অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାନବିକ ଅଧିକାର ସୁରକ୍ଷା ଆଇନ୍,୧୯୯୩ (ରାଜ୍ୟମାନବିକ ଅଧିକାର କମିଶନ୍)

ମାନବିକ ଅଧିକାର ସୁରକ୍ଷା ଆଇନ୍,୧୯୯୩ (ରାଜ୍ୟମାନବିକ ଅଧିକାର କମିଶନ୍)

  1. ରାଜ୍ୟ ମାନବିକ ଅଧିକାର କମିଶନ୍ ର ଗଠନ
  2. ରାଜ୍ୟ କମିଶନ୍ ର ସଭାପତି ଏବଂ (ସଦସ୍ୟ ମାନଙ୍କର ) ନିଯୁକ୍ତି
  3. ରାଜ୍ୟ କମିଶନ୍ ସଭାପତି କିମ୍ବା କୌଣସି ସଦସ୍ୟଙ୍କର ଇସ୍ତଫା ଏବଂ ଅପସାରଣ
  4. ରାଜ୍ୟ କମିଶନ୍ ର ସଭାପତି ଏବଂ ସଦସ୍ୟମାନଙ୍କର କାର୍ଯ୍ୟାଳୟ ସର୍ତ୍ତାବଳୀ
    1. ରାଜ୍ୟ କମିଶନ୍ ସଦସ୍ୟଙ୍କର କାର୍ଯ୍ୟାଳୟ ଅବିଧି
    2. କେତେକ ନିର୍ଦ୍ଧିଷ୍ଠ ପରିସ୍ଥିତିରେ ସଦସ୍ୟମାନେ, ସଭାପତି ଭାବେ କାର୍ଯ୍ୟ କରିବେ କିମ୍ବା ତାଙ୍କର କାର୍ଯ୍ୟସମ୍ପାଦନ କରିବେ
  5. ରାଜ୍ୟ କମିଶନ୍ ର ସଭାପତି ଏବଂ ସଦସ୍ୟମାନଙ୍କର କାର୍ଯ୍ୟକାଳ ଏବଂ ଚାକିରୀ ସର୍ତ୍ତାବଳୀ
    1. ରାଜ୍ୟ କମିସନ ଉଚ୍ଚକର୍ମଚାରୀ ଏବଂ ଅନ୍ୟାନ୍ୟ କର୍ମଚାରୀ
  6. ରାଜ୍ୟ କମିଶନ୍ ଙ୍କର ବାର୍ଷିକ ଏବଂ ବିଶେଷ ବିବରଣୀ
  7. ରାଜ୍ୟ କମିଶନ୍ ପ୍ରତି ଜାତୀୟ ମାନବିକ ଅଧିକାର କମିଶନଙ୍କ ସଂବନ୍ଧୀୟ କେତେକ ନିର୍ଦ୍ଧିଷ୍ଟ ବ୍ୟବସ୍ଥାବଳୀର ପ୍ରୟୋଗ

ରାଜ୍ୟ ମାନବିକ ଅଧିକାର କମିଶନ୍ ର ଗଠନ

  1. କୌଣସି ରାଜ୍ୟସରକାର ଏକ ସଂସ୍ଥା ଗଠନ କରିପାରନ୍ତି ,ଯାହାକି – ଭାବେ ପରିଚିତ ହେବା(ରାଜ୍ୟ) ମାନବିକ ଅଧିକାର କମିଶନ୍ ଙ୍କ ନାମ, ଯାହାକି ଏହାଉପରେ ନ୍ୟସ୍ତ କ୍ଷମତା ପରିଚାଳନା କରିବ ଏବଂ ଏହି ଅଧ୍ୟାୟ ଅନୁଯାୟୀ ରାଜ୍ୟ କମିଶନ୍ ଙ୍କୁ ନ୍ୟସ୍ତ କ୍ଷମତା ପରିଚାଳନା କରିବ ଏବଂ ଏହି ଅଧ୍ୟାୟ ଅନୁଯାୟୀ ରାଜ୍ୟ କମିଶନ୍ ଙ୍କୁ ନ୍ୟସ୍ତ କାର୍ଯ୍ୟ ସମ୍ପାଦନ କରିବେ ।
  2. ରାଜ୍ୟ କମିଶନ୍, ଏପରି ତାରିଖରୁ ସେପରି ରାଜ୍ୟ ସରକାର, ବିଜ୍ଞପ୍ତି ଦ୍ଵାରା ଧାର୍ଯ୍ୟ କରିପାରନ୍ତି, ନିମ୍ନକୁ ଧାରଣ କରିବା :-
    • ଜଣେ ସଭାପତି, ଯେକି କୌଣସି ଉଚ୍ଚନ୍ୟାୟାଳୟର ଜଣେ ମୁଖ୍ୟ ବିଚାରପତି ହୋଇଥିବେ;
    • ଜଣେ ସଦସ୍ୟ, ଯେକି କୌଣସି ଉଚ୍ଚନ୍ୟାୟାଳୟର ଜଣେ ବିଚାରପତି ଅଟନ୍ତି କିମ୍ବା ରାଜ୍ୟରେ ଜଣେ ଜିଲ୍ଲା ବିଚାରପତି ଅଟନ୍ତି ଏବଂ ଏପରି ଜିଲ୍ଲା ବିଚାରପତି ଭାବେ ସାତବର୍ଷର ଅଭିଜ୍ଞତା ଅଛି;
    • ମାନବିକ ଅଧିକାର ସଂବନ୍ଧୀୟ ବିଷୟରେ ଜ୍ଞାନ କିମ୍ବା କାର୍ଯ୍ୟକାରୀ ଅଭିଜ୍ଞତା ଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ନିଯୁକ୍ତ ଜଣେ ସଦସ୍ୟ ।
  3. ଜଣେ ସଚିବ ରହିବେ, ଯେକି ରାଜ୍ୟ କମିଶନ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେବେ ଏବଂ ସେ ରାଜ୍ୟ କମିଶନ୍ ଙ୍କର ଏପରି କ୍ଷମତା ପରିଚାଳନା କରିବେ ଏବଂ ଏପରି କାର୍ଯ୍ୟ ସମ୍ପାଦନ କରିବେ , ଯେପରି ଏହା ତାଙ୍କୁ ପ୍ରଦାନ କରିବେ ,
  4. ରାଜ୍ୟ କମିଶନ୍ ଙ୍କ ମୁଖ୍ୟ କାର୍ଯ୍ୟାଳୟ ଏପରି ସ୍ଥାନରେ ରହିବା ଯେପରି ରାଜ୍ୟସରକାର , ବିଜ୍ଞପ୍ତି ଦ୍ଵାରା ଧାର୍ଯ୍ୟ କରିପାରନ୍ତି ।
  5. କୌଣସି ରାଜ୍ୟ କମିଶନ୍ ସଂବିଧାନର ସପ୍ତମ ସୂଚୀରେ ଥିବା ତାଲିକା-୨ ଏବଂ ତାଲିକା-୩ରେ ଉଲ୍ଲେଖିତ ଯେକୌଣସି ଅନ୍ତର୍ଭୂକ୍ତିକରଣ ପ୍ରତି ସମ୍ପୃକ୍ତ ବିଷୟ ସଂବନ୍ଧରେ ହିଁ ମାନବିକଅଧିକାରର ଉଲ୍ଲଂଘନକୁ ତଦନ୍ତ କରିପାରନ୍ତି ।
  6. ଉପ ଦଫା (୨) ନିମନ୍ତେ, ଆଇନ୍ ସଂଖ୍ୟା ୪୩/୨୦୦୬, ଦଫା ୧୨ ଦ୍ଵାରା ୨୩/୧୧/୨୦୦୬ , ଦଫା ୧୨ଦ୍ଵାରା ୨୩/୧୧/୨୦୦୬ ଠାରୁ ପରିବର୍ତ୍ତିତ । ଏପରି ପରିବର୍ତ୍ତନ ପୂର୍ବରୁ ଉପଦଫା (୨) ନିମ୍ନ ପ୍ରକାର ଥିଲା :-

    ରାଜ୍ୟ କମିଶନ୍, ନିମ୍ନଙ୍କୁ ଧାରଣ କରିବ :-

    • ଜଣେ ସଭାପତି, ଯେକି କୌଣସି ଉଚ୍ଚନ୍ୟାୟାଳୟର ଜଣେ ମୁଖ୍ୟ ବିଚାରପତି ଥିଲେ;
    • ଜଣେ ସଦସ୍ୟ ଯେକି କୌଣସି ଉଚ୍ଚନ୍ୟାୟାଳୟର ଜଣେ ମୁଖ୍ୟ ବିଚାରପତି ଥିଲେ ; କିମ୍ବା ଅଛନ୍ତି ;
    • ଜଣେ ସଦସ୍ୟ ଯେକି ରାଜ୍ୟରେ ଜଣେ ଜିଲ୍ଲା ବିଚାରପତି ଥିଲେ ;
    • ସେହି ବ୍ୟକ୍ତିମାନଙ୍କ ମଧ୍ୟରୁ ଦୁଇ ଜଣ ସଦସ୍ୟଙ୍କୁ ନିଯୁକ୍ତ କରିଯିବ, ଯେଉଁ ମାନଙ୍କର ମାନୀବିକ ଅଧିକାର ବିଷୟରେ ଜ୍ଞାନ କିମ୍ବା କାର୍ଯ୍ୟକାରୀ ଅଭିଜ୍ଞତାଥିବ।

    ଉଲ୍ଲେଖ ଥାଉଯେ, ଏପରି କୌଣସି ବିଷୟ କମିଶଙ୍କ ଠାରୁ କିମ୍ବା ସେତେବେଳେ ବଳବତ୍ତର ଥିବା କୌଣସି ଆଇନ୍ ଅନୁଯାୟୀ ଗଠିତ ଅନ୍ୟକୌଣସି କମିଶନ୍ ଦ୍ଵାରା ତଦନ୍ତ କରାଯାଉଥିବା , ଯେପରି ସ୍ଥଳେ ରାଜ୍ୟମିଶନ ଉକ୍ତ ବିଷୟ ତଦନ୍ତ କରିବେ ନାହିଁ । ଆହୁରି ଉଲ୍ଲେଖଥାଉଯେ , ଜାମ୍ମୁ ଓ କାଶ୍ମୀର ମାନବିକାଳ ଅଧିକାର କମିଶନ୍ ସମ୍ବନ୍ଧରେ ଏହି ଉପଦଫା ପ୍ରଭାବ ରହିବ , ଯେପରି ସଂବିଧାନ ପ୍ରତି ସପ୍ତମ ସୂଚୀରେ ତାଲିକା-୨ ଏବଂ ତାଲିକା-୩ ନିମନ୍ତେ , ସଂବିଧାନ ପ୍ରତି ସପ୍ତମ ସୂଚୀରେ ତାଲିକା -୩ ରେ ଥିବା କାର୍ଯ୍ୟବଳୀ ଏବଂ ସଂଖ୍ୟା , ଯେପରି ଜାମ୍ମୁ ଓ କାଶ୍ମୀର ରାଜ୍ୟ ପ୍ରତି ପ୍ରୟୋଗନୀୟ ଅଟେ ଏବଂ ସେହି ସମସ୍ତ ବିଷୟ ସଂବନ୍ଧରେ ଆଇନ୍ ପ୍ରଣୟନ କରିବା ରାଜ୍ୟ ବିମାନ ପରିଷଦ ଅନ୍ତ ପରିବର୍ତ୍ତିତ କରାଯାଇଛି ।

    ଆହୁରି ଉଲ୍ଲେଖଥାଉଯେ , ଜାମ୍ମୁ ଓ କାଶ୍ମୀର ମାନବିକ ଅଧିକାରଳ କମିଶନ୍ ସଂବନ୍ଧରେ ଏହି ଉପଦଫାର ପ୍ରଭାବ ରହିବ, ଯେପରିକି ସଂବିଧାନ ପ୍ରତି ସପ୍ତମ ସୂଚୀରେ ତାଲିକା -୨ ଏବଂ ତାଲିକା-୩ ନିମନ୍ତେ, ସଂବିଧାନ ପ୍ରତି ସପ୍ତମୀ ସୂଚୀରେ, ତାଲିକା-୩ରେ ଥିବା କାର୍ଯ୍ୟବଳୀ ଏବଂ ସଂଖ୍ୟା, ଯେପରି ଜାମ୍ମୁ ଓ କାଶ୍ମୀର ରାଜ୍ୟ ପ୍ରତି ପ୍ରୟୋଗନୀୟ ଅଟେ ଏବଂ ସେହି ସମସ୍ତ ବିଷୟ ସଂବନ୍ଧରେ ଯାହା ସମ୍ବନ୍ଧରେ ଆଇନ୍ ପ୍ରଣୟନ କରିବା ରାଜ୍ୟ ବିଧାନ ପରିଷଦର ଅନ୍ତ ପରିବର୍ତ୍ତିତ କରାଯାଇଛି ।

  7. ଦୁଇ କିମ୍ବା ଅଧିକ ରାଜ୍ୟ ସରକାର , ରାଜ୍ୟକମିଶନ୍ ସଭାପତି କିମ୍ବା ସଦସ୍ୟଙ୍କ ସମ୍ମତି ସହିତ , ଅନ୍ୟରାଜ୍ୟ କମିଶନ୍ , ଏପରି ସଭାପତି କିମ୍ବା ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ସେହି ସମୟରେ ଅନ୍ୟ ରାଜ୍ୟ କମିଶନ୍ ଏପରି ସଦସ୍ୟଙ୍କୁ ନିଯୁକ୍ତି କରିବେ , ଯଦି ଏପରି ସଭାପତି କିମ୍ବା ସଦସ୍ୟ , ଏପରି ନିଯୁକ୍ତି ପ୍ରତି ସମ୍ମତି ହୁଅନ୍ତି ;ଉଲ୍ଲେଖଥାଉଯେ ,ଏହି ଉପଦଫା ଅନୁଯାୟୀ କରାଯାଇଥିବା ପ୍ରତ୍ୟେକ ନିଯୁକ୍ତି , ସେହି ରାଜ୍ୟ ସଂବନ୍ଧରେ ଦଫା ୨୨ର ଉପଦଫା (୧) ରେ ଊଲ୍ଲେଖିତ ସମିତିର ସୁପାରିସ ଗ୍ରହଣ କରିବା ପରେ କରାଯିବ , ଯେଉଁଥି ନିମନ୍ତେ ଜଣେ ସାଧାରଣ ସଭାପତି କିମ୍ବା ସଦସ୍ୟ କିମ୍ବା ଉଭୟ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , ନିଯୁକ୍ତ ହେବେ ।

ମନ୍ତବ୍ୟ

ରାଜ୍ୟ କମିଶନ୍ , ଜଣେ ସଭାପତି ଏବଂ ଦୁଇଜଣ ସଦସ୍ୟଙ୍କୁ ଧାରଣ କରିବ ,ଜଣେ ସଚିବ , ରାଜ୍ୟ କମିଶନ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେବେ ରାଜ୍ୟସରକାର, ରାଜ୍ୟ କମିଶନ୍ ମୁଖ୍ୟ କାର୍ଯ୍ୟାଳୟ ନିମନ୍ତେ ସ୍ଥାନ ଧାର୍ଯ୍ୟ କରିବେ ‘ରେସ୍ ଜୁଡିକାଟା ‘ ନୀତିର ନିଯନ୍ତ୍ରଣାଧିନରେ, ରାଜ୍ୟକମିଶନ୍, ସେହି ସମସ୍ତ ବିଷୟ ସଂବନ୍ଧରେ ମାନବିକ ଅଧିକାର ଉଲ୍ଲଂଘନ ବିଷୟ ତଦନ୍ତ କରିବା ଦାୟିତ୍ଵରେ ରୁହନ୍ତି, ଯାହାକି ସଂବିଧାନ ପ୍ରତି ସପ୍ତମ ସୂଚୀରେ ତାଲିକା-୨ ଏବଂ ତାଲିକା-୩ରେ କୌଣସି ଅନ୍ତର୍ଭୁକ୍ତ କରଣ ପ୍ରତି ସମ୍ପୃକ୍ତ ବିଷୟ ସଂବନ୍ଧରେ । ଦୁଇ କିମ୍ବା ଅଧିକ ରାଜ୍ୟ ସରକାର କୌଣସି ରାଜ୍ୟକମିସର ସଭାପତି ସଦସ୍ୟଙ୍କ ସମ୍ମତି ସହିତ, ସେହି ଏକା ସମୟରେ ଅନ୍ୟ ରାଜ୍ୟକମିଶନ୍ ର ଏପରି ସଭାପତି କିମ୍ବା ଏପରି ସଦସ୍ୟଙ୍କୁ ନିଯୁକ୍ତ କରିବେ , ଯଦି ସେ ଏପରି ନିଯୁକ୍ତି ପ୍ରତି ସମ୍ମତି ହୁଅନ୍ତି ।

ରାଜ୍ୟ କମିଶନ୍ ର ସଭାପତି ଏବଂ (ସଦସ୍ୟ ମାନଙ୍କର ) ନିଯୁକ୍ତି

  1. ସଭାପତି ଏବଂ [ ସଦସ୍ୟମାନେ , ରାଜ୍ୟପାଳଙ୍କ ଦ୍ଵାରା , ତାଙ୍କର ହସ୍ତ ଏବଂ ମୋହର ଅଧୀନରେ ୱାର ଦ୍ଵାରା ନିଯୁକ୍ତି ହେବେ ଉଲ୍ଲେଖଥାଉଯେ , ଏହି ଉପଦଫା ଅନୁଯାୟୀ ପ୍ରତ୍ୟେକ ନିଯୁକ୍ତି ଏକ ସମିତିର ସୁପାରିସ୍ସା ଗ୍ରହଣ କରିବା ପରେ କରାଯିବ , ଯେଉଁଥିରେ ନିମ୍ନମାନେ ରହିବେ :-
  2. (କ) ମୁଖ୍ୟମନ୍ତ୍ରୀ

    ସଭାପତି

    (ଖ) ବିଧାନ ପରିଷଦର ବାଚସ୍ପତି

    ସଦସ୍ୟ

    (ଗ) ରାଜ୍ୟରେ ଗୃହ ବିଚାର ଦାୟିତ୍ଵରେ ଥିବା ମନ୍ତ୍ରୀ

    ସଦସ୍ୟ

    (ଘ) ବିଧାନ ପରିଷଦରେ ବିରୋଧିଦଳର ନେତା

    ସଦସ୍ୟ

    ଉଲ୍ଲେଖଥାଉଯେ , ଯେଉଁସ୍ଥଳରେ କୌଣସି ରାଜ୍ୟରେ ଏକ ବିଧାନ ପରିଷଦ ଥାଏ, ସେପରି ସ୍ଥଳେ ପରିଷଦର ସଭାପତି ଏବଂ ଉକ୍ତ ପରିଷଦରେ ବିରୋଧି ଦଳର ନେତା ମଧ୍ୟ ସମିତିର ସଦସ୍ୟ ହେବ ; ଆହୁରି ମଧ୍ୟ ଉଲ୍ଲେଖଥାଉଯେ , କୌଣସି ଉଚ୍ଚନ୍ୟାୟାଳୟର ଜଣେ କାର୍ଯ୍ୟକାରୀ ବିଚାରପତି କିମ୍ବା ଜଣେ କାର୍ଯ୍ୟକାରୀ ଜିଲ୍ଲା ବିଚାରପତିଙ୍କୁ ସମ୍ପୃକ୍ତ ରାଜ୍ୟର ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ସହିତ ପରାମର୍ଶ ବ୍ୟତୀତ , ନିଯୁକ୍ତ କରାଯିବ ନାହିଁ ।

  3. ରାଜ୍ୟ କମିଶନ୍ ର କୌଣସି ସଭାପତି କିମ୍ବା ସଦସ୍ୟର ନିଯୁକ୍ତି, ଉପଦଫା (୧)ରେ ଉଲ୍ଲେଖିତ ସମିତିରେ (କୌଣସି ସଦସ୍ୟର କୌଣସି ରିକ୍ତ ସ୍ଥାନ) କାରଣ ଉପରେ ଅବୈଧ ହେବ ନାହିଁ ।
    • ‘ଅନ୍ୟ-ସଦସ୍ୟମାନଙ୍କ ‘ ନିମନ୍ତେ ଆଇନ୍ ସଂଖ୍ୟା ୪୩/୨୦୦୬, ଦଫା ୧୩ ଦ୍ଵାରା ୨୩/୧୧/୨୦୦୬ ଠାରୁ ପରିବର୍ତ୍ତିତ ।
    • ‘ ସମିତିରେ କୌଣସି ରିକ୍ତତା ‘ ନିମନ୍ତେ ଆଇନ୍ ସଂଖ୍ୟା ୪୩/୨୦୦୬, ଦଫା ୧୩ ଦ୍ଵାରା ୨୩/୧୧/୨୦୦୬ ଠାରୁ ପରିବର୍ତ୍ତିତ ।

ମନ୍ତବ୍ୟ

ଏକ ସମିତିରେ ସୁପାରିସ ଉପରେ,ରାଜ୍ୟ କମିଶନ୍ ସଭାପତି ଏବଂ ଅନ୍ୟାନ୍ୟ ସଦସ୍ୟ , ରାଜ୍ୟପାଳ ନିଯୁକ୍ତ କରିବେ , ଯାହାକି ମୁଖ୍ୟମନ୍ତ୍ରୀ , ବାଚସ୍ପତି, ଦାୟିତ୍ଵରେ ଥିବା ମନ୍ତ୍ରୀ ଇତ୍ୟାଦିଙ୍କୁ ଧାରଣ କରିବ । କୌଣସି ଉଚ୍ଚନ୍ୟାୟାଳୟର ଜଣେ କାର୍ଯ୍ୟକାରୀ ବିଚାରପତି କିମ୍ବା ଜଣେ କାର୍ଯ୍ୟକାରୀଙ୍କୁ ଜିଲ୍ଲାବିଚାରପତିଙ୍କୁ ସମ୍ପୃକ୍ତ ମୁଖ୍ୟ ବିଚାରପତିଙ୍କ ସହିତ ପରାମର୍ଶ ପରେ ହିଁ ନିଯୁକ୍ତ କରାଯିବ ।

ରାଜ୍ୟ କମିଶନ୍ ସଭାପତି କିମ୍ବା କୌଣସି ସଦସ୍ୟଙ୍କର ଇସ୍ତଫା ଏବଂ ଅପସାରଣ

  1. କୌଣସି ରାଜ୍ୟ କମିଶନ୍ର ସଭାପତି କିମ୍ବା ସଦସ୍ୟ ରାଜ୍ୟପାଳଙ୍କୁ ସମ୍ବୋଧନ କରି ତାଙ୍କହସ୍ତରେ ସୂଚନା ପ୍ରଦାନ କରି ତାଙ୍କ କାର୍ଯ୍ୟଳୟରୁ ଇସ୍ତଫା ଦେଇ ପାରନ୍ତି ।
    • ଉପଦଫା (୨)ର ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ ରାଜ୍ୟ କମିଶନ୍ ସଭାପତି କିମ୍ବା କୌଣସି ସଦସ୍ୟଙ୍କୁ ପ୍ରମାଣିତ ଦୁର୍ବବ୍ୟବହାର କିମ୍ବା ଅକ୍ଷମତା କାରଣ ଉପରେ,ରାଷ୍ଟ୍ରପତି ଆଦେଶ ଦ୍ଵାରା କାର୍ଯ୍ୟାଳୟରୁ ଅପସାରଣ କରିବେ କେବଳ ଯେତେବେଳେ ଉଚ୍ଚତମ ନ୍ୟାୟାଳୟ,ରାଷ୍ଟ୍ରପତିଙ୍କ ଦ୍ଵାରା କୌଣସି ଉଲ୍ଲେଖ ଉପରେ ସେ ସଂବନ୍ଧରେ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ଵାରା ସେ ସଂବନ୍ଧରେ ଧାର୍ଯ୍ୟ ପଦ୍ଧିତ ସହିତ ସମନ୍ଵୟ ରକ୍ଷା କରି, ଅନୁଷ୍ଠିତ ତଦନ୍ତ ଉପରେ ଉଲ୍ଲେଖ କରନ୍ତି ଯେ, ସଭାପତି କିମ୍ବା ଏପରି ’ ରାଜ୍ୟ କମିଶନ୍ ‘ ର କୌଣସି ସଦସ୍ୟର ଅପସାରଣ ନିମନ୍ତେ ଆଇନ୍ ସଂଖ୍ୟା ୪୩/୨୦୦୬, ଦଫା ୧୪ଦ୍ଵାରା ୨୩/୧୧/୨୦୦୬ ଠାରୁ ପରିବର୍ତ୍ତିତ ।

    ଉପଦଫା (୧) ନିମନ୍ତେ, ଆଇନ୍ ସଂଖ୍ୟା ୪୩/୨୦୦୬, ଦଫା ୧୪ଦ୍ଵାରା ୨୩/୧୧/୨୦୦୬ ଠାରୁ ପରିବର୍ତ୍ତିତ ;

    ଏପରି ପରିବର୍ତ୍ତନ ପୂର୍ବରୁ , ଉପଦଫା (୧) ନିମ୍ନପ୍ରକାର ଥିଲା :-

    • ଉପଦଫା (୨)ର ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ ରାଜ୍ୟ କମିଶନ୍ ର ସଭାପତି କିମ୍ବା ଅନ୍ୟ କୌଣସି ସଦସ୍ୟଙ୍କୁ ପ୍ରମାଣିତ ଦୁର୍ବବ୍ୟବହାର କିମ୍ବା ଅକ୍ଷମତା କାରଣ ଉପରେ,ରାଷ୍ଟ୍ରପତି ଆଦେଶ ଦ୍ଵାରା କାର୍ଯ୍ୟାଳୟରୁ ଅପସାରଣ କରିବେ କେବଳ ଯେତେବେଳେ ଉଚ୍ଚତମ ନ୍ୟାୟାଳୟ,ରାଷ୍ଟ୍ରପତିଙ୍କ ଦ୍ଵାରା କୌଣସି ଉଲ୍ଲେଖ ଉପରେ ସେ ସଂବନ୍ଧରେ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ଵାରା ଧାର୍ଯ୍ୟ ପଦ୍ଧତି ଅନୁଯାୟୀ ତଦନ୍ତ ପରେ , ସୁଚିତା କରନ୍ତି ଯେ , ସଭାପତି କିମ୍ବା ଏପରି ଅନ୍ୟ ସଦସ୍ୟ, ଯେଉଁ ସ୍ଥଳରେ ଯେପରି ପ୍ରାୟୋଗନୀୟ ଏପରି କୌଣସି କାରଣ ଉପରେ ଅପସାରିତ ହେବା ଉଚିତ । ସଦସ୍ୟ , ଯେଉଁସ୍ଥଳରେ ଯେପରି ପ୍ରୟୋଗନୀୟ , ଏପରି କୌଣସି କାରଣ ଉପରେ , ଅପସାରିତ ହେବା ଉଚିତ୍ ।
  2. [ଉପଦଫା (୧-କ) ରେ ଧାରିତ କୌଣସି ବିଷୟ ସତ୍ତ୍ୱେ , ରାଷ୍ଟ୍ରପତି , ଆଦେଶଦ୍ଵାରା, ସଭାପତି କିମ୍ବା କୌଣସି [(ସଦସ୍ୟ )ଙ୍କୁ ଅପସାରଣ କରିପାରନ୍ତି , ଯଦି ଏପରି ସଭାପତି କିମ୍ବା ଏପରି (ସଦସ୍ୟ), ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ :- (କ) ଜଣେ ଦେୱାଳିଆ ବୋଲି ବିବେଚିତ ହୁଅନ୍ତି କିମ୍ବା (ଖ) ତାଙ୍କ କାର୍ଯ୍ୟାଳୟ କର୍ତ୍ତବ୍ୟ ବାହାରେ କୌଣସି ଅର୍ଥ ପ୍ରଦାନ ନିଯୁକ୍ତିରେ ନିଜକୁ ନିଯୁକ୍ତି କରନ୍ତି ; କିମ୍ବା (ଗ)ମସ୍ତିଷ୍କ କିମ୍ବା ଶରୀରର ଅକ୍ଷମତା କାରଣ ଦ୍ଵାରା କାର୍ଯ୍ୟାଳୟରେ ରହିବାରୁ ଅନୁପଯୁକ୍ତ ହୁଅନ୍ତି ; କିମ୍ବା (ଘ) ଅସୁସ୍ତ ମସ୍ତିଷ୍କ ହୋଇଥାଆନ୍ତି ଏବଂ କୌଣସି ଦକ୍ଷ ନ୍ୟାୟାଳୟ ଦ୍ଵାରା ସେପରି ଘୋଷିତ ହୋଇଥାଆନ୍ତି ; କିମ୍ବା (ଙ) କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ , କାରାଦଣ୍ଡରେ ଦଣ୍ଡିତ ହୋଇଥାଆନ୍ତି , ଯାହାକି ରାଷ୍ଟ୍ରପତିଏନକେ ମତରେ ନୈତିକ ଅଧପତନକୁ ଅନ୍ତର୍ଭୁକ୍ତ କରେ ।

ମନ୍ତବ୍ୟ

ପ୍ରମାଣିତ ଦୁର୍ବବ୍ୟବହାର କିମ୍ବା ଅକ୍ଷମତା କାରଣ ଉପରେ ତାଙ୍କ କାର୍ଯ୍ୟାଳରୁ , ରାଜ୍ୟ କମିଶନ୍ ସଭାପତି କିମ୍ବା ଅନ୍ୟ କୌଣସି ସଦସ୍ୟଙ୍କୁ ରାଷ୍ଟ୍ରପତି ଅପସାରଣ କରିବା ନିମନ୍ତେ ଦକ୍ଷ ଅଟନ୍ତି ( ଉଚ୍ଚତମ ନ୍ୟାୟାଳୟ ତଦନ୍ତ ବିବରଣୀ ନିୟନ୍ତ୍ରଣାଧିନ କିମ୍ବା ଉପଦଫା (୨)(କ) ରୁ(ଙ)ରେ ଧାର୍ଯ୍ୟ ଯେ କୌଣସି ଅଯୋଗ୍ୟତା କାରଣ ଉପରେ ।

ରାଜ୍ୟ କମିଶନ୍ ର ସଭାପତି ଏବଂ ସଦସ୍ୟମାନଙ୍କର କାର୍ଯ୍ୟାଳୟ ସର୍ତ୍ତାବଳୀ

  1. ସଭାପତି ଭାବେ ନିଯୁକ୍ତ କୌଣସି ବ୍ୟକ୍ତି, ସେହି ତାରିଖରୁ ପାଞ୍ଚ ବର୍ଷ ନିମନ୍ତେ କାର୍ଯ୍ୟାଳୟ ଧାରଣ କରିବେ , ଯେବେ ସେ ତାଙ୍କ କାର୍ଯ୍ୟାଳୟରେ -
    • ଉପଦଫା(୧) ନିମନ୍ତେ , ଆଇନ୍ ସଂଖ୍ୟା ୪୩/୨୦୦୬, ଦଫା ୧୪ ଦ୍ଵାରା ୨୩/୧୧/୨୦୦୬ ଠାରୁ ପରିବର୍ତ୍ତିତ ।
    • ‘ ଅନ୍ୟସଦସ୍ୟ ‘ ନିମନ୍ତେ ଆଇନ୍ ସଂଖ୍ୟା ୪୩/୨୦୦୬ ଦଫା ୧୪ ଦ୍ଵାରା ୨୩/୧୧/୨୦୦୬ ଠାରୁ ପରିବର୍ତ୍ତିତ ।
    • ଦଫା (୨୪) ନିମନ୍ତେ , ଆଇନ୍ ସଂଖ୍ୟା ୪୩/୨୦୦୬, ଦଫା ୧୪ ଦ୍ଵାରା ୨୩/୧୧/୨୦୦୬ ଠାରୁ ପରିବର୍ତ୍ତିତ , ପରିବର୍ତ୍ତନ , ପୂର୍ବରୁ ଦଫା ୨୪ ନିମ୍ନ ପ୍ରକାର ଥିଲା :-

    ପ୍ରବେଶ କରନ୍ତି ସେ ପର୍ଯ୍ୟନ୍ତ ସେ ସତୁରୀ ବର୍ଷ ବୟସରେ ଉପନୀତ ହୋଇ ନାହାନ୍ତି ତନ୍ମଧ୍ୟରୁ ଯେଉଁଠି ଶୀଘ୍ର ହୋଇଥିବ ;

  2. ଜଣେ ସଦସ୍ୟଭାବେ ନିଯୁକ୍ତ କୌଣସି ବ୍ୟକ୍ତି, ସେହି ତାରିଖରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ କାର୍ଯ୍ୟାଳୟଧାରଣ କରିବେ , ଯେବେ ସେ କାର୍ଯ୍ୟାଳୟରେ ପ୍ରବେଶ କରନ୍ତି ଏବଂ ଅନ୍ୟ ପାଞ୍ଚବର୍ଷ ନିଯୁକ୍ତି ନିମନ୍ତେ ଯୋଗ୍ୟ ବିବେଚିତ ହେବେ ; ଉଲ୍ଲେଖଥାଉଯେ , କୌଣସି ସଦସ୍ୟ ୭୦ ବର୍ଷରେ ପ୍ରଦାର୍ପଣ କରିବା ପରେ କାର୍ଯ୍ୟାଳୟ ଧାରଣ କରିବେ ନାହିଁ ।
  3. କାର୍ଯ୍ୟାଳୟ ଧାରଣ କରିବାରୁ ରହିତ ହେବା ପରେ ,ଜଣେ ସଭାପତି କିମ୍ବା ଜଣେ ସଦସ୍ୟ କୌଣସି ରାଜ୍ୟ ସରକାରଙ୍କ ଅଧୀନରେ କିମ୍ବା ଭାରତସରକାରଙ୍କ ଅଧୀନରେ ଅଧିକ ନିଯୁକ୍ତି ନିମନ୍ତେ ଅଯୋଗ୍ୟ ହେବେ ।

ମନ୍ତବ୍ୟ

ସଭାପତି, ପାଞ୍ଚବର୍ଷ ସମୟ ନିମନ୍ତେ କାର୍ଯ୍ୟାଳୟ ଧାରଣ କରିବେ କିମ୍ବା ଯେପର୍ଯ୍ୟନ୍ତ ସେ ସତୁରୀବର୍ଷ ବୟସରେ ଉପନୀତ ହୋଇନାହାନ୍ତି , ତନ୍ମଧ୍ୟରୁ ଯେଉଁ ଟି ଶୀଘ୍ର ହୋଇଥିବ; କୌଣସି ସଦସ୍ୟ ୫ ବର୍ଷ ସମୟ ନିମନ୍ତେ କାର୍ଯ୍ୟାଳୟ ଧାରଣ କରିବେ ମାତ୍ର ସତୁରୀବର୍ଷ ବୟସରେ ଉପନୀତ ହେବାପରେ ନୁହେଁ । ସେ ଅନ୍ୟ ପାଞ୍ଚବର୍ଷ ସମୟ ନିମନ୍ତେ ପୁନଃ ନିଯୁକ୍ତି ନିମନ୍ତେ ଯୋଗ୍ୟ ହେବେ । କାର୍ଯ୍ୟାଳୟ ଧାରଣରୁ ରହିତ ହେବାପରେ, ଜଣେ ସଭାପତିଙ୍କ କିମ୍ବା ଜଣେ ସଦସ୍ୟ, କୌଣସି ରାଜ୍ୟ ସରକାରଙ୍କ ଅଧୀନରେ କିମ୍ବା ଭାରତ ସରକାରଙ୍କ

ରାଜ୍ୟ କମିଶନ୍ ସଦସ୍ୟଙ୍କର କାର୍ଯ୍ୟାଳୟ ଅବିଧି

  1. ସଭାପତି ଭାବେ ନିଯୁକ୍ତ କୌଣସି ବ୍ୟକ୍ତି , ସେହି ତାରିଖରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ କାର୍ଯ୍ୟାଳୟ ଧାରଣ କରିବେ ଯେବେ ସେ ତାଙ୍କ କାର୍ଯ୍ୟାଳୟରେ ପ୍ରବେଶ କରନ୍ତି କିମ୍ବା ସେ ପର୍ଯ୍ୟନ୍ତ ସେ ସତୁରୀ ବର୍ଷ ବୟସରେ ଉପନୀତ ହୋଇ ନାହାନ୍ତି , ତନ୍ମଧ୍ୟରୁ ଯେଉଁଟି ଶୀଘ୍ର ହୋଇଥାଉ ।
  2. ଜଣେ ସଦସ୍ୟ ଭାବେ ନିଯୁକ୍ତ କୌଣସି ବ୍ୟକ୍ତି, ସେହି ତାରିଖରୁ ପାଞ୍ଚବର୍ଷ ନିମନ୍ତେ କାର୍ଯ୍ୟାଳୟ ଧାରଣ କରିବେ ଯେବେ ସେ କାର୍ଯ୍ୟାଳୟରେ ପ୍ରବେଶ କରନ୍ତି ଅନ୍ୟ ପାଞ୍ଚବର୍ଷ ଅବିଧିନିମନ୍ତେ ପୁନଃ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚତ ହେବ ; ଉଲ୍ଲେଖ ଥାଉଯେ , କୌଣସି ସଦସ୍ୟ ସତୁରୀବର୍ଷରେ ଉପନୀତ ହେବାପରେ , କାର୍ଯ୍ୟାଳୟ ଧାରଣ କରିବେ ନାହିଁ ।
  3. କାର୍ଯ୍ୟାଳୟ ଧାରଣ କରିବାକୁ ରହିତ ହେବା ପରେ , ଜଣେ ସଭାପତି କିମ୍ବା ଜଣେ ସଦସ୍ୟ କୌଣସି ରାଜ୍ୟ ସରକାରଙ୍କ ଅଧିନରେ କିମ୍ବା ଭାରତ ସରକାରଙ୍କ ଅଧିନରେ ଅଧିକ ନିଯୁକ୍ତି ନିମନ୍ତେ ଅଯୋଗ୍ୟ ହେବେ । ଅଧିନରେ ଅଧିକ ନିଯୁକ୍ତ ନିମନ୍ତେ ଅଯୋଗ୍ୟ ହେବେ ।

କେତେକ ନିର୍ଦ୍ଧିଷ୍ଠ ପରିସ୍ଥିତିରେ ସଦସ୍ୟମାନେ, ସଭାପତି ଭାବେ କାର୍ଯ୍ୟ କରିବେ କିମ୍ବା ତାଙ୍କର କାର୍ଯ୍ୟସମ୍ପାଦନ କରିବେ

  1. ତାଙ୍କର ମୃତ୍ୟୁ, ଇସ୍ତଫା କିମ୍ବା ଅନ୍ୟଥା କାରଣ ଦ୍ଵାରା ସଭାପତିଙ୍କ କାର୍ଯ୍ୟାଳୟରେ କୌଣସି ରିକ୍ତତା କ୍ଷେତ୍ରରେ ରାଜ୍ୟପାଳ, ବିଜ୍ଞପ୍ତି ଦ୍ଵାରା, ସଭାପତି ଭାବେ କାର୍ଯ୍ୟ କରିବା ନିମନ୍ତେ ଜଣେ ସଦସ୍ୟଙ୍କୁ କ୍ଷମତାୟୀତ କରିପାରନ୍ତି, ଯେ ପର୍ଯ୍ୟନ୍ତ ଏପରି ରିକ୍ତ ସ୍ଥାନ ପୂରଣ କରିବା ନିମନ୍ତେ ଜଣେ ନୂତନ ସଭାପତି ନିଯୁକ୍ତ ହୋଇ ନାହାନ୍ତି।
  2. ଯେତେବେଳେ ଛୁଟିରେ ଅନୁପସ୍ଥିତ କିମ୍ବା ଅନ୍ୟଥା ଯୋଗୁଁ , ସଭାପତି ତାଙ୍କର କାର୍ଯ୍ୟ ସଂପାଦନା କରିବା ନିମନ୍ତେ ଅକ୍ଷମ ହୁଅନ୍ତି , ସେତେବେଳେ ଏ ସଂବନ୍ଧରେ ରାଜ୍ୟପାଳ ବିଜ୍ଞପ୍ତି ଦ୍ଵାରା ଯେଉଁ ସଦସ୍ୟଙ୍କୁ କ୍ଷମତାୟୀତ କରିବେ , ସେ , ସେହି ତାରିଖ ପର୍ଯ୍ୟନ୍ତ ସଭାପତିଙ୍କ କାର୍ଯ୍ୟ ସଂପାଦନା କରିବେ , ଯେବେ ସଭାପତି ତାଙ୍କର କାର୍ଯ୍ୟରେ ଯୋଗଦାନ କରନ୍ତି।

ମନ୍ତବ୍ୟ

ରାଜ୍ୟପାଳ , ଜଣେ ସଦସ୍ୟଙ୍କୁ କ୍ଷମତାୟୀତ କରିପାରନ୍ତି :-

  1. ରିକ୍ତ ସ୍ଥାନ ପୂରଣ କରିବା ନିମନ୍ତେ , ସଭାପତି ଭାବେ କାର୍ଯ୍ୟ କରିବା ନିମନ୍ତେ , ଯେ ପର୍ଯ୍ୟନ୍ତ ଜଣେ ନୂତନ ସଭାପତି ନିଯୁକ୍ତି ହୋଇ ନାହାଁନ୍ତି ;
  2. ସେହି ତାରିଖ ପର୍ଯ୍ୟନ୍ତ, ସଭାପତିଙ୍କ କାର୍ଯ୍ୟ ସଂପାଦାନ କରିବା ପାଇଁ ଯେବେ ସଭାପତି ତାଙ୍କ କାର୍ଯ୍ୟରେ ଯୋଗଦାନ କରନ୍ତି ।

ରାଜ୍ୟ କମିଶନ୍ ର ସଭାପତି ଏବଂ ସଦସ୍ୟମାନଙ୍କର କାର୍ଯ୍ୟକାଳ ଏବଂ ଚାକିରୀ ସର୍ତ୍ତାବଳୀ

‘ଦଫା ୨୬ ‘ ନିମନ୍ତେ ଆଇନ୍ ସଂଖ୍ୟା ୪୩/୨୦୦୬, ଦଫା ୧୬ ଦ୍ଵାରା ୨୩/୧୧/୨୦୦୬ଠାରୁ ପରିବର୍ତ୍ତିତ, ପରିବର୍ତ୍ତନ ପୂର୍ବରୁ,ନିମ୍ନ ଭାବେ ସ୍ଥିତଥିଲା :-

ରାଜ୍ୟ କମିଶନ୍ ର ସଦସ୍ୟମାନଙ୍କର ଚାକିରୀ ସର୍ତ୍ତାବଳୀ :-ସଦସ୍ୟମାନଙ୍କୁ ଦେୟ ବେତନ ଏବଂ ଭତ୍ତା ଏବଂ ଚାକିରୀର ଅନ୍ୟାନ୍ୟ ସର୍ତ୍ତାବଳୀ, ଏପରି ହେବ, ଯେପରି ରାଜ୍ୟ ସରକରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇପାରେ ।

ଉଲ୍ଲେଖଥାଉଯେ, ସଦସ୍ୟମାନଙ୍କୁ ଦେୟ ବେତନ ଏବଂ ଭତ୍ତା ଏବଂ ଚାକିରୀର ଅନ୍ୟାନ୍ୟ ସର୍ତ୍ତାବଳୀ , ତାଙ୍କର ନିଯୁକ୍ତି ପରେ , ତାଙ୍କ ଅସୁବିଧାରେ, ପରିବର୍ତ୍ତନ କରାଯିବ ନାହିଁ ।

ସଭାପତି ଏବଂ ସଦସ୍ୟମାନଙ୍କୁ ଦେୟ ବେତନ ଏବଂ ଭତ୍ତା ଏବଂ ଚାକିରୀର ଅନ୍ୟାନ୍ୟ ସର୍ତ୍ତାବଳୀ , ଏପରି ହେବ , ଯେପରି ରାଜ୍ୟ ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇପାରେ; ଉଲ୍ଲେଖ ଥାଉଯେ , ସଭାପତି କିମ୍ବା କୌଣସି ସଦସ୍ୟଙ୍କର ବେତନ ଏବଂ ଭତ୍ତା କିମ୍ବା ଚାକିରୀ ଅନ୍ୟାନ୍ୟ ସର୍ତ୍ତାବଳୀ ତାଙ୍କର ନିଯୁକ୍ତି ପରେ ତାଙ୍କର ଅସୁବିଧାରେ ପରିବର୍ତ୍ତନ କରାଯିବ ନାହିଁ ।

ମନ୍ତବ୍ୟ

ଏହି ଦଫା ଏହା ଧାର୍ଯ୍ୟ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ଆବଶ୍ୟକ କରେ :-

  1. ସଦସ୍ୟମାନଙ୍କୁ ଦେୟ ବେତନ ଏବଂ ଭତ୍ତା ; ଏବଂ
  2. ସଦସ୍ୟମାନଙ୍କର ଅନ୍ୟାନ୍ୟ ଚାକିରୀ ସର୍ତ୍ତାବଳୀ :-

ରାଜ୍ୟ କମିସନ ଉଚ୍ଚକର୍ମଚାରୀ ଏବଂ ଅନ୍ୟାନ୍ୟ କର୍ମଚାରୀ

  1. ରାଜ୍ୟ ସରକାର କମିଶନ ଙ୍କୁ ଉପଲ୍ଲବ୍ଧ କରାଇବା
    • ରାଜ୍ୟ ସରକାରଙ୍କ ପ୍ରତି ସଚିବ ସ୍ତରରୁ ନିମ୍ନ ହୋଇଥିବା ଜଣେ ଉଚ୍ଚକର୍ମଚାରୀ ଯେକି ରାଜ୍ୟକମିଶନ୍ ସଚିବ ହେବେ ; ଏବଂ
    • ପୋଲିସ ନିର୍ଦ୍ଦେଶକଙ୍କ ନିମ୍ନ ସ୍ତରର ହୋଇନଥିବା ଜଣେ ଉଚ୍ଚକର୍ମଚାରୀଙ୍କ ଅଧିନରେ ଏପରି ପୋଲିସ ଏବଂ ଅନୁସନ୍ଧାନକାରୀ କର୍ମଚାରୀ ଏବଂ ଏପରି ଅନ୍ୟ ଉଚ୍ଚକର୍ମଚାରୀ ଏବଂ କର୍ମଚାରୀ ଯେପରି ରାଜ୍ୟକମିଶନ୍ କାର୍ଯ୍ୟ ସୂଚୀରୁ ରୂପେ ସଂପାଦାନ କରିବା ନିମନ୍ତେ ଆବଶ୍ୟକ ଅଟେ ।
  2. ଏ ସଂବନ୍ଧରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୀତ ନିୟମାବଳୀର ନିୟନ୍ତ୍ରଣାଧିନରେ , ରାଜ୍ୟକମିଶନ୍ ଏପରି ଅନ୍ୟ ପ୍ରଶାସନ, ବୈଷୟିକ ଏବଂ ବୈଜ୍ଞାନିକ କର୍ମଚାରୀଙ୍କୁ ନିଯୁକ୍ତ କରିପାରନ୍ତି, ଯେପରି ସେ ଆବଶ୍ୟକ ବୋଲି ବିବେଚନା କରନ୍ତି;
  3. ଉପଦଫା (୨) ଅନୁଯାୟୀ ନିଯୁକ୍ତ ଉଚ୍ଚକର୍ମଚାରୀ ଏବଂ ଅନ୍ୟ କର୍ମଚାରୀଙ୍କର ବେତନ, ଭତ୍ତା ଏବଂ ଚାକିରୀ ସର୍ତ୍ତାବଳୀ ଏପରି ହେବ , ଯେପରି ରାଜ୍ୟ ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇପାରେ ।

ମନ୍ତବ୍ୟ

ରାଜ୍ୟ ସରକାର :-

  • ରାଜ୍ୟ କମିଶନ୍ ଙ୍କୁ ଉପଲ୍ଲବ୍ଧ କରିବେ :-
    1. ସଚିବ ଏବଂ
    2. ଜଣେ ପୋଲିସ ଏବଂ ଅନୁସନ୍ଧାନକାରୀ କର୍ମଚାରୀ ;
  • ପ୍ରଶାସନିକ, ବୈଷୟିକ ଏବଂ ବୈଜ୍ଞାନିକ କର୍ମଚାରୀ ନିଯୁକ୍ତ କରିପାରନ୍ତି
  • ଏହି ଦଫାର ଉପଦଫା (୨) ଅନୁଯାୟୀ ନିଯୁକ୍ତ ଉଚ୍ଚକର୍ମଚାରୀ ଏବଂ ଅନ୍ୟ କର୍ମଚାରୀଙ୍କର ବେତନ, ଭତ୍ତା ଏବଂ ଚାକିରୀ ସର୍ତ୍ତାବଳୀ ଧାର୍ଯ୍ୟ କରିବେ ।

ରାଜ୍ୟ କମିଶନ୍ ଙ୍କର ବାର୍ଷିକ ଏବଂ ବିଶେଷ ବିବରଣୀ

  1. ରାଜ୍ୟ କମିଶନ୍ ରାଜ୍ୟ ସରକାରଙ୍କୁ ଏକ ବାର୍ଷିକ ବିବରଣୀ ଦାଖଲ କରିବେ ଏବଂ ଯେ କୌଣସି ସମୟରେ କୌଣସି ବିଷୟ ଉପରେ ବିଶେଷ ବିବରଣୀ ଦାଖଲ କରିପାରନ୍ତି , ଯାହାକି ଏହାର ମତରେ, ଏପରି ଜରୁରୀ କିମ୍ବା ଗୁରୁତ୍ଵପୂର୍ଣ୍ଣ ଯେ , ଏହାକୁ ବାର୍ଷିକ ବିବରଣୀ ଦାଖଲ ପର୍ଯ୍ୟନ୍ତ ବିଳମ୍ବିତ କରାଯାଇ ପାରିବ ନାହିଁ ।
  2. ରାଜ୍ୟ ସରକାର ରାଜ୍ୟ କମିଶନ୍ ଙ୍କର ଏପରି ବାର୍ଷିକ ବିବରଣୀ ଏବଂ ବିଶେଷ ବିବରଣୀ କୁ , ରାଜ୍ୟ ବିଧାନ ପରିଷଦର ପ୍ରତ୍ୟେକ ଗୃହରେ ଉପସ୍ଥାପନ କରିବ , ଯେଉଁଠାରେ ଏହା ଦୁଇଟା ଗୃହ ଧାରଣ କରିଥାଏ କିମ୍ବା ଯେଉଁ ସ୍ଥଳରେ ଏପରି ପରିଷଦ ଗୋଟିଏ ଗୃହ ଧାରଣ କରିଥାଏ , ସେପରିସ୍ଥଳେ ସେହି ଗୃହରେ ଏବଂ ତା ସହିତ ଗ୍ରହଣ କରାଯାଇଥିବା କିମ୍ବା ଗ୍ରହଣ କରାଯିବାକୁଥିବା ପ୍ରସ୍ତାବିତ କାର୍ଯ୍ୟାନୁଷ୍ଠାନ ଏକ ସ୍ମାରକପତ୍ର ମଧ୍ୟ ଉପସ୍ଥାପନ କରିବେ ଏବଂ କୌଣସି ସୁପାରିସ ଅଣ ଗ୍ରହଣୀଯତାର କାରଣ ମଧ୍ୟ ଉଲ୍ଲେଖ କରିବେ ।

ମନ୍ତବ୍ୟ

ଏହା ବାଧ୍ୟତା ମୂଳକ ହେବ :-

  1. ରାଜ୍ୟ କମିଶନ୍ ଙ୍କ ଉପରେ ଯେ , ସେ ରାଜ୍ୟ ସରକାରଙ୍କୁ ବାର୍ଷିକ ବିବରଣୀ ଏବଂ ଏକ ବିଶେଷ ବିବରଣୀ ଦାଖଲ କରିବେ ;
  2. ରାଜ୍ୟ ସରକାର ଏପରି ବାର୍ଷିକ ଏବଂ ବିଶେଷ ବିବରଣୀ କୁ ରାଜ୍ୟବିଧାନ ପରିଷଦରେ ଉପସ୍ଥାପନ କରିବା ସହିତ ରାଜ୍ୟ କମିଶନ୍ ଙ୍କ ସୁପାରିସ ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ଏକ ସ୍ମାରକପତ୍ର ଦାଖଲ କରିବେ ଏବଂ କୌଣସି ସୁପାରିସର ଅଣଗ୍ରହଣର କାରଣ ବିଷୟ ମଧ୍ୟ ଉଲ୍ଲେଖ କରିବେ ।

ରାଜ୍ୟ କମିଶନ୍ ପ୍ରତି ଜାତୀୟ ମାନବିକ ଅଧିକାର କମିଶନଙ୍କ ସଂବନ୍ଧୀୟ କେତେକ ନିର୍ଦ୍ଧିଷ୍ଟ ବ୍ୟବସ୍ଥାବଳୀର ପ୍ରୟୋଗ

ଦଫା ୯,୧୦,୧୧,୧୨,୧୩,୧୪,୧୫,୧୬,୧୭,ଏବଂ ୧୮,ର ବ୍ୟବସ୍ଥାବଳୀ କୌଣସି ରାଜ୍ୟ କମିଶନ୍ ପ୍ରତି ପ୍ରୟୋଗ ହେବ ଏବଂ ନିମ୍ନଲିଖିତ ସଂଶୋଧନର ନିୟନ୍ତ୍ରଣାଧିନରେ ପ୍ରଭାବିତ ହେବ , ଯଥା :-

  • କମିଶନ୍ ଙ୍କ ପ୍ରତି କୌଣସି ଉଲ୍ଲେଖକୁ ରାଜ୍ୟ କମିଶନଙ୍କ ଏକ ଉଲ୍ଲେଖ ଭାବେ ବାଖ୍ୟା କରାଯିବ ;
  • ଦଫା ୧୦ର ଉପଦଫା (୩) ରେ ଶଦ୍ଦାବଳୀ (ସେକ୍ରେଟାରୀ- ଜେନେରାଲ ନିମନ୍ତେ ,ଶଦ୍ଦାବଳି ‘ସେକ୍ରେଟାରୀ ‘ କୁ ପରିବର୍ତ୍ତନ କରାଯିବ ;
  • ଦଫା ୧୨ରେ, ଧାରା (୧) କୁ ବାଦ ଦିଆଯିବ ;
  • ଦଫା ୧୭ରେ ଧାରା (୧) ରେ , ଶଦ୍ଦାବଳୀ ‘କେନ୍ଦ୍ର ସରକାର କିମ୍ବା କୋଣସି ‘କୁ ବାଦ କିମ୍ବା ଉହ୍ୟ କରାଯିବ ।

ମନ୍ତବ୍ୟ

ଏହି ଦଫାର ଧାରା (କ) ରୁ (ଘ) ରେ ଧାର୍ଯ୍ୟ ସଂଶୋଧନ ନିୟନ୍ତ୍ରଣାଧିନ ରେ ଦଫା ୯,୧୦,୧୧,୧୨,୧୩,୧୪,୧୫,୧୬,୧୭ ଏବଂ ୧୮,ର ବ୍ୟବସ୍ଥାବଳୀ , ରାଜ୍ୟକମିଶନ୍ ପ୍ରତି ପ୍ରୟୋଗ ହେବ ।

ଆଧାର – ଦ ଲ ହାଉସ

Last Modified : 7/29/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate