ଜିଲ୍ଲା ସମ୍ବନ୍ଧରେ ଗଜପତି ଜିଲ୍ଲାର ନାମକରଣ ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ , ପୂର୍ବତନ – ରାଜା ସାହେବ ଗଜପତିଙ୍କ ପାରଳାଖେମୁଣ୍ଡି ଇଷ୍ଟେଟ (ପ୍ରଥମ ପ୍ରଧାନମନ୍ତ୍ରୀ ଓଡିଶା ରାଜ୍ୟ) ଯାହାଙ୍କର ଖ୍ୟାତିରେ ଓଡିଶା ରାଜ୍ୟ ଗଠନ ପାଇଁ ସ୍ଵତନ୍ତ୍ର ଅବଦାନ ଯୋଗୁଁ ପାରଳାଖେମୁଣ୍ଡି ଇଷ୍ଟେଟ ଓଡ଼ିଶାରେ ଅବସ୍ଥାପିତ ହୋଇଛି । ୧୯୯୨ ମସିହାର ଅକ୍ଟୋବର ୨ ତାରିଖରୁ ଗଜପତି ଜିଲ୍ଲା ଗଞ୍ଜାମ ଜିଲ୍ଲାଠାରୁ ସ୍ଵତନ୍ତ୍ର ଭାବରେ ଜିଲ୍ଲାର ମାନ୍ୟତା ହାସଲ କରିଛି । ମାତ୍ର ଏହା ଗଞ୍ଜାମ ଜିଲ୍ଲାର ଉପଖଣ୍ଡରେ ନାମିତ ଥିଲା । ତାହା ବର୍ତ୍ତମାନ ଗଜପତି ଉପଖଣ୍ଡ ନାମରେ ନାମିତ ହୋଇଛି । ବର୍ତ୍ତମାନ ମୋଟରେ ୭ ଗୋଟି ତହସିଲ ,୭ ଗୋଟି ବ୍ଲକ ,୧୫୩୪ ଗ୍ରାମ , ୧୪୯ ଗ୍ରାମ ପଞ୍ଚାୟତ , ୧୧ ଗୋଟି ପୋଲିସ ଥାନା ରହିଛି । ୩୮୫୦ ବର୍ଗ କିଲୋମିଟର କ୍ଷେତ୍ରଫଳରେ ଗଜପତି ଜିଲ୍ଲା ରହିଛି ଓ ଏହା ୧୮ ଡିଗ୍ରୀ ୬ ମିନିଟ ରୁ ୧୯ ଡିଗ୍ରୀ ୩୦ ମିନିଟ ଉତ୍ତର ଅକ୍ଷାଂଶ ଏବଂ ୮୩ ଡିଗ୍ରୀ ୪୮ ମିନିଟ ରୁ ୮୪ ଡିଗ୍ରୀ ୦୮ ମିନିଟ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ଗଜପତି ଜିଲ୍ଲାର ବାତାବରଣ ପ୍ରାୟ ୧୬ ଡିଗ୍ରୀ ରୁ ୪୦ ଡିଗ୍ରୀ ସେଲସିୟସ ଓ ବର୍ଷାପIତ ପ୍ରାୟତଃ ୧୪୦୩.୩୦ ମିଲିମିଟର ଅଟେ । ଏହି ଜିଲ୍ଲାର ଦକ୍ଷିଣ ପଟେ ଆନ୍ଧ୍ର ପ୍ରଦେଶ , ପୂର୍ବ ପଟେ ଗଞ୍ଜାମ ଜିଲ୍ଲା ,ପଶ୍ଚିମ ପଟେ ରାୟଗଡ଼ ଜିଲ୍ଲା ଓ ଉତ୍ତର ପଟେ କନ୍ଧମାଳ ଜିଲ୍ଲା ରହିଛି । ଏହାର ମାଟି ଓ ବାତାବରଣ ଗଛ ଲଗାଣରେ ଓ କୃଷିକ୍ଷେତ୍ର ତଥା ଉଦ୍ୟାନ ବିଭାଗର ଉନ୍ନତି କଳ୍ପେ ଉପଲବ୍ଧ । ଜିଲ୍ଲାର ୬୦ ଭାଗରୁ ଅଧିକ ଜଙ୍ଗଲ ଜମି ଓ ଉଚ ପର୍ବତମାଳରେ ଅବସ୍ଥାପିତ । ଯାହାକି ମୁଖ୍ୟତଃ ଉଦ୍ୟାନ ବିଭାଗ ଫସଲ ପାଇଁ ଓ ୨୦ ଭାଗ ସାଧାରଣ ଚାଷ ଜମି ଥିବାବେଳେ ପ୍ରାୟତଃ ୧୫ ଭାଗ ଅତି ନିମ୍ନନର ଚାଷ ଜମି ଅଟେ । ୨୦୧୧ ଜନଗଣନାରେ ଗଜପତି ଜିଲ୍ଲାର ମୋଟ ଜନସଂଖ୍ୟା ୫,୭୭,୮୧୭ ସାମିଲ ଥିବାବେଳେ ମୋଟ ୨,୮୨,୮୮୨ ପୁରୁଷ ଓ ୨,୯୪,୯୩୫ ମହିଳା ରହିଛନ୍ତି । ଜିଲ୍ଲାର ମୋଟ ହରିଜନ ୩୯,୧୭୫ ଓ ମୋଟ ଆଦିବାସୀ ଜନସଂଖ୍ୟା ୩,୧୩,୭୧୪ ଜଣ ରହିଛନ୍ତି । ଗଜପତି ଜିଲ୍ଲାର ମୁଖ୍ୟ ରାଜସ୍ୱ ବହୁ ପରିମାଣରେ ଚାଷରୁ ମିଳୁଅଛି । ସେହିପରି କୃଷିଜାତ ଓ ଉଦ୍ୟାନ ବିଭାଗରେ କମ୍ପାନୀ ଦ୍ଵାରା ଆର୍ଥିକ ସହଯୋଗରେ ଉନ୍ନତି ଆଣି ପାରୁଛି । ଗଜପତି ଜିଲ୍ଲାର ଆର୍ଥିକ ସହାୟତାରେ କୃଷିର ଭୂମିକା ମୁଖ୍ୟ ଅଟେ । କିଛି କୃଷିଜାତ ସଂସ୍ଥା , ବ୍ୟତୀତ ବହୁତ ବଡ କୃଷିଜାତ ବ୍ୟବସ୍ଥା ଜିଲ୍ଲାରେ ନାହି । ସେହିପରି , କୁଟୀର ଶିଳ୍ପ ସଂସ୍ଥା , ଶିଙ୍ଘ କାର୍ଯ୍ୟ ,ଜାଇକଡି ବ୍ୟାଗ , ବେତ ଓ ବାଉଁଶର କାର୍ଯ୍ୟ , ଗଞ୍ଜପା କାର୍ଡ ଓ ପଟ୍ଟଚିତ୍ର ମୁଖ , ଝାଡୁ କାରିଗରୀ ଓ ଶିୟାଳି ପତ୍ର ଓ ଥଳି ନିର୍ମାଣ ସହିତ ତିବତୀୟାନ ମାନଙ୍କର ଉଲ୍ଲେନ କାର୍ପେଟ ଜିଲ୍ଲାର ଆର୍ଥିକ ସ୍ଥିତିକୁ ଦୃଢିଭୂତ କରୁଅଛି । ଜଗନ୍ନାଥ ନାରାୟଣ ଦେବ ( ସ୍ଵାଧୀନତା ସଂଗ୍ରାମୀ ) , ଅପନ୍ନା ପରିଚ୍ଛା ( ସ୍ଵାଧୀନତା ସଂଗ୍ରାମୀ ) , ପଣ୍ଡିତ ଯୁଗଳ କିଶୋର ପାଣିଗ୍ରାହୀ ( ସ୍ଵାଧୀନତା ସଂଗ୍ରାମୀ ) , କବିରାଜ ହରିକୃଷ୍ଣ ପୁରୋହିତ (କବି), ମଧୁ ତ୍ରିପାଠୀ (କବି ) , ଲଳିତ କୁମାର ଅଧିକାରୀ (ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀ ), କୃଷ୍ଣ ଶ୍ରୀଚନ୍ଦନ (କବି / ପ୍ରାବନ୍ଧିକ ) , ହରିକୃଷ୍ଣ ମହାରଣା ( କଳାକାର /ଚିତ୍ରକର) , ଚୈତନ୍ୟ ରାଜଗୁରୁ (କବି/ଜ୍ୟୋତିଷ) , ନୀଳମଣି ପାଣିଗ୍ରାହୀ (ଜ୍ୟୋତିଷ ) , ଗୌରଚନ୍ଦ୍ର ଗଜପତି ନାରାୟଣ ଦେଓ (ରାଜକୀୟ ସଭ୍ୟ ) ଓ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ (ରାଜକୀୟ ସଭ୍ୟ )ଙ୍କ ଭଳି ଗୁରୁତ୍ବପୂର୍ଣ ବ୍ୟକ୍ତି ବିଶେଷ ଗଜପତି ଜିଲ୍ଲାରେ ଜନ୍ମ ଗ୍ରହଣ କରିଛନ୍ତି । ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି କଲେଜ , ସେଞ୍ଚୁରିୟାନ ୟୁନିଭର୍ସିଟି ଓ କେନ୍ଦ୍ରୀୟ ବିଦ୍ୟାଳୟ ଗଜପତି ଜିଲ୍ଲାର ମୁଖ୍ୟ ପାଠ୍ୟ ଉତ୍ସ ଥିବାସ୍ଥଳେ କେତେକ ରେସିଡେନସିଆଲ ସ୍କୁଲ ଯଥା ମହେନ୍ଦ୍ରତନୟା ଆଶ୍ରମ ସ୍କୁଲ , କଇଁପୁରଠାରେ ବେସରକାରୀ ସଂଗଠନ ଦ୍ଵାରା ପରିଚାଳିତ ହେଉଅଛି । ବର୍ଷସାରା ଗଜପତି ଜିଲ୍ଲାରେ ବିଭିନ୍ନ ସାଂସ୍କୃତିକ ଉତ୍ସବ ଓ ମେଳା ଗୁଡିକର ସମାହାର ରହିଛି । ରଥଯାତ୍ରା , ଦଶହରା ,କୁମାର ପୁର୍ଣିମା , ଠାକୁରାଣୀ ଯାତ୍ରା ଓ ମକର ସଂକ୍ରାନ୍ତିକୁ ବିଶିଷ୍ଟ ଯାତ୍ରା ଓ ମେଳା ଭାବରେ ଏଠାରେ ଆୟୋଜନ କରାଯାଇଥାଏ । ଇତିହାସ ଗଜପତି ରାଜବଂଶର ଇତିହାସ ଆଜି ମଧ୍ୟ ଗଜପତି ଜିଲ୍ଲାର ଇତିହାସରେ ସ୍ଵର୍ଣ ଅକ୍ଷରରେ ଲିପିବଦ୍ଧ ହୋଇରହିଛି । ଗଜପତି ଜିଲ୍ଲାର ଐତିହାସିକ ଦସ୍ତବେଜରୁ ଜଣାଯାଏ ଯେ , ଏହାର ଇତିହାସ ସାଧାରଣତଃ ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ରାଜାଭିଶେଖ ଦିନଠାରୁ ଗଣନା କରାଯାଏ । ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ ଜଣେ ବିଚକ୍ଷଣ ତଥା ସର୍ବଗୁଣସମ୍ପନ୍ନ ରାଜା ଥିଲେ , ଯିଏ କି ଓଡିଶାରେ ପ୍ରାୟତଃ ସାତଶହ ବର୍ଷରୁ ଉର୍ଦ୍ଧ ପ୍ରଭାବ ବିସ୍ତାର କରିଥିବା ଗଜପତି ରାଜବଂଶୀୟ ରାଜା ଥିଲେ । ସେହି ସମୟରେ ଓଡିଶାର ସୀମା ଉତ୍ତରରେ ଗଙ୍ଗା ଠାରୁ ଦକ୍ଷିଣରେ ନେଲୁର ଜିଲ୍ଲାର ଉଦୟଗିରି ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସମଗ୍ର ଗଞ୍ଜାମ ଜିଲ୍ଲା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଥିଲା । ପଞ୍ଚଦଶ ଶତାଦ୍ଧିର ଶେଷ ଭାଗରେ କଲାହୋମ , କପିଳେନ୍ଦ୍ର ଦେବଙ୍କ ପୁତ୍ର ଏଠାରେ ଆଧିପତ୍ୟ ବିସ୍ତାର କରି ନିଜର ରାଜବଂଶ ପାରଳାଖେମୁଣ୍ଡିଠାରେ ସ୍ଥାପନ କରିଥିଲେ । ସେହି ସମୟରେ ଗଞ୍ଜାମ ଜିଲ୍ଲାର ଦକ୍ଷିଣ ପଶ୍ଚିମ ଭାଗରେ ଥିବା ପାରଳାଖେମୁଣ୍ଡିରେ ଜମିଦାରୀ ପ୍ରଥା ପ୍ରଚଳିତ ଥିଲା ଓ ମାଲିୟା ସମ୍ପ୍ରଦାୟର ଜନଜାତି ଏଠାରେ ପ୍ରଭାବ ବିସ୍ତାର କରିଥିଲେ । ଉପଲବ୍ଧ ଥିବା ଅଭିଲେଖ ତଥା ଦସ୍ତବେଜରୁ ଜଣାଯାଏ ଯେ , ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ ହେଉଛନ୍ତି ସେହି ବ୍ୟକ୍ତିତ୍ୱ , ଯିଏ କି ଓଡିଶାକୁ ଏକ ସ୍ଵତନ୍ତ୍ର ପ୍ରଦେଶ ଗଠନ କରିବାରେ ତଥା ପରଳାଖେମୁଣ୍ଡିକୁ ନବ ଗଠିତ ଓଡିଶା ପ୍ରଦେଶରେ ମିଶାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଗଜପତି ଜିଲ୍ଲା ୧୯୯୨ ମସିହା ଅକ୍ଟୋବର ୨ ତାରିଖ ଠାରୁ ଏକ ସ୍ଵତନ୍ତ୍ର ଜିଲ୍ଲା ଭାବରେ କାର୍ଯ୍ୟକ୍ଷମ ହୋଇ ଆସୁଅଛି । ଏଠାରେ ଥିବା ବିଭିନ୍ନ ସ୍ତୂପ , ପ୍ରାସାଦ ତଥା ଅନ୍ୟାନ୍ୟ କଳାକୃତି ଗଜପତି ଜିଲ୍ଲାର ଐତିହ୍ୟକୁ ଓଡିଶା ପ୍ରଦେଶର ଇତିହାସରେ ଏକ ସ୍ଵତନ୍ତ୍ର ସ୍ଥାନ ପ୍ରଦାନ କରିଛି । ଗଜପତି ରାଜ ପ୍ରସାଦ , ବୃନ୍ଦାବନ ପ୍ୟାଲେସ ପରି ପ୍ରସାଦ ତଥା ସେରଙ୍ଗ, ମହେନ୍ଦ୍ରଗିରି ଓ ଜିରାଙ୍ଗ ଠାରେ ଥିବା ସ୍ତୂପ ତଥା ଦର୍ଶନୀୟ ସ୍ଥାନ ସମୂହ ଏହାର ଐତିହାସିକ ଗୁରୁତ୍ଵକୁ ଉପସ୍ଥାପନ କରୁଅଛି । ଅର୍ଥବ୍ୟବସ୍ଥା ଗଜପତି ଜିଲ୍ଲାର ଆର୍ଥିକ ଅବସ୍ଥା ଏହାର କୃଷି ତଥା କୁଟୀର ଶିଳ୍ପ ଉପରେ ନିର୍ଭରଶୀଳ । ଏହାର ଭୌଗୋଳିକ ଅବସ୍ଥା ତଥା ଜଳବାୟୁ ସାଧାରଣତଃ ବାଜରା , ମକା , ସୂର୍ଯ୍ୟମୁଖୀ ଫୁଲ ପାଇଁ ସୁହାଇଥାଏ ଏବଂ ପାରଳାଖେମୁଣ୍ଡି ଏହି ସବୁ ଉତ୍ପାଦଗୁଡିକର ବିକ୍ରୟସ୍ଥଳ ହୋଇଥାଏ । କିଛିଟା କୃଷିଭିତ୍ତିକ ଉଦ୍ୟୋଗ ବ୍ୟତୀତ ଅନ୍ୟ କୌଣସି ଶିଳ୍ପ କେନ୍ଦ୍ର ଏଠାରେ ପରିଲକ୍ଷିତ ହୁଏନାହି । କିନ୍ତୁ ସିଙ୍ଘ କାର୍ଯ୍ୟ , ଯାଇଖାଡି ବ୍ୟାଗ , ବାଉଁଶ କାର୍ଯ୍ୟ , ଗଞ୍ଜାପ୍ପା କାର୍ଡ ଓ ପାଟ୍ଟଚିତ୍ର ମୁଖ , ପତ୍ର ତିଆରି ପ୍ଲେଟ ଭଳି କୁଟୀର ଶିଳ୍ପ ତଥା ତିବେତାନ ମାନଙ୍କର ୱୂଲେନ କାର୍ପେଟ , ୱୂଲେନ ବସ୍ତ୍ର ଏହାର ଆର୍ଥିକସ୍ଥିତିକୁ ସହାୟତା ଯୋଗାଇଥାଏ । କୃଷି ବିଭାଗ ବିଭାଗର ଲକ୍ଷ୍ୟ ଓ ଉଦେଶ୍ୟ :- ଗୁଣାତ୍ମକ ବିହନ ବିତରଣ ବ୍ୟତୀତ ବିହନ ଗ୍ରାମ ଯୋଜନା ଅନ୍ତର୍ଗତ ବିହନ ଉତ୍ପାଦନ କାର୍ଯ୍ୟକ୍ରମ ଓ ଖ୍ୟାତି ସଂପନ୍ନ ସଂସ୍ଥା ସହଭାଗୀତାରେ ବିହନ ପ୍ରତିବଦଳ ହାର ଓ କିସମ ପ୍ରତିବଦଳ ହାର ବୃଦ୍ଧି କରିବା । ସମନ୍ୱିତ ଖାଦ୍ୟସାର ପରିଚାଳନା ସହିତ ସନ୍ତୁଳିତ ସାର ପ୍ରୟୋଗ ସକାଶେ କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ଏବଂ ତଦ୍ନୁଯାୟୀ ସାର ପ୍ରୟୋଗ ବିଧି ସୁପାରିଶ କରିବା । ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବା ଓ କୃଷି ଉତ୍ପାଦ ପ୍ରଭାବକାରୀ ମାନରେ ଉନ୍ନତି ଆଣିବା ସକାଶେ କୃଷି ଯାନ୍ତ୍ରିକୀକରଣ ଓ ଚାଷଯୁକ୍ତ ଜଳସେଚନ ପଦ୍ଧତିକୁ ପ୍ରେତ୍ସାହିତ କରିବା । ଢିପ ଜମିରେ ଧାନ ବଦଳରେ ଅଧିକ ଲାଭଦାୟକ ଫସଲ ଚାଷ ଓ ପତିତ ଧାନ ଜମିରେ ସ୍ୱଳ୍ପ ଜଳସେଚନ ସହିତ ଡାଲି ଓ ତୈଳବୀଜ ଫସଲ ଚାଷ କରିବା । ସେଚ କୂପ,ନଦୀ ଉଠାଜଲସେଚନ ପ୍ରକଳ୍ପ, ଗଭୀର ନଳକୂପ,ଆଦି ପ୍ରତିଷ୍ଠା କରି ଭୂତଳ ଜଳ ଓ ପ୍ରବାହିତ ଜଳର ସୁବିନିଯୋଗ କରିବା । ସ୍ଥାୟୀ କୃଷି ନିମନ୍ତେ ଜୈବ କୃଷି ଓ ସମନ୍ୱିତ କୃଷିକୁ ପ୍ରୋତ୍ସାହିତ କରିବା । ଇ-ରୋଗ ପୋକ ସର୍ବେକ୍ଷଣ ଓ ସମନ୍ୱିତ ରୋଗ ପୋକ ପରିଚାଳନା ଦ୍ୱାରା ରୋଗ ପୋକ ପରିଚାଳନା କରିବା । କୃଷି ବୈଷୟିକ ଜ୍ଞାନକୌଶଳର ଫଳପ୍ରଦ ସଂପ୍ରସାରଣ ଓ କୃଷକମାନଙ୍କ ଆବଶ୍ୟକତା ଅନୁସାରେ ସେବା ପ୍ରଦାନକାରୀ ଉପାଦାନ ଯୋଗାଣ ସକାଶେ କୃଷି ସଂପ୍ରସାରଣକୁ ଦୃଢିଭୂତ କରିବା । କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଫସଲ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି କରିବା । ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ବହୁଳ ପ୍ରଚାର ପ୍ରସାର ନିମନ୍ତେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା । ଫଳପ୍ରଦ ସଂପ୍ରସାରଣ ସକାଶେ ଭିତ୍ତିଭୂମି ବିକାଶ ଓ ସୁଦୃଢିକରଣ । କୃଷି କ୍ଷେତ୍ରରେ ବେସରକାରୀ ପୁଞ୍ଜି ନିବେଶ ଓ କୃଷି ଉଦ୍ୟୋଗକୁ ପ୍ରୋତ୍ସାହନ ଦେବ । କୃଷି କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ସକାଶେ ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ ଓ ସହାୟତା ସିଧାସଳଖ ଚାଷୀଙ୍କ ଖାତାକୁ ପ୍ରେରଣ କରାଯାଉଛି । କୃଷକ, କୃଷି କର୍ମଚାରୀ ଓ କୃଷି ସହ ଜଡିତ ଅନ୍ୟାନ୍ୟ ସଂସ୍ଥାମାନଙ୍କର ଦକ୍ଷତା ବୃଦ୍ଧି କରିବା । କୃଷି ବିଭାଗର ବିଭିନ କାର୍ୟ୍ୟାଳୟ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ଏହି ଯୋଜନା ଦ୍ଵାରା କୃଷକ ମାନଙ୍କ ଜମିରୁ ସିଧା ସଳଖ ମାଟି ନମୁନା ସଂଗ୍ରହ କରାଯାଉଛି ଓ ଭ୍ରାମ୍ଯମାଣ ମୃତ୍ତିକା ପରୀକ୍ଷାଗାର ସାହାଯ୍ଯରେ ସେ ସବୁକୁ ପରୀକ୍ଷା କରି କୃଷକ ମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ଯ କାର୍ଡ ଦିଆ ଯାଉଛି ବର୍ଷକୁ ୫୦୦୦ ଟି ମାଟି ନମୁନା ପରୀକ୍ଷା କରି ମୃତ୍ତିକା ସ୍ୱାସ୍ଥ୍ଯ କାର୍ଡ ପ୍ରଦାନ କରିବାର ବ୍ଯବସ୍ଥା ଅଛି । ଅଧିକ ଅମଳକ୍ଷମ ବିହନ ଯୋଗାଣ କୃଷକ ମାନଙ୍କୁ ପ୍ରତି ବର୍ଷ ରିହାତି ଦରରେ ପ୍ରାଥମିକ କୃଷି ସେବା ସମବାୟ ସମିତି ବା ବେସରକାରୀ ବିହନ ଯୋଗାଣ ସଂସ୍ଥା ଜରିଆରେ ଓଡିଶା ବିହନ ନିଗମ ଦ୍ଵାରା ଧାନ, ମୁଗ, ବିରି ଓ ଚିନାବାଦାମ ବିହନ ଯୋଗାଇ ଦିଆଜଯାଉଛି । ଚଳିତ ବର୍ଷ ୨୦୧୮ ପାଇଁ ୭୦୦ କୁଇଂଟାଲ ଧାନ ବିହନ ରିହାତି ଦରରେ ବିକ୍ରି କରିବାର ବ୍ୟବସ୍ଥା ରହିଛି । ବିହନ ବିଶୋଧନ କାର୍ୟ୍ୟାଳୟ ପ୍ରତି ବର୍ଷ ଖରିଫ୍ ଓ ରବି ଋତୁରେ ବିହନ ବୁଣିବା ପୁର୍ବରୁ କୃଷକ ମାନଙ୍କୁ ନିଜର ବିହନକୁ କିପରି ବିଶୋଧନ କରିବେ ତାହାର ତାଲିମ ଦିଆଯାଇ ସଚେତନ କରାଯାଉଛି । ପୁର୍ବ ଭାରତରେ ସବୁଜ ବିପ୍ଳବ ଯୋଜନା ରାଷ୍ଟ୍ରିୟ କୃଷି ବିକାଶ ଯୋଜନା ଦ୍ଵାରା ଆମ ଜିଲ୍ଲାରେ ପୂର୍ବ ଭାରତରେ ସବୁଜ ବିପ୍ଲବ ଯୋଜନା ଧାନ ଫସଲ ପାଇଁ କର୍ଯକାରୀ ହେଉଅଛି । ଏହି ଯୋଜନା ଦ୍ଵାରା କୃଷକମାନଙ୍କୁ କ୍ଷେତରେ ପ୍ରତିକୂଳ ପରିସ୍ଥିତି ସହଣି ଧାନର ପ୍ରଦର୍ଶନୀ କ୍ଷେତ୍ର କରାଯାଇଛି । ଏଥି ପାଇଁ କୃଷକମାନଙ୍କୁ ହେକ୍ଟର ପିଛା ଟ. ୧୨୫୦ ସହାୟତା ଦିଆଯାଉଛି । ଏହା ବ୍ୟତୀତ ଅଧିକ ଅମଳକ୍ଷମ ଧାନ ବିହନ କୀଟ ନାଶକ ଘାସମରା ଜୈବିକ ସାର ଅଣୁ ସାର ଯୋଗାଈ ଦିଆଯାଉଛି । ଖାଦ୍ୟ ନିରାପତ୍ତା ଯୋଜନା (ଡାଲି) ଏହି ଯୋଜନା ଜରିଆରେ ନୂତନ ଡାଲି ଜାତୀୟ ବିହନ ବଣ୍ଟନ କରାଯାଇ ପ୍ରଦର୍ଶନୀ କ୍ଷେତ୍ର କରାଯାଉଛି । କୃଷକମାନଙ୍କୁ କୀଟ ନାଶକ , ଜଳ ପରି ବହୀ ପାଇପ ସ୍ପ୍ରିଂକ୍ଲେର ସେଟ୍ ରିହାତି ଦରରେ ଯୋଗାଇ ଦିଆଯାଉଛି । ଜାତୀୟ ତୈଳବୀଜ ଉନ୍ନୟନ ଯୋଜନା ତୈଳବିଜ ଜାତୀୟ ଫସଲର ଅମଳ ବଢାଇବା ପାଇ ଉନ୍ନତ ବିହନ ଜୋଗାଇ ପ୍ରଦର୍ଶନୀ କ୍ଷେତ୍ର କରାଯାଉଛି କୃଷକମାନଙ୍କୁ ତାଲିମ୍ ଦିଆଯାଇ ସଚେତନ କରାଯାଉଛି । କୃଷି ଯନ୍ତ୍ରୀ କରଣ ଯୋଜନା ଏହି ଯୋଜନା ମାଧ୍ୟମରେ କୃଷକମାନଙ୍କୁ tractor, powertiller, rotavator, pumpsets, reaper, transplanter, combine harvester ରିହାତି ଦରରେ ଡି.ବି. ଟି. ଦ୍ଵାରା ପ୍ରଦାନ କରାଯାଉଛି । ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ସେବା ଯୋଗାଣ ବ୍ୟବସ୍ଥା ଚିକିତ୍ସାଳୟର ନାମ ସଂଖ୍ୟା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ୧ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ୮ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୨୧ ସ୍ୱାସ୍ଥ୍ୟ ଉପକେନ୍ଦ୍ର ୧୩୬ ସ୍ୱାସ୍ଥ୍ୟ ସେକ୍ଟର ୩୨ ଆୟୁର୍ବେଦିକ ଚିକିତ୍ସାଳୟ ୭ ହୋମିଓପେଥିକ ଚିକିତ୍ସାଳୟ ୬ ରକ୍ତ ଭଣ୍ଡାର ଉପଳବ୍ଧ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ରକ୍ତ ଭଣ୍ଡାର ଉପଲବ୍ଧ ଅଛି । ରକ୍ତ ଭଣ୍ଡାର ଅଧିକାରୀଙ୍କ ନ।ମ – ଡା.ଏମ. ରାମଲକ୍ଷ୍ମୀ ରକ୍ତ ଭଣ୍ଡାର ଅଧିକାରୀଙ୍କ ଦୂରଭାଷ – ୦୬୮୧୫-୨୨୨୪୬୭ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପଲବ୍ଧ ଚିକିତ୍ସାଳୟର ତାଲିକା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପଲବ୍ଧ ଚିକିତ୍ସାଳୟର ତାଲିକା ସମ୍ବନ୍ଧରେ ଅଧିକା ସୂଚନା ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କରେ କ୍ଳିକ କରନ୍ତୁ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପଲବ୍ଧ ଚିକିତ୍ସାଳୟର ତାଲିକା କୋରାନ ଭୂତାଣୁ କରୋନା ଭୂତାଣୁର ସଂକ୍ରମଣରେ ବିଶ୍ଵର ଅଧିକାଂଶ ଦେଶ ସଂକ୍ରମିତ ହୋଇସାରିଛନ୍ତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସଂକ୍ରମଣକୁ ଏକ ଜରୁରୀକାଳୀନ ଜନସ୍ଵାସ୍ଥ୍ୟ ସମସ୍ୟା ଭାବରେ ଘୋଷଣା କରିଛନ୍ତି । ଏଥିପାଇଁ ସଚେତନତା ତଥା ପ୍ରତିଷେଧକ ଉପାୟ ଆପଣେଇବା ହିଁ ଏକନ୍ତ ଜରୁରୀ । କାର୍ଯ୍ୟସ୍ଥଳୀରେ ଏକାଧିକ ବ୍ୟକ୍ତି କାମ କରୁଥିବା ବେଳେ ଏହି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଏହାର ପ୍ରତିରୋଧ ପାଇଁ ପ୍ରତ୍ୟେକ କାର୍ଯ୍ୟସ୍ଥଳୀରେ ପ୍ରତିଷେଧକ ଉପାୟ ଅବଲମ୍ବନର ବିଶେଷ ଆବଶ୍ୟକତା ଅଛି । ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ । ଶିକ୍ଷା ଗଜପତି ଶିକ୍ଷା ଜିଲ୍ଲାର ସକ୍ଷୀପ୍ତ ବିବରଣୀ ଉକ୍ତ ଜିଲ୍ଲାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷାର ଉନ୍ନତି ନିମନ୍ତେ ସର୍ବ ଶିକ୍ଷା ଅଭିଯାନ ଓ ମାଧ୍ୟମିକ ଶିକ୍ଷାର ଉନ୍ନତି ନିମନ୍ତେ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଚାଲୁରହି, ବିଭିନ୍ନ ବିଦ୍ୟାଳୟରେ ଭିକ୍ତି ଭୂମିର ବିକାଶ ନିମନ୍ତେ ଅନୁଦାନ ଏବଂ ଶୈକ୍ଷିକ ଉନ୍ନତି ନିମନ୍ତେ ଶିକ୍ଷକମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅଥାତ ଉଜ୍ଜଳ, ଉତ୍କର୍ଷ ଓ ସାମର୍ଥ୍ୟ ନାମରେ ନିରନ୍ତର ତାଲିମ ପ୍ରଦାନ କରାଯାଉଛି । ବିଦ୍ୟାଳୟର ସୁପରିଚାଳନା ନିମନ୍ତେ ପ୍ରଧାନ ଶିକ୍ଷକମାନଙ୍କୁ ନେତୃତ୍ଵ ତାଲିମ ପ୍ରଦାନ କରାଯାଉଛି । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁପରିଚାଳନ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଓ ମାଧ୍ୟମିକ ବିଦ୍ୟାଳୟର ସୁପରିଚାଳନା ପାଇଁ ବିଦ୍ୟାଳୟ ପରିଚାଳନା ଓ ଉନ୍ନତି କମିଟି ଗଠିତ କାର୍ଯ୍ୟ କରି ଆସୁଅଛି । ସରକାରଙ୍କ ବିଭିନ୍ନ ଯୋଜନା ଓ ବୃତି ବିଷୟରେ ଛତ୍ର / ଛାତ୍ରୀ ମାନଙ୍କୁ ଅବଗତି କରାଇବାପାଇଁ, ଶିକ୍ଷାର୍ଥୀମାନଙ୍କ ଉପସ୍ଥାନ ବୃଦ୍ଧି ଓ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଠୀ କରିବାପାଇଁ ପ୍ରଧାନ ଶିକ୍ଷକମାନଙ୍କୁ ମାସିକ ବୈଠକ ଆହୁତ କରି ସଚେୟତନ କରାଯାଉଛି । ଜିଲ୍ଲା ପ୍ରକଳ୍ପ କାର୍ଯ୍ୟ।ଳୟ, ସର୍ବ ଶିକ୍ଷା ଅଭିଯାନ, ଗଜପତି ସର୍ବ ଶିକ୍ଷା ଅଭିଯାନ, ହେଉଛି ଭାରତ ସରକାରଙ୍କ ସର୍ବତ୍କୃଷ୍ଠ କାର୍ଯ୍ୟକ୍ରମ। ଏହାର ମୂଳ ଲକ୍ଷ୍ୟ ହେଉଛି ଶିକ୍ଷାକୁ ସାର୍ବଜନୀନ କରଣ କରିବା । ୨୦୦୧ ମସିହାରେ ପ୍ରଥମେ ଓଡିଶାରେ ସର୍ବ ଶିକ୍ଷା ଅଭିଯାନ ୩୦ ଗୋଟି ଜିଲ୍ଲାରେ କାର୍ଯ୍ୟକ୍ଷମ କରାଯାଇଛି ଏହା ଏକ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମ । ଭାରତର ୬ ରୁ ୧୪ ବର୍ଷ ବୟସର ସମସ୍ତ ଶିଶୁ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ପାଇବା ସେମାନଙ୍କର ମୌଳିକ ଅଧିକାର ଅଟେ । ଏହା ସମ୍ବିଧାନର ୮୬ତମ ସଂଶୋଧନ ଅନୁଯାୟୀ ନିର୍ଦ୍ଦେଶିତ । ଏହା ଭାରତୀୟ ସମ୍ବିଧାନର ମୌଳିକ ଧାରା ୨୧ (କ)ରେ ଉଦ୍ଧିଷ୍ଟ ଏବଂ ଶିକ୍ଷା ଅଧିକାର ଆଇନ ୨୦୦୯ ଭାବେ କାର୍ଯ୍ୟକାରୀ ହୋଇଅଛି । ଓଡିଶାରେ ଏହା ୧ ଅପ୍ରେଲ ୨୦୧୦ ଠାରୁ କାର୍ଯ୍ୟକାରୀ କରାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ଗୁଡିକ ହେଲା ୬ରୁ ୧୪ ବର୍ଷ ବୟସର ସମସ୍ତ ଶିଶୁ ମାଗଣାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଘର ପାଖ ବିଦ୍ୟାଳୟରେ (ପ୍ରାଥମିକ – ୧ କିମି, ଉଚ୍ଚ ପ୍ରାଥମିକ-୩ କିମି ଦୂରତା ଥାଇ ) ନାମ ଲେଖାଇଥିବେ। କୌଣସି କାରଣରୁ ଜନ୍ମ ପ୍ରମାଣପତ୍ର ବ ବଦଳି ପ୍ରମାଣ ପତ୍ର ଅଭାବରେ କିମ୍ବା ବିଳମ୍ବରେ ପ୍ରବେଶ ଜନିତ କାରଣରୁ ବିଦ୍ୟାଳୟରେ ସେମାନଙ୍କୁ ନାମଲେଖରୁ ବଞ୍ଚିତ କରାଯାଇପାରିବ ନାହିଁ । ବିଦ୍ୟାଳୟ ବାହାରେ ଥିବା ଶିଶୁମାନଙ୍କୁ ସେମାନଙ୍କର ବୟସ ଅନୁସାରେ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାହେବ । ଦିବ୍ୟଙ୍ଗ ଶିଶୁମାନଙ୍କ ପାଇଁ ନିରାପଦ ତଥା ଉପଯୁକ୍ତ ଯାତାୟାତ ଏବଂ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ସୁଯୋଗର ବ୍ୟବସ୍ଥା ରହିଛି । ୨୦୦୭ ପର୍ଯ୍ୟନ୍ତ ପ୍ରାଥମିକ ସ୍ତରରେ ଏବଂ ୨୦୧୦ ପର୍ଯ୍ୟନ୍ତ ଉଚ୍ଚ ପ୍ରାଥମିକ ସ୍ତରରେ ସମସ୍ତ ଲିଙ୍ଗ ଭିର୍ତ୍ତିକ ଓ ସାମାଜିକ ଭେଦ ଭାବ ଦୂର କରିବା । ପିଲାମାନଙ୍କୁ ବିଦ୍ୟାଳୟରେ କୌଣସି ପ୍ରକାର ଶାରୀରିକ ଦଣ୍ଡ, ମାନସିକ ନିର୍ଯାତନା ଦିଆଯିବ ନାହିଁ ଏବଂ ସେମାନଙ୍କ ମଧ୍ୟରେ ବଛା ବିଚାର ନିଷେଧ କରାଯିବ । ପ୍ରତ୍ୟେକ ବିଦ୍ୟାଳୟର କାର୍ଯ୍ୟକଳାପ ତଦାରଖ, ପରିଚାଳନା ତଥା ବିଦ୍ୟାଳୟର ଉନ୍ନତି ନିମନ୍ତେ ଯୋଜନା କରିବା ପାଇଁ ମୁଖ୍ୟତଃ ଅଭିଭାବକମାନଙ୍କୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହେବ ଏବଂ ପ୍ରତି ମାସର ପୁର୍ଣିମା ଦିନ ବୈଠକ ଅନୁଷ୍ଠିତ ହେବ । କୌଣସି ପିଲାକୁ ବିଦ୍ୟାଳୟରେ ପ୍ରବେଶ ନିମନ୍ତେ କୌଣସି ଚୟନ ପ୍ରକ୍ରିୟା ଓ ମୁଣ୍ଡପିଛା ଦେୟ ଦେବାକୁ ପଡିବ ନାହିଁ । ବେସରକାରୀ ବିଦ୍ୟାଳୟମାନଙ୍କରେ ପ୍ରଥମ ଶ୍ରେଣୀ ବ ତାଠାରୁ ତଳ ଶ୍ରେଣୀ (ପ୍ରବେଶ ସ୍ତର ) ରେ ସେହି ଶ୍ରେଣୀ କ୍ଷମତାର ସର୍ବନିମ୍ନ ୨୫ % ସ୍ଥାନ ଆର୍ଥିକ ଓ ସାମାଜିକ ଅନଗ୍ରସର ଶ୍ରେଣୀର ପିଲାମାନଙ୍କ ପାଇଁ ସଂରକ୍ଷିତ ରହିବା । ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଅଣ-ଶିକ୍ଷା କାର୍ଯ୍ୟକ୍ରମ (ଜନଗଣନା, ପ୍ରାକୃତିକ ବିପର୍ଯ୍ୟୟ/ ଦୁର୍ବିପାକ ପରିଚାଳନା କାର୍ଯ୍ୟ ତଥା ନିର୍ବାଚନ ପ୍ରକ୍ରିୟା ବ୍ୟତୀତ) ରେ ଭାଗ ନିଷେଧ । ଶିକ୍ଷା ଅଧିକାର ଉଲଂଘନ ସଙ୍କ୍ରାତୀୟ ଅଭିଯୋଗ ସ୍ଥାନୀୟ କର୍ତ୍ତୃପକ୍ଷ, ଶିଶୁ ଅଧିକାର ସୁରକ୍ଷା ଆୟୋଗ କିମ୍ବା School Student Helpline (୧୮୦୦୩୪୫୬୭୨୨) ମାଧ୍ୟମରେ ଜଣାଇପାରିବେ । ପର୍ଯ୍ୟଟନ ସ୍ଥାନ ଚନ୍ଦ୍ରଗିରି ଚନ୍ଦ୍ରଗିରି ମୋହନା ମଣ୍ଡଳର ଲୋବାରସିଂ ସ୍ଥାନରେ ଅଛି । ଏହି ସ୍ଥାନରେ ଅନେକ ତିବ୍ବତୀୟମାନେ ସେମାନଙ୍କର ଗୃହ ପରିତ୍ଯାଗ କରି ସେଠାରେ ବସବାସ କରନ୍ତି । ଜିରାଙ୍ଗ ସ୍ଥାନଟି ମୋହନା ମଣ୍ଡଳ ଅଧିନରେ ଅବସ୍ଥିତ ଯେଉଁଠାରେ ଦକ୍ଷିଣ ଏସିଆର ବୃହତ୍ତମ ବୁଦ୍ଧ ମନ୍ଦିର ପାଇଁ ଖ୍ଯାତି ଅର୍ଜନ କରିଅଛି । ୨୦୧୦ ମସିହାରେ ସନ୍ଥ ଗୁରୁ ଦଲାଇଲାମା ଏହି ମନ୍ଦିରଟିକୁ ଉଦ୍ଘାବଟନ କରିଥିଲେ । ଏହାକୁ ମଧ୍ଯ “ମହାବିହାର ସମ୍ରାଜ” ବୋଲି କୁହାଯାଏ । ମହାରାଜା ଗଜପତି ବୃନ୍ଦାବନ ରାଜପ୍ରାସାଦ ହେଉଛି କେବଳ ଗଜପତି ଜିଲ୍ଲାର ନୁହେଁ ସମଗ୍ର ଓଡ଼ିଶା ଈତିହାସରଏକ ପ୍ରମୁଖ ସ୍ଥାନ । ଏହ ପୂର୍ବତ୍ତନ ମହାରାଜା ପାରଳାଖେମୁଣ୍ଡିଙ୍କ ଗ୍ରୀଷ୍ମକାଳୀନ ବାସଗୃହ ଅଟେ । ଏହା ମହେନ୍ଦ୍ରତନୟା ନଦୀ କୂଳରେ ଅବସ୍ଥିତ । ଏହା ଶାଳ ବୃକ୍ଷ ଦ୍ୱାରା ଆବଦ୍ଧ ହୋଇ ରହିଥିବା ସ୍ଥାନ । ବୃନ୍ଦାବନ ରାଜଗୃହ ୩ ଗୋଟି ମହଲା ବିଶିଷ୍ଟ ଗୃହ ଯେଉଁଥିରେ ଏକ ଗୃହ ମାଟିତଳେ ଅବସ୍ଥିତ ଅଟେ । ଏହି ଗୃହଟି ରାଜାଙ୍କର ମୁଖ୍ୟ ଦରବାର ସହିତ ସଂଯୋଗ ହୋଇଅଛି । ଏହି ରାଜଗୃହ ଅତି ଉଚ୍ଚକୋଟୀର କାରୁକାର୍ଯ୍ଯର ପରିଚୟ ଦେଇଥାଏ । ରାଜପ୍ରାସାଦକୁ ଲାଗି ଏକ ସୁନ୍ଦର ବଗିଚା ଅଛି ଯେଉଁଥିରେ ରାଜା ଅବସର ସମୟରେ ଭ୍ରମଣ କରନ୍ତି । ୱଟେରଫାଲ ଗଣ୍ଡାହାତୀ ପାରଳାଖେମୁଣ୍ଡି ଜମିଦାରମାନଙ୍କ ଏକ ମୂଖ୍ଯ କର ଆଦାୟ ସ୍ଥଳୀ ଥିଲା ।ଏହି ସ୍ଥାନର ନାମ୍ରୁ ସ୍ପଷ୍ଟ ହୁଏ କି ଏଥାରେ ପୂର୍ବରୁ ଅନେକ ହାତୀ ବସବାସ କରୁଥିଲେ । ଯାହା ବର୍ତ୍ତମାନ ସମୟରେ ବିଲୁପ୍ତପ୍ରାୟ ହେବାକୁ ବସିଲାଣି । ଏହି ସ୍ଥାନଟି ମୁଖ୍ୟତଃ “ସୁନ୍ଦର ଜଳପ୍ରପାତ” ପାଇଁ ଖ୍ଯାତି ଅର୍ଜନ କରିଅଛି । ଗଜପତି ଜିଲ୍ଲରେ ଥିବ ଅଳ୍ପ କିଛି ଜଳପ୍ରପାତ ମଧ୍ଯରୁ ଏହ ଏକ ମୁଖ୍ୟ ଏବଂ ଆକର୍ଷଣୀୟ ଜଳପ୍ରପାତ ଅଟେ । ଏହି ଜଳପ୍ରପାତଟି ୧୨୧୨.୪୦ ହେକ୍ଟର ଜାଗା ବିଶିଷ୍ଟ ଯାହାର ଉଚ୍ଚତା ୨୦ ମି. ଅଟେ । ଏହ ଜିଲ୍ଲାର ମୁଖ୍ଯାଞ୍ଚଳରୁ ୨୭ କି.ମି. ଦୂର ଅଟେ । ଖସଡା ଜଳ ପ୍ରପାତ ମୋହନା ବ୍ଲାକ ରେ ଚନ୍ଦ୍ରଗିରି ରୁ ୧୦ କି.ମି. ଦୂରୋ ରେ ଅଛି । ମାଙ୍କଡଡିଆଁ ଜଳପ୍ରପାତ ଗଜପତି ଜିଲ୍ଲାର ଅନ୍ଯ ଏକ ଜଳପ୍ରପାତ ସ୍ଥଳି । ଏହା ଆର. ଉଦୟଗିରି ମଣ୍ଡଳ ମଧ୍ଯରେ ଥିବା ଶିଆଳିଲାଟି ସ୍ଥାନରେ ଅବସ୍ଥିତ । ଏହା ଜିଲ୍ଲାର ମୁଖ୍ୟ କାର୍ୟ୍ୟାଳୟ ପାରଳାଖେମୁଣ୍ଡିରୁ ୮୦ କି.ମି. ଏବଂ ଆର. ଉଦୟଗିରି ମଣ୍ଡଳ ଠାରୁ ୨୨ କି.ମି. ଅଟେ । ଏହି ସ୍ଥାନରେ ନିରବତା ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଲୋକମାନେ ଦୂରଦୂରାନ୍ତରୁ ଏହି ସ୍ଥାନକୁ ଉପଯୋଗ କରିବା ପାଇଁ ଆସନ୍ତି । ଗୁଦ ଗୁଦା ଜଳପ୍ରପାତ ମଧ୍ୟ ରାୟଗଡ ବ୍ଲାକ ରେ ଜିଲ୍ଲା ମୁଖ୍ୟାଳୟ ରୁ ୩୦ କି.ମି. ଦୂର ରେ ଅଛି । ନାଗରିକ ସେବା ସରକାରଙ୍କ ତରଫ ରୁ ମିଳୁଥିବା ନାଗରିକ ସେବା ଗୁଡିକ ବିଷୟରେ ଅଧିକ ଜାଣିବା ପାଇଁ "କ୍ଲିକ" କରନ୍ତୁ । ବିଭିନ୍ନ ସରକାରୀ ବିଭାଗ ଜରୁରୀ ନମ୍ବର ବିଭିନ୍ନ ସରକାରୀକୁ ଯୋଗାଯୋଗ କରିବା ପାଇଁ ଜରୁରୀ ନମ୍ବର ବିଷୟରେ ସୂଚନା ଦିଆଯାଇଛି । ଅଧିକ ଜାଣିବା ପାଇଁ କ୍ଲିକକରନ୍ତୁ । ଆଧାର - ଗଜପତି ଜିଲ୍ଲା ୱେବପୋର୍ଟାଲ