অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୂଚନା ଅଧିକାର ଅଧିନିୟମ, ୨୦୦୫ (ସୂଚନାର ଅଧିକାର ଏବଂ ସରକାରୀ କର୍ତ୍ତୁପକ୍ଷଙ୍କ କର୍ତ୍ତବ୍ୟ)

ସୂଚନା ଅଧିକାର ଓ ସରକାରୀ କର୍ତ୍ତୃପକ୍ଷଙ୍କ କର୍ତ୍ତବ୍ୟ

ଏହି ଅଧିନିୟମର ବ୍ୟବସ୍ଥାଗୁଡିକ ପ୍ରତିସାପେକ୍ଷ ରହି , ସମସ୍ତ ନାଗରିକଙ୍କର ସୂଚନା ପାଇବାର ଅଧିକାର ରହିଛି ।

  1. ସମସ୍ତ ସରକାରୀ କର୍ତ୍ତୁପକ୍ଷ –
    • ତାଙ୍କର ସମସ୍ତ ରେକର୍ଗୁଡିକୁ ସଠିକ କ୍ରମରେ ତାଲିକାଭୁକ୍ତ କରି ଏପରି ଭାବରେ ଓ ଏପରି ରୀତିରେ ସଜାଏ ରଖିବେ ଯେପରିକି ଏହି ଅଧିନିୟମ ଅନୁଯାୟୀ ସୂଚନା ଅଧିକାରକୁ ସହଜ ରେ କରାଯାଇପାରିବ ଏବଂ ଆବଶ୍ୟକୀୟ ରେକର୍ଡଗୁଡିକ, ସମ୍ବଳକୁ ଦୁଷ୍ଟିରେ ରଖି ଯୁକ୍ତିଯୁକ୍ତ ସମୟସୀମା ମଧ୍ୟରେ କମ୍ପ୍ୟୁଟରୀକରଣ ବ୍ୟବସ୍ଥା କରିବେ , ତଥ୍ୟକୁ ସହଜରେ ପାଇବା ପାଇଁ ବିଭିନ୍ନ ବ୍ୟବସ୍ଥା ମାଧ୍ୟମରେ ସାରା ଦେଶରେ ନେଟୱର୍କ ଜାରିଆରେ ଏହାକୁ ପ୍ରସାର କରିବେ ।
    • ଏହି ଅଧିନିୟମ ପ୍ରଣୀତ ହେବା ଦିନଠାରୁ ଏକଶତ କୋଡିଏ ଦିନ ମଧ୍ୟରେ ନିମ୍ନ ବିଷୟଗୁଡିକୁ ପ୍ରକାଶ କାରିବେ –
      • ନିଜ ସଂସ୍ଥାର ସବିଶେଷ ବିବରଣୀ, କୃତ୍ୟ ଏବଂ କର୍ତ୍ତବ୍ୟ ।
      • ଏହାର ଅଧିକାରୀ ବୃନ୍ଦ ଏବଂ କର୍ମଚାରୀମାନଙ୍କର କ୍ଷମତା ଓ କର୍ତ୍ତବ୍ୟ ।
      • ନିଷ୍ପତି ଗ୍ରହଣ ପ୍ରକ୍ରିୟାରେ ଅନୁଶ୍ରୁତ ପଦ୍ଦତି, ତଥା ତଦାରଖ ଓ ଉତ୍ତରଦାୟିତ୍ଵର ବିଭିନ୍ନ ସ୍ତର ।
      • ଏହାର କୃତ୍ୟ ସମ୍ପାଦନା ପାଇଁ ଧାର୍ଯ୍ୟ ରୀତି ।
      • ଏହାର ଅଧିକାରୀ ଏବଂ କର୍ମଚାରୀଙ୍କ ପଦବୀ ଓ ନାମ ପଞ୍ଜିକା ।
      • ଏହାର ସମସ୍ତ ଏଜେନ୍ସି ପାଇଁ ଆବଣ୍ଟନ ହୋଇଥିବା ବଜେଟ ଯହିଁରେ ସମସ୍ତ ଯୋଜନା, ପ୍ରସ୍ଥାବିତ ଖର୍ଚ୍ଚ ଏବଂ ହୋଇଥିବା ଖର୍ଚ୍ଚର ବିବରଣୀ ସୂଚିତ ହୋଇଥିବ
      • ଏହା ଦ୍ଵାରା ମଞ୍ଜୁର ହୋଇଥିବା ରିହାତି, ପରମିଡି ବା ପ୍ରାଧିକାର ଗ୍ରହିତାମାନଙ୍କର ସବିଶେଷ ବିବରଣୀ ।
      • ଇଲେକଟ୍ରୋନିକ୍ସ ମାଧ୍ୟମରେ ତାହାଙ୍କ ନିକଟରେ ଥିବା କିମ୍ବା ଉପଲବ୍ଧ ସୂଚନା ଗୁଡିକର ବିଶଦବିବରଣୀ
      • ଏହାର ବିନିୟମାବଳୀରେ ଥିବା କ୍ଷତିପୂରଣ ବ୍ୟବସ୍ଥା ସମତେ ପ୍ରତେକ ଅଧିକାରୀ ଓ କର୍ମଚାରୀ ଗ୍ରହଣ କରୁଥିବା ମାସିକ ପାରିଶ୍ରମିକ ।
      • ଲୋକ ସୂଚନା ଅଧିକାରୀଙ୍କ ନାମ, ପାଦନାମ ଓ ଅନ୍ୟାନ୍ୟ ସବିଶେଷ ବିବରଣୀ ।
      • ଯେପରି ବିହିତ ହୋଇପାରେ ସେପରି ଅନ୍ୟାନ୍ୟ ସୂଚନା ଏବଂ ଏହାପରେ ପ୍ରତିବର୍ଷ ଏହି ପ୍ରକାଶନଗୁଡିକୁ ଅଦ୍ୟତନ କରିବେ ।
      • ଗୁରୁତ୍ଵପୂର୍ଣ୍ଣ ନୀତିନିୟମ ନିର୍ଦ୍ଦାରିତ କିମ୍ବା ଜନତାଙ୍କୁ ପ୍ରଭାବିତ କରୁଥିବା ନିଷ୍ପତିଗୁଡିକର ଘୋଷଣା କଲାବେଳେ ସମସ୍ତ ସୁସଂଗତ ତଥ୍ୟ ପ୍ରକାଶ କରିବେ ।
      • ପ୍ରଭାବିତ ହେଉଥିବା ବ୍ୟକ୍ତିବିଶେଷମାନଙ୍କୁ ଏହାର ପ୍ରଶାସନିକ କିମ୍ବା ନ୍ୟାୟିକ କଳ୍ପ ନିଷ୍ପତିଗୁଡିକର କାରଣ ଦର୍ଶାଇବେ ।
  2. ସମସ୍ତ ସରକାରୀ କର୍ତ୍ତୁପକ୍ଷ ଉପଧାରା (1)ର ଖଣ୍ଡ (ଖ) ର ଆବଶ୍ୟକତା ଅନୁଯାୟୀ ଇନ୍ଟାରନେଟ ସମେତ ଯୋଗାଯୋଗ ମାଧ୍ୟମ ଦ୍ଵାରା ନିୟମିତ ବ୍ୟବଧାନରେ ନିଜ ତରଫରୁ ଜନସାଧାରଣଙ୍କୁ ଯେତେ ଦୂର ସମ୍ଭବ ସୂଚନା ଦେବାପାଇଁ ନିରବଛିନ୍ନ ପ୍ରୟାସ ଜାରି ରଖିବେ,ଯାହା ଫଳରେ କି ଜନସାଧାରଣ ଏହି ଅଧିନିୟମ ବ୍ୟବହାର କରି ସୂଚନା ପାଇବା ପାଇଁ କମ ପ୍ରୟାସ କରିବେ ।
  3. ଉପଧାରା (1) ଉଦ୍ଦେଶ୍ୟରେ ସମସ୍ତ ସୂଚନା ଏପରି ବିସ୍ତ୍ରୁତ ଭାବରେ ଏପରି ରୀତିରେ ପ୍ରୟାସ ହେବ ଯାହାକି ଜନସାଧାରଣଙ୍କୁ ସହଜରେ ମିଳିପାରିବ ।
  4. ପ୍ରକୃତ ମୂଲ୍ୟ, ସ୍ଥାନୀୟ ଭାଷା ଏବଂ ସେସବୁ ଅଞ୍ଚଳରେ ଯୋଗାଯୋଗ ସର୍ବାଧିକ ସକ୍ରିୟ ମାଧ୍ୟମକୁ ବିଚାରକୁ ନେଇ ସମସ୍ତ ତଥ୍ୟ ପ୍ରସାର ହେବ ଏବଂ ଯାହାସ୍ଥିତି କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀଙ୍କ ଦ୍ଵାରା ଯେତେଦୂର ସମ୍ଭବ ଇଲୋକଟ୍ରୋନିକ ମାଧ୍ୟମରେ ସୂଚନାଟି ଯେପରି ବିହିତ ହୋଇପାରେ ସେହିପରି ଭାବରେ ମାଗଣାରେ କିମ୍ବା ସୁଲଭମୂଲ୍ୟ ଛାପାମୂଲ୍ୟ ବିନିମୟରେ ସହଜରେ ଉପଲବ୍ଧ ହେବ ।

ସ୍ପଷ୍ପୀକରଣ-ଉପଧାରା (3) ଏବଂ (4) ଉଦ୍ଦେଶ୍ୟରେ ‘ତଥ୍ୟ ପ୍ରସାର‘ ର ଅର୍ଥ ସରକାରୀ କର୍ତ୍ତୁପକ୍ଷ କାର୍ଯ୍ୟଲଯ ପରିଦର୍ଶନ ସମେତ ନୋଟିସବୋର୍ଡ, ଖବରକାଗଜ, ସର୍ବସାଧାରଣରେ ଘୋଷଣା, ଗଣମାଧ୍ୟମରେ ପ୍ରଚାର ମାଧ୍ୟମରେ ଜନସାଧାରଣଙ୍କୁ ସୂଚନା ଜଣାଇବା ବା ପହଞ୍ଚାଇବା ।

ଲୋକ ସୂଚନା ଅଧିକାରୀ ଭାବେ ପଦନାମିତ କରିବା

  1. ଏହି ଅଧିନିୟମ ଅନୁଯାୟୀ ସୂଚନା ପାଇବା ନିମନ୍ତେ ଆବେଦନକାରୀମାନଙ୍କୁ ସୂଚନା ଯୋଗାଇଦେବାପାଇଁ ସମସ୍ତ ସରକାରୀ କର୍ତ୍ତୁପକ୍ଷ ଏହି ଅଧିନିୟମ ଲାଗୁ ହେବାର ଏକଶତ ଦିନ ମଧ୍ୟରେ ତାଙ୍କ କର୍ତ୍ତୁପକ୍ଷ ପ୍ରଶାସନିକ ଶାଖା ଆବଶ୍ୟକ ସଂଖ୍ୟକ ଅଧିକାରୀମାନଙ୍କୁ ଯଥାସ୍ଥିତି, କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀ ରୂପେ ପଦନାମିତ କରିବେ ।
  2. ଏହି ଅଧିନିୟମ ଲାଗୁ ହେବାର ଏକଶତ ଦିନ ମଧ୍ୟରେ ଉପଧାରା (1) ରେ ଥିବା ବ୍ୟବସ୍ଥାଗୁଡିକ ପ୍ରତି ପ୍ରତିକୂଳ ପ୍ରଭାବ ନ ପକାଇ, ସମସ୍ତ ସରକାରୀ କର୍ତ୍ତୁପକ୍ଷ ସମସ୍ତ ଉପଖଣ୍ଡ କିମ୍ବା ଉପଜିଲ୍ଲାସ୍ତରରେ ଜଣେ ଅଧିକାରୀଙ୍କୁ ଯଥା ସ୍ଥିତି କେନ୍ଦ୍ରୀୟ ସହାୟକ ଲୋକ ସୂଚନା ଅଧିକାରୀ ବା ରାଜ୍ୟ ସହାୟକ ଲୋକ ସୂଚନା ଅଧିକାରୀ ଭାବେ ପଦନାମିତ କରିବେ, ଯେଉଁମାନେ କି ଏହି ଅଧିନିୟମ ଅନୁଯାୟୀ ସୂଚନା ବା ଅପିଲ ନିମନ୍ତେ ଆବେଦନକାରୀମାନଙ୍କ ଦରଖାସ୍ତ ଗ୍ରହଣ କରି ତାହା ଯଥା ସ୍ଥିତି କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନାଅଧିକାରୀ ବା ଧାରା 19ର ଉପଧାରା (1) ରେ ବିନିର୍ଦ୍ଧିଷ୍ଟ ବରିଷ୍ଠ ଅଧିକାରୀ, କେନ୍ଦ୍ର ସୂଚନା ଆୟୋଗ ବା ରାଜ୍ୟ ସୂଚନା ଆୟୋଗଙ୍କ ନିକଟକୁ ଯଥାଶୀଘ୍ର ପଠାଇବେ।
  3. ପରନ୍ତୁ କେନ୍ଦ୍ରୀୟ ସହାୟକ ଲୋକ ସୂଚନା ଅଧିକାରୀ ବା ଯଥାସ୍ଥିତି, ରାଜ୍ୟ ସହାୟକ ଲୋକ ସୂଚନା ଲୋକ ସୂଚନା ଅଧିକରିଙ୍କ ସମକକ୍ଷ ସୂଚନା ନିମିତ୍ତ ଆବେଦନ ବା ଅପିଲ ଦାଖଲ କରାଗଲେ, ଧାରା 7ର ଉପଧାରା (1) ଅନୁଯାୟୀ ଉତ୍ତର ଦିଆଯିବା ପାଇଁ ଯେଉଁ ସମୟ ଧାର୍ଯ୍ୟ ହୋଇଛି ତହିଁ ରେ ଆଉ ପାଞ୍ଚଦିନ ଅଧିକା ଯୋଗ କରାଯିବ ।

  4. ସମସ୍ତ କେନ୍ଦ୍ରୀୟ ଲୋକସୂଚନା ଅଧିକାରୀ ବା ଯଥାସ୍ଥିତି, ରାଜ୍ୟ ଲୋକସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀ, ଆବଶ୍ୟକ ମନେକରିବା ମତେ ଅନ୍ୟ ଯେକୌଣସି ଅଧିକାରୀଙ୍କ ସହାୟତା ଲୋଡି ପାରିବେ ।
  5. ନିଜର କର୍ତ୍ତବ୍ୟ ସଠିକ ଭାବେ ନିର୍ବାହ କରିବା ଉଦ୍ଦେଶ୍ୟରେ ଯଥାସ୍ଥିତି ରାଜ୍ୟ ଲୋକସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀ, ଆବଶ୍ୟକ ମନେକରିବା ମତେ ଅନ୍ୟ ଯେକୌଣସି ଅଧିକାରୀଙ୍କ ସହାୟତା ଲୋଡି ପାରିବେ ।
  6. ଉପଧାରା (4)ଅନୁଯାୟୀ ଯେଉଁ ଅଧିକାରୀମାନେ ସହାୟତା ଲୋଡିଯିବା ସେମାନେ ଯଥାସ୍ଥିତି ରାଜ୍ୟ ଲୋକସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀ, ଆବଶ୍ୟକ ମନେକରିବା ମତେ ଅନ୍ୟ ଯେକୌଣସି ଅଧିକାରୀଙ୍କ ସହାୟତା ଲୋଡି ପାରିବେ । ଏବଂ ଏହି ଅଧିନିୟମର କୌଣସି ବ୍ୟବସ୍ଥା ଉଲ୍ଲଂଘନ ଉଦ୍ଦେଶ୍ୟରେ , ସେହି ଅନ୍ୟ ଅଧିକାରୀ ରାଜ୍ୟ ଲୋକସୂଚନା ଅଧିକାରୀ ବା କେନ୍ଦ୍ରୀୟ ଲୋକ ସୂଚନା ଅଧିକାର ବା ରାଜ୍ୟ ଲୋକ ସୂଚନା ଅଧିକାରୀ ଭାବେ ବିବେଚିତ ହେବେ ।

ସୂଚନା ପାଇଁ ଆବେଦନ

  1. ଏହି ଅଧିନିୟମ ଅନୁଯାୟୀ କୌଣସି ସୂଚନା ପାଇବାକୁ ଇଛୁକ ଜଣେ ବ୍ୟକ୍ତି ଇଂରାଜୀ ବା ହିନ୍ଦୀ କିମ୍ବା ସ୍ଥାନୀୟ ସରକାରୀ ଭାଷାରେ ଲିଖିତ ଆକାରରେ ଇଲୋକଟ୍ରୋନିକ ମାଧ୍ୟମରେ ନିଦ୍ଧାରିତ ଫିସ ସହ-
    • ସଂପୃକ୍ତ ସରକାରୀ କର୍ତ୍ତୁପକ୍ଷ ଯଥାସ୍ଥିତି, କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀଙ୍କ ନିକଟକୁ ;
    • କେନ୍ଦ୍ରୀୟ ସହାୟକ ଲୋକ ସୂଚନା ଅଧିକାରୀ ବା ରାଜ୍ୟ ସହାୟକ ଲୋକ ସୂଚନା ଅଧିକାରୀଙ୍କ ନିକଟକୁ ସେ କି ପ୍ରକାର ସୂଚନା ତାହା ଦର୍ଶାଇ ଆବେଦନ କରିପାରିବେ ।

    ପରନ୍ତୁ ଯେଉଁ କ୍ଷେତ୍ରରେ ଲିଖିତ ଆବେଦନ କରାଯାଇପାରିବ ନାହିଁ ସେ କ୍ଷେତ୍ରରେ ଯଥାସ୍ଥିତି, କେନ୍ଦ୍ରୀୟ ଲୋକ ସୂଚନା ଆଦିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀ ଆବେଦନକାରୀ ଙ୍କୁ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରି ତାଙ୍କର ମୌଖିକ ଆବେଦନକୁ ଲେଖି ରଖିବେ ।

  2. ସୂଚନା ଚାହୁଁଥିବା ବ୍ୟକ୍ତିବିଶେଷ ଆବେଦନର କାରଣ ସମ୍ପର୍କରେ ଉଲ୍ଲେଖ କରିବାର ଆବଶ୍ୟକତା ନାହିଁ କିମ୍ବା ତାଙ୍କର ଯୋଗାଯୋଗ ଠିକଣାକୁ ବାଦଦେଲେ ଅନ୍ୟ କୌଣସି ବ୍ୟକ୍ତିଗତ ବିବରଣୀ ଦର୍ଶାଇବା ମଧ୍ୟ ଆବଶ୍ୟକତା ନାହିଁ ।
  3. ଯେବେ ଏକ ସରକାରୀ କର୍ତ୍ତୁପକ୍ଷଙ୍କୁ ଏପରି କୌଣସି ସୂଚନା ନିମନ୍ତେ ଆବେଦନ କରାଯାଏ ଯାହାକି –
    • ଅନ୍ୟ କୌଣସି ସରକାରୀ କର୍ତ୍ତୁପକ୍ଷଙ୍କ ଦାୟିତ୍ବରେ ଥିବା ।
    • ଆବେଦନ ବିଷୟବସ୍ତୁ ଅନ୍ୟ କୌଣସି ସରକାରୀ କର୍ତ୍ତୁପକ୍ଷ କାର୍ଯ୍ୟ ସହ ସମ୍ପୃକ୍ତ ଥିବ ।

    ତେବେ ଆବେଦନ ଗ୍ରହଣ କରିଥିବା ଅଧିକାରୀ ଆବେଦନପତ୍ର ଟି ଆବଶ୍ୟକ ହେବା ମତେ ସଂପୂର୍ଣ୍ଣ ବା ଆଂଶିକ ଭାବେ ସମ୍ପୃକ୍ତ ଅନ୍ୟ ସରକାରୀ କର୍ତ୍ତୁପକ୍ଷଙ୍କ ନିକଟକୁ ପଠାଇ ଏ ସମ୍ପର୍କରେ ଆବେଦନକାରୀଙ୍କୁ ତତକ୍ଷଣାତ ଅବଗତ କରାଇବେ ।

    ପରନ୍ତୁ ଏହି ଉପଧାରା ଅନୁସାରେ ଆବେଦନକୁ ଯଥାଶୀଘ୍ର ଏପରି ଭାବେ ହସ୍ତାନ୍ତର କରିବାକୁ ହେବ ଯେପରିକି କୌଣସି କ୍ଷେତ୍ରରେ ଏହି ହସ୍ତାନ୍ତର ପ୍ରକ୍ରିୟା ଦରଖାସ୍ତ ମିଳିବାର ପାଞ୍ଚଦିନରୁ ଅଧିକ ବିଳମ୍ବ ହେବ ନାହିଁ ।

ଆବେଦନର ଫଏସଲା

  1. ଧାରା 5 ର ଉପଧାରା (2) କିମ୍ବା ଧାରା 6ରେ ଉପଧାରା (3)ର ବ୍ୟବସ୍ଥାଗୁଡିକ ପ୍ରତିସାପେକ୍ଷରହି , ଯଥାସ୍ଥିତି, କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନାଅଧିକାରୀ, ଧାରା 6 ଅନୁଯାୟୀ ଗ୍ରହଣ କରିଥିବା ଆବେଦନକୁ , ଯଥାଶୀଘ୍ର ସମ୍ଭବ, କିନ୍ତୁ ଯେକୌଣସି ପ୍ରକାର ତାହା ଗ୍ରହଣ କରିବାର 30 ଦିନ ମଧ୍ୟରେ ଫଏସଲା କରି ବିହିତ ଫିସ ପ୍ରଦାନ କରାଗଲେ ଏକେତ ସୂଚନା ପ୍ରଦାନ କରିବେ ନତୁବା ଧାରା 8ରୁ 9 ଦର୍ଶାଯାଇ ଥିବା କାରଣ ଭିତ୍ତିରେ ଏହାକୁ ଅଗ୍ରାହ୍ୟ କରିବେ ।
  2. ପରନ୍ତୁ କୌଣସି ବ୍ୟକ୍ତି ଙ୍କ ଜୀବନ ସମ୍ପର୍କିତ ସୂଚନା କୁ ଆବେଦନ ଗ୍ରହଣ କରିବାର 48 ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ।

  3. ଯଦି କୌଣସି କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ଯଥାସ୍ଥିତି, ରାଜ୍ୟ ଲୋକ ସୂଚନା ଅଧିକାରୀ, ଉପଧାରା (1) ରେ ନିର୍ଦ୍ଦରିତ ସମୟସୀମା ମଧ୍ୟରେ ଆବେଦନର କୌଣସି ନିଷ୍ପତି ନ କରନ୍ତି , ତାହେଲେ ଯଥା ସ୍ଥିତି, ଲୋକ ସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀ, ଆବେଦନକୁ ପ୍ରତ୍ୟାକ୍ଷାନ କରିଛିନ୍ତି ବୋଲି ବିବେଚନା କରାଯିବ ।
  4. ଯେବେ ସୂଚନା ପ୍ରଦାନର ବ୍ୟୟ ଭରଣା ପାଇଁ ଅଧିକ ଫିସ ପ୍ରଦାନ କରାଗଲେ ସୂଚନା ଯୋଗାଇ ଦିଆଯିବ ବୋଲି ନିଷ୍ପତି ଗ୍ରହଣ କରାଯାଏ । ତେବେ ଯଥାସ୍ଥିତି, ଲୋକ ସୂଚନାଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀ ଙ୍କୁ ନିମ୍ନଲିଖିତ ବିଷୟ, ପତ୍ର ଦ୍ଵାରା ଜଣାଇଦେବେ –
    • ଉପଧାରା (1) ଅନୁଯାୟୀ ବିହିତ ଦେୟ ଠାରୁ ସମ୍ପୃକ ଅଧିକାରୀ କେଉଁ ଭିଟଟିରେ ଅତିରିକ୍ତ ଦେୟର ପରିମାଣ ଅବଧାରିତ କାଲେ ତାହାର ବିବରଣୀ ଦେଇ ଏହି ଅତିରିକ୍ତ ଦେୟ ଜମା କରିବା ପାଇଁ ଆବେଦନ କାରୀଙ୍କୁ ଅନୁରୋଧ କରିବେ ଏବଂ ଉକ୍ତ ପତ୍ର ପ୍ରେରଣ ଓ ଫିସ ପ୍ରଦାନ ମଧ୍ୟବତ୍ତୀ ସମୟକୁ ଆବେଦନ ଫଏସଲା କରିବାଲାଗି ଉକ୍ତ ଉପଧାରାରେ ସ୍ଥିରୀକୃତ ତିରିଶ ଦିନ ସମୟସୀମାରୁ ବାଦ ଦିଆଯିବ ।
    • ଦେୟ ବୃଦ୍ଧି ନିଷ୍ପତି କୁ ପୁନର୍ବିଚାର କରିବା ପାଇଁ ତାଙ୍କର କ୍ଷମତା ରହିଛି କି ନାହିଁ , କେଉଁ ପ୍ରକାରେ ସୂଚନା ପ୍ରଦାନ କରାଯିବ, କେଉଁ ଅଧିକାରୀଙ୍କ ସମକ୍ଷରେ କେତେ ସମୟ ମଧ୍ୟରେ, କେଉଁ ପ୍ରକ୍ରିୟାରେ ଏବଂ କେଉଁ ଆକାରରେ ଅପିଲ କରାଯିଇ ପାରିବ ସେ ବିଷୟରେ ଅବଗତ କରାଇବେ ।
  5. ଏହି ଅଧିନିୟମ ଅନୁଯାୟୀ କୌଣସି ରେକର୍ଡ ବା ତାହାର ଏକ ଅଂଶର ସୂଚନା ଯୋଗାଇବା ଯଦି ଆବଶ୍ୟକ ହେଉଥାଏ ଏବଂ ଯେଉଁ ବ୍ୟକ୍ତି ଙ୍କୁ ତାହା ଯୋଗାଇ ଦିଆଯିବ ସେ ଶାରୀରିକ ଭିନ୍ନକ୍ଷମ ହୋଇଥିବେ ସେ କ୍ଷେତ୍ରରେ ଯଥାସ୍ଥିତି କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀ, ଉକ୍ତ ରେକର୍ଡ ବା ତାହାର ଏକ ଅଂଶର ନିରକ୍ଷଣ ପାଇଁ ସମୁଚିତ ସହାୟତା ଯୋଗାଇ ଦେବା ସମେତ ସେପରି ସୂଚନା ଦେବା ସକାଶେ ସହାୟତା ପ୍ରଦାନ କରିବେ ।
  6. ମୁଦ୍ରିତ ବା ଇଲେକଟ୍ରୋନିକ ସୂଚନା ଦେବାକୁ ପଡୁଥିବା ସ୍ଥଳେ ଉପଧାରା (6)ର ବ୍ୟବସ୍ଥା ପ୍ରତି ସାପେକ୍ଷ ରହି ଦରଖାସ୍ତକାରୀ ବିହିତ ଫିସ ପ୍ରଦାନ କାଲେ , ତାହା ଦିଆଯିବ :
  7. ପରନ୍ତୁ ଧାରା 6 ର ଉପଧାରା (1) ଏବଂ ଧାରା 7ର ଉପଧାରା ସ୍ଥଳେ ଉପଧାରା (5) ଅନୁଯାୟୀ ବିହିତ ଫିସ ଯୁକ୍ତିଯୁକ୍ତ ହେବା ଆବଶ୍ୟକ ଏବଂ ସମୁଚିତ ସରକାରଙ୍କ ଦ୍ଵାରା ଚିହ୍ନଟ କରାଯାଇଥିବା ଦାରିଦ୍ର୍ୟ ସୀମାରେକ୍ଷା ତଳେ ଥିବା ବ୍ୟକ୍ତିମାନଙ୍କ ଠାରୁ ସେପରି ଫିସ ନିଆଯିବ ନାହିଁ ।

  8. ଉପଧାରା (5) ରେ ଯାହା କିଛି ଥିବା ସତ୍ବେ , ଉପଧାରା (1) ଅନୁଯାୟୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯଦି କୌଣସି ସରକାରୀ କର୍ତ୍ତୁପକ୍ଷ ସୂଚନା ପ୍ରଦାନ ନ ପାରନ୍ତି ତେବେ ଆବେଦନକାରୀଙ୍କୁ ବିନାମୂଲ୍ୟରେ ସୂଚନା ପ୍ରଦାନ କରାଯିବ ।
  9. ଉପଥାରା (1) ଅନୁସାରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ , କେନ୍ଦ୍ରୀୟ ଲୋକ ସୂଚନା ଅଧିକର ଯଥା ସ୍ଥିତି , ରାଜ୍ୟ ଲୋକ ସୂଚନା ଅଧିକାରୀ ଧାରା 11 ଅନୁଯାୟୀ ତୃତୀୟ ପକ୍ଷ କରୁଥିବା ଆବେଦନ ବିଚାରକୁ ନେବେ ।
  10. ଉପଧାରା (1) ଅନୁଯାୟୀ କୌଣସି ଆବେଦନ ଆଗ୍ରାହ୍ୟ ହେବା ସ୍ଥଳେ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ଯଥା ସ୍ଥିତି ରାଜ୍ୟ ଲୋକ ସୂଚନା ଅଧିକାରୀ ଆବେଦନକାରୀଙ୍କୁ ନିମ୍ନୋକ୍ତ ପ୍ରକାର ଜଣାଇଦେବେ-
    • ଆଗ୍ରାହ୍ୟର କାରଣ ।
    • କେତେ ଦିନର ଅବିଧି ମଧ୍ୟରେ ଏହି ଆଗ୍ରାହ୍ୟ ବିରୁଦ୍ଧରେ ଅପିଲ କରାଯାଇପାରିବ; ଏବଂ
    • ଅପିଲ କର୍ତ୍ତୁପକ୍ଷଙ୍କ ସବିଶେଷ ବିବରଣୀ ।
  11. ଯେଉଁ ଆକାରରେ ସୂଚନା ମଗାଯାଇଥିବା ସାଧାରଣତଃ ସେହି ଆକାରରେ ହିଁ ସୂଚନା ପ୍ରଦାନ କରାଯିବ ଯଦି ତାହା ସରକାରୀ କର୍ତ୍ତୁପକ୍ଷଙ୍କ ଅନନୁପାତି ସମ୍ବଳହାନି କରାଉଥିବା ଅଥବା ସମ୍ପୃକ୍ତ ରେକର୍ଡର ସୁରକ୍ଷା ଓ ସଂରକ୍ଷଣ ପରି ହାନିକାରକ ହେଊ ନ ଥିବ ।

ସୂଚନା ପ୍ରକଟରୁ ଛାଡ

  1. ଏହି ଅଧିନିୟମରେ ଯାହାକିଛି ଥିବା ସତ୍ବେ ନିମ୍ନଲିଖିତ ସୂଚନା ଗୁଡିକୁ କୌଣସି ନାଗରିକ ଦିଆଯାଇପାରିବା ନାହିଁ ।
    • ଯେଉଁ ସୂଚନା ପ୍ରକଟ କାଲେ ଭାରତର ସାର୍ଭଭୌମତ୍ଵ ଓ ସଂହତି ଓ ଦେଶର ନିରାପତ୍ତା, ରକ୍ଷାକୌଶଳ, ବିଦେଶ ରାଷ୍ଟ୍ର ସହିତ କୌଣସି ବୈଜ୍ଞାନିକ ଅଥବା ଅର୍ଥନୈତିକ ସ୍ଵାର୍ଥ ପ୍ରତି ପ୍ରତିକୂଳ ପ୍ରଭାବ ପକାଇବ ବା କୌଣସି ଅପରାଧକୁ ଉଦ୍ଦୀପନା ଦେବାର ସମ୍ଭାବନା ଥିବା, ସେପରି କୌଣସି ସୂଚନା
    • ଯେଉଁ ସୂଚନା ପ୍ରକାଶ କରିବା ପାଇଁ କୌଣସି ନ୍ୟାୟାଳୟ ବା ଟ୍ରୀବୁନାଲ ବାରଣ କରିଥାନ୍ତି ବା ଯାହା ପ୍ରକଟ କଲେ ନ୍ୟାୟାଳୟ ଅବମାନନା ହେବାର ସମ୍ଭାବନା ଥାଏ ସେପରି କୌଣସି ସୂଚନା ।
    • ଯେଉଁ ସୂଚନା ପ୍ରକଟ କଲେ ସଂସଦ କିମ୍ବା ରାଜ୍ୟ ବ୍ୟବସ୍ଥାପକ ସଭାର ସ୍ଵାଧିକାର ଭଙ୍ଗ ହେବାର ସମ୍ଭାବନା ଥାଏ ସେପରି ସୂଚନା ।
    • ବିଶ୍ଵାସଜନିତ ସମ୍ପର୍କବଳରେ ଜଣେ ବ୍ୟକ୍ତି କୁ ପ୍ରାପ୍ତି ହୋଇଥିବା ସୂଚନା, ମାତ୍ର ଯଦି ସକ୍ଷମ କର୍ତ୍ତୁପକ୍ଷଙ୍କ ହୃଦବୋଧ ହୁଏ ଯେ ନିର୍ଦ୍ଧିଷ୍ଠ ସୂଚନାଟି ବୁହତ୍ତମ ଜଣସ୍ଵାର୍ଥ ଲାଗି ଉର୍ଦ୍ଦିଷ୍ଟ, ତେବେ ସେ କ୍ଷେତ୍ରରେ ଏହି ସୂଚନା ଦିଆଯାଇପାରିବା ।
    • ବିଦେଶୀ ସରକାରଙ୍କଠାରୁ ମିଳୁଥିବା ଗୋପନୀୟ ସୂଚନା ।
    • ଯେକୌଣସି ବ୍ୟକ୍ତିଙ୍କ ଜୀବନ ଓ ଶାରୀରିକ ନିରାପତ୍ତାକୁ ବିପର୍ଣ୍ଣ କରୁଥିବା ସୂଚନା ବା ବିଧିକୁ କାର୍ଯ୍ୟକାରୀ; କରିବା ବା ନିରାପତ୍ତା ଉଦ୍ଦେଶ୍ୟ ରେ ଗୋପନୀୟଭାବେ ଯୋଗାଇ ଦିଆଯାଇଥିବା ସୂଚନା ବା ସାହାୟତାର ମୂଳ ଉଶ୍ଚ ପ୍ରକଟ କରୁଥିବା ସୂଚନା;
    • ଅପରାଧୀମାନଙ୍କ ସମ୍ପର୍କରେ ଅନୁସନ୍ଧାନ ବା ପୂର୍ବାନୁମାନ ଅଥବା ଅଭିଯୋଜନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବାର ସମ୍ଭାବନା ଥିବା ଯେକୌଣସି ପ୍ରକାର ସୂଚନା ।
    • କ୍ୟାବିନେଟ କାଗଜପତ୍ର ତଥା ମନ୍ତ୍ରିମଣ୍ଡଳ, ଶାସନ ସଚିବ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଆଲୋଚନା ରେକର୍ଡ ।

    ପରନ୍ତୁ ମନ୍ତ୍ରିମଣ୍ଡଳର ନିଷ୍ପତି, ଏହାର କାରଣ ଏବଂ କେଉଁ ଭିତ୍ତିରେ ନିଷ୍ପତି ଗ୍ରହଣ କରାଗଲା ଏହାର ବିବରଣୀ, ନିଷ୍ପତି ଗ୍ରହଣ କରାଯିବା ପରେ ଓ ତତସହିତ ଘଟଣାର ପରିସମାପ୍ତି ପରେ ଏହି ସୂଚନା ସାଧାରଣରେ ପ୍ରକାଶ କରାଯିବ ।

    ଅଧିକନ୍ତୁ ଏହି ଧାରା ଅନୁଯାୟୀ ବାରଣ କରାଯାଇଥିବା କୌଣସି ସୂଚନା ପ୍ରକାଶ କରାଯାଇ ପାରିବ ନାହିଁ ।

  2. ସରକାରୀ ଗୋପନୀୟତା ଅଧିନିୟମ 1923 ରେ ଯାହା କିଛି ଥିବା ସତ୍ବେ ବା ଉପଧାରା (1) ରେ ଯାହାସବୁ ଛାଡ ବ୍ୟବସ୍ଥା ଥିଲେ ସୁଦ୍ଧା, ଜଣେ ସରକାରୀ କର୍ତ୍ତୁପକ୍ଷ ସୂଚନାଟିକୁ ଏପରି ସ୍ଥଳେ ପ୍ରକାଶ କରିପାରିବେ, ଯଦି ଏହା ସୁରକ୍ଷିତ ସ୍ଵାର୍ଥ ହାନି ଅପେକ୍ଷା ଜଣସ୍ଵାର୍ଥ ଲାଗି ଅଧିକ ଉର୍ଦ୍ଦିଷ୍ଟ ।
  3. ଉପଧାରା (1)ର ଖଣ୍ଡ (କ), (ଗ) ଓ (ଝ)ର ବ୍ୟବସ୍ଥାଗୁଡିକ ପ୍ରତି ସାପେକ୍ଷ ରହି, ଧାରା-6 ଅନୁଯାୟୀ ଯେକୌଣସି ବ୍ୟକ୍ତି କରୁଥିବା ଆବେଦନକୁ ଗ୍ରହଣ କରାଯାଇ, 20 ବର୍ଷ ତଳେ ଘାତିଯାଇଥିବା ଯେକୌଣସି ଘଟନା, କାର୍ଯ୍ୟକ୍ରମ କିମ୍ବା ବିଷୟ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇପାରିବ ।

ପରନ୍ତୁ କେଉଁ ଦିନରୁ ଉକ୍ତ କୋଡିଏ ବର୍ଷର ସମୟ ସୀମା ଗଣନା କରାଯିବ ସେ ସମ୍ପର୍କରେ ପ୍ରଶ୍ନ ଉଠିଲେ, ଏହି ଅଧିନିୟମରେ ସାଧାରଣ ଅପିଲ ବ୍ୟବସ୍ଥାର ସାପେକ୍ଷଟାରେ କେନ୍ଦ୍ର ସରକାରଙ୍କ ନିଷ୍ପତି ହିଁ ଚୁଡାନ୍ତ ହେବ ।

କେତେକ କ୍ଷେତ୍ରରେ ସୂଚନା ପ୍ରଦାନକୁ ଅଗ୍ରାହ୍ୟ କରିବାର କାରଣ

ଧାରା 8 ର ବ୍ୟବସ୍ଥାଗୁଡିକ ପ୍ରତି ପ୍ରତିକୂଳ ପ୍ରଭାବ ନ ପକାଇ, ଜଣେ କେନ୍ଦୀୟ ଲୋକ ସୂଚନା ଅଧିକାରୀ ବା ଯଥାସ୍ଥିତି ରାଜ୍ୟ ଲୋକ ସୂଚନା ଅଧିକାରୀ ସୂଚନା ଆବେଦନକୁ ଆଗ୍ରାହ୍ୟ କରି ଦେଇପାରିବେ, ଯଦି ତାହା ରାଜ୍ୟ ଭିନ୍ନ କୌଣସି ଜଣେ ବ୍ୟକ୍ତିଙ୍କର ପ୍ରତିଲିପ୍ୟଧିକାର ଉଲ୍ଲଂଘନ କରୁଥିବ ।

ଆଂଶିକ ସୂଚନା ପ୍ରଦାନ

  1. ଯଦି ସୂଚନା ପ୍ରଦାନରୁ ଛାଡ ଅଛି ବୋଲି କାରଣ ଦର୍ଶାଇ କୌଣସି ସୂଚନା ଦେବାର ଆଗ୍ରାହ୍ୟ କରାଯାଏ, ତେବେ ଏହି ଅଧିନିୟମରେ ଯାହା କିଛି ଥିବା ସତ୍ତ୍ୱେ, ସମ୍ପୃକ୍ତ ସୂଚନାର ଯେଉଁ ଅଂଶଟି ସୂଚନା ପ୍ରଦାନର ଛାଡ ବ୍ୟବସ୍ଥାରୁ ମୁକ୍ତ, ଓ ତାହା ଯୁକ୍ତିଯୁକ୍ତ ଭାବେ ଛାଡ ବ୍ୟବସ୍ଥା ଥିବା ସୂଚନାରୁ ଅଲଗା କରାଯାଇପାରିବ ତେବେ ସେହି ଅଂଶଟିକୁ ପୃଥକ ଭାବେ ପ୍ରଦାନ କରାଯାଇପାରିବ ।
  2. ଉପଧାରା (1) ଅନୁଯାୟୀ ଯଦି କୌଣସି ରେକର୍ଡର କିଛି ଅଂଶପ୍ରଦାନ କରିବା ପାଇଁ ଅନୁମତି ଦିଆଯାଏ, ତେବେ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ଯଥାସ୍ଥିତି, ରାଜ୍ୟ ଲୋକସୂଚନା ଅଧିକାରୀ ଦରଖାସ୍ତକାରୀଙ୍କୁ ନିମ୍ନୋକ୍ତ ପ୍ରକାରେ ଅବଗତ କରାଇ ଏକ ନୋଟିସି ଦେବେ –
    • ଆବେଦନ କରିଥିବା ସୂଚନା ର କିଛି ଅଂଶ, ଯାହାକି ପ୍ରକଟ କରାଯିବା ବ୍ୟବସ୍ଥାରୁ ଛାଡି କରାଯାଇଛି । ସେପରି ସୂଚନା ଥିବା ଅଂଶକୁ ବାଦ ଦେଇ ଅନ୍ୟ ସୂଚନା ପ୍ରଦାନ କରାଯାଉଛି ।
    • ଏପରି ନିଷ୍ପତିର କାରଣ ଏବଂ କେଉଁ ଭିତ୍ତିଭୂମିରେ ଏହି ନିଷ୍ପତି ଆଧାରିତ ;
    • ନିଷ୍ପତି ଗ୍ରହଣ କରିଥିବା ବ୍ୟକ୍ତି ଙ୍କ ନାମ ଓ ପଦନାମ ;
    • ସେହି ଅଧିକାରୀ ଙ୍କ ଧାର୍ଯ୍ୟ କରାଯାଇଥିବା ଫିସର ସବିଶେଷ ବିବରଣୀ ଏବଂ ଦରଖାସ୍ତକାରୀ କେତେ ଫିସ ଦାଖଲ କରିବା ଆବଶ୍ୟକ; ଏବଂ
    • ସୂଚନାର ଯେଉଁ ଅଂଶ ପ୍ରକଟ କରାଯିବ ନାହିଁ ସେ ସମ୍ବନ୍ଧୀୟ ନିଷ୍ପତି ସମୀକ୍ଷା କରିବାରେ ତାହାଙ୍କ ଅଧିକାର , କେତେ ଫିସ ଦାଖଲ କରିବାକୁ ପଡିବ ବା କେଉଁ ଆକାରରେ ଦିଆଯିବ ତଥା ଯଥାସ୍ଥିତି, ଧାରା 19ର ଉପଧାରା (1) ଅନୁଯାୟୀ ବିନିର୍ଦ୍ଧିଷ୍ଟ ବରିଷ୍ଠ ଅଧିକାରୀଙ୍କ ବା କେନ୍ଦ୍ରୀୟ ସୂଚନା ଆୟୋଗ ବା ରାଜ୍ୟ ସୂଚନା ଆୟୋଗ ସବିଶେଷ ବିବରଣୀ ସମୟସୀମା, ପ୍ରକ୍ରିୟା ଓ ଅନ୍ୟ କୌଣସି ପ୍ରକାର ଆବେଦନ କରାଯାଇପାରିବ ।

ତୃତୀୟ ପକ୍ଷ ସୂଚନା

  1. ଯେବେ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ଯଥାସ୍ଥିତି, ଜଣେ ରାଜ୍ୟ ଲୋକ ସୂଚନା ଅଧିକାରୀ , ଏହି ନିୟମ ଏକ ଆବେଦନ କ୍ରମେ ଏକ ତୃତୀୟ ପକ୍ଷ ସମ୍ପୃକ୍ତ ଥିବା ବା ସେ ଯୋଗାଇ ଦେଇଥିବା ଏପରି କୌଣସି ସୂଚନା ବା ରେକର୍ଡକୁ ସଂପୂର୍ଣ୍ଣ ରୂପେ ବା ଆଂଶିକ ରୂପେ ପ୍ରକଟ କରିବା ପାଇଁ ସ୍ଥିର କରନ୍ତି ଯାହାକୁ ଉକ୍ତ ତୃତୀୟ ପକ୍ଷ ଗୋପନୀୟ ବୋଲି ବିବେଚନା କରୁଥିବେ , ତେବେ କେନ୍ଦ୍ରୀୟ ଲୋକସୂଚନା ଅଧିକାରୀ ବା ଯଥାସ୍ଥିତି , ରାଜ୍ୟ ଲୋକ ସୂଚନା ଅଧିକାର ଉକ୍ତ ଆବେଦନ ପାଇବାର ପାଞ୍ଚ ଦିନ ମଧ୍ୟରେ ଉକ୍ତ ତୃତୀୟ ପକ୍ଷକୁ ସେହି ଆବେଦନ ସମ୍ପର୍କରେ ଓ ଉକ୍ତ ସୂଚନା ବା ରେକର୍ଡକୁ ସଂପୂର୍ଣ୍ଣ ରୂପେ ବା ଆଂଶିକ ରୂପେ ପ୍ରକଟ କରିବା ପାଇଁ ତାହାଙ୍କ ଅଭିପାୟ ସମ୍ପର୍କରେ ଏକ ଲିଖିତ ନୋଟିସ ଦେବେ ଏବଂ ଉକ୍ତ ସୂଚନା ପ୍ରକଟ ହେବା କି ନାହିଁ ସେ ସମ୍ପର୍କରେ ତୃତୀୟ ପକ୍ଷ ନିଜର ବ୍ୟକ୍ତବ୍ୟ ଲିଖିତ ଆକାରରେ ବା ମୌଖିକ ଆକାରରେ ଜଣାଇବା ପାଇଁ ସେହି ନୋଥିସରେ ଉଲ୍ଲେଖ କରିବେ ଏବଂ ସେହି ସୂଚନା କୁ ପ୍ରକଟ କରିବା ପାଇଁ ନିଷ୍ପତି ନେବା ବେଳେ ଉକ୍ତ ତୃତୀୟ ପକ୍ଷଙ୍କ ମତାମତ ପ୍ରତି ଧ୍ୟାନ ଦିଆଯିବ ।
  2. ପରନ୍ତୁ ବିଧି ଦ୍ଵାରା ସୁରକ୍ଷିତ ବ୍ୟବସାୟ ବା ବାଣିଜ୍ୟ ସମ୍ପ୍ରକିତ ସୂଚନା ଭିନ୍ନ ଅନ୍ୟ କୌଣସି ସୂଚନା ପ୍ରକଟ କରିବା ପାଇଁ ସେହି ସ୍ଥଳେ ମଞ୍ଜୁର କରାଯାଇପାରିବ ଯେଉଁସ୍ଥଳେ, ସେପରି ପ୍ରକଟନ ଫଳରେ ଉକ୍ତ ତୃତୀୟ ପକ୍ଷଙ୍କ ସମ୍ଭାବନା କ୍ଷତି ବା ସ୍ଵାର୍ଥହାନି ଅପେକ୍ଷା ଜନସ୍ଵାର୍ଥ ର ଅଧିକ ଗୃରୁତ୍ଵ ଥିବା ।

  3. ଯଦି କୌଣସି ସୂଚନା ବା ରେକର୍ଡ ବା ତାହାର କୌଣସି ଅଂଶ ସମ୍ପର୍କର ତୃତୀୟ ପକ୍ଷଙ୍କୁ ଉପଧାରା (1) ଅନୁଯାୟୀ, ଯଥାସ୍ଥିତି କେନ୍ଦ୍ରୀୟ ଲୋକସୂଚନା ଅଧିକାରୀ ବା ରାଜ୍ୟ ଲୋକସୂଚନା ଅଧିକାରୀ ଏକ ନୋଟିସ ଜାରି କରିବେ, ତେବେ ସେପରି ନୋଟିସ ପାଇବାର ଦଶ ଦିନ ମଧ୍ୟରେ ପ୍ରସ୍ଥାବିତ ପ୍ରକଟନ ବିରୁଦ୍ଧରେ ଏକ ଆବେଦନ କରିବାକୁ ତୃତୀୟ ପକ୍ଷ ସୁଯୋଗ ଦେବେ ।
  4. ଧାରା 7 ରେ ଯାହା କିଛି ଥିବା ସହିତ, ଉପଧାରା (2) ଅନୁଯାୟୀ ଯଦି ତୃତୀୟ ପକ୍ଷ ଙ୍କୁ ଆବେଦନ କରିବାର ସୁଯୋଗ ଦିଆଯାଇଥାଏ, ତେବେ ଯଥାସ୍ଥିତି କେନ୍ଦ୍ରୀୟ ଲୋକସୂଚନାଅଧିକାରୀ ବା ରାଜ୍ୟ ଲୋକସୂଚନା ଅଧିକାରୀ, ଧାରା 6 ଅନୁଯାୟୀ ଆବେଦନ ପାଇବାର ଚାଳିଶ ଦିନ ମଧ୍ୟରେ ଉକ୍ତ ସୂଚନା ବା ରେକର୍ଡକୁ ସଂପୂର୍ଣ୍ଣ ରୂପେ ବା ଆଂଶିକ ରୂପେ ପ୍ରକଟ କରାଯାଇପାରିବ ନାହିଁ, ସେ ନିଷ୍ପତି ଗ୍ରହଣ କରିବେ ଏବଂ ଏହି ନିଷ୍ପତି ସମ୍ପର୍କରେ ତୃତୀୟ ପକ୍ଷକୁ ଲିଖିତ ଭାବେ ନୋଟିସ ଦେବେ
  5. ଉପଧାରା (3) ଅନୁଯାୟୀ ଦିଆଯାଇଥିବା ଏକ ନୋଟିସରେ ଯେଉଁ ତୃତୀୟ ପକ୍ଷଙ୍କୁ ନୋଟିସ ଦିଆଗଲା , ସେ ନିଷ୍ପତି ବିରୁଦ୍ଧରେ ଧାରା 19 ଅନୁଯାୟୀ ଏକ ଅପିଲ କରିବାକୁ ହକଦାର ବୋଲି ଏକ ବିବୃତି ମଧ୍ୟ ରହିବ ।

ଆଧାର - ଓଡ଼ିଶା ସୂଚନା କମିଶନ

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate