অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୋରାପୁଟ ଜିଲ୍ଲା

ଜିଲ୍ଲା ସମ୍ବନ୍ଧରେ

ନିଷ୍କଳଙ୍କ ସତେଜ ସବୁଜ ଉପତ୍ୟକାର ପୃଷ୍ଠଭୂମି ଉପରେ ଅବସ୍ଥିତ କୋରାପୁଟ ଜିଲ୍ଲା ୧୯୩୬ ମସିହା ଏପ୍ରିଲ୍ ୧ ତାରିଖ ଦିନ ଗଠିତ ହେଲା । ଅରଣ୍ୟ, ଜଳପ୍ରପାତ, ଥାକ ଥାକ ସବ୍ଜୀକୃତ ଉପତ୍ୟକା ଏବଂ ଚଳଚଞ୍ଚଳ ଝରଣାରେ ପରିଶୋଭିତ ଏହି ଜିଲ୍ଲା ପ୍ରକୃତି ପ୍ରେମୀ ମଣିଷଙ୍କୁ ଆକୃଷ୍ଟ କରିଥାଏ । କୋରାପୁଟ ଜିଲ୍ଲା ୧୭. ୪ ଡିଗ୍ରୀ ରୁ ୨୦.୭ ଡିଗ୍ରୀ ଉପରେ ଅକ୍ଷରେଖା ମଧ୍ୟରେ ଏବଂ ୮୧.୨୪ ଡିଗ୍ରୀ ରୁ ୮୪.୨ ଡିଗ୍ରୀ ପୁର୍ବ ଦ୍ରାଘିମା ମଧ୍ୟରେ ରହିଛି । ଏହାର ପୁର୍ବ ସୀମାରେ ରାୟଗଡାକୁ, ପଶ୍ଚିମ ସୀମାରେ ଛତିଶଗଡ଼ର ବସ୍ତର ଜିଲ୍ଲାକୁ , ଦକ୍ଷିଣ ସୀମା ମାଲକାନଗିରି ଜିଲ୍ଲାକୁ ସ୍ପର୍ଶ କରିଛି । ଏହି ଜିଲ୍ଲାର ଇତିହାସ ସଂପର୍କରେ ଉଲ୍ଲେଖ କରିବାକୁ ଗଲାବେଳେ ଏହାର ପ୍ରାଚୀନତା ଲମ୍ବିଯାଏ ସୁଦୂର ଖ୍ରୀଷ୍ଟପୂର୍ବ ୩ୟ ଶତକକୁ । ଯେତେବେଳେ ଏହା ଦୁର୍ଦ୍ଧଷ ପରାକ୍ରମଶାଳୀ ଆଟବିକମାନଙ୍କ ଦ୍ଵାରା ଅଦ୍ଧୁଷିତ ଥିଲା । ପରବର୍ତ୍ତୀ କାଳରେ ଏହି ଅଞ୍ଚଳ ସାତବାହକ, ନଳ, ଗଂଗବଂଶୀ ଆଦି ବିଭିନ୍ନ ରାଜବଂଶଦ୍ଵାରା ଏବଂ ଶେଷରେ ସୂର୍ଯ୍ୟବଂଶୀ ରାଜାଙ୍କ ଦ୍ଵାରା ଶାସିତ ହୋଇଥିଲା, ଯେଉଁ ମାନେକି ବ୍ରିଟିଶ ଆଗମନ ପୁର୍ବରୁ କୋରାପୁଟକୁ ମନୋନୀତ କରିଥିଲେ । ପରିଶେଷରେ କୋରାପୁଟ ୧୯୩୬ ମସିହାରେ ଏକ ଜିଲ୍ଲାର ମାନ୍ୟତା ପାଇଥିଲା ।

କୋରାପୁଟ କେବଳ ଗୋଟେ ଜଣାଶୁଣା ପରିଚିତ ଶବ୍ଦ ନୁହେଁ, ବରଂ ଏକ ଅସରନ୍ତି ଅନୁଭବ ଓ ସୀମାହୀନ ସ୍ମୃତିର ଅପାସୋରା, ଛୋଟ ସହର । ପାହାଡ, ଡଙ୍ଗର ଘେରା ସୌନ୍ଦର୍ଯ୍ୟରେ ଭରପୁର କୋରାପୁଟ ତାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ବେଶ୍ ପରିଚିତ ଓ ପ୍ରତିଷ୍ଠିତ । କୋରାପୁଟର ଜଳବାୟୁ ଯେପରି ସ୍ଵାସ୍ଥ୍ୟପ୍ରଦ । ତାର ଭୌଗଳିକ ସ୍ଥିତି,ସେପରି ଆକର୍ଷଣୀୟ । ପବିତ୍ର ଶାବର ଶ୍ରୀକ୍ଷେତ୍ର । କୋରାପୁଟକୁ କେବଳ ସ୍ଵତନ୍ତୁ ମାନ୍ୟତା ଦେଇନାହିଁ, ବରଂ ଏ ମାଟିରେ ବସବାସ କରୁଥୁବା ଆଦିବାସୀ ଭାଇଭଉଣୀଙ୍କୁ ଦେଇଛି। ଅନେକ ସମ୍ମାନ ଓ ମର୍ଯ୍ୟାଦା । ୧୮୭୦ରୁ କୋରାପୁଟରେ ଗ୍ରାମଦେବୀ ଭାବେ ପୂଜା । ପାଇ ଆସୁଥିବା ମା’ ମୁଝୁଲୁର୍ମା ସମସ୍ତଙ୍କ ଉପରେ ରଖୁଛନ୍ତି ଅପାର କରୁଣା । ଏଇ ସେଇ କୋରାପୁଟ ଯାହାର ଏକଟିଣ ଛପର ଘରେ । ଚାକିରି କାଳରେ ରହି ଜ୍ଞାନପୀଠ ପୁରସ୍କାର ପାଇଥୁଲେ ଔପନ୍ୟାସିକ ଗୋପୀନାଥ ମହାନ୍ତି। ଏମାଟି ମଣିଷଙ୍କ ଜୀବନଚର୍ଯ୍ୟାକୁ ନେଇ ରଚନା । କରିଛନ୍ତି ସେ ଅନେକ କାଳଜୟୀ ଉପନ୍ୟାସ । ଇଂରେଜ ଅମଳରୁ । ପ୍ରତିଷ୍ଠା ଲାଭ କରିଥିବା ଏହି ସହର ମନେ ପକାଇଦିଏ । ଜେଇରଏଲସି ଭଳି ପୁରୁଣା ପ୍ରିଣ୍ଟି' ପ୍ରେସଠାରୁ ଆରମ୍ଭ କରି କୋରାପୁଟ କାରାଗାରର କଥା । ୧୯୫୩ରେ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ପାଇଥିବା କୋରାପୁଟ ଗତ ୨୦୧୪ରୁ ପୌର ପରିଷଦର ମାନ୍ୟତା ପାଇ ତାର ବିକାଶଧାରାକୁ ଅବ୍ୟାହତ ରଖୁ ଆସିଛି। କୋରାପୁଟ ସହର ଭିତରେ ବସବାସ କରୁଥିବା ଆଦିବାସୀଙ୍କ ମହୁରି, ଢାମ୍ପ, ତୁଙ୍ଗ ଡୁଙ୍ଗୀର ମଧୁର ସ୍ୱର କେବେ ମନକୁ ଆନ୍ଦୋଳିତ କରେ ତ କେବେ ସେମାନଙ୍କ ପାରମ୍ପରିକ ଲୋକନୃତ୍ୟ ଜେମସା ହୃଦୟରେ ରୋମାଞ୍ଚ ଆଣେ । ଏମାଟିର ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଢିଲା ସଂସ୍କୃତି ପରିଷଦ ପକ୍ଷରୁ ୧୯୯୬ରୁ ପାଳତ ହୋଇଆସୁଛ ଲୋକ ମହୋତ୍ସବ ପରବ । କେବଳ ସେତିକି ନୁହେଁ, ଋତୁସହ ପାଦ ମିଳେଇ ଚାଲୁଥାଏ। କୋରାପୁଟ। ସୁନା ପାଲିଙ୍କିରେ ବସି ଋତୁସବୁ ଯେତେବେଳେ ଓହ୍ଲାର ଆସନ୍ତି କୋରାପୁଟକୁ ସେତେବେଳେ ଆନମନା ହୁଏ। ଏ ସହର । ଏଠି କେବେ ଶୀତ ଆସେ ହଳଦୀ ରଙ୍ଗର ଅଳସୀ ଡଙ୍ଗରରେ । କେବେ ପୁଣି ସକାଳର କୁହୁଡି ଚାଦର ତଳେ ଅନେକ ସମୟ ଧରିନିଦ ଭାଙ୍ଗେ ନାହିଁଅଳସୀ କୋରାପୁଟର । ଆଉ ବର୍ଷା ଆସେ ତ ବର୍ଷାରାଣୀର ପାଉଁଳି ଶବ୍ଦରେ ବିଭୋର ହୁଏ । କୋରାପୁଟ ଗୋଟେ ଏମିତି ସହର ଯାହାର ପ୍ରେମରେ ପଡିଗଲେ, ଆଉ ମୁକୁଳିବାକୁ ଇଚ୍ଛା ହୁଏ ନାହିଁ। ସେଇଥିପାଇଁ କୋରାପୁଟ ପ୍ରକୃତିର ସହର ।

ଭୌଗୋଳିକ ସ୍ଥିତି

କୋରାପୁଟ ସହର ଓଡ଼ିଶାର ପୂର୍ବଘାଟ ପର୍ବତମାଳାର ଅଂଶ ବିଶେଷ ରୂପେ ପରିବ୍ୟାପ୍ତ । କୋରାପୁଟ ଜିଲ୍ଲାର ଆୟତନ ୮୮୦୭ ବର୍ଗ କି.ମି. ଏବଂ ୨୦୧୧ ଜନଗଣନାନୁସାରେ ଏହାର ଜନସଂଖ୍ୟା ୧୩,୭୯,୬୪୭। ଏହି ଜିଲ୍ଲା ଦୁଇଟି ଉପଖଣ୍ଡରେ ବିଭକ୍ତ, ଯଥା : କୋରାପୁଟ ଓ ଜୟପୁର । ୧୪ ଟି ତହସିଲ, ୧୪ ଟି ବ୍ଲକ୍, ତିନିଟି ପୌରପରିଷଦ, ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ, ୨୩ଟି ପୁଲିସ ଥାନା, ୨୦୨୮ଟି ଗ୍ରାମ ଏବଂ ୨୪୦ ଟି ପଞ୍ଚାୟତ ଏହି ଜିଲ୍ଲାରେ କାର୍ଯ୍ୟକାରୀ ହେଉଅଛି ।

କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ୧୨ ଡିଗ୍ରୀ ଓ ସର୍ବୋଚ୍ଚ ୩୮ ଡିଗ୍ରୀ ସେଲସିୟସ୍ ତାପମାତ୍ରା ଅନୁଭୁତ ହୋଇଥାଏ । ଏଠାରେ ମୁଖ୍ୟତଃ ତିନିଟି ଋତୁ ଯଥା ଗ୍ରୀଷ୍ମ, ଶୀତ ଓ ବର୍ଷା ଋତୁ ଅନୁଭୂତ ହୁଏ – ଏପ୍ରିଲରୁ ଜୁନ ମାସ ଗ୍ରୀଷ୍ମ ଋତୁ, ଜୁନ ମାସରୁ ଅକ୍ଟୋବର ଯାଏଁ ବର୍ଷା ଋତୁ ଏବଂ ନଭେମ୍ବର ରୁ ମାର୍ଚ୍ଚ ମାସ ଯାଏ ଶୀତ ଋତୁ ପରିଲକ୍ଷିତ ହୋଇଥାଏ । ଓଡିଶାର ଅନ୍ୟ ଜିଲ୍ଲା ମାନଙ୍କ ତୁଳନାରେ କୋରାପୁଟ ଜିଲ୍ଲାରେ ଶୀତଋତୁ ସମୟ ଦୀର୍ଘ । ଏ ଜିଲ୍ଲାର ହାରାହାରି ବୃଷ୍ଟିପାତ ୧୫୦୫.୮ ମିଲିମିଟର ।

ଐତିହାସିକ ପୃଷ୍ଠଭୂମି

କୋରାପୁଟ ଅଞ୍ଚଳ ବୈଦିକ ଯୁଗରେ ଆରଣ୍ୟକ, ରାମାୟଣ ଯୁଗରେ ଦଣ୍ଡକାରଣ୍ୟ, ମହାଭାରତ ଯୁଗରେ ନିଷାଦ, ଜୈନ ଓ ବୌଦ୍ଧ ଯୁଗରେ ଆଟବିକ, ମୋର୍ଯ୍ୟ ଯୁଗରେ କଳିଙ୍ଗ, ଖାରବେଳଙ୍କ ସମୟରେ ବିଦ୍ୟାଧର, ଗୁପ୍ତ ଯୁଗରେ ମହାକାନ୍ତର, ନଳବଂଶ ଶାସନରେ ନିଷାଦ, ଖୁଣ୍ଡିର ଶୃଙ୍ଗ ମଣ୍ଡଳ ଶାସନ କାଳରେ ମାଠର ରାଜ୍ୟ, ସୋମବଂଶ ଗଙ୍ଗବଂଶ ଓ କାଳୁଚୁର ବଂଶ ରାଜୁତି ସମୟରେ ତ୍ରିକଳିଙ୍ଗ, ଛିନ୍ଦର ନାଗ ସମୟରେ ଚିତ୍ରକୋଟ ରାଜ୍ୟ, ମସ୍ୟାବଶୀ ରାଜାଙ୍କ ସମୟରେ ଉତ୍ରଦେଶ, ଶିଳା ବ୍ୟଶ ରାଜାଙ୍କ ସମୟରେ ନନ୍ଦପୁର, କୁତବଶାହ ମୁସଲମାନ ରାଜତ୍ବ କାଳରେ ଝାଡଖଣ୍ଡ, ଇଷ୍ଟ ଇଣ୍ଡିଆ କମ୍ପାନୀ ସମୟରେ କୋରାପୁଟ ଉତ୍ତର ସରକାର ରୂପେ ପରିଚୟ ଲାଭ କରିଥଲା । ୧୯୩୬ରେ କୋରାପୁଟ ଅଞ୍ଚଳ ଓଡିଶା ପ୍ରଦେଶ ସହ ମିଶିବା ପର୍ଯ୍ୟନ୍ତ ଏହି ବିଶାଳ ଭୂଖଣ୍ଡ ବିଶାଖାପାଟଣା ଓ ମାଡ୍ରାସ ପ୍ରେସିଡେନ୍‌ସି ସହ ସଂଶ୍ଳିଷ୍ଟ ଅଲା । ଜୟପୁର ସମସ୍ଥାନମ ନାମରେ ପରିଚିତ ଜୟପୁର ସାମ୍ରାଜ୍ୟ ପ୍ରଥମତଃ ନନ୍ଦପୁର ନାମରେ ପ୍ରାଚୀନ ଓଡିଶା ପୂର୍ବରୁ ପରିଚିତ ଥିଲା । ୧୮୮୦ ମସିହା ପରେ ହିଁ କୋରାପୁଟ ନାମରେ ପରିଚୟ ସୃଷ୍ଟି ହୋଇଥିଲା ।

ଜନସଂଖ୍ୟା

୨୦୧୧ ମସିହା ଜନଗଣନା ଅନୁଯାୟୀ କୋରାପୁଟ ସହରର ଜନସଂଖ୍ୟା ୪୭ ହଜାର ୨୪ ଜଣ । ସେଥିରୁ ମହିଳାଙ୍କ ସଂଖ୍ୟା ୨୨ ହଜାର ୯୦୫ ଜଣ ଏବଂ ପୁରୁଷଙ୍କ ସଂଖ୍ୟା ୨୪ ହଜାର ୧୧୧ ଜଣ ।

ଯୋଗାଯୋଗ

ରାଜଧାନୀ ଠାରୁ ଦୂରତା

କୋରାପୁଟ ଠାରୁ ଓଡ଼ିଶାର ରାଜଧାନୀ ଭୁବେନେଶ୍ଵର ଦୂରତା ୫୦୦ କିମି ରହିଥିବାବେଳେ ଆନ୍ଧ୍ରର ବିଶାଖାପାଟଣା । ୨୦୨ କିମି, ଛତିଶଗଡର ରାୟପୁର ପ୍ରାୟ ୩୮୦ କିମି ଦୂରରେ ରହିଛି । କୋରାପୁଟରୁ ବସ ଯୋଗେ ଭୁବେନେଶ୍ଵର, ବ୍ରହ୍ମପୁର, କଟକ, ରାୟପୁର, ବିଶାଖାପାଟଣା, କାକିନାଡା ଆଦି ସହରକୁ ଯିବା ଆସିବା ସୁବିଧା ରହିଛି ।

ରେଳ ଷ୍ଟେଶନ

କୋରାପୁଟ ଠାରେ ରହିଥିବା ଷ୍ଟେଶନକୁ ବି ଗ୍ରେଡ୍ ମାନ୍ୟତା ମିଳିଛି । ଏଠାରୁ ଭୁବନେଶ୍ଵର,ରାଉରକେଲା ରାୟପୁର, ବିଶାଖାପାଟଣା, ଟାଟା, କଲିକତା ଆଦି ସହରକୁ ଯିବା ପାଇଁ ଟ୍ରେନ ରହିଛି । କୋରାପୁଟ ଷ୍ଟେସନରେ ଦୈନିକ ୧୨ଟି ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ ଚଳାଚଳ କରୁଛି।

ସହର ରାସ୍ତା ଓ ଜାତୀୟ ରାଜପଥ

ସହରବାସୀ ଗମନାଗମନ ପାଇଁ କୋରାପୁଟ ମ୍ୟୁନିସିପାଲିଟିରେ ମୋଟ ୪o୭.୭୫ କିଲୋମିଟର ରାସ୍ତା ରହିଛି । ସେଥିରୁ ୪୬.୯୦୨ କିମି ସିସି ରାସ୍ତା,୪୯.୪୬୮ କିମି ବିଟି ରାସ୍ତା, ୫୮.୦୫୭ କିମି ମେଟାଲ ରାସ୍ତା, ୧୯୮.୪୭୮ କିମି ମୋରମ ରାସ୍ତା ଏବଂ ୫୪.୮୪୫ କିମି କଚ୍ଚା ରାସ୍ତା ରହିଛି । ୨୧୧ଟି କଲର୍ଭଟ ରହିଛି ।

ଜାତୀୟ ରାଜପଥ

କୋରାପୁଟ ସହର ମଧ୍ୟ ଦେଇ ୨୬ ନଂ ଜାତୀୟ ରାଜପଥ ଯାଇଛି । ଏହା ଛତିଶଗଡର ରାୟପୁରଠାରୁ ଆରମ୍ଭ କରି ଆନ୍ଧ୍ରର ବିଶାଖାପାଟଣା ସହର ପର୍ଯ୍ୟନ୍ତ ଲମ୍ବିଛି । ବର୍ତ୍ତମାନ ରାଞ୍ଚି -ବିଜୟୱାଡା ରାସ୍ତା ନିର୍ମାଣାଧୀନ ଅଛି ।

କୃଷି

ମୁଖ୍ୟତଃ ବନସଂପଦ ଓ କୃଷି ଉପରେ ଆଧାରିତ । ଦୈନନ୍ଦିନ ଜୀବନ ଯାପନ ପାଇଁ କୃଷିଜାତ ଓ ଜଙ୍ଗଲ ଦ୍ରବ୍ୟ ଉପରେ ଜିଲ୍ଲାର ଅଧିବାସୀ ମାନେ ନିର୍ଭର କରନ୍ତି । ବାର୍ଷିକ ପତ୍ରଝଡା ହେଉଥିବା ଉଦ୍ଭିଦରାଜି ଓ ସବୁଜ ଗୁଳ୍ମଲତା ଇତ୍ୟାଦି ହେଉଛି ଏ ଜିଲ୍ଲାର ପ୍ରାକୃତିକ ସମ୍ବଳ । ଚିରସ୍ରୋତା ଝରଣା ଓ କ୍ଷୁଦ୍ର ନଦୀ-ନାଳ, ସାମୁହିକ ବ୍ୟବହୃତ ପ୍ରଚୁର ଭୁତଳ ଜଳରାଶୀ, ପରିବେଶ ପର୍ଯ୍ୟଟନର ପ୍ରୋସ୍ତାହକ ନିମିତ୍ତ ସମ୍ଭାବ୍ୟ ସମ୍ବଳ , ମାଧ୍ୟାହ୍ନ ଭୋଜନ ବିତରଣର ଦାୟିତ୍ଵ ବହନ କରିଥିବା ବିଭିନ୍ନ ମହିଳା ସ୍ଵୟଂସହାୟକ ଦଳ, ସାଧାରଣ ବଣ୍ଟନ ବ୍ୟବସ୍ଥା, ବିଭିନ୍ନ ଗ୍ରାମ୍ୟ ଓ କୁଟୀର ଶିଳ୍ପ ଇତ୍ୟାଦି ହେଉଛି ଜିଲ୍ଲା ଅର୍ଥନୀତିର ମୂଳ ବଳ । କୃଷିହିଁ ଜିଲ୍ଲା ଅର୍ଥବ୍ୟବସ୍ଥାର ପ୍ରଧାନ ଆଶ୍ରା ଅବଲମ୍ବନ, କାରଣ ପାଖାପାଖି ୮୩% ଲୋକ ଏହା ଉପରେ ନିର୍ଭର କରନ୍ତି । ଉଦ୍ୟାନ ଭିତ୍ତିକ କୃଷି ପାଇଁ ଜିଲ୍ଲାର ମୃତ୍ତିକା ଓ ଜଳବାୟୁ ଅତ୍ୟନ୍ତ ଅନୁକୁଳ । କଫି, କାଜୁ, କପା, ଧୂଆଁପତ୍ର, ପନିପରିବା ଓ ଫଳ ଚାଷ ପାଇଁ ମାଟି ଓ ଜଳବାୟୁ ର ଉପଯୁକ୍ତତା ଏବଂ ଏସବୁର ଉତ୍ପାଦନ ହିଁ ଜିଲ୍ଲା ଅର୍ଥବ୍ୟବସ୍ଥାର ମୁଳ ଶକ୍ତି । ଜିଲ୍ଲାର ବାର୍ଷିକ ସାଧାରଣ ଖାଦ୍ୟଶସ୍ୟ ହେଉଛି ଧାନ, ମାଣ୍ଡିଆ, ବାଜରା, ମକା ଓ ଡାଲିଜାତୀୟ ଶସ୍ୟ ।

ଶିକ୍ଷା

ଶିକ୍ଷା ଦୃଷ୍ଟିରୁ ବିବେଚନା କଲେ ଜିଲ୍ଲା ର ସାକ୍ଷରତା ହାର ହେଉଛି ୪୯.୨୧% । ଜିଲ୍ଲାର ମୋଟ ସାକ୍ଷର ପୁରୁଷଙ୍କ ସଂଖ୍ୟା ୩,୪୦,୮୪୩ ଏବଂ ସାକ୍ଷର ମହିଳାଙ୍କ ସଂଖ୍ୟା ୨,୨୭,୨୪୭ । ଜିଲ୍ଲାର ବହୁ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି , ଯଥା :- ଜୟପୁର ଆଇନ୍ ମହାବିଦ୍ୟାଳୟ, ସୀତମ୍ , ଡି.ଏ.ଭି ଶିକ୍ଷକ-ଶିକ୍ଷା ମହାବିଦ୍ୟାଳୟ, ଶ୍ରୀ ଅରବିନ୍ଦ ପୂର୍ଣାଗଂ ଶିକ୍ଷାକେନ୍ଦ୍ର, ସିଦ୍ଧାର୍ଥ ଯାନ୍ତ୍ରିକ ମହାବିଦ୍ୟାଳୟ ଇତ୍ୟାଦି ।

ସ୍ୱାସ୍ଥ୍ୟ

କରୋନା ଭୂତାଣୁର ସଂକ୍ରମଣରେ ବିଶ୍ଵର ଅଧିକାଂଶ ଦେଶ ସଂକ୍ରମିତ ହୋଇସାରିଛନ୍ତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସଂକ୍ରମଣକୁ ଏକ ଜରୁରୀକାଳୀନ ଜନସ୍ଵାସ୍ଥ୍ୟ ସମସ୍ୟା ଭାବରେ ଘୋଷଣା କରିଛନ୍ତି । ଏଥିପାଇଁ ସଚେତନତା ତଥା ପ୍ରତିଷେଧକ ଉପାୟ ଆପଣେଇବା ହିଁ ଏକନ୍ତ ଜରୁରୀ । କାର୍ଯ୍ୟସ୍ଥଳୀରେ ଏକାଧିକ ବ୍ୟକ୍ତି କାମ କରୁଥିବା ବେଳେ ଏହି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଏହାର ପ୍ରତିରୋଧ ପାଇଁ ପ୍ରତ୍ୟେକ କାର୍ଯ୍ୟସ୍ଥଳୀରେ ପ୍ରତିଷେଧକ ଉପାୟ ଅବଲମ୍ବନର ବିଶେଷ ଆବଶ୍ୟକତା ଅଛି ।

ଆଧିକ ଜାଣିବା ପାଇଁ କ୍ଲିକ କରନ୍ତୁ ।

ବିଭିନ୍ନ ସରକାରୀ ବିଭାଗ ଜରୁରୀ ନମ୍ବର

ବିଭିନ୍ନ ସରକାରୀକୁ ଯୋଗାଯୋଗ କରିବା ପାଇଁ ଜରୁରୀ ନମ୍ବର ବିଷୟରେ ସୂଚନା ଦିଆଯାଇଛି । ଅଧିକ ଜାଣିବା ପାଇଁ କ୍ଲିକକ୍ଲିକ କରନ୍ତୁ ।

ପର୍ଯ୍ୟଟନ ସ୍ଥାନ

ବହୁ ଭ୍ରମଣ ଯୋଗ୍ୟ ଏୈତିହାସିକ ସ୍ଥାନ ମଧ୍ୟ ଏ ଜିଲ୍ଲାରେ ରହିଛି । ଯଥା- ଗୁପ୍ତେଶ୍ଵର ଶିୈବ ପୀଠ, ଶାବର ଶ୍ରୀକ୍ଷେତ୍ର, ଆଦିବାସୀ ସଂଗ୍ରହାଳୟ, ଜୟପୁର, ଡୁଡୁମା ଜଳପ୍ରପାତ , କୋଲାବ ଡ୍ୟାମ, ଦାମନଯୋଡି, ଜୈନପୀଠ, ମାଳିଗୁଡା ରେଳ ସୁଡଙ୍ଗ ଇତ୍ୟାଦି । ଏସବୁ ସ୍ଥାନ ବର୍ଷସାରା ପର୍ଯ୍ୟଟକ ମାନଙ୍କ ଭିଡ ଲାଗିଥାଏ ।

ପର୍ବପର୍ବାଣି ପାଳନ

ଏ ଜିଲ୍ଲାର ଅଧିବାସୀ ମାନେ ପ୍ରବଳ ଆନନ୍ଦ ଉଲ୍ଲାସରେ ବହୁ ପର୍ବପର୍ବାଣି ପାଳନ କରିଥାନ୍ତି । ସେସବୁ ମଧ୍ୟରେ ରହିଛି ଚଇତ ପରବ, ବାଲିଯାତ୍ରା, ଦଶହରା, ଶିବରାତ୍ରି, ହୋଲି, ରଥଯାତ୍ରା । ତେବେ ମୁଖ୍ୟ ମହୋତ୍ସବ ହେଉଛି ନୃତ୍ୟ ଓ ସଂଗୀତ ଭିତ୍ତିକ ମହୋତ୍ସବ ‘ପରବ’, ଯାହାକି ପ୍ରତ୍ୟେକ ବର୍ଷ ପାଳନ କରାଯାଏ।

ପର୍ଯ୍ୟଟନ ସ୍ଥଳୀ

କୋରାପୁଟରେ ଶାବର ଶ୍ରୀକ୍ଷେତ୍ର, ଗୁପ୍ତେଶ୍ଵର ( ୮୪ କି.ମି), କୋଲାବ ଜଳଭଣ୍ଡାର ( ୩ କି.ମି), କୋଲାବ ଡ୍ୟାମ ( ୧୬ କି.ମି.), ନନ୍ଦପୁରର ବତ୍ରିଶ ସିଂହାସନ ଓ ରାଣୀ ଡୁଡୁମା, ଡୁଡୁମା ଜଳପ୍ରପାତ, ଡୁମୁରିପୁଟ ୪୨ ଫୁଟ ଓ ଦାମନଯୋଡିରେ ୧୦୯ ଫୁଟର ହନୁମାନ ମୂର୍ତ୍ତି ସୁବାଇ ଜୈନ କୀର୍ତ୍ତିରାଜି, ଦେଓମାଳୀ ଆଦି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ରହିଛି। ଏସବୁ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥାଏ ।

ଠିକଣା

ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ,
ପୂର୍ବତନ ଜିଲ୍ଲା ପାଠାଗାର, (ଅରବିନ୍ଦ ବିଦ୍ୟାଳୟ ନିକଟରେ),
ପୋଷ୍ଟ/ ଜିଲ୍ଲା – କୋରାପୁଟ – ୭୬୪୦୨୦,
ଦୁରଭାଷ – (୦୬୮୫୨) ୨୫୦୩୧୮

କୋରାପୁଟ ଜିଲାର ଗୁପ୍ତେଶ୍ଵର ଶୈବପୀଠ

ମହାଦେବ ଶଙ୍କରଙ୍କର ଭାରତ ବର୍ଷରେ ଥିବା ଅନେକ ଶୈବପୀଠ ମଧ୍ୟରେ କୋରାପୁଟ ଜିଲାର ଗୁପ୍ତେଶ୍ୱର ପୀଠ ଅନ୍ୟତମ । ଶାବେରୀ ନଦୀ ତଟରେ ଏକ ଗୁମ୍ଫାରେ ଥିବା ଏହି ଶୈବପୀଠକୁ କୋରାପୁଟରୁ ଜୟପୁର-ବୈପାରିଗୁଡା ଦେଇ ୮୨ କି.ମି.ପଡେ ପ୍ରଭୁଙ୍କ ପୀଠ ।

ଏହି କ୍ଷେତ୍ର ଛତିଶଗଡରେ ଗୁପ୍ତ କେଦାର ନାମରେ ପରିଚିତ । ଅନୁସାରେ ୧୬୬୫ରେ ମହାରାଜା ବୀର ବିକ୍ରମ ଦେବ ଥାନ୍ତି ଜୟପୁରର ଶାସକ । ଶାସନ ସୁପରିଚାଳନା ଲାଗି ରାମଗିରି ଅଞ୍ଚଳର ପଦ୍ମପାତ୍ର ନାମକ ବ୍ୟକ୍ତି ମହାରାଜାଙ୍କ ଦ୍ଵାରା ନିଯୁକ୍ତି ପାଇଥାନ୍ତି । ସେ ଦିନେ ହରିଣ ଶିକାର ପାଇଁ ଯାଇ ଏକ ହରିଣକୁ ଶରବିଦ୍ଧ କରିଥିଲେ । ସେହି ହରିଣକୁ ଖୋଜିବା ସମୟରେ ଗୁପ୍ତେଶ୍ଵର ଲିଙ୍ଗର ସନ୍ଧାନ ପାଇଥିଲେ ।

ଶାବର ଶ୍ରୀକ୍ଷେତ୍ର

କୋରାପୁଟ ସହର ଶାବର ଶ୍ରୀକ୍ଷେତ୍ର ମନ୍ଦିର ପାଇଁ ସ୍ଵତନ୍ତ୍ର ପରିଚୟ ରହିଛି । ପୁରୀର ଶ୍ରୀକ୍ଷେତ୍ର ପରି ଏଠାରେ ସମସ୍ତ ରୀତିନୀତିରେ ତିନିଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଏ । ପାହାଡ ଉପରେ ନିର୍ମାଣ ହୋଇଥିବା ଶାବର ଶ୍ରୀକ୍ଷେତ୍ର ଜିଲାର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ରାଜ୍ୟରେ ସୁପରିଚିତ ।

ପ୍ରସିଦ୍ଧ ଉତ୍ସବ

ଶାବର ଶ୍ରୀକ୍ଷେତ୍ର ରଥଯାତ୍ରା, ମାତ୍ୟୁଲୁମାଁ ଯାତ୍ରା, ମା ବାଟମଙ୍ଗଳା ଯାତ୍ରା

ମାଳିଗୁଡା

ଜୟପୁର ଠାରୁ ପୂର୍ବପଟକୁ ୨୧ କିମି ଓ କୋରାପୁଟ ଠାରୁ ୪୩ କିମି ଦୁରରେ ଅବସ୍ଥିତ ମାଳୀଗୁଡା ପ୍ରଶସ୍ତ ରେଳପଥ ସୁଡଙ୍ଗ । ବଣଭୋଜି ପାଇଁ ମାଳିଗୁଡା ଏକ ପ୍ରକୃଷ୍ଟ ସ୍ଥାନ ରୁପେ ବିବେଚିତ । ସଡ଼କ ପଥରେ ଜୟପୁର ଠାରୁ ପୂର୍ବପଟକୁ ୨୧ କିମି ଓ କୋରାପୁଟ ଠାରୁ ୪୩ କିମି ଦୁରରେ ଅବସ୍ଥିତ ମାଳୀଗୁଡା ପ୍ରଶସ୍ତ ରେଳପଥ ସୁଡଙ୍ଗ ।

ପରବ, କୋରାପୁଟ

ପ୍ରତିବର୍ଷ ଜିଲ୍ଲା ସସ୍କୃତି ପରିଷଦ ତରଫରୁ ଜିଲ୍ଲା ସଦର ମହକୁମା କୋରାପୁଟଠାରେ ଆୟୋଜିତ ଅଦିବାସୀ ଉତ୍ସବ ପରବ ନାମରେ ପରିଚିତ । ଏହା କୋରାପୁଟ ଜିଲ୍ଲାରେ ପାଳିତ ହେଉଥିଲେ ମଧ୍ୟ ରାଜ୍ୟ ସ୍ତରୀୟ ଉତ୍ସବର ମାନ୍ୟତା ପାଇଛି । ମାସ ବ୍ୟାପି ପାଳିତ ହେଉଥିବା ଏହି ଉତ୍ସବରେ ଖେଳ, ନାଚ, ଗୀତ, ନୌକା ଚାଳନା, ତୀର ଚାଳନା, କବି ସମ୍ମୀଳନି ଆଦି ଅନୁଷ୍ଠିତ ହୋଇଥାଏ । ଜିଲ୍ଲାର ବିଭିନ୍ନ ବ୍ଳକ ତଥା ଦେଶଋ ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ମାନେ ଏହି ଉତ୍ସବରେ ଭାଗ ନେଇଥାନ୍ତି । ଜିଲ୍ଲା ସ୍ତରରେ ମୁଖ୍ୟ ଉତ୍ସବ ୩ ଦିନ ପାଳିତ ହେଉଥିଲେ ମଧ୍ୟ ପଲ୍ଲୀଶ୍ରୀ ମେଳା ୫ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଏହି ଉତ୍ସବକୁ ଉପଭୋଗ କରିବାପାଇଁ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । ରେଳ ଷ୍ଟେସନ ରୁ ୩ କିମି ଦୁରତା ରେ ଅବସ୍ଥିତ । ସଡ଼କ ପଥରେ ବସ ଷ୍ଟାଣ୍ଡ ରୁ ୨ କିମି ଦୁରତା ରେ ଅବସ୍ଥିତ ।

ବାଲଡା ଗୁମ୍ଫା

ବାଲଡା ଗୁମ୍ଫା କୋରାପୁଟ ଠାରୁ ୬୬ କିମି ଦୁରରେ ଅବସ୍ଥିତ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୁର୍ଣ୍ଣ ସ୍ଥାନ । ଏହି ଗୁମ୍ଫାଟି ଯେଉଁ ପାହାଡ ଉଅପରେ ଅବସ୍ଥିତ, ତାହାର ଉପର ଭାଗ ଚଟାଣ ଏତେ ପ୍ରଶସ୍ତ ଯେ ସେଠାରେ ଏକକାଳୀନ ୫ଟି ଫୁଟବଲ୍ ମ୍ୟାଚ୍ ଖେଳାଯାଇପାରିବ । ଏହାର ଅନତି ଦୁରରେ ଥିବା ଜଲାପୁଟ ଜଳଭଣ୍ଡାରର ମନୋରମ ଦୃଶ୍ୟ ବେଶ୍ ଉପଭୋଗ୍ୟ । ଚୈତ୍ର ପର୍ବ ସମୟରେ ସ୍ଥାନୀୟ ଲୋକେ ଏହି ଗୁମ୍ଫାରେ ଡଙ୍ଗରଦେଇ ଦେବୀଙ୍କୁ ପୁଜା କରିଥାନ୍ତି । ପର୍ବତାରୋହି ଓ ପ୍ରକୃତି ପ୍ରେମି ମାନଙ୍କ ପାଇଁ ଏହି ସ୍ଥାନଟି ସର୍ବୋତ୍କୃଷ୍ଟ । ସଡ଼କ ପଥରେ ବାଲଡା ଗୁମ୍ଫା କୋରାପୁଟ ଠାରୁ ୬୬ କିମି ଦୁରରେ ଅବସ୍ଥିତ ।

ରାଜା ଗୁମ୍ଫା ଓ ବାଲ୍ମୀକି ଆଶ୍ରମ

କୋରାପୁଟ ଠାରୁ ୧୦୦ କିମି ଦୁରରେ ଅବସ୍ଥିତ ରାଜା ଗୁମ୍ଫା ଓ ବାଲ୍ମୀକି ଆଶ୍ରମର ଅନ୍ୟନାମ କପଟ ପର୍ବତ ।ଏହା ମାଛକୁଣ୍ଡ ନଦୀ କୁଳରେ ଆନ୍ଧ୍ର ଓଡିଶା ସୀମାନ୍ତରେ ଅବସ୍ଥିତ ଏକ ସୁଦୃଶ୍ୟ ଗୁମ୍ଫା । ବାଲ୍ମୀକିଙ୍କ ପୁର୍ବଜ ଏହି ଆଶ୍ରମରେ ବାସ କରୁଥିବା କଥିତ । ପାହାଡ, ପର୍ବତ, ନଦୀ, ଝରଣାରେ ପରିପୁର୍ଣ୍ଣ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ରୁପେ ଜଣାଶୁଣା ଏହି ସ୍ଥାନଟି ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଅକ୍ଷୟ ତୃତୀୟା ଏହି ସ୍ଥାନର ମୁଖ୍ୟ ପର୍ବ ଭାବରେ ପାଳନ କରାଯାଏ । ସଡ଼କ ପଥରେ କୋରାପୁଟ ଠାରୁ ୧୦୦ କିମି ଦୁରରେ ଅବସ୍ଥିତ ରାଜା ଗୁମ୍ଫା ଓ ବାଲ୍ମୀକି ଆଶ୍ରମର ଅନ୍ୟନାମ କପଟ ପର୍ବତ ।

ଆଦିବାସୀ ସଂଗ୍ରହାଳୟ, କୋରାପୁଟ

ଏହି ସଂଗ୍ରହାଳୟଟି ଜଗନ୍ନାଥ ମନ୍ଦିରର ପଛପାଖରେ ଅବସ୍ଥିତ । ଏଥିରେ ସଂଗୃହିତ ହୋଇ ରହିଛି – ଏ ଅଞ୍ଚଳରେ ମିଳୁଥିବା ନାନାବିଧ ଖଣିଜ ପଥର, ଆଦିବାସୀମାନଙ୍କ ବ୍ୟବହୃତ ଅଳଙ୍କାର, ହାତବୁଣା ବସ୍ତ୍ର, ପାରମ୍ପରିକ ବାଦ୍ୟଯନ୍ତ୍ର, ସେମାନଙ୍କ ଘରକରଣା ଦ୍ରବ୍ୟ, କୃଷି ଉପକରଣ, ଶିକାର ପାଇଁ ବ୍ୟବହୃତ ହତିଆର ଆଦି । ଏଗୁଡିକୁ ଏଠାରେ ସୁନ୍ଦର ଭାବେ ସୂଚନା ଫଳକ ସହ ସଜାଇ ରଖାଯାଇଛି । ଏଥିରୁ ପର୍ଯ୍ୟଟକମାନେ ଏ ଅଞ୍ଚଳର ଆଦିବାସୀମାନଙ୍କ ସଂସ୍କୃତି ସମ୍ପର୍କୀତ ଅନେକ ବିଷୟ ଜାଣିବାର ସୁଯୋଗ ରହିଛି । ସଡ଼କ ପଥରେ କୋରାପୁଟ ବସ୍ ଷ୍ଟାଣ୍ଡ୍ ରୁ ୧ କି.ମି ଦୁରତା ରେ ଅବସ୍ଥିତ ।

ଅନକାଡେଲି

ଡୁଡୁମା ଜଳପ୍ରପାତ ଠାରୁ ୩ କିମି ଦୁରରେ ଅବସ୍ଥିତ ଏକ ଛୋଟ ଗ୍ରାମ । ଏଠାରେ ପ୍ରତି ଗୁରୁବାରଦିନ ହେଉଥିବା ସାପ୍ତାହିକ ହାଟକୁ ଆଦିମ ଜନଜାତି ସମ୍ପ୍ରଦାୟର ବଣ୍ଡା ଆଦିବାସୀମାନେ ଆସିଥାନ୍ତି । ସେମାନେ ନିଜ ଅଞ୍ଚଳର ବନଜାତ ଦ୍ରବ୍ୟ ଓ ସେମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ଅଳଙ୍କାର ଏହି ହାଟରେ ବିକ୍ରୟ କରି ସେମାନଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ କରିଥାନ୍ତି । ଏମାନଙ୍କୁ ଦେଖିବା ପାଇଁ ତଥା ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରି ଓ ସଂଗୃହିତ ବନଜାତ ଦ୍ରବ୍ୟ କ୍ରୟ କରିବା ପାଇଁ ଏହି ହାଟକୁ ବହୁ ଦେଶୀ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି । ସଡ଼କ ପଥରେ ଡୁଡୁମା ଜଳ ପ୍ରପାତ ରୁ ୩ କି.ମି ଦୁରତା ରେ ଏହି ସ୍ଥଳୀ ଅବସ୍ଥିତ । କୋରାପୁଟ ରୁ ୭୦ କି.ମି ଦୁରତା ରେ ଅବସ୍ଥିତ ।

ନନ୍ଦପୁର

ଜୟପୁର ରାଜ୍ୟର ପୁରାତନ ରାଜଧାନୀ ଭାବେ ପରିଚିତ ନନ୍ଦପୁର ବତ୍ରିଶ ସିଂହାସନ ପାଇଁ ବିଖ୍ୟାତ । ଏଠାରେ ୩୨ଟି ପାହାଚ କିମ୍ବଦନ୍ତୀ ମହାରାଜା ବିକ୍ରମାଦିତ୍ୟଙ୍କ ସ୍ମୃତିରେ ସୁରକ୍ଷିତ । ବତ୍ରିଶ ସିଂହାସନକୁ ନେଇ ଅନେକ କାହାଣୀ ଓ କିମ୍ବଦନ୍ତୀ ଏ ଅଞ୍ଚଳରେ ପ୍ରଚଳିତ । ଏତଦ୍ ବ୍ୟତୀତ ଏକ-ପଥର ନିର୍ମିତ ଲାଲ ରଙ୍ଗର ୬ ଫୁଟ ବିଶିଷ୍ଟ ସିଦ୍ଧ ଗଣେଶ ମୁର୍ତ୍ତି, ଭୈରବନାଥ ମନ୍ଦିର ଏବଂ ଆହୁରି ଅନେକ ପ୍ରାଚୀନ କଳାକୃତି ଏଠାରେ ବିଦ୍ୟମାନ । ରାଣୀ ଡୁଡୁମା ଜଳପ୍ରପାତ ଅନ୍ୟ ଏକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ । ନନ୍ଦପୁର କୋରାପୁଟ ଠାରୁ ୪୫ କିମି ।

ସୁବାଇ

ସୁବାଇ ସୁନାବେଡା ଠାରୁ ୧୬ କିମି ଏବଂ କୋରାପୁଟ ଠାରୁ ୩୪ କିମି ଦୁରରେ କୋରାପୁଟ-ନନ୍ଦପୁର ରାସ୍ତା ପାର୍ଶ୍ୱରେ ଥିବା ଏକ ପ୍ରାଚୀନ ଜୈନ ପୀଠ । ଐଠାରେ ଥିବା ଭଗ୍ନ ମନ୍ଦିରରେ ଏବେ ବି ଅନେକ ଜୈନ ତୀର୍ଥଙ୍କର ମାନଙ୍କର କଳା ମୁଗୁନି ପଥରରେ ନିର୍ମିତ ପ୍ରାଚୀନ ମୁର୍ତ୍ତି ରହିଛି ।

ଜୟପୁର

ଇତିହାସ ପ୍ରସିଦ୍ଧ ରାଜ ପରିବାରଙ୍କ ବାସସ୍ଥଳ ଓ ରାଜଧାନୀ ଜୟପୁର ସମଗ୍ର ଅବିଭକ୍ତ କୋରାପୁଟ ଜିଲ୍ଲାର ଏକ ସୁଦୃଶ୍ୟ ନଗର ଓ ବ୍ୟବସାୟ କେନ୍ଦ୍ର | ଏଠାରେ ଅଛି ମହାରାଜାଙ୍କ ଦ୍ୱାରା ନିର୍ମିତ ଗଡ ଓ ରାଜମହଲ | ରାଜପ୍ରାସାଦ ଏକ ସୁଉଚ୍ଚ ପ୍ରାଚୀର ପର୍ବେଷ୍ଟିତ ହୋଇ ଏକ ସୁନ୍ଦର ଫାଟକ ଦ୍ୱାରା ଆବଦ୍ଧ ହୋଇ ରହିଛି | ସହର ପୂର୍ବପାଖରେ ଜଗନ୍ନାଥ ସାଗର ନାମକ ଏକ ବିରାଟ ପୁଷ୍କରିଣୀ ରହିଛି | ଜୟପୁର କୋରାପୁଟ ଠାରୁ ୨୨ କିମି |

କଣ୍ଟାବାଉଁସୁଣୀ ଦାମନଯୋଡି

ଏସିଆ ମହାଦେଶର ବୃହତ୍ ଆଲୁମିନିୟମ୍ କମ୍ପାନୀ ଏଠାରେ ଅବସ୍ଥିତ | ଏହା ଓଡିଶାର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଦେଓମାଳି ନିକଟରେ ଥିବା ପଞ୍ଚପଟମାଳି ପର୍ବତ ଉପତ୍ୟକାରେ ଗଢି ଉଠିଥିବା ଏକ ଶିଳ୍ପାଞ୍ଚଳ । ପଞ୍ଚପଟମାଳି ପର୍ବତରୁ ବକ୍ ସାଇଟ୍ ଉତ୍ତୋଳନ କରି ସେଥିରୁ ଆଲିମିନିୟମ୍ ସଂଗ୍ରହ କରାଯାଏ । ଏଠାରେ ୧୦୮.୯ ଫୁଟ (୩୩.୧ମିଟର) ବିଶିଷ୍ଟ ପୃଥିବୀର ଦ୍ୱିତୀୟ ସର୍ବୋଚ୍ଚ ହନୁମାନ ମୁର୍ତ୍ତି ରହିଛି । ଏହି ଶିଳ୍ପାଞ୍ଚଳଟି କୋରାପୁଟ ଠାରୁ ୩୬ କିମି ଦୁରରେ ଅବସ୍ଥିତ ।

ପର୍ଯ୍ୟଟନ ସ୍ଥଳର ନାମ

ଜିଲ୍ଲା ସଦର ମହକୁମା ଠାରୁ ଦୁରତା (କିମି)

ରାଜ୍ୟ ରାଜଧାନୀ ଠାରୁ ଦୁରତା (କିମି)

ଜିଲ୍ଲା ସଦର ମହକୁମା ସହିତ ସଂଯୋଗ ମାଧ୍ୟମ (ରେଲ/ବସ୍)

ବିଶେଷତ୍ୱ

କୋରାପୁଟ

୫୦୩

ରେଲ୍ /ବସ୍ ସେବା

ଦର୍ଶନୀୟ ସ୍ଥାନ, ଜଗନ୍ନାଥ ମନ୍ଦିର,ମିଗ୍ ଓ ସୁଖୋଇ ବିମାନ ତିଆରି କାରଖାନା

ସୁନାବେଡା

୧୮

୫୨୧

ବସ୍ ସେବା

ଦର୍ଶନୀୟ ସ୍ଥାନ, ଜଗନ୍ନାଥ ମନ୍ଦିର,ମିଗ୍ ଓ ସୁଖୋଇ ବିମାନ ତିଆରି କାରଖାନା

ସୁବାଇ

୩୫

୫୩୮

ବସ୍ ସେବା

ଜୈନ କିର୍ତ୍ତି ଓ ମନ୍ଦିର

ବାଗ୍ରା(କୋଲାବ)

୨୫

୫୨୮

ବସ୍ ସେବା

ଦର୍ଶନୀୟ ସ୍ଥାନ, ଜଳପ୍ରପାତ

ଗୁପ୍ତେଶ୍ୱର

୮୦

୫୮୩

ବସ୍ ସେବା

ଗୁପ୍ତେଶ୍ୱର ପୀଠ, ଗୁମ୍ଫା

ଜଲାପୁଟ

୭୭

୫୮୦

ବସ୍ ସେବା

ଜଳ ଭଣ୍ଡାର ଓ ଦର୍ଶନୀୟ ସ୍ଥାନ

ନନ୍ଦପୁର

୪୫

୫୪୮

ବସ୍ ସେବା

ଐତିହାସିକ ସ୍ଥାନ

ଡୁଡୁମା(ମାଛକୁଣ୍ଡ)

୮୦

୫୮୩

ବସ୍ ସେବା

ଜଳ ପ୍ରପାତ, ଜଳ ବିଦ୍ୟୁତ ପ୍ରକଳ୍ପ

ଦେଓମାଳୀ

୬୦

୫୬୩

ବସ୍ ସେବା

ଓଡିଶାର ସର୍ବୋଚ୍ଚ ପର୍ବତ ଶୃଙ୍ଗ, ପ୍ରାକୃତିକ ସୌନ୍ଦର୍ଯ୍ୟ

କେଚେଲା

୭୧

୫୭୪

ବସ୍ ସେବା

ଜୈନ କିର୍ତ୍ତି

ବାଲଡା ଗୁମ୍ଫା

୬୨

୫୬୫

ବସ୍ ସେବା

ନାଗେଶ୍ୱରୀ ଦେବୀଙ୍କ ଗୁମ୍ଫା, ପରିବେଶ ପର୍ଯ୍ୟଟନ

ରାଜା ଗୁମ୍ଫା

୯୦

୫୯୩

ବସ୍ ସେବା

ବାଲ୍ମୀକି ଆଶ୍ରମ ଓ ରାଜା ଗୁମ୍ଫା

ଗୁଲମୀ

୧୦୦

୬୦୩

ବସ୍ ସେବା

ପ୍ରାକୃତିକ ସୌନ୍ଦର୍ଯ୍ୟ

ଥାନା ଓ ଫାଣ୍ଡି

ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ କୋରାପୁଟ ସହରରେ ଦୁଇଟି ଥାନା ରହିଛି । ଟାଉନ ପୋଲିସ ଥାନା ଓ ସଦର ଥାନା ।

  • ଟାଉନ ପୋଲିସ ଥାନା - ୦୬୮୫୨ – ୨୫୯୨୪୫
  • ସଦର ଥାନା - ୦୬୮୫୨ – ୨୫୧୨୪୧

ଜିଲ୍ଲା ମେଡିକାଲ କଲେଜ

କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ (୨୦୧୭ ରେ ମାତ୍ର ୧୦୦ ପିଲାଙ୍କୁ ନେଇ ସ୍ଥାପିତ ହୋଇଛି ) କୋରାପୁଟ ସଦର ମୁଖ୍ୟ ଚିକିତ୍ସାଳୟ (ଫୋନ ୦୬୮୫୨ – ୨୫୧୨୨୨), ପୋଲିସ ସ୍ଵାସ୍ଥ୍ୟକେନ୍ଦ୍ର, ଓଏମପି ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ଅବସରପ୍ରାପ୍ତ ଆର୍ମି ଅଧିକାରୀଙ୍କ ସ୍ୱାସ୍ଥ୍ୟକେନ୍ଦ୍ର ।

ନାଗରିକ ସେବା

ସରକାରଙ୍କ ତରଫରୁ ମିଳୁଥିବା ନାଗରିକ ସେବା ବିଷୟରେ ଅଧିକ ଜାଣିବା ପାଇଁ କ୍ଲିକକରନ୍ତୁ।

ସଂଗୃହିତ -

  • ଅମିତାଭ ବେହେରା
  • ରବି ଶତପଥୀ, ସଭାପତି, ଓଡ଼ିଶା ସାହିତ୍ୟ ପରିବାର, କୋରାପୁଟ
ଆଧାର - ଜିଲ୍ଲା ଗ୍ରାମୀଣ ବିଭାଗ

Last Modified : 7/6/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate