ଉପକ୍ରମ ବିକାଶ କ୍ଷେତ୍ରରେ ଆଞ୍ଚଳିକ ସମାନତାକୁ ଦୂର କରିବାପାଇଁ ପଛୁଆ ଅଞ୍ଚଳ ଅନୁଦାନ ପାଣ୍ଠି ଗଠନ କରାଯାଇଛି । ଏ ଉଦ୍ଦେଶ୍ୟରେ ଚିହ୍ନଟ କରାଯାଇଥିବା ଜିଲ୍ଲାଗୁଡିକରେ ବର୍ତ୍ତମାନ ମିଳୁଥିବା ବିକାଶ ପାଇଁ ଅର୍ଥର ଅଭାବ ପୂରଣ କରିବାକୁ ଏହି ପାଣ୍ଠିକୁ ବ୍ୟବହାର କରାଯାଇ ପାରିବ। ଅନୁଦାନ ପାଣ୍ଠିର ବ୍ୟବହାର ପଞ୍ଚାୟତ ଓ ପୌରପରିଷଦ ଗୁଡିକୁ ଦିଆଯାଇଥିବା ନୀତି ନିର୍ଦ୍ଦେଶାବଳୀକୁ ସ୍ଵଚ୍ଛ ଭାବରେ ଅନୁସରଣ କରି ସମନ୍ୱିତ ବିକାଶ କ୍ଷେତ୍ରରେ ଦେଖା ଯାଉଥିବା ଶୂନ୍ୟସ୍ଥାନକୁ ପୂରଣ କରିବାକୁ ଏହି ପାଣ୍ଠି ବ୍ୟବହାର କରାଯିବ। ଏ କ୍ଷେତ୍ରରେ ସମସ୍ତ ଯୋଜନା ପ୍ରସ୍ତୁତିର ପ୍ରକ୍ରିୟା ସର୍ବ ସାଧାରଣଙ୍କ ସହଭାଗିତା ଜରିଆରେ ସ୍ଥିର କରାଯିବ। ଯୋଜନା ତିଆରି,କାର୍ଯ୍ୟକାରୀତା,ମନିଟରିଂ ,ହିସାବ ରଖିବା ଓ ସ୍ଵଚ୍ଛତା ତଥା ଉତ୍ତରଦାୟିତ୍ଵ ବୃଦ୍ଧି କ୍ଷେତ୍ରରେ ଦକ୍ଷତା ବଢାଇବା ପାଇଁ ଏହି ପାଣ୍ଠିର ଅର୍ଥକୁ ବ୍ୟବହାର କରାଯିବ । ସମ୍ବିଧାନର ଏକାଦଶ ଓ ଦ୍ଵାଦଶ ଅନୁଚ୍ଛଦରେ ଦିଆଯାଇଥିବା ତାଲିକା ଯେକୌଣସି କାମ ପାଇଁ ଗ୍ରାମ ପଞ୍ଚାୟତ ଓ ପୌର ପରିଷଦ ଗୁଡିକ,ନିଜ ନିଜ କ୍ଷେତ୍ରରେ ବିକାଶ ଦିଗରେ ଦେଖାଯାଉଥିବା ଶୂନ୍ୟତାର ପୂରଣ ପାଇଁ ଏହି ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିପାରିବେ । କିନ୍ତୁ ଧାର୍ମିକ ସ୍ଥଳର କୋଠାବଡି ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ କିମ୍ବା ସ୍ଵାଗତ ତୋରଣ ତିଆରି ଏବଂ ସେଭଳି କୌଣସି କାର୍ଯ୍ୟ ପାଇଁ ଏହି ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯାଇପାରିବ ନାହିଁ । ତଫସିଲଭୁକ୍ତ ଜାତି ଓ ଉପଜାତିର ଲୋକଙ୍କ ପାଇଁ ପୃଥକ୍ ଭାବେ ଚିହ୍ନଟ କରାଯାଇଥିବା ପାଣ୍ଠିରୁ ନିମ୍ନଲିଖିତ କାର୍ଯ୍ୟପାଇଁ ବି. ଆର.ଜି .ଏଫ.ପାଣ୍ଠିରୁ ଅର୍ଥ ବ୍ୟୟ କରାଯାଇ ପାରିବ । ଗୋଷ୍ଠୀ କେନ୍ଦ୍ର ତଫସିଲଭୁକ୍ତ ଜାତି ଓ ଉପଜାତି ପିଲାଙ୍କ ପାଇଁ ତିଆରି କରାଯାଇଥିବା ଇଣ୍ଟରମିଡିଏଟ୍ ମହବିଦ୍ୟାଳୟ ଓ ଛାତ୍ରାବାସ ଗ୍ରାମଞ୍ଚଳ ଖେଳ ପଡିଆ ଏହି ବର୍ଗର ବାଳିକା ମାନଙ୍କ ପାଇଁ ମାଧ୍ୟମିକ ବିଦ୍ୟାଳୟ /ମହାବିଦ୍ୟାଳୟ ସ୍ଥାପନ ପାଇଁ ମର୍ଯ୍ୟାଦା ସଂପନ୍ନ ଅଣ ସରକାର ସଂଗଠନ (ଏନଜିଓ )କୁ ଏକକାଳୀନ ଟଙ୍କାର ସହାୟତା ପ୍ରଦାନ । ୨୦ ଜଣ କ୍ଷୁଦ୍ର/ନାମମାତ୍ର ତଫସିଲଭୁକ୍ତ ଜାତି ଓ ଉପଜାତି କୃଷକମାନଙ୍କ ସ୍ଵୟଂ ସହାୟକ ଦଳକୁ ଟ୍ରାକ୍ଟର ଓ ଟ୍ରଲି ଏବଂ କୃଷିଯନ୍ତ୍ରପାତି ଯୋଗାଣ । ଏହି ବର୍ଗର ଗ୍ରାମଞ୍ଚଳରେ ରହୁଥିବା ଶିକ୍ଷିତ ଯୁବକମାନଙ୍କୁ କମ୍ପ୍ୟୁଟର ଓ ମୋବାଇଲ ଫୋନ ମରାମତି ତଥା ଗାଡିଚାଳନା ଶିକ୍ଷା ପାଇଁ ତାଲିମ । ଅର୍ଦ୍ଧ ସାମରିକ ବାହିନୀ ଓ ଅନ୍ୟ ନିରାପତ୍ତା ରକ୍ଷା ବାହିନୀରେ ଭର୍ତ୍ତି ହେବ ପାଇଁ ଆଗୁଆ ତାଲିମ ଦୋକାନ ଘର ତିଆରି ଓ ଆବଣ୍ଟନ ଆଦି । ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା,ସର୍ବଶିକ୍ଷା ଅଭିଯାନ,ମଧ୍ୟାହ୍ନ ଭୋଜନ,ପାନୀୟ ଜଳ ମିଶନ,ସଂପୂର୍ଣ ପରିମଳ ଅଭିଯାନ,ଜାତୀୟ ଗ୍ରାମୀଣ ସ୍ଵସ୍ଥାମିଶନ,ସମନ୍ନିତ ଶିଶୁ ବିକାଶ ସେବା ଭଳି ଜାତୀୟ ଧ୍ଵଜା ଉତ୍ତୋଳନ (ଫ୍ଲାଗସିପ୍)କାର୍ଯ୍ୟକ୍ରମ ଗୁଡିକରେ ସୃଷ୍ଟି ହୋଇଥିବା ଶୂନ୍ୟତା ପୂରଣ ପାଇଁ ବିଆରଜିଏଫର ଅର୍ଥକୁ ବ୍ୟବହାର କରାଯାଇ ପାରିବ । ସ୍ଥାନୀୟ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଭାରତ ନିର୍ମାଣ ଯୋଜନାରେ ରହିଯାଇଥିବା ଗୁରୁତ୍ଵପୂର୍ଣ୍ଣ ଶୂନ୍ୟସ୍ଥାନ ପୂରଣ ପାଇଁ ପଞ୍ଚାୟତମାନେ ଚାହିଁଲେ ନିମ୍ନଲିଖିତ କାର୍ଯ୍ୟକ୍ରମଗୁଡିକରେ ମଧ୍ୟ ପଛୁଆ ଅଞ୍ଚଳ ବିକାଶ ପାଣ୍ଠିର ବିନିଯୋଗ କରିପାରିବେ । ରାଜୀବଗାନ୍ଧି ଗ୍ରାମୀଣ ବିଦ୍ୟୁତକରଣ ଯୋଜନା ଓ କୃଷି ପାଇଁ ପମ୍ପସେଟକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାକୁ ପଞ୍ଚାୟତରାଜ ଆନୁଷ୍ଠାନଗୁଡିକୁ ପ୍ରବାର୍ତ୍ତାଯାଇ ପାରିବ । ପାହାଡିଆ ଓ ଆଦିବାସୀ ବହୁଳ ଅଞ୍ଚଳ ,ଯେଉଁଠି ପାରମ୍ପରିକ କୂଅ କିମ୍ବା ନଳକୂପ ପାଣି ଦେଇ ନପାରୁଛି ସେଭଳି ସ୍ଥାନରେ ପାଇପ୍ ଯୋଗେ ଜଳଯୋଗାଣ ଏବଂ ଯୋଗାଣରେ ଉନ୍ନତି ଆଣିବାକୁ ଉପଯୁକ୍ତ ଜ୍ଞାନକୌଶଳର ପ୍ରୟୋଗ ପାଇଁ ଗ୍ରାମ ପଞ୍ଚାୟତଗୁଡିକୁ ବିଆରଜିଏଫ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିପାରିବେ । ଯଦି କୌଣସି ଜିଲ୍ଲା ଯୋଜନା କମିଟି ନିଜ ଜିଲ୍ଲାକୁ ବାସଗୃହର ସମସ୍ୟାରୁ ମୁକ୍ତ କରିବାକୁ ଚାହାଁନ୍ତି ଏବଂ ପଞ୍ଚାୟତିରାଜ ସଂସ୍ଥା ଗୁଡିକ ଏହାକୁ ଅଗ୍ରାଧିକାର ଦିଅନ୍ତି ,ତେବେ ଗ୍ରାମଞ୍ଚଳ ବାସଗୃହ ନିର୍ମାଣ ପାଇଁ ମଧ୍ୟ ଏହି ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯାଇପାରିବ । ନୂଆ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ (ଆଗରୁ ନଥିବା ) ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ଅଧିନରେ ଜଳାଶୟ ନିର୍ମାଣ କାର୍ଯ୍ୟରେ ଟାଣ ଓ ପଥୁରିଆ ମାଟି ଉଠେଇବା ପାଇଁ ବ୍ୟବହାର କରାଯାଇଥିବା ମେସିନର ଖର୍ଚ୍ଚକୁ ଏହି ପାଣ୍ଠିରୁ ବହନ କରାଯାଇପାରିବ । ପ୍ରକଳ୍ପଗୁଡିକୁ ଚିହ୍ନଟ ଓ ଯୋଜନା ଗ୍ରାମପଞ୍ଚାୟତ ସ୍ତରରେ : ବିଆରଜିଏଫରେ ଜିଲ୍ଲାର ଗ୍ରାମଞ୍ଚଳ ପାଇଁ ଉଦ୍ଧିଷ୍ଠ ଅର୍ଥର ଶତକଡା ୫୦ ଭାଗ ମୂଲ୍ୟର ପ୍ରକଳ୍ପଗୁଡିକୁ ପଲ୍ଲୀସଭା ମାଧ୍ୟମରେ ଚିହ୍ନଟ ଓ ଯୋଜନା ପ୍ରସ୍ତୁତ କରାଯାଇଥାଏ । ଦୁଇ ଲକ୍ଷ ଟଙ୍କା ମୂଲ୍ୟରୁ କମ୍ ପ୍ରକଳ୍ପ ଗୁଡିକୁ ହାତକୁ ନିଆଯିବ ନାହିଁ । ଯଦି ଓ ପୂର୍ବ ବର୍ଷରୁ ଅସଂପୂର୍ଣ୍ଣ ରହିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ଦୁଇ ଲକ୍ଷରୁ କମ୍ ଟଙ୍କାର ପ୍ରକଳ୍ପ ମଧ୍ୟ ହାତକୁ ନିଆଯିବ । ପ୍ରକଳ୍ପ ଚୟନ ସମୟରେ ଅଗ୍ରାଧିକାର ଜନବସତି ଭିତରେ ସିମେଣ୍ଟ କଂକ୍ରିଟ୍ ରାସ୍ତା ରାସ୍ତାର ଉଭୟ ପାର୍ଶ୍ଵରେ କଂକ୍ରିଟ୍ ଡ୍ରେନ୍ ଯେଉଁ ଗ୍ରାମଞ୍ଚଳର ଅଫିସ ଗୃହ ନାହିଁ ସେଠାରେ ନୂଆ ଗ୍ରାମ ପଞ୍ଚାୟତ ଅଫିସ,ଅଫିସ ଗୃହ ଥିବା ପଞ୍ଚାୟତରେ ଗୃହର ନିର୍ମାଣ ତଥା ମରାମତି ଓ ଉନ୍ନୟନ କାର୍ଯ୍ୟ (ଏହା ପାଇଁ ପଞ୍ଚାୟତରାଜ ବିଭାଗକୁ ଆଗୁଆ ଅନୁମତି ଦରକାର ) ବ୍ଲକ ସ୍ତରରେ : ବିଆରଜିଏଫ ଜିଲ୍ଲାର ଗ୍ରାମଞ୍ଚଳ ପାଇଁ ଉଦ୍ଧିଷ୍ଟ ଅର୍ଥର ଶତକଡା ୩୦ ଭାଗ ମୂଲ୍ୟର ପ୍ରକଳ୍ପ ଗୁଡିକୁର ଚୟନ ଓ ଯୋଜନା ପ୍ରସ୍ତୁତି । ଦୁଇ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟରେ ପ୍ରକଳ୍ପ ନିଆଯିବ ନାହିଁ । ବ୍ଲକସ୍ତରୀୟ ପ୍ରକଳ୍ପ ଚୟନ ପଲ୍ଲୀସଭା ମାଧ୍ୟମରେ କରାଯିବାର ଆବଶ୍ୟକ ନାହିଁ । କିନ୍ତୁ ଏହା ପଞ୍ଚାୟତ ସମିତିରେ ଗୃହୀତ ହେବ ଏବଂ ଜିଲ୍ଲା ମୁଖ୍ୟ ଦପ୍ତରକୁ ପଠାଯିବ । ବିଆରଜିଏଫ୍ ଅଧୀନରେ ଜିଲ୍ଲାପାଇଁ ଉଦ୍ଧିଷ୍ଟ ଅର୍ଥର ଶତକଡା ୨୦ ଭାଗ ମୂଲ୍ୟର ପ୍ରକଳ୍ପଗୁଡିକୁ ଚୟନ ଏବଂ ଯୋଜନା ପ୍ରସ୍ତୁତି କରାଯିବ । ଜିଲ୍ଲାସ୍ତରରେ ରୁ କମ୍ ମୂଲ୍ୟର ପ୍ରକଳ୍ପ ଗୁଡିକ ନିଆଯିବ ନାହିଁ । ଲାଇନ୍ ଡିପାର୍ଟମେଣ୍ଟ ଗୁଡିକ ଦ୍ଵାରା ହୋଇଥିବା କାର୍ଯ୍ୟ କୁ ଆଧାର କରି ତଥା ସ୍ଥାନୀୟ ଅଞ୍ଚଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରକଳ୍ପ ଗୁଡିକୁ ଚୟନ କରାଯିବ । ଭିନ୍ନକ୍ଷମ ବ୍ୟକ୍ତି ,ଅନାଥ,ଅସହାୟମାନଙ୍କର ପୁର୍ନବସତି ଓ ଥଇଥାନ ନିମିତ୍ତ ଉର୍ଦ୍ଧିଷ୍ଟ ଭିତ୍ତି ଭୂମିର ବିକାଶ ପାଇଁ ପ୍ରକଳ୍ପଗୁଡିକୁ ବିଛାଯିବ । ଏଭଳି ପ୍ରକଳ୍ପ ପଲ୍ଲୀସଭା ମାଧ୍ୟମରେ ଅନୁମୋଦିତ ହେବା ଆବଶ୍ୟକ ନୁହେଁ କିନ୍ତୁ ଜିଲ୍ଲାପରିଷଦ ଦ୍ଵାରା ଏହା ଗୃହୀତ ହେବ । ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ