অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାନବିକ ଅଧିକାର ସୁରକ୍ଷା ଆଇନ୍,୧୯୯୩ (ବିବିଧା)

ମାନବିକ ଅଧିକାର ସୁରକ୍ଷା ଆଇନ୍,୧୯୯୩ (ବିବିଧା)

ସେହି ସମସ୍ତ ବିଷୟ, ଯାହାକି କମିଶନ୍ ର କାର୍ତ୍ତିତ୍ଵର ନିୟନ୍ତ୍ରଣାଧିନ ନୁହେଁ

  1. କମିଶନ୍ କୌଣସି ବିଷୟରେ ତଦନ୍ତ କରିବ ନାହିଁ, ଯାହାକି ରାଜ୍ୟ କମିଶନ୍ କିମ୍ବା ସେତେବେଳେ ବଳବତ୍ତର ଥିବା କୌଣସି ଆଇନ ଅନୁଯାୟୀ ଗଠିତ ଅନ୍ୟ କମିଶନ୍ ସମ୍ମୁଖରେ ଶୁଗୀତଥାଏ ।
  2. ସେହି ତାରିଖରୁ ଏକବର୍ଷ ଅତିବାହିତ ହେବାପରେ କମିଶନ କିମ୍ବା ରାଜ୍ୟକମିଶନ୍ କୌଣସି ବିଷୟ ତଦନ୍ତ କରିବେ ନାହିଁ, ଯେବେ ସେହିକାର୍ଯ୍ୟ ଯାହାକି ମାନବିକ ଅଧିକାରଉଲ୍ଲଂଘନ ଗଠନ କରେ , ତାହା ସଂଗଠିତ ହୋଇଛି ବୋଲି ଅଭିଯୋଗ ହୋଇଥାଏ ।

ମନ୍ତବ୍ୟ

କମିଶନ୍ ଙ୍କର କୌଣସି ବିଷୟ ତଦନ୍ତ କରିବା କର୍ତ୍ତତ୍ଵ ରହିବ ନାହିଁ :-

  • ଯାହାକି ନିମ୍ନଙ୍କ ସମ୍ମୁଖରେ ସ୍ଥିତଥାଏ:-
    1. ଏକ ରାଜ୍ୟ କମିସନ୍ କିମ୍ବା
    2. ଅନ୍ୟ କୌଣସି ଆଇନ୍ ଅନୁଆଯାୟୀ ସଠିକ ଭାବେ ଗଠିତ ଅନ୍ୟକୌଣସି କମିସନ୍
  • ସେହି ତାରିଖରୁ ଏକ ବର୍ଷସମାପ୍ତ ହେବାପରେ , ଯେବେ ଏପରିକାର୍ଯ୍ୟ ସଂଗଠିତ ବୋଲି ଅଭିଯୋଗ ହୋଇଥିଲା ।

ସେହିପରି ଭାବେ, ସେହି ତାରିଖରୁ ୧ବର୍ଷ ସମୟ ସମାପ୍ତି ହେବାପରେ ରାଜ୍ୟ, କମିସନ୍ କୌଣସି ବିଷୟ ତଦନ୍ତ କରିବା ନିମନ୍ତେ କ୍ଷମତାୟୀତ ନୁହଁନ୍ତି ।

ବିଶେଷ ଅନୁସନ୍ଧାନକାରୀ ଦଳର ଗଠନ

ଯେତେବେଳେ ବଳବ ରଥିବା ଅନ୍ୟକୌଣସି ଆଇନ୍ ରେ ଧାରିତ କୌଣସି ବିଷୟ ସତ୍ତ୍ଵେ, ଯେଉଁସ୍ଥଳରେ ସରକାର ଏପରି କରିବା ନିମନ୍ତେ ଆବଶ୍ୟକ ବୋଲି ବିବେଚନା କରନ୍ତି, ତା ହେଲେ ସେ ଗୋଟିଏ କିମ୍ବା ଅଧିକ ବିଶେଷ ଅନୁସନ୍ଧାନକାରୀ ଦଳ ଗଠନ କରିବେ , ଯାହାକି ଏପରି ପୋଲିସ ଅଧିକାରୀଙ୍କୁ ଧାରଣ କରିବ , ଯେପରି ସେ ଅପରାଧ ଗୁଡିକର ଅନୁସନ୍ଧାନ ଏବଂ ମୋକଦ୍ଦମା ନିମନ୍ତେ ଆବଶ୍ୟକ ବୋଲି ବିବେଚନା କରନ୍ତି , ଯାହାକି ମାନୀବିକ ଅଧିକାର ଉଲ୍ଲଂଘନରୁ ଉଦ୍ରେକ ହୋଇଥାଏ ।

ମନ୍ତବ୍ୟ

ଏହି ଦଫା, ଗୋଟିଏ କିମ୍ବା ଅଧିକ ବିଶେଷ ଅନୁସନ୍ଧାନକାରୀ ଦଳଗଠନ କରିବା ନିମନ୍ତେ ସରକାରଙ୍କ ଉପରେ କ୍ଷମତା ନ୍ୟସ୍ତ କରିଥାଏ, ଯାହାକି ନିମ୍ନ ଉଦ୍ଦେଶ୍ୟ ନିମନ୍ତେ ପୋଲିସ ଅଧିକାରୀଙ୍କୁ ଧାରଣ କରିବ :-

(୧) ଅନୁସନ୍ଧାନ ଏବଂ (୨) ମୋକଦ୍ଦମା – ସେହି ସମସ୍ତ ଅପରାଧ , ଯାହାକି ମାନବିକ ଅଧିକାର ଉଲ୍ଲଂଘନରୁ ଉଦ୍ରେକ ହୁଏ ।

ଉତ୍ତମ ବିଶ୍ଵାସରେ ଗ୍ରହଣ କରାଯାଇଥିବା କାର୍ଯ୍ୟନୁଷ୍ଠାନର ସୁରକ୍ଷା

କୌଣସି ମୋକଦ୍ଦମା କିମ୍ବା ଅନ୍ୟ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ, କେନ୍ଦ୍ର ସରକାର, ରାଜ୍ୟ ସରକାର କମିଶନ୍ , ରାଜ୍ୟ କମିଶନ୍ କିମ୍ବା କୌଣସି ସଦସ୍ୟ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଯେକି କେନ୍ଦ୍ର ସରକାର, ରାଜ୍ୟ ସରକାର, କମିଶନ୍ କିମ୍ବା ରାଜ୍ୟ କମିଶନ୍ ଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରନ୍ତି ଏବଂ ତାହା ସେହି ସମସ୍ତ ବିଷୟ ସମ୍ବନ୍ଧରେ, ଯାହାକି ଉତ୍ତମ ବିଶ୍ଵାସରେ କରାଯାଇଥାଏ କିମ୍ବା ଏହି ଆଇନ୍ କିମ୍ବା ସେଥି ସହିତ କାରାଯାଇଥିବା କୌଣସି ନିୟମାବଳୀ କିମ୍ବା ସେଥି ସହିତ କରାଯାଇଥିବା କୌଣସି କାର୍ଯ୍ୟ କିମ୍ବା କରାଯିବା ନିମନ୍ତେ ଉଦ୍ଦେଶିତ କିମ୍ବା କୌଣସି ପ୍ରକାଶନ ସମ୍ବନ୍ଧରେ କିମ୍ବା କେନ୍ଦ୍ର ସରକାରଙ୍କ,ରାଜ୍ୟ ସରକାର, କମିଶନ୍ କିମ୍ବା ରାଜ୍ୟ କମିଶନ୍ ଙ୍କ ଅନୁଯାୟୀ କରାଯାଇଥାଏ, ଏବଂ ତାହା କୌଣସି ବିବରଣୀ, କାଗଜ କିମ୍ବା କାର୍ଯ୍ୟାନୁଷ୍ଠାନ, ହୋଇଥାଉ ।

ମନ୍ତବ୍ୟ

ମୋକଦ୍ଦମାରୁ କିମ୍ବା ଅନ୍ୟଥାରୁ ନିରାକରଣ ନିମ୍ନସଂବନ୍ଧରେ ସୀମିତ ଅଟେ :-

  1. ଏହି ଆଇନ୍ କିମ୍ବା କୌଣସି ନିୟମାବଳୀ କିମ୍ବା ଏହି ଆଇନ୍ ଅନୁଯାୟୀ କରାଯାଇଥିବା କୌଣସି ଆଦେଶ ଅନୁଯାୟୀ ଉତ୍ତମ ବିଶ୍ଵାସରେ କରାଯାଇଥିବା କୌଣସି କାର୍ଯ୍ୟ କିମ୍ବା କରାଯିବା ନିମନ୍ତେ ଉଦ୍ଦେଶିତ;କିମ୍ବା
  2. କୌଣସି ବିବରଣୀ କିମ୍ବା କାର୍ଯ୍ୟାନୁଷ୍ଠାନ, କୌଣସି ଅଧିକାର ଅନୁଯାୟୀ କିମ୍ବା ଦ୍ଵାରା ପ୍ରକାଶିତ ।

ସଦସ୍ୟ ଏବଂ ଉଚ୍ଚକର୍ମଚାରୀମାନେ ସର୍ବସାଧାରଣ ସେବକ ହେବେ

ଏହି ଆଇନ୍ ଅନୁଯାୟୀ କାର୍ଯ୍ୟ ପରିଚାଳନା କରିବା ନିମନ୍ତେ , କମିଶନ୍ ଙ୍କ ଦ୍ଵାରା ନିଯୁକ୍ତ କିମ୍ବା କ୍ଷମତାୟୀତ ପ୍ରତ୍ୟେକ ଉଚ୍ଚ କର୍ମଚାରୀ ଏବଂ କମିଶନ୍ ରାଜ୍ୟ କମିସନ୍ ର ପ୍ରତ୍ୟେକ ସଦସ୍ୟ , ଭାରତୀୟ ଦଣ୍ଡବିଧି ସଂହିତା (୪୫/୧୮୬୦) ର ଦଫା ୧୨ର ଅର୍ଥ ମଧ୍ୟରେ ଜଣେ ସର୍ବସାଧାରଣ ସେବକ ବୋଲି ଧରାଯିବ ।

ଆଇନ୍ କଳ୍ପନା ଅନୁଯାୟୀ , ନିମ୍ନଲିଖିତ ବ୍ୟକ୍ତିମାନେ ଭାରତୀୟ ଦଣ୍ଡବିଧି ସଂହିତାର ଦଫା ୨୧ର ଅର୍ଥ ମଧ୍ୟରେ ସର୍ବସାଧାରଣ ସେବକ ହେବେ :-

  1. କମିଶନ୍ ର ପ୍ରତ୍ୟେକ ସଦସ୍ୟ
  2. କମିଶନ୍ ଦ୍ଵାରା ନିଯୁକ୍ତ କିମ୍ବା କ୍ଷମତାୟୀତ ପ୍ରତ୍ୟେକ ଉଚ୍ଚକର୍ମଚାରୀ
  3. ରାଜ୍ୟ କମିଶନ୍ ର ପ୍ରତ୍ୟେକ ସଦସ୍ୟ ଏବଂ
  4. ରାଜ୍ୟ କମିଶନ୍ ଙ୍କ ଦ୍ଵାରା ନିଯୁକ୍ତ କିମ୍ବା କ୍ଷମତାୟୀତ ପ୍ରତ୍ୟେକ ଉଚ୍ଚକର୍ମଚାରୀ ।

ଆଇନ୍ ପ୍ରଣୟନ କରିବାରେ କେନ୍ଦ୍ର ସରକାରଙ୍କ କ୍ଷମତା

  1. ଏହି ଆଇନ୍ ର ବ୍ୟବସ୍ଥାବଳୀକୁ ପରିଚାଳନା କରିବା ନିମନ୍ତେ, କେନ୍ଦ୍ର ସରକାର, ବିଜ୍ଞପ୍ତି ଦ୍ଵାରା , ନିୟମାବଳୀ ପ୍ରଣୟନ କରିପାରନ୍ତି ;
  2. ନିର୍ଦ୍ଧିଷ୍ଟ ଭାବେ ଏବଂ ପୂର୍ବୋକ୍ତି କ୍ଷମତାର ସାଧାରଣତ୍ଵ ରେ କୌଣସି ବିଷୟ ବ୍ୟବସ୍ଥାୟୀତ , କରିପାରେ; ଯଥା :-
    • ଦଫା ୮ ଅନୁଯାୟୀ ୧(ସଭାପତି ଏବଂ ସଦସ୍ୟମାନଙ୍କ ର ) ବେତନ ଏବଂ ଭତ୍ତା ଏବଂ ଚାକିରୀର ଅନ୍ୟାନ୍ୟ ସର୍ତ୍ତାବଳୀ;
    • ସେହି ସମସ୍ତ ସର୍ତ୍ତାବଳୀ,ଯାହାର ନିୟନ୍ତ୍ରଣାଧିନରେ , ଅନ୍ୟ ପ୍ରଶାସନିକ ବୈଷୟିକ ଏବଂ ବୈଜ୍ଞାନିକ କର୍ମଚାରୀଙ୍କୁ କମିଶନ୍ ଙ୍କ ଦ୍ଵାରା ନିଯୁକ୍ତ କରାଯିବ ଏବଂ ଦଫା ୧୧ ର ଉପଦଫା (୩) ଅନୁଯାୟୀ ଉଚ୍ଚକର୍ମଚାରୀ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ବେତନ ଏବଂ ଭତ୍ତା ;
    • ସଦସ୍ୟମାନଙ୍କ ନିମନ୍ତେ,ଆଇନ୍ ସଂଖ୍ୟା ୪୩/୨୦୦୬ ଦଫା ୧୭ଦ୍ଵାରା ୨୩/୧୧/୨୦୦୬ ଠାରୁ ପରିବର୍ତ୍ତିତ ।
    • କୌଣସି ଦେୱାନୀ ନ୍ୟାୟାଳୟ ଅନ୍ୟ କୌଣସି କ୍ଷମତା, ଯାହାକି ଦଫା ୧୩ର ଉପଦଫା (୧)ର ଧାରା (୧)ଅନୁଯାୟୀ ଧାର୍ଯ୍ୟ କରାଯିବ ଆବଶ୍ୟକ ;
    • ଦଫା ୩୪ର ଉପଦଫା (୧) ଅନୁଯାୟୀ, କମିଶନ୍ ଦ୍ଵାରା ପ୍ରସ୍ତୁତ କରାଯିବାକୁ ଥିବା ବାର୍ଷିକ ବିବରଣୀ ଫର୍ମ; ଏବଂ
    • ଅନ୍ୟ କୌଣସି ବିଷୟ , ଯାହାକି ଧାର୍ଯ୍ୟ କରାଯାଇପାରେ ।
  3. ଏହି ଆଇନ୍ ଅନୁଯାୟୀ ପ୍ରଣୀତ ପ୍ରତ୍ୟେକ ନୀୟମକୁ , ଯେତେଶୀଘ୍ର ସମ୍ଭବ ପାଲ୍ୟାମେଣ୍ଟର ପ୍ରତ୍ୟେକ ଗୃହରେ ଉପସ୍ଥାପନ କରାଯିବ,ଯେତେବେଳେ ଏହା ଅଧିବେଶନରେ ଥାଏ ଏବଂ ତାହା ସମୁଦାୟ ତିରିଶଦିନ ନିମନ୍ତେ,ଯାହାକି ଗୋଟିଏ ଅଧିବେଶନ କିମ୍ବା ଦୁଇ କିମ୍ବା ଅଧିକ ଅଧିବେଶନକୁ ଧାରଣ କରିପାରେ ଏବଂ ଯଦି ଅଧିବେଶନ ସମାପ୍ତି ହେବ ପୂର୍ବରୁ ,ଉଭୟ ଗୃହ ସମ୍ମତି ହୁଅନ୍ତି ଯେ ଏପରି ନିୟମ କରାଯିବା ଉଚିତ ନୁହେଁ , ତାପରେ ଉକ୍ତ ନିୟମ ସଂଶୋଧିତ ଆକାରରେ ପ୍ରଭାବିତ ହେବ କିମ୍ବା ଏହାର କୌଣସି ପ୍ରଭାବ ରହିବ ନାହିଁ ,ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ,ଯାହେଉନା କାହିଁକି ଯେ,ଏପରି କୌଣସି ସଂଶୋଧନ କିମ୍ବା ନାକଚୀକରଣ ଉକ୍ତ ନିୟମ ଅନୁଯାୟୀ ପୂର୍ବରୁ କରାଯାଇଥିବା କୌଣସି ବିଷୟ ବୈଧତା ପ୍ରତି କୌଣସି କ୍ଷତି ଘଟାଇବ ନାହିଁ।

ନୀୟମାବଳୀ ପ୍ରଣୟନ କରିବା ପ୍ରତି ରାଜ୍ୟସରକାରଙ୍କ କ୍ଷମତା

  1. ରାଜ୍ୟ ସରକାର ବିଜ୍ଞପ୍ତି ଦ୍ଵାରା ଏହି ଆଇନ୍ ର ବ୍ୟବସ୍ଥାବଳୀକୁ ପରିଚାଳନା କରିବା ନିମନ୍ତେ ନୀୟମାବଳୀ ପ୍ରଣୟନ କରିପାରନ୍ତି ।
  2. ନିର୍ଦ୍ଧିଷ୍ଟଭାବେ ଏବଂ ପୂର୍ବୋକ୍ତ କ୍ଷମତା ସାଧାରଣତ୍ଵରେ କୌଣସି କ୍ଷତି ନଘଟାଇ , ଏପରି ନୀୟମାବଳୀ ନିମ୍ନଲିଖିତ ସମସ୍ତ କିମ୍ବା ଯେକୌଣସି ବିଷୟ ବ୍ୟବସ୍ଥାୟୀତ କରିପାରେ ଯଥା :-
    • ଦଫା ୨୬ଅନୁଯାୟୀ (ସଭାପତି ଏବଂ ସଦସ୍ୟମାନଙ୍କର) ବେତନ ଏବଂ ଭତ୍ତା ଏବଂ ଚାକିରୀର ଅନ୍ୟାନ୍ୟ ସର୍ତ୍ତାବଳୀ;
    • ସେହି ସମସ୍ତ ସର୍ତ୍ତାବଳୀ ଯାହାର ନିୟନ୍ତ୍ରଣାଧିନରେ , ଅନ୍ୟାନ୍ୟ ପ୍ରଶାସନିକ , ବୈଷୟିକ ଏବଂ ବୈଜ୍ଞାନିକ କର୍ମଚାରୀ ରାଜ୍ୟ କମିଶନ ଦ୍ଵାରା ନିଯୁକ୍ତ ହୋଇପାରନ୍ତି ଏବଂ ଉଚ୍ଚ କର୍ମଚାରୀ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କର ଦଫା ୨୭ର ଉପଦଫା (୩) ଅନୁଯାୟୀ ବେତନ ଏବଂ ଭତ୍ତା ।
    • ସେହି ଫର୍ମ , ଯେଉଁ ଥିରେ , ଦଫା ୩୫ ର ଉପଦଫା (୧) ଅନୁଯାୟୀ, ହିସାବର ବାର୍ଷିକ ବିବରଣୀ ପ୍ରସ୍ତୁତ କରାଯିବ ।
  3. ଏହି ଦଫା ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୀତ ପ୍ରତ୍ୟେକ ନିୟମକୁ , ଏହା ପ୍ରଣୀତ ହେବାପରେ, ଯେତେଶୀଘ୍ର ସମ୍ଭବ, ରାଜ୍ୟ ବିଧାନ ପରିଷଦର ପ୍ରତ୍ୟେକ ଗୃହରେ ଉପସ୍ଥାପନ କରାଯିବ, ଯେଉଁଠାରେ ଏହା ଦୁଇଟି ଗୃହ ଧାରଣ କରିଥାଏ କିମ୍ବା ଯେଉଁସ୍ଥଳରେ ଏପରି ପରିଷଦ ଗୋଟିଏ ଗୃହ ଧାରଣ କରିଥାଏ, ଉକ୍ତ ଗୃହରେ ।

ମନ୍ତବ୍ୟ

ରାଜ୍ୟ ସରକାରଙ୍କୁ ନିୟମାବଳୀ ପ୍ରଣୟନ କରିବାକୁ ହେବ :-

’ସଦସ୍ୟମାନଙ୍କ ‘ ନିମନ୍ତେ, ଆଇନ୍ ସଂଖ୍ୟା ୪୩/୨୦୦୬, ଦଫା ୧୯ଦ୍ଵାରା ୨୩/୧୧/୨୦୦୬ଠାରୁ ପରିବର୍ତ୍ତିତ ।

  • ଏହି ଆଇନ୍ ର ବ୍ୟବସ୍ଥାବଳୀର ପରିଚାଳନା କରିବା ନିମନ୍ତେ ; ଏବଂ (୨)ଉପଦଫା (୨)ର (କ)ରୁ(ଖ) ରେ ପଢୁଥିବା ସମସ୍ତ କିମ୍ବା ଯେ କୌଣସି ବିଷୟ ବ୍ୟବସ୍ଥାୟୀତ କରିବା ନିମନ୍ତେ ।
  • ଏହି ଦଫା ଅନୁଯାୟୀ ପ୍ରଣୀତ ପ୍ରତ୍ୟେକ ନିୟମକୁ , ରାଜ୍ୟ ପରିଷଦର ପ୍ରତ୍ୟେକ ଗୃହରେ କିମ୍ବା ଗୃହରେ ଉପସ୍ଥାପନ କରିବା କର୍ତ୍ତବ୍ୟ , ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ଅଟେ ।

କ୍ଵିଷ୍ଟତା ଅପସାରଣ କ୍ଷମତା

  1. ଯଦି ଏହି ଆଇନ୍ ର ବ୍ୟବସ୍ଥାବଳୀକୁ ପ୍ରଭାବିତ କରିବାରେ କୌଣସି କ୍ଵିଷ୍ଟତା ଉଦ୍ରେକ କରି, ଏପରିସ୍ଥଳେ କେନ୍ଦ୍ର ସରକାର, କାର୍ଯ୍ୟାଳୟ ଗେଜେଟରେ ଆଦେଶ ପ୍ରାକାଶନ କରି , ଏପରି ବ୍ୟବସ୍ଥାବଳୀ କରିବେ, ଯାହାକି ଏହି ଆଇନ୍ ର ବ୍ୟବସ୍ଥାବଳୀ ସହ ଆସାମଞ୍ଜସ୍ୟ ହୋଇନଥିବ , ଯାହାକି ଏହି କ୍ଵିଷ୍ଟତା ଅପସାରଣ କରିବା ନିମନ୍ତେ ତାଙ୍କୁ ଆବଶ୍ୟକ ବୋଲି ପ୍ରଣୀତ ହୁଏ ;
  2. ଉଲ୍ଲେଖଥାଉଯେ , ଏହି ଆଇନ୍ ର ପ୍ରାରମ୍ଭ ତାରିଖରୁ ଦୁଇବର୍ଷ ସମୟ ଅତିବାହିତ ହେବାପରେ , ଏପରି କୌଣସି ଆଦେଶ ପ୍ରଦାନ କରାଯିବ ନାହିଁ ।

  3. ଏହି ଦଫା ଅନୁଯାୟୀ ପ୍ରଣୀତ ପ୍ରତ୍ୟେକ ଆଦେଶକୁ ,ଏହା ପ୍ରଣୀତ ହେବା ସଙ୍ଗେ ସଙ୍ଗେ, ପ୍ୟାର୍ଲମେଣ୍ଟର ଗୃହରେ ଉପସ୍ଥାପନ କରାଯିବ ।

ମନ୍ତବ୍ୟ

ଯଦି ଏହି ଆଇନ୍ ର ବ୍ୟବସ୍ଥାବଳୀକୁ ପ୍ରଭାବିତ କରିବାରେ କୌଣସି କ୍ଵିଷ୍ଟତା ଉଦ୍ରେକ ହୁଏ, ତାହା ଅପସାରଣ କରିବା ନିମନ୍ତେ ବ୍ୟବସ୍ଥାବଳୀ ପ୍ରଣୟନ କରିବା ନିମନ୍ତେ କେନ୍ଦ୍ର ସରକାର କ୍ଷମତାୟିତ ଅଟନ୍ତି ;

ଏହି ଆଇନ୍ ର ପ୍ରାରମ୍ଭ ତାରିଖରୁ ଦୁଇବର୍ଷ ମଧ୍ୟରେ ହିଁ ଏପରି ଦକ୍ଷତା ପରିଚାଳନୀୟ ଅଟେ, ଅର୍ଥାତ ୨୮/୯/୧୯୯୩ ଏବଂ ୨୮/୯/୧୯୯୫ ମଧ୍ୟରେ ।

ରଦ୍ଦିକରଣ ଏବଂ ସଂରକ୍ଷଣ

  1. ମାନବିକ ଅଧିକାର ସୁରକ୍ଷା ଅଧ୍ୟାଦେଶ ୧୯୯୩କୁ ଏତତ ଦ୍ଵାରା ରଦ୍ଦ କରାଯାଇଛି ।
  2. ଏପରି ରଦ୍ଦିକରଣ ସତ୍ତ୍ୱେ ,ଉକ୍ତ ଅଧ୍ୟାଦେଶ ଅନୁଯାୟୀ କରାଯାଇଥିବା କୌଣସି କାର୍ଯ୍ୟ କିମ୍ବା ଗ୍ରହଣ କରାଯାଇଥିବା କାର୍ଯ୍ୟନୁଷ୍ଠାନକୁ ,ଏହି ଆଇନ୍ ର ସମସାମୟିକ ବ୍ୟବସ୍ଥାବଳୀ ଅନୁଯାୟୀ କରାଯାଇଛି କିମ୍ବା ଗ୍ରହଣ କରାଯାଉଛି ବୋଲି ଧରାଯିବ ।

ଆଧାର –ଦ ଲ ହାଉସ

Last Modified : 7/29/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate