অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୂଚନା ଅଧିକାର ଅଧିନିୟମ,୨୦୦୫ (ରାଜ୍ୟ ସୂଚନା ଆୟୋଗ)

ରାଜ୍ୟ ସୂଚନା ଆୟୋଗର ଗଠନ

  1. ସମସ୍ତ ରାଜ୍ୟ ସରକାର, ସରକାରୀ ଗେଜେଟରେ ଅଧିସୂଚନା ଦ୍ଵାରା ଏହି ଅଧିନିୟମ ଅନୁଯାୟୀ ଅର୍ପଣ କରାଯାଇଥିବା କ୍ଷମତା ପ୍ରୟୋଗ କରିବା ଏବଂ ସମର୍ପଣ କରାଯାଇଥିବା କୃତ୍ୟ ସମ୍ପାଦନ କରିବା ନିମନ୍ତେ ସୂଚନା ଆୟୋଗ ନାମକ ଏକ ନିକାୟ ଗଠନ କରିବେ ।
  2. ରାଜ୍ୟ ସୂଚନା ଆୟୋଗ ନିମ୍ନଲିଖିତ ଭାବେ ଗଠିତ ହେବ -
    • ରାଜ୍ୟମୁଖ୍ୟ ସୂଚନା ଆୟୁକ୍ତ; ଏବଂ
    • ଆବଶ୍ୟକ ବିବେଚନା ହେବା ପ୍ରକାରେ ସର୍ବାଧିକ ଦଶଜଣ ରାଜ୍ୟ ସୂଚନା ଆୟୁକ୍ତ ।
  3. ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଏବଂ ରାଜ୍ୟ ସୂଚବା ଆୟୁକ୍ତମାନେ ନିମ୍ନଲିଖିତ ଭାବେ ଗଠିତ ଏକ କମିଟିର ସୁପାରିସକ୍ରମେ ରାଜ୍ୟପାଳଙ୍କ ଦ୍ଵାରା ନିଯୁକ୍ତି ପାଇବେ –
    • ମୁଖ୍ୟମନ୍ତ୍ରୀ, କମିଟିର ଅଧ୍ୟକ୍ଷ;
    • ବିଧାନସଭାରେ ବିରୋଧୀ ଦଳର ନେତା ଏବଂ;
    • ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ମନୋନୀତ ଜଣେ କ୍ୟାବିନେଟ ମନ୍ତ୍ରୀ ।

    ସ୍ପଷ୍ଟୀକରଣ – ସନ୍ଦେହ ଦୂରୀକରଣ ନିମନ୍ତେ ଉଲ୍ଲେଖ କରାଯାଇପାରେ ଯେ, ବିଧାନସଭାରେ ବିରୋଧୀ ଦଳର ନେତା ସ୍ଵୀକୃତିପ୍ରାପ୍ତ ହୋଇ ନ ଥିଲେ,ବିଧାନସଭାରେ ସରକାରଙ୍କ ବିରୋଧରେ ଥିବା ଏକକ ସଂଖ୍ୟା ଗରିଷ୍ଟ ନେତାଙ୍କୁ ବିରୋଧୀ ଦଳ ନେତା ଭାବରେ ବିବେଚାନା କରାଯିବ ।

  4. ରାଜ୍ୟ ସୂଚନା ଆୟୋଗର ବ୍ୟାପାରର ସାଧାରଣ ଅଧିକ୍ଷଣ, ନିର୍ଦେଶ ପ୍ରଦାନ ଓ ପରିଚାଳନା, ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତଙ୍କ ଉପରେ ନ୍ୟସ୍ତ ରହିବ ଏବଂ ତାହାଙ୍କୁ ଅନ୍ୟ ରାଜ୍ୟ ସୂଚନା ଆୟୁକ୍ତମାନେ ସହାୟତା ପ୍ରଦାନ କରିବେ ଏବଂ ସେ ସ୍ଵୟଂଶାସିତ ଭାବରେ ଏହି ଅଧିନିୟମ ଅନୁଯାୟୀ ଅନ୍ୟ କୌଣସି କର୍ତ୍ତୁପକ୍ଷଙ୍କ ଅଧୀନ ନ ହୋଇ ରାଜ୍ୟ ସୂଚନା ଆୟୋଗଙ୍କ ଦ୍ଵାରା ପ୍ରଯୋଗ କରାଯାଇପାରିବା ସମସ୍ତ କ୍ଷମତା ପ୍ରୟୋଗ କରିବେ ଏବଂ ସମସ୍ତ କାର୍ଯ୍ୟ ଓ ବିଷୟମାନ ସମ୍ପାଦନ କରିବେ ।
  5. ବିଧି, ବିଞାନ ଓ ବୈଷୟିକ ବିଦ୍ୟା, ସମାଜସେବୀ, ମ୍ୟାନେଜମେଣ୍ଟ, ସମ୍ବାଦିକତା, ଗଣମାଧ୍ୟମ ବା ପ୍ରଶାସନ ଓ ଶାସନ କ୍ଷେତ୍ରରେ ଗଭୀର ଜ୍ଞାନ ଓ ଅଭିଞତା ସହ ସାଧାରଣ ଜୀବନରେ ଖ୍ୟାତି ସମ୍ପନ୍ନ ବ୍ୟକ୍ତିମାନଙ୍କୁ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଏବଂ ରାଜ୍ୟ ସୂଚନା ଆୟୁକ୍ତ ଭାବେ ନିଯୁକ୍ତି ଦିଆଯିବ ।
  6. ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ କିମ୍ବା କୌଣସି ରାଜ୍ୟ ସୂଚନା ଆୟୁକ୍ତ, ଯଥାସ୍ଥିତି, ସଂସଦର ସଭ୍ୟ କିମ୍ବା କୌଣସି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳର ବିଧାନମଣ୍ଡଳର ସଭ୍ୟ ହୋଇ ନଥିବେ, କୌଣସି ଲାଭଜନକ ପଦ ଧାରଣ କରି ନ ଥିବେ, କୌଣସି ରାଜନୈତିକ ଦଳ ସହିତ ସମ୍ପୃକ୍ତ ହୋଇ ନଥିବେ ବା କୌଣସି ବ୍ୟବସାୟ କରୁ ନ ଥିବେ ବା କୌଣସି ବ୍ୟବସାୟ କରୁ ନ ଥିବେ ବା କୌଣସି ବୃତ୍ତିରେ ସମ୍ପୃକ୍ତ ନଥିବେ ।
  7. ରାଜ୍ୟ ସୂଚନା ଆୟୋଗ ଙ୍କ ମୁଖ୍ୟ କାର୍ଯ୍ୟଳୟ ରାଜ୍ୟ ସରକାର, ସରକାରୀ ଗେଜେଟରେ ଅଧିସୂଚନା ଦ୍ଵାରା ଯେପରି ବିନିର୍ଦ୍ଧିଷ୍ଟ କରିବେ, ରାଜ୍ୟ ସେପରି ସ୍ଥାନରେ ରହିବା ଏବଂ ରାଜ୍ୟ ସରକାରଙ୍କର ପୂର୍ବ ଅନୁମୋଦନକ୍ରମେ ରାଜ୍ୟ ସୂଚନା ଆୟୋଗ ରାଜ୍ୟର ଅନ୍ୟାନ୍ୟ ସ୍ଥାନମାନଙ୍କରେ କାର୍ଯ୍ୟଳୟ ସ୍ଥାପନ କରିପାରିବେ ।

କାର୍ଯ୍ୟକାଳ ଓ ସେବା ସର୍ତ୍ତାବଳୀ

  1. ରାଜ୍ୟ ସୂଚନା ଆୟୁକ୍ତ ତାଙ୍କ କାର୍ଯ୍ୟରେ ଯୋଗ ଦାନ ଦିବାଷଠାରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ଉକ୍ତ ପଦରେ ରହିବେ ଏବଂ ସେ ପୁନଃ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ:
  2. ପରନ୍ତୁ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ପଞ୍ଚଷଠି ବର୍ଷ ବୟସ ଅତିକ୍ରମ କରିବା ପରେ ଉକ୍ତ ପଦବୀରେ କାର୍ଯ୍ୟ କରିବେ ନାହିଁ।

  3. ସମସ୍ତ ରାଜ୍ୟ ସୂଚନା ଆୟୁକ୍ତ କାର୍ଯ୍ୟରେ ଯୋଗଦାନ ଦିବସଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କିମ୍ବା ତାଙ୍କୁ ପଞ୍ଚଷଠି ବର୍ଷ ହେବା ପର୍ଯ୍ୟନ୍ତ ଏ ଦୁଇଟି ମଧ୍ୟରୁ ଯେଉଁଟି ପ୍ରଥମେ ପଡିବ, ସେପର୍ଯ୍ୟନ୍ତ ପଦ ଧାରଣ କରିବେ ଏବଂ ସେପରି ସୂଚନା ଆୟୁକ୍ତ ରୂପେ ପୁନଃ ନିଯୁକ୍ତ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।
  4. ପରନ୍ତୁ କୌଣସି ରାଜ୍ୟ ସୂଚନା ଆୟୁକ୍ତ ଏହି ଉପଧାରା ଅନୁଯାୟୀ ପଦ ତ୍ୟାଗକରି 15 ର ଧାରା ଉପଧାରା (3) ରେ ବିର୍ନିର୍ଦ୍ଧିଷ୍ଟ ରୀତିରେ ରାଜ୍ୟ ମୁଖ୍ୟ ସୂଚବା ଆୟୁକ୍ତ ଭାବରେ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ।

    ଅଧିକନ୍ତୁ ଯଦି ରାଜ୍ୟ ସୂଚନା ଆୟୁକ୍ତ , ରାଜ୍ୟ ମୁଖ୍ୟ ସୁଚନା ଆୟୁକ୍ତ ଭାବରେ ନିଯୁକ୍ତି ପାଆନ୍ତି , ତେବେ ରାଜ୍ୟ ସୂଚନା ଆୟୁକ୍ତ ଓ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଭାବରେ ତାଙ୍କ ପଦର କାର୍ଯ୍ୟକାଳ ମୋଟ ପାଞ୍ଚ ବର୍ଷରୁ ଅଧିକ ହେବ ନାହିଁ ।

  5. ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ କିମ୍ବା ରାଜ୍ୟ ସୂଚନା ଆୟୁକ୍ତ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ରାଜ୍ୟପାଳ କିମ୍ବା ଏହି ଉପଲକ୍ଷେ ରାଜ୍ୟପାଳଙ୍କ ଦ୍ଵାରା ନିଯୁକ୍ତି ଅନ୍ୟ କୌଣସି ବ୍ୟକ୍ତିଙ୍କ ସମକକ୍ଷରେ ଏହି ଅଧିନିୟମର ପ୍ରଥମ ଅନୁସୂଚିରେ ଥିବା ଫର୍ମ ଅନୁସାରେ ଶପଥ କିମ୍ବା ପ୍ରୀତିଜ୍ଞାନ କରି ସେଥିରେ ସ୍ଵାକ୍ଷର କରିବେ ।
  6. ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ କିମ୍ବା କୌଣସି ରାଜ୍ୟ ସୂଚନା ଆୟୁକ୍ତ ଯେକୌଣସି ସମୟରେ ରାଜ୍ୟପାଳଙ୍କୁ ସମ୍ବୋଧିତ ହୋଇଥିବା ସ୍ଵହସ୍ତ "ଲିଖିତ ଇସ୍ତଫା ପ୍ରଦାନ" କରିପାରିବେ ।

ପରନ୍ତୁ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ କିମ୍ବା ଯେକୌଣସି ରାଜ୍ୟ ସୂଚନା ଆୟୁକ୍ତ ଧାରା 17 ରେ ବିନିର୍ଦ୍ଧିଷ୍ଟ ରୀତିରେ ନିଜ ପଦବୀରୁ ଅପସାରିତ ହୋଇପାରିବେ ।

  • ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତଙ୍କୁ ଦେୟ ଦରମା ଓ ଭତ୍ତା ତଥା ତାଙ୍କ ସେବାର ଅନ୍ୟାନ୍ୟ ନିବନ୍ଧନ ଓ ସର୍ତ୍ତାବଳୀ, ଜଣେ ନିର୍ବାଚନ ଆୟୁକ୍ତଙ୍କ ସହ ସମାନ ହେବ ।
  • ଜଣେ ରାଜ୍ୟ ସୂଚନା ଆୟୁକ୍ତଙ୍କୁ ଦେୟ ଦରମା ଓ ଭତ୍ତାତଥା ତାଙ୍କ ସେବାର ଅନ୍ୟାନ୍ୟ ନିବନ୍ଧନ ଓ ସର୍ତ୍ତାବଳୀ, ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ସହ ସମାନ ହେବ :

ପରନ୍ତୁ ନିଯୁକ୍ତି ସମୟରେ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ବା ରାଜ୍ୟ ସୂଚନା ଆୟୁକ୍ତ ଯଦି କେନ୍ଦ୍ର ସରକାର ବା କୌଣସି ରାଜ୍ୟ ସରକାରଙ୍କ ଅଧୀନରେ ପୂର୍ବ ସେବା ଯୋଗୁଁ ଅକର୍ମଣ୍ୟତା ବା ଆଘାତଜନିତ ପେନସନ ଭିନ୍ନ ଅନ୍ୟ କୌଣସି ପେନସନ ପାଉଥିବେ,ତେବେ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ବା ରାଜ୍ୟ ସୂଚନା ଆୟୁକ୍ତ ଭାବେ ସେବା ସକାଶେ ତାଙ୍କର ବେତନରୁ ପେନସନ ସମାନୁପାତିକ ଅବସରକାଳୀନ ଗ୍ରାଚ୍ୟୁଟିକୁ ଛାଡି ପେନସନ, କମ୍ୟୁଟେଡ ପେନସନ ଓ ଅନ୍ୟ ଅବସରକାଳୀନ ସୁବିଧା ବାବଦ ଦେୟ ପେନସନ ହ୍ରାସ କରାଯିବ ।

ଅଧିକନ୍ତୁ ନିଯୁକ୍ତି ସମୟରେ ରାଜ୍ୟମୁଖ୍ୟ ସୂଚନା ଆୟୁକ୍ତ କିମ୍ବା ରାଜ୍ୟ ସୁଚନା ଆୟୁକ୍ତ ଯଦି କୌଣସି କେନ୍ଦ୍ରୀୟ ଅଧିନିୟମ କିମ୍ବା ରାଜ୍ୟ ଅଧିନିୟମ ଦ୍ଵାରା ବା ଅନୁଯାୟୀ ପ୍ରତିଷ୍ଠିତ କୌଣସି ନିଗମ କିମ୍ବା କେନ୍ଦ୍ର ବା ରାଜ୍ୟ ସରକାରଙ୍କ ମାଲିକାନା କିମ୍ବା ନିୟନ୍ତ୍ରଣଧିନ କୌଣସି ସରକାରୀ କମ୍ପାନୀରେ ପୂର୍ବ ସେବା ଯୋଗୁଁ କୌଣସି ଅବସରକାଳୀନ ସୁବିଧା ସୁଯୋଗ ପାଉଥାନ୍ତି, ତେବେ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ କିମ୍ବା ରାଜ୍ୟ ସୂଚନା ଆୟୁକ୍ତ ଭାବେ ତାଙ୍କ ବେତନରୁ ଅବସରକାଳୀନ ସମାନୁପାତିକ ପେନସନ ହ୍ରାସ କରାଯିବ ।

ପୁନଶ୍ଚ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଏବଂ ରାଜ୍ୟ ସୂଚନା ଆୟୁକ୍ତ ବେତନ ଭତ୍ତା ଓ ସେବାର ଅନ୍ୟାନ୍ୟ ସର୍ତ୍ତାବଳୀ , ସେମାନଙ୍କ ନିଯୁକ୍ତି ପରେ ସେମାନଙ୍କୁ କୌଣସି କ୍ଷତି ପହଞ୍ଚାଇଲା ଭଳି ପରିବର୍ତ୍ତନ କରାଯାଇପାରିବ ନାହିଁ ।

ଏହି ଅଧିନିୟମ ଅନୁଯାୟୀ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଓ ରାଜ୍ୟ ସୂଚନା ଆୟୁକ୍ତ ସେମାନଙ୍କର କାର୍ଯ୍ୟ , ଦକ୍ଷତାର ସହ ସମ୍ପାଦନ କରିବା ନିମନ୍ତେ, ରାଜ୍ୟ ସରକାର ଆବଶ୍ୟକ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ ନିଯୁକ୍ତିର ବ୍ୟବସ୍ଥା କରିବେ ଏବଂ ଏହି ଅଧିନିୟମ ଅନୁଯାୟୀ ନିଯୁକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କର ବେତନ, ଭତ୍ତା ଓ ସେବାର ନିର୍ବନ୍ଧନ ଓ ସର୍ତ୍ତାବଳୀ ବିହିତ ହେବାମତେ ହେବ।

ରାଜ୍ୟମୁଖ୍ୟ ସୂଚନା ଆୟୁକ୍ତ ବା ରାଜ୍ୟ ସୂଚନା ଆୟୁକ୍ତଙ୍କ ଅପସାରଣ

  1. ଉପଧାରା (3) ର ବ୍ୟବସ୍ଥା ଗୁଡିକପ୍ରତି ସାପେକ୍ଷ ରହି, ରାଜ୍ୟପାଳଙ୍କ ଦ୍ଵାରା ଏକ ରେଫରେନ୍ସ କ୍ରମେ ତଦନ୍ତ କରିବାପରେ ଉଚ୍ଚତମ ନ୍ୟାୟାଳୟ ଯଦି ରିପୋର୍ଟ କରନ୍ତି ଯେ, ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ବା ଯଥାସ୍ଥିତି, କୌଣସି ରାଜ୍ୟ ସୂଚନା ଆୟୁକ୍ତ ଖରାପବ୍ୟବହାର କରିଛନ୍ତି ବା ଅସମର୍ଥ ଅଟନ୍ତି ଏବଂ ସେହି କାରଣରୁ ତାଙ୍କୁ ଅପସାରଣ କରିବା ଉଚିତ, ତେବେ ସେହି କାରଣରୁ ରାଜ୍ୟପାଳ, ଆଦେଶ ଦ୍ଵାରା ହିଁ ର୍ଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ବା କୌଣସି ରାଜ୍ୟ ସୂଚନା ଆୟୁକ୍ତଙ୍କୁ ତାଙ୍କ ପଦରୁ ଅପସାରଣ କରିବେ ।
  2. ଯେଉଁ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ବା ରାଜ୍ୟ ସୂଚନା ଆୟୁକ୍ତଙ୍କ ସମ୍ବନ୍ଧରେ ଉପଧାରା (1) ଅନୁଯାୟୀ ଉଚ୍ଚତମ ନ୍ୟାୟାଳୟ କୁ ଏକ ରେଫେରେନ୍ସ କରାଯାଇଥିବ ,ସେହି ରେଫେରେନ୍ସ ଉପରେ ଉଚ୍ଚତମ ନ୍ୟାୟଳୟ ଙ୍କ ରିପୋର୍ଟ ପାଇ ତାଉପରେ ରାଜ୍ୟପାଳ ଆଦେଶ ନ ଦେବା ପର୍ଯ୍ୟନ୍ତ ତଦନ୍ତ ସମୟ ମଧ୍ୟରେ ରାଜ୍ୟପାଳ ତାଙ୍କୁ ପଦରୁ ନିଲମ୍ବିତ କରିପାରିବେ ଓ ଯଦି ଆବଶ୍ୟକ ମନେ କରନ୍ତି ତେବେ କାର୍ଯ୍ୟଳୟ ରେ ଯୋଗଦେବାରୁ ମଧ୍ୟ ବାରଣ କରିପାରିବେ ।
  3. ଯଦି ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ବା ଯଥା ସ୍ଥିତି କୌଣସି ରାଜ୍ୟ ସୂଚନା ଆୟୁକ୍ତ –
    • ଦେବାଳିଆ ବୋଲି ନ୍ୟାୟନିର୍ଣ୍ଣିତ ହୋଇଥିବେ; କିମ୍ବା
    • ଏପରି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବେ, ଯାହାକି ରାଜ୍ୟପାଳ ଙ୍କ ମତରେ ନୈତିକ ଭ୍ରଷ୍ଟାଚାର ଅଟେ; କିମ୍ବା
    • ନିଜ ପଦବୀରେ ଥିବା ସମୟରେ ପଦୀୟ କର୍ତ୍ତବ୍ୟର ପରିଧି ବାହାରେ ଅନ୍ୟ କୌଣସି ସବୈତନିକ କାର୍ଯ୍ୟରେ ନିଯୋଜିତ ହୋଇଥିବେ; କିମ୍ବା
    • ରାଜ୍ୟପାଳ ମତରେ ଶାରୀରିକ ବା ମାନସିକ ଦୃଷ୍ଟିରୁ ଆଉ କାର୍ଯ୍ୟ କରିବାକୁ ଅସମର୍ଥ ଅଟନ୍ତି ; କିମ୍ବା
    • ଏପରି ଆର୍ଥିକ ବା ଅନ୍ୟାନ୍ୟ ସ୍ଵାର୍ଥ ଜଡିତ କାର୍ଯ୍ୟରେ ଲିପ୍ତ ଯାହାକି ମୁଖ୍ୟ ସୂଚନା ଆୟୁକ୍ତ ବା କୌଣସି ସୂଚନା ଆୟୁକ୍ତ ଭାବେ ତାଙ୍କ କୃତ୍ୟ ସଂପାଦାନ କୁ ପ୍ରତିକୂଳ ପ୍ରଭାବ ପକାଇବ ;

    ତେବେ ଉପଧାରା (1) ରେ ଯାହା କିଛି ଥିବା ସତ୍ତ୍ୱେ , ରାଜ୍ୟପାଳ ଆଦେଶ ଦ୍ଵାରା ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ବା ଜଣେ ସୂଚନା ଆୟୁକ୍ତଙ୍କୁ ପଦରୁ ଅପସାରଣ କରିପାରିବେ ।

  4. ରାଜ୍ୟ ସରକାରଙ୍କ ଦ୍ଵାରା ବା ତରଫରୁ କରାଯାଇଥିବା କୌଣସି ଚୁକ୍ତି ବା ରାଜିନାମାରେ ମୁଖ୍ୟ ସୂଚନା ଆୟୁକ୍ତ କିମ୍ବା ଜଣେ ସୂଚନା ଆୟୁକ୍ତ ଯଦି କୌଣସି ମତେ ସମ୍ପୃକ୍ତ ବା ସ୍ଵାର୍ଥରେ ଥିବେ ବା ଏକ ନିଗମିତ କମ୍ପାନିର ସାଧାରଣ ସଦସ୍ୟମାନଙ୍କ ଭିତରୁ ଜଣେ ସଦସ୍ୟ ଭିନ୍ନ ଅନ୍ୟଥା ତହିଁରୁ କୌଣସି ପ୍ରକାରର ଲାଭ ବା କୌଣସି ସୁବିଧା ବା ପାରିଶ୍ରମିକ ନେଉଥିବେ ତେବେ, ଉପଧାରା (1) ଉଦ୍ଦେଶ୍ୟରେ ସେ ଖରାପ ବ୍ୟବହାର କରିଛନ୍ତି ବୋଲି ବିବେଚିତ ହେବେ ।

ଆଧାର - ଓଡ଼ିଶା ସୂଚନା କମିଶନ

Last Modified : 4/29/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate