କେନ୍ଦ୍ର ଅଥବା ସ୍ଥାନୀୟ ସରକାର କୌଣସି ବ୍ୟକ୍ତି ବିଶେଷଙ୍କ ଦ୍ଵାରା ପରିଚାଳିତ ସରକାରୀ କିମ୍ବା ବେସରକାରୀ ସମସ୍ତ ଚିକିତ୍ସାଳୟ, ଯେକୌଣସି ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ବିନା ମୂଲ୍ୟରେ ପ୍ରାଥମିକ କିମ୍ବା ଡାକ୍ତରୀ ଚିକିତ୍ସା ପ୍ରଦାନ କରିବେ ଏବଂ ତୁରନ୍ତ ଏହି ଘଟଣା ସମ୍ପର୍କରେ ପୋଲିସକୁ ଜଣାଇବେ – ଭାରତୀୟ ପିଙ୍ଗଳ କୋଡ୍ ଧାରା ୩୫୭ସି ।
ହିଂସାକୁ ବର୍ତ୍ତିଯାଇଥିବା/ଯୌନ ନିର୍ଯ୍ୟାତନା କିମ୍ବା ଏସିଡ୍ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତାଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇଦେବାକୁ ମନା କରିବା ଏବଂ ପୀଡ଼ିତାକୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବହେଳା କ୍ଷେତ୍ରରେ ଆଇନ ଉଲ୍ଲଘଂନକାରୀକୁ ୧ ବର୍ଷ ଜେଲ୍ କିମ୍ବା ଜୋରିମାନା କିମ୍ବା ଉଭୟରେ ଦଣ୍ଡିତ କରାଯିବ – ଭାରତୀୟ ପିଙ୍ଗଳ କୋଡ୍ ଧାରା ୧୬୬ବି ।
୧୮ ବର୍ଷରୁ କମ୍ ପିଲାମାନଙ୍କ ନିମନ୍ତେ ସ୍ଵତନ୍ତ୍ର ଯତ୍ନ ଏବଂ ଚିକିତ୍ସାର ବ୍ୟବସ୍ଥା ଅପରାଧିକ ସଂଶୋଧନ ଅଧିନିୟନ, ୨୦୧୩, ଯୌନନିର୍ଯ୍ୟାତନାରୁ ଶିଶୁମାନଙ୍କ ସୁରକ୍ଷା ଅଧିନିୟମ (POSCO),୨୦୧୨ ଏବଂ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ (ଶିଶୁ ମାନଙ୍କ ଯତ୍ନ ଏବଂ ସୁରକ୍ଷା ),୨୦୦୦ରେ ରହିଛି ।
ପୀଡ଼ିତା/ହିଂସାରୁ ବର୍ତ୍ତିଯାଇଥିବାର ବ୍ୟକ୍ତିର ଚିକିତ୍ସା ଯେକୌଣସି ପଞ୍ଜିକୃତ ଡାକ୍ତରଙ୍କ ଦ୍ଵାରା ହେବା ଆବଶ୍ୟକ (ଧାରା ୧୬୪(ଏ) ସିଆର୍ପିସି) । ପୀଡ଼ିତା ( ମହିଳା)ଙ୍କ ପରୀକ୍ଷା ଯଥାସମ୍ଭବ ଏକ ମହିଳା ଡାକ୍ତରଙ୍କ ଦ୍ଵାରା କରାଯିବା ଆବଶ୍ୟକ। ପୀଡ଼ିତା ଜଣେ ଶିଶୁ ହୋଇଥିଲେ (୧୮ ବର୍ଷରୁ କମ୍) ଡାକ୍ତରୀ ପରୀକ୍ଷା ମହିଳା ଚିକିତ୍ସକଙ୍କ ଦ୍ଵାରା କରାଯିବା ଆବଶ୍ୟକ-POCSO ଅଧିନିୟମ,ଧାରା ୨୭(୨) ।
ଯଦି ପୀଡ଼ିତା ବା ପୀଡିତାଙ୍କ ତରଫରୁ କେହି ଆତ୍ମୀୟ ବା ପୀଡିତାଙ୍କ ତରଫରୁ କେହି ସୁରକ୍ଷା ଅଧିକାରୀ କିମ୍ବା କୌଣସି ସେବା ପ୍ରଦାନକାରୀ ବ୍ୟକ୍ତି ଚିକିତ୍ସା ପ୍ରଦାନ ଦାୟିତ୍ଵରେ ଥିବା ବ୍ୟକ୍ତିଙ୍କୁ କୌଣସି ଚିକିତ୍ସା ସହାୟତା ଦେବାକୁ ଅନୁରୋଧ କରନ୍ତି, ତେବେ ଉକ୍ତ ବ୍ୟକ୍ତି ପୀଡ଼ିତାଙ୍କୁ ଡାକ୍ତରୀ ଚିକିତ୍ସା ପ୍ରଦାନ କରିବେ- ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଅଧିନିୟମ, ଧାରା ୭,୨୦୦୫ ।
ଯଦି କୌଣସି ପୀଡ଼ିତା (ମହିଳା) କିଛି ସୂଚନା ଦିଅନ୍ତି, ତେବେ ସେହି ସୂଚନା କୌଣସି ମହିଳା ପୋଲିସ୍ ଅଧିକାରୀ କିମ୍ବା କୌଣସି ମହିଳା ଅଧିକାରୀଙ୍କ ଦ୍ଵାରା ରେକର୍ଡ କରାଯିବା ଆବଶ୍ୟକ – ସିଆର୍ପିସି ଧାରା ୧୫୪ ଉପଧାରା (୧) ।
୧୨ ବର୍ଷ ବୟସ କିମ୍ବା ତଦୁର୍ଦ୍ଧ୍ଵ ବ୍ୟକ୍ତିଙ୍କର ଡାକ୍ତରୀ ଯାଞ୍ଚ କିମ୍ବା ଚିକିତ୍ସା ନିମନ୍ତେ, ସେମାନଙ୍କର ସହମତି ପ୍ରଦାନ କରିବାର ଅଧିକାର ରହିଛି – ଆଇପିସି ଧାରା ୮୯ ।
ପୀଡ଼ିତା ଡୋମେଷ୍ଟିକ୍ ଇନ୍ସିଡେଣ୍ଟ ରିପୋର୍ଟ (DIR) ମାଜିଷ୍ଟ୍ରେଟଙ୍କ ନିକଟରେ ଦାଖଲ କରି କ୍ଷତିପୂରଣ ଆଦେଶନାମା ହାସଲ କରିପାରିବେ । ମାଜିଷ୍ଟ୍ରେଟ ମାନସିକ ନିର୍ଯ୍ୟାତନା ଏବଂ ଭାବନାକୁ ଆଘାତ ପହଞ୍ଚାଇଥିବା କ୍ଷତିକୁ ଅନୁଧ୍ୟାନ କରି ଘରୋଇ ହିଂସା କାରଣରୁ ଅପରାଧୀକୁ କ୍ଷତିପୂରଣ ଦେବା ପାଇଁ ଆଦେଶ ଦେଇପାରିବେ – ମହିଳାମାନଙ୍କୁ ଘରୋଇ ହିଂସାକୁ ସୁରକ୍ଷା ଅଧିନିୟମ ୨୦୦୫ ଧାରା -୨୨ ।
କୌଣସି ଶିଶୁ ପ୍ରତିଷ୍ଠା କରିବା କିମ୍ବା ତାର ଗୋପନୀୟତା ଉପରେ ପ୍ରଭାବ ପକାଇବାଭଳି ଅସଂପୂର୍ଣ୍ଣ ଏବଂ ଭୁଲ୍ ଖବର ଗଣମାଧ୍ୟମରେ ପ୍ରକାଶ ନିଷେଧ ଅଟେ । ଯଦି ସେହିପରି କୌଣସି ରିପୋର୍ଟ ପ୍ରକାଶିତ ହୁଏ, ତେବେ ଶିଶୁର ପରିଚୟକୁ ଗୋପନ ରଖାଯିବା ଜରୁରୀ –POCSO ଅଧିନିୟମ, ୨୦୧୨, ଧାରା ୨୩ ।
କର୍ମ କ୍ଷେତ୍ରରେ ଶୋଷଣ, ଭୟଭୀତ, ବଳପୂର୍ବକ, ଠକାମି କରି, କ୍ଷମତାର ଅପବ୍ୟବହାର ବା ପ୍ରଲୋଭନ ଦେଖାଇ, ମାନବ ଚାଲାଣ କରୁଥିବା ବ୍ୟକ୍ତିକୁ ଜୋରିମାନା ସହ ୭ ରୁ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି – ଆଇପିସି ଧାରା ୩୭୦ ।
ଆଧାର – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାର
Last Modified : 5/29/2020