অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାଲକାନଗିରି ଜିଲ୍ଲା

ଜିଲ୍ଲା ସମ୍ବନ୍ଧରେ

ସାଧାରଣତଃ ମାଲକାନଗିରିର ମୁଖ୍ୟାଳୟ ସଦର ପରବର୍ତ୍ତୀ କାଳରେ ମାଲକାନଗିରି ଜିଲ୍ଲା ନାମରେ ନାମିତ ହୋଇଅଛି । ସନ୍ 1936 ମସିହାରେ ଓଡ଼ିଶା ପ୍ରଦେଶ ଗଠନ ସମୟରେ ମାଲକାନଗିରିଟି ଗୋଟିଏ ‘ତାଲୁକ’ ଭାବରେ କୋରାପୁଟ ଜିଲ୍ଲାର ନବରଙ୍ଗପୁର ସବ୍-ଡିଭିଜନ ଅନ୍ତର୍ଗତ ଥିଲା ।ଏହା 1962 ମସିହାରେ କୋରାପୁଟ ଜିଲ୍ଲାର ଏକ ସବ୍-ଡିଭିଜନ୍ ପାହ୍ୟାରେ ଉପନୀତ ହେଲା। ଯେତେବେଳେ ଓଡିଶା ସରକାରଙ୍କ ଜିଲ୍ଲା ଗୁଡିକର ପୁନଃ ସଂଗଠନ ବିଜ୍ଞପ୍ତି 1992 ମସିହା ଅକ୍ଟୋବର 01 ତାରିଖରେ ଜାରି କରାଯାଇ, 1992 ମସିହା ଅକ୍ଟୋବର 02 ତାରିଖରେ କାର୍ଯ୍ୟକାରୀ ହେବା ପରେ ବର୍ତ୍ତମାନର ମାଲକାନଗିରି ଜିଲ୍ଲା ନିଜର ସ୍ୱତନ୍ତ୍ର ପରିଚୟ ପାଇପାରିଲା । ଏହାର ବିସ୍ତୃତି , 17 ଡିଗ୍ରୀ 45’ ଉତ୍ତରରୁ 18 ଡିଗ୍ରୀ 40’ ଉତ୍ତର ଅକ୍ଷାଂଶ ଏବଂ 81 ଡିଗ୍ରୀ 10’ ପୂର୍ବ ଦ୍ରାଘିମାରୁ 82 ଡିଗ୍ରୀ ପୂର୍ବ ଦ୍ରାଘିମା ଅଞ୍ଚଳରେ 5791 ବର୍ଗ କିଲୋମିଟର ପର୍ଯ୍ୟାପ୍ତ ଅଟେ । ଏହି ଜିଲ୍ଲାଟି ଜନବିରଳ ହେଲେ ମଧ୍ୟ ପୁରୁଷ ଓ ସ୍ତ୍ରୀ ସଂଖ୍ୟା ମଧ୍ୟରେ ଅଧିକ ପାର୍ଥକ୍ୟ ନାହିଁ । ପ୍ରାୟତଃ ଅଖଣ୍ଡ ।ସଂପୂର୍ଣ୍ଣ ଜିଲ୍ଲାଟି ବିସ୍ତୃତ ଘନ ଜଙ୍ଗଲ ସହିତ, ଶତକଡା ଅନୁପାତରେ ଅଳ୍ପ ସଂଖ୍ୟକ ଲୋକ ସହରାଞ୍ଚଳରେ ବାସ କରନ୍ତି । ଏହି ଜିଲ୍ଲାଟି ଦୁଇଗୋଟି ଭୌତିକ ବିଭାଗରେ ପୃଥକୀକୃତ । ପୂ୍ର୍ବାଞ୍ଚଳ ଭାଗଟି ତୀଖ ଘାଟି, ମାଳଭୂମି ଓ ଉପତ୍ୟକାରେ ପରିପୂର୍ଣ୍ଣ । ବିକ୍ଷିପ୍ତ ନିବାସୀମାନଙ୍କ ମଧ୍ୟରେ ପ୍ରାଚୀନ ଆଦିବାସୀ ବଣ୍ଡା, କୋୟା ଏବଂ ଦିଦାୟୀ ସଂପ୍ରଦାୟ ଉଲ୍ଲେଖନୀୟ । ଏହି ଜିଲ୍ଲାଟି ଶିକ୍ଷାରେ ପରିମିତ, ଶିକ୍ଷିତ ମାନଙ୍କ ମଧ୍ୟରେ ”ପୁରୁଷ” ଶିକ୍ଷିତ, ”ସ୍ତ୍ରୀ” ଶିକ୍ଷିତ ଠାରୁ ଅତି ଦୂରରେ ।ଏହି ଜିଲ୍ଲାର ଜଳବାୟୁ ସାଧାରଣତଃ ଶୀତ ଋତୁରେ ଥଣ୍ଡା ଏବଂ ଗ୍ରୀଷ୍ମ ଋତୁରେ ତାପମାତ୍ରା 13 ଡିଗ୍ରୀ ସେଲସିୟସରୁ 47 ଡିଗ୍ରୀ ସେଲସିୟସକୁ ତ୍ୱରାନ୍ୱିତ ହୁଏ । ବାର୍ଷିକ ହାରାହାରି ବର୍ଷାନୁପାତ ପ୍ରାୟ 1700 ମିଲିମିଟର ଅଟେ । ସାଧାରଣତଃ ବର୍ଷାଋତୁ ଏବଂ ବର୍ଷାଋତୁ ପର ମାସଗୁଡିକର ଆପେକ୍ଷିକ ଆର୍ଦ୍ରତା ଉଚ୍ଚ ଅଟେ । ବର୍ଷାଋତୁ ସମୟରେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଅଗମ୍ୟ । ସନ୍ତସନ୍ତିଆ ଓ ଅତ୍ୟାଧିକ ବନ୍ୟା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୁଏ । ଏହି ଜିଲ୍ଲାଟି ମ୍ୟାଲେରିଆ ପ୍ରବଣ ପରିଧିରେ ଆଦୃତ ।

  • କ୍ଷେତ୍ରଫଳ: ୫,୭୯୧ ବର୍ଗ କି.ମି.
  • ଜନସଂଖ୍ୟା: ୬,୧୩,୧୯୨
  • ବ୍ଲକ: ୦୭
  • ପୌର ନିଗମ : ୨

କୃଷି

କୃଷି ନିର୍ଦ୍ଦେଶାଳୟ ବିଭିନ୍ନ ପ୍ରକାର ଚାଷ ଯୋଜନା ପାଇଁ ସଂପ୍ରସାରଣ ସେବା ଯୋଗାଇ ଦେଇଥାନ୍ତି । ଏହି କାର୍ଯ୍ୟକ୍ରମ ଗୁଡିକ ରାଜ୍ୟ ଯୋଜନା ଓ କେନ୍ଦ୍ର ଯୋଜନା ଯଥା- ଜାତୀୟ ଖାଦ୍ୟ ନିରାପତ୍ତା ମିଶନ, କୃଷି ସଂପ୍ରସାରଣ ଓ ପ୍ରଯୁକ୍ତି ବିଦ୍ୟା ଜାତୀୟ ମିଶନ, ଚିରପୋଷ୍ୟମାନ କୃଷି ପାଇଁ ଜାତୀୟ ମିଶନ, ଜାତୀୟ ତୈଳବୀଜ ଓ ତାଳତେଲ ମିଶନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା । କୃଷି ସଂପ୍ରସାରଣ ଏବଂ ପ୍ରଯୁକ୍ତି ବିଦ୍ୟା ଜାତୀୟ ମିଶନ ଚାରିଭାଗରେ ବିଭକ୍ତ ଯଥା – କୃଷି ଯାନ୍ତ୍ରିକକରଣ ଉପମିଶନ, ବିହନ ଓ ରୋପଣ ଦ୍ରବ୍ୟ ଉପମିଶନ, କୃଷି ସଂପ୍ରସାରଣ ଉପମିଶନ ଏବଂ ଫସଲ ସୁରକ୍ଷା ଓ ଫସଲ କ୍ୱାରେଣ୍ଟାଇନ ଉପମିଶନ । ରାଜ୍ୟ ଯୋଜନାରେ ଧାଡି ବୁଣା, ଧାଡି ରୁଆ, ଶ୍ରୀ ପଦ୍ଧତିରେ ଧାନ ଚାଷ, ବିହନ ବିଶୋଧନ ଅଭିଯାନ, ଜଳନିଧି, ବିଜୁ କୃଷକ କଲ୍ୟାଣ ଯୋଜନା ଇତ୍ୟାଦି କାର୍ଯ୍ୟକାରୀ ହେଉଅଛି ।

ଋତୁ ଅନୁଯାୟୀ ଚାଷ ହେଉଥିବା ଫସଲ

ଖରିଫ ଫସଲ

  • ଧାନ – (ଅଧିକ ଅମଳକ୍ଷମ / ଶଙ୍କର/ ଦେଶୀ)।
  • ମକା – (ଅଧିକ ଅମଳକ୍ଷମ / ଦେଶୀ), ଜୋଆର, ବାଜରା, ମାଣ୍ଡିଆ, ସୁଆଁ ଜାତୀୟ, ମୁଗ ବିରି, ହରଡ, ଅନ୍ୟାନ୍ୟ ଡାଲି ଜାତୀୟ ଫସଲ, ଚିନାବାଦାମ, ରାଶି, ଜଡା, ଅଳସୀ, ମେସ୍ତା, କନ୍ଦମୂଳ, ଅନ୍ୟାନ୍ୟ ପନିପରିବା, ଲଙ୍କା, ଅଦା ଓ ହଳଦୀ ।

ରବି ଫସଲ

  • ମକା, ଚିନାବାଦାମ, ବୁଟ, ମଟର, ଝୁଡଙ୍ଗ, କୋଳଥ, ସୋରିଷ, ରାଶି, ସୂର୍ଯ୍ୟମୁଖୀ, ଆଳୁ, ପିଆଜ, ଅନ୍ୟାନ୍ୟ ପନିପରିବା, ଲଙ୍କା, ରସୁଣ, ଧଣିଆ, ଆଖୁ ।

ଖରାଟିଆ ଫସଲ

  • ଧାନ (ଅଧିକ ଅମଳକ୍ଷମ/ଶଙ୍କର), ମୁଗ, ପନିପରିବା, ମକା।

ମାଟିର ଗଠନ

ମାଲକାନଗିରି ଜିଲ୍ଲାରେ ନାଲି, ମାଙ୍କଡିଆ (ଗୋଡି) ଓ କଳାମାଟି ପରିଲକ୍ଷିତ ହୁଏ ଏବଂ ସାଧାରଣତଃ ଅମ୍ଳ ଅଟେ । ଫସଫରସ୍ ଓ ପଟାସ୍ ପରିମାଣ ମାଟିରେ ଅଧିକ ଦେଖାଯାଏ । ମାଲକାନଗିରି ବ୍ଲକ ବ୍ୟତୀତ ଅନ୍ୟ ସମସ୍ତ ଛଅଗୋଟି ବ୍ଲକର ଯବକ୍ଷାରଜାନ ମଧ୍ୟମ ଧରଣର, କିନ୍ତୁ ମାଲକାନଗିରି ବ୍ଲକର ଯବକ୍ଷାରଜାନ ନିମ୍ନ (ଅଳ୍ପ) ଧରଣର ଅଟେ ।

ସ୍ୱାସ୍ଥ୍ୟ

କରୋନା ଭୂତାଣୁର ସଂକ୍ରମଣରେ ବିଶ୍ଵର ଅଧିକାଂଶ ଦେଶ ସଂକ୍ରମିତ ହୋଇସାରିଛନ୍ତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସଂକ୍ରମଣକୁ ଏକ ଜରୁରୀକାଳୀନ ଜନସ୍ଵାସ୍ଥ୍ୟ ସମସ୍ୟା ଭାବରେ ଘୋଷଣା କରିଛନ୍ତି । ଏଥିପାଇଁ ସଚେତନତା ତଥା ପ୍ରତିଷେଧକ ଉପାୟ ଆପଣେଇବା ହିଁ ଏକନ୍ତ ଜରୁରୀ । କାର୍ଯ୍ୟସ୍ଥଳୀରେ ଏକାଧିକ ବ୍ୟକ୍ତି କାମ କରୁଥିବା ବେଳେ ଏହି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଏହାର ପ୍ରତିରୋଧ ପାଇଁ ପ୍ରତ୍ୟେକ କାର୍ଯ୍ୟସ୍ଥଳୀରେ ପ୍ରତିଷେଧକ ଉପାୟ ଅବଲମ୍ବନର ବିଶେଷ ଆବଶ୍ୟକତା ଅଛି ।

ଆଧିକ ଜାଣିବା ପାଇଁ କ୍ଲିକ କରନ୍ତୁ ।

ଶିକ୍ଷା

ମାଲକାନଗିରି ଜିଲ୍ଲାର ଶିକ୍ଷା ରୂପରେଖା -

ମାଲକାନଗିରି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ମାଲକାନଗିରି ତା 5/7/12ରିଖ ଠାରୁ ବିଧିବଦ୍ଧ ଭାବରେ କାର୍ଯ୍ୟ ଆରମ୍ଭ କରି ଆସୁଛି। ଓଡିଶା ସରକାରଙ୍କ ବିଜ୍ଞାପନ ସଂଖ୍ୟା ୧୩୯୩୫/ବିଦ୍ୟାଲୟ ଗଣଶିକ୍ଷା ବିଭାଗ ତା ୩୦/୫/୧୨ ଅତିରିକ୍ତ ଶାସନ ସଚିବ ବିଦ୍ୟାଲୟ ଗଣଶିକ୍ଷା ବିଭାଗଙ୍କ ଅନୁଯାୟୀ ପୂର୍ବ ଜୟପୁର ଶିକ୍ଷାମଣ୍ଡଳ ଜୟପୁର ଠାରୁ ବିଭାଜନ ହୋଇ ଛାତ୍ରଛାତ୍ରୀ ମାନଙ୍କର ବିଜ୍ଞାନ,କ୍ରିଡା,ସାମାଜିକ ସେବା ଆଦର୍ଶ ନାଗରିତ୍ୱ ଇତ୍ୟାଦି ସହ ଶିକ୍ଷଣ କାର୍ଯ୍ୟ କ୍ରମ ଗୁଡିକର ଦକ୍ଷତା ଅଭିବୃତି ନିମନ୍ତେ ରାଜ୍ୟର ପ୍ରତି ରାଜ୍ୱସ୍ୱ ଜିଲ୍ଲାରେ ବିଦ୍ୟାଲୟ ଗଣଶିକ୍ଷା ବିଭାଗ ଏବଂ ମାଧ୍ୟମିକ ଶିକ୍ଷାପରିଷଦ ଓଡିଶାଙ୍କ ନିୟମ ଅନୁଯାୟୀ କାର୍ଯ୍ୟକାରି ହୋଇଆସୁଛି ।

ସ୍ୱାକ୍ଷର ଭାରତ କାର୍ଯ୍ୟକ୍ରମ -

ସ୍ୱାକ୍ଷର ଭାରତ କାର୍ଯ୍ୟକ୍ରର୍ମଟି ଭାରତ ସରକାରଙ୍କ ଏକ ପ୍ରୟୋଜିତ କାର୍ଯ୍ୟକ୍ରମ । ଏହା ଓଡିଶାରେ ତା ୨୮/୦୨/୧୧ ରିଖ ଆରମ୍ଭ ହେଲା ଏବଂ ମାଲକାନଗିରି ଜିଲ୍ଲାରେ ତା ୨୮/୦୭/୧୪ ରିଖ ଠାରୁ କାର୍ଯ୍ୟକାରୀ ହେଲା ।୧୫ ବର୍ଷରୁ ଉର୍ଦ୍ଧ ବୟସ ସୀମା ଭିତରେ ଯୁବ ଅଶିକ୍ଷିତ ବର୍ଗର ବିଶେଷ କରି ମହିଳା ଅନୁସୂଚିତ ଜାତି/ଅନୁସୂଚିତ ଅଣଜାତି, ସଂଖ୍ୟାଲଘୁ ଓ ଅନଗ୍ରସର ବର୍ଗଙ୍କୁ ଶିକ୍ଷିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।ଏହି କାର୍ଯ୍ୟକ୍ରମ ପାଇଁ ଭାରତ ସରକାର ତଥା ଓଡିଶା ସରକାରଙ୍କର ଅନୁଦାନ ଯଥାକ୍ରମେ ୭୫:୨୫ ଅନୁପାତ ରହିଛି ।
ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଏହି ଯେ କୈଶର ଶିକ୍ଷାକୁ ବୃଢ କରିବାରେ ପ୍ରୋସ୍ଚାହନ କରିବ । ବିଶେଷକରି ମହିଳାମାନେ ଯେଉଁମାନେ କି ବିଦ୍ୟାଳୟରୁ ଅନୁଷ୍ଠାନ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ଓ ସେମାନଙ୍କର ଅନୁଷ୍ଠାନ ଶିକ୍ଷା ପାଇଁ ବୟସ ସୀମା ଅତିକ୍ରମ ହୋଇଛି ।

ଏହି କାର୍ଯ୍ୟକ୍ରମ ନାରୀ ଓ ପୁରୁଷ ମଧ୍ୟରେ ଶିକ୍ଷାର ବ୍ୟବଧାନକୁ ହ୍ରାସ କରିବା ସହିତ, ମହିଳା ମାନକୁ ସଶକ୍ତି କରଣ ଓ ସାମାଜିକ ବିକାଶରେ ସହାୟକ ହେଉଛି।

ଉକ୍ତ କାର୍ଯ୍ୟକ୍ରମର ୪ଟି ପ୍ରମୁଖ ଉଦ୍ଦେଶ୍ୟ ରହିଛି :-

  1. ଏହା ଆନୁଷ୍ଠାନିକ ଶିକ୍ଷାକୁ ପ୍ରୋସ୍ଚାହନ ନେଉଛି ଓ ବହୁ ନିରକ୍ଷର ବକ୍ଷସ୍କମାନଙ୍କୁ ସ୍ୱାକ୍ଷର କରିବାରେ ସହାୟକ ହେଉଛି ।
  2. ଏହି କାର୍ଯ୍ୟକ୍ରମ ଯୋଗୁଁ ନିରକ୍ଷର ବକ୍ଷସ୍କମାନଙ୍କର ଶିକ୍ଷା ଜାରି ରଖିବା ସହିତ ସେମାନଙ୍କୁ ଆନୁଷ୍ଠାନିକ ଶିକ୍ଷା ପ୍ରାପ୍ତପାଇଁ ସକ୍ଷମ କରୁଛି ।
  3. ଅନେକ ନିରକ୍ଷର ଓ ଅର୍ଦ୍ଧଶିକ୍ଷିତଙ୍କର ଜୀବିକା ନିର୍ବାହରେ ସହୟୁକ ଦକ୍ଷତା ବିକାଶ ହେଉଛି ।
  4. ଅର୍ଦ୍ଧଶିକ୍ଷିତ ବୟସ୍କ ମାନଙ୍କର ଶିକ୍ଷା ଜାରି ରହିବା ଫଳରେ ଶିକ୍ଷିତ ସମାଜ ପାଇଁ ଏହା ସୁଯୋଗ ସୃଷ୍ଟି କରୁଛି ।

ପାଇକା(PYKKA):-

ଭାରତ ସରକାରଙ୍କର ପାଇକା (PYKKA) ଯୋଜନା ପ୍ରତ୍ୟକ ରାଯ୍ୟରେ ୨୦୦୮/୦୯ ରେ କାଯ୍ୟକାରି ହୋଇଛି । ପାଇକା (PYKKA) ଅନୁଦାନ ମୁଖ୍ୟତଃ ନିମ୍ନ ଅଂଶ ବିଶେଷକୁ ନେଇ ଗଠିତ।

  1. ଥରିକିୟା ମୂଳ ପୁଞି ଅନୁଦାନ:- ଖେଳ ପଡିଆର ସୃଷ୍ଟି ଓ ବିକାଶ ନିମନ୍ତେ ।
  2. ବାର୍ଷିକ ପ୍ରାପ୍ତ ଅନୁଦାନ:- ଖେଳ ଉପକରଣ କ୍ରୟ ନିମନ୍ତେ ୧୦,୦୦୦ ଟଙ୍କା ।
  3. ବାର୍ଷିକ କାର୍ଯ୍ୟକାରି ଅନୁଦାନ:- କ୍ରିଡା କର୍ମି ମାନଙ୍କ , କ୍ରିଡା ଅନୁସଂଗୀକ କାର୍ଯ୍ୟ ବାବଦରେ ପାରିଶ୍ରମିକ ୬,୦୦୦ ଟଙ୍କା ।
  4. ପାଇକା (PYKKA) କେନ୍ଦ୍ରର ଖେଳ ପଡିଆ ଉନ୍ନତି କରଣ ପାଇଁ ପ୍ରତି ଗ୍ରାମ ପଞ୍ଚାୟତକୁ ୧,୦୦,୦୦୦ (ଏକ ଲକ୍ଷ ଟଙ୍କା) ଓ ପ୍ରତି ବ୍ଳକ ସ୍ତରକୁ ୫,୦୦,୦୦୦(ପାଞ୍ଚ ଲକ୍ଷ ଟଙ୍କା) ଖର୍ଚ୍ଚ ବାବଦକୁ ସ୍ଥିର କରାଜାଇଛି । ଏତତ ବ୍ୟତିତ ବାର୍ଷିକ ଅନୁଦାନ ପ୍ରତି ଗ୍ରାମ ପଞ୍ଚାୟତକୁ ୧୦,୦୦୦ (ଦଶ ହଜାର) ଲେକାଏଁ ଏବଂ ପ୍ରତି ବ୍ଳକ ସ୍ତରକୁ ୨୦,୦୦୦ (କୋଡିଏ ହଜାର) ଲେଖାଏଁ ବିଭିନ୍ନ ଖେଳ ପାଇଁ ଉଦ୍ଦିଷ୍ଟ ଅଛି ।

ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମାଗଣା ସାଇକେଲ ବଣ୍ଟନ ଯୋଜନା

ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ସାଇକେଲ ବଣ୍ଟନମାଗଣା ସାଇକେଲ ବଣ୍ଟନ ସରକାରଙ୍କ ଏକ ସର୍ବୋକୃଷ୍ଟ କାର୍ଯ୍ୟକ୍ରମ ଅଟେ । ଏହା ମାଧ୍ୟମିକ ଶିକ୍ଷାପ୍ରତି ବିମୁଖ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଏକ ପ୍ରୋତ୍ସାହନ ଯୋଗାଇବା ସହିତ ଶିକ୍ଷାପ୍ରତି ଆକଶ୍ରଣ ସୃଷ୍ଟି କରୁଛି । ଉକ୍ତ ଯୋଜନାରେ ସମସ୍ତ ଦଶମ ଶ୍ରେଣୀର ବାଳିକା ବିଶେଷ କରି ସରକାରୀ/ସରକାରି ଅନୁଦାନ ବିଦ୍ୟାଳୟ ଓ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମସ୍ତ ଅନୁସୂଚିତ ଜାତି ଓ ଜନଜାତିର ବାଳକ ବିଶେଷ କରି ୧୧୮ ଟି T.S.P ବ୍ଳକ ଅନ୍ତର୍ଭୁକ୍ତ ।

ବିଗତ ୨୦୧୬/୧୭ ବର୍ଷର ୩,୨୮,୯୫,୨୦୦(ତିନି କୋଟି ଅଠେଇଶ ଲକ୍ଷ ପଞ୍ଚାନବେ ହଜାରେ ଦୁଇ ଶହ) ଅର୍ଥରାଶି ୧୨,୬୫୨ ଜଣ ହିତାଧିକାରୀଙ୍କୁ ସାଇକେଲ କିଣିବା ବାବଦରେ ସେମାନଙ୍କ ଜମାଖାତାରେ ଜମାକରାଯାଇଛି ।

କଳା ଏବଂ ସଂସ୍କୃତି

ମାଲକାନଗିରି ଜିଲ୍ଲାର ସଂସ୍କୃତି ଜିଲ୍ଲାର ପ୍ରମୁଖ ଲୋକସଂଖ୍ୟା ଆଦିବାସୀ ଲୋକଙ୍କ ଦ୍ୱାରା ଗୀତ ଓ ନାଚ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୁଏ । ଏଠାକାର ପ୍ରମୁଖ ଆଦିବାସୀଗଣ ଯଥା ବଣ୍ଡା, ଗଦବା, କନ୍ଧ ଓ କୋୟା ମାନେ ଦେଖାଯାଆନ୍ତି । ସଂଗୀତ ଏହି ଆଦିବାସୀ ମାନଙ୍କ ମୁଖ୍ୟ ମନୋରଞ୍ଜନ ଅଟେ ଏବଂ ପର୍ବପର୍ବାଣୀ ସମୟରେ ଏହା ସେମାନଙ୍କର ମନପସନ୍ଦର ଅତିବାହିତ ସମୟ ହୁଏ । ବାଦ୍ୟଯନ୍ତ୍ରରେ ବିଭିନ୍ନ ପ୍ରକାରର ପ୍ରାକୃତିକ ଉପକରଣମାନ ବ୍ୟବହୃତ ହୁଏ ।

ଯଦିଓ ପ୍ରତ୍ୟେକ ଆଦିବାସୀ ସଂପ୍ରଦାୟର ନିଜର ସଙ୍ଗୀତ ଓ ବାଦ୍ୟଯନ୍ତ୍ର ଉପକରଣରେ ପ୍ରଭେଦ ଥାଏ, କେତେକ ଯନ୍ତ୍ରଗୁଡିକର ପ୍ରସ୍ତୁତ କାରସାଦି ଏପରି କୌଶଳରେ ତିଆରି ଅତ୍ୟନ୍ତ ସାଧାରଣ ହେଲେ ବି ସେମାନଙ୍କୁ ଅନୁକରଣ କରିବା ପ୍ରାୟ ଅସମ୍ଭବ ।ପ୍ରତ୍ୟେକ ଆଦିବାସୀ ସଂପ୍ରଦାୟରେ ବିଭିନ୍ନ ପ୍ରକାରର ବାଦ୍ୟ ନିର୍ଦ୍ଧାରିତ ଥାଏ । ମହିଳା ମାନେ ଯେତେବେଳେ ଜମିରେ କାମ କରନ୍ତି, ସେତେବେଳେ ସମବେତ ଗୀତ ଗାନ କରନ୍ତି ଏବଂ ପୁରୁଷ ଓ ବାଳକମାନେ ଯେତେବେଳେ ଦୂରରେ ଏକାକୀ ଗୋରୁ ଚାରଣ ବେଳେ ସେମାନେ ଧୀର ସ୍ୱରରେ ଗାନ କରନ୍ତି ।

ନାଚ ଏକ ସକ୍ରିୟାତ୍ମକ ଯେଉଥିପାଇଁ ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀମାନେ କାମାସକ୍ତ ଅଟନ୍ତି । ପର୍ବପର୍ବାଣୀ ସମୟରେ ନାଚଦଳ ସନ୍ଧ୍ୟା ସମୟରେ ଆରମ୍ଭ କରନ୍ତି, ରାତି ସଂପୂର୍ଣ୍ଣ କରନ୍ତି ଏବଂ ସାରାଦିନ ମଧ୍ୟ ଚାଲୁ ରଖନ୍ତି । ପ୍ରତି ଆଦିବାସୀ ସଂପ୍ରଦାୟର ନିଜର ବିଶେଷ ନାଚ ଅଛି ଏବଂ ବିଭିନ୍ନ ଋତୁରେ ଓ ଅବସରରେ ବିଭିନ୍ନ ଧରଣର ସଂଗୀତ ଅଭ୍ୟାସ କରନ୍ତି । କୋୟା ମାନଙ୍କର ଏକ ଚିତାକର୍ଷକ ନାଚ ଯେଉଁଥିରେ ପୁରୁଷମାନେ ମଇଁଷି କିମ୍ବା ଗୟଳର ଶିଙ୍ଗକୁ ସେମାନଙ୍କ ମୁଣ୍ଡରେ ବାନ୍ଧନ୍ତି ଏବଂ ଯୁଦ୍ଧ ଅନୁକରଣ ସଂଲଗ୍ନ ରହନ୍ତି । ସେମାନଙ୍କର ସ୍ତ୍ରୀ ମାନେ ମଧ୍ୟ ଗୋଲେଇରେ ପରସ୍ପରର ହାତ କାନ୍ଧରେ ପକାଇ ସୌନ୍ଦର୍ଯ୍ୟପୂର୍ଣ୍ଣ ନାଚ କରନ୍ତି । ପରଜା ନାଚ ଓ ଗାଦବାମାନଙ୍କର ନାଚ ଅତି ସାଦାରଣ ଓ ମଧ୍ୟ ଆଧ୍ୟାତ୍ମିକତାରୁ କମ୍ ନୁହଁ । ଦଣ୍ଡକାରଣ୍ୟ ପ୍ରକଳ୍ପରେ କାର୍ଯ୍ୟ କରୁଥିବା କର୍ମକର୍ତ୍ତାଙ୍କ ଦ୍ୱାରା ଅନେକ ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଗଲା । ଦଣ୍ଡକାରଣ୍ୟ ପ୍ରକଳ୍ପର ଲୋକସଂପର୍କ ଅଫିସର ମାନଙ୍କ ଦ୍ୱାରା ଗ୍ରାମଗୁଡିକରେ ଚଳଚ୍ଚିତ୍ର ପ୍ରଦର୍ଶନ ମଧ୍ୟ ଆୟୋଜିତ କଲେ । ସ୍ଥାନୀୟ ଜନସାଧାରଣ, ଶିକ୍ଷକ ଓ ସରକାରୀ ଅଫିସରମାନଙ୍କ ଆନ୍ତରିକ ଚେଷ୍ଟାରେ ନାଟକଗୁଡିକ ଜିଲ୍ଲା ମୁଖ୍ୟାଳୟରେ ଚିତ୍ତବିନୋଦନ କେନ୍ଦ୍ରରେ ପ୍ରଦର୍ଶିତ ହେଲା । ଏହି ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମଗୁଡିକରେ କଳା ମଣ୍ଡପ ବ୍ୟବହୃତ ହେଲା । ଗଞ୍ଜାମର ସଖୀ ନାଚ ମଧ୍ୟ ବେଳେ ବେଳେ ଏଠାରେ ଅଭ୍ୟାସ କରାଗଲା । ଗୋପବନ୍ଧୁ ସାଂସ୍କୃତିକ କେନ୍ଦ୍ରର ପ୍ରାୟୋଜିତ ଥିବା ବାଲିମେଳା ଏବଂ ତମସା କଳାକେନ୍ଦ୍ର ଦ୍ୱାରା କାର୍ଯ୍ୟକ୍ରମ କରାଗଲା । ଆଦିବାସୀ ଲୋକଗୀତ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରସାରିତ ହେଲା । ଏହି ପ୍ରଥା ପ୍ରକାରେ ସମସ୍ତ ଗୀତ ଓ ନାଚ ଗୁଡିକ ପାଳନରେ କେତେକ ଆଦିବାସୀ ସଂପ୍ରଦାୟକୁ ନିଷାଧାର୍ଥେ କୌଟମ୍ବିକ ଓ ବିଭ୍ୟଚାର ଦୃଷ୍ଟିରୁ ଦୂରରେ ରଖିଛି । କିନ୍ତୁ ବେଳେ ବେଳେ ନିୟମର ଶିଥିଳତା ରହିଛି । ଯେପରିକି ଗୋଟିଏ ଗ୍ରାମର ପୁରୁଷ ଓ ସ୍ତ୍ରୀ ଏକତ୍ର ନାଚ କରିବା ମନା ।

ଏହି ଆଦିବାସୀ ପର୍ବଗୁଡିକ ପ୍ରାୟତଃ ଦାନବ କିମ୍ବା ଅର୍ଦ୍ଧ ଦେବତାଙ୍କୁ ପୂଜା ଅର୍ଚ୍ଚନା କରାଯାଏ । କନ୍ଧମାନଙ୍କର ମୁଖ୍ୟ ପର୍ବ କେଦୁ ଅଟେ ଯାହାକି ଏକଦା ମନୁଷ୍ୟର ତ୍ୟାଗପୂତ ଜୀବନର ସହଯୋଗୀ ଥିଲା । ବର୍ତ୍ତମାନ ମନୁଷ୍ୟ ବଳି ପରିବର୍ତ୍ତେ ଏକ ମଇଁଷିକୁ ବଳି ଦିଆଯାଇଥାଏ । ଏହି ଆଦିବାସୀ ମାନଙ୍କର ଅନ୍ୟତମ ଆଦରଣୀୟ ଚିତ୍ତ ବିନୋଦନ ହେଉଛି ଶିକାର । ସାଧାରଣତଃ ଗ୍ରୀଷ୍ମ ଋତୁରେ ଚୈତ୍ରମାସରେ ପ୍ରହାର/ଶିକାର କରିବା ଆୟୋଜନ କରାଯାଏ ଯେଉଁଥିରେ ସମସ୍ତ ପୁରୁଷ ଓ ବାଳକମାନେ ଭାଗ ନିଅନ୍ତି । ଯଥୋଚିତ ଧନୁ ଓ ତୀର , ଟାଙ୍ଗିଆ କିମ୍ବା ବର୍ଚ୍ଛା ଓ ବେଳେବେଳେ ଜୀବନ୍ତ ବସ୍ତୁ ହତ୍ୟା ନିମିତ୍ତ ଅଗ୍ନିବାଣର ବ୍ୟବହାର ସହ ବୟସ ଓ ଲିଙ୍ଗଗତ ପ୍ରଭେଦ ନ ରଖି ସେମାନେ ଜଙ୍ଗଲରେ ମିଶନ୍ତି । ଏହି ପ୍ରକାରର ଅଭିଯାନରେ ମାର୍ଗର ଶେଷ ପରିଣତିରେ (ଗ୍ରାମରେ ଏକ ଭୋଜିର ଆୟୋଜନ କରାଯାଏ ।)

ବର୍ଷକର ବିଭିନ୍ନ ସମୟରେ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ପ୍ରକାର ପର୍ବଗୁଡିକ ପାଳନ କରାଯାଏ । ଏଥିରେ ବାସ କରୁଥିବା ହିନ୍ଦୁ ସଂପ୍ରଦାୟଙ୍କ ମୁଖ୍ୟ ପର୍ବମାନଙ୍କ ମଧ୍ୟରେ ଶିବରାତ୍ରି, ହୋଲି ଓ ରଥଯାତ୍ରା ଉଲ୍ଲେଖନୀୟ।

ଏତଦବ୍ୟତୀତ କେତେକ ପର୍ବଗୁଡିକ ଯାହା କି ନିର୍ଦ୍ଦିଷ୍ଟ ଗୋଷ୍ଠୀମାନଙ୍କ ଦ୍ୱାରା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଳନ କରାଯାଏ । ପ୍ରତିବର୍ଷ ଫାଲଗୁନର ପୂର୍ଣ୍ଣମୀ ତିଥିରେ ପ୍ରଖ୍ୟାତ ପର୍ବ ବାବା ହରିଚାନ୍ଦଙ୍କ ନର ନାରାୟଣ ସେବାଶ୍ରମରେ ତିନି ଦିନ ଧରି ପାଳନ କରାଯାଏ । ଏହା ପୋଟେରୁ ନଦୀ କୂଳରେ ବାସ କରୁଥିବା ବଙ୍ଗାଳୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ପର୍ବ ଅଟେ । ଏହା ବ୍ୟତୀତ ଏମ୍.ଭି.-7 ଗ୍ରାମର କାଶୀ କ୍ରିଷ୍ଣ ଆଶ୍ରମର ଅନ୍ୟତମ ପର୍ବ ମଧ୍ୟ ପାଳନ କରାଯାଏ । ମାଘ ପୂର୍ଣ୍ଣିମାରେ ବଙ୍ଗାଳୀମାନଙ୍କ ଦ୍ୱାରା ଏମ୍.ଭି – 3 ର ଗୌର ଗୋବିନ୍ଦ ଆଶ୍ରମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ପାଳନ କରାଯାଏ । ଏହା ବିଶାଳ ଜନସମାବେଶକୁ ଆକର୍ଷିତ କରେ ଏବଂ ଭକ୍ତମାନଙ୍କୁ ଓ ଅତିଥିମାନଙ୍କ ନିମନ୍ତେ ମାଗଣା ଖାଦ୍ୟ ରହିବା ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯାଏ । ଏହି ଯାନିଯାତ୍ରାଗୁଡିକରୁ ବଙ୍ଗାଳୀ ଲୋକଙ୍କ ପରମ୍ପରାର ଛାୟା ପ୍ରକଟିତ ହୁଏ । ଏହି ପର୍ବମାନଙ୍କ ବ୍ୟତୀତ ବଡଯାତ୍ରା, ବାଲିଯାତ୍ରା ଓ ଚୈତ୍ରପର୍ବ ଗୁଡିକ ଏହି ଜିଲ୍ଲାର ଅନ୍ୟତମ ମୁଖ୍ୟ ପର୍ବଗୁଡିକୁ ପାଳନ କରାଯାଏ ।
ମାଲ୍ୟବନ୍ତ ମହୋତ୍ସବ 2003 ମସିହାରୁ ପାଳିତ ହୋଇ ଆସୁଅଛି ଏବଂ ଲୋକମାନେ ଏହି ପର୍ବରେ ବହୁତ ଆନନ୍ଦ ଓ ମଜା ନିଅନ୍ତି।

ପର୍ଯ୍ୟଟନ ସ୍ଥଳ

ବାଲିମେଳା

ବାଲିମେଳା ଜଳ ଭଣ୍ଡାର (ଡ୍ୟାମ୍) ମାଲକାନଗିରି ଜିଲ୍ଲାରେ ଅବସ୍ଥିତ ଯାହାକି ମାଲକାନଗିରିର ପୂର୍ବ ଦିଗର ୩୫ କି.ମି. ଦୂରତାରେ ରହିଅଛି । ଏକ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସହରର ଅତି ନିକଟରେ ଓଡ଼ିଶା ସରକାର ଓ ଆନ୍ଧ୍ର ସରକାରଙ୍କ ଦ୍ୱାରା ମିଳିତ ଭାବରେ ପ୍ରତିଷ୍ଠା କରାଯାଇଅଛି ।

ସିଲେରୁ ନଦୀ ଉପରେ ବାଲିମେଳା ଠାରୁ ୨୫ କି.ମି. ଦୂରରେ ଚିତ୍ରକୋଣ୍ଡାଠାରେ ଏକ ଜଳ ଭଣ୍ଡାର ନିର୍ମାଣ କରାଯାଇଛି । ସମୁଦାୟ ଜଳଧାରର ପ୍ରବାହ ଦୁଇଟି ସରକାରଙ୍କ ସମାନ ଭାଗ ବଣ୍ଟନ କରାଯାଇଛି । ଆନ୍ଧ୍ର ପ୍ରଦେଶ ସରକାରଙ୍କ ସ୍ରୋତ ଗତି ଦିଗରେ ନଦୀକୁ ଯାହାକି ଓଡ଼ିଶା ସରକାର ବାଲିମେଳାର ଦକ୍ଷିଣ ରେ ପ୍ରାୟ ୧୫ କି.ମି ଦୂରକୁ ନଦୀର ଧାରକୁ ଗତି ପରିବର୍ତ୍ତନ କରି ଏକ ମୁଖ୍ୟ/ପ୍ରଧାନ ଶକ୍ତିରେ ପରିଣତ କରିଛି।

ଏହା ଆକଳନ କରାଯାଇଛି ଯେ ବିଜୁଳି ଘରଟି ୨୪୦,୦୦୦ କିଲୋୱାଟର ୬୦% (ଷାଠିଏ ଶତକଡ଼ା) ଭାଗ ମୌଳିକ ଉତ୍ପାଦକରେ ବ୍ୟବହାର କରାଯାଉଛି । ପଛ ଭାଗର ଜଳ ପରବର୍ତ୍ତୀ କାଳରେ ମାଲକାନଗିରି ଓ ମୋଟୁ ସମତଳ ଅଞ୍ଚଳର ୨.୪ ଲକ୍ଷ ଏକର ଜମିକୁ ଜଳସେଚନ କାର୍ୟ୍ୟରେ ବ୍ୟବହାର କରାଯାଉଛି ।

ଆମ୍ମାକୁଣ୍ଡ

ଆମ୍ମାକୁଣ୍ଡଟି ମାଲକାନଗିରି ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ଖଇରପୁଟ ବ୍ଲକ ଅନ୍ତର୍ଗତ ଏବଂ ମାଲକାନଗିରି ସଦରମହକୁମାରୁ ୭୦କି.ମି ଦୂରରେ ଅବସ୍ଥିତ ।

ଏହି ଶୀତଳ ସ୍ଥାନ ପ୍ରକୃତିର ଏକ ଜଳପ୍ରପାତକୁ ଆଲିଙ୍ଗନ କରିଛି ଯେଉଁଠି ପରବର୍ତୀ ସମୟରେ ଦୁଇ ପାହାଡ ସନ୍ଧିରେ ଏକ ଉପତ୍ୟକା ସୃଷ୍ଠି କରିଛି । ଉକ୍ତ ଗିରି ସଙ୍କଟରେ ଦେଖାଯାଉଥିବା ମୀନଗୁଡିକ ସମ୍ପୂର୍ଣଭାବେ ଲୋକମାନଙ୍କ ସହ ବନ୍ଧୁତ୍ଵ ସ୍ଥାପନ କରନ୍ତି ଓ ଏହା ଭଗବାନ ବିଷ୍ଣୁଙ୍କ ମୀନ ଅବତରକୁ ବିଶ୍ଵାସ କରାଯାଏ । ପରିଦର୍ଶକ ମାନଙ୍କ ସେହି ସ୍ଥାନରେ ରହଣି ସମୟରେ ମାଛମାନଙ୍କୁ ଖାଦ୍ୟ ଯୋଗେଇ ଆନନ୍ଦ ଉପଭୋଗ କରନ୍ତି । ଏହି ସ୍ଥାନଟି ନିଘଞ୍ଚ ଜଙ୍ଗଲ ଏବଂ କ୍ଷୁଦ୍ର କୁଦ/ଢିପ ଦ୍ଵାରା ଅବୃତ ।

ସତିଗୁଡ଼ା ନଦୀବନ୍ଧ

ସତୀଗୁଡ଼ା ନଦୀବନ୍ଧ ମାଲକାନଗିରି ଜିଲ୍ଲାଠାରୁ ମାତ୍ର 8 କି.ମି ଦୂରରେ ଅବସ୍ଥିତ । ଏହି ଜଳଭଣ୍ଡାର ଦ୍ୱାରା ମାଲକାନଗିରି ଓ କୋରୁକୋଣ୍ଡା ବ୍ଲକର କୃଷି ଉପଯୋଗୀ ଜମିକୁ ଜଳସେଚନ କରାଯାଇଥାଏ ।ଜଳଭଣ୍ଡାର ମଧ୍ୟରେ ବୋଟିଙ୍ଗ କରିବାର ସୁବିଧା କରାଯାଇଛି ।

ନଦୀବନ୍ଧର ଅନତି ଦୂରରେ ଏକ ମନ୍ଦିରରେ ଭଗବାନ ଶିବ ପୂଜା ପାଉଛନ୍ତି । ବହୁତ ଗୁଡିଏ କ୍ଷୁଦ୍ର ପର୍ବତ ଜଙ୍ଗଲ ଏବଂ ଜଳଧାରା ଦ୍ୱାରା ପରିବେଷ୍ଟିତ ଏହି ଜଳଭଣ୍ଡାରର ପ୍ରାକୃତିକ ସୌନ୍ଦର୍ଯ୍ୟ ଅନେକ ପର୍ଯ୍ୟଟକଙ୍କୁ ବଣଭୋଜି କରିବା ପାଇଁ ଆକୃଷ୍ଠ କରିଥାଏ । ଏହି ଇକୋ ପର୍ଯ୍ୟଟନ କ୍ଷେତ୍ର ଏକ ଭି.ଏସ୍.ଏସ୍. ଦ୍ୱାରା ପରିଚାଳିତ ଅଟେ । ଏଠାରେ ଓଡ଼ିଶା ସରକାରଙ୍କ ବନ ବିଭାଗର ଏକ ଅତିଥି ଭବନ ଅଛି ।

ଭୈରବୀ ମନ୍ଦିର

ଭୈରବୀ ମନ୍ଦିର ମାଲକାନଗିରି ସହର ଠାରୁ ୩ କି.ମି. ଦୂରତାରେ ଭୈରବୀ ମନ୍ଦିର ଅବସ୍ଥିତ ।

ଜୟପୁରରୁ ମାଲକାନଗିରିକୁ ଆସୁଥିବା ଯାତ୍ରୀ ଏବଂ ମାଲକାନଗିରିରୁ ଯାଉଥିବା ଯାତ୍ରୀ ମାଁ ଭୈରବୀଙ୍କ ଠାରେ ନିଜର ନିରାପଦ ଯାତ୍ରା ପାଇଁ ପୂଜା କରିଥାନ୍ତି ।

ଅନେକ ଧାର୍ମିକ ପରିଦର୍ଶକ ଏହି ମନ୍ଦିରରେ ଦିନତମାମ ପୂଜା କରିବା ପାଇଁ ଆଗ୍ରହର ସହ ଆସିଥାନ୍ତି । ବିଶ୍ୱାସ କରାଯାଏ ଯେ ମାଁ ଭୈରବୀ ମାଲକାନଗିରିର ରାଜାଙ୍କ ଦ୍ୱାରା ପୂଜିତ ହୋଇ ଆସୁଥିଲେ । ଯାହାଙ୍କର ଦୁର୍ଗ ଏବେ ମଧ୍ୟ ମନ୍ଦିର ସମ୍ମୁଖରେ ଥିବା ରାଜାରାଣୀ ପାହାଡ ଉପରେ ଦେଖିବାକୁ ମିଳେ ।

ନାଗରିକ ସେବା

ସରକାରଙ୍କ ତରଫ ରୁ ମିଳୁଥିବା ନାଗରିକ ସେବା ଗୁଡିକ ବିଷୟରେ ଅଧିକ ଜାଣିବା ପାଇଁ "କ୍ଲିକ" କରନ୍ତୁ ।

ବିଭିନ୍ନ ସରକାରୀ ବିଭାଗ ଜରୁରୀ ନମ୍ବର

ବିଭିନ୍ନ ସରକାରୀକୁ ଯୋଗାଯୋଗ କରିବା ପାଇଁ ଜରୁରୀ ନମ୍ବର ବିଷୟରେ ସୂଚନା ଦିଆଯାଇଛି । ଅଧିକ ଜାଣିବା ପାଇଁ କ୍ଲିକକରନ୍ତୁ ।

ଆଧାର - ମାଲକାନାଗିରି ଜିଲ୍ଲା ପୋର୍ଟାଲ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate