ହୋମ / ସମାଜ କଲ୍ୟାଣ / ଜିଲ୍ଲା ଡାଇରି / ଢେଙ୍କାନାଳ ଜିଲ୍ଲା
ସେଆର କରନ୍ତୁ

ଢେଙ୍କାନାଳ ଜିଲ୍ଲା

ମହିମା ଧର୍ମର ଅନ୍ତୁଡ଼ିଶାଳ ଢେଙ୍କାନାଳ । ସାହିତ୍ୟ ବିଭବ, ସଂସ୍କୃତି, ଲୋକକଳା ଏହାର ଐତିହାସିକ ପୃଷ୍ଠଭୂମିକୁ ସମୃଦ୍ଧ କରିଛି ।

ଜିଲ୍ଲା ସମ୍ବନ୍ଧରେ

ମହିମା ଧର୍ମର ଅନ୍ତୁଡ଼ିଶାଳ ଢେଙ୍କାନାଳ । ସାହିତ୍ୟ ବିଭବ, ସଂସ୍କୃତି, ଲୋକକଳା ଏହାର ଐତିହାସିକ ପୃଷ୍ଠଭୂମିକୁ ସମୃଦ୍ଧ କରିଛି ।  ବ୍ରାହ୍ମଣୀର ପାଣି, ଖଣିଜ ସମ୍ପଦ ଜନଜୀବନକୁ ପରିପୁଷ୍ଟ କରି ଗଢ଼ିତୋଳିଛି । ଜୈବ ବିବିଧତା, ଶତାଧିକ ପ୍ରଜାତିର ବନ୍ୟଜନ୍ତୁ ସଂରକ୍ଷିତ ଜଙ୍ଗଲରେ ହସ୍ତୀମାନଙ୍କ ବିଚରଣ ପର୍ଯ୍ୟଟନର ଗୋଟିଏ ଗୋଟିଏ ସୁନ୍ଦର ଦସ୍ତାବିଜ ।

ଆରାଧ୍ୟ ଦେବତା ପ୍ରଭୁ ବଳରାମ ତେଙ୍କାନାଳ ସହରବାସୀଙ୍କ ଆଧାର୍ମିକ ଭାବଧାରାକୁ ଅଧିକ ରଦ୍ଧିମନ୍ତ କରିଛନ୍ତି । ସର୍ବୋପରି ଏଠାକାର ସ୍ଵାଦିଷ୍ଟ ବରାର ବାସ୍ନା ଆଜି ବି ଲୋକଙ୍କ ମନ ଜିଣୁଛି। ସାହିତ୍ୟର ଏକାଧିକ ବିନ୍ଧାଣି ଏହି ମାଟିକୁ ପ୍ରାଣବନ୍ତ କରିଛନ୍ତି । ଲୋକକଳାର ପ୍ରଚାର ପ୍ରସାରରେ ରାଜ୍ୟ ସାଂସ୍କୃତିକ ରଥର ସାରଥି ସାଜିଛି ଢେଙ୍କାନାଳ । ଭଗବତ ଗୀତାର ଟୀକାକାର ଶ୍ରୀଧର ସ୍ଵାମୀଙ୍କ ସାଧନା ପୀଠ, କପିଳାସର ଶ୍ରୀଶ୍ରୀ ଚନ୍ଦ୍ରଶେଖରଜୀଉ, ପର୍ଯ୍ୟଟନସ୍ଥଳୀ। ସପ୍ତଶଯ୍ୟା ପାଇଁ ସୁନାମ ଅର୍ଜିଛି ଏହି ସହର । ଏ ମାଟିର କବି ବ୍ରଜନାଥ ବଡ଼ଜେନା, ୬ଟି ଭାଷାରେ ପାରଦର୍ଶିତା ଲାଭ କରି କିମ୍ବଦନ୍ତୀ ପୁରୁଷ ପାଲଟିଛନ୍ତି ।

ଏକାଧିକ କ୍ରୀଡ଼ାବିତ୍, ଅନ୍ତର୍ଜାତୀୟସ୍ତରର ନୃତ୍ୟଶିଳ୍ପୀ, ପ୍ରଥିତଯଶା ନାଟ୍ୟକାରଙ୍କୁ ନେଇ ପ୍ରତିଭାର ମହାଦ୍ରୁମ ପାଲଟିଛି ଏହି ସହର । ରାଜବଂଶର ମହନୀୟ ପରମ୍ପରା ଆଜି ବି ଅନେକ ସ୍ମୃତିକୁ ଉଜ୍ଜୀବିତ କରେ । ସହରବାସୀଙ୍କ ସରଳ ଜୀବନଯାପନ, ପରିବ୍ୟାପ୍ତ ସାହିତ୍ୟ କ୍ଷେତ୍ର, ଏକାଧିକ ସାଂସ୍କୃତିକ ଅନୁଷ୍ଠାନ, ମଠ, ମନ୍ଦିର, ଐତିହାସିକ କାର୍ତ୍ତିରାଜି, ପୋଖରୀ, ବିଜ୍ଞାନ କେନ୍ଦ୍ର, ଦୂରଦର୍ଶନ କେନ୍ଦ୍ରକୁ ଦେଖିଲେ ଆପେ ଆପେ ମନ କୁଣ୍ଢେମୋଟ ହୋଇଯାଏ ।

ଏକ ନଜରରେ ଜିଲ୍ଲା

  • କ୍ଷେତ୍ରଫଳ: ୧୦,୮୬୩ ବର୍ଗ. କିମି
  • ଜନସଂଖ୍ୟା:୧୧,୯୨,୮୧୧
  • ପୁରୁଷ: ୬,୧୨,୫୯୩
  • ମହିଳା:୫,୮୦,୨୧୮
  • ଭାଷା:ଓଡିଆ
  • ଗ୍ରାମଗୁଡିକ:୧୨୦୮

ଭୌଗୋଳିକ ସ୍ଥିତି

ସହରର ପରିଧି ୩୦.୫୦ ବର୍ଗକିମି ଏବଂ ୩୦୫୫.୯୭ ହେକ୍ଟର । ଏହାର ସୁରକ୍ଷା ପାଚେରି ସାଜିଛି ପାଣିଓହଳା, କୁଟୁଣିଆ, ଚାର ଖୋଲା, ମେଘା, ପାହାଡ଼ । ଏଥିସହ ଚତୁଃପାର୍ଶ୍ଵରେ ଥିବା ସଂରକ୍ଷିତ ଜଙ୍ଗଲର ସବୁଜ ବନାନୀ ସହରର ଆକର୍ଷଣ ବଢ଼ାଇଛି । ୧୯୫୪ ମସିହାରେ ଢେଙ୍କାନାଳକୁ ମିଳିଥିଲା ପୌରସଂସ୍ଥା ମାନ୍ୟତା । ବର୍ତ୍ତମାନ ପୌରାଞ୍ଚଳର ୱାର୍ଡ ସଂଖ୍ୟା: ୨୩ ।

ଯୋଗାଯୋଗ

ରାଜଧାନୀ ଠାରୁ ଦୂରତା

ରାଜଧାନୀ ଭୁବନେଶ୍ୱର ଠାରୁ ଢେଙ୍କାନାଳ ସହରର ଦୂରତା ୮୪ କିମି । ଏଠାକୁ ଗମନାଗମନ ପାଇଁ ସଡ଼କ ଏବଂ ରେଳପଥରେ ଉତ୍ତମ ସଂଯୋଗ ରହିଛି । ଭୁବନେଶ୍ଵର ଏବଂ କଟକରୁ ନିୟମିତ ବ୍ୟବଧାନରେ ଢେଙ୍କାନାଳକୁ ବସ୍ ଯାତାୟାତ କରୁଛି।

ଜାତୀୟ ରାଜପଥ ଓ ସହର ରାସ୍ତା

ରାଜ୍ୟର ଅନ୍ୟତମ ବ୍ୟସ୍ତବହୁଳ ୫୫ନଂ ଜାତୀୟ ରାଜପଥ ଢେଙ୍କାନାଳ ସହର ଦେଇ ଯାଇଛି । ଏହା କଟକ ଜିଲାର ମଙ୍ଗୁଳି ଛକରୁ ଆରମ୍ଭ ହୋଇ ଢେଙ୍କାନାଳଅନୁଗୋଳ ଦେଇ ସମ୍ବଲପୁର ପର୍ଯ୍ୟନ୍ତ ଲମ୍ବିଛି ।

ସହର ରାସ୍ତା

ଗମନାଗମନ ଦୃଷ୍ଟିରୁ ପୌର ପରିଷଦ ପକ୍ଷରୁ ରାସ୍ତାର ସୁବିଧା ରହିଛି। ତିଆରି ହୋଇଥିବା ରାସ୍ତା ମଧ୍ୟରୁ ୪୨. ୧୩ କିମି ପକ୍କା ଏବଂ ୧୪.୫୪ କିମି କଳା ।

ରେଳଷ୍ଟେଶନ

ଢେଙ୍କାନାଳ ରେଳଷ୍ଟେଶନକୁ ମିଳିଛି  ଡି-ଗ୍ରେଡ୍ ମାନ୍ୟତା । ଶିଳ୍ପାୟନକୁ ଦୃଷ୍ଟିରେ ରଖି । ୧୯୨୭ ମସିହାରେ ଏହି ଷ୍ଟେଶନ ପ୍ରତିଷ୍ଠା ହୋଇଥିଲା ଏହାର ଉନ୍ନତୀକରଣ ପରେ, ପୁରୀ, ଭୁବନେଶ୍ଵର, ସମ୍ବଲପୁର, ଅନୁଗୋଳ ଆଦି ସ୍ଥାନରୁ ଢେଙ୍କାନାଳ ଦେଇ କଲିକତା, ବମ୍ବେ, ଅମୃତସର, ଦୁର୍ଗ, ରାୟପୁର, ଅହମ୍ମଦାବାଦ, ସୁରଟ, ହାତିଆ, ରାଞ୍ଚ, ବଲାଙ୍ଗୀର, ରାଉରକେଲା, ଖୋର୍ଦ୍ଧାରୋଜ୍ ଓ ତାଳଚେର ଆଦି ସ୍ଥାନକୁ ଟ୍ରେନ୍ ଚଳାଚଳ କରୁଛି।

ବର୍ତ୍ତମାନ ଏହି ଚେଷ୍ଟଶନ ଦେଇ ୨୧ଟି ଏକ୍ସପ୍ରେସ୍ ଏବଂ ୩ଟି ପାସେଞ୍ଜର ଟ୍ରେନ୍ ଚାଲୁଛି । ଷ୍ଟେଶନରେ ରହିଛି, ୨ଟି ପ୍ଲାଟଫର୍ମ । ସେହିପରି ୧ନଂ, ୱାର୍ଡ ଶ୍ୟାମାଚରଣପୁର ନିକଟରେ ଏକ ପାସେଞ୍ଜରହଲ୍ଟ (ପିଏଚ୍) ରହିଛି । ଏଠାରେ ଦୈନିକ ୪ଟି ଯାତ୍ରାବାହୀ ଟ୍ରେନ୍ ସାମୟିକ ରହଣି କରୁଛି। ଅନୁଗୋଳ - ଖୋର୍ଦ୍ଧାରୋଡ୍, ରାଉରକେଲା-ପୁରୀ, ପୁରୀ-ତାଳଚେର ପାସେଞ୍ଜର ଟ୍ରେନ୍‌ରେ ଯାତୟାତ କରିବାକୁ ସହରବାସୀ ମୁଖ୍ୟତଃ ଏହି ଷ୍ଟେଶନ ଉପରେ ନିର୍ଭରଶୀଳ ।

ଉତ୍ସବ ଓ ପର୍ବପର୍ବାଣି

ଢେଙ୍କାନାଳର  ଗଣପର୍ବ ଲକ୍ଷ୍ମୀପୂଜା । ୩୯ଟି ମଣ୍ଡପରେ ଧନଦାତ୍ରୀଙ୍କୁ ଆବାହନ କରାଯାଉଛି  । ଏହାକୁ ଦେଶବିଦେଶରୁ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ସେହିପରି ରଥଯାତ୍ରା, କୁମାର ପୁର୍ଣ୍ଣିମା ମଧ୍ୟ ଆନନ୍ଦ ଉଲ୍ଲାସର ସହ ପାଳିତ ହୁଏ । ଏଠାକାର ରଥଯାତ୍ରା ନିଆରା । ମହାପ୍ରଭୁ ବଳରାମ ପାଷାଣ ପ୍ରତିମା ହୋଇଥିବାରୁ ରଥରେ ବିଜେ କରନ୍ତି ନାହିଁ । ରାଜବାଟିରେ ପୂଜା ପାଉଥିବା ଶ୍ରୀଜୀଉ ସାନ ରଥରେ ବିଜେ କରିଥାନ୍ତି । ୧୯୯୯ରୁ ମହିଳାମାନେ ଏହି ରଥ ଟାଣି ଆସୁଛନ୍ତି । ଶ୍ରୀବଳରାମ ମନ୍ଦିର ପରିସରରେ ପୂଜା ପାଉଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ରଥରେ ରଥାରୂଢ଼ ହୋଇଥାନ୍ତି। ଏତଦବ୍ୟତୀତ ଜିଲା ସଂସ୍କୃତି ପରିଷଦ ପକ୍ଷରୁ ଢେଙ୍କାନାଳ ମହୋତ୍ସବ ଏବଂ ଲୋକକଳା ମହୋତ୍ସବ ଆୟୋଜିତ ହୋଇଥାଏ । ସେହିପରି କାର୍ତିକ ପୂର୍ଣ୍ଣିମା ଅବସରରେ ସନ୍ଧ୍ୟାତାରା ସାହିତ୍ୟ ସଂସଦ ପକ୍ଷରୁ ଚୋବାଇଟ ବନ୍ଦାଣ ଉତସବ ମହାଆଡମ୍ବର ଜୋର ପାଳନ କରାଯାଏ I

ଅର୍ଥବ୍ୟବସ୍ଥା

ଢେଙ୍କାନାଳ ଜିଲ୍ଲା ବିଶେଷକରି ଅର୍ଥନୈତିକ କ୍ଷେତ୍ରରେ ଏହି କୃଷି ଉପରେ ନିର୍ଭର କରିଥାଏ। ସେହିପରି ବନଜାତ ଦ୍ରବ୍ୟର ଉତ୍ପାଦନ ଏକ ବଡ ଭୂମିକା ଗ୍ରହଣ କରିଛି। କାଠ, ବାଉଁଶ, ଜାଳେଣୀ କାଠ ଓ କେନ୍ଦୁପତ୍ର, ଶାଳପତ୍ର ଆଦି ଜନସାଧାରଣଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିଥାଏ। କ୍ଷୁଦ୍ର ବନଜାତ ଦ୍ରବ୍ୟ ମାନଙ୍କ ମଧ୍ୟରେ ଲାଖ, ମହୁ,କେନ୍ଦୁଳି ଅଠା, ମହୁଲଫୁଲ, ସୁନାରିଛାଲି, ଶିଆଳିପତ୍ର,ଟସରଚାଷ ଏବଂ ଅନନ୍ୟ ଔଷଧୀୟ ଦ୍ରବ୍ୟ ମିଳିଥାଏ। ଏ ଗୁଡିକ ମିଳିତଭାବେ ଢେଙ୍କାନାଳ ଜିଲ୍ଲା ଅର୍ଥନୀତିରେ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଛି। ସେହିପରି ଜାତୀୟ ରାଜପଥ 55 ନମ୍ବର ମଧ୍ୟଦେଇ ଓ ରେଳଲାଇନକୁ ଭିତିକରି ରାଜ୍ୟସରକାର ଅନେକ ଉଦ୍ୟୋଗୀମାନଙ୍କୁ ଅତୀତରେ ପ୍ରଧାନମନ୍ତ୍ରୀ ରୋଜୋଗାର ଯୋଜନା ଯାହା ୧୯୯୩/୯୪ ମସିହାରୁ ସହରାଞ୍ଚଳ ପାଇଁ ଶୁଭାରମ୍ଭ ହୋଇଥିଲା। ଏବଂ ୧୯୯୪/୯୫ ମସିହାରେ ଏହି ଯୋଜନାରେ ଗ୍ରାମାଞ୍ଚଳ ଅନ୍ତର୍ଭୁକ୍ତ ହେଲା। ଏହା ମାଧ୍ୟମରେ ପାଠୁଆ ବେକାର ଯୁବକ ଯୁବତୀ ମାନଙ୍କୁ ସାହାଯ୍ୟ ଏବଂ ପ୍ରୋଚ୍ଛାହନ ଯୋଗାଇ ଦିଆଯାଉଛି ଗ୍ରାମୀଣ ହସ୍ତଶିଳ୍ପ, କୁଟୀରଶିଳ୍ପ ମଧ୍ୟ ଜିଲ୍ଲାକୁ ଆର୍ଥିକ କ୍ଷେତ୍ରରେ ଆଗକୁ ଆଗେଇ ନେଉଅଛି।

ନିକଟବର୍ତ୍ତୀ  ନଦୀ

ଢେଙ୍କାନାଳବାସୀଙ୍କ ଶୋଷ ମେଣ୍ଟାଉଛି ବ୍ରାହ୍ମଣୀ ନଦୀ । ସହରଠାରୁ ୧୦କିମି ଦୂର ଗେଙ୍ଗୁଟିଆ ଓ କମଗରା ଗ୍ରାମ ମଧ୍ୟଦେଇ ପ୍ରବାହିତ ହେଉଛି ଏହି ନଦୀ । ନଦୀକୂଳରେ ଗଢ଼ି ଉଠିଥିବା ଶିଳ୍ପାନୁଷ୍ଠାନ ପାଇଁ ରାଜ୍ୟର ଦ୍ଵିତୀୟ ବୃହତ୍ତମ ନଦୀ ପ୍ରଦୂଷିତ । ଏଥିସହିତ ସହର ମଧ୍ୟରେ ଥିବା ବଡ଼ଜୋରାନାଳ ପାନୀୟ ଜଳର ଅନ୍ୟତମ ଉତ୍ସ ।

ଐତିହାସିକ ପୃଷ୍ଠଭୂମି

ଘଞ୍ଚ ସଂରକ୍ଷିତ ଜଙ୍ଗଲ, ଧର୍ମୀୟ କାର୍ତ୍ତିରାଜି, ସଂସ୍କୃତି, ପରମ୍ପରାକୁ ନେଇ ସମୃଦ୍ଧ ଢେଙ୍କାନାଳ ସହର ଓଡ଼ିଶାର କେନ୍ଦ୍ରସ୍ଥଳରେ ଅବସ୍ଥିତ । ୧୫୮୧ ମସିହା ପୂର୍ବରୁ ଏଠାରେ ଶବର ସଭ୍ୟତା ରହିଥିଲା । ସେହି ସମୟରେ ଏହା ୪ଟି ନାଳି ବା ଛୋଟ ସହରରେ ବିଭକ୍ତ ହୋଇଥିଲା । ଢେଙ୍କା ନାମକ ଜଣେ ଶବର ରାଜା ଏହାର ଅଧୀଶ୍ୱର ଥିଲେ । ତାଙ୍କରି ନାମ ଅନୁଯାୟୀ ସହରର ନାମ ଢେଙ୍କାନାଳ ହୋଇଥିବା ଜନଶ୍ରୁତି ରହିଛି।

ଶିକ୍ଷାନୁଷ୍ଠାନ

ଶିକ୍ଷାକୁ ନେଇ ସମୃଦ୍ଧ ଢେଙ୍କାନାଳ ସହର । ଉଚ୍ଚଶିକ୍ଷା ପାଇଁ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ରହିଛି, ଯୁକ୍ତ ୨ ଜୁନିୟର କଲେଜ ରହିଛି। ବୈଷୟିକ ଶିକ୍ଷା ପାଇଁ ସରକାରୀ ଆଇଟିଆଇ, ପଲିଟେକ୍ନିକ ରହିଛି । ଶିକ୍ଷକ ପ୍ରଶିକ୍ଷଣ ପାଇଁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଡାକ୍ତରୀ ଚିକିସାର ଉନ୍ନତି ପାଇଁ ନସିଂ ସ୍କୁଲ ଅଛି । ସେହିପରି ସାମ୍ବାଦିକତା ପାଠ୍ୟକ୍ରମ ପାଇଁ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି) ଭଳି ଜାତୀୟ ସ୍ତରୀୟ ପ୍ରତିଷ୍ଠାନ ସହରର ଗୌରବକୁ ବୃଦ୍ଧି କରିଛି। ସହରରେ ଥିବା ୧୦ଟି ହାଇସ୍କୁଲ ମଧ୍ୟରେ ରହିଛି ଶତାୟୁ ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡ଼ଜେନା, ଉଚ୍ଚ ବିଦ୍ୟାଳୟ । ଡ. ଦାଶରଥ୍ ମିଶ୍ର ଉଚ୍ଚ ବିଦ୍ୟାଳୟ, ଶ୍ରୀବଳରାମ ହାଇସ୍କୁଲ, ଲକ୍ଷ୍ମୀଧର ମୁନିସିପାଲ ହାଇସ୍କୁଲ, ସୌଦାମିନୀ ସ୍ମୃତି ବଦ୍ଯାପୀଠ, ସୁଲକ୍ଷଣା ଦେବୀ ଉଚ୍ଚ ବାଳକା ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ମଣ୍ଟଫୋର୍ଟ ସ୍କୁଲ, ଦିଲ୍ଲୀ ପବ୍ଲିକ ସ୍କୁଲ, ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ପରିଚିତ । ସେହିପରି ସିନୋର୍ନ ଇଞ୍ଜିନିୟରିଂ କଲେଜ, ବାଢି ରାଉତ ଯୁକ୍ତ ୨ କଲେଜ, ଆଇନ ମହାବିଦ୍ୟାଳୟ, ଭାର୍ଗବୀ କଲେଜ, ବାଣିଶ୍ରୀ କଲେଜ, ସାଇଶ୍ରୀ କଲେଜ, ସାଇକୃପା କଲେଜ, ସାନ୍ଧ୍ୟା ମହାବିଦ୍ୟାଳୟ, ବାଜି ରାଉତ ଆଇଟିଆଇ, ମହିଷାପାଟ କୃଷି ବିଜ୍ଞାନ କେନ୍ଦ୍ର ଭଳି ଅନୁଷ୍ଠାନରେ ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ।

ପର୍ଯ୍ୟଟନ ବିଭାଗ

ଶ୍ରୀ ବଳରାମ ମନ୍ଦିର

ଢେଙ୍କାନାଳ ସହରର ଆରାଧା ଦେବତା ଶ୍ରୀବଳରାମ ।  ଏହି ମନ୍ଦିରର ସ୍ଵାତନ୍ତ୍ର୍ୟ ହେଉଛି ଏଠାରେ ପୂଜା ପାଉଥ୍ଵା ଶ୍ରୀବଳରାମ ଠାକୁର ପାଷାଣ ବିଗ୍ରହ ।

ମହାପ୍ରଭୁ ବଳରାମ ଭଉଣୀ ସୁଭଦ୍ର, ଭାର ଶ୍ରୀକୃଷ୍ଣ, ଋକ୍ମିଣୀ ଓ ଲକ୍ଷ୍ମୀଙ୍କ ସହ ମୁଖ୍ୟ ମନ୍ଦିରରେ ପୂଜା ପାଉଛନ୍ତି । ମନ୍ଦିର ପରିସରରେ ପୂଜିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଅନ୍ୟତମ ଆକର୍ଷଣ ।

କପିଳାସ

ପ୍ରକୃତିର ବରଦାନ କପିଳାସ ଢେଙ୍କାନାଳ ସହରଠାରୁ ମାତ୍ର ୨୫ କିମି ଦୂରରେ ଅବସ୍ଥିତ। ଶ୍ରୀଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ପାଇଁ କପିଳାସ ପୀଠର ଆଧ୍ୟାତ୍ମିକ ଗୁରୁତ୍ଵ ସର୍ବାଧିକ। ପୀଠକୁ ଯିବା ପାଇଁ ବାରବାଙ୍କ ଘାଟିରାସ୍ତା ରହିଛି। ସେହିପରି ପାଦରେ ଚାଲିଯିବା ପାଇଁ ୧୩୫୨ ପାହାଚ ରହିଛି । ଦ୍ଵାଦଶ ଶତାବ୍ଦୀର ଏହି ଶୈବପୀଠରେ ଶ୍ରୀଚନ୍ଦ୍ରଶେଖରଜୀଉ ମହାଦେବ ମା' ପାର୍ବତୀଙ୍କ ସହିତ ପୂଜା ପାଉଛନ୍ତି ।

କପିଳାସ ପୀଠ ପରିସରରେ ମା’ ପାର୍ବତୀ, ମା' ଭୁବନେଶ୍ୱରୀ, କାଶୀ ବିଶ୍ଵନାଥ, ହନୁମାନ, ନାରାୟଣଙ୍କ ମନ୍ଦିର ରହିଛି । ଥଣ୍ଡା ପରିବେଶ ସାଙ୍ଗକୁ ପ୍ରବାହିତ ଝରଣା ଆକୃଷ୍ଣ କରେ । ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ କପିଳାସ ପାଦ ଦେଶରେ ରହିଛି ମିନି ଚିଡ଼ିଆଖାନା, ସାଇନ୍ ପାର୍କ । ଚିଡ଼ିଆଖାନାରେ ହରିଣ, ଶମ୍ବର, ଭାଲୁ, ମିଥୁନ, ଗାଈ, କୁମ୍ଭୀର, ହାତୀ, ବିରଳ ପେଚା, ମୟୂର, ମୂଷା, ଠେକୁଆ, ସରୀସୃପ, ପିଲାଙ୍କ ଖେଳିବା ପାଇଁ ଦୋଳି ରହିଛି। ପର୍ଯ୍ୟଟନ ରତ୍ନରେ କପିଳାସ ପୀଠ ପର୍ଯ୍ୟଟକଙ୍କ ଗହଳିଚହଳିରେ ମୁଖରିତ ହୋଇଉଠେ ।

ମହିମା ଧର୍ମପୀଠ ଯୋରଣନ୍ଦା

ଢେଙ୍କାନାଳ ସହରଠାରୁ ୨୫କିମି ଦୂରରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ଯୋରନ୍ଦା । ଏଠାରେ ବକ୍କଳଧାରୀ ଏବଂ କୌପିନଧାରୀ ସାଧୁମାନେ ଆଶ୍ରମ କରି ଅଛନ୍ତି । ଶୂନ୍ୟ ମନ୍ଦିର, ଗାଦି ମନ୍ଦିର, ଅଖଣ୍ଡବତି ମନ୍ଦିର, ଏକୋଇଶହାତିଆ ମନ୍ଦିର, ମାତା ମଠ ଆଦି ଏହାର ଶୋଭାବର୍ଦ୍ଦନ କରୁଛି। ପ୍ରତିବର୍ଷ ଫେବୃୟାରୀରେ ହେଉଥିବା ମାଘ ମେଳାରେ ଦେଶର ବିଭିନ୍ନ ସ୍ଥାନରୁ ଶତାଧକ ସାଧୁ, ସନ୍ୟାସୀ ଏବଂ ମହିମା ଧର୍ମାବଲମ୍ବୀଙ୍କ ସମାଗମ ହୋଇଥାଏ । ସେହିପରି ନୂଆଖାଇ ସମୟରେ ପୀଠରେ ସ୍ଵତନ୍ତ୍ର ନୀତି ହୋଇଥାଏ ।

ସପ୍ତଶଯ୍ୟା

ଢେଙ୍କାନାଳ ସହରରୁ ମାତ୍ର ୧୨କିମି ଦୂରରେ ରହିଛି ପ୍ରକୃତିରାଜିର ଗନ୍ତାଘର ସପ୍ତଶଯ୍ୟା । ସପ୍ତଋଷିଙ୍କ ସାଧନାର ପୀଠ କୁହାଯାଉଥିବା ସପ୍ତଶଯ୍ୟାରେ ୧୯୫୬ରେ ରାଜମାତା ରତ୍ନ ପ୍ରଭା ଦେବୀଙ୍କ ଦ୍ଵାରା ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି । ଏଠାରେ ୨୨୫୦ ହେକ୍ଟର ପରିଧାରେ ରହିଛି ଘଞ୍ଚ ଶାଗୁଆ ନ ଜଙ୍ଗଲ। ପରିବେଶ ପର୍ଯ୍ୟଟନ ଏବଂ ନିକଟରେ ଥିବା ଡୋକ୍ର ହସ୍ତଶିଳ୍ପ ଗ୍ରାମସଦେଇ ବେରେଣୀ, ନବଜୀବନପୁର ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଚାଲିଛି ।

ଦଣ୍ଡାଧାର

ଢେଙ୍କାନାଳଠାରୁ ୬୭ କିମି ଓ କାମାକ୍ଷାନଗର ଠାରୁ ୩୦ କିମି ଦୂରରେ ଦଣ୍ଡାଧାର ଜଳସେଚନ ପ୍ରକଳ୍ପ ଅବସ୍ଥିତ। ରାମିଆଲ ନଦୀରେ ଅବସ୍ଥିତ ଅହି ପ୍ରକଳ୍ପ। ପର୍ଯ୍ୟଟକଙ୍କ ବଣଭୋଜି ପାଇଁ ଉକୃଷ୍ଟ ସ୍ଥାନ ହୋଇ ବିସ୍ତୃତ୍ଵ ଜଳରାଶି ଏବଂ ସୂର୍ୟସ୍ତାତ ଉପତ୍ୟକାରେ ଅବସ୍ଥିତ ଅହି ଅଞ୍ଚଳ ଦର୍ଶକ ମାନଙ୍କ ଭିତରେ ସିଂହରଣ ସୃଷ୍ଟି କରିଥାଏ। ଶୀତଦିନେ ଆତାର୍ଥ ଡିସେମ୍ବର ଓ ଫେବ୍ରୁୟାରୀ ମାସରେ ଏଠାକୁ ବୁଲିଆସିବା ଓ ବଣଭୋଜି କରିବାର ଉକୃଷ୍ଟ ସମୟ ଅଟେ। ଭୁବନେଶ୍ବରରୁ ଟ୍ରେନ କିମ୍ବା ଟ୍ଯାକ୍ସି ଯୋଗେ ଢେଙ୍କାନାଳ ପହଞ୍ଚି ସେଠାରୁ ବସଯୋଗେ କାମାକ୍ଷାନଗର ଓ ପରେ ସେଠାରୁ ଟ୍ଯାକ୍ସି କିମ୍ବା ବସଯୋଗେ ଦଣ୍ଡାଧାର ଯାଇହେବ।

ନାଗନାଥେଶ୍ଵର

ଢେଙ୍କାନାଳ ଠାରୁ ୨୧ କିମି ଦୂରରେ ନାଗନା ଗ୍ରାମରେ ଶ୍ରୀ ଶ୍ରୀ ନାଗନଥେଶ୍ଵର ମହାଦେବ ଓ ନାଗନଥେଶ୍ଵର ମନ୍ଦିର ଅବସ୍ଥିତ। ଜିଲାର ଅହି ସର୍ବପୁରାତନ ଶିବ ମନ୍ଦିର କେଶରୀ ବଂଶଜ ରାଜାମାନଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ପଣ୍ଡିତ ନଗେନ୍ଦ୍ରନାଥଙ୍କ ମତ ଅନୁସାରେ ଏହା ଏକ ଦ୍ଵାଦଶ ଯୋର୍ତିଲୀଙ୍ଗ ଅଟେ ।୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଜ୍ୟୋତିର୍ଲିଙ୍ଗ ଦାରୁକବଣ ବା ନିମ୍ବବଣ ମଧ୍ୟରେ ଅବସ୍ଥିତ। ନାଗେନାସ୍ଥିତ ନାଗନଥେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏହି ବନ ଏବେ ମଧ୍ୟ ଦେଖାଯାଏ ସେହିପରି ଦ୍ଵାଦଶ ଜ୍ୟୋତିର୍ଲିଙ୍ଗର ଶ୍ଳୋକ ଅନୁଯାଇ ନାଗନାଥ ମନ୍ଦିର ଅଙ୍ଗ ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ। ଇତିହାସ ଅନୁଯାଇ କଳିଙ୍ଗର ଦକ୍ଷିଣଭାଗ ଅଙ୍ଗଦେଶର ସୀମକୁ ଛୁଇଁଅଛି। ଏଣୁ ଏହି ଅଞ୍ଚଳ ଅଙ୍ଗଦେଶ ଅନ୍ତର୍ଭୁକ୍ତ ହୋଇ ବିବେଚନା କରାଯାଏ। ନାଗନାଥ ମନ୍ଦିର ପାର୍ଶ୍ଵରେ ଏକ ଦୁର୍ଗର ଭଗ୍ନାବଂଶାଶ ରହିଛି। ଯାହା ବର୍ତମାନ ପର୍ଯ୍ୟନ୍ତ ଅନାବିସ୍ତ୍ରୁତ ଅବସ୍ଥାରେ ରହିଛି। ଏହା ବ୍ରାହ୍ମଣୀ ନଦୀକୁଳରେ ଅବସ୍ଥିତ ଯାହା ଗଙ୍ଗାନଦୀ ସଦୃଶ ଅଟେ।ଏହି ନଦୀ ଜଳରେ ସ୍ନାନକଲେ ଗଙ୍ଗା ନଦୀରେସ୍ନାନ କରିବା ସହ ସମାନ ।

ସରାଙ୍ଗ

ଢେଙ୍କାନାଳ ଠାରୁ ୬୭ କିମି ଦୂର ଓ ଅନୁଗୁଳ ଠାରୁ ୨୩ କିମି ତଥା ତାଳଚେର ଠାରୁ ୩ କିମି ଦୂରରେ ସରାଙ୍ଗ ଅବସ୍ଥିତ। ବ୍ରାହ୍ମଣୀ ନଦୀର ପତୁରିଆ ଅବବାହିକାରେ ଭଗବାନ ବିଷ୍ନୁଙ୍କର ଅନନ୍ତଶୟନ ମୁଦ୍ରାରେ ରହିଛନ୍ତି ନଗରଜା ଅନନ୍ତଙ୍କ ଫଣା ଭଗବାନ ବିଷ୍ନୁଙ୍କ ମୁକୁଟ ସଦୃଶ ପ୍ରଣୟ ମାନରୁ ଓ ଭଗବାନ ବିଷ୍ନୁଙ୍କ ନଭୀରୁ ଉତପର୍ଣ ପଦ୍ମ ସୁର୍ଷ୍ଟିକର୍ତା ବ୍ରହ୍ମଙ୍କୁ ଧାରଣ କରିଛି। ଭଗବାନ ବିଷ୍ନୁଙ୍କର ଅହି ଅନନ୍ତ ଶୟନ ମୁଦ୍ରା ବ୍ରାହ୍ମଣୀ ନଦୀରେ ଜଳରାଶି ଦ୍ଵାରା ପ୍ଳାବିତ ହୋଇଥାଏ। ଏହି ସ୍ଥାନକୁ ଆସିବାକୁ ହେଲେ ଢେଙ୍କାନାଳ ଠାରୁ ବସ କିମ୍ବା ଟ୍ଯାକ୍ସି ଯୋଗେ ଯାଇ ସରାଙ୍ଗର ଅହି ଅପୂର୍ବକୁ ଦୁର୍ସ୍ୟରଜକୁ ଦେଖିହେବା। ସେପ୍ଟେମ୍ବର ରୁ ଫେବ୍ରୁୟାରୀ ମଧ୍ୟରେ ପରିଦର୍ଶନ ଯିବାରେ ଉତୁକୃଷ୍ଟ ସମୟ ଅଟେ।

କୁଆଲୋ

ଢେଙ୍କାନାଳରୁ ୭୨ କିମି, ଅନଗୁଳଠାରୁ ୪୫ କିମି ଓ ତାଳଚେରଠାରୁ ୨୫ କିମି ଦୂରରେ ଅବସ୍ଥିତ କୂଅନଲୋ ଭଗବାନ ଶିବ କନେକେଶ୍ଵର ବୈଦ୍ୟନାଥ ପଶ୍ଚିମେଶ୍ବର ବାଲୁଙ୍କେଶ୍ଵର ଓ କପିଳେଶ୍ଵରଙ୍କୁ ସମର୍ପିତ ଅନେକ ଛୋଟ ବଡ ମନ୍ଦିର ପାଇଁ ପ୍ରସିଦ୍ଧ। କନେକେଶ୍ଵର ମନ୍ଦିର ଯାହା ବର୍ତମାନ ଭଗ୍ନ ଅବସ୍ଥାରେ ରହିଛି। ପାଖାପାଖି ୨୪ ମିଟର ଉଚତା ଥିଲା ଏହି ମନ୍ଦିରର କରୁକର୍ଯ ଭାସ୍କର୍ଜ୍ୟ ଓ ତଥା ମନ୍ଦିର କଳାର ସଂସ୍କୃତିକ ନିଦର୍ଶନ ବାର୍ତା ବହନ କରେ।

ଗଜଲକ୍ଷ୍ମୀପୂଜା

ଦୀର୍ଘ ୫୦ ବର୍ଷରୁ ପୁରୁଣା ଏହି ସୁପ୍ରସିଦ୍ଧ ଲକ୍ଷ୍ମୀ ପୂଜା ଢେଙ୍କାନାଳ ସଦର ମହକୁମାଠାରେ ଚାକଚମକ୍ୟରେ ପାଳିତ ହୋଇ ଆସୁଅଛି। ରଙ୍ଗାରଙ୍ଗ ସାଜସଜା ସହିତ ବହୁ ଦୂର ଦୁରାନ୍ତରୁ ଆସିଥିବା ବେପାରୀ ନିଜସ୍ଵ ଜିନିଷକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଆଣି ଡେରା ପକେଇ ଥାନ୍ତି। ନିଜର ସୁମଧୁର ସଙ୍ଗୀତର ତାଳେତାଳେ ନାଚଗୀତର ପସରା ମେଲାଇ ଥାନ୍ତି। ଏହି ସବୁ ଜାନିଯାତ୍ରା, ନାଚଗୀତ, ଲକ୍ଷ୍ମୀପୂଜାର ଆୟୋଜନକୁ ଚମକାଇ ଦେଇଥାଏ। ଏହି ସୁପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ପ୍ରାୟ ୧୧ ଦିନ ପର୍ଯ୍ୟନ୍ତ ବହୁ ଚକଚମକରେ ପାଳନ କରାଯାଇଥାଏ। ଏହି ପାରମ୍ପରିକ ଲକ୍ଷ୍ମୀପୂଜାରେ ସବୁ ଧର୍ମର, ସବୁ ଜାତିର ଓ ଆଦିବାସୀଗଣ ଏହି ପର୍ବରେ ଯୋଗଦାନ କରିଥାନ୍ତି। ବହୁ ମାନଗନ୍ୟ ବ୍ୟକ୍ତି ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ଯରେ ସରସ, ସୁନ୍ଦର ଓ ଗୌରବକୁ ଆଗେଇ ନେବାକୁ ଜନ ସାଧାରଣଙ୍କ ସହିତ ଏକତ୍ରିତ ହୋଇ ଏହି ପୂଜାର ଆୟୋଜନ ବଡ ଆଡମ୍ବରରେ କରିଥାନ୍ତି।

ଏହି ପୂଜା ଢେଙ୍କାନାଳ ଜିଲ୍ଲାର ହଜାର ହଜାର ଲୋକଙ୍କ ମଧ୍ୟରେ ସୀମିତ ନ ରହି, ରାଜ୍ୟ ତଥା ରାଜ୍ୟ ବାହାରୁ ଏପରିକି ବିଦେଶରୁ ମଧ୍ୟ ଅନେକ ପର୍ଯ୍ୟଟକ ଉତ୍ସାହର ସହିତ ବହୁ ମାତ୍ରାରେ ଦେଖିବାକୁ ଆସିଥାନ୍ତି ।

  • ରାଜଧାନୀ - ଭୁବନେଶ୍ଵର ନିକଟସ୍ଥ ରେଲୱେ ଷ୍ଟେସନ - ଢେଙ୍କାନାଳ ରେଲୱେ ଷ୍ଟେସନ
  • ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵର ବିମାନ ବନ୍ଦର
  • ଯୋଗାଯୋଗ ଅଧିକାରୀ-ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଯୋଗାଯୋଗ-୦୬୭୬୨-୨୨୧୦୩୧

କଳା ଏବଂ ସଂସ୍କୃତି

ଢେଙ୍କାନାଳ ଜିଲ୍ଲାର କଳା ଏବଂ ସଂସ୍କୃତି ଅତୀବ ସମୃଦ୍ଧ ଓ ଅନନ୍ୟ ଅଟେ। ଜିଲ୍ଲାର ହସ୍ତ କଳା ଜାତୀୟ ଓ ଆନ୍ତ୍ରର୍ଜାତୀୟ ସ୍ତରରେ ବହୁଳ ଭାବରେ ଆଦୃତ ହୋଇଛି ଏବଂ କଳାରନୈପୁଣତାଏବଂ ବିବିଧତା ପାଇଁ ସର୍ବଜନବିଦିତ। ଏହାର ଡୋକ୍ରା କାମ, ପିତ୍ତଳ, ଭାସ୍କର କାର୍ଯ୍ୟ, ସିଙ୍ଗକାମ, କୁଟା(ନଡା)କାମ, କାଠ ଏବଂ ପଥର ଖୋଦେଇ, ବାଉଁଶ କାମ, ଆଦିବାସୀ ଅଳଙ୍କାର କାମ, ରୂପା ତରକଶୀ କାମ ଏବଂ କୋମଳ, ଖେଳଣା କାର୍ଯ୍ୟ, ଚିତ୍ର କଳା ଯୁକ୍ତ ବୟନ ଶିଳ୍ପ, କଳାକୃତି , ମାଟିପାତ୍ର, ତୁଳା କଣ୍ଢେଇ, ରେଶମ ଗାଲିଚା ଇତ୍ୟାଦି ଜିଲ୍ଲାର କଳା ନୈପୁଣ୍ୟତାକୁ ପରିପ୍ରକାଶ କରିବା ସହିତ କଳା ଏବଂ କଳାକାର ସ୍ଵଦେଶ ତଥା ଅନ୍ତଃରାଷ୍ଟ୍ରୀୟ ବଜାରରେ ଆଦର ଲାଭ କରିଛନ୍ତି।

ଢେଙ୍କାନାଳର ସଂସ୍କୃତି ଜିଲ୍ଲାରେ ବସବାସ କରୁଥିବା ବିଭିନ୍ନ ଧର୍ମାବଲମ୍ବୀଙ୍କ ମାଧ୍ୟମରେ ସୁନ୍ଦର ପରିପ୍ରକାଶ ଘଟିଛି। ହିନ୍ଦୁମାନଙ୍କ ମଧ୍ୟରେ ଶୈବ, ଶାକ୍ତ, ବୈଷ୍ଣବ, ଗାଣପତ୍ୟ ତଥା ବୌଦ୍ଧ ଧର୍ମ, ମହିମା ଧର୍ମ ପରି ଅନ୍ଯାନ୍ଯ ଧର୍ମ ସଂସ୍କୃତିକୁ ପ୍ରଭାବିତ କରିଛି। ମଠ, ମନ୍ଦିର, ସଂସ୍ଥାନ ମଧ୍ୟ ଜିଲ୍ଲାରେ ସମତାଳରେ ଚାଲନ୍ତି। କପିଳାସର ଜାଗର, ଯୋରନ୍ଦା ମହିମା ମେଳା, ଢେଙ୍କାନାଳର ପ୍ରସିଦ୍ଧଗଜଲକ୍ଷ୍ମୀ ପୂଜା, ସପ୍ତଶଯ୍ୟାର ରାମ ନବମୀ, ନାଧରା ରାମଚଣ୍ଡୀଙ୍କମକର ଯାତ୍ରା, ଆଦି ଅନେକ ଜାନୀଯାତ୍ରା ଜିଲ୍ଲା ସଂସ୍କୃତିର ମାନଦଣ୍ଡକୁ ବୃଦ୍ଧି କରିଛନ୍ତି।

ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଜିଲ୍ଲାର ସଂସ୍କୃତି ସହିତ ଯୋଡି ହୋଇ ରହିଛି। ଜିଲ୍ଲାରେ ପାଲା, ଦଶକାଠିଆ, ଗୋପାଳ ଲଉଡି, ଦଣ୍ଡ, ପାଇକ ଆଖଡା, କେନ୍ଦରା ଗୀତ, ଆଦିବାସୀ ନୃତ୍ୟ, ପଲ୍ଲୀ ନୃତ୍ୟ,, କଣ୍ଢେଇ ନୃତ୍ୟ, ଖଞ୍ଜଣି ଭଜନ, ସଙ୍କୀର୍ତ୍ତନ ଆଦି ଲୋକ ନୃତ୍ୟ ଏବଂ ସଙ୍ଗୀତ ଜିଲ୍ଲାକୁ ଋଦ୍ଧିମନ୍ତ କରିଛି। ଜିଲ୍ଲାର ଏହି ଲୋକକଳା ଏବଂ କଳାକାରମାନଙ୍କୁ ଆର୍ଥିକ ଏବଂ ସାମାଜିକ ବିଭବକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ଜିଲ୍ଲା ସ୍ତରରେ ଜିଲ୍ଲା କଳା ସଂସ୍କୃତ ସଂଘ ଏବଂ ବ୍ଲକ ସ୍ତରରେ ବ୍ଲକ କଳା ସଂସ୍କୃତ ସଂଘ ଗଠନ କରିଛନ୍ତି। ଯାହା ମାଧ୍ୟମରେ ଜିଲ୍ଲାର ଲୋକ କଳାକାରମାନେ ନିଜର ପାରମ୍ପରିକ କଳାକୁ ବଞ୍ଚାଇବା ସହିତ କଳାକାରମାନେ ମଧ୍ୟ ଆର୍ଥିକ କ୍ଷେତ୍ରରେ ଉପକୃତ ହୋଇ ପାରିଛନ୍ତି। ୧୦ ହଜାରରୁ ଉଦ୍ଧ୍ବ କଳାକାର ପଞ୍ଜୀକୃତ ହୋଇ ସାରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ସଂସ୍କୃତ ବିଭାଗ ଲୋକ କଳାର ବିକାଶ ପାଇଁ ଅଧିକ କାର୍ଯ୍ୟ କରୁଥିବାରୁ ଢେଙ୍କାନାଳକୁ ଆଦର୍ଶ ଜିଲ୍ଲାର ମାନ୍ୟତା ଦେଇଥିବା ବେଳେ ଜିଲ୍ଲାକୁ ପୁରସ୍କୃତ କରିଛନ୍ତି। ଏହା ବ୍ୟତିରେକ ଅନ୍ୟ କଳା ଏବଂ କଳାକାରମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଜିଲ୍ଲାପାଇଁ ଗୌରବ ବହନ କରନ୍ତି।

ଜିଲ୍ଲାରେ ଅନେକ ସାହିତ୍ୟ, ସଙ୍ଗୀତ, ନୃତ୍ୟ ଏବଂ ନାଟକ ଜିଲ୍ଲାର ସାଂସ୍କୃତିକ ଆନ୍ଦୋଳନକୁ ଉଦଜୀବିତ କରି ରଖିଛନ୍ତି।

ଅନେକ ଐତିହାସିକ ମନ୍ଦିର ଏବଂ ସ୍ଥାନ ଢେଙ୍କାନାଳର କଳା ସଂସ୍କୃତିର ଗଭୀରତକୁ ଦର୍ଶାଇଥାଏ। କପିଳାସ ପର୍ବତ ଶିଖରରେ ଭଗବାନ ଶିବ ଚନ୍ଦ୍ରଶେଖରଙ୍କ ମନ୍ଦିର ଦୃଶ୍ୟମାନ। ଯାହାର ଉଚ୍ଚତା ପ୍ରାୟ 457 ମିଟର। ପ୍ରତ୍ୟକ ବର୍ଷ ମହା ଶିବ ରାତ୍ରୀରେ ‘ ଜାଗର ଯାତ୍ରା ‘ ପାଳିତ ହୋଇଥାଏ। କପିଳାସ ପର୍ବତରେ ଅନେକ ଗୁଡିଏ ଗୁମ୍ଫା ମଧ୍ୟ ଯୁଗୀୟ ମଠ ମନ୍ଦିର ରହିଛି। ସେଥିମଧ୍ୟରୁ କିଛି ଗୁମ୍ଫା ପୌରାଣିକ ଅଧ୍ୟାୟ ସହିତ ଜଡିତ ଥିବାରୁ ଦର୍ଶକମାନଙ୍କୁ ଅକୃଷ୍ଟ କରିଥାଏ। ମହାନ ମୁନି ଶ୍ରୀଧର ସ୍ଵାମୀ ଭଗବତରେ ଟୀକା କରିଥିବା ବେଳେ ମହିମା ଗୋସେଇ ମହିମା ଧର୍ମର ପ୍ରଚାର ପ୍ରସାର କରିଥିଲେ।

ଯୋରନ୍ଦା ଏକ ଧାର୍ମିକ ତଥା ଐତିହାସିକ କେନ୍ଦ୍ର ସ୍ଥଳୀ । ଯେଉଁଠାରେ କି ମହିମା ଧର୍ମର ସମାଧି ପୀଠ ରହିଛି। ସେଠାରେ ଥିବା ଶୂନ୍ୟ ମନ୍ଦିର, ଧୁନି ମନ୍ଦିର ଓ ଗାଦି ମନ୍ଦିରକୁ ଅନେକ ଶ୍ରଦ୍ଧାଳୁ ଓ ସ୍ଵାମିଜିମାନେ ମଘ ମାସର ପୁର୍ଣିମା ଦିନ ଏକତ୍ରିତ ହୋଇଥାନ୍ତି। ଏହା ପ୍ରତ୍ଯେକ ବର୍ଷର ଜାନୁୟାରୀ ବା ଫ୍ରେବୁଆରୀ ମାସରେ ପଡିଥାଏ।

ଅନେକ ଗୁଡିଏ ବଡବଡ ଜାନିଯାତ୍ରା ରହିଛି ଯାହାଦ୍ୱାରା ଢେଙ୍କାନାଳର ଉନ୍ନତ କଳା ସଂସ୍କୃଟତିକୁ ପ୍ରତିଫଳିତ କରିଥାଏ। ଜିଲ୍ଲାରେ ପାଳିତ ହେଉଥିବା ଗଜଲକ୍ଷ୍ମୀ ପୂଜା ପ୍ରାୟ ୧୧ ଦିନ ପର୍ଜ୍ୟନ୍ତ ମହା ଯାକଜମକରେ ପାଳିତ ହୋଇଥାଏ। ଢେଙ୍କାନାଳର ପ୍ରତ୍ଯେକ ସ୍ଥାନ ରଙ୍ଗ ବେରଙ୍ଗର ଆଲୋକ ରେ ମଣ୍ଡପ ଗୁଡିକ ଆଚ୍ଛାଦିତ ହୋଇଥାଏ। ଏହି ଲକ୍ଷ୍ମୀ ପୂଜା ସମୟରେ ଜିଲ୍ଲା ପ୍ରଶାସନ ତଥା ସରକାରୀ ସଂସ୍ଥା ଏକାଠି ‘ପଲ୍ଲିଶ୍ରୀ ମେଳା’ର ଆୟୋଜନ କରିଥାନ୍ତି। ସାଂସ୍କୃତିକ ସଂସ୍ଥା ମାନେ ଅନେକ ନାଚ ଗୀତର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥାନ୍ତି।

ପ୍ରତି ବର୍ଷ ମହାଶିବରାତ୍ରୀରେ କପିଳାସଠାରେ ‘ଜାଗର ଯାତ୍ରା’ ଅନୁଷ୍ଠିତ ହୋଇଥାଏ।ଦେଶର ବିଭିନ୍ନ କୋଣ ଅନୁକୋଣରୁ ସାଧକ ଓ ତୀର୍ଥଯାତ୍ରୀ କପିଳାସ ଶୃଙ୍ଗଠାରେ ଜନସମାଗମ ହୋଇଥାଏ। କାମାକ୍ଷାନଗରର ଦଶହରା ଯାତ୍ରା ଢେଙ୍କାନାଳ ଜିଲ୍ଲା ସଂସ୍କୃତିର ଏକ ସ୍ଵତନ୍ତ୍ର ଗୁରୁତ୍ବ ପୂର୍ଣ୍ଣ ସ୍ଥାନାଧିକାର କରିଛି। କାମାକ୍ଷାନଗରରେ ଭଗବତୀଦୂର୍ଗାଙ୍କର ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଭାବରେ ପୂଜାର୍ଚ୍ଚନା କରାଯାଏ। ପ୍ରସିଦ୍ଧ ‘ମାଘମେଳା’ ପବିତ୍ର ମହିମାଧାମ ଯୋରନ୍ଦାରେ ପାଳିତ ହୋଇଥାଏ। ଏହା ପ୍ରତ୍ଯେକ ବର୍ଷ ‘ମାଘ ପୂର୍ଣ୍ଣୀମାରେ’ ହୋଇଥାଏ ଏବଂ ଏହା ଚାରି ଦିନପର୍ଯ୍ୟନ୍ତ ପାଳିତ ହୁଏ। ଭୁବନର ବଳଦ ଯାତ୍ରା ସେହିପରି ଏକ ସ୍ଵତନ୍ତ୍ର ପରିଚୟ ।ଏହି ବଳଦ ଯାତ୍ରାରେ ବଳଦଙ୍କ ମଧ୍ୟରେ ଦୌଡ ପ୍ରତିଯୋଗିତାର ଆୟୋଜନ ହୋଇଥାଏ।

ପାଇକ ଆଖଡା, ଗୋପାଳ ଲଉଡି, ଦଣ୍ଡ ନାଚ, ଘୁମୁରା, ଚାଙ୍ଗୁ, ବନଦୀ ନାଚ, ଓଡିଶୀ, କୀର୍ତ୍ତନ, ଧୁଡୁକି ନାଚ, କଣ୍ଢେଇ ନାଚ ଏବଂ ଘୋଡା ନାଚ ଆଦି ଅନେକ ନାଚ ଜିଲ୍ଲାରେ କରାଯାଏ। ଅତିପୁରାତନ/ସ୍ମରଣାତୀତ ମହିଳା ପାଲା ଓ ଓଡିଶୀ କୀର୍ତ୍ତନ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମୁଗ୍ଧ କରିଥାନ୍ତି।

ଏଠାରେ ଅନେକ ପ୍ରକାରର ସାହିତ୍ୟ, ସଂସ୍କୃତି ଏବଂ ନାଟକୀୟ ସଂସ୍ଥାମାନ ଜିଲ୍ଲାର ସାମାଜିକ ସାଂସ୍କୃତିକ ଜୀବନଧାରର ଉନ୍ନତିର ଭୂମିକା ଗ୍ରହଣ କରିଥାଏ।

ରାଜପ୍ରାସାଦ

୧୮୦୦ ଶତାବ୍ଦୀରେ ମହାରାଜା ଭାଗୀରଥି ମହେନ୍ଦ୍ର ବାହାଦୁରଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିଲା। ଐତିହାସିକ ରାଜବାଟି ।  ପରିବାର ସହ ରାଜା କାମାକ୍ଷାପ୍ରସାଦ ସିଂ ଦେଓ ଏବେ ସେଠାରେ ରହୁଛନ୍ତି। ସିଂହଦ୍ଵାର, ରଙ୍ଗମହଲ, ବୈଠକଖାନା, ସୁନ୍ଦର ବଗିଚା, ଲାଇବ୍ରେରି ରାଜବାଟିର ଶୋଭା ବଢ଼ାଉଛି। ଶ୍ରୀଜଗନ୍ନାଥଙ୍କ ସେବକ ଭାବେ ରାଜା କାମାକ୍ଷାପ୍ରସାଦ ରଥରେ ଛେରାପହଁରା ସହିତ ସମସ୍ତ ନୀତି ସମ୍ପାଦନ କରିଥାନ୍ତି ।

ଜିଲା ମୁଖ୍ୟ ଚିକିତ୍ସାଳୟ

ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ରାଜ୍ୟର ଅନ୍ୟତମ ପୁରାତନ ସ୍ଵାସ୍ଥ୍ୟକେନ୍ଦ୍ର । ସ୍ଵାସ୍ଥ୍ୟସେବାକୁ ଲୋକାଭିମୁଖୀ କରିବାକୁ ଏହି ଡାକ୍ତରଖାନାରେ ଅନେକ ସୁବିଧା ଉପଲବ୍ଧ  । ସେହିପରି ରୋଗୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ସରକାରୀ ସ୍ତରରେ ଆୟୁଷ ଡାକ୍ତର ମଧ୍ୟ ନିଯୁକ୍ତି ହୋଇଛନ୍ତି । ୧୭୬ ଶଯ୍ୟ ବିଶିଷ୍ଟ ଏହି ଡାକ୍ତରଖାନାରେ ରସିଟି, ଅଲଟ୍ରାସାଉଣ୍ଡ, ରଞ୍ଜନ ରଶ୍ମି ଭଳି ଅତ୍ୟାଧୁନିକ ସୁବିଧା ରହିଛି। ଦିନକୁ ଆଉଟ୍ରୋଡାରକୁ ୧ହଜାରରୁ ଊର୍ଦ୍ଧ୍ଵ ରୋଗୀ ଆସୁଛନ୍ତି ।

ଏଥିସହ ୧ନଂ, ୱାର୍ଡ ଆନନ୍ଦନଗରରେ ଅନ୍ୟ ଏକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରହିଛି । ୩ଟି ଘରୋଇ ହସ୍ପିଟାଲ ମଧ୍ୟ ରୋଗୀଙ୍କୁ ସେବା ଯୋଗାଉଛନ୍ତି । କଣ୍ଟାନାଳୀ ବାଇପାସ୍‌ରେ ସନ୍ ହସପିଟାଲ, ଗୋପବନ୍ଧୁ ବଜାରରେ ଜଗନ୍ନାଥ ହସ୍ପିଟାଲ, ମହାବୀର ବଜାରଠାରେ ଦିଶା ହସ୍ପିଟାଲ ରହିଛି। ସହରରେ ନସିଂହୋମ୍ ସଂଖ୍ୟା ୧୫ ।

ସ୍ୱାସ୍ଥ୍ୟ

କରୋନା ଭୂତାଣୁର ସଂକ୍ରମଣରେ ବିଶ୍ଵର ଅଧିକାଂଶ ଦେଶ ସଂକ୍ରମିତ ହୋଇସାରିଛନ୍ତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସଂକ୍ରମଣକୁ ଏକ ଜରୁରୀକାଳୀନ ଜନସ୍ଵାସ୍ଥ୍ୟ ସମସ୍ୟା ଭାବରେ ଘୋଷଣା କରିଛନ୍ତି । ଏଥିପାଇଁ ସଚେତନତା ତଥା ପ୍ରତିଷେଧକ ଉପାୟ ଆପଣେଇବା ହିଁ ଏକନ୍ତ ଜରୁରୀ । କାର୍ଯ୍ୟସ୍ଥଳୀରେ ଏକାଧିକ ବ୍ୟକ୍ତି କାମ କରୁଥିବା ବେଳେ ଏହି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଏହାର ପ୍ରତିରୋଧ ପାଇଁ ପ୍ରତ୍ୟେକ କାର୍ଯ୍ୟସ୍ଥଳୀରେ ପ୍ରତିଷେଧକ ଉପାୟ ଅବଲମ୍ବନର ବିଶେଷ ଆବଶ୍ୟକତା ଅଛି ।

ଆଧିକ ଜାଣିବା ପାଇଁ କ୍ଲିକ କରନ୍ତୁ ।

ବିଭିନ୍ନ ସରକାରୀ ବିଭାଗ ଜରୁରୀ ନମ୍ବର

ବିଭିନ୍ନ ସରକାରୀକୁ ଯୋଗାଯୋଗ କରିବା ପାଇଁ ଜରୁରୀ ନମ୍ବର ବିଷୟରେ ସୂଚନା ଦିଆଯାଇଛି । ଅଧିକ ଜାଣିବା ପାଇଁ କ୍ଲିକକରନ୍ତୁ ।

ଥାନା ଓ ଫାଣ୍ଡି

ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଢେଙ୍କାନାଳରେ ଟାଉନ ଥାନା ରହିଛି। କାଲଟେଜକ୍ସ ଛକ ଏବଂ ବାଜିଚୌକରେ ଦୁଇଟି ଆଉଟ୍ ପୋଷ୍ଟ ଅଛି । ସେହି ରେଳ ବିଭାଗ ପକ୍ଷରୁ ଷ୍ଟେଶନ ନିକଟରେ ଗୋଟିଏ ଫାଣ୍ଡି ଖୋଲାଯାଇଛି।

  • ଅଭିନବ ଡାଳୁଆ, ଟାଉନ ଥାନାଧିବକାରୀ (୯୪୩୭୧୭୩୮୯୯, ୦୬୭୬୨ – ୨୨୬୪୯୩ )
  • ମାଧବ ନାୟକ, କାଲଟେକ୍ସ ଫାଣ୍ଡି ଅଧିକାରୀ ( ୯୪୩୮୧୦୮୬୫୧)

ନାଗରିକ ସେବା

ସରକାରଙ୍କ ତରଫ ରୁ ମିଳୁଥିବା ନାଗରିକ ସେବା ଗୁଡିକ ବିଷୟରେ ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ ।

ସଂଗୃହିତ  - ରତନ ନାୟାର

ଆଧାର - ଜିଲ୍ଲା ଗ୍ରାମୀଣ ବିଭାଗ

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top