ଶିଶୁ ଶ୍ରମିକ ଆଇନ୍
ଭାରତୀୟ ସମ୍ବିଧାନାର ଧାରା ୨୪ ରେ ଉଲ୍ଲେଖ ଅଛି ଯେ ୧୪ ବର୍ଷରୁ କମ ଶିଶୁ କୁ ବିପଦଜନକ କାମରେ ନିୟୋଜିତ କରାଯାଇ ପାରିବ ନାହିଁ ।
1986 ଆଇନରେ ଜଣେ ୧୪ ବର୍ଷ ସମାପ୍ତ ନ କରିଥିଲେ ତାକୁ ଶିଶୁ ବୋଲି ଧରାଯିବ । ବିପଦଜନକ କାର୍ଯ୍ୟରେ ଶିଶୁ କୁ ନିୟୋଜିତ କରିବା ଏକ ଅପରାଧ ।
- ଧାରା ୨୧: ଶିକ୍ଷା ଅଧିକାର।
୬ରୁ ୧୪ ବର୍ଷ ବୟସର ଶିଶୁ ଙ୍କୁ ସରକାରଙ୍କ ଦ୍ଵାରା ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଦେବାର ବ୍ୟବସ୍ଥା କରିବା।
- ଧାରା ୨୪: କାରଖାନରେ ଶିଶୁ କୁ କାର୍ଯ୍ୟରେ ଲଗାଇବା।
୧୪ବର୍ଷରୁ ଛୋଟ କୌଣସି ଶିଶୁକୁ ଖଣି, କାରଖାନା କମ୍ବା କୌଣସି ବିପଦଜନକ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ।
- ଧାରା ୩୯ : ରାଷ୍ଟ୍ର ଦ୍ଵାରା ଯୋଜନା ଠିକ ରୂପେ କାର୍ଯ୍ୟକାରି ହେବା ।
୧୪ ବର୍ଷ ତଳକୁ ଶିଶୁ କୁ ପୁରୁଷ କିମ୍ବା ମହିଳାଙ୍କ ଦ୍ଵାରା ଅଥବା ଦୂରବସ୍ଥା ପାଇଁ କାର୍ଯ୍ୟରେ ନିୟୋଜନ ଯେପରି କରାନଯାଏ ସେ ପ୍ରତି ଦୃଷ୍ଟି ଦେବା ।
ଶିଶୁଙ୍କ କାର୍ଯ୍ୟ
- ଧାରା 1986 ଅନୁଯାୟୀ ୧୪ ବର୍ଷ ସମ୍ପୂର୍ଣ୍ଣ କରିନଥିବା ପିଲାକୁ ଶିଶୁ କୁହାଯିବ ।
- ଏହି ଆଇନଦ୍ଵାରା ୧୩ ଟି କାର୍ଯ୍ୟ ଏବଂ ୫୭ ଟି ପ୍ରୋସେସ ରେ ଶିଶୁ କୁ ନିୟୋଜିତ କରାଯାଇ ପାରିବ ନାହିଁ ।
- ଧାରା ରେ ଏକ ବୈଷୟିକଜ୍ଞାନ ଥିବା ଉପଦେଷ୍ଟା କମିଟି ଗଠନ କରାଯିବ ।
- ଧାରା ୧୪ ରେ ଯଦି କୌଣସି ବ୍ୟକ୍ତି ୧୪ ବର୍ଷ ତଳକୁ ଶିଶୁ କୁ କାର୍ଯ୍ୟରେ ନିୟୋଜନ କରନ୍ତି ତେବେ ତାଙ୍କୁ ଅତିକମ ରେ ୩ ମାସ ଅତିବେଶିରେ ୧ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ୧୦,୦୦୦ ରୁ ୨୦,୦୦୦ ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।
- ରାଜ୍ୟ ଓ କେନ୍ଦ୍ର ଉଭୟ ଏହି ଆଇନ କୁ କଡାକଡି ଭାବରେ ପାଳନ କରିବା ଉଚିତ ।
ଶିଶୁ ଶ୍ରମିକର ଜାତୀୟ ଯୋଜନା
- ୧୯୮୭ ମସିହାରୁ ଜାତୀୟ ଶିଶୁ ଶ୍ରମିକ ଆଇନ ପ୍ରଣୀତ ହୋଇଛି ଏଥିରେ ରହିଛି ।
- ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ
- ଶିଶୁ ଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟ ଉପରେ ଆଲୋକପାତ
- ଯେଉଁ ଜାଗାରେ ଅଧିକ ଶିଶୁ ଶ୍ରମିକ ଥିବେ ସେ ଜାଗାରେ ଶିଶୁ ମାନଙ୍କ ଉନ୍ନତି ପାଇଁ ପ୍ରୋଜେକ୍ଟ ପ୍ରସ୍ତୁତ କରିବା ।
ଏଥିପାଇଁ ଜାତୀୟ ଶିଶୁ ଶ୍ରମିକ ପଲିସ 1988 ରେ ଆରମ୍ଭ କରାଗଲା । ଏହି ଆଇନରେ ଉଲ୍ଲେଖ ଅଛି ଯେ ଯଦି କେଉଁ ଜାଗାରୁ ଶିଶୁ ଶ୍ରମିକ ଉଦ୍ଧାର ହୁଅନ୍ତି ତେବେ ତାଙ୍କୁ ଉଦ୍ଧାର କରି ସେମାନଙ୍କ ପାଇଁ ଉଦ୍ଧିଷ୍ଟ ସ୍କୁଲରେ ପାଠ ପଢିବାକୁ ଛାଡିବା । ଏହା ଦ୍ଵାରା ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ।
ସରକାର ଏ ଦିଗରେ ଅଧିକ ତତପରତା ପ୍ରକାଶ କରିବା ଆବଶ୍ୟକ । ଶିଶୁ ଶ୍ରମିକ ସୃଷ୍ଟି ହେବାର ଗରିବୀ ହେଉଛି ମୁଖ୍ୟ କାରଣ । ତେଣୁ ଶିଶୁ ଶ୍ରମିକ ହେଉଥିବା ପରିବାର ଗୁଡିକ ରୁ କିପରି ଆର୍ଥିକ ଅଭାବ ଦୂର ହେବ ସେ ସମ୍ବନ୍ଧରେ ସରକାର ଦୃଷ୍ଟି ଦେବା ଉଚିତ।
ଶିକ୍ଷା ଅଧିକାର ବିଲ
2009 ରେ ଭାରତ ସରକାର ଶିକ୍ଷା ଅଧିକାର ବିଲକୁ ପାସ୍ କରାଇଥିଲେ । ଏହି ବିଲରେ ୬ ରୁ ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁ କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଦିଆଯିବ ।
ବିପଦଜନକ କାର୍ଯ୍ୟରୁ ଶିଶୁକୁ ରକ୍ଷା କରିବା
- ବିପଦଜନକ କାର୍ଯ୍ୟ
- ଟ୍ରେନରେ ଭାର ବୁହାଇବା
- ରେଳଧାରାଣା ପାଖରେ କୌଣସି କାର୍ଯ୍ୟ
- କୌଣସି ଠିକାଦାର ପାଖରେ କ୍ୟାଟରିଙ୍ଗ ବ୍ୟବସାୟ ରେ କାର୍ଯ୍ୟକରି ତାହାକୁ ଟ୍ରେନରେ ପହଞ୍ଚାଇବା । ଚଳନ୍ତା ଟ୍ରେନରେ ଗୋଟିଏ ଷ୍ଟେସନରୁ ଅନ୍ୟ ଷ୍ଟେସନ କୁ ଯିବା ।
- ରେଳ ଷ୍ଟେସନ ବା ଟ୍ରେନଲାଇନ ପାଖରେ କନଷ୍ଟ୍ରକସନ କାର୍ଯ୍ୟ କରିବା ।
- ଅସ୍ଥାୟୀ ଲାଇସେନ୍ସ ଦ୍ଵାରା ବାଣ କିମ୍ବା ବାରୁଦ ପଦାର୍ଥ ବିକିବା ।
- କଂସେଇଖାନାରେ କାର୍ଯ୍ୟ ।
- ଗ୍ୟାରେଜରେ କାର୍ଯ୍ୟ ।
- ନିଶାଦ୍ରବ୍ୟ ନିର୍ମାଣ କାର୍ଯ୍ୟ ।
- ହସ୍ତତନ୍ତ ଚଳାଇବା ।
- ଖଣିରେ କୁଲି କାର୍ଯ୍ୟ ।
- ପ୍ଲାଷ୍ଟିକ କାରଖାନାରେ କାର୍ଯ୍ୟ ।
- ଗୃହକାର୍ଯ୍ୟରେ ନିୟୋଜିତ ।
- ରାସ୍ତାକଡରେ ଥିବା ଢାବା, ରେଷ୍ଟୁରାଣ୍ଟ, ହୋଟେଲ, ଚା’ଦୋକାନ, ରିସୋର୍ଟ, ସ୍ପା ଇତ୍ୟାଦିରେ କାର୍ଯ୍ୟ
- ଡ୍ରାଇଭିଙ୍ଗ
- ସର୍କସ ରେ କାର୍ଯ୍ୟ କରିବା
- ସାମଗ୍ରୀ ତିଆରି
- ବିଡି ତିଆରି
- କାର୍ପେଟ ତିଆରି
- ସିମେଣ୍ଟ ତିଆରି
- ଲୁଗାରେ ପ୍ରିଣ୍ଟ କରିବା ରଙ୍ଗ ଦେବା
- ଡିଆସିଲି କାରଖାନାରେ ତିଆରି କରବା
- ସାବୁନ ତିଆରି
- ଉଲ ଧୋଇବା
- ବିଲଡିଙ୍ଗ ତିଆରି କାର୍ଯ୍ୟ
- ସ୍ଲେଟ, ପେନସିଲ ତିଆରି କରିବା କିମ୍ବା ପ୍ୟାକିଙ୍ଗ କରିବା
- କୀଟନାଶ କ ତିଆରି
- ମରକୁରୀ, କ୍ରୋମିୟମ, ସୋଡିୟମ ଲାଇଟ ତିଆରି
- କାଜୁତୋଳିବା, ପ୍ରୋସେସିଙ୍ଗ କରିବା
- ଇଲେକଟ୍ରୋନିଙ୍ଗ କାରଖାନାରେ କାର୍ଯ୍ୟ
- ଅଗରବତୀ ତିଆରି
- ଅଟୋମୋବାଇଲ ମରାମତି
- ଇଟାଭାଟିରେ କାର୍ଯ୍ୟ
- ସର୍ଫ, ସାବୁନ ତିଆରି
- ତୁଳା ଭିଣିବା
- ଝୋଟ କାରଖାନାରେ କାର୍ଯ୍ୟ
- ତାଲା ଚାବି ତିଆରି କାରଖାନା
- ସିମେଣ୍ଟ ପାଇପ ତିଆରି
- କାଚ କାରଖାନାରେ, ଇଲେକଟ୍ରିକ ବଳବ, କାଚଗ୍ଲାସ ତିଆରି
- କୀଟନାଶକ ଔଷଧ ତିଆରି କାରଖାନା
- କୋଇଲା ଖଣିରେ କାର୍ଯ୍ୟ
- କେମିକାଲ ଦ୍ଵାରା ତିଆରି କରାଯାଉଥିବା ଖେଳ ସାମଗ୍ରୀ
- ତୈଳ ବିଶୋଧନାଗାର କେନ୍ଦ୍ରରେ କାର୍ଯ୍ୟ
- କାଗଜକଳ
- ସ-ମିଲ ରେ କାର୍ଯ୍ୟ
- ଜରି ତିଆରି କାରଖାନା
- ମେଟାଲ ବାସନ ତିଆରି କାରଖାନା
- ନିଶାଦ୍ରବ୍ୟ ତିଆରି କାରଖାନା
- ଚମଡା ଦ୍ରବ୍ୟ ତିଆରି କାରଖାନା
- ଗ୍ରାଫାଇଟ ପାଇଡ଼ର ତିଆରି କାରଖାନା
- ହିରାଖଣି, ବା ତିଆରି କାର୍ଯ୍ୟ
- ଫୁଡ଼ ପ୍ରୋସେସିଙ୍ଗ
- ଖଣି ରୁ ଜିନିଷ ଉତ୍ତୋଳନ
- ମେଟାଲ କୁ ଚୁରିବା ବା ଭାଙ୍ଗିବା
ଏହି ସବୁ କାର୍ଯ୍ୟରେ ଶିଶୁ ଶ୍ରମିକ କୁ ନିୟୋଜିତ କରାଯାଇ ପାରିବ ନାହିଁ ।
ଆଧାର – ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ