অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୂଚନା ଅଧିକାର ଅଧିନିୟମ,୨୦୦୫ (ବିବିଧ)

ସୂଚନା ଅଧିକାର ଅଧିନିୟମ,୨୦୦୫ (ବିବିଧ)

ସଦ୍ ବିଶ୍ଵାସରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୁରକ୍ଷା

ଏହି ଅଧିନିୟମ ଅନୁଯାୟୀ ବା ତଦଧୀନ ପ୍ରଣୀତ କୌଣସି ନିୟମାବଳି ଅନୁଯାୟୀ ସଦ୍ ବିଶ୍ଵାସରେ କରାଯାଇଥିବା କିମ୍ବା କରିବା ପାଇଁ ଆଶାୟିତ କୌଣସି କାର୍ଯ୍ୟ ପାଇଁ କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ କୌଣସି ମକଦ୍ଦମା, ଅଭିଯୋଜନ କିମ୍ବା ଅନ୍ୟ କୌଣସି ବିଧିକ କାର୍ଯ୍ୟବିଧି କରାଯିବ ନାହିଁ ।

ଅଧିନିୟମର ଅଧ୍ୟାରୋହୀ ପ୍ରଭାବ

ସରକାରୀ ଗୋପନୀୟତା ଅଧିନିୟମ, 1923 ଓ ସେହି ସମୟରେ ପ୍ରବୃତ୍ତ ଅନ୍ୟ କୌଣସି ବିଧି ବା ଏହି ଅଧିନିୟମ ଭିନ୍ନ ଅନ୍ୟ କୌଣସି ବିଧିର ମାନ୍ୟତା ଥିବା କୌଣସି ବିଲେଖରେ ଅସଙ୍ଗତ ଯାହା କିଛି ଥିବା ସତ୍ତ୍ୱେ, ଏହି ଅଧିନିୟମ ବ୍ୟବସ୍ଥାଗୁଡ଼ିକ ପ୍ରଭାବୀ ହେବ ।

ନ୍ୟାୟାଳୟର ଅଧିକାରିତା ପ୍ରତି ପ୍ରତିବନ୍ଧ

ଏହି ଅଧିନିୟମ ଅନୁଯାୟୀ ଦିଆଯାଇଥିବା କୌଣସି ଆଦେଶ ସମ୍ପର୍କରେ କୌଣସି ନ୍ୟାୟାଳୟ, କୌଣସି ମକଦ୍ଦମା, ଆବେଦନ କିମ୍ବା ଅନ୍ୟ କୌଣସି କାର୍ଯ୍ୟବିଧି ଗ୍ରହଣ କରିବେ ନାହିଁ ଏବଂ ଏହି ଅଧିନିୟମ ଅନୁଯାୟୀ ଅପିଲ ଭିନ୍ନ ଅନ୍ୟ କୌଣସି ପ୍ରକାରେ ଏଭଳି ଆଦେଶ ଉପରେ ପ୍ରଶ୍ନ କରାଯାଇପାରିବ ନାହିଁ ।

କେତେକ ସଂଗଠନ ପ୍ରତି ଅଧିନିୟମ ପ୍ରଯୁଜ୍ୟ ହେବ ନାହିଁ

  1. ଦ୍ଵିତୀୟ ଅନୁସୂଚୀରେ ବିନିର୍ଦ୍ଧିଷ୍ଟ ଗୁପ୍ତ ସୂଚନା ଓ ନିରାପତ୍ତା ସଂଗଠନଗୁଡିକ , ଯାହା କେନ୍ଦ୍ର ସରକାରଙ୍କ ଦ୍ଵାରା ସ୍ଥାପିତ, ସେଗୁଡିକ ପ୍ରତି ବା ସେପରି ସଂଗଠନଗୁଡିକ ସେହି ସରକାରଙ୍କୁ ଦେଉଥିବା କୌଣସି ସୂଚନା ପ୍ରତି, ଏହି ଅଧିନିୟମର କୌଣସି ବିଷୟ ପ୍ରଯୁଜ୍ୟ ହେବ ନାହିଁ ।
  2. ପରନ୍ତୁ ଭ୍ରଷ୍ଠାଚାରର ଅଭିକଥନ ଏବଂ ମାନବିକ ଅଧିକାରର ଉଲ୍ଲଙ୍ଗନ ସମ୍ବନ୍ଧୀୟ ସୂଚନା ଏହି ଉପଧାରା ଅନୁଯାୟୀ ବାଦ ଦିଆଯିବ ନାହିଁ ।

  3. କେନ୍ଦ୍ର ସରକାର ସରକାରୀ ଗେଜେଟରେ ଅଧିସୂଚାନା ଦ୍ଵାରା, "ସରକାରଙ୍କ ଦ୍ଵାରା ସ୍ଥାପିତ ଅନ୍ୟ କୌଣସି ଗୁପ୍ତସୂଚନା ବା ନିରାପତ୍ତା ସଂଗଠନ"କୁ ଅନ୍ତର୍ଭୁକ୍ତ କରିବା ପାଇଁ ସେଥିରେ ଥିବା କୌଣସି ସଂଗଠନକୁ ଏଥିରୁ ବାଦ ଦେବା ପାଇଁ, ଅନୁସୂଚୀରେ ସଂଶୋଧନ କରିପାରିବେ ଏବଂ ଏପରି ଅଧିସୂଚନା ପ୍ରକାଶିତ ହେବା ମାତ୍ରେ ଏଭଳି ସଂଗଠନ ଅନୁସୂଚିତରେ ଅନ୍ତର୍ଭୁକ୍ତ ବା ଯଥା ସ୍ଥିତି, ଅନୁସୂଚୀରୁ ବାଦ ହେଲା ବୋଲି ବିବେଚିତ ହେବ ।
  4. ଉପଧାରା(2) ଅନୁଯାୟୀ ସମସ୍ତ ଅଧିସୂଚନା ସଂସଦର ସମସ୍ତ ଗୃହରେ ଉପସ୍ଥାପନ କରାଯିବ ।
  5. ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଥାପିତ ସେପରି କୌଣସି ଗୁପ୍ତସୂଚନା ଓ ନିରାପତ୍ତା ସଂଗଠନ ପ୍ରତି ,ଏହି ଅଧିନିୟମର କୌଣସି ବିଷୟ ପ୍ରଯୁଜ୍ୟ ହେବ ନାହିଁ , ଯାହାକି ଉକ୍ତ ସରକାର ଅଧିସୂଚନା ଦ୍ଵାରା ସମୟକୁ ସମୟ ସରକାରୀ ଗେଜେଟରେ ବିନିର୍ଦ୍ଧିଷ୍ଟ କରିବେ ।
  6. ଅଧିକନ୍ତୁ ମାନବିକ ଅଧିକାର ଉଲ୍ଲଙ୍ଗନ ଅଭିକଥନ ସମ୍ବନ୍ଧୀୟ ସୂଚନା ଯଦି ମଗାଯାଏ, ତେବେ କେବଳ ରାଜ୍ୟ ସୂଚନା ଆୟୋଗଙ୍କର ଅନୁମୋଦନକ୍ରମେ ତାହା ଦିଆଯିବ ଏବଂ ଧାରା 7ରେ ଯାହା କିଛି ଥିବା ସତ୍ତ୍ୱେ, ଆବେଦନ ଗ୍ରହଣର ହେବା ତାରିଖ ଠାରୁ ପଇଁଚାଳିଶ ଦିନ ମଧ୍ୟରେ ଏଭଳି ସୂଚନା ଗୋଗାଇ ଦିଆଯିବ ।

  7. ଉପଧାରା(4) ଅନୁଯାୟୀ ନିର୍ଗମିତ ସମସ୍ତ ଅଧିସୂଚନା ରାଜ୍ୟ ବିଧାନମଣ୍ଡଲରେ ଉପସ୍ଥାପନ କରାଯିବ ।

ତଦାରଖ ଓ ରିପୋର୍ଟ ପ୍ରଦାନ

  1. କେନ୍ଦ୍ରୀୟ ସୂଚନା ଆୟୋଗ କିମ୍ବା, ଯଥାସ୍ଥିତି, ରାଜ୍ୟ ସୂଚନା ଆୟୋଗ ସମସ୍ତ ବର୍ଷ ଶେଷରେ ଯଥା ସମ୍ଭବ ଶୀଘ୍ର, ସେହି ବର୍ଷ ମଧ୍ୟରେ ଏହି ଅଧିନିୟମର ବ୍ୟବସ୍ଥାଗୁଡିକର କାର୍ଯ୍ୟକାରିତା ସମ୍ପର୍କିତ ଏକ ରିପୋର୍ଟ ପ୍ରସ୍ତୁତ କରିବେ ଏବଂ ତାହାର ଏକ ନକଲ ସମୁଚିତ ସରକାରଙ୍କ ନିକଟକୁ ପଠାଇବେ ।
  2. ସମସ୍ତ ମନ୍ତ୍ରଣାଳୟ ବା ବିଭାଗ ସେମାନଙ୍କର ନିଜ ନିଜ ଅଧିକାରିତାରେ ଥିବା ସରକାରୀ କର୍ତ୍ତୁପକ୍ଷଙ୍କ ସମ୍ପର୍କିତ ସୂଚନା ସଂଗ୍ରହ କରିବେ ଏବଂ ଏହି ଉପଧାରା ଅନୁଯାୟୀ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେବା ମତେ ସେପରି ସୂଚନା ଯଥାସ୍ଥିତି, କେନ୍ଦ୍ରୀୟ ସୂଚନା ଆୟୋଗ ବା ରାଜ୍ୟ ସୂଚନା ଆୟୋଗଙ୍କୁ ଯୋଗାଇ ଦେବେ ଏବଂ ଏହି ଧାରା ଉଦ୍ଦେଶ୍ୟରେ ସେହି ସୂଚନା ସମ୍ପର୍କିତ ଆବଶ୍ୟକତା ଅନୁପାଳନ କରିବେ ଓ ସୂଚନା ଯୋଗାଇଦେବା ପାଇଁ ରେକର୍ଡ ରଖିବେ ।
  3. ଯେଉଁ ବର୍ଷ ସମ୍ପର୍କରେ ରିପୋର୍ଟ କରାଯାଉଥିବ ସେପରି ସମସ୍ତ ରିପୋର୍ଟରେ ନିମ୍ନଲିଖିତ ସୂଚନାମାନ ଉଲ୍ଲେଖ କରାଯିବ –
    • ସମସ୍ତ ସରକାରୀ କର୍ତ୍ତୁପକ୍ଷଙ୍କୁ କେତେ ସଂଖ୍ୟକ ଆବେଦନ କରାଯାଇଛି ;
    • କରାଯାଇଥିବା ଆବେଦନ ମଧ୍ୟରୁ କେତେ ସଂଖ୍ୟକ ନିଷ୍ପତିରେ ଦରଖାସ୍ତକାରୀମାନେ ଦସ୍ତାବିଜ ସମ୍ପର୍କିତ ସୂଚନା ପାଇବାକୁ ହକଦାର ନୁହନ୍ତି ବୋଲି ଆଗ୍ରାହ୍ୟ କରାଯାଇଛି ଏବଂ ଏହି ଅଧିନିୟମରେ କେଉଁ ଧାରା ଅନୁଯାୟୀ ଏପରି ନିଷ୍ପତି ନିଆଯାଇଛି ଏବଂ କେତେଥର ଏହି ଧାରାର ଉପଭୋଗ କରାଯାଇଛି ।
    • କେନ୍ଦ୍ରୀୟ ସୂଚନା ଆୟୋଗ ବା ଯଥାସ୍ଥିତି, ରାଜ୍ୟ ସୂଚନା ଆୟୋଗଙ୍କ ନିକଟକୁ କେତୋଟି ଅପିଲ କରାଯାଇଛି, ଏହି ଅପିଲ ସ୍ଵଭାବ ଏବଂ ଫଳାଫଳ;
    • ଏହି ଅଧିନିୟମ ପ୍ରଯୋଗକ୍ରମେ କୌଣସି ଅଧିକାରୀଙ୍କ ବିରୁଦ୍ଧରେ ଗ୍ରହଣ କରାଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟ ସମ୍ପର୍କିତ ବିବରଣୀ;
    • ସମସ୍ତ ସରକାରୀ କର୍ତ୍ତୁପକ୍ଷଙ୍କ ଦ୍ଵାରା ଏହି ଅଧିନିୟମ ଅନୁଯାୟୀ କେତେ ଫିସ ଆଦାୟ କରାଯାଇଛି ।
    • ସରକାରୀ କର୍ତ୍ତୁପକ୍ଷମାନେ ଏହି ଅଧିନିୟମର ଅନ୍ତନିହିତ ଉଦ୍ଦେଶ୍ୟ ଓ ଅଭିପ୍ରାୟକୁ କାର୍ଯ୍ୟ କାରୀ କରିବା ଦିଗରେ କରିଥିବା ଉଦ୍ୟମ ସମ୍ପର୍କିତ ତଥ୍ୟାବଳୀ ;
  4. କେନ୍ଦ୍ର ସରକାର ବା ଯଥା ସ୍ଥିତି , ରାଜ୍ୟ ସରକାର ସମସ୍ତ ବର୍ଷ ଶେଷରେ ଯଥା ସମ୍ଭବ ଶୀଘ୍ର ଉପଧାରା (1) ରେ ସୂଚିତ, ଯଥାସ୍ଥିତି, କେନ୍ଦ୍ରୀୟ ସୂଚନା ଆୟୋଗ ବା ରାଜ୍ୟ ସୂଚନାଆୟୋଗଙ୍କ ରିପୋର୍ଟର ଏକ ନକଲ, ଯଥାସ୍ଥିତି, ସଂସଦର ଉଭୟ ଗୃହରେ ବା ଯେଉଁଠାରେ ରାଜ୍ୟ ବିଧାନମଣ୍ଡଳର ଦୁଇଟି ଗୃହ ଥିବ ସେଠାରେ ଉଭୟ ଗୃହରେ ଆଗତ କରେବେ ଏବଂ ଯେଉଁଠାରେ ରାଜ୍ୟ ବିଧାନମଣ୍ଡଲର ଗୋଟିଏ ଗୃହ ଥିବ ସେଠାରେ ସେହି ଗୃହରେ ଆଗତ କରିବେ ।
  5. କେନ୍ଦ୍ରୀୟ ସୂଚନା ଆୟୋଗ ବା ଯଥାସ୍ଥିତି, ରାଜ୍ୟ ସୂଚନା ଆୟୋଗଙ୍କୁ ଯଦି ପ୍ରତୀତ ହୁଏ ଯେ , ଏକ ସରକାରୀ କର୍ତ୍ତୁପକ୍ଷ ଏହି ଅଧିନିୟମ ଅନୁଯାୟୀ ତାଙ୍କ କୃତ୍ୟ ସମ୍ପାଦନ କଲାବେଳେ ଯେଉଁ ପଦ୍ଧତି ଅନୁସରଣ କରୁଛନ୍ତି ତାହା ଏହି ଅଧିନିୟମର ବ୍ୟବସ୍ଥା ବା ଭିତର ଉଦ୍ଦେଶ୍ୟର ଅନୁରୂପ ନାହିଁ , ତେବେ ତାଙ୍କ ମତରେ ସେପରି ଅନୁରୂପତା ଆଣିବା ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯିବା ଦରକାର ସେପରି ପଦକ୍ଷେପମାନ ସୁଚାଇ କର୍ତ୍ତୁପକ୍ଷଙ୍କୁ ଏକ ସୁପାରିଶ କରିପାରିବ

ସମୁଚିତ ସରକାର କାର୍ଯ୍ୟକ୍ରମମାନ ପ୍ରସ୍ତୁତି କରିବେ

  1. ସାନୁଚିତ ସରକାର, ନିଜର ଆର୍ଥିକ ଓ ଅନ୍ୟାନ୍ୟ ସମ୍ବଳକୁ ଦୃଷ୍ଟିରେ ରଖି :-
    • ସାଧାରଣ ଜନତା ବିଶେଷକରି ପ୍ରତିକୂଳ ପରିସ୍ଥିତିରେ ବସବାସ କରୁଥିବା ଗୋଷ୍ଠୀର ଲୋକମାନେ ଏହି ଅଧିନିୟମରେ ଥିବା ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ବୋଧଗମ୍ୟ ହେବାଭଳି ଶିକ୍ଷା ଓ ସଚେତନ କାର୍ଯ୍ୟକ୍ରମମାନ ଆୟୋଜନ କରିବେ;
    • ଖଣ୍ଡ (କ) ରେ ସୁଚିତା କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ଆୟୋଜନରେ ଅଂଶଗ୍ରହଣ କରିବା ପାଇଁ ଏବଂ ନିଜେ ସେପରି କାର୍ଯ୍ୟକ୍ରମମାନ ଆୟୋଜନ କରିବା ପାଇଁ ସରକାରୀ କର୍ତ୍ତୁପକ୍ଷଙ୍କୁ ଉତ୍ସାହିତ କରିବେ;
    • ସରକାରୀ କର୍ତ୍ତୁପକ୍ଷମାନଙ୍କୁ ସେମାନଙ୍କକାର୍ଯ୍ୟକଳାପ ସମ୍ପର୍କରେ ସଠିକ ସୂଚନା ଠିକ ସମୟରେ ଓ ଫଳପ୍ରଦଭାବେ ପ୍ରସାର କରିବା ପାଇଁ ପ୍ରୋତ୍ସାହିତ କରିବେ; ଏବଂ
    • ସରକାରୀ କର୍ତ୍ତୁପକ୍ଷମାନଙ୍କ ଯଥାସ୍ଥିତି କେନ୍ଦ୍ରୀୟ ଲୋକସୂଚନା ଅଧିକାରୀ ବା ରାଜ୍ୟ ଲୋକସୂଚନା ଅଧିକାରୀମାନଙ୍କୁ ପ୍ରଶିଖିତ କରିବେ ଏବଂ ସରକାରୀ କର୍ତ୍ତୁପକ୍ଷଙ୍କ ଉପଭୋଗ ପାଇଁ ପ୍ରଶିଖିତ ଉପକରଣ ଯୋଗାଇଦେବେ ।
  2. ଏହି ଅଧିନିୟମ ପ୍ରାରମ୍ଭ ତାରିଖଠାରୁ ଅଠର ମାସ ମଧ୍ୟରେ ସମୁଚିତ ସରକାର, ସହଜରେ ବୋଧଗମ୍ୟ ହେବାଭଳି ନିଜର ସରକାରୀ ଭାଷାରେ ସୂଚନା ସମ୍ବଳିତ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବେ , ଯାହାଫଳରେ କୌଣସି ଉଚ୍ଛୁକ ବ୍ୟକ୍ତି ଏହି ଅଧିନିୟମ ଅନୁଯାୟୀ ଯୁକ୍ତିଯୁକ୍ତ ଭାବେ ନିଜର ଅଧିକାର ସାବ୍ୟସ୍ତ କରିପାରିବେ ।
  3. ଯଦି ଆବଶ୍ୟକ ହୁଏ, ତେବେ ସମୁଚିତ ସରକାର ଉପଧାରା (2)ରେ ସୂଚିତ ମାର୍ଗଦର୍ଶନକୁ ନିୟମିତ ବ୍ୟବଧାନରେ ଅଦ୍ୟତନ କରି ପ୍ରକାଶ କରିବେ ଏବଂ ଉପଧାରା (2)ର ବ୍ୟାପକତା ବିରୁଦ୍ଦାଚରଣ ନକରି ନିମ୍ନଲିଖିତ ବିଷୟ ଉପରେ ଏହି ନିର୍ଦ୍ଦେଶାବଳୀ ଉଲ୍ଲେଖ ରହିବ –
    • ଏହି ଅଧିନିୟମ ଉଦ୍ଦେଶ୍ୟ ;
    • ଧାରା 5ର ଧାରା (1) ଅନୁଯାୟୀ ନିଯୁକ୍ତି ପାଇଥିବା ସମସ୍ତ ସରକାରୀ କର୍ତ୍ତୁପକ୍ଷଙ୍କ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନାଅଧିକାରୀଙ୍କ ଡାକ ଠିକଣା, ଫୋନଓ ଫ୍ୟାକ୍ସ ନମ୍ବର ଏବଂ ଯଦି ଥାଏ ତେବେ ଇ-ମେଲ ଠିକଣା।
    • କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା, ଯଥାସ୍ଥିତି, ରାଜ୍ୟ ଲୋକ ସୂଚନା ଅଧିକାରୀଙ୍କୁ କେଉଁ ରୀତିରେ ଓ ପଦ୍ଧତିରେ ସୂଚନା ପ୍ରାପ୍ତି ନିମନ୍ତେ ଆବେଦନ କରାଯିବ ।
    • ଏହି ନିୟମ ଅନୁଯାୟୀ ଏକ ସରକାରୀ କର୍ତ୍ତୁପକ୍ଷଙ୍କ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ଯଥାସ୍ଥିତି, ରାଜ୍ୟ ଲୋକ ସୂଚନା ଅଧିକାରୀଙ୍କ କର୍ତ୍ତବ୍ୟ କଣ ଓ ତାଙ୍କ ଠାରୁ କେଉଁ ପ୍ରକାର ସହାୟତା ମିଳିପାରିବ ;
    • କେନ୍ଦ୍ରୀୟ ସୂଚନା ଆୟୋଗ ବା ଯଥାସ୍ଥିତି , ରାଜ୍ୟ ସୂଚନା ଆୟୋଗଙ୍କ ଠାରୁ କେଉଁ ପ୍ରକାରର ସହାୟତା ମିଳିପାରିବ ;
    • ଏହି ଅଧିନିୟମ ଦ୍ଵାରା ଅର୍ପିତ ବା ନ୍ୟସ୍ତ ଅଧିକାର ଓ କର୍ତ୍ତବ୍ୟ ସମ୍ବନ୍ଧୀୟ କୌଣସି କାର୍ଯ୍ୟ କିମ୍ବା କାର୍ଯ୍ୟରେ ବିଫଳତା କ୍ଷେତ୍ରରେ ଉପଲବ୍ଧ ହେବା ସମସ୍ତ ପ୍ରକାର ବିଧିଗତ ପ୍ରତିକାର ବ୍ୟବସ୍ଥା ସମେତ ଆୟୋଗ ଙ୍କ ନିକଟରେ ଅପିଲ କରିବାର ରୀତି ।
    • ଧାରା 4 ଅନୁସାରେ କେଉଁ କେଉଁ ବର୍ଗର ରେକର୍ଡମାନ ସ୍ଵେଛାକୃତ ପ୍ରକାଶ କରାଯିବ ସେ ବିଷୟକ ବ୍ୟବସ୍ଥା ;
    • କୌଣସି ସୂଚନା ପାଇବା ପାଇଁ ଆବେଦନ ସମ୍ବନ୍ଧୀୟ ନୋଟିସ ଏବଂ
    • ଏହି ଅଧିନିୟମ ଅନୁସାରେ ସୂଚନା ପାଇବା ସମ୍ପର୍କରେ କରାଯାଇଥିବା ବା ନିର୍ଗମିତ କୌଣସି ଅତିରିକ୍ତ ବିନିମୟ କିମ୍ବା ପରିପତ୍ର ।
  4. ସମୁଚିତ ସରକାର ଯଦି ଆବଶ୍ୟକ ହୁଏ ତେବେ ନିୟମିତ ବ୍ୟବଧାନରେ ଏହି ନିର୍ଦେଶାବଳିକୁ ଅଦ୍ୟତନ କରିବେ ଓ ପ୍ରକାଶ କରିବେ ।

ସମୁଚିତ ସରକାରଙ୍କ ଦ୍ଵାରା ନିୟମାବଳୀ ପ୍ରଣୟନ କ୍ଷମତା

  1. ଏହି ଅଧିନିୟମ ଅନ୍ତର୍ଗତ ବ୍ୟବସ୍ଥାଗୁଡିକୁ କାର୍ଯ୍ୟକାରୀ କରିବା ନିମନ୍ତେ ସମୁଚିତ ସରକାର , ସରକାରୀ ଗେଜେଟରେ ଅଧିସୂଚନା ଦ୍ଵାରା ନିୟମାବଳି ପ୍ରଣୟନ କରିପାରିବେ ।
  2. ବିଶେଷତଃ ଏବଂ ପୂର୍ବବର୍ତ୍ତୀ କ୍ଷମତାର ବ୍ୟାପକତା ପ୍ରତି କୌଣସି ପ୍ରତିକୂଳ ପ୍ରଭାବ ନ ପକାଇ ଏହି ନିୟମାବଳୀରେ ନିମ୍ନୋକ୍ତ ସମସ୍ତ ବା ଯେକୌଣସି ବିଷୟ ପାଇଁ ବ୍ୟବସ୍ଥା କରାଯିଇପାରିବ:-
    • ଧାରା 4 ର ଉପଧାରା (4) ଅନୁଯାୟୀ ମାଧ୍ୟମରେ ମୂଲ୍ୟ କିମ୍ବା ଯୋଗାଇ ଦେବାକୁ ଥିବା ବସ୍ତୁର ଛାପା ମୂଲ୍ୟ ;
    • ଧାରା 6 ର ଉପଧାରା (1) ଅନୁଯାୟୀ ପ୍ରଦେୟ ଫିସ ;
    • ଧାରା 7 ର ଉପଧାରା (1) ଓ (5) ଅନୁଯାୟୀ ପ୍ରଦେୟ ଫିସ ;
    • ଧାରା 13 ର ଉପଧାରା (6) ଏବଂ ଧାରା 16ର ଉପଧାରା (6) ଅନୁଯାୟୀ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ପ୍ରଦେୟ ବେତନ ଓ ଭତ୍ତା ଏବଂ ସେବା ର ନିର୍ବଦ୍ଧନ ଓ ସର୍ତ୍ତାବଳୀ;
    • ଧାରା 19ର ଉପଧାରା (10) ଅନୁଯାୟୀ କେନ୍ଦ୍ରୀୟ ସୂଚନା ଆୟୋଗ ବା ରାଜ୍ୟ ସୂଚନା ଆୟୋଗଙ୍କ ଦ୍ଵାରା ଅପିଲ ନିଷ୍ପତି କରିବା ପାଇଁ ଅବଲମ୍ବନ ହେବା ପ୍ରକ୍ରିୟା ଏବଂ
    • ବିହିତ ହେବା ପାଇଁ ଆବଶ୍ୟକଥିବା ବା ବିହିତ ହେବା ମତେ ଅନ୍ୟ କୌଣସି ବିଷୟ ।

ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିୟମାବଳୀ ପ୍ରଣୟନ କରିବା କ୍ଷମତା

  1. ଏହି ଅଧିନିୟମ ଅନ୍ତର୍ଗତ ବ୍ୟବସ୍ଥାଗୁଡିକୁ କାର୍ଯ୍ୟକାରୀ କରିବା ନିମନ୍ତେ ସକ୍ଷମ କର୍ତ୍ତୁପକ୍ଷ , ସରକାରୀ ଗେଜେଟରେ ଅଧିସୂଚନା ଦ୍ଵାରା ନିଯମାବଳୀ ପ୍ରଣୟନ କରିପାରିବେ ।
  2. ବିଶେତତଃ ଓ ପୂର୍ବବର୍ତ୍ତୀ କ୍ଷମତାର ବ୍ୟାପକତା ପ୍ରତି କୁଳ ପ୍ରଭାବ ନ ପକାଇ ଏହି ନିୟମାବଳୀରେ ନିମ୍ନୋକ୍ତ ସମସ୍ତ ବା ଯେକୌଣସି ବିଷୟ ପାଇଁ ବ୍ୟବସ୍ଥା କାଯାଇପାରିବା ଯଥା–
    • ଧାରା 4ର ଉପଧାରା (4) ଅନୁଯାୟୀ ମାଧ୍ୟମରେ ମୂଲ୍ୟ କିମ୍ବା ଯୋଗାଇ ଦେବାକୁ ଥିବା ବସ୍ତୁର ଛାପା ମୂଲ୍ୟ ;
    • ଧାରା 6 ର ଉପଧାରା (1) ଅନୁଯାୟୀ ପ୍ରଦେୟ ଫିସ ;
    • ଧାରା 7ର ଉପଧାରା (1) ଅନୁଯାୟୀ ପ୍ରଦେୟ ଫିସ ; ଏବଂ
    • ବିହିତ ହେବାପାଇଁ ଆବଶ୍ୟକଥିବା ବା ବିହିତହେବା ମତେ ଅନ୍ୟ କୌଣସି ବିଷୟ ।

ନିୟମାବଳୀର ଉପସ୍ଥାପନ

  1. ଏହି ଅଧିନିୟମ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୀତ ସମସ୍ତ ନିୟମ ଏହା ପ୍ରଣିତ ହେବା ପରେ ଯଥା ସମ୍ଭବ ଶୀଘ୍ର ସଂସଦର ସମସ୍ତ ଗୃହ ସମକ୍ଷରେ ତାହା ଅଧିବେଶନରେ ଥିବା କାଳରେ ମୋଟ ତିରିଶ ଦିନ କାଳାବିଧି ଲାଗି ଉପସ୍ଥାପିତ ହେବ ଯେଉଁ କାଳାବିଧି କି ଗୋଟିଏ ଅଧିବେଶନ ବା ଦୁଇଟି କ୍ରମାଗତ ଅଧିବେଶନରେ ଅନ୍ତର୍ଭୁକ୍ତ ହୋଇପାରିବ ଓ ଯଦି ଯେଉଁ ଅଧିବେଶନରେ ଏପରି ଉପସ୍ଥାପିତ ହୁଏ ସେହି ଅଧିବେଶନ ବା ତାହାର ଅବ୍ୟହିତ ପରବର୍ତ୍ତୀ ଅଧିବେଶନ ଅବସାନ ପୂର୍ବରୁ ଉଭୟ ଗୃହ ନିୟମରେ କୌଣସି ରୂପଭେଦନ କରିବା ଲାଗି ସହମତି ହୁଅନ୍ତି ବା ନିୟମତି ଏହିପରି ପ୍ରଣୀତ ହେବା ଅନୁଚିତ ବୋଲି ସହମତି ହୁଅନ୍ତି ତେବେ ସେହି ନିୟମଟି ତାହାପରେ ସେହି ରୂପଭେଦତ ଆକାରରେ ହିଁ ପ୍ରଭାବୀ ହେବ ବା ଯଥାସ୍ଥିତି ପ୍ରଭାବହୀନ ହେବ ।
  2. ଏହି ନିୟମ ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୀତ ସମସ୍ତ ନିୟମ, ଯଥା ସମ୍ଭବ ଶୀଘ୍ର ଅଧିସୂଚିତ ହେବା ପରେ ଯଥାସମ୍ଭବ ଶୀଘ୍ର ରାଜ୍ୟ ବିଧାନମଣ୍ଡଳରେ ଉପସ୍ଥାପିତ ହେବ ।

ଅସୁବିଧା ଦୂର କରିବା ପାଇଁ କ୍ଷମତା ଓ ନିରସନ

ଅସୁବିଧା ଦୂର କରିବା ପାଇଁ କ୍ଷମତା

  1. ଏହି ଅଧିନିୟମ ବ୍ୟବସ୍ଥାଗୁଡିକୁ କାର୍ଯ୍ୟକାରୀ କରିବାରେ ଯଦି କୌଣସି ଅସୁବିଧା ଉପୁଜେ , ତେବେ ଉକ୍ତ ଅସୁବିଧାକୁ ଦୂର କରିବା ସକାଶେ କେନ୍ଦ୍ର ସରକାର ଯେପରି ଆବଶ୍ୟକ ବା ସୀମାଚୀନ ମାନେ କରିବେ ଏହି ଅଧିନିୟମର ବ୍ୟବସ୍ଥାଗୁଡିକୁ ସହ ସଙ୍ଗତ ହେଉ ନ ଥିବା ସେପରି ବ୍ୟବସ୍ଥାମାନ, ଆଦେଶ ଦ୍ଵାରା ସରକାରୀ ଗେଜେଟରେ ପ୍ରକାଶିତ କରି , ପ୍ରଣୟନ କରିପାରିବେ ।
  2. ଏହି ଧାରା ଅନୁଯାୟୀ ପ୍ରଣୀତ ସମସ୍ତ ଆଦେଶ, ତାହା ପ୍ରଣୟନ କରାଯିବା ପରେ ପରେ ଯଥାସମ୍ଭବ ଶୀଘ୍ର ସଂସଦର ସମସ୍ତ ଗୃହରେ ଉପସ୍ଥାପନ କରାଯିବ ।

ନିରସନ

ଏତ୍ ଦ୍ଵାରା ସୂଚନାର ସ୍ଵାଧୀନତା ଅଧିନିୟମ 2002 ନିରସିତ ହେଲା ।

ଆଧାର - ଓଡିଶା ସୂଚନା କମିଶନ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate