অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାନବିକ ଅଧିକାର ସୁରକ୍ଷା ଆଇନ୍,୧୯୯୩ (ପଦ୍ଧତି)

ଅଭିଯୋଗ ପ୍ରତି ତଦନ୍ତ

କମିଶନ୍ ମାନବିକ ଅଧିକାର ଉଲ୍ଲଂଘନ ଅଭିଯୋଗ ତଦନ୍ତ କରିବା ସମୟରେ : -

ଏପରି ସମୟ ମଧ୍ୟରେ, କେନ୍ଦ୍ର ସରକାର କିମ୍ବା କୌଣସି ରାଜ୍ୟ ସରକାର କିମ୍ବା ସେଥିପ୍ରତି ଅଧସ୍ତନ ଅନ୍ୟ କୌଣସି ଅଧିକାରୀ କିମ୍ବା ସଂସ୍ଥାଠାରୁ ତଥ୍ୟ କିମ୍ବା ବିବରଣୀ ଆହ୍ଵାନ କରିବେ , ଯେପରି ତାଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇପାରେ ; ଉଲ୍ଲେଖ ଥାଉ ଯେ ..

  • ମାନବିକ ଅଧିକାର ସୁରକ୍ଷା ଆଇନ୍,୧୯୯୩ (ପଦ୍ଧତି)ଯଦି କମିଶନ୍ ଙ୍କ ଦ୍ଵାରା ଧାର୍ଯ୍ୟ ସମୟମଧ୍ୟରେ ଏପରି ତଥ୍ୟ କିମ୍ବା ବିବରଣୀ ଗୃହିତ ନ ହୁଏ ତାହାହେଲେ ସେ ମନକୁ ମନ ଏପରି ଅଭିଯୋଗ ତଦନ୍ତ କରିବା ନିମନ୍ତେ ଅଗ୍ରସର ହୋଇପାରନ୍ତି,
  • ଯଦି ଏପରି ତଥ୍ୟ କିମ୍ବା ବିବରଣୀ ଗ୍ରହଣ କରିବା ପରେ,କମିଶନ୍ ସନ୍ତୁଷ୍ଟ ହୁଅନ୍ତି ଯେ କୌଣସି ଅଧିକ ତଦନ୍ତ ଆବଶ୍ୟକ ନୁହେଁ କିମ୍ବା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି କିମ୍ବା ସମ୍ପୃକ୍ତ ସରକାର କିମ୍ବା ଅଧିକାରୀଙ୍କ ଦ୍ଵାରା ଗ୍ରହଣ କରାଯାଇଛି , ସେପରିସ୍ଥଳେ ସେ ଏପରି ଅଭିଯୋଗ ଉପରେ ଅଗ୍ରସର ନ ହୋଇପାରନ୍ତି ଏବଂ ସେହି ଅନୁଯାୟୀ, ଅଭିଯୋଗକାରୀଙ୍କୁ ସୁଚିତା କରିବେ; (୨) କିମ୍ବା (୧)ରେ ଧାରିତ କୌଣସି ବିଷୟ ପ୍ରତି କୌଣସି ଆନ ନ ଘଟାଇ , ଯଦି କମିଶନ୍ ଅଭିଯୋଗର ପ୍ରକୃତିକୁ ବିଚାର କାରୀ ଯଦି ଆବଶ୍ୟକ ମନେ କରନ୍ତି, ଏକ ତଦନ୍ତ ଆରମ୍ଭ କରିବେ ।

ମନ୍ତବ୍ୟ

ମାନବିକ ଅଧିକାରର ଉଲ୍ଲଂଘନ ସମ୍ବନ୍ଧୀୟ ଅଭିଯୋଗର ତଦନ୍ତ କରିବା ସମୟରେ କମିଶନ୍ , ଏହି ଦଫାରେ ଉଲ୍ଲେଖିତ ପଦ୍ଧତି ଅନୁସରଣ କରିବା ନିମନ୍ତେ ବାଧ୍ୟ ଅଟନ୍ତି ।

ତଦନ୍ତ ସମୟରେ ଏବଂ ପରେ ପଦକ୍ଷେପ

ଏହି ଆଇନ୍ ଅନୁଯାୟୀ ଅନୁଷ୍ଠିତ କୌଣସି ତଦନ୍ତ ସମୟରେ କିମ୍ବା ଏହାର ସମାପ୍ତିରେ, କମିଶନ୍ ନିମ୍ନଲିଖିତ ଯେ କୌଣସି ପଦକ୍ଷେପ ଗ୍ରହଣ କରିପାରନ୍ତି ଯଥା :-

ଦଫା ୧୮ ନିମନ୍ତେ ଆଇନ୍ ସଂଖ୍ୟା ୪୩/୨୦୦୬ ଦଫା ୧୧ ଦ୍ଵାରା ୨୩/୧୧/୨୦୦୬ଠାରୁ ପରିବର୍ତ୍ତିତ: ପରିବର୍ତ୍ତନ ପୂର୍ବରୁ, ନିମ୍ନଭାବେ ଥିଲା :-

ତଦନ୍ତ ପରେ, ପଦେକ୍ଷେପ

ଏହି ଆଇନ୍ ଅନୁଯାୟୀ ଅନୁଷ୍ଠିତ କୌଣସି ତଦନ୍ତ ର ସମାପ୍ତି ଉପରେ, କମିଶନ୍ ନିମ୍ନ ଲିଖିତ ଯେ କୌଣସି ପଦକ୍ଷେପ ଗ୍ରହଣ କରିପାରନ୍ତି ଯଥା :-

  1. ଯେଉଁ ସ୍ଥଳରେ ଏପରି ତଦନ୍ତ ମାନବିକ ଅଧିକାର ର ଉଲ୍ଲଂଘନ ସଂଗଠନ ଉନ୍ମୋଚନ କରେ କିମ୍ବା ମାନବିକ ଅଧିକାର ଉଲ୍ଲଂଘନ ର ପ୍ରତିବନ୍ଧନରେ କୌଣସି ସର୍ବସାଧାରଣ ସେବକଙ୍କ ଅବହେଳା ଉନ୍ମୋଚନ କରେ ସେପରି ସ୍ଥଳେ ଏହା , ସମ୍ପୃକ୍ତ ସରକାର କିମ୍ବା ଅଧିକାରୀଙ୍କ ମୋକଦ୍ଦମା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସୁପାରିସ କରିବେ , ଯେପରି କମିଶନ୍ ସମ୍ପୃକ୍ତ ବ୍ୟକ୍ତି କିମ୍ବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଉଚିତବୋଲି ବିବେଚନା କରିବେ ;
  2. ଉଚ୍ଚତମ ନ୍ୟାୟାଳୟ କିମ୍ବା ସମ୍ପୃକ୍ତ ଉଚ୍ଚତମ ନ୍ୟାୟାଳୟକୁ ଏପରି ନିର୍ଦ୍ଦେଶ, ଆଦେଶ କିମ୍ବା ରିଟ ନିମନ୍ତେ ଅନୁରୋଧ କରିବେ, ଯେପରି ନ୍ୟାୟାଳୟ ଉଚିତ ମନେ କରିବେ ।
  3. ବ୍ୟଥିତ କିମ୍ବା ଉତ୍ସାହିତ ବ୍ୟକ୍ତି କିମ୍ବା ତାପରିବାର ସଦସ୍ୟ ଏପରି ତଦନ୍ତ ମଧ୍ୟବର୍ତ୍ତୀକାଳୀନ ସାହାଯ୍ୟ ମଞ୍ଜୁର କରିବା ନିମନ୍ତେ , ସମ୍ପୃକ୍ତ ସରକାର କିମ୍ବା ଅଧିକାରୀଙ୍କୁ ସୁପାରିସ କରିବେ , ଯେପରି କମିଶନ୍ ଆବଶ୍ୟକ ବୋଲି ବିବେଚନା କରନ୍ତି ;
  4. ଧାରା (୫) ର ବ୍ୟବସ୍ଥାବଳୀର ନିଯନ୍ତ୍ରଣାଧିନରେ , ତଦନ୍ତ ବିବରଣୀ ଏକ ନକଲ ଆବେଦନକାରୀ କିମ୍ବା ତାଙ୍କର ପ୍ରତିନିଧିଙ୍କୁ ଯୋଗାଇ ଦେବେ ।
  5. କମିଶନ୍,ଏହାର ତଦନ୍ତ ବିବରଣୀର ଏକ ନକଲ ସହିତ ଏହାଏ ସୁପାରିସ କୁ ସରକାର କିମ୍ବା ଅଧିକାରୀଙ୍କୁ ପ୍ରେରଣ କରିବେ ଏବଂ ସମ୍ପୃକ୍ତ ସରକାର କିମ୍ବା ଆଧିକାରୀ ଏକ ମାସ ମଧ୍ୟରେ କିମ୍ବା ଏପରି ଅଧିକ ସମୟମଧ୍ୟରେ ଯେପରି କମିଶନ୍ ଅନୁମୋଦନକରିବେ, ଏପରି ବିବରଣୀ ଉପରେ ଏହାର ମନ୍ତବ୍ୟ ସହିତ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ କିମ୍ବା ପ୍ରସ୍ତାବିତ କାର୍ଯ୍ୟାନୁଷ୍ଠାନ ବିଷୟ କମିଶନ୍ ଙ୍କୁ ପ୍ରେରଣ କରିବେ ।
  6. କମିଶନ୍ , ଏହାର ତଦନ୍ତଦ ବିବରଣୀ ସହିତ ସମ୍ପୃକ୍ତ ସରକାର କିମ୍ବା ଅଧିକାରୀଙ୍କ ଠାରୁ ଗୃହିତ ମନ୍ତବ୍ୟ ପ୍ରକାଶନ କରିବେ ଏବଂ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ କିମ୍ବା ସମ୍ପୃକ୍ତ ସରକାର କିମ୍ବା ଅଧିକାରୀଙ୍କ ଦ୍ଵାରା ପ୍ରସ୍ତାବିତ କାର୍ଯ୍ୟାନୁଷ୍ଠାନ ବିଷୟ ମଧ୍ୟ ସେଥିରେ ଉଲ୍ଲେଖ କରିବେ ।
    • ଯେଉଁ ସ୍ଥଳରେ ତଦନ୍ତ, ମାନବିକ ଅଧିକାର ଉଲ୍ଲଂଘନର ସଂଗଠନ କିମ୍ବା ମାନବିକ ଅଧିକାର ଉଲ୍ଲଂଘନର ପ୍ରତିବନ୍ଧରେ ଅବହେଳା କିମ୍ବା କୌଣସି ସର୍ବସାଧାରଣ ସେବକଙ୍କ ଦ୍ଵାରା ତାହା ପ୍ରୋତ୍ସାହିତ ହୋଇଥିବା ବିଷୟ ଉନ୍ମୋଚନ କରେ , ସେପରି ସ୍ଥଳେ ଏହା , ସମ୍ପୃକ୍ତ ସରକାର କିମ୍ବା ଅଧିକାରୀଙ୍କୁ ସୁପାରିସ କରିପାରନ୍ତି:-
  7. ଅଭିଯୋଗକାରୀ କିମ୍ବା ଉତ୍ପିଡିତ ବ୍ୟକ୍ତି କିମ୍ବା ତାଙ୍କ ପରିବାରର ସଦସ୍ୟଙ୍କୁ କ୍ଷତିପୂରଣ ପ୍ରଦାନ କରିବା ନିମନ୍ତେ ସୁପାରିସ କରିବେ , ଯେପରି କମିଶନ୍ ଆବଶ୍ୟକ ବୋଲି ବିବେଚନା କରନ୍ତି ।
  8. ମୋକଦ୍ଦମା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ କିମ୍ବା ଏପରି ଅନ୍ୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ଯେପରି କମିଶନ୍ ସମ୍ପୃକ୍ତ ବ୍ୟକ୍ତି କିମ୍ବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆବଶ୍ୟକ ବୋଲି ବିବେଚନା କରନ୍ତି ;
  9. ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି , ଯେପରି ସେ ଉପଯୁକ୍ତ ମନେ କରନ୍ତି ।
    • ଏପରି ନିର୍ଦ୍ଦେଶ , ଆଦେଶ କିମ୍ବା “ରିଟ “ ନିମନ୍ତେ ଉଚ୍ଚତମ ନ୍ୟାୟାଳୟ କିମ୍ବା ସମ୍ପୃକ୍ତ ଉଚ୍ଚନ୍ୟାୟାଳୟକୁ ଅନୁରୋଧ କରିପାରନ୍ତି ଯେପରି ଉକ୍ତ ନ୍ୟାୟାଳୟ ଆବଶ୍ୟକ ବୋଲି ବିବେଚନା କରନ୍ତି . କାର୍ଯ୍ୟାନୁଷ୍ଠାନ କିମ୍ବା ପ୍ରସ୍ତାବିତ କାର୍ଯ୍ୟାନୁଷ୍ଠାନ ବିଷୟ , କମିଶନ୍ ଙ୍କୁ ପ୍ରେରଣ କରିବେ ।
    • ଉତ୍ପିଡିତ ବ୍ୟକ୍ତି କିମ୍ବା ତାଙ୍କ ପରିବାର ସଦସ୍ୟଙ୍କୁ ଏପରି ତଦନ୍ତ ମଧ୍ୟବର୍ତ୍ତୀକାଳୀନ ସାହାଯ୍ୟ ମଞ୍ଜୁର କରିବା ନିମନ୍ତେ , ତୁରନ୍ତ ଯେ କୌଣସି ସ୍ତରରେ , ସମ୍ପୃକ୍ତ ସରକାର କିମ୍ବା ଅଧିକାରୀଙ୍କୁ ସୁପାରିସ କରିବେ , ଯେପରି କମିଶନ୍ ଆବଶ୍ୟକ ବୋଲି ବିବେଚନା କରନ୍ତି .
    • ଧାରା(ଙ) ର ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ ତଦନ୍ତ ବିବରଣୀ ଏକ ନକଲ , ଆବେଦନକାରୀ କିମ୍ବା ତାଙ୍କ ପ୍ରତିନିଧିଙ୍କୁ ଯୋଗାଇ ଦେବେ ।
    • କମିଶନ୍ , ଏହାର ତଦନ୍ତ ବିବରଣୀ ଏକ ନକଲ ସହିତ ଏହାର ସୁପାରିସ , ସମ୍ପୃକ୍ତ ସରକାର କିମ୍ବା ଅଧିକାରୀଙ୍କୁ ପ୍ରେରଣ କରିବେ ଏବଂ ସମ୍ପୃକ୍ତ ସରକାର କିମ୍ବା ଅଧିକାରୀ ଏକମାସ ସମୟ ମଧ୍ୟରେ କିମ୍ବା ଏପରି ଅଧିକ ସମୟ ମଧ୍ୟରେ , ଯେପରି କମିଶନ୍ ଅନୁମୋଦନ କରିବେ ,ଏପରି ବିବରଣୀ ଉପରେ , ଏହାର ମନ୍ତବ୍ୟ , ସହିତ ଗ୍ରହଣ କରାଯାଇଥିବା
    • କମିଶନ୍ , ଏହାର ତଦନ୍ତ ବିବରଣୀ ସହିତ ସମ୍ପୃକ୍ତ ସରକାର କିମ୍ବା ଅଧିକାରୀଙ୍କ ଠାରୁ ଗୃହିତ ମନ୍ତବ୍ୟ ତଥା ଗ୍ରହଣ କରାଯାଇଥିବା କିମ୍ବା ଗ୍ରହଣ କରାଯିବା ନିମନ୍ତେ ପ୍ରସ୍ତାବିତ କାର୍ଯ୍ୟାନୁଷ୍ଠାନ, ପ୍ରକାଶିତ କରିବେ ।

ମନ୍ତବ୍ୟ

ଏହି ଆଇନ୍ ଅନୁଯାୟୀ ଅନୁଷ୍ଠିତ କୌଣସି ତଦନ୍ତ ସମୟରେ କିମ୍ବା ତଦନ୍ତର ସମାପ୍ତିପରେ କମିଶନ୍ , ଏହି ଦଫାର ଧାରା (କ)ରୁ (ଚ)ରେ ଉଲ୍ଲେଖିତ ଯେ କୌଣସି ପଦକ୍ଷେପ ଗ୍ରହଣ କରିପାରିବେ ।

ସଶସ୍ତ୍ର ବାହିନୀ ସଂବନ୍ଧରେ ପଦ୍ଧତି

  1. ଏହି ଆଇନ୍ ରେ ଧାରିତ କୌଣସି ବିଷୟ ସତ୍ତ୍ୱେ , ସୈନ୍ୟବାହିନୀର ସଦସ୍ୟଙ୍କ ଦ୍ଵାରା ମାନବିକ ଅଧିକାର ର ଉଲ୍ଲଂଘନ ସଂବନ୍ଧରେ ଅଭିଯୋଗ ବିଚାର କରିବା ସମୟରେ , କମିଶନ୍ ନିମ୍ନ ପଦ୍ଧତି ଗ୍ରହଣ କରିବେ ଯଥା :-
    • ଏହା ନିଜ ମନକୁମନ କିମ୍ବା କୌଣସି ଆବେଦନ ପତ୍ର ଗ୍ରହଣ ଉପରେ , କେନ୍ଦ୍ର ସରକାରଙ୍କ ଠାରୁ ଏକ ବିବରଣୀ ଆହ୍ଵାନ କରିବେ ;
    • ବିବରଣୀ ଗ୍ରହଣ କରିବା ପରେ ଏହା ଅଭିଯୋଗ ଉପରେ ଅଗ୍ରସର ନ ହୋଇ ପାରନ୍ତି କିମ୍ବା ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , ଉକ୍ତ ସରକାରଙ୍କୁ ଏହାର ସୁପାରିସ ପ୍ରଦାନ କରିପାରନ୍ତି ;
  2. ତିନିମାସ ମଧ୍ୟରେ , ସୁପାରିସ ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ କିମ୍ବା ଏପରି ଅଧିକ ସମୟ ମଧ୍ୟରେ ଯେପରି କମିଶନ୍ ଅନୁମୋଦିତ କରିବେ , ସେଥି ମଧ୍ୟରେ ଗୃହିତ କାର୍ଯ୍ୟାନୁଷ୍ଠାନ ବିଷୟ କମିଶନ୍ ଙ୍କୁ ସୂଚିତ କରିବେ ।
  3. କମିଶନ୍ ,ଏହାର ବିବରଣୀ ସହିତ କେନ୍ଦ୍ର ସରକାରଙ୍କୁ କରାଯାଇଥିବା ସୁପାରିସ ତଥା ଏପରି ସୁପାରିସ ଉପରେ , ଉକ୍ତ ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ପ୍ରକାଶିତ କରିବେ।
  4. ଉପଦଫା (୩) ଅନୁଯାୟୀ ପ୍ରକାଶିତ ବିବରଣୀ ଏକ ନକଲକୁ କମିଶନ୍ , ଆବେଦନକାରୀ କିମ୍ବା ତାଙ୍କ ପ୍ରତିନିଧିଙ୍କୁ ଯୋଗାଇ ଦେବେ ।

ମନ୍ତବ୍ୟ

ଏହି ଦଫାରେ ଉଲ୍ଲେଖିତ ପଦ୍ଧତି ସହିତ ସମନ୍ଵୟ ରକ୍ଷା କାରୀ, ସୈନ୍ୟବାହିନୀର ସଦସ୍ୟଙ୍କ ଦ୍ଵାରା, ମାନବିକ ଅଧିକାର ଉଲ୍ଲଂଘନ କିମ୍ବା ଅଭିଯୋଗ ବିଷୟ , କମିଶନ୍ ବିଚାର କରିବେ ।

କମିଶନ୍ ଙ୍କ ବାର୍ଷିକ ଏବଂ ବିଶେଷ ବିବରଣୀ

  1. କମିଶନ୍ କେନ୍ଦ୍ର ସରକାର ଏବଂ ସମ୍ପୃକ୍ତ ରାଜ୍ୟସରକାର ଙ୍କୁ ଏକ ବାର୍ଷିକ ବିବରଣୀ ଦାଖଲ କରିବେ ଏବଂ ଯେ କୌଣସି ସମୟରେ କୌଣସି ବିଷୟ ଉପରେ , ବିଶେଷ ବିବରଣୀ ଦାଖଲ କରିପାରନ୍ତି , ଯାହାକି ତାଙ୍କ ମତରେ ଏପରି ଜରୁରୀ କାୟମ୍ବା ଗୁରୁତ୍ଵପୂର୍ଣ୍ଣ ଅଟେ ଯେ , ଏହାକୁ ବାର୍ଷିକ ବିବରଣୀ ଦାଖଲ ପର୍ଯ୍ୟନ୍ତ ବିଳମ୍ବିତ କରାଯାଇ ପାରିବ ନାହିଁ ।
  2. କେନ୍ଦ୍ର ସରକାର ଏବଂ ରାଜ୍ୟସରକାର ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , କମିଶନ୍ ଙ୍କ ବାର୍ଷିକ ଏବଂ ବିଶେଷ ବିବରଣୀକୁ ପାର୍ଲାମଣ୍ଟେ ର ପ୍ରତ୍ୟେକ ଗୃହରେ କିମ୍ବା ରାଜ୍ୟବିଧାନ ସଭାରେ ଉପସ୍ଥାପନ କରିବେ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ଏବଂ ଗ୍ରହଣ କରାଯାଇଥିବା କିମ୍ବା ଗ୍ରହଣ ନିମନ୍ତେ ପ୍ରସ୍ତାବିତ କାର୍ଯ୍ୟାନୁଷ୍ଠାନର ଏକ ସ୍ମାରକପତ୍ର ମଧ୍ୟ ଦାଖଲ କରିବେ ଏବଂ କୌଣସି ସୁପାରିସର ଅଣଗ୍ରହଣର କାରଣ ମଧ୍ୟ ଉଲ୍ଲେଖ କରିବେ ।

ମନ୍ତବ୍ୟ

କେନ୍ଦ୍ର ସରକାର ଏବଂ ସଂପୃକ୍ତ ରାଜ୍ୟସରକାରଙ୍କୁ ଏକ ବାର୍ଷିକ ବିବରଣୀ ଏବଂ ଆହୁରି ମଧ୍ୟ ବିଶେଷ ବିବରଣୀ ଦାଖଲ କରିବା କମିଶନଙ୍କ ନିମନ୍ତେ ବାଧ୍ୟତାମୂଳକ ଅଟେ । କେନ୍ଦ୍ର ସରକାର, ବାର୍ଷିକ ଏବଂ ବିଶେଷ ବିବରଣୀ ସହିତ କାର୍ଯ୍ୟାନୁଷ୍ଠାନାର ସ୍ମାରକପତ୍ରକୁ ପାର୍ଲ୍ୟାମେଣ୍ଟର ପ୍ରତ୍ୟେକ ଗୃହରେ ଏବଂ ରାଜ୍ୟ ବିଧାନ ପରିଷଦରେ ଉପସ୍ଥାପନ କରିବେ ।

ଆଧାର – ଦ ଲ ହାଉସ

Last Modified : 7/29/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate