ହୋମ / ସମାଜ କଲ୍ୟାଣ / ଜିଲ୍ଲା ଡାଇରି / ନବରଙ୍ଗପୁର ଜିଲ୍ଲା
ସେଆର କରନ୍ତୁ

ନବରଙ୍ଗପୁର ଜିଲ୍ଲା

ନବରଙ୍ଗପୁର ଜିଲ୍ଲା ସମ୍ବନ୍ଧରେ ସୂଚନା ।

ଜିଲ୍ଲା ସମ୍ବନ୍ଧରେ

ଓଡିଶାର ଦକ୍ଷିଣ ପଶ୍ଚିମ ପ୍ରାନ୍ତର ପ୍ରାକୃତିକ ବିବିଧତା ଭରା ସବୁଜ ବନ ବନାନୀ ଓ ଶାନ୍ତ ପରିବେଶ ମଧ୍ୟରେ ନବରଂଗପୁର ଜିଲ୍ଲା ଅବସ୍ଥିତ । ରାଜ୍ୟ ସରକାରଙ୍କ ସୂଚନା ପତ୍ର ସଂଖ୍ୟା DRC- (44/93/14218/R) ପ୍ରକାରେ ଅକ୍ଟୋବର 2 1992 ମସିହା ଠାରୁ ନବରଙ୍ଗପୁର କୁ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରାଗଲା । ଏହା ପୂର୍ବରୁ ନବରଙ୍ଗପୁର ଅବିଭକ୍ତ କୋରାପୁଟ ଜିଲ୍ଲା ର ଏକ ବିଶାଳ ସବ-ଡିଭିଜନ ହିସାବରେ ପରିଗଣିତ ହୋଇ ଆସୁଥିଲା । ଏହି ଜିଲ୍ଲାର ଉତ୍ତର ଓ ପଶ୍ଚିମ ସୀମା ଯଥାକ୍ରମେ ରାୟପୁର ଓ ବସ୍ତର ଜିଲ୍ଲା (ଛତିଶଗଡ଼) ସହ ସଂଯୁକ୍ତ ଏବଂ ଏହାର ପୂର୍ବ ପଟରେ କଳାହାଣ୍ଡି ଓ ରାୟଗଡା ଜିଲ୍ଲା ଏବଂ ଦକ୍ଷିଣରେ କୋରାପୁଟ ଜିଲ୍ଲା ଅବସ୍ଥିତ । ଦକ୍ଷିଣରେ ଅବସ୍ଥିତ ଇନ୍ଦ୍ରାବତୀ ନଦୀ ସୀମାରେଖା ରୂପେ ନବରଙ୍ଗପୁର ଜିଲ୍ଲା ଓ କୋରାପୁଟ ଜିଲ୍ଲାକୁ ପରସ୍ପର ଠାରୁ ଅଲଗା କରେ । ନବରଙ୍ଗପୁର ଜିଲ୍ଲାର କ୍ଷେତ୍ରଫଳ ପ୍ରାୟ 5294 ବର୍ଗ କି.ମି. ତନ୍ମଧ୍ୟରୁ 1583.4 ବର୍ଗ କି.ମି. ଜଙ୍ଗଲ ଦ୍ୱାରା ଆଚ୍ଛାଦିତ । ଏହାର ଭୌଗଳିକ ଅବସ୍ଥିତି ଉତ୍ତର ଅକ୍ଷାଂଶ 20.3० ଠାରୁ 17.5० ଏବଂ ପୂର୍ବ ଦ୍ରାଘିମା 81.27० ଠାରୁ 84.1० ମଧ୍ୟରେ ଅଛି ।

ନବରଙ୍ଗପୁର ଜିଲ୍ଲାର ସଦର ମହକୁମା ନବରଙ୍ଗପୁର ସହର ଠାରେ ଅବସ୍ଥିତ । ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା 10 ଗୋଟି ତହସିଲ, 10 ଗୋଟି ବ୍ଲକ ଏବଂ 169 ଗ୍ରାମ ପଂଚାୟତରେ ବିଭକ୍ତ। 2011 ଜଣ ଗଣନା (ଅସ୍ଥାୟୀ) ଅନୁସାରେ ନବରଙ୍ଗପୁର ଜିଲ୍ଲାର ଜନସଂଖ୍ୟା ସର୍ବମୋଟ 1218762 ଯାହା ମଧ୍ୟରୁ ଆଦିମ ଜନଜାତିଙ୍କ ସଂଖ୍ୟା ଅର୍ଦ୍ଧେକ ଏବଂ ଲିଙ୍ଗ ଅନୁପାତ 1018 । ଏହି ଜିଲ୍ଲାରେ ବସବାସ କରୁଥିବା ଜନଜାତି ନିଜ ଜୀବିକା ପାଇଁ କୃଷି ଓ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି । ଜିଲ୍ଲାର କିଛି ପଶ୍ଚିମ ସୀମାନ୍ତବର୍ତ୍ତୀ ସ୍ଥାନରେ ଛତିଶଗଡ଼ି ଭାଷାର ପ୍ରଭାବ ଦେଖିବାକୁ ମିଳେ । ପ୍ରଶାସନିକ ବ୍ୟବସ୍ଥା ଅନୁସାରେ ଜିଲ୍ଲାରେ ମୋଟ 169 ଗ୍ରାମ ପଚୟତ, 2 ପୌରସଂସ୍ଥା ଓ 10 ଗୋଟି ପୋଲିସ ଥାନା ଅଛି । ନବରଙ୍ଗପୁର ଜିଲ୍ଲା ମିଶ୍ରିତ ଧର୍ମଵିଶିଷ୍ଟ ଏବଂ ଏହି ଜିଲ୍ଲାରେ ବହୁ ପରିମାଣରେ ହିନ୍ଦୁ, ଖ୍ରୀଷ୍ଟୀୟ ଓ ମୁସଲମାନ ଧର୍ମାବଲମ୍ବୀ ବାସ କରନ୍ତି ଓ ଜନଜାତି ହିନ୍ଦୁ ଦେବଦେବୀଙ୍କୁ ପୂଜା କରନ୍ତି । ବସବାସ କରୁଥିବା ମିର୍ଗାନ, ଶଙ୍ଖାରି, ମାଳି ଓ ଶୁଣ୍ଢୀ ଜାତିର ଲୋକଙ୍କ ମଧ୍ୟରେ ଭୂମିଆ ଓ ଡ଼ମ୍ବ ଜାତି ଅନ୍ୟତମ ।

ଏହି ଅଂଚଳର ଏକ ପ୍ରମୁଖ ଲୋକ ପର୍ବ ହେଉଛି ମଣ୍ଡେଇ ଯାହାକି ସାଧାରଣତଃ ଶସ୍ୟ ଅମଳ ପରେ ପରେ ପାଳନ କରାଯାଇଥାଏ । ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଅପେକ୍ଷା ନବରଙ୍ଗପୁର ଜିଲ୍ଲାରେ ପ୍ରାୟତଃ ପୂର୍ବରୁ ମୌସୁମୀ ବୃଷ୍ଟିପାତ ହୋଇଥାଏ । ନବରଙ୍ଗପୁର ଜିଲ୍ଲାରେ ବୃଷ୍ଟିପାତ ସିଧାସଳଖ ଆରବ ସାଗରରୁ ସୃଷ୍ଟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦ୍ୱାରା ଆରମ୍ଭ ହୋଇଥାଏ ଯେତେବେଳେକି ଓଡିଶାର ଅନ୍ୟାନ୍ୟ ଜିଲ୍ଲାରେ ବଙ୍ଗୋପସାଗରର ମୌସୁମୀ ପ୍ରବାହ ଯୋଗୁଁ ବୃଷ୍ଟି ହୋଇଥାଏ । ସମଗ୍ର ଜିଲ୍ଲାରେ ବାର୍ଷିକ ହାରାହାରି 16912.57 ମି ମି ହୋଇଥାଏ । ଏହି ଅଂଚଳର ମାଳଭୂମି 2000ଫୁଟ ର 3000 ଫୁଟ ମଧ୍ୟ ରେ ଅବସ୍ଥିତ ଥିବା ଯୋଗୁଁ ପ୍ରାୟ ଥଣ୍ଡା ଅନୁଭୂତ ହୁଏ ।

କୃଷିପ୍ରଧାନ ଜିଲ୍ଲା ହୋଇଥିବାରୁ ନବେ ଶତକଡା ଅଧିବାସୀ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି । ଉପଯୁକ୍ତ ଜଳସେଚନ ସୁବିଧା ନଥିବା ଯୋଗୁଁ କୃଷକ ମାନେ ମୁଖ୍ୟତଃ ମୌସୁମୀ ବର୍ଷ ଉପରେ ହିଁ ନିର୍ଭର କରିଥାନ୍ତି । ଜାତୀୟ ଉଦ୍ୟାନ-କୃଷି ମିଶନ ଦ୍ୱାରା ଏହି ଜିଲ୍ଲା ରେ ପରିବା ଓ ଫଳ ଚାଷ ପାଇଁ ବହୁତ ଗୁଡିଏ ପଦକ୍ଷେପ ନିଆଯାଉଛି ।ନବରଙ୍ଗପୁର ଜିଲ୍ଲାରେ ଲୌହ, କ୍ଲୋରାଇଟ, ଅଭ୍ର ଓ କ୍ୱାର୍ଟଜ ଭଳି ବହୁ ମୂଲ୍ୟବାନ ଖଣିଜ ପଦାର୍ଥର ଭଣ୍ଡାର ଗଛିତ ଅଛି ।ଉମରକୋଟ ସହର ନିକଟବର୍ତ୍ତୀ ହୀରାପୁର ଗ୍ରାମ ଅଂଚଳରେ ହେମାଟାଇଟ ଓ ଲିମୋନାଇଟ ଭଳି ଖଣିଜ ମହଜୁଦ ଅଛି ଯାହାକି ଷାଠିଏ ଶତକଡା ଲୌହ ଉପାଦାନ ଗଠିତ ।

ଏକ ନଜରରେ ଜିଲ୍ଲା

  • କ୍ଷେତ୍ରଫଳ: 5294.00 ବର୍ଗ.କିମି
  • ଜନସଂଖ୍ୟା: 1220946
  • ଭାଷା: ଓଡ଼ିଆ, ଗଣ୍ଡ
  • ଗ୍ରାମଗୁଡିକ: 885
  • ପୁରୁଷ: 604812
  • ମହିଳା: 616134

ସଂସ୍କୃତି ଏବଂ ଐତିହ୍ୟ

ନବରଙ୍ଗପୁର ଜିଲ୍ଲାର କଳା ଓ ସଂସ୍କୃତି ଏକ ପୁରାତନ ପରମ୍ପରା ଯାହାର ପ୍ରାଧାନ୍ୟ ଅବିଭକ୍ତ କୋରାପୁଟ ଜିଲ୍ଲାର ମଧ୍ୟ ଦେଖାଯାଏ. କିଛି ପୁରାତନ ହସ୍ତଶିଳ୍ପ କାରିଗର ବହୁ ସଂଖ୍ୟାରେ ଏବେ ମଧ୍ୟ ନବରଙ୍ଗପୁର ସହର ରେ ବାସ କରନ୍ତି. ସେମାନେ ମୁଖ୍ୟତଃ ବାକ୍ସ, ଖେଳଣା, ଛଡ, ଅଳଙ୍କାର, ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତି ଓ ଆସ୍ଥାନ, ପୂଜା ସାମଗ୍ରୀ ଏବଂ ଅନ୍ୟାନ୍ୟ ସାଜସଜ୍ଜା ଅତ୍ୟନ୍ତ ନିଖୁଣ ଭାବେ ତିଆରି କରନ୍ତି ଯାହାକି ହସ୍ତଶିଳ୍ପ କ୍ଷେତ୍ରରେ ଅନନ୍ୟ ବୋଲି ପ୍ରମାଣ ଦିଏ. ଜିଲ୍ଲାର ଡାବୁଗାଁ ଅଂଚଳରେ କାରିଗରଙ୍କ ଦ୍ୱାରା ତିଆରି କରାଯାଉଥିବା ଏକ ଅଦ୍ଵିତୀୟ କୃତି ‘ଧାନ୍ୟ ଲକ୍ଷ୍ମୀ’ (ଦେବୀ ଲକ୍ଷ୍ମୀଙ୍କ ଆସ୍ଥାନ) ଧାନରେ ତିଆରି ହୋଇଥାଏ. ପାପଡାହାଣ୍ଡି ନିକଟବର୍ତ୍ତୀ ତଣ୍ଡା ଗ୍ରାମର ମୃତ୍ତିକା କଳା ଅତ୍ୟନ୍ତ ସୂକ୍ଷ୍ମ କାରୁକାର୍ଯ୍ୟ ବିଶିଷ୍ଟ ।

ଏହି ଜିଲ୍ଲାରେ ଭତରା, ଗଣ୍ଡ, କନ୍ଧ, ପରଜା , ଓଡ଼ିଆ, ହିନ୍ଦୀ, ତେଲୁଗୁ ଆଦି ଭାଷା ର ବହୁଳ ବ୍ୟବହାର ହୁଏ. ଏଠିକାର ରିଂଜୋଡି, ଢେମସା, ସାଇଲୋଡ଼ି, ଗୀତକୁଡିଆ, ଘୁମୁରା ଓ ମାଧିଆ ଭଳି ଲୋକନୃତ୍ୟ ପାରମ୍ପରିକ ବାଦ୍ୟଯନ୍ତ୍ର ସହଉଭୟ ପୁରୁଷ ଓ ମହିଳା ମାନେ ପରିବେଷଣ କରନ୍ତି. ଏହି ଅଂଚଳର କାରିଗର ମାନଙ୍କ ଦ୍ୱାରା ନିର୍ମିତ ଖେଳନା, ବାକ୍ସ, ହିନ୍ଦୁ ଦେବଦେବୀଙ୍କ ଆସ୍ଥାନ ଏବଂ ପୂଜା ସାମଗ୍ରୀ ହସ୍ତଶିଳ୍ପ କ୍ଷେତ୍ରରେ ଅନନ୍ୟ।

ମା ଭଣ୍ଡାରଘରଣୀ ନବରଙ୍ଗପୁର ଅଂଚଳର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କୁ ସହର ଓ ଆଖପାଖ ଅଞ୍ଚଳବାସୀ ପୂଜା କରନ୍ତି. ମଙ୍ଗଳବାର ଏବଂ ଶନିବାର ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଦେବୀଙ୍କୁ ଦର୍ଶନ କରିଥାନ୍ତି. ଦେବୀ ପେଣ୍ଡ୍ରାଣୀଙ୍କ ଏକ ବିଶାଳ ମନ୍ଦିର ଉମରକୋଟ ସହର ନିକଟରେ ଅବସ୍ଥିତ. ଲୋକ କିମ୍ବଦନ୍ତୀରୁ ସୃଷ୍ଟି ଏହି ଦେବୀଙ୍କ ଉଦ୍ଭବ ନିକଟବର୍ତ୍ତୀ ପେଣ୍ଡ୍ରାହାଣ୍ଡି ନାମକ ଏକ ସ୍ଥାନରୁ ହେଇଛି. ବହୁ ପୁରାତନ କାଳରୁ ଦେବୀ ପେଣ୍ଡ୍ରାଣୀଏହି ଅଂଚଳରେ ପୂଜା ପାଇଁ ଆସୁଛନ୍ତି ।

ବିଦ୍ୟାଳୟ

ନବରଙ୍ଗପୁର ପୌରାଞ୍ଚଳରେ ହାଇସ୍କୁଲ ରହିଛି । ରାଜା ଚୈତନ୍ୟଦେବ ଉଚ୍ଚ ବାଳକ ବିଦ୍ୟାଳୟ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ମ୍ୟୁନିସିପାଲିଟି ହାଇସ୍କୁଲ, ଜେଇଏଲସି ହାଇସ୍କୁଲ । ଏହା ବ୍ୟତୀତ ୨୪ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । କେନ୍ଦ୍ରୀୟ ବିଦ୍ୟାଳୟ ସମେତ ୧୬ଟି ଇଂଲିଶ ମିଡିୟମ ବିଦ୍ୟାଳୟ, ଶିଶୁ ମନ୍ଦିର, ସରସ୍ୱତୀ ଜ୍ଞାନ ମନ୍ଦିର, ସ୍ଵାମୀ ବିବେକାନନ୍ଦ ସ୍କୁଲ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଗୋଟିଏ କସ୍ତୁରବା ଗାନ୍ଧୀ ବିଦ୍ୟାଳୟ, ମାନସିକ ଦିବ୍ୟାଙ୍ଗଙ୍କୁ ଶିକ୍ଷା ବ୍ୟବସ୍ଥା ନେଇ ରେଡକ୍ରସ ପକ୍ଷରୁ ଆଶା କିରଣ ଅନୁଷ୍ଠାନ ରହିଛି ।

ମହାବିଦ୍ୟାଳୟ

ନବରଙ୍ଗପୁର ମହାବିଦ୍ୟାଳୟ ୧୯୪୧ରେ ସ୍ଥାପିତ । ତେବେ ଏହା ପୌରାଞ୍ଚଳକୁ ଲାଗି ନନ୍ଦାହାଣ୍ଡି ବ୍ଲକ ପରିସରରେ ରହିଛି । ଜିଲ୍ଲାରେ ଗୋଟିଏ ମଧ୍ୟ ମହାବିଦ୍ୟାଳୟ ସରକାରୀ ମାନ୍ୟତା ପାଇ ନାହିଁ । ମଡେଲ ଡିଗ୍ରୀ କଲେଜ ଓ ପଲିଟେକନିକ କଲେଜ ରହିଛି । ତେବେ ଏହା ସହର ଠାରୁ ୭ କି.ମି ଦୂରରେ ଅବସ୍ଥିତ । ଏହା ବ୍ୟତୀତ ନବରଙ୍ଗପୁର ମହିଳା ମହାବିଦ୍ୟାଳୟ ରହିଛି । ସହରରେ ୬ଟି ଯୁକ୍ତ ଦୁଇ ଘରୋଇ ମହାବିଦ୍ୟାଳୟ ରହିଛି ।

କୃଷି

ନବରଙ୍ଗପୁର ଏକ କୃଷି ବହୁଳ ଜିଲ୍ଲା ଏବଂ ଏହାର ଶତକଡା ଅଧିବାସୀ ନିଜ ଜୀବିକା ପାଇଁ କୃଷି ଉପରେ ନିର୍ଭରଶୀଳ. ଜଳସେଚନର ଅଭାବ ହେତୁ କୃଷକ ମାନେ ସାଧାରଣତଃ ବୃଷ୍ଟି ଜଳ ଉପରେ ଭରସା କରିଥାନ୍ତି.

ଉଦ୍ଦେଶ୍ୟ

  • ସମସ୍ତ ଫସଲର ଉତ୍ପାଦନରେ ବୃଦ୍ଧି ଘଟାଇବା ।
  • ଉତ୍ପାଦିତ ବୀଜ ପୁନଃସ୍ଥାପନ ହାରରେ ଉନ୍ନତି ଆଣିବା ।
  • ସମନ୍ୱିତ ପୋଷକ ପରିଚାଳନା ପାଇଁ କୃଷକ ମାନଙ୍କୁ ସୂଚିତ କରିବା ।
  • ସମନ୍ୱିତ କୀଟନାଶକ ପରିଚାଳନା ବିଷୟରେ କୃଷକ ମାନଙ୍କୁ ଶିକ୍ଷିତ କରାଇବା ।
  • ମୃତ୍ତିକା ପରୀକ୍ଷଣ ଦ୍ୱାରା ଜମିର ଉର୍ବରତା ଆକଳନ କରିବା ।
  • ସେଚିତ ଜଳର ସଦୁପଯୋଗ କରି ଅଧିକା ଫସଲ ଉତ୍ପାଦନ କରିବା ।
  • ଫସଲ ପାଇଁ ୠଣର ବ୍ୟବହାର କରିବା ।
  • କୃଷକଙ୍କ ଠାରୁ ଫସଲ ବୀମା ଗ୍ରହଣ କରିବା ।
  • କୃଷି କ୍ଷେତ୍ରରେ ଶ୍ରମ ଅଭାବ ମୁକାବିଲା ନିମନ୍ତେ ସାମୁହିକ କୃଷିକ୍ଷେତ୍ର ଯାନ୍ତ୍ରିକୀକରଣ କୁ ସାର୍ବଜନୀନ କରିବା ।
  • ଜଳନିଧି ଯୋଜନା ଦ୍ୱାରା ଜଳସେଚନ ସାମର୍ଥ୍ୟ ବୃଦ୍ଧି କରାଇବା ।
  • କୃଷି ସେବା ଓ ବାଣିଜ୍ୟିକ କୃଷି ଉଦ୍ୟୋଗ ପ୍ରତିଷ୍ଠା ଦ୍ୱାରା ଯୁବ କୃଷି ପେଷାଦାରମାନଙ୍କ ଆୟ ବୃଦ୍ଧି କରାଇବା
  • ପ୍ରଦର୍ଶନ ଦ୍ୱାରା ଉନ୍ନତ ପଦ୍ଧତିର ଫସଲ ଚାଷକୁ ସାର୍ବଜନୀନ କରିବା ।
  • ମିନିକିଟ କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ କିସମର ଶସ୍ୟର ସାର୍ବଜନୀନ କରିବା ।
  • ଇ-ପେଷ୍ଟ ସଂନିରୀକ୍ଷଣ ପଦ୍ଧତି ଓ ତ୍ୱରିତ ନିୟନ୍ତ୍ରଣ ଉପାୟ ଦ୍ୱାରା କୀଟ ଓ ରୋଗ ଦାଉରୁ ଫସଲହାନି ରୋକିବା ।
  • କୃଷକ ମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ସରକାରୀ ଯୋଜନାର ସମ୍ପାଦନା କରିବା ।
  • ଆତ୍ମା ଯୋଜନାର ସମ୍ପାଦନା ଦ୍ୱାରା ରାଜ୍ୟକୁ କୃଷି, ଉଦ୍ୟାନ କୃଷି, ପଶୁପାଳନ ଓ ମତ୍ସ୍ୟପାଳନ ସଂସ୍କାରରେ ସହାୟତା କରିବା ।

କାର୍ଯ୍ୟକ୍ରମ

ବାର୍ଷିକ ଖରିଫ କାର୍ଯ୍ୟ ଯୋଜନାର ପ୍ରସ୍ତୁତି, ବାର୍ଷିକ ରବି କାର୍ଯ୍ୟ ଯୋଜନା, ବୀଜ ଯୋଗାଣ, ରାସାୟନିକ ସାର ବଣ୍ଟନ, ରାସାୟନିକ ସାର ବିକ୍ରୟରେ ପ୍ରବର୍ତ୍ତନ, ଶ୍ରୀ ପଦ୍ଧତିରେ ଧାନଚାଷ ପ୍ରଦର୍ଶନ, ମକା ଉତ୍ପାଦନ ପ୍ରଦର୍ଶନ, କୃଷକ କ୍ଷେତ୍ର ବିଦ୍ୟାଳୟ (ଆଇ. ପି. ଏମ.), ଆଖୁ ଉତ୍ପାଦନ, ଡାଲିଜାତୀୟ ଶସ୍ୟ ଉତ୍ପାଦନ, ତୈଳବୀଜ ଉତ୍ପାଦନ, ମାଣ୍ଡିଆ ଉତ୍ପାଦନ, ମିନିକିଟ ବଣ୍ଟନ, କୀଟ ଓ ରୋଗ ନିରୂପଣ ଏବଂ ତାହାର ନିୟନ୍ତ୍ରଣ

ପି.ପି. ରସାୟନ ଓ ଯନ୍ତ୍ର, ପମ୍ପ ସେଟ, ଟ୍ରାକ୍ଟର, ପାୱାର ଟିଲର, ପାୱାର ଚାଳିତ କୃଷି ଉପକରଣ, ଧାନ କଟା ଯନ୍ତ୍ର, ଧାନ ପ୍ରତିରୋପଣ ଯନ୍ତ୍ର, ମିଳିତ ଅମଳ ଯନ୍ତ୍ର ଓ ସବସିଡିରେ ବଳଦଟଣା କୃଷି ଉପକରଣର ବିକ୍ରୟ ।

ସାଧାରଣ କୂପ ଓ ନଳକୂପ ଖୋଳାଇବା ଏବଂ ନଦୀରୁ ଉଠା ଜଳସେଚନ ବ୍ୟବସ୍ଥା କରାଇବା ।

ଜିଲ୍ଲାର କୃଷି ରୂପରେଖ

ବୃଷ୍ଟିପାତ ଅବସ୍ଥା ଅନୁସାରେ

  • ଉଚ୍ଚ ଜମିରେ ମକା, ଆଖୁ, ମାଣ୍ଡିଆ, ଡାଲିଜାତୀୟ ଶସ୍ୟ, ତୈଳବୀଜ, ପରିବା, ମସଲା ଶସ୍ୟ, ତନ୍ତୁଜାତୀୟ ଶସ୍ୟ ଆଦି ଉତ୍ପାଦନ କରାଯାଏ.
  • ମଧ୍ୟମ ଜଳସେଚିତ ଜମିରେ ଧାନ ଓ ଆଖୁ ଚାଷ କରାଯାଏ
  • ଅନୁଚ୍ଚ ଜମି ଗୁଡିକରେ ଧାନ ଚାଷ କରାଯାଏ.

ସାଧାରଣତଃ ଧାନ, ଆଖୁ, ମକା, ସୂର୍ଯ୍ୟମୁଖୀ ଫୁଲ, ଚିନାବାଦାମ, ଡାଲି, ଗହମ ଓ ପାରିବ ଉତ୍ପାଦନ କର ଯାଇଥାଏ ।

ସ୍ୱତନ୍ତ୍ର ଶସ୍ୟ
ମକା, ଆଖୁ ଓ ପରିବା ସହ ନିମ୍ନରେ ଦିଆଯାଇଥିବା ଶସ୍ୟ ମଧ୍ୟ ଚାଷ କର ଯାଇଥାଏ

  • ଧାନ
  • ମକା
  • ଆଖୁ
  • ଚିନାବାଦାମ
  • ବିରି
  • ମୁଗ
  • ହରଡ
  • ମାଣ୍ଡିଆ
  • ରାଶି
  • ଅନ୍ୟାନ୍ୟ ଶସ୍ୟ

ଉଦ୍ୟାନ
ଜିଲ୍ଲାର ଡାବୁଗାଁ (25.58 ହେକ୍ଟର) ଓ ଉମରକୋଟ ସହରରେ ଦୁଇଟି ସରକାରୀ ଫାର୍ମ ଅବସ୍ଥିତ. ଉକ୍ତ ଫାର୍ମରେ ଖରିଫ ଋତୁରେ ମୁଖ୍ୟତଃ ବୀଜ ଉତ୍ପାଦନ କାର୍ଯ୍ୟ କରାଯାଇଥାଏ. ମୂଳ ବୀଜ ଏବଂ ପ୍ରମାଣିତ ବୀଜ ଉତ୍ପାଦନ କରାଯାଇ ଓଡିଶା ରାଜ୍ୟ ବୀଜ ନିଗମ ଲିଃ ଦ୍ୱାରା କୃଷକ ମାନଙ୍କୁ ଯୋଗାଇ ଦିଆଯାଏ ।

ଡାକ୍ତରଖାନା

ପୌରାଞ୍ଚଳ ମଧ୍ୟରେ ଘରୋଇ ଖ୍ରୀଷ୍ଟିଆନ ହସ୍ପିଟାଲ ୧୯୯୩ ମସିହାରୁ ରୋଗୀ ସେବା ଯୋଗାଇ ଆସୁଛି । ସହରର ୩ କିମି ଦୂରରେ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ନନ୍ଦାହାଣ୍ଡି ବ୍ଲକ ଅଞ୍ଚଳ ମଧ୍ୟରେ ୨୦୦୪ରୁ କାର୍ଯ୍ୟକାରୀ ହୋଇ ଆସୁଛି ।

ଟେଲି ମେଡ଼ିସିନ

ଟେଲି ମେଡ଼ିସିନ ମାଧ୍ୟମରେ ରୋଗୀ ଓ ଡାକ୍ତର ମେଡିକାଲ କଲେଜର ବିଶେଷଜ୍ଞଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇ ଚିକିତ୍ସା ବ୍ୟବସ୍ଥା କରିଥାନ୍ତି ।

କର୍କଟ ରୋଗୀଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା

କର୍କଟ ରୋଗ ନିରାକରଣ ପାଇଁ ଏସିଆନ ଇନଷ୍ଟିଚ୍ୟୁଟ ଅଫ କ୍ୟାନସର(ବମ୍ବେ)ର ସିନିୟର ପ୍ରଫେସର ଦିନେଶ ପେନ୍ଧାରକର ଆସି ଏଠାରେ ରୋଗୀଙ୍କୁ ଦେଖିବା ସହ ପରାମର୍ଶ ଦେଇଥାନ୍ତି । ତାଲିମପ୍ରାପ୍ତ ଦୁଇ ଜଣ ଡାକ୍ତର କେମୋଥେରାପି ଦାୟିତ୍ଵରେ ରହିଛନ୍ତି ।

କୋରାନ ଭୂତାଣୁ

କରୋନା ଭୂତାଣୁର ସଂକ୍ରମଣରେ ବିଶ୍ଵର ଅଧିକାଂଶ ଦେଶ ସଂକ୍ରମିତ ହୋଇସାରିଛନ୍ତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସଂକ୍ରମଣକୁ ଏକ ଜରୁରୀକାଳୀନ ଜନସ୍ଵାସ୍ଥ୍ୟ ସମସ୍ୟା ଭାବରେ ଘୋଷଣା କରିଛନ୍ତି । ଏଥିପାଇଁ ସଚେତନତା ତଥା ପ୍ରତିଷେଧକ ଉପାୟ ଆପଣେଇବା ହିଁ ଏକନ୍ତ ଜରୁରୀ । କାର୍ଯ୍ୟସ୍ଥଳୀରେ ଏକାଧିକ ବ୍ୟକ୍ତି କାମ କରୁଥିବା ବେଳେ ଏହି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଏହାର ପ୍ରତିରୋଧ ପାଇଁ ପ୍ରତ୍ୟେକ କାର୍ଯ୍ୟସ୍ଥଳୀରେ ପ୍ରତିଷେଧକ ଉପାୟ ଅବଲମ୍ବନର ବିଶେଷ ଆବଶ୍ୟକତା ଅଛି ।

ଆଧିକ ଜାଣିବା ପାଇଁ କ୍ଲିକ କରନ୍ତୁ ।

କରୋନା ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ନାକ, ପାଟି ଓ ମୁହଁ ଘୋଡ଼ାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କାରଣରୁ ମାସ୍କ ପିନ୍ଧିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମୁହଁକୁ ଭଲ ଭାବେ ଘୋଡ଼ାଇବା ଦ୍ୱାରା ଭୂତାଣୁ ସଂକ୍ରମଣ ଆଶଙ୍କାକୁ ଅନେକ ପରିମାଣରେ ହ୍ରାସ କରାଯାଇପାରିବ । ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ସରକାରୀ ଆଇଟିଆଇର ପ୍ରଶିକ୍ଷକମାନେ ସମ୍ପୂର୍ଣ୍ଣ ମୁହଁକୁ ଘୋଡ଼ାଇ ହେବା ଭଳି ମାସ୍କ ପ୍ରସ୍ତୁତ କରିଛନ୍ତି । ଅତି ସ୍ୱଳ୍ପ ମୂଲ୍ୟରେ ଏହି ମାସ୍କ ଉପଲବ୍ଧ ହୋଇପାରିବ । ଗୋଟିଏ ମାସ୍କ 17ରୁ 18 ଟଙ୍କା ଖର୍ଚ୍ଚରେ ମିଳିପାରିବ । ଟ୍ରାନ୍ସପରେଂଟ ପ୍ଲାଷ୍ଟିକ ଶିଟ, 29 ସେମି ଇଲାଷ୍ଟିକ, ଡବଲ ସାଇଡ ଗମ ଟେପ ଓ ସ୍ପଞ୍ଜରେ ଏହି ମାସ୍କ ପ୍ରସ୍ତୁତ କରାଯାଇଛି । ଏହି ମାସ୍କ କପାଳରୁ ବେକ ପର୍ଯ୍ୟନ୍ତ ଘୋଡ଼ାଇ ରଖିବ । ପ୍ରଥମ ପର୍ଯ୍ୟାୟରେ 100ଟି ମାସ୍କ ପ୍ରସ୍ତୁତ କରାଯାଇଛି । ଏହି ମାସ୍କଗୁଡ଼ିକୁ ବ୍ଲକର ଅଗ୍ରଣୀ କୋଭିଡ ଯୋଦ୍ଧା ପୋଲିସ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରେ ବଂଟନ କରାଯାଇଛି । କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଏହି ମାସ୍କ ବିଶେଷ ଭାବେ ସହାୟକ ହୋଇପାରିବ । ଆଗକୁ ଅନୁଷ୍ଠାନ ପକ୍ଷରୁ ଅଧିକ ସଂଖ୍ୟାରେ ମାସ୍କ ପ୍ରସ୍ତୁତ କରାଯିବ ବୋଲି  ସରକାରୀ ଆଇଟିଆଇର ଅଧ୍ୟକ୍ଷ ପ୍ରଦୀପ ସାହୁ ପ୍ରକାଶ କରିଛନ୍ତି ।

ପ୍ରକୃତିର ଗର୍ଭଦ୍ଵାର ନବରଙ୍ଗପୁର ଜିଲ୍ଲା

ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ନବରଙ୍ଗପୁର ଜିଲ୍ଲା । ସହର ଭିତରେ ବିରାଜମାନ ମା’ ଭଣ୍ଡାରଘରଣୀ । ସବୁ ଶୁଭ କାମ ଆରମ୍ଭ ହୁଏ ତାଙ୍କରି ଆଶୀର୍ବାଦରୁ ।

ଆପଦ ବିପଦରେ ରକ୍ଷା କବଜ ସାଜି ଠିଆ ହୁଅନ୍ତି ମାଆ । ଜିଲ୍ଲାରେ ରହିଛି ଅନେକ ଦେବଦେବୀ ମନ୍ଦିର ଜଙ୍ଗଲରୁ ପାହାଡ଼, ପାହାଡ଼ରୁ ପର୍ବତ ସଂଚରି ଯାଏ ଆଧ୍ୟାତ୍ମିକତାର ମହକ । କେଉଁଠି ଚନ୍ଦନଗଛ ମୂଳରୁ ବୋହିଯାଇଛି ଚିରସ୍ରୋତା ଝରଣା ତ ଆଉ କେଉଁଠି ଇତିହାସର ମୂକସାକ୍ଷୀ ହୋଇ ଠିଆ ହୋଇଛି ପୋଡ଼ାଗଡ଼।

ହିର୍ଲିଡଙ୍ଗରର ସୁଲୁସୁଲିଆ ପବନ ଦେହରେ ବାଜିଲା ମାତ୍ରେ ସୃଷ୍ଟି କରେ ଅଜସ୍ର ଶିହରଣ ଏଠି କଳକାରଖାନାର କଳା ଧୂଆଁ ନାହିଁ କି ନାହିଁ ସେତେଟା ପ୍ରଦୂଷଣ ପ୍ରକୃତି ଏଠି ସାଇତି ରଖିଛି ଅନେକ ସଂପଦ, ଯାହା ବନବାସୀଙ୍କୁ ବର୍ଷତମାମ ଯୋଗାଇ ଆସୁଛି ଆହାର।

ପାପଡାହାଣ୍ଡିର ମୃଗ ବିହାର ଥରେ ବୁଲିଗଲେ, ଆଉ ଫେରିବାକୁ ଚାହେଁନା ମନ । ଏଠି ପର୍ଯ୍ୟଟକଙ୍କ ମନୋରଂଜନ ପାଇଁ ରହିଛି ଅନେକ ସମ୍ଭାର, ହେଲେ ବିକାଶର ଧାରା ଟିକିଏ ବିଚଳିତ, ବିବ୍ରତ ।

ମା’ ଭଣ୍ଡାରଘରଣୀ

ମା’ ଭଣ୍ଡାରଘରଣୀ, ନବରଙ୍ଗପୁରବାସୀଙ୍କ ଆରାଧ୍ୟ ଦେବୀ । ଭଣ୍ଡାର ମାନେ ସମ୍ପଦ, ଏଣୁ ମା’ଙ୍କୁ ଧନ ଓ ସମ୍ପଦର ରକ୍ଷାକରିଣୀ ଭାବେ ମାନନ୍ତି ସ୍ଥାନୀୟ ବାସିନ୍ଦା। ନବରଙ୍ଗପୁର ସହରର ମଧସ୍ଥଳୀ ଜାତୀୟ ରାଜପଥର ପାର୍ଶ୍ଵରେ ଏକ ଭବ୍ୟ ମନ୍ଦିରରେ ବିରାଜମାନ କରିଛନ୍ତି ମା’ ଭଣ୍ଡାରଘରଣୀ । ପୁରୁଣା ରାଜମହଲ ପାର୍ଶ୍ୱରେ ଥିବା ଏହି ପୀଠ ରାଜ୍ୟର ପ୍ରମୁଖ ଶକ୍ତିପୀଠ ଗୁଡ଼ିକ ମଧ୍ୟରୁ ଅନ୍ୟତମ। ରାଜାଶାସନ ଅମଳରୁ ମା'ଙ୍କ ପୂଜା କରାଯାଉଥିବା ଇତିହାସରୁ ଜଣାଯାଏ । ରାଜାଙ୍କ ଇଷ୍ଟଦେବୀ ହେଉଛନ୍ତି ମା’ ଭଣ୍ଡାରଘରଣୀ। ପ୍ରଥମ ରାଜଧାନୀ ଜଗନ୍ନାଥପୁରଠାରେ  ମା’ଙ୍କୁ ଆଦିବାସୀ ପରମ୍ପରାରେ ପୂଜା କରାଯାଉଥିଲା। ପରେ ରାଜଧାନୀ ନବରଙ୍ଗପୁରକୁ ସ୍ଥାନାନ୍ତର ହୋଇଥିଲା । ନବରଙ୍ଗପୁର ସହରରେ ସ୍ଥାପନା ହେବା ପରେ ମା’ଙ୍କୁ ଶକ୍ତିପୀଠର ପରମ୍ପରା ଅନୁଯାୟୀ ପୂଜା କରାଗଲା । ପ୍ରତିଦିନ ବି ମୁତାବକ ପୂଜାର୍ଚ୍ଚନା କରାଯାଉଥିବା ବେଳେ ମଙ୍ଗଳବାର, ଶନିବାର, ସଂକ୍ରାନ୍ତିରେ ସ୍ବତନ୍ତ୍ର ପୂଜା କରାଯାଏ । ଉଭୟ ବ୍ରାହ୍ମଣ ଓ କେଉଟ ସମ୍ପ୍ରଦାୟର ପୂଜକ ପୂଜା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହାସହ ବାସନ୍ତିକ ଦଶ ହରା, ଶାରଦୀୟ ଦଶହରା ପାଳନ ହୁଏ । ଏପ୍ରିଲ ମାସରେ ପାଳିତ ହେଉଥିବା ଘଟଯାତ୍ରା ମା’ଙ୍କ ମୁଖ୍ୟ ପର୍ବ। ମନ୍ଦିରର ଉଚ୍ଚତା ୬୦ ଫୁଟ, ଓସାର ୪୦ ପୁଟ ଓ ଲମ୍ବା ୬୫ ଫୁଟ। ଏହି ନୂତନ ମନ୍ଦିର ୨୦୦୫ରେ ନିର୍ମାଣ ଆରମ୍ଭ ହେଇ ୨୦୦୮ରେ ଶେଷ ହୋଇଥିବା ଜଣଯାଏ। ଆଧ୍ୟାତ୍ମିକ ପର୍ଯ୍ୟଟନ କ୍ଷେତ୍ରରେ ମା’ଙ୍କ ପୀଠ ବେଶ ସୁନାମ ଅର୍ଜନ କରିଛି ।

ଘୁମରେଶ୍ଵର

ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ସୀମାରେ ଥିବା ଦୁଇଟି ପାହାଡ଼ ମଝି ଏକ ଗୁମ୍ଫା ମଧ୍ୟରେ ରହିଛି ପ୍ରଭୁ ଘୁମରେଶ୍ୱରଙ୍କ ପୀଠ।

ପାହାଡ଼ ଉପରୁ ପୀଠ ପର୍ଯ୍ୟନ୍ତ  ରହିଛି ପାହାଚ ବ୍ୟବସ୍ଥା । ପ୍ରଭୁଙ୍କ ପାଇଁ କୌଣସି ମନ୍ଦିର କରାଯାଇନାହିଁ । ପୂଜକ ଆସି ପୂଜା କରି ଚାଲିଯାଆନ୍ତି । ଗୁମ୍ଫା ପାର୍ଶ୍ଵ ରେ କୁଳୁ କୁଳୁ ହୋଇ ବହିଯାଉଛି ଏକ  ପାହାଡ଼ି ଝରଣା । ପାହାଡ଼ ଉପରୁ ଝରଣା ପ୍ରବାହିତ ହୋଇ ଏକ ଆକର୍ଷଣୀୟ ଜଳପ୍ରପାତ ସୃଷ୍ଟି କରିଛି ।

ଖାସ୍ ଏଇଥିପାଇଁ ଶୀତରତୁ, ମହାଶିବରାତ୍ରି, ପ୍ରତ୍ୟେକ ସଂକ୍ରାନ୍ତି ଓ ସୋମବାରରେ ଏଠାରେ ଭିଡ଼ ଜମେ ।  ରାଜ୍ୟର ବିଭିନ୍ନ ସ୍ଥାନ ସମେତ ବିଶେଷକରି ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଶ୍ରଦ୍ଧାଳୁ ଏବଂ ଶିବଭକ୍ତମାନେ ମଧ୍ୟ ଏଠାକୁ ଆସିଥାନ୍ତି ।

ଅଞ୍ଚଳଗୁମ୍ମାରୁ ୧୨ କିମି ଦୂରରେ ଥିବା ଏହି ପୀଠକୁ ନବରଙ୍ଗପୁରରୁ ଦୁଇ ଓ ଚାରି ଚକିଆ ଯାନରେ ଯାଇ ହେଉଥିବା ବେଳେ କଳାହାଣ୍ଡିରୁ ଲୋକେ ପାଦଚଲା ରାସ୍ତାରେ ଆସନ୍ତି ।

ଚନ୍ଦନଧାରା

ପାହାଡ଼, ଝରଣା, କଳଭଣ୍ଡାର ଓ ଜଳପ୍ରପାତର ଜିଲ୍ଲା ନବରଙ୍ଗପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ରହିଛି ଛୋଟବଡ଼ ଝରଣା ଓ ଜଳପ୍ରପାତ ।

ତନ୍ମଧ୍ୟରୁ ଝରିଗାଁ ବ୍ଳକର ବଡ଼ିଟେମରା ପାୟତର ଚନ୍ଦନଧରା ଅନ୍ୟତମ। ଚନ୍ଦନ ଗଛ ମୂଳରୁ ଏହି ଝରଣା ବାହାରିଥିବାରୁ ଏହାର ନାଁ ଚନ୍ଦନଧାରା ରଖାଯାଇଛି ।

ଭୂପୃଷ୍ଠରୁ ପ୍ରୟ ୫୦ ଫୁଟ ତଳେ ବୋହୁଛି ଏ ଝରଣା ଉପରୁ ଝରଣା ଦୃଶ୍ୟ ଉପଭୋଗ କରିବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ଦୁଃ ପଏ । ଝରଣା ଭିତରକୁ ଯିବା ଲାଗି ୧୨୨ ପାହାଚର ବ୍ୟବସ୍ଥା ରହିଛି।

ଝରଣାର ତଳମୁଣ୍ଡରେ ପାର୍ବତୀ ମନ୍ଦିର ରହିଥିବା ବେଳେ ଉପର ମୁଣ୍ଡରେ ରହିଛି ଶିବ ମନ୍ଦିର । ହରପାର୍ବତୀଙ୍କ ଦର୍ଶନ କରିବା ସହ ଝରଣା ନିକଟରେ ବୁଲିବା ପାଇଁ ଜିଲ୍ଲା ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ନବରଙ୍ଗପୁର ସଦର ମହକୁମାରୁ ପ୍ରୟ ୧୦୫ କିମି ଦୂରରେ ଅବସ୍ଥିତ ଚନ୍ଦନଧାରା ।

ଝରିଗାଁ ବ୍ଳକରୁ ଦୂରତା ମାତ୍ର ୨୫ କିମି। ଝରିଗାଁରୁ ଚଚ୍ଛା ପଞ୍ଚାୟତ ଦେଇ ବଡ଼ମରା ପ ୟତରୁ ୩ କିମି ମଟି ଓ ମୋରମ୍ ରାସ୍ତା ରହିଛି ।

ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରଠାରୁ ୧୫ କିମି ପ୍ରଧାନମନ୍ତ୍ରୀ ସଡ଼କ ଏଠାକୁ ସଂଯୋଗ କରିଛି । ବଡ଼ମରାରୁ ୩ କିମି ମଟି ରାସ୍ତାରେ ଜଙ୍ଗଲ ଭିତରକୁ ଗଲେ ପଡ଼ିବ ଚନ୍ଦନଧାରା । ରହିବା ପାଇଁ ନବରଙ୍ଗପୁରରେ ହୋଟେଲ, ଲଜ୍‌ର ସୁବିଧା ରହିଛି ।

ସିଦ୍ଧେଶ୍ଵର

ସବୁଜ ବନାନୀରେ ଭରା ନବରଙ୍ଗପୁର ବ୍ଲକର ଭତ୍ରାସିଉନୀ ଡଙ୍ଗର । ୧୫ ଏକର ପରିମିତ ଅଞ୍ଚଳରେ ରହିଛି ବିଭିନ୍ନ ପ୍ରକାର ଫଳନ୍ତି ଓ ଔଷଧୀୟ ବୃକ୍ଷ । ଏଠାରେ ଦେଖିବାକୁ ମିଳେ ଶତାଧିକ ବେଲ, ଶାଳ, ନିମ୍ବ, ତେନ୍ତୁଳି, ବାହାଡ଼ା, ହରିଡ଼ା, କଦମ୍ବ, କୁର୍ଲ, ବିଜା ଭଳି ବହୁ ମୂଲ୍ୟବାନ ଗଛି । ଏଠାକାର ବେଲ ଗଛର ଏକ ବିଶେଷତ୍ଵ ରହିଛି । ଏହା ୧୦ ପତ୍ର ବିଶିଷ୍ଟ । ଏଠାକାର ପରିବେଶ ମନରେ ଆଣିଦିଏ ଅନେକ ଶାନ୍ତି । ଆପଣା ଛାଏଁ ଦେହରେ ଖେଳିଯଏ ଶିହରଣ। ଥରେ ପଦ ଦେଲେ ଲଖିଯଏ ମନ ଲଗେ, ସତେଯେମିତି ସିଦ୍ଧେଶ୍ଵରଙ୍କ ପାଇଁ ସଜେଇ ହୋଇ ବସିଛି ପ୍ରକୃତି ରାଣୀ। ୨୨ ବର୍ଷ ତଳେ ସିଦ୍ଧଶ୍ଵର । ମନ୍ଦିର ପ୍ରବେଶ ଦୂରରେ ସ୍ଥାପନ ହୋଇଛି ଦୁଇଟି ସ୍ଵର୍ଗତ ରମେଶ ମିଶ୍ର ଭତ୍ରସିଭନୀ ଡଙ୍ଗରରେ ବିଭିନ୍ନ ଚାରା ବୃଷଭ । ପ୍ରାୟ ୨୦ ଫୁଟ ଉଚ୍ଚରେ ନିର୍ମାଣ ହୋଇଛି ମନ୍ଦିର । ଏହା ଆକର୍ଷଣୀୟ କରୁକାର୍ଯ୍ୟରେ ସଜିତ । ନବରଙ୍ଗପୁରରୁ ଏହାର ଦୂରତା ହେଉଛି ୧୨ କିମି ।

ପୋଡାଗଡ, ହାତବନ୍ଧା ପଥର

ଐତିହସିକ ପାହାଡ଼ ପୋଡ଼ାଗଡ଼ । ଇତିହାସର ମୂକସାକ୍ଷୀ । କିମ୍ବଦନ୍ତୀ କହେ, ପଞ୍ଚମ ଶତାବ୍ଦୀରେ ଏଠାରେ ନନ୍ଦବଂଶୀୟ ରାଜାମନେ ଶାସନ କରୁଥିଲେ । ଏଠାରେ ସେମାନଙ୍କ ରଜଧାନୀ ପୁଷ୍କର ଥିଲା । ନନ୍ଦ ବଂଶର ପତନ ବେଳକୁ କୌଣସି କାରଣରୁ ଏଠାରେ ନିଆଁ ଲଗାଇ ଦିଆଯାଇଥିଲା । ଏହି ଗଡ଼ ପୋଡ଼ିଯିବାରୁ ଏହାର ନାମ ପେଡ଼ାଗଡ଼ ରଖାଗଲା । ଏବେ ଏଠାରେ ସ୍ମୃତି ସ୍ଵରୂପ ରହିଛି ଅର୍ଜଭଗ୍ନ ହାତୀବନ୍ଧା ପଥର, ପୁରୁଣା ଶିବ ମନ୍ଦିର, ଶିଳାଲେଖ, ମଟିର ଭଙ୍ଗା ଆସବାବପତ୍ର। ଏହାସହ ପାହାଡ଼ ଉପରକୁ ଯିବା ନିମନ୍ତେ ସେ ସମୟରେ କରାଯାଇଥିବା ପାହାଚର ଧ୍ଵଂସାବଶେଷ, ଗୁମ୍ଫା ଓ ପଥର ଚଟାଣ ଦେହରେ ଛୋଟବଡ଼ ଗର୍ଭ ଦେଖିବାକୁ ମିଳେ । ହାତୀବନ୍ଧା ପଥରରେ ରଜାଙ୍କ ହାତୀ ବନ୍ଧଯଉଥିବା ବେଳେ ପାହାଡ଼ ଉପର ଚଟାଣରେ ରାଜାଙ୍କ ଦରବାର ବସୁଥିବା କୁହାଯାଏ । ଶିବ ମନ୍ଦିରରେ ଭୈରବ ଏବଂ ଶିବ ପୂଜା ପାଉଥିଲେ । ଚଟାଣରେ ଥିବା ଗର୍ଭଗୁଡ଼ିକ ଏବେ ବି ରହସ୍ୟଘେରରେ ।  ରକ୍ଷଣାବେକ୍ଷଣ ଅଭାବରୁ ଶିଳାଲେଖଗୁଡ଼ିକ ନଷ୍ଟ ହୋଇଗଲାଣି । ଏହାକୁ କେହି ପଢି ପାରୁନାହାନ୍ତି । କାରଗାଁ ନିକଟରେ ଏଗୁଡ଼ିକୁ ସଂରକ୍ଷିତ କରି ରଖାଯାଇଛି । ଏଠାରୁ ବହୁ ଶିବଲିଙ୍ଗ ଚୋରି ହୋଇଯାଇଛି । ଅନେକ ପଥର ଖୋଦେଇ ଯୁଗଳମୂର୍ତ୍ତି  ଏଠାରୁ ମିଳିଥିବା କୁହାଯାଉଥିଲେ  ମଧ୍ୟ ଏବେ ସେଗୁଡ଼ିକର ପତ୍ତା ମିଳୁନାହିଁ । ତଥାପି ଯାହା କିଛି ସ୍ମୃତି ରହିଛି, ସେସବୁ ସଂଗ୍ରହାଳୟରେ ସଇତା ହୋଇ ରହିଛି । ଓଡ଼ିଶା-ଛତିଶଗଡ଼ ସୀମାରେ ଥିବା ଏହି ଐତିହାସିକ ପର୍ଯ୍ୟଟନସ୍ଥଳୀର ଦୂରତା ଉମରକୋଟଠାରୁ ୨୨ କିମି ।

ହିର୍ଲିଡଙ୍ଗର

ନବରଙ୍ଗପୁର ସହରଠାରୁ ମାତ୍ର ୨ କିମି ଦୂରରେ ରହିଛି ହିର୍ଲି ଡଙ୍ଗର । ଡଙ୍ଗର ମାନେ ଆଦିବାସୀ ଭାଷାରେ ପାହାଡ଼ । ସହରର କୋଳାହଳ ଠାରୁ କିଛି ଦୂରରେ ଥିବା ଏହି ପାହାଡ଼ ଉପରେ ଠିଆ  ହେଲେ ଦେଖାଯାଏ ସମ୍ପୂର୍ଣ୍ଣ ସହର। ଏହି ଦୃଶ୍ୟ ଦେଖିବା ପାଇଁ ପାହାଡ଼ ଉପରେ କରାଯାଇଛି ୩ଟି ଭ୍ୟୁ ପଏ । ହିର୍ଲ୍ମି  ଡଙ୍ଗରର ଉଚ୍ଚତା ୧୫୦ ଫୁଟ । ପାହାଡ଼ ଉପରକୁ ଯିବା ପାଇଁ ଦେଢ କିଲୋମିଟର ପିବୁ ଓ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି । ରାସ୍ତାରୁ ଭ୍ୟୁ ପଏଣ୍ଟଗୁଡ଼ିକୁ ଯିବାକୁ ପାହାଚ ବ୍ୟବସ୍ଥା ରହିଛି । ପାହାଡ଼ ଉପରେ ରହିଛି ଏକ ସୁନ୍ଦର ପାର୍କ । ପାହାଡ଼ ପଛପଟେ ରହିଛି କୁସୁମୀଝର ଜଳଭଣ୍ଡାର ।

ଏଥିଯୋଗୁ ସବୁ ସମୟରେ ଏଠାରେ ମିଳେ ମୁକ୍ତ ଶୀତଳ ପବନ । ବଣଭୋଜି ନିମନ୍ତେ ଏହା ଏକ ସୁନ୍ଦର ସ୍ଥାନ । ଏଥିପାଇଁ ସ୍ଥାନୀୟ ଅଞ୍ଚଳବାସୀ ଫୁରସତ ମିଳିଲେ ଛୁଟି ଆସନ୍ତି ଏଠାକୁ । ଏଠାକାର ମନୋରମ ପରିବେଶର ମଜା ନେବା ସହ ଏଠାରେ ପୂଜା ପାଉଥିବା ତିରୁପତିଙ୍କ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରନ୍ତି ।

ମୃଗବିହାର

ନବରଙ୍ଗପୁର ଜିଲ୍ଲାର ଅନ୍ୟ ଏକ ପର୍ଯ୍ୟଟନସ୍ଥଳ ହେଉଛି ପାପଡ଼ାହାଣ୍ଡିର ମୃଗବିହାର । ଏହାକୁ ମିଳିଛି ରାଜ୍ୟର କ୍ଷୁଦ୍ରତମ ଚିଡ଼ିଆଖାନାର ମାନ୍ୟତା । ୩୦ ବର୍ଷ ପୂର୍ବେ ମାତ୍ର ୨ଟି ହରିଣରୁ ଆରମ୍ଭ ହୋଇଥିଲା ଏହି ଚିଡ଼ିଆଖାନା । ଏଠାରେ ଏବେ ଅଛନ୍ତି ୨ ଶହ ହରିଣ ନବରଙ୍ଗପୁରଠାରୁ ୧୦ କିମି ଓ ପାପଡ଼ାହାଣ୍ଡି ସଦର ମହକୁମାରୁ ମାତ୍ର ଦେଢ଼ କିମି ଦୂର ୨୬ ନମ୍ବର ଜାତୀୟ ରାଜପଥକୁ ଲାଗି ୩୦ ଏକର ସଂରକ୍ଷିତ ଜଙ୍ଗଲ ଜମିରେ ଗଢି ଉଠିଛି ଏହି ମୃଗବିହାର ।

ଏଠାରେ ଅଛନ୍ତି ଭଳିକି ଭଳି ହରିଣ । କେବଳ ହରିଣ ନୁହଁ, ୨ଟି ମୟୁର, ୪ଟି ବାରହା, ଗୋଟିଏ କୁଟ୍ରା, ୨ଟି ଚିଙ୍ଗା ଓ ଶାଳିଆପତନି ମଧ୍ୟ ରଖାଯାଇଛି । ଏଣୁ ଛୁଟିଦିନରେ ଏଠାକୁ ଛୁଟି ଆସନ୍ତି ଜିଲ୍ଲା ଓ ଜିଲ୍ଲା ବାହାରର ଶହ ଶହ ପର୍ଯ୍ୟଟକ। ମୃଗବିହାର ପରିଚାଳନା କରିବାକୁ ବନବିଭାଗ ପକ୍ଷରୁ ଜଣେ ଫରେଷ୍ଟର, ଜଣେ ଫରେଷ୍ଟ ଗାର୍ଡ ଏବଂ ୪ ଜଣ ଶ୍ରମିକ ନିୟୋଜିତ ହୋଇଛନ୍ତି । ପ୍ରାଣୀମାନଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଜଣେ ପ୍ରାଣୀ ଚିକିତ୍ସକ ମଧ୍ୟ ରହିଛନ୍ତି ।

ନାଗରିକ ସେବା

ସରକାରଙ୍କ ତରଫ ରୁ ମିଳୁଥିବା ନାଗରିକ ସେବା ଗୁଡିକ ବିଷୟରେ ଅଧିକ ଜାଣିବା ପାଇଁ " କ୍ଲିକ" କରନ୍ତୁ ।

ବିଭିନ୍ନ ସରକାରୀ ବିଭାଗ ଜରୁରୀ ନମ୍ବର

ବିଭିନ୍ନ ସରକାରୀକୁ ଯୋଗାଯୋଗ କରିବା ପାଇଁ ଜରୁରୀ ନମ୍ବର ବିଷୟରେ ସୂଚନା ଦିଆଯାଇଛି । ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ ।

ଆଧାର - ନବରଙ୍ଗପୁର ଡିଷ୍ଟ୍ରିକ ୱେବ ପୋର୍ଟାଲ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top