অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶାଙ୍କୁଳାଇ ମନ୍ଦିର

ମନ୍ଦିରର ଅବସ୍ଥିତି

ଭଞ୍ଜନଗରଠାରୁ ବାଲିପଦର ରାସ୍ତାରେ ୨୫ କି.ମି. ଦୂର ଗଲେ କଳମ୍ବ ଛକ ପଡ଼େ। ଏହି ଛକରେ ବାଲିପଦର ଉଚ୍ଚ ବିଦ୍ୟାଳୟ, ଅ।ଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ, ଦୋକାନବଜାର ଗହଳି ସହ ଏହାର ଅନତୀ ଦୂରରେ ଭଞ୍ଜରାଜ ବଂଶ ପ୍ରତିଷ୍ଠିତ ସଦାଶିବପୁର ଶାସନ ବିଦ୍ୟମାନ । ଏଠାରୁ ବାମପାର୍ଶ୍ଵରେ ରାସ୍ତାରେ ୨ କି.ମି. ଗଲେ ଏକ ଦର୍ଶନୀୟ ପୀଠ ତ୍ରୀନାଥ ବଟ ପଡ଼େ । ଏହାର ବାମ ପାର୍ଶ୍ଵରେ ଚନ୍ଦନପେଡ଼ି ଗ୍ରାମ ଦେଇ ଅନ୍ତରପଡ଼ା ଦେଇ ମଧ୍ୟ ଏହି ପୀଠକୁ ଯିବାର ସୁବିଧା ରାସ୍ତା ଅଛି । ପୁଣି ଭୁବନେଶ୍ଵରରୁ ଅ।ସିକା, ଭଞ୍ଜନଗର ଭାୟା ବୁଗୁଡ଼ା ଦେଇ ଅ।ସିଲେ ପାଙ୍ଗିଡ଼ି ପଡ଼େ, ଏଠାରୁ ମଧ୍ୟ ଅନ୍ତରପଡ଼ା ରାସ୍ତାରେ ପ୍ରାୟ ୪ କି.ମି. ଦୂରରେ ମାଅ। ଶାଙ୍କୁଳାଇଙ୍କ ପୀଠଟି ପଡ଼ିଥାଏ । ମାଅ।ଙ୍କ ପୀଠକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ଓସାରିଅ। ପିଚୁ ରାସ୍ତା ଅଟେ । ଯେକୌଣସି ଯାନବାହାନ ଯାତାୟତ କରି ପୀଠକୁ ଯିବାରେ ବର୍ମାନ ଅସୁବିଧା ନାହିଁ ଏଠାରେ ମା ଶାଙ୍କୁଳାଇଙ୍କ ପୀଠଟି ଅତ୍ୟନ୍ତ ନିରୋଳା ଓ ମନରୋମ। ଏହା ଭଞ୍ଜପୀଠ ନାମରେ ପରିଚିତ। ସାଧକମାନଙ୍କ ପାଇଁ ଏହି ପୀଠଟି ଅତ୍ୟନ୍ତ ଉପଯୁକ୍ତ ଅଟେ। ଏହାର ଉତ୍ତରକୁ ଭଞ୍ଜରାଜବଂଶ ପ୍ରତିଷ୍ଠିତ ପ୍ରତାପ ଧନଞ୍ଜୟ ପୁର ଶାସନ ଓ ଦକ୍ଷିଣକୁ ଚନ୍ଦନପେଡ଼ି ଗ୍ରାମ । ଏହାର ପୂର୍ବକୁ ଅନ୍ତର ମାଅ।ଙ୍କ ମୁକୁଟ ସଦୃଶ୍ୟ ଦଣ୍ଡାୟମାନ । ଏହାକୁ ଲାଗି ସରକାରଙ୍କ ତରଫରୁ ବନୀକରଣ ହୋଇଥିବା ଟାଙ୍ଗରେଇ ଜଙ୍ଗଲ ଅଛି ।

ଐତିହାସିକ ଘଟଣାବଳୀରୁ ଜଣାଯାଏ ଯେ ଘୁମୁସୁରର ୪୭ତମ ରାଜା ଗୋପାଳ ଗୋପୀନାଥ ଭଞ୍ଜଙ୍କ ଜ୍ୟେଷ୍ଠ ପୁତ୍ର ପ୍ରତାପ ଧନଞ୍ଜୟ ଭଞ୍ଜ ହେଉଛନ୍ତି ରାଜ୍ୟର ୫୦ତମ ରାଜା । ସେ ୧୬୩୬ ଖ୍ରୀ:ବ୍ଦରୁ ୧୭୦୧ ଖ୍ରୀ:ବ୍ଦ ପର୍ଯ୍ୟନ୍ତ ରାଜ୍ୟ ଶାସନ କରିଥିଲେ । ଦୀର୍ଘ ୬୫ ବର୍ଷର ଶାସନକାଳ ସମୟରେ ବହୁପଡ଼ା, ଶାସନ, ମଠ, ମନ୍ଦିର ଓ ଜଳାଶୟ ଅ।ଦି ପ୍ରତିଷ୍ଠା କରିଛନ୍ତି । ତେଣୁ ଏହି ପୀଠଟି ୧୬୬୩ ଖ୍ରୀ.ବ୍ଦ ପରେ ପ୍ରତାପ ଧନଞ୍ଜୟ ଭଞ୍ଜ ପ୍ରତିଷ୍ଠା କରିଥିବାର ବହୁ ପ୍ରମାଣ ମିଳେ। ଏହି ମନ୍ଦିର ଉପରେ ଖୋଦେଇ ହୋଇ ଲେଖାଅଛି, ଶ୍ରୀଶ୍ରୀ ଶାଙ୍କୁଳାଇ ମହାମାୟୀ ଭଞ୍ଜପୀଠ ଏବଂ ଏହି ମନ୍ଦିର ନିକଟରେ ଭଞ୍ଜରାଜାଙ୍କ ଦ୍ଵାରା ପ୍ରତିଷ୍ଠିତ ପ୍ରତାପ ଧନଞ୍ଜୟପୁର ଶାସନ ଅବସ୍ଥିତ । ଭଞ୍ଜରାଜାମାନେ ବ୍ରାହ୍ମଣ ଶାସନମାନ ପ୍ରତିଷ୍ଠା କରିବା ସାଙ୍ଗକୁ ମଠ, ମନ୍ଦିର, ଜଳାଶୟ ଅ।ଦି ପ୍ରତିଷ୍ଠା କରୁଥିଲେ, ତେଣୁ ଏହି ଭଞ୍ଜରାଜବଂଶର ଶାସନ ଯେଉଁ ଦିଗରେ ମାଡ଼ିଯାଇଛି, ସେହି ଦିଗରେ ଏମିତି ଧର୍ମକୀର୍ତ୍ତିମାନ ଅ।ଜି ଦଣ୍ଡାୟମାନ ହୋଇ ଶୋଭାପାଉଛି।

ମନ୍ଦିର

ମାଆ ଶାଙ୍କୁଳାଇ ପ୍ରଥମେ ଶାଙ୍କୁଳାଇ ପାହାଡ଼ ପାଦଦେଶରେ ଏକ କଳାଅ।ଙ୍କୁଲ ବୃକ୍ଷ ମୂଳରେ ରହି ପୂଜା ପାଇ ଅ।ସୁଥିଲେ । ବୋଧହୁଏ ଅସ୍ଥାୟୀ ଗୃହର ଭଗ୍ନାସ୍ଥାପରେ ଏପରି ହୋଇଥିଲା । କିନ୍ତୁ ଅ।ଜକୁ ପ୍ରାୟ ୩୫ ବର୍ଷ ତଳେ ମାଅ।ଙ୍କର ପକ୍କା ମନ୍ଦିର ନିର୍ମାଣ ହୋଇ ସେଠାରେ ସେ ପୂଜାପାଇ ଅ।ସୁଛନ୍ତି । ୧୯୭୨ ମସିହାରେ ଏହି ମନ୍ଦିର କାର୍ଯ୍ୟ ଅ।ରମ୍ଭ ହୋଇ ୧୯୭୫ ମସିହାରେ ଏହାର କାର୍ଯ୍ୟ ଶେଷ ହୋଇଥିଲା। ମନ୍ଦିର ରତ୍ନ ମୁଦକାର୍ଯ୍ୟ ବହୁ ଅ।ଡ଼ମ୍ବର ସହାକାରେ ପାଳିତ ହୋଇଥିଲା ।

ଶାଙ୍କୁଳାଇ ମନ୍ଦିରଟି ପୂର୍ବମୁଖ ହୋଇ ପ୍ରତିଷ୍ଠା ହୋଇଛି । ଏହାର ଗର୍ଭଟିର ଲମ୍ବ ଓ ଓସାର ୨୪ ହାତକୁ ୨୪ ହାତ। ମନ୍ଦିର ଉଚ୍ଚତା ପ୍ରାୟ ୫୦ ଫୁଟ । ମନ୍ଦିର ଚୂଳରେ ସୁଦର୍ଶନ ଚକ୍ର ଓ ହନୁମାନଙ୍କ ଚିହ୍ନ ଥାଇ ଏକ ପତାକା ଶୋଭା ପାଉଅଛି । ମନ୍ଦିର ଭିତରେ ପୂର୍ବମୂଖୀ ହୋଇ ପୂଜା ପାଇ ଅ।ସୁଥିବାବେଳେ ମାଅ।ଙ୍କ ବାମପାର୍ଶ୍ଵରେ ଷଡ଼ମୁଖୀ କାର୍ତ୍ତିକେୟ ଏବଂ ଡାହାଣ ପାର୍ଶ୍ଵରେ ଅଗ୍ରପୂଜ୍ୟ ବିନାୟକ ପ୍ରତିଷ୍ଠା ହୋଇ ପୂଜାପାଇ ଅ।ସୁଛନ୍ତି । ମାଆଙ୍କ ଦୁଇପାର୍ଶ୍ଵର ଏହି ଦୁଇ ଦେବତାଙ୍କ ମନ୍ଦିର ଚୂଳରେ ତ୍ରିଶୂଳ ଶୋଭା ପାଉଅଛି । ମାଅ। ଶାଙ୍କୁଳାଇଙ୍କ ରତ୍ନସିଂହାସନ ସାମନାରେ ଏକ ଯଜ୍ଞକୁଣ୍ଡ ଅଛି । ଏଠାରେ ଯଜ୍ଞକାର୍ଯ୍ୟ ଅ।ୟୋଜନ କରାଯାଇଥାଏ । ମନ୍ଦିର କାନ୍ଥରେ ରାମଚନ୍ଦ୍ରଙ୍କ ଜନ୍ମଠାରୁ ସ୍ଵର୍ଗାରୋହଣ ପର୍ଯ୍ୟନ୍ତ ସୁନ୍ଦର ସୁନ୍ଦର ଚିତ୍ର ମନ୍ଦିରର ଶୋଭାବର୍ଦ୍ଧନ କରୁଅଛି । ହିଂସ୍ରଜନ୍ତୁଙ୍କ ଦାଉରୁ ରକ୍ଷା ପାଇବା ପାଇଁ ମନ୍ଦିରର ପୂର୍ବ ଭାଗଟି ଲୁହା ପିଞ୍ଜରା ଦ୍ଵାରା ଅ।ବଦ୍ଧ ହୋଇଛି । ମାଅ।ଙ୍କର ମନ୍ଦିର ସାମ୍ନାରେ ମାଅ।ଙ୍କ ବାହାନ ବିରାଟ ଶ୍ଵେତାବର୍ଣ୍ଣା ଖେଚରୀର ଲଗାମ୍ ମାଅ।ଙ୍କ ହସ୍ତରେ ଥିବା ପରି ଦୃଶ୍ୟ ଅତ୍ୟନ୍ତ ଜୀବନ୍ତ ଓ ଚିତ୍ତାକର୍ଷକ । ମନ୍ଦିରର ପଛପାର୍ଶ୍ଵରେ ମନ୍ଦିରକୁ ଲାଗି ଗ୍ରାମଦେବତୀଙ୍କ କୋଠରୀ ଅବସ୍ଥିତ । ଏଠାରେ ଦେବୀ ପଶ୍ଚିମମୁଖୀ ହୋଇ ପୂଜା ପାଉଅଛନ୍ତି । ଏହି ଗ୍ରାମଦେବତୀଙ୍କ ପୂର୍ବ ପଟ କାନ୍ଥରେ ଷଡ଼ଭୂଜା ଦେବୀ ପଶ୍ଚିମ ମୁଖ ହୋଇ ଦଣ୍ଡାୟମାନ । ଏହି ମନ୍ଦିର ପ୍ରତ୍ୟେକ ବିଷୟକୁ ଅନୁଧ୍ୟାନ କଲେ ଜଣାଯାଏ ଏହା ହେଉଛି ଶୈବ, ବୈଷ୍ଣବ ପରମ୍ପରାର ସଂକେତ ବହନ କରୁଥିବା ଏକ ଶକ୍ତିପୀଠ। ଏହି ନିରୋଳା ସ୍ଥାନରେ ଭକ୍ତମାନେ ରହିବା ପାଇଁ ମନ୍ଦିର ଉର ପାର୍ଶ୍ଵରେ ୭ଗୋଟି ଯାତ୍ରୀନିବାସ ତିଅ।ରି ହୋଇଛି । ୨ଗୋଟି ରୋଷେଇ ଶାଳ ମଧ୍ୟ ଅଛି । ଏହାର ପୂର୍ବ ଦିଗରେ ଭକ୍ତଙ୍କ ସୁବିଧା ପାଇଁ ପୋଖରୀ, କୂପ, ନଳକୂପ ଏବଂ ଏହାର ଅନତୀ ଦୂରରେ ଐଶାନ୍ୟ କୋଣକୁ ଛୋଟଘାଇ ଭକ୍ତଙ୍କ ସ୍ନାନ ଶୌଚାଦି ପାଇଁ ସୁବିଧା ଅଛି ।

ପୂଜା ଓ ଭୋଗ

ମାଅ। ଶାଙ୍କୁଳାଇଙ୍କ ଭୋଗ ପାଇଁ ୧୮ ଭରଣ ଖଞ୍ଜା ଜମି ରହିଛି । ମାଅ।ଙ୍କ ପୂଜା ପାଇଁ ତିନିଜଣ ଜାନୀ ଏବଂ ଜଣେ ବ୍ରାହ୍ମଣ ପୂଜକ ହିସାବରେ ନିଯୁକ୍ତି ପାଇଛନ୍ତି । ଜାନୀମାନେ ମାଆଙ୍କ ବାହ୍ୟିକ କାର୍ଯ୍ୟ ସମ୍ପାଦନା କରିବା ସାଙ୍ଗକୁ ଗ୍ରାମଦେବତୀଙ୍କ ପୂଜାର୍ଚ୍ଚନା କରନ୍ତି ଏବଂ ବ୍ରାହ୍ମଣ ଜଣକ ପ୍ରତ୍ୟୟ ଗ୍ରାମରେ ଶୀତଳ ଚାଉଳ ମାଗି ଶାଙ୍କୁଳାଇଙ୍କୁ ଅନ୍ନଭୋଗ କରିଥାନ୍ତି । ମାଆ ଶାଙ୍କୁଳାଇଙ୍କର ସକାଳ ବେଳା ଥରେ ମାତ୍ର ଅନ୍ନଭୋଗ ହୁଏ । ପ୍ରତ୍ୟୟ ମାଅ।ଙ୍କୁ ଦୁଇଓଳି ଆଳତୀ ହୁଏ । ଶାଙ୍କୁଳାଇଙ୍କ ପୂଜାର୍ଚ୍ଚନା ଓ ଭୋଗ ଆଦିକୁ ନିଯୁକ୍ତିପ୍ରାପ୍ତ ବ୍ରାହ୍ମଣ ପୂଜକ ହó କରିଥାନ୍ତି ।

ପର୍ବପର୍ବାଣୀ

ମାସରେ ପ୍ରତି ସଂକ୍ରାନ୍ତି, ମଙ୍ଗଳବାର ଅ।ଦି ପର୍ବଦିନ ମାଅ।ଙ୍କ ମାଜଣା ହୋଇଥାଏ । ଏତଦବ୍ୟତୀତ ଚୈତ୍ରମାସର ଚାରି ମଙ୍ଗଳବାର ଓ ଅ।ଶ୍ଵିନ ମାସର ଦଶହରା ପର୍ବ ଅତି ସୁନ୍ଦର ଭାବରେ ବାଦ୍ୟ ବାଜଣା ଓ ପଟୁଅ।ର ସହିତ ସମ୍ପାଦନ କରାଯାଇଥାଏ । ଉକ୍ତ ଦିନମାନଙ୍କରେ ବହୁଦିଗରେ ବହୁ ଭକ୍ତ ନିଜନିଜର ମନକାମନା ପୂରଣ ପାଇଁ ଏହି ପୀଠରେ ଉପନୀତ ହୁଅନ୍ତି। ଦିନରାତି ଚବିଶଘଣ୍ଟା ମାଅ।ଙ୍କ ଯାଗଯଜ୍ଞାଦି ସହିତ ଷୋଡ଼ଶ ଉପଚାରରେ ପୂଜା ବିଧି ଚାଲେ । ଚୈତ୍ରମାସ ମଙ୍ଗଳବାରମାନଙ୍କରେ ବହୁଭକ୍ତ ଏଠାରେ ମାଅ।ଙ୍କ ଦର୍ଶନ ପାଇଁ ଅ।ସିଥାନ୍ତି ଏବଂ ମାନସିକଧାରୀ ବ୍ୟକ୍ତିମାନେ ଲଣ୍ଡା ହୋଇଥାନ୍ତି । ଶେଷରେ ଭୋଜିଭାତ କରି ଶାଙ୍କୁଳାଇଙ୍କୁ ପୂଜାକରି ପ୍ରସାଦ ସେବନ କରି ଫେରିଥାନ୍ତି ।

ନାମକରଣ

ଯେତେବେଳେ ଭଞ୍ଜରାଜା ଇଁରେଜମାନଙ୍କ ନିକଟରେ ବନ୍ଦୀଥିଲେ ସେତେବେଳେ ଦେବୀଙ୍କ ମହିମାରୁ ସେ କାରାମୁକ୍ତ ବା ଶିକୁଳାମୁକ୍ତ ହୋଇଥିଲେ । ତେଣୁ ଏହାପରେ ଏହି ଦେବୀଙ୍କ ନାମ ଶାଙ୍କୁଳାଇ ହେଲା । ଏହା ପୂର୍ବରୁ ଏହି ଦେବୀଙ୍କ ନାମ ଗ୍ରାମଦେବତୀ ଥିଲା । ଏଠାରେ ଶ୍ରୀକର ଭଞ୍ଜ ଦେବୀ ଶାଙ୍କୁଳାଇଙ୍କୁ ପୂଜା କରି ନିଜେ ଶାଙ୍କୁଳାମୁକ୍ତ ହୋଇ ନିଜ ରାଜ୍ୟ ଫେରି ପାଇବା ସହ ନିଜ ପୁତ୍ର ଧନଞ୍ଜୟ ଭଞ୍ଜ ମଧ୍ୟ ବିନା ଦ୍ଵିଧାରେ ଶାଙ୍କୁଳାମୁକ୍ତ ହୋଇ ପୁଣି ନିଜ ରାଜ୍ୟର ରାଜା ହିସାବରେ ପୁନଃ ଅଧିଷ୍ଠିତ ହୋଇ ପାରିଥିଲେ। ଏଣୁ ଏହା ପରେପରେ ମାଅ।ଙ୍କ ନାମ ଶାଙ୍କୁଳାଇ ହୋଇଛି ।

ଯେତେବେଳେ ଶ୍ରୀକର ଭଞ୍ଜ ୧୭୯୦ ଖ୍ରୀ:ବ୍ଦରେ ରାଜ୍ୟଶାସନ ପରିଚାଳନା କଲେ ସେତେବେଳେ ସେ ଜଣେ ଧର୍ମପରାୟଣ ଓ ପରମାର୍ଥିକ ରାଜା ଥିଲେ । ସେ ବହୁତ ଜନହିତକର କାର୍ଯ୍ୟମାନ କରିଯାଇଛନ୍ତି । କିନ୍ତୁ ତାଙ୍କ ପୁତ୍ର ଧନଞ୍ଜୟ ଜଣେ ଅଧର୍ମାଚରଣ ଖଳ ପ୍ରକୃତିର ଲୋକ ହୋଇଥିବା ଯୋଗୁଁ ବିରକ୍ତିରେ ଶ୍ରୀକର ଭଞ୍ଜ ନିଜ ରାଜ୍ୟଭାର କେତେକ ବିଶ୍ଵସ୍ତ ରାଜକର୍ମଚାରୀଙ୍କ ହାତରେ ଅର୍ପଣ କରି ତୀର୍ଥ ଭ୍ରମଣ କରିବାକୁ ଚାଲିଗଲେ । ଏଥି ମଧ୍ୟରେ ପୁତ୍ର ଇନ୍ଦ୍ରିୟ ଲାଳସାରେ ମଜ୍ଜି ରହି ଦୁର୍ଗ ମଧ୍ୟରେ ଅସଂଖ୍ୟ ଯୁବତୀକନ୍ୟାଙ୍କ ସହ କାଳକଟାଇଲେ ଏବଂ ରାଜ୍ୟର ଅଗଣିତ ପ୍ରଜାଙ୍କୁ ଅଯଥା ଦଣ୍ଡାଦେଶ ଦେଲେ। ଏହା ବିରୁଦ୍ଧରେ ଫ୍ଲେଚର ସାହେବ ୧୮୧୫ ମଇ ମାସ ୨୦ ତାରିଖରେ କୁଲାଡ଼ଗଡ଼ ଅ।କ୍ରମଣ କଲେ । ଏହାପରେ ଧନଞ୍ଜୟ କୁଲାଡ଼ରୁ ପଳାୟନ କରି ଗାଲେରୀ, କେରାଣ୍ଡିଖୋଲ, କୋକଳବା, ଜିରିପଡ଼ା, ଜିରାଙ୍ଗଘାଟି ଅ।ଦି ସ୍ଥାନମାନଙ୍କରେ କିଛିକାଳ ରହି ଶେଷରେ କଲେକ୍ଟରଙ୍କ ନିର୍ଦ୍ଦେଶ ଅନୁସାରେ ବିଣାଠାରୁ ପାଇଲିପଡ଼ା ଯିବା ପରିବର୍ତ୍ତେ ସେଠାରୁ ଖସି ପଳାଇ ଯିବା ସମୟରେ ସାହେବଙ୍କ ନିମ୍ନକର୍ମଚାରୀଙ୍କ ଦ୍ଵାରା ଧରାପଡ଼ି କାରାବାସରେ କିଛିଦିନ ବ୍ରହ୍ମପୁର ଓ ପରେ ଚେଙ୍ଗଲପେଟ ଜେଲରେ ରହିଲେ । ଏଥିମଧ୍ୟରେ ଶ୍ରୀକର ଭଞ୍ଜ ଦେଶର ମୁଖ୍ୟ ତୀର୍ଥସ୍ଥାନମାନ ଭ୍ରମଣ କରି ଶେଷରେ ବ୍ରହ୍ମପୁର ଓ ପରେ କେରାଣ୍ଡିଖୋଲରେ ଅ।ସି ପହଞ୍ଚିଲେ । ସେଠାରେ ସେ ନିଜ ରାଜ୍ୟ କଥା ଚିନ୍ତାକଲେ । ନିଜର ଅନୁଚରମାନଙ୍କୁ ଖବର ଦେବା ପରେ ସେମାନେ ସେଠାରେ ପହଞ୍ଚି ଶ୍ରୀକର ଭଞ୍ଜଙ୍କୁ ନିଜ ରାଜ୍ୟକୁ ନେଇ ଅ।ସିଲେ । ଏଥି ମଧ୍ୟରେ ଜଣେ ନାରୀ ଛଦ୍ମ ବେଶରେ ଧନଞ୍ଜୟଙ୍କ ପୁତ୍ର ବଳଭଦ୍ର ଭଞ୍ଜ ବୋଲି କହି ପୁରୁଷ ବେଶ ଧାରଣ କରି ଦେଶରେ ରାଜକାର୍ଯ୍ୟ ଚଳାଉଥିଲେ। ପରିଶେଷରେ ଶ୍ରୀକର ଭଞ୍ଜ ଏହି କଥା କଲେକ୍ଟର ସାହେବଙ୍କୁ ଜଣାଇଲେ ଏବଂ ନିଜେ ଗୁମୁସର ରାଜ୍ୟର ରାଜା ହେଲେ । କିୁନ୍ତୁ ଭାଗ୍ୟର ବିଡ଼ମ୍ବନା ଯୋଗୁଁ ରାଜା ଶ୍ରୀକର ଭଞ୍ଜ ୧୭୯୦ ରୁ ୧୭୯୯ ଖ୍ରୀ:ବ୍ଦ ପର୍ଯ୍ୟନ୍ତ ରାଜ୍ୟ ଶାସନ ସୂଚାରୁ ରୂପେ ତୁଲାଇଲା ପରେ ୧୮୦୧ରେ ସେ ଜଣେ ସାମ୍ରାଜ୍ୟଦ୍ରୋହୀ ହିସାବରେ ପରିଗଣିତ ହୋଇ ନାନାସ୍ଥାନମାନଙ୍କରେ ଲୁଚି ରହିଥିଲେ ।

ତନ୍ମଧ୍ୟରୁ ଏହି ଶାଙ୍କୁଳାଇ ପୀଠ ଅନ୍ୟତମ। ଏଠାରେ କିଛିଦିନ ରହି ଶ୍ରୀକର ଭଞ୍ଜ ମାଅ। ଶାଙ୍କୁଳାଇଙ୍କୁ ଭକ୍ତିର ସହ ଅ।ରାଧନା କରି ସେ ନିଜେ ଏବଂ ନିଜ ପୁତ୍ର ଧନଞ୍ଜୟ ଭଞ୍ଜ କିପରି ଶାଙ୍କୁଳା ମୁକ୍ତ ହୋଇ ନିଜରାଜ୍ୟ ଶାସନ ଭାର ଫେରି ପାଇବେ ସେହି କଥା ସେ ବାରମ୍ବାର ମାଅ। ଶାଙ୍କୁଳାଇଙ୍କୁ ଜଣାଇଲେ । ଭକ୍ତ ମନୋବାଞ୍ଛାକାରୀ ମାଅ। ଶାଙ୍କୁଳାଇଙ୍କ ଅ।ଶୀର୍ବାଦ ତଥା ନିର୍ଦ୍ଦେଶକ୍ରମେ ୧୮୧୫ ଶ୍ରୀଷ୍ଟାବ୍ଦରେ ସେ କାରାରୁଦ୍ଧ ହୋଇ ୧୮୧୯ ଖ୍ରୀଷ୍ଟାବ୍ଦ ମଇ ମାସ ତିନି ତାରିଖରେ କାରାମୁକ୍ତ ହୋଇ ପୁନର୍ବାର ନିଜ ରାଜ୍ୟ ଫେରିପାଇଥିଲେ । ସେ ଏହାପରେ ଦୀର୍ଘ ୧୪ବର୍ଷ କାଳ ଜଣେ ଉତ୍ତମ ଶାସକ ରୂପେ ରାଜ୍ୟ ପରିଚାଳନା କରି ବାର୍ଷିକ ୭୫୦୦୦ ଟଙ୍କା ସରକାରଙ୍କୁ ପ୍ରଦାନ କରିବା ସହିତ ରାଜ୍ୟରେ ବହୁ ମନ୍ଦିର, ଶାସନ, ଅ।ଶ୍ରମ, ବାଟି, ପୁଷ୍କରିଣୀ ଆଦି ପ୍ରତିଷ୍ଠା କରିଥିଲେ । ୧୮୧୯ ଖ୍ରୀଷ୍ଟାବ୍ଦରୁ ୧୮୩୨ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶ୍ରୀକର ଭଞ୍ଜ ନୀୟମିତ ରୂପେ ନିର୍ଦ୍ଧାରିତ କର ସରକାରଙ୍କୁ ପ୍ରଦାନ କରୁଥିଲେ । ଶ୍ରୀକର ଭଞ୍ଜ ବୃଦ୍ଧାବସ୍ଥାରେ ଉପନୀତ ହେବାରୁ ନିଜ ରାଜ୍ୟଭାର ପୁତ୍ର ଧନଞ୍ଜୟ ଭଞ୍ଜଙ୍କ ହାତରେ ଅର୍ପଣ କରିବା କଥା ଯାଇ କଲେକ୍ଟର ମହୋଦୟଙ୍କୁ ଜଣାଇଲେ । ଜଣେ ପ୍ରଜାବତ୍ସଳ, ଧର୍ମପରାୟଣ ଓ ନିରହଂକାରୀ ରାଜାଙ୍କ ଅନୁରୋଧକୁ ସେ ସାଦରେ ଗ୍ରହଣ କରି ପୁତ୍ର ଧନଞ୍ଜୟଙ୍କୁ ନିର୍ବିବାଦରେ କାରାମୁକ୍ତ କଲେ ଓ ଶ୍ରୀକର ଭଞ୍ଜ ୧୮୩୨ ଖ୍ରୀଷ୍ଟାବ୍ଦରେ ନିଜ ପୁତ୍ରକୁ ରାଜ୍ୟଭାର ଦେଇ ଶାଙ୍କୁଳାଇଙ୍କୁ ଦର୍ଶନ କରି ସେଠାରୁ ସେ ଶ୍ରୀକ୍ଷେତ୍ର ଅଭିମୁଖେ ଗମନ କଲେ।

୨୦୦୭ ମସିହାରୁ ଏହି ପୀଠଟି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ପୀଠ ହିସାବରେ ମାନ୍ୟତା ଲାଭକରିଛି ।

ଆଧାର - ଅନୁପମ ଭାରତ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate