ହୋମ / ସମାଜ କଲ୍ୟାଣ / ଜିଲ୍ଲା ଡାଇରି / କନ୍ଧମାଳ ଜିଲ୍ଲା
ସେଆର କରନ୍ତୁ

କନ୍ଧମାଳ ଜିଲ୍ଲା

କନ୍ଧମାଳ ଜିଲ୍ଲା ସମ୍ବନ୍ଧରେ ସୂଚନା ।

ଜିଲ୍ଲା ସମ୍ବନ୍ଧରେ

୧ ଜାନୁୟାରୀ ୧୯୯୪ମସିହାରେ ଓଡିଶାର ପୂର୍ବତନ ଫୁଲବାଣୀ ଜିଲ୍ଲା; କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଭାବେ ବିଭକ୍ତ ହୋଇ କନ୍ଧମାଳ ରାଜସ୍ୱଜିଲ୍ଲା ଅସ୍ଥିତ୍ଵକୁ ଆସିଥିଲା । କନ୍ଧମାଳ ଜିଲ୍ଲା, ଉତ୍ତର ଅକ୍ଷାଂଶ ୧୯॰୩୪’ ଠାରୁ ୨୦॰୩୬’  ଓ ପୂର୍ବ ଦ୍ରାଘିମା ୮୩॰୩୪ ‘ ଠାରୁ ୮୪॰୩୪’  ମଧ୍ୟରେ ଅବସ୍ଥିତ ।

କନ୍ଧମାଳ ଜିଲ୍ଲାରେ  କ୍ରାନ୍ତୀୟମଣ୍ଡଳ ସୀମାବର୍ତ୍ତୀ ଜଳବାୟୁର ଅନୁଭବ ହୋଇଥାଏ । ଜିଲ୍ଲାରେ ଅଭିଲିଖିତ ଅତ୍ୟଧିକ ତାପମାତ୍ରା ୪୫.୫॰ ସେଲ୍ସିୟସ ଏବଂ  ସର୍ବନିମ୍ନ ତାପମାତ୍ରା ୨॰ ସେଲ୍ସିୟସ ଅଟେ । କନ୍ଧମାଳ ଜିଲ୍ଲାରେ ହାରାହାରି ୧୫୨୨.୯୫ ମିମି ବର୍ଷା ହୋଇଥାଏ । କନ୍ଧମାଳ ଜିଲ୍ଲାର ଭୌଗଳିକ କ୍ଷେତ୍ର ୭୬୫୪ ବର୍ଗ.କିମି ଅଟେ । କନ୍ଧମାଳ ଜିଲ୍ଲାର ଉତ୍ତରଦିଗରେ ବୌଦ୍ଧ ଜିଲ୍ଲା, ଦକ୍ଷୀଣରେ ରାୟଗଡା , ପୁର୍ବରେ ଗଞ୍ଜାମ ଓ ନୟାଗଡ ଜିଲ୍ଲା ଏବଂ ପଶ୍ଚିମରେ କଳାହାଣ୍ଡି ଜିଲ୍ଲା ରହିଅଛି ।

ଭୌତିକ ଦୃଷ୍ଟିରୁ, ସମ୍ପୂର୍ଣ୍ଣ ଜିଲ୍ଲା ଖୁବ ଉଚ୍ଚତାରେ ଅବସ୍ଥିତ ଓ ପାହାଡ, ପର୍ବତମାଳା ଏବଂ ଦୁର୍ଗମ ଶଙ୍କିର୍ଣ୍ଣ ଘାଟି ଦ୍ଵାରା ଆଛାଦିତ, ଏହା ଜିଲ୍ଲାର ସାମାଜିକ-ଆର୍ଥିକ ସ୍ଥିତି ଓ ଜିଲ୍ଲାର ବିକାଶ କ୍ଷେତ୍ରରେ ମାର୍ଗଦର୍ଶନ କରେ । କନ୍ଧମାଳ ଜିଲ୍ଲା ମଧ୍ୟଓଡିଶା ରେ ଅବସ୍ଥିତ ଓ କନ୍ଧମାଳ ଜିଲ୍ଲାର ଉତ୍ତରଦିଗରେ ବୌଦ୍ଧ ଜିଲ୍ଲା, ଦକ୍ଷୀଣରେ ରାୟଗଡା , ପୂର୍ବରେ ଗଞ୍ଜାମ ଓ ନୟାଗଡ ଜିଲ୍ଲା ଏବଂ ପଶ୍ଚିମରେ କଳାହାଣ୍ଡି ଜିଲ୍ଲା ରହିଅଛି । କନ୍ଧମାଳ ଜିଲ୍ଲା, ଉତ୍ତର ଅକ୍ଷାଂଶ ୧୯॰୩୪’ ଠାରୁ ୨୦॰୩୬’  ଓ ପୂର୍ବ ଦ୍ରାଘିମା ୮୩॰୩୪ ‘ ଠାରୁ ୮୪॰୩୪’  ମଧ୍ୟରେ ଅବସ୍ଥିତ ଓ କନ୍ଧମାଳ ଜିଲ୍ଲାର ଭୌଗଳିକ କ୍ଷେତ୍ର ୭୬୫୪ ବର୍ଗ.କିମି ଅଟେ  । କନ୍ଧମାଳ ଜିଲ୍ଲା ଡୋକର, ଟେରା-କୋଟ୍ଟା,ବେତ ଏବଂ ବାଉଁଶ ନିର୍ମିତ ହସ୍ତଶିଳ୍ପ ପାଇଁ ଖୁବ ପ୍ରସିଦ୍ଧ । ଏହି ଜିଲ୍ଲା ଏହାର ସମୃଦ୍ଧ ସାଂସ୍କୃତିକ ବିରାଶତ ପାଇଁ ଖୁବ ଗର୍ବିତ ।

କନ୍ଧମାଳ ଜିଲ୍ଲା ପ୍ରାକୃତିକ ସୌନ୍ଧର୍ଯତା ରେ ପରିପୂର୍ଣ୍ଣ। ଏଠାରେ ପର୍ଯ୍ୟଟକଙ୍କ ପାଇଁ ବନ୍ୟଜନ୍ତୁ ସମ୍ପଦ, ସ୍ଵାସ୍ଥ୍ୟକର ଜଳବାଯୁ, ପ୍ରାକୃତିକ ଦୃଶ୍ୟ ଏବଂ ଶଙ୍କିର୍ଣ୍ଣ ଘାଟି ରାସ୍ତା ରହିଅଛି । କଫିବଗିଚା ଦୃଶ୍ୟରଜି, ପାଇନ ଜଙ୍ଗଲ, ଘାଟି ରାସ୍ତା, ପାହାଡପର୍ବତ ଏବଂ ଜଳପ୍ରପାତ ଆଦି ଆକର୍ଷଣୀୟ ସ୍ଥାନ ରହିଅଛି । ଜିଲ୍ଲା ରା ୬୬ ପ୍ରତିଶତ ଭୂଭାଗ ଘାନା ଜଙ୍ଗଲ ଦ୍ଵାରା ଆଛାଦିତ ଏବଂ ୨୦୦୦ ଫୁଟ – ୩୦୦୦ ଫୁଟ ଉଚତା ବିଶିଷ୍ଟ ପାହାଡର ଉପରିଭାଗ ଘାସପଡିଆ ଦ୍ଵାରା ଆଛାଦିତ ।

କନ୍ଧମାଳ ଜିଲ୍ଲାର ମାଟି ମୁଖ୍ୟତଃ ଲାଲ-ମଙ୍କେଡା ପଥରରୁ ଗଠିତ ଏବଂ ଅଥିର ବହୁ ପରିମାଣର ଜୈବିକ ତତ୍ଵ ରହିଅଛି । ତେଣୁ ଅହିମାଟି ବହୁପରିମାଣରେ ଜଳ ଧରିରଖିବାରେ ସକ୍ଷମ ହୁଏନାହିଁ । ଏହି ମାଟିରେ ଅମ୍ଳର ପରିମାଣ ଖୂବ ଅଧିକ, ଏହାର ପି.ଏଚ. ସ୍ଥର ୫.୩ ଧାରୁ ୬.୫ ମଧ୍ୟରେ ରହିଥାଏ । ଖରିଫ ଋତୁରେ ଧାନ, ମକା ଓ ନାଇଜର ପରି ମୁଖ୍ୟ ଫସଲ ଉତ୍ପାଦନ କରାଯାଏ । ଜଳସେଚିତ ଅଞ୍ଚଳ ଗୁଡିକରେ ଆଳୁ, ପନିପରିବା, ସୋରିଷ ଆଦି ଚାଷ କରାଯାଇଥାଏ ।

କନ୍ଧମାଳ ଜିଲ୍ଲାର ବିଶାଳ ଜଙ୍ଗଲ, କୃଷି ଉତ୍ପାଦନ ଓ ଜଙ୍ଗଲଜାତ ଦ୍ରବ୍ୟ ଆକସ୍ମିକ ଭାବରେ କନ୍ଧମାଳରେ ଉଦ୍ୟୋଗର ଆଧାର ସୃଷ୍ଟି କରେ। କନ୍ଧମାଳ ଜିଲ୍ଲାରେ ଅନେକଗୁଡିଏ କୁଟୀର ଓ କୃଷି ଉଦ୍ୟୋଗ ରହିଅଛି ଏବଂ ତାହା ଜଙ୍ଗଲଜାତ ଦ୍ରବ୍ୟ ଓ କୃଷି ଉତ୍ପାଦକୁ ନେଇ ଗଠିତ । କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଠାରେ ପ୍ରଚୁର ପରିମାଣରେ କଳସୀସା ଖଣିଜସମ୍ପଦ ରହିଅଛି।

କନ୍ଧମାଳ ଜିଲ୍ଲାରେ ୨ଟି ଜିଲ୍ଲା ଉପଖଣ୍ଡ , ୧୨ଟି ତହସିଲ , ୧୨ଟି ବ୍ଲକ ଓ ୧୭୧ଟି ଗ୍ରାମପଞ୍ଚାୟତ ରହିଅଛି । ୨୦୧୧ ଜନଗଣନା ଅନୁସାରେ ଜିଲ୍ଲାର ମୋଟ ଜନସଂଖ୍ୟା ୭,୩୩,୧୧୦ ଅଟେ । ତନ୍ମଧ୍ୟରୁ ୩,୫୯,୯୪୫ ପୁରୁଷ ଓ ୩,୭୩,୧୬୫ ମହିଳା ଅଟନ୍ତି ।

ଇତିହାସ

ଅନେକଗୁଡିଏ ଅଣଦେଖା ପାହାଡୀଇଲାକା କନ୍ଧମାଳ ଜିଲ୍ଲାରେ ରହିଅଛି, ଯାହାକି ଘାଟିଗୁଡିକର ଏକ ଅନ୍ତହୀନ ଶୃଙ୍ଖଳା ସୃଷ୍ଟିକରେ । ଏହି ଜିଲ୍ଲାର ଇତିହାସ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ଅଟେ ଏବଂ ତାହାର ପ୍ରମାଣ ୩ୟ ଖ୍ରୀଷ୍ଟ.ପୂର୍ବ  ଶତାବ୍ଦୀରେ ମଧ୍ୟ ମିଳିଥାଏ । ସେହି ସମୟରେ ଏହା ଏକ ଅଜୟ ଅଟଭୀକ ରାଜ୍ୟ ଭାବେ ପରିଚିତ ଥିଲା । ଜିଲ୍ଲାର ଇତିହାସରୁ ଜଣାଯାଏ ଯେ ଏହା ମୌର୍ଯ୍ୟ ସମ୍ରାଜ୍ୟ ଅଧୀନରେ ଥିଲା ।

ପରବର୍ତ୍ତୀ ସମୟରେ ଏହି ପରବର୍ତ୍ତୀୟ ଅଟଭୀକ ରାଜ୍ୟ କନ୍ଧମାଳ ନାମରେ ପରିଚିତ ହେଲା । ଅଭିଲେଖ ମାନଙ୍କରୁ ଜଣାଯାଏ କନ୍ଧମାଳ ଜିଲ୍ଲାର ନାମକରଣ ଏଠାରେ ବସବାସ କରୁଥିବା ସାହସୀ ଖୋଣ୍ଡ ଜନଜାତିଙ୍କ ଠାରୁ ଆସିଅଛି ।  ଓଡିଶାର ସେସ  ସ୍ଵଦେଶୀ ଗଙ୍ଗବଂଶୀ ଶାସକଙ୍କ ଶାସନ ସମୟରେ ତିନୋଟି ଛୋଟ ରାଜ୍ୟ ଯଥା; ବୌଦ୍ଧ, ଘୁମସର ଓ ଖେମୁଣ୍ଡିକୁ ନେଇ ବର୍ତ୍ତମାନ ସମୟର କନ୍ଧମାଳ ଜିଲ୍ଲା ଗଠିତ ହୋଇଥିଲା । ଉନବିଂଶ ଶତାବ୍ଦୀରେ ଇଂରେଜ ମାନଙ୍କ ଆଗମନକ୍ରମେ କନ୍ଧମାଳ ଜିଲ୍ଲାର ଆଧୁନିକ ଇତିହାସ ଲିପିବଦ୍ଧ କରଯାଇଥିଲା, କିନ୍ତୁ ଇଂରେଜମାନକୁ କନ୍ଧମାଳ ଜିଲ୍ଲା ଶାସନ କରିବାରେ ବହୁତ ବିରୋଧ ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲ ।

ଭଞ୍ଜବଂଶୀ ଶାସକ ମାନେ ୧୮୩୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ କନ୍ଧମାଳକୁ ନିଜ ଅଧୀନରେ ରଖି ଶାସନ କରିଥିଲେ । କନ୍ଧମାଳ ଇତିହାସ ଅନୁସାରେ ବର୍ତ୍ତମାନର କନ୍ଧମାଳ ଜିଲ୍ଲାଉପଖଣ୍ଡ ଓ ବାଲିଗୁଡା କ୍ଷେତ୍ର ଗଙ୍ଗବଂଶୀ ଶାସକଙ୍କ ଦ୍ଵାରା ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଶାସିତ ହୋଇଥିଲା । ୧୮୩୦ ଓ ୧୮୮୦ ଖ୍ରୀଷ୍ଟାବ୍ଦ ସମୟରେ ଇଂରେଜ ମନେ ଗଙ୍ଗବଂଶୀ ସମର୍ଥିତ ପାହାଡୀ ଶାସକଙ୍କୁ ପରାସ୍ତକରି କନ୍ଧମାଳ ଜିଲ୍ଲାକୁ ଅଧିକାର କରିଥିଲେ । କନ୍ଧମାଳ ଜିଲ୍ଲା ଯାହାକି ମୂଳତଃ ବୌଦ୍ଧ ଜିଲ୍ଲାର ଅଂଶ ଥିଲା, ତାହା ଅତ୍ୟନ୍ତ ଜଟିଳ ଐତିହାସିକ ସମୟମଧ୍ୟ ଦେଇ ଗତିକରିଥିଲା ।

ବର୍ତ୍ତମାନ ସମୟର କନ୍ଧମାଳ ଜିଲ୍ଲା ୧୯୫୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବୌଦ୍ଧର ଏକ ଅଭିର୍ଣ୍ଣଅଙ୍ଗ ଥିଲା । ଇଂରେଜଙ୍କ ଶାସନକାଳରେ ହିଁ  ବୌଦ୍ଧ ଜିଲ୍ଲାର ବିଭକ୍ତିକରଣ ହୋଇ କନ୍ଧମାଳ ଜିଲ୍ଲା ଗଠିତ ହୋଇଥିଲା ।

ଜନସାଂଖିକ

କନ୍ଧମାଳ ଜିଲ୍ଲା ଜନସାଂଖିକ ବିବରଣୀ

ବିବରଣୀ

ସଂଖ୍ୟା

ବିବରଣୀ

ସଂଖ୍ୟା

କ୍ଷେତ୍ରଫଳ

୭୬୪୯ ବର୍ଗ କି.ମି.

ଉପଖଣ୍ଡ

ତହସିଲ

୧୨

ଜିଲ୍ଲା ପରିଷଦ

୧୮

ବ୍ଲକ

୧୨

ଗ୍ରାମ ପଞ୍ଚାୟତ

୧୭୧

ପୌର ପରିଷଦ

ପୌରପାଳିକା

ଜନସଂଖ୍ୟା

୭,୩୩,୧୧୦

ଗ୍ରାମ

୨,୫୧୫

ପୁରୁଷ ଜନସଂଖ୍ୟା

୩,୫୯,୯୪୫

ମହିଳା ଜନସଂଖ୍ୟା

୩,୭୩,୧୬୫

ସହରାଞ୍ଚଳ ଜନସଂଖ୍ୟା (ପୁରୁଷ)

୩୬,୪୨୨

ସହରାଞ୍ଚଳ ଜନସଂଖ୍ୟା (ମହିଳା)

୩୫,୮୫୭

ଗ୍ରାମାଞ୍ଚଳ ଜନସଂଖ୍ୟା (ପୁରୁଷ)

୩,୨୩,୫୨୩

ଗ୍ରାମାଞ୍ଚଳ ଜନସଂଖ୍ୟା (ମହିଳା)

୩,୩୭,୩୦୮

ପୁରୁଷ ଜନସଂଖ୍ୟା(ଅନୁସୂଚିତ ଜାତି)

୧୫.୮୩%[୫୬,୯୮୭]

ଜନସଂଖ୍ୟା(ଅନୁସୂଚିତ ଜାତି)

୧୫.୬୯%[୫୮,୫୫୭]

ପୁରୁଷ ଜନସଂଖ୍ୟା(ଅନୁସୂଚିତ ଜନ ଜାତି)

୫୨.୯୩%[୧,୯୦,୫୦୬]

ଜନସଂଖ୍ୟା(ଅନୁସୂଚିତ ଜନ ଜାତି)

୫୪.୨୨%[୨,୦୨,୩୧୪]

ସାକ୍ଷରତା ପ୍ରତିଶତ(ପୁରୁଷ)

୭୬.୯୩%[୨,୩୩,୯୦୦]

ସାକ୍ଷରତା ପ୍ରତିଶତ(ମହିଳା)

୫୧.୯୪%[୧,୬୫,୮୮୬]

ସ୍ତ୍ରୀ-ପୁରୁଷ ଜନସଂଖ୍ୟା ଅନୁପାତ

୧୦୩୭

ଜନସଂଖ୍ୟା ଘନତ୍ଵ

୯୧

ଅର୍ଥବ୍ୟବସ୍ଥା

ଉଦ୍ୟାନକୃଷି ଓ ରେଶମ କୀଟ ଉପରେ ଓଡିଶାର ଏକ ଗବେଷଣା କେନ୍ଦ୍ର ଏଠାରେ ରହିଅଛି। ଏଠାରେ ଥିବା ଫାର୍ମ ମାନଙ୍କରେ ନାନାଦି ପ୍ରଜାତିର ପିଜୁଳି ଗଛ ରହିଅଛି , ଯାହାକି ଅନ୍ୟକେଉଁ ସ୍ଥାନରେ ମିଳିବା ଅତ୍ୟନ୍ତ ଦୁର୍ଲଭ । କନ୍ଧମାଳ ଜିଲ୍ଲା ଉନ୍ନତ ମାନର ହଳଦୀ ଉତ୍ପାଦନ ପାଇଁ ପ୍ରସିଦ୍ଧ।

କୃଷି ଉତ୍ପାଦନ କ୍ଷେତ୍ରରେ ନଦୀ ପିଲାସାଲୁଙ୍କିର ବଡ ଅବଦାନ ରହିଅଛି, କିନ୍ତୁ ଜଳସଙ୍କଟ ହେତୁ ଏହି ଜିଲ୍ଲାରେ କୃଷି କ୍ଷେତ୍ରରେ ସେପରି ସଫଳତା ମିଳିବା ଅତ୍ୟନ୍ତ କଷ୍ଟକର । ଏଠାର  ଅର୍ଥବ୍ୟବସ୍ଥା ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ ଓ ଚେରମୂଳି ଉପରେ ପର୍ଯ୍ୟବେଶିତ । ପିଲାସାଲୁଙ୍କି ନଦୀରେ ସେସ ନଦୀବଢି  ୧୯୮୧ ମସିହାରେ ଆସିଥିଲା।  ପିଲାସାଲୁଙ୍କି ନଦୀ ଉପରେ ନିର୍ମିତ ନଦୀବନ୍ଧ ବର୍ଷା ଦିନରେ ସୃଷ୍ଟି ହେଉଥିବା ନଦୀବଢୀ କୁ ରୋକିବାରେ ସଫଳ ହୋଇଛି । ଏହି ନଦୀବନ୍ଧ ବଣଭୋଜି ପାଇଁ ଖୁବ ଜଣାଶୁଣା ।

ସ୍ୱାସ୍ଥ୍ୟ

ଡେଲିଭରି ଭ୍ୟାନ ଏବଂ ବାଇକ ଆମ୍ବୁଲାନ୍ସର ସଫଳ କାହାଣୀ

କନ୍ଧମାଳ ଜିଲ୍ଲା ଅତ୍ୟନ୍ତ ଉଚ୍ଚ ସ୍ଥାନରେ ଅବସ୍ଥିତ, ପାହାଡିଆ ଅଞ୍ଚଳ ହେବା ଯୋଗୁ ସଂକୀର୍ଣ୍ଣ ଘାଟି ରାସ୍ତା ଦେଖାଯାଏ । ଜିଲ୍ଲାର ପାଖାପାଖି ୬୦ ପ୍ରତିଶତ ଭୂ ଭାଗରେ ୧୨ ଆଦିବାସୀ ଗ୍ରାମ, ଘନଜଙ୍ଗଲ ଏବଂ ବିଶାଳ ପାହାଡ ଘେରରେ ରହିଛି ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ଯତ୍ନ ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ପାହାଡିଆ, ଜଙ୍ଗଲ ଦୁର୍ଗମ ଅଞ୍ଚଳ ରେ ଆଦିବାସୀ ମାନେ ବିଚ୍ଛାଡିତ ଭାବରେ ବସବାସ କରୁଥିବାରୁ ସ୍ୱାସ୍ଥ୍ୟ ସୁବିଧା ରୋଗୀଙ୍କୁ ବିଶେଷ କରି ଗର୍ଭବତୀ ଏବଂ ନବଜାତକକୁ ଯୋଗାଇବା ଜିଲ୍ଲା ପ୍ରଶାସନ ପାଇଁ ଏକ ଆହ୍ଵାନ । ଅଧିକାଂଶ ପ୍ରସାବ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଧାଈଙ୍କ ଦ୍ଵାରା କରାଯାଏ, ବହୁତ ଅଳ୍ପ ମହିଳା ସ୍ଥାନୀୟ ଡାକ୍ତରଖାନାକୁ ପ୍ରସବ ପାଇଁ ଯାଇଥାନ୍ତି । ଜିଲ୍ଲାରେ ୯୧୪  ଗାଁ ଏପରି ଅଛି ଯେଉଁଠି ଯାତାୟାତ ସୁବିଧା ଅନେକ କଷ୍ଟସାଧ୍ୟ । ୯୧୪ ଗାଁ ପାଇଁ ୧୦୨ ଆମ୍ବୁଲାନ୍ସ ସେବା ଯୋଗାଇବା କଷ୍ଟସାଧ୍ୟ । ସେଥି ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ‘ଡେଲିଭରି ଭ୍ୟାନ’ ଏବଂ ‘ବାଇକ ଆମ୍ବୁଲାନ୍ସ’ ପରି ପଦକ୍ଷେପ ନିଆଯାଇଛି । ଯେଉଁ ଅଞ୍ଚଳରେ ଘରେ ଅଧିକ ପ୍ରସବ ହେଉଛି ସେସବୁ ଯାଗାରେ ୫ଟି ବାଇକ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି । ହଠାତ ରାସ୍ତା କଡରେ, ଗଛ ମୂଳରେ ବେଳେବେଳେ ପ୍ରସବ ହୋଇଯାଏ ଏହାକୁ ରୋକିବାକୁ ଫିରିଙ୍ଗିଆ ବ୍ଲକରେ ଏକ ଡେଲିଭରି ଭ୍ୟାନ ର ସୁବିଧା କରାଯାଇଛି । ଯେଉଁଥିରେ ସମସ୍ତ ପ୍ରକାର ସୁବିଧା ସହ ଯନ୍ତ୍ରପାତି, ପାଣିର ସୁବିଧା, ପ୍ରସବ ଟେବୁଲ, ୨ ଜଣ ଏସଏବି ତାଲିମ ପ୍ରାପ୍ତ ନର୍ସ, ଆଟେଣ୍ଡାଟ, ଔଷଧ ଇତ୍ୟାଦି ରହିଛି । ଜରୁରୀ କାଳିନ  ପରିସ୍ଥିତିରେ ଏହି ଭ୍ୟାନରେ ପ୍ରସବ କରାଯାଇ ମା ଓ ଶିଶୁର ଜୀବନ ରକ୍ଷା କରାଯାଇ ପାରୁଛି।

ଫିରିଙ୍ଗିଆ ବ୍ଲକର ପଲେଣ୍ଡି ଗାଁର ତେଲପଲି ସବସେଣ୍ଟରରେ ଜଣେ ଗର୍ଭବତୀ ମହିଳା ପ୍ରତିମା ବିନ୍ଧାଣୀଙ୍କର ପ୍ରସବ ବେଦନା ୨୮/୧୨/୨୦୧୮ରେ ରାତିବିଂଶରେ ଆରମ୍ଭ ହେଲା । ସେତେବେଳେ ୧୦୨ କିମ୍ବା ୧୦୮ ଆମ୍ବୁଲାନ୍ସ  ମିଳିଲା ନାହିଁ । ୮- ୪୩ପିଏମ ରେ ଫିରିଂଙ୍ଗିଆ CHCରୁ ଡେଲିଭରି ଭ୍ୟାନ ପଲେଡରେ ୯.୪୫ରେ ପହଞ୍ଚିଲା । ୧୦.୧୫  ମଧ୍ୟରେ ଗର୍ଭବତୀ ମା କୁ ଫିରିଙ୍ଗିଆ CHCରେ ପହଞ୍ଚାଇଲା । ସେଠି ମହିଳା ଜଣକ ୧୦.୩୫ରେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଲେ । ଶିଶୁର APGARର ସ୍କୋର ୭ ଥିଲା । APGAR (Appearance, Pulse, Grimace, Activity, and Respiration) ସ୍କୋର ପ୍ରସବର ୫ ମିନିଟ ପରେ ୧୦ ହୋଇଯାଇଥିଲା ।

ଡେଲିଭରି ଭ୍ୟାନ ଏବଂ ବାଇକ ଆମ୍ବୁଲାନ୍ସ ଆରମ୍ଭ ହେବା ପରେ ଆଦିବାସୀ ମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବୃଦ୍ଧି ପାଇଛି, ଆନୁଷ୍ଠାନିକ ପ୍ରସବ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଛି । ଏହାଦ୍ଵାରା ସାରା ଓଡିଶାରେ ଆନୁଷ୍ଠାନିକ ପ୍ରସବରେ କନ୍ଧମାଳ ଜିଲ୍ଲା ପ୍ରଥମ ରହିଛି ।

କରୋନା ଭୂତାଣୁର ସଂକ୍ରମଣରେ ବିଶ୍ଵର ଅଧିକାଂଶ ଦେଶ ସଂକ୍ରମିତ ହୋଇସାରିଛନ୍ତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସଂକ୍ରମଣକୁ ଏକ ଜରୁରୀକାଳୀନ ଜନସ୍ଵାସ୍ଥ୍ୟ ସମସ୍ୟା ଭାବରେ ଘୋଷଣା କରିଛନ୍ତି । ଏଥିପାଇଁ ସଚେତନତା ତଥା ପ୍ରତିଷେଧକ ଉପାୟ ଆପଣେଇବା ହିଁ ଏକନ୍ତ ଜରୁରୀ । କାର୍ଯ୍ୟସ୍ଥଳୀରେ ଏକାଧିକ ବ୍ୟକ୍ତି କାମ କରୁଥିବା ବେଳେ ଏହି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଏହାର ପ୍ରତିରୋଧ ପାଇଁ ପ୍ରତ୍ୟେକ କାର୍ଯ୍ୟସ୍ଥଳୀରେ ପ୍ରତିଷେଧକ ଉପାୟ ଅବଲମ୍ବନର ବିଶେଷ ଆବଶ୍ୟକତା ଅଛି ।

ଆଧିକ ଜାଣିବା ପାଇଁ କ୍ଲିକ କରନ୍ତୁ ।

କରୋନା ସଂକ୍ରମଣ ସମ୍ବନ୍ଧରେ  ଜନସଚେତନତା କାର୍ଯ୍ୟକ୍ରମ ଏବଂ ବାହାରୁ ଆସିଥିବା ବ୍ୟକ୍ତିର ଚିହ୍ନଟ କରି ସେହି ଗୃହ ଗୁଡିକୁ ଷ୍ଟିକରିଙ୍କ କରାଯାଇଛି ।

ଶିକ୍ଷା

କନ୍ଧମାଳ ଜିଲ୍ଲା ଅଙ୍ଗନବାଡି କେନ୍ଦ୍ରକୁ ଶିଶୁମାନେ କିଭଳି ନିୟମିତ ଆସିବାକୁ ଆଗ୍ରହ ହେବେ ସେଥିପାଇଁ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଦର୍ଶ କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଫୁଲବାଣୀ ବ୍ଳକ୍ ର କାଣିବାଲି ଅଙ୍ଗନବାଡ଼ି କେନ୍ଦ୍ରକୁ ପ୍ରଥମେ ଆଦର୍ଶ ଅଙ୍ଗନବାଡ଼ିରେ ପରିଣତ କରାଯାଇଛି ।

ଏହି ଅଙ୍ଗନବାଡ଼ି କେନ୍ଦ୍ରର ଭିତର ଓ ବାହାର କାନ୍ଥ, ଛାତର ଭିତର ଅଂଶରେ ବିଭିନ୍ନ ପଶୁ, ପକ୍ଷୀ, ଫୁଲ, ଫଳ, ଆକାଶ, ସୂର୍ଯ୍ୟ, ଚନ୍ଦ୍ର, ଇନ୍ଦ୍ରଧନୁ ଆଦି ଶିକ୍ଷଣୀୟ ବିଷୟବସ୍ତୁର ଚିତ୍ର କରାଯାଇଛି । ଏହାସହ ଅଙ୍ଗନବାଡ଼ି ପାଠ୍ୟ ପୁସ୍ତକରେ ଥିବା ବିଭିନ୍ନ ଗୀତ ଓ ଗଳ୍ପକୁ ଚିତ୍ରିତ କରାଯାଇଛି । ସେହିପରି କେନ୍ଦ୍ରର ବାରଣ୍ଡାରେ ଅକ୍ଷର, ଅଙ୍କ ଶିଖିବାକୁ  ମଧ୍ୟ ଚିତ୍ର କରାଯାଇଛି । ଯାହାକୁ ପିଲାମାନେ ଖେଳ ମାଧ୍ୟମରେ ଶିଶୁଛନ୍ତି । ଏହାଦ୍ୱାରା ସେମାନଙ୍କର ଶିକ୍ଷା ସହ ଶାରୀରିକ ବ୍ୟାୟମ ହେଉଛି । କେନ୍ଦ୍ର ପରିସରରେ ପିଲାଙ୍କୁ ଖେଳିବା ପାଇଁ ଦୋଳି ଏବଂ ଶିଡ଼ି-ଖସିବା ଯନ୍ତ୍ର ମଧ୍ୟ ବ୍ୟବସ୍ଥା କରାଯାଇଛି । ପିଲାଙ୍କୁ ବସିବା ପାଇଁ ଛୋଟ ଛୋଟ ଚୌକି ଡେସ୍କରେ ସେମାନଙ୍କ ବ୍ୟାଗ୍ ରଖିବା ବ୍ୟବସ୍ଥା ରହିଛି । ଫଳରେ ଶିଶୁମାନେ ଆଉ ଘରକୁ ବ୍ୟାଗ୍ ନେବା ଆଣିବା କରିବାକୁ ପଡ଼ିବ ନାହିଁ । ଅଙ୍ଗନବାଡ଼ି ଦିଦିଙ୍କୁ ମଧ୍ୟ ଅଙ୍ଗଭଙ୍ଗି ମାଧ୍ୟମରେ ଶିକ୍ଷାଦାନ ପ୍ରଦାନ କରିବାର ତାଲିମ ଦିଆଯାଇଛି । ଏହାଦ୍ଵାରା ଶିଶୁମାନେ ଆରାମରେ କେନ୍ଦ୍ରକୁ ଆସିବେ ଏବଂ ଚିତ୍ର ଓ ନାଚଗୀତ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବେ।

କେନ୍ଦ୍ରକୁ ରୋଷେଇ ପାଇଁ ଗ୍ୟାସ୍ ଯୋଗାଇ ଦିଆଯାଇଛି । ରୋଷେଇ ବେଳେ ଆଉ ଧୁଆଁ ହେବ ନାହିଁ କି ବର୍ଷା ଦିନରେ ରୋଷେଇ ଚିନ୍ତା ରହିବ ନାହିଁ । ଏଥି ସହ ଏନ୍ଆର୍ ଜିଏସ୍ ଯୋଜନା ମାଧ୍ୟମରେ କେନ୍ଦ୍ର ପରିସରରେ ଅମୃତଭଣ୍ଡା, ଲେମ୍ବୁ ସହ ପନିପରିବା ଲଗାଇ ଶିଶୁଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିବାର ଯୋଜନା ମଧ୍ୟ କରାଯାଇଛି । କିଛି ଭଲ ପିଲାଙ୍କ ଗଳ୍ପ ଓ ଗୀତ ମଧ୍ୟ ଭିଡ଼ି ଓ କରାଯାଇ ପିଲାଙ୍କୁ ଦେଖାଯାଉଛି । ଏହି ସମସ୍ତ ବ୍ୟବସ୍ଥା ପରେ କେନ୍ଦ୍ର କୁ ନିୟମିତ ପିଲା ଆସୁଥିବା ଦେଖିବାକୁ ମିଳୁଛି । ଏହି କେନ୍ଦ୍ରର ସଫଳତା ପରେ  ଜିଲ୍ଲାପାଳ ଏବେ ଜିଲ୍ଲାର ଅନ୍ୟ ସମସ୍ତ କେନ୍ଦ୍ରକୁ ଆଦର୍ଶ କେନ୍ଦ୍ର ଭାବେ ପରିଣତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ତେବେ ପ୍ରତ୍ୟକ ବ୍ଲକରୁ ପ୍ରଥମ ପର୍ଯ୍ୟାୟରେ ୫୦ଟି ଲେଖାଏଁ ଏପରି ଜିଲ୍ଲାରେ ୬ ଶହ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଦର୍ଶ କେନ୍ଦ୍ରରେ ପରିଣତ କରିବାକୁ ନିର୍ଦ୍ଦଶେ ଦେଇଛନ୍ତି ଜିଲ୍ଲାପାଳ । ଏହି କ୍ରମରେ ଫୁଲବାଣୀ ବ୍ଳକ୍‌ର ୩୫, ଫୁଲବାଣୀ ପୌରପାଳିକାର ୧୫ ଏପରି ୫୦ଟି କେନ୍ଦ୍ରକୁ ଆଦର୍ଶ କେନ୍ଦ୍ରରେ ପରିଣତି ପାଇଁ ଲକ୍ଷ ରଖାଯାଇଥିବା ଫୁଲବାଣୀ ବିଡିଓ ସୁବ୍ରତ କୁମାର ଜେନା ବ୍ୟବସ୍ଥା କରାଯିବା ସହ ଡେସ୍କରେ ପ୍ରକାଶ କରିଛନ୍ତି । ସେ ମଧ୍ୟରୁ ୧୦ କେନ୍ଦ୍ରକୁ ଆଦର୍ଶକେନ୍ଦ୍ରରେ ପରିଣତ କରାଯାଇ ସରିଛି ଓ ଆସନ୍ତା ମାର୍ଚ୍ଚ ସୁଦ୍ଧା ଅନ୍ୟ ସମସ୍ତ କେନ୍ଦ୍ରର କାମ ସରିବ ।

କଲେକ୍ଟରେଟ୍

କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ବନ୍ଧରେ

୧ ଜାନୁୟାରୀ ୧୯୯୪ମସିହାରେ ଓଡିଶାର ପୂର୍ବତନ ଫୁଲବାଣୀ ଜିଲ୍ଲା; କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଭାବେ ବିଭକ୍ତ ହୋଇ କନ୍ଧମାଳ ରାଜସ୍ୱଜିଲ୍ଲା ଅସ୍ଥିତ୍ଵକୁ ଆସିଥିଲା ।   ଏହି ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଫୁଲବାଣୀ ସହରରେ ଅବସ୍ଥିତ ।  ଜିଲ୍ଲାରେ ୧୨ଟି ତହସିଲ, ୧୨ଟି ବ୍ଳକ, ୧୮ଟି ଥାନା,୧୭୧ଗୋଟି ଗ୍ରାମପଞ୍ଚାୟତ ଏବଂ ୨୫୧୫ଗୋଟି ଗ୍ରାମ, ୨ଟି ନଗର ପଞ୍ଚାୟତ ଓ ୧ଟି ପୌରପରିଷଦ ରହିଅଛି । ବୌଦ୍ଧ ଜିଲ୍ଲା ଦକ୍ଷିଣ ରାଜସ୍ୱ ଆୟୋଗଙ୍କ ଅଧୀନରେ ଅଛି ।

ନିମ୍ନଲିଖିତ କାର୍ଯ୍ୟାଳୟ ଗୁଡିକ ଉଭୟ ନିୟାମକ ଓ ବିକାଶାତ୍ମକ ପ୍ରଶାସନ ଦ୍ଵାରା ନିୟନ୍ତ୍ରିତ ।

ରାଜସ୍ଵ ନିୟାମକ ପ୍ରଶାସନ ଦ୍ଵାରା ନିୟନ୍ତ୍ରିତ କାର୍ଯ୍ୟାଳୟ

  • ସଂସ୍ଥା ଉପବିଭାଗ
  • ରାଜସ୍ୱ ଉପବିଭାଗ
  • ଜିଲ୍ଲା ଉନ୍ନୟନ ଉପବିଭାଗ
  • ନିଜାରତ ଉପବିଭାଗ
  • ଭୂ ଅଧିଗ୍ରହଣ ଉପବିଭାଗ
  • ଜିଲ୍ଲା ଗ୍ରନ୍ଥାଗାର
  • ସାଧାରଣ ବିବିଧ ବିଭାଗ
  • କାର୍ଯ୍ୟାଳୟ ଅଧିକ୍ଷକ
  • ଅଧିକ୍ଷକ, ଭୂ-ଅଭିଲେଖ
  • ଜିଲ୍ଲା ଋଣ ଓ ତଉଜି ଉପବିଭାଗ
  • ଜିଲ୍ଲା ଜରୁରୀ ଉପବିଭାଗ

ବିକାଶାତ୍ମକ ପ୍ରଶାସନ ଅଧିନସ୍ଥ କାର୍ଯ୍ୟାଳୟ

  • ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ
  • ଜିଲ୍ଲା କୋଷାଗାର
  • ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ
  • ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ
  • ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ
  • ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ
  • ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ
  • ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ
  • ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ
  • ଜିଲ୍ଲା ସ୍ଵଳ୍ପ ସଞ୍ଚୟ କାର୍ଯ୍ୟାଳୟ
  • ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ କାର୍ଯ୍ୟାଳୟ
  • ସର୍ବଶିକ୍ଷା ଅଭିଯାନ

ନିମ୍ନଲିଖିତ କାର୍ଯ୍ୟାଳୟ ଜିଲ୍ଲା ନ୍ୟାୟାଳୟ ଭବନ ମଧ୍ୟରେ କାର୍ଯ୍ୟ କରେ। ଗ୍ରାମ ଓ ପଞ୍ଚାୟତ

ଗ୍ରାମ:

କନ୍ଧମାଳ ଜିଲ୍ଲା ୨୫୧୫ ଗ୍ରାମାଞ୍ଚଳକୁ ନେଇ ଗଠିତ ଓ ତାହା ୧୭୧ ଟି ଗ୍ରାମପଞ୍ଚାୟତ ଦ୍ଵାରା ପ୍ରଶାସିତ। ଏହାଛଡା ଅଠାରେ

  • ନଗର ପରିଷଦ
  • ଅଧିସୂଚିତ କ୍ଷେତ୍ର ପରିଷଦ
  • ବିଧାନସଭା ନିର୍ବାଚନ କ୍ଷେତ୍ର  ରହିଅଛି।

ଜିଲ୍ଲା ପରିଷଦ:

କନ୍ଧମାଳ ଜିଲ୍ଲା ପରିଷଦ ତିନି ସ୍ତରୀୟ ପଞ୍ଚାୟତିରାଜ ସଂଗଠନ ର ଶୀର୍ଷସଂସ୍ଥା ଅଟେ ।ଏହା  ଜିଲ୍ଲାସ୍ତରରେ କାର୍ଯ୍ୟକରେ ଓ ଜିଲ୍ଲାପରିଷଦ ପ୍ରେସିଡେନ୍ଟ ଆହାର ମୁଖ୍ୟ ଅଟନ୍ତି । ଜିଲ୍ଲାପରିଷଦ ଅଧୀନରେ ୧୬ଟି କାଉନ୍ସିଲ ରହିଅଛି ଓ ଏହା ନିର୍ବାଚିତ ସଦସ୍ୟଙ୍କ ଦ୍ଵାରା ପ୍ରତିନିଧିତ୍ଵ କରାଯାଏ।

ପଞ୍ଚାୟତ ସମିତି:

ଏହା ମଧ୍ୟବର୍ତ୍ତୀ ସ୍ତରର ପଞ୍ଚାୟତିରାଜ ବ୍ୟବସ୍ଥା ଅଟେ । ଜିଲ୍ଲାରେ ୧୨ ଟି ପଞ୍ଚାୟତ ସମିତି ଅଛି ଓ ଏହା ବ୍ଲକ ମୁଖ୍ୟାଳୟ ଠାରୁ ପରିଚାଳିତ ହୁଏ । ପ୍ରତ୍ୟେକ ପଞ୍ଚାୟତ ସମିତିରେ କେତେଗୁଡିଏ ସମିତି ସଦସ୍ୟ ଅଛନ୍ତି  ଓ ସେମାନେ ବିଭିନ୍ନ ଗ୍ରାମପଞ୍ଚାୟତ ଏବଂ ଗ୍ରାମର ନିର୍ବାଚିତ ପ୍ରତିନିଧି ଅଟନ୍ତି ।

ଗ୍ରାମ ପଞ୍ଚାୟତ:

ଜିଲ୍ଲା ରେ ୧୭୧ଟି ଗ୍ରାମପଞ୍ଚାୟତ ରହିଅଛି । ସରପଞ୍ଚ ପ୍ରତ୍ୟେକ ଗ୍ରାମପଞ୍ଚାୟତର ନିର୍ବାଚିତ ମୁଖ୍ୟ ଅଟନ୍ତି । ଗ୍ରାମପଞ୍ଚାୟତ କାର୍ଯ୍ୟନିରବାହୀ ଅଧିକାରୀ ପ୍ରତ୍ୟେକ ପଞ୍ଚାୟତର ନୋଡାଲ ଅଫିସର ଅଟନ୍ତି, ସେ ଗ୍ରାମପଞ୍ଚାୟତର ବିଭିନ୍ନ ଜନକଲ୍ୟାନକାରୀ କାର୍ଯ୍ୟକ୍ରମ ଓ ବିକାଶ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାନ୍ତି।

ନ୍ୟାୟାଳୟ

ଅବସ୍ଥିତି: ଏହା ଫୁଲବାଣୀ ସହରର ମୁଖ୍ୟ ସଡକରେ ସ୍ଥିତ ଆରଖି ଅଧିକ୍ଷକ କାର୍ଯ୍ୟାଳୟ ଓ କରୋନେଶନ ପଡିଆ ନିକଟରେ ଅବସ୍ଥିତ । ବସଷ୍ଟାଣ୍ଡ ଠାରୁ କୋର୍ଟର ଦୂରତା ପାଖାପାଖି ୧ କି.ମି. ଅଟେ । ସୁପେରିୟର କୋର୍ଟ ଭବନ, କୋର୍ଟ ବିଲ୍ଡିଂ ନିକଟରେ ଅବସ୍ଥିତ ।

ପର୍ଯ୍ୟଟନ ସ୍ଥଳୀ

ବେଲଘର

ବେଲଘର ସମୁଦ୍ର ପତନଠାରୁ ପ୍ରାୟ ୨୫୫୫ ଫୁଟ ଉଚତାରେ ଅବସ୍ଥିତ । ବେଲଘର ପ୍ରାକୃତିକ ଦୃଶ୍ୟରାଜି ଓ ବନ୍ୟଜନ୍ତୁ ସମ୍ପଦ(ହାତୀ ଆଦି ବନ୍ୟାପ୍ରାଣୀ)ରେ ପରିପୂର୍ଣ୍ଣ । ଏଠାରେ କୁଟି-କନ୍ଧ ଜନଜାତିର ଲୋକେ ବସବାସ କରନ୍ତି ଏବଂ ସେମାନେ ଖୁବ ବନ୍ଧୁତାପୂର୍ଣ୍ଣ ଓ ଅତିଥିପରାୟଣ ଅଟନ୍ତି।

ଦାରିଙ୍ଗବାଡି

ଦାରିଙ୍ଗବାଡି ସମୁଦ୍ର ପତନ ଠାରୁ ୩୦୦୦ ଫୁଟ ଉଚ୍ଛତାରେ ଅବସ୍ଥିତ,ଏହା ଏକ ଆଦର୍ଶ ଗ୍ରୀଷ୍ମକାଳୀନ ରିସର୍ଟ, ଦାରିଙ୍ଗବାଡି “ଓଡିଶାର କାଶ୍ମୀର” ଭାବେ ପରିଚିତ । ଦାରିଙ୍ଗବାଡି ପ୍ରାକୃତିକ ସୁନ୍ଦରତାରେ ପରିପୂର୍ଣ୍ଣ ଏବଂ ଏଠାରେ ପାଇନ ଜଙ୍ଗଲ, କଫି ବଗିଚା, ଶଙ୍କିର୍ଣ୍ଣ ଘାଟି ଆଦି ରହିଅଛି । ଏହା ଓଡିଶା ରାଜ୍ୟର ଏକମତ୍ର ସ୍ଥାନ ଯେଉଁଠାରେ ଶୀତରୁତୁରେ ବରଫପାତ ହୋଇଥାଏ ।

ବରାଳ ଦେବୀ ମନ୍ଦିର

ଏହି ସ୍ଥାନଟି ଠାକୁରାଣୀ ବରାଳ ଦେବୀଙ୍କ ପିଠ ଅଟେ ଓ ସେ ଜଗତ ଉଦ୍ଧାରକର୍ତ୍ତା ଭାବେ ଖୁବ ପ୍ରସିଦ୍ଧ। ଏଠିକାର ଲୋକମାନେ ବିଭିନ୍ନ ପର୍ବପର୍ବାଣି ଓ ବିଶେଷକରି ଦଶହରା ସମୟରେ ଠାକୁରାଣୀଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି।

ପିଲ୍ଲାସାଲୁଙ୍କି ନଦୀବନ୍ଧ ଏକ ଆକର୍ଷଣୀୟ ସ୍ଥାନ ଅଟେ ଏବଂ ପିକ-ନିକ ସ୍ପଟ ଭାବେ ଖୁବ ଜଣାଶୁଣା । ଏହା ବରାଳ ଦେବୀ ମନ୍ଦିର ଠାରୁ ୩ କି.ମି ଦୂରରେ ଅବସ୍ଥିତ ।

ପୁତୁଡି

ପୁତୁଡି ଜଳପ୍ରପାତ ପ୍ରାକୃତିକ ସୌନ୍ଧୟରେ ପରିପୂର୍ଣ୍ଣ ଏବଂ ଅଠାରେ ସାଲୁଙ୍କି ନଦୀ ୬୦ ଫୁଟ ଉଚ୍ଛରୁ ପ୍ରବାହିତ ହୋଇଥାଏ । ଚତୁର୍ଦିଗ ଘାନା ଜଙ୍ଗଲ ଦ୍ଵାରା ଏଛାଦିତ ଓ ଜଳପ୍ରପାତର ଗର୍ଜନ ଶରୀରରେ ରୋମାଞ୍ଚ ସୃଷ୍ଟି କରେ। ପୁତୁଡି, ଫୁଲବାଣୀ ସହର ଠାରୁ ୧୮ କି.ମି. ଦୂରରେ ଅବସ୍ଥିତ ।

ଜଗନ୍ନାଥ ମନ୍ଦିର

ଏହା କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନରେ ଅବସ୍ଥିତ। ଫୁଲବାଣୀ ସହରରୁ ରାଜ୍ୟର ବିଭିନ୍ନ ସ୍ଥାନ ଓ ଜିଲ୍ଲାର ପର୍ଯ୍ୟଟନସ୍ଥଳ ଗୁଡିକୁ ନିୟମିତ ବସ ସେବା ଉପଲବ୍ଧ । ଯେକେହି, ବସ କିମ୍ବା ଟ୍ୟାକ୍ସି ଦ୍ଵାରା ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଗୁଡିକୁ ସହଜରେ ଯାଇପାରିବେ ।

ନାଗରିକ ସେବା

ସରକାରଙ୍କ ତରଫ ରୁ ମିଳୁଥିବା ନାଗରିକ ସେବା ଗୁଡିକ ବିଷୟରେ ଅଧିକ ଜାଣିବା ପାଇଁ " କ୍ଲିକ" କରନ୍ତୁ ।

ବିଭିନ୍ନ ସରକାରୀ ବିଭାଗ ଜରୁରୀ ନମ୍ବର

ବିଭିନ୍ନ ସରକାରୀକୁ ଯୋଗାଯୋଗ କରିବା ପାଇଁ ଜରୁରୀ ନମ୍ବର ବିଷୟରେ ସୂଚନା ଦିଆଯାଇଛି । ଅଧିକ ଜାଣିବା ପାଇଁ କ୍ଲିକକରନ୍ତୁ ।

ଆଧାର -"କନ୍ଧମାଳ ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା ସରକାର"

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top