ପୂର୍ବ ଭାରତର ଓଡିଶା ପ୍ରଦେଶରେ ଏକ ଶାସକୀୟ ଜିଲ୍ଲା ଭଦ୍ରକ। ଏହାର ସଦର ମହକୁମା ସହର ଭଦ୍ରକ ଅନୁସାରେ ନାମିତ । ବାଲେଶ୍ୱର ଜିଲ୍ଲାରୁ ବିଚ୍ଛିନ୍ନ ହୋଇ ୧ ଅପ୍ରେଲ, ୧୯୯୩ରେ ଏହା ଏକ ଜିଲ୍ଲା ହିସାବରେ ଅସ୍ତିତ୍ଵକୁ ଆସିଲା । ଏହି ଜିଲ୍ଲାର ଏକ ଗୌରବମୟ କିମ୍ବଦନ୍ତି ଓ ଇତିହାସ ରହିଛି । ଏହି କିମ୍ବଦନ୍ତୀ ଅନୁସାରେ, ସାଳନ୍ଦୀ ନଦୀକୂଳରେ ପୂଜା ପାଉଥିବା ମା ଭଦ୍ରକାଳୀଙ୍କ ନାମ ଆଧାରରେ ଏହି ଜିଲ୍ଲାର ନାମ ଭଦ୍ରକ ହୋଇଛି ।
ଭଦ୍ରକ ଜିଲ୍ଲା ମା’ ଭଦ୍ରକାଳୀ ମନ୍ଦିର ପାଇଁ ପ୍ରସିଦ୍ଧ ଅଟେ, ଯାହା କି ବର୍ତମାନ ସାରା ଓଡିଶାରେ ଏକ ମୁଖ୍ୟ ଆକର୍ଷଣର ମାନ୍ୟତା ପାଇଅଛି। ଜିଲ୍ଲା ମଧ୍ୟରେ ଆରଡି , ଧାମନଗର, ଧାମରା, ସହିଦନଗର, ଇରମ ଓ ଗୁଆମାଳ ନୂଆଶାସନ ଅନ୍ୟତମ ପର୍ଯ୍ୟଟନ ସ୍ତଳ ରୂପେ ପରିଗଣିତ। ବସୁଦେବପୁର ନିର୍ବାଚନମଣ୍ଡଳିର ବ୍ରାହ୍ମଣୀଗାଁ ରେ ସର୍ବ ପୁରାତନ ପ୍ରସନ୍ନ ଖେମେଶ୍ଵର ମହାଦେବ ମନ୍ଦିର ଅବସ୍ଥିତ। ଏହି ମନ୍ଦିର ହୋଲି ପାଇଁ ପ୍ରସିଦ୍ଧି ଲାଭ କରିଅଛି ।
ବର୍ଷର ବିଭିନ୍ନ ସମୟରେ ବନ୍ତ , ବାସନ୍ତିଆ , ବସୁଦେବପୁର ଗ୍ରାମ ମାନଙ୍କରେ ଅନେକ ପ୍ରକାର ମେଳା , ମହୋଶ୍ଚବ ଓ ପର୍ବପର୍ବାଣି ବହୁତ ଧୂମ ଧାମ ରେ ପାଳନ କରାଯାଏ । ତାହାମଧ୍ୟରୁ କାର୍ତିକ ପୁର୍ଣିମା ଅନ୍ୟତମ । ଏହି ଦିନ ବାସନ୍ତିଆ ଗ୍ରାମରେ ଓଡିଆ ସାଧବ ପୁଅ ମାନଙ୍କ ସ୍କୃତି ଉଦ୍ଦେଶ୍ୟରେ ଏକ ବୃହତ ପୁଷ୍କରଣୀ ମଧ୍ୟରେ ବୋଇତ ବନ୍ଦାଣ ଊଶ୍ଚବ ମହାସମାରୋହରେ ପାଳନ କରାଯାଏ । ଏହି ମେଳା ସମୟରେ ବିଭିନ୍ନ ପ୍ରାନ୍ତରୁ ଯାତ୍ରାଦଳ ମାନେ ଆସି ଯାତ୍ରା ପରିବେଷଣ କରିଥାନ୍ତି ।
କିଭଳି ପହଁଞ୍ଚିବେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୧୩୫କି.ମି.
ନିକଟସ୍ଥ ରେଳ ଷ୍ଟେସନ ହେଉଛି ଭଦ୍ରକ ।
ଭୁବନେଶ୍ଵରରୁ ୧୬ ନମ୍ବର ଜାତୀୟ ରାଜପଥରେ ଭଦ୍ରକ ହେଉଛି ୧୩୦ କି.ମି. ।
ବାବା ଆଖଣ୍ଡଳମଣୀ
କିଭଳି ପହଁଞ୍ଚିବେ:
ନିକଟତମ ବିମାନବନ୍ଦର ଭୂବନେଶ୍ୱର ଅଟେ. ଆକାଶପଥରେ ଭୁବନେଶ୍ୱର ପହଞ୍ଚି ସେଠାରୁ ସଡକପଥରେ ଭାୟା ଚଣ୍ଡିଖୋଲ, ଭଦ୍ରକ ହୋଇ ଆରଡିରେ ପହଞ୍ଚିପାରିବେ ।
ଭଦ୍ରକ (ପୂର୍ବତଟ ରେଳପଥ) ଠାରୁ ଆରଡି ୪୫ କିମି ଅଟେ ।
ସଡକପଥରେ ଭାୟା ଭଦ୍ରକ ହୋଇ ଆରଡିରେ ପହଞ୍ଚିପାରିବେ।
ଭଦ୍ରକ ସହରରେ ରହିବାର ସମସ୍ତ ବ୍ୟବସ୍ତା ଉପଲବ୍ଧ ।
ବୈତରଣୀ ନନ୍ଦୀ କୂଳରେ ବାବା ଆଖଣ୍ଡଳମଣୀଙ୍କ ପୀଠ ଆରଡି ଗ୍ରାମରେ ବିରାଜମାନ। ଜନଶୃତି ଓ କିମ୍ୱଦନ୍ତୀ ଅନୁସାରେ ଏହି ପୀଠର ଇତିହାସ ଓ ପ୍ରସିଦ୍ଧି ଏହାକୁ ଭଦ୍ରକ ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି । ଲୋକମୁଖରେ ପ୍ରଚଳିତ କାହାଣୀ ଅନୁସାରେ ରାଜା ନିଳାଦ୍ରୀ ସମର ସିଂହ ସହାପାତ୍ରଙ୍କୁ ସ୍ୱପ୍ନାଦେଶ ହେଲା ଯେ ମାଟିତଳେ କଳା ମୁଗୁନି ପଥରର ଏକ ବିଗ୍ରହ ପୋତି ହୋଇରହିଅଛି । ଏଣୁ ପ୍ରାୟ ୩୫୦ବର୍ଷତଳେ ସେ ସେହି ସ୍ଥାନରେ ମାଟି ଖୋଳାଇ ମୁର୍ତ୍ତୀ ଉଦ୍ଧାର କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ, କେବଳ କିମ୍ୱଦନ୍ତୀ ବା ଇତିହାସ ନୁହେଁ ବରଂ ମନ୍ଦିର କାନ୍ଥରେ ଖୋଦିତ ହୋଇଥିବା ମୁର୍ତ୍ତୀ/ସ୍ଥାପତ୍ୟ ମଧ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣର କେନ୍ଦ୍ର , ଏହି ମନ୍ଦିରର ବେଢା ଓ ପୁଷ୍କରିଣୀରେ ବର୍ଷଯାକ ମେଳା, ମଉଚ୍ଛବ, ଯାନିଯାତ୍ରା ଲାଗିରହିଥାଏ , ଜାଗର ବା ମହାଶିବରାତ୍ରୀ ହେଉଛି ଏହି ପୀଠର ସର୍ବପ୍ରମୁଖ ମହୋତ୍ସବ ଯେଉଁଥିରେ ରାଜ୍ୟ ତଥା ରାଜ୍ୟବାହାରୁ ଲକ୍ଷାଧିକ ଜନ ସମାଗମ ହୁଏ । ଏଣୁ ଏହି ଆଖଣ୍ଡଳମଣୀ ପୀଠ ଭଦ୍ରକ ଜିଲ୍ଲାର ପର୍ଯ୍ୟଟନର ପ୍ରମୁଖ ଚିତ୍ର ପାଲଟିଛି ।
ସର୍ବୋକୃଷ୍ଟ ସମୟ – ବର୍ଷସାରା
ଫୋନ/ ଦୁରଭାଷା – ୦୬୭୮୪-୨୪୦୪୧୮
ଭ୍ରାମ୍ୟମାଣ ଦୁରଭାଷା -୯୮୬୧୫୨୦୪୦୪
ମା’ ଭଦ୍ରକାଳୀ
କିଭଳି ପହଁଞ୍ଚିବେ:
ନିକଟତମ ବିମାନବନ୍ଦର ଭୁବନେଶ୍ବର ,ପ୍ରାୟ ୧୩୫ କିମି । ଆକାଶପଥରେ ଭୁବନେଶ୍ୱର ପହଞ୍ଚି ସେଠାରୁ ସଡକପଥରେ ଭାୟା କଟକ, ଚଣ୍ଡିଖୋଲ ଦେଇ ଭଦ୍ରକରେ ପହଞ୍ଚି ମା’ ଭଦ୍ରକାଳୀ ପୀଠରେ ପହଞ୍ଚିହେବ.
ଭଦ୍ରକ (ପୂର୍ବତଟ ରେଳପଥ) ଠାରୁ ମା ଙ୍କ ପୀଠ ପ୍ରାୟ ୬ କିମି ଅଟେ .
ସଡକପଥରେ ଭାୟା ଭଦ୍ରକ ଦେଇ ମା ଙ୍କ ପାଖକୁ ଯାଇହେବ ।
ଭଦ୍ରକ ସହରରେ ରହିବାର ସମସ୍ତ ବ୍ୟବସ୍ତା ଉପଲବ୍ଧ ।
ଭଦ୍ରକ ସହର ଉପକଣ୍ଠରେ ଥିବା ଆହାରପଦା ଗ୍ରାମରେ ସାଳନ୍ଦୀ ନନ୍ଦୀ କୂଳରେ ପୁଜା ପାଉଛନ୍ତି ମା’ ଭଦ୍ରକାଳୀ । ଭଦ୍ରକ ସହର ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ଏହାର ଦୂରତା ପ୍ରାୟ ୫ କିମି, ଏଠାରେ ପହଞ୍ଚିବାକୁ ହେଲେ କଚେରୀ ଛକ ଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ ସନ୍ଥିଆ ଏବଂ ଉତ୍ତରବାହିନୀ ହୋଇ ଯିବାକୁ ପଡେ । ଲୋକମୁଖରେ ପ୍ରଚଳିତ ଜନଶୃତି ଅନୁସାରେ ଭଦ୍ରକ ସହରର ନାମ ମଧ୍ୟ ଏହି ମା’ଭଦ୍ରକାଳୀଙ୍କ ନାମନୁସାରେ ହୋଇଅଛି , ଦେବୀ ମାଙ୍କର କଳା ମୁଗୁନି ପଥରର ମୁର୍ତ୍ତୀଟିରେ ସିଂହ ବାହନ ଉପରେ ପଦ୍ମାସନରେ ଶୋଭିତା, ସର୍ବସାଧାରଣ /ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିର ସକାଳ ୬.୩୦ରୁ ୧.୦୦ଟା ପୁଣି ୩.୦୦ଘଟିକା ଅପରାହ୍ଣ ଠାରୁ ରାତ୍ରୀ ୯.୩୦ଘଟିକା ପର୍ଯ୍ୟନ୍ତ ଖୋଲାରହେ, ଦେବୀଙ୍କର ନାମକରଣରୁ ଏହା ପ୍ରତୀୟମାନ ହୁଏ ଯେ ମା କାଳୀହିଁ ଏଠାରେ ଭଦ୍ରକାଳୀ ରୂପେ ପୁଜା ପାଉଛନ୍ତି । କିନ୍ତୁ ସିଂହ ବାହନ ଉପରେ ଆସୀନା ଥିବାରୁ କେତେକ ଦେବୀଙ୍କୁ ଦୁର୍ଗା ବୋଲି ମଧ୍ୟ ଅଭିହିତ କରିଥାନ୍ତି ।
ମା’ ଧାମରାଇ
କିଭଳି ପହଁଞ୍ଚିବେ:
ନିକଟତମ ବିମାନବନ୍ଦର ଭୁବନେଶ୍ବର ,ପ୍ରାୟ ୧୯୫ କିମି । ଆକାଶପଥରେ ଭୁବନେଶ୍ୱର ପହଞ୍ଚି ସେଠାରୁ ସଡକପଥରେ ଭାୟା କଟକ, ଚଣ୍ଡିଖୋଲ ଦେଇ ଭଦ୍ରକରେ ପହଞ୍ଚି ମା’ ଧମରାଇ ପୀଠରେ ପହଞ୍ଚିହେବ
ଭଦ୍ରକ (ପୂର୍ବତଟ ରେଳପଥ) ଠାରୁ ମା ଙ୍କ ପୀଠ ପ୍ରାୟ ୮୦ କିମି ଅଟେ
ସଡକପଥରେ ଭାୟା ଭଦ୍ରକ , ଜାମୁଝାଡି ଦେଇ ମା ଙ୍କ ପାଖକୁ ଯାଇହେବ ।
ଭଦ୍ରକ ସହରରେ ରହିବାର ସମସ୍ତ ବ୍ୟବସ୍ତା ଉପଲବ୍ଧ । ଧାମରା ରେ ମଧ୍ୟ ରହିହେବ ।
ଧାମରା ନଦୀର ମୁହାଣରେ, ବଙ୍ଗୋପସାଗରରେ ମିଳନ ସ୍ଥଳରେ ମା’ ଧାମରାଇଙ୍କ ମନ୍ଦିର ଅବସ୍ଥିତ । ଜିଲ୍ଲା ମୁଖ୍ୟାଳୟ ଭଦ୍ରକ ଠାରୁ ପୂର୍ବଦିଗରେ ୬୦ କିମି ଦୂରତାରେ ଏହି ମନ୍ଦିର ରହିଛି । ଏହି ମନ୍ଦିରର ପଶ୍ଚିମରେ ଚାନ୍ଦବାଲି, ଉତ୍ତରରେ ବାସୁଦେବପୁର, ଦକ୍ଷିଣରେ କାଳିଭଞ୍ଜଡିହ ଏବଂ ପୂର୍ବରେ ବଙ୍ଗୋପସାଗର ରହିଛି । ଏହି ମନ୍ଦିର ଏବଂ ମା’ ଙ୍କ ବିଗ୍ରହ ସମ୍ପର୍କରେ ଅନେକ କିମ୍ବଦନ୍ତୀ ଓ ଜନଶୃତି ରହିଛି, ତନ୍ମଧ୍ୟରୁ ଏକ ଐତିହାସିକ କିମ୍ବଦନ୍ତୀ ଅନୁସାରେ, ଧନେଶ୍ୱର ନାମକ ଜଣେ ବ୍ୟାପାରୀ, ଯେ ତତ୍କାଳୀନ ସିଂହଳ ସହ ବେପାର କରୁଥିଲେ, ସେଠାରୁ ଫେରିବା ବାଟରେ ପାଷାଣ ମଙ୍ଗଳାଙ୍କର ଏକ ବିଗ୍ରହ ଆଣି ଏଠାରେ ପ୍ରତିଷ୍ଠା କରିଥିଲେ , ଏହା କାଳକ୍ରମେ ମା’ ଧାମରାଇ ନାମରେ ପ୍ରସିଦ୍ଧିଲାଭ କରିଛି ।
ଅନ୍ୟଏକ କିମ୍ୱଦନ୍ତୀ ଅନୁସାରେ ମା’ ଧାମରାଇ ନିଜ ପାଞ୍ଚ ଭଉଣୀଙ୍କ ସହ ସାତଭାୟା ନାମକ ସ୍ଥାନରେ ବାସକରୁଥିଲେ । ବାକି ପାଞ୍ଚଭଉଣୀ ଆମିଷାଣୀ ଥିବାବେଳେ ମା’ ଧାମରାଇ ଥିଲେ ସମ୍ପୁର୍ଣ୍ଣ ନିରାମିଶାଷୀ । ଏଥିରେ ଉତକ୍ଷିପ୍ତ ହୋଇ ସେମାନେ ତାଙ୍କୁ ସମୁଦ୍ର ଭିତରକୁ ଫିଙ୍ଗିଦେଲେ । ଏହା ବିଶ୍ୱାସ କରାଯାଏ ଯେ, ସେ ଭାସିଭାସି ଚାନ୍ଦିନିପାଳ ଠାରେ ସାନାତନ ଦଳେଇ ଓ ବୁଲେଇ ବେହେରା ନାମକ ଧିବରଙ୍କ ଜାଲରେ ଲାଗିଥେଲେ, ସେମାନେ ତାଙ୍କୁ ଉଦ୍ଧାରକରି ନିଜଘରେ ରଖି ପୂଜା କରିବାକୁ ଲାଗିଲେ । ସେହିଦିନ ରାତିରେ କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ମହାରାଣୀଙ୍କୁ ସ୍ୱପ୍ନାଦେଶ ହେଲା ଏବଂ ମା’ ଧାମରାଇ ତାଙ୍କୁ ସେହି ସ୍ଥାନରେ ମନ୍ଦିର ନିର୍ମାଣ କରିବା ପାଇଁ କହିଲେ । ସେହିଠାରେ ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଦ୍ୱାରା ନିର୍ମିତ ମନ୍ଦିର ୧୯୫୩ ରେ ଭାଙ୍ଗିରୁଜି ଗଲା ଏବଂ ଭଗ୍ନାବଶେଷ ସମୁଦ୍ର ଗର୍ଭରେ ଲୀନ ହେଲା , ଏକ ଚାଳଘରେ ମାଙ୍କ ବିଗ୍ରହରଖି ଲୋକେ ପୂଜାକରିବାକୁ ଲାଗିଲେ । ଏବଂ ସେଠାରେ ମା ଧାମରାଇଙ୍କର ଭବ୍ୟ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ହୋଇଛି ।
ସର୍ବୋକୃଷ୍ଟ ସମୟ – ଜାନୁୟାରୀ ମାସ
ଫୋନ/ ଦୁରଭାଷା – ୦୬୭୮୪-୨୪୦୪୧୮
ଭ୍ରାମ୍ୟମାଣ ଦୁରଭାଷା -୯୮୬୧୫୨୦୪୦୪
ଶ୍ରୀ ବିରଞ୍ଚିନାରାୟଣ
କିଭଳି ପହଁଞ୍ଚିବେ:
ନିକଟତମ ବିମାନବନ୍ଦର ଭୁବନେଶ୍ବର ,ପ୍ରାୟ ୧୩୫ କିମି । ଆକାଶପଥରେ ଭୁବନେଶ୍ୱର ପହଞ୍ଚି ସେଠାରୁ ସଡକପଥରେ ଭାୟା କଟକ, ଚଣ୍ଡିଖୋଲ ଦେଇ ଭଦ୍ରକରେ ପହଞ୍ଚି ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ପୀଠରେ ପହଞ୍ଚିହେବ
ଭଦ୍ରକ (ପୂର୍ବତଟ ରେଳପଥ) ଠାରୁ ମା ଙ୍କ ପୀଠ ପ୍ରାୟ ୧୬ କିମି ଅଟେ ।
ସଡକପଥରେ ଭାୟା ଭଦ୍ରକ ଦେଇ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ପାଖକୁ ଯାଇହେବ ।
ଭଦ୍ରକ ସହରରେ ରହିବାର ସମସ୍ତ ବ୍ୟବସ୍ତା ଉପଲବ୍ଧ ।
ଭଦ୍ରକ ସହର ଠାରୁ ୧୫ କିମି ଦକ୍ଷିଣରେ, ଚାନ୍ଦବାଲି ଯିବାରାସ୍ତାରେ ପାଳିଆ ଗ୍ରାମରେ ବିରଞ୍ଚିନାରାୟଣ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ରାଜ୍ୟ ତଥା ଦେଶର ପର୍ଯ୍ୟଟନ ମାନଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଅଛି । ବର୍ତ୍ତମାନ ଏହା ଓଡିଶାରେ ସୂର୍ଯ୍ୟ ଉପାସନାର ପ୍ରତୀକ ସ୍ୱରୁପ କିମ୍ୱଦନ୍ତୀ ପାଲଟିଛି । ଆଲୋକ ଓ ଔଜଲ୍ୟର ଦେବତା ସୂର୍ଯ୍ୟଙ୍କର ଅନ୍ୟନାମ ହେଉଛି ବିରଞ୍ଚି ନାରାୟଣ, ବର୍ତ୍ତମାନ ମନ୍ଦିରରେ ସୂର୍ଯ୍ୟଭଗବାନଙ୍କର ଚୌମୁଖି ବିଗ୍ରହ ସ୍ଥାପିତ ହୋଇଛି । ଏକ ବର୍ଗାକୃତି ପଥର ସ୍ତମ୍ଭ ଉପରେ ଦୁଇହସ୍ତରେ ପଦ୍ମ ଧାରଣ କରିଥିବା ସୂର୍ଯ୍ୟଦେବତାଙ୍କ ବିଗ୍ରହ ୭(ସାତ)ଟି ଘୋଡା ଦ୍ୱରା ବାହିତ ରଥ ଉପରେ ପ୍ରତିଷ୍ଠିତ ହୋଇଛି । ଏହି ମନ୍ଦିରର ନିର୍ମାଣକାଳ ତୟୋଦଶ ଶତାଦ୍ଦୀ ବୋଲି ଜଣାଯାଏ । ଜଣେ ବଦାନ୍ୟ ସ୍ଥାନୀୟ ଜମିଦାରଙ୍କ ସୌଜନ୍ୟରୁ ଏହି ମନ୍ଦିରର ନବୀକରଣ ଓ ପୁର୍ନଗଠନ ହୋଇଅଛି ।
ସର୍ବୋକୃଷ୍ଟ ସମୟ – ବର୍ଷ ସାରା
ଫୋନ/ ଦୁରଭାଷା – ୦୬୭୮୪-୨୪୦୪୧୮
ଭ୍ରାମ୍ୟମାଣ ଦୁରଭାଷା -୯୮୬୧୫୨୦୪୦୪
ଇରମ (ରକ୍ତତୀର୍ଥ)
କିଭଳି ପହଁଞ୍ଚିବେ:
ନିକଟତମ ବିମାନବନ୍ଦର ଭୁବନେଶ୍ବର ,ପ୍ରାୟ ୧୯୫ କିମି । ଆକାଶପଥରେ ଭୁବନେଶ୍ୱର ପହଞ୍ଚି ସେଠାରୁ ସଡକପଥରେ ଭାୟା କଟକ, ଚଣ୍ଡିଖୋଲ ଦେଇ ଭଦ୍ରକରେ ପହଞ୍ଚି ଓ ଜାମୁଝାଡି ଦେଇ ଇରମ ରେ ପହଞ୍ଚିହେବ।
ଭଦ୍ରକ (ପୂର୍ବତଟ ରେଳପଥ) ଠାରୁ ଇରମ ୬୦ କି.ମି। ଅଟେ ।
ସଡକପଥରେ ଭଦ୍ରକ ହୋଇ ଜାମୁଝାଡି ଦେଇ ଇରମ ରେ ପହଞ୍ଚିହେବ।
ଭଦ୍ରକ କିମ୍ବା ବସୁଦେବପୁର ସହରରେ ରହିବାର ସବୁପ୍ରକାର ସୁବିଧା ଉପଲବ୍ଧ ଅଛି।
ଭଦ୍ରକ ଜିଲ୍ଲାର ବାସୁଦେବପୁର ଠାରୁ ୧୬ କିମିଦୁରରେ ଏହି ତ୍ୟାଗଭୁମି ଅବସ୍ଥିତ, ଏହି ସ୍ଥାନର ପୂର୍ବ ପାର୍ଶ୍ୱରେ ବଙ୍ଗୋପସାଗର ଥିବା ବେଳେ, ଅନ୍ୟ ଦୁଇପାର୍ଶ୍ୱରେ ଗମେଇଁ ଓ କାଂସବାଂଶ ନଦୀ ରହିଛି । ପ୍ରାକୃତିକ ସୁରକ୍ଷା କବଚ ମଧ୍ୟରେ ଥିବାରୁ ଏହା ସ୍ୱାଧିନତା ସଂଗ୍ରାମୀ ମାନଙ୍କର ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଥିଲା । ଏହି ପ୍ରାକୃତିକ ପ୍ରାଚୀର ଥିବା ଦୃଷ୍ଟିରୁ ପୋଲିସ କିମ୍ୱା ପ୍ରଶାସନିକ ଅଧିକାରୀ ସହଜରେ ଏହି ଅଞ୍ଚଳରେ ପ୍ରବେଶ କରିପାରୁନଥିଲେ । ଅଧିକନ୍ତୁ ସେଠାରେ ଏକ ଖୋଲା ପଡିଆ ଥିଲା ଯାହା ୩ ଦିଗରୁ ଅବରୁଦ୍ଧ ଥିବା ବେଳେ ଗୋଟିଏ ଦିଗରେ ରାସ୍ତାଥିଲା । ସ୍ୱ।ଧିନତା ସଂଗ୍ରାମୀମାନେ ଏହି ସ୍ଥାନରେ ସାଧାରଣସଭା କରୁଥିଲେ । ୧୯୨୦ରୁ ଆରମ୍ଭକରି ଏହି ପଡିଆରେ ପ୍ରମୁଖ ଜାତୀୟତାବାଦୀ ନେତୃବୃନ୍ଦ ଯଥା ଉତ୍କଳମଣୀ ଗୋପବନ୍ଧୁ ଦାସ, ଉତ୍କଳକେଶରୀ ହରେକୃଷ୍ଣ ମହତାବ ଆଦି ଗାନ୍ଧୀବାଦୀ ଚିନ୍ତାଧାରାର ପ୍ରସାର କରିଆସୁଥିଲେ । “ଭାରତଛାଡ ଆନ୍ଦୋଳନ” ସମୟରେ ଏହି ପଡିଆରେ ଅନେକ ଜାତୀୟତାବାଦୀ ସଭା ସମିତି ଆୟୋଜିତ ହୋଇଥିଲା । ବିଦେଶୀ ଇଂରେଜ ଶାସନ ବିରୋଧରେ ବିଷୋଦଗାର ସ୍ୱରୁପ ୨୮ ସେପ୍ଟମ୍ୱର ୧୯୪୨ ରେ ଏକ ବିରାଟ ଜନସଭା ଆୟୋଜିତ ହୋଇଥିଲା । ଏଥିରେ ଭୟଭିତ ହୋଇ ବାସୁଦେବପୁର ପୋଲିସ୍ ଥାନାରୁ ଡି.ଏସ.ପି (DSP) କୁଞ୍ଜବିହାରୀ ମହାନ୍ତିଙ୍କ ନେତୃତ୍ୱରେ ଫୌଜଦଳ ଇରମ ଅଭିମୁଖେ ମା଼ଡି ଚାଲିଲେ । ଜାଲିଆନାୱାଲାବାଗ ପରି ଏଠାରେ ଡି.ଏସ.ପି (DSP)ଙ୍କ ଆଦେଶରେ ସନ୍ଧ୍ୟା ୬.୩୦ରେ ଶାନ୍ତିପୁର୍ଣ୍ଣ ଜନସଭା ଉପରେ ଫୌଜ ଆକ୍ରମଣ କଲେ । ଯେହେତୁ ତିନିଦିଗରୁ ପଡିଆଟି ଆବଦ୍ଧ ଥିଲା, କେହି ବାହାରକୁ ଖସି ଯାଇପାରିଲେ ନାହିଁ । ଦେଖୁ ଦେଖୁ କେଇ ମିନିଟି ମଧ୍ୟରେ ୨୮ ଜଣ ଟଳିପଡିଲେ ଓ ୫୬ ଜଣ ଆହତ ହେଲେ । ଆହୁରିମଧ୍ୟ ଜଣେ, କିଛିସମୟ ପରେ ମୃତ ଘୋଷିତ ହେଲେ । ଏହି ୨୯ ଜଣ ମୃତକଙ୍କ ମଧ୍ୟରେ ଥିବା ପରିବେୱା ହେଉଛନ୍ତି ଓଡିଶାର ଏକମାତ୍ର ମହିଳା ଶହୀଦ । ଏତେ ସଂଖ୍ୟକ ଶହୀଦଙ୍କ ମୃତ୍ୱୁର ସ୍ମୃତିଚାରଣ ନିମନ୍ତେ ଏହାକୁ ୨ୟ ଜାଲିଆନାୱାଲାବାଗ ବୋଲି କୁହାଯାଏ । ବାସ୍ତବରେ ଏହାର ନାମ ରକ୍ତତୀର୍ଥ ର ଯଥାର୍ଥତା ରହିଅଛି ।
Last Modified : 1/1/2020