ସେଆର କରନ୍ତୁ

ଗଜପତି ଜିଲ୍ଲା

ଗଜପତି ଜିଲ୍ଲା ସମ୍ବନ୍ଧରେ ସୂଚନା ।

ଜିଲ୍ଲା ସମ୍ବନ୍ଧରେ

ଗଜପତି ଜିଲ୍ଲାର ନାମକରଣ ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ , ପୂର୍ବତନ – ରାଜା ସାହେବ ଗଜପତିଙ୍କ ପାରଳାଖେମୁଣ୍ଡି ଇଷ୍ଟେଟ (ପ୍ରଥମ ପ୍ରଧାନମନ୍ତ୍ରୀ ଓଡିଶା ରାଜ୍ୟ) ଯାହାଙ୍କର ଖ୍ୟାତିରେ ଓଡିଶା ରାଜ୍ୟ ଗଠନ ପାଇଁ ସ୍ଵତନ୍ତ୍ର ଅବଦାନ ଯୋଗୁଁ ପାରଳାଖେମୁଣ୍ଡି ଇଷ୍ଟେଟ ଓଡ଼ିଶାରେ ଅବସ୍ଥାପିତ ହୋଇଛି । ୧୯୯୨ ମସିହାର ଅକ୍ଟୋବର ୨ ତାରିଖରୁ ଗଜପତି ଜିଲ୍ଲା ଗଞ୍ଜାମ ଜିଲ୍ଲାଠାରୁ ସ୍ଵତନ୍ତ୍ର ଭାବରେ ଜିଲ୍ଲାର ମାନ୍ୟତା ହାସଲ କରିଛି । ମାତ୍ର ଏହା ଗଞ୍ଜାମ ଜିଲ୍ଲାର ଉପଖଣ୍ଡରେ ନାମିତ ଥିଲା । ତାହା ବର୍ତ୍ତମାନ ଗଜପତି ଉପଖଣ୍ଡ ନାମରେ ନାମିତ ହୋଇଛି । ବର୍ତ୍ତମାନ ମୋଟରେ ୭ ଗୋଟି ତହସିଲ ,୭ ଗୋଟି ବ୍ଲକ ,୧୫୩୪ ଗ୍ରାମ , ୧୪୯ ଗ୍ରାମ ପଞ୍ଚାୟତ , ୧୧ ଗୋଟି ପୋଲିସ ଥାନା ରହିଛି ।

୩୮୫୦ ବର୍ଗ କିଲୋମିଟର କ୍ଷେତ୍ରଫଳରେ ଗଜପତି ଜିଲ୍ଲା ରହିଛି ଓ ଏହା ୧୮ ଡିଗ୍ରୀ ୬ ମିନିଟ ରୁ ୧୯ ଡିଗ୍ରୀ ୩୦ ମିନିଟ ଉତ୍ତର ଅକ୍ଷାଂଶ ଏବଂ ୮୩ ଡିଗ୍ରୀ ୪୮ ମିନିଟ ରୁ ୮୪ ଡିଗ୍ରୀ ୦୮ ମିନିଟ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ଗଜପତି ଜିଲ୍ଲାର ବାତାବରଣ ପ୍ରାୟ ୧୬ ଡିଗ୍ରୀ ରୁ ୪୦ ଡିଗ୍ରୀ ସେଲସିୟସ ଓ ବର୍ଷାପIତ ପ୍ରାୟତଃ ୧୪୦୩.୩୦ ମିଲିମିଟର ଅଟେ । ଏହି ଜିଲ୍ଲାର ଦକ୍ଷିଣ ପଟେ ଆନ୍ଧ୍ର ପ୍ରଦେଶ , ପୂର୍ବ ପଟେ ଗଞ୍ଜାମ ଜିଲ୍ଲା ,ପଶ୍ଚିମ ପଟେ ରାୟଗଡ଼ ଜିଲ୍ଲା ଓ ଉତ୍ତର ପଟେ କନ୍ଧମାଳ ଜିଲ୍ଲା ରହିଛି । ଏହାର ମାଟି ଓ ବାତାବରଣ ଗଛ ଲଗାଣରେ ଓ କୃଷିକ୍ଷେତ୍ର ତଥା ଉଦ୍ୟାନ ବିଭାଗର ଉନ୍ନତି କଳ୍ପେ ଉପଲବ୍ଧ । ଜିଲ୍ଲାର ୬୦ ଭାଗରୁ ଅଧିକ ଜଙ୍ଗଲ ଜମି ଓ ଉଚ ପର୍ବତମାଳରେ ଅବସ୍ଥାପିତ । ଯାହାକି ମୁଖ୍ୟତଃ ଉଦ୍ୟାନ ବିଭାଗ ଫସଲ ପାଇଁ ଓ ୨୦ ଭାଗ ସାଧାରଣ ଚାଷ ଜମି ଥିବାବେଳେ ପ୍ରାୟତଃ ୧୫ ଭାଗ ଅତି ନିମ୍ନନର ଚାଷ ଜମି ଅଟେ ।
୨୦୧୧ ଜନଗଣନାରେ ଗଜପତି ଜିଲ୍ଲାର ମୋଟ ଜନସଂଖ୍ୟା ୫,୭୭,୮୧୭ ସାମିଲ ଥିବାବେଳେ ମୋଟ ୨,୮୨,୮୮୨ ପୁରୁଷ ଓ ୨,୯୪,୯୩୫ ମହିଳା ରହିଛନ୍ତି । ଜିଲ୍ଲାର ମୋଟ ହରିଜନ ୩୯,୧୭୫ ଓ ମୋଟ ଆଦିବାସୀ ଜନସଂଖ୍ୟା ୩,୧୩,୭୧୪ ଜଣ ରହିଛନ୍ତି । ଗଜପତି ଜିଲ୍ଲାର ମୁଖ୍ୟ ରାଜସ୍ୱ ବହୁ ପରିମାଣରେ ଚାଷରୁ ମିଳୁଅଛି । ସେହିପରି କୃଷିଜାତ ଓ ଉଦ୍ୟାନ ବିଭାଗରେ କମ୍ପାନୀ ଦ୍ଵାରା ଆର୍ଥିକ ସହଯୋଗରେ ଉନ୍ନତି ଆଣି ପାରୁଛି । ଗଜପତି ଜିଲ୍ଲାର ଆର୍ଥିକ ସହାୟତାରେ କୃଷିର ଭୂମିକା ମୁଖ୍ୟ ଅଟେ । କିଛି କୃଷିଜାତ ସଂସ୍ଥା , ବ୍ୟତୀତ ବହୁତ ବଡ କୃଷିଜାତ ବ୍ୟବସ୍ଥା ଜିଲ୍ଲାରେ ନାହି । ସେହିପରି , କୁଟୀର ଶିଳ୍ପ ସଂସ୍ଥା , ଶିଙ୍ଘ କାର୍ଯ୍ୟ ,ଜାଇକଡି ବ୍ୟାଗ , ବେତ ଓ ବାଉଁଶର କାର୍ଯ୍ୟ , ଗଞ୍ଜପା କାର୍ଡ ଓ ପଟ୍ଟଚିତ୍ର ମୁଖ , ଝାଡୁ କାରିଗରୀ ଓ ଶିୟାଳି ପତ୍ର ଓ ଥଳି ନିର୍ମାଣ ସହିତ ତିବତୀୟାନ ମାନଙ୍କର ଉଲ୍ଲେନ କାର୍ପେଟ ଜିଲ୍ଲାର ଆର୍ଥିକ ସ୍ଥିତିକୁ ଦୃଢିଭୂତ କରୁଅଛି ।
ଜଗନ୍ନାଥ ନାରାୟଣ ଦେବ ( ସ୍ଵାଧୀନତା ସଂଗ୍ରାମୀ ) , ଅପନ୍ନା ପରିଚ୍ଛା ( ସ୍ଵାଧୀନତା ସଂଗ୍ରାମୀ ) , ପଣ୍ଡିତ ଯୁଗଳ କିଶୋର ପାଣିଗ୍ରାହୀ ( ସ୍ଵାଧୀନତା ସଂଗ୍ରାମୀ ) , କବିରାଜ ହରିକୃଷ୍ଣ ପୁରୋହିତ (କବି), ମଧୁ ତ୍ରିପାଠୀ (କବି ) , ଲଳିତ କୁମାର ଅଧିକାରୀ (ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀ ), କୃଷ୍ଣ ଶ୍ରୀଚନ୍ଦନ (କବି / ପ୍ରାବନ୍ଧିକ ) , ହରିକୃଷ୍ଣ ମହାରଣା ( କଳାକାର /ଚିତ୍ରକର) , ଚୈତନ୍ୟ ରାଜଗୁରୁ (କବି/ଜ୍ୟୋତିଷ) , ନୀଳମଣି ପାଣିଗ୍ରାହୀ (ଜ୍ୟୋତିଷ ) , ଗୌରଚନ୍ଦ୍ର ଗଜପତି ନାରାୟଣ ଦେଓ (ରାଜକୀୟ ସଭ୍ୟ ) ଓ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ (ରାଜକୀୟ ସଭ୍ୟ )ଙ୍କ ଭଳି ଗୁରୁତ୍ବପୂର୍ଣ ବ୍ୟକ୍ତି ବିଶେଷ ଗଜପତି ଜିଲ୍ଲାରେ ଜନ୍ମ ଗ୍ରହଣ କରିଛନ୍ତି ।
ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି କଲେଜ , ସେଞ୍ଚୁରିୟାନ ୟୁନିଭର୍ସିଟି ଓ କେନ୍ଦ୍ରୀୟ ବିଦ୍ୟାଳୟ ଗଜପତି ଜିଲ୍ଲାର ମୁଖ୍ୟ ପାଠ୍ୟ ଉତ୍ସ ଥିବାସ୍ଥଳେ କେତେକ ରେସିଡେନସିଆଲ ସ୍କୁଲ ଯଥା ମହେନ୍ଦ୍ରତନୟା ଆଶ୍ରମ ସ୍କୁଲ , କଇଁପୁରଠାରେ ବେସରକାରୀ ସଂଗଠନ ଦ୍ଵାରା ପରିଚାଳିତ ହେଉଅଛି ।
ବର୍ଷସାରା ଗଜପତି ଜିଲ୍ଲାରେ ବିଭିନ୍ନ ସାଂସ୍କୃତିକ ଉତ୍ସବ ଓ ମେଳା ଗୁଡିକର ସମାହାର ରହିଛି । ରଥଯାତ୍ରା , ଦଶହରା ,କୁମାର ପୁର୍ଣିମା , ଠାକୁରାଣୀ ଯାତ୍ରା ଓ ମକର ସଂକ୍ରାନ୍ତିକୁ ବିଶିଷ୍ଟ ଯାତ୍ରା ଓ ମେଳା ଭାବରେ ଏଠାରେ ଆୟୋଜନ କରାଯାଇଥାଏ ।

ଇତିହାସ

ଗଜପତି ରାଜବଂଶର ଇତିହାସ ଆଜି ମଧ୍ୟ ଗଜପତି ଜିଲ୍ଲାର ଇତିହାସରେ ସ୍ଵର୍ଣ ଅକ୍ଷରରେ ଲିପିବଦ୍ଧ ହୋଇରହିଛି । ଗଜପତି ଜିଲ୍ଲାର ଐତିହାସିକ ଦସ୍ତବେଜରୁ ଜଣାଯାଏ ଯେ , ଏହାର ଇତିହାସ ସାଧାରଣତଃ ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ରାଜାଭିଶେଖ ଦିନଠାରୁ ଗଣନା କରାଯାଏ । ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ ଜଣେ ବିଚକ୍ଷଣ ତଥା ସର୍ବଗୁଣସମ୍ପନ୍ନ ରାଜା ଥିଲେ , ଯିଏ କି ଓଡିଶାରେ ପ୍ରାୟତଃ ସାତଶହ ବର୍ଷରୁ ଉର୍ଦ୍ଧ ପ୍ରଭାବ ବିସ୍ତାର କରିଥିବା ଗଜପତି ରାଜବଂଶୀୟ ରାଜା ଥିଲେ । ସେହି ସମୟରେ ଓଡିଶାର ସୀମା ଉତ୍ତରରେ ଗଙ୍ଗା ଠାରୁ ଦକ୍ଷିଣରେ ନେଲୁର ଜିଲ୍ଲାର ଉଦୟଗିରି ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସମଗ୍ର ଗଞ୍ଜାମ ଜିଲ୍ଲା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଥିଲା । ପଞ୍ଚଦଶ ଶତାଦ୍ଧିର ଶେଷ ଭାଗରେ କଲାହୋମ , କପିଳେନ୍ଦ୍ର ଦେବଙ୍କ ପୁତ୍ର ଏଠାରେ ଆଧିପତ୍ୟ ବିସ୍ତାର କରି ନିଜର ରାଜବଂଶ ପାରଳାଖେମୁଣ୍ଡିଠାରେ ସ୍ଥାପନ କରିଥିଲେ । ସେହି ସମୟରେ ଗଞ୍ଜାମ ଜିଲ୍ଲାର ଦକ୍ଷିଣ ପଶ୍ଚିମ ଭାଗରେ ଥିବା ପାରଳାଖେମୁଣ୍ଡିରେ ଜମିଦାରୀ ପ୍ରଥା ପ୍ରଚଳିତ ଥିଲା ଓ ମାଲିୟା ସମ୍ପ୍ରଦାୟର ଜନଜାତି ଏଠାରେ ପ୍ରଭାବ ବିସ୍ତାର କରିଥିଲେ ।

ଉପଲବ୍ଧ ଥିବା ଅଭିଲେଖ ତଥା ଦସ୍ତବେଜରୁ ଜଣାଯାଏ ଯେ , ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ ହେଉଛନ୍ତି ସେହି ବ୍ୟକ୍ତିତ୍ୱ , ଯିଏ କି ଓଡିଶାକୁ ଏକ ସ୍ଵତନ୍ତ୍ର ପ୍ରଦେଶ ଗଠନ କରିବାରେ ତଥା ପରଳାଖେମୁଣ୍ଡିକୁ ନବ ଗଠିତ ଓଡିଶା ପ୍ରଦେଶରେ ମିଶାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଗଜପତି ଜିଲ୍ଲା ୧୯୯୨ ମସିହା ଅକ୍ଟୋବର ୨ ତାରିଖ ଠାରୁ ଏକ ସ୍ଵତନ୍ତ୍ର ଜିଲ୍ଲା ଭାବରେ କାର୍ଯ୍ୟକ୍ଷମ ହୋଇ ଆସୁଅଛି ।

ଏଠାରେ ଥିବା ବିଭିନ୍ନ ସ୍ତୂପ , ପ୍ରାସାଦ ତଥା ଅନ୍ୟାନ୍ୟ କଳାକୃତି ଗଜପତି ଜିଲ୍ଲାର ଐତିହ୍ୟକୁ ଓଡିଶା ପ୍ରଦେଶର ଇତିହାସରେ ଏକ ସ୍ଵତନ୍ତ୍ର ସ୍ଥାନ ପ୍ରଦାନ କରିଛି । ଗଜପତି ରାଜ ପ୍ରସାଦ , ବୃନ୍ଦାବନ ପ୍ୟାଲେସ ପରି ପ୍ରସାଦ ତଥା ସେରଙ୍ଗ, ମହେନ୍ଦ୍ରଗିରି ଓ ଜିରାଙ୍ଗ ଠାରେ ଥିବା ସ୍ତୂପ ତଥା ଦର୍ଶନୀୟ ସ୍ଥାନ ସମୂହ ଏହାର ଐତିହାସିକ ଗୁରୁତ୍ଵକୁ ଉପସ୍ଥାପନ କରୁଅଛି ।

ଅର୍ଥବ୍ୟବସ୍ଥା

ଗଜପତି ଜିଲ୍ଲାର ଆର୍ଥିକ ଅବସ୍ଥା ଏହାର କୃଷି ତଥା କୁଟୀର ଶିଳ୍ପ ଉପରେ ନିର୍ଭରଶୀଳ । ଏହାର ଭୌଗୋଳିକ ଅବସ୍ଥା ତଥା ଜଳବାୟୁ ସାଧାରଣତଃ ବାଜରା , ମକା , ସୂର୍ଯ୍ୟମୁଖୀ ଫୁଲ ପାଇଁ ସୁହାଇଥାଏ ଏବଂ ପାରଳାଖେମୁଣ୍ଡି ଏହି ସବୁ ଉତ୍ପାଦଗୁଡିକର ବିକ୍ରୟସ୍ଥଳ ହୋଇଥାଏ । କିଛିଟା କୃଷିଭିତ୍ତିକ ଉଦ୍ୟୋଗ ବ୍ୟତୀତ ଅନ୍ୟ କୌଣସି ଶିଳ୍ପ କେନ୍ଦ୍ର ଏଠାରେ ପରିଲକ୍ଷିତ ହୁଏନାହି । କିନ୍ତୁ ସିଙ୍ଘ କାର୍ଯ୍ୟ , ଯାଇଖାଡି ବ୍ୟାଗ , ବାଉଁଶ କାର୍ଯ୍ୟ , ଗଞ୍ଜାପ୍ପା କାର୍ଡ ଓ ପାଟ୍ଟଚିତ୍ର ମୁଖ , ପତ୍ର ତିଆରି ପ୍ଲେଟ ଭଳି କୁଟୀର ଶିଳ୍ପ ତଥା ତିବେତାନ ମାନଙ୍କର ୱୂଲେନ କାର୍ପେଟ , ୱୂଲେନ ବସ୍ତ୍ର ଏହାର ଆର୍ଥିକସ୍ଥିତିକୁ ସହାୟତା ଯୋଗାଇଥାଏ ।

କୃଷି ବିଭାଗ

ବିଭାଗର ଲକ୍ଷ୍ୟ ଓ ଉଦେଶ୍ୟ :-

  • ଗୁଣାତ୍ମକ ବିହନ ବିତରଣ ବ୍ୟତୀତ ବିହନ ଗ୍ରାମ ଯୋଜନା ଅନ୍ତର୍ଗତ ବିହନ ଉତ୍ପାଦନ କାର୍ଯ୍ୟକ୍ରମ ଓ ଖ୍ୟାତି ସଂପନ୍ନ ସଂସ୍ଥା ସହଭାଗୀତାରେ ବିହନ ପ୍ରତିବଦଳ ହାର ଓ କିସମ ପ୍ରତିବଦଳ ହାର ବୃଦ୍ଧି କରିବା ।
  • ସମନ୍ୱିତ ଖାଦ୍ୟସାର ପରିଚାଳନା ସହିତ ସନ୍ତୁଳିତ ସାର ପ୍ରୟୋଗ ସକାଶେ କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ଏବଂ ତଦ୍ନୁଯାୟୀ ସାର ପ୍ରୟୋଗ ବିଧି ସୁପାରିଶ କରିବା ।
  • ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବା ଓ କୃଷି ଉତ୍ପାଦ ପ୍ରଭାବକାରୀ ମାନରେ ଉନ୍ନତି ଆଣିବା ସକାଶେ କୃଷି ଯାନ୍ତ୍ରିକୀକରଣ ଓ ଚାଷଯୁକ୍ତ ଜଳସେଚନ ପଦ୍ଧତିକୁ ପ୍ରେତ୍ସାହିତ କରିବା ।
  • ଢିପ ଜମିରେ ଧାନ ବଦଳରେ ଅଧିକ ଲାଭଦାୟକ ଫସଲ ଚାଷ ଓ ପତିତ ଧାନ ଜମିରେ ସ୍ୱଳ୍ପ ଜଳସେଚନ ସହିତ ଡାଲି ଓ ତୈଳବୀଜ ଫସଲ ଚାଷ କରିବା ।
  • ସେଚ କୂପ,ନଦୀ ଉଠାଜଲସେଚନ ପ୍ରକଳ୍ପ, ଗଭୀର ନଳକୂପ,ଆଦି ପ୍ରତିଷ୍ଠା କରି ଭୂତଳ ଜଳ ଓ ପ୍ରବାହିତ ଜଳର ସୁବିନିଯୋଗ କରିବା ।
  • ସ୍ଥାୟୀ କୃଷି ନିମନ୍ତେ ଜୈବ କୃଷି ଓ ସମନ୍ୱିତ କୃଷିକୁ ପ୍ରୋତ୍ସାହିତ କରିବା ।
  • ଇ-ରୋଗ ପୋକ ସର୍ବେକ୍ଷଣ ଓ ସମନ୍ୱିତ ରୋଗ ପୋକ ପରିଚାଳନା ଦ୍ୱାରା ରୋଗ ପୋକ ପରିଚାଳନା କରିବା ।
  • କୃଷି ବୈଷୟିକ ଜ୍ଞାନକୌଶଳର ଫଳପ୍ରଦ ସଂପ୍ରସାରଣ ଓ କୃଷକମାନଙ୍କ ଆବଶ୍ୟକତା ଅନୁସାରେ ସେବା ପ୍ରଦାନକାରୀ ଉପାଦାନ ଯୋଗାଣ ସକାଶେ କୃଷି ସଂପ୍ରସାରଣକୁ ଦୃଢିଭୂତ କରିବା ।
  • କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଫସଲ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି କରିବା ।
  • ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ବହୁଳ ପ୍ରଚାର ପ୍ରସାର ନିମନ୍ତେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ।
  • ଫଳପ୍ରଦ ସଂପ୍ରସାରଣ ସକାଶେ ଭିତ୍ତିଭୂମି ବିକାଶ ଓ ସୁଦୃଢିକରଣ ।
  • କୃଷି କ୍ଷେତ୍ରରେ ବେସରକାରୀ ପୁଞ୍ଜି ନିବେଶ ଓ କୃଷି ଉଦ୍ୟୋଗକୁ ପ୍ରୋତ୍ସାହନ ଦେବ ।
  • କୃଷି କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ସକାଶେ ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ ଓ ସହାୟତା ସିଧାସଳଖ ଚାଷୀଙ୍କ ଖାତାକୁ ପ୍ରେରଣ କରାଯାଉଛି ।
  • କୃଷକ, କୃଷି କର୍ମଚାରୀ ଓ କୃଷି ସହ ଜଡିତ ଅନ୍ୟାନ୍ୟ ସଂସ୍ଥାମାନଙ୍କର ଦକ୍ଷତା ବୃଦ୍ଧି କରିବା ।

କୃଷି ବିଭାଗର ବିଭିନ କାର୍ୟ୍ୟାଳୟ

ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା

ଏହି ଯୋଜନା ଦ୍ଵାରା କୃଷକ ମାନଙ୍କ ଜମିରୁ ସିଧା ସଳଖ ମାଟି ନମୁନା ସଂଗ୍ରହ କରାଯାଉଛି ଓ ଭ୍ରାମ୍ଯମାଣ ମୃତ୍ତିକା ପରୀକ୍ଷାଗାର ସାହାଯ୍ଯରେ ସେ ସବୁକୁ ପରୀକ୍ଷା କରି କୃଷକ ମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ଯ କାର୍ଡ ଦିଆ ଯାଉଛି ବର୍ଷକୁ ୫୦୦୦ ଟି ମାଟି ନମୁନା ପରୀକ୍ଷା କରି ମୃତ୍ତିକା ସ୍ୱାସ୍ଥ୍ଯ କାର୍ଡ ପ୍ରଦାନ କରିବାର ବ୍ଯବସ୍ଥା ଅଛି ।

ଅଧିକ ଅମଳକ୍ଷମ ବିହନ ଯୋଗାଣ

କୃଷକ ମାନଙ୍କୁ ପ୍ରତି ବର୍ଷ ରିହାତି ଦରରେ ପ୍ରାଥମିକ କୃଷି ସେବା ସମବାୟ ସମିତି ବା ବେସରକାରୀ ବିହନ ଯୋଗାଣ ସଂସ୍ଥା ଜରିଆରେ ଓଡିଶା ବିହନ ନିଗମ ଦ୍ଵାରା ଧାନ, ମୁଗ, ବିରି ଓ ଚିନାବାଦାମ ବିହନ ଯୋଗାଇ ଦିଆଜଯାଉଛି । ଚଳିତ ବର୍ଷ ୨୦୧୮ ପାଇଁ ୭୦୦ କୁଇଂଟାଲ ଧାନ ବିହନ ରିହାତି ଦରରେ ବିକ୍ରି କରିବାର ବ୍ୟବସ୍ଥା ରହିଛି ।

ବିହନ ବିଶୋଧନ କାର୍ୟ୍ୟାଳୟ

ପ୍ରତି ବର୍ଷ ଖରିଫ୍ ଓ ରବି ଋତୁରେ ବିହନ ବୁଣିବା ପୁର୍ବରୁ କୃଷକ ମାନଙ୍କୁ ନିଜର ବିହନକୁ କିପରି ବିଶୋଧନ କରିବେ ତାହାର ତାଲିମ ଦିଆଯାଇ ସଚେତନ କରାଯାଉଛି ।

ପୁର୍ବ ଭାରତରେ ସବୁଜ ବିପ୍ଳବ ଯୋଜନା

ରାଷ୍ଟ୍ରିୟ କୃଷି ବିକାଶ ଯୋଜନା ଦ୍ଵାରା ଆମ ଜିଲ୍ଲାରେ ପୂର୍ବ ଭାରତରେ ସବୁଜ ବିପ୍ଲବ ଯୋଜନା ଧାନ ଫସଲ ପାଇଁ କର୍ଯକାରୀ ହେଉଅଛି । ଏହି ଯୋଜନା ଦ୍ଵାରା କୃଷକମାନଙ୍କୁ କ୍ଷେତରେ ପ୍ରତିକୂଳ ପରିସ୍ଥିତି ସହଣି ଧାନର ପ୍ରଦର୍ଶନୀ କ୍ଷେତ୍ର କରାଯାଇଛି । ଏଥି ପାଇଁ କୃଷକମାନଙ୍କୁ ହେକ୍ଟର ପିଛା ଟ. ୧୨୫୦ ସହାୟତା ଦିଆଯାଉଛି । ଏହା ବ୍ୟତୀତ ଅଧିକ ଅମଳକ୍ଷମ ଧାନ
ବିହନ କୀଟ ନାଶକ ଘାସମରା ଜୈବିକ ସାର ଅଣୁ ସାର ଯୋଗାଈ ଦିଆଯାଉଛି ।

ଖାଦ୍ୟ ନିରାପତ୍ତା ଯୋଜନା (ଡାଲି)

ଏହି ଯୋଜନା ଜରିଆରେ ନୂତନ ଡାଲି ଜାତୀୟ ବିହନ ବଣ୍ଟନ କରାଯାଇ ପ୍ରଦର୍ଶନୀ କ୍ଷେତ୍ର କରାଯାଉଛି । କୃଷକମାନଙ୍କୁ କୀଟ ନାଶକ , ଜଳ ପରି ବହୀ ପାଇପ ସ୍ପ୍ରିଂକ୍ଲେର ସେଟ୍ ରିହାତି ଦରରେ ଯୋଗାଇ ଦିଆଯାଉଛି ।

ଜାତୀୟ ତୈଳବୀଜ ଉନ୍ନୟନ ଯୋଜନା

ତୈଳବିଜ ଜାତୀୟ ଫସଲର ଅମଳ ବଢାଇବା ପାଇ ଉନ୍ନତ ବିହନ ଜୋଗାଇ ପ୍ରଦର୍ଶନୀ କ୍ଷେତ୍ର କରାଯାଉଛି କୃଷକମାନଙ୍କୁ ତାଲିମ୍ ଦିଆଯାଇ ସଚେତନ କରାଯାଉଛି ।

କୃଷି ଯନ୍ତ୍ରୀ କରଣ ଯୋଜନା

ଏହି ଯୋଜନା ମାଧ୍ୟମରେ କୃଷକମାନଙ୍କୁ tractor, powertiller, rotavator, pumpsets, reaper, transplanter, combine harvester ରିହାତି ଦରରେ ଡି.ବି. ଟି. ଦ୍ଵାରା ପ୍ରଦାନ କରାଯାଉଛି ।

ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ସେବା ଯୋଗାଣ ବ୍ୟବସ୍ଥା

ଚିକିତ୍ସାଳୟର ନାମ

ସଂଖ୍ୟା

ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ

ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

୨୧

ସ୍ୱାସ୍ଥ୍ୟ ଉପକେନ୍ଦ୍ର

୧୩୬

ସ୍ୱାସ୍ଥ୍ୟ ସେକ୍ଟର

୩୨

ଆୟୁର୍ବେଦିକ ଚିକିତ୍ସାଳୟ

ହୋମିଓପେଥିକ ଚିକିତ୍ସାଳୟ


ରକ୍ତ ଭଣ୍ଡାର ଉପଳବ୍ଧ

ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ରକ୍ତ ଭଣ୍ଡାର ଉପଲବ୍ଧ ଅଛି ।
ରକ୍ତ ଭଣ୍ଡାର ଅଧିକାରୀଙ୍କ ନ।ମ – ଡା.ଏମ. ରାମଲକ୍ଷ୍ମୀ
ରକ୍ତ ଭଣ୍ଡାର ଅଧିକାରୀଙ୍କ ଦୂରଭାଷ – ୦୬୮୧୫-୨୨୨୪୬୭

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପଲବ୍ଧ ଚିକିତ୍ସାଳୟର ତାଲିକା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପଲବ୍ଧ ଚିକିତ୍ସାଳୟର ତାଲିକା ସମ୍ବନ୍ଧରେ ଅଧିକା ସୂଚନା ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କରେ କ୍ଳିକ‍ କରନ୍ତୁ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପଲବ୍ଧ ଚିକିତ୍ସାଳୟର ତାଲିକା

କୋରାନ ଭୂତାଣୁ

କରୋନା ଭୂତାଣୁର ସଂକ୍ରମଣରେ ବିଶ୍ଵର ଅଧିକାଂଶ ଦେଶ ସଂକ୍ରମିତ ହୋଇସାରିଛନ୍ତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସଂକ୍ରମଣକୁ ଏକ ଜରୁରୀକାଳୀନ ଜନସ୍ଵାସ୍ଥ୍ୟ ସମସ୍ୟା ଭାବରେ ଘୋଷଣା କରିଛନ୍ତି । ଏଥିପାଇଁ ସଚେତନତା ତଥା ପ୍ରତିଷେଧକ ଉପାୟ ଆପଣେଇବା ହିଁ ଏକନ୍ତ ଜରୁରୀ । କାର୍ଯ୍ୟସ୍ଥଳୀରେ ଏକାଧିକ ବ୍ୟକ୍ତି କାମ କରୁଥିବା ବେଳେ ଏହି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଏହାର ପ୍ରତିରୋଧ ପାଇଁ ପ୍ରତ୍ୟେକ କାର୍ଯ୍ୟସ୍ଥଳୀରେ ପ୍ରତିଷେଧକ ଉପାୟ ଅବଲମ୍ବନର ବିଶେଷ ଆବଶ୍ୟକତା ଅଛି ।

ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ ।

ଶିକ୍ଷା

ଗଜପତି ଶିକ୍ଷା ଜିଲ୍ଲାର ସକ୍ଷୀପ୍ତ ବିବରଣୀ

ଉକ୍ତ ଜିଲ୍ଲାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷାର ଉନ୍ନତି ନିମନ୍ତେ ସର୍ବ ଶିକ୍ଷା ଅଭିଯାନ ଓ ମାଧ୍ୟମିକ ଶିକ୍ଷାର ଉନ୍ନତି ନିମନ୍ତେ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଚାଲୁରହି, ବିଭିନ୍ନ ବିଦ୍ୟାଳୟରେ ଭିକ୍ତି ଭୂମିର ବିକାଶ ନିମନ୍ତେ ଅନୁଦାନ ଏବଂ ଶୈକ୍ଷିକ ଉନ୍ନତି ନିମନ୍ତେ ଶିକ୍ଷକମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅଥାତ ଉଜ୍ଜଳ, ଉତ୍କର୍ଷ ଓ ସାମର୍ଥ୍ୟ ନାମରେ ନିରନ୍ତର ତାଲିମ ପ୍ରଦାନ କରାଯାଉଛି । ବିଦ୍ୟାଳୟର ସୁପରିଚାଳନା ନିମନ୍ତେ ପ୍ରଧାନ ଶିକ୍ଷକମାନଙ୍କୁ ନେତୃତ୍ଵ ତାଲିମ ପ୍ରଦାନ କରାଯାଉଛି । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁପରିଚାଳନ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଓ ମାଧ୍ୟମିକ ବିଦ୍ୟାଳୟର ସୁପରିଚାଳନା ପାଇଁ ବିଦ୍ୟାଳୟ ପରିଚାଳନା ଓ ଉନ୍ନତି କମିଟି ଗଠିତ କାର୍ଯ୍ୟ କରି ଆସୁଅଛି । ସରକାରଙ୍କ ବିଭିନ୍ନ ଯୋଜନା ଓ ବୃତି ବିଷୟରେ ଛତ୍ର / ଛାତ୍ରୀ ମାନଙ୍କୁ ଅବଗତି କରାଇବାପାଇଁ, ଶିକ୍ଷାର୍ଥୀମାନଙ୍କ ଉପସ୍ଥାନ ବୃଦ୍ଧି ଓ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଠୀ କରିବାପାଇଁ ପ୍ରଧାନ ଶିକ୍ଷକମାନଙ୍କୁ ମାସିକ ବୈଠକ ଆହୁତ କରି ସଚେୟତନ କରାଯାଉଛି ।

ଜିଲ୍ଲା ପ୍ରକଳ୍ପ କାର୍ଯ୍ୟ।ଳୟ, ସର୍ବ ଶିକ୍ଷା ଅଭିଯାନ, ଗଜପତି

ସର୍ବ ଶିକ୍ଷା ଅଭିଯାନ, ହେଉଛି ଭାରତ ସରକାରଙ୍କ ସର୍ବତ୍କୃଷ୍ଠ କାର୍ଯ୍ୟକ୍ରମ। ଏହାର ମୂଳ ଲକ୍ଷ୍ୟ ହେଉଛି ଶିକ୍ଷାକୁ ସାର୍ବଜନୀନ କରଣ କରିବା । ୨୦୦୧ ମସିହାରେ ପ୍ରଥମେ ଓଡିଶାରେ ସର୍ବ ଶିକ୍ଷା ଅଭିଯାନ ୩୦ ଗୋଟି ଜିଲ୍ଲାରେ କାର୍ଯ୍ୟକ୍ଷମ କରାଯାଇଛି ଏହା ଏକ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମ । ଭାରତର ୬ ରୁ ୧୪ ବର୍ଷ ବୟସର ସମସ୍ତ ଶିଶୁ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ପାଇବା ସେମାନଙ୍କର ମୌଳିକ ଅଧିକାର ଅଟେ । ଏହା ସମ୍ବିଧାନର ୮୬ତମ ସଂଶୋଧନ ଅନୁଯାୟୀ ନିର୍ଦ୍ଦେଶିତ । ଏହା ଭାରତୀୟ ସମ୍ବିଧାନର ମୌଳିକ ଧାରା ୨୧ (କ)ରେ ଉଦ୍ଧିଷ୍ଟ ଏବଂ ଶିକ୍ଷା ଅଧିକାର ଆଇନ ୨୦୦୯ ଭାବେ କାର୍ଯ୍ୟକାରୀ ହୋଇଅଛି । ଓଡିଶାରେ ଏହା ୧ ଅପ୍ରେଲ ୨୦୧୦ ଠାରୁ କାର୍ଯ୍ୟକାରୀ କରାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ଗୁଡିକ ହେଲା

  1. ୬ରୁ ୧୪ ବର୍ଷ ବୟସର ସମସ୍ତ ଶିଶୁ ମାଗଣାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଘର ପାଖ ବିଦ୍ୟାଳୟରେ (ପ୍ରାଥମିକ – ୧ କିମି, ଉଚ୍ଚ ପ୍ରାଥମିକ-୩ କିମି ଦୂରତା ଥାଇ ) ନାମ ଲେଖାଇଥିବେ।
  2. କୌଣସି କାରଣରୁ ଜନ୍ମ ପ୍ରମାଣପତ୍ର ବ ବଦଳି ପ୍ରମାଣ ପତ୍ର ଅଭାବରେ କିମ୍ବା ବିଳମ୍ବରେ ପ୍ରବେଶ ଜନିତ କାରଣରୁ ବିଦ୍ୟାଳୟରେ ସେମାନଙ୍କୁ ନାମଲେଖରୁ ବଞ୍ଚିତ କରାଯାଇପାରିବ ନାହିଁ ।
  3. ବିଦ୍ୟାଳୟ ବାହାରେ ଥିବା ଶିଶୁମାନଙ୍କୁ ସେମାନଙ୍କର ବୟସ ଅନୁସାରେ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାହେବ ।
  4. ଦିବ୍ୟଙ୍ଗ ଶିଶୁମାନଙ୍କ ପାଇଁ ନିରାପଦ ତଥା ଉପଯୁକ୍ତ ଯାତାୟାତ ଏବଂ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ସୁଯୋଗର ବ୍ୟବସ୍ଥା ରହିଛି ।
  5. ୨୦୦୭ ପର୍ଯ୍ୟନ୍ତ ପ୍ରାଥମିକ ସ୍ତରରେ ଏବଂ ୨୦୧୦ ପର୍ଯ୍ୟନ୍ତ ଉଚ୍ଚ ପ୍ରାଥମିକ ସ୍ତରରେ ସମସ୍ତ ଲିଙ୍ଗ ଭିର୍ତ୍ତିକ ଓ ସାମାଜିକ ଭେଦ ଭାବ ଦୂର କରିବା ।
  6. ପିଲାମାନଙ୍କୁ ବିଦ୍ୟାଳୟରେ କୌଣସି ପ୍ରକାର ଶାରୀରିକ ଦଣ୍ଡ, ମାନସିକ ନିର୍ଯାତନା ଦିଆଯିବ ନାହିଁ ଏବଂ ସେମାନଙ୍କ ମଧ୍ୟରେ ବଛା ବିଚାର ନିଷେଧ କରାଯିବ ।
  7. ପ୍ରତ୍ୟେକ ବିଦ୍ୟାଳୟର କାର୍ଯ୍ୟକଳାପ ତଦାରଖ, ପରିଚାଳନା ତଥା ବିଦ୍ୟାଳୟର ଉନ୍ନତି ନିମନ୍ତେ ଯୋଜନା କରିବା ପାଇଁ ମୁଖ୍ୟତଃ ଅଭିଭାବକମାନଙ୍କୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହେବ ଏବଂ ପ୍ରତି ମାସର ପୁର୍ଣିମା ଦିନ ବୈଠକ ଅନୁଷ୍ଠିତ ହେବ ।
  8. କୌଣସି ପିଲାକୁ ବିଦ୍ୟାଳୟରେ ପ୍ରବେଶ ନିମନ୍ତେ କୌଣସି ଚୟନ ପ୍ରକ୍ରିୟା ଓ ମୁଣ୍ଡପିଛା ଦେୟ ଦେବାକୁ ପଡିବ ନାହିଁ ।
  9. ବେସରକାରୀ ବିଦ୍ୟାଳୟମାନଙ୍କରେ ପ୍ରଥମ ଶ୍ରେଣୀ ବ ତାଠାରୁ ତଳ ଶ୍ରେଣୀ (ପ୍ରବେଶ ସ୍ତର ) ରେ ସେହି ଶ୍ରେଣୀ କ୍ଷମତାର ସର୍ବନିମ୍ନ ୨୫ % ସ୍ଥାନ ଆର୍ଥିକ ଓ ସାମାଜିକ ଅନଗ୍ରସର ଶ୍ରେଣୀର ପିଲାମାନଙ୍କ ପାଇଁ ସଂରକ୍ଷିତ ରହିବା ।
  10. ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଅଣ-ଶିକ୍ଷା କାର୍ଯ୍ୟକ୍ରମ (ଜନଗଣନା, ପ୍ରାକୃତିକ ବିପର୍ଯ୍ୟୟ/ ଦୁର୍ବିପାକ ପରିଚାଳନା କାର୍ଯ୍ୟ ତଥା ନିର୍ବାଚନ ପ୍ରକ୍ରିୟା ବ୍ୟତୀତ) ରେ ଭାଗ ନିଷେଧ ।
  11. ଶିକ୍ଷା ଅଧିକାର ଉଲଂଘନ ସଙ୍କ୍ରାତୀୟ ଅଭିଯୋଗ ସ୍ଥାନୀୟ କର୍ତ୍ତୃପକ୍ଷ, ଶିଶୁ ଅଧିକାର ସୁରକ୍ଷା ଆୟୋଗ କିମ୍ବା School Student Helpline (୧୮୦୦୩୪୫୬୭୨୨) ମାଧ୍ୟମରେ ଜଣାଇପାରିବେ ।

ପର୍ଯ୍ୟଟନ ସ୍ଥାନ

ଚନ୍ଦ୍ରଗିରି

ଚନ୍ଦ୍ରଗିରି ମୋହନା ମଣ୍ଡଳର ଲୋବାରସିଂ ସ୍ଥାନରେ ଅଛି । ଏହି ସ୍ଥାନରେ ଅନେକ ତିବ୍ବତୀୟମାନେ ସେମାନଙ୍କର ଗୃହ ପରିତ୍ଯାଗ କରି ସେଠାରେ ବସବାସ କରନ୍ତି । ଜିରାଙ୍ଗ ସ୍ଥାନଟି ମୋହନା ମଣ୍ଡଳ ଅଧିନରେ ଅବସ୍ଥିତ ଯେଉଁଠାରେ ଦକ୍ଷିଣ ଏସିଆର ବୃହତ୍ତମ ବୁଦ୍ଧ ମନ୍ଦିର ପାଇଁ ଖ୍ଯାତି ଅର୍ଜନ କରିଅଛି । ୨୦୧୦ ମସିହାରେ ସନ୍ଥ ଗୁରୁ ଦଲାଇଲାମା ଏହି ମନ୍ଦିରଟିକୁ ଉଦ୍ଘାବଟନ କରିଥିଲେ । ଏହାକୁ ମଧ୍ଯ “ମହାବିହାର ସମ୍ରାଜ” ବୋଲି କୁହାଯାଏ ।

ମହାରାଜା ଗଜପତି

ବୃନ୍ଦାବନ ରାଜପ୍ରାସାଦ ହେଉଛି କେବଳ ଗଜପତି ଜିଲ୍ଲାର ନୁହେଁ ସମଗ୍ର ଓଡ଼ିଶା ଈତିହାସରଏକ ପ୍ରମୁଖ ସ୍ଥାନ । ଏହ ପୂର୍ବତ୍ତନ ମହାରାଜା ପାରଳାଖେମୁଣ୍ଡିଙ୍କ ଗ୍ରୀଷ୍ମକାଳୀନ ବାସଗୃହ ଅଟେ । ଏହା ମହେନ୍ଦ୍ରତନୟା ନଦୀ କୂଳରେ ଅବସ୍ଥିତ । ଏହା ଶାଳ ବୃକ୍ଷ ଦ୍ୱାରା ଆବଦ୍ଧ ହୋଇ ରହିଥିବା ସ୍ଥାନ । ବୃନ୍ଦାବନ ରାଜଗୃହ ୩ ଗୋଟି ମହଲା ବିଶିଷ୍ଟ ଗୃହ ଯେଉଁଥିରେ ଏକ ଗୃହ ମାଟିତଳେ ଅବସ୍ଥିତ ଅଟେ । ଏହି ଗୃହଟି ରାଜାଙ୍କର ମୁଖ୍ୟ ଦରବାର ସହିତ ସଂଯୋଗ ହୋଇଅଛି । ଏହି ରାଜଗୃହ ଅତି ଉଚ୍ଚକୋଟୀର କାରୁକାର୍ଯ୍ଯର ପରିଚୟ ଦେଇଥାଏ । ରାଜପ୍ରାସାଦକୁ ଲାଗି ଏକ ସୁନ୍ଦର ବଗିଚା ଅଛି ଯେଉଁଥିରେ ରାଜା ଅବସର ସମୟରେ ଭ୍ରମଣ କରନ୍ତି ।

ୱଟେରଫାଲ

ଗଣ୍ଡାହାତୀ ପାରଳାଖେମୁଣ୍ଡି ଜମିଦାରମାନଙ୍କ ଏକ ମୂଖ୍ଯ କର ଆଦାୟ ସ୍ଥଳୀ ଥିଲା ।ଏହି ସ୍ଥାନର ନାମ୍ରୁ ସ୍ପଷ୍ଟ ହୁଏ କି ଏଥାରେ ପୂର୍ବରୁ ଅନେକ ହାତୀ ବସବାସ କରୁଥିଲେ । ଯାହା ବର୍ତ୍ତମାନ ସମୟରେ ବିଲୁପ୍ତପ୍ରାୟ ହେବାକୁ ବସିଲାଣି । ଏହି ସ୍ଥାନଟି ମୁଖ୍ୟତଃ “ସୁନ୍ଦର ଜଳପ୍ରପାତ” ପାଇଁ ଖ୍ଯାତି ଅର୍ଜନ କରିଅଛି । ଗଜପତି ଜିଲ୍ଲରେ ଥିବ ଅଳ୍ପ କିଛି ଜଳପ୍ରପାତ ମଧ୍ଯରୁ ଏହ ଏକ ମୁଖ୍ୟ ଏବଂ ଆକର୍ଷଣୀୟ ଜଳପ୍ରପାତ ଅଟେ । ଏହି ଜଳପ୍ରପାତଟି ୧୨୧୨.୪୦ ହେକ୍ଟର ଜାଗା ବିଶିଷ୍ଟ ଯାହାର ଉଚ୍ଚତା ୨୦ ମି. ଅଟେ । ଏହ ଜିଲ୍ଲାର ମୁଖ୍ଯାଞ୍ଚଳରୁ ୨୭ କି.ମି. ଦୂର ଅଟେ ।

ଖସଡା ଜଳ ପ୍ରପାତ ମୋହନା ବ୍ଲାକ ରେ ଚନ୍ଦ୍ରଗିରି ରୁ ୧୦ କି.ମି. ଦୂରୋ ରେ ଅଛି ।

ମାଙ୍କଡଡିଆଁ ଜଳପ୍ରପାତ ଗଜପତି ଜିଲ୍ଲାର ଅନ୍ଯ ଏକ ଜଳପ୍ରପାତ ସ୍ଥଳି । ଏହା ଆର. ଉଦୟଗିରି ମଣ୍ଡଳ ମଧ୍ଯରେ ଥିବା ଶିଆଳିଲାଟି ସ୍ଥାନରେ ଅବସ୍ଥିତ । ଏହା ଜିଲ୍ଲାର ମୁଖ୍ୟ କାର୍ୟ୍ୟାଳୟ ପାରଳାଖେମୁଣ୍ଡିରୁ ୮୦ କି.ମି. ଏବଂ ଆର. ଉଦୟଗିରି ମଣ୍ଡଳ ଠାରୁ ୨୨ କି.ମି. ଅଟେ । ଏହି ସ୍ଥାନରେ ନିରବତା ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଲୋକମାନେ ଦୂରଦୂରାନ୍ତରୁ ଏହି ସ୍ଥାନକୁ ଉପଯୋଗ କରିବା ପାଇଁ ଆସନ୍ତି ।

ଗୁଦ ଗୁଦା ଜଳପ୍ରପାତ ମଧ୍ୟ ରାୟଗଡ ବ୍ଲାକ ରେ ଜିଲ୍ଲା ମୁଖ୍ୟାଳୟ ରୁ ୩୦ କି.ମି. ଦୂର ରେ ଅଛି ।

ନାଗରିକ ସେବା

ସରକାରଙ୍କ ତରଫ ରୁ ମିଳୁଥିବା ନାଗରିକ ସେବା ଗୁଡିକ ବିଷୟରେ ଅଧିକ ଜାଣିବା ପାଇଁ "କ୍ଲିକ" କରନ୍ତୁ ।

ବିଭିନ୍ନ ସରକାରୀ ବିଭାଗ ଜରୁରୀ ନମ୍ବର

ବିଭିନ୍ନ ସରକାରୀକୁ ଯୋଗାଯୋଗ କରିବା ପାଇଁ ଜରୁରୀ ନମ୍ବର ବିଷୟରେ ସୂଚନା ଦିଆଯାଇଛି । ଅଧିକ ଜାଣିବା ପାଇଁ କ୍ଲିକକରନ୍ତୁ ।

ଆଧାର - ଗଜପତି ଜିଲ୍ଲା ୱେବପୋର୍ଟାଲ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top