অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୁନ୍ଦରଗଡ

ଐତିହାସିକ ପୃଷ୍ଠଭୂମି

ଅଧୁନା ସୁନ୍ଦରଗଡ଼ ସହରର ଐତିହାସିକ ପୃଷ୍ଠଭୂମି ବେଶ ପ୍ରାଚୀନ । ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ସୁନ୍ଦରଗଡ଼ ସହର

ଜାହିର କରି ସୁନ୍ଦରଗଡ଼ ଜିଲାର କ୍ରୀଡ଼ା ନୈପୁଣ୍ୟରେ ଏକଦା ଏହା ଦକ୍ଷିଣ କୋଶଳ ରାଜ୍ୟର ଅଂଶାବଶେଷ ଥିଲା । ଜନଶ୍ରୁତି ଅନୁଯାୟୀ କେଶରୀ ରାଜବଂଶ ଓ ପରବର୍ତ୍ତୀ ସମୟରେ ପାରମାର ରାଜପୁତ ବଂଶୀୟ ଶାସକ ଏଠାରେ ରାଜୁତି କରୁଥିଲେ । ଶିଖର ଦେଓ ଉପାଧିଧାରୀ ଶାସକମାନେ ଗାଙ୍ଗପୁରଗଡ଼ ରାଜ୍ୟ ନାମରେ ଏଠାରେ ଶାସନ କରୁଥିବା ବେଳେ ଏହାର ରାଜଧାନୀ ଥିଲା ଶୁଆଡି ବା ଶୁଆଡ଼ିହି । ୧୮୬୦ ମସିହାରେ ରାଜା ଜନାର୍ଦ୍ଦନଙ୍କ ଦ୍ଵାରା ଜଗତଗଡ଼ରୁ ସ୍ଥାନାନ୍ତର ହୋଇ ମାତ୍ର ୨ ବର୍ଗ ମାଇଲ ପରିମିତ କ୍ଷେତ୍ରରୁ ଆରମ୍ଭ ହୋଇଥିବା ଗାଙ୍ଗପୁର ରାଜ୍ୟର ଶେଷ ରାଜଧାନୀ ରୂପେ ସ୍ଥାପିତ କ୍ଷୁଦ୍ର ଗ୍ରାମ ଶୁଆଡିହି ଶେଖରବଂଶଜ ଶାସକ ରଘୁନାଥ ଶେଖର ଦେଓଙ୍କ ରାଜତ୍ଵ ସମୟରେ ୧୯୦୮ରୁ ୧୦ ମଧ୍ୟରେ ଏହାକୁ ସୁନ୍ଦରଗଡ଼ ନାମରେ ନାମିତ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧୂ ଏହା ସୁନ୍ଦରଗଡ଼ ନାମରେ ପରିଚିତି ଲାଭ କରିଛି । ସମୟର ତାଳ ଦେଇ ସୁନ୍ଦରଗଡ଼ର ବିକାଶ ଓ  ଉନ୍ନତି ହୋଇଥିଲା । ପ୍ରଥମେ ସୁନ୍ଦରଗଡ଼ ସହର ୧୯୫୧ ମସିହାରେ ୨୩. ୮୩ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳକୁ ନେଇ ପୌର ପରିଷଦ ଗଠିତ ହେଲା । ଏଥିରେ ୧୦ଟି ୱାର୍ଡ ରହିଥିଲା । ୧୯୭୧ ଜନଗଣନା ଅନୁଯାୟୀ ଏହି ସହରର ଜନସଂଖ୍ୟା ୧୭ହଜାର ୨୪୪ ରହିଥିଲା । ୨୦୧୧ ଜନଗଣନା ଅନୁଯାୟୀ ଏହି ସହରର ଜନସଂଖ୍ୟା ୪୫,୦୨୫ ଥିଲା । ବର୍ତ୍ତମାନ ଏହାର ଜନସଂଖ୍ୟା ୫୦ହଜାର ଟପିବାକୁ ବସିଲାଣି ।

ପ୍ରାକୃତିକ ଶୋଭାରଜିରେ ପରିପୂର୍ଣ୍ଣ ସୁନ୍ଦରଗଡ ସହର  ଜିଲାର ସଦର ମହକୁମା । ସୁନ୍ଦରଗଡ଼ ଜିଲା ଏକ ଶିଳ୍ପ ସମୃଦ୍ଧ ଜିଲା ଭାବେ ଓଡିଶାରେ ଖ୍ୟାତି ଅର୍ଜନ  କରିଥିବା ବେଳେ ଆୟତନ ଦୃଷ୍ଟିରୁ ଏହା ଓଡିଶାର ଦ୍ଵିତୀୟ ବୃହତ୍ତମ ଜିଲାର ମାନ୍ୟତା ଲାଭ କରିଛି । ଏତଦ୍‌ବ୍ୟତୀତ କ୍ରୀଡା କ୍ଷେତ୍ରରେ ସୁନ୍ଦରଗଡ଼ ଜିଲା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ଜାତୀୟ କ୍ରୀଡ଼ା ହକିର ଅନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ ମାଟିରୁ ପଦ୍ମଶ୍ରୀ ଦିଲୀପ ତିର୍କୀ, ଲାର୍ଜରୁସ ବାର୍ଲା, ପ୍ରବୋଧ ତିର୍କୀ, ଇଗନେସ୍‌ ତିର୍କୀ, ସୁଭଦ୍ରା ପ୍ରଧାନ ଆଦି ଅଲମ୍ପିୟାର୍ଡ ହକି ତାରକାମାନେ ଭାରତୀୟ ହକିର ଖ୍ୟାତି ବୃଦ୍ଧି କରିବା ସହ ଓଡ଼ିଶା ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ଜିଲାର ଉଭୟ ପୁରୁଷ ଓ ମହିଳା କ୍ରୀଡାବିତ୍‌ମାନେ ମଧ୍ୟ ଅନ୍ତର୍ଜାତୀୟସ୍ତରରେ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରି ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ଚଳିତବର୍ଷ ଉଭୟ ପୁରୁଷ ଓ ମହିଳା ବର୍ଗରେ ଭାରତ ଏସିଆ କପ୍ ବିଜେତାର ଗୌରବ ବହନ କରିଥିବା ବେଳେ ଉଭୟ ବର୍ଗରେ ଖେଳାଳି ଦୀପଗ୍ରେସ୍ ଏକ୍କା, ସୁନିତା ଲାକ୍ରା, ନୀଳିମା ମିଞ୍ଜ, ଅମିତ ଲାକ୍ରା, ଦୀପସାନ ତିର୍କୀ ସେମାନଙ୍କ ପାରଦର୍ଶିତା । ଜାହିର କରି ସୁନ୍ଦରଗଡ ଜିଲାର କ୍ରୀଡା ନୈପୁଣ୍ୟରେ ଚମକ ଭରି ଦେଇଛନ୍ତି । ସେହିପରି ବିଶ୍ୱ ଐତିହ୍ୟ ମାନଚିତ୍ରରେ ମଧ୍ୟ ସୁନ୍ଦରଗଡ଼ର ସମୃଦ୍ଧ ଐତିହ୍ୟର  ବିବରଣୀ ଲିପିବଦ୍ଧ ହୋଇଛି । ଜିଲାର ହେମଗି ର  ବ୍ଳକର ମାଣିକମୋଡ଼ା, ଉଷାକୋଠିର (ପ୍ରସ୍ତର କଳା) ଓ ଏହି ମାଟି ପ୍ରାଚୀନ ପ୍ରସ୍ତର ଯୁଗ ଓ ମଧ୍ୟପ୍ରସ୍ତର ଯୁଗ ମାନବଙ୍କ ବାସସ୍ଥଳୀ । ଥିଲା ବୋଲି ପ୍ରମାଣିତ ହୋଇଛି । ଆଦିବାସୀ ବହୁଳ ଜିଲା ଭାବେ ଖ୍ୟାତ ସୁନ୍ଦରଗଡ଼ ସଦର ମହକୁମାର । ସୁନ୍ଦରଗଡ଼ ସହର ଇବ୍‌ ନଦୀ ତଟରେ ଅବସ୍ଥିତ । ଉପାନ୍ତ ଅଞ୍ଚଳର ଏହି ସହରରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ବସବାସ କରିଥାଆନ୍ତି । ସହରର ପରିବେଶ ବେଶ ମନୋରମ । ଇବ୍ ନଦୀର କୂଳରେ  ରହିଛି ବାବା ଚନ୍ଦ୍ରଶେଖର, ମା’ ସମଲେଶ୍ଵରୀଙ୍କ ମନ୍ଦିର ।  ସହରର ମଧ୍ୟଭାଗରେ ଏକ ଛୋଟ ପାହାଡ ଅଙ୍ଗିରାପାଟ ଓ ନଦୀପାର୍ଶ୍ଵସ୍ଥ ସୁନ୍ଦରଗଡ଼ ରାଜାଙ୍କ ରାଜପ୍ରାସାଦ ପ୍ରାଚୀନ  ଐତିହ୍ୟର ପ୍ରାଚୁର୍ଯ୍ୟ ବହନ କରୁଛି । ସମ୍ପ୍ରତି ଏହି ସହର ବ୍ରତ ବିକାଶ ପଥରେ ଆଗେଇ ଚାଲିଛି । ତଦନୁଯାୟୀ ଏହାର  କଳେବର ହୋଇଛି ।

ଭୌଗୋଳିକ ସ୍ଥିତି

ଓଡିଶାର ଉତ୍ତର ପଶ୍ଚିମ ଦିଗ ଝାଡ଼ଖଣ୍ଡ ଓ ଛତିଶଗଡ଼ ସୀମାରେ ସୁନ୍ଦରଗଡ  ସହର ଅବସ୍ଥିତ । ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ଏହାର ଦୂରତା ୪୨୦ କିମି । ହାୱଡା -ମୁମ୍ବାଇ ରେଳପଥର ପଡୋଶୀ ଜିଲା ଝାରସୁଗୁଡ଼ାଠାରୁ ୩୫କିମି ଦୂରତାରେ ରହିଛି ଏହି ସହର । ଝାରସୁଗୁଡ଼ାରୁ ୧୦ ନମ୍ବର ରାଜ୍ୟ ରାଜପଥ ଦେଇ ଆସିବାକୁ ହେଲେ ଭଷ୍ମା ନିକଟରେ ତତ୍କାଳୀନ ରାଜା ବୀରମିତ୍ର ଶେଖର ଦେଓଙ୍କ ନାମରେ ବୀରମିତ୍ର ମେମୋରିଆଲ ଗେଟ ସ୍ଵାଗତ ତୋରଣ ରହିଛି । ପୂର୍ବତନ ଗଡ଼ଜାତ ରାଜ୍ୟ ଗାଙ୍ଗପୁରଗଡ଼ର ରାଜଧାନୀ ସୁନ୍ଦରଗଡ଼ ଏକ ମନୋରମ କ୍ଷୁଦ୍ର ସହର । ଏହି ସହରଟି  ପୃଥିବୀ ମାନଚିତ୍ର ଅନୁସାରେ ୨୨.୭ (ଉତ୍ତର )ଓ ୮୪°.୨ (ପୂର୍ବ)ରେ ଅବସ୍ଥିତ । ସହର ଦେଇ ପ୍ରବାହିତ ଇବ୍‌ ନଦୀ ଜିଲାର ଦ୍ଵିତୀୟ ବୃହତ୍ତମ ନଦୀ । ଏଥିସହ ସହର ମଧ୍ୟଭାଗରେ  ଅଙ୍ଗିରାପାଟ ପାହାଡ ସହରର ପ୍ରାକୃତିକ ଶୋଭା ବର୍ଜନ କରୁଛି । ରାଜରାଜୁଡା ଅମଳରୁ ଏହି ପାହାଡ ଉପରେ ଜଳସଂରକ୍ଷଣ କରାଯାଇ ସହରବାସୀଙ୍କୁ ଜଳ ଯୋଗାଣ ବ୍ୟବସ୍ଥା ହେଉଛି । ଓଡ଼ିଶା ସରକାରଙ୍କ ସ୍ଵାୟତ୍ତ ଶାସନ ବିଭାଗ ନୋଟିଫିକେଶନ ୨୧୬ ତା. ୧୧/୧/୧୯୫୧ରେ ସୁନ୍ଦରଗଡ଼ ସହର, ତଳଶଙ୍କରା, ଚିତାଭଙ୍ଗୀ, ଅମଲିପାଲି ଓ ପତ୍ରାପାଲି ରାଜସ୍ଵ ଗ୍ରାମକୁ ନେଇ ଏହି ସହରକୁ ମ୍ୟୁନିସିପାଲିଟିର ମାନ୍ୟତା ମିଳିଥିଲା । ଏହି ପୌରାଞ୍ଚଳର ମୋଟ କ୍ଷେତ୍ରଫଳ ୨୩.୬୩ ବର୍ଗ କିଲୋମିଟର । ୨୦୧୧ ଜନଗଣନା ଅନୁସାରେ ଏହି ସହରର ଜନସଂଖ୍ୟା ୪୫ ହଜାର  ୩୬ ରହିଥିବା  ବେଳେ ଏଥି ମଧ୍ୟରେ ୨୨,୨୮୨ ମହିଳା ଓ ୨୨, ୭୫୪ ପୁରୁଷ ରହିଛନ୍ତି । ମହିଳାଙ୍କ ସାକ୍ଷରତା ହାର ୬୫. ୯୩ ଓ ପୁରୁଷ ସାକ୍ଷରତା ହାର ୮୨.୧୩ ପ୍ରତିଶତ ରହିଛି । ବର୍ତ୍ତମାନ ପୌରପରିଷଦ ଅଧୀନରେ  ୧୯ ୱାର୍ଡ ରହିଛି । ସହର ମଧ୍ୟଭାଗରେ ତତ୍କାଳୀନ ରାଜା ରଘୁନାଥ ଶେଖର ଦେଓଙ୍କ ଦ୍ଵାରା ପ୍ରତିଷ୍ଠିତ କଚେରି ଓ ବର୍ତ୍ତମାନର ଜିଲାପାଳଙ୍କ କାର୍ଯ୍ୟାଳୟ କୋଠା ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ।

ଜାଣିବା କଥା

  • ସିନେମା ହଲ
  • ସହରବାସୀଙ୍କ ମନୋରଞ୍ଜନ ପାଇଁ ଥିବା ପୁରୁଣା ସିନେମାହଲ ବନ୍ଦ ହୋଇ ପଡ଼ିଥିବା ବେଳେ ବିଜୟା ଟକିଜ୍, ସରକାରୀ କଲେଜରେ ପିଏଆର୍ ସିନେମା ହଲ ଓ ଶଙ୍କରାରେ ଇଓସ୍ ସିନେମା ହଲ୍‌ ରହିଛି ।

  • ସାଂସ୍କୃତିକ ଅନୁଷ୍ଠାନ
  • ବୀରମିତ୍ର କ୍ଲବ, ନବଜୀବନ କ୍ଲବ, ସୁର ଅନୁଷ୍ଠାନ, ମୟୁରୀ, ଧରଣୀଧର ଡାନ୍ସ ଏକାଡେମୀ, ବିନାୟକ ଡାନ୍ସ ଏକାଡେମୀ, ବିଶାଖା ଡାନ୍ସ ଏକାଡେମୀ, ବିଭାପା ଡାନ୍ସ ଏକାଡେମୀ ରହିଛି ।

  • କଲ୍ୟାଣ ମଣ୍ଡପ
  • ମ୍ୟୁନିସିପାଲିଟି କଲ୍ୟାଣମଣ୍ଡପ, ଶଙ୍କର କଲ୍ୟାଣ ମଣ୍ଡପ, ସାଇ କଲ୍ୟାଣ ମଣ୍ଡପ ।

  • ଅଡିଟୋରିୟମ
  • ନାରୀକଲ୍ୟାଣ କେନ୍ଦ୍ର, ସିଭିକ ସେଣ୍ଟର, ମାଦ୍ରିକାଲୋ ଭବନ

  • ଜଳାଶୟ
  • ସହରରେ ଥିବା ଅନେକ ଜଳାଶୟ ପୋତି ହେବାକୁ ବସିଥିବା ବେଳେ ସହର ମଧ୍ୟଭାଗରେ ବିଜୁଳିବନ୍ଧ ରାଣୀବନ୍ଧ, ଅବଦୁଲ ହୁସେନ୍ ବନ୍ଧ, ଜେଲପଛପଟ ବନ୍ଧ, ଶଙ୍କରା, ମହେଶଡ଼ିହି, ପଣ୍ଡରିଢ଼ିପା, ପତ୍ରାପାଲି, ଆରଏଏସ୍ କଲୋନୀ ପୋଖରି ।

  • ପାର୍କ
  • ଶଙ୍କର ମେମୋରିଆଲ ପାର୍କ ଓ ମହେଶଡ଼ିହିସ୍ଥିତ ପାର୍କ ୨ଟି ବନ୍ଦ ହୋଇପଡ଼ିଥିବା ବେଳେ ରାଣୀ ଜାନକୀ ଗାଲର୍ସ ହାଉସ୍ ନିକଟରେ ବରିଷ୍ଠ ନାଗରିକ ସମିତି ଦ୍ଵାରା ପରିଚାଳିତ ପାର୍କ ସର୍ବସାଧାରଣଙ୍କ ପାଇଁ ରହିଛି ।

  • ଥାନା ଓ ଫାଣ୍ଡି
  • ସୁନ୍ଦରଗଡ଼ ପୋଲିସ ଜିଲ୍ଲାରେ  ୧୪ ଥାନା ଓ ୪ ଫାଣ୍ଡି ରହିଛି । ସୁନ୍ଦରଗଡ଼ ସହରରେ ଟାଉନ ଥାନା ଓ ସଦର ଥାନା ରହିଛି ।

  • ଶ୍ମଶାନ,କବରସ୍ଥାନ
  • ସହର ଉପକଣ୍ଠ ରାଣୀବଗିଚା ବାଇପାସ ଛକ ଇବ ନଦୀ ତଟସ୍ଥ ଶ୍ମଶାନ ଘାଟ ସ୍ଵର୍ଗଦ୍ଵାର,ରିଜେଣ୍ଟ ମାର୍କଟ, ଇବ ନଦୀକୂଳରେ ଶ୍ମଶାନ ଘାଟ ଓ କବରସ୍ତାନ ରହିଛି ।

ଶିକ୍ଷାନୁଷ୍ଠାନ

ସହରରେ ଭବାନୀ ଶଙ୍କର ଉଚ୍ଚବିଦ୍ୟାଳୟ, ରାଣୀ ଜାନକୀ ବାଳିକା ଉଚ୍ଚବିଦ୍ୟାଳୟ, ସେଣ୍ଟମେରୀ ବାଳିକା ଉଚ୍ଚବିଦ୍ୟାଳୟ, ମ୍ୟୁନିସିପାଲ୍ ହାଇସ୍କୁଲ, ଧର୍ମଶାଳା ହାଇସ୍କୁଲ, ଟାଉନ ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭବାନୀପୁରସ୍ଥିତ ରାଜ୍ୟ କ୍ରୀଡ଼ା ଛାତ୍ରାବାସ ଓ ସ୍ପୋଟର୍ସ ଅଥରିଟି  ଅଫ୍ ଇଣ୍ଡିଆର ସାଇ ହଷ୍ଟେଲ ଆଦି ସରକାରୀ ଶିକ୍ଷାନୁଷ୍ଠାନ ଓ ସୁନ୍ଦରଗଡ଼ ପବ୍ଲିକ ସ୍କୁଲ, ଗୁଡ ସେଫାର୍ଡ ସ୍କୁଲ, ଏସ୍ ବି ଜାଭିୟର ସ୍କୁଲ, ଓଡ଼ିଶା ପବ୍ଲିକ ସ୍କୁଲ, ଆସେମ୍ମିଅଫ୍ ଗଡ଼, ସେଣ୍ଟ ଥେରେସା ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଆଦି ଶିକ୍ଷାନୁଷ୍ଠାନ ରହିଛି ।

କଲେଜ

ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ, ସୁନ୍ଦରଗଡ଼ ମହିଳା ମହାବିଦ୍ୟାଳୟ ବ୍ୟତିରେକ ସୁନ୍ଦରଗଡ଼ ଇଞ୍ଜିନିୟରିଂ କଲେଜ, ପ୍ରୟାସ ଜୁନିୟର କଲେଜ, ଭେନସ୍ ସାଇନ୍ସ କଲେଜ, ସୁନ୍ଦରଗଡ଼ ନର୍ସ ଜଏନ୍ ଏମ୍ ଟ୍ରେନିଂ ସ୍କୁଲ ଆଦି ପ୍ରମୁଖ ଶିକ୍ଷାନୁଷ୍ଠାନ ରହିଛି । ବର୍ତ୍ତମାନ ଏନ୍ ଟିପିସି ତରଫରୁ ଶଙ୍କରାଠାରେ ୧୦୦ ଶଯ୍ୟାବିଶିଷ୍ଟ ମେଡ଼ିକାଲ କଲେଜ ଓ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ସହରର ସର୍ବପୁରାତନ ଭବାନୀ ଶଙ୍କର ହାଇସ୍କୁଲ ଗାଙ୍ଗପୁର ଗଡ଼ଜାତର ଶିକ୍ଷାକ୍ଷେତ୍ରରେ ଆଲୋକ ବର୍ତ୍ତିକା ହୋଇପାରିଥିଲା । ଏଠାରେ ବର୍ତ୍ତମାନ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଯାଉଛି । ଏହି ଶିକ୍ଷାନୁଷ୍ଠାନ ଜିଲାର ଶତାୟୁ ଶିକ୍ଷାନୁଷ୍ଠାନ ଭାବେ ସ୍ୱର୍ଣ୍ଣିମ ଐତିହ୍ୟକୁ ଉଜ୍ଜୀବିତ କରି ରଖିଛି । ଏଠାରୁ ଶିକ୍ଷାଲାଭ କରି ଅନେକ ଛାତ୍ରୀଛାତ୍ର ସମାଜର ବିଭିନ୍ନ ସ୍ତରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ସେହିପରି ୧୯୫୮ରେ ପ୍ରତିଷ୍ଠିତ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଜିଲାର ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ । ଏଠାରେ ଯୁକ୍ତ ୨ ଶ୍ରେଣୀଠାରୁ ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ରହିଛି । କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମୋଟ ୧୮୫୦ ଛାତ୍ରୀଛାତ୍ର ରହିଛନ୍ତି। ଯୁକ୍ତ ୨ରେ ମଥୁରିପ୍ରାପ୍ତ ୨୫ ଅଧ୍ୟାପକ ପଦବୀ ମଧ୍ୟରୁ ୨୩ ଜଣ ରହିଛନ୍ତି । ଖଣିଜ ସମ୍ପଦରେ ଭରପୂର ଏହି ଜିଲ୍ଲା ମହାବିଦ୍ୟାଳୟରେ ଭୂତଦ୍ ବିଜ୍ଞାନ ବିଭାଗ ରହିଛି । ଏହାର ଟେଲିଫୋନ୍ ନଂ ୦୬୬୨୨-୨୭୨୨ ୪୦। ସେହିପରି ନାରୀ ଶିକ୍ଷା କ୍ଷେତ୍ରରେ ସୁନ୍ଦରଗଡ଼ ସରକାରୀ ମହିଳା ମହାବିଦ୍ୟାଳୟ ଏକ ପ୍ରମୁଖ ସମ୍ମାନଜନକ ଶିକ୍ଷାନୁଷ୍ଠାନର ମାନ୍ୟତା ଲାଭ କରିଛି । ଏଠାରେ ଯୁକ୍ତ ୨, ଯୁକ୍ତ ୩ ଶ୍ରେଣୀରେ କଳା ଓ ବିଜ୍ଞାନ ବିଭାଗରେ ମୋଟ ୧୬୩୨ ଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହାର ଟେଲିଫୋନ ନଂ ୦୬୬୨୨ -୨୭୨୩୬୧।

ଜିଲା ମୁଖ୍ୟ ଡାକ୍ତରଖାନା

ସୁନ୍ଦରଗଡ଼ ରାଜ ପରିବାରଙ୍କ ଦ୍ଵାରା ୧୯୪୨ରେ ପ୍ରତିଷ୍ଠିତ ଏହି ଡାକ୍ତରଖାନା ସ୍ଵାଧୀନତା ପରେ ଜିଲା ମୁଖ୍ୟ ଡାକ୍ତରଖାନାର ମାନ୍ୟତା ଲାଭ କରିଛି । ଏହି ଡାକ୍ତରଖାନାରେ ସରକାରୀ ମରିପ୍ରାପ୍ତ ୧୯୭ ଶଯ୍ୟା ଓ ଡାକ୍ତରଖାନା କର୍ତ୍ତୁପକ୍ଷଙ୍କ ଉଦ୍ୟମରେ ୩୫୦ଟି ଶସ୍ୟା ରହିଛି । ଏହି ଡାକ୍ତରଖାନା ଉପରେ ସୁନ୍ଦରଗଡ଼ ସମେତ ପଡୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଗ୍ରାମବାସୀ ଓ ଝାରସୁଗୁଡା, ସମ୍ବଲପୁର ସୀମାନ୍ତବର୍ତ୍ତୀ ଜନସାଧାରଣ ନିର୍ଭର କରିଥାଆନ୍ତି । ସରକାରଙ୍କ ନିରାମୟ ଓ ଅନ୍ୟାନ୍ୟ ଯୋଜନାରେ ପ୍ରାୟ ୨୫୦ ପ୍ରକାର ଔଷଧ ରୋଗୀମାନଙ୍କୁ ମାଗଣାରେ ବିତରଣ କରାଯାଉଛି ।  ଡାକ୍ତରଖାନାକୁ ନିରବଚ୍ଛିନ୍ନ ବିଜୁଳି ଓ ପାଣି ଯୋଗାଣର ବ୍ୟବସ୍ଥା ରହିଛି । ସିଟିସ୍କାନ, ଡିଜିଟାଲ ଏକ୍ସରେ ଓ ଅତ୍ୟାଧୁନିକ ପାଥୋଲ୍ୟାବ୍ ମଧ୍ୟ ରହିଛି ।

ଘରୋଇ ନର୍ସିଂହୋମ :

ସହରର ରାଣୀ ବଗିଚାଠାରେ ସମଲେଶ୍ଵରୀ ନର୍ସିଂ ହୋମ୍ ହସ୍ପିଟାଲ ଛକଠାରେ ଆରୋଗ୍ୟ ନର୍ସିଂ ହୋମ୍ ମିଶନ ରୋଡରେ ଦିଶା ନର୍ସିଂହୋମ ରହିଛି । ଏତଦ୍ ବ୍ୟତୀତ ରଙ୍ଗାଢିପାରେ  ଡା.ପଦାରବିନ୍ଦ ମିଶ୍ର, ଡା. ଶରତଚନ୍ଦ୍ର ମିଶ୍ର, ପଞ୍ଚମୁଖୀ ହନୁମାନ ମାର୍କେଟ ରୋଡରେ ଡା. ଦିଲ୍ଲୀପ ମିଶ୍ରଙ୍କ ସ୍ଵତନ୍ତ୍ର କ୍ଲିନିକ ରହିଛି ।

ଫୋନ ନମ୍ବର

ଜିଲାପାଳଙ୍କ କାର୍ଯ୍ୟାଳୟ

୦୬୬୨୨ - ୨୭୨୬୫

ଜିଲା ଆରକ୍ଷୀ ଅଧୀକ୍ଷକ

୦୬୬୨୨ - ୨୭୩୩୨୪

ସଦର ଏସଡ଼ିପିଓ ସୁନ୍ଦରଗଡ଼

୯୪୩୮୯ ୧୫୯୫୬

ଟାଉନ୍ ଥାନା

୯୪୩୮୯ ୧୬୬୬୫

ସଦର ଥାନା

୯୪୩୮୯ ୧୬୬୬୩

ଅଗ୍ନିଶମସେବା କେନ୍ଦ୍ର

୦୬୬୨୨-୨୭୨୩୦୧

ମନ୍ଦିର, ଚର୍ଚ୍ଚ, ମସଜିଦ୍

ରାଜପରିବାରଙ୍କ ଦ୍ଵାରା ନିର୍ମିତ ରାମଜୀ ମନ୍ଦିର ସବୁଠାରୁ ପୂରାତନ ମନ୍ଦିର । ଏଥି ସହିତ ରାଜବାଟୀ ପରିସର ଜଗନ୍ନାଥ ମନ୍ଦିର ୧୦୦ବର୍ଷର ପୁରୁଣା । ଏହା ନିକଟରେ ରାଧାକୃଷ୍ଣ ମନ୍ଦିର ଓ । ସୁନ୍ଦରଗଡ଼ବାସୀଙ୍କ ଆରାଧା ଦେବୀ ସମଲେଶ୍ୱରୀ ମନ୍ଦିର, ଇବନଦୀ ତଟସ୍ଥ ମହାଦେବପଡ଼ାସ୍ଥିତ ବାବା ଚନ୍ଦ୍ର ଶେଖର ମନ୍ଦିର, ରାଜପରିବାରଙ୍କ ଇଷ୍ଟଦେବୀ ମା’ ଶିଖରବାସିନୀ ମନ୍ଦିର ରହିଛି । ଏତଦ୍‌ବ୍ୟତୀତ ମହାନ୍ତିପଡ଼ାସ୍ଥିତ ସିଦ୍ଦେଶ୍ଵର ମନ୍ଦିର, ଇବ ନଗରରେ ନୀଳକଣ୍ଠେଶ୍ଵର ମନ୍ଦିର, ପତ୍ରାପଡା, ଶଙ୍କର ଓ ରିଜର୍ଭ ପୋଲିସ ଲାଇନ ମଧ୍ୟରେ ଶିବ ମନ୍ଦିର, ସୁନାରିପଡ଼ା ଭାଗବତ ମନ୍ଦିର, ମହେଶଡ଼ିହି ଜଗନ୍ନାଥ ମନ୍ଦିର, ପଞ୍ଚମୁଖୀ ହନୁମାନ ମନ୍ଦିର, ଶଙ୍କରା ବନଦୁର୍ଗା ମନ୍ଦିର, ବାଇପାସ ରୋଡରେ ତାରିଣୀ ମନ୍ଦିର, ସାଇବିହାରସ୍ଥିତ ସତ୍ୟସାଇ ମନ୍ଦିର, ପିଏଚ୍ ଡି ଲାଇନ୍ ଓ ମହେଶଡ଼ିହିଠାରେ ଶିରିଡି ସାଇ ମନ୍ଦିର ଏବଂ ଅଙ୍ଗିରାପାଟ ପାହାଡ ଉପରେ ସୁଦୃଶ୍ୟ ଠାକୁର , ଅନୁକୂଳଚନ୍ଦ୍ରଙ୍କ ମନ୍ଦିର ଅନ୍ୟତମ । ଆକର୍ଷଣ ରିଜେଣ୍ଟ ମାର୍କେଟସ୍ଥିତ ସଦର ମସଜିଦ୍ ଓଡେଙ୍ଗିଭାଡିସ୍ଥିତ ମଦିନା ମସଜିଦ ଇସଲାମ୍ ଧର୍ମାବଲମ୍ବୀ ଶ୍ରଦ୍ଧାଳୁଙ୍କ ଉପାସନା ପୀଠ । ସେହିପରି  ମହେଶ ଡିହି ଓ ମିଶନରୋଡ଼ରେ ଖ୍ରୀଷ୍ଟାଧର୍ମା ବଲମ୍ବୀଙ୍କ ଉପାସନାପୀଠ ଚର୍ଚ୍ଚ ରହିଛି ।

ସଂଗୃହିତ - ଜୟନାରାୟଣ ମେଣ୍ଡୁଳି

Last Modified : 6/29/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate