅନୁସନ୍ଧାନ ପରିଚାଳନା କରିଥିଲେ କିମ୍ବା ଏପରି ଅନୁସନ୍ଧାନରେ ସାହାଯ୍ୟ କରିଥିଲେ )ଯେପରି ସେ ଉଚିତ ମନେ କରନ୍ତି ।

ମନ୍ତବ୍ୟ

ତଦନ୍ତ ସହ ସଂଯୁକ୍ତ କୌଣସି ଅନୁସନ୍ଧାନ ପରିଚାଳନା କରିବା ଉଦ୍ଦେଶ୍ୟରେ କମିଶନ୍ କୌଣସି ଉଚ୍ଚକର୍ମଚାରୀ କିମ୍ବା କେନ୍ଦ୍ର ସରକାର କିମ୍ବା କୌଣସି ରାଜ୍ୟ ସରକାରଙ୍କ ଅନୁସନ୍ଧାନକାରୀ ସଂସ୍ଥା ସେବା ବ୍ୟବହାର କରିବା ନିମନ୍ତେ କ୍ଷମତାୟୀତ ଅଟନ୍ତି ।

କମିଶନ୍ ଙ୍କୁ ବ୍ୟକ୍ତିମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ବିବରଣୀ

କମିଶନ୍ ଙ୍କ ସମ୍ମୁଖରେ ସାକ୍ଷ୍ୟ ପ୍ରଦାନ କରୁଥିବା ସମୟରେ କୌଣସି ବ୍ୟକ୍ତି ଦ୍ଵାରା ପ୍ରଦାନ କରାଯାଇଥିବା କୌଣସି ବିବରଣୀ, ଏପରି ବିବରଣୀ ଦ୍ଵାରା ମିଥ୍ୟା ସାକ୍ଷ୍ୟ ପ୍ରଦାନ ନିମନ୍ତେ ମୋକଦ୍ଦମା ବ୍ୟତୀତ, କୌଣସି ଦେୱାନୀ କିମ୍ବା ଫୌଜଦାରି କାର୍ଯ୍ୟାନୁଷ୍ଠାନରେ ତାଙ୍କ ବିରୁଦ୍ଧରେ ବ୍ୟବହାର କରାଯିବ ନାହିଁ , ଉଲ୍ଲେଖ ଥାଉ ଯେ ଏହାର ବିବରଣୀ :-

  • ସେହି ପ୍ରଶ୍ନର ଉତ୍ତରରେ ପ୍ରଦାନ କରାଯାଇଥାଏ , ଯାହାର ଉତ୍ତର ଦେବା ନିମନ୍ତେ ତାଙ୍କୁ କମିଶନ୍ ଙ୍କ ଦ୍ଵାରା ଆବଶ୍ୟକ କରାଯାଇଥାଏ ; କିମ୍ବା
  • ତଦନ୍ତ ବିଷୟବସ୍ତୁ ପ୍ରତି ଉପାଦେୟଅଟେ ।

ମନ୍ତବ୍ୟ

କୌଣସି ବିବରଣୀ ( ଯାହାକି ପ୍ରତିବନ୍ଧ ଦ୍ଵାରା ଆବୃତ ) ଏବଂ ଯାହାକି କମିଶନ୍ ଙ୍କ ସମ୍ମୁଖରେ କୌଣସି ବ୍ୟକ୍ତି ଦ୍ଵାରା ପ୍ରଦାନ କରାଯାଇଥାଏ :-

  • ତାଙ୍କୁ କୌଣସି ମିଥ୍ୟା ସାକ୍ଷ୍ୟ ମୋକଦ୍ଦମା ବ୍ୟତିତ କୌଣସି ଦେୱାନୀ କିମ୍ବା ଫୌଜଦାରି କାର୍ଯ୍ୟାନୁଷ୍ଠାନରେ ତାଙ୍କ ବିରୁଦ୍ଧରେ ବ୍ୟବହାର କରାଯିବ ନାହିଁ ।

ଶୁଣାଣୀରେ ବିପରୀତଭାବେ ପ୍ରଭାବିତ ହେବାର ସମ୍ଭାବନା ଥିବା ବ୍ୟକ୍ତିମାନେ

ଯଦି ତଦନ୍ତର କୌଣସି ସ୍ତରରେ କମିଶନ୍ :-

  • କୌଣସି ବ୍ୟକ୍ତିର ଚରିତ୍ର କିମ୍ବା କାର୍ଯ୍ୟକଳାପ ସଂବନ୍ଧରେ ତଦନ୍ତ କରିବା ଆବଶ୍ୟକ ମନେ କରନ୍ତି ; କିମ୍ବା
  • ଏପରି ମତ ପୋଷଣ କରନ୍ତି ଯେ କୌଣସି ବ୍ୟକ୍ତିର ଯଶ କିମ୍ବା ସମ୍ମାନ, ଏପରି ତଦନ୍ତ ଦ୍ଵାରା କ୍ଷତିକାରକ ଭାବେ ପ୍ରଭାବିତ ହେବାର ସମ୍ଭାବନା ଅଛି ;

ତାହେଲେ ଏହା ତଦନ୍ତରେ ଶୁଣାଣି ନିମନ୍ତେ ଏବଂ ତାଙ୍କ ପ୍ରତିରକ୍ଷାରେ ସାକ୍ଷ୍ୟ ଉପସ୍ଥାପନ କରିବା ନିମନ୍ତେ,ଉକ୍ତ ବ୍ୟକ୍ତିକୁ ଯଥାଯଥ ସୁଯୋଗ ପ୍ରଦାନ କରିବେ ;

ଉଲ୍ଲେଖ ଥାଉଯେ , ଏହି ଦଫାରେ କୌଣସି ବ୍ୟବସ୍ଥା ପ୍ରୟୋଗ ହେବ ନାହିଁ , ଯେଉଁ ସ୍ଥଳରେ କୌଣସି ସାକ୍ଷ୍ୟର ବିଶ୍ଵାସନୀୟତାକୁ ନାକଚ କରାଯାଇଥାଏ ।

ମନ୍ତବ୍ୟ

କୌଣସି ବ୍ୟକ୍ତି, ଯାହାର କାର୍ଯ୍ୟକଳାପ ତଦନ୍ତ କରାଯିବ କିମ୍ବା ଯାହାଙ୍କର ଯଶ କିମ୍ବା ସମ୍ମ୍ଣାନ , ଏପରି ତଦନ୍ତ ଦ୍ଵାରା କ୍ଷତିକାରକ ଭାବେ ପ୍ରଭାବିତ ହେବାର ସମ୍ଭାବନା , ଅଛି ତାଙ୍କର ସୁନାନି ନିମନ୍ତେ ତଥା ତଦନ୍ତରେ ପ୍ରତିରକ୍ଷା ନିମନ୍ତେ ସାକ୍ଷ୍ୟ ଉପସ୍ଥାପନ କରିବା, ନିମନ୍ତେ ଏକ ଯଥାଯଥ ସୁଯୋଗ ଅଧିକାର ଅଛି ।

ଆଧାର – ଦ ଲ ହାଉସ

Last Modified : 7/29/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate