অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବଲାଙ୍ଗୀର ଜିଲ୍ଲା

ବଲାଙ୍ଗୀର ଜିଲ୍ଲା

ଜିଲ୍ଲା ସମ୍ବନ୍ଧରେ

୧୯୪୯ ମସିହା ନଭେମ୍ବର ପହିଲାରେ ବଲାଙ୍ଗିର ସହରରେ ଜିଲ୍ଲା ମୁଖ୍ୟ କାର୍ଯ୍ୟ।ଳୟ ପ୍ରତିଷ୍ଠା କରି ଏହାକୁ ଜିଲ୍ଲା ରୂପରେ ଘୋଷଣା କରାଗଲା । ଏହି ଜିଲ୍ଲା ଗନ୍ଧମାର୍ଦ୍ଦନ ପର୍ବତର ଉତ୍ତର ପଶ୍ଚିମ ପାର୍ଶ୍ଵରେ ଅବସ୍ଥିତ । ଅନେକ ଝରଣା ଏହି ପର୍ବତରୁ ଝରିଆସୁଛି । ବଳରାମଗଡ ଥିଲା ବଲାଙ୍ଗିର ସହରର ପୁରାତନ ନାମ । ଷୋଡଶ ଶତାବ୍ଦୀ ରେ ସମ୍ବଲପୁର ସାମ୍ରାଜ୍ୟର ପ୍ରତିଷ୍ଠାତ। ତଥା ଚୌହାନ ବଂଶର ଉନ୍ନବିଂଶତମ ରାଜା ଶ୍ରୀ ବଲରାମ ଦେଓ ବଳରାମଗଡ ନାମକ ଏକ ଦୁର୍ଗ ନିର୍ମାଣ କରିଥିଲେ ଏବଂ ସେହି ଦୁର୍ଗ ର ନାମାନୁସାରେ ବଲାଙ୍ଗିର ଜିଲ୍ଲା ନାମିତ ହୋଇଛି । ଏହି ଜିଲ୍ଲାର ପୂର୍ବରେ ସୁବର୍ଣପୁର , ପଶ୍ଚିମରେ ନୂଆପଡା, ଉତ୍ତରରେ ବରଗଡ଼ ଓ ଦକ୍ଷିଣରେ କଳାହାଣ୍ଡି ଜିଲ୍ଲା ଅବସ୍ଥିତ । ଏହି ଜିଲ୍ଲା ୨୦ ଡିଗ୍ରୀ ୧୧’ ୪୦” ରୁ ୨୧ ଡିଗ୍ରୀ ୫’ ୦୭” ଉତ୍ତର ଅକ୍ଷାଂଶ ଏବଂ ୮୨ ୪୧’ ୧୫”ରୁ ୮୩ ଡିଗ୍ରୀ ୪୦’ ୨୨” ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ଏହି ଜିଲ୍ଲା ୬୫୭୫ ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ଅଟେ ।

ବଲାଙ୍ଗିର ଜିଲ୍ଲାର ଲୋକସଂଖ୍ୟା ହାରାହାରି ୧୬,୪୮,୯୯୭ , ତନ୍ମଧ୍ୟରୁ ୮,୩୦,୦୯୭ ଓ ମହିଳା ଲୋକସଂଖ୍ୟା ୮,୧୮,୯୦୦ ଅଟେ । ଏହି ଜିଲ୍ଲାରେ ଅନୁସୂଚିତ ଜାତିଙ୍କ ଲୋକସଂଖ୍ୟା ୨,୯୪,୭୭୭ ଓ ଅନୁସୂଚିତ ଅନୁଜତି ଲୋକସଂଖ୍ୟା ୩,୦୭,୧୬୪ ଅଟେ । ବଲାଙ୍ଗିର ଜିଲ୍ଲାରେ ତିନି ଗୋଟି ଜିଲ୍ଲା ଉପଖଣ୍ଡ , ୧୪ ଟି ତହସିଲ , ୧୪ ଟି ବ୍ଲକ , ୨ ଟି ମ୍ୟୁନିସିପାଲଟି , ୩ ଟି ଏନ.ଏ.ସି. , ୧୮ ଟି ଥାନା , ୨୮୫ ଟି ଗ୍ରାମପଞ୍ଚାୟତ ଅଛି । ଏହି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୬.୬ ସେଣ୍ଟିଗ୍ରେଡ ଓ ସର୍ବୋଚ୍ଚ ତାପମାତ୍ରା ୪୮.୦୭ ସେଣ୍ଟିଗ୍ରେଡ ପରିମିତ କରାଯାଇଛି । ବଲାଙ୍ଗିର ଜିଲ୍ଲାରେ ହାରାହାରି ୧୨୧୫.୬ ମିଲିମିଟର ବୃଷ୍ଟିପାତ ମାପନ ହୋଇଛି । ଏହି ଜିଲ୍ଲାର ଅର୍ଥ ବ୍ୟବସ୍ଥା ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ । ପର୍ଯ୍ୟଟନ ଶିଳ୍ପ ରୁ ମଧ୍ୟ କିଛି ଅର୍ଥ ଅଂଶଦାନ କରିଥାଏ ।

ବଲାଙ୍ଗିର ଜିଲ୍ଲାରେ ଦେଖାଯାଉଥିବା ପ୍ରଧାନ ମୃତ୍ତିକା ଗୁଡିକ ହେଲା କଳା ମାଟି, ଲାଲ ମାଟି, ମିଶ୍ରିତ ଲାଲ ମାଟି, ଓ ସଞ୍ଚିତ ମୃତ୍ତିକା । ଜିଲ୍ଲାର ଶତକଡା ୭୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି । ବର୍ତ୍ତମାନ ଜିଲ୍ଲାରେ ୩,୪୫,୬୫୦ ହେକ୍ଟର କ୍ଷେତ୍ର ଚାଷୋପଯୋଗୀ ଅଟେ । ଏହି ଜିଲ୍ଲାର ପ୍ରଧାନ ଫସଲ ଧାନ ଯାହାକି ସମୁଦାୟ କୃଷିକ୍ଷେତ୍ର ର ଶତକଡା ୬୧ ଭାଗ ଅଟେ । ଏହି ଜିଲ୍ଲାର ଅନ୍ୟ ପ୍ରଧାନ ଶସ୍ୟ ମଧ୍ୟରେ ଶତକଡା ୧୪ ଭାଗ ଡାଲି, ଶତକଡା ୪ ଭାଗ ତୈଳବୀଜ, ଶତକଡା ୪ ଭାଗ ତନ୍ତୁଜାତୀୟ ଦ୍ରବ୍ୟ, ଶତକଡା ୨ ଭାଗ ପନିପରିବା ଓ ଅନ୍ୟ ଖାଦ୍ୟଶସ୍ୟ ଯଥା ମସଲାଜାତୀୟ ଦ୍ରବ୍ୟ ଉତ୍ପାଦନ କରାଯାଏ ।

ଏହି ଜିଲ୍ଲାର ସାକ୍ଷରତା ହାର ଶତକଡା ୬୫.୫୦, ସେଥିରୁ ପୁରୁଷ ସାକ୍ଷରତା ହାର ଶତକଡା ୭୭.୦୮ ହୋଇଥିବା ବେଳେ ମହିଳା ସାକ୍ଷରତା ହାର ଶତକଡା ୫୩.୭୭ ଅଟେ । ଜିଲ୍ଲାରେ କଳା , ବାଣିଜ୍ୟ, ଇଞ୍ଜିନିୟରିଂ, ଚିକିତ୍ସା ବିଜ୍ଞାନ, ଆଇନ, ସାମ୍ବାଦିକତା ଆଦି ବିଷୟରେ ପିଲାଙ୍କୁ ଯୋଗ୍ୟ କରିବାକୁ ଅନେକ ଗୁଡିଏ ଶିକ୍ଷାନୁଷ୍ଠାନ ଗଢିଉଠିଛି । ଜିଲ୍ଲାର ରାଜେନ୍ଦ୍ର (ସ୍ୱୟମଂ ଶାସିତ) ମହାବିଦ୍ୟାଳୟ, ବିଦ୍ୟା ଭୁଷନ ସଂକୃତ ମହାବିଦ୍ୟାଲୟ, ସରକାରୀ ଭେଷଜ ମହାବିଦ୍ୟାଲୟ ଓ ଚିକିତ୍ସାଳୟ, ସରକାରୀ ଆର୍ୟୁବେଦିକ ମହାବିଦ୍ୟାଲୟ ଓ ଚିକିତ୍ସାଳୟ, ବଲାଙ୍ଗିର ଆଇନ ମହାବିଦ୍ୟାଳୟ, ସରକାରୀ ମହିଲା ମହାବିଦ୍ୟାଲୟ, ବଲାଙ୍ଗିର ସରକାରୀ ମହାବିଦ୍ୟାଲୟ, ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ପାଟଣାଗଡ ର ଜବାହାର ଳାଲ ମହାବିଦ୍ୟାଳୟ, ଟିଟିଲାଗଡ ର ଡି.ଏ.ଭି. ମହାବିଦ୍ୟାଳୟ, ସରକାରୀ ବହୁବୃତି ଅନୁଶ୍ଠାନ, ରାଜ୍ୟ ହୋଟେଲ ମ୍ୟାନେଜମେଣ୍ଟ ଅନୁଷ୍ଠାନ (SIHM) ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ମାନ ଅଛି ଏତତ୍ ବ୍ୟତିତ ଅନେକ ସରକାରି ଓ ବେସରକାରି ଶିକ୍ଷାନୁଷ୍ଠାନ ଗୁଡିକ ଗଢି ଉଠିଛି ।

ଏହି ଜିଲ୍ଲାର ଅଧିବାସୀ ମାନେ ପରମ ଆଗ୍ରହରେ ଶୀତଳ ଷଷ୍ଠୀ , ନୂଆଖାଇ , ଭାଇ-ଜିଉନ୍ତିଆ, ପୁଅ-ଜିଉନ୍ତିଆ , ପାଟଖଣ୍ଡା ଯାତ୍ରା, ମହା ଶିବରାତ୍ରୀ ମେଳା, ଶ୍ରବଣ ପୂର୍ଣ୍ଣିମା ଆଦି ପାଳନ କରିଥାନ୍ତି । ଜିଲ୍ଲାର ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ମଧ୍ୟରେ ଶ୍ରୀ ରାଜେନ୍ଦ୍ର ନାରାୟଣ ସିଂ ଦେଓ (ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ), ଡକ୍ଟର ଶ୍ରୀ ନିବାସ ଉଦ୍ଗାତା (ଲେଖକ), ଇଂ ଶ୍ୟାମ ପିଟ୍ରୋଡା (ଦୂରାସଞ୍ଚାର ବୈଜ୍ଞାନିକ), ଶ୍ରୀମତୀ ଗାୟତ୍ରୀ ସରାଫ (ଲେଖିକା), ସୁଶ୍ରୀ ଆନନ୍ଦିନୀ ଦର୍ଜୀ ( କ୍ରୀଡାବିତ) ଏ ମାଟିର ଗର୍ବ ଓ ଗୌରବ ଅଟନ୍ତି ।

ଇତିହାସ

ପୂର୍ବତନ ପାଟଣା ରାଜ୍ୟର ଦ୍ଵାଦଶ ନରପତି ନରସିଂହ ଦେଓଙ୍କ ଅମିତବିକ୍ରମ ସାନଭାଇ ବଳରାମ ଦେଓଙ୍କ ଦ୍ଵାରା ସ୍ଥାପନ ହେଲା ବଳରାମଗଡ ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରେ। କ୍ରମେ ଏ ଜନବସତି ‘ବଲାଙ୍ଗୀରକୁ ନାମାନ୍ତରିତ ହେଲା । ରାଜଧାନୀ ପାଟଣାଗଡରୁ ରାଜ୍ୟ ଶାସନ ପରିଚାଳିତ ହେଉଥିବାରୁ ବଲାଙ୍ଗୀର ଗାଁଟିଏ ମାତ୍ର ହୋଇ ରହିଯାଇଥିଲା । ମହାରାଜା ଶୂରପ୍ରତାପଙ୍କ ଶାସନଗତ ଅପାରଗତା ହେତୁ ୧୮୭୧ରୁ ୧୮୯୩ ପର୍ଯ୍ୟନ୍ତ ପାଟଣା ଗଡ଼ଜାତ ଇଂରେଜ ସରକାରଙ୍କ ପ୍ରତ୍ୟକ୍ଷ ଶାସନାଧୀନ ରହିଲା । ଶାସନ ପରିଚାଳନା ଦୃଷ୍ଟିରୁ ଏ ସମୟରେ ରାଜଧାନୀ ପାଟଣାଗଡରୁ ବଲାଙ୍ଗୀରକୁ ସ୍ଥାନାନ୍ତରି ହେଲା । ସେ ସମୟରୁ ବଲାଙ୍ଗୀର କ୍ରମବର୍ଭମାନ ହେଲା । ସ୍ଥିତି-ଗତି-ପ୍ରକୃତିକୁ ଅନୁଧ୍ୟାନ କଲେ, ସ୍ଵାଧୀନତା ପୂର୍ବରୁ ବଲାଙ୍ଗୀର ପଶ୍ଚିମ ଓଡ଼ିଶାର ସମନ୍ଦିତ ପ୍ରଗତିର ଶ୍ରେଷ୍ଠ ସହର ଥିଲା । ଆଜିର ରାଜେନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟ ପଶ୍ଚିମ ଓଡ଼ିଶାର ସର୍ବପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ । ସଂସ୍କୃତ ଓ ଆୟୁର୍ବେଦ ଶିକ୍ଷାନୁଷ୍ଠାନ ରୂପେ ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟ ମଧ୍ୟ ପଶ୍ଚିମ ଓଡ଼ିଶାର ସର୍ବପ୍ରଥମ ଗୌରବ ବହନ କରେ । ବଲାଙ୍ଗୀର ସହରରେ ପ୍ରତିଷ୍ଠିତ କୃଷି ଗବେଷଣା ଓ ଗ୍ରାମସେବକ ତାଲିମ । କେନ୍ଦ୍ରରୁ ପାଟଣା ସମେତ କଳାହାଣ୍ଡି, ସୋନପୁର, ବୌଦ୍ଧ ଆଦି ଗଡଜାତ କୃଷି ସମ୍ପକିତ ଜ୍ଞାନକୌଶଳ ଶିକ୍ଷା ସୁଯୋଗ ପାଉଥିଲେ । କାରିଗରି ଜ୍ଞାନକୌଶଳର ଅଭିବୃଦ୍ଧି ପାଇଁ ଶିଳ୍ପ ବିଦ୍ୟାଳୟଟିଏ ମଧ୍ୟ ବର୍ତ୍ତମାନର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟଠାରେ କ୍ରିୟାଶୀଳ ଥିଲା । ପ୍ରାକ୍ ସ୍ୱାଧୀନତାକାଳୀନ ପୃଥୀରାଜ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପ୍ରାଦେଶିକ ତଥା ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିତ୍ବ ନିର୍ମାଣ କରିଛି । ଏ ସମୟରେ ରାସେ ଗୁରୁ ଟ୍ରେନିଂ ସ୍କୁଲ ପରବର୍ତ୍ତୀ କାଳରେ ମାଧ୍ୟମିକ ପ୍ରଶିକ୍ଷକ ବିଦ୍ୟାଳୟକୁ ଉନ୍ନୀତ ହୋଇଥିବାସ୍ଥଳ, ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରୁ ଏବେ ଶିକ୍ଷକୀୟ ପ୍ରଶିକ୍ଷଣ ଉପଲବ୍ଧ ହେଉଛି । ବଲାଙ୍ଗୀରର ଦଳଗଞ୍ଜନ ପ୍ରେସର କର୍ମ ପରିସର କ୍ରମଶଃ ସଙ୍କୁଚିତ ହେଉଥିଲେ ହେଁ ଏକଦା ସାରା ଓଡ଼ିଶାକୁ ଏ ଛାପାଖାନା ଷ୍ଟେଶନାରି ଯୋଗାଉଥିଲା। ପଡୋଶୀ ଗଡ଼ଜାତମାନଙ୍କୁ ଏକ୍ସରେ ସେବା ବଲାଙ୍ଗୀରରୁ ହିଁ ମିଳୁଥିଲା । ଶାସକ ଓ ସମସ୍ତ ବର୍ଗର ଶାସିତଙ୍କର ଏକାମ୍ ଅବସର ବିନୋଦନ ପାଇଁ ୧୯୧୧ ମସିହାରେ ନିର୍ମିତ ପ୍ରାସାଦୋପମ ଲିଟେରାରି ଆଣ୍ଡ ସୋସିଆଲ କ୍ଳବ ଅଦ୍ୟାବଧେ ଶାନ୍ତ, ସମନ୍ଦିତ ଜୀବନଯାତ୍ରାର ବାର୍ତ୍ତା ପ୍ରଚାର କରୁଛି । ନୃତ୍ୟ, ସଙ୍ଗୀତ, ନାଟକ ସହ ସାହିତ୍ୟର ବିକାଶ ପାଇଁ ସହର କେନ୍ଦ୍ରସ୍ଥଳର ୭.୫୨ ଏକର ଭୂମିରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସହ କୋଶଳ କଳାମଣ୍ଡଳ ନାଟ୍ୟମଞ୍ଚ ସ୍ଥାପିତ ହୋଇଛି । କଳାମଣ୍ଡଳର ନିଜ ଛାପାଖାନାରେ ମୁଦ୍ରିତ ମାସିକ ସାହିତ୍ୟ-ସାଂସ୍କୃତିକ ପତ୍ରିକା ‘ଚତୁରଙ୍ଗ’ ନିଜର ଉନ୍ନତମାନ ପାଇଁ ସାରା ଓଡିଶାରେ ଚଚ୍ଚିତ ଥିଲା ଓ ଲେଖକୀୟ ପାରିଶ୍ରମିକ ଦେବା ପରମ୍ପରା ପ୍ରଥମେ ଆରମ୍ଭ କରିଥିଲା । ପଶ୍ଚିମ ଓଡିଶାର କେନ୍ଦ୍ରସ୍ଥଳରେ ଥିବା ବଲାଙ୍ଗୀର ସହରରେ ପ୍ରତିବେଶୀ ଗଡ଼ଜାତମାନଙ୍କ ସୁବିଧା ପାଇଁ ହାଇକୋର୍ଟ ସ୍ଥାପିତ ହୋଇଥିଲା। ରାଜ୍ୟ ମିଶ୍ରଣ ଚୁକ୍ତି ଅନୁସାରେ ଓଡିଶା ହାଇକୋର୍ଟରେ ବଲାଙ୍ଗୀର ଜିଲ୍ଲାଜଜଙ୍କ ମବତାରେ କେବଳ ମକଦ୍ଦମା ଦାୟର କରିବାର ସୁବିଧା ଏ ପର୍ଯ୍ୟନ୍ତ ରହିଛି । ବଲାଙ୍ଗୀର ଏକ ଯୋଜନାବଦ୍ଧ ସହର । ପଶାପାଲି ପରି ରାସ୍ତାଘାଟ ପାଟଣାଗ୍ନେଟ ତହସିଲଦାର, ସଂସ୍କୃତ ବିଦ୍ୱାନ ଚିନ୍ତାମଣି ନନ୍ଦ ବିଦ୍ୟାଭୂଷଣ ଏ ସହର ନକ୍ସା ପ୍ରସ୍ତୁତ କରିଥିଲେ । ବହିରାଗତମାନେ ସରଳରେଖୀୟ ସଡ଼କବନ୍ଧା ଜନବସତି ସବୁ ଦେଖି ବଲାଙ୍ଗୀରକୁ ମହାନଗରୀ ବାଙ୍ଗାଲୋର ସହିତ ତୁଳନା କରିଥାନ୍ତି । ସାମଗ୍ରିକ ବିଚାରରେ ସାମ୍ପ୍ରଦାୟିକ ସଦ୍‌ଭାବନା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନର କ୍ଷେତ୍ର ବଲାଙ୍ଗୀର ।

ଭୌଗୋଳିକ ସ୍ଥିତି

ଓଡ଼ିଶାର ପଶ୍ଚିମ ପ୍ରାନ୍ତରେ ରହିଛି ବଲାଙ୍ଗୀର ଜିଲା । ଏହି ଜିଲାର ସଦର ମହକୁମା ହେଉଛି ବଲାଙ୍ଗୀର ସହର । ବଲାଙ୍ଗୀର ଜିଲ୍ଲା ସୀମାକୁ ଲାଗି ରହିଛି ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ନୂଆପଡା ଜିଲା । ବଲାଙ୍ଗୀର ସହରର ପ୍ରାୟ ୧୨ କିଲୋମିଟର ଦୂରରେ ପ୍ରବାହିତ ହେଉଛି ସୁତେଲ ନଦୀ । ସହର ମଧ୍ୟଦେଇ ଲକ୍ଷ୍ମୀଯୋର ବୋହିଯାଇଛି ।

ଐତିହାସିକ ପୃଷ୍ଠଭୂମି

ଦକ୍ଷିଣ କୋଶଳ ସାମ୍ରାଜ୍ୟ ଅନ୍ତର୍ଗତ ପାଟଣା (ଅଧୁନାତନ ବଲାଙ୍ଗୀର ଜିଲା) ରାଜ୍ୟର ଇତିହାସ ବହୁ ପ୍ରାଚୀନ। ବ୍ରିଟିଶ୍ ଶାସନ କାଳରେ ପାଟଣା ରାଜ୍ୟର ରାଜଧାନୀ ପାଟଣାଗଡରୁ ୧୮୭୨ ମସିହାରେ ବଲାଙ୍ଗୀରକୁ ଉଠାଇ ଅଣାଯାଇଥିଲା । ଏହା ପୂର୍ବରୁ ଚୌହାନବଂଶର ମହାରାଜା ନରସିଂହ ଦେଓଙ୍କ ସାନଭାଇ ବଳରାମ । । ଦେଓ ବଲାଙ୍ଗୀରର ଉତ୍ତରକୁ ଅବସ୍ଥିତ ଜୁହ୍ନା ଡିହଠାରେ ତାଙ୍କର ଗଡ଼ ତିଆରି ଥିଲେ । ତାହାକୁ 'ବଳରାମ ଗଡ’ ନାମରେ ନାମିତ କରିଥିଲେ । ଏହି  ବଳରାମଗଡ଼ ପରବର୍ତ୍ତୀ ସମୟରେ ଅପଭ୍ରଂଶ ହୋଇ ବଲାଙ୍ଗୀର ନାମ ବହନ କରିବା ଇତିହାସକାରମାନେ ମତ ଦିଅନ୍ତି । ୧୮୭୨ ମସିହାରେ ପାଟଣାଗ୍ନେଟ୍ ରାଜଧାନୀ ସ୍ଥାନାନ୍ତରଣ ପରେ । ବଲାଙ୍ଗୀରର ନୂଆ ନକ୍ସା ତିଆରି କରାଯାଇ ପୁରୁଣା ବସ୍ତିରୁ । ନୂଆବସ୍ତିକୁ ରାଜଧାନୀ ଅଣାଯାଇଥିଲା । ଏହି ନୂଆ ବସ୍ତି  ଏକ ଯୋଜନାବଦ୍ଧ ସହର (ପ୍ଲାନିଂ ଟାଉନ୍)ର ରୂପ ନେଇଥିଲା । ବର୍ଗାକାର କ୍ଷେତ୍ର ଓ ରାସ୍ତାରେ ବିଭକ୍ତ ବଲାଙ୍ଗୀରକୁ ଚେଶ୍ ବୋର୍ଡର ସହର କୁହାଯାଏ । ଏହି  ସହର ଭିତରେ ଅନେକ ଜଳାଶୟ ପରିଲକ୍ଷିତ ହୁଏ ।

ଜନସଂଖ୍ୟା

୨୦୧୧ ଜନଗଣନା ଅନୁଯାୟୀ ବଲାଙ୍ଗୀର ମ୍ୟୁନିସିପାଲିଟିର ଜନସଂଖ୍ୟା ୯୮,୨୧୧। ଏଥିରୁ ୪୭,୬୪୨ ମହିଳା ୫୦, ୫୬୨ ପୁରୁଷ ଓ ଅନ୍ୟ ବର୍ଗ ୭ ରହିଥିଲା ।

ଗମାନଗମନ

ରାଜଧାନୀ ଠାରୁ ଦୂରତା

ବଲାଙ୍ଗୀର ସହର ରାଜଧାନୀ ଭୁବନେଶ୍ଵର ଠାରୁ ସଡ଼କ ପଥରେ ୩୨୭ କିଲୋମିଟର ଓ ରେଳପଥରେ ୩୯୭ କିଲୋମିଟର ଦୂରତାରେ ରହିଛି । ତେବେ ଖୋର୍ଦ୍ଧା -ବଲାଙ୍ଗୀର ନିର୍ମାଣାଧୀନ ରେଳପଥ ସମାପ୍ତ ହେଲେ  ଏହି ଦୂରତା ଢ଼େର କମିଯିବ ।

ଜାତୀୟ ରାଜପଥ

ବଲାଙ୍ଗୀର ଜିଲ୍ଲାରେ ସମୁଦାୟ ୧୫୧ କିଲୋମିଟର ଜାତୀୟ ରାଜପଥ ରହିଛି । ବଲାଙ୍ଗୀର ଜିଲା ସଦର ମହକୁମାକୁ । ଜାତୀୟ ରାଜପଥ ୨୬ ଏବଂ ଜାତୀୟ ରାଜପଥ ରେଳ ଷ୍ଟେଶନ/ରେଳସେବା ୫୭ ଛୁଇଁଛି । ବରଗଡ-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ ୭୫  କିଲୋମିଟର, ବଲାଙ୍ଗୀର – ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥ ୨୦ କିଲୋମିଟର ଏବଂ ରାୟପୁର ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥ ଜିଲାରେ ୫୬ କିଲୋମିଟର ଦୂରତା ଅତିକ୍ରମ କରିଛି ।

ରେଳ ଷ୍ଟେଶନ / ରେଳସେବା

ବଲାଙ୍ଗୀର ରେଳ ଷ୍ଟେଶନ ରେଳ ବିଭାଗର ବି ଗ୍ରେଡ୍ ଷ୍ଟେଶନ୍ ମାନ୍ୟତା ଲାଭ କରିଛି ।

ଇଷ୍ଟକୋଷ୍ଟ ରେଲୱେ ଅନ୍ତର୍ଗତ ଏହି ରେଳଷ୍ଟେଶନ୍ ୧୯୬୦-୬୪ ମସିହାରେ ନିର୍ମାଣ କରାଯାଇଥିଲା । ଏହି ଷ୍ଟେଶନରୁ ୯ଟି ସୁପରଫାଷ୍ଟ, ୧୧ଟି ଏକ୍ସପ୍ରେସ ଟ୍ରେନ ଯିବା ଆସିବା କରୁଛି ।

ଆଞ୍ଚଳିକ ପରିବହନ / ଦୂରଗାମୀ ବସସେବା

ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ବଲାଙ୍ଗୀରରୁକୁ  ଭୁବନେଶ୍ଵର, ବ୍ରହ୍ମପୁର, ଜୟପୁର, ନବରଙ୍ଗପୁର, ଦାମନଯୋଡି, କେନ୍ଦୁଝର, ରାଉରକେଲାକୁ ପ୍ରାୟ ୨୦ଟି ଦୂରଗାମୀ ବସସେବା ରହିଛି ।

ଏହାବାଦ୍ ଉପରୋକ୍ତ ସହର ମାନଙ୍କୁ ଯାତାୟାତ ପାଇଁ ୪୦ରୁ ଉର୍ଦ୍ଧ ବଲାଙ୍ଗୀର ଘରୋଇ ବସସେବା ରହିଛି।

ସହରରେ ପାଳିତ ହେଉଥିବା ଗୁରୁପୂର୍ଣ୍ଣି ଉତ୍ସବ

ବଲାଙ୍ଗୀର ଏକ ଐତିହାସିକ ଏବଂ ସଂସ୍କୃତି ସମ୍ପନ୍ନ ସହର ଭାବେ ପରିଚିତ । ଏଠାରେ ବର୍ଷତମାମ ବିଭିନ୍ନ ଉତ୍ସବ ଓ ପର୍ବପର୍ବାଣୀ ପାଳିତ ହୋଇଥାଏ । ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଖାଇ, ଶୀତଳଷଷ୍ଠୀ ଯାତ୍ରା, ଶିବରାତ୍ରି ପାଳିତ ହୋଇଥାଏ। ବଲାଙ୍ଗୀର ସହରଠୁ ପ୍ରାୟ ୨୦କିଲୋମିଟର ଦୂର ଖଇରଗୁଡାର ବଡଖଳା ଓ  ସାନଖଲା ଠାରେ ପ୍ରତିବର୍ଷ ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ପ୍ରସିଦ୍ଧ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ । ବଳିପ୍ରଥା ପାଇଁ ଏହି ଯାତ୍ରା ସାରା ଦେଶରେ ଚଳିତ ହୋଇଛି । ଏହାବାଦ୍ ଧାମିକ ପର୍ବ ଭିନ୍ନ ସହରରେ ବଲାଙ୍ଗୀର ଲୋକଉତ୍ସବ,  ସର୍ବଭାରତୀୟ ବହୁଭାଷୀ ନାଟକ ଉତ୍ସବ, ମଠଖାଇ ମହୋତ୍ସବ, ଲୋକକଳା ଉତ୍ସବ,  କୋଶଲୀ ନାଟବାଦୀ, ବହିହାଟ ସହ ବର୍ଷର ବିଭିନ୍ନ ସମୟରେ ଐତିହାସିକ କୌଶଳ କଳାମଣ୍ଡଳ ପଡ଼ିଆ ଉତ୍ସବ ମୁଖର ହୋଇଥାଏ ।

ଦର୍ଶନୀୟ ସ୍ଥାନ

ବଲାଙ୍ଗୀର ସହରରେ ଲୋକଙ୍କ ଭ୍ରମଣ ପାଇଁ ୪ଟି ପାର୍କ ରହିଛି । ସମଲେଶ୍ଵରୀ ମନ୍ଦିର, ପାଟଣେଶ୍ଵରୀ ମନ୍ଦିର, ଦୁର୍ଗାମନ୍ଦିର ସହ ସହର ଉପକଣ୍ଠରେ ଗିରିଗୋବଦ୍ଧନ ମନ୍ଦିର, ମଠଖାଇ  ମନ୍ଦିର ଓ ବିଶ୍ଵାତ୍ମା ଚେତନା ମଠ ରହିଛି । ମଠଖାଇ ପାହାଡ ବଲାଙ୍ଗୀର ସହରର ଶୋଭା ବଢ଼ାଉଛି । ଏହାବାଦ୍ ଶୈଳଶ୍ରୀ ପ୍ୟାଲେସ୍‌କୁ ମଧ୍ୟ ଅନେକ ଲୋକ ଦେଖିବା ପାଇଁ ଆସିଥାନ୍ତି। ସହରଠାରୁ ୨୦ କିମି ଦୂରରେ ଭୀମଙ୍ଗେରୀ ପର୍ଯ୍ୟଟନସ୍ଥଳୀ ରହିଛି । ସୁତେଲ ନଦୀରେ ନିର୍ମାଣାଧୀନ ଲୋୟର ସୁତେଲ ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ଏହାମଧ୍ୟ ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ ହେବ । ସହରଠାରୁ ଏହା ୨୦ କି.ମି ଦୂରରେ ରହିଛି ।

ଚିକିତ୍ସାଳୟ / ଚିକିତ୍ସାସେବା

ବଲାଙ୍ଗୀର ଜିଲ୍ଲା ସଦର ମହକୁମାରେ ୩୩୦ ଶଯ୍ୟା ବିଶିଷ୍ଟ ଜିଲା ମୁଖ୍ୟ ଚିକିତ୍ସାଳୟ ରହିଛି । ଏହି ଚିକିତ୍ସାଳୟରେ ଦୈନିକ ଆଉଡୋରକୁ ହାରାହାରି ୧୨୦୦ ରୋଗୀ ଆସୁଛନ୍ତି ।

ଜିଲା ମୁଖ୍ୟ ଚିକିତ୍ସାଳୟ

ଏଠାରେ ସାଧାରଣ ରୋଗୀସେବା ସହ ସ୍ୱତନ୍ତ୍ର ସେବା ଯାହା ଜନସଂଖ୍ୟା ପେଡିଆଟ୍ରିକ୍ ଇଣ୍ଟେନସିଭ କେୟାର ୟୁନିଟ୍ (ପିଆଇସିୟୁ), ସ୍ପେଶାଲ ନିଉବର୍ନ କେୟାର ୟୁନିଟ୍ (ଏସଏସିୟୁ), ହାଇ ଡିପେଣ୍ଡେନ୍‌ସି ୟୁନିଟ୍ (ଏଚଡିୟୁ), ନିଉଟ୍ରିସନ୍ ଲିହାବ୍ଲିଟେସନ୍ ସେଣ୍ଟର (ଏନଆରସି), ଇନଟେନସିଭ୍ କେୟାର ୟୁନିଟ୍ (ଆଇସିୟୁ), ସେଣ୍ଟ୍ରାଲ ଷ୍ଟେରିଲ ସପ୍ଲାଏ ଡିପାର୍ଟମେଣ୍ଟ (ସିଏସଏସଡି), ସର୍ଜିକାଲ ଇନଟେନସିଭ କେୟାର ୟୁନିଟ୍ (ଏସଆଇସିୟୁ), ମେଡିକାଲ ଇନଟେନସିଭ କେୟାର ୟୁନିଟ୍ (ଏମଆଇସିୟୁ), ଇନଟେନସିଭ କ୍ରିଟିକାଲ କେୟାର ୟୁନିଟ୍ (ଆଇସିସିୟୁ) ସୁବିଧା ରହିଛି ।

କୋରାନ ଭୂତାଣୁ

କରୋନା ଭୂତାଣୁର ସଂକ୍ରମଣରେ ବିଶ୍ଵର ଅଧିକାଂଶ ଦେଶ ସଂକ୍ରମିତ ହୋଇସାରିଛନ୍ତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସଂକ୍ରମଣକୁ ଏକ ଜରୁରୀକାଳୀନ ଜନସ୍ଵାସ୍ଥ୍ୟ ସମସ୍ୟା ଭାବରେ ଘୋଷଣା କରିଛନ୍ତି । ଏଥିପାଇଁ ସଚେତନତା ତଥା ପ୍ରତିଷେଧକ ଉପାୟ ଆପଣେଇବା ହିଁ ଏକନ୍ତ ଜରୁରୀ । କାର୍ଯ୍ୟସ୍ଥଳୀରେ ଏକାଧିକ ବ୍ୟକ୍ତି କାମ କରୁଥିବା ବେଳେ ଏହି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଏହାର ପ୍ରତିରୋଧ ପାଇଁ ପ୍ରତ୍ୟେକ କାର୍ଯ୍ୟସ୍ଥଳୀରେ ପ୍ରତିଷେଧକ ଉପାୟ ଅବଲମ୍ବନର ବିଶେଷ ଆବଶ୍ୟକତା ଅଛି ।

ଆଧିକ ଜାଣିବା ପାଇଁ କ୍ଲିକ କରନ୍ତୁ ।

ଶିକ୍ଷାନୁଷ୍ଠାନ

ବଲାଙ୍ଗୀର ସହରରେ ଗୋଟିଏ ସ୍ୱୟଂଶାସିତ କଲେଜ, ୩ ସରକାରୀ କଲେଜ, ୩ଟି ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ରହିଛି । ଏତଦ୍‌ବ୍ୟତୀତ ଏକାଧିକ ଘରୋଇ କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନ ରହିଛି ।

କଲେଜ:

ରାଜେନ୍ଦ୍ର ସ୍ଵୟଂଶାସିତ କଲେଜ, ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର ସରକାରୀ କଲେଜ, ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟ, ଜେଆଇଟିଏମ୍ କଲେଜ, ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ, ସିଏନସି କଲେଜ, ୟୁବୋଦୟ କଲେଜ, ବାଲାଜୀ କଲେଜ ।

ବୈଷୟିକ ଶିକ୍ଷାନୁଷ୍ଠାନ

ପ୍ରମୁଖ ବୈଷୟିକ ଅନୁଷ୍ଠାନଗୁଡିକ ହେଲା ବଲାଙ୍ଗୀର ପଲିଟେକ୍‌ନିକ୍ କଲେଜ, ଗନ୍ଧମାର୍ଦ୍ଦନ ଆଇଟିଆଇ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ସାଇଟ୍ କଲେଜ, କେବିକେ ଆଇଟିଆଇ ।

ସରକାରୀ ସ୍କୁଲ

ପ୍ରମୁଖ ସରକାରୀ ସ୍କୁଲଗୁଡିକ ହେଲା ପୃଥୀରାଜ ହାଇସ୍କୁଲ, ପତିତପାବନ ଏକାଡେମୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଟାଉନ୍ ବାଳକ ଉଚ୍ଚ ବିଦ୍ୟାଳୟ, ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟ, ନବଜୀବନ ବିଦ୍ୟାପୀଠ, ରାମଗୋପାଲ ହିନ୍ଦୀ । ହାଇସ୍କୁଲ, ଡିଆଇଇଟି ।

ଘରୋଇ ସ୍କୁଲ

ସହରରେ ଥିବା ପ୍ରମୁଖ ଘରୋଇ ସ୍କୁଲଗୁଡ଼ିକ ମଧ୍ୟରେ କଦମପଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, କଲେଜ ଛକ ସରସ୍ଵତୀ ଶିଶୁ ମନ୍ଦିର, ବିଶ୍ଵାତ୍ମା ବିଦ୍ୟାମନ୍ଦିର, ଲିଟିଲ ଫ୍ଲାୱାର ସ୍କୁଲ, ବଲାଙ୍ଗୀର ପବ୍ଲିକ୍ ସ୍କୁଲ, ଆଇଡିଏମ୍ ପବ୍ଲିକ୍ ସ୍କୁଲ, ମଣ୍ଟେସୋରୀ ସ୍କୁଲ, ଦିଲ୍ଲୀ ପବ୍ଲିକ୍ ସ୍କୁଲ ।

ମେଡିକାଲ କଲେଜ

ବଲାଙ୍ଗୀର ସହରର ଗନ୍ଧରେଲ ଠାରେ ବହୁପ୍ରତୀକ୍ଷିତ ସରକାରୀ  ମେଡିକାଲ କଲେଜ ତିଆରି ହୋଇସାରିଛି । ୨୦୧୮ରେ ୧୦୦ ସିରେ ନାମଲେଖା ପରେ ଏଠାରେ ପାଠପଢ଼ା ଆରମ୍ଭ ହେବ ବୋଲି କୁହାଯାଉଛି । ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅପଗ୍ରେଡ କରାଯାଇ ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ହସପିଟାଲ କରାଯାଇସାରିଛି। ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ  ରହିଥିଲା । ତେବେ ସେଥିରୁ ୩୪ଜଣ ଡାକ୍ତର ରହିଥିଲେ । ଏବେ ମେଡିକାଲ କଲେଜକୁ ଅପଗ୍ରେଡ ହେଲା ପରେ ନୂଆ ନିଯୁକ୍ତି ଯୋଗୁଁ ବିଭିନ୍ନ ବିଭାଗରେ ୯୮ ଡାକ୍ତର ଯୋଗଦାନ କରିଛନ୍ତି ।

ସରକାରୀ ଆୟୁର୍ବେଦ କଲେଜ

ବଲାଙ୍ଗୀର ତୁଲସୀ ନଗରଠାରେ ୧୯୭୫ ମସିହାରୁ ସରକାରୀ ଆୟୁର୍ବେଦ କଲେଜ ରହିଛି । ଏଠାରେ ପିଲାଙ୍କ ପଢିବା ପାଇଁ ୧୨୦ସିଟ  ବ୍ୟବସ୍ଥା ରହିଛି । କଲେଜ ପରିସରରେ ଏକ ହସ୍‌ପିଟାଲ ରହିବା ସତ୍ତ୍ଵ ସହରର ଡେଲିମାର୍କେଟ୍ ନିକଟରେ ୪୦ଶଯ୍ୟା ବିଶିଷ୍ଟ ଶାରଦେଶ୍ୱରୀ ଆୟୁର୍ବେଦ ଚିକିତ୍ସାଳୟ ରହିଛି । ବଲାଙ୍ଗୀରରେ ଆୟୁର୍ବେଦ ଫାର୍ମାସୀ ମଧ୍ୟ ରହିଛି । ଏଠାରେ ବିଭିନ୍ନ ଆୟୁର୍ବେଦ ଔଷଧ ପ୍ରସ୍ତୁତ କରାଯାଏ । ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ  ବଲାଙ୍ଗୀର ସହରରେ ରାଜ୍ୟର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଷ୍ଟେଟ୍ ଇଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ରହିଛି । ଏଠାରେ ୧୨୦ ସିଟ୍ ରହିଛି । ସେଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରୀଛାତ୍ର ପାଠ ପଢ଼ିଛନ୍ତି ।

ପର୍ଯ୍ୟଟନ ସ୍ଥାନ

ଭୀମ ଡୁଙ୍ଗୁରୀ

ବଲାଙ୍ଗୀର ଜିଲ୍ଲାଦେଓଗାଓ ବ୍ଲକରେ ଅବସ୍ଥିତ ଭୀମ ଡ଼ୁଙ୍ଗୁରୀ ବଲାଙ୍ଗିର ଠାରୁ ମାତ୍ର 28 କି:ମି । ଯେଉଠାକୁ ପର୍ଯ୍ୟଟକ ସହଜରେ ନିଜସ୍ଵ ବହନରେ ଯାଇପାରିବେ । ଏହା ଏକ ପ୍ରାକୃତିକ ବଣ ପାହାଡରେ ଘେରା ମନୋରମ ସ୍ଥାନ ଯାହା ବଲାଙ୍ଗିର ପର୍ଯ୍ୟଟନ ମାନଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ବହନ କରିଛି । ପୁରାତନ ପ୍ରାକୃତିକ ଗୁମ୍ଫା ଯାହା ପାହାଡର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବରେ ରହିଛି । ବସନ୍ତ ଋତୁରେ ଏହାର ପ୍ରାକୃତିକ ସୌନ୍ଦର୍ଜ୍ୟରେ ଭରା ଦୃଶ୍ୟରାଜି ପର୍ଯ୍ୟଟକଙ୍କୁ ମନମୁଗ୍ଦ୍ଧ କରିଥାଏ ।

ପ୍ରତିବର୍ଷ ଏଠାରେ କାର୍ତ୍ତିକ ପୁର୍ଣିମାରେ ସ୍ଥାନୀୟ ଲୋକେ ଗିରିଗୋବର୍ଦ୍ଧନ ପୂଜା ମହା ସମାରୋହରରେ ପାଳନ କରିଥାନ୍ତି । ଏହି ଅବସରରେ ଏଠାରେ ମେଳା ଓ ସଙ୍କିର୍ତନର ଆୟୋଜନ କରାଯାଏ । ବହୁସଂଖ୍ଯାରେ ସ୍ଥାନୀୟ ଲୋକେ ଏହାର ମଜା ଉଠାଇଥାନ୍ତି ।

ଗାଈଖାଇ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ

ବଲାଙ୍ଗୀର ଜିଲ୍ଲା

ବଲାଙ୍ଗିର ଠାରୁ ଉତ୍ତରକୁ ୩୦ କି:ମି ଦୂରରେ ମୁଖ୍ୟ ରାସ୍ତା ପାର୍ଶ୍ଵରେ ଏହା ଅବସ୍ଥିତ । ଏହା ପ୍ରାକୃତିକ ସୌନ୍ଦର୍ଜ୍ୟରେ ଭରପୁର ଏକ ମନୋରମ ଜଳଭଣ୍ଡାର । ଏହାର ତିନି ପାର୍ଶ୍ଵରେ ପ୍ରାକୃତିକ ଜଙ୍ଗଲ ଭାର ପାହାଡ ଘେରି ରହିଛି । ଯାହା ପର୍ଯ୍ୟଟକ ମାନଙ୍କୁ ପିକନିକ କରିବା ପାଇଁ ଆକର୍ଷିତ କରିଥାଏ । ନୂତନ ବର୍ଷର ବଣଭୋଜି ତଥା ସପ୍ତାହର ଅବସର ସମୟ ବିତାଇବା ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ ।

କୁମୁଡା ପାହାଡ

ନୂଆପଡା ଜିଲ୍ଲାକୁମୁଡା ପାହାଡ ପ୍ରକୃତିକ ବୈଭବ ରେ ଭରା ଏକ ମନୋରମ ପର୍ଯ୍ୟଟନ ସ୍ଥଳ । ଏହି ପାହାଡର ଏକ ବିରାଟ ପ୍ରକୃତିକ ଗୁମ୍ଫା ( ଯାହାର ଦୈର୍ଘ୍ୟ ୮୦ ଫୁଟ ଓ ପ୍ରସ୍ଥ ୪୦ ଫୁଟ ) ଭିତରେ ପ୍ରଭୁ ଧବଳେଶ୍ଵର ମହାଦେବ ପୂଜା ପାଇଥାନ୍ତି । ଏହାକୁ ଲାଗି ଅନ୍ୟ ତିନୋଟି ଗୁମ୍ଫା ରହିଛି । ଧବଳେଶ୍ଵର ମନ୍ଦିରଟି ପାହାଡର ପାଦଦେଶରୁ ୪୦ ଫୁଟ ଉଚ୍ଚରେ ଅବସ୍ଥିତ । ବିଶ୍ଵାସ କରାଯାଏ ଯେ , ଧବଳେଶ୍ଵର ମହାଦେବ ଭାରି ଦୟାଳୁ , ସେ ଭକ୍ତର ମନବାଞ୍ଛା ପୂରଣ କରିଥାନ୍ତି । ଶ୍ରାବଣ ଓ ଶିବରାତ୍ରୀ ସମୟରେ ହଜାର ହଜାର ଭକ୍ତ ବାବାଙ୍କର ଦର୍ଶନ କରି ଆଶୀର୍ବାଦ ଲାଭ କରିଥାନ୍ତି ।

ନିକଟରେ ଥିବା ଶ୍ରୀରାମ ମନ୍ଦିର ଏହି ସ୍ଥାନ ର ମର୍ମ ଓ ଗୁରୁତ୍ଵ ବୃଦ୍ଧି କରିବାରେ ବିଶେଷ ସହାୟକ ହେଉଛି । ଏହି ପ୍ରକୃତିକ ପାହାଡର ଉପରି ଭାଗରେ ଥିବା ଛୋଟ ସଂରକ୍ଷିତ ଜଙ୍ଗଲ ମନ୍ଦିରର ଶୋଭାକୁ ଆହୁରି ଦ୍ଵିଗୁଣିତ କରୁଅଛି । ପାହାଡ ନିକଟେ ରେ ଥିବା ବିରାଟ ପ୍ରକୃତିକ ଜଳାଶୟରେ ପର୍ଯ୍ୟଟକ ମାନେ ଜଳକ୍ରୀଡା କରି ଭରପୁର ମଜା ନେଇପାରିବେ । ଏହା ଟିଟିଲାଗଡ ଠାରୁ ମାତ୍ର ୦.୫ କି:ମି: ଦୂରରେ ଅବସ୍ଥିତ । ଏଠାରେ ହୋଟେଲ ଓ ଧର୍ମଶାଳା ଉପଲବ୍ଧ ।

ରାଣୀପୁର ଝରିଆଲ

ବଲାଙ୍ଗୀର ଜିଲ୍ଲାବଲାଙ୍ଗିର ସହର ଠାରୁ ୧୦୪ କି: ମି: ଦୂର ଦକ୍ଷିଣ – ପଶ୍ଚିମ ଦିଗରେ ରାନୀପୁର ଝରିଆଲ ଅବସ୍ଥିତ । ଏଠାରେ ଏକ ବିରାଟ ପଥର ପାହାଡ ଉପରେ ୬୪ ଯୋଗିନୀ ମନ୍ଦିର ଦଣ୍ଡାୟମାନ ।

ଏହା ସୋମ ତୀର୍ଥ ନାମରେ ଖ୍ୟାତ। ଏହା ଶୈବ, ବୌଦ୍ଧ , ବୈଷ୍ଣବ ଓ ତାନ୍ତ୍ରିକ ଧର୍ମ ବିଶ୍ଵାସ ର ସମାହାର । ୬୪ ଯୋଗିନୀ ଏକ ଆବଦ୍ଧ ଗୋଲାକାର କ୍ଷେତ୍ର ରେ ଖୋଳା ଆକାଶ ତଳେ ପୂଜା ପାଇଥାନ୍ତି ।

ସୋମେଶ୍ଵର ସିବା ମନ୍ଦିର ଏହି ସ୍ଥାନ ର ମୁଖ୍ୟ ଆକର୍ଷଣୀୟ କେନ୍ଦ୍ର ଯାହା ଭାରତ ରେ ଥିବା ଚାଲୋଟି ଭାସ୍କର୍ଜ୍ୟ ପୂର୍ଣ ମୁଖ୍ୟ ମନ୍ଦିର ଠାରୁ ଅନ୍ୟତମ । ଏଠାରେ ଅବସ୍ଥିତ ୫୦ ଟି ପ୍ରାଚୁର୍ଜ୍ୟ ଭରା ମନ୍ଦିର ମାନଙ୍କ ମଧ୍ୟରେ ସୋମେଶ୍ଵର ସିବା ମନ୍ଦିର ଅନନ୍ୟ ।

ଇଟାରେ ତିଆରି ସବୁଠାରୁ ଉଚ୍ଚତମ ମନ୍ଦିର ମାନଙ୍କ ମଧ୍ୟରେ ଏଠାରେ ଥିବା ଇନ୍ଦ୍ରଲାଥ ମନ୍ଦିର ଅନ୍ୟତମ । ଏଠାକୁ ପହଞ୍ଚିବାକୁ ହେଲେ ମାତ୍ର ୪ କି: ମି: ଦୂର ମୁଣ୍ଡପାଦରକୁ ବସ ଯୋଗେ ପହଞ୍ଚିବାକୁ ହେବ ।

ସଇଁତଳା ଚଣ୍ଡୀ ମନ୍ଦିର

ବଲାଙ୍ଗିର ଠାରୁ ଦକ୍ଷିଣକୁ ୩୮ କି:ମି ଦୂରରେ ମୁଖ୍ୟ ରାସ୍ତା ଉପରେ ସଇଁତଳା ଅବସ୍ଥିତ । ମହିଷମର୍ଦନୀ ରୂପେ ଦେବୀ ପୂଜା ପାଉଥିବା ଚଣ୍ଡୀ ମନ୍ଦିର ପାଇଁ ସଇଁତଳା ଗର୍ବିତ । ଏହି ମନ୍ଦିରଟି ଏକ ଛୋଟ ପଥର ପାହାଡ ଉପରେ ଦଣ୍ଡାୟମାନ । ବିଷ୍ଣୁଙ୍କ ଦଶାବତାର ଓ ମନ୍ଦିରର କବାଟରେ ଖୋଦିତ ଯମୁନଙ୍କ କୃତି ଏଠିକାର ଉଲ୍ଲେଖନୀୟ କଳା ଭାସ୍କର୍ଜ୍ୟକୁ ସୂଚିତ କରୁଅଛି ।

ହରିଶଙ୍କର

ଗନ୍ଧମାର୍ଦନ ପାହାଡର ଦକ୍ଷିଣ କୋଣରେ ପ୍ର।କୃତିକ ସୌନ୍ଦର୍ଜ୍ୟରେ ଭରା ମନୋରମା ଭୂଭାଗ ରେ ହରିଶଙ୍କର ଅବସ୍ଥିତ । ଯାହା ପର୍ଯ୍ୟଟକଙ୍କ ପାଇଁ ଏକ ଅସାଧାରଣ ରମଣୀୟ ତଥା ମନୋରମ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ଭାଗରେ ପରିଚିତ । ଏକ ଚିରସ୍ରୋତ ଝରଣା ତାର ଅବାରିତ ଜଳରାଶି କୁଲୁକୁଳୁ ନାଦ ରେ ପାହାଡ ର ବିଭିନ୍ନ ସୋପାନରେ ବହି ଜଳପ୍ରପାତ ର ଦୃଶ୍ୟ ପର୍ଯ୍ୟଟକ ଙ୍କୁ ଆକର୍ଷିତ କରି ପାରିଛି ।

ଏହା ପର୍ଯ୍ୟଟକ ଙ୍କୁ ଏକ ଶୀତଳ ଓ ଆରାମ ଦାୟକ ସ୍ଥଳ ଯୋଗାଇଥାଏ ଯେଉଁ ଠାରେ ସେମାନେ ଗ୍ରୀସ୍ମ ର ନିଦାଘର ରକ୍ଷା ପାଇବା ପାଇଁ ଝରଣା ବକ୍ଷରେ ଖସଡା ପଥର ଦେଇ ବାହିଯଉଥିବା ଶୀତଳ ଜଳରାଶି ରେ ନିଜକୁ ଏକକାର କରି ସ୍ଵର୍ଗୀୟ ସୁଖ ଅନୁଭବ କରିଥାନ୍ତି । ବିଶ୍ଵାସ କରାଯାଏ ଯେ ଏହି ଝରଣା ର ଶୀତଳ ଜଳରେ ସ୍ନାନ କରି ପଭୁ ହରିଶଙ୍କର ଙ୍କ ପୂଜା କଲେ, ଭକ୍ତ ସମସ୍ତ ପ୍ରକାର ପାପରୁ ମୁକ୍ତି ପାଇଥାଏ । ତେଣୁ ଦେଶ ର କୋଣ ଅନୁକୋଣ ରୁ ଭକ୍ତ ଗଣ ନିଜର ମାନବାଞ୍ଛା ପୂରଣ କରିବା ପାଇଁ ଏଠାକୁ ଆସିଥାନ୍ତି । ବିଭିନ୍ନ ପ୍ରକାର ଉଦ୍ଭିଦ ଓ ଜୀବଜନ୍ତୁ ରେ ପରିପୂର୍ଣ ଗନ୍ଧମାର୍ଦନ ପାହାଡ ର ପାଦ ଦେଶରେ ଏକ ସୁନ୍ଦର ହାରୀଣ ଉଦ୍ୟାନ ରହିଛି ଯାହା ଏହି ପର୍ଯ୍ୟଟନ ସ୍ଥଳ ର ସୋଭା କୁ ଦୁଇଗଣିତ କରୁଅଛି। ବୈଶାଖ ପୁରଣିମା ରେ ହରିଶଙ୍କର ଠାରେ ଏକ ମେଳା ଅନୁଷ୍ଠିତ ହୋଇଥାଏ। ଏହିବୈଶାଖ ମେଳା ଅବସରରେ ପର୍ଯ୍ୟଟକ ମାନେ ବହୁଦୂର ଦୁରାନ୍ତର ରୁ ଆସିଥାନ୍ତି । ଏବଂ ମେଳା କୁ ଉପଭୋଗ କରିଥାନ୍ତି । ଏହା ଏକ ମନରୋମ ପିକ ନିକ ସ୍ପଟ ମଧ୍ୟ ।ପରଜ୍ଯତକଙ୍କ ରହିବା ପାଇଁ ଏଠାରେ ଏକ ପନ୍ଥାନିବାସ ରହିଛି ଯେଉଁଠାରେ ସେମାନେ ହରିଶଙ୍କର ର ମନୋରମ ଦୃଶ୍ୟରାଜି କୁ ଉପଭୋଗ କରିବା ପାଇଁ ଭରପୁର ସୁଯୋଗ ପାଇ ପାରିବେ ।

ଗନ୍ଧମାର୍ଦନ ର ଉତ୍ତର ଢଳାଣ ରେ ନୃସିଂହ ନାଥ ପର୍ଯ୍ୟଟନ ସ୍ଥଳ ଯାହା ବରଗଡ ଜିଲ୍ଲା ରେ ରହିଅଛି, ଉଭୟ ପର୍ଯ୍ୟଟନ ସ୍ଥଳ କୁ ଯୋଗ କରୁଥିବା ୧୬ କି: ମି: ବିଶିଷ୍ଟ ଏକ ଗିରିପଥ ରହିଛି , ନୃସିଂହ ଚତୁର୍ଥୀ ମେଳା ସମୟ ରେ ପର୍ଯ୍ୟଟକ ମାନେ ଏହି ପାଠଦେଇ ଚାଲି ଚାଲି ଦିନାକା ମଧ୍ୟରେ ଯାଇପାରିବେ । ବଲାଙ୍ଗିର ଠାରୁ ପଶ୍ଚିମ କୁ ୮୧ କି: ମି: ଦୂରରେ ହରିଶଙ୍କର ଅବସ୍ଥିତ । ପର୍ଯ୍ୟଟକ ମାନେ ବସ କିମ୍ବା ନିଜସ୍ଵ ବାହାନ ରେ ଏଠାକୁ ଯାଇ ପାରିବେ ।

ଯୋଗୀଶର୍ଡା

ବଲାଙ୍ଗିର ଠାରୁ ୨୫ କିମି ଦୂର ଉତ୍ତର ପୂର୍ବ ଦିଗରେ ଯୋଗୀଶର୍ଡା ଅବସ୍ଥିତ । ଯୋଗେଶ୍ଵର ଶିବ ମନ୍ଦିର ପାଇଁ ଏହି ସ୍ଥାନ ଖ୍ୟାତି ଲାଭ କରିଛି ।

ବିଶ୍ଵାସ କରାଯାଏ ଯେ , ଯୋଗେଶ୍ଵର ମହାଦେବ ଙ୍କୁ ପୂଜା କଲେ ଭକ୍ତର ସମସ୍ତ ଇଛା ପୂରଣ ହୋଇ ଥାଏ । ଯୋଗେଶ୍ଵର ମହାଦେବଙ୍କ ଲିଙ୍ଗ ସ୍ଵତଃ ଆବିର୍ଭାବ ହୋଇଥିବାରୁ ବାବା ଜୀବନ୍ତ ଇଶ୍ଵର ରୂପେ ପରିଚିତ ।

ଶିବରାତ୍ରୀ ସମୟରେ ବହୁ ଦୂର ଦୁରନ୍ତରୁ ଭକ୍ତଗଣ ନିଜର ଈପସିତ ବର ପାଇବା ପାଇଁ ଯୋଗେଶ୍ଵର ମହାଦେବଙ୍କ ପୂଜା କରିଥାନ୍ତି । ଶୀତଳ ଷଷ୍ଠିରେ ହାର-ପାର୍ବତୀଙ୍କ ବିବହୋସବ ମହାସମାରୋହରେ ଏଠୋରେ ପାଳନ କରାଯାଏ ।

ତୁରେକେଲା

ବଲାଙ୍ଗିରଠାରୁ ୯୮ କିମି ଦୂରରେ ତୁରେକେଲା ଅବସ୍ଥିତ । ଏହା ଏକ ସାମୁହିକ ଦୁଃସାହସିକ ପର୍ଯ୍ୟଟନ ସ୍ଥଳ ରୂପେ ପରିଚିତ । ଯେଉ ଠାରେ ବାଘ , ହରିଣ ଭାଲୁ , ବିଲୁଆ , ହାତୀ , ବନ୍ୟୁ ପକ୍ଷୀ , ମାଙ୍କଡ ଓ ଗଧିଆ ପ୍ରଭୁତି ବନ୍ୟାପ୍ରାଣୀ ଦେଖା ଯାଆନ୍ତି । ପ୍ରକୃତିକ ସୌନ୍ଦ୍ରାଜ୍ୟରେ ଭରା ଜଙ୍ଗଲ ମଧ୍ୟରେ ପକ୍ଷୀଙ୍କର କଳରବ ପର୍ଯ୍ୟଟନଙ୍କ ମନରେ ଶିହରଣ ସୃଷ୍ଟି କରିଥାଏ । ପ୍ରକୃତି କୋଳରେ ସପ୍ତାହର ଅବସର ତଥା ପିକନିକ କରିବା ପାଇଁ ଏହି ସ୍ଥାନ ଅତ୍ୟନ୍ତ ମନୋରମ ।

ପାଟଣେଶ୍ୱରୀ ମନ୍ଦିର

ବଲାଙ୍ଗିର ସହରଠାରୁ ପଶ୍ଚିମକୁ ୪୦ କିମି ଦୂରରେ ପାଟଣାଗଡ଼ ଅବସ୍ଥିତ । ଯାହା ପ୍ରାଚୀନ ପାଟଣା ସାମ୍ରାଜ୍ୟର ରାଜଧାନୀ ରୂପେ ପରିଚିତ । ପ୍ରାଚୀନ କାଳରୁ ମା ପାଟଣେଶ୍ବରୀ ଦେବୀ ଉଭୟ ପୁରାତନ ଓ ଆଧୁନିକ ପାଟଣାଗଡ଼ର ଅଧିଷ୍ଠତ୍ରୀ ଦେବୀ ଭାବରେ ପୂଜା ପାଇ ଆସୁଅଛି ।

ପ୍ରାକୃତିକ ସୌନ୍ଦଜ୍ୟରେ ପରିବେଷ୍ଟିତ ଆଧୁନିକ ପାଟଣାଗଡ଼,ପାଟଣେଶ୍ବରୀ ମନ୍ଦିର ପାଇଁ ଖ୍ୟାତି ଲାଭ କରିଅଛି । ପାଟଣେଶ୍ବରୀ ମନ୍ଦିର ଚାଲୁକ୍ୟ ରୀତିରେ ଶକ୍ତି ପିଠ ଭାବରେ ପୂଜା ପାଇ ଆସୁଅଛି ।

ଏବଂ ଏଠାରେ ସମଲେଶ୍ଵର ଶିବ ଦ୍ଵାଦଶ ଶତାବ୍ଦୀର କଳା ଭାସ୍କଜ୍ୟର ଗୁରୁତ୍ଵ ବହନ କରୁଛି । ଏଠାରେ ଥିବା ମନ୍ଦିରର କଳା ଭାସ୍କଜ୍ୟ ପଶ୍ଚିମ ଓଡିଶାର ତତ୍କାଳୀନ ଚୌହାନ ବଂଶ ଶାସକଙ୍କ ଦ୍ଵାରା ନିର୍ମିତ ମନ୍ଦିରର ଅବଶେଷର ଦୃଷ୍ଟାନ୍ତ ।

ନାଗରିକ ସେବା

ସରକାରଙ୍କ ତରଫ ରୁ ମିଳୁଥିବା ନାଗରିକ ସେବା ଗୁଡିକ ବିଷୟରେ ଅଧିକ ଜାଣିବା ପାଇଁ " କ୍ଲିକ" କରନ୍ତୁ ।

ବିଭିନ୍ନ ସରକାରୀ ବିଭାଗ ଜରୁରୀ ନମ୍ବର

ବିଭିନ୍ନ ସରକାରୀକୁ ଯୋଗାଯୋଗ କରିବା ପାଇଁ ଜରୁରୀ ନମ୍ବର ବିଷୟରେ ସୂଚନା ଦିଆଯାଇଛି । ଅଧିକ ଜାଣିବା ପାଇଁ କ୍ଲିକକରନ୍ତୁ ।

ସଂଗୃହିତ –

  • ବୀରେନ୍ଦ୍ର କୁମାର ଝାଙ୍କର
  • ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ

ଆଧାର - ବଲାଙ୍ଗୀର ଡିଷ୍ଟ୍ରିକ ୱେବପୋର୍ଟାଲ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate