ହୋମ / ସମାଜ କଲ୍ୟାଣ / ଜିଲ୍ଲା ଡାଇରି / ନୂଆପଡ଼ା ଜିଲ୍ଲା
ସେଆର କରନ୍ତୁ

ନୂଆପଡ଼ା ଜିଲ୍ଲା

ନୂଆପଡ଼ା ଜିଲ୍ଲା ସମ୍ବନ୍ଧରେ ସୂଚନା ।

ଜିଲ୍ଲା ସମ୍ବନ୍ଧରେ

ନୂଆପଡା ଜିଲ୍ଲା ଭାରତର ଓଡିଶା ରାଜ୍ୟ ଅନ୍ତର୍ଗତ ଅଟେ ।ଏହି ଜିଲ୍ଲା ଓଡିଶାର ପଶ୍ଚିମାଞ୍ଚଳରେ ଅବସ୍ଥିତ । ଏହା ୨୦ ଡ଼ିଗ୍ରୀ ରୁ ୨୧ ଡ଼ିଗ୍ରୀ ୫ ଉତ୍ତର ଅକ୍ଷାଂଶ ମଧ୍ୟରେ ଏବଂ ୮୨ ଡ଼ିଗ୍ରୀ ୪୦ ପୂର୍ବ ଦ୍ରାଘିମା ରେ ଅବସ୍ଥିତ ।ନୂଆପଡା ଜିଲ୍ଲାର ସୀମା ଉତ୍ତର ,ପଶ୍ଚିମ ଓ ଦକ୍ଷିଣ ଦିଗରେ ଛତିଶଗଡ ରାଜ୍ୟର ରାଇପୁର (ମହାସମୁନ୍ଦ) ଜିଲ୍ଲା ସହିତ ଲାଗିଛି ଏବଂ ଏହି ଜିଲ୍ଲାର ପୂର୍ବତଟକୁ ଓଡିଶାର ବରଗଡ ,ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲାଗୁଡିକ ଅବସ୍ଥିତ ।ଏହି ଜିଲ୍ଲାର ବିସ୍ତୃତି ପ୍ରାୟ ୩,୮୫୨ ବର୍ଗ କିମି ଅଟେ ।ଏହି ଜିଲ୍ଲାର ପ୍ରଶାସନିକ ସଦରମହକୁମା ନୂଆପଡାଠାରେ ଅବସ୍ଥିତ । ୧୯୯୩ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ଜିଲ୍ଲା ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଏକ ଅଂଶ ଥିଲା ।ରାଜ୍ୟ ସରକାରର ବିଜ୍ଞାପନ ସଂଖ୍ୟା ଡି.ଆର.ସି -୪୪/୯୩/୧୪୨୧୮/ଆର ତାରିଖ ୨୭ ମାର୍ଚ୍ଚ ୧୯୯୩ ଅନୁଶାରେ ପ୍ରଶାସନିକ ସୁବିଧା ଦୃଷ୍ଟିରୁ କଳାହାଣ୍ଡି ଜିଲ୍ଲାକୁ ଦୁଇ ଭାଗରେ ବିଭାଜିତ କରାଗଲା,ସେଗୁଡିକ ହେଲା କଳାହାଣ୍ଡି ଓ ନୂଆପଡା । ବର୍ତ୍ତମାନର ନୂଆପଡା ଜିଲ୍ଲା ଗୋଟିଏ ସବଡ଼ିଭିଜନ (ନୂଆପଡା), ପାଞ୍ଚଟି ତହସିଲ ଯଥା ନୂଆପଡା ,ଖଡ଼ିଆଳ ,କୋମନା ,ବୋଡେ଼ନ ଏବଂ ସିନାପାଲି ଏବଂ ପାଞ୍ଚଟି ବ୍ଲକ ଯଥା ନୂଆପଡା,ଖଡ଼ିଆଳ,କୋମନା,ବୋଡେ଼ନ ଓ ସିନାପାଲି କୁ ନେଇ ଗଠିତ ।

ନୂଆପଡା ଜିଲ୍ଲାର ସମତଳ ଭୂମି ଗୁଡିକ ଏହାର ଦକ୍ଷିଣ ଦିଗକୁ ଅନେକ ଉଚ୍ଚ ନିଚ୍ଚ ପାହାଡ ଗୁଡିକ ଦ୍ୱାରା ଶୋଭାୟମାନ ।ଏହି ପାହାଡ ଗୁଡିକ ପଶ୍ଚିମ ଘାଟ ପର୍ବତମାଳାର ଅଂଶ ବିଶେଷ ଅଟେ । ଏହି ଅଞ୍ଚଳରେ ଅନେକ ମାଳଭୂମି ଅବସ୍ଥିତ ଯାହାର ଉଚ୍ଚତା କେତେକ ସ୍ଥାନରେ ୪୦୦୦ ଫୂଟରୁ ଅଧିକ ଏବଂ ଏ ଗୁଡିକ କ୍ରାନ୍ତୀୟ ତୃଣ ଦ୍ୱାରା ଆଚ୍ଛାଦିତ । ଏହି ମାଳଭୂମି ଗୁଡିକରେ ଅନେକ ଖଣିଜ ପଦାର୍ଥ ଯଥା ଲାଟେରାଇଟ ,ଗ୍ରାଫାଇଟ ଏବଂ ବକ୍ସାଇଟ ଗଛିତ ରହିଛି ।ଏହି ଉଚ୍ଚ ପାହାଡ ର ଗଡାଣିଆ ଅଂଶରେ ଥିବା ସମତଳ ଭୂମିରେ ଅନେକ ଘଞ୍ଚ ଶାଳବଣ ଦେଖାଯାଏ ।ଏହି ଜିଲ୍ଲର ଅରଣ୍ୟ ଗୁଡିକ ଖଡ଼ିଆଳ ପ୍ରଶାସନିକ ବନ ବିଭାଗ (ଖଡ଼ିଆଳ ଫରେଷ୍ଟ ଡଭିଜନ) ଦ୍ୱାରା ପରିଚାଳିତ ହୁଏ । ଜିଲ୍ଲାର ଅରଣ୍ୟ ଗୁଡିକୁ ମୁଖ୍ୟତଃ ଶାଳ ଅରଣ୍ୟ,ଶାଗୁଆନ ଅରଣ୍ୟ ଓ ମିଶ୍ରିତ ଅରଣ୍ୟରେ ଶ୍ରେଣୀଭୁକ୍ତ କରାଯାଇ ପାରେ।କେତେକ ଅଞ୍ଚଳରେ ଶାଗୁଆନ ଓ ବାଉଁଶ ଗଛ ର ଅରଣ୍ୟ ଦେଖାଯାଏ ।ଏହି ଅରଣ୍ୟଗୁଡିକ ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟର ଅନ୍ତର୍ଭୁକ୍ତ । ନିର୍ମାଣ ଉପଯୋଗୀ କାଠଗଡ ବିଶେଷତଃ ଶାଳଗଛର କାଠଗଡ ଅରଣ୍ୟ ଜାତ ଦ୍ରବ୍ୟ ମଧ୍ୟରେ ମୁଖ୍ୟ ଉତ୍ପାଦନ ଅଟେ । ଅନ୍ୟ ପ୍ରମୁଖ ଅରଣ୍ୟ ବୃକ୍ଷ ଗୁଡିକ ହେଲା ବିଜା ,ଅସନ, ବାନ୍ଧନ ଇତ୍ୟାଦି । ଜିଲ୍ଲାର ମୁଖ୍ୟ ଅରଣ୍ୟ ଜାତ ଦ୍ରବ୍ୟ ଗୁଡିକ ହେଲା କେନ୍ଦୁପତ୍ର,ଝାଡ଼ୁଘାସ ,ମହୁଲଫୁଲ ,ଟୋଲ , ଅନ୍ତିଆ ଛାଲି ଏବଂ ସବାଇଘାସ । ଏହି ଜିଲ୍ଲାରୁ ରାଜ୍ୟ ବାହାରକୁ ରପ୍ତାନି ହେଉଥିବା ପ୍ରମୁଖ ଦ୍ରବ୍ୟ ଗୁଡିକ ହେଲା କାଠଗଡ (ଟିମ୍ବର) ,ବାଉଁଶ ଏବଂ କେନ୍ଦୁପତ୍ର ଇତ୍ୟାଦି।

ନୂଆପଡା ଜିଲ୍ଲା ଅବିଭକ୍ତ କଳାହାଣ୍ଡି ଜିଲ୍ଲାରୁ ଅଲଗା ହୋଇ ୩,୮୫୨ ବର୍ଗ କିମି ପରିମିତ ଅଞ୍ଚଳକୁ ନେଇ ୧୯୯୩ ମସିହା ଏପ୍ରିଲ ୧ ତାରିଖ ରେ ଏକ ନୂତନ ଜିଲ୍ଲା ଭାବରେ ମାନ୍ୟତା ପାଇଲା । ୨୦୧୧ ମସିହାର ଜନଗଣନା ଅନୁସାରେ ଜିଲ୍ଲାର ମୋଟ  ଗ୍ରାମ ସଂଖ୍ୟା ୬୭୦ ଓ ଗ୍ରାମଗୁଡିକର ମୋଟ ଜନସଂଖ୍ୟା ୬,୧୦,୩୮୨ ଅଟେ । ଗ୍ରାମାଞ୍ଚଳର ଗୃହ ସଂଖ୍ୟା (ପରିବାର) ୧,୪୪,୨୯୯ ଅଟେ ।ଏହି ଜିଲ୍ଲାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ସଂଖ୍ୟା ୯୯, ୪୬୫ ଯାହାକି ମୋଟ ଜନସଂଖ୍ୟା ର ୭୮% ଅଟେ । ପ୍ରଶାସନିକ ଦୃଷ୍ଟି କୋଣ ରୁ ଏହି ଜିଲ୍ଲା ରେ ମୋଟ ୧୩୧ ଗ୍ରାମପଞ୍ଚାୟତ ,୩ ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୧୦ ଟି ଥାନା ଅଛି ।ଜିଲ୍ଲାରେ ମୋଟ ଜନସଂଖ୍ୟାର ୧୩.୪୬% ଅର୍ଥାତ ୭୨,୧୫୯ ଜଣ ଅନୁସୂଚିତ ଜାତି (ହରିଜନ)ର ଏବଂ ଜନସଂଖ୍ୟା ର ୩୩.୮୦% ଅର୍ଥାତ ୨,୦୬,୩୨୭ ଜଣ ଅନୁସୂଚିତ ଜନଜାତି (ଆଦିବାସୀ )ଶ୍ରେଣୀ ର ଲୋକ ବସବାସ କରନ୍ତି ।

ଏକ ନଜରରେ ଜିଲ୍ଲା

  • କ୍ଷେତ୍ରଫଳ:୩,୮୫୨ ବର୍ଗ.କିମି
  • ଜନସଂଖ୍ୟା:୬,୧୦,୩୮୨
  • ଭାଷା:ଓଡିଆ
  • ସାକ୍ଷରତା:୨,୯୯,୩୮୩
  • ପୁରୁଷ:୩,୦୧,୯୬୨
  • ମହିଳା:୩,୦୮,୪୨୦

ଐତିହାସିକ ପୃଷ୍ଠଭୂମି

ତତ୍କାଳୀନ କେନ୍ଦ୍ରପ୍ରଦେଶ(ସେଣ୍ଡାଲ ପ୍ରୋଭିନ୍ସ)ର ରାୟପୁର ଜିଲା ଅନ୍ତର୍ଗତ ମହାସମୁନ୍ଦ ତହସିଲର ଗୋଟିଏ ଛୋଟ ପଡ଼ା ଗ୍ରାମରୁ ନୂଆପଡ଼ାର ପରିଚୟ ମିଳିଥିଲା। ଏଠାରେ ଥିବା ସର୍ବପୁରାତନ ରାମ ମନ୍ଦିରରେ ରହିଥିବା ୧୮୧୩ ମସିହାର ଶିଳାଲେଖରୁ ଏହି ପଡ଼ା ଯେ ବହୁପୁରାତନ ସ୍ପଷ୍ଟ ସୂଚନା ମିଳିଥାଏ। ସେହି ସମୟରେ ଖଡିଆଳ ଜମିଦାର ଏହି ଗାଁ ଦେଇ ରାୟପୁରକୁ ଯାଉଥିଲେ । ଏଠିକାର ରାଜବାଡ଼ା ନିକଟରେ ଘୋଡାକୁ ଅଟକାଇ ବିଶ୍ରାମ ନେଉଥିଲେ। ସେହି ରାଜବାଡ଼ା ଚତୁଃପାର୍ଶ୍ଵରେ କ୍ରମଶଃ ଜନବସତି ଗଢ଼ିଉଠିଥିଲା।

ନୂଆକରି ସେଠାରେ ଲୋକେ ବସତି ସ୍ଥାପନ କରିବାରୁ ତାହା ହିନ୍ଦୀ ଭାଷାରେ ନପାରା ନାମରେ ନାମିତ ହୁଏ । ଏହା ବହୁବର୍ଷ ଧରି ନପାରା, ତାନଟ ନାମରେ ରହିଆସିଥିଲା ।

୧୯୩୬ରେ ଏହା ଏକ ସଡିଭିଜନର ମାନ୍ୟତା ପାଇ ନୂଆପଡ଼ାରେ ନାମିତ ହେଲା । ଏହି ସହରର ମୁଖ୍ୟ ଉତ୍ସ ଭାବେ ୧୯୩୭ ମସିହାରେ ଜର୍ଜ -୬ଙ୍କର ରାଜ୍ୟାଭିଷେକ ସମୟରେ ଏଠାରେ କୋରୋନେଶନ କ୍ଲବ ଗଠିତ ହୋଇଥିଲା। ଅଞ୍ଚଳର ଜ୍ଞାନୀଗୁଣୀ ଲୋକେ ଏହି କ୍ଲବରେ ସମବେତ ହୋଇ ମାନସମନ୍ଥନ କରୁଥିଲେ।

ପରେ ଏହି କ୍ଲବ୍ ନୂଆପଡ଼ାର ବିକାଶଧାରା ସହ ଯୋଡି ହୋଇଥିଲା। ସେବେଠାରୁ ନୂଆପଡ଼ା ଉନ୍ନତିର ପଥେ ଆଗେଇ । ଚାଲିଥିଲା। ଏହି କ୍ରମରେ ୧୯୯୩ରେ ନୂଆପଡ଼ା ଜିଲା ସଦର ମହକୁମାର । ମାନ୍ୟତା ପାଇବା ପରେ ପଶ୍ଚିମ ଓଡ଼ିଶାର ଅନ୍ୟତମ ଗୁରୁତ୍ଵପୂର୍ଣ୍ଣ ସହର ଭାବେ ପରିଚିତି ଲାଭ କରିଥିଲା। ଏଠିକାର ଲୋକଙ୍କ ସରଳତା, ଭାଇଚାରା ଏବଂ ମଧୁର ଆତିଥ୍ୟ ମନୋଭାବ ଆଜି ରାଜ୍ୟ ତଥା ରାଜ୍ୟବାହାର ଲୋକଙ୍କୁ ଆକର୍ଷିତ କରିପାରିଛି । ଏହା ସବୁବେଳେ ଏକ ନୂଆ ସହର ହୋଇ ଆଗକୁ ବଢ଼ିଚାଲିଛି । ପଡ଼ାରୁ ଗାଁ, ଗାଁରୁ ଗ୍ରାମପଞ୍ଚାୟତ ଓ ପରେ ପୌରାଞ୍ଚଳରେ ଜିଲା ସଦର ମହକୁମା ଚାଲିଛି । ଏହା ହେଉଛି ନୂଆପଡ଼ା ସହରର ବୈଶିଷ୍ଟ୍ୟ ।

ଭୌଗୋଳିକ ସ୍ଥିତି

ନୂଆପଡ଼ା ସହର ଓଡ଼ିଶାର ୨୦ ଡିଗ୍ରୀ ଉତ୍ତର ଏବଂ ୨୧ ଡିଗ୍ରୀ ଦକ୍ଷିଣ ବ୍ୟାସରେ ଅବସ୍ଥିତ । ଏଠାରେ । ଗ୍ରୀଷ୍ମପ୍ରବାହର ଟାଣ ଖରା ସାଙ୍ଗକୁ ପ୍ରଚଣ୍ଡ ଶୀତ ଲହରି ଅନୁଭୁତ ହୋଇଥାଏ। ଏହାର ସୀମା ଛତିଶଗଡ଼କୁ ଲାଗି ରହିଥିବାରୁ ଛତିଶଗଡ଼ି ଭାଷାର ବିଶେଷ ପ୍ରଭାବ ରହିଛି ।

ଚିକିତ୍ସାସେବା

ସହରରେ ଚିକିତ୍ସା ସେବା କହିଲେ ଜିଲା ମୁଖ୍ୟ ଚିକିତ୍ସାଳୟ ରହିଛି । ଏହ। ଉପରେ ନୂଆପଡା ସମେତ ପଡୋଶୀ ଛତିଶ ଗଡର ଶତାଧିକ ରୋଗୀ ନିର୍ଭ ର କରନ୍ତି ।

ଜନସଂଖ୍ୟା

ନୂଆପଡ଼ା ପୌରପାଳିକା ମୋଟ ୧୪ ୱାର୍ଡକୁ ନେଇ ଗଠିତ ୨୦୧୧ ଜନଗଣନା ଅନୁଯାୟୀ ଏଠିକାର ଜନସଂଖ୍ୟା ୨୨ହଜାର ଓ ମୋଟ ଭୋଟରଙ୍କ ସଂଖ୍ୟା ୧୬ ହଜାର ୨୦୮ ମହିଳା ଭୋଟରଙ୍କ ସଂଖ୍ୟା ୮୦୫୧, ପୁରୁଷ ଭୋଟର ୮୧୫୭ ସମୟାନୁକ୍ରମେ ଛତିଶଗଡ଼ ସୀମାସଂଲଗ୍ନ ନୂଆପଡ଼ା ସହରର ନବକଳେବର ହୋଇଛି । ସହରୀକରଣ ଯୋଜନା ଅନ୍ତର୍ଗତ ପର୍ଯ୍ୟାୟ କ୍ରମେ ଜାରି ରହୁଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଦ୍ଵାରା ସହରର ଚେହେରା ବଦଳିଛି । ରାଜ୍ୟବାସୀ ଓ ରାଜ୍ୟ ବାହାର ଲୋକଙ୍କୁ ଏହା ଆକୃଷ୍ଟ କରିପାରିଛି । ଫଳରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଗମନାଗମନ ସୁବିଧା

ରାଜଧାନୀ ରୁ ଦୂରତା

ନୂଆପଡ଼ା ସହରଠାରୁ ରାଜଧାନୀ ଭୁବନେଶ୍ଵରର ଦୂରତା ପ୍ରାୟ ସାଢେ ୫ଶହ କି.ମି. । ଏଠାରୁ ରାଜଧାନୀକୁ ବସ ଏବଂ ଟ୍ରେନର ସୁବିଧା ରହିଛି । ଉଭୟ ଯାନରେ ଯିବାକୁ ହେଲେ ପ୍ରାୟ ୧୨ଘଣ୍ଟା ସମୟ ଲାଗିଥାଏ । ଏଠାକୁ ୨ଟି ଟ୍ରେନ ଏବଂ ୪ଟି ରାଜଧାନୀ ବସ ଯିବା ଆସିବା କରିଥାଏ ।

ସହରରାସ୍ତା

ସହରବାସୀଙ୍କ ଗମନାଗମନ ପାଇଁ ୨୮୮୪ମିଟର କଂକ୍ରିଟ୍, ୩୮୦୦ମିଟର ମେଟାଲିଂ, ୩୮ହଜାର ୬୬୦ମିଟର କଳା ଏପରି ମୋଟ ୫୫, ୨୯୪ମିଟର ରାସ୍ତା ରହିଛି ।

ରେଳପଥ

ସ୍ଵାଧୀନତୋର ଭାରତ ବର୍ଷରେ ଏହି ସହରକୁ ରେଳପଥ ସହ ସଂଯୋଗ କରାଯାଇଥିଲା । ଏଠାରୁ ପ୍ରଥମେ ରାୟପୁରକୁ ରେଳସେବା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ରାଜଧାନୀ ଭୁବନେଶ୍ୱର ଏବଂ ବିଶାଖାପଟ୍ଟନମକୁ ରେଳ ଯୋଗାଯୋଗ ହୋଇଥିଲା । ବର୍ତ୍ତମାନ ଏଠାରେ ପୁରୀ-ଦୁର୍ଗ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ବ୍ୟତୀତ ଅନ୍ୟ କୌଣସି ଏକ୍ସପ୍ରେସ ଟ୍ରେନ ରହଣି ହେଉନାହିଁ ।

ଅର୍ଥବ୍ୟବସ୍ଥା

ନୂଆପଡା ଜିଲ୍ଲାର ଆର୍ଥିକ ସ୍ଥିତି ମୂଖ୍ୟତଃ କୃଷି ଓ ଅରଣ୍ୟ ଆଧାରିତ ।  ଜିଲ୍ଲାରେ ଲୋକସଂଖ୍ୟା ବହୁତ ଭାଗ କୃଷି ଓ ଅରଣ୍ୟ ଉପରେ ନିର୍ଭର କରନ୍ତି ।

ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ଜୀବନ ଜୀବିକା ମୂଖ୍ୟତଃ ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶିଳ ।  ତାଙ୍କର ଜୀବିନ ଉପରେ ଏହାର ପ୍ରଭାବ କୁବିଚାର କରି ଏହାର ପରିଚାଳନା ପାଇଁ ଅନେକ କିଛି କରିବାର ଅଛି । ସେମାନଙ୍କ ଜୀବିକା କାଠଗଡ଼ା ବ୍ୟତୀତ ଅନ୍ୟ ଅରଣ୍ୟ ଉତ୍ପାଦ ଯଥା ମହୁଲଫୁଲ,ଚାର,ହରିଡ଼ା,ବାହାଡା ଏବଂ ଟୋଲ ଉପରେ  ଅବଧାରିତ । ସେମାନେ ଏହି ଦ୍ରବ୍ୟ ଗୁଡିକ  ନିଜେ ବ୍ୟବହାର କରିବା ସହିତ ବିକ୍ରୟ କରିବା ପାଇଁ ସଂଗ୍ରହ କରନ୍ତି ।

ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ

ଜିଲ୍ଲା ନିୟୋଜନ ସମ୍ବନ୍ଧରେ:-

ଜିଲ୍ଲାର ଅଧିବାସୀମାନଙ୍କର ନିଯୁକ୍ତି ସୁଯୋଗ ବୃଦ୍ଧି ଲକ୍ଷରେ ଜିଲ୍ଲା ନିୟୋଜନ କାର୍ଯ୍ୟ।ଳୟ ଜିଲ୍ଲା ପ୍ରତିଷ୍ଠା ଦିବସ ୧-୪ -୧୯୯୩ ରୁ କାର୍ଯ୍ୟ କରି ଆସୁଅଛି । ଏହା ପୂର୍ବରୁ କଳାହାଣ୍ଡି ଜିଲ୍ଲା ନିୟୋଜନ କାର୍ଯ୍ୟ।ଳୟ ଅଧୀନରେ ଉପକର୍ମ ନିୟୋଜନ କାର୍ଯ୍ୟ।ଳୟ ହିସାବରେ ମାନ୍ୟତା ପାଉଥିଲା । ଜିଲ୍ଲାର ନିଯୁକ୍ତି ସମ୍ଭାବନାର ଅଭିବୃଦ୍ଧି ପାଇଁ ଏହି କାର୍ଯ୍ୟ।ଳୟ ଦ୍ଵାରା ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ।ବର୍ତ୍ତମାନ ଏହି କାର୍ଯ୍ୟ।ଳୟ ସୂତ୍ରରୁ ଯୋଗ୍ୟତାସମପର୍ଣ୍ଣ ଚାକିରି ଆଶାୟୀମାନଙ୍କର ନାମ ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ଯାହାକି ଓଡିଶା ରାଜ୍ୟ ଉନ୍ନୟନ ସଂସ୍ଥା ଦ୍ଵାରା ପରିଚାଳିତ ତାଲିମ ଓ ନିଯୁକ୍ତି ଭିତ୍ତକ ତାଲିମର ବ୍ୟବସ୍ଥା କରିଛି । ସାରା ରାଜ୍ୟରେ ପ୍ରାୟ କୋଡିଏ ଗୋଟି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ଦେୟମୁକ୍ତ ନିଯୁକ୍ତି ସୁଯୋଗକାରୀ ତାଲିମ କେନ୍ଦ୍ର ଖୋଲାଯାଇଛି । ନିମ୍ନରେ ଏହି କାର୍ଯ୍ୟ।ଳୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସୂଚୀତ କରାଗଲା ।

ଉଦ୍ଦେଶ୍ୟ

  • ଚାକିରି ଆଶାୟୀ ବିଶେଷତଃ ବେରୋଜଗାରୀ ଅନୁସୂଚିତ ଜାତି ଓ ଜନଜାତି,ଭିନ୍ନକ୍ଷମ ଯୁବଗୋଷ୍ଟିଙ୍କୁ ନିଯୁକ୍ତି ସହାୟତା ଯୋଗାଇବା ।
  • ନିଯୁକ୍ତି ପାଇଁ ବିଭିନ୍ନ ତଥ୍ୟ ସଂଗ୍ରହ କରିବା ।
  • ନିଯୁକ୍ତି ଆଶାୟୀମାନଙ୍କୁ ବୈଷୟିକ ସହାୟତା ଦେବା ।
  • ବେକାର ଯୁବଗୋଷ୍ଟିମାନଙ୍କ ପାଇଁ ନିଯୁକ୍ତି ଭିତ୍ତିକ ତାଲିମର ଆୟୋଜନ କରିବା ।

ଲକ୍ଷ୍ୟ

  • ଚାକିରି ଆଶାୟୀମାନଙ୍କର ନାମ ପଞ୍ଜୀକରଣ  ।
  • ବିଭିନ୍ନ ନିଯୁକ୍ତିଦାତାଙ୍କର ଦାବି ଅନୁସାରେ ପଞ୍ଜୀକୃତ ବେକାରମାନଙ୍କର ନାମ ସୁପାରିଶ କରିବା।
  • ସ୍ଥାନୀୟ ନିଯୁକ୍ତିଦାତାମାନଙ୍କ ଠାରୁ ନିଯୁକ୍ତି ସମ୍ବନ୍ଧୀୟ ସୂଚନା ଓ ନିଯୁକ୍ତି ପ୍ରଦାନ ବିଜ୍ଞାପନ ସଂଗ୍ରହ କରିବା ।
  • ନିଯୁକ୍ତି ଆଶାୟୀଙ୍କ ପାଇଁ ବାର୍ଷିକ ନିଯୁକ୍ତିମେଳ। ଆୟୋଜନ କରିବା ।

କୃଷି

ବିଭାଗର ଲକ୍ଷ୍ୟ ଓ ଉଦେଶ୍ୟ :-

  • ଗୁଣାତ୍ମକ ବିହନ ବିତରଣ ବ୍ୟତୀତ ବିହନ ଗ୍ରାମ ଯୋଜନା ଅନ୍ତର୍ଗତ ବିହନ ଉତ୍ପାଦନ କାର୍ଯ୍ୟକ୍ରମ ଓ ଖ୍ୟାତି ସଂପନ୍ନ ସଂସ୍ଥା ସହଭାଗୀତାରେ ବିହନ ପ୍ରତିବଦଳ ହାର ଓ କିସମ ପ୍ରତିବଦଳ ହାର ବୃଦ୍ଧି କରିବା ।
  • ସମନ୍ୱିତ ଖାଦ୍ୟସାର ପରିଚାଳନା ସହିତ ସନ୍ତୁଳିତ ସାର ପ୍ରୟୋଗ ସକାଶେ କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ଏବଂ ତଦ୍ନୁଯାୟୀ ସାର ପ୍ରୟୋଗ ବିଧି ସୁପାରିଶ କରିବା ।
  • ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବା ଓ କୃଷି ଉତ୍ପାଦ ପ୍ରଭାବକାରୀ ମାନରେ ଉନ୍ନତି ଆଣିବା ସକାଶେ କୃଷି ଯାନ୍ତ୍ରିକୀକରଣ ଓ ଚାଷଯୁକ୍ତ ଜଳସେଚନ ପଦ୍ଧତିକୁ ପ୍ରେତ୍ସାହିତ କରିବା ।
  • ଢିପ ଜମିରେ ଧାନ ବଦଳରେ ଅଧିକ ଲାଭଦାୟକ ଫସଲ ଚାଷ ଓ ପତିତ ଧାନ ଜମିରେ ସ୍ୱଳ୍ପ ଜଳସେଚନ ସହିତ ଡାଲି ଓ ତୈଳବୀଜ ଫସଲ ଚାଷ କରିବା ।
  • ସେଚ କୂପ,ନଦୀ ଉଠାଜଲସେଚନ ପ୍ରକଳ୍ପ, ଗଭୀର ନଳକୂପ,ଆଦି ପ୍ରତିଷ୍ଠା କରି ଭୂତଳ ଜଳ ଓ ପ୍ରବାହିତ ଜଳର ସୁବିନିଯୋଗ କରିବା ।
  • ସ୍ଥାୟୀ କୃଷି ନିମନ୍ତେ ଜୈବ କୃଷି ଓ ସମନ୍ୱିତ କୃଷିକୁ ପ୍ରୋତ୍ସାହିତ କରିବା ।
  • ଇ-ରୋଗ ପୋକ ସର୍ବେକ୍ଷଣ ଓ ସମନ୍ୱିତ ରୋଗ ପୋକ ପରିଚାଳନା ଦ୍ୱାରା ରୋଗ ପୋକ ପରିଚାଳନା କରିବା ।
  • କୃଷି ବୈଷୟିକ ଜ୍ଞାନକୌଶଳର ଫଳପ୍ରଦ ସଂପ୍ରସାରଣ ଓ କୃଷକମାନଙ୍କ ଆବଶ୍ୟକତା ଅନୁସାରେ ସେବା ପ୍ରଦାନକାରୀ ଉପାଦାନ ଯୋଗାଣ ସକାଶେ କୃଷି ସଂପ୍ରସାରଣକୁ ଦୃଢିଭୂତ କରିବା ।
  • କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଫସଲ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି କରିବା ।
  • ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ବହୁଳ ପ୍ରଚାର ପ୍ରସାର ନିମନ୍ତେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା।
  • ଫଳପ୍ରଦ ସଂପ୍ରସାରଣ ସକାଶେ ଭିତ୍ତିଭୂମି ବିକାଶ ଓ ସୁଦୃଢିକରଣ ।
  • କୃଷି କ୍ଷେତ୍ରରେ ବେସରକାରୀ ପୁଞ୍ଜି ନିବେଶ ଓ କୃଷି ଉଦ୍ୟୋଗକୁ ପ୍ରୋତ୍ସାହନ ଦେବ ।
  • କୃଷି କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ସକାଶେ ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ ଓ ସହାୟତା ସିଧାସଳଖ ଚାଷୀଙ୍କ ଖାତାକୁ ପ୍ରେରଣ କରାଯାଉଛି ।
  • କୃଷକ, କୃଷି କର୍ମଚାରୀ ଓ କୃଷି ସହ ଜଡିତ ଅନ୍ୟାନ୍ୟ ସଂସ୍ଥାମାନଙ୍କର ଦକ୍ଷତା ବୃଦ୍ଧି କରିବା ।

ସେବାଗୁଡ଼ିକର ନାମ

ବର୍ତ୍ତମାନ ଏହି କାର୍ଯ୍ୟଳରେ ଚାରି ଗୋଟି ସେବା କାର୍ଯ୍ୟକାରୀ ହେଉଅଛି ସେଗୁଡିକ ଯଥା ଅନ୍ ଲାଇନ୍ ବିହନ ଲାଇସେନ୍ସିଂ,ଫର୍ଟିଲାଇଜର ଲାଇସେନ୍ସିଂ,କୀଟନାସକ ଲାଇସେନ୍ସିଂ ଏବଂ ମୃତ୍ତିକା ସ୍ୱାସ୍ଥ କାର୍ଡ ।

କୃଷି ସେବାଗୁଡିକର ସମୟସୀମା ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

କାର୍ଯ୍ୟକ୍ରମ ଓ ଯୋଜନା ମାନଙ୍କର ନାମ

କୃଷି ନିର୍ଦ୍ଦେଶାଳୟ ବିଭିନ୍ନ ପ୍ରକାର ଚାଷ ଯୋଜନା ପାଇଁ ସଂପ୍ରସାରଣ ସେବା ଯୋଗାଇ ଦେଇଥାନ୍ତି । ଏହି କାର୍ଯ୍ୟକ୍ରମ ଗୁଡିକ ରାଜ୍ୟ ଯୋଜନା ଓ କେନ୍ଦ୍ର ଯୋଜନା ଯଥା- ଜାତୀୟ ଖାଦ୍ୟ ନିରାପତ୍ତା ମିଶନ, କୃଷି ସଂପ୍ରସାରଣ ଓ ପ୍ରଯୁକ୍ତି ବିଦ୍ୟା ଜାତୀୟ ମିଶନ, ଚିରପୋଷ୍ୟମାନ କୃଷି ପାଇଁ ଜାତୀୟ ମିଶନ, ଜାତୀୟ ତୈଳବୀଜ ଓ ତାଳତେଲ ମିଶନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା । କୃଷି ସଂପ୍ରସାରଣ ଏବଂ ପ୍ରଯୁକ୍ତି ବିଦ୍ୟା ଜାତୀୟ ମିଶନ ଚାରିଭାଗରେ ବିଭକ୍ତ ଯଥା – କୃଷି ଯାନ୍ତ୍ରିକକରଣ ଉପମିଶନ, ବିହନ ଓ ରୋପଣ ଦ୍ରବ୍ୟ ଉପମିଶନ, କୃଷି ସଂପ୍ରସାରଣ ଉପମିଶନ ଏବଂ ଫସଲ ସୁରକ୍ଷା ଓ ଫସଲ କ୍ୱାରେଣ୍ଟାଇନ ଉପମିଶନ । ରାଜ୍ୟ ଯୋଜନାରେ ଧାଡି ବୁଣା, ଧାଡି ରୁଆ, ଶ୍ରୀ ପଦ୍ଧତିରେ ଧାନ ଚାଷ, ବିହନ ବିଶୋଧନ ଅଭିଯାନ, ଜଳନିଧି, ବିଜୁ କୃଷକ କଲ୍ୟାଣ ଯୋଜନା ଇତ୍ୟାଦି କାର୍ଯ୍ୟକାରୀ ହେଉଅଛି ।

ଋତୁ ଅନୁଯାୟୀ ଚାଷ ହେଉଥିବା ଫସଲ-

ଧାନ,ମକା,ମୁଗ,ବିରି, ଜୋଆର,ଚିନାବାଦାମ,ଅନ୍ୟାନ୍ୟ ପନିପରିବା ।

ସ୍ୱତନ୍ତ୍ର ଚାଷ ହେଉଥିବା ଫସଲ-

କପା ଚାଷ ଓ ଚିନାବାଦାମ ।

ହେଲ୍ପଲାଇନ୍ ନଂ:

  • କୃଷକ ଯୋଗାଯୋଗ କେନ୍ଦ୍ର – ୧୮୦୦୧୮୦୧୫୫୧
  • (ଏ.ପି.କ.ଲ):- ୦୬୭୪-୨୩୫୪୧୨୫,୨୩୫୪୦୦୬

ପଶୁପାଳନ

ବିଭାଗ ସମ୍ବନ୍ଧରେ

ପ୍ରାଣୀ ସମ୍ପଦ, ଓଡିଶା ଗ୍ରାମାଞ୍ଚଳ ର ଜୀବିକା ନିର୍ବାହର ମୁଖ୍ୟ ଉତ୍ସ । ଗ୍ରାମାଞ୍ଚଳର ୮୦ % ପରିବାର କୌଣସି ନା କୌଣସି ଗୃହପାଳିତ ପ୍ରାଣୀ ପାଳନ କରି ଜୀବିକା ନିର୍ବାହ କରନ୍ତି ଏବଂ ପ୍ରାଣୀପାଳନ ରୁ ଅତିରିକ୍ତ ଆୟ କରିଥାନ୍ତି । ପ୍ରାଣୀପାଳନ ଓ କୁକୁଡା ଚାଷ ଅତିରିକ୍ତ ଆୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରେ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରେ । କୃଷି ପରେ ପ୍ରାଣୀପାଳନ ଓ ପକ୍ଷୀପାଳନ ହେଉଛି ଗ୍ରାମ୍ୟ ଅର୍ଥନୀତିର ମୁଖ୍ୟ ଦିଗ ,ଯାହାର ଶତକଡା ୪ ଭାଗ ସମଗ୍ର ରାଜ୍ୟ ଘରୋଇ ଉତ୍ପାଦ ର ଅବଦାନ ରହିଅଛି । ଏହି ବିଭାଗ ପ୍ରାଣୀ ମାନଙ୍କର ପ୍ରଜନନ ,ପରିପାଳନ ,ରୋଗନିରାକରଣ ଏବଂ ଶୁଦ୍ଧ କ୍ଷୀର ,ମାଂସ ଓ ଅଣ୍ଡା ଉତ୍ପାଦନ ପାଇଁ ସର୍ବଦା ଚେଷ୍ଟିତ । ଜନସାଧାରଣଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସଙ୍ଗେ ସଙ୍ଗେ ଗ୍ରାମାଞ୍ଚଳର ଲୋକମାନଙ୍କୁ ଅତିରିକ୍ତ ରୋଜଗାରର ପନ୍ଥା ଯୋଗାଇଥାଏ । ଏହି ବିଭାଗ ମଧ୍ୟ ପ୍ରାଣୀ ଓ ପକ୍ଷୀ ମାନଙ୍କଠାରୁ ମଣିଷ ମାନଙ୍କୁ ସଂକ୍ରମିତ ହେଉଥିବା ରୋଗ ନିରାକରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ଏହି ବିଭାଗରେ ଆମ ଜିଲ୍ଲାରେ ୧ ଟି ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ , ୭ଟି ପ୍ରାଣୀ ଚିକିତ୍ସାଳୟ ,୫୧ ଟି ପ୍ରାଣୀ ସହାୟକ କେନ୍ଦ୍ର ଓ ୧ ଟି ତୃଣ ଓ ମଞ୍ଜି ଉତ୍ପାଦନ ଫାର୍ମ ରହିଅଛି ।

ଲକ୍ଷ୍ୟ

  • ପ୍ରାଣୀ ସମ୍ପଦ ବିକାଶ ବିଭାଗ ,ଓଡିଶାର ଗ୍ରାମ୍ୟ ଅର୍ଥନୀତି ଓ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବା ମୁଖ୍ୟ ଉଦ୍ଦେଶ୍ୟ ।
  • କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଗୋପାଳନ ମାଧ୍ୟମରେ ଜୀବନ ଧାରଣର ପନ୍ଥା ନିର୍ଦ୍ଧାରଣ କରିବା।
  • ଛେଳି, ମେଣ୍ଢା ଓ ଘୁଷୁରୀ ଚାଷ ମାଧ୍ୟମରେ ଗରିବ ପରିବାର ର ଉନ୍ନତି କରିବା ।
  • ବାଡିଅଗଣାରେ କୁକୁଡା ପାଳନ ଦ୍ଵାରା ଗ୍ରାମ୍ୟ ମହିଳା ଓ ଭୂମିହୀନ ଚାଷୀ ମାନଙ୍କର ରୋଜଗାର ପନ୍ଥା ସୃଷ୍ଟି ଓ ଉନ୍ନତୀକରଣ ।
  • ଦୁଗ୍ଧ ,ମାଂସ ଓ ଅଣ୍ଡା ଉତ୍ପାଦନରେ ସ୍ଵାବଲମ୍ବୀ ହେବା ।
  • ମୁଣ୍ଡ ପିଛା କ୍ଷୀର ,ଅଣ୍ଡା ଓ ମାଂସ ର ଆବଶ୍ୟକତା /ଚାହିଦା ବୃଦ୍ଧି କରିବା ।
  • ଗୋଖାଦ୍ୟ ଓ ଘାସଚାଷ ମାଧ୍ୟମରେ ଗୋପାଳନର ଖର୍ଚ କମ କରିବା ।
  • ମାନଙ୍କ ଦ୍ଵାରଦେଶ ରେ ପ୍ରାଣୀ ପାଳନ ସମ୍ବନ୍ଧୀୟ ସମସ୍ତ ସେବା ଯୋଗାଇଦେବା ।

ସମ୍ପୂର୍ଣ୍ଣ କାର୍ଯ୍ୟ ପନ୍ଥା

  • ପ୍ରାଣୀ ଚିକିତ୍ସା ସେବା – ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଦ୍ଵାରା ଅପହଞ୍ଚ ଦୂରତାରେ ଚିକିତ୍ସା ସେବା ଯୋଗାଇବା ।
  • କୃତ୍ରିମ ପ୍ରଜନନ ସେବା (କୃତ୍ରିମ ପ୍ରଜନନ କେନ୍ଦ୍ର ଦ୍ଵାରା ଓ ଦ୍ଵାରଦେଶ ସେବା ମାଧ୍ୟମରେ ) |
  • ପ୍ରତିଷେଧକ ଟୀକାକରଣ (ରୋଗ ପ୍ରତିଷେଧକ ତଥା ପ୍ରାଣୀ ମାନଙ୍କଠାରୁ ମଣିଷକୁ ସଂକ୍ରମିତ କରୁଥିବା ରୋଗର ନିରାକରଣ ଓ ପ୍ରତିଷେଧକ ) |
  • ଗୋବତ୍ସା ଧରାଣ ।
  • ପ୍ରଶିକ୍ଷଣ ଶିବିର ମାଧ୍ୟମରେ ଚାଷୀମାନଙ୍କର ଦକ୍ଷତା ବୃଦ୍ଧି ।
  • ଋତୁକାଳୀନ ଓ ସବୁଦିନିଆ ଘାସଚାଷ ।
  • ଗୋବନ୍ଧ୍ୟା ନିରାକରଣ ଶିବିର ।
  • ବାଡିଅଗଣାରେ କୁକୁଡା ପାଳନ ।
  • ସୁଲଭ ମୂଲ୍ୟରେ ପ୍ରାଣୀ ସମ୍ପଦର ବୀମାକରଣ ।
  • ବ୍ୟାଙ୍କଋଣ ମାଧ୍ୟମରେ ଗୋପାଳନ ,ଛେଳିପାଳନ ଓ ପକ୍ଷୀପାଳନ ନିମନ୍ତେ ପ୍ରୋତ୍ସାହନ ।
  • ସ୍ଥାନୀୟ ଉନ୍ନତ ନସଲର ଗୋରୁଗାଈ ତଥା ପ୍ରାଣୀସମ୍ପଦର ରକ୍ଷଣା ବେକ୍ଷଣ ।
  • କ୍ଷୁଦ୍ର ଛେଳି ମେଣ୍ଢା ଫାର୍ମ ଗଠନ ପାଇଁ ପ୍ରୋତ୍ସାହନ ।
  • ବୃହତ ଚାଷୀଙ୍କ ନିମନ୍ତେ କୃଷି ଉଦ୍ୟୋଗ ବିକାଶ ଜରିଆରେ ଅଣ୍ଡାଦିଆ କୁକୁଡା ଓ ଛେଳିମେଣ୍ଢା ପାଳନ ।

ସେବାର ବିବରଣୀ

ସେବା ନାମ

ବିବରଣୀ

କୃତ୍ରିମ ପ୍ରଜନନ

ପ୍ରତ୍ୟେକ ବ୍ଲକ ସଦର ଚିକିତ୍ସାଳୟରେ ସେବା ଉପଲବ୍ଧ ।

ଚିକିତ୍ସାସେବା ପ୍ରଦାନ

ପ୍ରତ୍ୟେକ ବ୍ଲକ ସଦର ଚିକିତ୍ସାଳୟରେ ସେବା ଉପଲବ୍ଧ ।

ଧରାଣ(ଗୋବତ୍ସା ଓ ବୋଦା )

ପ୍ରତ୍ୟେକ ବ୍ଲକ ସଦର ଚିକିତ୍ସାଳୟରେ ସେବା ଉପଲବ୍ଧ ।

ଟୀକାକରଣ

ପ୍ରତ୍ୟେକ ବ୍ଲକ ସଦର ଚିକିତ୍ସାଳୟରେ ସେବା ଉପଲବ୍ଧ ।

ଚାଷୀ ପ୍ରଶିକ୍ଷଣ

ପ୍ରାଣୀଚିକିତ୍ସାଳୟ ମାନଙ୍କରେ ଦକ୍ଷତା ବୃଦ୍ଧି ନିମନ୍ତେ (N.L.M ଓ R.K.V.Y) ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ ।

ତୃଣ ଉନ୍ନୟନ

(N.L.M ଓ R.K.V.Y) ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ ।

କୁକୁଡା ପାଳନ ଓ ଉନ୍ନୟନ

N.L.M ଜରିଆରେ

କ୍ଷୁଦ୍ର ଛେଳି ମେଣ୍ଢା ଫାର୍ମ ଗଠନ

ରାଜ୍ୟ ଯୋଜନା(ପ୍ରଜନନ ଉନ୍ନତିକରଣ ) ନିମନ୍ତେ ।

କୃଷି ଉଦ୍ୟୋଗ ବିକାଶ ମାଧ୍ୟମରେ ଗୋପାଳନ ,ଛେଳିମେଣ୍ଢା ଓ କୁକୁଡାପାଳନ

D.E.D.S (NABARD) ଜରିଆରେ  ଓ ପ୍ରତ୍ୟେକ ଚିକିତ୍ସାଳଯରେ ।

ପ୍ରାଣୀମାନଙ୍କର ବୀମାକରଣ

N.L.M ମାଧ୍ୟମରେ ଓ ପ୍ରତ୍ୟେକ ଚିକିତ୍ସାଳଯରେ

ଭ୍ରାମ୍ୟମାଣ ଚିକିତ୍ସା ସେବା

ଅପହଞ୍ଚ ଦୂରତାରେ ଚିକିତ୍ସା ସେବା ଯୋଗାଇବା  (ପ୍ରତ୍ୟେକ ବ୍ଲକ )

ରୋଗ ନିଦାନ ପରୀକ୍ଷା

ପ୍ରତ୍ୟେକ ବ୍ଲକ ଚିକିତ୍ସାଳୟ ଓ ଜିଲ୍ଲା ରୋଗ ନିଦାନ ପରୀକ୍ଷାଗାର ,ନୂଆପଡା ।

କଳାସଂସ୍କୃତି

ସହରରେ ଛତିଶଗଡ଼ି କଳାସଂସ୍କୃତିର ଅନୁପ୍ରବେଶ ରହିଛି । ସହରରେ ଜିଲ୍ଲା ପ୍ରତିଷ୍ଠା ଉତ୍ସବ ବେଶ୍ ସୁଦୂରପ୍ରସାରୀ ହୋଇପାରିଛି । ହେଲେ କିଛି ବର୍ଷ ହେଲା ଏହା ବନ୍ଦ ରହିଛି । ବର୍ତ୍ତମାନ ଏଠାରେ ଆୟୋଜିତ ହେଉଥିବା କୋଶଳୀ ଧନୁଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଲୋକପ୍ରିୟତା ହାସଲ କରିଛି । ଏହାହିଁ ସହରବାସୀଙ୍କୁ ମନୋରଞ୍ଜନ ଖୋରାକ ଯୋଗାଇଛି। ।

ବାଣିଜ୍ୟ ବ୍ୟବସାୟ

ସଦରର ଅଧାଅଧି ଅଞ୍ଚଳ ସରକାରୀ ଦପ୍ତରରେ ଭରି ରହିଛି । ଏଠାରେ ବାଣିଜ୍ୟ ବ୍ୟବସାୟ କହିଲେ ଏକତା ଛକରେ ଏକ ଡେଲି ମାର୍କେଟ ରହିଛି । ପନିପରିବା, ତେଜରାତି ଏବଂ ନିତ୍ୟବ୍ୟବହାର୍ଯ୍ୟ ଜିନିଷପତ୍ର ପାଇଁ ସହରବାସୀ ଏହା ଉପରେ ନିର୍ଭର କରିଥାନ୍ତି । ଏହି ଛକରେ ପ୍ରତି ସପ୍ତାହ ରବିବାର ସାପ୍ତାହିକ ବଜାର ବସିଥାଏ। ।

ସ୍ୱାସ୍ଥ୍ୟ

କରୋନା ଭୂତାଣୁର ସଂକ୍ରମଣରେ ବିଶ୍ଵର ଅଧିକାଂଶ ଦେଶ ସଂକ୍ରମିତ ହୋଇସାରିଛନ୍ତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସଂକ୍ରମଣକୁ ଏକ ଜରୁରୀକାଳୀନ ଜନସ୍ଵାସ୍ଥ୍ୟ ସମସ୍ୟା ଭାବରେ ଘୋଷଣା କରିଛନ୍ତି । ଏଥିପାଇଁ ସଚେତନତା ତଥା ପ୍ରତିଷେଧକ ଉପାୟ ଆପଣେଇବା ହିଁ ଏକନ୍ତ ଜରୁରୀ । କାର୍ଯ୍ୟସ୍ଥଳୀରେ ଏକାଧିକ ବ୍ୟକ୍ତି କାମ କରୁଥିବା ବେଳେ ଏହି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଏହାର ପ୍ରତିରୋଧ ପାଇଁ ପ୍ରତ୍ୟେକ କାର୍ଯ୍ୟସ୍ଥଳୀରେ ପ୍ରତିଷେଧକ ଉପାୟ ଅବଲମ୍ବନର ବିଶେଷ ଆବଶ୍ୟକତା ଅଛି ।

ଆଧିକ ଜାଣିବା ପାଇଁ କ୍ଲିକ କରନ୍ତୁ ।

ପର୍ଯ୍ୟଟନ ସ୍ଥାନ

ସୁନାବେଡା

ସୁନାବେଡା ଅଭୟାରଣ୍ୟ ପତୋରା ନଦୀବନ୍ଧର ଉପରମୁଣ୍ଡ ସୀମାକୁ ଲାଗିଛି, ଚମତ୍କାର ଅରଣ୍ୟାଦି ମଧ୍ୟରେ ପରିବେଷ୍ଟିତ ତଥା 63 ମିଟର ଉଚ୍ଚତା ବିଶିଷ୍ଟ ଜଳପ୍ରପାତ ଏକ ଅନନ୍ୟ ଆକର୍ଷଣ । ଏହା କୋମନା ବ୍ଲକ ସଦର ମହକୁମାଠାରୁ ମାତ୍ର 40 କି.ମି. ଦୂରରେ ଅବସ୍ଥିତ । ସୁନାବେଡା ଏକ ଗ୍ରାମ ପଞ୍ଚାୟତ ଯାହା କୋମନା ପଞ୍ଚାୟତ ସମିତି ଅନ୍ତର୍ଗତ ଓ କୋମନାଠାରୁ 40 କି.ମି. ଦୂରରେ ଅବସ୍ଥିତ ।

ଦଶହରା ପୂର୍ଣ୍ଣିମା ଦିନ ସୁନାବେଡାର ଅଧିଷ୍ଠାତ୍ରୀ ଦେବୀ ସୁନାଦେଇଙ୍କ ପୂଜନୋତ୍ସବ ଅନୁଷ୍ଠିତ ହୁଏ । ସୁନାବେଡା ଉପତ୍ୟକାରେ ମୁଖ୍ୟତଃ ଗଣ୍ଡ, ଭୁଞ୍ଜିଆ ଓ ପହରିଆ ଜାତିର ଆଦିବାସୀ ବାସ କରନ୍ତି । ଏହି ଉପତ୍ୟକାରେ ରହିଛି ଜୋଙ୍କ ଓ ସୁନ୍ଦରନଦୀର ଉତ୍ପତ୍ତିସ୍ଥଳ । ଏହି ଉପତ୍ୟକାର ପୂର୍ବପାର୍ଶ୍ୱ ତୀଖ ଓ ବିପଜ୍ଜନକ କିନ୍ତୁ ପଶ୍ଚିମପାର୍ଶ୍ୱ କ୍ରମଶଃ ତାଲୁ । ଏହି ପର୍ବତମାଳାର ଶୀର୍ଷତମ ସ୍ଥାନ ବୀରବସି (3056 ଫୁଟ) ଓ ଦକ୍ଷିଣରେ ସ୍ଥିତ କୋଟପଦର (3253 ଫୁଟ) । ସମଗ୍ର ଉପତ୍ୟକାଟି ଗୋମହିଷାଦିଙ୍କ ପାଇଁ ଏକ ପ୍ରଶସ୍ତ ଚରାଭୂଇଁ ଅଟେ ।

ପାତାଳଗଙ୍ଗା

ଏହା ଏକ ତୀର୍ଥସ୍ଥଳୀ । ଅରଣ୍ୟରାଜି ମଧ୍ୟରେ ସୁଶୋଭିତ ଏହି ତୀର୍ଥସ୍ଥଳୀରେ ଏକ ଚିରପ୍ରବାହମାନ ଜଳସ୍ରୋତ/ ଉଷ୍ଣ ପ୍ରସ୍ରବଣ ରହିଛି ଯାହାର ଜଳ ପବିତ୍ର ଗଙ୍ଗାଜଳ ସଦୃଶ । ଏହାରି ଜଳରେ ଲୋକେ ଶୁଦ୍ଧିକ୍ରିୟା, ଅସ୍ଥିବିସର୍ଜନ ମଧ୍ୟ କରିଥାନ୍ତି । କିମ୍ବଦନ୍ତୀ ଅନୁସାରେ ରାମ, ଲକ୍ଷ୍ମଣ ଓ ସୀତା ଏ ଅଞ୍ଚଳରେ ବନବାସ ସମୟରେ କିଛି କାଳ କାଟିଥିଲେ ।

ଦେବୀ ସୀତା ତୃଷାର୍ତ୍ତ ଅନୁଭବ କରିବାରୁ ଲକ୍ଷ୍ଣଣ ନିଜ ଶରବିଦ୍ଧ କରି ଧରିତ୍ରୀରୁ ଜଳ ଉତ୍ପନ୍ନ କରାଇଥିଲେ ବୋଲି କିମ୍ୱଦନ୍ତୀ ଅଛି । ସୂର୍ଯ୍ୟୋପରାଗ, ଚନ୍ଦ୍ରଗ୍ରହଣ, ପୂର୍ଣ୍ଣିମା, ଅମାବାସ୍ୟା, ସଂକ୍ରାନ୍ତି ତଥା ଅନ୍ୟାନ୍ୟ ତିଥିମାନଙ୍କରେ ଏଠାରେ ଜନ ସମାଗମ ହୋଇଥାଏ । ଏଠିକାର ପବିତ୍ର ଜଳରେ ସ୍ନାନ କରିବା ପାଇଁ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ ।

ପତୋରା

ଜୋଙ୍କ ନଦୀର ଉତ୍ପତ୍ତି ସ୍ଥଳରେ ଏକ ଅପୂର୍ବ ଦୃଶ୍ୟରାଦି କୋଳରେ ଧରି ଚାରି ପାର୍ଶ୍ୱରେ ସବୁଜିମା ଆଚ୍ଛାଦିତ ପାହାଡଦୋରା ଅଞ୍ଚଳର ହୃଦୟସ୍ଥଳରେ ବିଦ୍ୟମାନ ପ୍ରାଚୀନ ସଭ୍ୟତାର ଭଗ୍ନାବଶେଷ ମାଣିକ ଗଡ । ଉପର ଜୋଙ୍କ ଜଳସେଚନ ପ୍ରକଳ୍ପ ନୂଆପଡା ଠାରୁ ମାତ୍ର 20 କି.ମି. ଦୂରରେ ଅବସ୍ଥିତ । ଏହା ମଧ୍ୟ ଯୋଗେଶ୍ୱର ମନ୍ଦିର ପାଇଁ ପ୍ରଖ୍ୟାତ । ଏହି ମନ୍ଦିର ଏକ ମନୋରମ ତୀର୍ଥସ୍ଥଳୀ ଯାହା ପର୍ଯ୍ୟଟନକ୍ଷେତ୍ର ଦୃଷ୍ଟିରୁ ଏକ ଆକର୍ଷଣର କେନ୍ଦ୍ର । ଏଠାରେ ସ୍ଥିତ ପତୋରା ନଦୀବନ୍ଧରେ ନୌବିହାର ପାଇଁ ପ୍ରଶସ୍ତ ସୁଯୋଗ ରହିଛି ।

ନଦୀବନ୍ଧର ବାମପାର୍ଶ୍ୱରେ ଏକ ସୁନ୍ଦର ପ୍ରମୋଦ ଉଦ୍ୟାନ ନିର୍ମିତ ହୋଇଛି ଯାହାର ନାମ ରାଜୀବ ଉଦ୍ୟାନ । ନଦୀବନ୍ଧର ଠିକ୍ ତଳକୁ ଥିବା ଏହି ମନୋରମ ଉଦ୍ୟାନ ସୁନ୍ଦର ଫୁଲ, କୃତ୍ରିମ ଝରଣା, ଜଳସ୍ରୋତରେ ଏପରି ନିର୍ମିତ ହୋଇଛି ଯାହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଯାଇଛି । ନାନାରଙ୍ଗର ଆଲୋକ ଓ ମନୋମୁଗ୍ଧକର ସଙ୍ଗୀତ କ୍ଲାନ୍ତ ପର୍ଯ୍ୟଟକଙ୍କୁ ବିମୋହିତ କରେ ।

ପାତାଳେଶ୍ଵର ମନ୍ଦିର,ବୁଦ୍ଧିକୋମନା

ବୁଦ୍ଧିକୋମନାସ୍ଥିତ ପାତାଳେଶ୍ୱର ଶିବ ମନ୍ଦିର ପଞ୍ଚରଥ କଳାରେ ଇଟାରେ ନିର୍ମିତ ଏକ ଅନନ୍ୟ ଐତିହାସିକ କୀର୍ତ୍ତି, କଳା ଓ ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନରେ ନିର୍ମିତ ଏଇ ମନ୍ଦିର ପର୍ଯ୍ୟଟକ ତଥା ଶିବଭକ୍ତଙ୍କୁ ଆକର୍ଷଣ କରେ । ଏହା ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ କିନ୍ତୁ ଭିତ୍ତିଭୂମି ଓ ଯାବତୀୟ ଅସୁବିଧା ଯୋଗୁଁ ପର୍ଯ୍ୟଟକ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି ।

ଉପକାଗଙ୍ଗା

ସୁନାବେଡାରେ ସ୍ଥିତ ନଦୀର ଦୁଇ ପାହାଡ ମଧ୍ୟସ୍ଥଳରେ ଉପକାଗଙ୍ଗା ଅବସ୍ଥିତ ।

ଏହି ଦୁଇ ପାହାଡର ନାମ ଗୁରୁ ଡଙ୍ଗର ଓ ପାଟୀ ଡଙ୍ଗର । ଉପକାର ଅର୍ଥ ଭୂଗର୍ଭ ମଧ୍ୟରୁ ଉପରକୁ ଉଠିଆସିଥିବା ।

ଏଠାରେ ଜଳସ୍ରୋତ ଭୂଗର୍ଭରୁ ଉପରକୁ ଉଠି ଆସିଛି । ସ୍ଥାନୀୟ ଲୋକେ ଏଠାରେ ଶିବ ଓ ଜଗନ୍ନାଥ ମହାପ୍ରଭୁଙ୍କ ପୂଜା କରନ୍ତି ।

ସାଲିହା

ଏହି ସ୍ଥାନ ରକ୍ତତୀର୍ଥ ସାଲିହାଗଡ ନାମରେ ପ୍ରସିଦ୍ଧ ।

ତତ୍କାଳୀନ ଖଡିଆଳ ଜମିଦାରୀ ଅନ୍ତର୍ଗତ ଏଇ ଅଞ୍ଚଳର ଲୋକେ ଇଂରେଜମାନଙ୍କ କରନୀତିକୁ ବିରୋଧ କରି 30 ସେପ୍ଟେମ୍ବର 1930 ରେ ଏକ ରକ୍ତାକ୍ତ ସଂଗ୍ରାମ କରିଥିଲେ ।

ସେଇ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିରେ ଏକ ସ୍ମୃତିସ୍ତମ୍ଭ ନିର୍ମିତ ହୋଇଛି ।

ନାଗରିକ ସେବା

ସରକାରଙ୍କ ତରଫ ରୁ ମିଳୁଥିବା ନାଗରିକ ସେବା ଗୁଡିକ ବିଷୟରେ ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ।

ବିଭିନ୍ନ ସରକାରୀ ବିଭାଗ ଜରୁରୀ ନମ୍ବର

ବିଭିନ୍ନ ସରକାରୀକୁ ଯୋଗାଯୋଗ କରିବା ପାଇଁ ଜରୁରୀ ନମ୍ବର ବିଷୟରେ ସୂଚନା ଦିଆଯାଇଛି । ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ ।

ସଂଗୃହିତ -

  • ଘନଶ୍ୟାମ ଭୋଇ
  • ମୁରଲୀଧର ପଣ୍ଡା

ଆଧାର - ନୂଆପଡା ଡିଷ୍ଟ୍ରିକ ୱେବପୋର୍ଟାଲ

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top